ଓଡ଼ିଶାର ସ୍ମରଣୀୟ ଶିକ୍ଷକ ବୃନ୍ଦ

ଉଇକିପାଠାଗାର‌ରୁ
ଓଡ଼ିଶାର

ସ୍ମରଣୀୟ ଶିକ୍ଷକବୃନ୍ଦ
ଜୀବନାଲେଖ୍ୟ





ସଂକଳକ
ପ୍ରଫେସର ଡକ୍ଟର୍ ଜଗନ୍ନାଥ ମହାନ୍ତି
ଅଧ୍ୟକ୍ଷ
ମାଣିକ- ବିଶ୍ୱନାଥ ଦାତବ୍ୟ ସ୍ମୃତିନ୍ୟାସ
ଭୁବନେଶ୍ୱର




ପ୍ରକାଶକ:
ପ୍ରାଚୀ ସାହିତ୍ୟ ପ୍ରତିଷ୍ଠାନ
ବିନୋଦ ବିହାରୀ, କଟକ-୨

ଓଡ଼ିଶାର ସ୍ମରଣୀୟ ଶିକ୍ଷକ ବୃନ୍ଦ

(ଜୀବନଲେଖା)


ସଂକଳକ:
ପ୍ରଫେସର ଡକ୍ଟର ଜଗନ୍ନାଥ ମହାନ୍ତି,
ଅଧ୍ଯକ୍ଷ
ମାଣିକ-ବିଶ୍ବନାଥ ଦାତବ୍ଯ ସ୍ମୃତିନ୍ଯାସ,
୨୯୩୫,ଗୌରୀନଗର,ଭୁବନେଶ୍ବର-୭୫୧୦୦୨
ଶ୍ରୀମତୀ ଆହ୍ଲାଦ ମୋହିନୀ ମହାନ୍ତି


ପ୍ରକାଶକ:
ଶ୍ରୀ ଗଙ୍ଗାଧର ତ୍ରୀପାଠୀ
ପ୍ରାଚୀ ସାହିତ୍ଯ ପ୍ରତିଷ୍ଠାନ
ବିନୋଦ ବିହାରୀ,କଟକ-୨

ପ୍ରଥମ ପ୍ରକାଶ:- ୨୦୦୦

ଅକ୍ଷର ସଜ୍ଜା:
ଜଗନ୍ନାଥ ଏଣ୍ଟରପ୍ରାଇଜ୍
ରବି ଟକିଜ ଛକ, ଭୁବନେଶ୍ବର-୨

ପ୍ରଚ୍ଛଦପଟ୍ଟ: ବ୍ରଜ କିଶୋର ଜେନା

ମୁଦ୍ରଣ: ସୁରେଖା ପ୍ରିଣ୍ଟର୍ସ

ମୂଲ୍ଯ -ଟ ୧୨୦•୦୦

ଉତ୍ସର୍ଗ

ଯେଉଁମାନେ
ଶିକ୍ଷାଦାନକୁ ଜୀବନର ବ୍ରତ
ଭାବରେ ଗ୍ରହଣ କରି ନିଜେ ସଳିତା ପରି
ଜଳି ହଳି ସହସ୍ର ଦୀପାବଳିକୁ ଜଳାଇଛନ୍ତି ଏବଂ ବହୁ
ପ୍ରକାରେ ସମାଜର ସେବା କରି କାଳର କରାଳ ସ୍ରୋତରେ
ହଜି ଯାଉଛନ୍ତି, ସେହି ମହାର୍ଘ ରତ୍ନମାନଙ୍କୁ ସାଉଁଟି
ସେମାନଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ଯରେ ଏହି
ଜୀବନାଲେଖ୍ଯଟି ଉତ୍ସର୍ଗିତ ହେଲା ।



ଜଗନ୍ନାଥ
ଭୂମିକା

"ଶିକ୍ଷକ ସେ ଅଲିଭା ଆଲୋକ" ୧୯୭୫ ମସିହାରେ ପ୍ରକାଶିତ ହେଲା, ଯେଉଁଥିରେ ସ୍ଥାନିତ ହୋଇଥିଲା,ବହୁ ପ୍ରବୀଣ ଓ ନବୀନ କଥାକାରମାନଙ୍କର ଏକ ଭିନ୍ନ ସ୍ୱାଦ, ଭିନ୍ନ ସମ୍ବେଦନାର କାହାଣୀ । ଏହି ଗଛଗୁଡ଼ିକ ଗୋଟିଏ ସୂତ୍ରରେ ଗ୍ରଥତ ଏବଂ ଏହି ସୂତ୍ରଟି ହେଲା ସମାଜସେବୀ,ଛାତ୍ରବତ୍ସଳ ଓ ପ୍ରତିଭାବାନ୍ ଶିକ୍ଷକମାନଙ୍କର ଚରିତାଲେଖ୍ୟ । ୧୯୮୫ ମସିହାରେ ଏହି ପୁସ୍ତକର ଦ୍ବିତୀୟ ସଂସ୍କରଣରେ ପ୍ରକାଶନର ସୌଭାଗ୍ୟ ଲାଭ କଲାବେଳେ ମୋ ମନରେ ଉଙ୍କିମାରିଲା ଗୋଟିଏ ସ୍ୱପ୍ନ । ଏମିତି ମନଗଢା କାହାଣୀ ଅପେକ୍ଷା ବାସ୍ତବ ସତ୍ୟନିଷ୍ଠ ଜୀବନାଦର୍ଶ ଓ ଜୀବନାଲେଖ୍ୟ ରଚିତ ହେଲେ କେତେ ଭଲ ନ ହୁଅନ୍ତା !
ଏହି ଦୃଷ୍ଟିରୁ ସମ୍ବାଦପତ୍ର ଓ ବ୍ୟକ୍ତିଗତ ପତ୍ର ମାଧମରେ ଶିକ୍ଷକ ବନ୍ଧୁମାନଙ୍କୁ ଅନୁରୋଧ କଲି । କୃତବିଦ୍ୟ ଶିକ୍ଷକ ଯେଉଁମାନେ ଆମ ଓଡ଼ିଶାର ଶିକ୍ଷା ଜଗକୁ ସ୍ୱପ୍ରତିଭା, ନିଜୀବନ ସାଧନାରେ ମହିମାମଣ୍ଡିତ କରିଛନ୍ତି, ସ୍ତ୍ରୀୟ ଅକୃତ୍ରିମ ସ୍ନେହ ଓ ସୌହାର୍ଘ୍ୟର ଜଳ ସିଞ୍ଚନରେ ଅଗଣିତ ଛାତ୍ରଛାତ୍ରୀ -ଅଙ୍କୁରମାନଙ୍କୁ "ପୃଷ୍ପତ୍ପଳସମତି ବିନସ୍ପତିରେ ପରିଣତ କରିଛନ୍ତି, ସେମାନଙ୍କୁ ସ୍ମରଣ କରିବା ଓ ସ୍ମରଣୀୟ କରି ରଖିବା ଆମର ପବିତ୍ରତମ କର୍ତ୍ତବ୍ୟ । ଏ ଉପାୟରେ ଆମେ ଋଷିଋଣରୁ କିଞ୍ଚିତ ମୁକ୍ତ ହେବା ସଙ୍ଗେ ସଙ୍ଗେ ପରବର୍ତ୍ତୀ ପିଢିଙ୍କ ପାଇଁ ଆଦର୍ଶ ଆଲୋକ-ବର୍ତ୍ତିକା ଜାଳିଦେବା । ଶିକ୍ଷକମାନଙ୍କ ଜୀବନୀ ଗତାନୁଗତିକ ଶୈଳୀରେ ଲେଖି ଯାଇ ସେଥିରେ କେତାଟି ଶିକ୍ଷାପ୍ରଦ ଓ ପ୍ରେରଣାଦାୟକ ବାସ୍ତବ ଘଟଣାର ସାନ୍ନିବାସ ଆକର୍ଷଣୀୟ ଓ ସୁପାଠ୍ୟ କରିତୋଳିବ, ଏହିପରି ଏକ ପରିକଳ୍ପନା ଜାଗରୂକ ହେଲା ।
ବହୁ ଜୀବନୀ ମୋର ହସ୍ତଗତ ହେଲା । ତେଜ ବନ୍ଧୁ ଉତ୍ସାହବ୍ୟଞ୍ଜକ ପତ୍ର ବି ଦେଲେ । ସେମାନଙ୍କ ମଧ୍ୟରେ ତିନିଜଣ ସମପ୍ରାଣ ବଂଧୁଙ୍କ ନାମ ବଡ଼ ଉଲ୍ଲେଖିନୀୟ । ସେମାନେ ହେଲେ ସର୍ବଶ୍ରୀ ରମେଶଚନ୍ଦ୍ର ଚକ୍ରବର୍ତ୍ତୀ, ରବୀନ୍ଦ୍ର କୁମାର ପ୍ରହରାଜ ଓ ଭାଗୀରଥ ନୀୟକ । ବାରମ୍ବାର ସ୍ପଷ୍ଟୀକରଣ ଦେଲେ ମଧ୍ୟ କେତେକଙ୍କ ଜୀବନୀ ଓ ଲେଖା ସ୍ୱପ୍ଣନୁରୂପ ହେଲା ନାହିଁ । ତେଣୁ ମୁଁ ଭାବିଲି, ଏକ କର୍ମଶାଳାରେ ପ୍ରବୀଣ ଓ ଲେଖକମାନଙ୍କ ସମାବେଶରେ ଉକ୍ତ ଜୀବନୀ' ରଚନାର ଧାରା ତଥା ମାର୍ଗଦର୍ଶୀ (Guiding Principles) ସ୍ଥିର କରାଯିବ । ଏଥିପାଇଁ ସାହାଯ୍ୟ ଲୋଡ଼ିଲି ଭାରତ ସରକା ଶିକ୍ଷା ମନ୍ତ୍ରଣାଳୟରୁ । ମାତ୍ର ସେଠାରୁ ବିଫଲ୍ ହେଲାପରେ ରାଷ୍ଟ୍ରୀୟ ଶିକ୍ଷା ଯୋଜନା ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୫

