ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନେଇଥିଲେ । ନିଜ ଗ୍ରାମ ନି.ପ୍ରା. ସ୍କୁଲର ପ୍ରଧାନ ଶିକ୍ଷକ ପଦରେ ରହି ସେ ରାମକୃଷ୍ଣଙ୍କୁ ବୃତ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ କରାଇଥିଲେ । ସେ ନି.ପ୍ରା. ବୃତ୍ତି ପରେ ମାଇନର୍ ବୃତ୍ତି ଲାଭ କରିଥିଲେ । ତା'ପରେ ସେ ରେଭେନସା କଲିଜିଏଟରେ ପାଠ ପଢ଼ିଲାବେଳେ ପ୍ରାୟ ପ୍ରତ୍ଯେକ ଶ୍ରେଣୀରେ ପ୍ରଥମ ହେଉଥିଲେ ସେ ମାଟ୍ରିକ ସେକେଣ୍ଡ କ୍ଳାସରୁ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଅସହଯୋଗ-ବାର୍ତ୍ତାବହ ଭାବରେ ସେ କାର୍ଯ୍ଯ କରୁଥିଲେ । ସତ୍ଯବାଦୀ ଜାତୀୟ ବିଦ୍ଯାଳୟରେ ସେ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଉକ୍ତ ବିଦ୍ଯାଳୟରୁ ସେ ହିନ୍ଦି ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀ ରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହୋଇଥିଲେ ।

ମାତ ୧୯ ବର୍ଷ ବୟସରେ ସେ ବିବାହ କରିଥିଲେ ଏବଂ ସେହିବର୍ଷ ସେ ରେଭେନସା କଲିଜିଏଟ୍ ସ୍କୁଲରୁ ଘରୋଇ ଛାତ୍ର ଭାବରେ ଦ୍ୱିତୀୟ ଶ୍ରେଣୀ ରେ ମାଟ୍ରିକ୍ ପାସ୍ କରିଥିଲେ। ସେ ତତ୍କାଳୀନ ଆ ଇ.ଏ. ଶ୍ରେଣୀରେ ନାମ ଲେଖାଇ ରେଭେନ୍ସା କଲେଜରୁ ପାଟଣା ବିଶ୍ୱବିଦ୍ଯାଳୟରେ ପ୍ରଥମ ଶ୍ରେଣୀରେ ପଞ୍ଚମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଥିଲେ । ତା' ପରେ ସେ କୋଡିଏ ଟଙ୍କାର ଏକ ମାସିକ ବୃତ୍ତି ଲାଭ କରି ଉକ୍ତ କଲେଜରେ ବିଏ ଅଧ୍ଯୟନ କଲେ ଏବଂ ଇଂରାଜି ଅନର୍ସ ସହିତ ବି.ଏ ପାସ୍ କଲେ। ୧୯୨୯-୩୦ ମସିହା ରେଭେନ୍ସା କଲେଜ ରେ ଏମ୍.ଏ. ଶ୍ରେଣୀରେ ନାମ ଲେଖାଇଲେ । ମାତ୍ର ଏକ ପକ୍ଷରେ ଅର୍ଥ ସଂକଟ ଓ ଅନ୍ଯ ପକ୍ଷରେ ଦେଶର ସ୍ୱାଧୀନତା ଆନ୍ଦୋଳନ ରାମକୃଷ୍ଣଙ୍କ କୃତିତ୍ୱପୂର୍ଣ୍ଣ ଛାତ୍ରଜୀବନର ପରିସମାପ୍ତି ଘଟାଇ ଲା।

ଛାତ୍ରବସ୍ଥାରେ ସେ ସାରସ୍ୱତ ସାଧନା ଆରମ୍ଭ କରିଥିଲେ ଏବଂ 'ସହକାର' , 'ନବଭାରତ' ଓ 'ଭଞ୍ଜପ୍ରଦୀପ' ଆଦି ପତ୍ରିକାଗୁଡିକରେ ତାଙ୍କର ଲେଖାମାନ ପ୍ରକାଶିତ ହୋଇଥିଲା । କଟକ ଟ୍ରେଡିଂ କମ୍ପାନୀର ମ୍ଯାନେଜର ଉମାଚରଣ ମହାନ୍ତି ରାମକୃଷ୍ଣ ଲିଖିତ "ତୁଳସୀ ଦାସ" ପାଣ୍ଡୁଲିପିଟି ପ୍ରକାଶ କରିଥିଲେ। ପୁସ୍ତକଟିର ଭାଷା ଓ ଭାବ ସରସ ହୋଇଥିବାରୁ ଅଷ୍ଟମ ଶ୍ରେଣୀର ଅତିରିକ୍ତ ପାଠ୍ଯପୁସ୍ତକ ରୂପେ ମନୋନୀତ ହୋଇଥିଲା । ସାଥିରୁ ଲେଖକଙ୍କ ପ୍ରାପ୍ଯ ଅର୍ଥ ଲାଭ କରି ରାମକୃଷ୍ଣ ଖୁବ୍ ଉତ୍ସାହିତ ହୋଇଥିଲେ । ଏହିପରି ସେ ସାହିତ୍ଯକ୍ଷେତ୍ରରେ ପ୍ରବେଶ କରି ନିଜର କୃତିତ୍ୱ ପ୍ରଦର୍ଶନ କରିପାରିଥିଲେ।

ରାମକୃଷ୍ଣ ଶିକ୍ଷକତାକୁ ଏକ ସ୍ଥାୟୀ ବୃତ୍ତି ଭାବରେ ଗ୍ରହଣ କରିବାକୁ ପ୍ରଥମେ ସ୍ଥିର କରିଥିଲେ। କାରଣ ଶିକ୍ଷାଦାନ ମାଧ୍ଯମରେ ସୁନାଗରିକ ଗଠନ କରିବାରେ ତାଙ୍କର

୧୬୦