ପୃଷ୍ଠା:Ama Deha (BB Patnaik 1940) o.pdf/୧୧୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୧
ଆମ ଦେହ

ସେମାନଙ୍କ ଛଡ଼ା ଆଉ ଏକ ପ୍ରକାର ଗ୍ରନ୍ଥି ଅଛନ୍ତି, ସେମାନଙ୍କ ଦେହରୁ କୌଣସି ରକମର ନଳୀ ବାହାରି ନାହିଁ । ସେମାନେ ଯେଉଁ ରସ ତିଆରି କରନ୍ତି, ତାହା ତିଆରି ହେବା ସଙ୍ଗେ ସଙ୍ଗେ ରକ୍ତରେ ମିଶେ । ଏହିଭଳି ଗ୍ରନ୍ଥିକୁ ନିର୍ବାହୁ ବା ଅନ୍ତଃସ୍ରାବୀ ଗ୍ରଛି (Ductless Gland) କହନ୍ତି । ଏମାନେ ଆମ ଦେହପାଇଁ ବଡ଼ ଦରକାରୀ । ତଳେ ପ୍ରଧାନ କେତୋଟି ଅନ୍ତଃସ୍ରାବୀ ଗ୍ରନ୍ଥିର କଥା କୁହାଗଲା ।

ଅବଟୁ ଗ୍ରନ୍ଥି (Thyroid Gland):—ଗଳନାଳୀର ଦୁଇ ପାଖରେ ଗୋଟିଏ ଲେଖାଏଁ ଦୁଇଟି ଅବଟୁ ଗ୍ରନ୍ଥି ଆମ ଦେହରେ ଅଛି । ଏହା ଏକପ୍ରକାର ଅନ୍ତଃସ୍ରାବ (Internal Secretion) ତିଆରି କରେ । ତାହା ଦେହର କେତେକ ତନ୍ତୁକୁ ପୁଷ୍ଟ କରେ । ଦେହକୁ ସ୍ୱାଭାବିକ ଓ ସମାନଭାବରେ ବଢ଼ାଏ, ନାନାପ୍ରକାର ବିଷଦୋଷ ହରଣ କରେ ଏବଂ ମନୁଷ୍ୟର ବୃଦ୍ଧି ଓ ଚିନ୍ତାଶକ୍ତି ଚଢ଼ାଇବାରେ ସାହାଯ୍ୟ କରେ ।

ପାର୍ଥତୀର୍ଥକ ଗ୍ରନ୍ଥି (Pituitary Gland):—ଏହା ଖପୁରି ଅଭ୍ୟନ୍ତରରେ ଥାଏ । ଏହା ତିନି ଅଂଶରେ ବିଭକ୍ତ ଏବଂ ପ୍ରତ୍ୟେକ ଅଂଶରୁ ଯେଉଁ ଅନ୍ତଃସ୍ରାବ ବାହାରେ, ତାହା ଦେହର ଭିନ୍ନ ଭିନ୍ତ୍ର କାର୍ଯ୍ୟରେ ଲାଗେ । ଏହାର ସାମନା ଅଂଶରୁ ଯେଉଁ ରସ ବାହାରେ, ତହିଁରେ ହାଡ଼, ସ୍ନାୟୁ ଓ ତରୁଣାସ୍ଥି ଆଦି ପୁଷ୍ଟ ହୁଏ ଏବଂ ଏହା ବୁଦ୍ଧିବୃତ୍ତିକୁ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରେ । ଯେଉଁମାନଙ୍କ ଦେହରେ ଏହା ଅପେକ୍ଷାକୃତ ବଡ଼, ସେମାନେ ଦେଖିବାକୁ ହୃଷ୍ଟପୁଷ୍ଟ, ଲମ୍ବା, ଚୌଡ଼ା ଏବଂ ସୁଢ଼ଳ ଓ ସାହସୀ ହୁଅନ୍ତି ।