                             ସୂଚୀପତ୍ର
କ୍ରଂ.ନ. ବିଷୟ ପୃଷ୍ଠା
ଓଡ଼ିଶାର ଆଧୁନିକ ପ୍ରଶିକ୍ଷଣର ଭଗୀରଥ ଦ୍ବାରକାନାଥ ଚକ୍ରବର୍ତ୍ତୀ - ଡକ୍ଟର ଜଗନ୍ନାଥ ମହାନ୍ତି
ପ୍ରତିଭାଦୀପ୍ତ ଶିକ୍ଷକୀୟ ବ୍ୟକ୍ତିତ୍ଵ ଫକିର ମୋହନ ସେନାପତି - ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ
ଆଧୁନିକ ଶିକ୍ଷା ପ୍ରସାର ଓ ପରିଦର୍ଶନର ଅଗ୍ରଦୁତ ରାଧାନାଥ ରାୟ - ଡଃ ରବିନ୍ଦ୍ର କୁମାର ପ୍ରହରାଜ ଓ ଅଧ୍ୟାପକ ନାରାୟଣ ବାରିକ ୧୦
ଅମୃତମୟ ସୃଷ୍ଟିର ଅନ ନଃଦ୍ରଷ୍ଟା ଶିକ୍ଷକ ମଧୁସୂଦନ ରାଓ - ଡକ୍ଟର ଜଗନ୍ନାଥ ମହାନ୍ତି ୨୧
ଶିକ୍ଷାବିଦ୍ ମହାମହୋପାଧ୍ୟାୟ ସଦାଶିବ ମିଶ୍ର - ଡକ୍ଟର ଚାଇନା ପ୍ରଧାନ ୨୯
ଆଦର୍ଶ ଶିକ୍ଷକ ଚନ୍ଦ୍ରମିହ୍ନ ମହାରଣା – ଅଧ୍ୟାପକ ସରୋଜକାନ୍ତ ଚୌଧୁରୀ ୩୯
ସ୍ମରଣୀୟ ସଂସ୍କୃତ ଶିକ୍ଷକ ପଣ୍ଡିତ ରବିନାରାୟଣ ଦାଶ ଶର୍ମା - ଡକ୍ଟର ରବି ନାରାୟଣ ଦାସ ୪୮
ଋଷିପ୍ରତିମ ଶିକ୍ଷକ ଆଚାର୍ଯ୍ୟ ହରିହର ଦାସ - ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ ୫୨
ମହାମନୀଷୀ ଶିକ୍ଷକ ପଣ୍ଡିତ ନୀଳକଣ୍ଠ ଦାସ - ଡକ୍ଟର ରବିନାରାୟଣ ଦାସ ୫୬
୧୦•ଦରଦୀକବିପ୍ରାଣ ଶିକ୍ଷକ ଗୋଦାବରୀଶ ମିଶ୍ର ୬୭
               ଡକ୍ଟର   ଜଗନ୍ନାଥ  ମହାନ୍ତି
        ୧୧•ପ୍ରବୀଣ  ସମାଜ  ସଂଗଠନ  ଶିକ୍ଷକ  ପରଶୁରାମ  ବର୍ମା                                   ୭୬
              ଡକ୍ଟର   ଜଗନ୍ନାଥ  ମହାନ୍ତି
         ୧୨•ଅସାଧାରଣ   ସାରସ୍ବତ  ପ୍ରତିଭାସମ୍ପନ୍ନ  ଶିକ୍ଷକ  ରାମଚନ୍ଦ୍ର ଆଚାର୍ଯ୍ଯ     ୮୭
                 ଡକ୍ଟର   ଜଗନ୍ନାଥ   ମହାନ୍ତି
          ୧୩•ସାହିତ୍ଯପ୍ରାଣ  ଶିକ୍ଷକ  ଅନନ୍ତ  ପଦ୍ମନାଭ  ପଟ୍ଟନାୟକ                                   ୯୭
                ଶ୍ରୀ  ରାଜେନ୍ଦ୍ର   ଶଡ଼ଙ୍ଗୀ
          ୧୪•କର୍ମନିଷ୍ଠ  ମହାନ୍ ଶିକ୍ଷାବିତ୍  ଦିବ୍ଯସିଂହ  ପଟ୍ଟନାୟକ                                ୧୦୯
                  ଶ୍ରୀ  ସତ୍ଯବାଦୀ  ବଳୀୟାର  ସିଂହ
          ୧୫•ଦେଶପ୍ରାଣ  ଶିକ୍ଷକ  ମଧୂସୂଦନ  ମିଶ୍ର                                                                   ୧୧୭
                 ଶ୍ରୀ  ଭାଗୀରଥୀ   ନାୟକ
            ୧୬•ଛାତ୍ରବତ୍ସଳ  ଶିକ୍ଷକ  ପଣ୍ଡିତ  ଗଙ୍ଗାଧର  ମିଶ୍ର                                                  ୧୨୪
                    ଶ୍ରୀ  ରମେଶ  ଚନ୍ଦ୍ର   ଚକ୍ରବର୍ତ୍ତୀ
             ୧୭•କେନ୍ଦୁଝରର  କୁଳବୃନ୍ଦ  ଶିକ୍ଷକ  ବୃନ୍ଦାବନ  ଦାଶ                                          ୧୩୦
                   ଶ୍ରୀ  ରମେଶ   ଚନ୍ଦ୍ର   ଚକ୍ରବର୍ତ୍ତୀ
              ୧୮•କବିପ୍ରାଣ  ଶିକ୍ଷକ  ସତ୍ଯନାରାୟଣ  ବହିଦାର                                              ୧୩୮
                    ଶ୍ରୀ  ଭାଗୀରଥି  ନାୟକ,ଶ୍ରୀ  ବାଳକୃଷ୍ଣ  କର
               ୧୯•ଫିରିଙ୍ଗିଆର  ସ୍ମରଣୀୟ  ଶିକ୍ଷକ  ଗୋବିନ୍ଦଚନ୍ଦ୍ର  ମହାନ୍ତି                         ୧୪୫
                      ଶ୍ରୀ  ରମେଶ   ଚନ୍ଦ୍ର   ଚକ୍ରବର୍ତ୍ତୀ   ୨୦•   ପ୍ରେରଣା  ଓ  ଆଦର୍ଶର   ଆଲୋକ  ସ୍ତମ୍ବ  ଶିକ୍ଷକ  ରାମକରଷ୍ଣ  ନନ୍ଦ                         ୧୫୭
                    ଡ଼ଃ    ଜଗନ୍ନାଥ    ମହାନ୍ତି  
  ୨୧• ଯାଜପୁରର  ସ୍ବନାମଧନ୍ଯ   ଶିକ୍ଷକ  ଦାଶରଥୀ ଦାସ                                                        ୧୬୯
                  ଶ୍ରୀ    କିଶୋର  ଚନ୍ଦ୍ର   ଦାସ
  ୨୨• ଶୃଙ୍ଖଳାବ୍ରତୀ  ସ ହୃଦୟ  ଶିକ୍ଷକ  ଦାଶରଥି  ଦାସ                                                                ୧୭୫
               ଶ୍ରୀ  କରୁଣାକର  ପରିଡ଼ା                                                      
   ୨୩• ଜ୍ଞାନବ୍ରତୀ  ଶିକ୍ଷକ  ବୈକୁଣ୍ଠନାଥ   ପଟ୍ଟନାୟକ                                                                  ୧୮୪
            ଡକ୍ଟର    ଜାଙ୍କୀବଲ୍ଲଭ  ମହାନ୍ତି   (ଭରଦ୍ବାଜ)                                                                      
   ୨୪•କର୍ତ୍ତବ୍ଯନିଷ୍ଠ  ଶିକ୍ଷକ  ବାଶୁଦେବ  ମହାନ୍ତି                                                                                ୧୯୧
               ଡ଼ଃ  ରବିନ୍ଦ୍ର  କୁମାର   ପ୍ରହରାଜ                         
    ୨୫•କେନ୍ଦୁଝରର  ପ୍ରଥମ  ନାରୀଶିକ୍ଷା  ପ୍ରଦର୍ଷିକା  ଶିକ୍ଷିକା
                 କିରଣ  କୁମାରୀ  ମହାରଣା                                                                                                           ୧୯୭
                ଶ୍ରୀ  ରମେଶ  ଚକ୍ର  ଚକ୍ରବର୍ତ୍ତୀ
    ୨୬•ଅଧ୍ଯବସାୟୀ   ଶିକ୍ଷକ  ପଣ୍ଡିତ  ମୃତ୍ଯୁଞ୍ଜୟ   ରଥଶର୍ମା                                                         ୨୦୩
                ଶ୍ରୀ  ଅଲେଖ   ଦାଶ
      ୨୭•ଅସାଧାରଣ   କୂଶଳୀ  ଶିକ୍ଷକ   ମଦନ  ମୋହ ନ  ଦାସ                                                  ୨୧୦
               ଶ୍ରୀ  ବାଞ୍ଚାନିଧି  ପଣ୍ଡା                                                                                
      ୨୮•ମଣିଷଗଢ଼ା କାରିଗର ଶିକ୍ଷକ  ଭାବଗ୍ରାହୀ  ମହାନ୍ତି                                                                     ୨୧୯
              ଶ୍ରୀ ଦେବାଶିଷ  ଚକ୍ରବର୍ତ୍ତୀ
       ୨୯•କୃତୀ  ଶିକ୍ଷକ  ଉଦୟନାଥ   ପଣ୍ଡା                                                                           ୨୨୫
              ଡ଼କ୍ଟର   ଚିତ୍ତରାଜ   ବ୍ରହ୍ମା         ୩୦•ସ୍ବାଧୀନ ଚେତା  ଶିକ୍ଷକ ବାଞ୍ଛାନିଧି  ଶତପଥୀ                                                               ୨୨୯
               ଡ଼କ୍ଟର    ରବିନ୍ଦ୍ର  କୁମାର   ପ୍ରହରାଜ
        ୩୧•ପ୍ରେରଣାଦାୟୀ  ଶିକ୍ଷକ  ରଘୁନାଥ   ମିଶ୍ର                                                                             ୨୩୩
              ଶ୍ରୀ  ପ୍ରଫୁଲ୍ଲ  କୁମାର  ଦାସ
          ୩୨•ସମାଜସେବୀ   ଶିକ୍ଷକ ବୀମଳ  ଚରଣ  ଦାସ                                                                                ୨୪୦
                    ଡ଼କ୍ଟର  ଜଗନ୍ନାଥ  ମହାନ୍ତି
            ୩୩•କଳାକାର  ଶିକ୍ଷକ  ବିଷ୍ଣୁ  ଚରଣ  ମିଶ୍ର
                                                                                             ୨୪୬
                    ଡଃ   ରବିନ୍ଦ୍ର  କୁମାର  ପ୍ରହରାଜ
             ୩୪•ସଔମ୍ଯକାନ୍ତ  ସମ୍ବେଦନଶିଳ  ଶିକ୍ଷକ  ନିମାଇଁ  ବଲ୍ଲଭ  ରାୟ                                                 ୨୫୭
                      ଶ୍ରୀ   ବୀର  କିଶୋର   ପାଢ଼ୀ 
              ୩୫•ଶିଳ୍ପ ପ୍ରାଣ   ଶିକ୍ଷକ  କୃଷ୍ଣଚନ୍ଦ୍ର  ତ୍ରୀପାଠୀ                                                                             ୨୬୨
                    ଡ଼କ୍ଟର   ରବୀନ୍ଦ୍ର  କୁମାର  ପ୍ରହରାଜ
                ୩୬• ସମାଜ  ସେବୀ  ଶିକ୍ଷକ  ଲକ୍ଷ୍ମୀନାରାୟଣ  ମିଶ୍ର                                                     ୨୬୬
                       ଶ୍ରୀ  କାଳୀକିଙ୍କର   ମିଶ୍ର
                ୩୭•ପରୋପକାରୀ  ଶିକ୍ଷକ  ସୁରେନ୍ଦ୍ର  ନାଥ  ମତୁଆଳ                                                                                 ୨୭୬
ଡ଼କ୍ଟର ଭାଗବତ ପ୍ରସାଦ ଲେଙ୍କା

ଲେଖକ ପରିଚିତି

୨. ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ - ଦୀର୍ଘ ୪୦ ବର୍ଷରୁ ଶିକ୍ଷକତା ଓ ଓଡ଼ିଶାର ସରକାରୀ ମହାବିଦ୍ୟାଳୟମାନଙ୍କରେ ଓଡ଼ିଆ ବିଭାଗରେ ଅଧ୍ୟାପନା ଅନ୍ତେ ୧୯୯୬ ଡ଼ିସେମ୍ବରରୁ ରମାଦେବୀ ମହିଳା ମହାବିଦ୍ୟାଳୟରୁ ପ୍ରାଧ୍ୟାପକ ଭାବେ ଅବସର ଗ୍ରହଣ, କରିଥିବା ଡ଼ଃ ପ୍ରହରାଜ ଅନ୍ୟୂନ ୧୫ ଖଣ୍ଡି ଗ୍ରନ୍ଥ ଓ ଶତାଧିକ ପ୍ରବନ୍ଧ ତଥା ଜୀବଲେଖ୍ୟର ରଚୟିତା ଭାବରେ ଓଡ଼ିଶାରେ ସୁପରିଚିତ । ଠିକଣା : ୧୯ ସି ‘କୈବଲ୍ୟ’, ଜୟଦୁର୍ଗା ନଗର, ଭୁବନେଶ୍ୱର -୭୫୧୦୦୬ ।

ଶ୍ରୀ ନାରାୟଣ ବାରିକ୍ - ଶିକ୍ଷା ବିଭାଗୀୟ ଅଧ୍ୟାପକ ଭାବେ ସଂପ୍ରତି କର୍ମରତ । ଶ୍ରୀ ବାରିକ କେତେକ ଶିକ୍ଷାମୂଳକ ପୁସ୍ତକର ରଚୟିତା ଓ ପତ୍ର-ପତ୍ରିକାର ସମ୍ପାଦକ ଭାବେ ସୁପରିଚିତ । ଠିକଣା : ଅଧ୍ୟାପକ ଆନନ୍ଦପୁର ଆଞ୍ଚଳିକ ଟ୍ରେନିଂ କଲେଜ, ଫକୀରପୁର, କେନ୍ଦୁଝର, ୭୫୩ ୦୨୨

୩. ଡ଼କ୍ଟର ଚାଇନା ପ୍ରଧାନ - ଶିକ୍ଷାବିଭାଗୀୟ ଅଧ୍ୟାପକ ଭାବେ ସଂପ୍ରତି କର୍ମରତ । ସେ ଶିକ୍ଷା ବିଷୟକ ଓ ଶିଶୁ ଉପଯୋଗୀ ସାହିତ୍ୟ ରଚନାରେ କୃତିତ୍ୱ ପ୍ରଦର୍ଶନ କରିଛନ୍ତି । ଠିକଣା : ମୁଖ୍ୟ ଅଧ୍ୟାପକ, ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ, ନାଉଗାଁ ହାଟ, ଜଗତ୍‌ସିଂହପୁର- ୭୫୪୧୧୩ ।

୪. ଶ୍ରୀ ସରୋଜକାନ୍ତ ଚୌଧୁରୀ - ଶିକ୍ଷା ବିଭାଗୀୟ ଅଧ୍ୟାପକ ଭାବେ ସଂପ୍ରତି କାର୍ଯ୍ୟରତ । ଶ୍ରୀ ଚୌଧୁରୀ ଶିକ୍ଷା ବିଷୟକ କେତେକ ଗ୍ରନ୍ଥର ପ୍ରଣେତା । ଶିଶୁ ସାହିତ୍ୟ ରଚନାରେ ସେ କୃତିତ୍ୱ ପ୍ରକାଶ କରିଛନ୍ତି । ଠିକଣା : ଅଧ୍ୟାପକ, ଶିକ୍ଷା ବିଭାଗ, ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ, ଭୁବନେଶ୍ୱର : ୧୪

୫. ଡକ୍ଟର ରବିନାରାୟଣ ଦାଶ – ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ସୁପରିଣ୍ଟେଣ୍ଡେଣ୍ଟ୍ ପଦରୁ ଅବସରପ୍ରାପ୍ତ ଡଃ ଦାଶ୍ ବହୁ ଗବେଷଣାମୂକଳ 'ଗ୍ରନ୍ଥ ଓ ପ୍ରବନ୍ଧର ରଚୟିତା ଭାବରେ - ଯଶସ୍ୱୀ । ଠିକଣା : କ୍ୱାଟର୍ସ ଭି.ଆର-୬୧, ୟୁନିଟ୍-୬, ଭୁବନେଶ୍ୱର-୧ ୬. ଶ୍ରୀ ରାଜେନ୍ଦ୍ର ଷଡ଼ଙ୍ଗୀ, ଶିକ୍ଷାପ୍ରେମୀ ଓ ସାହିତ୍ୟସେବୀ, ଲୋକ ସଂସ୍କୃତି ଗବେଷଣାରତ, ବହୁ ପ୍ରବନ୍ଧର ଲେଖକ । ଠିକଣା : ନୂଆସାହି, ଉଞ୍ଜନଗର, ଗଞ୍ଜାମ ୭୬୧୧୨୬ ।

୭. ଶ୍ରୀ ସତ୍ୟବାଦୀ ବଳିୟାର ସିଂହ – ବିଭିନ୍ନ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ପ୍ରଧାନଶିକ୍ଷକ ଭାବେ କର୍ମରତ, ଶ୍ରୀ ବଳିୟାର ସିଂହ କେତେକ ସାହିତ୍ୟ ଓ ଐତିହାସିକ ଗ୍ରନ୍ଥର ପ୍ରଣେତା । ଠିକଣା : ଏମ୍‌-୨୩, ଖୋର୍ଦ୍ଧା ବି.ଡ଼ି.ଏ. କଲୋନୀ, ଖୋର୍ଦ୍ଧା : ୭୫୨ ୦୫୫ ।

