ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୭୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଚିତ୍ର




ବିଦ୍ଯାର୍ଥୀଟିଏ ତା'ର ଶିକ୍ଷା ଗ୍ରହଣ କାଳରେ ଯେତେ ଯେତେ ଶିକ୍ଷକଙ୍କୁ ଭେଟୁ ନା କାହିକିଁ ପ୍ରାଥମିକ ବିଦ୍ଯାଳୟର ଶିକ୍ଷକଙ୍କୁ ଅଧିକ ମନେ ରଖିଥାଏ । ସେହିପରି ସେ ମନେ ରଖି ଥାଏ ନିଜର ବାଲ୍ଯକାଳୀନ ବିଶେଷ ଅନୁଭୁତିକମାନଙ୍କୁ । ମୋର ଏକାନ୍ତ ସଉଭାଗ୍ଯ,ମୁଁ ପାଇଥିଲି ପ୍ରାଥମିକ ବିଦ୍ଯଳୟ ର ପ୍ରଧାନ ଶିକ୍ଷକ ଭାବେ ଏପରି ଜଣେ ବ୍ଯକ୍ତିଙ୍କୁ ଯେ ସାଧରଣ ଅର୍ଥ ରେ ଶିକ୍ଷକ ମାତ୍ର ନ ଥିଲେ, ଥିଲେ ଯଥାର୍ଥ ଶିକ୍ଷାବ୍ରତୀ । ମୁ ବୃତ୍ତି ନିର୍ବାହ କରୁଥିବା ସମୟରେ ସେହି ସ୍ଥାନ ନିକଟବର୍ତ୍ତୀ ଅନେକ ଅଞ୍ଚଳକୁ ଭାଷଣ ଦେବାକୁ ଆମନ୍ତ୍ରିତ ହୋଇଛନ୍ତି । ଏଇ ଅବସର ରେ କେତେ ପ୍ରାଥମିକ ସ୍କୁଳ ମୋ ଆଗରେ ପଡିଛନ୍ତି । ମାତ୍ର ମୋର ବାଳ୍ଯ ଜୀବନ କଟିଥିବା ଡଗରପଡା ନି:ପ୍ରା ସ୍କୁଳ ଭଳି ସ୍କୁଳଟିଏ ମୁଁ କେଉଠିଁ ଦେଖିବାକୁ ପାଇ ନାହିଁ ।