ଆମ ମଧୁସୁଦନ/ସହସ୍ର ରୂପରେ ସହସ୍ର କ୍ଷେତ୍ରରେ ମଧୁସୂଦନ

ଉଇକିପାଠାଗାର‌ରୁ
Jump to navigation Jump to search
ଆମ ମଧୁସୁଦନ ଲେଖକ/କବି: ସୁରସିଂହ ପଟ୍ଟନାୟକ
ସହସ୍ର ରୂପରେ ସହସ୍ର କ୍ଷେତ୍ରରେ ମଧୁସୂଦନ
ସହସ୍ର ରୂପରେ ସହସ୍ର କ୍ଷେତ୍ରରେ ମଧୁସୂଦନ

ମଧୁସୂଦନଙ୍କ ତିରୋଧାନ ପରେ, ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧକାଳ ତାଙ୍କର କାର୍ଯ୍ୟଧାରାକୁ ମୂଲ୍ୟାୟନର କଷଟି ପଥରରେ ପରଖିଥିବା, ଏ ଯୁଗର ଓଡ଼ିଆ ଜାତିର ଅନମନୀୟ ବ୍ୟାଖ୍ୟାକାର ବିଶ୍ବନାଥ କରଙ୍କ କଣ୍ଠରେ ସ୍ୱତଃ ଉଚ୍ଚାରିତ ହୋଇଥିଲା - "ଏକା ମଧୁସୂଦନ ଯେପରି ସହସ୍ର ରୂପ ଧରି, ସମସ୍ତ ଜାତିଟାର ସହସ୍ର କ୍ଷେତ୍ରରେ ବିଚରଣ କରି ଆପଣାକୁ ଖେଳାଇ ଆଉ ମିଶାଇ ଦେଇଥିଲେ । ଓଡ଼ିଆ ଜାତିର ସର୍ବଶ୍ରେଷ୍ଠ, ଅଗ୍ରପୁରୁଷଙ୍କ ପ୍ରତି ଏହାଥିଲା ତାଙ୍କ ଅନ୍ତରର ପରିପ୍ରକାଶ ।
କଲିକତାରେ ପନ୍ଦରବର୍ଷ ଓ ପରବର୍ତ୍ତୀ କାଳରେ ୧୮୯୭ ରେ ଦୀର୍ଘ ଆଠମାସ କାଳ ସମଗ୍ର ୟୁରୋପ ପରିଭ୍ରମଣ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ମଧୁବାବୁ । ଫଳରେ ତାଙ୍କର ଦୃଷ୍ଟିକୋଣ ପ୍ରସାରିତ ହୋଇଥିଲା । ସେତେବେଳକୁ ଅବଲୁପ୍ତିର ଚରମ ପର୍ଯ୍ୟାୟରେ ପହଞ୍ଚି ଥିଲା ଓଡ଼ିଆ ଜାତି । କଙ୍କାଳ ସାର ଏ ଜାତିର ପ୍ରତିଟି କ୍ଷେତ୍ରକୁ ସେ ଯେଭଳି ପୁନରୁଜୀବିତ, ପୁନରୁତଥିତ ଓ ସଂସ୍ଥାପିତ କରିଥିଲେ, ତାହାର ପଟ୍ଟାନ୍ତର ନାହିଁ । ଏହାର ବିସ୍ତୃତ ବିବରଣୀ ଉତ୍କଳଦୀପିକାର ସହସ୍ରାଧିକ ପୃଷ୍ଠାରେ ଅତ୍ୟନ୍ତ ହୃଦୟଗ୍ରାହୀ ଭାବରେ ଉପସ୍ଥାପିତ ହୋଇଛି ।
ନୃତ୍ୟ, ସଂଗୀତ, ବାଦ୍ୟ, ପାଶ୍ଚାତ୍ୟ କସର୍ଟ, ରଂ ଗମଂଚ, ରୋଶନାଇ, ନାଟ୍ୟ ପର୍ଯ୍ୟାଲୋଚନାଠାରୁ ଆରମ୍ଭ କରି ବୈଦେଶିକ କ୍ରୀଡ଼ା ପ୍ରଶିକ୍ଷଣ ଓ ପ୍ରତିଯୋଗିତା, ଅରଟରେ ସୂତାକଟା, ରାସାୟନିକ ରଂଗର ପ୍ରୟୋଗ, ଫୁଇ ସଟଲ୍ ତନ୍ତର ସଂଯୋଜନା, ବିଭିନ୍ନ ଅଳକାର, ଉପହାର- ଯୋଗ୍ୟ ଆକାରିକ ବସ୍ତୁନିର୍ମାଣ, ସର୍ବାଧୁନିକ ଯାନ୍ତ୍ରିକ କୌଶଳ ପ୍ରୟୋଗରେ ସୋଲ ଓ ପ୍ରସ୍ତରଠାରୁ ଆରମ୍ଭ କରି ଶିଗ, ପିତ୍ତଳ, କଂସା, ତମ୍ବା, ଆଲୁମିନିୟମ୍, ଲୁହା, ସୁନା, ରୂପା ଆଦି ବିଭିନ୍ନ ଧାତବ ବୟୁ ପ୍ରସ୍ତୁତି ବ୍ୟତୀତ ଆହୁରି ଅନେକ ଦିଗରେ ମଧୁବାବୁଙ୍କ ଆଗ୍ରହ ପରିବ୍ୟାପ୍ତ

ଥିଲା । ଜୀବନର ଶେଷ ବର୍ଷରେ ପ୍ଲାଷ୍ଟର ଅଫ ପ୍ୟାରିସ୍ ଓ ବ୍ରୋଞ୍ଜ ନିର୍ମାଣ କୌଶଳର ପ୍ରଶିକ୍ଷଣ ଲାଗି ପ୍ରତିଷ୍ଠାନ ପ୍ରତିଷ୍ଠା ଆଦି ତାଙ୍କ ବ୍ୟକ୍ତିତ୍ବର ବ୍ୟାପକତା ସଂପର୍କରେ ଧାରଣା ଦିଏ । ସେହିପରି ତାଙ୍କ ଉର୍ଜସୂଳ ବ୍ୟକ୍ତିତ୍ବର ସର୍ବଭାରତୀୟ ପ୍ରକାଶ ଭାବେ ମନକୁ ଆସେ ଦଳିତ ଜାତିର ସଂସ୍ଥାପନା, ପ୍ରଥମ ସମବାୟ ଉଦ୍ୟୋଗର ସ୍ଥାପନା, ସ୍ୱଦେଶୀ ଶିଳ୍ପାୟନ ଓ ସଂସଦୀୟ ଜୀବନର ଉଜ୍ବସିତ ଦିଗ । ଏହାଛଡ଼ା ମହାତ୍ମାଗାନ୍ଧୀଙ୍କ ଅନ୍ୟତମ ମାର୍ଗଦର୍ଶକର ଭୂମିକ ଓ ଭାଷା-ଭିତିକ ରାଜ୍ୟ ଗଠନର ପ୍ରଥମ ପ୍ରବକ୍ତା ଭାବରେ ତାଙ୍କର ବହୁ କାର୍ଯ୍ୟ ତାଙ୍କ ବ୍ୟକ୍ତିତ୍ବକୁ ଏକ ମହିମାନ୍ବିତ ସୋପାନରେ ଉପନୀତ କରାଏ । ଜଣେ ବ୍ୟକ୍ତିର ବ୍ୟକ୍ତିତ୍ବରେ ଏଭଳି ଅପରିମେୟ ବ୍ୟାପ୍ତି ଅକଳନୀୟ । ସେ ଯଥାର୍ଥରେ ଥିଲେ ସମଗ୍ର ଓଡ଼ିଆ ଜାତିର ମର୍ଯ୍ୟାଦାବନ୍ତ ଅଗ୍ରପୁରୁଷ । ଏବେ ମଧ୍ୟ ତାଙ୍କ ଉଦ୍ୟମର ବଳିଷ୍ଠ ସ୍ବାକ୍ଷରକୁ ଆମେ ଆମର ସାମାଜିକ, ରାଜନୈତିକ, ବୌଦ୍ଧିକ ତଥା ବ୍ୟକ୍ତିଗତ ଜୀବନରେ ଅନୁଭବ କରୁ ।
ମଧୁସୂଦନଙ୍କ ଜୀବନର ଯେଉଁସବୁ ଅନାଲୋଚିତ ଦିଗମାନ ରହିଛି, ତାହା ମଧ୍ୟରେ ଭାରତର ମୁକ୍ତି ସଂଗ୍ରାମରେ ଉଗ୍ରବାଦର ସମର୍ଥନ ହେଉଛି ଅନ୍ୟତମ। ଏ ପ୍ରକାର ଏକ ଦୃଷ୍ଟିଭଙ୍ଗୀର ଆଦ୍ୟ ପ୍ରବର୍ଷକ ଭାବରେ ତାଙ୍କର ବଳିଷ୍ଠ ଭୂମିକା ଅତ୍ୟନ୍ତ ରୋମାଞ୍ଚକର ଓ ତାତ୍ପର୍ଯ୍ୟପୂର୍ଣ୍ଣ । ଅନେକଙ୍କ ମୂଲ୍ୟାୟନରେ ନରମପତ୍ନୀ ରୂପେ ବିବେଚିତ ମଧୁସୂଦନ, ୧୯୧୫ ଜାନୁଆରି ପହିଲାରେ କଟକଠାରେ ସାର୍ ସୁରେନ୍ଦ୍ର ନାଥ ବାନାର୍ଜୀଙ୍କପାଇଁ ଉଦ୍ଦିଷ୍ଟ ସମ୍ବର୍ଦ୍ଧନା ସଭାରେ, ଭାରତର ମୁକ୍ତି ସଂଗ୍ରାମରେ ଉଗ୍ରବାଦକୁ ଅକୁଣ୍ଠ ସମର୍ଥନ ଜଣାଇ ଯେଉଁ ଉଦାତ୍ତ ଐତିହାସିକ ଭାଷଣ ସେ ପ୍ରଦାନ କରିଲେ, ତାହାର ଉଦ୍ଧତାଶ ଏଠାରେ ପ୍ରଦତ୍ତ- ଉଗ୍ରପନ୍ତ୍ରୀମାନେ ଭାରତର ଆଶୁ ସ୍ବାଧୀନତା ଦାବି କରୁଛନ୍ତି । କେତେକ ସଂତ୍ରାସବାଦର ଦୁଆ ଧରି ବୈପ୍ଲବିକ ପରିବର୍ତ୍ତନ ଚାହାନ୍ତି । ଯେଉଁ ଉଗ୍ରପନ୍ତ୍ରୀମାନେ ଯାତନା ଓ ତାଡ଼ନା ସହି କାରାବରଣ କରୁଛନ୍ତି, ସେମାନଙ୍କ ଉଦ୍ଦେଶ୍ୟ ମହତ ।”
ବଙ୍ଗଦେଶରୁ ଆଗତ ବହୁ ଉଗ୍ରବାଦୀ ନେତୃବର୍ଗ ମଧୁସୂଦନଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡ଼ିଶାର ଗୋପନୀୟ ଅଂଚଳରେ ଆଶ୍ରୟ ଗ୍ରହଣ କରୁଥିଲେ । ଏ ଦେଶରେ ବଂଗଦେଶ ସହିତ ଘନିଷ୍ଠ ସଂପର୍କ ରଖିଥିବା ବ୍ରଜସୁନ୍ଦର ଦାସ ଓ ବିଶ୍ବନାଥ କରଙ୍କର ଭୂମିକା ଅତ୍ୟନ୍ତ ଉଲ୍ଲେଖନୀୟ ଥିଲା । ଏପରିକି ବିପ୍ଳବୀ ସହିଦ ଖୁଦିରାମ, ମୁଜାଫରପୁରରେ ତାଙ୍କର ସଂତ୍ରାସବାଦୀ କାର୍ଯ୍ୟର ଅବ୍ୟବହିତ ପୂର୍ବରୁ କଟକର ବ୍ରଜସୁନ୍ଦର ଦାସଙ୍କର ଆଶ୍ରୟରେ କିଛି ଦିନ ଅତିବାହିତ କରିଥିଲେ ।
ବିଂଶ ଶତାବ୍ଦୀର ଆଦ୍ୟଭାଗରେ ଦେଶର ମୁକ୍ତି ସଂଗ୍ରାମ କାଳରେ ଉଗ୍ରବାଦ ସହିତ ମଧୁସୂଦନଙ୍କ ସଂପର୍କକୁ ନେଇ ସରଳା ଦେବୀ ଚୌଧୁରୀ ତାଙ୍କ ଆତ୍ମଚରିତରେ ଯାହା ଲେଖିଛନ୍ତି ତାହା ପ୍ରଣିଧାନଯୋଗ୍ୟ ।
'ମଧୁସୂଦନ ବଂଗର ସାଂସ୍କୃତିକ ପରିବେଶକୁ ଗଭୀର ଭାବେ ଆଲୋକିତ ଆଉ ପ୍ରଭାବିତ କରିବା ସହିତ ଦେଶର ମୁକ୍ତି ସଂଗ୍ରାମରେ ଉଗ୍ରବାଦର ଏକ ନୂତନ ଦିଗନ୍ତ ସୃଷ୍ଟି କରିଥିଲେ । ଦେଶବତ୍ସଳତାର ଉଦାତ୍ତ ଆହାନ ପରିପ୍ରେକ୍ଷୀରେ, ମଧୁସୂଦନଙ୍କ ଅପରିମେୟ ଉତ୍ସର୍ଗୀକୃତ ଅବଦାନର ବାସ୍ତବିକ କୌଣସି ପଟାନ୍ତର ନାହିଁ ।

ମଧୁସୂଦନର ଜୀବନର ମୂଲ୍ୟାୟନ କରି ଭାରତର ତତ୍କାଳୀନ ଇତ ଓ ଖଣି ସଂତ୍ରୀ ତଥା ରାଜ୍ୟର ବରପୁତ୍ର ବିଜୁ ପଟ୍ଟନାୟକ ୧୯୭୮ରେ ଶ୍ରଦ୍ଧାଜଳି ଅର୍ପଣ କରି କହିଥିଲେ“ଦେଶର ମୁକ୍ତି ସଂଗ୍ରାମରେ ମଧୁସୂଦନ ଦାସଙ୍କର ଅବିସ୍ମରଣୀୟ ଅବଦାନ ଏଭଳି ଭାବେ ସ୍ୱୀକୃତ ଯେ ତାହାର ପୁନରାବୃତ୍ତି ଅନାବଶ୍ୟକ । ସେ ସମଗ୍ର ଭାରତର ଜଣେ ସର୍ବଶ୍ରେଷ୍ଠ ସନ୍ତାନ ଏବଂ ଆଧୁନିକ ଓଡ଼ିଶା ଓ ତାହାର ସମସ୍ତ ଉପଲବ୍ଧି ପାଇଁ ଆମେ ଏକାନ୍ତ ଭାବେ ତାଙ୍କ ପାଖେ ହିଁ ଋଣୀ ।”
ଏହି ରାଜ୍ୟର ବିରାଟ ବିରୋଧାଭାସ ହେଉଛି ଯେ ମଧୁସୂଦନଙ୍କ ଅକଳନୀୟ ଅବଦାନ ସତ୍ତ୍ୱେ ତାଙ୍କର ସ୍ମୃତି ଭୂଲୁଣ୍ଠିତ ଓ ବିପର୍ଯ୍ୟସ୍ତ । ମଧୁସ୍ମୃତିରେ ସ୍ମାରକୀ ସ୍ଥାପନାର ପରିକଳ୍ପନା ଆକାଶ କୁସୁମର ଦଶା ଭଜିଛି । ଯାବତୀୟ ଜାଳରେ ମଜିରହି ଆମେ ମଧୁବାବୁଙ୍କୁ ଭୁଲିଯାଇଛୁ ବୋଲି ଯଦି କହିବା, ତେବେ ମଧ୍ୟ ଆମେ କ୍ଷମଣୀୟ ହେବା ନାହିଁ । ହେଲେ, ନିଃସନ୍ଦେହରେ ଏତିକି କୁହାଯାଇ ପାରିବ ଯେ ଏଭଳି ବିସ୍ମତି, ଆମ ରାଜ୍ୟପାଇଁ ଏକ ଦୁର୍ଭାଗ୍ୟର ସତ ।


ସ୍ମରଣାତୀତ କାଳରୁ ଅଖଣ୍ଡ ଥିଲା ଉତ୍କଳ ସୁବିଶାଳ ସାଙ୍ଗକୁ ଏହା ପ୍ରଚଣ୍ଡ କ୍ଷମତାଶାଳୀ ଓ ଐଶ୍ୱର୍ଯ୍ୟଶାଳୀ ମଧ୍ୟ ଥିଲା । ମାତ୍ର କେଉଁ ଏକ କୂର ଅଭିଶାପର ଜ୍ୱଳାରେ ଆକ୍ରାନ୍ତ ହୋଇ ଖସିପଡ଼ିଥିଲା ପରାଧୀନତାର ଅତଳ ଗହ୍ନରକୁ, ଷୋଡ଼ଶ ଶତାବ୍ଦୀର ମଧ୍ୟଭାଗରେ । ଏହାର ତିନିଶହ ବର୍ଷ ପରେ ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ, ବ୍ରିଟିଶ ଶାସନର ବିଭିନ୍ନ ପ୍ରାନ୍ତୀୟ ପରିଧି ମଧ୍ୟରେ ବିଭାଜିତ ହୋଇ ଖଣ୍ଡ ଖଣ୍ଡ ହୋଇଗଲା । ଏହି ଖଣ୍ଡସବୁ ଛତିଶଗଡ଼, ବିହାରର ଛୋଟନାଗପୁର, ବଙ୍ଗଳାର ବର୍ତ୍ତମାନ ଆଉ ମାନ୍ଦ୍ରାଜର ଆନ୍ଧଭାଷୀ ଅଂଚଳ ସହିତ ଲାଖି ରହି ଅତ୍ୟନ୍ତ ଦୟନୀୟ ଭାବେ ଆପଣାର ସଂସ୍କୃତି ଓ ସ୍ଥିତିକୁ ହରାଇ ବସିଥିଲା । ପରାଧୀନତାର ତିନିଶହ ବର୍ଷର ଉଗ୍ର ଶୋଷଣ ଓ ସାମନ୍ତ ସାହି ଶାସନର ଦାରୁଣ ଲଂଛନା ମଧ୍ୟରେ ଆପଣାର ମୌଳିକତା ଓ ପରାକ୍ରମ ହରାଇ ଓଡ଼ିଆ ଜାତି ପରିଣତ ହୋଇଯାଇଥିଲା ଗୋଟିଏ ଅବସାଦଗ୍ରସ୍ତ, କ୍ଷୟିଷ୍ଣୁ ଓ ହୀନପ୍ରଭ ଜନଗୋଷ୍ଠୀରେ ।
କେଉଁ ବେଳା ଓ ନକ୍ଷତ୍ରର ସଂଯୋଗରେ ଗୋଟିଏ ଶୁକ୍ତିରୁ ମୁକ୍ତାର ଜନ୍ମ ପରି ପରାଧୀନତାର । ଦାରୁଣ ଅନ୍ତର୍ଦାହରେ ପୀଡ଼ିତ ଓଡ଼ିଆ ଜାତିର ପ୍ରାଣସ୍ପନ୍ଦନ ଜନ୍ମ ଦେଇଥିଲା ମଧୁସୂଦନଙ୍କ ପରି ଏକ ପ୍ରଚଣ୍ଡ ପ୍ରତିଭାଶାଳୀ ଯୁଗପୁରୁଷଙ୍କୁ ; ଜର୍ମାନୀ ଜାତିର ବିସ୍‌ମାର୍କଙ୍କ ଭଳି ବିଭାଜିତ ଓଡ଼ିଆ ଜାତିର ଏକତ୍ରୀକରଣପାଇଁ, ନିଅଂକ ଦୁର୍ଭିକ୍ଷର ବୁଧାଗ୍ନିରେବି ଏ ଜାତିରଉଦ୍ଧାରପାଇଁ । ମଧୁସୂଦନଙ୍କର ଆବିର୍ଭାବ କେବଳ ଏକ ଐତିହାସିକ ଆବଶ୍ୟକତା ନଥିଲା, ନିଶ୍ଚିହ୍ନ ହେବାର ଶେଷ ପର୍ଯ୍ୟାୟ ପୂର୍ବରୁ ଏହା ଥିଲା ଅବଦମିତ ଏ ଜାତିର ତିଷ୍ଠି ରହିବାର ଅନ୍ତିମ ପ୍ରଚେଷ୍ଟା, ଯହିଁରେ ସେ ଆଶାତୀତ ଭାବେ ସଫଳ ହେଲା ।
ଓଡ଼ିଆ ଜାତିକୁ ଚରମ ବିପର୍ଯ୍ୟୟରୁ ରକ୍ଷା କରିଥିବା ମଧୁସୂଦନ ନିଜର ମହତ୍ତର ଅବଦାନ ସଂପର୍କରେ ତାଙ୍କର ନିଜସ୍ବ ମୂଲ୍ୟାୟନ ପ୍ରଦାନ କରିଥିଲେ, ଜାତି ପ୍ରତି ପ୍ରଦତ୍ତ ଅନ୍ତିମ ଅଭିଭାଷଣରେ (୧୨.୨.୧୯୩୩) ଅତ୍ୟନ୍ତ ମର୍ମସ୍ପର୍ଶୀ ଭାବରେ

‘ମୁଁ ଯେତେବେଳେ ଏ ଅଯୋଳନ ଆରଂଭ କଲି ସେତେବେଳେ ଓଡ଼ିଅଜତି ବୋଲି କିଛି ନ ଥିଲା । ମୁଁ କେବଳ କୁଢକୁଢ଼ ଅମ୍ଭି ଦେଖୁଥିଲି । ଚାରିଆଡ଼େ କେବଳ ଅସ୍ଥି ଅସ୍ଥି, ଅନ୍ତି । ଏହି ଅସ୍ଥି କାଳ ଭିତରେ ପ୍ରାଣ ସଂଚାର କରି ହସ୍ତପଦ ଓ ପେଶୀ ଯୋଗାଇବା ନିମନ୍ତେ ମୋତେ ବହୁତ କର୍ଯ୍ୟ କରିବାକୁ ପଡ଼ିଛି । ମୋ ଜାତିକୁଯୁଦ୍ଧ ସରଂଜାମରେ ସଜ୍ଜିତ କରିବାପାଇଁ ମତେ ଏକକୀକାର୍ଯ୍ୟ କରିବାକୁ ହୋଇଛି । ଏଥିରେ ମୋତେ ଭଗବାନଙ୍କ ବ୍ୟତୀତ ଆଉ କେହି ସାହାଯ୍ୟ କରିନାହାନ୍ତି ।
ମୃତ୍ୟୁକାଳୀନ ଜମାନବନ୍ଦୀ ପରି କେଉଁ ଦୂରନ୍ତ ସତ୍ୟର ପ୍ରଚଣ୍ଡ ଅଭିବ୍ୟକ୍ତିରେ ଅନ୍ବିତ ହୋଇଛି ଏହି ଉଦ୍ଧତିର ପ୍ରତିଟି ଶବ୍ଦ । ଏହାର ଅନ୍ତରାଳରେ ଯେପରି ସେତେବେଳର ଓଡ଼ିଆମାନଙ୍କ ନୈରାଶ୍ୟ, ଦୈତ୍ୟ, ଅସହାୟବୋଧ ଓ ଆକ୍ରଳ ଆର୍ତନାଦ ପ୍ରତିଧ୍ବନିତ ହୋଇଉଠୁଥିଲା । ଦିବସର ସୂର୍ଯ୍ୟାଲୋକପରି କେଡ଼େ ସ୍ୱଚ୍ଛ ଓ ସତ୍ୟ ଏହି ଉକ୍ତି । ଇଂରାଜୀ ଜାତିର ଅନ୍ତନାଡ଼ୀକୁ ଚିହ୍ନିଥିବା ମଧୁସୂଦନ ୧୯୦୦ ସାଲରେ, ବଡ଼ଲାଟ ଲର୍ଡ କର୍ଜନଙ୍କ ସମକ୍ଷରେ ଓଡ଼ିଆ ଜାତିର ମର୍ମବେଦନାକୁ ଯେପରି ଉପସ୍ଥାପନ କରିଥିଲେ ତାହାରି ମଧ୍ୟରେ ଗଭୀର ସୁଷୁପ୍ତରେ ଭୂଇଁ ସାଉଁଟୁଥିବା ଓଡ଼ିଆ ଜାତିର ଇତିହାସ କଡ଼ ଲେଉଟାଇ ଜାଗରିତ ହେଲା ।
ବଡ଼ଲାଟ ଲର୍ଡ କର୍ଜନଙ୍କର ପ୍ରସାରିତ ରିଲେ ସର୍କୁଲାର ଅଧୀନରେ ୧୯୦୫ ସାଲର ଅକ୍ଟୋବର ମାସରେ ସମ୍ବଲପୁର ସମେତ ପଶ୍ଚିମାଞ୍ଚଳର ଗଡ଼ଜାତ ସମୂହ ମଧ୍ୟପ୍ରଦେଶରୁ ଆଉ ତାହାର ସୀମାନ୍ତରୁ ଗଡ଼ଜାତ ସମୂହ ବିହାରର ଛୋଟନାଗପୁରରୁ ଆସି ଓଡ଼ିଶା ସହିତ ସାମିଲ୍ ହେଲା । ସମସ୍ତ ରାଜନୈତିକ ନେତାଙ୍କର ପ୍ରବଳ ପ୍ରତିରୋଧ ସତ୍ତ୍ୱେ ମଧୁସୂଦନଙ୍କ ନିର୍ଦ୍ଦେଶ କ୍ରମେ ପାଟନାଠାରେ ସାଇମନ୍ କମିଶନରଙ୍କୁ ସ୍ବାଗତ (୧୯୨୮) ଜଣାଇବା ପରେ ଦକ୍ଷିଣ ଓଡ଼ିଶାର ମିଶ୍ରଣ ପ୍ରକ୍ରିୟାଟି ତ୍ବରାନ୍ବିତ ହୋଇଥିଲା, ଯହିଁରେ ପାରଳା ମହାରାଜାଙ୍କର ସମର୍ଥ ସହଯୋଗ ଦେଶ ମିଶ୍ରଣ ପ୍ରକ୍ରିୟାକୁ ଚୂଡ଼ାନ୍ତ ପର୍ଯ୍ୟାୟରେ ନେଇ ପହଞ୍ଚାଇ ଦେଇଥିଲା ।
ଏହି ମହନୀୟ ଅବଦାନଯୋଗୁଁ ସ୍ଥିତିବିହୀନ ପର୍ଯ୍ୟାୟରୁ ବିସ୍ମୃତ ଓଡ଼ିଆ ଜାତି କେବଳ ନିଜର ସତ୍ତା ଓ ପରିଚୟକୁ ଫେରିପାଇ ନଥିଲା, ଇହୁଦୀ ଜାତି ନିଜର ଜନ୍ମଭୂମି ଇସ୍ରାଏଲ୍‌କୁ ପୁନର୍ବାର ପାଇପାରିଲା ପରି ଅସୁରକ୍ଷାର ବଳୟରୁ ଆପଣାର ଜନ୍ମଦାତ୍ରୀ ଦେଶମାତୃକାର ବକ୍ଷରେ ନିର୍ଭୟରେ ଆପଣାର ପାଦଥାପି ଛିଡ଼ାହେବାର ଦାମ୍ଭିକତାପୂର୍ଣ୍ଣ ଆସ୍ଥା ନଟି ପାଇପାରିଲା । ବରାଭୟଦାୟିନୀ ଦେଶମାତୃକାର ଛତ୍ରଛାୟା ତଳେ ଓଡ଼ିଆ ଜାତିକୁ ଅବସ୍ଥାପିତ କରିବାର ଦୁର୍ଲଭ ଅବଦାନ ଲାଗି ମଧୁସୂଦନ ଆଧୁନିକ ଉତ୍କଳର ଜନକ ରୂପେ କେବଳ ମାନ୍ୟତା ପାଇ ନାହାନ୍ତି, ସେ ପରିଣତ ହୋଇଯାଇଛନ୍ତି ଏ ଜାତିର ଗୋତ୍ର ପୁରୁଷରେ ।
ହେଲେ ଏତିକି ମାତ୍ର କଣ ତାଙ୍କର ଅବଦାନ ଥିଲା ? ଅନ୍ୟ କୌଣସି ଜାତିର ସଂସ୍ଥାପକ ପୁରୁଷଙ୍କ ପରି ସେ ଥିଲେ ତାହାଠାରୁ ବହୁ ଉର୍ଦ୍ଧରେ । ବିସ୍ମୃତ ଓଡ଼ିଆ ଜାତିକୁ ପୃଥିବୀ ପୃଷ୍ଠରେ ସଂସ୍ଥାପିତ କରିବାପାଇଁ ଆଟ୍ରୋତ୍ସର୍ଗ କରିଦେଇ ସେ ଯେଉଁ ପ୍ରଚେଷ୍ଟା ଜାରି ରଖିଥିଲେ, ସେହି ଅବଦାନର କଳ୍ପନା କରିବା ସଂଭବ ନୁହେଁ । କେବଳ ରାଜନୀତି ଆଉ ଦେଶସେବା ନୁହେଁ ; ନିଜର ଐତିହ୍ୟ ଓ ପରଂ ପରାକୁ ଭୁଲିଯାଇଥିବା ଏ ଜାତିର ଜୀବନର ପ୍ରତିଟି କ୍ଷେତ୍ରରେ ସେ

ଉସିତ ହୋଇଥିଲେ ସୂର୍ଯ୍ୟାଲେକର ପ୍ରଥମ କିରଣ ପରି । ତେଣୁ ସେ ଥିଲେ ଶତାବ୍ଦୀର ସୂର୍ଯ୍ୟ । ଦେଶସେବାଠରୁଶିଳ୍ପାୟନ, ମନ୍ତ୍ରୀପଦରୁଅବୈତନିକକର୍ମା ଯୁବଶକ୍ତିରଅଭ୍ୟୁଦୟଠାରୁନାରୀଜଗରଣର ଅହ୍ବାନ, କୃଷକର ରକ୍ଷାର ଦୁନିବାର ସଂଗ୍ରାମରୁ ଭାଷାର ସୁରକ୍ଷା ଓ ଦେଶ ମିଶ୍ରଣ ଅଭିଯାନ, ଅଜବ ଓ ଦଳିତଙ୍କ ମୁକ୍ତିଠାରୁ ବନ୍ୟା ଦୁର୍ଗତ ଓ ଦୁର୍ଭିକ୍ଷ ପ୍ରପୀଡ଼ିତ ବୁଭୁକ୍ଷୁଙ୍କର ସେବା, କ୍ରୀଡ଼ାଠାରୁ ୮ଗବ ଓ ସଂଗୀତ ସାଧନା ଅଦି ପ୍ରତିଟି କ୍ଷେତ୍ରରେ ସେ ଥିଲେ ଅନନ୍ୟ, ଅତୁଳନୀୟ ଓ ଅପ୍ରତିଦ୍ୱନ୍ଦୀ ।
ଉତ୍କଳ ଛାତ୍ର ସମ୍ମିଳନୀର ଅଧିବେଶନକୁ ୧୯୨୭ରେ ବାର୍ତ୍ତା ପ୍ରଦାନ କରି ମଧୁସୂଦନ ଲେଖିଥିଲେ, "ମୁଁ ଏ ଜାତିର ପ୍ରଥମ ଏମ୍.ଏ., ପ୍ରଥମ ଓଡ଼ିଆ ଓକିଲ, ପ୍ରଥମ ଓଡ଼ିଆ ଆଡ଼ଭୋକେଟ୍, ୟୁରୋପ ପରିଦର୍ଶନରେ ପ୍ରଥମ ଓଡ଼ିଆ, ପ୍ରାଥମିକ ତଥା କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାର ପ୍ରଥମ ଓଡ଼ିଆ ସଦସ୍ୟ, ପ୍ରଥମ ଓଡ଼ିଆ ସଂତ୍ରୀ ଓ ତ୍ରିତ୍ର ତ୍ୟାଗ କରିବାରେ ପ୍ରଥମ ଭାରତୀୟ ।” ହେଲେ ସେ ଥିଲେ ଆହୁରି ଅଗଣିତ କ୍ଷେତ୍ରରେ ପ୍ରଥମ ଓଡ଼ିଆ ।
ସେ ଥିଲେ ସ୍ୱଦେଶୀ ଶିଳ୍ପ ଆନ୍ଦୋଳନର ପ୍ରଥମ ପ୍ରବର୍ତ୍ତକ । ମହାତ୍ମାଗାନ୍ଧୀଙ୍କ ଭାରତୀୟ ରାଜନୀତିରେ ଆବିର୍ଭାବର ବହୁ ପୂର୍ବରୁ ତାଙ୍କର ପରିକଳ୍ପିତ ଆର୍ଥିକ ଓ ସାମାଜିକ ବିକାଶର କାର୍ଯ୍ୟକ୍ରମକୁ ଦେଶର ଜଣେ କ୍ରାନ୍ତିକାରୀ ଅଗ୍ରଦୂତ ରୂପେ ମଧୁସୂଦନ ରୂପାୟିତ କରିଥିଲେ ଓଡ଼ିଶା ମାଟିରେ, ଯେପରିକି ଲବଣ ଶିଳ୍ପ ସଂରକ୍ଷଣ (୧୮୯୬), ସ୍ବଦେଶୀ ଶିଳ୍ପ ଜାଗରଣ (୧୮୯୬), ଗ୍ରାମ୍ୟଶିଳ୍ପର ବିକାଶ (୧୯୦୫), ଅତ୍ପଶ୍ୟତା ନିବାରଣ (୧୯୦୦), ଉନ୍ନତ ଚରଖାର ପ୍ରବର୍ତ୍ତନ ଓ ପ୍ରସାର (୧୯୦୨) ଆଦି କାର୍ଯ୍ୟକ୍ରମ ମାଧ୍ୟମରେ ।
ଏହି ସମସ୍ତ ପରିପ୍ରେକ୍ଷୀରେ ଓଡ଼ିଶାର ଦ୍ବିତୀୟ ପ୍ରଧାନମଂତ୍ରୀ ବିଶ୍ବନାଥ ଦାସ ମଧୁସୂଦନଙ୍କ କାଳଜୟୀ ସ୍ମୃତି ପ୍ରତି ଶ୍ରଦ୍ଧା ଜଳି ପ୍ରଦାନକରି କହିଛନ୍ତି- ସ୍ୱର୍ଗତଃ ମଧୁସୂଦନ ଦାସ ଇତିହାସରେ କାଳକାଳ ଲାଗି ନୂତନ ଓଡ଼ିଶାର ସ୍ରଷ୍ଟା ଓ ଉଦ୍ଧାରକର୍ତ୍ତା ରୂପେ ପରିଚିତ ହେବେ । ତାଙ୍କ ଜୀବନର ଶେଷ ଅଦ୍ଧ ଶତାବ୍ଦୀରେ ଓଡ଼ିଶାରେ ଯେତେ ଅନୁଷ୍ଠାନ ଗଢ଼ି ଉଠିଥିଲା, ସମୟ ହିଁ ଥିଲା ତାଙ୍କର ପ୍ରତ୍ୟକ୍ଷ ବା ପରେକ୍ଷ ପ୍ରଚେଷ୍ଟାର ଫଳ, ଯାହା ଓଡ଼ିଶାର ସମୃଦ୍ଧିଓ ମର୍ଯ୍ୟଦା ବୃଦ୍ଧିଲାଗି ଅଭିପ୍ରେତ ଥିଲା ।
ମଧୁସୂଦନ ଯେଉଁ ଅନୁଷ୍ଠାନଗୁଡିକରେ ପ୍ରତିଷ୍ଠାତା ଥିଲେ, ତାହାର ସୁଦୀର୍ଘ ତାଲିକାରେ ପ୍ରଥମ ହେଉଛି ଉତ୍କଳ ସମ୍ମିଳନୀ (୧୯୦୩) । ଅନ୍ୟଗୁଡ଼ିକ ହେଲେ: ଓଡ଼ିଆ ସାହିତ୍ୟ ମତ, ଉତ୍କଳ ସାହିତ୍ୟ ସମାଜ (୧୯୦୩), ନିଖିଳ ଉତ୍କଳ ଛାତ୍ର ସଂଗଠନ (୧୯୦୩), କୃଷକମାନଙ୍କ ସୁରକ୍ଷାର ପ୍ରଥମ ଅନୁଷ୍ଠାନ ପ୍ରଜାପରିଷଦ (୧୯୦୯: ସଂପାଦକ - ଉତ୍କଳମଣି ଗୋପବଂଧୁ, ଉତ୍କଳ ଟାନେରି (୧୯୦୫), ତାଳଗୁଡ଼ ସଂସ୍ଥା (୧୯୦୪), ନାରୀ ଜାଗରଣପାଇଁ ବାଳିକା ଉଚ୍ଚ ବିଦ୍ୟାଳୟ (୧୯୦୮), ତନ୍ତଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର (୧୯୦୫), ତାରକସି ଶିଳ୍ପର ଉନ୍ନୟନପାଇଁ ଓଡ଼ିଶା ଆର୍ଟରସ୍ ପ୍ରତିଷ୍ଠାନ (୧୮୯୭), ପ୍ରାଦେଶିକ ସ୍ତରରେ କ୍ରୀଡ଼ାର ଉନ୍ନୟନ ଓ ସଂଗଠନ ପାଇଁ ଓଡ଼ିଶା ସ୍ପୋଟର୍ସ ଆସୋସିଏସନ୍ (୧୯୦୪), କଟକର ପ୍ରଥମ ସ୍ଥାୟୀ ରଂ ଗବ (୧୮୮୭), ବିହାରୀବାଗରେ ପ୍ରଥମ ଶାସ୍ତ୍ରୀୟ ଓଡ଼ିଶୀ ସଂଗୀତ ଆସର (୧୮୮୨), ପ୍ରସିଦ୍ଧ ସଂଗୀତଜ୍ଞ ଖନୁ ମିଆଁ ଆଉ ଗୋକୁଳ ବିହାରୀ ଶ୍ରୀଚନ୍ଦନଙ୍କ ସହଯୋଗରେ ଜାତୀୟ ଉଦ୍ବେଷର ବାର୍ଭାବହ ଅଗଣିତ

ଅନୁଷ୍ଠାନ । ହେଲେ ସେହି ଅନୁଷ୍ଠାନଗୁଡ଼ିକର ଉତ୍ତରପିଢି, ଯେଉଁ ଭଳି ଭାବରେ ମଧୁସୂଦନଙ୍କର ସୃତ ହୋଇଯାଇଛନ୍ତି, ତାହା ଚିନ୍ତାକଲେ ଗଭୀର ଅବସାଦରେ ପଡ଼ିବାକୁ ହୁଏ । ପ୍ରକୃତରେ ମଧୁସୂଦନ ଥିଲେ ଓଡ଼ିଶାର ପ୍ରତିଟି କ୍ଷେତ୍ରରେ ଆଦ୍ୟ ପୁରୁଷ, ଯାହାର ମର୍ମବାଣୀ ନେହେରୁଙ୍କର ପ୍ରଦତ୍ତ ଶ୍ରଦ୍ଧାଜଳିରେ ଅତ୍ୟନ୍ତ ମାର୍ମିକ ଭାବରେ ପ୍ରକାଶିତ ହୋଇଛି- ମଧୁସୂଦନ କେବଳ ଓଡ଼ିଶାର ବିଶାଳ ବ୍ୟକ୍ତିତ୍ବ ନଥିଲେ, ଥିଲେ ସମଗ୍ର ଭାରତବର୍ଷର । ହେଲେ ଯେଉଁଠାରେ ଓଡ଼ିଶାର କୌଣସି ସମସ୍ୟା ସଂପର୍କରେ ଆଲୋଚନା ହୁଏ ସେଠାକୁ ମଧୁସୂଦନଙ୍କ ନାମ ସ୍ବତଃ ଚାଲିଆସେ ।'
ଜାତିପାଇଁ ଅକାତରେ ଅର୍ଥ ବ୍ୟୟକରି ଦେବାଳିଆ ହେବା ପରେ ମଧୁସୂଦନଙ୍କର ବାସଭବନଟି ନିଲାମରେ ବିକ୍ରିହେବାପାଇଁ ଆଉ ମାତ୍ର ଦୁଇ ଦିନ ବାକି ଥାଏ । ଦୁର୍ଭାଗ୍ୟ ଆଉ ଅବସାଦର କରଳ ଛାୟା ତାଙ୍କୁ ଘେରି ରଖିଥାଏ । ହେଲେ ଜୀବନର ଦାରୁଣ ବିପର୍ଯ୍ୟୟର ମୁହୁର୍ତ୍ତରେ ସେ ଥିଲେ ଅତି ଅତ ଭାବେ ସ୍ଥିତପ୍ରଜ୍ଞ ଓ ନିରୁଦ୍‌ବିଗ୍ନ । ଏହି ସମୟରେ ଭାରତୀୟ ଜାତୀୟତାର ଜନକ ଓ ତାଙ୍କର ମିତ୍ର ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ବିୟୋଗବାର୍ଷ ପହଂଚିଲା । ସେ ଟିକିଏ ମର୍ମାହତ ହେଲେ । ସେଦିନ ସଂଧ୍ୟାରେ ମଧୁସୂଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେସୁଦୀର୍ଘ ପ୍ରସ୍ତାବଟିଏ ଗୃହୀତ ହୋଇ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପାଖକୁ ତାହା ପଠାଇବାପାଇଁ ସ୍ଥିର କରାଗଲା ଟେଲିଗ୍ରାମ ଜରିଆରେ । ଏହା ପରର ଘଟଣା, ମଧୁସୂଦନଙ୍କଦ୍ୱାର ପ୍ରତିପାଳିତ ମେଦିନୀପୁରରେ ପ୍ରତିଷ୍ଠିତ ବାରିଷ୍ଟର ଚନ୍ଦ୍ରମୋହନ ହାଜରାଙ୍କ ସ୍ମୃତିଚାରଣରେ ନିମ୍ନ ଭାବରେ ବର୍ଣ୍ଣିତ -
'ପରଦିନ ସକାଳେ ମୁଁ ଦାସଙ୍କ ପାଖରେ ବସିଥାଏ । ସେହି ସୁଦୀର୍ଘ ଶୋକ ପ୍ରସ୍ତାବଟି ଆସି ପହଁଚିଲେ କପର୍ଘକଶୂନ୍ୟ ମି ଦାସଙ୍କ ପାଖରେ । ଆଉ ଏହା ସହିତ ଲିଖିତ ଅନୁରୋଧ କରାଯାଇଥିଲା, ସେହି ଶୋକ ପ୍ରସ୍ତାବଟି ଟେଲିଗ୍ରାମ ଜରିଆରେ ପଠାଇବାପାଇଁ । ମୁଁ ଏହା ଦେଖି ହତଚକିତ ହୋଇଗଲି । ଆଉ କ୍ଷଣେ ମାତ୍ର ନୀରବ ରହି ନପାରି ମି ଦାସଙ୍କୁ ପଚାରିଲି, “ହେ ଦାଦା ! ଏହା କଣ ବଂଗଳାରେ ସଂଭବ ହୋଇଥାନ୍ତା ? ଯେତେବେଳେ ଦେଶବାସୀ ଭଲଭାବରେ ଜାଣନ୍ତି ଯେ, ମାତ୍ର ଦିନକ ପରେ ତାଙ୍କର ବାସଭବନଟି ନିଲାମ ହୋଇଯିବ ଓ ନିଜର ପିନ୍ଧିଥିବା ଲୁଗା ବ୍ୟତୀତ ଆଉ କିଛି ରହିବ ନାହିଁ...। ପ୍ରତ୍ୟୁତ୍ତରରେ ମଧୁସୂଦନ କହିଲେ, “ଚନ୍ଦ୍ରମୋହନ !, ବଂଗ ପ୍ରଦେଶର ନୂତନ ଅଭ୍ୟୁଦୟର ତୃତୀୟପୁରୁଷମାନେ ଅଧିଷ୍ଠିତ ଅଛନ୍ତି । ମାତ୍ର ଓଡ଼ିଆ ଜାଗରଣର ମୁଁ ହେଉଛି ପ୍ରଥମ ପୁରୁଷ ଓ ଉଦ୍ୟୋକ୍ତା । ସମଗ୍ର ଓଡ଼ିଆ ଜାତିର ଆଶା ଓ ଆକାକ୍ଷା ମୋ ଉପରେ ହିଁ ବ୍ୟସ୍ତ । ଏହାକୁ ମୋର ସମସ୍ତ ସ୍ଥିତି ମଧ୍ୟରେ ସମାହିତ କରିବାକୁ ପଡ଼ିବ ।
ମଧୁସୂଦନଙ୍କର ଦୃଢ଼କଣ୍ଠରେ ଯେପରି ପ୍ରତିଧ୍ବନିତ ହେଉଥିଲା ଉଦ୍ଦାମ ସ୍ବାଭିମାନର ବଜ୍ର ନିଘୋଷ । ଓଡ଼ିଆ ଜାତିର ସାମାନ୍ୟତମ ଛନା ତାଙ୍କପାଇଁ ଥିଲା ଶଲ୍ୟାଘାତ ସଦୃଶ ଓ ଏହାହିଁ ଥିଲା ତାଙ୍କ ଅକଳ୍ପନୀୟ ଚେତନାର ମହିମାମଣ୍ଡିତ ପରିପ୍ରକାଶ


ଓଡ଼ିଶା ପ୍ରଦେଶର ପ୍ରାଣ ପ୍ରତିଷ୍ଠାତା ଓ ଜନକ, ଜାତୀୟ ଗୌରବ ମଧୁସୂଦନଙ୍କରଜୀବନବ୍ୟାପୀ ନିରବଚ୍ଛିନ୍ନ ସଂଗ୍ରାମର ଫଳଶ୍ରୁତି ହେଉଛି- ଆଧୁନିକ ଓଡ଼ିଶା ପ୍ରଦେଶ । ତାଙ୍କ ଆବିର୍ଭାବ ହୋଇଥିଲା ଓଡ଼ିଶାର ଅତ୍ୟନ୍ତ ସଂକଟପୂର୍ଣ୍ଣ ପରିସ୍ଥିତିରେ, ଯେତେବେଳେ ବିଦେଶୀ ଶାସନର ଗୋଟିଏ ଅବିବେକୀ କଲମଗାରରେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟ ଲୋପ ପାଇଯାଇଥାଆନ୍ତା । ନିଅଂକ ଦୁର୍ଭିକ୍ଷର କରାଳ ଗ୍ରସରେ ମୁମୂର୍ଷ ଓଡ଼ିଆ ଜାତି ମୃତ୍ୟୁ ସହିତ ସଂଗ୍ରାମ କରୁଥାଏ, ତାର ସଂସ୍କୃତି ଓ ସାହିତ୍ୟ ଅବଲୟପ୍ରାପ୍ତ ହେବାକୁ ବସିଥାଏ । ସେହିଭଳି ଏକ ସମୟରେ ୧୮୮୧ ସାଲରେ ମଧୁସୂଦନ ଓଡ଼ିଶାକୁ ଫେରିଆସିଥିଲେ । ସେତେବେଳକୁ ଓଡ଼ିଆ ପ୍ରାଣ ରେଭେନ୍ସା ଓ ବିମସ୍ ସାହେବ ଓଡ଼ିଶାରୁ ବିଦାୟ ନେଇ ସାରିଥାନ୍ତି । ଓଡ଼ିଶାର ସ୍ବାର୍ଥକୁ ଶାସନର ପରିଧି ମଧ୍ୟରେ ରକ୍ଷା କରୁଥିବା ଆଦିନେତା ବିଚିତ୍ରାନନ୍ଦଙ୍କର ମୃତ୍ୟୁ ଘଟିଥାଏ । ଓଡ଼ିଶା ହୋଇଯାଇଥାଏ ନିରାଶ୍ରୟ, ଅଭିଭାବକଶୂନ୍ୟ । ଏତିକିବେଳେ ମଧ୍ୟପ୍ରଦେଶର ଚିମିନେର ଉବକ୍ଷ୍ମଙ୍କ ପରି ଜଣେ ସ୍ବଚ୍ଛାଚାରୀ ପ୍ରଶାସକଙ୍କଦ୍ବାରା ସମ୍ବଲପୁର ସମେତ ମଧ୍ୟପ୍ରଦେଶରୁ ଓଡ଼ିଆ ଭାଷାରବିଲୋପ ସାଧିତ ହୋଇଥାଏ । ଓଡ଼ିଶା ଡିଭିଜନର କମିଶନର ଯଦି ବଂଗଳା ଗଭର୍ଣ୍ଣରଙ୍କ ସ୍ବୀକୃତି ଆଣି ଓଡ଼ିଆ ପରିବର୍ତ୍ତେ ବଂଗଳାଭାଷା କୋର୍ଟ କଚେରି ତଥା ଶିକ୍ଷାୟତନରେ ପ୍ରଚଳନ ଲାଗି ସେତେବେଳେ ନିର୍ଦ୍ଦେଶ ଦେଇଥାନ୍ତେ, ଏତେବେଳକୁ ଓଡ଼ିଆ ସଂସ୍କୃତିର ମୂଳପିଣ୍ଡ ରୂପେ ପରିଚିତ ଥିବା ପୁରୀ, କଟକ ଓ ବାଲେଶ୍ବର ଜିଲ୍ଲା ବଂଗଳାଭାଷୀ ଅଂଚଳରେ ପରିଣତ ହୋଇ ଆପଣାର ସ୍ଥିତି ଓ ସତ୍ତାକୁ ସଂପୂର୍ଣ୍ଣରୂପେ ହରଇ ବସିଥାନ୍ତା । ବିହାରୀମାନଙ୍କର ସ୍ୱେଚ୍ଛାଚାରିତାରେ ମୈଥିଳୀ ଭଳି ଉନ୍ନତ ସଂସ୍କୃତିସଂପନ୍ନ ଭାଷା ନିଶ୍ଚିହ୍ନ ହେଲା ପରି ଓଡ଼ିଆ ଭାଷା ଅବଲୁପ୍ତ ହୋଇଯାଇଥାନ୍ତା । ମାତ୍ର ଓଡ଼ିଶା ଫେରିବା ପରେ ୧୮୮୧ ପରଠାରୁ ଦୀର୍ଘ ପଚାଶ ବର୍ଷ ଧରି ମଧୁସୂଦନ ଥିଲେ ଓଡ଼ିଶାର ରକ୍ଷାକବଚ ।

ମଧୁସୂଦନ ଓଡିଶା ଫେରିବା ବେଳକୁ ଓଡ଼ିଶାର ସାଂସ୍କୃତିକ, ଅର୍ଥନୈତିକ ତଥା ରାଜନୈତିକ କ୍ଷେତ୍ରରେ ବିରାଟ ଶୂନ୍ୟତା ହିଁ ରାଜୁତି କରୁଥାଏ । ସବୁ କ୍ଷେତ୍ରରେ ବହିରାଗତ ଜମିଦାର ଓ କର୍ମଚାରୀ ତଥା ଦେଶୀୟ ବଂଗାଳୀମାନଙ୍କର ରାଜତ୍ । ଭାଇ ବୋଲି ଡାକ ଦେଲେ ପ୍ରତି ଉତ୍ତର ଦେବାପାଇଁ ଜଣେ ମାତ୍ର ଓଡ଼ିଆ ନଥିଲେ । ସବୁ ଆଡ଼େ ଖାଁ ଖାଁ ନୀରବତା ଓ ଶୂନ୍ୟତା । ତାହାହିଁ ପ୍ରତିଧ୍ବନିତ ହୋଇଥିଲା ମଧୁସୂଦନଙ୍କ କବିତାରେ-

"ମାଆ ମାଆ ବୋଲି କେତେମୁଁ ଖୋଜିଲି
ମାଆକୁ ପାଇଲି ନାହିଁ
ଭାଇ ଭାଇ ବୋଲି କେତେ ମୁଁ ଡାକିଲି
ନଦେଲେ ଉତ୍ତର କେହି ।


ଗଭୀର ପ୍ରାଣର ଆକୃତିରେ ଉତ୍ସରିତ ହୋଇଛି ଏହି କେତୋଟି ପଦ ।

୧୮୮୨-୮୩ ସାଲ ବେଳକୁ ଓଡ଼ିଶାର ପାରମ୍ପରିକ ତଥା ଶାସ୍ତ୍ରୀୟ ସଂଗୀତର ଧାରା ସଂପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ । ପୁରୀ ତଥା କେତୋଟି ରାଜଦରବାରକୁ ଛାଡ଼ିଦେଲେ ଓଡ଼ିଶାରେ ସଂଗୀତର ଧାରା ଅଶାଳୀନତାର ପରିଧି ମଧ୍ୟକୁ ଖସି ପଡ଼ିଥିଲା । ଏହାର ପୁନରୁଦ୍ଧାର ପାଇଁ ବ୍ରତୀ ହେଲେ ମଧୁସୂଦନ । ସେ ଆବାଲ୍ୟରୁ ସଂଗୀତ ପ୍ରିୟ ଥିଲେ । କଲିକତାରେ ଷୋହଳ ବର୍ଷ ରହଣି ମଧ୍ୟରେ ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତ ତଥା ପାଶ୍ଚାତ୍ୟ ସଂଗୀତ ସହିତ ନିବିଡ଼ ଭାବେ ପରିଚିତ ଥିଲେ। କଟକ ଆସିବା ପରେ, କଟକର ପ୍ରବୀଣ ସଂଗୀତ ଓୟାଦ୍ ଖାନ୍ତୁ ମିଆଁଙ୍କୁ ଠାବ କରିଥିଲେ । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ଧାରାରେ ଆଧ୍ୟାତ୍ମିକ ସଂଗୀତ ଗାନରେ ପ୍ରବୀଣ ଥିଲେ ଖାନ୍ ମିଆଁ । ତାଙ୍କ ମୁହଁରେ ଫୁଟି ଉଠୁଥିଲା ସାର୍ଦ୍ଦିକତାର ଉଜ୍ବଳ ଆଭା ଓ ପ୍ରାଣରୁ ଉତ୍ସରିତ ହେଉଥିଲା ଆଧ୍ୟାତ୍ମିକ ସଂଗୀତର ସୁରକାର । ଏହା ଛଡ଼ା କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଜମିଦାର ନରେନ୍ଦ୍ର ବଂଶର ପ୍ରଖ୍ୟାତ ଗାୟକ ଗୋକୁଳ ବିହାରୀ ଶ୍ରୀ ଚନ୍ଦନଙ୍କୁ ମଧ୍ୟ ସେ ମନୋନୀତ କରିଥିଲେ । ଏହିଭଳି ଓଡ଼ିଶାର ବିଖ୍ୟାତ ଗାୟକଙ୍କ ସହିତ କଲିକତାର ପ୍ରସିଦ୍ଧ ଗାୟକମାନଙ୍କୁ ଆଣି ମଧୁସୂଦନ ନିଜ ଖର୍ଚ୍ଚରେ ସଂଗୀତ ସମ୍ମିଳନୀମାନ ଆୟୋଜନ କରୁଥିଲେ । ତାହା କ୍ରମେ ଓଡ଼ିଶାର ସଂଗୀତର ଧାରାକୁ ମାର୍ଜିତ ତଥା ଶାସ୍ତ୍ରୀୟ ରୂପ ପ୍ରଦାନ କରିବାରେ ସହାୟକ ହୋଇଥିଲା ।
୧୮୮୧ରେ ଆସିବା ପରେ ମଧୁସୂଦନ ଦୀର୍ଘ ବାରବର୍ଷ ଚାନ୍ଦିନୀଚୌକ ସନ୍ନିକଟ ବିହାରୀବାଗରେବାସ କରୁଥିଲେ । ତାଙ୍କର ବାସଭବନରେ ଗଚ୍ଛିତ ଥିଲା ଭାରତୀୟ ତଥା ୟୁପୀୟ ସମୟ ସଙ୍ଗୀତ-ବାଦ୍ୟଯନ୍ତ୍ର । ପ୍ରତି ଶନିବାର ସଂଧ୍ୟାରେ ତାଙ୍କ ବାସଭବନରେ ରାତ୍ରିକାଳୀନ ସଂଗୀତ ଆସର ବସୁଥିଲା ଓ ପ୍ରଖ୍ୟାତ ସଂଗୀତଜ୍ଞମାନେ ରାତ୍ରିର ବିଳମ୍ବିତ ପ୍ରହର ପର୍ଯ୍ୟନ୍ତ ସଂଗୀତ ପରିବେଷଣ କରୁଥିଲେ । ଏହାପରେ କାଶ୍ମୀର ବ୍ରାହ୍ମଣମାନଙ୍କଦ୍ୱାରା ସ୍ବତନ୍ତ୍ରଭାବେ ପ୍ରସ୍ତୁତ ସୁସ୍ବାଦୁ ଭୋଜନ ଅତିଥିମାନଙ୍କୁ ପରଷା ଯାଉଥିଲା ।