'ଶ୍ରୀ ଭାଗୀରିଥି ନାୟକ'ବୋଲ୍‌ଡ (Bold) ଲେଖା - ବର୍ଷୀୟାନ୍ ଶିକ୍ଷାବିଦା ଶ୍ରୀ ନାୟକ ଶିକ୍ଷା ବିଭାଗର ବିଭିନ୍ନ ପଦରେ ସୁଖ୍ୟାତିର ସହ କାର୍ଯ୍ୟ କରି ଶେଷରେ ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଛନ୍ତି । ଶିକ୍ଷା ସଂକ୍ରାନ୍ତୀୟ ବହୁ ଉପାଦେୟ ପୁସ୍ତକର ସେ ପ୍ରଣେତା । ଠିକଣା : ବି-୪୧, ‘କଳ୍ପନା’ ଅଞ୍ଚଳ, ଭୁବନେଶ୍ୱର : ୧୪ ୯. ଶ୍ରୀ ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀ - ସମବାୟ ବିଭାଗରେ ଦୀର୍ଘକାଳ ସେବା କାର୍ଯ୍ୟ ନିର୍ବାହ ପୂର୍ବକ ଖ୍ୟାତି ଅର୍ଜନ କରିଥିବା ଶ୍ରୀ ଚକ୍ରବର୍ତ୍ତୀ ଅଧୁନା ଅବସରପ୍ରାପ୍ତ । ସେ ଜଣେ ସୁଲେଖକ, ଶିକ୍ଷାପ୍ରେମୀ ଓ ଆଦିବାସୀ ସଂସ୍କୃତିର ପ୍ରବକ୍ତା - ଠିକଣା : ସା ମଣ୍ତଆ, କେନ୍ଦୁଝର : ୭୫୮୦୭୪

୧୦. ଶ୍ରୀ ବାଳକୃଷ୍ଣ କର ବୋଲ୍‌ଡ (Bold) ଲେଖା- ମାଧ୍ୟମିକ ବିଦ୍ୟାଳୟ ଓ ପ୍ରଶିକ୍ଷଣ ବିଦ୍ୟାଳୟରେ ଶିକ୍ଷକତା ଓ ପରିଦର୍ଶକ ଭାବେ ସଫଳ ବୃତ୍ତି ନିର୍ବାହ ପରେ ଅବସର ଗ୍ରହଣ କରିଥୁବା ଶ୍ରୀ କର ଜଣେ ମୌଳିକ ଚିନ୍ତାଶୀଳ ସାହିତ୍ୟସେବୀ ଓ ଶିକ୍ଷାବିତ୍ । ଠିକଣା : ଲକ୍ଷ୍ମୀନାରାୟଣ ଲେନ୍ସ, ସମ୍ବଲପୁର : ୭୬୮୦୦୧

୧୧, ଶ୍ରୀ କିଶୋର ଚନ୍ଦ୍ର ଦାସ - ଓଡ଼ିଶାର ଶିକ୍ଷାବିଭାଗରେ ଅଧ୍ୟାପକ ଓ ଇଂରେଜୀ ମାଧ୍ୟମୀୟ ବିଦ୍ୟାଳୟଗୁଡ଼ିକରେ ଅଧ୍ୟକ୍ଷ ଭାବେ ପ୍ରଶାସନିକ ସୁନାମ ଅର୍ଜନ କରିଥିବା ଶ୍ରୀ ଦାସ ଅବସର କାଳକୁ ଶିକ୍ଷା ସଂଗଠନ ଓ ସମାଜ ସେବାରେ ବିନିୟୋଗ କରି ଆସୁଛନ୍ତି । ସେ ଶିକ୍ଷା ବିଷୟକ କେତୋଟି ପୁସ୍ତକର ଲେଖକ । ଠିକଣା : ନିଉ କୁଲୋନୀ, ରସୁଲଗଡ଼, ଭୁବନେଶ୍ବର । ୧୨. ଶ୍ରୀ କରୁଣାକର ପରିଡ଼ା - ଶିକ୍ଷକ ଓ ଶିକ୍ଷାବିଭାଗୀୟ ଅଧାପକ - ଭାବେ ବୃତ୍ତି ନିର୍ବାହାନ୍ତେ ଅବସର ଗ୍ରହଣ କରିଥିବା ଶ୍ରୀ ପରିଡ଼ା ଶିକ୍ଷା ସଂଗଠନ କ୍ଷେତ୍ରରେ ସୁଖ୍ୟାତି - ଅର୍ଜନ କରିଛନ୍ତି । ଠିକଣା : ୧୬୫, ଷ୍ଟେସନ୍ ସ୍କୋୟାର, ଭୁବନେଶ୍ୱର ।

୧୩. ତକ୍ଟର ଜାନକୀବଲ୍ଲଭ ମହାନ୍ତି (ଭରଦ୍ବାଜ) - ରେଭେନ୍ସା କଲେଜ ଓଡ଼ିଆ ବିଭାଗର ପ୍ରଫେସର ପଦବୀରୁ ଅବସର ଗ୍ରହଣ କରିଥିବା ଡ଼ଃ ମହାନ୍ତି ଓଡ଼ିଶାର ଖ୍ୟାତନାମା କବି, ସମାଲୋଚକ, ପ୍ରାବନ୍ଧିକ ଭାବରେ ଏକାନ୍ତ ସୁପରିଚିତ । ଠିକଣା 'ଗୀତିକା', ଜୟଦେବ ନିଗର, ଭୁବନେଶ୍ୱର-୨

୧୪. ଶ୍ରୀ ଅଲେଖ ଦାଶ - ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଭାବେ ସଫଳ ବୃତ୍ତି ନିର୍ବାହାନ୍ତେ ଅବସର ଗ୍ରହଣ କରିଥିବା ଶ୍ରୀ ଦାଶ କେତେକ ଗ୍ରନ୍ଥର ରଚୟିତା ଭାବେ ପରିଚିତ । ଠିକଣା : ଇ (୨) ବି.ଡ଼ି.ଏ. କଲୋନୀ, ଖୋର୍ଦ୍ଧା : ୭୫୨ ୦୫୧

୧୫. ଶ୍ରୀ ବଞ୍ଛାନିଧି ପଣ୍ଡା -- ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକତା ଅନ୍ତେ ପ୍ରଧାନଶିକ୍ଷକ ଭାବେ କର୍ତ୍ତବ୍ୟ ନିର୍ବାହ କରି ଶ୍ରୀ ପଣ୍ଡା ଜଣେ ଶିକ୍ଷା ଓ ସାହିତ୍ୟପ୍ରେମୀ ଭାବେ ପରିଚିତ । ଠିକଣା : କେ.ସି. ବିଦ୍ୟାମନ୍ଦିର, ଅଗରପଡ଼, ପ୍ରୀତିପୁର, ଭଦ୍ରକ : ୭୫୬୧୧୫

୧୬. ଶ୍ରୀ ଦେବାଶିଷ ଚକ୍ରବର୍ତ୍ତୀ - ସରକାରୀ ବୃତ୍ତିରେ ନିୟୋଜିତ ଶ୍ରୀ ଚକ୍ରବର୍ତ୍ତୀ ଶିଶୁ ସାହିତ୍ୟ ଓ ଉଚ୍ଚକୋଟୀର -କବିତା ରଚୟିତ! ଭାବେ ସୁପରିଚିତ । ଠିକଣା : ମଣ୍ଡୁଆ, କେନ୍ଦୁଝର : ୭୫୮ ୦୭୪ । ୧୭, ଡକ୍ଟର ଦିଗରାଜ ବ୍ରଛୁ - ଅପକ ଡଃ ଚଲ୍ହା ଦୂରଦର୍ଶନରେ ବିତ୍ର ତାଲିମପ୍ରାପ୍ତ ଓ ସଂପ୍ରତି ଏସ.ସି.ଇ.ଆର୍.ଟି ରେ ପ୍ରାଧ୍ୟାପକ ଭାବେ କର୍ମରତ । ସେ ଶିଶୁ ସାହିତ୍ୟ . . . ରଚନ; ୫ ଗବେଷଣାରେ ସୁପରିଚିତ । ଠିକଣା : ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ୟୁନିଟ୍-୪, ଭୁଦନେଶ୍ବର । ୧୮. ଶ୍ରୀ ପ୍ରଫୁଲ୍ଲ କୁମ୍ଭୀର ଦାଶ୍ମ - ଶିକ୍ଷକତାରେ ସେଦାରତ ଶ୍ରୀ ଦାଶ ଜଣେ ଅକୃତ୍ରିମ । । ସୂହିତ୍ୟସେବୀ, ଠିକଣା : ପ୍. ଗୁରୁପ୍ରସାଦ, ସ୍ବାସ୍ଥପଡ଼ା ପାଟଣା, ପୋ: ନରସିଂପୁର : ୫୪୩୨ ୯. ଶ୍ରୀ ବୀର କିଶୋର ପାଢ଼ୀ ଦୀର୍ଘକାଳ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକତା ଅନ୍ତେ ପ୍ରଧାନଶିକ୍ଷକ ଭାବେ ସେ ଅବସରପ୍ରାପ୍ତ । ଖ୍ୟାତନାମା ଶିଶୁ ସାହିତ୍ୟିକ ତଥା ଗାଁ ଭୁଇଁ ପତ୍ରିକାର ସମ୍ପାଦକ ଭାବେ ଶ୍ରୀ ପାଢ଼ୀ ସୁଖ୍ୟାତ । ଠିକଣା : ସା. ପୋ, କୋତପୁର, ଯାଜିପୁର : ୭୫୫୦୫ O. ଶ୍ରୀ କାଳୀକିଙ୍କର ମିଶ୍ର ଅଧ୍ୟାପକ ଓ ସାହିତ୍ୟିକ ଭାବେ ସୁପରିଚିତ ଶ୍ରୀ ମିଶ୍ର ଶିକ୍ଷା ଓ ସାହିତ୍ୟ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଠିକଣା : ଉଦ୍ମ ବିଭାଗ, ପଞ୍ଜାବ ବିଶ୍ୱବିଦ୍ୟାଳୟ, ଉତ୍ତରାଞ୍ଚଳି ଭାଷା, କେନ୍ଦ୍ର, ପାତିଆଲ୍ : ୭୪୭୦୦୨ ୧. ଡକ୍ଟର ଭାଗବତ ପ୍ରସାଦ ଲେକ ଲେଙ୍କା – ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ଅର୍ଜନ କରିବା ସଙ୍ଗେ ସଙ୍ଗେ ଶିକ୍ଷା ବିଷୟକ ଗ୍ରନ୍ଥ ତଥା ଶିଶୁ ସାହିତ୍ୟ ସର୍ଜନରେ ଶ୍ରୀ ଲେଙ୍କ ଖ୍ୟାତିସଂପନ୍ନ ଲେଖକ । ଠିକଣା : ନିଗମାନନ୍ଦ ମାର୍ଗ, ବାରିପଦା : ୨୫୦ ୦୩ ୨. ଡକ୍ଟର ଜଗନ୍ନାଥ ମହାନ୍ତି ଶିକ୍ଷକ ଓ ପରିଦର୍ଶକ ଭାବେ ବୃରି ଜୀବନ ଆରମ୍ଭ କରିଥିବା ଶ୍ରୀ ମହାନ୍ତି ସ୍ୱନିଷ୍ଠା ଓ ସାଧନା ବଳିରେ ଅଧାପକ, ପ୍ରାଧାପକ, ଅଧ୍ୟକ୍ଷ ତଥା ପ୍ରଫେସର ଭାବେ କାର୍ଯ୍ୟକରି, ଅଧୁନା ଅବସିର କାର୍କକୁ ଶିକ୍ଷା, ସମାଜ ଓ ସାହିତ୍ୟ ସଂଗଠନରେ ବିନିଯୋଗ୍ କରୁଛନ୍ତି । ଇଂରାଜୀ ଓ ଓଡ଼ିଆ ଭାଷାରେ ସେ ଶତାଧୁକ । ପୁସ୍ତକର ପ୍ରତି ଏବଂ କୃତିତ୍ୱସଂପନ୍ନ ଶିଶୁ ସାହିତ୍ୟିକ । ସେ ମାଣିକ-ବିଶ୍ଚର୍ନାଥ ଦାତବ୍ୟ

ସ୍ମୃତିନ୍ୟାସର ପ୍ରତିଷ୍ଠାତା । ଠିକଣା : ୨.୯୩୫, ଗୌରୀନଗର, ଭୁବନେଶ୍ୱର-୨



ଓଡ଼ଶାରେ ଆଧୁନିକ ପ୍ରଶିକ୍ଷଣର
ଭାଗୀରଥୀ ଦ୍ୱାରକାନାଥ ଚକ୍ରବର୍ତ୍ତୀ

ଡ଼କ୍ଟର ଜଗନ୍ନାଥ ମହାନ୍ତି


ଯେତେବେଳେ ଓଡ଼ିଶାର ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ସଂକଟାପନ୍ନ, ସେତେବେଳେ ଜଣେ ବଙ୍ଗୀୟ ଶିକ୍ଷକ ଏଠାକୁ ଆସି ତତ୍କାଳିନ ଓଡ଼ିଶାର ପ୍ରାଣକେନ୍ଦ୍ର କଟକରେ ନବପ୍ରତିଷ୍ଠିତ ଏକ ଶିକ୍ଷାନୁଷ୍ଠାନରେ ଏକବର୍ଷ ନୁହେଁ କି ଏକ ଦଶନ୍ଧି ନୁହେଁ, ଦୀର୍ଘ ୨୫ ବର୍ଷ କାଳ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ । ପୁଣି ଉକ୍ତ ବିଦ୍ୟାଳୟରେ ବଂଗଳା ପରିବର୍ତ୍ତେ ଓଡ଼ିଆକୁ ପ୍ରଥମ ଭାଷା ରୂପେ ପଢ଼ାଇଥିଲେ । ସଂସ୍କୃତ, ପ୍ରାକୃତିକ ବିଜ୍ଞାନ, କୃଷି, ଚିତ୍ରାଙ୍କନ ଆଦିର ଶିକ୍ଷା ପ୍ରଦାନ ପ୍ରଚଳନ କରାଇଥିଲେ । ଜଣେ ଆଫଗାନ ଅଧିବାସୀଙ୍କଠାରୁ ଖଣ୍ଡେ ଜମିକିଣି ମାତ୍ର ଚାରି ହଜାର ଟଙ୍କାରେ ବିଦ୍ୟାଳୟ ପାଇଁ ବିରାଟ ଗୃହ ନିର୍ମାଣ କରିଥିଲେ । ପୁଣି ଅଧିକ ଆଶ୍ଚର୍ଯ୍ୟର କଥା ସେହି ବଙ୍ଗୀୟ ଶିକ୍ଷକ କନ୍ଧମାଳର ଘନ ଜଙ୍ଗଲ ମଧ୍ୟରେ ପଶି କନ୍ଧମାନଙ୍କୁ ଓଡ଼ିଆ ଭାଷା ସାହିତ୍ୟ ଏବଂ ଲୁଗା ପିନ୍ଧାଇବା ପର୍ଯ୍ୟନ୍ତ ଶିଖାଇଥିଲେ । ୧୮୭୨-୭୩ ମସିହାର ଶିକ୍ଷା ବିବରଣୀ(Education Report,1872-73)ରେ ତତ୍କାଳୀନ ଲୋକପ୍ରିୟ ଇଂରେଜ କମିଶନର ଟି. ଭି. ରେଭେନ୍‌ସା ଯଥାର୍ଥରେ ଲେଖିଥିଲେ, "ନିଜ ଓଜନର ସୁନା ସହିତ ସମାନ ସେଇ ତତ୍ତ୍ୱାବଧାରକ" (The Superintendent is a man worth his weight in gold) ।

