ପୃଷ୍ଠା:Amari jatir agua neta.pdf/୭୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲୋକ ମାନଙ୍କୁ ମତାଇଲେ ଆଉ ତତାଇଲେ । ଲୁଚିଛପି ଗୋରା ଅଫିସର ଆଉ ଗୋରା ଫଉଜଙ୍କ ଉପରେ ଆକ୍ରମଣ କଲେ । ଏଇ ବିପଲ୍ଲବି ମାନଙ୍କର ନେତା ଶ୍ରୀ ଅରବିନ୍ଦ ଜତିନ୍ଦ୍ରଙ୍କ ଉପରେ ଖୁବ୍ ଖୁସି ହେଲେ ।
ଏହି ସମୟରେ ଜର୍ମାନୀରୁ ଚୋରାରେ ହାତ ହତିଆର ଆସିବାର ବ୍ଯବସ୍ଥା ହେଲା । ଭାରତସାରା ଗୋଟିଏ ଭୟଙ୍କର ବିଦ୍ରୋହ ଚଳାଇବାର ସବୁପ୍ରକାର ଆୟୋଜନ ଚାଲିଲା । ଯତୀନ୍ଦ୍ରନାଥଙ୍କ ନେତୃତ୍ବରେ ନିରେନ୍ , ମନୋରଞ୍ଜନ,ଜ୍ଯୋତିଷ ପ୍ରଭୃତି ବୀର ଯୁବକମାନେ ଜର୍ମାନୀ ଜାହାଜରେ ଆସୁଥିବା ଚୋରା ହାତ ହତିଆର ସବୁ ସଂଗ୍ରହ କରିବାର ଦାୟିତ୍ବ ନେଲେ । ମୟୁରଭଞ୍ଜ ଜିଲାର କପ୍ତିପଦାର ମହୁଲଡ଼ିବା ଗ୍ରାମରେ ଏକ ଆଶ୍ରମ କରି ସେମାନେ ସାଧୁ ବେଶରେ ରହିଲେ । ଗ୍ରାମବାସୀମାନଙ୍କୁ ରାତିରେ ପାଠ ପଢାଇବା, ରୋଗ ଚିକିତ୍ସା କରିବା ଆଦି ସେବା କାର୍ଯ୍ଯ ଚାଲିଲା । କଲିକତାର ପୋଲିସ ଏଇ ଖବର ପାଇ ସେଇ ଦୋକାନ ଖାନ ତଲାସ କରି ବହୁ ଗୁପ୍ତ