ଏହା ଛଡ଼ା ସାମସନ ରାଉତଙ୍କୁ ପ୍ରୋସ୍ନାହିତ କରି ମଧୁସୂଦନ ପ୍ରଥମେ ସୃଷ୍ଟି କରିଥିଲେ, ୟୁରୋପୀୟ ଐକ୍ୟୁତାନିକ ବ୍ୟାଣ୍ଡ ପାଟି । ଏହାଥିଲା ଓଡ଼ିଆମାନଙ୍କର ନିଜସ୍ୱ ଉଦ୍ୟମ । ମଧୁସୂଦନଙ୍କ ଆର୍ଥିକ ଅନୁଦାନରେ ଏହା ଗଢ଼ି ଉଠିଥିଲା ।
ଓଡ଼ିଶୀ, ଶାସ୍ତ୍ରୀୟ ତଥା ପଶ୍ଚାତ୍ୟ ଐକ୍ୟୁତାନିକ ସଂଗୀତ କ୍ଷେତ୍ରରେ ଅସାଧାରଣ ପ୍ରବେଶ ଥିଲା ମଧୁସୂଦନଙ୍କର । ତେଣୁ ୧୯୦୩ର ଉତ୍କଳ ସମ୍ମିଳନୀ ଅଧିବେଶନରେ ଗାନ କରାଯାଉଥିବା ପ୍ରତିଟି ସଂଗୀତ ଚିହ୍ନିତ ଓ ନିର୍ବାଚିତ ହେବା ସହିତ ସଂଗୀତ ମୂର୍ତ୍ତନାଗୁଡ଼ିକ ମଧୁସୂଦନଙ୍କର ଅନୁମୋଦନ ଲାଭ ପରେ ହିଁ ଗାନ କରାଯାଉଥିଲା । ମୁଖ୍ୟ ଆବାହନୀ ସଂଗୀତ ଗାନ କରୁଥିଲେ, ଉତ୍ପାଦ ଖାନୁମିଆଁ, ଯାହାଙ୍କର ସ୍ୱରର ମୂଚ୍ଛନାରେ ଅଭିମନ୍ତ୍ରିତ ହେଉଥିଲା ଦେଶଭକ୍ତିର ପ୍ରବଳ ଉଦ୍ଦୀପନା ।
ଉତ୍କଳୀୟ ରଙ୍ଗଭୂମିର ପ୍ରଖର ଜ୍ୟୋତି
ସେତେବେଳେ ରଙ୍ଗମଂଚର ନାମ ଥିଲା ରଂ ଗଭୂମି । ଏହି ରଂ ଗଚସବୁ ନାଟକର ଶୈଳୀରେ ପ୍ରଥମେ କଲିକତାରେ ଆରମ୍ଭ ହୋଇଥିଲା । କଲିକତାରେ ପ୍ରଥମ ରଙ୍ଗମଞ୍ଚ ‘ନ୍ୟ ଥିଏଟର ସ୍ଥାପିତ ହୁଏ ୧୭୯୫ ସାଲରେ, ଆଉ ‘ଚୌରଙ୍ଗା ଥିଏଟର ୧୮୦୪ ସାଲରେ, ଯହିଁରେ ଇଂରାଜୀ ନାଟକ ଅଥବା ଇଂରାଜୀ ନାଟକର ଅନୁବାଦ, ବଂଗୀୟ ଭାଷାରେ ରଚିତନାଟକ ଅଥବା ଇଂରାଜୀ ନାଟକସବୁ ଅଭିନୀତ ହେଉଥିଲା । କ୍ରମେ ରଚିତ ହୁଏ ଉଚ୍ଚ ପରଂପରାର ବଂଗୀୟ ନାଟକସବୁ । ମନମୋହନ ବସୁଙ୍କର ନାଟକ ସମୂହ- ଯଥାକ୍ରମେ “ରାମାଭିଷେକ ଓ “ସତୀ ନାଟକ । ମଧୁସୂଦନ ଦତ୍ତଙ୍କ 'ଏକି ବଲି ସଭ୍ୟତା’, ଜ୍ୟୋତୀନ୍ଦ୍ରନାଥ ମିତ୍ରଙ୍କର ‘ଅଶ୍ରମତୀ ଗିରୀଶ ଚନ୍ଦ୍ର ଘୋଷଙ୍କର ‘ଦକ୍ଷଯଜ୍ଞ', ‘ଚୈତନ୍ୟଲୀଳା', “ବିଲ୍ୱମଂଗଳ ଆଦି ବହୁ ନାଟକ । ଏହି ଗିରୀଶ ଚନ୍ଦ୍ର ପରେ ରାମକୃଷ୍ଣ ପରମହଂସଙ୍କ କୃପାପାର୍ଥୀ ହୋଇଥିଲେ ।
ଉନବିଂଶ ଶତାବ୍ଦୀର ଶେଷ ଭାଗରେ ଢାକାରେ ଷ୍ଟାର ଥିଏଟର, କଲିକତାରେ ଗିରୀଶ ଘୋଷର ଗଭମି ଆଉ ନ୍ୟାସନାଲ୍ ଥିଏଟର ସବୁ ଜନପ୍ରିୟ ଥିଲା, ଯେଉଁଠାରେ ନାରୀ ଚରିତ୍ରର ଭୂମିକାରେ ଅବତୀର୍ଣ ହେଉଥିଲେ ରୂପଜୀବୀଗଣ । କ୍ରମେ ବଳିଷ୍ଠ ବଙ୍ଗୀୟ ନାଟକର ପରମ୍ପରା ସୃଷ୍ଟିହେଲା ଆଉ ମଂଚ ପରିବେଷଣର ଶୈଳୀ ଉନ୍ନତ ହେଲା । ବଂଗୀୟ ନାଟ୍ୟ ସାହିତ୍ୟ ସମୃଦ୍ଧ ହେଲା, ନାଟକ ସବୁ ପୁସ୍ତକ ଆକାରରେ ମୁଦ୍ରିତ ହେଲା । କଲିକତା ଛଡ଼ା ବମ୍ବେରେ ମଧ୍ୟ ଗଢ଼ି ଉଠିଲା ହିନ୍ଦୀ ତଥା ମରାଠୀ ନାଟକର ଉଚ୍ଚ ପରଂପରା ।
ଊନବିଂଶ ଶତାବ୍ଦୀର ବଙ୍ଗ ପ୍ରେସିଡେନ୍ସିରେ ଓଡ଼ିଶା ଡିଭିଜନ, ଉପାନ୍ତ ଅଂଚଳର ମାତ୍ର ଏକ ଭୂମିଖଣ୍ଡ, ଯାହା ଗମନାଗମନ ଦୃଷ୍ଟିରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ଥିଲା । ଉଭୟ ଅଂଚଳକୁ ସଂଯୁକ୍ତ କରୁଥିବା ପଥଟି ଦପୁଂସଙ୍କୁଳ ଥିଲା । ତେଣୁ କୁହାଯାଉଥିଲା ।
‘ହଳଦୀ ମଖାମଖି, ନରଣଗଡ଼ ପାରି ହେଲେ କୁଟୁମ୍ବ ଦେଖାଦେଖି ।
୧୮୬୯ ସଲରେ ଅବସ୍ଥା ବଦଳିଲ । ସପ୍ତାହକୁ ଅନ୍ତତଃ ଗୋଟିଏ ଜାହାଜ ଚାନ୍ଦବାଲିଠାରୁକଲିକତା

ଯାତ୍ର ଅରମ୍ଭକଲେ । କ୍ରମେ ପ୍ରାୟ ୧୮୭୨ ବେଳକୁଯୋବ୍ରା ଅନିକଟ ଦେଇ କେନ୍ଦ୍ରପଡ଼ା ଓ ପଟ୍ଟାମୁଣ୍ଡେଇ କେନାଲ ସହିତ ସଂଯୁକ୍ତ ହେଲ । ଏହାପରେ କଟକ, ଚାନ୍ଦବାଲି ପର୍ଯ୍ୟନ୍ତ ରୀତିମତ ଲଞ୍ଚ କୋଚଳ କଲେ । ଫଳରେ କଲିକତା କଟକର ନିକଟବର୍ତ୍ତୀ ହେଲ, ପ୍ରାୟ ୪୮ରୁ ୭୨ ଘଣ୍ଟା ମଧ୍ୟରେ ଲଞ୍ଚ ଓ ଜାହାଜରେ କଲିକତା ଯିବା ସମ୍ଭବ ହେଲା ତେଣିକି କଲିକତା ଯାତ୍ରା ଗୋଟିଏ କୁଦରୁ ଅନ୍ୟକୁଦକୁ ଲ ଦେଲ ପରି ସହଜସାଧ୍ୟ ହୋଇଗଲି ।
ଫଳରେ କଲିକତାରୁ ନିଆ ସଂସ୍କୃତିର ଧାରା ଅବାରିତ ଭାବରେ ବହିବାକୁ ଲାଗିଲା । ହେଲେ ଏହି ସଂସ୍କୃତିର ଧାରାକୁ ଗ୍ରହଣ କରିବାର ଅଗ୍ରଭାଗରେ ଥିଲେ ଏ ଦେଶର ବଙ୍ଗୀୟ ଗୋଷ୍ଠୀ । ସେ ସମୟର ପରିସ୍ଥିତି ବିଷୟରେ ସମ୍ୟକ ଧାରଣା କରିବାପାଇଁ ଅଗ୍ରଗଣ୍ୟ ସମ୍ପାଦକ ଗୌରୀଶଙ୍କର ରାୟଙ୍କର ଚିନ୍ତାଧାରା ସହିତ ପରିଚିତ ହେବା ଉଚିତ । ଗୌରୀଶଙ୍କର ରାୟ, ସମକାଳୀନ ଓଡ଼ିଶାର ଶିକ୍ଷିତ ଶ୍ରେଣୀକୁ ତିନି ଭାଗରେ ବିଭକ୍ତ କରିଥିଲେ -
(୧) ପ୍ରାଚୀନ ଓଡ଼ିଆ ଗୋଷ୍ଠୀ
(୨) ବଂଗୀୟ ଗୋଷ୍ଠୀ- ଏମାନେ ଚୈତନ୍ୟଙ୍କ ସମୟରୁ ଅଥବା ପୂର୍ବରୁ କିମ୍ବା ମୁସଲମାନ ଶାସନ ଆରମ୍ଭରୁ ଓଡ଼ିଶାରେ ବସବାସ କରି ଓଡ଼ିଶାର ସ୍ବାର୍ଥ ସହିତ ନିଜକୁ ଜଡ଼ିତ କରି ପାରିଥିଲେ । ଅନେକ କ୍ଷେତ୍ରରେ ସେମାନେ ଓଡ଼ିଆ ଭାଷା ଓ ସ୍ବାର୍ଥର ସଂରକ୍ଷକ ଥିଲେ ମଧ୍ୟ ଭାଷା ଓ ସଂସ୍କୃତି ଦୃଷ୍ଟିରୁ ସେମାନେ ଥିଲେ ବଂଗୀୟ । ସେମାନେ ବଂଗଳା ସାହିତ୍ୟରେ ପାରଦର୍ଶୀ ଥିଲେ ।
(୩) ବହିରାଗତ ସଂଗୀୟ ଗୋଷ୍ଠୀ
ଏହିମାନେ ବିଟିଶ ଶାସନ ପରେ, ନିଜର ସ୍ବାର୍ଥ ସିଦ୍ଧି ପାଇଁ ଓଡ଼ିଶାକୁ ଆସିଥିଲେ । ଏମାନଙ୍କ ମଧ୍ୟରେ ଥିଲେ ସୂର୍ଯ୍ୟସ୍ତ ଆଇନ୍ ବଳରେ ଆସିଥିବା ଜମିଦାରି ଗୋଷ୍ଠୀ ତଥା ସେମାନଙ୍କର ଅନୁଗତ କର୍ମଚାରୀବୃନ୍ଦ, ସରକାରୀ କର୍ମଚାରୀ,କିଛି ଆଇନଜୀବୀ, ବ୍ୟବସାୟୀ । ଉନବିଂଶ ଶତାବ୍ଦୀର ଶେଷପାଦ ପର୍ଯ୍ୟନ୍ତ ହରିବଲ୍ଲଭ ବସୁଙ୍କୁ ଛାଡ଼ିଦେଲେ କଟକର ସମୟ ଓକିଲ ଗୋଷ୍ଠୀ ବଙ୍ଗଳାରୁ ବୃଦ୍ଧିର ସନ୍ଧାନରେ ଓଡ଼ିଶା ଆସିଥିଲେ ।
୧୮୭୭-୭୮ ବେଳକୁ କଟକ କଲିକତାର ନିକଟବର୍ତ୍ତୀ ହେଲା । ବଂଗୀୟ ନାଟ୍ୟ ସାହିତ୍ୟ ବଂଗୀୟ ଗୋଷ୍ଠୀଙ୍କ ନିକଟରେ ଆସି ପହଞ୍ଚିଲା । ନାଟକ ପ୍ରଦର୍ଶନର ଚାକ୍ଷୁସ ବିବରଣୀ ମଧ୍ୟ ବଂଗୀୟ ପତ୍ରପତ୍ରିକା ମାଧ୍ୟମରେ ପହଞ୍ଚିଲା । ତେଣୁ ନାଟକ ମଞ୍ଚସ୍ଥ କରିବା ପାଇଁ ନୂତନ ଉନ୍ମାଦନା ସୃଷ୍ଟି ହେଲା ବଂଗୀୟ ଗୋଷ୍ଠୀଙ୍କ ମଧ୍ୟରେ, ବିଶେଷତଃ ଯେଉଁମାନେ ମାହାଙ୍ଗା, ଦୀକ୍ଷିତପଡ଼ା, ଅସୁରେଶ୍ବର, ରଘୁନାଥପୁର, ଗୋପାଳପୁର ଆଦି ଗ୍ରାମରେ ବାସ କରୁଥିଲେ । ଏମାନେ ଶିକ୍ଷାଦୀକ୍ଷା କ୍ଷେତ୍ରରେ ଆଗୁଆ ଥିଲେ ଓ ଅନେକଙ୍କର କଟକ ସହରରେ ଅଲଗା ବାସଗୃହ ଥିଲା ।
କଟକ ସହରରେ ସର୍ବପ୍ରଥମେ ବିବଦ୍ଧଭାବେ ନାଟକ ପ୍ରଦର୍ଶନ ଆରମ୍ଭ ୧୮୭୮ରେ ହେଲା, ଯହିଁରେ ମନମୋହନ ବସୁଙ୍କ ରଚିତ ନାଟକ ରାମାଭିଷେକର ପ୍ରଦର୍ଶନ ହୋଇଥିଲା ।

ଏହାପରେ ମନମୋହନ ବସୁଙ୍କର ଅନ୍ୟ ବଂଶୀୟ ନାଟକ ସବୁ ପ୍ରଦର୍ଶିତ ହୋଇଥିଲା ।
ପ୍ରଥମ ଓଡ଼ିଆ ନାଟକ “ବାବାଜୀ ରଚିତ ହୋଇଥିଲା ୧୮୭୭ ସାଲରେଜଗନ୍ମୋହନ ଲାଲାଙ୍କ ଦ୍ବାରା, ଯେ ହିନ୍ଦୀ ସଂସ୍କୃତିର ନିକଟବର୍ତ୍ତୀ ଥିଲେ । ତାଙ୍କର ବଂଶଧରମାନେ ବରେଲିରୁ ଆସିଥିଲେ ଓ ପାରିବାରିକ ବିବାହ ସଂପର୍କରେ ସେ ଉତ୍ତରପ୍ରଦେଶ ଓ ବିହାର ସହିତ ସଂପର୍କିତ ଥିଲେ ।
ପରବର୍ତ୍ତୀ ଓଡ଼ିଆ ନାଟକଟି ରଚନା କରିଥିଲେ ରାମଶଙ୍କର ରାୟ ୧୮୮ ସାଲରେ, ଯାହାର ନାମ ଥିଲା ‘କାଞ୍ଚିକାବେରୀ । ରାମଶଙ୍କର ରାୟ ଦେଶୀୟ ବଂଗୀୟ ଗୋଷ୍ଠୀଙ୍କ ମଧ୍ୟରୁ ଆସିଥିଲେ । ପରେ ଜଗନ୍ମୋହନ ଲାଲା, ରାମଶଙ୍କର ରାୟ ଅଧିକ ଓଡ଼ିଆ ନାଟକ ରଚନା କରିଥିଲେ । ୧୮୮୪ ସାଲଠାରୁ ପ୍ରତି ସରସ୍ବତୀ ପୂଜାରେ କଟକରେ ବଂଗୀୟ ନାଟକ ପ୍ରଦର୍ଶନ ଆରମ୍ଭ ହୋଇଥିଲା ଅସ୍ଥାୟୀ ମଂଚରେ । ଏହି ସବୁ ଫଟ ଖଟକୁ ଖଟ ଯୋଡ଼ି ଅସ୍ଥାୟୀ ଭାବରେ ତିଆରି କରି ମୁଖ୍ୟତଃ କଟକର ମହିଦାସ ବଜାରରେ ହାରାଧନ ଘୋଷ ଓ କାଳୀପଦ ବନ୍ଦୋପାଧ୍ୟାୟଙ୍କ ବାସଭବନ ନିକଟରେ ହେଉଥିଲା । ନାଟକ ଅଭିନୟ ଏମାନଙ୍କ ହାର୍ଦ୍ଦିକ ଓ ଆର୍ଥିକ ସହାୟତାରେ ହେଉଥିଲା ।
ନାଟ୍ୟକାର ରାମଶଙ୍କର ରାୟ ଓକିଲାତି ଆରମ୍ଭ କରିବା ପରେ, ଏହାଙ୍କର ମହକିଲ କୋଠପଦାର ମହନ୍ତ ରଘୁନାଥ ପୁରୀ, ଯାହାଙ୍କର ଯାତ୍ରାଦଳ ଥିଲା, ତାଙ୍କ ଉଦ୍ୟମରେ ସରସ୍ବତୀପୂଜା ଉପଲକ୍ଷେ କୋଠପଦାର ଅସ୍ଥାୟୀ ମଂଚରେ କାଞ୍ଚି କାବେରୀ ନାଟକର ଅଭିନୟ ଆରମ୍ଭ କରାଯାଇଥିଲା । ୧୮୮୫ ସାଲରୁ ସବୁବର୍ଷ ପ୍ରତି ସରସ୍ବତୀ ପୂଜାଦିନ ନାଟକ ଅଭିନୀତ ହେଉଥିଲେ ମଧ୍ୟ, ଏହାର ଅଭିନେତାଗଣ ଅଶିକ୍ଷିତ ଗ୍ରାମବାସୀ ଥିଲେ ଓ ଦର୍ଶକଙ୍କର ରୁଚି ଉନ୍ନତ ଧରଣର ନଥିବାରୁ ଅଭିନୟ ତଥା ପ୍ରଦର୍ଶନ ଉପଯୁକ୍ତ ମାନର ଥିଲା ।
କଟକରେ ଏ ଦେଶୀୟ ବଂଗୀୟ ଗୋଷ୍ଠୀ ସ୍ଥାୟୀ ରଂଗମଂଚ ପ୍ରତିଷ୍ଠାପାଇଁ ଚେଷ୍ଟାକରି ମଧ୍ୟ ବିଫଳ ହୋଇଥିଲେ । ଓଡ଼ିଶାରେ କଂଗମଞ୍ଚ ଆନ୍ଦୋଳନ ଯେପରି ଆସି ପହଞ୍ଚିଲା ସ୍ଥାଣୁତାର ପର୍ଯ୍ୟାୟରେ । ଏହି ସ୍ଥିତିରେ ପଶ୍ଚାତକୁ ଦୃଷ୍ଟି ପ୍ରଦାନ କଲେ ଦେଖାଯାଏ ଯେ, ଏହି ଗଭୂମି ଆନ୍ଦୋଳନରେ ଗ୍ରାମାଞ୍ଚଳର କୋଠପଦାର ମହନ୍ତଙ୍କୁ ଛାଡ଼ିଦେଲେ ମୁଖ୍ୟତଃ ଏ ଦେଶୀୟ ବଂଗୀୟ ଗୋଷ୍ଠୀଙ୍କ ଦ୍ବାରା ସଂପୂର୍ଣ୍ଣଭାବେ ସଂଚାଳିତ ହୋଇଥିଲା, ଯହିଁରେ ଓଡ଼ିଆ ମାନଙ୍କର ଖଡ଼ିପାଠ ମଧ୍ୟ ଆରମ୍ଭ ହୋଇଥିଲା । । କେତେ ନିର୍ବେଦ ଥିଲା ଏ ଜାତି । ସାମୟିକ ଉନ୍ମାଦନାର ସ୍ଫୁରଣ ମଧ୍ୟ ହଜିଯାଇଥିଲା ଏ ଜାତିର ପରିଧି ମଧ୍ୟରୁ ।
ଏତିକି ବେଳେ ଦୃଶ୍ୟପଟରେ ଉଭାହେଲେ ମଧୁସୂଦନ ଦାସ । ସେ ଓଡ଼ିଶାର ରଂଗମଂଚ ଆନ୍ଦୋଳନରେ ସ୍ଥାୟୀ ରଂଗମଂଚ ପ୍ରତିଷ୍ଠା କ୍ଷେତ୍ରରେ ଆଦ୍ୟ ପ୍ରବର୍ଷକର ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଏ ସଂପର୍କରେ ଓଡ଼ିଶା ନାଟ୍ୟକଳାର ପ୍ରଣେତା ଅଧ୍ୟାପକ ଗିରିଜା ଶଙ୍କର ରାୟ ଲେଖିଛନ୍ତି- ଉତ୍କଳର ନାନା କ୍ଷେତ୍ରରେ ଯେପରି ଅଗ୍ରଣୀ ଏ କ୍ଷେତ୍ରରେ ମଧ୍ୟ ମଧୁସୂଦନ ସେପରି


ଅଗ୍ରଣୀ । ଏହି ସମୟରେ ସ୍ଥାୟୀ ରଂଗମଂଚ ସ୍ଥାପନା ଦିଗରେ ଉତ୍କଳର ବରପୁତ୍ର ଶ୍ରୀ ମଧୁସୂଦନ ଦାସଙ୍କର ଉତ୍ସାହ ଜାତ ହୋଇଥିଲା ଓ କଟକ ନଗରରେ ତାଙ୍କରି ଘରଠାରେ ଗୋଟିଏ ସ୍ଥାୟୀ ନାଟ୍ୟଶାଳା ସ୍ଥାପିତ ହୋଇଥିଲା ଏବଂ ନାଟ୍ୟକାରମାନେ ନୂତନ ନାଟକ ଲେଖିବାରେ ଓ ଅଭିନେତାମାନେ ଅଭିନୟରେ ଉତ୍କର୍ଷ ସାଧନ କରିବାରେ ସଚେଷ୍ଟ ହୋଇଥିଲେ ।

(ଓଡ଼ିଆ ନାଟ୍ୟକଳା ପୃଷ୍ଠା-୭୧)


ଏହି ସ୍ଥାୟୀ ରଂଗ ଚରେ ୧୮୮୭ ସାଲ ଡିସେମ୍ବର ୧୦ ତାରିଖରେ ଆମେଚର ଥିଏଟରଙ୍କ ଦ୍ବାରା ହରିଶ୍ଚନ୍ଦ୍ର ନାଟକର ଅଭିନୟ ହୋଇଥିଲା । ବାବୁ ମଧୁସୂଦନ ଦାସ ଏ କାର୍ଯ୍ୟରେ ବିଶେଷ ଉତ୍ସାହ ପ୍ରଦାନ ଓ ବ୍ୟୟବହନ କରିଥିଲେ (ଉତ୍କଳଦୀପିକା- ୧୭-୧୨-୮୭)”

ଏ ବିଷୟରେ ଗୋଟିଏ ପ୍ରଶ୍ନ ଉଠେ, ମଧୁସୂଦନ କଣ କଳାପ୍ରବଣ ବ୍ୟକ୍ତି ଥିଲେ ?
ହଁ, ମଧୁସୂଦନ କଲିକତା ବିଶ୍ବବିଦ୍ୟାଳୟରୁ ଇଂରାଜୀ ସାହିତ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ, ଯହିଁରେ ବିଶ୍ୱର ଶ୍ରେଷ୍ଠ ନାଟ୍ୟକାର ସେପିଅରଙ୍କ ନାଟ୍ୟ ସାହିତ୍ୟ ତାଙ୍କର ଅଧ୍ୟୟନର ପ୍ରଧାନ ବିଷୟ ଥିଲା । ପରବର୍ତ୍ତୀ କାଳରେ ବିଭିନ୍ନ ବ୍ୟବସ୍ଥାପକ ସଭାର ରୁ, ଏହି ନାଟକମାନଙ୍କର ସଂଳାପ ଜରିଆରେ ସେ ଭାରତୀୟ କୃଷକ ଓ ଶ୍ରମିକ ଶ୍ରେଣୀର ଅନ୍ତର୍ଦାହର ବେଦନାକୁ ପ୍ରକଟିତ କରିଥିଲେ ।
କଲିକତାରେ ତାଙ୍କର ସୁଦୀର୍ଘ ରହଣି କାଳରେ ସେ ନ୍ୟାସନାଲ ଥିଏଟର ଆଦି ବହୁ ରଂଗମଂଚରେ ପରିବେଷିତ ନାଟକ ପରିଦର୍ଶନ କରି ନାଟକ ଉପସ୍ଥାପନର ଶୈଳୀ ସହିତ କେବଳ ପରିଚିତ ନଥିଲେ, ଏହି ନାଟକ ଗୋଷ୍ଠୀ ସହିତ ତାଙ୍କର ମଧ୍ୟ ସଂପର୍କ ରହିଥିଲା ।
ଏସବୁ ଦୃଷ୍ଟିରୁ ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାୟୀ ରଂଗମଂଚ ସ୍ଥାପନାର ଦାୟିତ୍ବ ଯେତେବେଳେ ତାଙ୍କ ଉପରେ ଆସି ଆପଣାଛାଏଁ ପଡ଼ିଲା, ସେ କ୍ଷେତ୍ରରେ ତାଙ୍କର ପଛଘୁଞ୍ଚା ଦେବାର ପ୍ରଶ୍ନ ନଥିଲା । କଲିକତାରୁ ସର୍ବାଧୁନିକ ଦୃଶ୍ୟପଟ୍ଟ ଓ ସରଞ୍ଜାମ ଆଣି ସେ ନିଜର ବାସ ଭବନର ପଶ୍ଚାତରେ ବିହାରୀବାଗରେ ସ୍ଥାୟୀ ରଂଗମଂଚ ସ୍ଥାପନା କଲେ ।
ମଧୁସୂଦନ ୧୮୮୮ ସାଲରେ,ତାଙ୍କର ଭାଇ ଗୋପାଳ ବଲ୍ଲଭଙ୍କର ବିବାହ ଉତ୍ସବରେ ତାଙ୍କ ରଂଗମଂଚରେ ବହୁ ନାଟକ ବିପୁଳ ସାଜସଜା ମଧ୍ୟରେ ଅଭିନୀତ କରାଇଥିଲେ ।
ସେହି ସ୍ଥାୟୀ ରଂଗମଂଚର ସ୍ବରୂପ ସଂ ପର୍କରେ ଉତ୍କଳଦୀପିକାର ୧୮୮୮ ଜୁନ୍ ଦୁଇ ତାରିଖରେ ପ୍ରକାଶ ପାଇଥିଲା --
“ମଧୁବାବୁ ଯେପରି ନାଟ୍ୟଶାଳାଟି ନିର୍ମାଣକରି ନାନା ଦୃଶ୍ୟପଟ୍ଟରେ ରଂଜିତ କରିଛନ୍ତି ଏବଂ ରୋସନାଇ (ଆଲୋକସଜା) ଇତ୍ୟାଦିର ସୁବନ୍ଦୋବସ୍ତଦ୍ୱାରା ଯେମନ୍ତ ଉତ୍ସାହ ଦେଇଅଛନ୍ତି, ତହିଁରେ କିଛିକାଳ ସୁନ୍ଦର ରୂପେ କାର୍ଯ୍ୟଟି ନିର୍ବାହ ହେବ ଏବଂ ବର୍ଷାକାଳରେ ସୁଦ୍ଧା ବ୍ୟାଘାତ ହେବନାହିଁ । ଅଭିନେତା ସଂପ୍ରଦାୟ ମଧ୍ୟ ତେମନ୍ତ ମନୋଯୋଗୀ ହୋଇ ଅଛନ୍ତି ତାହା ଆଶାପୂର୍ଣ୍ଣ ଅଟଇ।”

ଏହି ବିବରଣୀରୁ ଜଣାଯାଏ ଯେ ସଂଟ ଆଉ ପ୍ରେକ୍ଷାଳୟ ସୁଆଚ୍ଛାଦିତ ଭାବେ ନିର୍ମିତ ହୋଇଥିଲା । ଏହାର ସୁଯୋଗ ନେଇ ସେହିବର୍ଷ ମଇ ପଚିଶ ତାରିଖ ଦିନ ‘କୀରତାର୍ଜୁନ ନାଟକ ଓ ବିବାହ ବିଭ୍ରାଟ ପ୍ରହସନ ଅଭିନୀତ ହୋଇଥିଲା ।
ଏ ସମସ୍ତ ସୁବନ୍ଦୋବସ୍ତ ଆଉ ପ୍ରୋତ୍ସାହନ ସତ୍ତ୍ୱେ କଟକର ଉତ୍କଳୀୟ ପରଂପରାରୁ କୌଣସି ନାଟକ ଅଭିନୟର ପ୍ରୟାସ ହୋଇନଥିଲା । ଯେପରି ଏକ ବିରାଟ ଶୁନ୍ୟତା ଓ ଅସହାୟବୋଧ ଏ ସଂପ୍ରଦାୟକୁ ସମୂଳେ ଗ୍ରାସ କରିଥିଲା, ହେଲେ କଳାସେବାର ଆଢୁଆଳରେ ବିଜୁଳିର ଛଟା ପରି ଉତ୍କଳୀୟ ଛାତ୍ରସମାଜ ମଧ୍ୟରେ କିଛି ଉତ୍ସାହ ଓ ଆଗ୍ରହ ପ୍ରକାଶ ପାଇଥିଲା ଓ ସେମାନେ ସହଯୋଗୀ ବଂଗୀୟ ବଂଧୁମାନଙ୍କ ସହାୟତାରେ ଜଗନ୍ନାଥ ଥିଏଟର ନାମକ ଦଳ ଗଢ଼ି ଯେତେବେଳେ ଆସିଥିଲେ, ମଧୁବାବୁ ସେମାନଙ୍କୁ ସର୍ବାନ୍ତୀକରଣରେ ସାହାଯ୍ୟ କରିଥିଲେ । ପରବର୍ତ୍ତୀ ବିବରଣୀ ଏହିପରି
ଏହି ଦଳ ମଧୁସୂଦନ ଦାସଙ୍କ ନାଟ୍ୟଶାଳାରେ ନଭେମ୍ବର ୨୪ ତାରିଖରେ ସାବିତ୍ରୀ ଓ ସତ୍ୟବାନ ଉପାଖ୍ୟାନର ଅଭିନୟକରି ଆଦର୍ଶ ସତୀ ନାମକ ନାଟକ ଓ ତତ୍କାଳୀନ ହିନ୍ଦୁ ଯୁବକମାନଙ୍କର ଉତ୍ସଳତାକୁ ଅବଲମ୍ବନକରି ଭଣ୍ଡ ଦଳପତି ନାମକ ପ୍ରହସନ କରିଥିଲେ । ଏହି ଦଳରେ କେତେକ ସ୍କୁଲ୍ ଛାତ୍ର କ ଥିଲେ ଆଉ ଗଭୂମିରେ ସ୍କୁଲ୍ ବାଳକମାନଙ୍କ ବାରଙ୍ଗନା ରୂପରେ ଖେମଟା ନାଚ ରୁଚି ବହିର୍ଭୁତ ଥିଲା । (ଓଡ଼ିଆ ନାଟ୍ୟକଳା ପୃ-୭୩)
ହେଲେ ମଧୁସୂଦନ ଆପତ୍ତା କରିନଥିଲେ, ସେ ଚାହିଁଥିଲେ ଏକପ୍ରକାର ସ୍ଥାଣୁ ପାଲଟି ଯାଇଥିବା ଛାତ୍ରସମାଜ ଟିକିଏ ଦୁର୍ବିନୀତ ବା ସାହସୀ ଆଉ ଉଚ୍ଛଳ ହୁଅନ୍ତୁ ।
ଏହିବର୍ଷ ଡିସେମ୍ବର ପହିଲାରେ ରାମଶଙ୍କରଙ୍କର ନିଜସ୍ବ ଗ୍ରାମ ଦୀକ୍ଷିତପଡ଼ାରୁ ଅଭିନେତାଦଳ ଆସି ମଧୁବାବୁଙ୍କର ମଞ୍ଚରେ କାଞ୍ଚିକାବେରୀ ନାଟକ ମଞ୍ଚସ୍ଥ କରିଥିଲେ ।
ମଦୁସୂଦନଙ୍କର ଏହି ରଂଗମଂଚଟି କଲିକତାର ଅତ୍ୟାଧୁନିକ ଇଂଗମ୍ୟ ର ଏକ ନୂତନ ସଂସ୍କରଣ ଥିଲା, ଯାହାର ମଞ୍ଚପ୍ରସ୍ତୁତି ଓ ପରିଚାଳନା ଦର୍ଶକମାନଙ୍କ ମନରେ ଗଭୀର ପ୍ରଭାବ ବିସ୍ତାର କରିଥିଲା । ଏହା କୋଠପଦାର ମହନ୍ତ ଶ୍ରୀ ରଘୁନାଥ ପୁରୀଙ୍କୁ ତାଙ୍କର ମଞ୍ଚକୁ ଅଧିକ ଉନ୍ନତ କରିବାକୁ ପ୍ରୋତ୍ସାହନ ଯୋଗାଇଥିଲା । ଏ ସଂପର୍କରେ ୧୮୯୨ ସାଲରେ ଉତ୍କଳଦୀପିକାର ବିବରଣୀ ଏପରି ଥିଲା -
‘ଗଲା କେତେବର୍ଷ ହେଲା ରଘୁନାଥ ପୁରୀ ସେମାନଙ୍କ ଓଡ଼ିଆ କାଞ୍ଚିକାବେରୀ ନାଟକ ଅଭିନୟ କରି ଦେଖାଉଥିଲେ ମଧ୍ୟ ରଂଗଭୂମି ଭଲ ନଥିଲା । ଏଥର ସେ ବହୁ ବ୍ୟୟ କରି ଏ ନଗର (କଟକ)ର ସୌଖୀନ ନାଟକାଭିନୟ କଂଗଭୂମି ଭଳି ନିର୍ମାଣ କରିଛନ୍ତି ।’ ଏ ଥିଲା କୋଠପଦାରେ ରଂଗମଂଚ ସ୍ଥାପନାରବିବରଣୀ । ଅବଶ୍ୟ ଏହି ରଂଗମଂଚରେ ସଂପୂର୍ଣ୍ଣ ଦୃଶ୍ୟାବଳୀ ସଂଯୁକ୍ତ ହେବାପାଇଁ ଆହୁରି କିଛି ବର୍ଷ ଲାଗିଗଲା । ଏହା ୧୮୯୭ ସାଲ ବେଳକୁ ସମ୍ପୂର୍ଣ୍ଣ ହୋଇଥିଲା ।


ମଧୁବାବୁଙ୍କର ରଙ୍ଗମଂଚରେ ବାରମ୍ବାର ନାଟକ ଅଭିନୟ କରିବା ସମ୍ଭବ ହୋଇଥିଲା । ଏ । ମଞ୍ଚର ଦୃଶ୍ୟାବଳୀ ଓ ସରଞ୍ଜାମ ସର୍ବସାଧାରଣ ସମ୍ପତ୍ତିରେ ପରିଣତ ହୋଇଥିଲା ।
"ଆମ୍ଭମାନଙ୍କର ଶ୍ରଦ୍ଧୟ ମଧୁସୂଦନ ଦାସ ଆପଣାର ଭୂତାଙ୍କ ବିବାହ ସମୟରୁ କଲିକତାରୁ କେତେଗୁଡ଼ିଏ ଦୃଶ୍ୟ ଅଣାଇଥିବାରୁ ଉତ୍ସାହ ସହ କେତେକ ବର୍ଷ ବଂଗଳା ଓ ଓଡ଼ିଆ ନାଟକମାନଙ୍କରେ ଅଭିନୟ ଦେଖିବାକୁ ସମର୍ଥ ହୋଇଥିଲୁ । ମାତ୍ର ସେସବୁ ଦୃଶ୍ୟ ରଖିବାପାଇଁ ସ୍ଥାନାଭାବ ଏବଂ କାଳଗ୍ରାସ ଯୋଗୁଁ ନଷ୍ଟ ହୋଇଗଲା ।” (ଉତ୍କଳଦୀପିକା ୯.୨.୧୮୯୫)
ବହୁବର୍ଷ ଧରି ମଧୁବାବୁ କଟକରେ ସ୍ଥାୟୀ ରଂଗମଂଚ ପ୍ରତିଷ୍ଠାକରି ରଙ୍ଗମଞ୍ଚ ପରିବେଷଣ କଳାକୁ ଉନ୍ନୀତ କରିବା ସହିତ ନୂତନ ଓଡ଼ିଆ ନାଟକ ରଚନାଲାଗି ପ୍ରୋହନ ଯୋଗାଇ ଆସିଥିଲେ । ଏ ସଂପର୍କରେ ଏକ ବିବରଣୀ-
"୧୮୯୧ରେ କଟକର ଆମେଚର ଥିଏଟର ଦଳକୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ କଲିକତାରୁ ବହୁ ଅର୍ଥ ବ୍ୟୟକରି ମଧୁବାବୁ କେତେକ ଦୃଶ୍ୟ ଅଣାଇଥିଲେ । ନିଜ ବସା (ବିହାରୀବାଗର ପଶ୍ଚାତ ଭାଗରେ ରଙ୍ଗଭୂମି ନିର୍ମାଣ ମଧ୍ୟ କରି ଦେଇଥିଲେ ଏବଂ ଯେତେବେଳେ ଇଚ୍ଛା ସେତେବେଳେ ଅଭିନୟ କରିବାକୁ ଅନୁମତି ଦେଇଥିଲେ ।” (ଦେଶପ୍ରାଣ ମଧୁସୂଦନ ପୃଷ୍ଠା-୭୦)
କେବଳ ନାଟକ ପ୍ରଦର୍ଶନ, ମଞ୍ଚ ପରିଚାଳନା ତଥା ଅଭିନୟ ନିର୍ଦ୍ଦେଶନାରେ ପାରଦର୍ଶୀ ନଥିଲେ ମଧୁସୂଦନ । ସେ ସମୟରେ ପ୍ରଦର୍ଶନ କରାଯାଉଥିବା ନାଟକମାନଙ୍କର ମୂଲ୍ୟାୟନ ସହିତ ଧାରାବାହିକ ଭାବେ ସମାଲୋଚନା ସବୁ ଉତ୍କଳଦୀପିକାର ପୃଷ୍ଠାରେ ଇଂରାଜୀ ଓ ଓଡ଼ିଆ ଭାଷାରେ ପ୍ରକାଶ କରିଥିଲେ । ଏହି ପର୍ଯ୍ୟାୟରେ ଲାଲା ଜଗନ୍ମୋହନଙ୍କର ସତୀ ନାଟକଠାରୁ ଆରମ୍ଭ କରି ରାମଶଙ୍କରଙ୍କର ବହୁନାଟକର ସମାଲୋଚନା ପ୍ରକାଶ କରିଥିଲେ । ମଧୁବାବୁ କଂସ ଓ ରାବଣ ଚରିତ୍ରକୁ ଓଡ଼ିଆ ରଂଗମଂଚ ଉପରକୁ ଆଣିବାପାଇଁ ଯେଉଁ ମତ ପ୍ରକାଶ କରିଥିଲେ, ତାହାକୁ ଆଧାରକରି ରାମକର କିଛି ପୌରାଣିକ ନାଟକ ରଚନାରେ ବ୍ରତୀ ହୋଇଥିଲେ ।
ମଧୁସୂଦନଙ୍କର ସ୍ଥାୟୀ ରଂଗମଂଚଟି ବିହାରୀବାଗରେ ନିର୍ମିତ ହୋଇଥିଲା, ମାତ୍ର ସେ ୧୮୯୨ ସାଲରେ ମିଶନ ରୋଡ଼ର ନିଜ ଘରକୁ ଆସିବା ପରେ ସ୍ଥାୟୀ ରଂଗମଂଚଟି ଅବହେଳିତ ଅବସ୍ଥାରେ ରହିଯାଇଥିଲା । କିନ୍ତୁ ଦୀର୍ଘକାଳ ଧରି ସେ ନାଟକ ସମାଲୋଚନା ଲେଖିବାର ଧାରାକୁ ଅବ୍ୟାହତ ରଖିଥିଲେ ।
ହାୟଃ ! ଆଜି ଓଡ଼ିଶାର ଏହି ଆଦ୍ୟ ନାଟ୍ୟ ମଂଚ ସଂସ୍ଥାପକଙ୍କର ବିବରଣୀ ବିସ୍ମତିର ଗର୍ଭରେ ଲୀନ ହୋଇଯାଇଛି । ଗଭୀର ପରିତାପର ବିଷୟ, ସାହିତ୍ୟ ସମାଲୋଚକ ଏହି ଗୌରବୋଜ୍ଜଳ ପୃଷ୍ଠାଗୁଡ଼ିକୁ ଉନ୍ମୋଚନ କରିବାପାଇଁ ଏ ପର୍ଯ୍ୟନ୍ତ ସମର୍ଥ ହୋଇ ନାହାନ୍ତି ।


'ମଧୁସୂଦନ ଦାସ ଥିଲେ ବ୍ରିଟିଶ ସାମ୍ରାଜ୍ୟବାଦର ସର୍ବଶ୍ରେଷ୍ଠ, ଅନମନୀୟ, ଜ୍ବଳନଶୀଳ ସମାଲୋଚକ’ - ଏହା ହେଉଛି ତାଙ୍କ ପ୍ରତି ଓଡ଼ିଶାର ପୂର୍ବତନ ପ୍ରଧାନମଂତ୍ରୀ ବିଶ୍ବନାଥ ଦାଶଙ୍କ ଶ୍ରଦ୍ଧାଜଳିର ଏକ ଅଂଶ । କେନ୍ଦ୍ରୀୟ ବ୍ୟବସ୍ଥାପକ ସଭାରେ ୧୯୧୬ମାର୍ଚ୍ଚ ୭ତାରିଖରେ ସେ ଦୃପ୍ତକଣ୍ଠରେ କହିଥିଲେ-
‘ଲବଣକର ହେଉଛି ବ୍ରିଟିଶ ସାମ୍ରାଜ୍ୟବାଦର ଏକ ନିନ୍ଦନୀୟ କଳଙ୍କ, ଯାହାର ତୁରନ୍ତ ଅବଲୁପ୍ତି ଆବଶ୍ୟକ । ପାଶ୍ଚାତ୍ୟ ଶିଳ୍ପସମୂହ ଦେଶଗୁଡ଼ିକ ହେଉଛନ୍ତି ରକ୍ତମୁଖା ଶୋଷକ ଦଳ ଯେଉଁମାନେ ଭାରତର ରକ୍ତକୁ ଅବାରିତ ଶୋଷି ଚାଲିଛନ୍ତି ।
ଏହା କହିଲାବେଳେ ମଧୁସୂଦନଙ୍କ ମୁହଁରେ ଫୁଟିଉଠିଥିଲା ବ୍ରିଟିଶ ଶାସନ ବିରୁଦ୍ଧରେ ତାତ୍ସଲ୍ୟ ଓ ଅବଜ୍ଞାର ଚିହ୍ନ, ଯାହା ତାଙ୍କର କଣ୍ଠସ୍ୱରକୁ ଆହୁରି ତୀବ୍ର ଓ ଶାଣିତ କରିଥିଲା ।
ଏହା ସତ୍ତ୍ୱେ ତାଙ୍କୁ ଦେଖିବାକୁ ମିଳୁଥିଲା ବ୍ରିଟିଶ ଶାସନର ପରି ମଧ୍ୟରେ ଅତ୍ୟନ୍ତ ବିଜ୍ଞତାର ସହ କାର୍ଯ୍ୟନିର୍ବାହ କରିବାର ଅବସରରେ । ବହୁ ପ୍ରଶାସକଙ୍କର ସେ ମଧ୍ୟ ଥିଲେ ଘନିଷ୍ଠ ଓ ସହୃଦୟ ବଂଧୁ । ବ୍ରିଟିଶ ପ୍ରଶାସନର ସମୁଚ୍ଚ କ୍ଷମତା-ଅଳିନ୍ଦରେ ତାଙ୍କର ପ୍ରବେଶ ଥିଲା ସ୍ବଚ୍ଛନ୍ଦ ଓ ଅବାରିତ ।
ଏହି ଉଭୟ ଭୂମିକାରେ ଥିଲା କିଛି ବିରୋଧାଭାସ, କିଛି ବିପରୀତମୁଖୀ ଅବସ୍ଥାପନ ଯାହା ମଧ୍ୟରେ ଦ୍ବିଧା ବିଭାଜିତ ହୋଇଯାଇଥିଲା ମଧୁସୂଦନଙ୍କ କାର୍ଯ୍ୟର ପରିସର ଓ ଜୀବନର ଧାରା । ଏ ସମୟ ମଧ୍ୟରେ ସେ ଝଟକି ଉଠିଥିଲେ ଦେଶପ୍ରେମର ଏକ ଅଂଗୀକାରବଦ୍ଧ ଉର୍ଦ୍ଧାୟିତ ବର୍ତ୍ତିକା ପରେ ଯହିଁରୁ ଉତ୍ସାରିତ ଆଲୋକ ରାଶି ଚିରକାଳ ଲାଗି ଦେଦୀପ୍ୟମାନ ରହିବ ଅନୁପ୍ରେରଣାର ଏକ ଶିଖାରୂପେ ।
ଏହି ରହସ୍ୟବୃତ ପରିଧି ମଧ୍ୟରୁ କିଛି ପ୍ରଖର ଆଉ ଉତ୍କଳ ଦିଗ ଉନ୍ମୋଚନ କରି

ମଧୁସୂଦନଙ୍କୁ ଉପସ୍ଥାପନ କରାଯାଉଛି ଅତ୍ୟନ୍ତ ପ୍ରାଣବନ୍ତ ଭାବରେ କେତୋଟି ଘଟଣା ପ୍ରବାହ ମଧ୍ୟରେ ।
ମଧୁସୂଦନଙ୍କର ୧୮୯୭ ସାଲରେ ପାଶ୍ଚାତ୍ୟାଦେଶର ପରିଭୁ ମଣ ଥିଲା ଅତ୍ୟନ୍ତ ରୋମାଂଚକର ଆଉ ତାତ୍ପର୍ଯ୍ୟପୂର୍ଣ୍ଣ । ଛଅ ମାସ ବ୍ୟାପୀ ଏହି ଯାତ୍ରା କାଳରେ ଇଂଲଣ୍ଡ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ସୁଇଜରଲ୍ୟାଣ୍ଡ ଆଦି ଦେଶର ଗଣତନ୍ତ୍ରର ଧାରାକୁ ଅତ୍ୟନ୍ତ ନିକଟରୁ ମୁହାଁମୁହିଁ ଭାବେ ଅଧ୍ୟୟନ କରିବା ପରେ ସେ ପରିଣତ ହୋଇଯାଇଥିଲେ ପ୍ରତିଶ୍ରୁତିବଦ୍ଧ ଗଣତନ୍ତ୍ରର ଅଫୁରନ୍ତ ପ୍ରବାହ ରୂପରେ। ସେ ୟୁରୋପୀୟ ଭୂଖଣ୍ଡରୁ ସିଧାସଳଖ ଅଧ୍ୟୟନ କରିଥିଲେ ପାଶ୍ଚାତ୍ୟର ପରଂପରା, ଗଣତ୍ରର ଧାରା ଓ ସମାଜବାଦର ମୂଳଭିତ୍ତିଭୂମି ।
ବିଦେଶରୁ ପ୍ରତ୍ୟାବର୍ତ୍ତନ କରିବାର ପ୍ରାୟ ଦୁଇବର୍ଷ ପରର ଏକ ଘଟଣା । ପ୍ରସିଦ୍ଧ ଇଂରାଜୀ ଲେଖକ ରୁଡ଼ୟାର୍ଡ଼ କ୍ଲିପିଙ୍କର ଗୋଟିଏ ଗଳ୍ପ ପ୍ରକାଶିତ ହୋଇଥିଲା, ଯହିଁରେ ଭାରତର ଉତ୍ତର ପଶ୍ଚିମ ସୀମାନ୍ତରେ ଅବସ୍ଥାପିତ ଜଣେ ବଂଗୀୟ ଆଇ. ସି.ଏସ୍ ଅଫିସରଙ୍କ କାର୍ଯ୍ୟକଳାପ ସଂପର୍କରେ ଅବାଞ୍ଚିତ ବିବରଣୀ ପ୍ରଦାନ କରାଯାଇଥିଲା । ଏଥିରେ ସଂଗୀୟ ତଥା ଭାରତର ସ୍ବାଭିମାନକୁ ଲାଞ୍ଚିତ କରାଯାଇଥିଲା । ସେହି ବିବରଣୀ ଅନୁସାରେ କିଛି ଉଗ୍ର ସନ୍ତ୍ରାସବାଦୀଦଳ ଉତ୍ତର-ପଶ୍ଚିମ ସୀମାନ୍ତର ବହୁ ଅଂଚଳକୁ ଆକ୍ରନ୍ତ କରି ଅଧିକାର କରି ନେଇଥିଲେ । ସଂପୃକ୍ତ ବଂଗୀୟ ଆଇ. ସି.ଏସ୍ ପ୍ରଶାସକ ଜଣକ ସେହି ଅଂଚଳର ଅଧିବାସୀମାନଙ୍କୁ ସୁରକ୍ଷା ପ୍ରଦାନ ନକରି ନିଜେ ପଳାତକ ଭାବରେ ଅନ୍ତର୍ହିତ ହୋଇଯାଇଥିଲେ । ପରେ ସେହି ଅଂଚଳର କିଛି ନାଗରିକଙ୍କଦ୍ୱାରା ସେ ଧରାହୋଇ ଭୀରୁ ଶାର୍ଜୁଳ ରୂପରେ ଅଭିହିତ ଓ ଅପମାନିତ ହୋଇ ଶେଷରେ ମୃତ୍ୟୁବରଣ କରିଥିଲେ ଏହିଗଳ୍ପ ସେହି ସମୟରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଥିଲା । ସେ ସମୟର ପ୍ରଦୀପ୍ତ ନାରୀ ନେତ୍ରୀ ସରଳାଦେବୀ ଚୌଧୁରୀ ଏହି ଗଳ୍ପ ଟି ପଢ଼ିବା ପରେ ଆତଙ୍କରେ ଶିହରିତ ହୋଇଯାଇଥିଲେ ଓ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଲେଖିଥିଲେ ପ୍ରତିବାଦପତ୍ର । ସରଳାଦେବୀ ଥିଲେ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଭାଣିଜୀ ଓ ତାଙ୍କ ଜ୍ୟେଷ୍ଠ ଭଗିନୀ ସୂର୍ତ୍ତକୁମାରୀଙ୍କ କନ୍ୟା । ପ୍ରତିବାଦପତ୍ର ଲେଖି ଏ ସଂପର୍କରେ ଆଲୋଚନା ଲାଗି ସେ କଟକଠାରେ କିଛିଦିନ ଅପେକ୍ଷା ପରେ ମଧୁସୂଦନଙ୍କୁ ଭେଟି ସମସ୍ତ ବିବରଣୀ ପ୍ରଦାନ କରିଥିଲେ । ମଧୁସୂଦନଙ୍କର ଉତ୍ତର ଥିଲା – "ଏ ପତ୍ର ନୁହେଁ, ଭାରତର ଭାଗ୍ୟ ଯେଉଁ ଦିଗରେ ପ୍ରଧାବିତ ହେଉଛି, ତାହାର ସମ୍ଭାବ୍ୟ ମୁକାବିଲାପାଇଁ ଏବେଠାରୁ ପ୍ରସ୍ତୁତି ଆବଶ୍ୟକ ।’ ମାତ୍ର ପାଞ୍ଚବର୍ଷର ସମୟସୀମା ମଧ୍ୟରେ ବଂଗୀୟ ଯୁବକମାନଙ୍କୁ ଅସ୍ତ୍ରଶସ୍ତ୍ର ଚାଳନା ଓ ବ୍ୟାୟାମରେ ପ୍ରଶିକ୍ଷଣ ଦେଇ ସେମାନଙ୍କ ମଧ୍ୟରେ ଦେଶବତ୍ସଳତାର ମହନୀୟ ଧାରା ଜାଗରିତ କରାଇବାକୁ ପଡ଼ିବ । ଏହି ଜାଗରୁକତା ହିଁ ହେବ, ସେହି ଇଂ ରେଜ ଲେଖକଙ୍କ ପ୍ରତି ଯଥାର୍ଥ ପ୍ରତିବାଦ-ଉତ୍ତର । ତୁମ୍ଭେ ଯାଇ ପ୍ରଫେସର ପୂଜାଙ୍କ ତତ୍ବାବଧାନରେ ଏହି ପ୍ରଶିକ୍ଷଣ ଆରମ୍ଭ କର । ମୁଁ ଏଥିପାଇଁ ସହଯୋଗ ପ୍ରଦାନ କରୁଛି । *ଅବିଳମ୍ବ ଶ୍ରୀମତୀ ଚୌଧୁରୀ କଲିକତା ଫେରିଯାଇ, ନିଜର ବାସଭବନ ପରିସରରେ ପ୍ରଫେସର ମୁଜାଙ୍କ ଅଧ୍ୟକ୍ଷତାରେ ସ୍ଥାପନ କରିଥିଲେ ବ୍ୟାୟାମ ଶିକ୍ଷା ମାଧ୍ୟମରେ ଅସ୍ବଚାଳନାର ପ୍ରଶିକ୍ଷଣ କୁବ୍ ।

