ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୭୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଛବି

                                                           ମହାମନସ୍ୱୀ  ଶିକ୍ଷକ ନୀଳକଣ୍ଠ ଦାସ
                                                                        ଡକ୍ଟର ରବିନାରାୟଣ ଦାସ

ଦେଖନ୍ତୁ ଆପଣେ , ମାଷ୍ଟ୍ର ପଢାଇବା ପାଇଁ ବ୍ଯଗ୍ର ଅଥଚ ଛାତ୍ର ପଢି ପାଇଁ ନାରାଜ; ଏପରି କେଉଁଠି ଦେଖାନାହିଁ। ସତ୍ଯବାଦୀ ସ୍କୁଲର ଛାତ୍ର ଯଦି ଏପରି ହେବ ଏ ସ୍କୁଲର ମହତ୍ତୱ ଆଉ ରହିଲା କେଉଁଠି। ଏ ପିଲାଟା ସବୁ କାମରେ ଲିଡର ସାଜି ପାଠ ଛାଡି ପିଲାଙ୍କୁ ମତେଇ ନଷ୍ଟ ହେବାକୁ ଯାଉଛି।କ୍ଲାସରେ ଭଲ ପଢୁଛି ବୋଲି ମନରେ ତାର ଗର୍ବ ହେଇଗଲାଣ । ମାତ୍ର ପଚାରିଲେ କିଛି କହିପାରୁନି। ଏଥର ଏ ସ୍କୁଲରୁ ପୁଜା ନାଟକ ଆଦି ବନ୍ଦ କରିଦେଲେ ଯିବ। ବିରକ୍ତିଭରା ଗୁରୁଗମ୍ଭୀର କଣ୍ଠରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଉପସ୍ଥିତିରେ ମଣିଷଗଢା କାରଖାନା ବା ସତ୍ଯବାଦୀ ସ୍କୁଲର ପ୍ରଧାନ ଶିକ୍ଷକ ପଣ୍ଡିତ ନୀଳକଣ୍ଠ ଦାସ କହିଉଠିଲେ।