ଚିତ୍ରକାବ୍ୟ ବନ୍ଧୋଦୟ/ଏଥୁ ଅନ୍ତେ ଶୁଣ ସଂଖ୍ୟାବାନ ଗଣ

ଉଇକିପାଠାଗାର ରୁ
Jump to navigation Jump to search

ପଞ୍ଚମ ଛାନ୍ଦ
ରାଗ- ବଙ୍ଗଳାଶ୍ରୀ

ଏଥୁଅନ୍ତେ ଶୁଣ ସଂଖ୍ୟାବାନଗଣ ହୋଇକରି ସାବଧାନ ।
ଦ୍ୱାରାବତୀପୁରେ ଚତୁର ଚତୁରେ କହିବା ବନ୍ଧ ବିଧାନ ।୧।

ଅଟ୍ଟାଳୀ ବନ୍ଧ (୧)[ସମ୍ପାଦନା]


ପ୍ରଭାତେ (୧)ଅଟ୍ଟାଳୀବନ୍ଧେ ନିଦ୍ରା ତେଜି କେ ପ୍ରିୟ ପ୍ରିୟାକୁ କୋଳେ ।
ବସାଇ ମାନସ ରସାଇ ଏ ଗୀତ ବିରଚି ଗାଇଲା ଭୋଳେ ।୨।
ଜୟ କୃଷ୍ଣ ସ୍ତୁବିବ୍ୟୋକେ ଶିଶୁତ୍ୱରୂ ତାହା ଭେଟ କଲେ ଯମ ।
ମଞ୍ଚାରୁ ଉଠି କଂସର ସଉଚ୍ଚୁକେ କରେ କାହା କଲେ ରମ୍ଯ ।୩।
ନାଶ ଭକ୍ତର କିସ କରେ ଭଜିଲେ ତଥ୍ୟଭାବ ବିସ୍ତାରକ ।
ଶୋଭା କାହା ରଣ ହତରେ ସନ୍ଦୋହ ନୃପସ୍ଥାୟକ ।୪।
ଶରେ ଅଗୁଣେ ବୀରବାଣ ରୁଚିକ ରକ୍ଷ ଷଣ୍ଡ ଭଦ୍ରକୀର ।
ତର୍କରସ କେଉଁ ପୁଷ୍ପର ସୁଷମା ଦିବ୍ୟରୂପ କି କ୍ଷିତିର ।୫।
ଏ ଅଟ୍ଟବନ୍ଧ ହରି ଯଶ ମଧ୍ୟରେ ଅନ୍ତର୍ଲିପି ଶିବ ନାମେ ।
ମଧ୍ୟରେ ବେନିପାରଶ୍ୱ ମେଷଯୁଦ୍ଧେ ହୋଇଛି ଲୋମ ବିଲୋମେ ।୬।

ସୂର୍ଯ୍ୟରଥ ବନ୍ଧ (୨)[ସମ୍ପାଦନା]


ଭାବି ସେ ଭାବିନୀ ଭାନବିଷ୍ଣୁ ସ୍ତୁତି କାବ୍ୟ କବିନାମ ପାଶେ ।
(୨)ସୂର୍ଯ୍ୟମଣ୍ଡଳ ରଥେ କହେ ଚକ୍ରରେ ଚକ୍ରବନ୍ଧ ରଖି ତୋଷେ ।୭।
ଈନ କବିବନ୍ଦ୍ୟ ମାନସ ପାରଗ ସମ କେ ଆଉ ବିଶୋକ ।
ସୁର ସୁପବିତ୍ର ଇନ୍ଦ୍ର ଭ୍ରାତ ଲୋକ ହିବ ତମ ନିଶାଦକ ।୮।
ସୁଷମ ରତ ଦିବି ବାନ୍ଧବ ପଦ ହାତ ରଞ୍ଜିତ ସୁମନା ।
ବିଦୟୀ ଦ୍ୱିଜବର ଚକ୍ର ଯାହାକୁ ହେ ହରି ସୁଖ ଦାଇନ ।୯।

