ପୃଷ୍ଠା:Matir chasi jatir padmashri.pdf/୧୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
( ୬ )

ଗହମ ଫସଲ ଏକର ପିଛା କେତେ ବଢ଼ାଇବାକୁ ହେବ ସେ ବିଷୟରେ ଘମାଘୋଟ ଆଲୋଚନା ଚାଲିଲା । କେତେକ ଉତ୍ସାହୀ ଯୁବକ ଚାଷୀ କହିଲେ - ଏକର ପିଛା ୫୦ ମହଣରୁ କମ୍ ଫସଲ ଉତ୍ପାଦନ କରିବାକୁ ହବାନାହିଁ କିନ୍ତୁ ଅନେକେ କ ହଲେ-ବର୍ତ୍ତମାନ ପରିସ୍ଥିତିରେ ଏତେ ଅଧିକ ଉତ୍ପାଦନ କରିବା ସମସ୍ତଙ୍କ ପକ୍ଷେ ସମ୍ଭବ ହେବ ନାହିଁ । ଶେଷରେ ଏକର ପିଛା ଅତିକମ୍ ରେ ୩୫ ମହଣ ଗହମ ଉତ୍ପାଦନ କରିବାକୁ ସ୍ଥିର କରାଗଲା । ଏହି ଲକ୍ଷ୍ୟ କୁ ପୁରଣ କରିବା ପାଇଁ ବୁଢ଼ା ନାଥୀ ସିଂହ ସମସ୍ତଙ୍କୁ ଅନୁରୋଧ କଲେ । ସମସ୍ତେ ଅଣ୍ଟାଭିଡ଼ି ଯେମିତି ଏଇ କାମରେ ଲାଗିଯିବେ ସେଥିପାଇଁ ମରମଛୁଆଁ ଖଟଃଆ ବୁଢ଼ାଠାରୁ ଟୋକା ସମସ୍ତଙ୍କୁ ନୂଆ ଆଶା, ବିଶ୍ୱାସ ଓ ମନବଳ ଭରିଦେଲା । ଅଭାବ ବିଉଦ୍ଧରେ ଲଢ଼େଇ ଆରମ୍ଭ ହୋଇଗଲା ।

କିଛିଦିନ ପରେ ପଞ୍ଚାୟତ ସମିତି ବୈଠକ ବସିଲା । ଯେତେବେଳେ ଅଧିକ ଖାଦ୍ୟ ଉତ୍ପାଦନ ବିଷୟରେ ଆଲୋଚନା ଚାଲିଲା ସେତେବେଲେ ନଥୀ ସିଂହ ଠିଆ ହୋଇ ଧୀର ଅଥଚ ଦୃଢ଼ ସ୍ୱରରେ କହିଲେ -ଏବର୍ଷ ଆମ ଗ୍ରାମ ସଭାରେ ଏକର ପିଛା ଅତିକମ୍ ରେ ୩୫ ମହଣ ଗହମ ଫଳାଇବାକୁ ସ୍ଥିର କରିଛୁ । ଏକଥା ଶୁଣି ସମସ୍ତେ ଅବାକ୍ ହେଲେ । ଏକରକୁ ୨୦/୨୨ମହଣ ଫଳାଇବା କଷ୍ଟକର ହେଉଛି । ସେମାନେ ସମସ୍ତେ ହରାହାରି ଏକର ପିଛା ୩୫ ମହଣ କିପରି ଫଳାଇବେ!! ଗୋଟିଏ ଗ୍ରାମସଭା