୧୮୩୫ ମସିହାରେ ସେହି ଅସାଧାରଣ ମଣିଷଟି ଜନ୍ମ ନେଇଥିଲେ ଉତ୍ତର କାନପୁର ସହରରେ । ମାତ୍ର ୧୦ ବର୍ଷ ବୟସରେ ସେ ନିଜ ମାତାଙ୍କ ସହିତ ବଙ୍ଗଳାର ଚବିଶପ୍ରଗଣା ଜିଲ୍ଲାର କାଥେର ଗ୍ରାମକୁ ଚାଲିଆସିଥିଲେ । ପିତା ତାରାଚାନ୍ଦ୍ ଚକ୍ରବର୍ତ୍ତୀ କାନପୁର ସୈନ୍ୟବିଭାଗୀୟ ଏକ ଅଫିସରେ କାର୍ଯ୍ୟ କରୁଥିଲେ । ବର୍ଷାତ୍ ଉଚ୍ଚ ଇଂରାଜୀ ବିଦ୍ୟାଳୟରେ ତାଙ୍କର ସୁପୁତ୍ର ଦ୍ୱାରକାନାଥ ଚକ୍ରବର୍ତ୍ତୀ ଅଧ୍ୟୟନ କରିଥିଲେ । ତାଙ୍କର ଶିକ୍ଷକ ଥିଲେ ବଙ୍ଗର ବିଶିଷ୍ଟ ଶିକ୍ଷାବିତ୍ ପ୍ୟାରିମୋହନ ସରକାର, ଯାହାଙ୍କର ସମସ୍ତ ସଦ୍ ଗୁଣ ତାଙ୍କୁ ଖୁବ୍ ପ୍ରଭାବିତ କରିଥିଲା । ବିଦ୍ୟାଳୟ ଶିକ୍ଷାପରେ ସେ କଲିକତାର ପ୍ରସିଦ୍ଧ ହିନ୍ଦୁ କଲେଜରେ ଅଧ୍ୟୟନ କରିଥିଲେ । ମାତ୍ର ଆର୍ଥିକ ଅସୁବିଧା ଯୋଗୁଁ କଲେଜରେ ପ୍ରଥମ ବର୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୋଥିରେ ଡୋର ବାନ୍ଧିଥିଲେ ଏବଂ ପରିବାର ପ୍ରତିପୋଷଣ ପାଇଁ ଚାକିରୀ ଅନ୍ୱେଷଣରେ ରହିଥିଲେ ।

ସେ ଅବଶ୍ୟ ଏଣ୍ଟ୍ରାନ୍‌ସ ପାସ୍ କରିଥିବାରୁ ଡେପୁଟୀ ମାଜିଷ୍ଟ୍ରେଟ ବା ସେହିପରି ଅନ୍ୟ ଅର୍ଥକାରୀ ଚାକିରୀ ପାଇପାରିଥାନ୍ତେ, ମାତ୍ର ଶିକ୍ଷା ପ୍ରତି ତାଙ୍କର ଅନୁରାଗ ଥିଲା ଏବଂ ଶିକ୍ଷକତା ଥିଲା ତାଙ୍କ ଜୀବନର ଧର୍ମ । ତେଣୁ ସେ ଶିକ୍ଷା ବିଭାଗରେ ହୁଗୁଳି ଜିଲ୍ଲାସ୍ଥ ତାରକେଶ୍ୱର ଗ୍ରାମ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ । ସେତିକିବେଳେ ସିପାହି ବିଦ୍ରୋହ ଯୋଗୁଁ ବଙ୍ଗଳାରେ ବହୁ ଅଶାନ୍ତି ସୃଷ୍ଟି ହୋଇଥିଲା । ତାଙ୍କର ମଧ୍ୟ ସ୍ୱାସ୍ଥ୍ୟଭାବ ଘଟିଥିଲା । ତେଣୁ ସେ ୧୮୬୧ ମସିହାରେ ପୁରୀ ଜିଲ୍ଲା ସ୍କୁଲକୁ ଉପ ପ୍ରଧାନ ଶିକ୍ଷକ ଭାବେ ଆସିଥିଲେ । ଏହି ବିଦ୍ୟଳୟରେ କାର୍ଯ୍ୟ କରିଥିଲା ବେଳେ ଓଡ଼ିଆ ଭାଷା ଶିକ୍ଷା କରି ନିଜର ମାତୃଭାଷା ବଙ୍ଗଳା ପରି ସେଥିରେ ବ୍ୟୁତ୍ପତ୍ତି ଅର୍ଜନ କରିଥିଲେ । ଭକ୍ତକବି ମଧୁସୂଧନ, ଉତ୍କଳଗୈ।ରବ ମଧୁସୂଦନ ତାଙ୍କର ପ୍ରିୟ ଛାତ୍ର ଥିଲେ।

୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ପଡ଼ି ଓଡ଼ିଶାରେ ଲୋକମାନେ ପୋକମାଛି ପରି ମଲେ । ଖାଦ୍ୟ ଅଭାବରୁ ବହୁଦିନ ଉପାସରେ ପଡ଼ି ବା ଅଖାଦ୍ୟ ଖାଇ ବାଟଘାଟ, ଘରଦ୍ୱାର

ସବୁଠାରେ ମଣିଷ ମରି ଶୋଇଲା । ସେଇ ବଙ୍ଗୀୟ ଶିକ୍ଷକ ନିଜ ବେତନରୁ ଖାଦ୍ୟ ଦ୍ରବ୍ୟ କ୍ରୟ କରି ଦୁଃସ୍ଥ ନିରନ୍ନ ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରିଥିଲେ । ତାପରେ ଅନୁଗୋଳକୁ ଶିକ୍ଷା ବିଭାଗୀୟ ଡେପୁଟୀ ଇନିସ୍‌ପେକ୍ଟର ଭାବରେ ବଦଳି ହୋଇଥିଲେ ଏବଂ ୧୮୬୯ ମସିହାରେ କଟକରେ ନୂଆ ହୋଇ ସ୍ଥାପିତ ହୋଇଥିବା ନର୍ମାଲ ଟ୍ରେନିଂ ସ୍କୁଲ୍‌ର ସୁପରିନ୍‌ଟେନଣ୍ଡେଣ୍ଟ ବା ବିଦ୍ୟାଳୟର ତ‌ତ୍ତ୍ୱାବଧାରକ ଭାବରେ ନିଯୁକ୍ତି ପାଇଥିଲେ । ଶଣିବାକୁ ମିଳେ, ସେ ଗୋଟିଏ ଜମିକୁ ଜଣେ ଆଫଗାନ ଭଦ୍ରଲୋକ ଆମଜାନ ଖାଁଙ୍କ ଠାରୁ କିଣି ମାତ୍ର ଚାରିହଜାର ଟଙ୍କା ଖର୍ଚ୍ଚ କରି ଗୋଟିଏ ବିରଟ ପକ୍କାଘର ଠିଆ କରାଇଥିଲେ । ଏଥିପାଇଁ ତ‌ତ୍କାଲୀନ ଲେଫ୍‌ଟନାଣ୍ଟ ଗଭର୍ଣ୍ଣର ତାଙ୍କୁ ଖୁବ୍ ପ୍ରଶଂସା କରିଥିଲେ । ୧୮୯୨ ମସିହାରେ ନିର୍ମିତ ଏହି ପକ୍କାଘରଟି ଏବେ ବିପଜ୍ଜନ‌କ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ତାର ରକ୍ଷଣାବେକ୍ଷଣ ଏକ ଜାତୀୟ ଦାୟିତ୍ୱ ।

ପୂର୍ବେ ଓଡ଼ିଶାରେ ଶିକ୍ଷକମାନଙ୍କ ପାଇଁ କୌଣସି ତାଲିମର ବ୍ୟବସ୍ଥା ନଥିଲା । ୧୮୬୯ ମସିହାରେ କଟକରେ ସର୍ବପ୍ରଥମେ ଶିକ୍ଷକ ତାଲିମ ବିଦ୍ୟାଳୟଟି ପ୍ରତିଷ୍ଠିତ ହେଲା । ଉକ୍ତ ଶିକ୍ଷାପ୍ରେମୀ ଦ୍ୱାରକାନାଥ ଚକ୍ରବର୍ତ୍ତୀ ହୋଇଥିଲେ ପ୍ରଥମ ପ୍ରଧାନ ଶିକ୍ଷକ । ତାଙ୍କର ସାଧୁତା ଓ ବନ୍ଧୁବତ୍ସତାକୁ ସ୍ମରଣ କରି ଫକୀଇରମୋହ ନ ତାଙ୍କ "ଆତ୍ମଜୀବନ ଚରିତ"ରେ ଲିଖିଛନ୍ତି, "ହାତରେ ଯେତୋଟି ଟଙ୍କା ଥିଲା ସରିଗଲା । ଦିନେ ସକାଳେ ରାନ୍ଧୁଣିଆ କ ହିଲା-ବସାକୁ ରାତିରେ ରୋଷେଇ ସରଞ୍ଜାମ କିଛି ନାହିଁ । କ'ଣ କରିବି, ଉପାୟ ଦିଶୁ ନାହିଁ । ବସାରେ ମନ ଲାଗିଲା ନାହିଁ । ଚାରିଟା ଉତ୍ତାରେ କଲେକ୍ଟରୀ କଚେରୀର ପୂର୍ବ ତରଫ କାଠ ଯୋଡ଼ି କୂଳ ପଥର ବନ୍ଧ ଉପରେ ଯାଇ ତୁନୀ ହୋଇବସି ଉଦାସ ଭାବେ ନ ଈ ଭିତରକୁ ଚାହିଁ ରହିଥାଏ । ପଛରୁ ଜଣେ ବାବୁ ଡାକିଲେ, "କିହୋ ଫକୀରମୋହନ, ଏଠାରେ ଏକୁଟିଆ ବସି କ'ଣ କରିଛ ?"

"ପଛକୁ ଚାହିଁ ଦେଖିଲି ନର୍ମାଲ ସ୍କୁଲର ସୁପରିଟେଣ୍ଡେଣ୍ଟ ବାବୁ ଦ୍ୱାରକାନାଥ ଚକ୍ରବର୍ତ୍ତୀ । ଦ୍ୱରକାବାବୁଙ୍କୁ ମୁଁ ଖୁଡ଼ୁତା ପରି ସମ୍ମାନ କରୁଥିଲି । ସେ ମଧ୍ୟ ମୋତେ ପୁତ୍ରପରି ସ୍ନେହ କରୁଥିଲେ । ଦ୍ୱାରକାବାବୁ କ ହିଲେ, "ଆମ୍ଭ ଫକୀରମୋହ ନ, ଆଜି ତୁମର ହିସାବ ବିକାଶ କରାଯିବ ।" ବର୍ତ୍ତମାନ ମୋ ମନରେ ଦାରୁଣ ଭାବନା ଉପସ୍ଥିତ, ହିସାବ ପତ୍ର ଭଲ ଲାଗିବ କିଆଁ ? " ମୁଁ କହିଲି,"'ଆଜ୍ଞା, ମୋତେ କ୍ଷମା କରନ୍ତୁ, ଆଜି ଆପଣଙ୍କ ବସାକୁ ଯାଇପାରିବି ନାହିଁ ।" ଦ୍ୱାରକାବାବୁ ମୋ ବାହୁକୁ ଧରି ତାଙ୍କ ବସା ନର୍ମାଲ ସ୍କୁଲକୁ ଭିଡ଼ିନେଇଗଲେ । ସ୍କୁଲ ବାରଣ୍ଡାରେ ଗୋଟିଏ ଚଉକିରେ ବସାଇଲେ । ଦ୍ୱାରକାବାବୁ ଘର ବସାଇ ଭିତରୁ ଆସି ଉଣେଇଷ ଟଙ୍କା କେତେ ଅଣା ମୋ ହାତରେ ଗୁଞ୍ଝିଦେଇ କହିଲେ, "ତୁମ୍ଭର ମୋ ଉପରେ ଅଠଚାଳିଶ ଟଙ୍କା ଥିଲା । ତୁମେ ଗୋଟିଏ ବନ୍ଧୁକ ନେଇଅଛ ତାର ଦାମ କୋଡ଼ିଏ ଟଙ୍କା କାଟିନେଲି । ବାକିଟଙ୍କା ନିଅ । "ଚାରିବର୍ଷ ପୂର୍ବେ ଦ୍ୱାରକାବାବୁ କେତେଖଣ୍ଡ ଭାରତବର୍ଷର ଇତିହାସ କିଣିନେଇଥିଲେ । ସେ ବାବଦରେ ଯେ କିଛିଟଙ୍କା ବାକି ପାଉଣା ଥିଲା, ତା ମୋ ମନରେ ନଥିଲା ( ପୃ ୬୯ -୭୧-୧୯୬୯ ) । ଛବି