ଚୁମ୍ବକର ଆକର୍ଷଣ ପରି ଟାଣିହୋଇ ଆସିଥିଲେ ବଂଗୀୟ ଯୁବଗୋଷ୍ଠୀ ପ୍ରବଳ ଉଦ୍ଦୀପନାର ବଶବର୍ତ୍ତୀ ହୋଇ । କଲିକତା ସହର ଓ ବଂଗ ପ୍ରଦେଶର ଅଭ୍ୟନ୍ତରରେ ବିଛେଇ ହୋଇ ଯାଇଥିଲା ଏହିଭଳି କୁସବୁ ଯହିଁରେ ମଧୁସୂଦନଙ୍କ ମାନସିକ ସହାୟତାର ଭୂମିକା ଥିଲା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ । ପରବର୍ତ୍ତୀ କାଳରେ ଏହି କୃମାନଙ୍କରୁ ପ୍ରଶିକ୍ଷିତ ହୋଇ ଅବତୀର୍ଣ୍ଣ ହୋଇଥିଲେ ବଂ ଗୀୟ ଯୁବଗୋଷ୍ଠୀ ଉଗ୍ରବାଦୀ ଭୂମିକାରେ, ଯେଉଁମାନେ ନିଜର ଜୀବନକୁ ଅକାତରେ ଦେଶମାତୃକାର ପୁଣ୍ୟବେଦୀରେ ଅର୍ପଣ କରିବାକୁ ସଦା ପ୍ରସ୍ତୁତ ରହୁଥିଲେ । ଏହି ବିବରଣୀଟି ପ୍ରକାଶିତ ହୋଇଛି ଶ୍ରୀମତୀ ଚୌଧୁରୀଙ୍କର ଆତ୍ମଚରିତ ଜୀବନରେ ଝରାପାତ’ ପୁସ୍ତକରେ । (ପୃଷ୍ଠା- ୧୩୪)
ମଧୁସୂଦନ ୧୮୮୧ ସାଲରେ କଲିକତାରୁ ଓଡ଼ିଶାକୁ ଫେରିବାବେଳକୁ ଓଡ଼ିଆ ଭାଷୀ ଅଂଚଳର ପରିସୀମା ସଂକୁଚିତ ହେବା ଆରମ୍ଭ କରିଥିଲା । ମଧୁସୂଦନ ସର୍ବ ଭାରତୀୟ ନେତୃବର୍ଗଙ୍କ ସମକ୍ଷରେ ଓଡ଼ିଆ ଜାତିର ଅନ୍ତର୍ଦାହ ଓ ବିଚ୍ଛିନ୍ନତା ପ୍ରସଙ୍ଗ ଉତ୍ଥାପନ କରିଥିଲେ ମଧ୍ୟ ସାମାନ୍ୟତମ ଆଗ୍ରହ ପ୍ରକାଶିତ ହୋଇଥିଲା ସେମାନଙ୍କ ପକ୍ଷରୁ । ତେଣୁ ଅବସାଦଗ୍ରସ୍ତ ମଧୁସୂଦନ ୧୯୦୩ ତିରିଶ ତାରିଖରେ ସ୍ଥାପନା କରିଥିଲେ ଉତ୍କଳ ସମ୍ମିଳନୀ । ଲକ୍ଷ୍ୟ ରହିଲା ବ୍ରିଟିଶ ପ୍ରଶାସକଙ୍କ ସହାୟତାରେ ଶାସନ ସଂସ୍କାରର ପରିଧି ମଧ୍ୟରେ ଓଡ଼ିଆ ଭାଷାଭାଷୀ ଅଂଚଳର ମିଶ୍ରଣ ଓ ଓଡ଼ିଶା ପ୍ରଦେଶର ସଂସ୍ଥାପନ ।
ବିଭାଜିତ ଓଡ଼ିଶାର କେତେକ ବିଚ୍ଛିନ୍ନାଞ୍ଚଳ ବିହାରର ଛୋଟନାଗପୁର ଓ ମଧ୍ୟପ୍ରଦେଶର ଛତିଶଗଡ଼ରୁ ଆସି ଓଡ଼ିଶା ଡିଭିଜନରେ ସାମିଲ୍ ହେବା ସହିତ ବଂଗ ପ୍ରଦେଶ ବିଖଣ୍ଡିତ ହୋଇଥିଲା ୧୯୦୫ ସାଲ୍ ଅକ୍ଟୋବର ୧୬ ତାରିଖରେ । ବଂଗ ବିଭାଜନର ପ୍ରତିକ୍ରିୟାରେ ସମଗ୍ର ବଂଗ ପ୍ରଦେଶ ଆନ୍ଦୋଳିତ ହୋଇ ଉଠିଥିଲା । । ଏହି ଆନ୍ଦୋଳନରେ ଦିଗ୍‌ଦର୍ଶନ ଦେବାପାଇଁ ବରୋଦାକୁ ପ୍ରତ୍ୟାବର୍ତ୍ତନ କଲେ ମହାନ ଯୋଗୀ ଶ୍ରୀ ଅରବିନ୍ଦ, ତାଙ୍କର ମାଣିକ ତାଲା ବାସଭବନରେ ଖୋଲିଲେ ବିପ୍ଲବୀମାନଙ୍କପାଇଁ ପ୍ରଶିକ୍ଷଣ କେନ୍ଦ୍ର । ଅସଚାଳନାରେ ବଂଗୀୟ ଯୁବକମାନଙ୍କୁ ପାରଦର୍ଶୀ କରିବାପାଇଁ ସରଳାଦେବୀଙ୍କ କୃରେ ଅସଚାଳନାରେ ପ୍ରଶିକ୍ଷିତ ତରୁଣଗଣ ଏଥିରେ ଅତ୍ୟନ୍ତ ଆଗ୍ରହର ସହ ଯୋଗ ଦେଇଥିଲେ । ଏଥିରେ ଶ୍ରୀ ଅରବିନ୍ଦର ଭ୍ରାତା ବାରୀନ୍ଦ୍ର ମୋହନ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଶ୍ରୀମତୀ ସରଳାଦେବୀ ଚୌଧୁରୀଙ୍କ ସହଯୋଗ ଶ୍ରୀ ଅରବିନ୍ଦଙ୍କର ଜୀବନ ଚରିତରେ ବିଶେଷ ଭାବେ ଉଲ୍ଲେଖ ହୋଇଛି ।
ଏହି ଅନୁଷ୍ଠାନ ସହିତ ମଧୁସୂଦନ ଜଡ଼ିତ ହୋଇପଡ଼ିଥିଲେ, ଗଭୀର ଦେଶବତ୍ସଳତାର ଉଦ୍ଦୀପନାର ବଶବର୍ତ୍ତୀହୋଇ । ମଧୁସୂଦନଙ୍କର ଶ୍ରୀ ଅରବିନ୍ଦଙ୍କ ସହିତ ଘନିଷ୍ଠତା ଗଢ଼ି ଉଠିଥିଲା । କଟକରେ ବ୍ରଜସୁନ୍ଦର ଦାସଙ୍କ ସହାୟତାରେ କିଛି ଉଗ୍ରବାଦୀଙ୍କୁ ସୁରକ୍ଷା ପ୍ରଦାନ କରାଯାଇଥିଲା । ଏପରିକି ବିପ୍ଳବୀ ଖୁଦିରାମ, ବ୍ରଜସୁନ୍ଦର ଦାସଙ୍କର ଆତିଥେୟତା ଗ୍ରହଣ କରି କଟକରେ ଅବସ୍ଥାନ କରିଥିଲେ । କିଛି ଉଗ୍ରବାଦୀ ମଧୁସୂଦନଙ୍କର ପରୋକ୍ଷ ପ୍ରୋତ୍ସାହନରେ କେନ୍ଦୁଝରର ଅରଣ୍ୟରେ ଆଶ୍ରୟ ନେଇଥିଲେ ।


ଫେରିଯିବା ତିରିଶି ବର୍ଷ ପଛକୁ । କଲିକତା, ଭବାନୀପୁର ଉଚ୍ଚ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଧୁସୂଦନ, ପ୍ରସିଦ୍ଧ ଇଂରାଜୀ ଶିକ୍ଷକ ଭାବେ ଖ୍ୟାତି ଅର୍ଜନ କରିଥାନ୍ତି । ଡାକ୍ତରଙ୍ଗଗାଧର ମୁଖାର୍ଜୀଙ୍କର ଅନୁରୋଧକ୍ରମେ ତାଙ୍କ ପୁତ୍ର ଆଶୁତୋଷ ମୁଖାର୍ଜୀଙ୍କର ଶିକ୍ଷାଭାର ସେ ଗ୍ରହଣ କରିଥାନ୍ତି । ଭବାନୀପୁରର ଅନ୍ୟତମ ପ୍ରସିଦ୍ଧ ଆଇନଜ୍ଞ ଆନନ୍ଦ ମୋହନ ଦାସଙ୍କ ନିବେଦନ ସଭେ କାର୍ଯ୍ୟଭାରଯୋଗୁଁ ମଧୁସୂଦନ ତାଙ୍କ ପୁତ୍ର ଚିତ୍ତରଂଜନ ଦାସଙ୍କ ଶିକ୍ଷା ଭାର ଗ୍ରହଣ କରିପାରିନଥିଲେ ମଧ୍ୟ ସାମୟିକ ଭାବେ ପ୍ରୋତ୍ସାହନ ଓ ଉପଦେଶ ପ୍ରଦାନକରିଆସୁଥିଲେ । ତିରିଶି ବର୍ଷର ଅନ୍ତରାଳରେ ଗୁରୁ ଓ ଦୁଇଛାତ୍ର କଲିକତା ହାଇକୋର୍ଟର ପ୍ରବୀଣ ଆଇନଜୀବୀ ଭାବରେ ବହୁ ସୁଖ୍ୟାତିର ଅଧିକାରୀ ହୋଇଥିଲେ । ଏହି ଦୁଇ ଛାତ୍ରଙ୍କ ଅକୃତ୍ରିମ ଶ୍ରଦ୍ଧା ଓ ଭକ୍ତିର ଭାଜନ ମଧୁସୂଦନ ହୋଇପାରିଥିଲେ ଓ ଆଇନଗତ ଜଟିଳ ସମସ୍ୟାର ସମାଧାନ ପାଇଁ ମଧୁସୂଦନଙ୍କ ପରାମର୍ଶ ଗ୍ରହଣ କରୁଥିଲେ ।
ମଧୁସୂଦନ କଲିକତାରେ କାର୍ଯ୍ୟ କରିବାବେଳେ ଗ୍ରାଣ୍ଡ ହୋଟେ ହିଁ ଅବସ୍ଥାନ କରୁଥିଲେ। ତାଙ୍କ ପାଇଁ ନିର୍ଦ୍ଦିଷ୍ଟ ରୁମ୍ ସଂରକ୍ଷିତ ହୋଇ ରହୁଥିଲା । ଶ୍ରୀ ଅରବିନ୍ଦ ‘ବନ୍ଦେମାତରଂ’ ପତ୍ରିକାର ପ୍ରକାଶନ ସହିତ ଉଗ୍ରବାଦୀ କାର୍ଯ୍ୟକ୍ରମପାଇଁ ସାଧାରଣଙ୍କ ଅଗୋଚରରେ ପୃଷ୍ଠପୋଷକତା କରୁଥିଲେ। ଚିତ୍ତରଂଜନ ଦାସ ଏବଂ ତାଙ୍କ ଜରିଆରେ ମଧୁସୂଦନ ଶ୍ରୀ ଅରବିନ୍ଦଙ୍କ ସହିତ ସଂପର୍କ ସ୍ଥାପନ କରିଥିଲେ । ମଦୁସୂଦନଙ୍କ ପରାମର୍ଶକ୍ରମେ ତାଙ୍କ ପୁତ୍ର ପ୍ରତିମ ସୂର୍ଯ୍ୟମଣି ନାୟକ, ଚିତ୍ତରଂଜନଙ୍କ ମଟର ଚାଳକ, ପରବର୍ତ୍ତୀ ପର୍ଯ୍ୟାୟରେ ସ୍ବାଧୀନତା ସଂଗ୍ରାମୀ ରୂପେ ବହୁ ସମ୍ମାନର ଅଧୁକାରୀ ହୋଇପାରିଥିଲେ । ତାଙ୍କ ଆତ୍ମଜୀବନୀର କିଛି ଅଂଶ-
“ଦେଶବଂଧୁ ଚିତ୍ତରଂଜନଙ୍କ ଘରେ କିଛିଦିନ ରହିବା ପରେ ଖବର ଆସିଲା ଯେ, ଓଡ଼ିଶାର ମଧୁବାବୁ କଲିକତା ଆସି କଲିକତାର ଗ୍ରାଣ୍ଡ ହୋଟେଲ୍‌ରେ ରହୁଛନ୍ତି । ଦେଶବଂଧୁଙ୍କୁ ଗାଡ଼ିରେ ବସାଇ ମୁଁ ଗ୍ରାଣ୍ଡ ହୋଟେ ଗଲି । ଉପର ମହଲାରେ ବହୁତ ଭିଡ଼ ହୋଇଥାଏ । ବହୁ ହାକିମହକୁମା ତାଙ୍କୁ ସାକ୍ଷାତ କରିବାକୁ ଆସିଥାନ୍ତି । ମଧୁବାବୁ ନିଜ କାମରାରୁ ବାହାରିଆସିଲେ । ଗୋରା ହାକିମମାନେ ମୁଣ୍ଡରୁ ନିଜନିଜ ଟୋପି କାଢ଼ିଦେଇ ବାମ ହାତରେ ଧରି ଜଣଜଣ ହୋଇ ମଧୁବାବୁଙ୍କର କରମର୍ଦ୍ଦନ କଲେ । ମୋ ଆଖିରୁ ଲୁହ ଝରିଆସିଲା । ଜଣେ ଓଡ଼ିଆ ପୁଅକୁ ବିଲାତର ବଡ଼ ସାହେବ ତଥା କଲିକତାର ଉଚ୍ଚ ଶିକ୍ଷିତମାନେ ଏତେ ସମ୍ମାନ ଦିଅନ୍ତି ? ପରେ ସମସ୍ତେ ବସିଲେ, ଚା ଆସିଲା, ବଡ଼ ବିଚିତ୍ର କଥା, ମଧୁବାବୁ ନିଜ ବାହା କରେ ମୁହଁ ନଲଗାଇଲା ପର୍ଯ୍ୟନ୍ତ ବିଜ୍ଞବ୍ୟକ୍ତିମାନେ ଅପେକ୍ଷା କରିଥାନ୍ତି । ଏହା ହିଁ ମଧୁସୂଦନଙ୍କର ବ୍ୟକ୍ତିତ୍ବର ଏକ ଝଲକ । ସେହିଦିନୁ ଧାରାବାହିକଭାବେ ମୋର ସଂପର୍କ ରହିଆସିଥିଲା ମଧୁସୂଦନଙ୍କ ସହ ଦେଶବଂଧୁ ଚିତ୍ତରଂଜନଙ୍କର ଜରିଆରେ ।”
ଶ୍ରୀଅରବିନ୍ଦଙ୍କ ସହ ମଧୁସୂଦନଙ୍କର ବ୍ୟକ୍ତିଗତ ଭାବେ ଘନିଷ୍ଠ ସଂପର୍କ ସ୍ଥାପନ ହୋଇଥିଲା । ୧୯୦୭ ଡିସେମ୍ବର ୧୨ ତାରିଖରେ ପ୍ରକାଶିତ ବନ୍ଦେ ମାତରଂ ସଂଖ୍ୟାରେ ଶ୍ରୀ ଅରବିନ୍ଦ ମଦୁସୂଦନଙ୍କୁ ଏକ ସୁଦକ୍ଷ ଓ ଶକ୍ତିସଂପନ୍ନ ପ୍ରତିଭାଶାଳୀ ଜନନାୟକ ରୂପେ ଆଖ୍ୟାୟିତ କରି

ତାଙ୍କ ଅଧିନାୟକତ୍ବରେ ଓଡ଼ିଶାରେ ନବଜାଗରଣର ସୂତ୍ରପାତ ହୋଇଥିବା ନିମନ୍ତେ ତାହାଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଏହାର ମାତ୍ର ସାଢ଼େ ଚାରିମାସ ପରେ ୧୯୦୮ ଏପ୍ରିଲ୍‌ ୩୦ ତାରିଖରେ ମୁଜାଫରପୁରରେ ଏକ ଶକ୍ତିଶାଳୀ ବୋମା ବିସ୍ତୋରଣରେ ଅତ୍ୟାଚାରୀ ପ୍ରଶାସକ ମି କିଙ୍ଗଫୋର୍ଡଙ୍କ ବଦଳରେ ଦୁଇଜଣ ଶ୍ୱେତାଙ୍ଗିନୀ ମହିଳାଙ୍କର ମୃତ୍ୟୁହୁଏ ଏବଂ ଖୁଦିରାମ ଓ ପ୍ରଫୁଲ୍ଲ ଚକି ଧରାପଡ଼ନ୍ତି । ଏହାର ଦୁଇଦିନ ପରେ କଲିକତାର ମାଣିକତାଲା ବାସଭବନ ଖାନତଲାସ ପରେ ଶ୍ରୀ ଅରବିନ୍ଦ କାରାବରଣ କଲେ ତାଙ୍କ ବିରୁଦ୍ଧରେ ଦୀର୍ଘ ଏକବର୍ଷବ୍ୟାପୀ ମକଦ୍ଦମା ଚାଲିଲା, ଚିତ୍ତରଂଜନ ଦାସଙ୍କୁ ମଧୁସୂଦନ ଆଇନଗତ ପରାମର୍ଶ ଦେଉଥିଲେ । ୧୯୦୯ରେ ଅରବିନ୍ଦଙ୍କ ମୁକ୍ତିପରେ ୧୯୧୦ ଫେବୃଆରିରେ ଶ୍ରୀ ଅରବିନ୍ଦଙ୍କ ଚନ୍ଦନପୁର ଯାତ୍ରା ପର୍ଯ୍ୟନ୍ତ ମଧୁସୂଦନଙ୍କ ପ୍ରଚ୍ଛନ୍ନ ଭୂମିକା ରହିଥିଲା । ଏହି ପର୍ଯ୍ୟାୟରେ ତାଙ୍କୁ ବହୁବାର ସିଷ୍ଟର ନିବେଦିତା ଓ ଚିତ୍ତରଂଜନଙ୍କ ଗହଣରେ ଦେଖୁକୁ ମିଳୁଥିଲା । ସିଷ୍ଟର ନିବେଦିତା ଶ୍ରୀ ଅରବିନ୍ଦଙ୍କ ସଂପାଦିତ କର୍ମଯୋଗୀ ପତ୍ରିକା ପ୍ରକାଶନରେ ସହଯୋଗ କରିବା ସହିତ ତାଙ୍କ ଚନ୍ଦନପୁର ଯାତ୍ରା ପରେ ଏହି ପତ୍ରିକାର ସଂପାଦନା ଓ ପ୍ରକାଶନର ଗୁରୁଦାୟିତ୍ବ ବହନ କରିଥିଲେ । ଚିତ୍ତରଂଜନ ଦାସ ଓ ମଧୁସୂଦନ ଏହା ସହିତ ଗଭୀର ଭାବରେ ସଂପୃକ୍ତ ଥିଲେ ।
ମହାତ୍ମାଗାନ୍ଧୀ ପ୍ରାୟ ୧୯୧୫ ସାଲ ବେଳକୁ ଦକ୍ଷିଣ ଆଫ୍ରିକାରୁ ଭାରତ ଫେରିଆସିଥିଲେ ଓ ବିଶ୍ବକବି ରବୀନ୍ଦ୍ରନାଥଙ୍କ ସହିତ ପୂର୍ବ ସଂପର୍କକୁ ଅଧିକ ନିବିଡ଼ କରିବା ସହିତ ଶାନ୍ତିନିକେତନ ଆଦି ଅନୁଷ୍ଠାନ ପରିଦର୍ଶନ କରିବା ମଧ୍ୟରେ ପରସ୍ପର ପ୍ରତି ସହୃଦୟତାର ବନ୍ଧନରେ ଆବଦ୍ଧ ହୋଇଥିଲେ । ଏହା ସହିତ ମହାତ୍ମାଗାନ୍ଧୀ ୧୯୧୬ରେ ଅନୁଷ୍ଠିତ ଲକ୍ଷ୍ମୀ କଂଗ୍ରେସରେ ବିଶିଷ୍ଟ ଅତିଥିରୂପେ ଉପସ୍ଥିତ ଥିଲେ । ଏହି ଅଧିବେଶନରେ ଓଡ଼ିଶାର ଏକମାତ୍ର ପ୍ରତିନିଧି ରୂପରେ ମଧୁସୂଦନ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଏହାପରେ ୧୯୧୯ରେ ଜାଲିଆନାୱାଲାବାଗ୍‌ର ନୃସଂଶ ଗୁଳିକାଣ୍ଡ ଯୋଗୁଁ ସମଗ୍ର ଦେଶରେ ଏକ ବିକ୍ଟୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏହି ସମୟରେ ମହାତ୍ମାଗାନ୍ଧୀ ଲାହୋର ଓ ଅମୃତସର ପରିଦର୍ଶନ କରି ସ୍ଥିତିର ଅନୁଧ୍ୟାନ କରି ଅଶାନ୍ତ ଉତେଜନାକୁ କ୍ରମଶଃ ହ୍ରାସ କରିଥିଲେ । ଏହି ସମୟରେ କଂଗ୍ରେସ ପକ୍ଷରୁ ଯେଉଁ ଅନୁସନ୍ଧାନ କମିଟି ସ୍ଥାପିତ ହୋଇଥିଲା, ତହିଁ ରେ ଆଇନଜ୍ଞ ଚିତ୍ତରଂଜନ ଦାସଙ୍କ, ଗାନ୍ଧିଜୀ ଜଣେ ଅଗ୍ରଣୀ ସଦସ୍ୟ ରୂପେ ଗ୍ରହଣ କରିଥିଲେ । ଆଇନ ବ୍ୟବସାୟରେ ପରାକାଷ୍ଠା ଲାଭକରି ଚିତ୍ତରଂଜନ ବିପୁଳ ଐଶ୍ଚର୍ଯ୍ୟ ଓ ସଂ ପର ଅଧୁକାରୀ ହୋଇଥିଲେ ମଧ୍ୟ ମହାତ୍ମାଗାନ୍ଧୀଙ୍କ ସଂପର୍କରେ ଆସିବା ପରେ ସେ ଦେଶସେବାରେ ନିଜକୁ ନିୟୋଜିତ କରିବାପାଇଁ ସଂକଳ୍ପବଦ୍ଧ ହୋଇଥିଲେ । ଏହି ସମୟରେ ଗାନ୍ଧିଜୀ ଲାହୋରରେ ଅବସ୍ଥାନ କାଳରେ ଶ୍ରୀମତୀ ସରଳାଦେବୀ ଚୌଧୁରୀଙ୍କ ଅତିଥି ହୋଇଥିଲେ । ଏଣେ ୧୯୨୦ ଆରମ୍ଭରେ ମଧୁସୂଦନ ଦାସ, ବ୍ରଜ ସୁନ୍ଦର ଦାସଙ୍କ ମାଧ୍ୟମରେ ବିଭାଜିତ ଓଡ଼ିଆ ଭାଷୀ ଅଞ୍ଚଳର ସଂଖ୍ୟାଲଘୁ ସମସ୍ୟାକୁ ଉପସ୍ଥାପନା କରି ଲେଖିଥିଲେ, “ହେ

ମହାତ୍ମାଗାନ୍ଧୀ ! ଆପଣଙ୍କର ପରିକଳ୍ପିତ ନୂତନ ଭାରତ କଣ ଐତିହାସିକ ଓଡ଼ିଆ ଜାତିର ଭଗ୍ନାବଶେଷ ଉପରେ ପ୍ରତିଷ୍ଠିତ ହେବ?” ଏହି ପ୍ରକ୍ରିୟା ମାଧ୍ୟମରେ ମଧୁସୂଦନ ଦାସ ମହାତ୍ମାଗାନ୍ଧୀଙ୍କ ନିକଟତର ହୋଇଥିଲେ । ମଧୁସୂଦନ ଦାସ କଲିକତା ହାଇକୋର୍ଟରେ ଏଡ଼ ଭୋକେଟ୍ ରୁପେ ଏହି ସମୟରେ କଲିକତାରେ ଅବସ୍ଥାନ କରି ରାଜନୈତିକ ପରିସ୍ଥିତିର ଅନୁଧ୍ୟାନ କରୁଥିଲେ । ମହାତ୍ମାଗାନ୍ଧୀ ୧୯୬୦ ସେପ୍ଟେମ୍ବରରେ କଲିକତାରେ ଅନୁଷ୍ଠିତ ଏକ କଂଗ୍ରେସ ଅଧିବେଶନରେ ସରକାରଙ୍କ ସହିତ ଅସହଯୋଗ କାର୍ଯ୍ୟକ୍ରମର ବ୍ୟାଖ୍ୟାନ କରି ସମଗ୍ର ଦେଶରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲେ । ହେଲେ ବହୁ ବୁଦ୍ଧିଜୀବୀ ଏହା ଆକାଶ କୁସୁମ ପରି ଅବାସ୍ତବ ବୋଲି ମତପ୍ରକାଶ କରିଥିଲେ । ମହାତ୍ମାଗାନ୍ଧୀଙ୍କ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ, କଚେରି ବର୍ଜନ ସହିତ ନିର୍ବାଚନ ପ୍ରକ୍ରିୟାକୁ ପ୍ରତ୍ୟାଖ୍ୟାନ କରିବା ଅନ୍ତର୍ଭୁକ୍ତ ଥିଲା । ବଂଗଳାର ଉଦୀୟମାନ ନେତା ଚିତ୍ତରଂଜନ ଦାସ ମହାତ୍ମାଗାନ୍ଧୀଙ୍କ ବ୍ୟାଖ୍ୟାନରେ ଆକର୍ଷିତ ହୋଇଥିଲେ ମଧ୍ୟ ନିର୍ବାଚନ ପ୍ରକ୍ରିୟା ବର୍ଜନ ବିଷୟରେ ମତାନ୍ତର ସୃଷ୍ଟି ହୋଇଥିଲା । ତେଣୁ ସେ ଗାନ୍ଧୀଙ୍କ ଏହି କର୍ମ ପଢ଼ାରୁ ଦୂରତ୍ୱ ରକ୍ଷା କରିଥିଲେ । ଏହା ବିଶ୍ୱକବି ରବୀନ୍ଦ୍ରନାଥଙ୍କ ସତର୍କ ଦୃଷ୍ଟିକୁ ଆକର୍ଷଣ କରିଥିଲା । ଯଦି ଚିତ୍ତରଂଜନ ମହାତ୍ମାଗାନ୍ଧୀଙ୍କର ଏହି ନିର୍ଦ୍ଦେଶିତ କାର୍ଯ୍ୟରୁ ଅଲଗା ରହନ୍ତି, ତାହା ସାରା ବଂଗପାଇଁ ଏକ ଦୁର୍ଭାଗ୍ୟଦାୟକ ସ୍ଥିତି ରୂପେ ବିବେଚିତ ହେବ ବୋଲି ସେ ଆକଳନ କଲେ । ମଧୁସୂଦନଙ୍କ ସହିତ ଚିତ୍ତରଂଜନଙ୍କ ଘନିଷ୍ଠତା ସଂପର୍କରେ ସେ ଅବହିତ ଥିଲେ । ମହାତ୍ମାଗାନ୍ଧୀ ୧୯୨୦ ସାଲରେ ୟଙ୍ଗ ଇଣ୍ଡିଆ ପତ୍ରିକାରେ ଉତ୍କଳର ଚିତ୍କାର ନିବନ୍ଧ ଲେଖି ମଧୁସୂଦନ ଦାସଙ୍କୁ ଆକର୍ଷିତ କରିଥିଲେ ଓ କ୍ରମଶଃ ଉଭୟଙ୍କର ସଂପର୍କରେ ଘନିଷ୍ଠତା ବୃଦ୍ଧି ପାଇଥିଲା । ଉଭୟ ଚିତ୍ତରଂଜନ ଦାସ ଓ ମହାତ୍ମାଗାନ୍ଧୀଙ୍କ ସହିତ ମଧୁସୂଦନ ସଂପର୍କିତ ଥିବାରୁ, ରବୀନ୍ଦ୍ରନାଥ ସେମାନଙ୍କ ଭିତରେ ମଧ୍ୟସ୍ଥତା କରିବା ପାଇଁ ମଧୁସୂଦନଙ୍କୁ ନିମନ୍ତ୍ରଣ କଲେ । ମଧୁସୂଦନ କଲିକତା ଆସି ରବୀନ୍ଦ୍ରନାଥଙ୍କ ପରାମର୍ଶରେ ଚିତ୍ତରଂଜନ ଦାସଙ୍କ ସହିତ ମହାତ୍ମାଗାନ୍ଧୀଙ୍କର ଅଭିନବ ଦୃଷ୍ଟିକୋଣ ସଂପର୍କରେ ବିଶଦ ଆଉ ହାର୍ଦ୍ଦିକ ଆଲୋଚନା କଲେ । ବହୁ ପରୀକ୍ଷା ନିରୀକ୍ଷା ପରେ ଚିତ୍ତରଂଜନ ଦାସ ମହାତ୍ମାଗାନ୍ଧୀଙ୍କ ପ୍ରଦର୍ଶିତ ମାର୍ଗ ପ୍ରତି ନିଜର ସମ୍ମତି ପ୍ରଦାନ କଲେ । ସମାଧାନର ପନ୍ଧା କ୍ରମଶଃ ଉତ୍କଳ ହେବାକୁ ଲାଗିଲା । ସମୟର ଅନୁକୂଳ ପରିସ୍ଥିତି ଅତ୍ୟନ୍ତ ହୃଦୟଗ୍ରାହୀ ଥିଲା ।
ଏହି ସମୟରେ ମହାତ୍ମାଗାନ୍ଧୀ ଆସି କଲିକତାର ବିରଳା ଭବନରେ ଅବସ୍ଥାନ କରୁଥାନ୍ତି । ଏହି ସମୟର ଘଟଣାବଳୀ ସୂର୍ଯ୍ୟମଣିଙ୍କର ଆତ୍ମଚରିତରୁ -
‘ପ୍ରଭାତ ସମୟ । ଅମାନିଆ ଉତ୍ତଳା ପବନଟି ବହିଚାଲିଛି ଶୀତର ପ୍ରକୋଷ୍ଠକୁ ଅଧିକ ପ୍ରଗାଢ଼ କରି । ସୂର୍ଯ୍ୟମଣି କାର୍ ନେଇ ଆସି ପହଞ୍ଚିଲେ ଗ୍ରାଣ୍ଡ ହୋଟେଲ୍‌ରେ ମଧୁସୂଦନ ରହୁଥିବା କୋଠରିରେ । ପୂର୍ବ ପ୍ରସ୍ତୁତି ମତେ ମଧୁସୂଦନ ଆସି ବସିଲେ କାରେ । ସୂର୍ଯ୍ୟମଣି କାଟିକୁ ନେଇ ପହୁଞ୍ଚାଇଲେ ବିରଳା ଭବନରେ । ସେଠାରେ ଗାନ୍ଧିଜୀଙ୍କ ସହିତ ନିଭୃତ ଆଲୋଚନା କରି ମଧୁସୂଦନ ଆସି ବସିଲେ କା ଆଗ ସିଟ୍ରେ । ମହାତ୍ମାଗାନ୍ଧୀ ଓ ଶ୍ରୀମତୀ ସରୋଜିନୀ ନାଇଡୁ

ଆସି ବସିଲେ କାରର ପଛ ସିଟରେ । ସଭିଙ୍କ ମଧ୍ୟରେ ହାର୍ଦ୍ଦିକ ଆଲୋଚନା ଚାଲ ରହିଥାଏ । ଗାଡ଼ି ଆସି ପହଞ୍ଚିଲା ଚିତ୍ତରଂ ଜନଙ୍କ ବାସଭବନରେ । ଅତିଥିବୃନ୍ଦ ଅତିଥିଶାଳାରେ ଆସି ଉପବେଶନ କଲେ । ଭିତରୁ ଗୋଟିଏ ରେ କିଛି ଫଳ ଆସି ପହଞ୍ଚିଲା ଅତିଥିମାନଙ୍କୁ ଆପ୍ୟାୟିତ କରିବାପାଇଁ । ଗୋଟିଏ ପ୍ଲେଟରେ ସେଇ ଫଳକୁ ସୋରା ସୋରା କାଟି ମଧୁସୂଦନ ଗାନ୍ଧିଜୀଙ୍କୁ ଅର୍ପଣ କଲେ । ହେଲେ ବଣିଆ ମହାତ୍ମାଗାନ୍ଧୀ ତାଙ୍କ ଦରଦାମର ମୂଲଚାଲ ଆରମ୍ଭ କରିଦେଲେ ଆଉ କହିଲେ, ମୋର ସ୍ୱାର୍ଥସିଦ୍ଧି ନହେଲେ କାହିଁକି ଏ ଫଳ ଗ୍ରହଣ କରିବି ? ଗାନ୍ଧିଜୀ ନଛୋଡ଼ବନ୍ଦା । ଆଉ କିଛି ପରିମାଣରେ ସଂଶୟ ବିଜଡ଼ିତ ଥିଲେ । ଅବଶେଷରେ ମଧୁସୂଦନ ପ୍ରତିଶୃତି ପ୍ରଦାନ କରି କହିଲେ, "ଆପଣଙ୍କର ଅଭିଳାଷ ଚରିତାର୍ଥ ହେବ ।”
ବହୁ ଅନୁନୟ ପରେ ଗାନ୍ଧିଜୀ ଗୋଟିଏ ମାତ୍ର ସୋରା ଫଳ ଗ୍ରହଣ କରି ଦ୍ବାର ମୁହଁକୁ ଚାହିଁ ରହିଲେ । ସହସା ହଠାତ୍ ପରଦା ହଟେଇ ଶ୍ୱେତ ଖଦଡ଼ର ସଫେଦ ପରିଚ୍ଛଦ ପରିହିତ ଚିତ୍ତରଂଜନ ଆସି ମହାତ୍ମାଗାନ୍ଧୀଙ୍କୁ ପ୍ରଣାମ କରନ୍ତେ, ଗାନ୍ଧିଜୀ ନିବିଡ଼ ଆଶ୍ଳେଷରେ ତାଙ୍କୁ କୋଳାଗ୍ରତ କରି ନେଲେ । ଏକ ହାର୍ଦ୍ଦିକ ବାତାବରଣର ଉଚ୍ଛାସ ଭରା ଉଲ୍ଲାସ ଯେପରି ସର୍ବତ୍ର ଛାଇ ଯାଇଥିଲା ।"
ଏହାଥିଲା ସୂର୍ଯ୍ୟମଣିଙ୍କର ଆତ୍ମଚରିତର କିଛି ଅଂଶ, ଯାହା ସେ ବେଳର ରାଜନୈତିକ । ପରିସ୍ଥିତିର ଉଷ୍ମତାକୁ ଅତ୍ୟନ୍ତ ବିଶ୍ବସ୍ତତାର ସହ ରୂପାୟିତ କରୁଥିଲା ।
ପ୍ରକୃତରେ ୧୯୨୦ଡିସେମ୍ବର ମାସରେ ନାଗପୁର କଂଗ୍ରେସରେ ଗାନ୍ଧିଜୀଙ୍କର ଅସହଯୋଗ ପ୍ରସ୍ତାବ ଆଗତ କରିବାରେ ଚିତ୍ତରଂଜନ ଦାସ ତାତ୍ପର୍ଯ୍ୟପୂର୍ଣ୍ଣ ସହଯୋଗ ପ୍ରଦାନ କରି ଏହାକୁ ସଫଳ କରାଇପାରିଥିଲେ । ମଧୁସୂଦନ ବହୁ ସମୟରେ ନୀରବରେ କଂଗ୍ରେସକୁ ତାତ୍ତିକ ସହଯୋଗ ପ୍ରଦାନ କରି ଏହାର ଅନ୍ତର୍ନିହିତ ସମସ୍ୟାବଳୀର ସମାଧାନ କରୁଥିଲେ । ଏ କ୍ଷେତ୍ରରେ ତାଙ୍କର ସଂପର୍କର ସେତୁ ଥିଲେ ଚିତ୍ତରଂଜନ ଦାସ ।
ମଧୁସୂଦନ ସଶସ୍ତ୍ର ସଂଗ୍ରାମର ବିରୋଧୀ ନଥିଲେ । ସେ ୧୯୧୫ରେ କଟକରେ ସୁରେନ୍ଦ୍ରନାଥ ବାନାର୍ଜୀଙ୍କର ଅଭ୍ୟର୍ଥନା ସଂଚରେ ପ୍ରଦତ୍ତ ଭାଷଣରେ କହିଥିଲେ- “ମାଙ୍କଡ଼ ବସି ଆମ ଗଛରେ ଫଳଖାଉଛି । ତାକୁ ଖତେଇ ହେଲେ ବା ଘୋଘା କଲେ କଣ ହେବ, ମାଙ୍କଡ଼ଙ୍କୁ ତଡ଼ିବାପାଇଁ ଆବଶ୍ୟକ ବାଟୁଳିଖଡ଼ାର ଦୁର୍ବାର ପ୍ରୟୋଗ” ।
ମଧୁସୂଦନ ଭାରତର ସ୍ବାଧୀନତା ସଂଗ୍ରାମରେ ଯୋଗଦାନ କରିବାକୁ ପ୍ରସ୍ତୁତ ଥିଲେ । ମାତ୍ର ଗଭୀର ଭାବେ ଦେଶବତ୍ସଳ ମଧୁସୂଦନଙ୍କର ପାଦ ଦୁଇଟି ଓଡ଼ିଶା ମାଟିରେ ଗଭୀର ଭାବରେ ପ୍ରୋତ୍ଥିତ ହୋଇଥିଲା । ସେଥିରୁ ନିସ୍ତାରପଇବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ସମସ୍ତ ଓଡ଼ିଶା ଥିଲା ମଧ୍ୟବର୍ତ୍ତୀ ନୌକର ସାହି ଶାସନର ଶୃଙ୍ଖଳରେ ଆବଦ୍ଧ । ଏହି ଶୃଙ୍ଖଳ ଛିନ୍ନ ହେବାପରେ ଭାରତର ସ୍ବାଧୀନତା ସଂଗ୍ରାମରେ ଏପରିକି ଜଣେ ଉଗ୍ରବାଦୀର ଭୂମିକାରେ ଅବତୀର୍ଣ୍ଣ ହେବାକୁ ମଧ୍ୟ ସେ ପ୍ରସ୍ତୁତ ଥିଲେ । ମାତ୍ର ସେ ନିଶ୍ଚିତ ଥିଲେ ଯେ, ସ୍ବାଧୀନତା ପୂର୍ବରୁ ଓଡ଼ିଶା ପ୍ରଦେଶ ଗଠନ ସମ୍ଭବ ନହେଲେ ପ୍ରତିବେଶୀ ନେତୃବର୍ଗଙ୍କ ଚକ୍ରାନ୍ତରେ ଓଡ଼ିଶାର ସତ୍ତା ଲୋପ ହେବାର

ଆଶଙ୍କୁ ପତିପଦରେ ରହିଥିଲା । ତେଣ ଓଡ଼ିଶା ପ୍ରଦେଶ ଗଠନର ସମୟ ପୟାସର ଅନ୍ତରାଳରେ ନୀରବ ଭାବେ ବହିଚାଲିଥିଲା, ମହାଭାରତୀୟ ପ୍ରୀତିର ଅଫୁରନ୍ତ ବନ୍ୟା।
ମଧୁସୂଦନଙ୍କର ଏହି ଦ୍ବୈତ ଭୂମିକା ସଂପର୍କରେ ଗାନ୍ଧୀ ବହୁ ପରିମାଣରେ ଅବହିତ ଥିଲେ । ତେଣୁ ସେ ମଧୁସୂଦନଙ୍କୁ “ଭାରତର ମହାନ ଦେଶବତ୍ସଳ ନେତୃପୁରୁଷ ରୂପେ ସଂବୋଧୃତ କରି, ଆପଣାର ମାର୍ଗଦର୍ଶକ ରୂପେ ସ୍ୱଦେଶୀ ଶିଳ୍ପ ଆନ୍ଦୋଳନ ଓ ନିଷ୍ଣୁଷିତ ଦଳିତ ବର୍ଗଙ୍କର ସେବାକ୍ଷେତ୍ରରେ, ମଧୁସୂଦନଙ୍କ ଆଭିମୁଖ୍ୟକୁ ମାନ୍ୟତା ପ୍ରଦାନ ସହ ଗ୍ରହଣ କରିନେଇଥିଲେ ।


ବହୁଦେଶର ପ୍ରଚଳିତ ଗଣତାକ୍ଷିକ ଧାରାରେ ବ୍ୟସ୍ତସ୍ୱାର୍ଥଗୋଷ୍ଠୀ ପ୍ରମୁଖ ଭୂମିକାରେ ଅବତୀର୍ଣ୍ଣ ହୋଇ ଯେପରି ସାମାଜିକ ବିଧିବ୍ୟବସ୍ଥାକୁ ଉଲ୍ଲଘନ ଓ ବିପର୍ଯ୍ୟୟ କରିଆସିଛନ୍ତି, ତାହା ଉବେଗର କାରଣ ହୋଇଛି । ମାତ୍ର ଭାରତରେ ମଧୁବାବୁ ଏହି ଗୋଷ୍ଠୀକୁ ସମୂଳେ ବର୍ଜନକରି ସୁସଂଯୋଜିତ ନିର୍ବାଚନ ପ୍ରକ୍ରିୟା ମାଧମରେ ଗଣତାନ୍ସିକ ଓ ସାମାଜିକ ବ୍ୟବସ୍ଥା ପ୍ରତିଷ୍ଠା କରିଥିଲେ । ୧୯୦୯ ସାଲରେ ପ୍ରଜା ପ୍ରତିନିଧି ସଭାର ପ୍ରତିଷ୍ଠା କ୍ଷେତ୍ରରେ ଏହା ପ୍ରତିପାଦିତ ହୋଇଛି । ୧୯୧୨ ସାଲରେ କଟକ, ପୁରୀ, ବାଲେଶ୍ବର ଜିଲ୍ଲାର କିଛି ଚିହ୍ନିତ କୃଷିଭିତ୍ତିକ ଅଞ୍ଚଳରେ ଜମିଦାର, ସାହୁକାର ତଥା ବ୍ୟବସାୟୀ ଆଦି ନ୍ୟସ୍ତସ୍ୱର୍ଥ ଗୋଷ୍ଠୀକୁ ସଂପୂର୍ଣ୍ଣ ଭାବେ ବର୍ଜନ କରି, ଗୋଟିଏ ଗୋଟିଏ କ୍ଷୁଦ୍ର ଗ୍ରାମ ଗୋଷ୍ଠୀ ଅଂଚଳକୁ ଏକ ଏକ ନିର୍ବାଚନ ମଣ୍ଡଳୀରୂପେ ଧାର୍ଯ୍ୟକରି, ନିର୍ବାଚନର ବିଧିବ୍ୟବସ୍ଥା ମାଧ୍ୟମରେ ସେ ପ୍ରତିନିଧି ନିର୍ବାଚନ କରିଥିଲେ। ପ୍ରାୟ ଦୁଇମାସରୁ ଉର୍ଦ୍ଧ୍ୱକାଳ ଧରି ମଧୁସୂଦନ ଗ୍ରାମ ଗହଳରେ ପ୍ରଜାପ୍ରତିନିଧିମାନଙ୍କ ନିର୍ବାଚନ ପ୍ରକ୍ରିୟା ସମାହିତ କରି ୧୪.୭.୧୯୧୨ ରେ କଟକର ଟାଉନ ଲାଇବ୍ରେରୀଠାରେ ନବନିର୍ବାଚିତ ପ୍ରଜା ପ୍ରତିନିଧିମାନଙ୍କର କେନ୍ଦ୍ରୀୟ ସଭା ଆହ୍ବାନ କରିଥିଲେ। ଏଥିରେ ସହସ୍ରାଧିକ ପ୍ରଜା ପ୍ରତିନିଧି ଯୋଗ ଦେଇଥିଲେ । ଜମିଦାରୀ ଗୋଷ୍ଠୀରେ । ଅନ୍ତର୍ଭୁକ୍ତ ଥିବାରୁ ମଧୁସୂଦନଙ୍କର ପରମ ବଂଧୁ ତଥା ଉକ୍ରଳଦୀପିକାର ସଂପାଦକ ଗୌରୀଶଂକର ରାୟ ଏହି ନିର୍ବାଚନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିପାରିନଥିଲେ ମଧ୍ୟ ଜଣେ ନିମଜ୍ଜିତ ଦର୍ଶକଭାବେ ଏହି ସଭାରେ ଯୋଗଦାନ କରି ଯେଉଁ ମନ୍ତବ୍ୟ ଉତ୍କଳଦୀପିକାର ପୃଷ୍ଠାରେ ସନ୍ନିବେଶିତ କରିଥିଲେ, ତାହା ପ୍ରଣିଧାନଯୋଗ୍ୟ -
"ଏଠାରେ (କଟକରେ) ଯେଉଁସବୁ ସମ୍ମିଳନୀ ଅଛି ସେ ସମସ୍ତଙ୍କର ସଭ୍ୟ ଅନେକ । ମାତ୍ର କେତେଜଣ ଶିକ୍ଷିତ ବ୍ୟକ୍ତି ଉପସ୍ଥିତି ରହି କାର୍ଯ୍ୟକରନ୍ତି ଏବଂ ଜନସାଧାରଣଙ୍କର ମତବ୍ୟକ୍ତ କରନ୍ତି । ମାତ୍ର ଏହି ପ୍ରଜା ପ୍ରତିନିଧି ସଭାରେ, ଜନସାଧାରଣଙ୍କର ପ୍ରତିନିଧି ସ୍ବୟଂ ଉପସ୍ଥିତ, ଏବଂ ଏଠାରେ ଉଚ୍ଚଶିକ୍ଷିତ ବ୍ୟକ୍ତି ଅଳପ ମାତ୍ର ଥିଲେ । ଏହି ନିର୍ବାଚନ ମଣ୍ଡଳୀ ଅଂଚଳର ମଫସଲ ତଥା ଗ୍ରାମ

ନିବାସୀ ବହୁ ଓକିଲ, ମୁର, ଜମିଦାର ଓ ବ୍ୟବସାୟୀ ପ୍ରତି ସେମାନଙ୍କ ମଧ୍ୟରୁ ଦୁଇ ଚାରିଜଣଙ୍କ ଛଡ଼ା ଅନ୍ୟ କାହାରିକୁ ଭେଟିଲୁ ନାହିଁ ।” ଉତ୍କଳଦୀପିକା ୨୦.୭.୧୯୧୨) ଏହା ଥିଲା ଗୌରୀଶଂକର ନିଜସ୍ବ ବକ୍ତବ୍ୟ, ତାହା ପ୍ରକାର ପ୍ରତିନିଧି ସଭାର ବାସ୍ତବ ସ୍ବରୂପକୁ ପ୍ରତିପାଦିତ କରୁଥିଲା । ଏହି ପ୍ରଜା ପ୍ରତିନିଧି ସଭାରେ ମଧୁସୂଦନ ଦାସ ସଭାପତି ରୂପେ ବରିତ ହୋଇ, ପଣ୍ଡିତ ଗୋପବଂଧୁ ଓ ନୀଳକଣ୍ଠ ଦାସ ସମ୍ପାଦକ ରୂପେ ନିର୍ବାଚିତ ହୋଇଥିଲେ ।
ବିହାର ଓ ଓଡ଼ିଶା କାଉନ୍‌ସିଲ୍‌ର କାର୍ଯ୍ୟକାରୀ ସଦସ୍ୟ ମିଷ୍ଟର ଇ.ଭି. ଲେଭେଞ୍ଚି ୧.୯.୧୯୧୩ରେ ଲେଖିଥିଲେ - "ଓଡ଼ିଶାର ଏହି ପ୍ରଜା ପ୍ରତିନିଧି ସଭା ସଦୃଶ, ପ୍ରଜାକୁଳଦ୍ବାରା ନିର୍ବାଚିତ ପ୍ରତିନିଧିମୂଳକ ପ୍ରତିଷ୍ଠାନ ସାରା ଭାରତରେ ପରିଦୃଶ୍ୟମାନ ହୁଏ ନାହିଁ । ଏହି ଦୃଷ୍ଟିରୁ ଓଡ଼ିଶାର ପ୍ରଜା ପ୍ରତିନିଧି ସଭା ସମଗ୍ର ଭାରତରେ ଅନନ୍ୟ ଓ ଅଦ୍ବିତୀୟ । ବର୍ତ୍ତମାନ ଏହାର ନିର୍ବାଚିତ ପ୍ରତିନିଧିମାନଙ୍କ ସଂଖ୍ୟା ୧୧୭୩ରେ ପହଞ୍ଚିଛି । ଏହି ପ୍ରଜା ପ୍ରତିନିଧି ସଭା ଓଡ଼ିଶାର ଶହଶହ ଗ୍ରାମର ଜନସାଧାରଣଙ୍କ ସ୍ବାର୍ଥ, ଆଶା, ଆକାକ୍ଷା, ଆବେଗ ଓ ପ୍ରତ୍ୟାଶାର ଭାବନାକୁ ପ୍ରତିଫଳିତ କରୁଅଛି ।
୧୯୧୨ ରେ ଏକ ଚକ୍ରାନ୍ତ ମଧ୍ୟରେ ଓଡ଼ିଶାର ପ୍ରଜାକୁଳକୁ ନିଶ୍ଳେଷଣର ଅତଳ ଗର୍ଭକୁ ନିକ୍ଷେପ କରିବାପାଇଁ ଯେଉଁ ପ୍ରଚେଷ୍ଟା ଆରମ୍ଭ ହୋଇଥିଲା, ମଧୁସୂଦନଙ୍କର ନେତୃତ୍ବଯୋଗୁଁ ତାହା ବହୁ ପରିମାଣରେ ପ୍ରତିହତ ହୋଇପାରିଥିଲା । ସେହି ମୂଳ କଥାକୁ ଫେରିବା ।
ଇଷ୍ଟଇଣ୍ଡିଆ କମ୍ପାନି ୧୭ ୬୩ ସାଲରୁ ଦେନି ଗ୍ରାଣ୍ଟ ବଳରେ ବଙ୍ଗ ବିହାରରେ ଚିରସ୍ଥାୟୀ ବନ୍ଦୋବସ୍ତ ପ୍ରଚଳନ କରିଥିଲେ ମଧ୍ୟ ଓଡ଼ିଶା ପାଇଁ କ୍ରମାଗତ ଖଜଣା ବୃଦ୍ଧି ମାଧ୍ୟମରେ ଏକ ଶୋଷଣମୁଳକ ପ୍ରକ୍ରିୟା ସଂଚାଳିତ ହୋଇଥିଲା । ଏହାଛଡ଼ା ୧୮୩୫ରୁ ୧୮୪୫ ଏବଂ ୧୮୯୦ରୁ ୧୯୦୦ ପର୍ଯ୍ୟନ୍ତ ଦୁଇଥର ସେଟେମେଣ୍ଟ ବା ବନ୍ଦୋବସ୍ତ ପ୍ରକ୍ରିୟା ସହିତ ୧୯୦୭ରୁ ଆରମ୍ଭ ହୋଇଥିବା ବିଭିଜନ ସେଟମେଣ୍ଟ ପ୍ରକ୍ରିୟା ସମଗ୍ର ପରିସ୍ଥିତିକୁ ବିକ୍ଟୋରକ କରିଦେଇଥିଲା । ଏଣେ ୧୮୮୫ ସାଲରୁ ବଂଗ ପୂଜା ସୂତ୍ର ଆଇନକୁ ଯଥେଚ୍ଛାତାର ଭାବରେ ଓଡ଼ିଶା ଉପରେ ଲଦି ଦିଆଯାଇଥିବା ବେଳେ, ୧୯୧୨ ସାଲରେ ଓଡ଼ିଶାରେ ସ୍ବାର୍ଥାନ୍‌ଷୀ ବଂଶୀୟ ଜମିଦାରବର୍ଗଙ୍କର ଶୋଷଣ ପ୍ରକ୍ରିୟାକୁ ଅଧିକ ଉଗ୍ର କରିବାପାଇଁ, ମୁଁ ଏଫ୍. ଏ. ସ୍ନାର ପ୍ରଣୀତ ଓଡ଼ିଶା ପ୍ରଜାସ୍ପଷ୍ଟ ବିଲ୍ ବଂଗ ବିଧାନ କାଉନ୍ସିରେ ଉପସ୍ଥାପନ କରାଯାଇଥିଲା । ଏହା ଓଡ଼ିଶାର ବିପର୍ଯ୍ୟୟ ତଥା ଦୟନୀୟ ପ୍ରଜାକୁଳକୁ ନିଶ୍ଳେଷଣର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚାଇବାପାଇଁ ଅଭିପ୍ରେତ ଥିଲା । ମାତ୍ର ମଧୁସୂଦନ ଏହି ବିଲ୍‌କୁ ତୀବ୍ର ବିରୋଧ କରି ଦୃପ୍ତ କଣ୍ଠରେ ଯେଉଁ ବକ୍ତବ୍ୟ ପ୍ରଦାନ କରିଥିଲେ, ତାହା ବଙ୍ଗ ବିଧାନ କାଉନ୍‌ସିଲ ରିପୋର୍ଟରେ ଶତାଧିକ ପୃଷ୍ଠାରେ ଲିପିବଦ୍ଧ ରହିଛି । ତାହାର କିଛି ଅଂଶ --
"ଅତ୍ୟନ୍ତ ଶୋଷଣକାରୀ ଓଡ଼ିଶା ପ୍ରଜାସ୍ୱତ୍ଥ ବିଲ୍ ନବଗୁଞ୍ଜର ଭଳି ଅତ୍ୟନ୍ତ ଆକର୍ଷଣୀୟ ମାତ୍ରଏହାର ଅନ୍ତରାଳରେ ରହିଛି ସମୟ ଧ୍ବଂସକାରୀ ଶକ୍ତିର ସମାହାର । ନବଗୁଞ୍ଜରର ତିନିଗୋଟି

ପାଦ ମଧ୍ୟରୁ ଗୋଟିଏ ପାଦ ବ୍ୟାଘର, ଦ୍ବିତୀୟଟି ଅଶ୍ବର, ତୃତୀୟଟି ହସ୍ତୀର; ଶରୀରଟି ସିଂହର, ଲାଞ୍ଜଟି ହେଉଛି ଉର୍ଦାୟିତ ଉତ୍‌କ୍ଷିପ୍ତ ନାଗର ଫଣା। ସର୍ବୋପରି ହସ୍ତରେ ରହିଛି ସୁଦର୍ଶନ ଚକ୍ର । ସମୟ ଧ୍ବଂସକାରୀ ଶକ୍ତିର ସମାହାର ଘଟିଛି ଏହି ନବରଂଜରର ପ୍ରତୀକରେ । ସେହିପରି ଓଡ଼ିଶା ପ୍ରଜାସ୍ୱତ୍ର ବିରେ ସନ୍ନିବେଶିତ ରହିଛି, ବମ୍ବ, ମାନ୍ଦ୍ରାଜ, ମଧ୍ୟପ୍ରଦେଶ, ବଙ୍ଗ ତଥା ପୂର୍ବବଂଗ ପ୍ରଜାସ୍ୱତ୍ବ ଆଇନର ସମୟ ନିର୍ଦ୍ଧେଷଣମୂଳକ ବିଧି ବ୍ୟବସ୍ଥାର ସମୟ । ବଂଗ ସରକାରଙ୍କର ପ୍ରଚଣ୍ଡ ଧ୍ବ ସକାରୀ ଶକ୍ତି ସଂପର୍କରେ ଓଡ଼ିଶା ଅବହିତ ରହିଛି । ୧୮୬୬ ସାଲର କରାଳ ଦୁର୍ଭିକ୍ଷର ଗ୍ରାସ ସହିତ ଯେଉଁ ପ୍ରଳୟଙ୍କରୀ ବନ୍ୟା ଓଡ଼ିଶାରେ ସଂଘଟିତ ହୋଇଥିଲା, ତାହା କେତେ ନିୟୁତ ଲୋକଙ୍କୁ ଏ ଭୂମିରୁ ନିର୍ମୂଳ କରିଦେଇଥିଲା ।
ମଧୁସୂଦନଙ୍କ ଉଗ୍ର ପ୍ରତିବାଦ ସତ୍ତେ ବଂଶ ବିଧାନ କାଉନସିଲରେ ଏହି ବିଲ୍‌ ଗୃହୀତ ହୋଇଥିଲା । ତେଣୁ ସେ ଭାରତର ବଡ଼ଲାଟ ଲର୍ଡ ହାଡ଼ିଞ୍ଜଙ୍କୁ ତୀବ୍ର ପ୍ରତିବାଦ ଜଣାଇ ଲେଖିଥିଲେଓଡ଼ିଶାର ପ୍ରଜାକୁଳର ସ୍ବାର୍ଥ ବିରୋଧୀ ତଥା ନିର୍ଦ୍ଧେଷଣର ପ୍ରତୀକ ଏହି ଓଡ଼ିଶା ପ୍ରଜାସ୍ୱତ୍ତ ବିଲ୍‌କୁ ଯଦି ବଡ଼ଲାଟ ମଞ୍ଜୁରୀ ପ୍ରଦାନ କରନ୍ତି, ତାହାହେଲେ ସେ ଅବିଳମ୍ବେ ଓଡ଼ିଶାରୁ ଅନ୍ତତଃ କୋଡ଼ିଏ ହଜାର କୃଷକଙ୍କୁ ନେଇ ବେଲ ଭିଜିଆର ପ୍ରାସାଦ ସମ୍ମୁଖରେ ପ୍ରତିବାଦର ଆୟୋଜନ କରିବେ ଏବଂ ସ୍ବୟଂ ବଡ଼ଲାଟ ସେମାନଙ୍କର ସ୍ଥିତି ସଂପର୍କରେ ଅନୁଧ୍ୟାନ କରିପାରିବେ ।”” ବଡ଼ଲାଟ ଲର୍ଡ ହାଡ଼ି ଏହି ବିଲ୍‌କୁ ମଂଜୁରୀ ପ୍ରଦାନ ନକରି ଫେରାଇ ଦେଇଥିଲେ । ସମଗ୍ର ଭାରତୀୟ ପାର୍ଲାମେଣ୍ଟାରୀ ଇତିହାସରେ ଏହା ଥିଲା ଏକମାତ୍ର ବ୍ୟତିକ୍ରମ । ଏହାର ପଶ୍ଚାତରେ ରହିଥିଲା ମଧୁସୂଦନଙ୍କ ଅପ୍ରତିଦ୍ବନ୍ଦୀ ନେତୃତ୍, ଯାହା ତାଙ୍କୁ ଜଣେ ଅପ୍ରତିହତ ସଂଗ୍ରାମୀର ମର୍ଯ୍ୟାଦା ପ୍ରଦାନ କରିଥିଲା । ମଧୁସୂଦନ ବଂଗ, ଓଡ଼ିଶା ତଥା ବିହାର କାଉନ୍ସିଲ୍‌ରେ ପ୍ରଜାଙ୍କର ସ୍ବାର୍ଥରକ୍ଷାଲାଗି ଯେଉଁ ମେମୋରାଣ୍ଡମ ପ୍ରଦାନ କରିଥିଲେ, ତହିଁରେ ବିନା କ୍ଷତି ପୂରଣରେ ଜମିଦାରି ପ୍ରଥାର ଉଚ୍ଛେଦ ଲାଗି ବଳିଷ୍ଠ ଯୁକ୍ତିମାନ ଉପସ୍ଥାପିତ କରାଯାଇଥିଲା । ପ୍ରଜା ପ୍ରତିନିଧି ସଭାର ସଂପାଦକ ପଣ୍ଡିତ ନୀଳକଂଣ୍ଡଙ୍କ ଭାଷାରେ ଏହି ମେମୋରାଣ୍ଡମ୍ ପ୍ରଜାକୁଳର ସ୍ବାର୍ଥରକ୍ଷା ଲାଗି ସର୍ବୋତ୍ତମ ତଥା ସର୍ବୋକୃଷ୍ଟ ଦଲିଲ୍ ଥୁଲା, ଯାହା ଏ ପର୍ଯ୍ୟନ୍ତ ଅନତିକ୍ରମ୍ୟ ହୋଇ ରହିଛି ।”

ହାଡ ଦୁଇଖଣ୍ଡ ମାଉଁସ ପଳେ
ମଧୁକୁ କିଏ ବା ବୁଦ୍ଧିରେ ବିଳେ ?



