ପୃଷ୍ଠା:Kathalahari (RN Das, 1927) opt.pdf/୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୫
ସୁନାଫୁଲ କଥା ।

ଲଗାଇଲେ, ଭାରି ରାଣ ନିୟମ ପକାଇଲେ । ଏ କହିଲା ହଉ ଫୁଟିଚି, ତେମେ ଯେତେଜଣ ସେତିକିଟି ତୋଳିବ ଆଉ କଢ଼ ଛିଣ୍ତାଇବ ନାହିଁ କି ଡାଳ ଭାଙ୍ଗିବ ନାହିଁ । ଏହା କ‌ହିଲା, ଗୋଟିଏ ଘରଟିଏ ଲିପାପୋଛା କରାଇ ସେହିପରି ଫୁଲ ଫୁଟିଲା; ଏ ସବୁ ବାଦରେ ଫୁଲକଢ଼ ଛିଣ୍ତାଇ ପକାଇଲେ, ଜାଳ ସବୁଭାଙ୍ଗିଭୁଙ୍ଗି ନଈକି ପକାଇଦେଲେ । ଏ ଡାଳ ସବୁ ଭାସି ୨ ଯାଇ ସେପାରି ତୁଠରେ ରଜା ଗାଧୋଉଥିଲେ ତାଙ୍କରି ହାତରେ ଲାଗିଲା । ରଜା ତାକୁ ଦେଖି ବଡ଼ ବେସ୍ତ ହେଲେ, କ‌ହିଲେ ମୁଁ ଏତେକରି କହି ଆସିଥିଲି, ଏ ଫୁଟିଲା । ସଉତୁଣୀମାନେ ବାଦରେ ଡ଼ାଳଫଳ ଭାଙ୍ଗି ଫିଙ୍ଗି ଦେଇଚନ୍ତି । ରଜା ସେହିଲାଗେ ବାହାରି ଆସିଲେ ସେଠାରୁ ଘରକୁ । ଘରେ ଆସି ଦେଖନ୍ତି ଯେ ସୁନାଫୁଲ ନାହିଁ । ଆଉ ୨ ଭାରିଯାମାନଙ୍କୁ ପଚାରିବାରେ ସେମାନେ ସମସ୍ତେ କହିଲେ ଆମେ ଦେଖିନାହୁଁ । ରଜା ବଡ଼ ମନ‌ଦୁଃଖରେ ସେ ଡ଼ାଳପତ୍ରଗୁଡ଼ିକ ନେଇ ଗୋଟିଏ ଅରଣ୍ୟରେ ଯାଇ କାନ୍ଦିଲେ । କାନ୍ଦୁଚନ୍ତି ବସ, ରାତି ଅଧ ହେଲାଣି, ଈଶ୍ୱର ପାର୍ବତୀଉଡ଼ି ଯାଉଥିଲେ; କାନ୍ଦଣା ଶୁଣିଲେ । ପାର୍ବତୀ କ‌ହିଲେ ଆଜି କାହିଁକି ପୃଥିବୀଟା ଭାରି ୨ ଲାଗୁଚି, ଏ ଅରଣ୍ୟରେ କିଏ ଗୋଟିଏ ଶୋକ କଲାପରି ଶୁଭୁଚି, ଚାଲ ଯିବା ଦେଖିବା । ଈଶ୍ୱର କହିଲେ ଆମର ସେଥିରେ କଣ ଅଛି ? ପାର୍ବତୀ କହିଲେ ଆମେ ଆଉ ତେବେ ସୃଷ୍ଟି ଭିଆଇଛୁ କାହିଁକି କିଛିତ ବୁଝିବା ନାହିଁ, ଆଉ ଆମର ସୃଷ୍ଟିରେ ଅଛି କଣ ? ଈଶ୍ୱର କ‌ହିଲେ ହଉତେବେ ଦେଖି ଆସିବା ଚାଲ । ଈଶ୍ୱର ପାର୍ବତୀ ଦିହେଁଯାକ ଗଲେ, ରଜାଙ୍କୁ ପଚାରିଲେ ତୁ କିଏ ଭୂତ କି ପ୍ରେତ, ଏଠି ବସି କାନ୍ଦୁଚୁ କାହିଁକି ? ରଜା କହିଲେ ମୁଁ ଏ ଦେଶର ରଜା; ଏମନ୍ତି ୨ ମୋ ସାନଭାରିଯାକୁ ସଉତୁଣୀମାନେ ମାରି ପକାଇଚନ୍ତି ମୁଁ ତାକୁ ନେଇ ଏଠାରେ କାନ୍ଦୁଚି। ଈଶ୍ୱର ପାର୍ବତୀଙ୍କର ଦୟା ହେଲା, କହିଲେ ତେଣିକି