"ପ୍ରତିଭାଦୀପ୍ତ ଶିକ୍ଷକୀୟ ବ୍ୟକ୍ତିତ୍ୱ ଫକୀରମୋହ ନ ସେନାପତି"

ଡ଼କ୍ଟର ରବୀନ୍ଦ୍ର କୁମାର ପ୍ରହରାଜ

ଓଡ଼ିଆ ପଣ୍ଡିତ ହରେକୃଷ୍ଣ ପାଣିଗ୍ରାହୀ ନିମ୍ନପ୍ରାଥମିକ ଶ୍ରେଣୀରେ ଗଦ୍ୟ ପଢ଼ାଉଥିଲେ ଏହିପରି : " କୈ।ଣସି ଦିନରେ କି କେହି ଅହ୍ନରେ, ଗୋଟିଏ କାଳ କି ଏକ ଗୋଟି ବୟସ, ଖଣ୍ଡିଏ ମାଂସ କି ଖଣ୍ଡିଏ ଫଳ ମୁଖରେ ଧରି କି ବଦନରେ ଧାରଣ କରି ଗୋଟାଏ ବୃକ୍ଷ କି ଏକଗୋଟା ମଢ଼ିରୁହ ଡାଳରେ କି ଶାଖାରେ ବସିଥିଲା କି ଇପବେଶନ କରିଥିଲା । " ଏଭଳି ପାଠଦାନର ସମୟ ଥିଲା ୧୮୬୨ ମସିହା, ସ୍ଥାନ ବାଲେଶ୍ୱରସ୍ଥ ବାରବାଟୀ ସ୍କୁଲ୍, ଅଧ୍ୟାୟୀମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ ବ୍ରଜମୋହନ ଓରଫ ଫକୀରମୋହ୍ ନ ସେନାପତି । ସେ ଅବଶ୍ୟ ସେହି ଶ୍ରେଣୀର ବାର୍ଷିକ ପରିକ୍ଷାରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହେଲେ, ମାତ୍ର ଅନ୍ତର୍ନିହିତ ପ୍ରତିଭା, ଅଧ୍ୟବସାୟ ଓ ଅଧ୍ୟୟନ ବଳରେ ସେ ଏ ପ୍ରକାର ପାଠଦାନରର ଅସାରତା ତଥା ହାସ୍ୟସ୍କରତାକୁ ଉପଲବ୍ଧି କରିପାରିଥିବାରୁ କେବଳ ଶିକ୍ଷକ ଭାବରେ ସୁନାମ ଅର୍ଜନ କଲେ, ତାହା ନୁହେଁ, ସେ ଏକାଧିକ ପାଠ୍ୟପୁସ୍ତକର ରଚିୟତା । ଉନ୍ନତ ଓ ପରିଚ୍ଛନ ପଠନରୀତିର ପ୍ରୟୋଗ କରିପାରିଥିବା ହେତୁ ଅନତି ବିଳମ୍ବେ ସେ ସହକାରୀ ଶିକ୍ଷକ ପଦକୁ ଉନ୍ନୀତ ହେଲେ ଏବଂ ବାଲେଶ୍ବର ମିଶନ୍ ସ୍କୁଲ୍ ଫଳାଫଳ ଦୃଷ୍ଟିରୁ ଓଡିଶାରେ ସ ର୍ବ ଶ୍ରେଷ୍ଟ ବିବେଚିତ ହେଲା|ଏପରିକି ଗୋଟିଏ ବ ର୍ଷରେ ଚାରିଜଣ ଛାତ୍ର ସେ ସ୍କୁଲରୁ ପରିକ୍ଷା ଦେଇ ବୃତ୍ତିପ୍ରାପ୍ତ -ହେଲେ|ଏହାଥିଲା ଫକିର ମୋହ ନଙ୍କର ନିରବଚ୍ଛିନ୍ନ ଉଦ୍ଯମର ଫଳଶ୍ରୁତି|

ପିତା ଲକ୍ଷ୍ମଣ ଚରଣ ସେନାପତି ଓ ମାତା ତୁଳସୀ ଦେଇଙ୍କର ୨ୟ ପୁତ୍ର ଭାବେ ୧୮୪୩ ମସିହା ମକର ସଂକ୍ରାନ୍ତି ଶୁକ୍ରବାର ଦିନ ଭୂମିଷ୍ଟ ହୋଇ ଥିବା ଫକିର ମୋହ ନ ଶୈଶବରୁ ଥିଲେ ପିତୃମାତୃହୀନ|ପିତା ମହୀଙ୍କ କୋଳରେ ସେ ବଢିଥିଲେ|ମାତ୍ର ଚାରିଆଣା ଦରମା ଦେଇ ନପାରି ବିଦ୍ଯାଳୟ ଶିକ୍ଷକ ରୁ ବଂଚିତ ହୋଇ ଥିଲେ ହେଁ ତାଙ୍କୁ ସେ ଦିନର ଯେଉଁ ବିଦ୍ଯେତ୍ସାହୀ ସେକେଣ୍ଡ ମାଷ୍ଟର୍ ବାବୁ ଶ୍ରୀ ଶିବ ଚନ୍ଦ୍ର ସୋମାସେହି ସ୍କୁଲ୍ର ତୃତିୟ ଶକ୍ଷକ ପଦରେ ମାସିକ ଅଢେଇ ଟଙ୍କା ବେତନରେ ନିଯୁ କ୍ତି ଦେଇଥିଲେ ସେ ଯଥାର୍ଥରେ ଥିଲେ ଗୁଣଚିହ୍ନା ଗୁଣିଆ,ଏହା ଫକିର ମୋ ହ ନଙ୍କ ପରବର୍ତ୍ତୀ ଜୀବନ ଧାରା ଓ କୃତିତ୍ବମାନଙ୍କରେ ବ ହୁଭାବରେ ପ୍ରମାଣିତ ହୋଇଥିଲା|

ଓଡିଆ ପାଠ୍ଯପୁସ୍ପକର ଏକାନ୍ତ ଅଭାବ ସାଙ୍ଗକୁ ଅଣ ଓଡିଆ ବଙ୍ଗୀୟମାନଂକର ଓ ଡିଆ ସ୍ଥାନରେ ଓଡିଆ ବିଦ୍ଯାଳୟ ମାନଙ୍କରେ ବଙ୍ଗଳା ଚଳାଇବା ଲାଗି ସରକାରୀ ସ୍ତର ମାଧ୍ଯମରେ ପ୍ରବଳ ଉଦ୍ଯମ ଫକିର ମୋହ ନ ଙ୍କୁ ପାଠ୍ଯପୁସ୍ତକ ରଚନା ଦିଗରେ ପ୍ରଣୋଦିତ କରିବାରୁ ସେ ପ୍ରଥମେ ଈଶ୍ବରଚନ୍ଦ୍ର ବିଦ୍ଯାସାଗରଙ୍କ ବ ଙ୍ଗଳା "ଯିବନ ଚରିତ"କୁ ଓଡିଆରେ ଅନୁବାଦ କରି ୧୮୬୬ ରେ କଲିକତା ବ୍ଯାପ୍ ଟି ଷ୍ଟ ମିଶନ୍ ପ୍ରେସ୍ ରୁ ଛପାର ଆଣିଲେ|ତାଙ୍କର "ଭାରତ ବର୍ଷର ଇତିହାସ"୧ମ ଓ୨ୟ ଭାଗ ବାଲେଶ୍ବରର ଉତ୍କଳ ପ୍ରେସ୍ ରୁ ଯଥାକ୍ରମେ୧୮୬୯ଓ୧୮୭୦ ମସିହାରେ ପ୍ରକାଶ ଲାଭ କଲା|ଏହି ପୁସ୍ତକଦୁଇଟି ଛାତ୍ରବୃତ୍ତି ପରୀକ୍ଷା ନିମନ୍ତେ ପାଠ୍ଯପୁସ୍ତକ ଭାବେ କେବଳ ନିରୂପିତ ହୋଇନାହିଁ,ଏଥି ଲାଗି ଫକିରମୋହ ନ୍ସ୍କୁଲ୍ ଇନ୍ସ୍ ପେକ୍ଟରଙ୍କ ଠାରୁ ସାତଶହ ଓ କମିଶନରଙ୍କ ଠାରୁ ତିନି ଶହଟଙ୍କାପୁରସ୍କାର ପ୍ରାପ୍ତ ହୋଇଥିଲେ|ସେତେବେଳକୁ ମାସିକ ଦଶ ଟଙ୍କା ବେତନରେ ସେ ବାଲେଶ୍ବର ମିଶନ୍ ସ୍କୁଲର ପ୍ରଧାନ୍ ଶିକ୍ଷକ ହୋଇଥିଲେ|ଖିବା ବାହୁଲ୍ଯ ଫକିରମୋହ ନ୍ଙ୍କ ସ୍ବପ୍ରଦତ୍ତ ବିବରଣି ଅନୁସାରେ ସେତେବେଲେ ଟଙ୍କା ଟିଏ ଦେଲେଦେଢମହଣ ( ଅର୍ଥାତ୍ ଏକାଳର ପ୍ରାୟ୭୦ କିଲୋ) ଚା ଉଳ ମିଳୁଥିଲେ|ଏଥିରୁ ମନେ ହେବା ସ୍ବାଭାବିକ,ପ୍ରତିଭାବାନ ଶିକ୍ଷକ ଭାବେ ଫକିରମୋହ ନ ହୋଇପାରି ଥିଲେସାଧାରଣ ଦୃଷ୍ଟି ଆକର୍ଷଣକାରୀ|

ସେ ପାଠ୍ଯ କ୍ରମେ ପ୍ରଚଳିତ ସମୟ ବିଷୟିକ ପାଠଦାନରେ ନିଶ୍ଚିତ ଥିଲେ କୁଶଳୀ|ତାଙ୍କ ଦେଖିବାରୁ ପରେପରେ ଆତ୍ମ ପ୍ରକାଶ କରିଥିଲା"ବ୍ଯାକରଣ"ଓ"ଅଙ୍କମାଳା"|ସେ ଇତି

ମଧ୍ଯରେ  ବିଦ୍ଯାସାଗରଙ୍କ 'ବ୍ଯାକରଣ     କୌମୁଦୀ '  ଓ ' ଋଜୁ ପାଠ '  କୁ   ଆୟତ୍ତ  କରି  ସଂସ୍କୃତ   ଭାଷା   ସାହିତ୍ଯ    ଅଧ୍ଯୟନ   କ୍ଷେତ୍ରରେ   କିଛି  ଦୂର  ଅଗ୍ରସର   ହୋଇଥିଲେ।ସେ  ନିଜେ  ତ  ଥିଲେ  ସାହିତ୍ଯରସିକ,   ଅନ୍ଯ  ଠାରୁ  ସାହିତ୍ଯରସ   ନିଷିକ୍ତ   କରିବାରେ  କି  ଭଳି  ପାରଙ୍ଗମ  ଥିଲେ  ନିମୋକ୍ତ   ଘଟଣାରୁ  ତାର   ପରିଚୟ  ମିଳେ ।

ବାଲେଶ୍ବର ମିଶନ୍ ସ୍କୁଲ୍ ଓ ବାଲେଶ୍ବର ବାଳିକା ମିଶନ୍ ସ୍କୁଲ୍ ସେତେବେଳେ ଗୋଟିଏ ବଡ ବଙ୍ଗଳାଘରେ ଚଳୁଥିଲା ।ମଝିରେ କେବଳ କାନ୍ଥଟିଏ ଥାଏ ବ୍ଯବଧାନ!।ସେଦିନ ଶିକ୍ଷାଦାନ ସମୟରେ ଶାରଦା ନାମ୍ନୀ ଜନୈକା ବାଳିକାକୁ କୌଣସି ପ୍ରୟୋଜନବୋଧରେ ଫକୀରମୋହ ନ ଆରପାଖ ଶ୍ରେଣୀରୁ ତାଙ୍କ ନିକଟ ପଠାଇବା ପାଇଁ ଶ୍ରେଣୀ ଶିକ୍ଷକ ବିଶ୍ବନାଥ ଶତପଥୀଙ୍କୁ ଛୋଟ କାଗଜରେ ଲେଖି ଜଣାଇଲେ । ଝିଅଟି ତ ଆସିଲା ନାହିଁ, ପତ୍ରବାହକ ସେ ପତ୍ରଟିକୁ ଫେରାଇ ଆଣିଲା ।ଫକୀରମୋହ ନ କାଗଜ ଖୋଲି ଦେଖିଲେ ସେଥରେ କେବଳ ଉତ୍ତର ସ୍ବରୂପ ଲେଖାଅଛି- "ଲଜ୍ଜାବତୀ ନେଚ୍ଛତି ତତ୍ର ଗନ୍ତୁମ୍ " । ଫକୀରମୋହ ନ ବିଶ୍ବନାଥ ଶତପଥୀଙ୍କର ଆଶୁ କଚିତ୍ବ ,ଗାୟନ ପଟୁତା ଓ କଳାକର୍ମ ନିପୁଣତାରେ ଅତ୍ଯନ୍ତ ପ୍ରୀତ ଥିଲେ ।ତେଣୁ କାଗଜ କଣ୍ଡି ହାତରେ ଧରି ବାରଣ୍ଡାକୁ ଉଠିଯାଇ ଶତପଥୀଙ୍କୁ ଡାକି ଆଦେଶ ଦେବା ଭଙ୍ଗାରେ କହିଲେ "ଶୀଘ୍ର ଏହି କବିତାଟିର ପାଦ ପୂରଣ କର ।ଗୋଟିଏ ମାତ୍ର ଚରଣ ଲେଖି କବିତ୍ବ ଜଣାଇବ ପରା ?"ବିଶ୍ବନାଥ ସେଇଠି ଠିଆ ହୋଇ ସଙ୍ଗେ ସଙ୍ଗେ ପାଦପୂରଣ କଲେ-

           "ଉତ୍ତୁଙ୍ଗ ବକ୍ଷାହି ନତମ୍ବ ଗୁର୍ବା
            ନବୀନ ଧାରାଧର ଚାରୁକେଶା
            ସଦୈବ ହାସ୍ଯାମୃତପୂର୍ଣ୍ଣ  ବକ୍ତ୍ରା
            ଲଜ୍ଜାବତୀ ନେଚ୍ଚ୍ଛତି ତ୍ତ୍ର ଗନ୍ତୁମ୍ ।