ଊନବିଂଶ ଶତାବ୍ଦୀର ଶେଷ ଭାଗରେ, ନୈସା ବା ନବଜାଗରଣର ଅଧ୍ୟୟରେ, ଉଲ୍ଲେଷିତ ଉତ୍କଳୀୟତାର ପ୍ରତିଟି ପର୍ବରେ, ମଧୁବାବୁଙ୍କର ଥିଲା ଆଦ୍ୟ ଭୂମିକା । ସେ ଉଭା ହୋଇଥିଲେ ସାମଗ୍ରିକ ଉନ୍ନୟନର ଉତ୍କଳ ପ୍ରତୀକ ରୂପରେ ।
ସେ ଥିଲେ ଜାତୀୟ ଜାଗରଣ ପର୍ବରେ ଓଡ଼ିଶାର ପହିଲି ଖେଳଡ଼ । ନିଜର ଜୀବନକୁ ବିଟିଏ ପରି ପାପୁଲିରେ ରଖି ଖେଳିବାର ଅଦମ୍ୟ ସାହସିକତା ଆଉ ଆତ୍ମପ୍ରତ୍ୟୟ ଥିଲା ତାଙ୍କର । ଦୁଃସାହସିକତା ଥିଲା ତାଙ୍କ ଜୀବନର ଐକ୍ୟୁତାନିକ ସୂର, ଯହିଁରେ ଉଥାନ ଆଉ ପତନର ରାଗିଣୀ ନିନାଦିତ ହେଉଥିଲା, ମୃର୍ଜନାର ହଷୋଲ୍ଲାସ ଆଉ ବିଷାଦର ସ୍ବର ଲହରୀରେ । ଅସୀମ ଧୈର୍ଯ୍ୟ ଓ ଦାମ୍ଭିକତାକୁ ଘେନି ଭବିଷ୍ୟତକୁ ଲମ୍ପ ଦେବାର ଉନ୍ମାଦନା ତାଙ୍କ ଜୀବନରେ ରୂପାୟିତ ହୋଇଥିଲା । ଉଭୟ ସଂପତ୍ତି ଆଉ ବିପର ବିରୋଧାଭାଷ, ଯେପରି ତାଙ୍କ ଜୀବନଧାରାରେ ପ୍ରତିଧ୍ବନିତ ହେଉଥିଲା, ଏକ ପ୍ରବାଦୀୟ ମାର୍ମିକ ଉକ୍ତିରେ- "ଘୋଡ଼ାଚଢ଼ାଠାରୁ ସଂପତ୍ତି ନାହିଁ, ଘରପୋଡ଼ିରୁ ବିପତ୍ତି ନାହିଁ । ଏକ ଉନ୍ମାଦ ସାଗରର ଜୁଆର ଆଉ ଭଟ୍ଟା ପରି ତାଙ୍କର ଜୀବନର ଧାରା ପ୍ରବାହିତ ହୋଇଥିଲା ଅସମତାର ଅସମାହିତ ଗତିରେ ରୋମାଞ୍ଚକର ଘୋଡ଼ାଚଢ଼ାର ଆଭିଜାତ୍ୟମୟ ସମୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟରେ ଦେଶପାଇଁ ନିଜକୁ ସେ ନିଃଶେଷ କରିଦେଇଥିଲେ । ପରିଣାମରେ ନିସ୍ ଭାବରେ ନିଜର ବାସଭବନରୁ ଉଚ୍ଛେଦିତ ହୋଇ ଛିଡ଼ା ହୋଇଥିଲେ ଖୋଲା ମଇଦାନର ଆକାଶ ତଳେ । ହେଲେ ଜୀବନର ପ୍ରତିଟି ପର୍ଯ୍ୟାୟରେ ସେ ରହିଥିଲେ ଖେଳଡ଼ ପରି ଶୃଦ୍ଧିବନ୍ତ ଓ ଅବଦମିତ ହୋଇ ।
ମାତ୍ର ଅଠର ବର୍ଷ ବୟସରେ, ଭବିଷ୍ୟତର ଅନିଶ୍ଚିତତା ମଧ୍ୟରେ, ଗୋଟିଏ ଉତକ୍ଷେପିତ ଅଶାନ୍ତ ଉଲ୍ଲା ପରି ସେ ଲମ୍ପ ଦେଇଥିଲେ, ରାଜନୈତିକ ଓ ସାଂସ୍କୃତିକ ଜାଗରଣର ପୀଠ କଲିକତା ନଗରୀକ। ସେତେବେଳେ କଲିକତା ଥିଲା ଦେଶର ରାଜଧାନୀ। ଗ୍ରହଣଶୀଳତାର ସମସ୍ତ ଆଗ୍ରହ ନେଇ ସେ ଏସୀୟ, ୟୁରୋପୀୟ ଓ ବିଶ୍ବଜନୀନ ସଂସ୍କୃତିର ମହନୀୟ ଧାରାକୁ ନିରୀକ୍ଷଣ

କରିଥିଲେ । ଦେଶ ସେବାର ମହାନ ଆଦର୍ଶରେ ଅନୁପ୍ରାଣିତ ବହୁ ତ୍ୟାଗୀ ନେତୃବର୍ଗଙ୍କ ପରି ତାଙ୍କର ଜୀବନରେ ନ ଥିଲା, ନିଃସ୍ୱତାର ପୀଡ଼ନ କିମ୍ବା ଆତ୍ମଦହନ । ମାତ୍ର ଜୀବନ ଥିଲା ସମସ୍ତ ଆଗିକ ବିଭବରେ ପରିପୂର୍ଣ୍ଣ ଏକ ସ୍ବୟଂସଂପୂର୍ଣ୍ଣ ଓ ସମନ୍ବିତ ପୂର୍ଣ୍ଣାଙ୍ଗ ଜୀବନ ।
କଲିକତାରେ ଅବସ୍ଥାନ କାଳରେ ବହୁ ଜାତୀୟ ତଥା ୟୁରୋପୀୟ କ୍ଲବର ସଦସ୍ୟ ଭାବେ ସେ ସଂପର୍କିତ ହୋଇଥିଲେ, ସେ ସମୟରେ ପ୍ରଚଳିତ ବିଭିନ୍ନ ସଂସ୍କୃତିର ବିଧାନ ସହିତ ଅନ୍ତରଂଗ ଭାବେ । ଏହା ତାଙ୍କର ବ୍ୟକ୍ତିତ୍ବକୁ ପ୍ରଦାନ କରିଥିଲା ଗାରିମା, ଔଦାର୍ଯ୍ୟ ଆଉ ପ୍ରଚଣ୍ଡ ସ୍ବାଭିମାନ ।
କ୍ରୀଡ଼ା ସହିତ ତାଙ୍କର ବେଶ୍ ଅନ୍ତଗତା ଥିଲା । ଦେଶୀୟ କ୍ରୀଡ଼ା ସହିତ ପାଶ୍ଚାତ୍ୟ କ୍ରୀଡ଼ାରେ ସେ ପାରଦର୍ଶୀ ଥିଲେ। ହେଲେ ତାଙ୍କର ପ୍ରଥମ ସଉକ ଥିଲା ଘୋଡ଼ାଚଢ଼ା। ସେତେବେଳେ ଘୋଡ଼ା ହିଁ ଥିଲା ଯାତାୟାତର ଏକମାତ୍ର ମାଧ୍ୟମ । ତାଙ୍କର ଅଶ୍ବଶାଳାରେ ଥିଲେ ବହୁ ଦୁର୍ଦ୍ଦାନ୍ତ ଅଶ୍, ଯେଉଁମାନେ ଚାଉଳିଆଗ୍ୟଜର ଘୋଡ଼ା ଦୌଡ଼ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ ସ୍ଥାନର ବିଜେତା ହୋଇ ପାରିଥିଲେ । ଊନବିଂଶ ଶତାବ୍ଦୀର ଶେଷଭାଗରେ କଟକ ସହରର ନିଶ୍ଚଳତା ମଧ୍ୟରେ ଘୋଡ଼ାଦୌଡ଼ ଥିଲା ନଗରବାସୀଙ୍କ ମୁଖ୍ୟ ତଥା ରୋମାଞ୍ଚକର ଆକର୍ଷଣ ।
କଟକ ସହରର ଚାଉଳିଆଗଞ୍ଜଠାରେ ୧୯୦୫ ପର୍ଯ୍ୟନ୍ତ ଥିଲା ସେନାଛାଉଣିର ଗୋଟିଏ ମୁଖ୍ୟ କେନ୍ଦ୍ର । ଏଠାରେ ଅଶ୍ୱାରୋହୀ ସିପାହୀମାନଙ୍କର ଗୋଟିଏ ବାଟାଲିଅନ ଥିଲା । ଏହାର ପରିସରରେ କ୍ଷିପ୍ରଗାମୀ ଓ ସମ୍ମୁଖ ଯୁଦ୍ଧରେ ପାରଦର୍ଶୀ ବହୁ ଘୋଡ଼ା ପାଳିତ ହେଉଥିଲେ । ମଧୁସୂଦନଙ୍କ ପାଖରେ ସେହି ବାଟାଲିଅନ ଜରିଆରେ ସଂଗୃହୀତ ସର୍ବୋତ୍କୃଷ୍ଟ ଅଶ୍ବଗୁଡିଏ ଥିଲେ।
ଏ ସଂପର୍କରେ କଟକରେ ସରକାରୀ କାର୍ଯ୍ୟରେ ଅବସ୍ଥାପିତ ଥିବା ଓ ପରବର୍ତ୍ତୀ କାଳରେ ବିହାରର ଗଭର୍ଣ୍ଣର ପଦକୁ ଉନ୍ନୀତ ହୋଇଥୁବା ଇଂରେଜୀ ଆଇ.ସି.ଏସ୍ ଅଫିସର ସାର୍ କ୍ୟାଗ୍ । ମ୍ୟାକ୍ ଫରସନ୍ ସ୍ମୃତିଚାରଣ କରି କହନ୍ତି-
"ମିଃ ମଧୁସୂଦନ ଦାସ, ତାଙ୍କର ସୁବିନ୍ୟାୟ ଘୋଡ଼ାଶାଳରେ ବହୁ କ୍ଷିପ୍ରଗାମୀ ଘୋଡ଼ାସବୁ ରଖୁଥିଲେ । ତାହା ମଧ୍ୟରେ ଥିଲା ମାନ୍ଦ୍ରାଜ ରେଜିମେଣ୍ଟର, ଫଲଫାଷ୍ଟାକର୍ଣ୍ଣେଲଙ୍କ ଦ୍ବାରା ବ୍ୟବହୃତ ଗୋଟିଏ ତେଜୀୟାନ ଘୋଡ଼ା । ସେହି ଘୋଡ଼ାଟି ଦେଇ ସମ୍ମୁଖ ଆକ୍ରମଣ କରିବାରେ ଖ୍ୟାତି ଅର୍ଜନ କରିଥିଲା, ଯାହାକୁ କେବଳ ମି -ଦାସ ଶୃଙ୍ଖଳିତ ଓ ବଶୀଭୂତ କରିବାକୁ ସକ୍ଷମ ହୋଇଥିଲେ ଏବଂ ଏଥିପାଇଁ ସେହି ଘୋଡ଼ାକୁ ଲାଞ୍ଚ ସ୍ବରୂପ ଆଖୁଖଣ୍ଡମାନ ଖାଇବାକୁ ଦେଉଥୁଲେ । ପରେ ମୁଁ ସେହି ଘୋଡ଼ା ଉପରେ ସବାର ହୋଇ ଚାଲିଗଲି ଚନ୍ଦକା ଅଂଚଳକୁ ଜିଲ୍ଲା କଲେକ୍ଟରଙ୍କ ଗହଣରେ, ମୋର ଗସ୍ତକାଳୀନ କାର୍ଯ୍ୟସୂଚୀରେ । ମାତ୍ର ମୋର ସେହି ଘୋଡ଼ା ଚଳେଇବାର କିଛି ଦକ୍ଷତା ଥିଲା ଯାହାକୁ ସେ ଘୋଡ଼ା ବରଦାସ୍ତ କରିବା ଅବସ୍ଥାରେ ନଥିଲା । ସେ କ୍ରମଶଃ ଅଶାନ୍ତ ହେଲା ଆଉ ମୁଁ ତାକୁ ଆଖୁଖଣ୍ଡମାନ ଲାଞ୍ଚ ସ୍ବରୂପ ଦେଇ ପ୍ରଲୋଭିତ କରିବାକୁ ଚେଷ୍ଟାକଲି । ମାତ୍ର ସେ ଅସ୍ଥିର ହୋଇ ସେହିଦିନ ସଂଧ୍ୟାରେ ଉତେଜିତ ହୋଇ ଦ୍ରୁତଗତିରେ ଲଦେଲା ଓ ସେହି ଘଟଣାର ଅଠଚାଳିଶି ଘଣ୍ଟା ପରେ ମୁଁ ସିଭିଲ୍ ସର୍ଜନ କର୍ମେଲ୍ ଜୋରାବଙ୍କର ତତ୍ବାବଧାନରେ ବିଛଣାରେ ଶୋଇଥିବା ଅବସ୍ଥାରେ ଦେଖିବାକୁ ପାଇଲି । ସେହିଦିନଠାରୁ ମୁଁ ଦାସ ପ୍ରତିଦିନ, ମୁଁ ସଂପୂର୍ଣ୍ଣ

ଆରୋଗ୍ୟ ଲାଭ କଲାପର୍ଯ୍ୟନ୍ତ ମୋର ଅବସ୍ଥା ସଂପର୍କରେ ତଦାରଖ କରୁଥିଲେ । ସେହି ଘଟଣାରେ, ସେ ତାଙ୍କର ବହୁ ମୂଲ୍ୟବାନ ଘୋଡ଼ାଟିକୁ ହରାଇ ଥିଲେ ମଧ୍ୟ ମୋ ଠାରୁ ତାହାର କ୍ଷତିପୂରଣ ବାବଦରେ କୌଣସି ଅର୍ଥ ଗ୍ରହଣ କରିବାକୁ ରାଜି ହୋଇ ନଥିଲେ ।"
ତାରୁଣ୍ୟ ସହିତ କ୍ରୀଡ଼ାର ରହିଛି ଅବିଚ୍ଛେଦ୍ୟ ସଂପର୍କ । ବିପତ୍ନୀକ ମଧୁସୂଦନ ୧୮୮୧ ବେଳକୁ କଟକ ଫେରିଲାବେଳେ, ସେ ତାରୁଣ୍ୟକୁ ବହୁକାଳୁ ଅତିକ୍ରମ କରିସାରିଥିଲେ ମଧ୍ୟ, ଛାତ୍ର ଆଉ ତରୁଣମାନଙ୍କ ସହିତ ତାଙ୍କ ସଂପର୍କ ଥିଲା ଅତ୍ୟନ୍ତ ହାର୍ଦ୍ଦିକ ଓ ଅନ୍ତରଂଗ । ୧୮୮୭ରେ ଛାତ୍ରମାନଙ୍କୁ ସଂଗଠିତ କରିବାପାଇଁ ସେ ଗଢ଼ିଥିଲେ, “ଗ୍ରାଜୁଏଟ୍ ଏଣ୍ଡ ଅଣ୍ଡର ଗ୍ରାଜୁଏଟ୍ ଏସୋସିଏସନ୍ । ତେଣୁ ସେ ଉଭା ହୋଇଥିଲେ ତରୁଣମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ରୂପେ । ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ସେ ୧୯୦୩-୦୪ ବେଳକୁ ଗଢ଼ିଥିଲେ ଉତ୍କଳ ୟଙ୍ଗ୍ ମ୍ୟାନସ୍ ଆସୋସିଏସନ୍, ଯାହାର ସମସ୍ତ ଖର୍ଚ୍ଚ ବହନ ସହ ସେ ଥିଲେ ଏହାର ମୁଖ୍ୟ ପରାମର୍ଶଦାତା । ଏହାର ସଭାପତି ଥିଲେ ରେଭେନ୍ସା କଲେଜର ଅଧ୍ୟକ୍ଷ, ଅଧ୍ୟାପକମାନେ ସମ୍ମାନିତ ସଦସ୍ୟ ଆଉ ଛାତ୍ରମାନେ ସାଧାରଣ ସଭ୍ୟ ରୂପେ ଗୃହୀତ ହୋଇଥିଲେ । ଏହି ଅନୁଷ୍ଠାନ ଜରିଆରେ ଛାତ୍ରମାନଙ୍କୁ ଦେଶୀୟ କ୍ରୀଡ଼ା ସହିତ ମୁଖ୍ୟତଃ ପାଶ୍ଚାତ୍ୟ ଖେଳାଳୀମାନଙ୍କ ସଂପର୍କରେ ପ୍ରଶିକ୍ଷଣ ଦିଆଯାଉଥିଲା । ସେହି ଖେଳଗୁଡ଼ିକ ହେଲା ଟେନିସ୍‌, ବ୍ୟାଡ଼ମିଣ୍ଟନ, ବିଲିୟାର୍ଡ, କ୍ରିକେଟ୍ ଆଦି ବହୁବିଧ ଶାରିରୀକ ଖେଳ। ଏହାଛଡ଼ା ନଦୀରେ ନୌକାଚାଳନା ଲାଗି ବିହିତ ବ୍ୟବସ୍ଥା ଥିଲା । ଏହି ସମୟ ଖେଳର ସାମୟିକ ପ୍ରତିଯୋଗିତା ଆୟୋଜନ ସହିତ ପୁରସ୍କାର ଆଦି ଦିଆଯାଉଥିଲା । ଏହି କାର୍ଯ୍ୟକ୍ରମ ସବୁ ପରିଚାଳିତ ହେଉଥିଲା ମଧୁସୂଦନଙ୍କ ଦ୍ବାରା । ତାଙ୍କର ପାଳିତା କନ୍ୟା ଶୈଳବାଳା ଯେ କି ଏହାର ସଂପାଦିକା ଥିଲେ, ତାଙ୍କର ଅକୁଣ୍ଠ ସହଯୋଗ ଥିଲା ଏଥିରେ ଏହି ଛାତ୍ରମାନଙ୍କଲାଗି ସ୍ବତନ୍ତ୍ର ଛାତ୍ରାବାସ ଓ ସୁବ୍ୟବସ୍ଥିତ ପଠନାଳୟର ବ୍ୟବସ୍ଥା କରାଯାଇଥିଲା ମଧୁସୂତି ବାସଭବନରେ । ଉତ୍କଳ ସମ୍ମିଳନୀର ବହୁ ଅଧିବେଶନରେ ଏହି ଛାତ୍ରମାନେ ହିଁ ମୁଖ୍ୟତଃ ସ୍ୱେଚ୍ଛାସେବକର କାର୍ଯ୍ୟ ନିର୍ବାହ କରୁଥିଲେ ।
ଏହି ଉତ୍କଳ ସମ୍ମିଳନୀ ମ୍ୟାଚରେ ୧୯୦୩ ସାଲରୁ ପ୍ରତିବର୍ଷ ଅନୁଷ୍ଠିତ ହେଉଥିଲା ନିଖିଳ ଉତ୍କଳ ଛାତ୍ର ସମ୍ମିଳନୀ । ଏହା ମଧ୍ୟ ଥିଲା ନେତୃତ୍ର ଗଠନର ଏକ ସାର୍ବଜନୀନ ସଂଚ । ଏହି ମଂଚରୁ ପ୍ରଶିକ୍ଷିତ ହୋଇଥିଲେ ଓଡ଼ିଶାର ନେତୃମଣ୍ଡଳୀ- ଉତ୍କଳମଣି ଗୋପବଂଧୁଙ୍କଠାରୁ ଉତ୍କଳକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ପର୍ଯ୍ୟନ୍ତ । ଏଠାରୁ ପ୍ରଶିକ୍ଷିତ ହୋଇ ସେମାନେ ଜାତୀୟ କଂଗ୍ରେସ ମଞ୍ଚରେ ଯୋଗଦାନ କରିଥିଲେ ।
ଓଡ଼ିଶା ସ୍ପୋର୍ଟସ ଆସୋସିଏସନ୍ କ୍ରୀଡ଼ା କ୍ଷେତ୍ରରେ ସର୍ବପ୍ରଥମ ପ୍ରାଦେଶିକସ୍ତରର ଅନୁଷ୍ଠାନ । ଏହା ସ୍ଥାପିତ ହୋଇଥିଲା ମଧୁସୂଦନଙ୍କଦ୍ୱାରା ୧୯୯୦୪ ସାଲରେ । ଏହି ଏସୋସିଏସନ୍ ଜରିଆରେ ପ୍ରାଦେଶିକ ସ୍ତରରେ କ୍ରୀଡ଼ା ପ୍ରତିଯୋଗିତାର କାର୍ଯ୍ୟକ୍ରମ ସବୁ ଆୟୋଜିତ ହେଉଥିଲା । ଖେଳରେ ବିଜୟୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ ସକାଶେ ଯେଉଁ ସିଡ଼, କପୁଡ଼ିକ ପ୍ରଦାନ କରାଯାଉଥିଲା, ସେ ସମସ୍ତ ପ୍ରସ୍ତୁତ ହେଉଥିଲା ମଧୁସୂଦନଙ୍କ ପ୍ରତିଷ୍ଠିତ ଓଡ଼ିଶା ଆର୍ଟସ

ୱାରସ୍ ଅନୁଷ୍ଠାନରେ । ଆବଶ୍ୟକ ବ୍ୟୟ ବହନ କରୁଥିଲେ ମଧୁବାବୁ । ସବୁଠାରୁ ସମ୍ମାନଜନକ ପୁରସ୍କାର, ସେ ସମୟର କମିଶନର କୃଷ୍ଣଗୋବିନ୍ଦ ଗୁପ୍ତଙ୍କ ନାମରେ ନାମିତ ହୋଇ ଓଡ଼ିଶା ଆର୍ଟ ୱାରସ୍ ତରଫରୁ ପ୍ରଦତ୍ତ ହେଉଥିଲା । ଏହି ପ୍ରାଦେଶିକ ସ୍ପୋର୍ଟସ ଏସୋସିଏସନ୍‌ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଉଥିଲା ମଧୁସୂଦନଙ୍କ ପ୍ରୋତ୍ସାହନରେ ବାରବାଟୀ ପଡ଼ିଆରେ ।
ଏହି ଏସୋସିଏସନ୍ ଥିଲା ସର୍ବପ୍ରଥମ ଓଡ଼ିଶାର କ୍ରୀଡ଼ା ଅନୁଷ୍ଠାନ, ଯାହର କ୍ରମବିକାଶର ଅନ୍ତିମ ଉପଲରେ ନିର୍ମିତ ହୋଇଛି ଆଜିରସୁବିଶାଳ ବାରବାଟୀ ଷ୍ଟାଡ଼ିୟମ୍ । ଏହି ପଡ଼ିଆଟି ସେ ସମୟରେ ଥିଲା କ୍ରୀଡ଼ାର କେନ୍ଦ୍ର, ଯାହାର ପଶ୍ଚାତରେ ମଧୁସୂଦନଙ୍କର ପ୍ରେରଣା ହିଁ ଥିଲା ମୂଳ ଉତ୍ସ । ହେଲେ ମୂଳ ଉଦ୍ୟୋକ୍ତା ଓ ପ୍ରତିଷ୍ଠାତା ମଧୁସୂଦନଙ୍କର ଆଦ୍ୟ ନାମଟି ଆଜି ହଜିଯାଇଛି କ୍ରୀଡ଼ାଜଗତର ଇତିବୃତ୍ତରୁ ।
ମଧୁସୂଦନ କଟକ ଜିଲ୍ଲା ବୋର୍ଡ଼ର ଭାଇସ୍‌ ଚେୟାରମ୍ୟାନ୍ ରୂପେ ନିର୍ବାଚିତ ହୋଇଥିଲେ ଓ କଲେକ୍ଟର ମଧୁସୂଦନଙ୍କ ପାରଦର୍ଶିତାରେ ମୁଗ୍ଧ ହୋଇ ଜିଲ୍ଲା ବୋର୍ଡ଼ ପରିଚାଳନାର ଦାୟିତ୍ବ ତାଙ୍କୁ ଅର୍ପଣକରି ପ୍ରତ୍ୟକ୍ଷ ପରିଚାଳନାରୁ ଅପସରି ଯାଇଥିଲେ । ଏହି ପର୍ଯ୍ୟାୟରେ ମଧୁବାବୁ ଜିଲ୍ଲା ବୋର୍ଡ ପରିଚାଳିତ ହାଇସ୍କୁଲଗୁଡିକରେ ବ୍ୟାୟାମ ଶିକ୍ଷାର ବ୍ୟବସ୍ଥାକରି ସ୍ବତନ୍ତ୍ର ବ୍ୟାୟାମ ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇଥିଲେ । ହେଲେ ପ୍ରଶିକ୍ଷିତ ବ୍ୟାୟାମ ଶିକ୍ଷକଙ୍କ ଅଭାବଯୋଗୁଁ ଜେଲ୍‌ଦଣ୍ଡ ଭୋଗୁଥିବା ବାଳ କଏଦୀଙ୍କ ମଧ୍ୟରୁ କେତେକଙ୍କୁ ସ୍ବତନ୍ତ୍ର ଭାବେ ବାଛି ଜେଲ୍‌ରେ ବ୍ୟାୟାମ ପ୍ରଶିକ୍ଷଣର ବ୍ୟବସ୍ଥା କରିଥୁଲେ । ପ୍ରଶିକ୍ଷିତ ଏହି ବାଳ ଅପରାଧୀମାନେ ପରବର୍ତ୍ତୀ କାଳରେ ବ୍ୟାୟାମ ଶିକ୍ଷକ ରୂପେ ନିଯୁକ୍ତ ହୋଇଥିଲେ । ମାନବିକତାର ଆବେଦନରେ ଏହିଭଳି ଉଦାର ଦୃଷ୍ଟିରଂଗୀର ତୁଳନା ନାହିଁ, ଯାହା ଥିଲା ମଧୁସୂଦନଙ୍କର ଏକାନ୍ତ ନିଜସ୍ । ହେଲେ କ୍ରୀଡ଼ା ପ୍ରତି ମଧୁସୂଦନଙ୍କର ଏହି ଅହେତୁକ ଆକର୍ଷଣର ଆରମ୍ଭ କେଉଁଠି ? ରାତ୍ରିରେ ଆହାର ବିବର୍ଜିତ, ଏକାହାରୀ ମଧୁସୁଦନଙ୍କର ଖାଦ୍ୟ ଥିଲା କେତେ ତୋଳା ଓଜନର ଭତ, ଦୁଇ ଫଡ଼ା ବାଇଗଣ ସିଝା ଆଉ ମେଟାଏ ହିଡ଼ମିଚା ଶାଗରଖରଡ଼ା । ମାତ୍ର ତାଙ୍କର ମଧ୍ୟାହ୍ନ ଭୋଜନ କଅଣ ବା ଥିଲା ?
ସେ ଯୁଗର ପାଟଣା ହାଇକୋର୍ଟର ଜଷ୍ଟିସ୍ ଶ୍ରୀ ଏସ୍. ବି. କାଲେ ଆଇ.ସି.ଏସ୍ ସ୍ମୃତିଚାରଣ କରି କହନ୍ତି- ମି ଦାସଙ୍କୁ ମୁଁ ବହୁବାର ଭେଟୁଥିଲି ୧୯୨୧ ସାଲରେ, ବିହାର ଓଡ଼ିଶା ମୁନିପାଲ ବିଲ୍ ପାଇଁ ଗଠିତ ସିଲେକ୍ଟ କମିଟି ଅଧିବେଶନରେ । ସେତେବେଳେ ସେ ସ୍ବାୟତ୍ତ ଶାସନ ବିଭାଗର ଫତ୍ରୀ ଥାଇ ମ୍ୟୁନିଲ ବିଟି ବ୍ୟବସ୍ଥାପକ ସଭାରେ ଉପସ୍ଥାପିତ କରିଥାନ୍ତି ।
"ମଧ୍ୟାହ୍ନ ଭୋଜନର ବିରତି । ସେତିକି ବେଳେ ଆମେମାନେ ତାଙ୍କୁ ଭେଟିଲୁ । ମି ଦାସ ତାଙ୍କ ପକେଟରୁ କେତୋଟି ଅଳ୍ପ ଚାଉଳ ଭଜା (ମୁଢ଼ି କିମ୍ବା ହୁଡ଼ମ୍) ନେଇ ପାଟିରେ ପକାଇଲେ । ପଚାରିବାରେ ସେ କହିଲେ, ଏହା ହିଁ ଥିଲା ତାଙ୍କର ସମଗ୍ର ଦିନର ସ୍ମଳ ଆହାର । ସେ ପ୍ରତିଦିନ ଚାରିରୁ ପାଞ୍ଚ ମାଇଲ୍ ଚାଲିବା ସହିତ ଦିନରେ ପନ୍ଦରରୁ ଷୋହଳ ଘଣ୍ଟା କାର୍ଯ୍ୟ କରୁଥିଲେ । ହଁ, ସେ ଖାଦ୍ୟ ବିଷୟରେ ପୂର୍ଣ୍ଣ ଭାବରେ ସଚେତନ ଥିଲେ । ଖାଦ୍ୟ ବିଷୟରେ ସଚେତନତା ଆଉ ନିୟମିତ ଚାଲିବା (ବ୍ୟାୟାମ) ସହିତ ପରିଶ୍ରମ ଥିଲା ତାଙ୍କର ସୁଦୀର୍ଘ ଜୀବନର ହେତୁ ।”

କ୍ରୀଡ଼ା ଆଉ ମଧୁସୂଦନ । ଆପାତତଃ ବାହ୍ୟଦୃଷ୍ଟିରୁଜଣାଯିବ ବିରୋଧାଭାସ ପରି । ମଧୁସୂଦନ ଥିଲେ ଆଜୀବନ ରୁ । ଦୁର୍ବଳ ସ୍ବାସ୍ଥ୍ୟ ଘେନି ସେ ସାରା ଜୀବନ ଧରିଥିଲେ ଦାରୁଣ ଉଦର ବ୍ୟଥାର ରୋଗ । ପେଟ ବ୍ୟଥାର ଅସହ୍ୟନୀୟ ସଂତ୍ରଣା କେବଳ ସେ ଭୋଗୁନଥଲେ, ବେଳେବେଳେ ମାଟି କାମୁଡ଼ି ପଡ଼ିରହୁଥିଲେ । ଏହା ସତ୍ତ୍ୱେ ସେ ଥିଲେ ଅବଦମିତ ଖେଳନ୍ତୁ, ଏକାନ୍ତ ଭାବେ ଖେଳ‌ୱାଡ଼୍ ।
ତାଙ୍କର ଆଦ୍ୟ ଜୀବନ ପୃଷ୍ଠା-
ମଧୁସୂଦନଙ୍କ ବାପା ଥିଲେ ପସି ପଢ଼ା ଓକିଲ । ତେଣୁ ପଟିଆ ରାଜାଙ୍କର ଦରବାରରୁ ତାଙ୍କୁ ବେଳେବେଳେ ଡକରା ଆସେ, କୋର୍ଟ କଚେରିକୁ ଯାଇ ବିଭିନ୍ନ କେସ୍ ସବୁ ତଦବିର୍ କରିବାପାଇଁ । ଏଥିପାଇଁ ହାତୀରେ ଚଢ଼ି ରଘୁନାଥ ଦାସ ଯାଆନ୍ତି ପଟିଆ ରାଜ୍ୟର ଗଡ଼କୁ । ହେଲେ ଏହା ସହିତ ରଘୁନାଥ ଦାସଙ୍କୁ ରାଜାଙ୍କର ନିର୍ଦ୍ଦେଶଥାଏ, ପୁଅକୁ ସାଥିରେ ଆଣିବା ପାଇଁ । ପୁତ୍ର ମଧୁସୂଦନ କେବଳ ରାଜାଙ୍କର ଏକମାତ୍ର ପ୍ରିୟପାତ୍ର ନଥିଲେ, ସେ ଥିଲେ ସାରା ପଟିଆର ଆକର୍ଷଣର କେନ୍ଦ୍ରବିନ୍ଦୁ । ସେତେବେଳକୁ ସେ ମାଟ୍ରିକ୍ ପଢ଼ିଥାନ୍ତି ଅଥବା ମାଟ୍ରିକ୍ ପଢ଼ା ସାରି କିଛି ସମୟ ବିତାଉଥାନ୍ତି ।
ପଟିଆରେ ଅବସ୍ଥାନ କାଳରେ ମଧୁସୂଦନଙ୍କର ଅବାଧ ପ୍ରବେଶ ଥିଲା ରାଜାଙ୍କର ଘୋଡ଼ାଶାଳରୁ ଆରମ୍ଭକରି ନିଘଞ୍ଚ ଜଙ୍ଗଲ ପର୍ଯ୍ୟନ୍ତ । ପଟିଆରେ ତାଙ୍କର ସାରା ସକାଳ ଓଳିଟି କଟିଯାଏ ଘୋଡ଼ାଶାଳରୁ ସବୁତକ ଦୁର୍ଦାନ୍ତ ଘୋଡ଼ା ଆଣି ସବାର କରିବାରେ ଆଉ ଉପର ଓଳିଟି ବିତିଯାଏ ନନ୍ଦନକାନନରେ ନୌକା ଚଲାଇବାରେ । ଆଉ ରାତିଟି ?
ତାଙ୍କର ସାରା ରାତି କଟୁଥିଲା, ନଅରଠାରୁ ଖଣ୍ଡ ଦୂରରେ ନିଘଞ୍ଚ ଅରଣ୍ୟରେ ତିଆରି ଶିକାରୀ ଘରର ଅଂଟା ଉପରେ, ଯେଉଁଠାରେ ଶିକାର କରିବା ଅପେକ୍ଷା ଗଭୀର ରାତିରେ ନିଶାଚରମାନଙ୍କ ଗତିବିଧି ନିରୀକ୍ଷଣରେ । ସେ ଶିକାର କାର୍ଯ୍ୟକ୍ରମରେ ବନ୍ଧୁକ ଆଦି ଚଳାଇବା ବିଷୟରେ ପାରଦର୍ଶୀ ଥିଲେ । ସେ ମଧ୍ୟ ଥିଲେ ବହୁପରିମାଣରେ ଦୁଃସାହସିକ । ଥରେ ମନ୍ଦିରରଚୂଡ଼ା ଉପରକୁଉଠିଯାଇ ନେତ ସବୁ ବାନ୍ଧିଥିଲେ । କେଉଁ କ୍ଷେତ୍ରରେ ହାରିଯିବାକୁ ସେ ପ୍ରସ୍ତୁତ ନଥିଲେ । ଏହି ଦୁଃସାହସିକତା ଥିଲା ତାଙ୍କର ଦେଶ ସେବାରେ ଉତ୍ସର୍ଗୀକୃତ ଖେଳୁତ୍ ଜୀବନର ଆଦ୍ୟସୂତ୍ର ।
ଅନ୍ତହୀନ ପ୍ରୟାସ ଯାହାଙ୍କର ଜୀବନରେ ଆବାହନ ସଂଗୀତ ରୂପେ ଧ୍ବନିତ, ସେଠାରେ ହାରି ଯିବାର ଆସ୍ଥାନଟି କେଉଁଠି ବା ତିଷ୍ଠି ରହିପାରେ ? ଜୀବନର ଦୁର୍ନିବାର ସଂଗ୍ରାମରେ ତାଙ୍କୁ ପରାଜୟ ବହୁବାର ଛଇଁ ଯାଇଥିଲେ ମଧ୍ୟ ସେ ରହିଯାଇଛନ୍ତି ଅତି ଅଦଭୁତଭାବେ ଅପରାଜେୟ । ସେହି ଅପରାଜିତ ରହିବାର ଚରମ ସ୍ମାରକୀ, ଆଧୁନିକ ଓଡ଼ିଶା ପ୍ରଦେଶ ଆଉ ତାହା ହିଁ ହେଉଛି ଜାତିର ପହିଲି ଖେଳୁଙ୍କର ସ୍ମୃତିରେ ନିବେଦିତ ସର୍ବଶ୍ରେଷ୍ଠ ସ୍ମୃତି ଅର୍ଘ୍ୟ ।


ଅପରିସୀମ ସଦୃଦୟତା ଏବଂ ଅକଳନ ମାନବୀୟ ମୂଲ୍ୟବୋଧର ଆଧାରରେ, ମଧୁବାବୁଙ୍କ ଜୀବନରେ ଯେଉଁ ଅପରିମେୟ ମୈତ୍ରୀ ଓ କରୁଣାର ପରିପ୍ରକାଶ ଘଟିଥିଲା, ତାହାର ପଟାନ୍ତର ନାହିଁ । ତାଙ୍କ ଜୀବନରେ ସମପ୍ରାଣତା ଓ ସମବେଦନାର ବ୍ୟାପ୍ତ ଥିଲା ସୀମାହୀନ ସାଗର ପରି ବିସ୍ତାରିତ ଓ ସଂପ୍ରସାରିତ । ତାହାର କିଞ୍ଚିତ୍ ମାର୍ମିକ ସଂକେତ ମିଳେ ରାଜେନ୍ଦ୍ର ପ୍ରସାଦଙ୍କର ସ୍ମୃତିଚାରଣରୁ “ମୋର ସୁତିପଟରେ ଗଭୀର ଭାବେ ଅଙ୍କିତ ରହିଛି ଯେ ମଧୁସୂଦନ ଦାସ ମ୍ୟତ୍ରୀ ପଦରେ ଅଧିଷ୍ଠିତ ଥିଲାବେଳେ, ତାଙ୍କର ଛାପା ପରିଦର୍ଶନ ବେଳେ, ମୁଁ ଅସୁସ୍ଥ ଥିବା ଜାଣି ମୋ ନିକଟକୁ ଆସିଥିଲେ ଓ ତାଙ୍କର ସଂବେଦନଶୀଳ ନରମ ଅଂଗୁଳିଗୁଡ଼ିକର ସୂର୍ଶରେ ମୁଁ ତତ୍‌କ୍ଷଣାତ୍ ରୋଗ ଯତ୍ରଣାରୁ ମୁକ୍ତିଲାଭ କରିଥିଲି ।ଗୁଗୋ ହେରାଲଡ଼ ପତ୍ରିକାର ପ୍ରତିନିଧି ହେନେରି ନେଭିସନ୍ ୧୯୦୭ ରେ ତାଙ୍କର ପ୍ରାମାଣିକ ଗ୍ରତ୍ କ୍ୟୁ ସ୍ପିରିଟ୍ ଇନ୍ ଇଣ୍ଡିଆ ଗ୍ରଣ୍ଟରେ ଲେଖିଛନ୍ତି"ମଧୁସୂଦନ ଦାସଙ୍କର ଅନ୍ତଃ ସ୍ଥଳରେ ସଦା ଅସରନ୍ତି ବଦାନ୍ୟତା ଓ ଗଭୀର ଭାବ ଉଲ୍ଲାସଭରା ସହାନୁଭୂତି ବିରାଜୁଥିଲା । ତାଙ୍କ ସହିତ ମିଳିତ ହେବା ଥିଲା, ମଧ୍ୟଯୁଗୀୟ ସନ୍ଧମାନଙ୍କ ସହିତ ସଂପର୍କ ସ୍ଥାପନା ପରି ଅତ୍ୟନ୍ତ ପ୍ରଭାବଶାଳୀ ଓ ତାତ୍ପର୍ଯ୍ୟପୂର୍ଣ୍ଣ, ଯେଉଁମାନଙ୍କ ପ୍ରଗାଢ଼ ଇଚ୍ଛାଶକ୍ତି ପ୍ରକୃତିର ନିଗୁଢ଼ ନିୟମକୁ କିଞ୍ଚିତ ପରିମାଣରେ ନମନୀୟ କରିପାରୁଥିଲା । ମୁଁ ଦେଖିଥିଲି, କିପରି ଜଣେ ଦୁରାରୋଗ୍ୟ କ୍ଷତିରେ ଆକ୍ରାନ୍ତ ଜଣେ ବ୍ୟକ୍ତି ତାଙ୍କଠାରୁ ସାମାନ୍ୟ ମୁଦ୍ରାଟିଏ ଧାର ମାଗିଥିଲା, ତାହାର କ୍ଷତରେ ଛୁଆଇଁ ଦେବାପାଇଁ ଓ ପ୍ରସବକାଳୀନ ଦୁର୍ବିସହ ସଂତ୍ରଣା ଭୋଗୁଥିବା ସ୍ତ୍ରୀର ସ୍ବାମୀଟି ଗୋଟିଏ ଜଳପୂର୍ଣ୍ଣ ପାତ୍ରଟିଏ ଆଣି ତାକୁ ସ୍ପର୍ଶ କରିବାପାଇଁ ତାଙ୍କୁ ସବିନୟ ନିବେଦନ ଜଣାଇଥିଲା ।
ସେ ଯୁଗର ବିବରଣୀ ଆଜି ଦୁର୍ଲଭ । ପ୍ରତିପକ୍ଷର ସୁପରିକଳ୍ପିତ ନିର୍ବେଦତା ମଧ୍ୟରେ ତାଙ୍କର ସମସ୍ତ ସୁତିର ଆଲେଖ୍ୟ ସବୁ ଆଜି ଅବଲୁପ୍ତ । ହେଲେ ତାହାରି ମଧ୍ୟରେ ଯେଉଁ କେତେକ ବୃତ୍ତାନ୍ତର ଝଲକ ଉପଲବ୍ଧ ହୁଏ, ତାହା ଆମକୁ ହତବାକ କରିଦିଏ । ସେ ଯୁଗର ପ୍ରତିଷ୍ଠିତ ମୁଦ୍ରାକର

ବାସୁଦେବ ନାୟକଙ୍କ ଫଟୋଗ୍ରାଫିକ୍ ସ୍ମୃତିଚାରଣରୁ ଉଦ୍ଧାର କରି ତାଙ୍କର ପୁତ୍ର ଗଣମାଧ୍ୟମ ବିଶେଷଜ୍ଞ ସାରଦା ପ୍ରସନ୍ନ ନାୟକ କହନ୍ତି
“ମଧୁସୂଦନ ଦାସ ପ୍ରାତଃ ଭ୍ରମଣରେ ମହାନଦୀ କୂଳକୁ, ପୂର୍ବାହ୍ନରେ କୋର୍ଟକୁ ଆଉ ସାୟାହ୍ନରେ କଚେରି ବାହୁଡ଼ାଣି ପଥରେ କାଠଯୋଡ଼ି କୂଳ ଦେଇ ରାଜାବଗିଚା ଓ ରାଣୀହାଟ ଦେଇ ନିଜର କୋଠିକୁ ଚାଲିଚାଲି ହିଁ ଫେରନ୍ତି । ତାଙ୍କର ପଶ୍ଚାତରେ କିଛି ଦୂରରେ ଅନୁଧାବନ କରୁଥାଏ ଘୋଡ଼ାଟଣା ଫିଟନ ଗଡ଼ି । ବେଳେବେଳେ ପଥ ମଧ୍ୟରେ ନିକଟସ୍ଥ ବସ୍ତିମାନଙ୍କୁ ଯାଇ ତାରକସି ଶିଳ୍ପୀ ତଥା ଅନ୍ୟ କାରିଗରଙ୍କର ଅଭିଜ୍ଞ ନିପୁଣତାରେ ପ୍ରସ୍ତୁତ ଅତ୍ୟନ୍ତ କଳା ଭାସ୍କର୍ଯ୍ୟ ସମ୍ବଳିତ ବସ୍ତୁମାନଙ୍କର ପରୀକ୍ଷାନୀରିକ୍ଷା କରୁଥିଲେ । ତାଙ୍କର ନିତିଦିନିଆ ଏହି ଦିନଚର୍ଯ୍ୟାର ଅବିସ୍ମରଣୀୟ ଯାତ୍ରା ପଥରେ ସେ ସହରୀ ଶିକ୍ଷିତ ବ୍ୟକ୍ତିମାନଙ୍କୁ ନିରାପଦ ଦୂରତ୍ବରେ ରଖିଥାନ୍ତି, ଆଉ ତାଙ୍କର ଅନୁସନ୍ଧିସୁ ଆଖି ଖୋଜିବୁଲୁଥାଏ ଗୋଟିଏ ଗହଣଶୀଳ ନିସ ଦରିଦ ବ୍ୟକ୍ତିଟିଏ ପାଇବାପାଇଁ । କିଛିକ୍ଷଣ ପରେ ରାସ୍ତାଧାରରେ ଚାଲୁଥିବା ଏହିଭଳି ଜଣେ ଶିପ୍ସିତ ବ୍ୟକ୍ତିଟିଏ ପାଇଗଲେ, ତା' ନିକଟକୁ ଚାଲିଯାଆନ୍ତି । ଆଉ ତା’ ପିଠିରେ କିଞ୍ଚିତ୍ ସ୍ପର୍ଶକରି ଅଥବା ଥାପୁଡ଼େଇ ଦେଇ ଦ୍ରତ ପଦପାତରେ ଆଗକୁ ଚାଲିଆସି ତାକୁ ଆନ୍ତରିକ ସମ୍ଭାଷଣ ଜଣାଇ ସ୍ବାଗତ କରନ୍ତି । ଅବସ୍ଥା ଭେଦରେ ନମସ୍କାର ମଧ୍ୟ କରିଥାନ୍ତି । ପ୍ରତ୍ୟୁତ୍ତରରେ ସେହି ବ୍ୟକ୍ତି ଠାରୁ ନିର୍ମଳ ଭାବବିନିମୟର ଇସାରା ମିଳିଥାଏ ଏବଂ ଉଭୟଙ୍କର ଚକ୍ଷୁର ମିଳନ ହୋଇଥାଏ । ହଁ, ସେ ଯେ ନିଜର ବାଞ୍ଚିତ ବ୍ୟକ୍ତିଟିଏ ପାଇଗଲେ । ଏଣିକି ଛନ୍ଦରେ ନିଜର ବାହୁଟିକୁ ସମବେଦନା ଆଉ ସହୃଦୟତାର ଅଭିବ୍ୟକ୍ତିରେ, ସେହି ବ୍ୟକ୍ତିଠାରେ ବେଢ଼େଇ ଦିଅନ୍ତି । ସେହିପରି ମୁଦ୍ରାରେ ନିଜସ୍ ଦୁନିଆର କଥୋପକଥନ ଓ ବାର୍ତ୍ତାଳାପରେ ଉଭୟ ଚାଲିଥାଆନ୍ତି ଆଗକୁ ନିରୋଳା ପଥରେ । ସେହି ବ୍ୟକ୍ତିଟିର ଜୀବନର ସମସ୍ୟା ସଂପର୍କରେ ସେ ନିବିଡ଼ ଭାବେ ପରିଚିତ ହୋଇଯାଆନ୍ତି । ପଥ ସରିବା ପୂର୍ବରୁ ଉଭୟେ ଉଭୟଙ୍କଠାରୁ ବିଦାୟ ନିଅନ୍ତି ପୁଣି ବାରମ୍ବାର ମିଳିତ ହେବାର ପ୍ରତିଶ୍ରୁତି ନେଇ । ଅତି ଅଭୁତ ଭାବେ ଏହା ମିଳିଯାଉଥିଲା ଗୋପୀନାଥ ମହାନ୍ତିଙ୍କର ପ୍ରଣପର୍ଶୀ ଆଦିବାସୀମାନଙ୍କ ସହିତ ମିଳିତ ହେବା ପ୍ରକ୍ରିୟା ସହିତ ।)
ଏହା କଣ ଆପଣଙ୍କୁ ଅବିଶ୍ୱାସବୋଧ ହେଉଛି ? କେବେ ନୁହେଁ । ତାହାର ପ୍ରମାଣସିଦ୍ଧ ବକ୍ତବ୍ୟ ପ୍ରଦାନ କରନ୍ତି ପ୍ରସିଦ୍ଧ ନାଟ୍ୟକାର ରାମଶଙ୍କର ରାୟ ୩୦.୧.୧୯୦୪ରେ ମଧୁବାବୁଙ୍କ ଏକ ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବରେ ସେ କହିଲେ - "ମଧୁବାବୁ ରାମ ସାହୁ ବା ଶ୍ୟାମଭୋଇ କଥା କହିଲେ କେବଳ ଶୁଣନ୍ତି ନାହିଁ, ବାଟରେ ଚାଲି ଯାଉଥିଲେ ‘ବାୟା’ ସହିତ ସୁଦ୍ଧା କଥାବାର୍ତ୍ତା କରନ୍ତି । ଦେଶପ୍ରାଣ ମଧୁସୂଦନ ଗ୍ରଛରେ ଆହୁରି ଚମକପ୍ରଦ ତଥ୍ୟ ସମ୍ଭାର ସନ୍ନିବେଶିତ ହୋଇଛି । ସେଥିରେ ଉଲ୍ଲେଖ ଅଛି ଯେ "ମଧୁବାବୁ ମାନସିକ ଯତ୍ରଣାଗ୍ରସ୍ତ ପାଗଳମାନଙ୍କ ପାଖରେ ବସି ସହୃଦୟ ଆନ୍ତରିକ ଭାବବିନିମୟରେ ବହୁ ସମୟ କେବଳ ବିତାଇ ଦିଅନ୍ତି ନାହିଁ, ସେହିମାନଙ୍କ ଚିକିତ୍ସାର ଭାର ବହନକରି ନିୟମିତ ଅର୍ଥ ସାହାଯ୍ୟ କରିଥାନ୍ତି । ସେହିଭଳି ଅସହାୟ ଭିକାରିମାନେ ତାଙ୍କର କରୁଣା ପାତ୍ର ଥିଲେ । କଟକର ପ୍ରଥମ ମହିଳା ଚିକିତ୍ସାଳୟ ଲେଡ଼ି ଟମ୍‌ସନ୍

