ପୃଷ୍ଠା:Kathalahari (RN Das, 1927) opt.pdf/୬୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୫୭
ଉତ୍କଳ କାହାଣୀ ସଂଗ୍ରହ ।

କହିଲେ ହେ ! ତେମେ ଆଜି ଯାଅ ବାହାରି, ସିନ୍ଦୂରରେ ବିଛଣା ହେଇଚି । ଏ ଅମାନିଆହୋଇ ବିଛଣାରେ ବସାଉଠାକଲା, ଧୋବାକୁ ଟଙ୍କା ଦେଇ ଲୁଗା କଚାଇ ଆଣିଲା, ଆଉକେହି ଜାଣି ପାରିଲେନାହିଁ । ତହିଁ ଆରଦିନ ଧୋବାକୁ ପଚାରା ହେଲା, ସେ ନାହିଁ କଲା, କହିଲା, କେହି ମୋ ଘରେ ଲୁଗା ପକାଇ ନାହାନ୍ତି । ରାଜା କହିଲେ ଆଉ କଣ କଲେ ଜଣା ପଡ଼ିବ ? ମନ୍ତ୍ରୀ କହିଲେ, କଂସାର କରତ କରି କବାଟ ଦେହରେ ଦେଇଥାଅ, ସେ ଆସିବ ତା ଉପରେ ପଡ଼ିଲେ ମରିବ । କଂସାର କରତ ତିଆରି ହେଲା, ନାଗବନ୍ଧ ଦେହରେ ଦିଆଗଲା । ରାଜାପୁଅ ସେଦିନ ସେହିପରି ଆସିଲା, ରାଜାଝିଅ କହିଲା କାହିଁକି ଆସିଲ, ଆଜି କଂସାର କରତ କରି ନାଗବନ୍ଧରେ ଦେଇଛନ୍ତି, ତେମେ ଫେରିଯାଅ । ରାଜାପୁଅ କହିଲା ଓହୋ ! କଣ ହେଇଯିବ ? ଯେବେ କିଛିକଥା ହେଇଯିବ, ତେବେ ମତେ ପୋଡ଼ିବ ନାହିଁ କି ପୋତିବ ନାହିଁ, ନେଇକରି ଶୋଲପୋଖରୀ ପାଖରେ ଶୁଆଇ ଦେଇ ଆସିବ । ଏହା କହି ଘରଭିତରକୁ ପଶିଗଲା ବେଳକୁ କରତ ଖସିଲା ଜେ ରାଜାପୁଅ ମୁଣ୍ଡରେ ପଡ଼ିଲା, ରାଜାପୁଅ ସେଇଠି ମରିପଡ଼ିଲା । ତହିଁଆରଦିନ ସବୁ ଦେଖିବାକୁ ଆସିଲେ, ଆସି ଦେଖନ୍ତି ଯେ ଉତ୍ତମ ସୁନ୍ଦର ରାଜାପୁଅଟିଏ ମରିପଡ଼ିଚି । ରାଜା କହିଲେ ଝିଅକୁ ଆହା ! ଏଡ଼େ ସୁନ୍ଦର ପିଲାକୁ ତୁ କାହିଁକି ମାରିଲ, କହିଥିଲେ ତୋତେ ସେହିଆକୁ ବିଭା କରାଇ ଦେଇଥାନ୍ତି । ଝିଅକୁ ସମସ୍ତେ ଗାଳିଦେଲେ । ରାଜା କହିଲେ ଗୁଆଘିଅ ଚନ୍ଦନକାଠ ଆଣି ବାହା କରାଇଦିଅ । ଝିଅକହିଲା ନାହିଁ ସେ ମନା କରିଚନ୍ତି, କହିଚନ୍ତି ମୋତେ ପୋଡ଼ିବ ନାହିଁ କି ପୋତିବ ନାହିଁ, ଶୋଲପୋଖରୀ କୂଳେ ଶୁଆଇଦେଇ ଆସିବ । ରାଜା କହିଲେ ହଉ ନିଅ, ସେ ଯାହାଖୁଚି ସେଇଆ କର । ନେଲେ ଶୋଲ ପୋଖରୀପାଖରେ ଶୁଆଇଦେଇ ଆସିଲେ ବାହାରି । ସେ ବାୟାଚଢ଼ାଇ ଯାକ ଚିହ୍ନିଲେ, ସେ ରାଜାପୁଅ ପାଖରେ ବସି ଗୁଣୁଗୁଣ ହୋଇ