ସ୍ବୟଂ ଫକୀରମୋହ୍ନ ଶ୍କୋକ ରଚନା କ୍ଷେତ୍ରରେ କିଭଳି ସୁଦକ୍ଷ ଥିଲେ "ଛ ମାଣ ଆଠଗୁଣ୍ଠ" ରେ ବାଡିମଙ୍ଗଳାଙ୍କ ସ୍ତୁତି ଓ ଚଂପାର ରୂପ ବର୍ଣଣନାରୁ ପାଠକ ସାଧାରଣ ତାହା ଅବଗତ ହୋଇଥାନ୍ତି । "ମାମୁଁ " ଉପନ୍ଯାଷସର ପ୍ରତ୍ଯେକ ପରିଚ୍ଚ୍ଛେଦରେ ପ୍ରଦତ୍ତ ଶ୍ଳୋଜାବଳି, ଦାର୍ଶନିକ ଯୁକ୍ତିପ୍ରତିଯୁକ୍ତି ଏବଂ ଉପନିଷଦ ଅନୁବାଦରୁ ତାଙ୍କର ସଂସ୍କୃତ ଭାଷା-ସାହିତ୍ଯରେ ପ୍ରବେଶର ଗଭୀରତା କଳନା କରିହୁଏ ।ସେ ଆଖୁନ୍ଜୀଙ୍କ ଠାରୁ ଉର୍ଧହୁଭାଷା ଯେପରି ଶିକ୍ଷା କରିଥିଲେ ଇଂରାଜୀ ଫାଷ୍ଟବୁକ୍ ଅଫ ରିଡିଙ୍ଗ୍ରୁ ଇଂରାଜୀ ନିଜେ ନିଜେ ପଢି ଆରବିୟାନ୍

ନାଇଟ୍ସ୍,ରବିନ୍ସନ୍ କ୍ରୁଶୋ , ବେଙ୍ଗଲ ପେଜେଣ୍ଟ ଲାଇଫ୍ ଓ ବାଇବେଲ୍ ପ୍ରଭୃତି ପାଠ କରି  ଇଂରାଜୀରେ ଚଳନକ୍ଷମ ଦକ୍ଷତା ସେହିପରି ଅର୍ଜନ କରିଥିଲେ ।ତ୍ତ୍କାଳୀନ ବାଲେଶ୍ବରରେ କଲେକ୍ଟର ବହୁ ଭାଷାବିଦ୍ ସୁବୁଦ୍ବାନ୍ ଜନ୍ ବୀମ୍ସ୍ଙ୍କ ସହ ଭାଷା-ସାହିତ୍ଯ ଆଲୋଚନାରେ ତାଙ୍କର ଉପସ୍ଥିତି ଲୋଡା ଯାଇଥିଲା ।ମନେହୁଏ ,ରସକଲ୍ଲୋଳ ସଂପର୍କରେ ବୀମ୍ସ୍ ଏସିଆଟିକ୍ ସୋସାଇଟୀ ଜର୍ଣ୍ଠାଲ୍ରେ ଯେଉଁ ପାଣ୍ଠିତ୍ଯପୂର୍ଣ୍ଠ ସାମାଲୋଚନା  ଲେଖିଥିଲେ ସେଥିପାଇଁ ଫକୀରମୋହ୍ନଙ୍କ ସହ ତାଙ୍କର  ଆଲୋଚନା ଅବଶ୍ଯ ସାହାଯ୍ଯକାରୀ ଲେଖିଥିବ ।

ଆମ ଦେଶରେ ଆଧୁନିକ ଶିକକ୍ଷା ବିସ୍ତାର ଉଦ୍ଯମାନଂକର ମୂଳଭୂତ ରୂପେ ଜଣେ ଜଣେ ଖ୍ଯାତନାମା ଶିକ୍ଷକଙ୍କର ନିଃସ୍ବାର୍ଥପର ପ୍ରଚେଷ୍ଟା , ପ୍ରଭୃତ ବ୍ଯକ୍ତିଗତ ଶ୍ରମ ଓ ସାଧନା ଯେପରି କାର୍ଯ୍ଯକାତୀ ହୋଇ ଏକ ସ୍ବନାମଧନ୍ଯ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ଘଟାଇଥିବା ସଚାରାଚର ଦେଖାଯାଇଥାଏ ବୋଧହୁଏ ତାହାର ପ୍ରାରମ୍ବ ଘଟିଥିଲା ଫକୀରମୋହ୍ନଙ୍କ ଠାରୁ ।ଶିକ୍ଷକ ଭାବରେ ତାଙ୍କର ଜନସାଧାରଣରେ ଯେଉଁ ବ୍ଯକ୍ତିତ୍ବ ସେ ସମୟରେ ମାନ୍ଯତାପ୍ରପ୍ତ ହୋଇଥିଲା ତା'ର ସଦୁପ୍ଯୋଗ ସେ ବିଭିନ୍ନ କ୍ଷେତ୍ରରେ ଯଥା ପ୍ରିଣ୍ଟିଂପ୍ରେସ୍ ସ୍ଥାପନ , ବୋଧଦାୟିନୀ ଓ ବାଲେଶ୍ବର ସମ୍ବାଦବାହିକା ସଂପାଦନ ତ୍ଥା ପ୍ରକାଶନା ଇତ୍ଯାଦିରେ ଯେପରି କରିଥିଲେ ମଫସଲ ଅଞ୍ଚଳରେ ସ୍କୁଲ୍ ସ୍ଥାପନ କରାଇ ଓଡିଆ ଭାଷାର ବହୁଳ ପ୍ରସାର ପଥ ସେହିପରି ସୁଗମ କରାଇଥିଲେ ।ରେମୁଣା ଗ୍ରାମର କାୟସ୍ଥପଲ୍ଲୀ ନିକଟରେ ଯେଉଁ ସ୍କୁଲ୍ଟି ଗଢି ଉଠିଥିଲା , ତାହା ଫକୀରମୋହ୍ନଙ୍କର ବ୍ଯକ୍ତିଗତ ଉଦ୍ଯମ ଓ ମହାରାଜ ବୈଉଣ୍ଠନାଥ ସେହି ସ୍କୁଲ୍ଟିର ବାର୍ଷିକ ବ୍ଯୟଭାର ୩୦୦ ଟଂକା ଏକ୍କାଳୀନ ତାଙ୍କ ହସ୍ତରେ ଦେଇଥିଲେ ।

ଆମଦେଶରେ ବହୁ କୃତବିଦ୍ଯ ,ସଦୁଦ୍ଯମୀ ଓ ସଂଗଠନପ୍ରାଣ ଶିକ୍ଷକମାନଙ୍କର ଅଭୁ୍ଯଦୟ ଘଟି ଆସିଛି, ମାତ୍ର ଶିଁକ୍ଷକତା ବୃତ୍ତିଲବ୍ଧ ଅଭିଜ୍ଞତାକୁ କାଳଜୟୀ ସାହିତ୍ଯ କୃତିରେ ବିନିଯୋଗ ପୂର୍ବକ 'ରେବତୀ ' "ରାଣ୍ଡିପୁଅ ଅନନ୍ତା ' ଭଳି ଗଳ୍ପ ଓ 'ମୁଁ ହାଟ ବାହୁଡା ' ଭଳି ଏକାନ୍ତ ସରସ ତ୍ଥା ମର୍ମସ୍ପର୍ଶୀ କବିତା ରଚନା ଫକୀରମୋହ୍ନଙ୍କ ଦ୍ବାରା ହିଁ ସମ୍ବବ ହୋଇଛି ।ତାଙ୍କ ଜୀବଙ୍କାଳର ମାତ୍ର ନାବର୍ଷ ପ୍ରତ୍ଯକ୍ଷଭାବେ ଶିକ୍ଷକତା ବୃତିକୁ ବରଣ କରିଥିଲେ ହେଁ ଆଧୁନିକ ଓଡିଆ କଥା ସାହିତ୍ଯର ଯୁଗସ୍ରଷ୍ଟା ଜଙ୍କ ସରସ୍ବତୀ ଫକୀରମୋହ୍ନ କାଳକାଳକୁ ଦିଗ୍ଦ୍ରଷ୍ଟା ଶିକ୍ଷକ ଭାବରେ ଓଡିଆମାନଙ୍କ ସ୍ମୃତିକୋଷରେ ସଂଜୀବିତ ରହିଛନ୍ତି ।

ଛବି

ଆଧୁନିକ ଶିକ୍ଷାପ୍ରସାର ଓ ପରିଦର୍ଶନର ଅଗ୍ରଦୂତ
ରାଧାନାଥ ରାୟ

ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ

ଅଧ୍ୟାପକ ନାରାୟଣ ବାରିକ୍

ପୁଣ୍ୟଭୂମି ଉତ୍କଳର କୋଣେ ଅନୁକୋଣେ ରାଧାନାଥ ରାୟ ଓଡ଼ିଆ ଭାଷା ଓ ସାହିତ୍ୟ ପାଇଁ କବିବରଭାବେ ପରିଚିତ ହେବାର ଗୈ।ରବ ଅର୍ଜନ କରିଥିଲେ ହେଁ ଓଡ଼ିଶାରେ ଆଧୁନିକ ଶିକ୍ଷାର ମୂଳଭିତ୍ତି ସ୍ଥାପନ କରିବାରେ ସେ ଯେ ସର୍ବପ୍ରଥମ ଓ ସର୍ବପ୍ରଧାନ ବିନ୍ଧାଣୀ, ଏହା ଅସ୍ୱୀକାର କରିହେବ ନାହିଁ ।

୧୮୨୮ ମସିହାରେ ହେନେରି ରିକେଟ୍‌ସ୍ ସାହେବ ବାଲେଶ୍ୱରରେ କଲେକ୍ଟର ରୂପେ ନିଯୁକ୍ତି ପାଇବାପରେ ତାଙ୍କ ଉଦ୍ୟମରେ ଓଡ଼ିଶାରେ ଆଧୁନିକ ବିଦ୍ୟାଳୟମାନ ପ୍ରତିଷ୍ଠିତ ହେଲା । ପ୍ରାୟ ୧୮୩୬ ମସିହା ବେଳକୁ ଓଡ଼ିଶାର ସବୁ ସରକାରୀ ଅଫିସରେ ଓଡ଼ିଆ କର୍ମଚାରୀମାନଙ୍କର ସଂଖ୍ୟା ବୃଦ୍ଧି ପାଇବକୁ ଲାଗିଲା । ଏହାହିଁ ଥିଲା ଓଡ଼ଶାରେ ଆଧୁନିକ ଶିକ୍ଷା ପ୍ରଚଳନର ଅୟମାରମ୍ଭ କାଳ ।

୧୦

ଇଂରାଜୀ ଭାଷା ଓ ସାହିତ୍ୟର ପ୍ରସାର ସହ ଇଂରାଜୀ ଶାସନ କଳ ପାଇଂ ମାକଲେ ସାହେବ ୧୮୩୪ ମସିହାରେ କତିପୟ ଭାରତୀୟଙ୍କୁ ପ୍ରସ୍ତୁତ କରିବାର ଯେଉଁ ପର୍ବ ଆରମ୍ଭ କଲେ; ସେହି ସ୍ୱପ୍ନର

