ପୃଷ୍ଠା:Kaunri Kamachandira dese.pdf/34

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସେହିପରି ବ୍ରହ୍ମପୁତ୍ର ନଦୀ ମଝିରେ ଉମାନନ୍ଦଠାରୁ ଦକ୍ଷିଣକୁ ଅଛି ଉର୍ବଶୀକୁଣ୍ଡ । ଏଠାରେ ଗାଧୋଇଲେ ବହୁ ଧର୍ମ ମିଳିଥାଏ । ଗୌହାଟୀ ଉତ୍ତରକୁ ବ୍ରହ୍ମପୁତ୍ରର ଆରପାଖରେ ଅଛି ଅଶ୍ୱକ୍ଲାନ୍ତା ନାମକ ଏକ ସ୍ଥାନ । ଭଗବାନ ବିଷ୍ଣୁ କଚ୍ଛପ ରୂପରେ ଏଠାରେ ଗୋଟିଏ ମନ୍ଦିରରେ ପୂଜା ପାଆନ୍ତି । ପାହାଡ଼ ଉପରେ ଗୋଟିଏ ସ୍ଥାନରେ ନାରାୟଣ ସାପଶେଜରେ ଶୋଇଥିବାର ଦୃଶ୍ୟ । ଏଠାରେ ନାରାୟଣଙ୍କ ପଦଚିହ୍ନ ପଡ଼ିଥିବାର ଦେଖାଯାଏ । ହିନ୍ଦୁମାନେ ଏଠାରେ ପିଣ୍ଡଦାନ କରିଥାଆନ୍ତି ।

୩୪