ପୃଷ୍ଠା:Kathalahari (RN Das, 1927) opt.pdf/୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲକ୍ଷିତ ହେବ, ତାହା ଚିରକ୍ଷଣଶୀଳା ନାରୀମାନଙ୍କର ମୁଖ ନିଃସୃତ ଉତ୍କଳ ଭାଷାର ସ୍ୱାଭାବିକ ରୀତି । ତାହାର ଅଯତ୍ନସୁଲଭ ଅକୃତ୍ତିମ ମୁକ୍ତ ମାଧୁରୀର ମୋହିନୀ ଶକ୍ତି, କେତେକ ପଣ୍ଡିତମ୍ମନ୍ୟ ଉତ୍‌କଟ ରୁଚିତଗ୍ରସ୍ତ ଲୋକଙ୍କ ଛଡ଼ା, ଆଉ କିଏ ଅସ୍ୱୀକାର କରିବ ?

କେବଳ ଶିଶୁମାନଙ୍କ ଚିତ୍ତରଞ୍ଜନାର୍ଥ କାହାଣୀଗୁଡ଼ିକ ପ୍ରକାଶିତ ହୋଇଥିଲେହେଁ, ତାହା ବୟସ୍କମାନକଂର ଅବଜ୍ଞେୟ ବା ଉପେକ୍ଷଶୀୟ ନୁହେଁ । ତତ୍ତ୍ୱାନୁସନ୍ଧାୟୀମାନେ ସେଥିରେ ଭାଷା ମଧ୍ୟରୁ ଉତ୍କଳ ଭାଷାସମ୍ବନ୍ଧୀୟ ତତ୍ତ୍ୱ, ସେଥିରେ ବର୍ଣ୍ଣିତ ଘଟଣାମାନଙ୍କରୁ ପ୍ରାଚୀନ ରୀତିନୀତି-ବିଶ୍ୱାସ-ବିଷୟକ ତଥ୍ୟ ଏବଂ ଅନ୍ୟ ନାନାବିଧ ସତ୍ୟ ମଧ୍ୟ ଆବିଷ୍କାର କରିପାରନ୍ତି । ଏହି ଗ୍ରାମ୍ୟ ଗଳ୍ପ ସାହିତ୍ୟସଙ୍ଗରେ ଅପର ଦେଶରେ ଅନ୍ୟ ଭାଷାରେ ପ୍ରଚଳିତ ଗଳ୍ପ-ସାହିତ୍ୟର ତୁଳନା କରି ସୌସାଦୃଶ ଓ ବୈଷଦୃଶ୍ୟର ହେତୁ ନିର୍ଦେଶ-ପୂର୍ବକ ନାନା ପ୍ରତ୍ନତତ୍ତ୍ୱ ମଧ୍ୟ ଆବିଷ୍କୃତ ହୋଇପାରେ । ଏପରି ଅବସ୍ଥାରେ ଯେଉଁମାନେ ପ୍ରାଚୀନ ଗ୍ରାମ୍ୟ ସାହିତ୍ୟକୁ ଅବିକୃତ ଭାବରେ ସଂରକ୍ଷଣ କରିବାକୁ ଯତ୍ନ କରୁଅଛନ୍ତି ସେମାନେ ସର୍ବତୋଭାଜରେ ପ୍ରଶଂସର୍ହ । ମୋର ସମ୍ପୂର୍ଣ୍ଣ ଆଶା ଯେ ପ୍ରକାଶକ ମହାଶୟଙ୍କର ପ୍ରୟାସ ସର୍ବତୋଭାବେ ସଫଳ ହେବ ।

ଶ୍ରୀ ମଧୁସୂଦନ ରାଓ ।