ପୃଷ୍ଠା:Amari jatir agua neta.pdf/53

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସବୁ ଦୁଃଖର ଭାଗୀ ହୋଇଥିଲେ। ପିଲାଦିନୁ ସୁରେନ୍ଦ୍ର ଅନ୍ୟାୟର ବିରୋଧ କରୁଥିଲେ। ୧୮୨୭ ମସିହାରେ ସମ୍ବଲପୁରର ରାଜା ମହାରାଜା ସାଏ ପ୍ରାଣତ୍ୟାଗ କଲେ। ତାଙ୍କ ପୁଅ ନଥିବାରୁ ସୁରେନ୍ଦ୍ର ସମ୍ବଲପୁର ରାଜବଂଶର ଉପଯୁକ୍ତ ଦାୟାଦ ଭାବରେ ରାଜଗାଦି ଦାବୀ କଲେ। କିନ୍ତୁ ତାଙ୍କପରି ଟାଣୁଆ ଲୋକ ରାଜା ହେଲେ ସେମାନେ ମନମୁଖୀ ଭାବରେ ଲାଭ ଉଠାଇ ପାରିବେ ନାଁହି ଭାବି ଇଂରେଜମାନେ ବରପାଲୀର ଜଣେ ବୁଢା ଜମିଦାର ନାରାୟଣ ସିଂହଙ୍କୁ ରାଜଗାଦିରେ ବସାଇଲେ।

ଏହି କାରଣରୁ ରାଜ୍ୟସାରା ଅଶାନ୍ତି ଖେଳିଗଲା। ସମ୍ବଲପୁରରୁ ଗଣ୍ଡ ଓ ବିନ୍ ଝାଲ ଜମିଦାରମାନେ ସୁରେନ୍ଦ୍ର ସାଏଙ୍କୁ ପ୍ରକୃତ ରାଜା ଭାବରେ ଗ୍ରହଣ କରି ଇଂରେଜଙ୍କ ଏପରି କାମରେ ତାତି ଉଥିଲେ। ଅନେକେ ମେଳି କଲେ।ଚ ଉଦିଗରେ ବିଦ୍ରୋହର ନିଁଆ ଖେଳିଗଲା। ଦିନେଏ ତାଙ୍କୁ ମିଛରେ ଦାକି ଆଣି ନାରାୟଣ ସିଂହ ଇଂରେଜଙ୍କ ଦ୍ୱାରା ଗିରଫ କରାଇଥିଲେ। ଶେଷରେ ୧୮୪୦ ମସିହାରେ ସୁରେନ୍ଦ୍ର ସାଏ ଓ ତାଙ୍କ ସାନଭାଇ ଉଦନ୍ତଙ୍କର