ପୃଷ୍ଠା:Amari jatir agua neta.pdf/95

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଟାଣ ! ମାତୃଭୂମି ପାଇଁ ତାର ମନ କେତେ କାନ୍ଦୁଛି? ଏକ ସ୍ୱରରେ ସମସ୍ତେ କହି ଉଠିଲେ- ଭାରତ ମାତାକୀ ଜୟ!!

୧୯୪୩ ମାର୍ଚ୍ଚ ୨୯ ତାରିଖ । ରାତି ଭଲ ଭାବରେ ପାଇ ନାହିଁ । କାଉ କାଆ କରିବା ଆଗରୁ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଆସି କହିଲେ- ଲକ୍ଷ୍ମଣ,ଚାଲ ତୁମର ସମୟ ହୋଇଗଲା ।

ଲକ୍ଷ୍ମଣ ସତେ ଯେମିତି ଏଇ ଡାକକୁ ଚାହିଁ ରହିଥିଲା । ମନରେ ତାଙ୍କର ଦୁଃଖର ଲେଶମାତ୍ର ଚିହ୍ନ ନାହିଁ । ମୁହଁରୁ ଯେମିତି ହସ ଉକୁଟି ଉଠୁଛି । କୋଠରୀରୁ ବାହାରି ଆସିଲା ପରେ ତାଙ୍କ ମୁହଁରେ କଳାକନା ଘୋଡାଇ ଦିଆଗଲା । ଗୋଟିଏ ମଞ୍ଚ ଉପରେ ଠିଆ କରାଇ ତାଙ୍କ ଗଳାରେ ଫାଶ ବାନ୍ଧି ଝୁଲାଇ ଦିଆଗଲା । ଆଖି ପିଛୁଳାକେ ସବୁ ଶେଷ । ଲକ୍ଷ୍ମଣଙ୍କ ମର ଦେହଟା ପଡି ରହିଲା ।

ଲକ୍ଷ୍ମଣ ସିନା ତାଙ୍କ କାମ ସାରି ଚା‌ଲିଗଲେ, କିନ୍ତୁ ତାଙ୍କ କଥାରେ ଜାତି ଯେମିତି ତାତିଥିଲା, ଦେଶର ମୁକତି ପାଇଁ ଯେମିତି ଚେତିଥିଲା,