ପୃଷ୍ଠା:Amari matir amar shaheed.pdf/୪୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୪୧ )

ସାଧୀନତା ପାଇଁ ଯାହା ଦରକାର ସବୁ କରିବାକୁ ଜବାବ ଦେଇଥିଲେ । ଇଂରେଜ ସେନା ବାହିନୀ କାର୍ଯ୍ୟ କରୁଥିବା ବହୁ ଭାରତୀୟ ସୈନ୍ୟ ସେତେବେଳେ ବନ୍ଦୀ ଥିଲେ । ହିଟ୍‌ଲର ସେମାନଙ୍କୁ ମୁକାଳି ଦେଲେ । ସେମାନଙ୍କୁ ନେଇ ସୁଭାଷ ନୂଆ ସୈନ୍ୟବାହିନୀ ଗଢ଼ିଲେ । ତାର ନାଁ ଦେଲେ "ଆଜାଦ୍ ହିନ୍ଦ୍ ଫଉଜ" । ସେ ହେଲେ ତାର ସେନାପତି । ଯେଉଁମାନେ ଇଂରେଜ ସରକାର ପାଇଁ କାମ କରି ବନ୍ଦୀ ହୋଇଥିଲେ, ସେମାନେ ସେଇ ସରକାର ବିରୁଦ୍ଧରେ କାମ କରି ନିଜ ଦେଶକୁ ସ୍ୱାଧୀନ କରିବେ, ଏହାଠାରୁ ବଳି ସୌଭାଗ୍ୟର କଥା ଆଉ କ'ଣ ଅଛି  ? ପୁଣି ସୁଭାଷଙ୍କ ନେତୃତ୍ୱରେ କାର୍ଯ୍ୟ କରିବାକୁ ସେମାନଙ୍କର ଆନନ୍ଦ ଓ ଗର୍ବ ବହୁଗୁଣ ବଢ଼ିଗଲା ।

ସୁଭାଷ ବୋଷ ଜର୍ମାନୀରୁ ଜାପାନ ଗଲେ । ସେତେବେଳେ ଏହି ଉଭୟ ଦେଶ ମିଳିମିଶି ଇଂରେଜଙ୍କ ବିରୁଦ୍ଧରେ ଲଢ଼େଇ କରୁଥାନ୍ତି । ଇଂରେଜ ସୈନ୍ୟମାନଙ୍କୁ ହଟାଇ ସେମାନେ ଶ୍ୟାମଦେଶ,ସିଙ୍ଗାପୁର, ମାଳୟ, ବ୍ରହ୍ମଦେଶ ପ୍ରଭୃତି କେତେ ଦେଶକୁ ଦଖଲ କରି ନେଇଥାନ୍ତି । ଏହିସବୁ ଦେଶରେ ଇଂରେଜ ସେନା ବାହିନୀରେ ଲଢ଼େଇ କରି ବହୁ ଭାରତୀୟ ସୈନ୍ୟ ବନ୍ଦୀ ହୋଇଥିଲେ । ସେମାନଙ୍କୁ ନେଇ ବିପ୍ଲବୀ ରାସବିହାରୀ ବୋଷ ଜାପାନରେ ଗୋତିଏ ସୈନ୍ୟଦଳ ଗଢ଼ିଥିଲେ । ସୁଭାଷଙ୍କୁ ସେ ଏହି ସୈନ୍ୟଦଳର ସେନାପତି କରିଦେଲେ । ଏହାକୁ ମଧ୍ୟ ଆଜାଦ୍ ହିନ୍ଦ୍ ଫଉଜ ସହିତ ସାମିଲ କରି ଦିଆଗଲା ।

ସୁଭାଷ ଆଜାଦ୍ ହିନ୍ଦ୍ ଫଉଜର ସେନାପତି ହେଲା ପରେ ହଜାର ହଜାର ଲୋକ ଏଥିରେ ଯୋଗଦେଲେ । ତାଙ୍କ କଥାରେ କି କୁହୁକ ଥିଲା କେଜାଣି କି ସ୍ତ୍ରୀ, କି ପୁରୁଷ , କି ହିନ୍ଦୁ, କି ମୁସଲମାନ, କି ପାର୍ସୀ, କି ଖ୍ରୀଷ୍ଟିୟାନ ଏହି ଫଉଜରେ ମିଶିଲେ । ଟଙ୍କା ପଇସାଠାରୁ ସୁନା ରୂପାର ଅଳଙ୍କାର ଯାଏ, ସବୁ ଯୁଦ୍ଧପାଣ୍ଠିକୁ ଦାନ କଲେ । ଫଳରେ ଆଜାଦ୍ ହିନ୍ଦ୍ ଫଉଜରେ ପ୍ରାୟ ପଚାଶ ହଜାର ସୈନ୍ୟ ଓ ଦେଢ ହଜାର ଅଫିସର ରହିଲେ । ଏହାଛଡା ପ୍ରାୟ ଦେଢଲକ୍ଷ ଲୋକ ଏହାର ସଭ୍ୟ ହୋଇଥିଲେ । ଲକ୍ଷ ଲକ୍ଷ ଟଙ୍କା ଫଉଜ ପାଇଁ ମିଳିଲା ଆଉ ଲକ୍ଷ ଲକ୍ଷ ଲୋକ ଫଉଜ ପାଇଁ କାର୍ଯ୍ୟ କରିବାକୁ ବାହାରି ପଡ଼ିଲେ । ନିଜ ରକ୍ତରେ ସେମାନେ ଦସ୍ତଖତ୍