ପୃଷ୍ଠା:Amari jatir agua neta.pdf/17

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମନ୍ଦିରତ ଯାଇଥିଲା । ରାଜାଙ୍କ ଚଳିବା ପାଇଁ କିଛି ଭତ୍ତା କେବଳ ଖଞ୍ଜି ଦିଆଗଲା। ଗଜପତି ରାଜା ପୁଣି ନିଜେ ଚଳିବା ପାଇଁ ଇଂରେଜମାନଙ୍କ ହାତ ଟେକାକୁ ଚାହଁ ରହିଲେ ।

ଇଂରେଜ ସରକାର ତିନି ଚାରି ବର୍ଷରେ କମି ବନ୍ଦୋବସ୍ତ କରି ଖଜଣା ବଢାଇବାରେ ଲାଗିଲେ । ଦିନ କୁ ଦିନ ଏହାର ଭାର ଅସମ୍ଭାଳ ହେଲା । ଆଗରୁ ତ ରାଜା ଖାଜଣା ନେଉ ନଥିଲେ । ଏବେ ଖଜଣା ଭାର ବଢିବାରୁ ଲୋକଙ୍କୁ ବାଧିଲା । ଅନେକ ଜମିଦାରଙ୍କ ଜମିଦାରୀ ମଧ୍ୟ ଖଜଣା ନ ଦେଇପାରିବାରୁ ନିଲାମ୍ ହେଲା । ସାଧାରଣ ଲୋକମାନାନମଙ୍କଠାରୁ ରାଜା ଜମିଦାର ଯାଏ ସମସ୍ତେ ବଡ ହଇରାଣ ହରକତ ହେଲେ । ସେମାନଙ୍କ ମନରେ ବିଦ୍ରୋହର ନିଆଁ ଜଳିବାରେ ଲାଗିଲା ।

ଲୋକଙ୍କ ମନରେ ଯେଉଁ ନିଆଁ କୁହୁଳୁ ଥିଲା, ତାହା ୧୮୧୭ ମସିହାରେ ହୁତ୍ କରି ଜଳି ଉଠିଲା । ଓଡିଆ ପାଇକମାଙ୍କର ବିର ରକ୍ତ ଟକ୍ ଟକ୍ କରି ଫୁଟିଲା । ସେମାନଙ୍କର ନେତା ହେଲେ ଖୋର୍ଧା ବକ୍ସି ଜଗବନ୍ଧୁ ବିଦ୍ୟାଧର । ରାଜାଙ୍କ ସେନାପତିଙ୍କୁ ବକ୍ସି କୁହା ଯାଉଥିଲା। ଯୁଗ ଯୁଗ ଧରି ଯେଉଁ ସେନାପତି ପାଇକ ସେନାଙ୍କର ନେତୃତ୍ୱ

17