ପୃଷ୍ଠା:Amari matir amar shaheed.pdf/୭୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବାଜି ସେମିତି ଟାଣ ଟାଣ କରି ବତାଇ ଦେଲା- ଆଉ ଏତେ ଧମକ ଦିଅନା ।ମୁଁ କାହାକୁ ଡରିନି । ଗୁଳିମାଡ ଖାଇବାକୁ ମୁଁ ତିଅରି । ମୁଁ ସିନା ମରିବି, ମୋ,ପରି ଅନେକ ଜାଗି ଉଠିବେ ।
ଫଉଜରୁ ଜଣେ ପୁଣି କ ହିଲା -ଆରେ ତୁ ତ ମରିବୁ ।କିଏ ଜାଗିଲେ ତୋର କ'ଣ ହେବ ? ଆମାର ବା ସେ କ'ଣ କରି ?
ବାଜି ଚେତାଇଦେଲା -ତମର ସବୁ ଚେରମୂଲ ଉପାଡିଦେବେ । ତମର ଜୋରଜୁଲମ; ଅତ୍ଯାଚାର ସବୁ ଲୋପ ପାଇବ ।
ପଉଜ ଭିତରୁ ଜଣେ ଗୁମୁରିଉଠି କ ହିଲା-ଆଉ ସମ୍ୟ ନଷ୍ଟକର ନାହିଁ । ଦିଅ ଗୁଲିମାର । ଉଡାଅ ଟୋକାର ଖପୁରି ।
ଫଉଜ ଗୁଲିମାରିବାକୁ ସଜ ହୋଇଗଲେ ।ବାଜିଅ ପାଟିକରି କହିଲା -ମାର' ମୁଁ ମରିବାକୁ ଡରିନାହିଁ । ଦେଶପାଇଁ ମୁଁ ଜୀବନ୍ ଦେବି । ପ୍ରଜାମଣ୍ଡଲର କଥା ରଖିବି । ତୁମେ ରାଜାର ଗୋଲାମ ଦଳ ଗୁଲି ମାର- ମ-ର ।
ସେତିକି ବେଳେ ଆବାଜ ଆସିଲା -ଢୁ ଢୁ ଢୁ । ବାଜିଆଉର ଛାତିରୁ ଝର ଝର ହୋଇ ଝରିଆଲା ରକ୍ତର ଧାର ।ପାତି ତର ଖନି ମାରି ଆସିଲ। ହାତରୁ ତାର ଖସିଆସିଲା ନାଆର କାତ । ଫଉଜ ଦଳ ନିଜେ କାତ ମାରି ଆର ପାରିକୁ ନାଆ ବାହିନେଲେ ।

ଗୁଲି ଶବ୍ଦ ଶୁଣି ପ୍ରଜାମଣ୍ଡଳର ସଭାପତି ଆଉ ସଭ୍ଯ ମାନେ ନିଁ କୂଳକୁ ଧାଇଁ ଆସିଲେ ।ବାଜିଆ ,ବାଜିଅ ବୋଲି ଡାକ ପକାଇଲେ । କିନ୍ତୁ ବାଜିଆ ସେତେବେଲକୁ ଶେଷ ନିଃଶ୍ୱାସ ଛାଡି ଆରପାରିକୁ ଚାଲି ଗଲାଣି ।

ନିଇଁକୂଳ ଆଖପାଖ ଗାଁ ଗଣ୍ଡାର ଲୋକରେ ଭିଡ ହୋଇଗଲା ।ସବୁରି ମୁହଁରେ ଗୋଟିଏ କଥା -ଆହା ପିଲାଟି ଚାଲିଗଲା ।କେତେ ତାର ସାହସ, କତେ ତାର ଦମ୍ଭ ! !!!!।

ପ୍ରଜାମଣ୍ଡଳର ସଭାପାତି କହି ଉଠିଲେ- ଭାଇମାନେ, ବାଜିଆ ଆଜି ଦେଶ ପାଇଁ ,ଆମ ପାଇଁ ପ୍ରଣବଳି ଦେଲା । ସେ ଚାଲିଗଲା କିନ୍ତୁ ଯେଉଁ