ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୦୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ନିଜ ଆଗରେ ଦେଖେ ଏକ ବିରାଟ ସମାଜ ଓ କ୍ଷୁଦ୍ର ବିଦ୍ୟାଳୟ ସେହି ବିରାଟ ସମାଜ ପାଇଁ ସେ ପ୍ରସ୍ତୁତ କରିଥାଏ । ପଣ୍ଡା ମହାଶୟ ତାଙ୍କ ଶିକ୍ଷକ ଜୀବନରେ ଏହି ତତ୍ତ୍ୱ ବିଶେଷଭାବେ ଅନୁଭବ କରି ପାରିଥିଲେ । ସେ ଅନେକ ସମୟରେ ପିଲାମାନଙ୍କୁ ଧରି ଆଖପାଖ ଅଞ୍ଚଳରେ ଭୁ ସମାଜ ହିତକର କାର୍ଯ୍ୟ କରୁଥିଲେ । ଏତତବ୍ୟତୀତ ସେ ସମୟରେ ଗଠିତ ବରଗଡ ସମାଜ ଉନୟନ ସଂସ୍ଥା ଅବୈନତିକ ଚେୟାରମ୍ୟାନରୁପେ ଶିକ୍ଷକତା ସହିତ ସେ କାର୍ଯ୍ୟ କରିଥଲେ । ୧୯୬୪ ମସିହାରେ ଓଡିଶା ରାଜ୍ୟ ସରକାର କୃତୀ ଶିକ୍ଷକମାନଙ୍କୁ ଉସ୍ଚାହିତ କରିବାପାଇଁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିବାର ବ୍ୟବସ୍ଥା ପ୍ରଥମ ଥର ପାଇଁ କରିଥାନ୍ତି । ପଣ୍ଡା ମହାଶୟଙ୍କୁ ଏହି ପୁରସ୍କାର ୧୯୬୭ ମସିହା ଜାନୁୟାରୀ ୨୬ ତାରିଖରେ ଏକ ରାଜ୍ୟସ୍ତରୀୟ ଉସ୍ବବରେ ପ୍ରଦାନ କରା ଯାଇଥିଲା ।ପଣ୍ଡା ମହାଶୟଙ୍କୁ ଦିଆଯାଇଥିବା ମାନପତ୍ରରେ ସେ ଜଣେ "ସମ୍ବେଦନଶୀଳ ଓ ସୁଦକ୍ଷ ପ୍ରଧାନ ଶିକ୍ଷକ" ବୋଲି ଉଲେଖ କରାଯାଇଥିଲା । ଏହି କୃତବିଦ୍ୟ ଦକ୍ଷ ଶିକ୍ଷକ ଜଣକ ୧୯୫୨ ମସିହାରେ ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କର ଶିକ୍ଷାଦର୍ଶନ ବିଷୟରେ ଅଧ୍ୟୟନ କଲେ । ବିଭିନ୍ନ ସ୍ଥାନରେ ତତ୍ ସଂପର୍କୀୟ ବିଭିନ୍ନ ସେମିନାର ଓ ପାଠଚକ୍ରରେ ମଧ୍ୟ ଯୋଗଦାନ କଲେ । ୧୯୭୪ ମସିହା ସେପଟେମ୍ବର ମାସ ୧୮ ତାରିଖରେ ତତ୍କାଳୀନ ଓଡିଶାର ମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ଦ୍ୱାରା ସମ୍ବଲପୁର ଠାରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଉଦଘାଟିତ ହେଲା । ବିଦ୍ଯା ଳୟର ସୁଯୋଗ୍ଯ ପ୍ରଧାନ ଶିକ୍ଷକ ରୁପେ ପଣ୍ଡା ମହାଶୟଙ୍କୁ ଉକ୍ତ ଅନୁଷ୍ଠାନର ଦାୟିତ୍ୱ ୧୯୭୫ ମସିହାରେ ପରିଚାଳନା ସମିତି ଅର୍ପଣ କଲେ । ପ୍ରାକ୍ ବିଦ୍ଯାଳୟ ସ୍ଥରଠାରୁ ଆରମ୍ବକରି ଦଶମ ଶ୍ରେଣୀ ପର୍ଯ୍ଯନ୍ତ ପିଲାମାନେ ଅଧ୍ଯୟନ କରିବାର ସୋଯଗ ଉକ୍ତ ବିଦ୍ଯାଳ୍ୟରେ ପାଇଲେ ।

ଉକ୍ତ ପୂର୍ଣ୍ନାଙ୍ଗ ଶିକ୍ଷାକ୍ଷକ୍ଷେତ୍ରରେ ଅଗଣିତ ଶିକ୍ଷାର୍ଥୀ ଶିକ୍ଷକ ଶିକ୍ଷିକା ଓ ଅଭିଭାବକଗଣଙ୍କୁ ନେତୃତ୍ୱ ଦେବାରେ ପଣ୍ଡା ମହାଶୟଙ୍କ ଭୂମିକା ଅତୁଳନୀୟ ଥିଲା । ଦିନକର ଘଟଣା ଉକ୍ତ ଲେଖକ କୈଣସି କାମରେ ସେତେବେଳେ ଧନରଭଡା ଠାରେ ଥିବା ଉକ୍ତ ବିଦ୍ଯାଳୟକୁ ଯିବାର ସୁଯୋଗ ପାଇଥିଲା ।ସେ ଦେଖିବାକୁ ପାଇଲା,ପଣ୍ଡା ମହାଶୟ ବିଦ୍ଯାଳୟର ବାରଣ୍ଡାରେ ନିଜ ହାତରେ ଛାଞ୍ଛୁଣୀଧରି ଝାଡା ପରିଶ୍ରା ସଫା କରୁଛନ୍ତି । ଲେଖକଙ୍କୁ ଦେଖି ସେ ଟିକିଏ ହସିଦେଲେ । ଆମେ

୨୨୭