ପୃଷ୍ଠା:Matir chasi jatir padmashri.pdf/୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

କରିବାକୁ ଭାବିଲେ । ଚାଷର 'ଚ' କାମ ତାଙ୍କୁ ଅଜଣା । ସେ ଅବଶ୍ଯ ମାଟ୍ରିକ ପାସ୍ କରିଥିଲେ ; ଆଉ ନିଜ ଗୋଡ଼ରେ ନିଜେ ଠିଆ ହେବାର ମନବଳ ତାଙ୍କର ଥିଲା ।ଚାଷ କାମରେ ତାଙ୍କୁ ସବୁମତେ ସାହାଯ୍ଯ କରିବାକୁ ଜଣେ ଲୋକଙ୍କୁ ନିଯୁକ୍ତ କଲେ ।ସେ ଯେତେବେଳେ ଯେମିତି ଭାବରେ ଚାଷ କାମ କରୁଥିଲେ, ମାଧବନ୍ ସେଥିରେ ହଁ ଭରୁଥିଲେ ।ନୂଆ କିଛି ବତାଇବା କି କହିବା ତାଙ୍କ ପକ୍ଷେ ସମ୍ଭବ ନ ଥିଲା ।

ଏଇପରି ଦୁଇବର୍ଷ ଚାଲିଗଲା । ୧୯୬୨ ମସିହାରେ ଫିଲି ଫସଲ ଅଦୌ ସନ୍ତୋଷଜନକ ହେଲା ନାହିଁ । ଏକର ପିଛା ୭୦୦ କିଲୋଗ୍ରାମ ବି ହେଲା ନାହିଁ । ତା ପର ବର୍ଷର ଫସଲ ସେମିତି ହେଲା ।

ଏହା ପରେ ମାଧବନ୍ ଚାଷକାମର ପୁରା ଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଲେ ।ଏଥର ସେ ଅଗରୁ ସବୁ କାମ କାରାଇ ଆସୁଥିବା ଲୋକର ବହୁ କଥାରେ ଆପତ୍ତି କାଲେ । ନୂଆ ଢ଼ଙ୍ଗରେ ନୂଆ ରୀତିରେ ଚାଷ କାମ କରିବାକୁ ବଢାଇଲେ । ଭଲ ଫଲ ହେଉଥିବା ଟାଇନନ୍-୩ ନାମକ ଗୋଟିଏ ଜତିର ବିହନ ବୁନିଲେ ।ସବୁ ସ୍ତରରେ ଚାଷ କାମର ଦେଖାସୁଣା କଲେ । ତାଙ୍କ କଥା ଅନୁସାରେ ସବୁକାମ ଚାଲିଲା ।


ଅଳ୍ପ ଦିନରେ କ୍ଷେତରେ ଶାଗୁଆ ଫସଲର ଲହଡି ଖେଲିଗଲା । କିଆରୀଗୁଡ଼ିକ ସମତୁଲ ଭାବରେ ତିଆରି ହୋଇ ହିଡବାଡ଼ ହୋଇଗଲା  କ୍ଷେତ ମଝିରେ ସିମେଣ୍ଟ ଗଢ଼ା ପକ୍କା ପାଣିନାଳମାନ ହେଲା  ମଝିରେ ମଝିରେ