ଆକର୍ଷଣ

ଉଇକିପାଠାଗାର ରୁ
Jump to navigation Jump to search

ଦୟାନିଧି ମିଶ୍ର

(ସତ୍ୟ ଘଟଣା ମୂଳକ ଗଳ୍ପ)

ଏକ

ଆଜି ପିଲାକାଳ କଥା ମନେ ପଡ଼ିଲେ କେତେବେଳେ ସୁଖ ହୁଏ କେତେବେଳେ ବା ଦୁଃଖ ହୁଏ । ଯେତେବେଳେ କାମଦାମ କିଛି ନ ଥାଏ, ମଣିଷ ନିଶ୍ଚିନ୍ତ ହୋଇ ଘଡ଼ିଏ ବସିବାକୁ ଅବସର ପାଏ। ପିଲାଦିନର କେତେ ପୁରୁଣା କଥା ଆସି ମନେପଡ଼େ। ସେ ସବୁ ଭୁଲିବାକୁ ଯେତେ ଚେଷ୍ଟା କଲେ ସୁଦ୍ଧା ଭୁଲି ହୁଏ ନାହିଁ । ‘ସ୍ମୃତି ତ କଦାପି ନୁହେଁ ଫିଙ୍ଗିବାର ଫିଙ୍ଗି ପାରିଲେ ସେ ଲଭନ୍ତା ନିସ୍ତାର ।’ କମଳା ଘର ଆମ ଘର ବେଶୀ ଦୂର ନୁହେଁ। ଆମ ଘରେ ଥାଇ ତାକୁ ଡାକିଲେ ସେ ଶୁଣି ପାରିବ। କମଳା ସବୁବେଳେ ଆମ ଘରେ ଥାଏ। ମା’ ତାକୁ କେତେ ଗେଲ କରନ୍ତି-କେତେ ଚିଜ ଖାଇବାକୁ ଦିଅନ୍ତି। ମୁଁ ମଧ୍ୟ ତାଙ୍କ ଘରକୁ ଯାଏ। ସେଠାରେ ଖାଏ, ପିଏ, କେତେ ହସ କଉତୁକ କରେ। କମଳାର ମା’ ମୋତେ କେତେ ଆଦର କରନ୍ତି। ସେ ଯେତେବେଳେ ମୋତେ ‘ବାବା’ ବୋଲି ଡାକନ୍ତି କମଳା ମୁରୁକି ମୁରୁକି ହସି କେତେ ଖୁସି ହୁଏ। ସେ ମତେ ଏତେ ଭଲ ପାଏ। କମଳା ଆଉ ମୁଁ ଏକା ସାଙ୍ଗରେ ଖେଳୁ। ଦାଣ୍ଡ ଦୁଆରେ ବସି କେତେ ବାଲିଘର ଗଢ଼ୁ। ସେତେବେଳେ ମନ ସବୁବେଳେ ପ୍ରଫୁଲ୍ଲ – ଖେଳିବା ପାଇଁ ଭାରି ଆଗ୍ରହ। ବିଧାତାଙ୍କ ଚବିଶ ଘଣ୍ଟିଆ ଦିନ ମନକୁ ଆସେ ନାହିଁ। ଓଃ, ବିଧାତାଙ୍କ ଦିନଗୁଡ଼ାକ ଏତେ ଲମ୍ବ ! କେତେବେଳେ ସରେ ନାହିଁ। ସେଥିପାଇଁ ଆମ ମନକୁ ଆମେ ସାନ ସାନ ଦିନ ସୃଷ୍ଟି କରୁ। ସୂର୍ଯ୍ୟଙ୍କ ଉଦୟ ଅସ୍ତ ସଙ୍ଗେ ଆମ ଦିନର କୌଣସି ସମ୍ବନ୍ଧ ନ ଥାଏ। ସୂର୍ଯ୍ୟ ଆକାଶରେ ଥିଲେ ମଧ୍ୟ ଆମ ଦିନ-ରାତି ହୁଏ। ବାଲିଘର ବନାଇ ଖେଳିଲା ବେଳେ ଆମେ ଦିନକ ମଧ୍ୟରେ କେତେ ଦିନରାତି କଟାଉ। ଆଉ ସେ କଥା କାହିଁ ? ସେ ସ୍ବପ୍ନମୟ ରାଜ୍ୟ ଖୋଜିଲେ ଆଉ କାହୁଁ ମିଳିବ। ବଡ଼ି ଭୋର୍‌ରୁ ଉଠି ଦିହେଁଯାକ ଆମ ବଗିଚାରୁ ଫୁଲ ତୋଳିବାକୁ ଯାଉ। ଆମ ବଗିଚାରେ ଗୋଟାଏ ଚମ୍ପାଗଛ ଅଛି। ବାପା ଗଛଟିକୁ କଟକରୁ କିଣିଆଣି ବଗିଚାରେ ଲଗାଇଥିଲେ। ସେଥିରେ କେତେ ଫୁଲ ଫୁଟେ। ସେ ଫୁଲ ଦେଖିଲେ ତୋଳିବା ପାଇଁ ଇଚ୍ଛା ହୁଏ ନାହିଁ। ଫୁଲଗୁଡ଼ିକ ସବୁ ସତେଜ; ଯେପରି ସୂର୍ଯ୍ୟ, ପବନ ଓ ପାଣି ତିନିହେଁ ମିଶି ସେ ସବୁକୁ ସତେଜ କରୁଛନ୍ତି। ଏପରି ଫୁଲ ତୋଳିବାକୁ କାହା ମନ ବଳିବ ? ଫୁଲକୁ ଛିଣ୍ଡାଇ ପକାଇଲେ ଫୁଲ ମନରେ କଷ୍ଟ ହେବ ଯେ ! ତା ଦେହରୁ କେତେ ରକ୍ତ ବାହାରିବ ! ହସିଲା ଫୁଲଟି କାନ୍ଦି ପକାଇବ। ନା, ନା, ଦିଅଁ ଘେନିବେ ପରା ! ଦିଅଁଙ୍କ ପାଇଁ ସେ କାମ କରିବାକୁ ହେବ। କମଳା ଓ ମୁଁ ଚମ୍ପାଗଛ ଉପରକୁ ଉଠି ଗୀତ ଗାଇ ଗାଇ ଫୁଲ ତୋଳୁ। ଫୁଲ ନେଇ ଘରେ ମାଳ ଗୁନ୍ଥୁ। କମଳା ମୋଠାରୁ ଭଲ ମାଳ ଗୁନ୍ଥି ଜାଣେ। ତା’ ଫୁଲମାଳଟିକି ମତେ ଦିଏ। ମୋ’ ଫୁଲମାଳଟିକୁ ମୁଁ ତାକୁ ଦିଏ। ଫୁଲମାଳ ଧରି ଦୁହେଁଯାକ ଆମ ଗାଁ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରକୁ ଯାଉ। ଠାକୁରଙ୍କୁ ମାଳପିନ୍ଧାଇ ହସି ହସି ଘରକୁ ବାହୁଡ଼ି ଆସୁ। ଦିନେ ଆମ ଚମ୍ପାଗଛରୁ ଫୁଲ ତୋଳି ଆସୁଥିଲୁ। ପଞ୍ଝାଏ ଟୋକା ଆସି କହିଲେ- ‘କାଲି ଦେଖିବ; ସବୁ ଆମେ ନେଇଯାଇଥିବୁ। ତୁମେ ଆସିଲାବେଳକୁ ଗଛରେ ଗୋଟାଏ ହେଲେ ଫୁଲ ନ ଥିବ।’ ସେମାନଙ୍କ କଥାଶୁଣି ମୋ’ ମନରେ ଭାରି କଷ୍ଟ ହେଲା। କମଳା ମୁହଁକୁ ଶୁଖେଇ ଦେଇ ମୋ’ ମୁହଁକୁ ଅନେଇଲା। କମଳାର କଷ୍ଟ ଦେଖି ମୋ’ ମନରେ ଟକିଏ ରାଗହେଲା। ଆଚ୍ଛା ଦେଖିବା ସେମାନେ କିମିତି ଆସି ଫୁଲ ନେଇଯିବେ ! ଦୁହେଁ ପ୍ରତିଜ୍ଞା କଲୁ ଯେ ଆରଦିନ ରାତି ଚାରିଟାବେଳେ ଆସି ଫୁଲତକ ନେଇଯିବା। ସେଦିନ ରାତିରେ ମୋ’ ଆଖିରେ ଆଉ ନିଦ ନାହିଁ-କେତେବେଳେ ଚାରିଟା ବାଜିବ ? ପିଲାଏ ଆସି ବଗିଚାରୁ ଫୁଲ ନେଇଯିବେ ପରା ? ତାହାହେଲେ ଆମେ କ’ଣ ତୋଳିବୁ ? ଦିଅଁ କ’ଣ ଆମ ହାତରେ ଫୁଲ ପିନ୍ଧିବେ ନାହିଁ ? ଆମେ କି ଦୋଷ କଲୁ ? ବାର ବର୍ଷର ତପସ୍ୟା କଅଣ ଶୁଖୁଆ ପୋଡ଼ାରେ ଚାଲିଯିବ ? ଏହିପରି ଭାବି ଭାବି ମନ ଆକୁଳ ହୋଇଗଲା। ଆଖିରେ ଆଉ ଜମା କଷା ପଡ଼ିଲା ନାହିଁ। ଖଟ ଉପରେ ଏକଡ଼ ସେକଡ଼ ହୋଇ ଛଟପଟ ହେଉଥାଏ। ଯିମିତି ଚାରିଟା ବାଜିଲା ମୋ’ ଶୋଇବା ଘର କବାଟଟି ଖୁଡ଼୍‌ କରି ଶବ୍ଦ ହେଲା। ଦ୍ବାର ଖୋଲି ଦେଖେ ଯେ କମଳା ! ତାକୁ ସେପରି ଭାବରେ ରାତିରେ ଆସିବାର ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ତେବେ କ’ଣ କମଳା ମଧ୍ୟ ମୋ’ ପରି ରାତିଯାକ ଶୋଇନାହିଁ ? ଫୁଲ ତୋଳିବା ପାଇଁ ତା’ର ଏତେ ଆଗ୍ରହ ? ମୁଁ ତାକୁ କିଛି ନ କହି ଚାଦର ଖଣ୍ଡି ଘୋଡ଼େଇ ହୋଇ ତା’ ସାଙ୍ଗରେ ବଗିଚାକୁ ଗଲି। ସେତେବେଳକୁ ଆକାଶରେ ଚନ୍ଦ୍ର ଥିଲେ। ତାରାଗୁଡ଼ିକ ହୀରାଫୁଲ ଫୁଟିଲା ପରି ଆକାଶରେ ଜୁଳୁ ଜୁଳୁ ଦିଶୁଥାନ୍ତି। ପାହାନ୍ତିଆ ପବନ ଫୁଲରେଣୁ ଉଡାଇ, ବଗିଚାଯାକ ମହକାଇ, ସୁଲୁସୁଲୁ ବହୁଥିଲା। ଚମ୍ପା ଫୁଲଗୁଡ଼ିକ ବୃନ୍ତାସନରେ ବସି ପବନ ଦୋଳାରେ ଦୋଳୁଥିଲେ। ବଗିଚାର ଚାରିଆଡ଼େ ଚନ୍ଦ୍ରକିରଣ ହସୁଥିଲା। ଫୁଲ ଉପରେ ଚନ୍ଦ୍ରକିରଣ, ପତ୍ର ଉପରେ ଚନ୍ଦ୍ରକିରଣ ସବୁଠେଇଁ ଚନ୍ଦ୍ରକିରଣ। ଯେଉଁଠି ଚନ୍ଦ୍ରକିରଣ ପଡ଼ୁଥିଲା ନିଜେ ହସି ପରକୁ ହସାଉଥିଲା। ବଗିଚାଟି ଯେପରି ଚନ୍ଦ୍ରର ରାଜ୍ୟ ! କିନ୍ତୁ ଏ ସବୁ ଦେଖିବା ପାଇଁ ଆମର ଆଖି ନାହିଁ ? ଆମ ମନ ରହିଲା ଫୁଲ ତୋଳିବା ଉପରେ । କାଳେ ଟୋକାଏ ଆସି ଫୁଲ ନେଇ ଯାଇଥିବେ ! ବଗିଚାରେ ପହଞ୍ଚିଲାକ୍ଷଣି ଦୁହେଁଯାକ ମାଙ୍କଡ଼ ପରି ଗଛ ଉପରକୁ ଚଢ଼ିଗଲୁ। କମଳା ଗୋଟିଏ ଜାଗାରେ ବସି ଫୁଲ ତୋଳିଲା। ମୁଁ ଆଉ ଗୋଟିଏ ଜାଗାରେ ବସି ଫୁଲ ତୋଳିବାକୁ ଲାଗିଲି। ମୋ ପାଖରେ ଫୁଲତକ ତୋଳିସାରି କମଳା ଯେଉଁ ଡାଳରେ ବସି ଫୁଲ ତୋଳୁଥିଲା ସେଠିକି ଗଲି। ସେଠିକି ଯାଇ ଦେଖିଲି ଯେ, ଆଗ ଡାଳର ଫୁଲଗୁଡ଼ାକ କମଳା ତୋଳିପାରୁ ନାହିଁ। ମୋତେ ଦେଖି ସେ ଘୁଞ୍ଚିଗଲା ଓ କହିଲା- ‘ତୁମେ ସେଠାକୁ ଯାଅନା, ସରୁ ଡାଳ ଭାଙ୍ଗିଯିବ।’ ମୁଁ କିନ୍ତୁ ତା କଥା ଶୁଣିଲି ନାହିଁ। ଆଜି ବଗିଚାରେ ଗୋଟାଏ ସୁଦ୍ଧା ଫୁଲ ରଖିବାକୁ ଦେବି ନାହିଁ। ଆଜି ଫୁଲଯାକ ଦିଅଁ ପିନ୍ଧିବେ- ଆଉ କେହି ନେଇ ପାରିବେ ନାହିଁ। ସେଥିପାଇଁ କମଳା କଥା ନ ଶୁଣି ଡାଳ ଉପରକୁ ଉଠିଲି। ଖୁବ୍‌ ସାବଧାନ ହୋଇ ଫୁଲ ସବୁ ତୋଳିଲି; ଗୋଟାଏ ଫୁଲ ରହିଗଲା। ଯେତେ ଚେଷ୍ଟା କଲେ ସୁଦ୍ଧା ସେ ଫୁଲଟି ତୋଳି ପାରିଲି ନାହିଁ। ଆଉ ଟିକିଏ ଉପରକୁ ଉଠିଲି। ଯେଉଁ ଡାଳରେ ଫୁଲଟି ଥିଲା ହାତ ଲମ୍ବାଇ ସେ ଡାଳଟି ଧଇଲି। ଡାଳ ଉପରେ ହାତ ଦେଇ ଧୀରେ ଧୀରେ ଫୁଲ ନିକଟକୁ ହାତ ନେବାପାଇଁ ଚେଷ୍ଟା କଲି। ଫୁଲଟି ଠିକ୍‌ ଛୁଇଁବାକୁ ଯାଉଛି, ଡାଳଟି ଭାଙ୍ଗିଗଲା। ଡାଳ ଭାଙ୍ଗିବା ସଙ୍ଗେ ସଙ୍ଗେ ମୁଁ ଯେଉଁ ଡାଳଟି ହାତରେ ଧରିଥିଲି ସେ ଡାଳ ମଧ୍ୟ ଭାଗିଗଲା। ଆଉ ଆଶ୍ରୟ ନାହିଁ। ଭୂମି ଉପରେ ଦୁମ୍‌ କରି କଚାଡ଼ି ପଡ଼ିଲି। ଦେହ ମୁଣ୍ଡ ସବୁ ଖଣ୍ଡିଆ ହୋଇଗଲା। ପ୍ରାୟ ଦୁଇ ମିନିଟ୍‌ ପରେ ଅଚେତ ହୋଇଗଲି। ତା’ ପରେ ଆଉ କ’ଣ ହେଲା ଜାଣେ ନାହିଁ। ଦୁଇ ଯେତେବେଳେ ମୋର ଚେତନା ଆସିଲା ଦେଖିଲି ଯେ ମୁଁ ଗୋଟିଏ କୋଠାରୀରେ ଖଟ ଉପରେ ଶୋଇଛି ଓ ମୋ ପାଖରେ ଜଣେ ସାହେବ ଚଉକି ଉପରେ ବସିଛନ୍ତି। ବାପା ମଧ୍ୟ ଆଉ ଗୋଟିଏ ଚଉକିରେ ସାହେବ ପାଖରେ ବସିଛନ୍ତି। ମୁଁ ଯିମିତି ଆଖି ମେଲି ଚାହିଁଲି, ସାହେବ ଇଂରାଜୀରେ କଟର ମଟର ବାପାଙ୍କୁ କ’ଣ କହିଲେ। ବାପା ମଧ୍ୟ ସାହେବଙ୍କୁ ଇଂରାଜୀରେ ଜବାବ ଦେଲେ। ପରେ ସାହେବ ବାପାଙ୍କୁ ଆଉ କ’ଣ କହି ଧୀରେ ଧୀରେ ଚାଲିଗଲେ। ସାହେବ ଚାଲିଗଲା ପରେ ମା’ ଓ ବହୂ ଦୁହେଁଯାକ କୋଠରୀ ଭିତରକୁ ଆସିଲେ। ଘା’ ମୁଣ୍ଡ ଆଉଁସିବାକୁ ଲାଗିଲେ। ବହୁ ପିଠି ପାଖରେ ବସି ପିଠି ଆଉଁସିଲେ। ଆଜି ମା’ ବହୂ ଦୁହିଁଙ୍କ ଆଖିରେ ଲୁହ। ବାପା ମଧ୍ୟ କାନ୍ଦୁଛନ୍ତି। ମୁଁ ଏଥିର କାରଣ କିଛି ବୁଝି ପାରିଲି ନାହିଁ। ମୁଁ କେଉଁଠି ଅଛି। ସେଠାକୁ କିପରି ଆସିଲି ଏ ସବୁ ଜାଣିବା ପାଇଁ ମୋର ଭାରି ଆଗ୍ରହ ହେଲା; କିନ୍ତୁ ଯେତେ ଚେଷ୍ଟା କଲେ ସୁଦ୍ଧା ଜାଣି ପାରିଲି ନାହିଁ। ମା’ଙ୍କୁ କ’ଣ କରିବାକୁ ଆଦେଶ ଦେଇ ବାପା କୋଠରୀରୁ ଚାଲିଗଲେ। ବହୂ ଏକା ମୋ ପାଖରେ ରହିଲେ। ତାଙ୍କ ଆଖିରୁ ଝର ଝର ଲୁହ ଗଡ଼ୁଛି। ସବୁବେଳେ ମୋ ଦେହକୁ ଆଉଁସୁଛନ୍ତି। ବାପା ମା’ ଚାଲିଯିବାରୁ ବହୂଙ୍କୁ ପଚାରିଲି- ‘ବହୂ, ଏଠିକି କାହିଁକି ଆସିଛେ ? ଏଠିକି ଆମକୁ କିଏ ଆଣିଲା ? ମୋ କଥା ଶୁଣି ବହୂ ଆହୁରି କାନ୍ଦିଲେ। ପଣତରେ ଲୁହ ପୋଛି କହିଲେ- ‘ଡାକ୍ତର ମନା କରିଛନ୍ତି।’ ସତକୁ ସତ ବୋହୂଙ୍କ ମୁହଁରୁ କଥା ନ ସରୁଣୁ ମୋ ଦେହଯାକ ଭାରି ପୋଡ଼ିବାକୁ ଲାଗିଲା। ଘା’ରୁ ରକ୍ତ ବାହାରିବାକୁ ଲାଗିଲା। ମୁଁ ପୁଣି ଅଚେତ ହୋଇପଡ଼ିଲି। ଏପରି କେତେବେଳଯାଏ ମୁଁ ଅଚେତ୍‌ ହୋଇପଡ଼ିଲି ଭଗବାନ ଜାଣନ୍ତି; କିନ୍ତୁ କେଜାଣି କାହିଁକି ମୋତେ ସେ ଅବସ୍ଥାଟି ଭଲ ଲାଗିଲା। ଈଶ୍ବରଙ୍କ ରାଜ୍ୟରେ ପ୍ରତ୍ୟେକ ପଦାର୍ଥର ଉପକାରିତା ଅଛି। ମୂର୍ଚ୍ଛାମରଣ ସଙ୍ଗେ ସମାନ ହେଲେ ସୁଦ୍ଧା କ୍ଷଣକ ପାଇଁ ମନୁଷ୍ୟକୁ ସଂସାରର ଦୁଃଖ ସୁଖରୁ ଅନେକ ଦୂରକୁ ନେଇଯାଏ। ଯେଉଁ ବିଷ ମନ୍ୟୁଷର ପ୍ରାଣ ନିଏ, ସେହି ବିଷ ପୁଣି ଔଷଧ ରୂପେ ମନୁଷ୍ୟକୁ ରକ୍ଷା କରେ। ଭଗବାନଙ୍କ ଲୀଳା କିଏ ବୁଝି ପାରିବ ? ମୁଁ ଯେତେବେଳ ଯାଏଁ ମୂର୍ଚ୍ଛିତ ଅବସ୍ଥାରେ ଥିଲି ମୋର ଦୁଃଖ ସୁଖ ଜ୍ଞାନ ନ ଥିଲା। ସେତେବେଳେ ମୁଁ କେଉଁ ରାଜ୍ୟରେ ବୁଲୁଥିଲି, ଭଗବାନ ଜାଣନ୍ତି। କିନ୍ତୁ ବେଶିବେଳଯାଏ ଏ ସୁଖ ଭୋଗ କରି ପାରିଲି ନାହିଁ। ପୁଣି ଶୀଘ୍ର ମୋର ଚେତନା ହେଲା। ଆଖି ଖୋଲି ଦେଖିଲି ଯେ ମା’ ଘା’ ସବୁ ଧୋଇକରି ସେଥିରେ ମଲମ ଲଗାଉଛନ୍ତି। ବୋଉ ପଙ୍ଖା ଧରି ବିଞ୍ଚୁଛନ୍ତି। ଏପରି ମୂର୍ଚ୍ଛା ଓ ଚେତନାର କେତେ ଅଭିନୟ ହେଲା, ଲେଖିବାକୁ ଶକ୍ତି ନାହିଁ। ସେ କଥା ଆଜି ମନେ ପଡ଼ିଲେ ଲେଖନୀ ଥରି ଯାଉଛି, ହୃଦୟ ଅବସନ୍ନ ହୋଇ ଯାଉଛି, ଆଖିରୁ ଅବିଶ୍ରାନ୍ତ ଲୁହ ଗଡ଼ୁଛି। ଓଃ ଦୁଃଖର ସମୟ ଏତେ କଠିନ-ଏତେ ନିଷ୍ଠୁର ! ଭଗବାନ ଏ ଦୁଃଖ ମଧ୍ୟରେ କି କି ସୁଖ ନିହିତ କରିଅଛନ୍ତି, କିଏ କହିପାରେ ? ମନୁଷ୍ୟର ଅବସ୍ଥା ଚିରଦିନ ସମାନ ନ ଥାଏ। ଦୁଃଖ ପରେ ସୁଖ-ସୁଖ ପରେ ଦୁଃଖ ଲାଗିଛି। ‘ଚକ୍ରବତ୍‌ ପରିବର୍ତ୍ତନ୍ତେ ଦୁଃଖାନି ଚ ସୁଖାନି ଚ।’ ମୋର ଦୁଃଖ ମଧ୍ୟ ବେଶିଦିନ ରହି ନ ଥିଲା। ଭଗବାନଙ୍କ କୃପାରୁ ଶୀଘ୍ର ଆରୋଗ୍ୟ ଲାଭ କଲି। ସେ ଆଜି ଅନେକ ଦିନର କଥା। ଏଥିମଧ୍ୟରେ ଅନେକ ପରିବର୍ତ୍ତନ ହୋଇ ଗଲାଣି। ବାପା ମତେ ଆଉ ଗାଁକୁ ଛାଡ଼ୁ ନାହାନ୍ତି। ତାଙ୍କ ପାଖେ ରହି କଟକରେ ପାଠ ପଢୁଛି। ମା’ ହେରିକା ମୋ ଦେହ ଭଲ ହେଲାରୁ ଗାଁକୁ ଚାଲିଗଲେ। ବାପା କଟକରେ ଓକିଲାତି କରନ୍ତି। ଗାଁରେ ଜମିଦାରୀ ବୁଝିବା ପାଇଁ କେହି ନ ଥିବାରୁ ମା’ କଟକକୁ ଆସି ପାରନ୍ତି ନାହିଁ। ଭାଇ ଏ ବର୍ଷ ବି.ଏ. ପାସ୍‌ କରି କଲିକତାରେ ଏମ୍‌.ଏ. ପଢ଼ୁଛନ୍ତି। ମୁଁ ମାଟ୍ରିକୁଲେସନ୍‌ ପାସ୍‌ କରି କଟକ କଲେଜରେ ପଢ଼ୁଛି। ମୁଁ ଚମ୍ପା ଗଛରୁ କି ଲଗ୍ନରେ ପଡ଼ିଲି କେଜାଣି ପିଲାକାଳ କଥା ଆଉ ଜମା ମନେ ନାହିଁ। ଗାଁକୁ ଯିବା ପାଇଁ ଆଉ ଜମା ଇଚ୍ଛା ହେଉ ନାହିଁ। ବାପା ମଧ୍ୟ ମତେ ଆଉ ଗାଁକୁ ଛାଡ଼ି ଦେଉ ନାହାନ୍ତି। ମା’ ଯେତେ ଲେଖିଲେ ସୁଦ୍ଧା ବାପା ମାନୁନାହାନ୍ତି। ତାଙ୍କ ଇଚ୍ଛା, ପଢ଼ା ଶେଷ ହେବାଯାଏଁ ମୁଁ କଟକରେ ରହିବି। ମୋର ମଧ୍ୟ ସେହି ଇଚ୍ଛା। ବାପା କଟକରେ କାହାରି ସଙ୍ଗେ ମୋତେ ମିଶିବାକୁ ଦିଅନ୍ତି ନାହିଁ। ସେ କହନ୍ତି, ‘କଟକ ସହର କଳିର ରାଜଧାନୀ। ଏପରି ସ୍ଥାନରେ ପିଲାମାନଙ୍କୁ ଆକଟ କରି ରଖିବା ଉଚିତ୍‌।’ ମା’ ମଧ୍ୟ ଦିନେ କହୁଥିଲେ- ‘କଟକ ସହର, ଦେଖିକରି ଚାଲିବ। ସେଠେଇଁ ମାଟି ପଥର ମଧ୍ୟ କଥା କହନ୍ତି।’ ତେବେ କଟକରେ ସମସ୍ତେ ଯେ ଖରାପ ଏ କଥା କିଏ କହିବ ? ସେ ଯାହାହେଉ, ବାପାଙ୍କ କଥା ମାନିବା ହିଁ ମୋର କାର୍ଯ୍ୟ। ଦିନେ ମୁଁ ଘରେ ବସି ପଢ଼ୁଛି। ଡାକବାଲା ଆସି ମୋ ହାତରେ ଚିଠି ଖଣ୍ଡିଏ ଦେଇଗଲା। ଚିଠି ଖୋଲି ପଢ଼ିଲି; କିନ୍ତୁ ତହିଁର ଅର୍ଥ ବୁଝି ପାରିଲି ନାହିଁ। ହସ୍ତାକ୍ଷର ଯେପରି ମୁଁ କେବେ ଦେଖିଛି ! କି ସୁନ୍ଦର ମୁକ୍ତାପରି ଅକ୍ଷର ! ଅତୀତର ଗର୍ଭ ତନ୍ନ ତନ୍ନ କରି ଖୋଜିଲି; କିନ୍ତୁ କୌଣସିଠାରେ କିଛି ପାଇଲି ନାହିଁ। ଚିଠି କିଏ ଲେଖିଛି ? ମୋ ଠାକୁ କାହିଁକି ଲେଖିଛି ? ମୋ ସଙ୍ଗେ ତା’ର କି ସମ୍ପର୍କ ? ଏ ସବୁ ଜାଣିବା ପାଇଁ ଅନେକ ଚେଷ୍ଟା କଲି; କିନ୍ତୁ କିଛି ଠିକ୍‌ କରି ପାରିଲି ନାହିଁ। ପୁଣି ଚିଠି ଖୋଲି ପଢ଼ିଲି- ‘ବିନୋଦ ବାବୁ, ମୋର ପରିଚୟର ଭୂମିକା ଅନାବଶ୍ୟକ। ବର୍ତ୍ତମାନ ମୋର ଅନ୍ତିମକାଳ ଉପସ୍ଥିତ। ତୁମକୁ ଦେଖିବା ପାଇଁ ମୋ ମନ ଅତିଶୟ ବ୍ୟାକୁଳ। ଯଦି ପୂର୍ବ ପରିଚୟର ଆଦର ଥାଏ, ଶୀଘ୍ର ଆସି ମୋର ଉତ୍କଣ୍ଠା ଦୂର କରିବ। ଇତି । ତୁମର କ-’ ଚିଠି ପଢ଼ି ମୋ ମନ ବ୍ୟାକୁଳ ହେବାକୁ ଲାଗିଲା । ମୁଁ ଯେପରି ଅନ୍ଧକାର ମଧ୍ୟରେ ଆଲୋକ ଦେଖିବାକୁ ପାଇଲି । କିଏ ଯେପରି ମୋ ନିକଟକୁ ଆସି କାଳେ କହିଲା- ‘ଯାଅ, ବିଚାରୀ ତୁମ ପାଇଁ କେତେ କଷ୍ଟ ପାଉଛି।’ କିନ୍ତୁ ବିଚାରୀ କିଏ ? ସେ ମୋ ପାଇଁ କାହିଁକି କଷ୍ଟ ପାଉଛି ?ଦୁଇ ଯେତେବେଳେ ମୋର ଚେତନା ଆସିଲା ଦେଖିଲି ଯେ ମୁଁ ଗୋଟିଏ କୋଠାରୀରେ ଖଟ ଉପରେ ଶୋଇଛି ଓ ମୋ ପାଖରେ ଜଣେ ସାହେବ ଚଉକି ଉପରେ ବସିଛନ୍ତି। ବାପା ମଧ୍ୟ ଆଉ ଗୋଟିଏ ଚଉକିରେ ସାହେବ ପାଖରେ ବସିଛନ୍ତି। ମୁଁ ଯିମିତି ଆଖି ମେଲି ଚାହିଁଲି, ସାହେବ ଇଂରାଜୀରେ କଟର ମଟର ବାପାଙ୍କୁ କ’ଣ କହିଲେ। ବାପା ମଧ୍ୟ ସାହେବଙ୍କୁ ଇଂରାଜୀରେ ଜବାବ ଦେଲେ। ପରେ ସାହେବ ବାପାଙ୍କୁ ଆଉ କ’ଣ କହି ଧୀରେ ଧୀରେ ଚାଲିଗଲେ। ସାହେବ ଚାଲିଗଲା ପରେ ମା’ ଓ ବହୂ ଦୁହେଁଯାକ କୋଠରୀ ଭିତରକୁ ଆସିଲେ। ଘା’ ମୁଣ୍ଡ ଆଉଁସିବାକୁ ଲାଗିଲେ। ବହୁ ପିଠି ପାଖରେ ବସି ପିଠି ଆଉଁସିଲେ। ଆଜି ମା’ ବହୂ ଦୁହିଁଙ୍କ ଆଖିରେ ଲୁହ। ବାପା ମଧ୍ୟ କାନ୍ଦୁଛନ୍ତି। ମୁଁ ଏଥିର କାରଣ କିଛି ବୁଝି ପାରିଲି ନାହିଁ। ମୁଁ କେଉଁଠି ଅଛି। ସେଠାକୁ କିପରି ଆସିଲି ଏ ସବୁ ଜାଣିବା ପାଇଁ ମୋର ଭାରି ଆଗ୍ରହ ହେଲା; କିନ୍ତୁ ଯେତେ ଚେଷ୍ଟା କଲେ ସୁଦ୍ଧା ଜାଣି