ଅଖିଳ ବ୍ରହ୍ମାଣ୍ତ ପତି ଆହେ ଦୀନବନ୍ଧୁ
ଦେଖଣା
ଅଖିଳ ବ୍ରହ୍ମାଣ୍ଡ ପତି ଆହେ ଦୀନବନ୍ଧୁ
ପତିତ ଜନ ପାବନ ଆହେ ଜଗବନ୍ଧୁ । ୧ ।
ଆହେ ହରି ଗର୍ବହାରି ଦେବ ଇଚ୍ଛାମୟ
ସ୍ବର୍ଗ ମଞ୍ଚ ରସାନ୍ତଳ ତୁହି ଜଗନ୍ନୟ । ୨ ।
ଭୋ ପ୍ରଭୁ ଜଗତନାଥ ଆଦି ନିରାକାର
ତୋହ ଆଜ୍ଞାରେ ଜଗତ ସର୍ଜନା ସଙ୍ଘାର । ୩ ।
ପୂର୍ଣ୍ଣ ବ୍ରହ୍ମ ଅବତାର ରୁ ଅଖିଳ ପତି
ତୋହ ପଦରଜ ବିନା ନୋହେ ଗତି ମୁକ୍ତି । ୪ ।
ଆଦିଶକ୍ତି ଯୋଗମାୟା ସେବି ଅବିରତ
ବଶ୍ୟ ହୋଇ ବିଜେ କରିଥାନ୍ତି ହୃଦଗତ । ୫ ।
ଗୋପିକାରମଣ ଦେବ ରାଧିକା ମୋହନ
ଜଳ ଥଳ ଶୂନ୍ୟେ ତୁମ୍ଭେ ସକଳ କାରଣ । ୬ ।
ଅଗ୍ନି ବାୟୁ ଭୂମି ବନ ମଣ୍ଡଳ ଜଳଧି
ସଚରାଚର ସଙ୍ଗତେ ପୁଣି ନଦନଦୀ । ୭ ।
ବ୍ରହ୍ମାଣ୍ଡର ନାଥ ତୁମ୍ଭେ କୃପା ଅକୃପାର
ତୋହ ପାଦ ବିନୁଁ ନାହିଁ ଆନ ପ୍ରତିକାର । ୮ ।
ଉଦ୍ଧରି ଧର ତହିଁରୁ ଆହୋ ଆର୍ତ୍ତତ୍ରାଣ
ରତ୍ନ ସିଂହାସନ ପାଶେ ସଦା ମୋହ ମନ । ୯ ।
ସକଳ ସଂସାର ସିନା ତୋହୋରି ଭିଆଣ
ପାମର ଅଚ୍ୟୁତି ଦାସ ପଶଇ ଶରଣ । ୧୦ ।