ପୃଷ୍ଠା:Matir chasi jatir padmashri.pdf/୧୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କରନ୍ତି। ସବା ସାନ ଭାଇ ଶ୍ରୀନିବାସନ୍ (ପାପା)। ସେ ବାବୁଗିରିକି ଜମା ପସନ୍ଦ କଲେ ନାହିଁ। କାହିଁକି ଜାଣିବା ଅବଶ୍ୟ କଷ୍ଟକର।

ତେବେ ତାଙ୍କୁ ପଚାରିଲେ ସେ କୁହନ୍ତି‌‌‌‌‌‌‌‌-ପ୍ରଥମେ ୧୯୦୯ ମସିହାରେ ମୋର ବାପା ପାଦପ୍-ପାଇଠାରେ ଗୋଟିଏ ୧୦ ଏକରର ଜାଗା କିଣିଲେ। ଜମି ଖଣ୍ତ ପୂରା ପଡିଆ ପଥର ଓ ଟାଙ୍ଗର ହୋଇ ପଡିଥିଲା। ସ୍ତାନୀୟ କେତେକ ଲୋକଙ୍କୁ ଲଗାଇ ସେ କେତେ ଗଛ ପଣସ ଓ ଆମ୍ବ ସେଠାରେ ପୋତି ଥିଲେ। ମୋର କିନ୍ତୁ ଚାଷବାସ କରିବାକୁ ଭାରି ମନ ହେଉଥିଲା। ମୁଁ ୧୯୫୭ ରେ ହାଇସ୍କ୍କୁଲ ପରୀକ୍ଷାରେ ପାସ୍ କରି ପାଦପ୍-ପାଇ ଗାଁକୁ ମୋର ଭାଗ୍ୟ ପରୀକ୍ଷା କରିବାକୁ ଆସିଲି।

କିନ୍ତୁ ସେଇ ଜମିରେ କିଛି ଚାଷ କାମ କରିବା ବଡ କଷ୍ଟକର ଥିଲା। ଭୂଇଁ ତ ଶୁଖିଲା। ପାଣି ଟୋପେ ପାଇବା ମଧ୍ୟ ମୁସ୍କିଲ। ଶ୍ରୀନିବାସନ୍ ବିଜୁଳିଶକ୍ତି ସାହାଯ୍ୟରେ ପାଣି ମଡାଇବାକୁ ଭାବିଲେ। କୂଅଟିଏ ଖୋଳିବାକପାଇଁ ରାଜ୍ୟ ସରକାରଙ୍କୁ ରୂଣ ମାଗିଲେ।ଋଣ ପାଇ ବଡ କୂଅଟିଏ ଖୋଳିଲେ; ଆଉ ଶକ୍ତିଶାଳୀ ପମ୍ପଟିଏ ଲଗାଇଲେ। ବର୍ତ୍ତମାନ ଜମିରେ ପାଣି ମଡ଼ାଇବା ଅସୁବିଧା ଦୂର ହୋଇଗଲା। ସେଠାରେ ରାଶି ଆଉ ଲଙ୍କା ମାରିଚ ଚାଷ ଆରମ୍ଭ ହୋଇଗଲା।

୧୯୫୯ ମସିହାରେ ଶ୍ରୀନୀବାସନ୍-ଙ୍କ ବାପା ଆଉ ଚାରି ଏକର ଜମି ସେଠାରେ କିଣି ଦେଲେ। ଏହି ଜମିରେ ବି