ପୃଷ୍ଠା:Kathalahari (RN Das, 1927) opt.pdf/୫୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୫
ଟକ୍‌ମକ୍ ପାଣି ଚଳନ୍ତି ବାଜା କଥା।

ସୁନ୍ଦର ମୋହିନୀବେଶ ଧରିଲା ରାଜା ଯେପରି ଭୁଲିଯିବେ ମିଛରେ କହିଲା ମୁଁ ଆରଦେଶର ରାଜାର ଝିଅ, ବାତ ନ ପାଇ ଏଥାକୁ ଆସିଲିବାହାରି, ରାଜା କହିଲେ ହଉ ଚାଲ, ତେବେ ତେମେ ଆମର ପାଟରାଣୀ ହେବଁ, ରାଜା ତାକୁ ସୁଆରିରେ ବସାଇଲେ, ନେଇକରି ଗଲେ । ଗାଁଲୋକ ସବୁ କହିଲେ, ରାଜା ପାରିଧିକି ଯାଇଥିଲେ, ଗୋଟିଏ ନୂଆ ରାଣୀ ଆଣି ଚନ୍ତି, ଏହିପରି କହିଲେ, ଦେଖିକରି ଗଲେ । ରାଜା ୟାକୁ ଆଣି ଘରେ ରଖି ବିଭା ହେଲେ । ଦି ଚାରିଦିନ ଗଲା, ସମସ୍ତଙ୍କୁ ଜେତେ ଲେଖା ଭାତ ଦିଅନ୍ତି ତାକୁ ସେତିକି ଦିଅନ୍ତି । ଏତ ଅସୁରୁଣୀଟାଏ, ଏହା ପେଟ ପୁରୁଚି କୋଉଠି ? ଏ କଣ କରେ ରାତିଅଧରେ ସମସ୍ତେ ଯହୁଁ ଶୋଇପଡ଼ନ୍ତି, ଯାଏ ହାତୀଶାଳକୁ, ହାତୀ ଗୋଟାଏ ଗିଳେ; ଆସେ । କୋଉଦିନ ଘୋଡ଼ା, କୋଉଦିନ ଗାଈ; ଏହିପରି ଗୋଟାଏ ଗିଳେ । ଏମନ୍ତ କରୁ ୨ ଘୋଡ଼ା, ଗାଈ, ହାତୀ ସବୁ ଉଣା ହୋଇଗଲେ । କେହି କିଛି ବୁଝି ପାରନ୍ତି ନାହିଁ, ରାଜା ଖାଲି ଗଉଡ଼କୁ ମାରନ୍ତି, ଆମର ଗାଈ, ଗୋରୁ, ହାତୀ, ଘୋଡ଼ା କଣ କରୁଚୁ ବୋଲି । ରାଜାଙ୍କର ଆର ସାତ ଭାରିଜାଯାକ ଜାଣିଥାନ୍ତି ସାନରାଣୀ ଖାଉଚି ବୋଲି, ଧରେଇ ଦେଇ ପାରୁ ନ ଥାନ୍ତି ବୋଲି କିଛି ଆଉ କହୁ ନ ଥାନ୍ତି । ଏମାନେ ଦିନେ ଶିଖାଶିଖି ହେଲେ, କହିଲେ ଚାଲ ଆମେ ଗୁହାଳରେ ଲୁଚିଥିବା, ଏ କେମନ୍ତି ଖାଇବ ଦେଖିବା । ଏ ଯାଇ ଲୁଚିଛନ୍ତି ଗୁହାଳ କଣରେ, ଅସୁରୁଣୀ ଗଲା ଗୁହାଳକୁ, ଏଣିକିତେଣିକି ଅନାଇ ଗୋଟାଏ ଗାଈ ଫିଟାଇ ଖାଇଗଲା । ଖାଇସାରି ବାହାରିଗଲାବେଳକୁ ଅସୁରୁଣୀର ଏମାନଙ୍କ ଉପରେ ନଜର ପଡ଼ିଗଲା; ଆଗବଳପଡ଼ି ଦଉଡ଼ି ଆସି ରାଜାଙ୍କୁ କହିଲା ଦେଖିଲଣି ତେମେ ଗଉଡ଼ହେରିକକୁ କଣ ମାରୁଚ, ତମର ତ ଏହିମାନେ ଗୋରୁଗାଈ ଖାଇଯାଉଛନ୍ତି । ରାଜା ଦେଖିଲେ, କହିଲେ ସତେ, ଏହିମାନେ ତ ଖାଉଛନ୍ତି । ଏମାନେ ଯେତେ ମନା କଲେ, ରାଜା ଜମା ମାନିଲେ ନାହିଁ; କହିଲେ ଏମାନଙ୍କୁ