ପୃଷ୍ଠା:Amari matir amar shaheed.pdf/୫୯

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଡକ୍ଟର ଜଗନ୍ନାଥ ମହାନ୍ତି ବର୍ତ୍ତମାନ ରାଜ୍ୟଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ପ୍ରାଧ୍ୟାପକ । ଶିକ୍ଷା ବିଭାଗର ବିଭିନ୍ନ ଦାୟିତ୍ୱରେ ସେ ୨୫ ବର୍ଷ ଧରି କାର୍ଯ୍ୟ କରି ଆସିଛନ୍ତି । ତାଙ୍କର ଦକ୍ଷତା ଓ ସଫଳତା ଯୋଗୁଁ ସେ ଦୁଇଥର ରାଜ୍ୟଗୋଷ୍ଠୀ ବୃତ୍ତି ଲାଭ କରି ଲଣ୍ଡନରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି ।

ଡକ୍ଟର ମହାନ୍ତି ଓଡ଼ିଆରେ ୩୫ ଖଣ୍ଡ ଓ ଇଂରେଜିରେ ୮ଖଣ୍ଡ ବ‌ହିର ଲେଖକ । ଶିଶୁ ସାହିତ୍ୟରେ ତାଙ୍କର ୨ ଖଣ୍ଡ ଜାତୀୟ ସ୍ତରରେ ଓ ୭ ଖଣ୍ଡ ରାଜ୍ୟ ସ୍ତରରେ ପୁରସ୍କୃତ । ଓଡ଼ିଶା ନାଟକ ଏକାଡ଼େମୀ, ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଭୃତି ସଂସ୍ଥା ଦ୍ୱାରା ସେ ଉପାୟନ ପ୍ରାପ୍ତ ।

ପୌଢ଼ ସାହିତ୍ୟରେ ତାଙ୍କର ୪ ଖଣ୍ଡି ବ‌ହି ଭାରତ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛି । ଆମ ରାଜ୍ୟ ଓ ଦେଶର ଶହୀଦମାନଙ୍କ ସମ୍ପର୍କରେ ତାଙ୍କର ଲେଖାଗୁଡ଼ିକ ସର୍ବତ୍ର ଆଦୃତ ହୋଇଛି ।

୧୯୮୧ ଓ ୧୯୮୨ ବର୍ଷ ତାଙ୍କ ରଚିତ "ଆମରି ଜାତିର ଆଗୁଆ ନେତା" ଓ "ଆମରି ଦେଶର ଅମର ଶହୀଦ୍" ଯଥାକ୍ରମେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପୁରସ୍କାରପ୍ରାପ୍ତ ହୋଇଥିଲା । ଏହି "ଆମରି ମାଟିର ଆମର ଶହୀଦ୍" ସେହି କ୍ରମରେ ଏକ ଉପାଦେୟ ପୁସ୍ତକ ।