ପୃଷ୍ଠା:Sarala Bhashatattwa.pdf/3

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

'ଇ' ଓ 'ଉ' ସ୍ୱରବର୍ଣ୍ଣର ମାତ୍ରାମାନଙ୍କର ଓଡ଼ିଆ ଭାଷାରେ ବିଶୃଙ୍ଖଳ ବ୍ୟବହାର ଅନୁସରଣ କରି ଏ ପୁସ୍ତକର ବହୁ ସ୍ଥାନରେ ଭିନ୍ନ ଭିନ୍ନ ବନାନ ବ୍ୟବହୃତ ହୋଇଅଛି, ଯଥା - ଇଂରାଜି, ଇଂରାଜୀ; ଦ୍ରାବିଡ଼, ଦ୍ରାବୀଡ଼ ଇତ୍ୟାଦି । ପୁଣି 'ନ' ଓ 'ଣ' ଓ ଅନ୍ୟାନ୍ୟ ବର୍ଣ୍ଣମାନଙ୍କର ବିଶୃଙ୍ଖଳ ବ୍ୟବହାର ପ୍ରତି ମଧ୍ୟ ଇଙ୍ଗିତ କରାଯାଇଅଛି ।

ଏ ପୁସ୍ତକର ପ୍ରୁଫ୍ ସଂଶୋଧନ ନିମନ୍ତେ ଶ୍ରୀମାନ୍ ଆର୍ତ୍ତତ୍ରାଣ ପ୍ରହରାଜ ଓ ସହକର୍ମୀ ଶ୍ରୀ ରାମଚନ୍ଦ୍ର ମହାପାତ୍ର ବିଶେଷ ସାହାଯ୍ୟ କରିଥିବାରୁ ସେମାନଙ୍କ ନିକଟରେ ମୁଁ କୃତଜ୍ଞ ।


ଲେଖକ