ପୃଷ୍ଠା:Amari jatir agua neta.pdf/89

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜଣେ ଜଙ୍ଗଲ ଚପରାସୀ ମଦପିଇ ପୋଲିସଙ୍କ ସାଙ୍ଗରେ ଆଖିବୁଜା ଲାଠି ଚଲାଇଥିଲା । ତା ନିଜ ମୁଣ୍ଡରେ ତା ଲାଠି ଖୁବ୍ ଜୋରରେ ବାଜିବାରୁ ସେ ଅଚେତା ହୋଇ ତଳେ ପଡ଼ିଗଲା । ପୋଲିସମାନେ ତାଙ୍କ ଭିତରୁ ଜଣଙ୍କର ଏଇ ଅବସ୍ଥା ଦେଖି ଆହୁରି ରାଗିଗଲେ । ଜଣେ ପୋଲିସ ଆସି ଲକ୍ଷ୍ମଣଙ୍କ ମୁଁହରେ ବନ୍ଧୁକର ସଂଗୀନକୁ ଭୁସିଦେଲା । ତା’ର ମୁହଁସାରା ରକ୍ତରେ ଜୁଡ଼ୁବୁଡ଼ୁ ହୋଇଗଲା । ସେ ଅଚେତ ହୋଇ ପଡ଼ିବାରୁ ପୋଲିସ ମରିଗଲା ଭାବି ତା ଗୋଡ଼କୁ ଧରି ଘୋଷାଡ଼ି ଘୋଷାଡ଼ି ଗୋଟିଏ ନାଳରେ ଫିଙ୍ଗି ଦେଲେ । ଆଗରୁ ପୋଲିସ ଗୁଳିରେ ମରିଥିବା ସବୁ ଲୋକଙ୍କ ଶବ ସେଠାରେ ଫିଙ୍ଗା ଯାଇଥିଲା । ରାତି ଅଧକୁ ଲକ୍ଷ୍ମଣଙ୍କର ଚେତା ଆସିଲା । ମୁହଁରେ ରକ୍ତ ଜମାଟ ବାନ୍ଧି ଯାଇଥିଲା । ଘନ ଅନ୍ଧକାରରେ କିଛି ଦେଖା ଯାଉନାହିଁ । ଥାନା ବାରଣ୍ଡାର ଗୋଟିଏ ଲଣ୍ଠନ ମିଞ୍ଜିମିଞ୍ଜି ହୋଇ ଜଳୁଛି । ବେଶୀ ଦୂର ନୁହେଁ । ତେବେ ପୋଲିସମାନେ ଶୋଇ ପଡ଼ିଲେ । ମୁର୍ଦ୍ଦାର ଗଦା