ପୃଷ୍ଠା:Matir chasi jatir padmashri.pdf/୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
( ୨ )

ନାହିଁ । କୋଉ କାମ କରିବାକୁ ତାଙ୍କର ଦକ ନାହିଁ । ବଅସର ଚାପରେ ତାଙ୍କର ଦେହ ଟିକିଏ ଦବି ଯାଇଥିଲେ ବି ମନ ଜମା ଚପି ନାହିଁ । ତାଙ୍କର ସରଳ ମଧୁର ବ୍ୟବହାର ସମସ୍ତଙ୍କୁ ମୁଗ୍ଧ କରୁଥାଏ । ଏତେ ବୁଢ଼ା ହେଲେ ବି ନୂଆ ଯୁଗର ନୂଆ କଥା, ନୂଆ ବିଚାର ଗ୍ରହଣ କରିବାକୁ ତାଙ୍କର ଭାରି ଝୁଙ୍କ । ବହୁତ ଫଳ ଫଳାଇବା ପାଇଁ ଯେତେ ନୂଆ ନୂଆ ଯନ୍ତ୍ରପାତି, ବିହନ, ସାର ସବୁକିଛି ସେ କ୍ଷେତରେ ଲଗାଇଥାନ୍ତି । ସେ ନିଜେ ବୁଝିଛନ୍ତି ଦିନକୁ ଦିନ ତାଙ୍କ ଜମିରେ ଅଧିକ ଫସଲ ଫଳୁଛି । ଆଖପାଖର

ଛବି


ଲୋକେ କହନ୍ତି ନାଥୀ ସିଂହଙ୍କର ୬୬ ଏକର ଜମିରେ ଫସଲ ତ ନୁହେଁ, ସୁନା ଫଳୁଛି । ତାକୁ ଦେଖି ଅନ୍ୟ ଚାଷୀମାନେ ମଧ୍ୟ ନିଜ ନିଜ କ୍ଷେତରେ ଭଲ ଫସଲ ଫଳାଇବାରେ ମନ ଦେଲେ । ବାହାର ଲୋକେ କହିଲେ ଅରହରା ଗାଁରେ ଲକ୍ଷ୍ମୀ ଭଣ୍ଡାର ଅଜାଡ଼ି ହୋଇ ପଡ଼ିଛି । ଆଗେ ଗୋଟିଏ ଜମିରୁ ଯେତେ ଫସଲ ମିଳିଥିଲା,ଏବେ