ପୃଷ୍ଠା:Ama Deha (BB Patnaik 1940) o.pdf/୯୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୮୩
ଆମ ଦେହ

ସଙ୍କୁଚିତ ହୋଇଯାଏ, ତେଣୁ ଡ଼ୋଳା ସେଆଡ଼କୁ ବୁଲିଯାଏ । ଏପରି ହେବା ଦ୍ୱାରା ଆମେ ସିଧା ଭାବରେ ମୁଣ୍ଡ ରଖି କଣେଇ କରି ଦୁଇ ପାଖରେ ଜିନିଷ ଦେଖି ପାରୁଁ ।

ଅଖିଡୋଳାଟି ଗୋଟିଏ ଅଦ୍ଭୁତ ଗୋଲାକାର ଯନ୍ତ୍ର । ଆଗ ପାଖରୁ ଆରମ୍ଭ କରି ପଛ ପାଖ ଯାଏଁ ଏହା ଭିତରେ ବହୁତ ପ୍ରକାର ଜିନିଷ ଅଛି ।

ଏହାର ଠିକ୍ ଆଗପାଖରେ ଖୁବ ପତଳା ମେଘନାଳ (ଅଭ୍ର, Mica ) ପରି ଗୋଟିଏ ଆବରଣ ଅଛି । ତାହା ଭିତରକୁ ଗୋଟାଏ ପରଦା ଅଛି । ଏହି ପରଦା ଡୋଳାର ଯେଉଁତକରେ ଥାଏ ତାହା ବାହାରକୁ କାଳିଆ ଦେଖାଯାଏ । ଏହି ପରଦା ଏପରି ସେପରି ନୁହେ । ଏହା ଦେହରେ ଗୋଟାଏ ଏପରି ଫୋଡ଼ ଅଛି ଯେ ତାହା ସାନ ବଡ଼ ହୋଇ ପାରେ । ଖୁବ ଆଲୁଅରେ, ଯେତେବେଳେ କି ଅଳ୍ପ ଆଲୁଅରେ କାମ ଚଳିଯିବ, ସେତେବେଳେ ଏହ ଫୋଡ଼ଟି ସାନ ଥାଏ; କିନ୍ତୁ ଟିକିଏ ଅନ୍ଧାରୁଆ ଜାଗାକୁ ଗଲେ ଏହା ବଡ଼ ହୋଇଯାଏ । ଆଖି ଭିତରକୁ ଅନେଇଲେ ଏହି ଫୋଡ଼ରେ ଆମ ନିଜ ମୁହଁର ଗୋଟିଏ ଅତି ସାନ ଛବି ଦେଖାଯାଏ; ତେଣୁ ଏହି ଫୋଡ଼କୁ ଆମେ ଆଖିପୁଅ କହୁଁ । ଏହି ପରଦା ପଛରେ ପାଣି ପରି ଏକ ପ୍ରକାର ଜିନିଷ ଅଛି, ତା ପରେ ଚଷମା କାଚ ପରି ଗୋଟାଏ ଜିନିଷ ଅଛି । ଏହାକୁ ଦୃଷ୍ଟିକାଚ (Lens) କ‌ହନ୍ତି । ଏହା କାଚ ପରି ସ୍ୱଚ୍ଛ । ଏହି ଦୃଷ୍ଟିକାଚ ପରେ ଏକ ପ୍ରକାର ତରଳ ଅଥଚ ସ୍ୱଚ୍ଛ ଲାଳୁଆ ଜିନିଷ ଥାଏ । ଏହା ପରେ ମୁକୁରିକା (Retina) । ଏହି ମୁକୁରିକା ହେଲା ଆଖିଡ଼ୋଳା ଭିତରର ପଛ ଅଂଶ । ମସ୍ତିଷ୍କର ଦୃଷ୍ଟିକେନ୍ଦ୍ରରୁ ଦୃଷ୍ଟିଗ୍ରାହୀ ନାଡ଼ୀ