ପୃଷ୍ଠା:Bhasa o Jatiyata.pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

୮ ଭାଷା ଓ ଜାତୀୟତା

କଥାଟିଏ କହୁଁ..... କି କଥା...?

ଭାଷା ମରେନି, ତାକୁ ମାରିିଆଯାଏ । ୬୫ହଜାର ବର୍ଷର ‘ବୋ’ ଜାତି ଭାଷା ମରି ନ ଥାନ୍ତା, ଯି ଆଣ୍ଡାମାନ୍ୱୀପରେ ଅଣ-ଅଣ୍ଡାମାନୀଙ୍କ ଅନୁପ୍ରବେଶ ଘଟି ନ ଥାନ୍ତା; ବିଶେଷକରି ଭାଷା ଓ ଜାତିପ୍ରେମୀ ତାମିଲ, ତେଲଗୁ, ବଙ୍ଗାଳୀ ଏଠାରେ ସ୍ଥାୟୀ ବସବାସକରି ନିଜର ପ୍ରଭାବବିସ୍ତାର କରିବାପାଇଁ ପରସ୍ପର ଭିତରେ ପ୍ରତି୍ୱନ୍ଦ୍ୱିତା କରି ନ ଥାନ୍ତେ । ଏମାନେ ନିଜର ପ୍ରାଧାନ୍ୟ ଖୋଇବାଭିତରେ ବିଚରା ବୋ ଆିବାସୀଙ୍କ ଭାଷା କେତେିନ ଏକାକୀ ସଂଗ୍ରାମ କରିଚାଲିବ,ମରିବାକୁ ତ ବାଧ୍ୟ । ସେହିପରି ସମୃଦ୍ଧ ମୈଥିଳୀଭାଷା ଲୋପ ପାଇଗଲା ହିନ୍ଦୀ, ପାର୍ସି ଓ ଇଂରାଜୀ ଭାଷାର ମିଳିତ ଆକ୍ରମଣରେ । ଯି ମିଥିଳାବାସୀ ନିଜ ଭାଷାପାଇଁ ଲଢ଼ି ନିଜପାଇଁ ସ୍ଥାନଖଣ୍ଡେ ସୁରକ୍ଷିତ ରଖିଥାନ୍ତେ ଆଜିର ମିଥିଳାଶିଶୁର ଓଠରେ ମୈଥିଳୀଭାଷା ନିଶ୍ଚିତ ଉଚ୍ଚାରିତ ହେଉଥାନ୍ତା । ଏଥିରୁ ଜଣାପଡେ ଶାସକର ଶକ୍ତି ଆଉ ଅନୁପ୍ରବେଶକାରୀଙ୍କ ଆତ୍ମ-ସୁରକ୍ଷିତ ମନୋଭାବ ଯୋଗୁଁ ଭାଷାଟିଏ ମରିଯାଏ କିମ୍ବା ସେହି ଭାଷା କହୁଥିବା ମଣିଷ ପ୍ରଶାସନର ଭାଷାକୁ ଗ୍ରହଣ କରି ଅଜାଣତରେ ନିଜଭାଷାକୁ ହତ୍ୟା କରିିଏ । ଏକ୍ଷେତ୍ରରେ ଓଡ଼ିଆଭାଷାର ସ୍ଥିତି ସଂପୂର୍ଣ୍ଣ ଅଲଗା । ଓଡ଼ିଆଭାଷା ସଂଘର୍ଷରୁ ଜନ୍ମନେଇଛି । ଏହାର ପୂର୍ବରୂପ ପାଲି ହେଉଛି ପୃଥିବୀର ଏକମାତ୍ର ଭାଷା, ଯିଏ ଦୀର୍ଘଦିନ ଧରି ଶାସକଭାଷା ଥିବା ସଂସ୍କୃତ ବିରୋଧରେ ଲଢେ଼ଇ କରି ପରାସ୍ତ କରିଛି । ପୁଣି ନିଜ ରୂପ ପରିବ•ର୍ନ ଭିତରେ ସଂସ୍କୃତ ତୁଲ୍ୟ ସାହିତ୍ୟକୃତି ଓ ଶବ୍ଦଭଣ୍ଡାର ସୃଷ୍ଟିକରି ନିଜ ଆଧିପତ୍ୟ ବିସ୍ତାର କରିଛି । ଏପରିକି ପାର୍ସି ବିରୋଧରେ ଲଢ଼ି ଏହାକୁ ନିଜର କାୟା ସ୍ପର୍ଶ କରିବାକୁ େଇନାହିଁ । ଓଡ଼ିଆଜାତିପାଇଁ ସବୁଠାରୁ ଗୌରବର କଥା ହେଲା,ଏହି ଜାତି ନଅଙ୍କ ୁର୍ଭିକ୍ଷରେ ନିଜର ଅସ୍ତିତ୍ୱକୁ ସଂପୂର୍ଣ୍ଣ ଭାବରେ ହରାଇ ବସିଥିବା ବେଳେ, କେବଳ ଓଡ଼ିଆଭାଷା ହିଁ ନିଜର ଶକ୍ତି ସାମର୍ଥ୍ୟରେ ଇଂରାଜୀ ଓ ବଙ୍ଗଳା ଭାଷା ବିରୋଧରେ ଲଢେ଼ଇ କରି ଭାଷାକୁ ନେଇ ଭୂମିଖଣ୍ଡେ ଯୋଗାଡ଼ କରିବାରେ ସଫଳ ହୋଇପାରିଥିଲା । ଅଥଚ ଏଭଳି ପ୍ରତିକୂଳ ସ୍ଥିତିରେ ନିଜର ଅସ୍ତିତ୍ୱ ସୁରକ୍ଷିତ ରଖିଥିବା ଓଡ଼ିଆଭାଷା ଭବିଷ୍ୟତରେ ଲୋପ ପାଇଯିବ ବୋଲି ଆଜି କାହିଁକି ଆଶଙ୍କା ସୃଷ୍ଟି ହୋଇଛି । ଏଥିପାଇଁ ୁଇଟି କାରଣ ।ୟୀ । ୧-ନିଜଭାଷା ପ୍ରତି ଓଡ଼ିଆଜାତିର ଉାସୀନତା, ଯାହା ରାଜ୍ୟ ସରକାର ଓ ତାଙ୍କ କର୍ମଚାରୀ ନିଜ ସୁବିଧାପାଇଁ ରାଜଭାଷା ଓଡ଼ିଆକୁ ସବୁକ୍ଷେତ୍ରରେ ସଂପୂର୍ଣ୍ଣରୂପେ ଅବହେଳା କରୁଛନ୍ତି । ୨-ଅନ୍ୟଭାଷା ପ୍ରତି ସ୍ୱାର୍ଥସମ୍ବଳିତ ମୋହ, ଅର୍ଥାତ୍ ହିନ୍ଦୀ ପଢ଼ିଲେ ଟଙ୍କା ମିଳିବ, ସଂସ୍କୃତ ପଢ଼ିଲେ ନମ୍ବର ମିଳିବ ଆଉ ଇଂରାଜୀ ପଢ଼ିଲେ ଚାକିରି ମିଳିବ । କିନ୍ତୁ ମାତୃଭାଷା ଓଡ଼ିଆ ପଢ଼ିଲେ ଅଯୋଗ୍ୟ ବୋଲି