( ୭୦ )
ଆଖିରୁ ଝରିଲା ଲୁହର ଧାର । ନେତାମାନେ ପୁଷ୍ପାଞଳି ଦେଲେ । ତୁହାକୁ ତୁହା ଲୋକଙ୍କ ଭିତରୁ ଶୁଣାଗଲା-
ଶହିଦ ବାଜିରାଉତ କୀ ଜୟ
ଭାରତ ମାତା କୀ ଜୟ
ବନ୍ଦେ ମାତାରମ୍
ସାନ ପିଲାଟିଏ ହେଲେ ବି ବଡ଼କଥା ସେ କରିଗଲା । ମରି ମଧ୍ୟ ସେ ହେଲା ଅମର । ଦେଶର ସ୍ୱାଧୀନତା ପାଇଁ ସେ ହେଲା ଶହିଦ । ଜାତିକୁ ଦେଇଗଲା ନୂଆମନ୍ତ୍ର - କର ବା ମର ।
କବି ସଚ୍ଚି ରାଉତରାୟ ତେଣୁ ଗାଇଥିଲେ-
ଏଡିକି ସେ ଅମାନିଆ ପିଲା
ଫଉଜର ଗୁଳିଗୁଳା, ରଜା ଝଡ କିଛି ନ ମାନିଲା
ଧୂଲିଖେଳ ଛାଡ଼ି
ଗୁଳି ଆଗେ ଜୀବନକୁ ହସି ହସି ଦେଲା ସିନା ବାଢ଼ି,
ଛୋଟ ପୁଣି ଏଡେ ସେ ବିରାଟ ।
ଜୀବନ ପାରିଲା ନାହିଁ ରଖି ତାକୁ
ମୃତ୍ୟୁ ତାରେ ଛାଡିଦେଲା ବାଟ ।
ସବୁ ଆଡେ ଖେଲିଗଲା ବାଜିରାଉତର ଅପୂର୍ବ ସାହସ ଓ ବୀରତ୍ୱର କାହାଣୀ । ଏ ଜାତିକୁ ତାହା ମତାଇଦେଲା, ତତାଇଦେଲା ଆଉ ସ୍ୱାଧିନତାର ସୁଆଦ ଚଖାଇ ଦେଲା ।
ସାରା ଦେଶ ଜାଗି ଉଠିଲା । ଇଂରେଜ ଶାସନ ହଟାଇବାକୁ ସବୁରି ମନରେ ନୂଆ ଦମ୍ଭ ଚେଇଁ ଉଠିଲା । ସାନଠାରୁ ବଡ଼ଯାଏ ଶପଥ ନେଲେ । ଏଦେଶକୁ ସ୍ୱାଧୀନ କରିବେ । ଅସମ୍ଭବ କଥା ସମ୍ଭବ କରିବେ ।
ତାହାହିଁ ହେଲା । ସ୍ୱପ୍ୱ ସତ୍ୟ ହେଲା । ଆମ ଦେଶ ସ୍ୱାଧୀନ ହେଲା । ଫିରିଙ୍ଗ ଶାସନ ସବୁଦିନ ପାଇଁ ଲୋପ ହେଲା ।