ପୃଷ୍ଠା:Amari jatir agua neta.pdf/66

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଇଂରେଜ ଦରିଆ ପାରି କରିବା କିମ୍ବା ସେମାନଙ୍କର ମୂଳପୋଛ କରିବା ପାଇଁ ସେମାନେ ଲାଗି ପଡିଛନ୍ତି । ମର ଅବା ମାର-ସେମାନଙ୍କର ବ୍ରତ ହୋଇଛି ।

ମୟୂରଭଞ୍ଜର କପ୍ତିପଦା ଜଙ୍ଗଲରୁ ଆସି ଚଷାଖଣ୍ଡ ଗାଁ ପାଖରେ ସେମାନେ ଗୁମ୍ଫା ଭିତରେ ଛପି ରହିଛନ୍ତି । ସୁଯୋଗକୁ ଛକି ରହିଛନ୍ତି । ମଉକା ଦେଖି ଇଂରେଜଙ୍କ ଉପରେ ଚଢ଼ଉ କରିବା ପାଇଁ ସଜ ହେଉଛନ୍ତି।


ଏହି ସମୟେର ହଠାତ ଦୂରରୁ ବିଗୁଲ୍ ଶବ୍ଦ ଶୁଣାଗଲା । ବନ୍ଧୁ କ ଧରି ଯୁବକ ଦଳ ସଜ ହୋଇଗଲେ । ସେମାନଙ୍କର ନେତା ଯତିନ୍ଦ୍ର ପାହାଡ଼ ଉପରକୁ ଚଢ଼ି ଇଂରେଜ ସିପେହି ମାନଙ୍କ ଗତିବିଧି ଲକ୍ଷ୍ଯ କଲେ । ନିଜେ ବନ୍ଧୁକ ସଜ କରି ଉଠାଇ ଧରିଲେ । ଇଂରେଜ ଫଊଜଙ୍କୁ ପାଖେଇ ଆସିବାର ଦେଖି ପାଟି କରି ଉଠିଲେ-ଚଳାଅ ବନ୍ଧୁକ,ଚଳାଅ .... ବନ୍ଦେ ମାତରମ୍ ।


ଏକ ସମୟରେ ବନ୍ଧୁକ ଗର୍ଜି ଉଠିଲା । ଗୁଡୁମ୍ , ଗୁଡୁମ୍ ,ଗୁଡୁମ୍ । ଗୋଟିଏ ସିପେହି ଟଳି

66