ପୃଷ୍ଠା:Amari jatir agua neta.pdf/18

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନେଇ ଗଙ୍ଗାଠାରୁ ଗୋଦାବରୀ ଯାଏ ରାଜ୍ୟ ଜୟ କରିଥିଲେ, ସେଇ ସେନାପତି ବଂଶର ବକ୍ସି ଜଗବନ୍ଧୁ ସେମାନଙ୍କୁ ନୂଆ ବଳ ଓ ସାହାସ ଦେଲେ । ସେମାନଙ୍କର ନିରାଶ ମନରେ ଆଶାର ସଂଚାର କଲେ । ଖୋର୍ଦ୍ଧା ମୁଲକରେ ଆନ୍ଦୋଳନର ସୁଅ ଛୁଟିଲା ।

ବକ୍ସି ଜଗବନ୍ଧୁ ରୋଢଙ୍ଗ ପ୍ରଗନା ବୋଲି ଏକ ବଡ ଇଲାକା କେତେ ପୁରୁଷ ଧରି ସେନାପତି କାମ ପାଇଁ ଜାଗିରୀ ପାଇଥିଲେ । କିନ୍ତୁ ଏବେ ସେ ମଧ୍ୟ ଏଥିରୁ ବଂଚିତ ହୋଇ ବଡ ଦୀନହୀନ ଅବସ୍ଥାରେ ଚଳୁଥିଲେ ।

ବକ୍ସି ଜଗବନ୍ଧୁଙ୍କ ଚଳିବା ଅବସ୍ଥା ସିନା ଖରାପ ହୋଇଥିଲା, ତାଙ୍କ ମନର ଅବସ୍ଥା ସେମିତି ଦୃଢ ଥିଲା । ସେ ଖୁବ୍ ବୁଦ୍ଧିମାନ ଓ ସାହାସୀ ଥିଲେ । ନିଜ ଦେଶ- ତା'ର ଭୂଇଁ, ତା'ର ପାଣି ପବନ, ତା'ର ରାଜା, ଠାକୁର ସବୁ ତାଙ୍କର ଅତି ପ୍ରିୟ ଥିଲା । ସେ ସମସ୍ତଙ୍କୁ ଦାଣ୍ଡର ଭିକାରୀ କରିଥିବା ଇଁରେଜ ଶାସନକୁ କେତେଦିନ ବା ମୁଣ୍ଡପାତି ସହନ୍ତେ?

୧୮୧୭ ମସିହା ମାର୍ଚ୍ଚ ମାସ। ଗଞାମ ଘୁମୁସର ଅନ୍ ଚଳରୁ ପ୍ରାୟ ଚାରି ପାଞ୍ଚ ଶହ କନ୍ଧ ଆସି ଖୋ୍ର୍ଦ୍ଧା ଅଞ୍ଚଳରେ ଲୁଟ୍ ତରାଜ ଆରମ୍ଭ କରି

18