Jump to content

"ସ" - ସଖି ନ ବସ ଗୋ ତୁ ଗୁମାନେ

ଉଇକିପାଠାଗାର‌ରୁ

(ରାଗ ମଙ୍ଗଳ ଗୁଜ୍ଜରୀ, ତାଳ ଆଦିତାଳ)


ସଖି ନ ବସ ଗୋ ତୁ ଗୁମାନେ । ଘୋଷା ।

ଶୁଣି ଶ୍ୟାମ ତୋର ବାଣୀ ପ୍ରାଣ କଣ୍ଠତଟେ ଆଣି

ରଖିଲା ପରିରେ ଦିଶେ ଅନୁମାନେ । ୧ ।


ଶରଦ ଚନ୍ଦ୍ରମା ମୁଖୀ କର ତୁ ଶ୍ୟାମକୁ ସୁଖୀ

ଅଧର ମଧୁର ସୁଧା ରସପାନେ । ୨ ।


ଶପତ କଲାଣି ବେଣୁ ଛୁଇଁ ତ ନୀରଦ ତନୁ

ମନେ ହେଲେ ନ ରସିବି ବୋଲି ଆନେ । ୩ ।


ସହି ରେ ତୁ ଦୟାବତୀ ବୋଲାଇ ନିଷ୍ଠୁର ଅତି

ହେବାର ଆଜ ଗୋ ଘେନ ତୋତେ ଯେ ନ ମାନେ । ୪ ।


ସହରଷେ ରାଜଇନ୍ଦୁ ଭଣଇ ସେ ପ୍ରାଣବନ୍ଧୁ

କର କରୁଣାକୁ ଦିବ୍ୟ ଅବଧାନେ । ୫ ।