ପୃଷ୍ଠା:Odishara Itihas.pdf/୧୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ପାରିଲା ନାହିଁ । ସେ ଯାହାହେଉ ଏହା କେବଳ ଇତିହାସରୂପେ ନୁହେ, ସାହିତ୍ୟିକ ସାରବାନ୍ ପୁସ୍ତକରୂପେ ପାଠକସମାଜରେ ଆଦର ଲାଭ କରି ପାରିବ । ପ୍ୟାରୀମୋହନଙ୍କର ପାରିବାରିକ ଜୀବନ ସୁଖମୟ ନ ଥିଲା । କନିଷ୍ଠ ଭ୍ରାତାମାଜେ ତାଙ୍କ ପରି ଚରିତ୍ରବାନ୍ ନଥିଲେ, ବରଂ ତାଙ୍କର ବିପରୀତଧର୍ମା ଥିଲେ । ତେଣୁ ସୌଭାତ୍ରିର ସୁଖ ଶାନ୍ତି ତାଙ୍କ ପକ୍ଷରେ ସ୍ୱପ୍ନ ଥିଲା । ତାହାଙ୍କ ହୃଦୟର ଭାବ ସ‌ହିତ ଯେ ପରିବାର ମଧ୍ୟରେ କାହାରି ମେଳ ଖାଉ ନଥିଲା, ଏହା ସ‌ହଜରେ ଅନୁମେୟ । ତ‌ହିଁ ଉପରେ ପୁଣି ଦ୍ୱିତୀୟ ଦୁଃଖ-ଯୌବନ ଅବସ୍ଥାରେ ସ‌ହଧର୍ମିଣୀଙ୍କର ବିୟୋଗ । ଦ୍ୱିତୀୟ ବାର ଗ୍ରହଣ କରିବାକୁ ସେ ଆଉ ସମ୍ମତ ନଥିଲେ, ଅନ୍ତରଙ୍କ ବନ୍ଧୁଗଣଙ୍କ ଉପଦେଶ ଓ ପ୍ରବର୍ତ୍ତନାରେ ପୁଣି ଦୀକ୍ଷିତପଡ଼ାର ଚ



Digitized by srujanika@gmail.com