ପୃଷ୍ଠା:Odishara Itihas.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଆପଣା ହସ୍ତରେ ଦରି କିଛିକ୍ଷଣ ନୀରବ ଅବସ୍ଥାନ - କାହାକୁ ଧରି ତା ଉର୍ଦ୍ଧ୍ୱମୁଖରେ ପ୍ରାର୍ଥନା - ବନ୍ଧୁମାନଙ୍କ ହୃଦୟକୁ ଅଧିକ ବିଚଳିତ କରି ଦେଉଥିଲା । ମୃତ୍ଯୁର ଅବ୍ୟବ‌ହିତ ପୁର୍ବ କ୍ଷଣରେ ତାଙ୍କ ମୁଖରେ ଅପୁର୍ବ ଜ୍ୟୋତି ଦେଖାଗଲା ଏବଂ ତ‌ତ୍ସ‌ହ ସେ ବ୍ୟୈଦୁତିକ ଆଲୋକ ପରି ହଠାତ୍ ଚତୁର୍ଦିଗ ଅନ୍ଧକାର କରି ଚାଲିଗଲେ । ଡ଼ିସେମ୍ବର ୨୮ ତାରିଖ ଗୁରୁବାର ପୂର୍ବାହ୍ନ ୯ ଘଟିକା ସମୟରେ ୩୦ ବର୍ଷ ବୟସରେ ପୁଣ୍ୟାତ୍ମା ପ୍ୟାରୀମୋହନ ତାଙ୍କର ଆରବୁ ଏବଂ ସଙ୍କଳ୍ପିତ ବ‌ହୁ ଜନହିତକର କାର୍ଯ ଅସମ୍ପନ୍ନ ରଖି ଅମରଧାମକୁ ପ୍ରସ୍ଥାନ କଲେ ।



Digitized by srujanika@gmail.com.