ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୨୭୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସୌମ୍ଯକାନ୍ତ ସମ୍ବେଦନଶୀଳ ଶିକ୍ଷକ
ନିମାଇଁବଲ୍ଲଭ ରାୟ
ଶ୍ରୀ ବୀରକିଶୋର ପାଢୀ

ମୋ ପାଇଁ ପରମ ସୌଭାଗର ସମୟ ଥିଲା ସେଇଦିନ ଗୁଡିକ । ସେଦିନ ସିନା ସେକଥା ଅନୂଭବ କରିପାରୁନଥିଲି , ଆଜି କିନ୍ତୁ ମର୍ମେ ମର୍ମେ ବୁଝୁଛି , ସେଇ ପ୍ରାଚୀନ ପୁଣ୍ଯଭୂମିରେ ମୁଁ ଯେ ଗୋଟିଏ ପବିତ୍ର ବାଣୀ-ମଣ୍ଡପରେ ସ୍ଥାନ ପାଇଥିଲି , ତାହା ମୋର ଜନ୍ମଜନ୍ମର ବହୁ ବାଞ୍ଚିତ ପରିଣତି ଥିଲା ନିଶ୍ଚିତ ଭାବରେ । ପୁଣ୍ଯତୋୟା ବୈତରଣୀ କୂଳରେ ପୁରାଣ ପ୍ରସିଦ୍ଧ ଯାଜପୁର । ପୁରାଣ ଠାରୁ ପୁରାତନ , ବେଦ , ଉପନିଷଦଠାରୁ ପ୍ରାଚୀନ ଏହି ଯାଜପୁର ବା ଯଜ୍ଞପୁରର ଇତିହାସ । କେଉଁ ସୁଦୂର ଅତୀତରେ ମହର୍ଷି ଦୀର୍ଘତମାଙ୍କ ପ୍ରାର୍ଥନାରେ ପ୍ରୀତ ହୋଇ ପରମପୁରୁଷ ବ୍ରହ୍ମା ଏଠାରେ ଆରମ୍ଭ କଲେ ମହାଯଜ୍ଞ । ସେହି ଯଜ୍ଞ କୁଣ୍ଡରୁ ଆର୍ଭିଭୂତା ହେଲେ ସିଂହବାହିନୀ , ମହିଷ ମର୍ଦ୍ଦିନୀ ମାଆ ବିରଜା । ତାଙ୍କରି କରୁଣାର ଆଶ୍ରୟରେ ଗଢିଉଠିଲା ବିରଜାମଣ୍ଡଳ ଊତ୍ତର ଓଡିଶାର ଏକ ବିସ୍ତୃତ ଅଞ୍ଚଳକୁ ନେଇ। ଯାଜପୁର

୨୫୭