ବସନ୍ତ ହେଲା ନାଦେ କହେ କୋକିଳ ନବପଲ୍ଲବିତ ବନ ।
ଚମ୍ପା ମାଧବୀ ଫୁଟିଲେ କି ଲାଲରେ ବନଜ କାନନ ଘନ ।୧୦।
ଦୀପ୍ତ କନ୍ଦର୍ପ ଶୋଭି ବିଧ ସୁନଭେ ବିରଚି ମଲ୍ଲୀ ସୌଗନ୍ଧ ।
ଲାବଣ୍ୟ ବାରିରେ ମୋହେ ତେଜ ଆଶ୍ରି ମଧର ଖର ସମ୍ପଦ ।୧୧।
ଝଲକିତ ରାତି ତାରାବର ପନ୍ତି ସୁଧାପୁର ଚାନ୍ଦ ରମ୍ୟ ।
ଦମ୍ପତିରୁ ସୁଖୀ ନାହିଁ ଯେଉଁ ସେତା ଏକାଳେ ସ୍ଥିତ ଆରାମ ।୧୨।
ପ୍ରାସାଦେ ନବୀନା କହୁଁ ଦୂତୀ ଆଗେ ନିଜ ହୃଦ ତାପ ରଖି ।
ବୋଲେ ଜାଣିଲି ବେନିପାଶୁଁ ମଧ୍ୟରେ ସଭେଦ ସ୍ଥାନେ ସୁରୁଚି ।୧୩।
ବିଭାକଷ୍ଟୀ ନାରୀ ପିତା ସୁଖକାରୀ ସନୀଭୂତି ବାମାପ୍ରିୟ ।
କ୍ଷତ୍ର ଏତେ ନାମ ବିଷ୍ଣୁ ପର୍ଯ୍ୟାୟଙ୍କୁ ବାଞ୍ଛାଫଳ ଦେବ ଧ୍ୟାୟ ।୧୪।

ପ୍ରାସାଦ ବନ୍ଧ (୩)[ସମ୍ପାଦନା]


ଏ ବାମାନାୟକ (୩)ପ୍ରାସାଦବନ୍ଧେ କେ ପୂର୍ଣ୍ଣତ୍ରିମୂର୍ତ୍ତି ବିଷ୍ଣୁର ।
ପ୍ରବାସେ ଧ୍ୟାୟି ପୁରକୁ ଯିବାପାଇଁ ଜପେ ମଧ୍ଯ ଅଷ୍ଟାକ୍ଷର ।୧୫।

ପୀଢ଼ ପ୍ରାସାଦ ବନ୍ଧ (୪)[ସମ୍ପାଦନା]


ଦାସର ଦରହର ଥିର ସୁରଥୀ ମହୀ ମଥିରକ ଲୋକ ।
ରସର ରସ ମାରପର ପରମାଶଙ୍କ-ଘ୍ନଙ୍କ ସମାରକ ।୧୬।
ନୟନ କର ସାରସା ରସା ରଖ ଅଘ ବିନାଶ ପ୍ରମୋଦେ ।
ଧର ଦର ଅରି ଅରି ଅମରଙ୍କୁ ଅଙ୍କୁର ମଘବା ବାଦେ ।୧୭।
ଗୋବର୍ଦ୍ଧନଧର ସୁପୁଣ୍ୟ ରହିତ ହିରଣ୍ୟଦାର ବରଦା ।
ହରି ହରିତନୁ ଧରି ରାମରୂପେ ଖରମାର ଥିର ସଦା ।୧୮।

ବିମାନ ବନ୍ଧ (୫)[ସମ୍ପାଦନା]

Bimana Bandha.png

ଚତୁର୍ଦ୍ଦଶୀ ବେଢ଼ା ଶିବ ଦରଶନେ କେତେ ଜନ ଥିଲେ ଆସି ।
ସ୍ୱଦୂତୀ ସଙ୍ଗତି ଶୋଭାବତୀ ଦେଖି (୫)ବିମାନେ ପୁରୁଷ ଭାଷି ।୧୯।
କର ରହି କହି ବାଣୀ ସ୍ଥିରମତେପ୍ରେମ ବତୀ ପରା ତୁହି ।
ତୋ ଶରଣ ମନେ ବିଭଙ୍ଗ ନ ଦିଅ ଅତି ବିନୟ ମୁହିଁ ।୨୦।
ସହି ମୂକ ମୁଞ୍ଚ ଭରସା କ୍ଷମାର ମୁଁ ଟେକ ତପ କରକ ।
ସ୍ତୋକ ସ୍ତୋକ ହସ୍ତ ରଖିବା ସେବାରେ ଆଳୀ ରମଣାହୀରକ ।୨୧।