ପରିଣତି ସ୍ୱରୁପ ଏମାଟିରେ ଆଧୁନିକ ଶିକ୍ଷାବିମଣ୍ଡିତ ଗୋଟିଏ ମଧ୍ୟବିତ୍ତ ଶ୍ରେଣୀର ଉଭବ ହେଲା। ଏହି ଶିକ୍ଷିତ ମଧ୍ୟବିତ୍ତ ଶ୍ରେଣୀ ଜଣେ ସ୍ୱାଥକ ପ୍ରତିନିଧି ଏବଂ ଓଡିଶା ମାଟିରେ ଶିକ୍ଷା ବିଭାଗର ଜଣେ ମର୍ଯ୍ୟାଦାବନ୍ତ ଅଫିସରଭାବେ ରାଧାନାଥ ଓଡିଶା ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ଏହାର ଉନ୍ନତି କଳ୍ପେ ତାଙ୍କର ବୃତ୍ତି ପ୍ରତି ଯେଉଁ ନିଷ୍ଠା ଓ ଆନ୍ତରିକତା ପ୍ରଦର୍ଶନ କରିଗଲେ ତାହା ତତ୍‌କାଳୀନ ଅଫିସରମାନଙ୍କୁ ବିସ୍ମିତ କରିଦେଇଥିଲା । ରାଧାନାଥ ଘରୋଇ ପାଠଶାଳାରୁ ପାଠପଢା ଆରମ୍ଭ କରିଥିଲେ ।ତିନି ବର୍ଷ ଭିତରେ ସେ ବର୍ଣ୍ଣ ଶିକ୍ଷା,ଗଣିତ ଓ ଛାନ୍ଦ ବୋଲା ଶେଷ କରି ସୋରସ୍ଥିତ ଭର୍ଣ୍ଣାକୁଲାର ସ୍କୁଲରେ ଅଧ୍ୟୟନ କଲେ ।ଏହିଠାରେ ସେ ପଣ୍ଡିତ ଆର୍ତ୍ତତ୍ରାଣ ନନ୍ଦଙ୍କଠାରୁ ସଂସ୍କୃତ ଶିକ୍ଷାଲାଭ କରିଥିଲେ ।ଏଠାରେ ଦୁଇ ତିନି ବର୍ଷ ପଢିବାପରେ ବାଲେଶ୍ୱର ଜିଲ୍ଲା ସ୍କୁଲରେ ୧୮୫୮ ମସିହାରୁ ପିତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ରହି ଶିକ୍ଷାଲାଭ କଲେ । ରାଧାନାଥ ପ୍ରଥମରୁ ହିଁ ଜିଲ୍ଲା ସ୍କୁଲରେ ତାଙ୍କର କୃତିତ୍ତ୍ୱ ପ୍ରଦର୍ଶନ କରିଥିଲେ । ତା ପରେ ରାଧାନାଥ ମାସିକ ଚଉଦ ଟଙ୍କା ସରକାରୀ ବୃତ୍ତି ପାଇ କଲିକତା ଯାଇ ପ୍ରେସିଡେନ୍‌ସି କଲେଜରେ ଏଫ୍‌ ଏ କ୍ଳାସରେ ନାମ ଲେଖାଇଲେ । ମାତ୍ର ଆମାଶୟ ରୋଗରେ ଆକ୍ରାନ୍ତ ହୋଇ ସ୍ୱାସ୍ଥ୍ୟ ଭଙ୍ଗ କାରଣରୁ ସେଠାରୁ ଓଡିଶା ଫେରି ଆସେଲେ ।ସେତେବେଳେ ତାଙ୍କର ସଂପର୍କୀୟ ଭାଇ ଡେପୁଟି କଲେକ୍ଟର ଜଗମୋହନ ରାୟ କଟକରେ ଏଫ୍ ଏ ପଢିବାକୁ ତାଙ୍କୁ ବାରମ୍ବାର ଉତ୍ସାହିତ କରିଥିଲେ ହେଁ ବିବେକୀ ରାଧାନାଥ ଆର୍ଥିକ ଅସ୍ୱତ୍ସଳତାରେ ପୀଡିତ ପିତାଙ୍କୁ ସାହାଯ୍ୟ କରିବାକୁ ଯାଇ ବାଲେଶ୍ୱର ଜିଲ୍ଲା ସ୍କୁଲରେ ତୃତୀୟ ଶିକ୍ଷକ ପଦରେ ୧୮୬୪ ମସିହା ମେ ମାସ ପହିଲାରେ ମାସିକ ୩୦ ଟଙ୍କା ବେତନରେ ତାଙ୍କର କର୍ମମୟ ଜୀବନ ଆରମ୍ଭ କଲେ । ସେହିବର୍ଷ୍ ଜୁନ ୨୩ ତାରିଖରେ ତାଙ୍କ୍ ଚାକିରୀକୁ ସ୍ଥାୟୀ କରାଗଲା । ସେତେବେଳେ ଗଙ୍ଗାଧର ଆଚାର୍ଯ୍ୟ ସ୍କୁଲର ପ୍ରଧନ ଶିକ୍ଷକ ଥାଆନ୍ତି । ଓ ସହନଶୀଳତା ଯୋଗୁଁ ସେ ନିଜର ସହକର୍ମୀ ତଥା ଛାତ୍ରମାନଙ୍କର ଅତି ପ୍ରିୟଭାଜନ ହୋଇପାରିଥିଲେ । ଶିକ୍ଷାର୍ଥୀମାନଙ୍କୁ ଭୟ ପ୍ରଦର୍ଶନ ନ କରି ସେ ପ୍ରତ୍ୟେକ ଛାତ୍ରପ୍ରତି ଉତ୍ତମ ବ୍ୟବହାର ପ୍ରଦର୍ଶନ କରୁଥିଲେ । ଶ୍ରେଣୀରେ ଓଡିଆ ସାହିତ୍ୟ ପଢାଇବାରେ ସେ ଝେତିକି ତନ୍ମୟ ହୋଇ ଉଠୁଥିଲେ ଇଂରାଜୀ, ବ୍ୟାକରଣ , ଗଣିତ ଏବଂ ଭୂଗୋଳ ଇତ୍ୟାଦି ବିଷୟକୁ ସରଳ ଓ ପ୍ରାଞ୍ଜଳ ଭାବରେ ପଢାଇ ଶିକ୍ଷାର୍ଥୀ ମାନଙ୍କର ଶିକ୍ଷଣମାନକୁ ଉନ୍ନତତର କରିପାରୁଥିଲେ । ଶିକ୍ଷକ କୁଞ୍ଜବିହାରୀ ମୁଖାର୍ଜୀ ଆଗରୁ ପୁରୀ ଜିଲ୍ଲା ସ୍କୁଲରେ ଥିବା ବେଳେ ରାଧାନାଥଙ୍କ ସଂସ୍ପର୍ଶରେ ଆସି ତାଙ୍କ ଗୁଣ ଗାରିମାର ପରିଚ୍ଚୟ ପାଇଥିଲେ । ତେଣୁ ସେ ରାଧାନାଥଙ୍କର ପାଣ୍ଡିତ୍ୟ ଓ ମହାନୁଭବତାର ପରିଚୟ ଦେବପରେ ଛାତ୍ରମନଙ୍କର ବିଡ୍ୱେଷଭାବ କିଛିମାତ୍ରାରେ ପ୍ରଶମିତ ହୋଇଥିଲା । ପାଠ୍ଯ ପୁସ୍ତକ ଉଠାଇ ଦେଇ ଓଡିଆ ପାଠ୍ଯସ୍ତକ ପ୍ରଚଳନ ପାଇଁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଗଲା । ମାତ୍ର ଓଡିଆରେ ଆବଶ୍ଯକ ପରି ମାଣ ପାଠ୍ଯ ପୁସ୍ତକର ଅଭାବ ଦର୍ଶାଇ ବଙ୍ଗଳାର କର୍ମଚାରୀ ମାନେ ଓଡିଶାରେ ବଙ୍ଗଳା ପାଠ୍ଯପୁସ୍ତକ ପ୍ରବଚନ ପାଇଁ ସରକାରଙ୍କୁ ପୁଣି ପ୍ରସ୍ତାବ ଦେଲେ। ଏହାର ପ୍ରତିବାଦ କରି ଫକିରମୋହନସେନାପତି , ଗୌରୀ ଶଙ୍କର ରାୟ,ବିଚିତ୍ରାନନ୍ଦ ଦାସ ଏବଂ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ପ୍ରମୁକ ଏହି ପ୍ରସ୍ତାବକୁ ରହିତ କରାଇ ଦେଲେ। ପରିସ୍ଥିତକୁ ଅନୁଧ୍ଯାନ କରି ଓଡିଆ ପାଠ୍ଯପୁସ୍ତକର ଅଭାବ ପୁରଣପାଇଁରାଧାନାଥ ନିଜେ ଉତ୍ସାହୀ ହୋଇ ମଦୁସୁଦନ ଏବଂ ଫକିର ସେମାନଙ୍କ ସ ହ ପାଠ୍ଯ ପୁ୍ସ୍ତକ ରଚନା କରିଥିଲେ। ତନ୍ମଧ୍ବ ରୁକବିତା ବଳୀ (ପ୍ରଥମ ଭାଗ) , କବିତାବାଳୀ(ଦ୍ୱିତୀୟ ଭାଗ) ଉତ୍କଳ ରଚନା , ବ୍ଯାବାହାରିକ ଭ୍ୱଗୋଳ , ଭ୍ୱଗୋଳ ସାରସଂଗ୍ରହ, କ୍ଷେତ୍ର ତତ୍ତ୍ୱ କ୍ଷେ ତ୍ର ପରିମାଣ , ଗଣିତ , ଆଦର୍ଶ[ପ୍ରଶ୍ନାବଳୀ ଏବଂ ବ୍ଯାକରଣ ଇତ୍ଯାଦି ରାଧାନାଥଙ୍କର ରଚିତ ପାଠ୍ଯ ପୁ୍ସ୍ତ କ ଗୁଡିକ ସରକାରଙ୍କ ଦୃଷ୍ଟିକୁ ଆସିବାଫଳରେ ବଙ୍ଗାଳୀମାନ ଙ୍କର ଓଡିଆପାଠ୍ଯ ପୁସ୍ତ କ ପ୍ରଚଳନ ଲାଗି କ୍ରମାଗତ ଉଦ୍ଯମର ଅବସାନ ଘଟିଥିଲା । ରାଧାନାଥ ପରିଦର୍ଶକ ଭାବେ ସବୁବେଳେ ପାଖରେ ଗୋଟିଏ ଟିପା ଖାତା ରଖୁ ଥିଲେ । ଏଥିରେ ପରିଦର୍ଶନ ସମୟରେ ବିଭିନ୍ନନ ବିଦ୍ୟା ଳୟର ଅଭାବ ଅସୁବିଧା ଏବଂ ବିଦ୍ୟାଳୟ ସଂପର୍କିତ ବିବରଣୀ ସେ ଲେଖୁଥିଲେ । ନିଜେ ଶିକ୍ଷା ବିଭାଗ ଉପରିସ୍ଥ କର୍ମଚାରୀ ହୋଇଥିଲେ ହେଁ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ସେ 'ଆପଣ" ବୋଲି ସମ୍ବୋଧନ କରୁ ଥଲେ । ସେମାନଙ୍କ ସହ ମଧୁରାଳାପ କରୁଥିଲେ ଓ ସେମାନଙ୍କୁ ଏକ ଆସନରେ ବସାଉଥଲେ । କେହି ନମସ୍କାର ହେ ବା ଆଗରୁ ସେ ଅନ୍ୟମାନଙ୍କୁ ନସ୍କାର କରିପକା ଉ ଥଲେ ରାଧନାଥଙ୍କର ବେଶପୋଷାକ ଅତି ସାଧାସିଧା ଥିଲା । ଏଥିପାଇଁ ପରିଦର୍ଶନରେ ଯିବା ସମୟରେ ଶିକ୍ଷକ ମାନେ ତାଙ୍କୁ ଚିହ୍ନି ନ ପାରି ବଡ ଅଡୁଆରେ ପଡୁଥିଲେ । ଥରକର କଥା ରାଧାନାଥ ଡେଙ୍କା ନାଳର ବାଙ୍ଗୁରସିଂହ ବିଦ୍ଯାଳ ୟ ପରି ଦର୍ଶନରେ ସବ୍ ଇନ୍ସ୍ ପେକ୍ଟର ବାବୁ ଭାବଗ୍ରାହୀ ବିଶ୍ୱାଳ ଓ ଜଣେ ଇନିସ୍ ପେକ୍ଟର ପଣ୍ଡିତ ଙ୍କ ସ ହ ବାହାରିଲେ। ଏମାନେ ଇନିସ୍ ପେକ୍ଟରଙ୍କ ପରି ଦର୍ଶନ ବିଷୟ ଯଥେଷ୍ଟ ଆଗରୁ ଜଣାଇ ସ୍କୁଲ୍ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ନିର୍ଦ୍ଦେଶ ଦେଇସାରିଥାନ୍ତି। ସ୍କୁଲ୍ ରେ ସବ୍ ଇନ୍ ପେକ୍ଟର ବାବୁ ଓ ଅନ୍ଯ ମାନେ ପହଞ୍ଚିବା ପୁର୍ବ ରୁ ଅତି ସାଧାରଣ ପୋଷାକରେ ରାଧାନାଥ ସ୍କୁଲ ବାରଣ୍ଡାରେ ଯାଇ ବସିପଢ଼ିଥାନ୍ତି।

ସ୍କୁଲର ଝାଡୁଦାର ଘର ଓଳେଇ ଆଣି ରାଧନାଥଙ୍କୁ ସ୍କୁଲର ବିଭାଗର ହାକିମ ବୋଲି ଜାଣିନ ପାରି ତାଙ୍କ ପାଖରେ ଅଳିଆ ତକ ଝାଢ଼ିଦେଲା । ରାଧାନାଥଙ୍କ ରୁପଭେକରୁ ଓ ନିରବତାରୁ ସେ ତାଙ୍କୁ ବା ଜାଣନ୍ତା  କିପରି ।ଏ ହି ସମ୍ୟରେ ପଣ୍ଡିତ ମହାଶ ୟ ଏବଂ ସବ୍ ଇନ୍ସ୍ପ୍ପ୍ପ୍ପେକ୍ଟର ବାବୁ ସ୍କୁଲରେ ପହଞ୍ଚିଝାଡୁଦାର ଏପରି କାର୍ଯ୍ୟ ଦେଖି ବିଚଳିତ ହୋଇପଢ଼ ନ୍ତେ ରାଧନାଥ କ ହି ପକାଇଲେ,  ମୁଁ  ଏଠି ଶୈଳେଶ୍ରୀ ଉପଭୋଗ କରୁଥିଲି । ପାଠଶାଳାର ଚାକର ମୋ ଊପରକୁ ଅଳିଆ ଗଦା ଫୋପାଡି ଡେଇଗଲା । ତା' ର 'କିଛି ଦୋଷ ନାହିଁ ।  ସେ  ତ ମୋ ତେ ଜାଣେ ନାହିଁ । ଏତ ଦ୍ଦ୍ୱାରା ମୋର ସ୍ୱପ୍ନ ରଙ୍ଗ  ଘଟିଲା  ମା ତ୍ର ।"
ଆଉଥର କର କଥା ।  ରାଧାନାଥ କଟକ ସ ହ ରର ଚାନ୍ଦିନୀଚୌକ  ରା ସ୍ତାକଢ଼େ କଢ଼େ ବୁଲି ଯା ଉ ଥିଲେ । ସେ ସମ ୟରେ  ଶିଶିର ପଡୁଥିଲା ।  ଶିଶିର ଦା ଉ ରୁ  ମୁଣ୍ଡକୁ ରକ୍ଷା କରିବା କୁ ରାଧାନାଥ ଛତାଟିଏ ଧରି ଚାଲୁଥଲେ । ବର୍ଷା ନ ଥାଇ ଛତାଧରି ଚାଲେଥିବା ଏପରି ଜଣେ ବ୍ୟକ୍ତିକୁ  ଦେଖି ରାସ୍ତାରେ  ଢିଉଟି କରୁଥିବା ଜ ନୈକ କନେଷ୍ଟବଳ  ଲୋକଟି ନିଶ୍ଚୟବୋକା ହୋଇଥିବ ବୋଲି ଭାବି ଲା ଓ କୌତୁହଳି  ହୋଇ ପଛପଟରୁ  ଆସି ରାଧାନାଥଙ୍କ  ଛତା ଉପରେ  ତା ପୋଲିସ ବାଡ଼ି ରେ  ପାହାରେ ପକେଇଦେଲା । ରାଧାନାଥ କ'ଣ ହେଲାବୋଲି ପଛକୁ ଚାହାନ୍ତେ , କନେଷ୍ଟବଳ  ଜଣକ  ରାଧାନାଥଙ୍କୁ ଚିହ୍ନିପାରି କ୍ଷମାଭିକ୍ଷ କଲା । ରାଧନାଥ କନେଷ୍ଟବଳକୁ  ସଦ ୟ ଭାବେ ଆଶ୍ୱାସନା ଦେଇ କ ହିଲେ , ତୁମ ର ଏଥିରେ କି ଦୋଷ ? ଏ  ଦୋଷ ତୁମ ଡିପାର୍ଟମେଣ୍ଟର।   କ୍ଷମତାର ବ୍ୟାପ୍ତ ପରିସର ମଧ୍ଯରେ ଥାଇ କି  ରାଧାନାଥ  ମଣିଷକୁ ମଣିଷ ଭଳି   ଦେଖୁ ଥିଲେ । ହାକିମ ଭାବର ବଶବର୍ତ୍ତି ହୋଇ ସେ ମାନ ବିକତା ଠାରୁ ଦୁରେଇ ଯାଇ ନଥିଲେ । ଝରଣାର ଜଳ ପରି ତାଙ୍କ  ମନ ଥିଲା ନିର୍ମଳ ଏବଂ ଆକଶ ପରି ପ୍ରଶସ୍ତ ଥିଲା ତାଙ୍କ ହୃଦ ୟ। 