ତି ସରିର ପ୍ରଥମ ସଂପାଦକ ରହି ସେ ଓଡ଼ିଶା ବାହାରୁ ବହୁ ଅର୍ଥର ସଂସ୍ଥାନ କରିଥିଲେ । କଟକର ପ୍ରଥମ କୁଷ୍ଠାଶ୍ରମ ତାଙ୍କର ହାର୍ଦ୍ଦିକ ପ୍ରଚେଷ୍ଟାରେ ସ୍ଥାପିତ ହୋଇଥିଲା ।"
ଏ ସଂପର୍କରେ ମଧୁସୂଦନ ଲେଖିଥିଲେ, ପ୍ରତ୍ୟେକ ମଣିଷ ହେଉଛି ଏକ ଆତ୍ମାର ସଂଗଠିତ ଶକ୍ତି ଓ ସେ ସ୍ବର୍ଗୀୟ କାର୍ଯ୍ୟାଦେଶ ଘେନି ଜନ୍ମଲାଭ କରେ । ତେଣୁ ସେ ପ୍ରାୟ ଲୋକଲୋଚନର ଅନ୍ତରାଳରେ ଦଳିତ, ନିଷ୍ଣୁଷିତ ବ୍ୟକ୍ତିମାନଙ୍କ ସହିତ ସମ୍ମିଳିତ ହେଉଥିଲେ, ଯେପରି ସେମାନେ ସେମାନଙ୍କର ଜୀବନଲାଗି ଅଭିପ୍ରେତ ଅଭୀଷ୍ଟ ଲକ୍ଷ୍ୟପୂରଣରେ ବ୍ରତୀ ହୋଇପାରିଲେ । ଅଯାଚିତ କରୁଣା ଓ ଅଫୁରନ୍ତ ସମ୍ବେଦନାର ଆଧାରରେ ମଧୁସୂଦନଙ୍କର ଏହି ଅକଳ୍ପନୀୟ ଅବଦାନର କୌଣସି ତୁଳନା ନାହିଁ ।
ଉତ୍କଳମଣି ଗୋପବଂଧୁ ୧୯୦୭ରେ ପ୍ରଥମେ ବନ୍ୟା ଦୁର୍ଗତଙ୍କ ସେବାଲାଗି ସାଧାରଣ କ୍ଷେତ୍ରରେ ଅବତୀର୍ଣ୍ଣ ହୋଇଥିଲେ । ମାତ୍ର ମଧୁସୂଦନ ପ୍ରାୟ ୧୮୮୭ରୁ ନିରବଚ୍ଛିନ୍ନ ଭାବରେ ଏହି ସେବାରେ ନିଜକୁ ନିୟୋଜିତ କରିଥିଲେ । ରଥଯାତ୍ରାବେଳେ ଜଗନ୍ନାଥ ସଡ଼କରେ ଭ୍ରାମ୍ୟମାଣ ଚିକିତ୍ସାକେନ୍ଦ୍ର ସ୍ଥାପନା ସହିତ, ବନ୍ୟା ତଥା ମରୁଡ଼ିଗ୍ରସ୍ତ ଜନତାର ସେବା ଓ ସାହଚର୍ଯ୍ୟ ପ୍ରଦାନ ଲାଗି ତାଙ୍କର ରୁ ଶରୀରରେ ଚାଲିଚାଲି, ପାଲିଙ୍କିରେ, ବଳଦଗାଡ଼ିରେ ଓ ଆବଶ୍ୟକ କ୍ଷେତ୍ରରେ ହାତୀ ପିଠିରେ ବସି ଦୁର୍ଗମ ଅଂଚଳକୁ ଯାତ୍ରା କରୁଥିଲେ, ଯାହାର ଅତ୍ୟନ୍ତ ଚାକ୍ଷୁସ ବିବରଣୀ ନାଭିସନଙ୍କ ପ୍ରାମାଣିକ ଗ୍ରଛରେ ସନ୍ନିବେଶିତ ହୋଇଛି ।
ଗୋପାଳକୃଷ୍ଣ ଗୋଖଲେଙ୍କ ସହିତ ମଧୁସୂଦନ ଦାସଙ୍କୁ ୧୯୦୪ ରେ ସି.ଆଇ.ଇ. ଉପାଧି ପ୍ରଦାନ କରାଯାଇଥିଲା । ସେ ସମୟରେ ତାଙ୍କ ଜୀବନର ସାମଗ୍ରିକ ମୂଲ୍ୟାୟନ କରି ଗୌରୀଶଙ୍କର ରାୟ ଉତ୍କଳଦୀପିକାରେ ଯେଉଁ ସଂପାଦକୀୟ ନିବନ୍ଧଟି ଲେଖିଥିଲେ, ତାହାର କିଛିଅଂଶ ଏଠାରେ ଉଦ୍ଧାର କରାଗଲା- *ଓଡ଼ିଶାରେ ଶ୍ରମଜୀବୀଙ୍କ ହିତ ନିମନ୍ତେ ଓ ସେମାନଙ୍କର ଶ୍ରମ ଲାଘବ କରିବାପାଇଁ ସେ ଓଡ଼ିଶା ଶିଳ୍ପଶାଳା ଖୋଲିଥିଲେ । ସାମାନ୍ୟ ଶ୍ରେଣୀର ଶ୍ରମଜୀବୀର ଦୁଃଖରେ ସେ ସହାନୁଭୂତି ପ୍ରଦର୍ଶନ କରିଛନ୍ତି ।
ଏହାଥିଲା ମଧୁସୂଦନଙ୍କ ମହନୀୟ ବ୍ୟକ୍ତିତ୍ବର ଏକ ଅନାଲୋଚିତ ଦିଗ । ଊନବିଂଶ ଶତାବ୍ଦୀର ଶେଷ ଭାଗରେ, ଗ୍ରାମ୍ୟ ଶିଳ୍ପ ରେ ଯେଉଁ ଉତ୍ପାଦନ ପ୍ରକ୍ରିୟା ପ୍ରଚଳିତ ଥିଲା, ତାହା ଥିଲା ଅତ୍ୟନ୍ତ ସଂତ୍ରଣାଦାୟକ ଶାରୀରିକ ଶ୍ରମ, ଯାହା ବହୁ ସମୟରେ ଅମାନବୀୟ ଥିଲା । ଶ୍ରମଜୀବୀ ଓ କାରିଗରମାନଙ୍କ କାୟିକ ସ୍କେଶକୁ ଅପନୋଦନ କରି ଯାନ୍ତ୍ରିକ ପ୍ରକିୟାର ପ୍ରଚଳନ କ୍ଷେତ୍ରରେ ମଧୁସୂଦନ ଥିଲେ ପ୍ରଥମ । ଜୈବିକ ଏବଂ ରାସାୟନିକ ବଂ ଗର ପ୍ରୟୋଗ ସାଙ୍ଗକୁ ତାରକସି, ତମ୍ବା, କଂସା, ପିତ୍ତଳ, ଲୁହା, ଆଲୁମିନିୟମ୍, କାଠ, ହାତୀଦାନ୍ତ ଓ ସୋଲ ଆଦି କ୍ଷେତ୍ରରେ ଯାଞ୍ଚିକ ପ୍ରକ୍ରିୟା ପ୍ରଚଳନଠାରୁ ଆରମ୍ଭକରି ଚମଡ଼ା ଶିଳ୍ପ ରେ ସେ ଉନ୍ନତ ବିଧିର ପ୍ରଚଳନ କରାଇଥିଲେ । ଏହା ମହାତ୍ମାଗାନ୍ଧୀଙ୍କର ଦୃଷ୍ଟିକୁ ଗଭୀର ଭାବେ ଆକର୍ଷିତ କରିଥିଲା । ମଧୁସୂଦନ କେନ୍ଦୁଝର ଆଦି ଗଡ଼ଜାତ ରାଜ୍ୟରେ ପରିଭ୍ରମଣ ବେଳେ ଅଶ୍ବାରୋହଣରେ ଶିଳ୍ପଗୁଡିକୁ ଯାଇ, ଅବସର ସମୟ କେବଳ

ବିତାଉ ନଥିଲେ, ସେମାନଙ୍କ ପାରଂପରିକ ଶିଳ୍ପରେ ମଧ୍ୟ ଉନ୍ନତି ସାଧନ କରିଥିଲେ । ମଧୁବାବୁଙ୍କ ସଂପର୍କରେ ମହାତ୍ମାଗାନ୍ଧୀ ଲେଖିଛନ୍ତି -

"ଏ ସମସ୍ତର ଊର୍ଦ୍ଧ୍ୱରେ ମଧୁସୂଦନ ଥିଲେ ନବ ଓଡ଼ିଶା ପ୍ରଦେଶର ଜନକ । ପିତା ନିଜ ଅଂଗରୁ ସନ୍ତାନର ଅବୟବ ପ୍ରଦାନ କଲା ପରି, ମଧୁସୂଦନ ପାରଳା ମହାରାଜାଙ୍କର ସୁନିପୁଣ ଓ ଦକ୍ଷ ସହାୟତାରେ ଅକଳନୀୟ ପ୍ରାକୃତିକ ବିଭବରେ ପରିପୂର୍ଣ୍ଣ ଓଡ଼ିଶା ପ୍ରଦେଶର ସୀମା ନିର୍ଦ୍ଧାରଣ କରାଇ ନବ ଓଡ଼ିଶା ପ୍ରଦେଶର ପ୍ରତିଷ୍ଠା କରିଥିଲେ । ପରିଣାମରେ ସେ ଥିଲେ ଏହି ରାଜ୍ୟର ସ୍ରଷ୍ଟା ।"


ରେବତୀ ଗଳ୍ପ ରଚନାର ଶତବାର୍ଷିକୀ ପାଳନ ହେଲା ୧୯୯୮ରେ । ସେ ସମୟରେ ନାରୀ ସମାଜର ସ୍ଥିତି ସଂପର୍କରେ ଚିନ୍ତା କଲେ ଆଚମ୍ବିତ ହେବାକୁ ହୁଏ । ରେବତୀ ଗଳ୍ପ ରଚନାର ସାତବର୍ଷ ପରେ ୧୯୦୫ ବେଳକୁ ଓଡ଼ିଶାର ରାଜନୈତିକ ଆଉ ସାଂସ୍କୃତିକ ରାଜଧାନୀ କଟକ ସହରରେ ବହୁ ସ୍ୱାଭିମାନୀ ପ୍ରଚଣ୍ଡ ପ୍ରତିଭାଶାଳୀ ବ୍ୟକ୍ତିଙ୍କର ଉପସ୍ଥିତି ସତ୍ତ୍ୱେ ନାରୀଶିକ୍ଷାର ଅଗ୍ରଗତି ଥିଲା ଅତ୍ୟନ୍ତ ପ୍ରାରମ୍ଭିକ ସ୍ତରରେ, 'ରେବତୀ ର ପାଠପଢ଼ା ପର୍ଯ୍ୟନ୍ତ । ଆହୁରି ଦୁର୍ଭାଗ୍ୟର ବିଷୟ ଯେ, ସେହିବର୍ଷ ରେଭେନ୍ସା ବାଳିକା ବିଦ୍ୟାଳୟରେ ଶିକ୍ଷାଦାନ ସ୍ତର ଭର୍ଣ୍ଣାକୁଲାର ଶ୍ରେଣୀରୁ ଅପର ପ୍ରାଇମେରୀ ସ୍ତରକୁ ଖସାଇ ଦିଆଗଲା, ବହୁ ବର୍ଷ ଧରି ପରୀକ୍ଷା ଫଳ ନୈରାଶ୍ୟଜନକ ହେବାରୁ । ସେହି ବର୍ଷ ଏହି ବାଳିକା ବିଦ୍ୟାଳୟର ମୋଟ ଛାତ୍ରୀ ୭୬ ଜଣଙ୍କ ମଧ୍ୟରୁ ଉଚ୍ଚ ପ୍ରାଥମିକ ସ୍ତରରେ ଛଅ ଜଣ, ନିମ୍ନ ପ୍ରାଥମିକ ସ୍ତରରେ ଦଶଜଣ ଆଉ ବଳକା ୬୦ ଜଣ ଶିଶୁ ଶ୍ରେଣୀରେ ପଢୁଥିଲେ । ସ୍କୁଲରେ ମାତ୍ର ସତର ଜଣ ଓଡ଼ିଆ ଛାତ୍ରୀ ଥିଲେ । ବାକି ସମସ୍ତେ ବଂଗାଳୀ ।
୧୯୦୫ ରୁ ୧୯୦୮ । ତାହାଥିଲା ନାରୀଶିକ୍ଷାର ଇତିବୃତ୍ତରେ ସ୍ଥାଣୁତାର ପର୍ଯ୍ୟାୟ । ନାରୀଶିକ୍ଷାର ସ୍ରୋତଟି ଅଟକି ଯାଇଥିଲା ବିଦ୍ବେଷର ଚକ୍ରାନ୍ତ ମଧ୍ୟରେ । ହଠାତ୍ ଦୃଶ୍ୟପଟ୍ଟରେ ଉଭାହେଲେ କ୍ରାନ୍ତି ପୁରୁଷ ମଧୁସୂଦନ । ତାକରି ଦିଦର୍ଶନରେ ହଜି ଯାଉଥିବା ସ୍ରୋତଟି ଯେପରି ପ୍ରବହମାନ ହେଲା ୧୯୦୮ରୁ ୧୯୧୦ ମଧ୍ୟରେ । ଓଡ଼ିଶାର ସର୍ବପ୍ରଥମ ବାଳିକା ହାଇସ୍କୁଟି ପୂର୍ଣ୍ଣାଙ୍ଗ ହେଲା । ଏହି ସମୟ ମଧ୍ୟରେ ଯେଉଁ ଦୁଇଜଣ ଛାତ୍ରୀ ପ୍ରଥମେ (୧୯୦୯)ମାଟ୍ରିକ୍ ପରୀକ୍ଷାରେ ଏହି ସ୍କୁଲ୍‌ରୁ ଉତ୍ତୀର୍ଣ୍ଣ ହେଲେ, ସେମାନେ ହେଉଛନ୍ତି ବିଶ୍ବନାଥ କରଙ୍କ କନ୍ୟା ନର୍ମଦା କର ଓ ଖ୍ରୀଷ୍ଟିୟାନ ପରିବାରର ଗ ଗାଧର ଷଡ଼ଙ୍ଗୀଙ୍କ କନ୍ୟା ଦ୍ରମୁଖୀ ଷଗୀ । ଏହି ଦୁଇଜଣ ମଧ୍ୟ ଓଡ଼ିଆ ଜାତିର ପ୍ରଥମ ମହିଳା ଗ୍ରାଜୁଏଟ, ଯେଉଁମାନେ କଲିକତାର ବେଥୁନ୍ କଲେଜରୁ ୧୯୧୫ରେ ବିଏ ପାଶ୍ କରି କିଛିବର୍ଷପାଇଁ ରେଭେନ୍ସା ବାଳିକା ବିଦ୍ୟାଳୟର ଶିକ୍ଷୟିତ୍ରୀ ରୂପେ ନାରୀଶିକ୍ଷାର ପ୍ରଗତିରେ ବଳିଷ୍ଠ ଯୋଗଦାନ କରିଥିଲେ ।

ଓଡ଼ିଶାର ନାରୀଶିକ୍ଷାକୁ ପର୍ଯ୍ୟାଲୋଚନା କଲେ ଜଣାଯାଏ ଯେ, ୧୮୬୯ ସାଲରେ ଛଅଜଣ ବଂଗୀୟ ବାଳିକାଙ୍କୁ ନେଇ ଘରୋଇ ଟ୍ୟୁସନ୍‍ ଭାବରେ ପ୍ରଥମ ପାଠଶାଳାଟି ଆରଂଭ ହୋଇଥିଲା । ୧୮୭୧ ସାଲ ବେଳକୁ ଏହା ୧୪ ଜଣ ଛାତୀ୍ରଙ୍କୁ ନେଇ ବାଲୁବଜାର ନିକଟରେ ଅବିନାଶ ଚଂଦ୍ର ଚଟ୍ଟୋପାଧ୍ୟୟଙ୍କ ଗୃହରେ ପରିଚାଳିତ ହେଉଥିଲା । ପରେ ସ୍କୁଲ୍‍ଟିର ନାମ ହେଲା ରେଭେନ୍‍ସା ହିନ୍ଦୁ ବାଳିକା ବିଦ୍ୟାଳୟ, ଯାହାକୁ ୧୮୮୩ ବେଳକୁ ଭର୍ଣ୍ଣାକୁଲାର ସ୍ତରକୁ ଉନ୍ନୀତ କରାଗଲା । ସେତେବେଳକୁ ମାସିକ ସରକାରୀ ଗ୍ରାଂଟ ଥିଲା ପଚିଶ ଟଙ୍କା । ୧୯୦୫ ବେଳକୁ ଏହାର ଶ୍ରେଣୀସଂଖ୍ୟା କମାଇ ଦିଆଗଲା । ଶିକ୍ଷାଦାନ ନିମ୍ନମାନର ଥିବାରୁ ଅନ୍ୟ ଏକ ଉନ୍ନତ ସ୍କୁଲ୍‍ ସ୍ଥାପନାପାଇଁ ସରକାରୀ ସ୍ତରରେ ମତ ପ୍ରକାଶ ପାଇଲା ।

ସେତେବେଳକୁ ଓଡ଼ିଶାରେ ଶିକ୍ଷିତ ଓ ସଂଭ୍ରାନ୍ତ ସମାଜରେ ନାରୀମାନଙ୍କର ସ୍ଥାନଥିଲା ସୂର୍ଯ୍ୟାଲୋକର ଅଗମ୍ୟସ୍ଥାନରେ, ଗୃହର ଅଂତଃପୁରରେ । ବହୁ ସଂପ୍ରଦାୟର ବାଲ୍ୟବିବାହ ଥିଲା ଚିରାଚରିତ ପ୍ରଥା । ବିବାହ ହେଉଥିଲା ବାରରୁ ପଂଦର ବର୍ଷ ମଧ୍ୟରେ । ଏପରିକି ସେ ବେଳର ସବୁଠାରୁ ପ୍ରଗତିଶୀଳ ପରିବାରରୁ ଆରମ୍ଭ ରମାଦେବୀଙ୍କର ବିବାହ ଚଉଦ ବର୍ଷରେ ହୋଇଥିଲା । ଝିଅମାନେ ଖଡ଼ିପାଠ, ଚାଟଶାଳୀ ପାଠ ସମାପ୍ତ କରି ପ୍ରାଥମିକ ବା ମାଇନର ଶ୍ରେଣୀ ପଢ଼ିଲାବେଳକୁ ବିବାହଯୋଗ୍ୟ ବୟସ ଆସି ପହଞ୍ଚି ଯାଉଥିଲା । ତେଣୁ ଉଚ୍ଚ ଶ୍ରେଣୀରେ ଅଧ୍ୟୟନ କରିବାପାଇଁ ଛାତ୍ରୀ ମିଳିବା ଥିଲା ଦୁଃସାଧ୍ୟ ।

ଏହାଛଡ଼ା ଆହୁରି ଥିଲା ଅନ୍ତର୍ନିହିତ ସମସ୍ୟା । ବଂଗ ପ୍ରଦେଶର ଗୋଟିଏ ଡିଭିଜନ ରୂପେ ଓଡ଼ିଶାର କେବଳ ଶାସକୀୟ ରାଜଧାନୀ ନୁହେଁ, ସାଂସ୍କୃତିକ ଜାଗରଣର ମୁଖ୍ୟକେନ୍ଦ୍ର ଥିଲା କଳିକତା, ଯାହା ସହିତ ଓଡ଼ିଶା ସଂଯୁକ୍ତ ହୋଇଥାଏ ନୂତନ ଭାବେ ସଂଯୁକ୍ତ ରେଳପଥଦ୍ୱାରା ୧୯୦୦ ସାଲରେ । ବଂଗାଳୀ ସଂସ୍କୃତିର ଧାରା ଅବାରିତ ଭାବରେ ବହିଚାଲିଥିଲା । ସ୍ୱଳ୍ପ ସଂଖ୍ୟକ ଓଡ଼ିଆ ଭାଷାରେ ମୁଦ୍ରିତ ପୁସ୍ତକଯୋଗୁଁ ଶିକ୍ଷିତ ସମାଜ ବଂଗଳା ପୁସ୍ତକ ପଢ଼ୁଥିଲେ । ବଂଗଳା ଭାଷା ହୋଇଯାଇଥିଲା ବାହାର ଜଗତ ସହିତ ସଂପର୍କର ସେତୁ । ଶିକ୍ଷିତ ଓଡ଼ିଆ ତୁଂଡ଼ରେ ଓଡ଼ିଆ ଅପେକ୍ଷା ବଂଗଳା ହିଁ ସହଜରେ ପଇଟୁ ଥିଲା । କିରାଣିଠାରୁ ଆରମ୍ଭକରି ହାକିମଙ୍କ ପର୍ଯ୍ୟନ୍ତ ସଂପର୍କ ସ୍ଥାପନକରିବା ସହିତ ଭାବପ୍ରକାଶ କରିବାଲାଗି ସବୁକ୍ଷେତ୍ରରେ ବଙ୍ଗଳା ଭାଷା ହିଁ ଥିଲା ମାଧ୍ୟମ ।

ଆହୁରି ଥାଆନ୍ତି ବଂଗଳାର ପ୍ରଭାବଶାଳୀ ଜମିଦାର ଗୋଷ୍ଠୀ, ସୂର୍ଯ୍ୟାସ୍ତ ଆଇନ ବଳରେ ଯେଉଁମାନଙ୍କର ଚେର ରହିଥାଏ ବଂଗଳା ମାଟିରେ । ଓଡ଼ିଶାରେ ବ୍ରାହ୍ମଧର୍ମ ଗ୍ରହଣ କରିଥିବା ପରିବାରସବୁ ସଂପର୍କିତ ଥିଲେ କଲିକତାର ବହୁ ସଂସ୍କୃତିସଂପନ୍ନ ପରିବାର ସହିତ । ଭକ୍ତକବି ମଧୁସୂଦନ ରାଓଂକଠାରୁ ଆରମ୍ଭ କରି ବହୁ ପରିବାରରେ ବଂଗଳା ହିଁ ପରିଣତ ହୋଇଯାଇଥିଲା ମାତୃଭାଷାରେ । ଏ ସମସ୍ତ ଥିଲା ସେ ଯୁଗର ଚଳଣି । ମାତ୍ର ସମସ୍ୟାଟି ହେଲା, ବଂଗଳା ଭାଷା ଜରିଆରେ ଜ୍ଞାନ ଆହରଣ ଓ ନୂତନ ସଂସ୍କୃତି ସହିତ ପରିଚିତ ହେଲାବେଳେ ନିଜର ମାଟି ଓ ପରଂପରା ଉପରେ ଠିଆ ହେବାର ଆତ୍ମପ୍ରତ୍ୟୟ ଓ ଦାମ୍ଭିକତା

ହୁଏତ ଓଡିଆମାନଙ୍କର ନଥିଲା । ଥିଲା ଉଜାଣି ସୁଅରେ ଭାସିଯାଇ ବଂଗୀୟ ସଂସ୍କୃତିକୁ ନିର୍ବିଚାରରେ ଗ୍ରହଣ କରିନେବାର ଅଦମ୍ୟ ଆଗ୍ରହ ।

ଏହି ସମୟ ସୁଅରେ ଭାସି ଯାଇଥିଲା ଓଡ଼ିଶାର ନାରୀଶିକ୍ଷା କିଛିକାଳ ଦିଗହରା ହୋଇ । ଏତିକିବେଳେ ନାରୀଶିକ୍ଷାର ମାର୍ଗଦର୍ଶନ କରିଥିଲେ ମଧୁସୂଦନ ଓ ଉଭାହୋଇଥିଲେ ଦୁଇଜଣ ବଳିଷ୍ଠ ବ୍ୟକ୍ତିତ୍ୱସଂପନ୍ନ ନାରୀ ଚରିତ୍ର । ଜଣେ କୁମାରୀ ଶୈଳବାଳା ଦାସ । ଜନ୍ମ, ଶିକ୍ଷା, ଦୀକ୍ଷା ଓ ବିଦ୍ୟାଧ୍ୟୟନ ବଂଗରେ । ଧର୍ମରେ ଖ୍ରୀଷ୍ଟିୟାନ, ସଂସ୍କୃତିରେ ବଂଗାଳୀ । ୧୮୯୭ରେ ଆଇ.ଏ ପାଶ୍‍ ଓ ୧୯୦୬-୭ରେ ବିଲାତରେ ନାରୀଶିକ୍ଷାର ସ୍ୱତଂତ୍ର ପ୍ରଶିକ୍ଷଣ ପ୍ରାପ୍ତା । ମାତ୍ର ମଧୁବାବୁଙ୍କ ପାଳିତା କନ୍ୟା ଭାବରେ ଓଡ଼ିଆର ଅଧିକାରିଣୀ ଓ ମଧୁବାବୁଙ୍କ ନିର୍ଦ୍ଦେଶରେ କିଛିକାଳ ଓଡ଼ିଶାର ସ୍ୱାର୍ଥରକ୍ଷା (ନାରୀଶିକ୍ଷା) ପାଇଁ ନିଜକୁ ନିୟୋଜିତ କରିଥିଲେ । ତାଙ୍କର ଶିକ୍ଷା, ଦୀକ୍ଷା ତଥା ସଂସ୍କୃତି ଏଥିରେ କିଛିଟା ପ୍ରତିବଂଧକ ସୃଷ୍ଟି କରିଥିଲେ ମଧ୍ୟ ମଧୁସୂଦନଙ୍କର ବ୍ୟକ୍ତିଗତ ପ୍ରଭାବଯୋଗୁଁ ସେ ଏହା ବହୁ ପରିମାଣରେ ଅତିକ୍ରମ କରିପାରିଥିଲେ ।

ଅନ୍ୟ ଜଣେ ହେଉଛନ୍ତି, ରେବା ରାୟ(ରାଓ) । ଜନ୍ମରେ ମରାଠୀ, ଭକ୍ତକବିଙ୍କ ଝିଆରୀ, ବିଶିଷ୍ଟ ଓଡ଼ିଆ ଅଭିଧାନ ପ୍ରଣେତା ଜଗନ୍ନାଥ ରାଓଙ୍କର ଝିଅ । ବାଲ୍ୟଶିକ୍ଷା ରେଭେନ୍‍ସା ବାଳିକା ବିଦ୍ୟାଳୟରେ । ୧୮୮୭ରେ ବୃତ୍ତି ପାଇ ଅପର ପ୍ରାଇମେରୀ ପାଶ୍‍ ସହିତ ଭର୍ଣ୍ଣାକୁଲାର କ୍ଲାସ୍‍ରେ ଅଧ୍ୟୟନ । ଅଳ୍ପ ବୟସରୁ ତାଙ୍କ ରଚିତ ଓଡ଼ିଆ ଗ୍ରନ୍ଥ "ଅଂଜଳି' ଉଚ୍ଚ ପ୍ରଶଂସିତ ହୋଇଥିଲା । ଓଡ଼ିଆ ଭାଷାରେ ତାଙ୍କର ପ୍ରଥମ ରନ୍ଧନ ଶାସ୍ତ୍ର "ରାନ୍ଧଣା' ସର୍ବଜନାଦୃତ ହୋଇଥିଲା । ସେ ଓଡ଼ିଆ ସାଧୁଚରଣ ରାୟଙ୍କୁ ବ୍ରାହ୍ମ ମତରେ ବିବାହ କରିଥିଲେ । ସ୍ୱାମୀଙ୍କ ସହାୟତାରେ ସେ ଆଶା ନାମରେ ସାମୟିକ ଓଡ଼ିଆ ପତ୍ରିକା ସଂପାଦନା କରିଥିଲେ । ଏସବୁ ସତ୍ତ୍ୱେ ବ୍ରାହ୍ମଧର୍ମ ତଥା ଭକ୍ତକବିଙ୍କ ଜରିଆ ରେ କଲିକତା ତଥା ବଂଗଳାର ବହୁ ସଂସ୍କୃତିସଂପନ୍ନ ପରିବାରଙ୍କ ସହିତ ଜଡ଼ିତ ଥିଲେ ଓ ବଂଗଳା ସଂସ୍କୃତି ପ୍ରତି ତାଙ୍କର ଅପରିସୀମ ଆଗ୍ରହ ଥିଲା । କୁମାରୀ ଶୈଳବାଳା ଓ ଶ୍ରୀମତୀ ରେବା ରାୟ ଦୁଇଟି ବିପରୀତମୁଖୀ ଚରିତ୍ର । ନିଜର ବ୍ୟକ୍ତିତ୍ୱକୁ ଉପସ୍ଥାପିତ କରିବାରେ ପାରଦର୍ଶୀ । ଲକ୍ଷ୍ୟ ହାସଲ ଲାଗି ଯେକୌଣସି ପଥ ଗ୍ରହଣ କରିବାକୁ ପଛାଉ ନଥିଲେ ସେମାନେ । ଆଗରୁ କୁହାଯାଇଛି, ରେଭେନ୍‍ସା ବାଳିକା ବିଦ୍ୟାଳୟରେ ଶିକ୍ଷାଦାନର ମାନରେ ଅବନତିଯୋଗୁଁ ନୂତନ ବାଳିକା ବିଦ୍ୟାଳୟ ସ୍ଥାପନାପାଇଁ ସରକାରୀ ସ୍ତରରେ ମାନସିକତା ସୃଷ୍ଟି ହୋଇଥିଲା । ଏହାର ସୁଯୋଗ ନେଇ ରେବା ରାୟ ଗୋଟିଏ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାପନ କଲେ, ଭକ୍ତକବି ଯାହାର ପୃଷ୍ଠପୋଷକ ରୂପେ ଛିଡ଼ା ହୋଇଥିଲେ । ସ୍କୁଲ୍‍ର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଲା ମାର୍ଚ୍ଚ ୧୯୦୭ରେ । ଏଥିରେ ୪୫ ଜଣ ବାଳିକା ପଢ଼ୁଥିଲେ । ସଭାରେ ପରଦା ଆଢୁଆଳରେ ବାଳିକାମାନେ ବଂଗଳା ଗୀତ ଗାନ ସାଙ୍ଗକୁ ଇଂରାଜୀ ପାଠ ଆବୃତ୍ତି କରୁଥିଲେ । ଏ ସ୍କୁଲ୍‍ ସଂପର୍କରେ ନିର୍ଭୀକ ସାମ୍ବାଦିକ ଗୌରୀ ଶଙ୍କର ରାୟ କହିଥିଲେ- "କେବଳ ସ୍କୁଲର ସମସ୍ତ ପିଲା ବଂଗାଳୀ ହୋଇଥିବାରୁ ଆମମାନଙ୍କ ମନରେ ବିଶେଷ ଦୁଃଖ ହୋଇଥିଲା । ଶ୍ରୀମତୀ ରେବା ରାୟ ଓଡ଼ିଆ ହୋଇଥିବା ସ୍ଥଳେ ତାଙ୍କ ପ୍ରତିଷ୍ଠିତ ସ୍କୁଲ୍‌‌ରେ ଓଡ଼ିଆ ଛାତ୍ରୀ ଅଭାବ ଥିବା ବଡ଼ ଆଶ୍ଚର୍ଯ୍ୟର

ବିଷୟ । ଏ ସ୍କୁଲ୍‍ ସଂପର୍କରେ ପରବର୍ତ୍ତୀ ଘଟଣା ପ୍ରବାହ ଅନୁଧ୍ୟାନ କଲେ ଜଣାଯାଏ, ଏହି ସ୍କୁଲ୍‍ଟି ଆଜିକାଲିର ବହୁ ଧର୍ମୀୟ ସଂସ୍ଥା ପ୍ରତିଷ୍ଠିତ କନ୍‍ଭେଂଟ ଶୈଳୀର ସ୍କୁଲ୍‍ ପରି ଥିଲା । ସ୍କୁଲ୍‍ଟି ଆଦର୍ଶ ବାଳିକା ବିଦ୍ୟାଳୟ ନାମରେ ନାମିତ ହୋଇଥିଲେ ମଧ୍ୟ ବଂଗରେ ଏହା ବ୍ରାହ୍ମ ବାଳିକା ବିଦ୍ୟାଳୟ ରୂପେ ପରିଚିତ ଥିଲା । ତେଣୁ କଲିକତା ଓ ବଂଗର ବହୁ ବଂଗାଳୀ ଛାତ୍ରୀ ଏଠାରେ ଆସି ପଢ଼ୁଥିଲେ । ବଳକା ଛାତ୍ରୀ ଥିଲେ ବଂଗଳାରୁ ଆଗତ ସରକାରୀ କର୍ମଚାରୀ ତଥା ଜମିଦାରଙ୍କ ଝିଅ । ତେଣୁ ଏହି ସ୍କୁଲ୍‍କୁ ଅଚିରେ ମାସିକ ସରକାରୀ ଗ୍ରାଣ୍ଟ ୩୦୦ଟଙ୍କା ମିଳିପାରିଲା । ଏହି ଛାତ୍ରୀମାନଙ୍କ ମଧ୍ୟରୁ ଅନେକେ ରେଭେନ୍‍ସା ବାଳିକା ବିଦ୍ୟାଳୟରୁ ଆସିଥିବାରୁ ସେ ସ୍କୁଲରେ ଛାତ୍ରୀସଂଖ୍ୟା କମିଗଲା । ରେଭେନ୍‍ସା ବାଳିକା ବିଦ୍ୟାଳୟକୁ ସ୍କୁଲ୍‍ ବିଭାଗ ଅଧିକାରୀ ମଧୁସୂଦନ ରାଓ ୧୯୦୭ ମସିହାରେ ପରିଦର୍ଶନକରି ଲେଖିଥିଲେ- "ଏହି ସ୍କୁଲ୍‍ରେ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ୨ଜଣ, ନିମ୍ନ ପ୍ରାଥମିକ ଶ୍ରେଣୀରେ ୫ ଜଣ ଓ ବଳକା ୬୦ ଜଣ ଛାତ୍ରୀ ଶିଶୁ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ।" ତେଣୁ ମଧୁସୂଦନ ରାଓ ମଂତବ୍ୟ ଦେଲେ ଯେ, ଉପରୋକ୍ତ ବିବରଣୀକୁ ନଜର କଲେ ଏ କଥା ଆଖିରେ ପଡେ଼ ଯେ ଏ ସ୍କୁଲ୍‍ର ମାନ ଅତ୍ୟନ୍ତ ନିମ୍ନ ସ୍ତରର ହୋଇପଡ଼ିଛି । ଏହା ପ୍ରକୃତରେ ଗୋଟିଏ ଶିଶୁ ବିଦ୍ୟାଳୟ । ମୁଁ ଦୁଃଖର ସହ ଅନୁଭବ କରୁଛି, ଏହା ଦିନକୁ ଦିନ ଖରାପ ଆଡ଼କୁ ଗତି କରୁଛି । ଏହା ସହିତ ରେବା ରାୟଙ୍କ ସ୍କୁଲ୍‍କୁ ଉଚ୍ଚ ବିଦ୍ୟାଳୟରେ ପରିଣତ କରିବାପାଇଁ ଦୃଢ଼ ସମର୍ଥନ ସେ ଜଣାଇଥିଲେ । ଏଥିପାଇଁ ସରକାରୀ କର୍ମଚାରୀଙ୍କ ଅକୁଣ୍ଠ ସମର୍ଥନ ଥିଲା । ଫଳରେ ରେଭେନ୍‍ସା ବାଳିକା ବିଦ୍ୟାଳୟକୁ ସରକାରୀ ଅନୁଦାନ କମିଗଲା ।

ସୌଭାଗ୍ୟବଶତଃ ରେଭେନ୍‍ସା ବାଳିକା ବିଦ୍ୟାଳୟର ଆସିଷ୍ଟାଣ୍ଟ ସେକ୍ରେଟାରୀ ପଦରେ ତରୁଣ ଓକିଲ ଗୋପାଳ ଚଂଦ୍ର ପ୍ରହରାଜ (ପରବର୍ତ୍ତୀ କାଳରେ ପ୍ରଖ୍ୟାତ ଭାଷାବିତ୍‍) ଅବସ୍ଥାପିତ ହୋଇଥିଲେ । ସେତେବେଳର ବି.ଏ. ପାଶ୍‍ ଛାତ୍ରମାନଙ୍କୁ ମଧୁବାବୁଙ୍କ ଅନୁମୋଦନ କ୍ରମେ ଡେପୁଟି ଚାକିରି ମିଳୁଥିଲା । ସେ ସମୟରେ ମଧୁବାବୁ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ଅନ୍ତର୍ନିହିତ ପ୍ରତିଭାର ଠାବକରି ତାଙ୍କର ସକଳ ଅନୁରୋଧ ସତ୍ତ୍ୱେ ଡେପୁଟି ଚାକିରିପାଇଁ ଅନୁମୋଦନ ନ କରି ଦେଶ ସେବାରେ କିଛି ସମୟ ଦେବାପାଇଁ ଅନୁପ୍ରେରିତ କରିଥିଲେ ।

ଗୋପାଳ ପ୍ରହରାଜ ମଧୁବାବୁଂକ ଜୁନିୟର ଓକିଲ ଥିଲେ । ସେ ଏତିକିବେଳେ ମଧୁବାବୁଙ୍କୁ ନାରୀଶିକ୍ଷା ସଂପର୍କରେ ଉପୁଜୁଥିବା ସମସ୍ୟା ସଂପର୍କରେ ଅବଗତ କରାଇଥିଲେ । ତତ୍‍କ୍ଷଣାତ୍‍ ମଧୁବାବୁଙ୍କ ନିର୍ଦ୍ଦେଶରେ ସଦ୍ୟ ବିଲାତରୁ ଶିକ୍ଷାପ୍ରାପ୍ତ ଶୈଳବାଳା ଓ ଗୋପାଳ ପ୍ରହରାଜଙ୍କୁ ରେଭେନ୍‍ସା ବିଦ୍ୟାଳୟର ସଂପାଦିକା ଓ ସହ-ସଂପାଦକ ଭାବେ ନୁଯୁକ୍ତି ଦିଆଗଲା । ଘରଘର ବୁଲି ଛାତ୍ରୀ ସଂଗ୍ରହର ଅଭିଯାନ ଆରମ୍ଭ ହେଲା । ମଧୁସୂଦନଙ୍କ ବ୍ୟକ୍ତିଗତ ପ୍ରଭାବଯୋଗୁଁ ସ୍କୁଲ୍‍ର ଛାତ୍ରୀ ସଂଖ୍ୟା ୫୦ରୁ ୩୦୦କୁ ବୃଦ୍ଧି ପାଇଲା । ଏହାସତ୍ତ୍ୱେ ପଦସ୍ଥ ସରକାରୀ କର୍ମଚାରୀ ଏହି ସ୍କୁଲ୍‍ ବିରୋଧରେ କାର୍ଯ୍ୟ କରିଚାଲିଥିଲେ । ସରକାରୀ ଅନୁଦାନ ବଂଦ ହେବା ପରେ କିଛି ବର୍ଷ ଧରି ମଧୁସୂଦନ ସ୍କୁଲ୍‍ର ସମସ୍ତ ଖର୍ଚ୍ଚ ନିଜେ ବହନ କରିଥିଲେ । ଅବଶ୍ୟ କିଛି ସାହାଯ୍ୟ ମୟୂରଭଂଜ ମହାରାଜା ଓ କନିକା ରାଜାଙ୍କଠାରୁ ମିଳିଥିଲା । ଏହି ଅର୍ଥରେ ଘୋଡ଼ାଗାଡ଼ି ସବୁ ଛ୍ରାତ୍ରୀମାନଂକୁ


ପ୍ରତି ପରିବାରରୁ ସ୍କୁଲ୍‍କୁ ଆଣୁଥିଲା । କ୍ରମେ ରେବା ରାୟଂକ ସ୍କୁଲ୍‍ ସଂପର୍କରେ ପ୍ରକୃତ ତଥ୍ୟ କଲିକତାର ଉଚ୍ଚଶିକ୍ଷା ବିଭାଗର ଅଧିକାରୀଙ୍କ ନଜରକୁ ଆସିଲା । ୧୯୦୮ ସାଲ ଜୁଲାଇ ୨୫ ତାରିଖରେ ବଂଗ ପ୍ରଦେଶ ଡି.ପି.ଆଇ. ରେବା ରାୟଙ୍କ ସ୍କୁଲ୍‍କୁ ପରିଦର୍ଶନ କରି ମଂତବ୍ୟ ଦେଲେ- "ଏ ସ୍କୁଲ୍‍ ବର୍ତ୍ତମାନର ପରିସ୍ଥିତିରେ ଅଧିକ କାଳ ଚାଲିବା ଉଚିତ ହେବନାହିଁ । ଏହି ସ୍କୁଲ୍‍ ଓଡ଼ିଆମାନଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ । ଏହା ବଂଗାଳୀ ବାଳିକା ବିଦ୍ୟାଳୟ । ଅପରପକ୍ଷେ କୁମାରୀ ଶୈଳବାଳାଙ୍କ ସ୍କୁଲ୍‍ ଓଡ଼ିଶାରେ ନାରୀ ଶିକ୍ଷା କ୍ଷେତ୍ରରେ ପ୍ରଥମ ସଫଳ ପ୍ରଚେଷ୍ଟା ।" ଏହାପରେ ରେବା ରାୟଂକ ସ୍କୁଲ୍‍ଟି ସରକାରୀ ଅନୁଦାନରୁ ବଂଚିତ ହୋଇ ବନ୍ଦ ହୋଇଗଲା । ଏହା ଥିଲା ଅନ୍ୟ ପ୍ରଦେଶରୁ ଆସିଥିବା ବଂଗାଳୀ ସରକାରୀ କର୍ମଚାରୀଙ୍କ ପ୍ରତି ପ୍ରଚଣ୍ଡ ଆଘାତ । ତେଣୁ ସେମାନେ ସାମାନ୍ୟ ଉପଲକ୍ଷ୍ୟର ଆଳରେ ବହୁକାଳ ଧରି ଶୈଳବାଳାଙ୍କ ସ୍କୁଲ୍‍କୁ ସରକାରୀ ଅନୁଦାନ ବନ୍ଦ ରଖିଥିଲେ । ଆଉ ଏହି ଏକମାତ୍ର ଓଡ଼ିଆ ଉଚ୍ଚ ବିଦ୍ୟାଳୟକୁ ବଂଚାଇବାପାଇଁ ମଧୁସୂଦନ ଅକୁଣ୍ଠ ଭାବରେ ଅର୍ଥବ୍ୟୟ କରି ଚାଲିଥିଲେ । ପରେ ମଧୁସୂଦନ ବଂଗର ଗଭର୍ଣ୍ଣର ସାର୍‍ ଏଡ଼ୁଆର୍ଡ ବେକରଂକର ବ୍ୟକ୍ତିଗତ ଦୃଷ୍ଟି ଆକର୍ଷଣ କରି ପୁନରାୟ ଅନୁଦାନ ଆଣିଥିଲେ । ଶୈଳବାଳା ଏଥିପାଇଁ ଦାର୍ଜିଲିଂ ଯାଇ ଗଭର୍ଣ୍ଣରଙ୍କୁ ଭେଟିଥିଲେ । ସରକାରୀ ସାହାଯ୍ୟ ପାଇବା ପରେ ୧୯୧୩ ରେ ପୂର୍ଣ୍ଣାଙ୍ଗ ତଥା ସୁପରିଚାଳିତ ଏହି ମହିଳା ବିଦ୍ୟାଳୟକୁ ମଧୁସୂଦନ ସରକାରଙ୍କୁ ହସ୍ତାନ୍ତର କରିଥିଲେ । ପରେ ସମଗ୍ର ବିହାର ଓଡ଼ିଶା ପ୍ରଦେଶରେ ଏହା ପ୍ରଥମ ମହିଳା ବିଦ୍ୟାଳୟର ମାନ୍ୟତା ପାଇଥିଲା ୧୯୧୫ରେ ।

ଗ୍ରାମ୍ୟ ଅର୍ଦ୍ଧସ୍ୱାକ୍ଷର ବାଳିକା ରେବତୀକୁ (ନାରୀ ସମାଜକୁ ) କୁନ୍ତଳା କୁମାରୀ ସାବତ୍‍ ଅଥବା ଡାକ୍ତର ବୀଣା ଦେC କିମ୍ବା ଜ୍ୟୋତ୍ସ୍ନା ଦେC ସ୍ତରକୁ ଉନ୍ନୀତ କରିଥିଲେ ଯୁଗଦ୍ରଷ୍ଟା ମଧୁସୂଦନ, ମାତ୍ର କେତୋଟି ବର୍ଷର ପ୍ରଚେଷ୍ଟାରେ । ଏବେ ପଛକୁ ଦୃଷ୍ଟି ନିକ୍ଷେପ କଲେ ଆଶ୍ଚର୍ଯ୍ୟ ଲାଗେ,୧୮୬୭- ୬୮ ମସିହାରେ ଓଡ଼ିଆ ଭାଷା ଲୋପର ଚକ୍ରାନ୍ତ ନୁହେଁ, ୧୯୦୭ ରେ ଓଡ଼ିଶାରେ ନାରୀଶିକ୍ଷା ଲୋପପାଇଁ ଯେଉଁ ପ୍ରଚେଷ୍ଟା ହୋଇଥିଲା, ତହିଁରେ କିଛି ଲବ୍ଧପ୍ରତିଷ୍ଠ ନେତୃବର୍ଗ ସାମିଲ୍‍ ହୋଇଥିଲେ ବୋଧହୁଏ ନିଜର ଅଜ୍ଞାତ ସାରରେ, ଯାହାକୁ ମଧୁସୂଦନ ପ୍ରତିହତ କରିପାରିଥିଲେ, ନିଜର ବିଚକ୍ଷଣ ବୁଦ୍ଧିମତ୍ତା ଓ ଦୂରଦୃଷ୍ଟି ବଳରେ । କେବଳ ସେତିକି ନୁହେଁ, ବହୁ ଚକ୍ରାନ୍ତରୁ ଓଡ଼ିଆ ଜାତିକୁ ରକ୍ଷା କରିଥିଲେ ମଧୁସୂଦନ, ଯାହାର ଅନେକ ତଥ୍ୟ ଏ ପର୍ଯ୍ୟନ୍ତ ଉପଲବ୍ଧ ନୁହେଁ । ତାହାରି ମଧ୍ୟରୁ ଏହା ଗୋଟିଏ ଅଜ୍ଞାତ ଅଧ୍ୟାୟ ।


ସମଗ୍ର ଭାରତରେ ସମବାୟ ଆନ୍ଦୋଳନର ପ୍ରାରମ୍ଭକାଳ ୧୯୦୪ ସାଲ ରୂପରେ ଚିହ୍ନିତ ହୋଇଛି । ସେହିବର୍ଷ ଭାରତରେ ସର୍ବପ୍ରଥମ ସମବାୟ ଆଇନ ୧୯୦୪ ନାମରେ ପ୍ରଣୟନ କରାଯାଇଥିଲା । ଏହି ଆଇନ ପ୍ରଣୟନ ପରେ ପ୍ରାଥମିକ ସ୍ତରରେ ସମବାୟ ଋଣସମିତି ସ୍ଥାପନାପାଇଁ ସୁଯୋଗ ମିଳିଥିଲା । ଏହାପରେ ୧୯୧୨ ରେ ""ଭାରତ ସମବାୟ ସମିତି ଆଇନ ପ୍ରଣୀତ ହେଲା । ଫଳରେ ୧୯୦୪ର ଆଇନରେ ଥିବା ସମସ୍ତ ବାଧା ଓ ସୀମାବଦ୍ଧତାର ଅବସାନ ଘଟିଲା ଓ ସମବାୟ ସ୍ତରରେ ଅଣକୃଷି ଖାଉଟି ଭଂଡ଼ାର ଉଦ୍ୟୋଗ ଆଦି ସମିତି ପ୍ରତିଷ୍ଠା ପାଇଁ ସୁଯୋଗ ମିଳିଲା ।

ଓଡ଼ିଶା ପାଇଁ ଅତ୍ୟନ୍ତ ଗୌରବ ଆଉ ମର୍ଯ୍ୟାଦାର ବିଷୟ ଯେ,୧୯୦୪ ରେ ପ୍ରଥମ ସମବାୟ ଆଇନ ପ୍ରଣୟନର ଛଅବର୍ଷ ପୂର୍ବରୁ ୧୮୯୮ ସାଲରେ ମଧୁସୂଦନ ଦାସଙ୍କ ଦ୍ୱାରା ଭାରତର ଅନ୍ୟତମ ପ୍ରଥମ ସମବାୟ ସମିତି ""କଟକ କୋ-ଅପରେଟିଭ୍‍ ଷ୍ଟୋର୍‍ ର ସ୍ଥାପନା ହୋଇଥିଲା । ଏହା ହେଉଛି ସମବାୟ ଆନ୍ଦୋଳନର ଆଦ୍ୟ କୀର୍ତ୍ତିିସ୍ତମ୍ଭ । ବିଖଣ୍ଡିତ ଆଉ ବିଭାଜିତ ଓଡ଼ିଆ ଭାଷୀ ଅଂଚଳର ମିଶ୍ରଣ ଉଦ୍ଦେଶ୍ୟରେ ମଧୁସୂଦନ ଦାସ ୧୮୯୭ ସାଲର ଏପ୍ରିଲ୍‍ ମାସଠାରୁ ନଭେମ୍ବର ମାସ ପର୍ଯ୍ୟନ୍ତ ଇଂଲଣ୍ଡ ସହିତ ୟୁରୋପର ବହୁଦେଶ ପରିଭ୍ରମଣ କରିଥିଲେ । ସେହି ସମୟରେ ଇଂଲଣ୍ଡ ତଥା ୟୁରୋପର ବହୁଦେଶରେ ସମବାୟ ଆନ୍ଦୋଳନର ସର୍ବବ୍ୟାପକତା ଓ ମହନୀୟତାରେ ଅଭିଭୂତ ହୋଇ ମଧୁସୂଦନ ଦାସ ""କଟକ କୋ-ଅପରେଟିଭ୍‍ ଷ୍ଟୋର ସ୍ଥାପନପାଇଁ ସଂକଳ୍ପବଦ୍ଧ ହୋଇଥିଲେ ।

ଊନବିଂଶ ଶତାବ୍ଦୀ ଆରମ୍ଭରେ ସମାଜବାଦର ପରିପ୍ରକାଶ ଘଟିଥିଲା ଏବଂ ୧୮୪୭ ସାଲ ବେଳକୁ କାଲମାର୍କସ୍‍ଙ୍କର ମୁଖ୍ୟ ଗ୍ରନ୍ଥମାନ ପ୍ରକାଶିତ ହୋଇଥିଲା । ଏହା ଫଳରେ ସୋସିଆଲ୍‍ ଡେମୋକ୍ରେଟିକ୍‍ ଫ୍ରଣ୍ଟ ଦଳ ୧୮୮୧ରେ ଗଠିତ ହେଲା । ପରବର୍ତ୍ତୀ ପର୍ଯ୍ୟାୟରେ ମାର୍କସଙ୍କ ଚିନ୍ତାଧାରା ଅପେକ୍ଷା ଜର୍ଜ ବର୍ଣ୍ଣାଡ଼ ଶ, ସିଡ଼ନି ଓଲିଭର, ଗ୍ରାହମ ଓ୍ୱାଲ୍‍ସ ଏବଂ ସିଡ଼୍‍ନି ୱେବ୍‍ଙ୍କର