ପାରିଲି ନାହିଁ। ମା’ଙ୍କୁ କ’ଣ କରିବାକୁ ଆଦେଶ ଦେଇ ବାପା କୋଠରୀରୁ ଚାଲିଗଲେ। ବହୂ ଏକା ମୋ ପାଖରେ ରହିଲେ। ତାଙ୍କ ଆଖିରୁ ଝର ଝର ଲୁହ ଗଡ଼ୁଛି। ସବୁବେଳେ ମୋ ଦେହକୁ ଆଉଁସୁଛନ୍ତି। ବାପା ମା’ ଚାଲିଯିବାରୁ ବହୂଙ୍କୁ ପଚାରିଲି- ‘ବହୂ, ଏଠିକି କାହିଁକି ଆସିଛେ ? ଏଠିକି ଆମକୁ କିଏ ଆଣିଲା ? ମୋ କଥା ଶୁଣି ବହୂ ଆହୁରି କାନ୍ଦିଲେ। ପଣତରେ ଲୁହ ପୋଛି କହିଲେ- ‘ଡାକ୍ତର ମନା କରିଛନ୍ତି।’ ସତକୁ ସତ ବୋହୂଙ୍କ ମୁହଁରୁ କଥା ନ ସରୁଣୁ ମୋ ଦେହଯାକ ଭାରି ପୋଡ଼ିବାକୁ ଲାଗିଲା। ଘା’ରୁ ରକ୍ତ ବାହାରିବାକୁ ଲାଗିଲା। ମୁଁ ପୁଣି ଅଚେତ ହୋଇପଡ଼ିଲି। ଏପରି କେତେବେଳଯାଏ ମୁଁ ଅଚେତ୍‌ ହୋଇପଡ଼ିଲି ଭଗବାନ ଜାଣନ୍ତି; କିନ୍ତୁ କେଜାଣି କାହିଁକି ମୋତେ ସେ ଅବସ୍ଥାଟି ଭଲ ଲାଗିଲା। ଈଶ୍ବରଙ୍କ ରାଜ୍ୟରେ ପ୍ରତ୍ୟେକ ପଦାର୍ଥର ଉପକାରିତା ଅଛି। ମୂର୍ଚ୍ଛାମରଣ ସଙ୍ଗେ ସମାନ ହେଲେ ସୁଦ୍ଧା କ୍ଷଣକ ପାଇଁ ମନୁଷ୍ୟକୁ ସଂସାରର ଦୁଃଖ ସୁଖରୁ ଅନେକ ଦୂରକୁ ନେଇଯାଏ। ଯେଉଁ ବିଷ ମନ୍ୟୁଷର ପ୍ରାଣ ନିଏ, ସେହି ବିଷ ପୁଣି ଔଷଧ ରୂପେ ମନୁଷ୍ୟକୁ ରକ୍ଷା କରେ। ଭଗବାନଙ୍କ ଲୀଳା କିଏ ବୁଝି ପାରିବ ? ମୁଁ ଯେତେବେଳ ଯାଏଁ ମୂର୍ଚ୍ଛିତ ଅବସ୍ଥାରେ ଥିଲି ମୋର ଦୁଃଖ ସୁଖ ଜ୍ଞାନ ନ ଥିଲା। ସେତେବେଳେ ମୁଁ କେଉଁ ରାଜ୍ୟରେ ବୁଲୁଥିଲି, ଭଗବାନ ଜାଣନ୍ତି। କିନ୍ତୁ ବେଶିବେଳଯାଏ ଏ ସୁଖ ଭୋଗ କରି ପାରିଲି ନାହିଁ। ପୁଣି ଶୀଘ୍ର ମୋର ଚେତନା ହେଲା। ଆଖି ଖୋଲି ଦେଖିଲି ଯେ ମା’ ଘା’ ସବୁ ଧୋଇକରି ସେଥିରେ ମଲମ ଲଗାଉଛନ୍ତି। ବୋଉ ପଙ୍ଖା ଧରି ବିଞ୍ଚୁଛନ୍ତି। ଏପରି ମୂର୍ଚ୍ଛା ଓ ଚେତନାର କେତେ ଅଭିନୟ ହେଲା, ଲେଖିବାକୁ ଶକ୍ତି ନାହିଁ। ସେ କଥା ଆଜି ମନେ ପଡ଼ିଲେ ଲେଖନୀ ଥରି ଯାଉଛି, ହୃଦୟ ଅବସନ୍ନ ହୋଇ ଯାଉଛି, ଆଖିରୁ ଅବିଶ୍ରାନ୍ତ ଲୁହ ଗଡ଼ୁଛି। ଓଃ ଦୁଃଖର ସମୟ ଏତେ କଠିନ-ଏତେ ନିଷ୍ଠୁର ! ଭଗବାନ ଏ ଦୁଃଖ ମଧ୍ୟରେ କି କି ସୁଖ ନିହିତ କରିଅଛନ୍ତି, କିଏ କହିପାରେ ? ମନୁଷ୍ୟର ଅବସ୍ଥା ଚିରଦିନ ସମାନ ନ ଥାଏ। ଦୁଃଖ ପରେ ସୁଖ-ସୁଖ ପରେ ଦୁଃଖ ଲାଗିଛି। ‘ଚକ୍ରବତ୍‌ ପରିବର୍ତ୍ତନ୍ତେ ଦୁଃଖାନି ଚ ସୁଖାନି ଚ।’ ମୋର ଦୁଃଖ ମଧ୍ୟ ବେଶିଦିନ ରହି ନ ଥିଲା। ଭଗବାନଙ୍କ କୃପାରୁ ଶୀଘ୍ର ଆରୋଗ୍ୟ ଲାଭ କଲି। ସେ ଆଜି ଅନେକ ଦିନର କଥା। ଏଥିମଧ୍ୟରେ ଅନେକ ପରିବର୍ତ୍ତନ ହୋଇ ଗଲାଣି। ବାପା ମତେ ଆଉ ଗାଁକୁ ଛାଡ଼ୁ ନାହାନ୍ତି। ତାଙ୍କ ପାଖେ ରହି କଟକରେ ପାଠ ପଢୁଛି। ମା’ ହେରିକା ମୋ ଦେହ ଭଲ ହେଲାରୁ ଗାଁକୁ ଚାଲିଗଲେ। ବାପା କଟକରେ ଓକିଲାତି କରନ୍ତି। ଗାଁରେ ଜମିଦାରୀ ବୁଝିବା ପାଇଁ କେହି ନ ଥିବାରୁ ମା’ କଟକକୁ ଆସି ପାରନ୍ତି ନାହିଁ। ଭାଇ ଏ ବର୍ଷ ବି.ଏ. ପାସ୍‌ କରି କଲିକତାରେ ଏମ୍‌.