ପୃଷ୍ଠା:Asha Tara Dekhiba.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏହି କାମଟି ଅନେକ ସାଥୀଙ୍କର ମିଳିତ ଉଦ୍ୟମର ଫଳ । କିଏ ପ୍ରତ୍ୟକ୍ଷ ଭାବରେ କାମ କରିଛି, କିଏ ଦୂରରେ ଥାଇ ହାତ ବଢାଇଛି। ଅନେକ ବରିଷ୍ଠ ବ୍ୟକ୍ତି ଆଲୋଚନା-ମତାମତ ଜରିଆରେ ନୂଆ ଦିଗ୍‌ଦର୍ଶନ (୫ ଉତ୍ସାହ ଦେଇଛନ୍ତି । ସମସ୍ତଙ୍କୁ ମନେ ପକାଇବା ବଡ କଷ୍ଟର କାମ, କିନ୍ତୁ ସେ ସଭିଙ୍କ ପାଖରେ ଆମେ କୃତଜ୍ଞ ଏବଂ ଋଣୀ ।


ତଥାପି କେତେ ଜଣ ଆଖି ଆଗରେ ଦିଶନ୍ତି । ଆମର ପ୍ରଥମ ତାରା ମାନଚିତ୍ରଗୁଡିକ କରିଥୁଲେ ବାବୁ (ପୂର୍ଣ୍ଣଚନ୍ଦ୍ର କର, ଢେଙ୍କା) । ତାରା ଖୋଜିବା, ଯୋଡିବା ଆଦିରେ ତାଙ୍କର ଏବଂ ସମ୍ପଦ ମହାପାତ୍ର, (ସାକ୍ଷୀଗୋପାଳ ଙ୍କର ବିଶେଷ ଭୂମିକା ରହିଛି । ଅରୁଣ, ଭଗବାନ, ନିରାକାର, ମିହିର ଆଦି ନିଜେ ତାରା ଦେଖିବା ସହିତ ବୁଲି ବୁଲି ଅନ୍ୟଙ୍କୁ ଦେଖାଇଛନ୍ତି । ସୂଜନୀକାର ସବୁ କାମ ଭଳି ଆକାଶ ଦେଖା ଓ ତାରା ବହି ଲେଖା କାମରେ ପୁଷ୍ପଶ୍ରୀ, ବିନୟ ଏବଂ ପଦ୍ମଜା ବିଶେଷ ଭାଗ ନେଇଛନ୍ତି ।


ଆମର ଆକାଶ ଓ ବିଜ୍ଞାନ କାମରେ ଡକ୍ଟର ପ୍ରହ୍ଲାଦ ଚନ୍ଦ୍ର ନାୟକଙ୍କର ଅବଦାନ ସର୍ବାଙ୍ଗୀନ । ଭାଷାକୋଷରେ ନକ୍ଷତ୍ର ଚର୍ଚ୍ଚା ସେ ହିଁ ପ୍ରଥମେ ଆମର ଦୃଷ୍ଟିକୁ ଆଣିଥିଲେ । ବନ୍ଧୁ ଓ ଶିକ୍ଷକ ଭାବରେ ସେ ଆମକୁ ଅକୁଣ୍ଠିତ ସାହାଯ୍ୟ କରି ଆସିଛନ୍ତି। ପଠାଣି ସାମନ୍ତ ପ୍ଲାନେଟାରିଅମର ବିଭିନ୍ନ ସୁବିଧା ଓ କର୍ମକର୍ତ୍ତାଙ୍କର ସହଯୋଗ ଆମ ପାଇଁ ଅତି ମୂଲ୍ୟବାନ ହୋଇଛି। ତାରା ଦେଖାର ବିଭିନ୍ନ ଦିଗ ଉପରେ ଆଲୋଚନା ପାଇଁ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ ଓ ଉତ୍କଳ ବିଶ୍ବ ବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗର ଅନେକ ଗବେଷକ ଓ ଅଧ୍ୟାପକ ବନ୍ଧୁ ଏବଂ ପଠାଣି ସାମନ୍ତ ଆମେଚର୍ ଆଷ୍ଟ୍ରୋନୋମରସ୍ ଆସୋସିଏସନ୍‌ର ସଦସ୍ୟମାନେ ଧନ୍ୟବାଦର ପାତ୍ର ।


ଶେଷକୁ ରହିଲେ (ଯଦିଓ ଲୋକସଂଖ୍ୟା ଦୃଷ୍ଟିରୁ ନଗଣ୍ୟ) ପାଠକ ପାଠିକା, ବୟସ୍କଙ୍କର ମନ ପାଇବା ପାଇଁ ବ୍ୟାକୁଳ ପିଲାମାନେ ଏବଂ ପିଲାଙ୍କୁ ମନ ଦେଉଥୁବା (ନଗଣ୍ୟଙ୍କ ଭିତରେ ନଗଣ୍ୟ) ବୟସ୍କମାନେ... ସେହିମାନଙ୍କର ଉସୁକତା ହିଁ ଆମର ପ୍ରେରଣା ଓ ପାଥେୟ । ସେମାନଙ୍କର ସଂଖ୍ୟା ବଢିବା ଏ ବହିଟିର କାମନା


ନୂଆ ବର୍ଷ, ୧୯୯୫

ନିଖିଳ ମୋହନ ପଟ୍ଟନାୟକ