ପୃଷ୍ଠା:Kathalahari (RN Das, 1927) opt.pdf/୬୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୬୦
ଉତ୍କଳ କାହାଣୀ ସଂଗ୍ରହ ।

କେହି ନାହିଁ ; ଗୋଟିଏ ଭାରିଯା । ଚକୁଳିଆପଣ୍ଡା ଛଅଗାଁ ଗଲେ ସେରେ, ନଅଗାଁ ଗଲେ ସେରେ ଆଣେ, ତାକୁ ଗିରସ୍ତ ଭାରିଯା ଖାଇ ପିଇ ସୁଖରେ ଥାନ୍ତି । ଦିନକରେ ଚକୁଳିଆପଣ୍ଡା ନଈକୁ ଗାଧୋଇ ଯାଇଥିଲା, ନାଗଲୋକର ରାଜାରପୁଅ ହଳାହଳକୁମରେ ମା ଦେଖିବାକୁ ବଡ଼ ଇଚ୍ଛା; ସେ ନଈରେ ସାପଛୁଆଟିଏ ହୋଇ ଖେଳୁ ଥିଲା, ଚକୁଳିଆପଣ୍ଡାର ଢାଳରେ ପଶି ତା ଘରକୁ ଆସିଲା । ଚକୁଳିଆପଣ୍ଡାର ଭାରିଯା ପାଣି ଢାଲିଲାବେଳେ ଦେଖିଲା ସେ ସାପଛୁଆଟି ଗୋଟିଏ ଉତ୍ତମ ବାଳକଟିଏ ହୋଇ ଢାଳରେ ଅଛି । ଚକୁଳିଆପଣ୍ଡା ଦେଖିଲା, ଦିହେଁଯାକ ବଡ଼ ଖୁସି ହେଲେ, ପିଲାଟିକି ଆପଣାର ପୁଅକରି ପାଳିଲେ । ପୁଅଟି ନାଁ ଦେଇଥାନ୍ତି ଅଭିମନ୍ୟୁ । ପୁଅଟି ବଡ଼ ହେଲା, ତାକୁ ଚାହାଳିରେ ପାଠ ପଢ଼ିବାକୁ ପଠାଇଲେ । ସେହି ଚାହାଳିଲେ ରାଜାଝିଅ ଶଶିସେନା ପଢ଼ୁଥାଏ । ଦିନକର ଅଭିମନ୍ୟୁର ଖଡ଼ୀ ଗଡ଼ିଗଲା ଶଶିସେନା ଆଡ଼କୁ । ଏ କହିଲା ହେ ଶଶିସେନା ! ଟିକିଏ ଖଡ଼ୀ ଦେବୁଟି? ଶଶିସେନା କହିଲା ତୁ ସତ୍ୟ କର ଖଡ଼ୀ ଦେବି, ଅଭିମନ୍ୟୁ କହିଲା ଦେ ହୋ ଖଡ଼ୀ, ସତ୍ୟ ଗୋଟା କ'ଣ ? ଏ କହିଲା ନା, ତୁ ସତ୍ୟ ନ କଲେ ମୁଁ କେଭେ ଖଡ଼ୀ ଦେବି ନାହିଁ । ଅଭିମନ୍ୟୁ କହିଲା ହଁ, ମୁଁ ସତ୍ୟ କଲି ଖଡ଼ୀ ଦେ, ଏ ସେଉଠୁ ଖଡ଼ୀ ଦେଲା । ଚାହାଳି ଛୁଟି ହେଲା, ଯେ ଯାହା ଘରକୁ ଗଲେ । ତହିଁ ଆରଦିନ କେହି ଆସିନାହାନ୍ତି, ଏକା ଶଶିସେନା ଚାହାଳିରେ ଅଛି, ତେଣୁ ଅଭିମନ୍ୟୁ ଆସିଲା ଶଶିସେନାର ଆକ୍ଷିକି ବୁଜି ଧଇଲା, ଖୁବ୍ କଟମଟ କରି ବୁଜି ଧଇଲା, କହିଲା କାଲି କାହିଁକି ସତ୍ୟ କରାଇଥିଲୁ କହ । ଶଶିସେନା କହିଲା ମତେ ତେମେ ବିଭା ହେବ, ଅଭିମନ୍ୟୁ କହିଲା ହଉ ମାତ୍ର ଆମର ଏ ରାଜ୍ୟରେ ଆଉ ରହିବା ନାହିଁ । ଶଶିସେନା କହିଲା ହଉ ଚାଲ ଯିବା ଆଉ କେଉଁ ଦେଶକୁ । ଗଲେ ଘୋଡ଼ା ଶାଳରୁ ଗୋଟିଏ ମଢ଼ିଆ ଘୋଡ଼ାଟିଏ ହସୁଥିଲା ଆଣିଲେ, ଛାଟ ଆଣିଲେ,