ଏ. ପଢ଼ୁଛନ୍ତି। ମୁଁ ମାଟ୍ରିକୁଲେସନ୍‌ ପାସ୍‌ କରି କଟକ କଲେଜରେ ପଢ଼ୁଛି। ମୁଁ ଚମ୍ପା ଗଛରୁ କି ଲଗ୍ନରେ ପଡ଼ିଲି କେଜାଣି ପିଲାକାଳ କଥା ଆଉ ଜମା ମନେ ନାହିଁ। ଗାଁକୁ ଯିବା ପାଇଁ ଆଉ ଜମା ଇଚ୍ଛା ହେଉ ନାହିଁ। ବାପା ମଧ୍ୟ ମତେ ଆଉ ଗାଁକୁ ଛାଡ଼ି ଦେଉ ନାହାନ୍ତି। ମା’ ଯେତେ ଲେଖିଲେ ସୁଦ୍ଧା ବାପା ମାନୁନାହାନ୍ତି। ତାଙ୍କ ଇଚ୍ଛା, ପଢ଼ା ଶେଷ ହେବାଯାଏଁ ମୁଁ କଟକରେ ରହିବି। ମୋର ମଧ୍ୟ ସେହି ଇଚ୍ଛା। ବାପା କଟକରେ କାହାରି ସଙ୍ଗେ ମୋତେ ମିଶିବାକୁ ଦିଅନ୍ତି ନାହିଁ। ସେ କହନ୍ତି, ‘କଟକ ସହର କଳିର ରାଜଧାନୀ। ଏପରି ସ୍ଥାନରେ ପିଲାମାନଙ୍କୁ ଆକଟ କରି ରଖିବା ଉଚିତ୍‌।’ ମା’ ମଧ୍ୟ ଦିନେ କହୁଥିଲେ- ‘କଟକ ସହର, ଦେଖିକରି ଚାଲିବ। ସେଠେଇଁ ମାଟି ପଥର ମଧ୍ୟ କଥା କହନ୍ତି।’ ତେବେ କଟକରେ ସମସ୍ତେ ଯେ ଖରାପ ଏ କଥା କିଏ କହିବ ? ସେ ଯାହାହେଉ, ବାପାଙ୍କ କଥା ମାନିବା ହିଁ ମୋର କାର୍ଯ୍ୟ। ଦିନେ ମୁଁ ଘରେ ବସି ପଢ଼ୁଛି। ଡାକବାଲା ଆସି ମୋ ହାତରେ ଚିଠି ଖଣ୍ଡିଏ ଦେଇଗଲା। ଚିଠି ଖୋଲି ପଢ଼ିଲି; କିନ୍ତୁ ତହିଁର ଅର୍ଥ ବୁଝି ପାରିଲି ନାହିଁ। ହସ୍ତାକ୍ଷର ଯେପରି ମୁଁ କେବେ ଦେଖିଛି ! କି ସୁନ୍ଦର ମୁକ୍ତାପରି ଅକ୍ଷର ! ଅତୀତର ଗର୍ଭ ତନ୍ନ ତନ୍ନ କରି ଖୋଜିଲି; କିନ୍ତୁ କୌଣସିଠାରେ କିଛି ପାଇଲି ନାହିଁ। ଚିଠି କିଏ ଲେଖିଛି ? ମୋ ଠାକୁ କାହିଁକି ଲେଖିଛି ? ମୋ ସଙ୍ଗେ ତା’ର କି ସମ୍ପର୍କ ? ଏ ସବୁ ଜାଣିବା ପାଇଁ ଅନେକ ଚେଷ୍ଟା କଲି; କିନ୍ତୁ କିଛି ଠିକ୍‌ କରି ପାରିଲି ନାହିଁ। ପୁଣି ଚିଠି ଖୋଲି ପଢ଼ିଲି- ‘ବିନୋଦ ବାବୁ, ମୋର ପରିଚୟର ଭୂମିକା ଅନାବଶ୍ୟକ। ବର୍ତ୍ତମାନ ମୋର ଅନ୍ତିମକାଳ ଉପସ୍ଥିତ। ତୁମକୁ ଦେଖିବା ପାଇଁ ମୋ ମନ ଅତିଶୟ ବ୍ୟାକୁଳ। ଯଦି ପୂର୍ବ ପରିଚୟର ଆଦର ଥାଏ, ଶୀଘ୍ର ଆସି ମୋର ଉତ୍କଣ୍ଠା ଦୂର କରିବ। ଇତି । ତୁମର କ-’ ଚିଠି ପଢ଼ି ମୋ ମନ ବ୍ୟାକୁଳ ହେବାକୁ ଲାଗିଲା । ମୁଁ ଯେପରି ଅନ୍ଧକାର ମଧ୍ୟରେ ଆଲୋକ ଦେଖିବାକୁ ପାଇଲି । କିଏ ଯେପରି ମୋ ନିକଟକୁ ଆସି କାଳେ କହିଲା- ‘ଯାଅ, ବିଚାରୀ ତୁମ ପାଇଁ କେତେ କଷ୍ଟ ପାଉଛି।’ କିନ୍ତୁ ବିଚାରୀ କିଏ ? ସେ ମୋ ପାଇଁ କାହିଁକି କଷ୍ଟ ପାଉଛି ? ଏ କେତେ ଦିନ ମୋ ହୃଦୟ ଯନ୍ତ୍ରର ତାର ଛିଣ୍ଡି ଯାଇଥିଲା। ଯନ୍ତ୍ର ଲୟ ବିଶିଷ୍ଟ କରିବା ପାଇଁ କେତେ ଚେଷ୍ଟା କରିଥିଲି; କିନ୍ତୁ ମୋର ସକଳ ଚେଷ୍ଟା ବିଫଳ ହୋଇଗଲା। ଏ ଚିଠି ପଢ଼ିଲାକ୍ଷଣି ଛିନ୍ନ ତାରଗୁଡ଼ିକ ପୁଣି ଯୋଡ଼ି ହୋଇଗଲା। ହୃଦୟ ଯନ୍ତ୍ର ପୁଣି ଲୟ ବିଶିଷ୍ଟ ହେଲା। କେଉଁ ଅଜ୍ଞାତ ରାଜ୍ୟର ଛବି ମୋର ସ୍ମୃତିପଟରେ ଅଙ୍କିତ ହେଲା। ଏ ମୂର୍ତ୍ତି ମୁଁ ଅନେକଥର ଦେଖିଛି। ତା’ ସଙ୍ଗେ କେତେ ଖେଳିଛି। ଶୟନରେ, ଜାଗରଣରେ ତାହାର ମୂର୍ତ୍ତିକୁ ଧ୍ୟାନ କରି କେତେ ସୁଖ ପାଇଛି। ଛି ମୁଁ ଏତେ କୃତଘ୍ନ ! ଆଜି ଏ ସ୍ନେହମୟୀ ମୂର୍ତ୍ତି ମୋ ସ୍ମୃତି ପଟରୁ ଲୁପ୍ତ ! ମୋତେ ଦେଖିବା ପାଇଁ ସେ ଏତେ ବ୍ୟାକୁଳ; କିନ୍ତୁ ମୁଁ ତ ତା’ କଥା ଘଡ଼ିଏ ହେଲେ ଭାବୁ ନାହିଁ। କବି ଯଥାର୍ଥ କହିଛନ୍ତି- “Sigh no more, Lady, Sigh no more, Men were constant never.” କମଳା ! ସ୍ନେହମୟୀ କମଳା ! ତୋର ବାଲ୍ୟ ସହଚରକୁ ତୁ ଏତେ ଭଲ ପାଉ ! ତା’ ପାଇଁ ତୋର ଏତେ ଉତ୍କଣ୍ଠା ! କିନ୍ତୁ ତୋର ସେ ସୁନ୍ଦର ମୁଖ ଆଉ ଦେଖି ପାରିବି କି ? ତୁ ସ୍ବର୍ଗର ଜୀବ । ତୋର ଚତୁର୍ଦ୍ଦିଗରେ ଦେବତାମାନେ ! ସେ ରାଜ୍ୟକୁ ଯିବାକୁ ମୋର ଅଧିକାର ଅଛି କି ? ଆଉ ଭାବି ପାରିଲି ନାହିଁ । ହୃଦୟ କମଳାମୟ ହୋଇଗଲା। ଯେଉଁଠାରେ ଅନାଇଲି ସେହିଠାରେ କମଳା। ଆକର୍ଷଣ ପ୍ରଭାବରେ ଭଗବାନ ଟଳିଯାନ୍ତି, ମନୁଷ୍ୟ ଛାର କେତେ ମାତ୍ର ! ବାପାଙ୍କୁ କହି ସେଦିନ ଟ୍ରେନ୍‌ରେ ଗାଁକୁ ବାହାରିଗଲି। ଗାଁକୁ ଗଲାବେଳକୁ ପ୍ରଭାତ ହେବାକୁ ଅନେକ ବାକି ଅଛି। ଗାଁରେ କୌଣସିଠାରେ କିଛି ଶବ୍ଦ ନାହିଁ। ଚତୁର୍ଦ୍ଦିଗ ନିସ୍ତବ୍ଧ, କିନ୍ତୁ କମଳା ଘର ନିକଟକୁ ଯାଇ ଦେଖେ, ଯେ କାନ୍ଦ ବୋବାଳି ଲାଗିଛି। ସେ କ୍ରନ୍ଦନ ଶୁଣି ମୋର ହୃଦୟ ଚମକି ଉଠିଲା। ମୁଁ ଉନ୍ମତ୍ତପ୍ରାୟ ଘର ଭିତରେ ପ୍ରବେଶ କଲି। ଘର ଭିତରକୁ ଯାଇ ଦେଖେ, ଅଗଣାରେ ଅନେକ ଲୋକ ଜମା ହୋଇଛନ୍ତି। କମଳାର ପ୍ରଶାନ୍ତ ମୂର୍ତ୍ତି ଗୋଟିଏ ଖଟ ଉପରେ ସ୍ଥାପିତ ହୋଇଅଛି। ଓଃ, କି ଭୀଷଣ ଦୃଶ୍ୟ ! ମୁଁ ଆଉ ରହି ପାରିଲି ନାହିଁ । କମଳା ନିକଟକୁ ଯାଇ ତାକୁ ଆଲିଙ୍ଗନ କରି କମ୍ପିତ କଣ୍ଠରେ କହିଲି- ‘କମଳା ! କମଳା !’ ଆଉ କହି ପାରିଲି ନାହିଁ। ମୋର ବାକ୍ୟ ରୁଦ୍ଧ ହୋଇଗଲା। ମୋ କଥା ଶୁଣି କମଳାର ଯନ୍ତ୍ରଣା-କାତର ଓ ବିଷର୍ଣ୍ଣ ମୁଖରେ ଏକ ଅପୂର୍ବ ଜ୍ୟୋତି ଫୁଟି ଉଠିଲା। ନିମୀଳିତ ନେତ୍ର ଦ୍ବୟ ଉନ୍ନୀଳିତ ହେଲା; କିନ୍ତୁ ପୁଣି ଘୋର ଅନ୍ଧକାର। କମଳାର ପିଣ୍ଡ ଛାଡ଼ି ପ୍ରାଣ ଚାଲିଗଲା। କମଳାର ପ୍ରାଣହୀନ ଦେହ ନିଶ୍ଚଳ ହେଲା। ମୋର ସକଳ ଆଶା ଭରସା ବିଲୁପ୍ତ ହେଲା। ଚତୁର୍ଦ୍ଦିଗ ଅନ୍ଧାକର ଦିଶିଲା। କମଳାର ଶୀତଳ ଦେହକୁ କ୍ରୋଡ଼ରେ ରଖି କାନ୍ଦିବାର ଲାଗିଲି। ସେ ଦେହରେ ସ୍ବର୍ଗୀୟ କାନ୍ତି ଝଲସି ଉଠୁଥିଲା। ଲାବଣ୍ୟମୟ ଓ ମହିମାମଣ୍ଡିତ ମୁଖ ମଣ୍ଡଳ ଅବିକୃତ, ଜ୍ୟୋତିର୍ମୟ ! ପ୍ରଭାତ ତରୁଣ ଅରୁଣାଲୋକ କମଳାର ମୃତ୍ୟୁ-ମଣ୍ଡିତ ବଦନ ମଣ୍ଡଳରେ ଆସି ପଡ଼ିଲା। ସ୍ନିଗ୍‌ଧ ପ୍ରଭାତ ସମୀର ତା’ର ନିତମ୍ବସ୍ପର୍ଶୀ କେଶ ଦାମ ସଙ୍ଗେ କ୍ରୀଡ଼ା କରିବାକୁ ଲାଗିଲା। ସ୍ବର୍ଗର ଜୀବ ସ୍ବର୍ଗକୁ ଚାଲିଗଲା। କିନ୍ତୁ….. ! ଆଜି ଜାଣିଲି ବାପା କାହିଁକି ମୋତେ ଗାଁକୁ ଛାଡ଼ି ଦେଉ ନ ଥିଲେ। କିନ୍ତୁ ଆଉ କାହିଁକି ! ସବୁ ଶେଷ !!