ପୃଷ୍ଠା:Kathalahari (RN Das, 1927) opt.pdf/୫୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୪୬
ଉତ୍କଳ କାହାଣୀ ସଂଗ୍ରହ ।

କଣ ଦଣ୍ଡ ଦିଆହେବ ? ଅସୁରୁଣୀ କହିଲା ଖୁବ୍ ବଡ଼ ଗୋଟାଏ ଟୋପର ଖୋଳାଅ, ସେଇଥି ଭିତରେ ଏମାନଙ୍କୁ ପକାଇ ଦିଅ, ଆଉ ଏମାନଙ୍କ ଆଖି ଖୋଳି ରଖ ଯେ ସେଇଥି ଭିତରେ ପଡ଼ି କୁଆଡ଼େ ଯାଇ ନ ପାରି ମରିଯିବେ । ରାଜା କହିଲେ ହଉ, ଖୁବ୍ ବଡ଼ଟୋପରଟାଏ ଖୋଳାହେଲା, ଏମାନଙ୍କ ଆକ୍ଷି ଖୋଳି ରଖି ସେଇଥି ଭିତରେ ପକାଇଦେଲେ, ଟୋପର ଉପରେ ପଟା ପକାଇ ଦେଇଁ ମାଟି ଚଢ଼ାଇ ଦେଲେ । ଏ ସାତ ସଉତୁଣୀଯାକ ଗର୍ଭ ହୋଇ ଥାନ୍ତି, ସେ ଟୋପରରେ ପଡ଼ି କେତେଦିନ କଷ୍ଟ ସହିଲେ; ଆଗହୋଇ ବଡ଼ ସଉତୁଣୀର ପୁଅଟିଏ ହେଲା । ସାନ ସଉତୁଣୀକି ଛାଡ଼ି ଆଉ ପାଞ୍ଚ ସଉତୁଣୀ କହିଲେ ହେ ଆଣ ତୋ ପୁଅକୁ, ସମସ୍ତେ ବାଣ୍ଟି କୁଣ୍ଟି ଖାଇ ପେଟଜାଳାନିବାରଣ କରିବା, ତୋର ଆମେ ଖାଇଥିବୁ, ଆମର ହେଲେ ତୁ ଖାଇବୁ ସାନ ସଉତୁଣୀ ଆଉ କିଛି କହିଲା ନାହିଁ । ବଡ଼ ସଉତୁଣୀ କହିଲା ହଉ, ପୁଅକୁ ସାତଖଣ୍ଡ କରିଦେଲା, ନିଜେ ଖଣ୍ଡେ ଖାଇଲା, ଆଉ ଛଖଣ୍ଡ ଛ'ଜଣକୁ ବାଣ୍ଟି ଦେଲା । ଏ ପାଞ୍ଚ ସଉତୁଣୀ ଖାଇଲେ, ସାନ ସଉତୁଣୀ ଆଉ ଖାଇଲା ନାହିଁ, ରଖିଦେଇ ଥାଏ । ଏହିପରି ଛ ସଉତୁଣୀଙ୍କର ପୁଅ ହେଲା, ସମସ୍ତେ ମାରିକରି ଖାଇ ଦେଲେ ବାଣ୍ଟି କୁଣ୍ଟି କରି, ଆଉ ସାନ ସଉତୁଣୀ ରଖିଥାଏ, ଖାଇ ନ ଥାଏ । ତାର ଯେତେବେଳେ ପୁଅ ହେଲା, ଏ ସବୁ ଲଗାଇଲେ ତୋର ପୁଅକୁ ଦେ ଖାଇବୁଁ, ଏ କହିଲା ତମର ଯାହାକୁ ସବୁ ଦେଇଛ, ତାକୁନିଅ ମୁଁ ରଖିଚି, ମୋ ପୁଅକୁ କେହି ଖାଅନା । ଏହିପରି କହି ପୁଅଟିକୁ ରଖିଲା । ସମସ୍ତେ ସେ ପୁଅଟିକୁ ଶରଧା କଲେ, ଆଦର କରି ଦୁଧ ଦେଲେ [୧] ରଖିଲେ ଏ ପୁଅଟିକି ଯୋଉଠୁ ଦଶ ବାର ବରଷ ହୋଇଗଲା, ସେ କହିଲା ତେମେ ସବୁ ଏଠେଇଁ କାହିଁକି ପଡ଼ିଚ କହ,


  1. ସ୍ତନ୍ୟପାନ କରାଇଲେ ।