ପ୍ରତିଷ୍ଠିତ ଫାବ୍ରିଏନ ସୋସାଇଟି ଏହି ଦଳ ଉପରେ ପ୍ରଭାବ ବିସ୍ତାର କରିଥିଲା । ପରିଣାମରେ ୧୮୯୩ରେ ସ୍ୱତନ୍ତ୍ର ଶ୍ରମିକ ଦଳର ଉଭ୍ଭବ ହୋଇଥିଲା ।
ମଧୁସୂଦନ ଇଂଲଣ୍ଡରେ ପହଞ୍ଚିଲାବେଳକୁ ସମବାୟ ଆନ୍ଦୋଳନ ତଥା ସମାଜବାଦ ତାହାର ଗୌରବମୟ ପର୍ଯ୍ୟାୟରେ ଉପନୀତ ହୋଇଥିଲା । ସେ ୧୮୯୭ର ମଇମାସରେ ଲଣ୍ଡନରେ ପହଞ୍ଚିଲା ପରେ ଲଣ୍ଡନ ସମବାୟ ସମିତିର କାର୍ଯ୍ୟକାରିତାରେ ମୁଗ୍ଧହୋଇ ତାହାର କାର୍ଯ୍ୟ ପ୍ରଣାଳୀ ଅନୁଧ୍ୟାନ କରିଥିଲେ । ଏପରି ଘରୋଇ ଶିଳ୍ପସଂସ୍ଥା ତଥା ବାଣିଜ୍ୟିକ ସଂସ୍ଥାମାନଙ୍କରେ ସମବାୟ ଖାଉଟି ଭଣ୍ଡାରମାନ ସ୍ଥାପିତ ହୋଇ ଶ୍ରମିକମାନଙ୍କର ଅବସ୍ଥାରେ କିପରି ଉନ୍ନତି ଓ ସମୃଦ୍ଧି ଆଣିପାରିଥିଲା, ତାହା ମଧ୍ୟ ଅନୁଧ୍ୟାନ କରିଥିଲେ । ମଧୁସୂଦନ ଇଂଲଣ୍ଡରେ ସମବାୟର ମହାନ ତୀର୍ଥକ୍ଷେତ୍ର ରକ୍‍ଡେଲ୍‍କୁ ପରିଦର୍ଶନ କରି ଏହାର ସହଯୋଗୀ ଗୋଷ୍ଠୀ କିପରି ସେମାନଙ୍କର କ୍ରାନ୍ତିକାରୀ ଦିଗଦର୍ଶନରେ ସମବାୟ ଆନ୍ଦୋଳନକୁ ବିଶ୍ୱର ଏକ ସ୍ଥିର ଶକ୍ତିରେ ପରିଣତ କରିଥିଲେ, ତାହାର ମଧ୍ୟ ଅଧ୍ୟୟନ କରିଥିଲେ । ବିଶ୍ୱରେ ସମବାୟ ପ୍ରଚେଷ୍ଟାର ମୁଖ୍ୟ ଅନୁଷ୍ଠାନ ମାଞ୍ଚେଷ୍ଟରଠାରେ ପ୍ରତିଷ୍ଠିତ ଥିବା କେନ୍ଦ୍ରୀୟ ହୋଲ୍‍ସେଲ୍‍ ସମିତି ପରିଦର୍ଶନ କରି ସେହି ଅନୁଷ୍ଠାନ ତାହାର ଶାଖାମାନଙ୍କରେ ସୁଦକ୍ଷ ପରିଚାଳନାରେ ମଧ୍ୟ କିପରି ସମବାୟ ସାମ୍ରାଜ୍ୟର ସ୍ଥାପନା କରି ସମବାୟ କମନେଓ୍ୱଲ୍‍ ପ୍ରତିଷ୍ଠା ଲାଗି ପଥ ସୁଗମ କରିପାରିଛି, ତାହା ଅନୁଧ୍ୟାନ କରିଥିଲେ । ଏହି ପରିଦର୍ଶନ କାଳରେ ଇଂଲଣ୍ଡର ସମବାୟ କ୍ଷେତ୍ରରେ କ୍ରାନ୍ତିକାରୀ ପ୍ରବାଦ ପୁରୁଷ ଜାକୋବ ଜର୍ଜ ହୋଲିୟୋକ୍‍(୧୮୧୭-୧୯୦୬)ଙ୍କୁ ଭେଟିଥିଲେ । ହୋଲିୟୋକ୍‍ ମୁଖ୍ୟତଃ ଜଣେ ଇଂଜିନିୟର ଥିଲେ ମଧ୍ୟ ୧୮୩୭ ସାଲରୁ ସମବାୟ ଚିନ୍ତାଧାରାର ପ୍ରତିଷ୍ଠାତା ରବର୍ଟ ଓୟେନ୍‍ଙ୍କ ସଂପର୍କରେ ଆସିଥିଲେ । ସମବାୟ ଆନ୍ଦୋଳନର ଅଗ୍ରଗତିର ପ୍ରତ୍ୟେକ ପର୍ଯ୍ୟାୟରେ ସେ ସମ୍ମିଳିତ ଥିଲେ ।
ଏପରିକି ବିଖଣ୍ଡିତ ଇଟାଲିକୁ ସ୍ୱତଂତ୍ର ଦେଶର ମାନ୍ୟତା ପ୍ରଦାନ କ୍ଷେତ୍ରରେ ହୋଲିୟୋକ୍‍ ସଂକଳ୍ପବଦ୍ଧ ଭୂମିକା ଗ୍ରହଣ କରିଥିଲେ । ଏଣୁ ମଧୁସୂଦନ ହୋଲିୟୋକଙ୍କୁ ସମବାୟ କ୍ଷେତ୍ରରେ ଆଦ୍ୟଗୁରୁ ରୂପେ ଗ୍ରହଣ କରିଥିଲେ । ମାଞ୍ଚେଷ୍ଟର ଛଡ଼ା ଲଣ୍ଡନଠାରେ ହୋଲିୟୋକଙ୍କୁ ମଧୁସୂଦନ ବହୁବାର ଭେଟିଥିଲେ । ପ୍ରକୃତରେ ହୋଲିୟୋକ୍‍ ଥିଲେ ଇଂଲଣ୍ଡ ତଥା ୟୁରୋପୀୟ ସମବାୟ ଆନ୍ଦୋଳନର ମୁଖ୍ୟ ବ୍ୟାଖ୍ୟାକାର । ତାଙ୍କ ରଚିତ ଅସଂଖ୍ୟ ପୁସ୍ତକାବଳୀ ମଧ୍ୟରେ ନିମ୍ନ ଲିଖିତ ପୁସ୍ତକାବଳୀଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଥିଲା । 1. Self Help by people 2. History of Co-operative in Rochdate. 3. History of co-operation in England. 4. Self-Help Hundred years ago. 5. Co-operative movement today (1891)
ମଧୁସୂଦନ ଲଣ୍ଡନରେ ଅବସ୍ଥାନ କାଳରେ, ଖାଉଟି ସମବାୟ ଭଣ୍ଡାରର ଅପୂର୍ବ ସାଫଲ୍ୟରେ ସ୍ତମ୍ଭୀଭୂତ ହୋଇ କଟକରେ ଏହି ଭଳି ଏକ ଭଣ୍ଡାର ପ୍ରତିଷ୍ଠା କରିବାଲାଗି ସଂକଳ୍ପବଦ୍ଧ ଥିଲେ । ଇଂଲଣ୍ଡରେ ଅବସ୍ଥାନ କାଳରେ ମଧୁସୂଦନ ଗ୍ଲାସ୍‍ଗୋଠାରେ ପ୍ରତିଷ୍ଠିତ ସ୍କଟିଶ୍‍ ସମବାୟ କେନ୍ଦ୍ରୀୟ ସମିତିକୁ ମଧ୍ୟ ପରିଦର୍ଶନ କରିଥିଲେ । ଲଣ୍ଡନଠାରେ ଅଗଷ୍ଟମାସ ୧୮୯୫ରେ ପ୍ରଥମ ଆନ୍ତର୍ଜାତିକ

ସମବାୟ ମୈତ୍ରୀ କଂଗ୍ରେସ ଅନୁଷ୍ଠିତ ହୋଇଥିଲା । ଏହା ସମସ୍ତ ପ୍ରକାର ସମବାୟ ଉଦ୍ୟୋଗକୁ ସମନ୍ୱିତ କରି ଆନ୍ତର୍ଜାତିକ ସମବାୟ ସଂଘ (I.C.A) ରୂପେ ପରିଚିତ ହେଲା । ମଧୁବାବୁ ଇଂଲଣ୍ଡରେ ଏହା ସହିତ ମଧ୍ୟ ସଂପର୍କିତ ଥିଲେ ।
ଇଂଲଣ୍ଡ ପରିଭ୍ରମଣ ସମାପ୍ତ କରି ମଧୁସୂଦନ ୧୮୯୭ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରେ ଜର୍ମାନୀ ଅଭିମୁଖେ ଯାତ୍ରା କରିଥିଲେ । ବହୁକାଳ ବିଖଣ୍ଡିତ ରହିବାପରେ ମହାନ ସଂଗ୍ରାମୀ ଇସ୍ପାତ ପୁରୁଷ ବିସ୍‍ମାର୍କଙ୍କ ନେତୃତ୍ୱରେ ଜର୍ମାନୀ ଏକତ୍ର ହୋଇ ୧୮୭୧ ସାଲ ବେଳକୁ ସ୍ୱତଂତ୍ର ଦେଶର ମାନ୍ୟତା ପାଇଥିଲା । ଏଣୁ ବିଭାଜିତ ଓ ଖଣ୍ଡିତ ଓଡ଼ିଆ ଜାତିକୁ ଏକତ୍ର କରିବାପାଇଁ ସଂକଳ୍ପବଦ୍ଧ ମଧୁସୂଦନଙ୍କ ପାଇଁ ଜର୍ମାନୀ ପରିଦର୍ଶନ ଏକ ତୀର୍ଥ କ୍ଷେତ୍ର ଥିଲା । ମଲାଗୋରୁର ଚମଡ଼ାକୁ କଷାଇ ଯୋତା ତିଆରି କରିବାର ବିଧାନ ଅନ୍ୱେଷଣରେ ମଧ୍ୟ ସେ ବିଦେଶ ଗସ୍ତରେ ଆସିଥିଲେ । ଜର୍ମାନୀରେ ଏହି ପ୍ରୟୋଗ ବିଧିର ଆବିଷ୍କାର କରି, ସେହି ପ୍ରଣାଳୀ ଅନୁସରଣରେ ମଧୁସୂଦନ ପରବର୍ତ୍ତୀ କାଳରେ ଉତ୍କଳ ଟ୍ୟାନେରି ପ୍ରତିଷ୍ଠା କରିଥିଲେ । ଜର୍ମାନୀ ରହଣି କାଳରେ ମଧୁସୂଦନ, ଜର୍ମାନର କୃଷି ଗ୍ରାମ୍ୟ ଋଣ ସମିତିର ଉପାଦେୟତା ସଂପର୍କରେ ଅନୁଧ୍ୟାନ କରିଥିଲେ । ରାଫାଇଜାନ ଗ୍ରାମ୍ୟ କୃଷିଋଣ ସମିତି ୧୮୬୨ ବେଳକୁ ପ୍ରତିଷ୍ଠା ହୋଇଥିବାବେଳେ ୧୮୭୨ ସାଲ ବେଳକୁ ସ୍କୁଲଜ ପ୍ରତିଷ୍ଠିତ ପୌର ସମବାୟ ବ୍ୟାଙ୍କ ପ୍ରତିଷ୍ଠିତ ହୋଇ ଗୌରବ ଅର୍ଜ୍ଜନ କରିଥିଲା । ଜର୍ମାନରେ ୧୮୬୪ ସାଲରୁ ସମବାୟ ଭୂବନ୍ଧକ ଋଣଦାନ ବ୍ୟବସ୍ଥା ମଧ୍ୟ ପ୍ରଚଳନ ଥିଲା । ଜର୍ମାନୀର ସମବାୟ ସ୍ଥିତି ଓ କାର୍ଯ୍ୟକାରିତା ସଂପର୍କରେ ଅନୁଧ୍ୟାନ ସମାପ୍ତ କରି ମଧୁସୂଦନ ସୁଇଜରଲ୍ୟାଣ୍ଡ ଓ ବେଲଜିୟମ୍‍ ପରିଦର୍ଶନ କରିଥିଲେ । ବିଖଣ୍ଡିତ ଇଟାଲି ମଧ୍ୟ ଗାରିବାଲଡ଼ି ଓ ମାଜ୍ଜିନୀଙ୍କ ନେତୃତ୍ୱରେ ୧୮୭୨ ବେଳକୁ ସମ୍ମିଳିତ ହୋଇ ସ୍ୱାଧୀନ ଦେଶରେ ପରିଣତ ହୋଇଥିଲା । ତେଣୁ ମଧୁସୂଦନଙ୍କପାଇଁ ଏହି ଦେଶ ପରିଦର୍ଶନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା । ଇଟାଲୀରେ ଲୁସ୍‍ଲିଙ୍କ ନେତୃତ୍ୱରେ ଗ୍ରାମ୍ୟ ଓ ପୌର ସମବାୟ ଋଣ ସମିତି ଗଠିତ ହୋଇଥିଲା । ଇଟାଲୀ ସମବାୟ ଆନ୍ଦୋଳନର ମୁଖ୍ୟ ବିଭବ ଥିଲା ସମବାୟ କୃଷି ସମିତି । ମୁଖ୍ୟତଃ ଜମି ଉଦ୍ଧାର କାର୍ଯ୍ୟକ୍ରମ ମାଧ୍ୟମରେ ଜମିର ଉନ୍ନୟନ କରାଯାଇ ସମବାୟ କୃଷି ସମିତି ପରିଚାଳନାରେ କୃଷି କାର୍ଯ୍ୟକ୍ରମ ସଂପାଦନପାଇଁ ବ୍ୟବସ୍ଥା ରହିଥିଲା ।
ମଧୁସୂଦନ ଦାସ ୧୮୯୭ ସାଲର ଏପ୍ରିଲ୍‍ ମାସ ଛବିଶି ତାରିଖରେ ଇଂଲଣ୍ଡ ଯାତ୍ରା କରି ସେଠାରେ ସେପ୍ଟେମ୍ବର ମାସ ଦଶ ତାରିଖ ପର୍ଯ୍ୟନ୍ତ ଅବସ୍ଥାନ କରି, ତପùରେ ଇଉରୋପର ବହୁ ଦେଶ ପରିଭ୍ରମଣ ପରେ ନଭେମ୍ବର ମାସର ଶେଷ ଭାଗରେ କଟକ ଫେରି ଆସିଥିଲେ । ସମଗ୍ର ୟୁରୋପରେ ପାଶ୍ଚାତ୍ୟ ସଂସ୍କୃତି, ସଭ୍ୟତା, ଶିଳ୍ପ, ଉଦ୍ୟୋଗ, ବାଣିଜ୍ୟ ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଅଭିଜ୍ଞତା ନେଇ ଓଡ଼ିଶାକୁ ଫେରି ଆସିଥିଲେ, ସେହି ଅନୁଭୂତିଲବ୍ଧ ଜ୍ଞାନକୁ ଓଡ଼ିଶା ମାଟିରେ ସଂଯୋଜିତ କରିବାପାଇଁ ।
ମଧୁସୂଦନ ଓଡ଼ିଶାରେ ସମବାୟ ଉଦ୍ୟୋଗ ଆରମ୍ଭ କରିବା ଅଭିପ୍ରାୟରେ କଟକରେ ନିଜ ବାସଭବନରେ ୧୮୯୮ ସାଲ ଫେବ୍ରୁଆରି ପାଞ୍ଚ ତାରିଖଠାରୁ ପ୍ରତି ଶନିବାର ସଂଧ୍ୟାରେ ବହୁ

ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରି ୟୁରୋପ ତଥା ଇଂଲଣ୍ଡରେ ସମବାୟ ଆନ୍ଦୋଳନର ବ୍ୟାପକତା ଓ କାର୍ଯ୍ୟକାରିତା ସଂପର୍କରେ ବ୍ୟାଖ୍ୟାନ ପ୍ରଦାନ ସହିତ ଆଲୋଚନା କରୁଥିଲେ । ଏ ସଂପର୍କରେ ସେହିବର୍ଷ ଫେବ୍ରୁଆରି ୫ ତାରିଖରେ ଉତ୍କଳ ଦୀପିକାରେ ନିମ୍ନଲିଖିତ ସମ୍ବାଦଟି ପ୍ରକାଶିତ ହୋଇଥିଲା :

“ଅଦ୍ୟ ଅପରାହ୍ମ ସମୟରେ ମାନ୍ୟବର ବାବୁ ମଧୁସୂଦନ ଦାସ ନିକଟସ୍ଥ କେତେକ ଭଦ୍ରଲୋକଙ୍କୁ ଆପଣା କୋଠିକୁ ଆସଂତ୍ରିତ କରିଅଛନ୍ତି । ସୌହାର୍ଘ୍ୟ ବଢ଼ାଇବା ଓ ଦୁଃଖ-ସୁଖର ଚର୍ଚ୍ଚା କରିବା ଏହି ଆମନ୍ତ୍ରଣର ଅଭିପ୍ରାୟ ଅଟେ । କେତେ ଜଣଙ୍କୁ ଆମନ୍ତ୍ରଣ କରିବାର ଏକମାତ୍ର କାରଣ ହେଲା ଏହିକି ଯେ, ଏକ ଦିନରେ ସମସ୍ତଙ୍କର ଉଚିତ ଆଦର ଓ ଚର୍ଚ୍ଚା କରିବା ଅସମ୍ଭବ । ଅତଏବ ବାବୁ ମହୋଦୟଙ୍କର ଇଚ୍ଛା ଯେ, କ୍ରମେ କ୍ରମେ ସମସ୍ତଙ୍କୁ ଆହ୍ବାନ କରିବେ ।”
ଏହି ପ୍ରକ୍ରିୟା ଫେବ୍ରୁଆରି ମାସଠାରୁ ଲାଗିରହିଲା । ଏହି ସାପ୍ତାହିକ ସମାରୋହରେ କେଉଁ ଦିନ କଳାକାର, କେଉଁଦିନ ଶିଳ୍ପୀଗେଷ୍ଠୀ, କେଉଁ ଦିନ କିରାଣିମାନଙ୍କୁ କେଉଁ ଦିନ ମୋଚି ବା ଅନ୍ୟ ଶ୍ରମଜୀବୀମାନଙ୍କୁ, କେଉଁଦିନ ବୁଣାକାର ଗୋଷ୍ଠୀଙ୍କୁ ଅଥବା କେଉଁ ଦିନ କଟକର ବୁଦ୍ଧିଜୀବୀ । ଗୋଷ୍ଠୀଙ୍କୁ ନିମନ୍ତ୍ରଣ କରୁଥିଲେ । ଏହି ସାପ୍ତାହିକ ଅଧିବେଶନକୁ ମଧୁସୂଦନ ଏଟ୍ ହୋମ୍ ନାମରେ ନାମିତ କରିଥିଲେ । ଫକୀରମୋହନ ତାଙ୍କର ଜୀବନବ୍ୟାପୀ ଗଡ଼ଜାତ ତଥା ଜମିଦାରି ମାହାଲମାନଙ୍କରେ କାର୍ଯ୍ୟବ୍ୟସ୍ତ ରହି ୧୮୯୬ ବେଳକୁ କଟକ ବକ୍ସିବଜାରରେ ଏକ କୋଠି କ୍ରୟକରି ଅବସ୍ଥାନ କରୁଥିଲେ । ଫକୀରମୋହନଙ୍କ ସହିତ ମଧୁସୂଦନଙ୍କର ବନ୍ଧୁତା ଓ ସଖ୍ୟଭାବ ଅତ୍ୟନ୍ତ ସୌହାର୍ଘ୍ୟପୂର୍ଣ୍ଣ ଥିଲା । ଫକୀରମୋହନ ପ୍ରାୟ ଏଟ୍ ହୋ ପ୍ରତି ଅଧିବେଶନରେ ଯୋଗଦାନ କରୁଥିଲେ । ଏହାଙ୍କ ସହିତ ଏହି ଅଧିବେଶନରେ ଉତ୍କଳ ସାହିତ୍ୟର ସୁଯୋଗ୍ୟ ସଂପାଦକ ବିଶ୍ବନାଥ କର ମଧ୍ୟ ଯୋଗଦାନ କରୁଥିଲେ । ଏ ସଂପର୍କରେ ତାଙ୍କର ପ୍ରଦତ୍ତ ବିବରଣୀ ଉତ୍କଳ ସାହିତ୍ୟ ପତ୍ରିକାରେ ୧୯୩୪ ସାଲ ଏପ୍ରିଲ ମାସରେ ମଧୁବାବୁଙ୍କ ଦେହାନ୍ତ ପରେ ପ୍ରକାଶିତ ହୋଇଥିଲା ।
"ଉତ୍କଳ ଗୌରବ ସ୍ବର୍ଗୀୟ ମଧୁସୂଦନ ଦାସ ମହୋଦୟ ପ୍ରଥମ ଥର ବିଲାତରୁ ଫେରିଆସି ନିଜ ବାସଭବନରେ ଗୋଟିଏ ସାପ୍ତାହିକ ଏଟ୍ ହୋମ୍ବର ଆୟୋଜନ କରିଥୁଲେ । ପ୍ରତି ଶନିବାର ସଂଧ୍ୟା ସମୟରେ ସହରର ବିଭିନ୍ନ ଶ୍ରେଣୀର କେତେଜଣ ଭଦ୍ରବ୍ୟକ୍ତି ନିମନ୍ତ୍ରିତ ହେଉଥିଲେ । ସେମାନଙ୍କପାଇଁ ଚା ଜଳଖିଆ ଓ ନାନା ପ୍ରକାରର କ୍ରୀଡ଼ାକୌତ୍ରକର ବ୍ୟବସ୍ଥା ହେଉଥିଲା । ଏହି ସୂତ୍ରରେ ଜାତୀୟ ଉନ୍ନତି ସମ୍ବନ୍ଧରେ ନାନା ଆଲୋଚନା ଚାଲୁଥିଲା । ପ୍ରକୃତ ପକ୍ଷରେ ଏହାହିଁ ଜାତୀୟ ଜାଗରଣ ଦିଗରେ ମଧୁସୂଦନଙ୍କର ପ୍ରଥମ ଉଦ୍ୟମ । ପ୍ରଧାନ କଥା ଥିଲା, ସମବାୟ ନୀତିରେ ଜାତୀୟ ଧନ ଇଂଣ୍ଡାର ବା ବ୍ୟାଙ୍କ ପ୍ରତିଷ୍ଠା କରି ତାହାରି ସାହାଯ୍ୟରେ ଜାତୀୟ ଶିଳ୍ପ ପ୍ରଭୃତିର ଉନ୍ନତି ସାଧନ । ମଧୁସୂଦନ ସାରା ଜୀବନ ଧରି ତାଙ୍କ ଉଦ୍ଦେଶ୍ୟ ସାଧନରେ ପରାଙ୍କୁଖ ନଥିଲେ ।

(ଉତ୍କଳ ସାହିତ୍ୟ ୩୭, ୧୦ ସଂଖ୍ୟା, ଏପ୍ରିଲ୍ ୧୯୩୪)

୧୮୯୮ ସାଲ ବୈଶାଖ ମାସ ଉତ୍କଳ ସାହିତ୍ୟ (୩୭/୧୦ ସଂଖ୍ୟା)ରେ ଫକୀର ମୋହନ ସେନାପତି "ଅତିହୋମ" ନାମରେ ଏକ ବିଷୟ ରଚନା କରି ସେଥିରେ ଲେଖିଛନ୍ତି- "ଭକ୍ତବତ୍ସଳ ଭଗବାନ ଆର୍ତ୍ତମାନଙ୍କ ଦୁଃଖ ବିମୋଚନ ନିମନ୍ତେ ସେହି ଘୋର ତିମିରାବଗୁଣ୍ଠିତା ରଜନୀରେ ଯାତ୍ରା କଲେ । ପ୍ରଭୁ ଅଂଧକାର ରାତି୍ରରେ ଏକାକୀ ଯାତ୍ରା କରିବାରୁ ଲକ୍ଷ୍ମୀଠାକୁରାଣୀ ପ୍ରଭୁଙ୍କୁ ଜଣାଇଲେ, ହେ ଗୋଲକପତି ! ଅନୁଗ୍ରହକରି ଦୁଃଖୀମାନଙ୍କର ଦୁଃଖ ବିମୋଚନ କର । ଆମ୍ଭେ ମଧ୍ୟ ସେମାନଙ୍କ ଶସ୍ୟ କ୍ଷେତ୍ରରେ ଚିରକାଳ ବିରାଜିତ ଥିବୁ । ଏଥୁ ଅନନ୍ତରେ ଭଗବାନ ଆକାଶ ମାର୍ଗରେ ବିରାଜିତ ହୋଇ ଶୂନ୍ୟବାଣୀରେ ଉଚ୍ଚସ୍ୱରରେ ଆଜ୍ଞା କଲେ- "ହେ ଉତ୍କଳୀୟମାନେ ! ଦେବରାଜ ସତ୍ୟବାଦୀ । ତାହାଙ୍କର ଅଭିଶାପ ଅବ୍ୟର୍ଥ । ତୁମେମାନେ ଏହି ଅଭିଶାପ ପ୍ରଭାବରୁ ଅବଶ୍ୟ ଦୁର୍ଦ୍ଦଶାକୁ ଭଜିବ । ମାତ୍ର ସେଥିରେ ମୁକ୍ତି ପାଇବାର ସନ୍ଧାନ ବୋଲୁଅଛୁ, ଶ୍ରବଣକର । କଳିଯୁଗର ମଧ୍ୟଭାଗରେ ଆମ୍ଭ ନାମ ଧାରଣକରି ଆମ୍ଭ ଅଂଶରୁ ଏକ ମହାପୁରୁଷ ଜନ୍ମଗ୍ରହଣ କରିବେ । ସେହି ପୁରୁଷ ଶ୍ୱେତଦୀପରୁ ଭ୍ରମଣ କରିଆସି ବାରବାଟୀ ପୁଣ୍ୟ କ୍ଷେତ୍ରରେ ରାଜସୂୟ ଅଶ୍ୱମେଧ ଯଜ୍ଞ ସମାନ ଏକ "ଅତିହୋମ" ଆରମ୍ଭ କରିବେ । ସେହି ଯଜ୍ଞ ଯାବନିକ ଭାଷାରେ ଏଟ୍‍ ହୋମ୍‍ ନାମରେ କଥିତ ହେବ । ସେହି ଯଜ୍ଞର ବିଧିପାଳନ କଲେ ତୁମ୍ଭେମାନେ ଶାପରୁ ମୁକ୍ତହୋଇ ପରମ ସୌଭାଗ୍ୟ ଲାଭ କରିବ । ଏହି ଯଜ୍ଞର ବିଧି ତୁମ୍ଭମାନଙ୍କୁ ବୋଲୁଅଛୁଁ, ମନଯୋଗ ପୂର୍ବକ ଶ୍ରବଣ କର । ରାଜସୂୟ ଯଜ୍ଞ ପରି `ଏହି ମହାଯଜ୍ଞ ଚତୁର୍ବର୍ଗ ଫଳପ୍ରଦ ଅଟେ । ଯଜ୍ଞକର୍ତ୍ତା ଶୁଦ୍ଧାଚାରୀ ହୋଇ ଶନିବାର ସାୟାହ୍ନ ସମୟରେ ନଗରବାସୀ ଭଦ୍ରଲୋକମାନଙ୍କୁ ଆହ୍ୱାନ ପୂର୍ବକ ସଭ୍ୟ କରିବେ । ସଭ୍ୟମାନେ ଯଥେଷ୍ଟ ପରିମାଣରେ ଚାହାପାନ, ତାମ୍ବୁଳ ଚର୍ବଣ ଓ ଧୂମପାନ କରି ଗୋଟିଏ ନ୍ୟାସନାଲ୍‍ ବ୍ୟାଙ୍କ ସ୍ଥାପନ କରିବେ । ସେହି ବ୍ୟାଙ୍କ୍‍ ପାଣ୍ଠି, ଓଡ଼ିଶାର ସର୍ବ ଶ୍ରେଣୀର ଲୋକମାନଙ୍କଠାରୁ ସଂଗ୍ରହ କରାଯିବ । ଯେଉଁମାନେ ବ୍ୟାଙ୍କ୍‍ରେ ମୁଦ୍ରା ନ୍ୟସ୍ତ କରିବେ, ପ୍ରତି ସମ୍ବତ୍ସରରେ ଲାଭ ଦୃଷ୍ଟିରେ ବୃଦ୍ଧି ଦିଆଯିବ । ବ୍ୟାଙ୍କ୍‍ ଧନରେ ଉତ୍କଳର ସମୁଦ୍ର କୂଳବର୍ତ୍ତୀ ପତିତ ଭୂମି କର୍ଷଣ କରାଯାଇ ଚା, ନୀଳ ପ୍ରଭୃତି ଲାଭକର କୃଷିମାନ କରାଯିବ ଏବଂ ଉତ୍କଳଭୂମିରୁ ଲୁପ୍ତପ୍ରାୟ ଶିଳ୍ପଜାତ ଦ୍ରବ୍ୟମାନ ବାଣିଜ୍ୟ ନିମନ୍ତେ ବିଦେଶକୁ ପ୍ରେରଣ କରାଯିବ । ହେ ଉତ୍କଳୀୟମାନେ ! ଆମ୍ଭର ଆଦେଶପାଳନ ନକଲେ କଦାଚ ଇନ୍ଦ୍ର ଶାପରୁ ମୁକ୍ତ ହେବନାହିଁ ।"


ଏତକ ବୋଲି ଭଗବାନ । ଶୂନ୍ୟରେ ହେଲେ ଅନ୍ତର୍ଦ୍ଧାନ ।।
ଗୁପତ ଭାଗବତ କଥା । ଶୁଣିଲେ ମରେ ଦେହୁଁ ବ୍ୟଥା ।।
ଯେ ଲୋକ ପଇସାର ରଙ୍କା । ପାଇବ ପଣପଣ ଟଂକା ।।
ଅପତ୍ୟ ନାହିଁ ଯାହା ଘରେ । ତା ପୁଅ ଡେଇଁବ ଦାଣ୍ଡରେ ।।
ସଂପଦ ଯିବ ଘରେ ଭରି । ସୁଖ ତା ବୋଇଲେ ନସରି ।।
ଯେ କରେ ଭକ୍ତିରେ ଶ୍ରବଣ । ସାଧୁ ଭକତ ସେହି ଜଣ ।।
ଅମାନ୍ୟ କରିବ ଯେ ଗୀତ । ଦଣ୍ଡ ପାଇବ ସମୁଚିତ ।।
ନିଶ୍ଚେ ସେ ବୁଢ଼ା ହେବ କାଳେ । ପାଚିଣ ଯିବେ ମୁଣ୍ଡବାଳେ ।।

ଖସି ପଡ଼ିବ ଦାନ୍ତ ମାନ । ଚୋବାଇ ନ ପାରିବ ପାନ ।
ଅମାନ୍ୟ କଲେ ଗୀତ ଶୁଣି । ମୁଣ୍ଡରେ ଚରିବ ଉକୁଣି ।
ନକର ଗ୍ରନ୍ଥ ଉପହାସ । ଗୀତେ ଭଣିଲେ ଦେବବ୍ୟାସ ।
ବାଇ ମହାନ୍ତି ଅନୁବାଦ । ଶ୍ରବଣେ ତୁଟଇ ପ୍ରମାଦ ।।


ଇତିଶ୍ରୀ ଗୁପ୍ତ ଭାଗବତେ ମହାପୁରାଣେ ପ୍ରଥମ ସ୍କନ୍ଦ ଶୁକ ପରୀକ୍ଷିତ ସମ୍ବାଦେ "ଅତିହୋମ" ନାମ ଦୁଇ ଅଧ୍ୟାୟ, ଶ୍ରୀ ପଞ୍ଚୁ ଚନ୍ଦ୍ର ଧୀରେନ୍ଦ୍ର ମହାନ୍ତି । (ଛଦ୍ମନାମ)
(ଫକୀରମୋହନଙ୍କ ଅତିହୋମ ରଚନା ଉପରେ ଶ୍ରୀଯୁକ୍ତ ବିଶ୍ବନାଥ କର, ସଂପାଦକ ଉତ୍କଳ ସାହିତ୍ୟ ସମାଜଙ୍କ ପ୍ରଦତ୍ତ ବକ୍ତବ୍ୟ) ।
"ସୁରସିକ ଫକୀର ମୋହନ ସେନାପତି ମହାଶୟ, ପଞ୍ଚଚନ୍ଦ୍ର ଧୀରେନ୍ଦ୍ର ମହାନ୍ତି, ଏହି ଛଦ୍ମନାମରେ ତାଙ୍କର "ନନାଙ୍କ ବୟାନୀ’ ଭିତରେ ଅତିହୋମ ନାମ ଦେଇ ଏହି ପ୍ରସଙ୍ଗ ଉଲ୍ଲେଖ କରିଥିଲେ । ୧୮୯୮ ସାଲ ବୈଶାଖ ମାସର ଉତ୍କଳ ସାହିତ୍ୟରୁ ଆମ୍ଭେମାନେ ଏଠାରେ ଉଦ୍ଧତି ଦେଲୁ ।” ମାତ୍ର ଓଡ଼ିଶାରେ ଦେଶବାସୀଙ୍କଠାରୁ ଏଥିଲାଗି ଆବଶ୍ୟକୀୟ ପ୍ରୋତ୍ସାହନ ଓ ସମର୍ଥନ ମିଳିପାରି ନ ଥିଲା । ତେଣୁ ପରବର୍ତ୍ତୀ ପର୍ଯ୍ୟାୟରେ କଟକଠାରେ ଗୋଟିଏ ଖାଉଟି ସମବାୟ ଭଣ୍ଡାର-କଟକ କୋ-ଅପରେଟିଭ୍ ଷ୍ଟାର ନାମରେ ପ୍ରତିଷ୍ଠା କରିବାକୁ ସିଦ୍ଧାନ୍ତ ଗ୍ରହଣ କଲେ । ଆଇନଜୀବୀ, ସରକାରୀ କର୍ମଚାରୀ, ଅମଲା ଶ୍ରେଣୀ, ଜନସାଧାରଣ ତଥା ନିମ୍ନବର୍ଗର ଲୋକମାନଙ୍କର ସଭା ଆହ୍ବାନ କରିଥିଲେ । ଏହା ଲକ୍ଷ୍ୟ ସାଧନର ଏକ ପର୍ଯ୍ୟାୟ, ଯାହା ସେ ଯୁଗରେ ଅସମ୍ଭବ ବୋଲି ବିବେଚିତ ହେଉଥିଲା । ମଧୁସୂଦନ ଥରେ କୌଣସି ସଂକଳ୍ପ ନେଲେ, ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଅସାଧ୍ୟ ହେଲେ ମଧ୍ୟ ତାହା ତାଙ୍କପାଇଁ ଅସମ୍ଭବ ହେଉ ନଥିଲା । କାର୍ଯ୍ୟ ନିର୍ଣ୍ଣାୟକ ଧାରା ଥିଲା ସୁପରିକଳ୍ପିତ । ତେଣୁ ସମିତିର ଅଂଶଧନ ସଂଗ୍ରହ ପର୍ଯ୍ୟାୟରେ ସେ ସଂଭାବ୍ୟ ସଭ୍ୟମାନଙ୍କୁ ବାରମ୍ବାର ଭେଟୁଥିଲେ । ସେହି ସମବାୟ (ଯୌଥ) ସ୍ଥାପନାପାଇଁ କେତେ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ମଧୁବାବୁଙ୍କ କୋଠରିରେ ୧୮୯୮ ସାଲର ଜୁନ ମାସରେ ସମିତି ସ୍ଥାପିତ ହେବାର ତିନି ମାସ ପୂର୍ବରୁ ମାର୍ଚ୍ଚମାସ ୧୨ ତାରିଖରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ତାହାର ବିବରଣୀ ମଧ୍ୟ ପ୍ରକାଶିତ ହୋଇଥିଲା ସେହି ମାସର "ଉତ୍କଳଦୀପିକା’ ପତ୍ରିକାରେ । ବିବରଣୀ କି ମନୋଜ୍ଞ, ପ୍ରାଞ୍ଜଳ, ଆୟ ବିଷୟରେ ଉପସ୍ଥାପନ ଖୁବ୍ ମାର୍ମିକ । ପାଠକମାନଙ୍କର କୌତୁହଳ ଚରିତାର୍ଥ କରିବାପାଇଁ ସମଗ୍ର ବିବରଣୀଟି ଉପସ୍ଥାପନା କରାଗଲା । ଜନତାର ସହଯୋଗରେ ସମବାୟ ସମିତିର ପ୍ରଚେଷ୍ଟାରେ ମୂଲ୍ୟବୋଧକୁ ମାନ୍ୟତା ପ୍ରଦାନ କରାଯାଇଥିଲା । ଏହି ଆଲେଖ୍ୟର ଏହା ହିଁ ପରମ ତାତ୍ପର୍ଯ୍ୟ ।
"ଗତ ରବିବାର ଅପରାହ୍ମଣ କାଳରେ ଅଦାଲତର କିଛି ଅମଲା ମାନ୍ୟବର ବାବୁ ମଧୁସୂଦନ ଦାସଙ୍କ ଘରଠାରେ ଏକତ୍ରିତ ହୋଇଥିଲେ । ବାବୁ ମହାଶୟ ସେମାନଙ୍କୁ ଅନେକ ଉତ୍ସାହ ଏବଂ ହିତକର ବାକ୍ୟରେ ବୁଝାଇଦେଲେ ଯେ, ଏକମେଳ ହୋଇ ଚେଷ୍ଟା ଓ ଯତ୍ରକଲେ ଅନେକ ସୁନ୍ଦର ଉପାୟ ବାହାରିପାରିବ । ବିଲାତରେ ସମଶ୍ରେଣୀର ଅନେକ ଲୋକ ଏକତ୍ରିତ ହୋଇ ଗୋଟିଏ

ବ୍ୟବସାୟଦ୍ୱାରା ଯେମନ୍ତ ସେମାନଙ୍କର ଅଭାବ ଦୂର କରୁଅଛନ୍ତି, ଦେଶୀୟ ଲୋକମାନେ ସେହିଭଳି ହିତକର କାର୍ଯ୍ୟକରିବାରେ ପ୍ରବୃତ୍ତ ହେବାର ଦେଖିଲେ ସେ ଅତ୍ୟନ୍ତ ଆନନ୍ଦିତ ହେବେ । ଅର୍ଥ ବିନା ବ୍ୟବସାୟ ଚାଲି ନପାରେ । ଏହା ସତ୍ୟ କଥା । ମାତ୍ର ଯେଉଁଠାରେ ଦଶଜଣ ମିଶି ଏକ ମନରେ ଚେଷ୍ଟା କରିବେ ସେଠାରେ ଅର୍ଥର ଅଭାବ ହେବନାହିଁ । ପ୍ରତିଜଣ ଅଳ୍ପ ଜମାକଲେ କେତେଗୁଡ଼ିଏ ଟଙ୍କା ଜମାହୋଇପାରିବ । ଅମଲାଙ୍କ ବେତନ ସେମାନଙ୍କ ଖର୍ଚ୍ଚକୁ ନିଅଣ୍ଟବୋଲି ସେମାନେ କିଛି ସଂଚୟ କରିପାରନ୍ତି ନାହିଁ । ସୁତରାଂ କୌଣସି ବ୍ୟବସାୟରେ ଯୋଗଦେବାକୁ ଅକ୍ଷମ ବୋଧ କରନ୍ତି । ଏହା ତାହାଙ୍କର ଭ୍ରମ ଅଟେ । ଅନ୍ୟ ଉପାୟ ତେଣିକି । କେବଳ ଦରମା ପାଇବା ବେଳେ ତହିଁରୁ କିଛି ମାସକୁ ମାସ ବ୍ୟାଙ୍କରେ ଜମାଦେଲେ ବର୍ଷରେ ଅବଶ୍ୟ କେତେଗୁଡ଼ିଏ ଟଙ୍କା ଜମାହେବ ଏବଂ ଯେତେ ଜମା କରିବା ବାବୁ ମହାଶୟ ସେଥିନିମନ୍ତେ କିଛି ସୁଧ ଦେବେ । ଉପସ୍ଥିତ ଅମଲାମାନେ ଏହି ଉପଦେଶ ଶୁଣି ପ୍ରତ୍ୟେକ ସେଭିଙ୍ଗ ବ୍ୟାଙ୍କ୍‍ରେ କିଛି ଟଂକା ଜମା କରିବାର ପ୍ରତିଜ୍ଞା କଲେ ଏବଂ ଯେ ଯେତେ ଟଂକା ଜମା କରିବ, ତହିଁର ତାଲିକା ମଧ୍ୟ ଦେଲେ . ତହିଁରେ ମୋଟ ଟ ୮୩ ଙ୍କା ହେଲା . ସେଭିଙ୍ଗ୍‍ ବ୍ୟାଙ୍କ ବହିମାନ ଜଣେ ସରଦାର ଜିମା ରହିବ ଏବଂ ଅମଲାମାନେ ତାହାଙ୍କ ନିକଟରେ ଟଂକା ଦାଖଲ କଲେ ସେ ଡାକଘରକୁ ପଠାଇ ପ୍ରତ୍ୟେକଙ୍କର ବହିରେ ଜମା କରାଇ ଆଣିବେ . ଯାହାର ବହି, ତାହାଠାରେ ରହିଲେ, କେତେବେଳେ ଭଂଗେଇବାକୁ ଇଚ୍ଛା ହେବ, ଏଥିପାଇଁ ଜଣଙ୍କ ନିକଟରେ ରହିବାର ସ୍ଥିର ହୋଇଛି . ଟଙ୍କା ଜମା ହେବାର ଆରମ୍ଭ ଦେଖିଲେ ବାବୁ ମହାଶୟ ହାତରୁ ଧନ ଦେଇ ମଫସଲରୁ ଧାନ, ଚାଉଳ ଅଣାଇ ପ୍ରଥମେ ସେହି ବ୍ୟବସାୟ ଆରମ୍ଭ କରିବେ . ଅମଲାମାନେ ବଜାର ହାରରେ ଏହି ଗୋଦାମରୁ କିଣିବେ ଏବଂ ଲାଭ ଯାହା ହେବ, ଅଂଶ ଅନୁପାତରେ ପାଇବେ . ଅମଲାମାନେ ଯେମନ୍ତ ଉତ୍ସାହ ସହିତ ଏ ପ୍ରସ୍ତାବ ଗ୍ରହଣ କଲେ, ସେହିଭଳି ଉତ୍ସାହରେ କାର୍ଯ୍ୟ କରିବେ . ହେଲେ ସେମାନଙ୍କର କେତେ ସୁନ୍ଦର ହେବ ତାହା ଅଳ୍ପ କାଳରେ ପ୍ରତ୍ୟକ୍ଷ ହେବ . କେବଳ ଦୃଢ଼ ସଂକଳ୍ପକରି କାର୍ଯ୍ୟରେ ପ୍ରବୃତ୍ତହେବା ଆବଶ୍ୟକ . କାରଣ ଥରେ ସେ ପ୍ରବୃତ୍ତ ହେଲେ ମାସକୁ ମାସ ଯେମନ୍ତ କିଛି ଜମା ହେଉଥିବ ତାହା ବଢ଼ାଇବାବୁ ତତୋଽଧିକ ଉତ୍ସାହ ଦେବ ଏବଂ ଅନର୍ଥକ ବ୍ୟୟର ଲାଳସା ମ୍ଳାନ ପଡ଼ିଯିବ . ଆସନ୍ତାକାଲି ବାବୁ ମହାଶୟଙ୍କ ଘରଠାରେ କଚେରି ଅମଲାମାନଙ୍କର ଏହିପରି ସଭା ହେବ ଏବଂ ଆମେମାନେ ଏକାନ୍ତ ଆଶାକରୁ କି ସେମାନେ ଅଦାଲତର ଅମଲାଙ୍କ ପରି ସେଭିଙ୍ଗ ସମ୍ବନ୍ଧ ଟଂକା ଜମାଇବାକୁ ପ୍ରବୃତ୍ତ ହେବେ ଏବଂ ବ୍ୟବସାୟ ପ୍ରତି ମନ ବଳାଇବେ . ଏହି ଶୁଭକାର୍ଯ୍ୟର ସୂତ୍ରପାତ ନିମନ୍ତେ ଆମ୍ଭେମାନେ ମଧୁବାବୁଙ୍କୁ ଶତ ଧନ୍ୟବାଦ ଦେଉଅଛୁ ଏବଂ ପ୍ରାର୍ଥନା କରୁଅଛୁ ଯେ Cଶ୍ୱରଙ୍କ କୃପାରୁ ଅବିଳମ୍ବେ ତାହା ସିଦ୍ଧ ହେଉ ।"
ଏହିଭଳି ମଧୁବାବୁ ଅଦାଲତ, କଚେରି, କଲେକ୍ଟରେଟର ଅମଲା ଆଉ ଅନ୍ୟ ବିଭାଗର କର୍ମଚାରୀଙ୍କ ମଧ୍ୟରେ ସଂଚୟ ଅମାନତ ମାଧ୍ୟମରେ ଅଂଶଧନ ସଂଗ୍ରହର ସୁପରିକଳ୍ପିତ ଯୋଜନା ଉପସ୍ଥାପନ କରି ଅଂଶଧନ ସଂଗ୍ରହର ପ୍ରକି୍ରୟା ତ୍ୱରାନ୍ୱିତ କରିଥିଲେ ।
କଟକରେ କୋ-ଅପରେଟିଭ୍‍ ଖାଉଟି ଭଂଡାର ସ୍ଥାପନପାଇଁ ସେ ଆଇନ୍‍ଜୀବୀ ଗୋଷ୍ଠୀ, ଶ୍ରମିକ, କର୍ମଜୀବୀ, ସରକାରୀ କର୍ମଚାରୀ ଓ କିରାଣି ଗୋଷ୍ଠୀଙ୍କୁ ବାରମ୍ବାର ଆହ୍ୱାନ କରିଥିଲେ ।

ଭାରତର ସମବାୟ ଆନ୍ଦୋଳନର ଇତିହାସରେ ୧୯୯୮ ସାଲର ଜୁନ ଏଗାର ତାରିଖ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ରହିବ, ଯେଉଁଦିନ ଭାରତର ପ୍ରଥମ ସମବାୟ ଖାଉଟି ଭଣ୍ଡାର ପ୍ରତିଷ୍ଠିତ ହେଲା କଟକରେ । ସେ ସଂପର୍କରେ ଏକ ବିବରଣୀ ୧୯୯୮ ଜୁନ୍‍ ୧୮ ତାରିଖରେ ଉତ୍କଳ ଦୀପିକାର ଏକ ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ତାହାର ଉଦ୍ଧୃତି ଏଠାରେ ଉପସ୍ଥାପିତହୋଇଛି -
"ମଧୁସୂଦନ ଦାସଙ୍କ ଘରଠାରେ ୧୮୯୮ ମସିହା ଜୁନ୍‍ ମାସ ଏଗାର ତାରିଖରେ ହୋଇଥିବା ଏକ ସର୍ବସାଧାରଣ ସଭାରେ ଅନେକ ସଂଖ୍ୟକ ଓକିଲ, ମୁକ୍ତାର ଓ ଅମଲାମାନେ ଉପସ୍ଥିତ ଥିଲେ । ତହିଁରେ ଅଂଶୀଦାର ଓ ସର୍ବସାଧାରଣଙ୍କୁ ଚାଉଳ, ଡାଲି, ଘିଅ, ତେଲ, ଲୁଗା, ଜାଳିବା କାଠ ଇତ୍ୟାଦି ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟମାନ ଯୋଗାଇବାପାଇଁ ଗୋଟିଏ ଯୌଥ ଭଣ୍ଡାର ସ୍ଥାପନ କରିବାକୁ ସ୍ଥିର ହେଲା ।"
ଏହି କାର୍ଯ୍ୟ ଟ ୧୦,୦୦୦ ମୂଳଧନରେ ଆରମ୍ଭ ହେବ । ତାହା ୨୦୦୦ ଅଂଶରେ ବିଭକ୍ତ ହେବ । ପ୍ରତି ଅଂଶର ମୂଲ୍ୟ ପାଞ୍ଚ ଟଙ୍କା । ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ଉକ୍ତ ଅଂଶମାନ ବଣ୍ଟାଯିବ ଏବଂ ଯାହାଙ୍କର ଯେତେ ଅଂଶ ନେବାର ଇଚ୍ଛା ହେବ, ସେ ତାହା ଲେଖି କଟକର କଟକଚଣ୍ଡୀ ନିବାସୀ ମଧୁସୂଦନ ଦାସ ସମ୍ପାଦକଙ୍କ ସମୀପକୁ ଉକ୍ତ ତାରିଖ ମଧ୍ୟରେ ଆବେଦନ କରିପାରିବେ । ଯେ ଯେତେ ଅଂଶ ନେବେ, ତହିଁର ଅର୍ଦ୍ଧେକ ମୂଲ୍ୟ ଆଗାମୀ ଜୁଲାଇ ମାସ ପାଞ୍ଚ ତାରିଖ କିମ୍ବା ତହିଁ ପୂର୍ବେ ଦେବାକୁ ଏବଂ ଅବଶିଷ୍ଟ ଟଂକା ଆଗାମୀ ଅଗଷ୍ଟ ମାସ ୫ ତାରିଖ ଆଗରୁ ଦେବାକୁ ହେବ ।
ନିମ୍ନଲିଖିତ ଭଦ୍ରଲୋକମାନେ ଡାଇରେକ୍ଟର ପଦରେ ନିଯୁକ୍ତ ହୋଇଅଛନ୍ତି । ବାବୁ ହରିଚରଣ ବାନାର୍ଜୀ (ଓକିଲ), ବାବୁ ମଧୁସୂଦନ ଦାସ (ଓକିଲ), ବାବୁ ଜାନକୀନାଥ ବସୁ (ଓକିଲ), ବାବୁ ବନମାଳୀ ଦାସ (ମୁକ୍ତାର), ବାବୁ ରାଜକିଶୋର ମହାନ୍ତି (ମୁକ୍ତାର), ବାବୁ ଯଦୁନନ୍ଦନ ମଜୁମଦାର (ନାଜିର), ବାବୁ ଜଗତ ବଲ୍ଲଭ ଘୋଷ, ( ସିରସ୍ତାଦାର), ମୁନସି ମେହେମୁଦ ଅଲ୍ଲୀ ଜଜ ଅଦାଲତର ମୁତରଜମ । ବାବୁ ମଧୁସୂଦନ ଦାସ ଉକ୍ତ ଯୌଥ ଭଣ୍ଡାରର ସଂପାଦକ ଏବଂ ବାବୁ ଜାନକୀନାଥ ବୋଷ କୋଷାଧ୍ୟକ୍ଷ ନିଯୁକ୍ତ ହେଲେ । ପ୍ରତି ୬ ମାସରେ ଅଂଶୀଦାରମାନଙ୍କର ସଭାହେବ ।
ଏହି ମର୍ମରେ ୧୮୯୮ ସାଲ ଜୁନ୍‍ ୧୮ ତାରିଖରେ ସେ ବେଳର ଜନପ୍ରିୟ ସାପ୍ତାହିକ ଉତ୍କଳ ଦୀପିକାରେ ଏହି କୋ-ଅପରେଟିଭ୍‍ ଭଣ୍ଡାର ସଂପର୍କରେ ଇଂରାଜୀ ବିଜ୍ଞାପନ ପ୍ରକାଶିତ ହୋଇଥିଲା ।
ଏକ ଶହ ବର୍ଷର ଅନ୍ତରାଳରେ ୧୮୯୮ ସାଲର ଏହି ବିଜ୍ଞାପନ ସହିତ ପ୍ରଥମ ସମବାୟ ସମିତି "କଟକ କୋ-ଅପରେଟଭ୍‍" ଭଣ୍ଡାରର ୧୮୯୮ରେ ସ୍ଥାପିତ ହେବାର ସଂବାଦ ଯେତେବେଳେ ପ୍ରସାରିତ ହେଲା, ସେତେବେଳେ ସମଗ୍ର ଦେଶର ସମବାୟ ପ୍ରେମୀଙ୍କ ମଧ୍ୟରେ ଏକ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ।

ପରବର୍ତ୍ତୀ ପର୍ଯ୍ୟାୟ ମଧୁସୂଦନ ଦାସ ୧୮୯୮ ସାଲ ଜୁନ ମାସ ଏଗାର ତାରିଖରେ ସମିତି ଗଠନର ଶୁଭକ୍ଷଣରେ, ଯେଉଁ ଘୋଷଣାନାମା ପ୍ରକାଶ କରିଥିଲେ- ସେଥିରେ ଉଲ୍ଲେଖ କରିଥିଲେ ଯେ ଯୌଥ ବା ସମବାୟ ଭଣ୍ଡାର ପକ୍ଷରୁ ଯେଉଁ ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ଦ୍ରବ୍ୟ ଯୋଗାଇ ଦିଆଯିବ, ତାହା ଉଭୟ ଅଂଶୀଦାର ଓ ସର୍ବସାଧାରଣ କିଣି ପାରିବେ ।
"ମାତ୍ର କିଛି ପାଠକଙ୍କ ମନରେ ଏ ଦିଗରେ ଏକ ସନ୍ଦେହର ସୂତ୍ରପାତ ହେଲା ଯେ,ସମବାୟ ଭଣ୍ଡାର ଯଦି ଅଂଶୀଦାରମାନଙ୍କର, ତାହେଲେ ସର୍ବସାଧାରଣ କିପରି ସମବାୟ ଭଣ୍ଠାରରୁ ଜିନିଷପତ୍ର କିଣିପାରିବେ ? କଟକରେ ସେତେବେଳେ, ମିଲ୍‍ଦ୍ୱାରା କ୍ୟାଣ୍ଟାନମେଣ୍ଟ ଓ କିଲ୍ଲାରେ ସରକାରୀ ଭଣ୍ଡାରମାନ ସ୍ଥାପିତ ଥିଲା । ତହିଁରୁ କେବଳ ସେହି ବିଭାଗର ସରକାରୀ କର୍ମଚାରୀମାନେ ଜିନିଷ କ୍ରୟ କରୁଥିଲେ ।"
ପାଠକମାନଙ୍କର ସନ୍ଦେହ ମୋଚନ କରିବାପାଇଁ ସେ ଏକ ପତ୍ର ଉତ୍କଳ ଦୀପିକାରେ ପ୍ରକାଶ କରିଥିଲେ । ସେ ତାଙ୍କର ୟୁରୋପ ଓ ଲଣ୍ଡନ ପରିଭ୍ରମଣର ଅଭିଜ୍ଞତା ପ୍ରକାଶକରି ଉଲ୍ଲେଖ କରିଥିଲେ ଯେ, ବିଦେଶରେ ବହୁ ସମବାୟ ଖାଉଟି ଭଣ୍ଡାର ଅଛି । ତାହା ଅଂଶୀଦାରଙ୍କ ଛଡ଼ା ସର୍ବସାଧାରଣଙ୍କୁ ମଧ୍ୟ ଜିନିଷ ବିକ୍ରୟ କରିଥାନ୍ତି । ମୂଳ କଥା ହେଲା ଉପùାଦକ ଓ ଖାଉଟିମାନଙ୍କ ମଧ୍ୟରେ ସିଧାସଳଖ ଜିନିଷ ଯୋଗାଣ ବ୍ୟବସ୍ଥା, ଖାଉଟି ସମବାୟ ଭଣ୍ଡାର, ସଂଚାଳିତ କରୁଥିବାରୁ ମଧ୍ୟବର୍ତ୍ତୀ ବ୍ୟବସାୟୀଙ୍କର ଶୋଷଣରୁ ଖାଉଟିମାନଙ୍କୁ ରକ୍ଷା କରିଥାଏ । ଏଥିଯୋଗୁଁ ଇଂଲଣ୍ଡରେ ସମବାୟ ପ୍ରତିଷ୍ଠାନଗୁଡ଼ିକ ଅତ୍ୟନ୍ତ ଜନପ୍ରିୟତା ହାସଲ କରିଛନ୍ତି ଏବଂ ଏକ ସାମାଜିକ ନ୍ୟାୟ ପ୍ରଦାନ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଅଛନ୍ତି ।
ଅଗଷ୍ଟ ୬ ତାରିଖରେ ପ୍ରକାଶିତ ଉତ୍କଳ ଦୀପିକାର ବିବରଣୀରୁ ଜଣାଯାଏ ଯେ,ଅଂଶ ନେବାପାଇଁ ୨୬୦ ଜଣ ବ୍ୟକ୍ତି ଆବେଦନ କରିଥିଲେ ଓ ତହିଁରୁ ୧୬୦ ଜଣ କଟକ ସହରର ବାସିନ୍ଦା ଥିଲେ ।
ଏହି ସଭାର ପରବର୍ତ୍ତୀ ବିବରଣୀ ଏହିଭଳି ସଂଗୃହୀତ ହୋଇଛି-
"ବାବୁ ଫକୀରମୋହନ ସେନାପତି ଏକ ଉତ୍ସାହପୂର୍ଣ୍ଣ ହୃଦୟଗ୍ରାହୀ ବକ୍ତୃତାଦ୍ୱାରା ତାହା ଅନୁମୋଦନ କଲେ ଏବଂ ବାବୁ ହରମୋହନ ରାୟ ଚୌଧୁରୀ ତହିଁର ପୋଷକତାରେ ଏକ ବକ୍ତୃତା ପ୍ରଦାନ କଲେ । ପରିଶେଷରେ ସମସ୍ତଙ୍କ ସମ୍ମତିରେ ଯୌଥ ଭଣ୍ଡାର ବ୍ୟବସାୟ କରିବା ସ୍ଥିର ହୋଇ ପ୍ରଥମେ କି କି ଦ୍ରବ୍ୟ କାରବାର ହେବ ଏବଂ ଯେଉଁ ନିୟମାନୁଯାୟୀ କାର୍ଯ୍ୟ ଚଳିବ, ତାହା ସ୍ଥିର କରିବାପାଇଁ ୧୧ ଜଣ ଡାଇରେକ୍ଟର ମନୋନୀତ ହେଲେ । ସ୍ଥିର ହେଲା ଯେ ଡାଇରେକ୍ଟରମାନେ ଦି୧୫ନ ମଧ୍ୟରେ ବିସ୍ତାରିତ ଅନୁଷ୍ଠାନ ପତ୍ର ଓ ନିୟମାବଳୀ ଛାପା କରି ଅଂଶ ପ୍ରାର୍ଥୀମାନଙ୍କ ନିକଟକୁ ପଠାଇ ଦେବେ ।"
ଏ ଥିଲା ଅଗଷ୍ଟ ୬ ତାରିଖ ୧୯୯୮ ସାଲରେ ପ୍ରକାଶିତ ଉତ୍କଳଦୀପିକାର ବିବରଣୀ । ଏଥିରୁ ଜଣାଯାଏ ଯେ ଉଦ୍ୟୋଗଟି ଅଭୁତ ଜନପ୍ରିୟତା ହାସଲ କରିଥିଲା ଏବଂ ଜନସାଧାରଣ

