ପୃଷ୍ଠା:Amari matir amar shaheed.pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

(୩୮)

ସାଥୀରେ ପଦେ କଥା ହେବା ପୂର୍ବରୁ ପୋଲିସ ତାଙ୍କୁ ଗିରଫ କରିନେଲେ । ପୁଣି ତାଙ୍କୁ ଦେହ ଖରାପ ହେବାରୁ ସରକାର ଜେଲରୁ ତାଙ୍କୁ ଖଲାସ କରିଦେଲେ ।

୧୯୩୮ ମସିହା । ଲକ୍ଷ୍ନୌ ସହରରେ କଂଗ୍ରେସର ବାର୍ଷିକ ଅଧିବେଶନ ବସିଲା । ସୁଭାଷଙ୍କୁ ସମସ୍ତେ ଗୋଟିଏ ସ୍ୱରରେ କଂଗ୍ରେସର ସଭାପତି ବାଛିଲେ । ଗାନ୍ଧିଜୀ ଶାନ୍ତି ଅହିଂସା ଉପାୟରେ ଦେଶରେ ସ୍ୱାଧୀନତା ପାଇଁ ଲଢ଼େଇ କରିବାକୁ ଚାହୁଁଥିଲେ । ଅଥଚ ନେତାଜୀ କଳେ, ବଳେ ଆଉ କୌଶଳେ ଇଂରେଜ ଶାସନ ହଟାଇବାକୁ କହୁଥିଲେ । ଉଭୟଙ୍କ ଉପାୟ ଅଲଗା ଅଲଗା ଥିଲେହେଁ ଲକ୍ଷ୍ୟ ଏକ ଥିଲା । ଫଳରେ ଉଭୟଙ୍କ ମତ ପାର୍ଥକ୍ୟ ସତ୍ତ୍ୱେ ପରସ୍ପର ପ୍ରତି ସ୍ନେହ ଓ ସମ୍ମାନ ଅତୁଟ ରହିଥିଲା ।

ତା ପରବର୍ଷ ଗାନ୍ଧିଜୀ ତାଙ୍କୁ ସଭାପତି କରିବାକୁ ନ ଚାହିଁଲେ ସୁଦ୍ଧା ତ୍ରିପୁରା ଅଧିବେଶନରେ ତାଙ୍କୁ ପୁଣି ଥରେ କଂଗ୍ରେସର ସଭାପତି ବଛାଗଲା । ମାତ୍ର ବଡ଼ ବଡ଼ ନେତାଙ୍କ ସମାଲୋଚନା ଶୁଣି ତାଙ୍କୁ ଭାରି ଖରାପ ଲାଗିଲା । ସେ ବିରକ୍ତ ହୋଇ ଉଭୟ କଂଗ୍ରେସର ସଭାପତି ଓ ସଭ୍ୟପଦରୁ ଇସ୍ତଫା ଦେଲେ । ଫରୱାଡ଼ ବ୍ଲକ୍ ନାମରେ ସେ ଏକ ନୂଆଦଳ ଗଢ଼ିଲେ । ପୂର୍ବପରି ଇଂରେଜ ସରକାରଙ୍କ ବିରୁଦ୍ଧରେ କାର୍ଯ୍ୟ କଲେ ଆଉ ସଭାସମିତି କରି ସ୍ୱାଧୀନତା ପାଇଁ ଲଢ଼େଇ କଲେ ।

ସରକାର ଦେଖିଲେ ସୁଭାଷଙ୍କୁ ଜେଲ୍‌ରେ ରଖିଲେ ହଇରାଣ ବାହାରେ ରଖିଲେ ବିପତ୍ତି । ତେଣୁ ସରକାର ତାଙ୍କୁ ନିଜ ଘରେ ନଜରବନ୍ଦୀ କରି ରଖିଲେ । ତାଙ୍କ ଘର ଚାରି ପାଖରେ ଦିନରାତି ପୋଲିସ ଜଗି ରହିଲେ । ସେ ବାହାରକୁ ଯାଇ ପାରିଲେ ନାହିଁ କିମ୍ବା କେହି ବାହାରୁ ଆସି ତାଙ୍କ ସହିତ ସହଜରେ କଥାବାର୍ତ୍ତା ହୋଇପାରିଲେ ନାହିଁ । ସବୁଥିରେ ପୋଲିସଙ୍କ କଟକଣା ରହିଲା ।


ସୁଭାଷ ନିଶଦାଢ଼ି ଛାଡ଼ିଦେଲେ । ବାବାଜୀ ହୋଇଯିବେ ବୋଲି ସମସ୍ତଙ୍କୁ ଜଣାଇଦେଲେ । ବେଶୀ କେହି ଭିତରକୁ ଆସିଲେ ନାହିଁ କିମ୍ବା ସେ ବାହାରକୁ ବେଶୀ ଯିବାକୁ ଚାହିଁଲେ ନାହିଁ । ଦିନେ ଦୁଇଜଣ ଦାଢ଼ିବାଲା ବାବାଜୀ ସୁଭାଷଙ୍କୁ ଦେଖାକରିବାକୁ ଆସିଲେ । ପୋଲିସମାନେ ସେମାନଙ୍କୁ ଭଲ ଭାବରେ ଯାଞ୍ଚ କରି ଭିତରକୁ ଛାଡ଼ିଲେ । ସେମାନେ ଫେରିଲା ବେଳେ