ପୃଷ୍ଠା:Bhasa o Jatiyata.pdf/୧୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଭାଷା ଓ ଜାତୀୟତା
୧୫
 

ଆଉ ଏକ ସମୃଦ୍ଧ ଅର୍ଥାତ ବର୍ତ୍ତମାନ ମୃତ ଅବସ୍ଥାରେ ପଡ଼ି ରହିଥିବା 'ମୈଥିଳୀ' ଭାଷା ସଂପର୍କରେ ଆଲୋଚନା କରାଯାଇପାରେ । ବର୍ତ୍ତମାନର ବିହାର ରାଜ୍ୟ ଅନ୍ତର୍ଭୁକ୍ତ ମିଥିଳା ଅଞ୍ଚଳରେ ବାସ କରୁଥିବା ଏହି ଜାତିର ମାତୃଭାଷା ହେଉଛି ମୈଥିଳୀ । ଏହା ଓଡ଼ିଆଭଷା ସହ ବହୁ ପରିମାଣରେ ମିଶିଯାଏ । ଚତୁର୍ବ୍ଦଶ ଶତାବ୍ଦୀର ମୈଥିଳୀ କବି ଜ୍ୟୋତିରିଶ୍ୱର କବି ଶେଖରାଚାର୍ଯ୍ୟଙ୍କ 'ବର୍ଣ୍ଣ ରତ୍ନାକର' ଗ୍ରନ୍ଥରେ ଲିଖିତ ବହୁ ଶବ୍ବ, ଯଥା-ହାଡ଼ି,ତେଲି,ଚମାର,ଏସନ,ମୁହଁ,ହାଥ,ଭଣ୍ଡାରୀ,ବାରିକ,ମୁଖିଆ,ମାଣ୍ଡି,ଚାଉଳ,ଖିରିସା,ବୋଡ଼ି,ପଣ,କାହାଣ,ପରିଡ଼ା,ରାଉଳ,ଢୋଲ,ଧାମସା,ଅନ୍ଧାର ଆଦି ଅସଂଖ୍ୟ ଶବ୍ଦ ଏବେମଧ୍ୟ ଓଡ଼ିଆଙ୍କ ଓଠରେ ଉଚ୍ଚାରିତ । ଏହି ଭାଷାର କବି ବିଦ୍ୟାପତିଙ୍କ ରଚିତ'ପଦାବଳୀ' ସତେ ଯେପରି ଓଡ଼ିଆଭାଷାରେ ଲେଖାଯାଇଛି । ମୈଥିଳୀ ଓ ଓଡ଼ିଆ ଭାଷାର ଏହି ସମାନତାପାଇଁ ବୋଧହୁଏ ମଧ୍ୟଯୁଗୀୟ ବହୁ ଓଡ଼ିଆକବି ମୈଥିଳୀ ଓ ଭୋଜପୁରୀ ଭାଷାରେ ପ୍ରଚୁର କାବ୍ୟକବିତା ସୃଷ୍ଟି କରିଯାଇଛନ୍ତି । ଓଡ଼ିଆ ପରି ଏହାର ଅଛି ସମୃଦ୍ଧ ଭାଷା ଓ ସାହିତ୍ୟର ବିଭବ,ଥଲା ମଧ୍ୟ ଏକ ସ୍ୱତନ୍ତ୍ର ଲିପି । ମଧ୍ୟଯୁଗୀୟ ମୁସଲମାନ ଶାସନ ପରେ ଏହାର ରାଜନୈତିକ ସୀମା ଲୋପ ପାଇଥିଲା । ଇଂରେଜଶାସନବେଳେ ଏହାର ସାମାଜିକ ଓ ସାଂସ୍କୃତିକ ସୀମା ଲୋପ ପାଇଗଲା । ଇଂରେଜଶାସନବେଳକୁ ନୂଆ ଚେହେରାରେ ଆତ୍ମପ୍ରକାଶ କରୁଥିବା ଅପରିଚିତ ବଙ୍ଗଳାଭାଷା ଏହାର ଲିପି ଅଧିକାର କରି ନିଜର ବୋଲି ଦାବି କଲେ । ଯାହା ଏବେ ବଙ୍ଗଳାଲିପି ଭାବେ ଚିହ୍ନିତ । ଆମେ ଓଡ଼ିଆଏ ବର୍ତ୍ତମାନ ଯେପରି ଓଡ଼ିଆ ବ୍ୟାକରଣ ନାମରେ ସଂସ୍କୃତ ବ୍ୟାକରଣ ପଢୁଛୁ,ଠିକ୍ ସେହିପରି ଏହି ମୈଥିଳୀଭାଷୀ ହିନ୍ଦୀ ବ୍ୟାକରଣ ପଢୁଛନ୍ତି । ହିନ୍ଦୀ ରାଷ୍ଟ୍ରଭଷା ମାନ୍ୟତା ପାଇବାର ବ୍ୟାପକ ପ୍ରଚାର ମାଧ୍ୟମରେ ଏମାନଙ୍କୁ ରୋଜଗାର ଯୋଗାଇଦେବାର ଲୋଭ ଦେଖାଇ ଉତ୍ତର ଭାରତର ୪୬ଟି ସମୃଦ୍ଧ ଭାଷା ସହିତ ମୈଥିଳୀଭାଷା ନିଜକୁ ହିନ୍ଦୀ ଭିତରେ ହଜାଇ ଦେଇଛି । ଏପରିକି ଏହାର ଦୁଇଟି ଉପଭାଷା'ଅଙ୍ଗିକା' ଓ 'ବଜ୍ଜିକା' ମୈଥିଳୀଭାଷା ସହ ପରିଚୟ ଛିଣ୍ଡାଇ ଆମ ସମ୍ବଲପୁରଭାଷାଭଳି ସ୍ୱତନ୍ତ୍ର ମାନ୍ୟତା ଦାବି କଲେଣି । ଏହାର ଏକମାତ୍ର କାରଣ ହେଉଛି ମୈଥିଳୀଭାଷା ବର୍ତ୍ତମାନ ସମୟରେ ରୋଜଗାର ଦେଇପାରୁ ନଥିବାରୁ ଆଜିର ମିଥିଳାଶିଶୁ ନିଜ ମାତୃଭାଷାକୁ ଘୃଣା କରୁଛି । ଏହା ବ୍ୟତୀତ ଏହି କୋମଳମତି ମୈଥିଳୀ ଶିଶୁଗଣଙ୍କୁ କିପରି ନିଜ ମାତୃଭାଷାରେ ଶିକ୍ଷା ଦିଆ ନ ଯିବ ସେହି ପରିସ୍ଥିତି ସୃଷ୍ଟି କଲେଣି ହିନ୍ଦୀଭାଷୀ । ନିଜଭାଷାରେ ଶିକ୍ଷା ନ ପାଇବାରୁ, ରୋଜଗାରର ମାଧ୍ୟମ ନିଜ ମାତୃଭାଷା ନ ହେବାରୁ ବିଭିନ୍ନ ପ୍ରଲୋଭନ ଭିତରେ ଜଡ଼ ପାଲଟି ଯାଇଥିବା ମିଥିଳା ଶିଶୁ ନିଜ ମାତୃଭାଷା ମୈଥିଳୀ ଉପରୁ ଆସ୍ଥା ହରାଇ ବସିଛି ।

ତେଣୁ ଓଡ଼ିଆଭାଷା ସହିତ ସମକାଳରେ ବିକାଶ ଲାଭ କରି ପ୍ରଚୁର ଉନ୍ନତ ସାହିତ୍ୟ ସୃଷ୍ଟି କରିଥିବା ମୈଥିଳୀଭାଷା ଯୁଗୋପଯୋଗୀ ହୋଇ ରୋଜଗାରର ମାଧ୍ୟମ ନ ପାଲଟିବାରୁ