ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୧୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ତାଙ୍କର ସାଧୁତା ଓ ବନ୍ଧୁବତ୍ସତାକୁ ସ୍ମରଣ କରି ଫକୀଇରମୋହ ନ ତାଙ୍କ "ଆତ୍ମଜୀବନ ଚରିତ"ରେ ଲିଖିଛନ୍ତି, "ହାତରେ ଯେତୋଟି ଟଙ୍କା ଥିଲା ସରିଗଲା । ଦିନେ ସକାଳେ ରାନ୍ଧୁଣିଆ କ ହିଲା-ବସାକୁ ରାତିରେ ରୋଷେଇ ସରଞ୍ଜାମ କିଛି ନାହିଁ । କ'ଣ କରିବି, ଉପାୟ ଦିଶୁ ନାହିଁ । ବସାରେ ମନ ଲାଗିଲା ନାହିଁ । ଚାରିଟା ଉତ୍ତାରେ କଲେକ୍ଟରୀ କଚେରୀର ପୂର୍ବ ତରଫ କାଠ ଯୋଡ଼ି କୂଳ ପଥର ବନ୍ଧ ଉପରେ ଯାଇ ତୁନୀ ହୋଇବସି ଉଦାସ ଭାବେ ନ ଈ ଭିତରକୁ ଚାହିଁ ରହିଥାଏ । ପଛରୁ ଜଣେ ବାବୁ ଡାକିଲେ, "କିହୋ ଫକୀରମୋହନ, ଏଠାରେ ଏକୁଟିଆ ବସି କ'ଣ କରିଛ ?"

"ପଛକୁ ଚାହିଁ ଦେଖିଲି ନର୍ମାଲ ସ୍କୁଲର ସୁପରିଟେଣ୍ଡେଣ୍ଟ ବାବୁ ଦ୍ୱାରକାନାଥ ଚକ୍ରବର୍ତ୍ତୀ । ଦ୍ୱରକାବାବୁଙ୍କୁ ମୁଁ ଖୁଡ଼ୁତା ପରି ସମ୍ମାନ କରୁଥିଲି । ସେ ମଧ୍ୟ ମୋତେ ପୁତ୍ରପରି ସ୍ନେହ କରୁଥିଲେ । ଦ୍ୱାରକାବାବୁ କ ହିଲେ, "ଆମ୍ଭ ଫକୀରମୋହ ନ, ଆଜି ତୁମର ହିସାବ