"ଝ" - ଝୁମୁଝୁମୁ ନାଦ ଲଳିତାଙ୍କ ପାଦ
ଦେଖଣା
←"ଜ" - ଜଳଜନୟନା ଜାତି କେଡ଼େ କରକଶ ଗୋ | ଚୌପଦୀ ରତ୍ନାକର ଲେଖକ/କବି: ଝୁମୁ ଝୁମୁ ନାଦ ଲଳିତାଙ୍କ ପାଦ |
"ଞ" - ନୟନେ ନିମିଷେ ନିଦ→ |
ଝୁମୁ ଝୁମୁ ନାଦ ଲଳିତାଙ୍କ ପାଦ
(ରାଗ: ବଙ୍ଗଳାଶ୍ରୀ)
ଝୁମୁ ଝୁମୁ ନାଦ ଲଳିତାଙ୍କ ପାଦମଣ୍ଡନର ଶୁଣି ତୋଷେ,
ଝୁମି ଝୁମି କାମ ଅମଳରେ ଶ୍ୟାମ ମିଳି କୁଞ୍ଜଦ୍ଵାରଦେଶେ । ୧ ।
ଝାଉଁଳିଲା ନବ ତମାଳ ପଲ୍ଲବ ଅବସ୍ଥା ଶ୍ରୀଅଙ୍ଗେ ରଖି,
ଝରିବାର ବାରି ନୟନୁ ନିବାରି ଜଳପିଲେ ପ୍ରିୟସଖୀ । ୨ ।
ଝିମିଟକ କଳ୍ପ ଶତରୁ ଅନଳ୍ପ ହୋଇଲାଣି ଝର ଝର,
ଝଷଧ୍ବଜ-ଧନଞ୍ଜୟ ଝାସ ଜ୍ଞାନଲତାକୁ ଦେଲାଣି ସାରି । ୩ ।
ଝାଙ୍କିନେଇ ମନ-ମଣିକି ଯା ସ୍ତନ ସମ୍ପୂଟରେ ରଖାଇଲୁ,
ଝଟତି ତା ରଦବାସରୁ ସୁଆଦ ମଧୁ ତ ନ ଚଖାଇଲୁ । ୪ ।
ଝାଳିଦେଲୁ ନାହିଁ ଝଳି ଚାନ୍ଦମୁହିଁ ଗଣ୍ଡକୁ ମୋ ଗଣ୍ଡେ ଥରେ,
ଝଲାଇ ନ ଦେଲି ରସକଳ୍ପବଲ୍ଲୀ ଊରୁମୂଳସ୍ଥଳ କରେ । ୫।
ଝୁମ୍ପା ଝାଲରିଆ ଅଳକ ତିଳକଶୋଭିନୀର କେଶବେଶେ,
ଝରା ଖଞ୍ଜି ବିମ୍ବଓଷ୍ଠେ ଶତ ଚୁମ୍ବ ରଚିବି କେବେ ହରଷେ । ୬।
ଝୁଣ୍ଟିଆ ବିଜୟ ବାଦ୍ୟେ ହରିହୟପଦବିଭୁତି ନିରତେ,
ଝୁଣ୍ଟି ଦେଇ ଯିବି କେବେ କବିରବି ରାୟଗୁରୁ ବୋଲେ ଗୀତେ । ୭।