ପୃଷ୍ଠା:Amari jatir agua neta.pdf/୮୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜମାଦାର ହୁକୁମ ଦେଲେ- ଅତିଶୀଘ୍ର ଏଇ ସ୍ଥାନ ଛାଡ଼ି ଚାଲିଯାଅ । ନଚେତ ଜୀବନ ନେଇ ଫେରି ପାରିବ ନାହିଁ ।

ଲକ୍ଷ୍ମଣ ଖୁବ୍ ଜୋରରେ ଉତ୍ତର ଦେଲେ-ଆମେ ପଣ କରିଚୁ । ପ୍ରାଣ ଯିବ ସିନା, ଫେରିବୁ ନାହିଁ । ଯେତେବେଳେ ସ୍ୱରାଜ୍ୟ ପାଇଁ ଏ ଗୋଡ଼ ଆଗକୁ ବଢ଼ାଇଛୁ ହଟିବୁ ନାହିଁ ।

ପୋଲିସମାନେ ତାତି ଉଠିଲେ । ଜମାଦାର ଗର୍ଜିଉଠିଲେ- କ'ଣ କରିଚ ? ହଟିବ ନାହିଁ ? ସ୍ୱରାଜ ନବ ? ହଉ ନିଅ ।

ଏହା ପରେ ପୋଲିସଙ୍କୁ ଲାଠି ଚଲାଇବାକୁ ହୁକୁମ ଦେଲେ । ଲକ୍ଷ୍ମଣ ସବୁ ସହିଯିବାକୁ କହୁଥାନ୍ତି । ଶହ ଶହ ଲୋକଙ୍କ ମୁଣ୍ଡ ଫାଠିଲା, ହାତଗୋଡ଼ ଭାଙ୍ଗିଲା । ତ‌ଥାପି ଲୋକେ ହଟିଲେ ନାହିଁ ।

ପୋଲିସ ଦେଖିଲେ ସବୁ ନାଟର ଗୋବର୍ଦ୍ଧନ ହେଉଛନ୍ତି ଲକ୍ଷ୍ମଣ ! ତାଙ୍କୁ ଜବତ ନ‌କଲେ ହେବ୮୭