ବିଶେଷ କରି ଅମଲା ଗୋଷ୍ଠୀଙ୍କ ମଧ୍ୟରେ ଏକ ଜାଗରୁକତା ସୃଷ୍ଟି କରିଥିଲା । ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ କିରାଣି ବା ଅମଲା, ଯେଉଁମାନେ ସ୍ୱଳ୍ପ ବେତନଭୋଗୀ ଥିଲେ, ସେମାନେ ଅତ୍ୟନ୍ତ ଉତ୍କଣ୍ଠା ପ୍ରକାଶ କରିଥିଲେ ଏହାର ସଦସ୍ୟ ହେବାପାଇଁ । ଏହାଥିଲା ସ୍ୱତଃସ୍ଫୂର୍ତ୍ତ ଜନସହଯୋଗର ନମୁନା, ଯାହା ସମବାୟ ଅନୁଷ୍ଠାନପାଇଁ ଏକ ଦୁର୍ଲ୍ଲଭ ବିଭବ ରୂପେ ବିବେଚିତ ହେଉଥିଲା ।
ସୁଦୀର୍ଘ ବିବରଣୀରୁ ଜଣାଯାଏ, ଏକ ଗଣତାନ୍ତ୍ରିକ ପରୀକ୍ଷା ମଧ୍ୟରେ ଜନଗଣଙ୍କ ଆବେଦନକୁ ଭିତ୍ତିକରି, ଏହି ସମିତି ଗଠନ ହୋଇଥିଲା, ମାନବିକ ମୂଲ୍ୟବୋଧର ଆଧାରରେ ସମାଜର ନିମ୍ନବର୍ଗଙ୍କୁ ଉପକାର ପ୍ରଦାନ କରିବାପାଇଁ । ତେଣୁ ଆଜିକାଲିର ସମବାୟ ପ୍ରଚେଷ୍ଟା ପରି ଏହା ଜନସାଧାରଣଙ୍କ ଉପରେ ଆରୋପିତ କରା ନଯାଇ ତାଙ୍କର ସହାନୁଭୂତି ଓ ସହଯୋଗ ଭିକ୍ଷା କରି ଏକ ଗଭୀର ଆନ୍ତରିକତା ଓ ଭ୍ରାତୃତ୍ୱବୋଧ ମଧ୍ୟରେ ଏହି ସମିତି ଗଢ଼ିଉଠିଥିଲା । ଏଠାରେ ସୂଚାଇବା ଅପ୍ରାସଂଗିକ ବୋଧ ହେବନାହିଁ ଯେ, ଯେଉଁ ପ୍ରିଣ୍ଟିଂ କଂପାନିର କୋଠାରେ ଏହି ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଅଧିବେଶନ ଆହୂତ ହେଉଥିଲା, ସେହି ତାତ୍ପର୍ଯ୍ୟପୂର୍ଣ୍ଣ କୋଠାଟି ବିଧିର ନିର୍ଦ୍ଦେଶ କ୍ରମେ ସମବାୟ ପରିସରକୁ ଆସିଛି । ସେହି ଗୃହରେ ବର୍ତ୍ତମାନ ରାଜ୍ୟ ସମବାୟ ବ୍ୟାଙ୍କ୍‍ କଟକ ଶାଖା ସଂଚାଳିତ ହେଉଛି । ତେଣୁ ଏଠାରେ ଏକ ସ୍ମୃତି ସଭାଗୃହ ପ୍ରତିଷ୍ଠା କରାଯିବା ସଂପର୍କରେ କର୍ମକର୍ତ୍ତାମାନେ ବିଚାର କରିବା ଆବଶ୍ୟକ ।
୧୮୯୮ ସାଲର ଅଗଷ୍ଟ ୬ ତାରିଖରୁ ସେହି ବର୍ଷର ଅକ୍ଟୋବର ପହିଲା ଦିନ କଟକ କୋ- ଅପରେଟିଭ୍‍ ଷ୍ଟୋର ତାର ବ୍ୟବସାୟ ଆରମ୍ଭ କରିଥିଲା, ଏହା ମଧ୍ୟରେ ସମୟର ବ୍ୟବଧାନ ଥିଲା ମାତ୍ର ଦେଢ଼ ମାସ । ଏହି ସ୍ୱଳ୍ପ ସମୟ ମଧ୍ୟରେ କି କ୍ଷିପ୍ରତାର ସହ କାର୍ଯ୍ୟ ସଂପାଦନ କରାଯାଇ, ସମିତିର ଅଂଶଧନ ଆଶାଜନକ ଭାବରେ ସଂଗ୍ରହ କରାଯାଇ, ସମିତିର ଗତିଧାରାକୁ ତ୍ୱରାନ୍ୱିତ କରାଯାଇଥିଲା, ତାହାର ପଟ୍ଟାନ୍ତର ନାହିଁ । ସମୁଦାୟ ନିର୍ଣ୍ଣିତ ହୋଇଥିବା କାର୍ଯ୍ୟକାରୀ ମୂଳଧନ ଦଶହଜାର ଟଂକାରୁ ଏହି ଦେଢ଼ ମାସ ମଧ୍ୟରେ ଛଅ ହଜାର ଟଂକା ସଂଗ୍ରହ ହୋଇଥିଲା, ଯାହା ଆସିଥିଲା ନିମ୍ନବର୍ଗ ତଥା ଅମଲାମାନଙ୍କଠାରୁ । ଅଂଶଧନ କ୍ରୟ କରିବାପାଇଁ ଅମଲାମାନେ ଛଅ ମାସ ଧରି ନିଜ ଦରମାରୁ କାଟି ପୋଷ୍ଟ ଅଫିସର୍‍ ସେଭିଙ୍ଗ ବ୍ୟାଙ୍କରେ ଜମା ଦେଇ ଆସୁଥିଲେ ।
ଭଣ୍ଡାରର ଅଗ୍ରଗତି ସଂପର୍କରେ ଉତ୍କଳଦୀପିକାରେ ୧୮୯୮ ସାଲ ଅକ୍ଟୋବର ପହିଲାରେ ଯେଉଁ ବିବରଣୀ ପ୍ରକାଶ ହୋଇଥିଲା, ତାହାର କିଛି ଉଦ୍ଧୃତି ନିମ୍ନରେ ପ୍ରଦତ୍ତ ହେଲା -
ବ୍ୟବସାୟର ଉନ୍ନତି:
ଶ୍ରଦ୍ଧାସ୍ପଦ ବାବୁ ମଧୁସୂଦନ ଦାସ ବିଲାତରୁ ଫେରିଆସି ସ୍ଥାନୀୟ ଲୋକଙ୍କୁ ବାଣିଜ୍ୟ ବ୍ୟବସାୟରେ ପ୍ରବୃତ୍ତ କରିବା ବିଷୟରେ ଯେତେ ଚେଷ୍ଟା ଓ ଯତ୍ନ କରୁଅଛନ୍ତି ତାହା ସମୟ ସମୟରେ ପାଠକମାନଙ୍କୁ ଜଣାଉଅଛୁ । ସେ କେବଳ ଏ ସ୍ଥାନରେ ନାନା ଶ୍ରେଣୀର ଭଦ୍ରଲୋକଙ୍କୁ ପୁନଃପୁନଃ ଆପଣା କୋଠିକୁ ଆମନ୍ତ୍ରିତ କରି ଉପଦେଶ ଓ ପରାମର୍ଶ ଦେଇ ନିଶ୍ଚିନ୍ତ ନହୋଇ

କାର୍ଯ୍ୟାରମ୍ଭ କରି ଅଛନ୍ତି । ତାହାଙ୍କ ଚେଷ୍ଟାରେ ଯେଉଁ ଯୌଥ ଭଣ୍ଡାର ସ୍ଥାପିତ ହୋଇଅଛି, ତହିଁର ମୂଳଧନ ଦଶହଜାର ଟଂକା ମଧ୍ୟରୁ ଛଅ ହଜାର ଟଂକାର ଅଂଶଧନ ଗୃହୀତ ହୋଇ ଟଙ୍କା ଜମା ହୋଇଅଛି ଏବଂ ତହିଁ ମଧ୍ୟରୁ ସେ ଅନେକ ଟଂକା ଦାଦନ ଲଗାଇ ଦେଲେଣି ଏବଂ ଦେଉଅଛନ୍ତି । ଆସନ୍ତା ମାର୍ଗଶୀର ମାସରେ ଧାନ, ଚାଉଳ, ରବି ଇତ୍ୟାଦିର ଆମଦାନି ହେବା ଆରମ୍ଭ ହେବ ଏବଂ ସଂଗେସଂଗେ ବିକ୍ରୟାଦିର ବ୍ୟବସ୍ଥାହେବ ।
କଟକର ସେତେବେଳର ପରିସ୍ଥିତି ଅନୁସାରେ କୃଷିଜାତ ଦ୍ରବ୍ୟ ଆମଦାନି ସମୟରେ ସ୍ୱଳ୍ପ ଦରରେ ସଂଗ୍ରହ କରାଯାଇ ଅମଲା ଓ ଖଟିଖିଆମାନଙ୍କୁ ସୁଲଭ ଦରରେ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଥିବାରୁ ସମିତି ଅଭ୍ଭୁତ ଜନପ୍ରିୟତା ହାସଲ କରିଥିଲା । ଧାନ, ଚାଉଳ, ବିରି, ମୁଗ ଇତ୍ୟାଦି ଛଡ଼ା ଗୋ ଓ ପଶୁଖାଦ୍ୟ କୋଳଥ ଆଦି ଦ୍ରବ୍ୟ ସହିତ ଜାଳେଣି କାଠ ବିକ୍ରୟର ବ୍ୟବସ୍ଥା କରାଯାଇଥିଲା ।
ବିବରଣୀରୁ ଜଣାଯାଏ ଯେ କଟକ କୋ-ଅପରେଟିଭ୍‍ ଷ୍ଟୋର୍‍ର ମୁଖ୍ୟ ଭଣ୍ଡାର ଦୋକାନରୁ ସଭ୍ୟ ତଥା ଜନସାଧାରଣଙ୍କୁ ଖାଉଟି ଦ୍ରବ୍ୟ ସବୁ ବିକ୍ରୟ କରାଯାଉଥିଲା । ବହୁ କ୍ରେତା ସାରାବର୍ଷ ବା କିଛି ମାସ ଲାଗି ଧାନ, ଚାଉଳ, ମୁଗ, ବିରି ଆଦି ଖରିଦ କରିନେଉଥିଲେ ଫସଲ ଆମଦାନି ସମୟରେ ସୁଲଭ ଦରର ସୁବିଧା ନେବାପାଇଁ ।
ଏଥିରୁ ଜଣାଯାଏ ଯେ, ଅଗଷ୍ଟ ସେପ୍ଟେମ୍ବର ମାସରେ ଅଂଶଧନ ଓ ମୂଳଧନ ଆଦାୟ କରି, କୃଷିଜୀବୀମାନଙ୍କୁ ତିରୋଟ ସମୟରେ ଅର୍ଥ ଲଗାଣ କରାଯିବାଦ୍ୱାରା କୃଷିଜୀବୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ ସହିତ, ସେମାନଙ୍କର ଉତ୍ପାଦିତ ପଦାର୍ଥକୁ ଉଚିତ ମୂଲ୍ୟ ପ୍ରଦାନ କରାଯାଇ ସୁଲଭ ମୂଲ୍ୟରେ ସମବାୟ ଷ୍ଟୋର୍‍ ଜରିଆରେ ଅମଲା ତଥା ଖଟିଖିଆ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିଲା । କଟକ କୋ-ଅପରେଟିଭ୍‍ ଷ୍ଟୋର୍‍ ଏହି ମୋଟା ପାଇକାରୀ କାରବାର ଛଡ଼ା ଉଦ୍ୟୋଗ ସମିତି ନାମକ ଗୋଟିଏ ଖୁଚୁରା କୋ-ଅପରେଟିଭ୍‍ ବିକ୍ରୟ କାଉଣ୍ଟର ଅଦାଲତ ସାମନାରେ ଖୋଲିଥିଲା । ଏ ସଂପର୍କରେ ଉତ୍କଳ ଦୀପିକାର ପ୍ରକାଶିତ ବିବରଣୀରୁ ଜଣାଯାଏ ଯେ, କଟକ କୋ ଅପରେଟିଭ୍‍ ଷ୍ଟୋରର ଏକ ଶାଖା ଉଦଯୋଗୀ ସମିତି ଭଣ୍ଡାର ନାମରେ କଟକର ଅଦାଲତର ସମ୍ମୁଖ ରାସ୍ତାରେ ଖୋଲାଯାଇଥିଲା । ଏହା ମୁଖ୍ୟତଃ ସ୍ୱଦେଶୀ ବସ୍ତୁମାନଙ୍କର ଭଣ୍ଡାର ଥିଲା ଯହିଁରେ ଖୁଚୁରା ଦରରେ କ୍ରେତାମାନଙ୍କୁ ଜିନିଷ ବିକ୍ରୟ କରାଯାଉଥିଲା ।
ମଧୁସୂଦନ ମୁଖ୍ୟତଃ ସ୍ୱଦେଶୀ ଶିଳ୍ପ ପ୍ରବର୍ତ୍ତକ ଥିଲେ । ତେଣୁ ଏହି ସମିତି ଜରିଆରେ ସ୍ୱଦେଶୀ ଶିଳ୍ପର ପ୍ରସାର ଓ ବିକ୍ରୟର ବ୍ୟବସ୍ଥା କରିଥିଲେ । ମଧୁବାବୁଙ୍କ ପ୍ରତିଷ୍ଠିତ ଓଡ଼ିଶା ଆର୍ଟ ଓ୍ୱାରସ୍‍ ଉତ୍ପାଦିତ କଳା ନୈପୁଣ୍ୟ ସଂବଳିତ ତାରକସି ଅଳଂକାର, ସୁଲଭ ବସ୍ତ୍ରସବୁ ବିକ୍ରୟ କରାଯାଉଥିଲା । ଉତ୍କଳ ଦୀପିକାରେ ପ୍ରକାଶିତ ଉଦ୍‍ଯୋଗୀ ସମିତି ଭଣ୍ଡାର ବିଜ୍ଞାପନ ଏଠାରେ ଅବିକଳ ଉଦ୍ଧୃତ କରାଗଲା

-ବିଜ୍ଞାପନ-
"ଉଦ୍‍ଯୋଗୀ ସମିତି ଭଣ୍ଡାର, କଟକ"

"କ୍ରେତା ଓ ବିକ୍ରେତାର ସ୍ୱାର୍ଥ ଯହିଁରେ ବିପରୀତ ନହୁଏ, ଅର୍ଥାତ୍‍ କ୍ରେତାର ଲାଭରେ ବିକ୍ରେତାର ଲାଭ ଓ ବିକ୍ରେତାର ଲାଭରେ ଏବଂ କ୍ରେତାର ଲାଭ ହୋଇପାରେ, ଏହି ଉଦ୍ଦେଶ୍ୟ ସାଧନ ନିମନ୍ତେ ଭଣ୍ଡାର ସ୍ଥାପିତ ହୋଇଛି । ପ୍ରବଞ୍ଚନା କ୍ରୟ ସମୟରେ ଅକାରଣ ବାକ୍‍ବିତଣ୍ଡା ପ୍ରଭୃତିଠାରୁ କ୍ରେତାମାନଙ୍କୁ ରକ୍ଷା କରିବା ନିମନ୍ତେ ବିଶେଷ ଉପାୟ କରାହୋଇଅଛି । ଦୋକାନରେ ରଖା ହୋଇଥିବା ଦ୍ରବ୍ୟାଦିର ତାଲିକା କ୍ରେତାମାନେ ଦେଖିପାରନ୍ତି । ସେହି ନିର୍ଦ୍ଦିଷ୍ଟ ମୂଲ୍ୟ ହ୍ରାସ ବା ବୃଦ୍ଧି କରିବାର କ୍ଷମତା କର୍ତ୍ତୃପକ୍ଷଙ୍କ ଛଡ଼ା ଆଉ କାହାରି ନାହିଁ । କର୍ତ୍ତୃପକ୍ଷ ମଧ୍ୟ ବିଶେଷ ବିବେକତାର ସହିତ ଯେତେଦୂର ସଂଭବ ମୂଲ୍ୟ ସୁଲଭ କରିଥାନ୍ତି । ସମୁଦାୟ ଦ୍ରବ୍ୟର ତାଲିକା ଦେବା ସଂଭବ ନୁହେଁ । ପ୍ରଧାନ କେତେକ ଦ୍ରବ୍ୟର ନାମ ପ୍ରକାଶ କରାଯାଉଛି ।"
ଦେଶୀ ତନ୍ତ, ଚନ୍ଦ୍ରକୋଣା, ଫରାସୀ ଡାଙ୍ଗା ଓ ଶାନ୍ତିପୁରୀ ଧୋତି, ଚଦର ଓ ଶାଢ଼ି ଭିନ୍ନଭିନ୍ନ ସ୍ଥାନର ଟସର, ବାପ୍ତି, ନାନା ରକମର ରେଶମ ଲୁଗା, ମୋମ୍ବାଇ, ମାନ୍ଦ୍ରାଜ, ଅହମଦାବାଦ, କାନପୁର ପ୍ରଭୃତି କଳର ଧୋତି, ଚଦର, ଛିଟ, ମୋଜା, ତଉଲିଆ, ଝାଡ଼ନ ଓ ଗାମୁଛା, ବାଦାମି ଓ ସାଦା କାଗଜ, ଚିଠିର କାଗଜ, ଲଫାଫା, ଦୁଆତ, କାଳି, କଲମ, ପେନ୍‍ସିଲ୍‍, ରେଜର, ଛୁରା, କଇଁଚି, ଷ୍ଟିଲ୍‍ପେନ୍‍, ନିବ୍‍ ପ୍ରଭୃତି, ସର୍ବପ୍ରକାର ସାମାନ, ବିବିଧ ସୁଗନ୍ଧ ତେଲ ଓ ସୁଗନ୍ଧ ପାଣି ବାର୍ଲି, ଆରାରୁଟ୍‍, ଶାଗୁ ପ୍ରଭୃତି ରୋଗୀମାନଙ୍କର ବହୁବିଧପଥ୍ୟ, କଟକର ବିଖ୍ୟାତ ଶିଳ୍ପୀର ଫରୁଆ ଓ ଖେଳଣା ଓ ସୁନାରୂପାର ଉତ୍କୃଷ୍ଟ ନାନାବିଧ ଅଳଂକାର । ଏହାଛଡ଼ା ଅନ୍ୟ ସ୍ୱଳ୍ପମୂଲ୍ୟ ଦ୍ରବ୍ୟ ନେବାକୁ ଇଚ୍ଛାକଲେ ସୁଲଭ ମୂଲ୍ୟରେ ଅଣାଇ ଦିଆଯାଏ । କଟକର ଦେଓ୍ୱାନି ଅଦାଲତର ସମ୍ମୁଖରେ ଭଣ୍ଡାର ସ୍ଥାପିତ ।
ଆମଦାନି ନାନାବିଧ ଶୀତବସ୍ତ୍ର:
କଟକ କୋ-ଅପରେଟିଭ୍‍ ଷ୍ଟୋର ବିପୁଳ ଜନପ୍ରିୟତା ହାସଲ କରିଥିଲା ଏବଂ ଏହା କଟକ ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିପାରିଥିଲା । କାରବାର ଉତ୍ସାହଜନକ ଥିଲା ।
ଏହି ଭଣ୍ଡାରରେ ବିଦେଶୀ ଉତ୍ପାଦିତ ଜିନିଷମାନ ରଖିବା ଏକ ପ୍ରକାର ନିଷିଦ୍ଧ କରାଯାଇଥିଲା । ଏହା ମଧୁବାବୁଙ୍କର ସ୍ୱଦେଶୀପ୍ରୀତିର ପରିଚୟ ଥିଲା । ଏଥିରେ ସ୍ୱଦେଶୀ ତନ୍ତ ଲୁଗା ତଥା ସ୍ୱଦେଶୀ କଳର ଉତ୍ପାଦିତ ବସ୍ତ୍ର ଛଡ଼ା କାଗଜ, ଖାତା, ବହି, ଶୀତବସ୍ତ୍ର, କଟକର ବିଖ୍ୟାତ ତାରକସି କମନୀୟ ବସ୍ତୁରାଜି, ଅଳଂକାର, ଶିଙ୍ଗ ଉତ୍ପାଦିତ ମନୋହର ପଦାର୍ଥ ତଥା ବିଭିନ୍ନ ହସ୍ତଶିଳ୍ପର ସୁରୁଚିସଂପନ୍ନ ବସ୍ତୁମାନଙ୍କର ବିକ୍ରୟର ବ୍ୟବସ୍ଥା ଥିଲା । ସ୍ୱଦେଶୀ ତନ୍ତପ୍ରସ୍ତୁତ ବନାରସି ପାଟବସ୍ତ୍ର ଏବଂ ଭାରତର ବିଖ୍ୟାତ ଶାଢିମାନଙ୍କର ଏକ ସୁଦୃଶ୍ୟ ସମାହାର ଏହି ଭଂଡାର ମଧ୍ୟରେ ଦେଖିବାକୁ ମିଳିଥିଲା । ଏହା ସହିତ ମଧ୍ୟ ଗଚ୍ଛିତ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ରହିଥିଲା ।

ପ୍ରଥମ ବର୍ଷ (୧୮୯୮-୯୯) ବହୁଳ ବ୍ୟବସାୟ କରି ଏହା ଅଭୂତପୂର୍ବ ସଫଳତା ହାସଲ କରିଥିଲା । ଏହାର କାରବାର ମୁଖ୍ୟତଃ ଥିଲା କୃଷିଜାତ ଖାଦ୍ୟ ଦ୍ରବ୍ୟ । ଏ ସଂପର୍କରେ ୧୦.୨.୧୯୦୦ ରେ ଉତ୍କଳ ଦୀପିକାରେ ସମ୍ବାଦଟି ପ୍ରକାଶ ପାଇଥିଲା ।
"ଗତ ସୋମବାର(୫.୨.୧୯୦୦) ଅପରାହ୍‍ଣରେ ଏଠାରେ ପ୍ରିଣ୍ଟିଂ କଂପାନି ଗୃହରେ ବାବୁ ମଧୁସୂଦନ ଦାସଙ୍କ ସ୍ଥାପିତ କୋ-ଅପରେଟିଭ୍‍ ଷ୍ଟୋର୍‍ (ଯୁକ୍ତ ଭଣ୍ଡାର)ର ଡାଇରେକ୍ଟରମାନଙ୍କର ସଭା ହୋଇଥିଲା । ଜଣାଗଲା ଧାନ, ବିରି, କୋଳଥ, ବ୍ୟବସାୟରେ ଶତକଡ଼ା ଟ୨୫ଙ୍କା ଲାଭ ହୋଇଅଛି । ଆସନ୍ତା ମାର୍ଚ୍ଚମାସ ପ୍ରଥମ ସପ୍ତାହରେ ଅଂଶୀଦାରମାନଙ୍କର ଗୋଟିଏ ସାଧାରଣ ସଭା ହେବ ଏବଂ ତହିଁରେ କାର୍ଯ୍ୟ ନିର୍ବାହର ସୁବ୍ୟବସ୍ଥା ହେବ ।"
ଏହି ସମବାୟ ଷ୍ଟୋରର ପ୍ରତିଷ୍ଠା-ପ୍ରଭାବ ସୁଦୂରପ୍ରସାରୀ ଥିଲା । ସମବାୟଜନିତ ବାତାବରଣ ଓ ଚିନ୍ତଧାରାରେ ସମଗ୍ର ଓଡ଼ିଶା ଆପ୍ଳୁତ ଥିଲା । ନୂତନ ସମବାୟ ଉଦ୍ୟୋଗମାନ ସୃଷ୍ଟି କରିବାଲାଗି ଏହା ଉତ୍ସାହ ଓ ଉଦ୍ଦୀପନା ଖେଳାଇ ଦେଇଥିଲା । ଦେଶରେ ପରବର୍ତ୍ତୀକାଳର ସମବାୟ ଆନ୍ଦୋଳନ ଏହାର ପରମ ସାକ୍ଷ୍ୟ ପ୍ରଦାନ କରେ । ଏଣୁ ମଧୁସୂଦନ ଦାସ ଥିଲେ ଓଡ଼ିଶାର ସମବାୟ ଆନ୍ଦୋଳନର ଭଗୀରଥ ଆଉ ଆଦ୍ୟ ପ୍ରବର୍ତ୍ତକ ।
ପ୍ରାୟ ୧୯୦୦ ବେଳକୁ ସମବାୟ ଚିନ୍ତାଧାରା ସାରା ଓଡ଼ିଶାର ମାନସ ପଟକୁ ଆଚ୍ଛନ୍ନ କରିଥାଏ । ରେଭେନ୍‍ସା କଲେଜର ଉତ୍ସାହୀ ଯୁବକମାନେ ଏଥିରେ ଅଧିକରୁ ଅଧିକ ଭାବେ ଅନୁପ୍ରାଣିତ ହେଲେ । ଫକୀରମୋହନ ଥିଲେ ଏହାର ଅନ୍ୟତମ ବାର୍ତ୍ତାବହ । ସେ ସମୟର ଜଣେ ପ୍ରବୀଣ ଗ୍ରାଜୁଏଟ ଥିଲେ ବାଳମୁକୁନ୍ଦ କାନୁନ୍‍ଗୋ । ସେ ଗୋପଳ ବଲ୍ଲଭ ଦାସଙ୍କର ପତ୍ନୀ ବସନ୍ତ କୁମାରୀ ଦେବୀଙ୍କର କନିଷ୍ଠା ଭଗିନୀ ହେମନ୍ତ କୁମାରୀଙ୍କୁ ବିବାହ କରିଥିଲେ । ସେ ବନ୍ଧୁତାର ସୂତ୍ରରେ କଟକ କୋ-ଅପରେଟିଭ୍‍ ଷ୍ଟୋର୍‍ର ପରିଚାଳନା ଆଡ଼କୁ ଆକର୍ଷିତ ହୋଇଥିଲେ ଏବଂ ମଧୁସୂଦନ ଦାସଙ୍କଠାରୁ ଏଥିଲାଗି ବିପୁଳ ପ୍ରୋତ୍ସାହନ ପାଇଥିଲେ । ପରବର୍ତ୍ତୀ ଅବସ୍ଥାରେ ବାଙ୍କୀଠାରେ ସେ ଡେପୁଟି କଲେକ୍ଟର ରୂପେ ଅବସ୍ଥାପିତ ଥିବା ସମୟରେ କୃଷି ଋଣ ସମିତି ସ୍ଥାପନାର ଉଦ୍ୟମ ଆରମ୍ଭ କରିଥିଲେ । ସେ ମଧ୍ୟ ଥିଲେ ଜଣେ ପ୍ରଖ୍ୟାତ କୃଷି ବିଶାରଦ ଓ ବିଦ୍ୟାଧରପୁର କୃଷିଫାର୍ମ ପରିଚାଳନାରେ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ଉତ୍କଳ ଭ୍ରମଣରେ ଫକୀରମୋହନ ସେତେବେଳେ ଲେଖିଥିଲେ -

ରୂପା ତାରକସି କାମ, ଶିଙ୍ଗର ପାନିଆ
ଅବଶ୍ୟ କହିବି ଏହା ସବୁ ନୂଆନୂଆ
ମାତ୍ର କୋପରେଟିଭ୍‍ ଯେବେ ରଖିଯିବ
ଯୁଗେ ଯୁଗେ ଓଡ଼ିଶାରେ ନାମ ତୁମ ଥିବ ।


ବିଂଶ ଶତାବ୍ଦୀର ପ୍ରାରମ୍ଭରେ ସମବାୟ ପ୍ରତିଷ୍ଠାନ ଓଡ଼ିଶାରେ ଜନପ୍ରିୟତା ଲାଭ କରିଥିଲା । ସମବାୟ ଋଣ ଆଇନ ୧୯୦୪ ସାଲରେ ପ୍ରଣୟନ ହେବାପୂର୍ବରୁ ବାଙ୍କିର ଚର୍ଚ୍ଚିକା, ସୁବର୍ଣ୍ଣପୁର

ଓ ବରପୁଟଠାରେ ୧୯୦୩ ସାଲରେ ତିନିଗୋଟି ସମବାୟ ସମିତି ସ୍ଥାପିତ ହୋଇଥିଲା । ରାୟ ବାହାଦୂର ବିଦ୍ୟାଧର ପଣ୍ଡାଙ୍କ ବ୍ୟତୀତ ବାଙ୍କୀର ଡେପୁଟି କଲେକ୍ଟର ବାଳମୁକୁନ୍ଦ କାନୁନ୍‍ଗୋ ଏହି ସମିତିମାନ ସ୍ଥାପନ କରିଥିଲେ ।
ମଧୁସୂଦନ, ଭାରତ ସରକାରଙ୍କର ସମବାୟ ଋଣ ଆଇନ ୧୯୦୪ ସାଲରେ ପ୍ରଣୟନ ହେବାପରେ, ସେହିବର୍ଷ କଟକରେ ଉତ୍କଳ ସମ୍ମିଳନୀ ମଞ୍ଚରୁ,ଏଥିଲାଗି ବିପୁଳ ଉଲ୍ଲାସ ମଧ୍ୟରେ ସ୍ୱାଗତ ସମ୍ଭାଷଣ ଜଣାଇ, ଅଧିକରୁ ଅଧିକ ସମବାୟ କୃଷିଋଣ ସମିତି ସ୍ଥାପନାପାଇଁ ଆହ୍ୱାନ ଜଣାଇଥିଲେ । ଏହା ସହିତ ଉତ୍କଳ ସମ୍ମିଳନୀର ଶାଖା ସମିତିମାନେ ଏହି କାର୍ଯ୍ୟରେ ବ୍ରତୀ ରହିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଉତ୍କଳ ସମ୍ମିଳନୀରେ ତାଙ୍କର ଅଭିଭାଷଣ ଏହିପରି ଥିଲା-
ଋଣ ସମବାୟ ଉଦ୍ୟୋଗ ମାଧ୍ୟମରେ କୃଷିର ଉନ୍ନୟନ ସହିତ ଏହାର ଅନୁପୂରକ ବୃତ୍ତି ଥିଲା ତନ୍ତଦ୍ୱାରା ଉନ୍ନତମାନର ବସ୍ତ୍ର ଉପùାଦନ । ପ୍ରାୟ ୧୯୦୪ ସାଲରୁ ମଧୁସୂଦନ ଦାସ ତାଙ୍କର ପ୍ରତିଷ୍ଠିତ ଓଡ଼ିଶା ଶିଳ୍ପାଗାର ମାଧ୍ୟମରେ ହସ୍ତତନ୍ତ ଶିଳ୍ପରେ ପ୍ରଥମ କଳର (ମେକାନିକାଲ) ପ୍ରବର୍ତ୍ତନ ବ୍ୟବସ୍ଥା ମଧ୍ୟରେ ଫ୍ଲାଇ ସଟଲ୍‍ ଲୁମ୍‍ର ପ୍ରୟୋଗ ବିଧି ସମଗ୍ର ଓଡ଼ିଶାରେ ସଂପ୍ରସାରଣ କରିଥିଲେ । ଏଥିଲାଗି ସବୈତନିକ ବୟନବିଧି ପ୍ରଶିକ୍ଷଣ ବ୍ୟବସ୍ଥା ସହିତ କିସ୍ତି ହାରରେ ଫ୍ଲାଇ ସଟଲ୍‍ ତନ୍ତ ବିକ୍ରୟର ବ୍ୟବସ୍ଥା କରିଥିଲେ । ଫଳରେ ଏହାର ପ୍ରବର୍ତ୍ତନ ତ୍ୱରାନ୍ୱିତ ହୋଇଥିଲା । ସେହି ପରି ମଧୁସୂଦନ ତାଙ୍କ ପ୍ରତିଷ୍ଠିତ ଆର୍ଟ ସ୍କୁଲ୍‍ ମାଧ୍ୟମରେ ହସ୍ତତନ୍ତ ବସ୍ତ୍ରରେ ରାସାୟନିକ ରଂଗ ପ୍ରୟୋଗର ବିଧି ପ୍ରବର୍ତ୍ତନ କରିଥିଲେ । ଏହା ଫଳରେ ସମସ୍ତ ଓଡ଼ିଶାରେ ହସ୍ତତନ୍ତ ଶିଳ୍ପ କ୍ଷେତ୍ରରେ ଯୁଗାନ୍ତକାରୀ ପ୍ରବର୍ତ୍ତନ ସଂଘଟିତ ହୋଇଥିଲା । ଭାରତରେ ୧୯୧୨ ସାଲରେ ପୂର୍ଣ୍ଣାଙ୍ଗ ସମବାୟ ଆଇନ ପ୍ରଣୟନ ପରେ ୧୯୧୪-୧୫ ସାଲରୁ ତନ୍ତୁବାୟମାନେ ସଂଗଠିତ ହୋଇ ଓଡ଼ିଶାରେ ବହୁ ସଂଖ୍ୟକ ତନ୍ତୁଶିଳ୍ପ ସମିତିମାନ ଗଠନ କରିଥିଲେ । ବୟନର ପରାକାଷ୍ଠା ଓ ଉନ୍ନତମାନର ବସ୍ତ୍ର ସମଗ୍ର ଦେଶରେ ଖ୍ୟାତି ଅର୍ଜନ କରିଥିଲା । ଏହାର ପଶ୍ଚାତରେ ରହିଥିଲା ମଧୁସୂଦନ ଦାସଙ୍କର ଅନୁପ୍ରେରଣା ଓ ପ୍ରୋତ୍ସାହନ ।
ପରବର୍ତ୍ତୀ ପର୍ଯ୍ୟାୟରେ ସମବାୟର ତୀର୍ଥ ଭୂଇଁ ଇଂଲଣ୍ଡରେ ଆଇନ୍‍ ଶାସ୍ତ୍ରରେ ଶିକ୍ଷାଲାଭ କରିଥବା ଜାତିର ଜନକ ମହାତ୍ମାଗାନ୍ଧୀ, ସ୍ୱାଧୀନ ଭାରତର ଲକ୍ଷ୍ୟ ସମବାୟ କମନ୍‍େଓ୍ୱଲ୍‍ଥ ବୋଲି ଉଦ୍‍ଘୋଷଣା କରିଥିଲେ । ଏ କ୍ଷେତ୍ରରେ ମଧୁସୂଦନ ଥିଲେ ଦିଗ୍‍ଦ୍ରଷ୍ଟା । ଭାରତ ମାଟିରେ ସମବାୟ ଆନ୍ଦୋଳନ ଉନ୍ମେଷ ଲାଭ କରିବାର ବହୁ ପୂର୍ବରୁ ସେ ଏହାର ଆଗମନୀର କେବଳ ଉଦ୍‍ଘୋଷଣା କରି ନଥିଲେ, ଏହାର ବିକାଶ ଏବଂ ପରିପ୍ରକାଶ ଲାଗି ଯଥେଷ୍ଟ ଭିତ୍ତିଭୂମି ସୃଷ୍ଟି କରିଯାଇଥିଲେ । ସେହି ଆଦର୍ଶରେ ବ୍ରତୀ ହେବାର ପରମ ମୁହୂର୍ତ୍ତ ଆଜି ଉପନୀତ । ସମବାୟ ହିଁ ହେଉ ଆଜିର କର୍ମପଂଥା, ଲକ୍ଷ୍ୟ, ସାଧନ ଆଉ ପରିପୂର୍ତ୍ତିିର ମାର୍ଗ । ସମବାୟ ଆଇନକୁ ସମର୍ଥନ ଜଣାଇ ଉତ୍କଳ ସମ୍ମିଳନୀରେ ମଧୁବାବୁ ସେଦିନ ଦେଇଥିବା ସ୍ୱାଗତ ଭାଷଣ-

(ସମବାୟ ଋଣ ଆଇନ ୧୯୦୪ ପରିପ୍ରେକ୍ଷୀରେ)


କୃଷିର ଉନ୍ନତି ବିଷୟରେ ଆମ୍ଭମାନଙ୍କୁ ଅନେକ ବିଷୟରେ ଚିନ୍ତା କରିବାକୁ ପଡ଼ିବ । ବର୍ତ୍ତମାନ କୃଷିଜାତ ଦ୍ରବ୍ୟର ଉପùାଦନ ବିଷୟରେ ଆମ୍ଭମାନଙ୍କର ଏପରି ଚେଷ୍ଟା କରିବା ଆବଶ୍ୟ, ଯାହାଦ୍ୱାରା ଆମ୍ଭମାନଙ୍କର ଦେଶର ଆଭ୍ୟନ୍ତରୀଣ ଅଭାବ ପୂର୍ଣ୍ଣ ହେବ ଓ ଦେଶଜାତ ଦ୍ରବ୍ୟ ବିଦେଶକୁ ପ୍ରେରିତ ହେବ, ଏ ସମ୍ବନ୍ଧରେ ବିହିତ ଉପାୟମାନ ଅବଲମ୍ବନ କରିବାକୁ ହେବ । ସର୍ବପ୍ରଥମେ ଉତ୍କଳର ବିଭିନ୍ନ ସ୍ଥାନର ମୃତ୍ତିକାର ବିଭିନ୍ନ ଶସ୍ୟ ଉପùାଦିକା ଶକ୍ତି ଜାଣି କେଉଁ ସ୍ଥାନର ମୃତ୍ତିକା କେଉଁ ଫସଲ ନିମନ୍ତେ ଅନୁକୂଳ, ତାହା ରାସାୟନିକ ପରୀକ୍ଷା ଓ ବାସ୍ତବ ପରୀକ୍ଷାଦ୍ୱାରା ସ୍ଥିର କରିବାକୁ ହେବ । କେଉଁ ପ୍ରକାର ଖତ ପ୍ରୟୋଗ କଲେ ମୃତ୍ତିକାର ଉର୍ବରତା ବଢ଼ିବ, କି ପ୍ରଣାଳୀରେ କୃଷି କଲେ ପ୍ରଚୁର ଶସ୍ୟ ଉପùନ୍ନହେବ, ଏଗୁଡ଼ିକ ସ୍ଥିର କରି କାର୍ଯ୍ୟରେ ପରିଣତ କରିବାକୁ ହେବ । କୃଷି କାର୍ଯ୍ୟରେ ମଧ୍ୟ ସମ୍ମିଳିତ ଚେଷ୍ଟା ଆବଶ୍ୟକ । ସମ୍ମିଳିତ ଚେଷ୍ଟାଦ୍ୱାରା କୃଷିଜୀବୀମାନଙ୍କର କି ପ୍ରକାର ଉନ୍ନତି ସାଧିତ ହୋଇପାରେ ତହିଁର ଉଦାହରଣ ଭାରତବର୍ଷର ଚା କୃଷି ଇତ୍ୟାଦି ବ୍ୟବସାୟ । ଉପରୋକ୍ତ କୃଷିଦ୍ୱାରା ଶତଶତ ୟୁରୋପୀୟ ବିଶେଷ ଲାଭ କରୁଅଛନ୍ତି । ସମ୍ମିଳିତ ଚେଷ୍ଟା, ମୂଳଧନ, ଉପଯୁକ୍ତ ପରିଚାଳନା, ଉତ୍କୃଷ୍ଟ ଯନ୍ତ୍ର ସାହାଯ୍ୟରେ ଆମ ଦେଶର କୃଷିର ଉନ୍ନତି ସାଧିତ ହୋଇପାରେ; ଏହା ଆମ୍ଭର ବିଶ୍ୱାସ । ଏହି ଭାରତବର୍ଷର ପ୍ରଜାମାନେ ଜୀବିକାପାଇଁ କେବଳ କୃଷି ଉପରେ ସର୍ବଦା ନିର୍ଭର କରନ୍ତି । ବିଶେଷତଃ ଉତ୍କଳର ପ୍ରଜାମାନେ କେବଳ କୃଷିଜୀବୀ ଅଟନ୍ତି । ଏଥିପାଇଁ ଗୋ ମହିଷାଦିର ସଂଖ୍ୟା ଯେପରି ବୃଦ୍ଧି ହେବ ଓ ଗରିବ କୃଷକମାନେ ଯେପରି ସାହୁକାରମାନଙ୍କର ହସ୍ତଗତ ନହୋଇ ସ୍ୱ ସ୍ୱ କୃଷି କାର୍ଯ୍ୟ କରିପାରିବେ, ତାହା ବନ୍ଦୋବସ୍ତ କରିବା ଉଚିତ । ବର୍ତ୍ତମାନ ଭାରତ ସରକାରଙ୍କ ପ୍ରଚାରିତ କୋ-ଅପରେଟିଭ୍‍ କ୍ରେଡିଟ୍‍ ସୋସାଇଟି ଆକ୍‍ଟ ଅନୁସାରେ କେତେକ ସମବାୟ ଭଂଡାର ସଂସ୍ଥାପନା କରାଇବା ନିମନ୍ତେ ପ୍ରାଦେଶିକ ସରକାର ଯତ୍ନବାନ ଅଛନ୍ତି । ଆମ ଦେଶରେ ଏହିପରି ସମବାୟ ଭଣ୍ଡାର ସ୍ଥାପନପାଇଁ ଚେଷ୍ଟା କରିବା ଉଚିତ । ଗରିବ କୃଷକମାନେ ନିତାନ୍ତ ଲୋଭୀ ସାହୁକାରମାନଙ୍କର ପ୍ରବର୍ତ୍ତନାରୁ ଯେପରି ମୁକ୍ତ ହେବେ ସେଥିପାଇଁ ଚେଷ୍ଟା କରିବା ଉଚିତ । କୃଷି ଶିକ୍ଷା ସେମାନଙ୍କୁ ପ୍ରଦାନ କରିବା ସର୍ବ ମତରେ ବାଞ୍ଛନୀୟ ଏବଂ ନାନାବିଧ କୃଷି ସେମାନଙ୍କ ଦ୍ୱାରା ଯେପରି ସାଧିତ ହୋଇପାରିବ ସେହିପରି ଅବଲମ୍ବନ ବିଧେୟ । ମଧୁବାବୁଙ୍କ ଏହି ବକ୍ତବ୍ୟ ପ୍ରଣିଧାନଯୋଗ୍ୟ । ମଧୁବାବୁ କୃଷିର ଉନ୍ନତିପାଇଁ କେବଳ ଋଣ ସମବାୟ ସମିତି ନୁହେଁ, ସମବାୟ ଭଣ୍ଡାରମାନ ସ୍ଥାପନପାଇଁ ପରାମର୍ଶ ଦେଇଥିଲେ । ଏହି ସମିତି ଋଣ ସହିତ ବିହନ, ମୃତ୍ତିକା ପରୀକ୍ଷା କରି ଉପଯୁକ୍ତ ସାରର ପ୍ରୟୋଗ, ଉନ୍ନତ କୃଷି ଯଂତ୍ରପାତିର ବ୍ୟବହାର ସହିତ ଉନ୍ନତ ଅର୍ଥକରୀ ଫସଲ ଉପùାଦନପାଇଁ ପ୍ରଶିକ୍ଷଣ ପ୍ରଦାନ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।


ତୁମେତ ଆଲୁଅ ପ୍ରାପ୍ତ ମୁହିଁ ଅନ୍ଧାରିଆ
କିନ୍ତୁ ଭାଇ ଦୁଇ ଜଣ ଜାତିରେ ଓଡ଼ିଆ


ଦେଖିଲି ଗୋଟିଏ କଥା ବିଲାତରେ ବୁଲି
ଆପଣା ଦେଶର କଥା ଯାଇ ନାହିଁ ଭୁଲି
ସେଦିନ ପିଆଇ ମୋତେ ଏକ କପ ଚା'
ଦେଖାଇଲ କେତେ ଚିଜ ସାବାସ ଭାଇ ବାଃ
ମନ ମାନିଗଲା ପରା ଦେଖି ସେ ଓସ୍ତାତୀ
କଟକର କାରିଗରୀ ଦ୍ରବ୍ୟ ନାନା ଜାତି
ରୂପା ତାରକସି କାମ, ଶିଙ୍ଗର ପାନିଆ
ଅବଶ୍ୟ କହିବି ଏହା ସବୁ ନୂଆନୂଆ ।

-ଫକୀର ମୋହନ (ଉତ୍କଳ ଭ୍ରମଣ)

ଆଇନଜୀବୀ ଏବଂ ଆଇନଜ୍ଞ

"ପାଠ ପଢ଼ିବି ଓକିଲ ହେବି
ମଧୁ ବାରିଷ୍ଟର ସଙ୍ଗେ ଲଢ଼ିବି"

ବିଦ୍‍ବତ୍ତାସଂପନ୍ନ ଆଇନଜୀବୀଗଣ ଦେଶର ଅତ୍ୟନ୍ତ ସମ୍ବେଦନଶୀଳ ଓ ମନନଶୀଳ ବୁଦ୍ଧିଜୀବୀ ଗୋଷ୍ଠୀ ଅଟନ୍ତି । ସେମାନଙ୍କର ଆଇନର ତାତ୍ତ୍ୱିକ ବିଶ୍ଳେଷଣ ବହୁ ନାଗରିକଙ୍କୁ ପ୍ରଦାନ କରିଥାଏ, ନିଜସ୍ୱ ଅଧିକାରକୁ ସାବ୍ୟସ୍ତ କରିବାପାଇଁ ଏକ ପରମ ସୁଯୋଗ । ମାତ୍ର ଏହା ସତ୍ତ୍ୱେ ଆଇନଜୀବୀଙ୍କର ଏହି ମର୍ଯ୍ୟାଦାସଂପନ୍ନ କାର୍ଯ୍ୟକଳାପ ସୀମିତ ରହିଥାଏ କୋର୍ଟ, କଚେରି, ସରକାରୀ ଦପ୍ତର, ନ୍ୟାୟାଳୟ ଓ ବିଚାରାଳୟମାନଙ୍କ ମଧ୍ୟରେ ।
ହେଲେ ପ୍ରତ୍ୟେକ ଆଇନଜୀବୀଙ୍କର ରହିଛି ଏକ ବ୍ୟାପକ ଉତ୍ତରଦାୟୀ ଭୂମିକା ଆଇନଜ୍ଞଭାବରେ, ଯାହାଙ୍କର କାର୍ଯ୍ୟଧାରାର ଦିଗ୍‍ବଳୟ ସମଗ୍ର ସମାଜକୁ ଆବୃତ କରି ପରିବ୍ୟାପ୍ତ ହୋଇଥାଏ । ବହୁବ୍ୟକ୍ତି ଆଇନଜୀବୀର ସୀମିତ ପରିସରର ଉର୍ଦ୍ଧ୍ୱକୁ ଯାଇ ଆଇନଜ୍ଞ ଭାବରେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥାନ୍ତି ଆଉ ତାହାରି ମାଧ୍ୟମରେ ବହୁ ନିଷ୍ପେଷିତଙ୍କୁ ପ୍ରଦାନ କରିଥାନ୍ତି ସ୍ୱସ୍ତିର ସହ ସ୍ୱାଭିମାନର ବଳୟ ମଧ୍ୟରେ ଜୀବନ ଧାରଣ କରିବାପାଇଁ ଏକ ନିଶ୍ଚିତ ପ୍ରତିଶ୍ରୁତି ଏବଂ ଅବଲମ୍ବନ । ଏକ ସର୍ବନିମ୍ନ ଅର୍ଥନୈତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜୀଇଁ ରହିବାର ଯେଉଁ ସମ୍ବିଧାନସମ୍ମତ ଅଧିକାର ରହିଛି, ତାହା ବର୍ତ୍ତମାନର ସମାଜରେ ବହୁ ପରିମାଣରେ ବିଡ଼ମ୍ବିତ ଓ ବାଧାପ୍ରାପ୍ତ । ଏ କ୍ଷେତ୍ରରେ ସାମାଜିକ ମୂଲ୍ୟବୋଧର ଆଧାରରେ ଜଣେ ଆଇନଜୀବୀର ଆଇନଜ୍ଞ ଭାବରେ କାର୍ଯ୍ୟର ପରିଧି ବହୁ ଦିଗନ୍ତକୁ ସଂପ୍ରସାରିତ । ମହାତ୍ମାଗାନ୍ଧୀ, ଚିତ୍ତରଂଜନ ଦାସ, ମୋତିଲାଲ ନେହେରୁ ଅଥବା ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା ଦେଶବତ୍ସଳ ନେତୃବର୍ଗ ରୂପେ ଯେଉଁ ଅବିସ୍ମରଣୀୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ, ତାହର ଉଜ୍ଜ୍ୱଳ କୃତି ଓ ସ୍ୱାକ୍ଷର ଏବେ ମଧ୍ୟ ବହୁ ଆଇନଜୀବୀଙ୍କୁ ଦିଗ୍‍ଦର୍ଶନ ପ୍ରଦାନ କରି ଆସିଛି ।

