ପୃଷ୍ଠା:Krutrima upagrahara jayajatra.pdf/୫୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଖଞ୍ଜାଯାଇଛି‌‌‌ । ତାହା ସାହାଯ୍ୟରେ ସୌରଶକ୍ତି ସଂଗ୍ରହ କରି ଏହି ଉପଗ୍ରହ ଓ ଏହାର ଯନ୍ତ୍ରପାତି କାର୍ଯ୍ୟକାରୀ ହୋଇଥାଏ । ଏହି ଉପଗ୍ରହରେ ରଖାଯାଇଥିବା ଖୁବ୍‌ ଶକ୍ତିଶାଳୀ ଦୁଇଟି କ୍ୟାମେରା ଦିନରାତି ଫଟୋ ଉଠାଇ ବୈଦ୍ୟୁତିକ ସଂକେତ ମାଧ୍ୟମରେ ପୃଥିବୀକୁ ଫଟୋଚିତ୍ରମାନ ପଠାଉଛି । ସେହି ସଂକେତ ଗୁଡ଼ିକ ହାଇଦ୍ରାବାଦ ନିକଟବର୍ତ୍ତୀ ଶାଦନଗର ଓ ଡେରାଡୁନରେ ସ୍ଥାପିତ ମହାକାଶ ଗବେଷଣା ସଂସ୍ଥାରେ ସଂଗୃହୀତ ହୋଇଅଛି । ବୈଜ୍ଞାନିକଗଣ ସେଗୁଡ଼ିକର କମ୍ପ୍ୟୁଟର ଓ ଅନ୍ୟାନ୍ୟ ଯନ୍ତ୍ରପାତି ସାହାଯ୍ୟରେ ବିଶ୍ଳେଷଣ କରି ସେଥିରୁ ବହୁ ଉପାଦେୟ ତଥ୍ୟ ପ୍ରକାଶ କରୁଛନ୍ତି ।