ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

୨. ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ - ଦୀର୍ଘ ୪୦ ବର୍ଷରୁ ଶିକ୍ଷକତା ଓ ଓଡ଼ିଶାର ସରକାରୀ ମହାବିଦ୍ୟାଳୟମାନଙ୍କରେ ଓଡ଼ିଆ ବିଭାଗରେ ଅଧ୍ୟାପନା ଅନ୍ତେ ୧୯୯୬ ଡ଼ିସେମ୍ବରରୁ ରମାଦେବୀ ମହିଳା ମହାବିଦ୍ୟାଳୟରୁ ପ୍ରାଧ୍ୟାପକ ଭାବେ ଅବସର ଗ୍ରହଣ, କରିଥିବା ଡ଼ଃ ପ୍ରହରାଜ ଅନ୍ୟୂନ ୧୫ ଖଣ୍ଡି ଗ୍ରନ୍ଥ ଓ ଶତାଧିକ ପ୍ରବନ୍ଧ ତଥା ଜୀବଲେଖ୍ୟର ରଚୟିତା ଭାବରେ ଓଡ଼ିଶାରେ ସୁପରିଚିତ । ଠିକଣା : ୧୯ ସି ‘କୈବଲ୍ୟ’, ଜୟଦୁର୍ଗା ନଗର, ଭୁବନେଶ୍ୱର -୭୫୧୦୦୬ ।

ଶ୍ରୀ ନାରାୟଣ ବାରିକ୍ - ଶିକ୍ଷା ବିଭାଗୀୟ ଅଧ୍ୟାପକ ଭାବେ ସଂପ୍ରତି କର୍ମରତ । ଶ୍ରୀ ବାରିକ କେତେକ ଶିକ୍ଷାମୂଳକ ପୁସ୍ତକର ରଚୟିତା ଓ ପତ୍ର-ପତ୍ରିକାର ସମ୍ପାଦକ ଭାବେ ସୁପରିଚିତ । ଠିକଣା : ଅଧ୍ୟାପକ ଆନନ୍ଦପୁର ଆଞ୍ଚଳିକ ଟ୍ରେନିଂ କଲେଜ, ଫକୀରପୁର, କେନ୍ଦୁଝର, ୭୫୩ ୦୨୨

୩. ଡ଼କ୍ଟର ଚାଇନା ପ୍ରଧାନ - ଶିକ୍ଷାବିଭାଗୀୟ ଅଧ୍ୟାପକ ଭାବେ ସଂପ୍ରତି କର୍ମରତ । ସେ ଶିକ୍ଷା ବିଷୟକ ଓ ଶିଶୁ ଉପଯୋଗୀ ସାହିତ୍ୟ ରଚନାରେ କୃତିତ୍ୱ ପ୍ରଦର୍ଶନ କରିଛନ୍ତି । ଠିକଣା : ମୁଖ୍ୟ ଅଧ୍ୟାପକ, ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ, ନାଉଗାଁ ହାଟ, ଜଗତ୍‌ସିଂହପୁର- ୭୫୪୧୧୩ ।

୪. ଶ୍ରୀ ସରୋଜକାନ୍ତ ଚୌଧୁରୀ - ଶିକ୍ଷା ବିଭାଗୀୟ ଅଧ୍ୟାପକ ଭାବେ ସଂପ୍ରତି କାର୍ଯ୍ୟରତ । ଶ୍ରୀ ଚୌଧୁରୀ ଶିକ୍ଷା ବିଷୟକ କେତେକ ଗ୍ରନ୍ଥର ପ୍ରଣେତା । ଶିଶୁ ସାହିତ୍ୟ ରଚନାରେ ସେ କୃତିତ୍ୱ ପ୍ରକାଶ କରିଛନ୍ତି । ଠିକଣା : ଅଧ୍ୟାପକ, ଶିକ୍ଷା ବିଭାଗ, ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ, ଭୁବନେଶ୍ୱର : ୧୪

୫. ଡକ୍ଟର ରବିନାରାୟଣ ଦାଶ – ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ସୁପରିଣ୍ଟେଣ୍ଡେଣ୍ଟ୍ ପଦରୁ ଅବସରପ୍ରାପ୍ତ ଡଃ ଦାଶ୍ ବହୁ ଗବେଷଣାମୂକଳ 'ଗ୍ରନ୍ଥ ଓ ପ୍ରବନ୍ଧର ରଚୟିତା ଭାବରେ - ଯଶସ୍ୱୀ । ଠିକଣା : କ୍ୱାଟର୍ସ ଭି.ଆର-୬୧, ୟୁନିଟ୍-୬, ଭୁବନେଶ୍ୱର-୧