ପୃଷ୍ଠା:Amari jatir agua neta.pdf/3

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅଭିମତ
ଡକ୍‌ଟର ଜଗନ୍ନାଥ ମହାନ୍ତିଙ୍କ ପ୍ରଣିତ ପୁସ୍ତକ
"ଆମରି ଜାତିର ଆଗୁଆ ନେତା" ପଢିବାର ସୁଯୋଗ ପାଇଲି ।
ଅପାର ଆନନ୍ଦ ଲାଭ କଲି । ଭାବ ଓ ଭାଷା ମଧ୍ୟରେ ପରିପୂରକତା
ତଥା ସମତାରକ୍ଷା କରିବାର ବିରଳ ସଫଳତା ଅର୍ଜନ କରିଛନ୍ତି ଲେଖକ ।
ଯେଉଁ ଆଗୁଆ ନେତାଙ୍କ ଜୟଗାଥା ଶଂସିତ ପୁସ୍ତକରେ
ଆଲୋଚନା କରାଯାଇଛି ସେମାନେ ହେଉଛନ୍ତି, ବକ୍ସି ଜଗବନ୍ଧୁ,
ଦଳବେହେରା, ସୁରେନ୍ଦ୍ର ସାଏ, ବାଘାଯତୀନ ଓ ଲକ୍ଷ୍ମଣ ନାୟକ ।
ଦେଶପାଇଁ ଆତ୍ମୋସ୍ତ୍ରର୍ଗର ଏସବୁ ଦୃଷ୍ଟାନ୍ତ ଇତିହାସରେ ଅନନ୍ୟସାଧାରଣ ।
କେବଳ ସେତେବେଳେ ଏହା ସମ୍ଭବ ଥିଲା, ତ୍ୟାଗ ଶୋର୍ଯ୍ୟ ଓ ବୀରତ୍ବ
ଇତିହାସକୁ ମହିମା ମଣ୍ଡିତ କରିଥିଲା। ଆଜିଏସବୁ ସଦଗୁଣର ଏକାନ୍ତ
ଆବଶ୍ୟକତା ଥିଲେ ହେଁ ସେ ପ୍ରକାର ବୀର ପୁରୁଷଙ୍କ ଅଭାବ ଆମକୁ
ଘାଇ ପକାଉଛି। ପାଠକଂକୁ ସେ ଦିଗରେ ଅନୁପ୍ରାଣିତକରି ପାରିଲେ
ଲେଖକଙ୍କ ଶ୍ରମ ସାର୍ଥକ ହେବ ସନ୍ଦେହ ନାହିଁ ।
ଲେଖକ ଡକ୍ଟର ମହାନ୍ତିଙ୍କ ଅକ୍ଲାନ୍ତ ପରିଶ୍ରମ ଅତୁଟ ରହୁ,ଏହି କାମନ
କରୁଛି ।
ଭୁବନେଶ୍ୱର *
ଶତ୍ରୁଘ୍ନ ନାଥ