ଆଦ୍ୟକାଣ୍ଡ
ନୁହଇଟି [୧] ଶିବଧନୁ ଶିରୀଷ କୁସୁମ ତନୁ ନ ଧରିବ ଅତି ସାହସେ |
ଜାତି କୁସୁମେ ମଧୁପ ମଧୁପାନ କରେ ଶେଷେ ଯେସନେ ପୀଡା ନପାଏ ସେ ||
କରି ସହଚରୀ ଗଲେ ଅପସରୀ ରାମା କର ଧରି ଶ୍ରୀରାମ |
ବସାଇଲେ ନିଜ ଅଙ୍କେ ଦନ୍ତୀଦନ୍ତର ପଲଙ୍କେ ଲାଜରିପୁ ସାଧିଲାକ [୨] କାମ ||
ଏକ ପତ୍ନୀବତ [୩] ରାମ ଅଗ୍ନି ସାକ୍ଷୀ କରିଗଲେ କରାଇଲେ ରାମା ରତନ |
କଲେ ବିବିଧ ସୁରତ କାମପାଠ ବିଧିମତ କାମଜଳେ ବୁଡିଣ ଅଜ୍ଞାନ ||
ହୋଇଲେ ବେନି ପ୍ରମୋଦ ଛାଡିଲେ ମନରୁ ଖେଦ କମଳିନୀ ରଘୁନନ୍ଦନ |
ବୋଲେ ବିଶି ନିଶି ପ୍ରଭାତରୁ ସର୍ବ ସଖୀ ବେଢ଼ି ପଚାରନ୍ତି କେଳିର ବିଧାନ ||
***
ରାଗ ଆଷାଢ଼ଶକ୍ଳ
ଫିଠିଛି କୁସୁମ [୪] ସହିତେ ବେଣୀ |
କଳନଦୀରେ ଭାସେ କି ହଂସ-ଶ୍ରେଣୀ ||
ରାହୁ ମୁଖରୁ [୫] କି ଖସିଲା ଶଶୀ | ସରୋଜ ନେତ୍ରୀ ସେହି ମତେ ଦିଶି ||
ଲିଭିଛି ଚନ୍ଦନ [୬] | ବର୍ତ୍ତୁଳ କୁଚେ ନଖ କ୍ଷତମାନ ||
ତୁଟିଛି ଉରହାର ଗଜମୋତି | ତୁଟିଛି ଅଧର ରଙ୍ଗିମା ଜ୍ୟୋତି ||
ରଙ୍ଗିମା ଦିଶୁଛି ନୟନ ବେନି | କାନ୍ତ ଅନୁରାଗ ଅଛି କି ଘେନି ||
ଫିଟିଛି ବସନ | [୭] ହାରରୁ ଅନ୍ତର କିବା କାଞ୍ଚନ ||
ଶୁଣି କେଉଁ ସଖି ବୋଲେ ବଚନ | କମ୍ପୁଥିଲା ପରା ତନୁ ଲାବଣ୍ୟ ||
ଅଙ୍ଗ ଛୁଅନ୍ତେ ନ କଲ କି ନାହିଁ | ଚାଟୁ ନ କଲେ କି ବିନୟୀ ହୋଇ ||
ଲାଜ କଲଟିକି | ସୁରତେ ତୁମ୍ଭକୁ ଜିଣିଲେନିକି ||
ରାମ କଲେ କାମ ଭଣ୍ଡାର ଜୁର | ଜାଣିଲୁ ଆମ୍ଭେ ବେଶରୁ ତୁମ୍ଭର ||
ମୁକୁତା ଅଳକା ପଡିଛି ଖସି | ଚନ୍ଦ୍ରକି - ସୁଧା ବରଷଇ ହସି ||
[୮] ଗୋଳଳନାବର , ବୋଲେ ବିଶି ରାମ ତୁମ୍ଭକୁ ବର ||