ଏ ସମସ୍ତ ଥିଲା ଜାତୀୟ ଗୌରବ ମଧୁସୂଦନ ଦାସଙ୍କ ଶହେ ଚଉବନତମ ଜୟନ୍ତୀ ଅବସରରେ ଏପ୍ରିଲ୍‍ ୨୮ତାରିଖରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ "ଆଇନଜୀବୀ" ଦିବସ ରୂପେ ପାଳିତ ସମାରୋହମାନଙ୍କରେ ବହୁ ଅଧିବକ୍ତା ତଥା ସମ୍ମାନାସ୍ପଦ ଅତିଥିଗଣଙ୍କର ମୂଲ୍ୟବାନ ବକ୍ତବ୍ୟ ।
ଭାରତର ପ୍ରଖ୍ୟାତ ଜାତୀୟବାଦୀ ନେତା ରୂପେ ମଧୁସୂଦନ ଦାସଙ୍କର ଜଣେ ବିଶିଷ୍ଟ ଆଇନଜ୍ଞ ତଥା ଦେଶବତ୍ସଳ ନାୟକ ରୂପେ ସର୍ବଶ୍ରେଷ୍ଠ ଅବଦାନ ଥିଲା । ପରାଧୀନ ଭାରତରେ ଦେଶର ପ୍ରଥମ ଭାଷାଭିତ୍ତିକ ପ୍ରଦେଶ ଓଡ଼ିଶାର ଗଠନ ବଳିଷ୍ଠ ଜନଜାଗରଣ ତଥା ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ । ଏହି ପ୍ରକି୍ରୟା ରିସ୍‍ଲେ ସର୍କୁଲାର (୧୯୦୩) ଠାରୁ ଆରମ୍ଭ ହୋଇ ଭାରତ ଆଇନ (୧୯୩୫) ପର୍ଯ୍ୟନ୍ତ ସୁଦୀର୍ଘ ବତିଶି ବର୍ଷକାଳ ପରିବ୍ୟାପ୍ତ ରହିଥିଲା । ପରାଧୀନ ଭାରତରେ ଓଡ଼ିଶା ପ୍ରଦେଶ ଗଠିତ ହୋଇନଥିଲେ ଏହାର ଗଠନର ସଂଭାବନା ସ୍ୱାଧୀନ ଭାରତରେ ସୁଦୂର ପରାହତ ହୋଇଥାନ୍ତା ।
ମାତ୍ର ସମଗ୍ର ଭାରତରେ ଆଇନ୍‍ଜୀବୀ ଗୋଷ୍ଠୀଙ୍କ ପାଇଁ ମଧୁସୂଦନ ଦାସଙ୍କର ସର୍ବଶ୍ରେଷ୍ଠ ଅବଦାନ ଥିଲା, ଭାରତୀୟ ନାରୀଙ୍କୁ ଆଇନ୍‍ଜୀବୀ ବୃତ୍ତି ଗ୍ରହଣର ଯୁଗାନ୍ତକାରୀ ଅଧିକାର ପ୍ରଦାନ ।
ଇଂଲଣ୍ଡରେ ଏହି ଅଧିକାର ୧୯୧୮ ବେଳକୁ ମହିଳାମାନଙ୍କୁ ପ୍ରାପ୍ତ ହୋଇଥିଲା । ମାତ୍ର ୧୯୨୧ ସାଲରେ ମଧୁସୂଦନଙ୍କ ପାଳିତାକନ୍ୟା ସୁଧାଂଶୁବାଳା ହାଜରା, କଲିକତା ବିଶ୍ୱବିଦ୍ୟାଳୟରୁ ଆଇନ୍‍ରେ ସ୍ନାତକ ଉପାଧି ଲାଭ କରିବା ପରେ ୧୯୨୨ ରେ ପାଟନା ହାଇକୋର୍ଟରେ ଆଇନ୍‍ଜୀବୀ ବୃତ୍ତିଗ୍ରହଣଲାଗି ଜଣେ ମହିଳା ଭାବରେ ଆବେଦନ କଲେ । ମାତ୍ର ଏହା ନାମଞ୍ଜୁର ହୋଇଯାଇଥିଲା । ଏହା ପରେ ଏହି ଆବେଦନ ପ୍ରିଭି କାଉନ୍‍ସିଲ୍‍ରେ ଉପସ୍ଥାପିତ ହୋଇଥିଲା । ମଧୁବାବୁଙ୍କ ଅଦମ୍ୟ ପ୍ରଚେଷ୍ଟା ଫଳରେ ଭାରତୀୟ ବ୍ୟବସ୍ଥାପକ ସଭାରେ ୧୯୨୩ ସାଲ ସେପ୍ଟମ୍ବର ମାସରେ ଭାରତୀୟ ଆଇନଜୀବୀ ବୃତ୍ତି ସଂଶୋଧିତ ହୋଇ ନାରୀମାନଙ୍କୁ ଏହି ଅଧିକାର ପ୍ରଦାନ କରାଯାଇଥିଲା । ଫଳରେ ମଂତ୍ରିତ୍ୱ ତ୍ୟାଗ କରିଥିବା ଏହି ମଧୁସୂଦନ ଦାସଙ୍କର ଜଣେ ଜୁନିଅର (ଆର୍ଟିକଲଡ଼୍‍ କ୍ଲର୍କ) ଭାବରେ ସୁଧାଂଶୁବାଳା ଓକିଲ ରୂପେ ପାଟନାରେ ୧୨.୧୨.୧୯୨୩ରେ ଗୃହୀତ ହୋଇଥିଲେ । ଆଉ ୨୩.୧.୧୯୨୪ରେ ସୁଧାଂଶୁବାଳା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ ଭାବେ କଳା ଗାଉନ୍‍ ପିନ୍ଧି ମଧୁସୂଦନ ଦାସଙ୍କ ସହିତ ପାଟନା ହାଇକୋର୍ଟରେ ଅବତୀର୍ଣ୍ଣ ହେବାର ଯୁଗାନ୍ତକାରୀ ଘଟଣା ସମଗ୍ର ଭାରତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପ୍ରକୃତରେ ଏହା ହିଁ ଥିଲା ଆଇନଜୀବୀ ଦିବସ ପାଳନର ତାତ୍ପର୍ଯ୍ୟ ।
ମଧୁସୂଦନ ଦାସଙ୍କ ଶତବାର୍ଷିକୀ ପାଳନ କରିବାକୁ ଭୁଲିଯାଇଥିବା ଓଡ଼ିଆମାନଙ୍କୁ ତାହାଙ୍କର ଦେଢ଼ଶହ ବର୍ଷ ଜୟନ୍ତୀ, ୧୯୯୭ରୁ ୧୯୯୯ ସାଲ ମଧ୍ୟରେ ପାଳନ କରିବାପାଇଁ ଯେଉଁ ସଶ୍ରଦ୍ଧ ନିବେଦନ କରାଯାଇଥିଲା, ସେଥିରେ ବହୁ କ୍ଷେତ୍ରରେ ଅନାଗ୍ରହତା ଓ ସ୍ତବ୍ଧ ନୀରବତା ପ୍ରକାଶ ପାଇଥିଲା । ଏହା ସତ୍ତ୍ୱେ ବହୁ ସମ୍ମାନାସ୍ପଦ ଆଇନଜୀବୀ ପରିଷଦ ପକ୍ଷରୁ ଯେଉଁ ସ୍ୱତଃସ୍ଫୂର୍ତ୍ତ ତତ୍ପରତା ଓ ଉଚ୍ଛ୍ୱସିତ ଉଦ୍‍ବେଳନ ପ୍ରକାଶ ପାଇଲା, ତାହା କେବଳ ତାତ୍ପର୍ଯ୍ୟପୂର୍ଣ୍ଣ ନଥିଲା

ନ୍ୟାୟପାଳିକା ତଥା ଆଇନଜୀବୀ ଗୋଷ୍ଠୀଙ୍କର ସମ୍ମିଳିତ ଓ ସମନ୍ୱିତ ଉଦ୍ୟମରେ ମଧୁସୂଦନଙ୍କ ଜୟନ୍ତୀକୁ ଆଇନଜୀବୀ ଦିବସ ରୂପେ ପାଳନ କରିବା ନିମନ୍ତେ ନିଆଯାଇଥିବା ଐତିହାସିକ ସିଦ୍ଧାନ୍ତ ଓଡ଼ିଆ ଜାତିପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଥିଲା । ତେଣୁ ଏ କ୍ଷେତ୍ରରେ ଓଡ଼ିଶା ରାଜ୍ୟ ଆଇନ ପରିଷଦର ଅବିସ୍ମରଣୀୟ ଭୂମିକା ଅତ୍ୟନ୍ତ ପ୍ରଶସଂନୀୟ ।
ବର୍ତ୍ତମାନ ଓଡ଼ିଶାର ଆଇନଜୀବୀଗଣ ମଧୁସୂଦନଙ୍କ ଦିଗ୍‍ଦର୍ଶନର ଛତ୍ରଛାୟା ତଳେ ଏକତ୍ରିତ ହେବାର ଲକ୍ଷ୍ୟ କରାଯାଏ । ମଧୁସୂଦନ ମୁଖ୍ୟତଃ ଦଳିତ, ନିଷ୍ପେଷିତ ତଥା ଅବହେଳିତ ସଂପ୍ରଦାୟ କୃଷକ, ଶ୍ରମିକ, ଶୋଷିତ ଶିଳ୍ପୀକୂଳର ଉନ୍ନୟନ ଲାଗି ପ୍ରତିଶ୍ରୁତିବଦ୍ଧ ଥିଲେ । କଟକରେ ତାଙ୍କର ପ୍ରଥମ କେଶ୍‍ଟି ଜଣେ ସର୍ବହରା କୃଷକ ତଥା ଖାତକକୁ ସୁରକ୍ଷା ପ୍ରଦାନ ପାଇଁ ଅଭିପ୍ରେତ ଥିଲା । ସ୍ୱଦେଶୀ ଶିଳ୍ପ ଆନ୍ଦୋଳନର କର୍ଣ୍ଣଧାର ରୂପେ ତାଙ୍କର ନିବିଡ଼ ସଂପର୍କ ଗଢ଼ି ଉଠିଥିଲା, ସର୍ବହରା ତଥା ନିଷ୍ପେଷିତ ଶିଳ୍ପୀକୁଳ ସହିତ । ଏହି ପ୍ରକ୍ରିୟା ମଧ୍ୟରେ ଦଳିତ ଗୋଷ୍ଠୀଙ୍କୁ ଅର୍ଥନୈତିକ କ୍ଷେତ୍ରରେ ଅବସ୍ଥାପନପାଇଁ ମଧୁସୂଦନ ଦାସଙ୍କ ଦ୍ୱାରା ସ୍ଥାପିତ ଉତ୍କଳ ଟ୍ୟାନେରିରେ ଦଳିତମାନେ ଅଂଶୀଦାର ଥାଇ ପରିଚାଳନାରେ ଅଂଶଗ୍ରହଣ କରୁଥିଲେ । ଏ ସମସ୍ତପାଇଁ ମହାତ୍ମାଗାନ୍ଧୀ ମଧୁସୂଦନ ଦାସଙ୍କୁ ତାଙ୍କର ଅନ୍ୟତମ ମାର୍ଗଦର୍ଶକ ରୂପେ ଗ୍ରହଣ କରିଥିଲେ । ବିନା କ୍ଷତିପୂରଣରେ ଜମିଦାରି ପ୍ରଥାର ଉଚ୍ଛେଦ ଲାଗି ସେ ୧୯୦୯ ସାଲରେ କୃଷକମାନଙ୍କର ସର୍ବବୃହତ ଅନୁଷ୍ଠାନ ପ୍ରଜା ପରିଷଦ ଗଠନ କରିଥିଲେ । ତାହାର କାର୍ଯ୍ୟଧାରା ଅତ୍ୟନ୍ତ ଗରିମାମୟ ଥିଲା ।
ଓଡ଼ିଶାବାସୀଙ୍କପାଇଁ ଆଇନଜୀବୀ ଭାବରେ ମଧୁସୂଦନ ଦାସଙ୍କର ଗୌରବୋଜ୍ୱଳ ଅବଦାନ ହେଲା, ବ୍ରିଟିଶ ସରକାରଙ୍କ କୂଟ ଚକ୍ରାନ୍ତମୂଳକ ଆକ୍ରମଣରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ସୁରକ୍ଷା ପ୍ରଦାନ ସହିତ ଗଜପତି ପରଂପରାକୁ ସ୍ୱୀକୃତି ପ୍ରଦାନର ମହନୀୟ ବ୍ୟବସ୍ଥାଗ୍ରହଣ ।
ଆଇନରେ ପାରଦର୍ଶିତା ଲାଭ କରିଥିବା ସଚେତନ ଆଇନଜୀବୀ ଗୋଷ୍ଠୀଙ୍କ ସମ୍ମୁଖରେ ସେ ପ୍ରତିଭାତ ହୋଇଛନ୍ତି ମୁକ୍ତିର ପ୍ରତୀକ ରୂପରେ । ଯେଉଁଠାରେ ମଣିଷର ଅଧିକାର ବାଧାପ୍ରାପ୍ତ,ସେହିଠାରେ ମଧୁସୂଦନ ଦାସ ଅବତୀର୍ଣ୍ଣ ହୋଇଛନ୍ତି ଜାଗ୍ରତ ପ୍ରହରୀ ରୂପରେ ।
ଏଥିପାଇଁ ମଧୁ ଜୟନ୍ତୀ ଅବସରରେ ପାଳିତ ଆଇନଜୀବୀ ଦିବସ ଉପଲକ୍ଷେ ଅନୁଷ୍ଠିତ ବହୁ ସମାରୋହରେ ଆଇନଜୀବୀଗଣ ସମାଜର ନିମ୍ନ ତଥା ଅବହେଳିତ ଗୋଷ୍ଠୀମାନଙ୍କୁ ସୁରକ୍ଷା ତଥା ସୁଲଭ ନ୍ୟାୟ ପ୍ରଦାନପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ।
ମଧୁସୂଦନ ଦାସ, ଶ୍ରୀ ଅରବିନ୍ଦଙ୍କର ଯେଉଁ ମହନୀୟ ଉକ୍ତିଟି ବିହାର ଓଡ଼ିଶା ବିଧାନସଭାରେ ଉପସ୍ଥାପନ କରିଥିଲେ, ତାହା ହେଉଛି - "ଆଇନ ମଣିଷଙ୍କ ପାଇଁ ନୁହେଁ, ମଣିଷପାଇଁ ହିଁ ଆଇନ ଅଭିପ୍ରେତ ।" ଏଣୁ ପ୍ରଚଳିତ ଆଇନରେ ରହିଥିବା ତ୍ରୁଟି ସମୂହର ନିରାକରଣ କରାଯାଇ ତାହାକୁ ମଣିଷର ସମନ୍ୱିତ ତଥା ସର୍ବାଙ୍ଗୀନ ଉନ୍ନତି ଲାଗି ସଂଚାଳିତ କରିବାର ଆବଶ୍ୟକତା ରହିଛି ।
ବୋଧହୁଏ ଏହିଠାରେ ହିଁ ରହିଛି ଆଇନଜୀବୀ ଦିବସ ପାଳନର ପରମ ତାତ୍ପର୍ଯ୍ୟ । ଏଠାରେ ଆମ୍ଭେ ସ୍ମରଣରେ ଆଣିଲୁ ମଧୁସୂଦନ ଦାସଙ୍କର ପ୍ରଣୀତ ତଥା ଭାରତର ଅନ୍ୟତମ ସ୍ନାୟୁକେନ୍ଦ୍ର

ବିହାରର ପାଟନାଠାରେ ୧୯୨୩ ସାଲରେ ଓଡ଼ିଶା ଆସେମ୍ବ୍ଲିରେ ଗୃହୀତ ହୋଇଥିବା ଅତ୍ୟନ୍ତ କ୍ରାନ୍ତିକାରୀ ସ୍ୱାୟତ୍ତ ଶାସନ ଆଇନ, ଯାହା ଗଣତନ୍ତ୍ରର ମୂଲ୍ୟବୋଧରେ ଅନନ୍ୟ ଓ ଅତୁଳନୀୟ ଥିଲା । ଏଥିରେ ମହିଳାମାନେ ନିର୍ବାଚିତ ହେବାର ସ୍ୱତନ୍ତ୍ର ବିଧାନ ସହିତ ସ୍ୱାୟତ୍ତ ଶାସନ ସଂସ୍ଥାର ପରିଚାଳନା ପରିଷଦରେ ଦଳିତମାନଙ୍କପାଇଁ ଏକ ସ୍ଥାନ ସଂରକ୍ଷିତ ରହିଥିଲା । ଗଣତନ୍ତ୍ରର ଅନ୍ତର୍ନିହିତ ମୂଳ ପ୍ରାଣସତ୍ତା ଉପରେ ଅଧିଷ୍ଠିତ ଏହି ଆଇନରେ ବିଶ୍ୱାସ ହରାଇ ଥିବା ନିର୍ବାଚିତ ପ୍ରତିନିଧିମାନଙ୍କର ପ୍ରତ୍ୟାହାର ବ୍ୟବସ୍ଥା ସନ୍ନିବେଶିତ ଥିଲା, ଯାହା ସେ ସମୟରେ ପାଶ୍ଚାତ୍ୟର ଗଣତନ୍ତ୍ର ବିଧାନରେ ମଧ୍ୟ ଅକଳ୍ପନୀୟ ଥିଲା । ପରେ ଜୟପ୍ରକାଶ ନାରାୟଣ ତାଙ୍କ ଜୀବନର ଶେଷ ପର୍ଯ୍ୟାୟରେ ଏହି ନୀତି ଉପରେ ଗୁରୁତ୍ୱ ଆରୋପ କରିଥିଲେ ।
ଏଣୁ ଜଣେ ଆଇନଜୀବୀ, ଆଇନଜ୍ଞ, ପାର୍ଲାମେଣ୍ଟାରିଆନ୍‍, ବିଧାୟକ ତଥା ଦେଶବତ୍ସଳ ନେତାରୂପେ ମଧୁସୂଦନ ଦାସଙ୍କର ଭୂମିକା ଅତ୍ୟନ୍ତ ପ୍ରେରଣାଦାୟକ ଓ ଗରିମାମୟ ଥିଲା, ଯାହା ଦେଶବାସୀଙ୍କୁ କାଳକାଳ ଲାଗି ମାର୍ଗଦର୍ଶନ କରୁଥିବ ।

ସହସ୍ରଭୁଜାର ଆବାହନ

ଭୂମିକଂପ ହେବ ଧରଣୀ ଫାଟିବ
 ଉଠିବେ ସହସ୍ରଭୁଜା
ସେହି ତୋର ମାତା ସେହି ତୋର ତ୍ରାତା
 କର ସେହି ପଦପୂଜା । -ମଧୁସୂଦନ

ଇଂରେଜମାନଙ୍କ ଓଡ଼ିଶା ଅଧିକାର ପରେ ଲାଗି ରହିଥିବା କ୍ରମାଗତ ବିଦ୍ରୋହ ଓ ଅସ୍ଥିରତା ସ୍ୱରୂପ ୧୮୧୭ରେ ପାଇକ ବିଦ୍ରୋହ ଓ ୧୮୫୭ରେ ସିପାହୀ ବିଦ୍ରୋହ ହୋଇଥିଲାା ଅର୍ଥନୀତିର ଦ୍ରୁତ ଅବକ୍ଷୟ ସାଙ୍ଗକୁ ୧୮୬୬ର ପ୍ରାଣଶୋଷା ନଅଙ୍କ ଦୁର୍ଭିକ୍ଷର କରାଳ ଆଘାତରେ ଓଡ଼ିଆ ଜାତି ପରିଣତ ହୋଇଯାଇଥିଲା କଂକାଳସାର ଜନସମୂହରେ । ମହାତ୍ମାଗାନ୍ଧୀ ୧୯୨୧ ସାଲରେ ଓଡ଼ିଶା ପରିଦର୍ଶନର ବିକଳ ଅନୁଭୂତିକୁ ଏକ ମର୍ମନ୍ତୁଦ ଓ ଯନ୍ତ୍ରଣାକାତର ସ୍ୱରରେ ବର୍ଣ୍ଣନା କରିଛନ୍ତି-
"ଓଡ଼ିଶାରେ କଂକାଳର ଦୃଶ୍ୟ ଦେଖିବି ବୋଲି ମୁଁ ପ୍ରସ୍ତୁତ ଥିଲି । କିନ୍ତୁ ଯାହା ଦେଖିଲି ସେହି ଅସ୍ଥି ଚର୍ମସାର ସ୍ତ୍ରୀ, ପୁରୁଷ ଆଉ ପିଲାଙ୍କର କରୁଣ ଚେହେରା କେବେ ବି ଭୁଲିବାର ନୁହଁ । ସେମାନେ ଚିତ୍କାର କରି କହୁଥିଲେ "ଆମେମାନେ ଖାଦ୍ୟ ଚାହୁଁ' ଏହିଭଳି ଲୋକଙ୍କ ପାଖରେ ସ୍ୱରାଜ୍ୟର ଅର୍ଥ ବା କ'ଣ ଥାଇପାରେ ?"
ଏହିମାନେ ହିଁ ଥିଲେ ଓଡ଼ିଶାର ସହସ୍ର ଭୁଜା । ଏହି କଂକାଳସାର ଜନସାଧାରଣଙ୍କୁ ଉପରକୁ ଉଠାଇବାପାଇଁ ଭୂମିକଂପ ଭଳି ବିସ୍ଫୋରକ ଆନ୍ଦୋଳନ ଦରକାର, ଯହିଁରେ ଅଜ୍ଞାନ ରୂପକ ଅଂଧକାରର ଧରଣୀ ଫାଟିଯିବ ଓ ଜାଗରଣର ନୂତନ ପ୍ରଭାତ ଉଦୟ ଲାଭ କରିବ । ଓଡ଼ିଶା ଇତିହାସର ସେହି ନୀରନ୍ଧ୍ର ଅଂଧକାରରେ ଭୂମିକଂପ ଭଳି ବିସ୍ଫୋରଣକାରୀ ଜାଗରଣ ସୃଷ୍ଟି କରିଥିଲେ ମଧୁସୂଦନ, ଜାଳିଥିଲେ ସ୍ୱାଭିମାନର ଦୀପଶିଖା ଓ ବିସ୍ମୃତ ଜାତିକୁ ଦେଇଥିଲେ ଆତ୍ମପରିଚୟର ଚେତନା ।

ଓଡ଼ିଶାର ସ୍ୱାଧୀନତା ଲୋପପାଇଗଲା ୧୫୬୮ ସାଲରେ ଏବଂ ୧୫୯୨ ସାଲରେ ଉପକୂଳର ସମସ୍ତ ଓଡ଼ିଆଭାଷୀ ଅଂଚଳ ମୋଗଲ ବଂଦୀ ନାମରେ ପରିଚିତ ହେଲା । ମୋଗଲ ଶାସନାଧୀନ ଏହି ପରିସରରେ ଥିଲା ପାଞ୍ଚଟି ସରକାର ବା ଜିଲ୍ଲା । ସେଗୁଡ଼ିକ ହେଲା ୧. ଜଳେଶ୍ୱର (ମେଦିନୀପୁର ଆଉ ବାଙ୍କୁଡ଼ା ସମେତ), ୨. ଭଦ୍ରକ, ୩. କଟକ. ୪.ସିକାକୋଲ, ୫. ରାଜମହେନ୍ଦ୍ରୀ । ଏହାଛଡ଼ା ପଶ୍ଚିମରେ ଥିଲା ପରିବ୍ୟାପ୍ତ ଓଡ଼ିଆଭାଷୀ ଗଡ଼ଜାତ ଅଂଚଳ । ଏହା ପରଠାରୁ ଦୁର୍ଦ୍ଦିନର କଳାମେଘ ଛାଇ ରହିଲା ଓଡ଼ିଶାର ରାଜନୈତିକ ଆକାଶକୁ । ଏହାପରେ ଓଡ଼ିଶାର ଦକ୍ଷିଣାଞ୍ଚଳ ବି୍ରଟିଶ ଶାସନ ଅଧୀନକୁ ଆସିଲା ୧୭୬୮ ସାଲରେ ଆଉ ଉତ୍ତର ଓଡ଼ିଶା ୧୮୦୩ ସାଲରେ ଯାହା ଯଥାକ୍ରମେ ମାନ୍ଦ୍ରାଜ ଓ ବଂଗଳା ପ୍ରଦେଶରେ ଥିଲା । ପଶ୍ଚିମର ସଂବଲପୁର ଜିଲ୍ଲା ଆଉ ଏହାର ସଂଲଗ୍ନ ପାଞ୍ଚଟି ଗଡ଼ଜାତ, (କଳାହାଣ୍ଡି, ପାଟନା, ସୋନପୁର, ବାମଣ୍ଡା ଆଉ ରେଢ଼ାଖୋଲ) ଅଞ୍ଚଳ ମଧ୍ୟପ୍ରଦେଶର ପରିସରକୁ ୧୮୪୯ ସାଲରେ ଆସିଥିଲା । ପରେ ଏହି ଅଂଚଳ ୧୮୬୦ରେ ଓଡ଼ିଶା ଡିଭିଜନକୁ ଆସିଲା, ଯେଉଁ ସମୟରେ ଓଡ଼ିଆଭାଷାର ପ୍ରସାର ଘଟିଥିଲା । ପୁନରାୟ ଏହି ଅଞ୍ଚଳ ୩୦.୪.୧୯୬୨ରେ ମଧ୍ୟପ୍ରଦେଶକୁ ସ୍ଥାନାନ୍ତରିତ ହେଲେ ମଧ୍ୟ ଓଡ଼ିଆ ରାଜଭାଷା ଥିଲା । ବଙ୍ଗ ପ୍ରଦେଶର ଓଡ଼ିଶା ଡିଭିଜନ ମଧ୍ୟରେ ଥିବା ମେଦିନୀପୁର ଆଉ ବାଙ୍କୁଡ଼ା ଅଞ୍ଚଳ ୧୮୪୦ ସାଲରେ ବଙ୍ଗ ପ୍ରଦେଶର ବର୍ଦ୍ଧମାନ ଡିଭିଜନକୁ ହସ୍ତାନ୍ତରିତ ହେଲା । ମାତ୍ର ତିରିଶି ବର୍ଷ ମଧ୍ୟରେ ୧୮୭୦ ବେଳକୁ ଏହି ସୁବିଶାଳ ଓଡ଼ିଆଭାଷୀ ଅଂଚଳଟି ବଂଗଳାଭାଷୀ ଅଂଚଳରେ ପରିଣତ ହୋଇଗଲା । ଦକ୍ଷିଣରେ ଯେଉଁ ଓଡ଼ିଆଭାଷୀ ଅଂଚଳ ରାଜମହେନ୍ଦ୍ରୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା, କ୍ରମେ ସଂକୁଚିତ ହୋଇଆସିଲା ବିଶାଖାପାଟନମ୍‍ ପର୍ଯ୍ୟନ୍ତ । ଓଡ଼ିଶାର ଦକ୍ଷିଣାଞ୍ଚଳ ୧୭୬୮ ବେଳକୁ ଇଂରେଜ ଅଧିକାର ସତ୍ତ୍ୱେ ଏ ଅଞ୍ଚଳର ଓଡ଼ିଆ ରାଜାମାନେ ଇଂରେଜ ସରକାରଙ୍କର ବଶ୍ୟତା ସ୍ୱୀକାର ନକରି କ୍ରମାଗତଭାବେ ବିଦ୍ରୋହ ଚାଲୁ ରଖିଥିଲେ । ଏହି ବିଦ୍ରୋହକୁ ପ୍ରତିହତ କରିବାପାଇଁ ଇଂରେଜମାନେ ତେଲ୍‍ଗୁଭାଷୀ ଲୋକଙ୍କୁ ସୈନ୍ୟବାହିନୀରେ ନିଯୁକ୍ତ କରି ଏ ଅଂଚଳକୁ ପ୍ରେରଣ କରୁଥିଲେ । ଇଂରେଜ ଶାସନ କାଳରେ ୧୭୮୯ଠାରୁ ୧୭୯୨ ପର୍ଯ୍ୟନ୍ତ ଯେଉଁ ଭୟାବହ ପାଞ୍ଚମଣିଆ କାନ୍ତର ବା ଦୁର୍ଭିକ୍ଷ ପଡ଼ିଲା ସେଥିରେ ବହୁ ଜନକ୍ଷୟ ହେବା ସଂଗେସଂଗେ ଅଧିକାଂଶ ଅଧିବାସୀ ପଶ୍ଚିମାଞ୍ଚଳର ଗଡ଼ଜାତକୁ ଚାଲିଗଲେ । ତେଣୁ ୧୮୦୦ ସାଲ ବେଳକୁ ଗଞ୍ଜାମ (ସିକାକୋଲ ସମେତ)ର କଲେକ୍ଟର ମିଷ୍ଟର ବ୍ରାଉନ ଲେଖିଛନ୍ତି ଯେ, ସମଗ୍ର ଅଂଚଳଟି ଜନଶୂନ୍ୟତାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ଏହି ଜନଶୂନ୍ୟ ଅଂଚଳରେ ଆନ୍ଧ୍ର ଅଂଚଳରୁ ଆଗତ ସୈନ୍ୟବାହିନୀ, ରାଜକର୍ମଚାରୀ ଓ ଜନସାଧାରଣ, ତେଲୁଗୁ ଅଫିସରମାନଙ୍କ ସହାୟତାରେ ବସତି ସ୍ଥାପନକରି ଜମିସବୁ ଅଧିକାର କଲେ । ଏହାଛଡ଼ା ଜନଗଣନାରେ ଓଡ଼ିଆ ଅଧିବାସୀମାନଙ୍କୁ ତେଲୁଗୁ ଭାବରେ ଚିହ୍ନିତ କରାଗଲା ଫଳରେ ଓଡ଼ିଆଭାଷୀ ଅଞ୍ଚଳ ସଂକୁଚିତ ହୋଇଗଲା । ପଶ୍ଚିମରେ ବସ୍ତର, ରାୟଗଡ଼, ଫୁଲଝର, ଅଂଚଳରେ ହିନ୍ଦୀଭାଷାର ପ୍ରଭାବ ବୃଦ୍ଧିପାଇବାରୁ ଅଳ୍ପ କେତୋଟି ଗଡ଼ଜାତକୁ ଛାଡ଼ିଦେଲେ ଓଡ଼ିଆଭାଷୀ ଅଞ୍ଚଳ ନିଶ୍ଚିହ୍ନ ହେବା ଅବସ୍ଥାକୁ ଆସିଗଲା ।ଏହାଥିଲା ୧୮୮୧ ସାଲରେ ଓଡ଼ିଆଭାଷୀ ଅଂଚଳର ପରିସ୍ଥିତି ।

ସେତେବେଳେ ଦେଶପ୍ରାଣ ମଧୁସୂଦନ ଦାସ ଓଡ଼ିଶାକୁ ଫେରି ଆସି ଏହି ପରିସ୍ଥିତିର ମୁକାବିଲା କରିବାପାଇଁ ୧୮୮୨ ସାଲରେ ଉତ୍କଳସଭା ଗଠନ କଲେ । ଏହାପରେ କ୍ରମାଗତ ଭାବରେ ଦାବି ଉପସ୍ଥାପନା କଲେ, ସମସ୍ତ ଓଡ଼ିଆ ଭାଷୀ ଅଂଚଳକୁ ମିଶ୍ରଣ କରି ଏକ ଶାସନର ପରିସର ମଧ୍ୟରେ ରଖିବାପାଇଁ ।
ଓଡ଼ିଶା ଇତିହାସର ଧାରା ସୂଚାଇ ଦିଏ ଯେ କେତେ ଶତାବ୍ଦୀର ଘଟଣା ପ୍ରବାହ ପରେ ଉତ୍କଳ ସହିତ ଦକ୍ଷିଣ କୋଶଳର ମିଶ୍ରଣ ହେଲା । ଦଶମ ଶତାବ୍ଦୀରେ ଯଯାତି କେଶରୀଙ୍କଦ୍ୱାରା ଏବଂ ଦ୍ୱାଦଶ ଶତାବ୍ଦୀରେ ଚୋଡ଼ଗଂଗଙ୍କଦ୍ୱାରା କଳିଂଗ ମିଶ୍ରିତ ଥିଲା ସମନ୍ୱିତ ଉତ୍କଳ କୋଶଳ ଖଣ୍ଡରେ । ଏହାପରେ ଅମୀତ କ୍ଷମତାଶାଳୀ ଓଡ଼ିଶା ଭୂଖଣ୍ଡର ସୃଷ୍ଟି ହେଲା । ତାହା ପୁଣି ଇତିହାସର ଧାରା ପ୍ରବାହରେ ଅଲଗା ଅଲଗା ତିନିଖଣ୍ଡ ହୋଇ ବଂଗଳା, ମଧ୍ୟପ୍ରଦେଶ ଓ ମାନ୍ଦ୍ରାଜରେ ବିଚ୍ଛିନ୍ନ ହୋଇ ରହିଗଲା; ବ୍ରିଟିଶ ଶାସନ କାଳରେ । ଏହାର ପୁନଃ ମିଶ୍ରଣର ଲାଗି ଦାୟିତ୍ୱ ପଡିଲା ମଧୁସୂଦନଙ୍କର ଉପରେ । ତାଙ୍କର ଆବିର୍ଭାବ ଏ ଜାତିର ଉଦ୍ଧାର ଲାଗି ଯେପରି ବିଧି ନିର୍ଦ୍ଦିଷ୍ଟ ଥିଲା । ଇତିହାସର ଗତିଧାରା ପୁଣି ତ୍ୱରାନ୍ୱିତ ହେଲା ୧୮୯୯ ସାଲରେ । ପ୍ରତ୍ନତତ୍ତ୍ୱ ଓ ସଂସ୍କୃତିରେ ରୁଚି ରଖିଥିବା ଅଭିଜାତ ପୁରୁଷ ଲଡର଼୍ କର୍ଜନ ଭାରତରେ ବଡ଼ଲାଟ ପଦରେ ଅଧିଷ୍ଠିତ ହେଲେ । ମଧୁସୂଦନଙ୍କର ସିମିଲାଠାରେ ୧୯୦୦ ସାଲର ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଲଡର଼୍ କର୍ଜନଙ୍କର ସହିତ ବ୍ୟକ୍ତିଗତ ସାକ୍ଷାତ ଓ ଦାବି ଉପସ୍ଥାପନ ପରେ ଓଡ଼ିଆଭାଷୀ ଅଂଚଳର ମିଶ୍ରଣ ପ୍ରସଙ୍ଗ ଉଜ୍ଜ୍ୱଳ ହୋଇ ଉଠିଲା । ଏହାର ପୃଷ୍ଠଭୂମିରେ ଥିଲା ମଧୁସୂଦନଙ୍କର ବଳିଷ୍ଠ ଉପସ୍ଥାପନା ଓ ଲର୍ଡ କର୍ଜନଙ୍କ ସହିତ ତାଙ୍କର ଘନିଷ୍ଠ ସଂପର୍କ ।
ରିସ୍‍ଲେ ସର୍କୁଲାରକୁ ଆଧାର କରି ୧୯୦୫ରେ ମଧ୍ୟପ୍ରଦେଶରୁ ସମ୍ବଲପୁର ଜିଲ୍ଲା ଏବଂ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବାମଣ୍ଡା, ରେଢ଼ାଖୋଲ, ବିହାରର ଗାଂଗପୁର ବଣାଇ ସମେତ ପଶ୍ଚିମାଞ୍ଚଳର ଗଡ଼ଜାତ ସମୂହ ବଙ୍ଗପ୍ରଦେଶର ଓଡ଼ିଶା ଡିଭିଜନରେ ସାମିଲ୍‍ ହେଲା । ଏହା ଥିଲା ଦେଶ ମିଶ୍ରଣ ଆନ୍ଦୋଳନର ପହିଲି ସଫଳତା । ମାତ୍ର ମାନ୍ଦ୍ରାଜ ସରକାରଙ୍କର ଦୃଢ଼ ପ୍ରତିବାଦଯୋଗୁଁ ଦକ୍ଷିଣର ଓଡ଼ିଆଭାଷୀ ଅଂଚଳର ମିଶ୍ରଣ ସମ୍ଭବପର ହୋଇ ପାରି ନଥିଲା । ୧୯୦୬ରେ ବାଲେଶ୍ୱରରେ ଅନୁଷ୍ଠିତ ଉତ୍କଳ ସମ୍ମିଳନୀ ସଭାମଞ୍ଚରେ ମଧୁବାବୁ ଉଦ୍‍ବୋଧନ ଦେଇ କହିଥିଲେ- "ଉତ୍କଳ ଜନନୀର ତିନିପୁତ୍ର ମଧ୍ୟରୁ ତାହାର ପୀଡ଼ା ସମୟରେ ଦୁଇପୁତ୍ର ମୃତ୍ୟୁ ଶଯ୍ୟା ପାଖରେ ଉପସ୍ଥିତ । ଅନ୍ୟ ଏକ ପୁତ୍ର (ଗଂଜାମବାସୀ) ଅନେକ ଦୂରରେ ଥିବାରୁ ଜନନୀ ତାହାକୁ ପାଖରେ ନଦେଖି ବିଶେଷ କଷ୍ଟବୋଧ କରୁଅଛି । ସେହି ଦୂରବର୍ତ୍ତୀ ପୁତ୍ର ମାତୃସେବା କରି ନପାରି ବିଶେଷ ଭାବେ ଦୁଃଖିତ ।"
ଏହାପରେ ସମସ୍ତ ଆନ୍ଦୋଳନ ଓ ପ୍ରତିବାଦ ସତ୍ତ୍ୱେ ଦୀର୍ଘ ବାଇଶି ବର୍ଷ ବିତିଯାଇଛି କେବଳ ପ୍ରତୀକ୍ଷାରେ । ମାତ୍ର ୧୯୨୮ ସାଲରେ ମଧୁସୂଦନଙ୍କର ନିର୍ଦ୍ଦେଶରେ ପାଟଣାଠାରେ ସାଇମନ କମିଶନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ପରେ ପ୍ରଦେଶ ଗଠନର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଥିଲା । ଏହାପରେ ଅଟଲି ସବକମିଟି (୧୯୩୦), ଓଡ଼ନେଲ କମିଟି (୧୯୩୧), ଓଡ଼ିଶା ପ୍ରାଶାସନିକ

କମିଟି ୧୯୩୩ ଜରିଆରେ ଓଡ଼ିଶା ପ୍ରଦେଶର ରୂପରେଖ ନିଦ୍ଧାରିତ ହୋଇ ଗଂଜାମର ମିଶ୍ରଣକୁ ସ୍ୱୀକୃତି ଦିଆଯାଇଥିଲେ ମଧ୍ୟ ପାରଳା ଖେମୁଣ୍ଡି ଓ ଜୟପୁର ଜମିଦାରିର ମିଶ୍ରଣ ସଂପର୍କରେ କୌଣସି ନିର୍ଦ୍ଦେଶନାମା ପ୍ରକାଶ ପାଇ ନଥିଲା । ମଧୁସୂଦନଙ୍କର ପରାମର୍ଶରେ ୧୯୩୧ ଓ ୧୯୩୩ ସାଲରେ ପାରଳା ମହାରାଜାଙ୍କର ତିନିଥର ଲଣ୍ଡନ ଯାତ୍ରା ସହିତ ଗୋଲଟେବୁଲ୍‍ ବୈଠକରେ ଦୃଢ଼ଦାବୀ ଉପସ୍ଥାପିତ ହେଲା । ଖଲ୍ଲିକୋଟ ରାଜା ଓ ଭୁବନାନନ୍ଦ ଦାସ ମଧ୍ୟ ଗୋଲଟେବୁଲ୍‍ ବୈଠକରେ ଯୋଗଦେଇ ୧୯୩୨ ଓ ୧୯୩୩ରେ ଦୃଢ ଦାବି ଜଣାଇଲେ । ଫଳରେ ଜୟପୁର ଓ ପାରଳାଖେମୁଣ୍ଡି ସମେତ ଗଂଜାମ ଜିଲ୍ଲା ମାନ୍ଦ୍ରାଜ ପ୍ରଦେଶରୁ, ଖରିଆର ଜମିଦାରି ମଧ୍ୟପ୍ରଦେଶରୁ ଆସି ଓଡ଼ିଶା ଭୂଖଣ୍ଡ ସହିତ ମିଶି ନୂତନ ଓଡ଼ିଶା ପ୍ରଦେଶ ଗଠନ (୧୯୩୬) ସମ୍ଭବହେଲା ଏବଂ ମଧୁସୂଦନଙ୍କର ଜୀବନବ୍ୟାପୀ ବିରାମହୀନ ସଂଗ୍ରାମର ସ୍ୱପ୍ନ ସାର୍ଥକତା ଲାଭକଲା । ଏହି ଦେଶ ମିଶ୍ରଣ ଆନ୍ଦୋଳନରେ ଯେଉଁମାନେ ଅକୁଣ୍ଠ ଯୋଗଦାନ କରିଥିଲେ, ସେମାନଙ୍କ ମଧ୍ୟରେ ଅଛନ୍ତି ପାରଳା ମହାରାଜ ବ୍ରଜ ସୁନ୍ଦର ଦାସ, ଉତ୍କଳମଣି ଗୋପବଂଧୁ, ପଣ୍ଡିତ ନୀଳକଣ୍ଠ, ଭୁବନାନନ୍ଦ ଦାସ, ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ, କବି ଗଂଗାଧର, ଧରଣୀଧର ମିଶ୍ର, ଶଶିଭୂଷଣ ରଥ, ଦିବାକର ପଟ୍ଟନାୟକ, ଖଲ୍ଲିକୋଟର ରାଜା ସାହେବ ପ୍ରମୁଖ ।
ମଧୁସୂଦନ ଓଡ଼ିଆ ଜାତିର ଅଗ୍ରଦୂତ ଥିଲେ ମଧ୍ୟ ସେ ଥିଲେ ଭାରତୀୟ ଜାଗରଣର ଅଗ୍ର ବ୍ୟକ୍ତିତ୍ୱ । ତାଙ୍କର କାର୍ଯ୍ୟକ୍ଷେତ୍ର ଥିଲା ସମଗ୍ର ଦେଶର ପରିସର । ୧୮୯୬ଠାରୁ ୧୯୨୩ ସାଲ ପର୍ଯ୍ୟନ୍ତ ସେ ଥିଲେ ବଂଗ, ବିହାର, ଓଡ଼ିଶା ଏବଂ ଇମ୍ପରିୟାଲ୍‍ ବ୍ୟବସ୍ଥାପକ ସଭାର ଜଣେ ମର୍ଯ୍ୟାଦାପୂର୍ଣ୍ଣ ସଭ୍ୟ । ତାଙ୍କର ପ୍ରଖର ବୁଦ୍ଧିମତ୍ତା ଓ ଜ୍ୱାଳାମୁଖୀ ଭାଷଣଯୋଗୁଁ ବିତର୍କର ଝଡ଼ ସୃଷ୍ଟିହେଉଥିଲା । ଚିନ୍ତା ଓ ଚେତନାରେ ସେ ଥିଲେ ଜଣେ ଦୂରଦ୍ରଷ୍ଟା ଓ କ୍ରାନ୍ତିକାରୀ ଦିଗ୍‍ଦର୍ଶକ । ତାଙ୍କର କାର୍ଯ୍ୟଧାରାକୁ ଅନ୍ୟମାନେ ଆଗ୍ରହର ସହ ଅନୁସରଣ କରୁଥିଲେ ।
୧)ଭାଷା ସୂତ୍ରରେ ପ୍ରଦେଶ ଗଠନ କରିବାର ସେ ଥିଲେ ଆଦ୍ୟ ପ୍ରବର୍ତ୍ତକ । ଏହାକୁ ଆଧାର କରି ସ୍ୱାଧୀନ ଭାରତରେ ସୃଷ୍ଟି ହୋଇଥିଲା ଭାଷାଭିତ୍ତିକ ପ୍ରଦେଶ ଗଠନର ପରଂପରା ।
୨) ତାଙ୍କ ପ୍ରଚେଷ୍ଟା ଫଳରେ ଭାରତୀୟ ନାରୀମାନେ ପାଇଥିଲେ ଆଇନଜୀବୀ ବୃତ୍ତିଗ୍ରହଣର ଯୁଗାନ୍ତକାରୀ ଅଧିକାର ।
୩) ସେ ଥିଲେ ସାରାଦେଶର ସ୍ୱଦେଶୀ ଶିଳ୍ପ ଆନ୍ଦୋଳନର ପଥ ପ୍ରଦର୍ଶକ । ତାରକସି ଶିଳ୍ପର ପୁନଃପ୍ରତିଷ୍ଠା (୧୮୯୬), ଲଣ୍ଡନଠାରେ ସ୍ୱଦେଶୀ ଶିଳ୍ପ ପ୍ରଦର୍ଶନୀ (୧୮୯୭), ଉତ୍କଳ ଟ୍ୟାନେରି ପ୍ରତିଷ୍ଠା (୧୯୦୫ )ଆଦି ତାଙ୍କର ଅମର କୃତି ।
୪) ମହାତ୍ମାଗାନ୍ଧୀଙ୍କ ପରିକଳ୍ପିତ ଅର୍ଥନୈତିକ ଓ ସାମାଜିକ କାର୍ଯ୍ୟକ୍ରମଗୁଡ଼ିକୁ ତାଙ୍କର ବହୁପୂର୍ବରୁ ଓଡ଼ିଶାର ମାଟିରେ ତାଙ୍କର ରୂପାୟନ । ସ୍ୱଦେଶୀ ଗ୍ରାମ୍ୟଶିଳ୍ପ ଆନ୍ଦୋଳନ (୧୮୯୬), ଲବଣ କର ହ୍ରାସ ଓ ଉତ୍ପାଦନର ସଂରକ୍ଷଣ (୧୮୯୬), ଅସ୍ପୃଶ୍ୟତା ନିବାରଣ, ହିନ୍ଦୁ ମୁସଲମାନ ଏକତା (୧୮୮୮), ତନ୍ତଶିଳ୍ପର ଉନ୍ନୟନ (୧୯୦୫), ଚରଖାର ପ୍ରଚଳନ ଓ ପ୍ରସାର

(୧୯୦୭), କୃଷକର ଅଧିକାର ଓ ପ୍ରଜାସ୍ୱତ୍ତ୍ୱ ସଂରକ୍ଷଣ (୧୯୧୨) । ଏଥିପାଇଁ ମହାତ୍ମାଗାନ୍ଧୀଙ୍କର ଶ୍ରଦ୍ଧାଭାଜନ ହୋଇଥିଲେ ମଧୁସୂଦନ ଦାସ ।
୫) ଶ୍ରୀ ଜଗନ୍ନାଥ ମନ୍ଦିରର ପରିଚାଳନାକୁ କରଗତ କରିବାପାଇଁ ଇଂରେଜମାନଙ୍କ ଚକ୍ରାନ୍ତକୁ ଆଇନଗତ ସଂଗ୍ରାମ(୧୮୮୭) ରେ ପ୍ରତିହତ ସାଙ୍ଗକୁ ଗଜପତି ବଂଶର ସାଂସ୍କୃତିକ ଧାରାର ସଂରକ୍ଷଣ ।
୬) କୋଣାର୍କ ଏବଂ ଭୁବନେଶ୍ୱରର କଳା ଓ ଭାସ୍କର୍ଯ୍ୟସଂପନ୍ନ ଜୀର୍ଣ୍ଣ ମନ୍ଦିରଗୁଡିକର ସଂରକ୍ଷଣ (୧୯୦୦-୧୯୦୫) । ଏଥିଯୋଗୁ ଭାସ୍କର୍ଯ୍ୟ ଓଚାରୁକଳା କ୍ଷେତ୍ରରେ ଓଡ଼ିଶା ବିଶ୍ୱରେ ସମ୍ମାନିତ ।
୭) ମନ୍ତ୍ରୀପଦର ଅବୈତନିକତା ଦାବିରେ ଇସ୍ତଫା ପ୍ରଦାନ କରି ଭାରତୀୟ ଗଣତାନ୍ତ୍ରିକ ଧାରାରେ ଗୌରବୋଜ୍ୱଳ ପରଂପରା ସୃଷ୍ଟି । ବିଶ୍ୱାସ ହରାଇଥିବା ନିର୍ବାଚିତ ପ୍ରତିନିଧିମାନଙ୍କ ପ୍ରତ୍ୟାହାର ପ୍ରସଙ୍ଗରେ ଏକ ପ୍ରଗତିଶୀଳ ଚିନ୍ତାଧାରାର ମାର୍ଗଦର୍ଶକ ।
୮) ପାର୍ଲାମେଣ୍ଟାରୀୟ ଗଣତାନ୍ତ୍ରିକ ଧାରାର ପ୍ରତିଶ୍ରୁତିବଦ୍ଧ ସଂରକ୍ଷକ ।
୯) ନିଖିଳ ଭାରତ ଖ୍ରୀଷ୍ଟିୟାନ୍‍ ସମ୍ମିଳନୀର ଅଧ୍ୟକ୍ଷ ପଦ (୧୯୧୬-୧୮)କ୍ରମାଗତ ଭାବେ ଦୁଇଟି ବାର୍ଷିକ ଅଧିବେଶନରେ ଅଳଂକୃତ କରି ସର୍ବଭାରତୀୟ ମାନ୍ୟତାର ଅଧିକାରୀ ।
୧୦) ମଧୁସୂଦନଙ୍କର ଜୀବନର ଶେଷ ଅର୍ଦ୍ଧଶତାବ୍ଦୀ ଧରି ଓଡ଼ିଶାରେ ଯେତେ ଅନୁଷ୍ଠାନ ଗଢ଼ିଉଠିଥିଲା, ସମସ୍ତ ହିଁ ଥିଲା ତାଙ୍କର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଚେଷ୍ଟାର ଫଳ, ଯାହା ଓଡ଼ିଶାର ସମୃଦ୍ଧି ଓ ବିକାଶ ଲାଗି ଅଭିପ୍ରେତ ଥିଲା । (ବିଶ୍ୱନାଥ ଦାସ)
୧୧) ଦୁର୍ଗତଙ୍କ ସେବା (୧୮୮୫)ସହିତ ବନ୍ୟା ଦୁର୍ଗତ ଓ ମରୁଡ଼ି ପ୍ରପୀଡ଼ିତ ଲୋକଙ୍କ କ୍ଷୟକ୍ଷତି ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ । ଏ କ୍ଷେତ୍ରରେ ବି୍ରଟିଶ ସାମ୍ବାଦିକ ନାଭିନ୍‍ସନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।
୧୨) କୃଷିଭିତ୍ତିକ ପାଠ୍ୟକ୍ରମର ସଂଯୋଜନା (୧୮୯୬) ସାଙ୍ଗକୁ କୃଷକର ଅଧିକାର ଓ ସ୍ୱତ୍ତ୍ୱର ସୁରକ୍ଷା ଲାଗ ପ୍ରଜା ପରିଷଦ (୧୯୦୯)ଗଠନ । ବଂଗ ବ୍ୟବସ୍ଥାପକ ସଭାରେ ନ୍ୟସ୍ତସ୍ୱାର୍ଥ ଜମିଦାରି ଗୋଷ୍ଠୀର ପ୍ରରୋଚନାରେ ଉପସ୍ଥାପିତ ଶୋଷଣଭିତ୍ତିକ ପ୍ରଜା ସ୍ୱତ୍ତ୍ୱ ବିଲ୍‍ର ବିରୋଧ,ଯାହା ଭାରତୀୟ ସାଂବିଧାନିକ ଇତିହାସରେ ଏକ ବ୍ୟତିକ୍ରମ ।
୧୩)ଉତ୍କଳ ସମ୍ମିଳନୀ ଅଧିବେଶନରେ ୧୯୦୩ ଠାରୁ ସମସ୍ତ ସାଂସ୍କୃତିକ ତଥା ଅର୍ଦ୍ଧ ବେସରକାରୀ ଅନୁଷ୍ଠାନରେ ଅଗ୍ରାଧିକାର ଭିତ୍ତିରେ ଓଡ଼ିଆ ଭାଷାର ବ୍ୟବହାର ଉପରେ ପ୍ରାଧାନ୍ୟ । ସେ ସମୟର ଇଂରେଜ ପ୍ରଭାବିତ ଯୁଗରେ, ତାହାକୁ ଅନ୍ୟ ରାଜ୍ୟର ଚିନ୍ତାଶୀଳ ବ୍ୟକ୍ତିମାନେ ଗଭୀର ବିସ୍ମୟତାର ସହ ଅନୁଧ୍ୟାନ କରି, ମଧୁସୂଦନଙ୍କର ଏହି କାର୍ଯ୍ୟକୁ ଦିଗ୍‍ଦର୍ଶକର ମାନ୍ୟତା ପ୍ରଦାନ କରିଥିଲେ ।
୧୪) ମଧୁସୂଦନ ଥିଲେ ଏ ଜାତିର ପ୍ରଥମ ଓଡ଼ିଆ ଏମ୍‍.ଏ, ପ୍ରଥମ ଆଡ଼୍‍ଭୋକେଟ୍‍, ୟୁରୋପ

ପରିଦର୍ଶନରେ ପ୍ରଥମ ଓଡ଼ିଆ, ବଡ଼ଲାଟ ଆଉ ପ୍ରାଦେଶିକ ବ୍ୟବସ୍ଥାପକ ସଭାର ପ୍ରଥମ ଓଡ଼ିଆ

ସଭ୍ୟ, ପ୍ରଥମ ଓଡ଼ିଆ ମଂତ୍ରୀ ଓ ମଂତ୍ରିତ୍ୱ ତ୍ୟାଗ କରିବାରେ ପ୍ରଥମ ଭାରତୀୟ । ସେ ମଧ୍ୟ ଥିଲେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଓଡ଼ିଆ ସଭ୍ୟ (୧୮୭୮୬-୧୯୦୧), ସବୁଥିରେ ପ୍ରଥମ ଓଡ଼ିଆ, ମଧୁସୂଦନ ତାଙ୍କର ପ୍ରଚଣ୍ଡ ପ୍ରତିଭାଦୀପ୍ତ ବ୍ୟକ୍ତିତ୍ୱ ଘେନି ଭାରତର ରାଜନୈତିକ ଆକାଶକୁ ଉଦ୍‍ଭାଷିତ କରିଥିଲେ ଏକ ଜ୍ୟୋତିଷ୍ମାନ୍‍ ତାରକା ପରି ।
ମଧୁସୂଦନଙ୍କର ଆବିର୍ଭାବ ହୋଇଥିଲା ଓଡ଼ିଶା ଇତିହାସର ଏକ ତିମିରାଚ୍ଛନ୍ନ ଅଧ୍ୟାୟରେ, ଯେଉଁ ସମୟରେ ତୀବ୍ର ଶୋଷଣର ଜ୍ୱାଳା ଓ ପରିସ୍ଥିତିର ଦ୍ରୁତ ଅବକ୍ଷୟ ମଧ୍ୟରେ ଓଡ଼ିଶାର ସମସ୍ତ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ସବୁ ଭୁଶୁଡ଼ି ପଡିଥିଲା । ଏହାର ବିରୋଧରେ ଦୃଢ଼ ପ୍ରତିବାଦର ସ୍ୱର ଉତ୍ତୋଳନ କରିବାକୁ ଯେପରି କ୍ଷମତା ହରାଇ ବସିଥିଲା ଏ ଜାତି । ଏହି ସମୟର ଦୃଶ୍ୟପଟ୍ଟରେ ଉଭାହେଲେ ମଧୁସୂଦନ ଓ ଆତ୍ମପ୍ରତ୍ୟୟହୀନ ସହସ୍ର ଭୁଜାଙ୍କର ବାହୁରେ ଭରିଦେଇଥିଲେ ଅଫୁରନ୍ତ ଶକ୍ତି ଆଉ ଉଚ୍ଚସ୍ୱରରେ ପ୍ରତିବାଦ କରିବାର ଅଦ୍‍ଭୁତ କ୍ଷମତା । ତେଣୁ ଉତ୍କଳ ସମ୍ମିଳନୀ, ଛାତ୍ର ସମ୍ମିଳନୀ ଆଦି ଜାଗରଣର ଯେଉଁ ମଂଚ ମଧୁସୂଦନ ସୃଷ୍ଟି କରିଥିଲେ, ତାହାରି ଉପରୁ ସେନାନୀମାନେ ଲକ୍ଷ୍ୟ କରିଥିଲେ ଦେଶ ମିଶ୍ରଣ ଆନ୍ଦୋଳନର ସଂଗ୍ରାମ କ୍ଷେତ୍ରକୁ ଓ ପରବର୍ତ୍ତୀ କ୍ଷେତ୍ରରେ ମହାତ୍ମାଗାନ୍ଧୀଙ୍କ ପରିଚାଳିତ କଂଗ୍ରେସର ଅସହଯୋଗ ଆନ୍ଦୋଳନକୁ । ତେଣୁ ଓଡ଼ିଆ ମଧୁସୂଦନଙ୍କ ନେତୃତ୍ୱରେ ପାଇଥିଲା ଏକ ସ୍ୱତନ୍ତ୍ର ସ୍ୱୀକୃତି । ପଣ୍ଡିତ ନେହେରୁ ମଧୁସୂଦନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ମଧୁସୂଦନ ଥିଲେ କେବଳ ଓଡ଼ିଶାର ନୁହେଁ, ଭାରତର ଜଣେ ବିଶାଳ ବ୍ୟକ୍ତିତ୍ୱ ।'
ଆଉ ଫକୀରମୋହନ ତାଙ୍କର ଅନ୍ତରର ଆବେଗରେ ମଧୁସୂଦନଙ୍କୁ ସମ୍ବୋଧିତ କରି କହିଛନ୍ତି:-

"ତୁମ୍ଭର ଚରିତ୍ର ଓ ଇତିହାସ
ପାଉନାହିଁ ଭାଷା କରେ ପ୍ରକାଶ
ଯେତେଦିନ ଥିବ ଉତ୍କଳ ଜାତି
ଯାବତ ଚନ୍ଦ୍ରାର୍କେ ରଟିବ ଖ୍ୟାତି ।"