ପୃଷ୍ଠା:Matir chasi jatir padmashri.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ମୁଲିଆ ପରି ଲାଗ,ମାଲିକ ପରି ଭୋଗ ମାନ୍ଦ୍ରାଜ ଠାରୁ ୩୫ କିଲୋମିଟର ଦୁରରେ ପାଦପାଈ ଗାଁ । ସେଠାରେ ଜଣେ ବ୍ରାହ୍ମଣ ଯୂବକ । ତାଙ୍କର ନାମ ଶ୍ରୀନିବାସନ୍ । ସେ ତିରିଶି ଏକରର ଗୋତିଏ କ୍ଷେତ ଖମାରର ମାଲିକ । ସେଥି ଭିତରେ ସେ ଧାନ ଚାଷ କରନ୍ତି,ପନିପରିବା କରନ୍ତି,ଫଳ ଫୁଲ ଉପୁଜାନ୍ତି,ମେଣ୍ଟା ପାଳନ୍ତି ଆଉ କୁକୁଡ଼ା ବି ପୋଷିଛନ୍ତି । ଜନ୍ମରୁ ସେ ଚାଷୀ ନୁହନ୍ତି । କିନ୍ତୁ ସେ ନିଜ କୁ ଜଣେ ଭଲ ଚାଷୀ ରୂପରେ ଗଢ଼ି ପାରିଛନ୍ତି । ଭଲା ଜାତିଆ ମେଣ୍ଢା ଓ କୁକୁଡ଼ା ପାଳି ବାରେ ତଙ୍କର ବେଶ ସୁନାମ ରହିଛି । କିନ୍ତୁ ଦେ ନିଜେଖାଣ୍ଟି ନିରାମିଷାଶୀ। ମାଛ, ମାଂସ କି ଅଣ୍ତା ସେ କେବେ ଖାଆନ୍ତି ନାହିଁ।

ଏଡ଼େ ବଡ଼ କ୍ଷେତର ମାଲିକ ହୋଇ ଶ୍ରୀନିବାସନ୍-ଙ୍କ ମନରେ ତିଳେ ହେଲେ ଗର୍ବ ନାହିଁ, କି ବଡ଼ିମା ନାହିଁ। ଦିନସାରା ସେ ଖଟିଥାଆନ୍ତି। ଅଳ ଓ ବିଳାସ ତାଙ୍କର ପାଖ