ବାଲେଶ୍ୱରରେ ଡେପୁଟୀ ଇନ୍ସ୍ପ୍ପ୍ପ୍ପେକ୍ଟର ଭାବେ ନିଯୁ୍କ୍ତି ପାଇବା ପରେ ସେ ନିଜର ଦକ୍ଷତା , ନିଷ୍ଠାପରତା ଏବଂ କର୍ତ୍ତବ୍ୟ ପରଣୟତାର ପରିଚୟ ଦେବା ସଂଗେ ସଂଗେ ଶିକ୍ଷା ଶିକ୍ଷାୟତନ, ଓ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀଣ ଉନ୍ନତି ପାଇଁ ନିଜକୁ ଉ ତ୍ସର୍ଗ କରି ଦେଇଥିଲେ । ଏଥୀପାଇଁ ସେ କେତେକ ନୁତନ ପଦକ୍ଷେପ ଗ୍ରହଣ କରି ବିଦ୍ୟାଳୟ ପରିଦର୍ଶନ ମାନ ବୃଦ୍ଧି କରିଥିଲେ । ମାସର ପ୍ରଥମ ସପ୍ତାହଟିରେ ଅଫିସ୍ କାର୍ଯ୍ୟ ସାରି ସେ ଅବଶିଷ୍ଠ ସମୟ ବିଦ୍ୟାଳୟପରିଦର୍ଶନରେ ଯା ଉ ଥଲେ । ପରିଦର୍ଶନ ସମୟରେ ଶିକ୍ଷକ ମାନଙ୍କର ଶକ୍ଷାଦାନ ପ୍ରଣାଳୀ ଶିକ୍ଷକ- ଶିକ୍ଷାର୍ଥୀ ସଂପର୍କ, ବିଦ୍ୟାଳୟ ପାଠାଗାର ଓ ବିଦ୍ୟାଳୟ ନିର୍ଘଣ୍ଟ ପ୍ରତି ସତର୍କ ଦୃଷ୍ଟି ରଖିବା ସ ହ କୌଣସି ଶିକ୍ଷକଙ୍କ ତ୍ରୁଟି ବିଚ୍ଯୁତି ଦେଖିଲେ ପ୍ରତିକାର ବିଧାନ ପାଇଁ ଦେଉଥିଲେ। ରାଧନାଥ ୧୮୭୭ ମସିହାରେ ଜ ଏ ଣ୍ଟ୍ ଇନ୍ସ୍ ପେକଟର ପଦକୁ ଉନ୍ନିତ ହୋ ଇ କତକରେ ଅବସ୍ତାପିତ ହୋଇଥିବା ସମୟରେ ଓଡିଶାର ମୋଗଲବନ୍ଦୀ ଏବଂ ଗଢ଼ଜାତ ଅଞ୍ଚଳ ଅଧିନରେ ଥିଲା । ସେତେ ବେଳେ ଜାନବାହ ନ ଓ ରାସ୍ତା ଘାଟ ର ନ ଥିଲେ ହେଁ ରାଧନାଥ ହାତି, ଘୋଡ଼ା, ସବାରି ,ବଳଦ ଗାଡ଼ି ତ ଥା ପାଦରେ ଚାଲି ଚାଲି ଦୁର୍ଗମ ଅଞ୍ଚଳର ବିଦ୍ଯାଳୟଗୁଡ଼ିକୁ ଯାଇ ପରିଦର୍ଶନ କରୁଥିଲେ । ଏପରିକି ପନ୍ଦର ମାଇଲ ବାଟ ପାଦରେ ଚାଲି ଚାଲି ଯିବାକୁ ପଡ଼ିଲେ ହେଁ ତାଙ୍କ ମନରେ କ୍ଳାନ୍ତି ବା ଅସନ୍ତୋଷ ଭାବ ଜାତ ହେଉନଥିଲା । ଥରେ କଟକ ରୁ ବାହାରି ନଲେ ଆଠଗଡ଼, ତିଗିରିଆ, ନରସିଂହପୁର, ଆଠମଲ୍ଲି, ଅନୁଗୋଳ , ତାଳଚେର, ପାଲ୍ ଲହଡ଼ା, କେଉଁଝର ଓ ମୟୁରଭଞ୍ଜ ଗସ୍ତ ସାରି ପୁଣି କଟକ ଫେରି ଆସିବାକୁ ତାଙ୍କୁ ଦୁଇ ତିନି ମାସ ସମୟ ଲାଗୁଥଲା । ରାଧନାଥ ଜ ଏଣ୍ଟ ଇନିସ୍ ପେକ୍ଟର ଭାବେ ଶିକ୍ଷାଦାନ କ୍ଷେତ୍ରରେ ଯେତିକି କାର୍ଯ୍ଯ ସଂପାଦନା କରିବା କଥା ତା' ଠାରୁ ଅଧିକ କରୁଥଲେ । ଏହି ମର୍ମରେ ବାଲେଶର ଜିଲ୍ଲା ମାଜିଷ୍ଟ୍ରେଟ୍ ଜନ ବୀମ୍ସ୍ , ସ୍କୁଲ ବିଭାଗ ଇନିସ୍ ପେକଟର ଆ !!ର୍ କେ ମାର୍ଟିନ୍ ବାଲେଶୱର ଅସ୍ଥାୟୀ କଲେ୍କଟର ଟି ନର୍ମାନ, ପୁରୀ ଜିଲ୍ଲା ସ୍ଥାନୀୟ କମିଟିର ସଂପାଦକ ଆ ର ଏଚ୍ ଗ୍ରୀଉସ୍ ଓଡ଼ିଆ ବିଭାଗର ସ୍କୁଲ ଜ ଏଣ୍ଟ ଇନିସ୍ ପେକ୍ଟ ର ଶ୍ରୀ ନନ୍ଦକିଶୋର ଦାସ ପ୍ରଭୃତି ରାଧାନାଥଙ୍କର ନିଷ୍ଟା ଅଧ୍ଯବସାୟ ଓ କାର୍ଯ୍ୟ ଦକ୍ଷତା ସଂପର୍କରେ ସେମାନଙ୍କର ଉଚ୍ଚ ମନ୍ତବ୍ୟ ମାନ ବିଭିନ୍ନ ସମୟରେ ପ୍ରଦାନ କରିଯାଇଛନ୍ତି ;

ସେତେବେଳେ ପୁରୀ ଜିଲ୍ଲାର ରକ୍ଷଣଶୀଳ ବ୍ରାହ୍ମଣମାନେ ଅଧୁନିକ ଶିକ୍ଷାର ଘୋର ବିରଧୀ  ଥଲେ। ମାତ୍ର ରାଧାନାଥ ଆଧୁନିକ ଶି କ୍ଷା ର ପ୍ରସାର ଦିଗରେ  ପୁରୀ ଜଲ୍ଲାର ବ୍ରାହହ୍ମଣ ଶାସନ    ଅଗ୍ରଣୀ  ହୋଇ ପାରି  ଥୀଲା ।
ଶିକ୍ଷାବିଭାଗର ଇନ୍ ସପେକ୍ଟର ଭାବରେ ଆଧୁନିକ ଶିକ୍ଷା ବିସ୍ତାର ଓ ବିଦ୍ୟାଳୟ ସ୍ଥାପନରେ ରାଧାନାଥଙ୍କର ଉଦ୍ୟମ ଓ ଉତ୍ସାହର ଅନ୍ତ ନଥିଲା ।ସେ ପୁରି ଜିଲ୍ଲା ର ବ୍ରାହହ୍ମଣ ଶାସନମାନଙ୍କରେ ଥିବା ଟୋଲ  ଓଚ ଉପାଢ଼ୀମାନଙ୍କୁ ପରିବର୍ତ୍ତିତ ଆଧୁନିକ ବିଦ୍ୟାଳୟରେ ପରିଣତି କରିବା ଲାଗି ପ୍ରବଳ ଉ ଦ୍ୟମକରୁଥିଲେ । ଦିନ କର ବ୍ରାହହ୍ମଣ ଶାସନ ଅନ୍ତର୍ଗତ ଗୋଟିଏ ଚ ଉପାଢ଼ୀରେ  ଅଚାନକ  ରାଧାନାଥ ପହଞ୍ଚି ଗଲେ। ଦେଖିଲେ ପି ଲା ୨୦/୨୫ ଏକାଠି ବସି ଜୋରରେ କ'ଣ ଗୁଡାଏ ଶ୍ଲୋକ ଆବୃତି କରୁଥାନ୍ତି । ଗାମୁଛାଟିଏ   ପିନ୍ଦି ଚୁଟିରଖା  ଅବଧାନ ଅଦୂରରେ ପିଣ୍ଡାକୁ ଆଉଜି ବସି ଡୁଳାଉଥାନ୍ତି । ରାଧାନାଥ ତାଙ୍କୁ ବିଦ୍ୟାଳୟ ବିଷୟରେ ପଚାରିବା ରୁ ପଣ୍ଡିତ କ ହିଲେ , କ'ଣ  କ ହିବା ଆପଣଙ୍କୁ ତ ଦେଖୁଛନ୍ତି  ଆମର  ଦୂରାବସ୍ତା । ରାଧାନଥ ଅଲ୍ପ ହସି କ ହିଲେ ତାହା ତ ଆପଣଙ୍କର ଏହି ଦୂରାବସ୍ତା ପ୍ରୋୟଗରୁ ଦେଖୁଛି । ସଂସ୍କୃତ ପଣ୍ଡିତଙ୍କର ଶବ୍ଦଜ୍ଞା ଦର୍ବଳତା ଅର୍ଥାତ ଶବ୍ଦଟିକୁ ଦୁରବସ୍ତା  ନକହି ଦୁରାବସ୍ତା କ ହି ବାରେ କିପରି ସୂଚିତ  ରାଧାନାଥ ତାହା ଜଣାଇଦେଲେ  ଏବଂ  ବିଦ୍ୟାଳୟରେ ଛାତ୍ର ତଥା ଶିକ୍ଷକଙ୍କର ବ୍ୟଭାର ପାଇଁ କିଛି କାଗଜ ଓ କଲମ ପଣ୍ଡିତଙ୍କୁ ଦେଇ ଆସିଲେ । 

ତା' ର ଅଲ୍ପ କିଛିଦିନ ପରେ ସେହି ପଣ୍ଡିତେ ପାଦରେ ଚାଲି ଚାଲି ରାଧନାଥାଙ୍କ କଟକ ଘରେ ପ ହଞ୍ଚି ତାଙ୍କୁ ସାକ୍ଷାତ କରି ଦେ ଦେଇଥବା କାଗଜ ଓ କଲମ ଫେରାଇ ଦେଲେ । କାରଣ ଯାହା କ ହିଥିଲେ ସେଥିରୁ ବୁଝା ଗଲା ବିଦ୍ୟାଳୟପାଇଁ କାଗଜ କଲମ ରଖିଥିବାରୁ ଓ ତାଙ୍କୁ ସ୍ପର୍ଶ କରିଥିବାରୁ ବ୍ରାହହ୍ମଣ ଶାସନରେ ବାସନ୍ଦ ହୋଇଛନ୍ତି । ସେଥି ପାଇଁ ତାଙ୍କ ପିତୃଶ୍ରାଦ୍ଧରେ ଜ୍ଞାତିକୁଟୁମ୍ବ ଓ ପ୍ରତିବେଶୀ କେହି ନିମନ୍ତ୍ରଣ ରକ୍ଷା କରି ଯୋଗ ଦେଇନହାନ୍ତି । ରାଧାନଥ ଯେତେ ବୁଝାଇଲେ ବି ପଣ୍ଡି ତେ କାଗଜ, କଲମ ଫେରାଇ ନେଲେ ନାହିଁ। ରାଧାନାଥ ପନର୍ବାର ସେଠାକୁ ଯାଇ ନେତୃସ୍ଥାନୀୟ ଶାସନପତିମାଙ୍କ ସହ ଆଲୋଚନାକରି ଆଧୁନିକ ଶିକ୍ଷାର ବ୍ୟବସ୍ଥା କରିଥିଲେ। ରାଧାନାଥ ଓଡିଶା ଓ ବିହାର ଡିଭିଜନ୍ର ସ୍କୁଲ ଇନିସ୍ପେକ୍ଟର ଭୂଦେବ ମୁଖାର୍ଜୀଙ୍କ ସଂସ୍ପର୍ଶରେ ଆସିବା ପରେ ତାଙ୍କ ଜୀବନର ଗତି ଧାରା ଅନେକ ବଦଳି ଯାଇଥିଲା । ଭୂଦେବବାବୁ ଥିଲେ ଏକାଧାରରେ ଥଲେ ସୁଜ୍ଞାନୀ, ସୁଲେଖକ, ସୁସାହିତ୍ୟିକ ଏଂ ସୁପଣ୍ଡିତ । ସେ ପ୍ରତିବର୍ଷ ବାଲେଶ୍ୱରଠାରୁ ପୁରିଯାଏ ସ୍କୁଲ ସମୁହର ପରିଦର୍ସନ ଗସ୍ତରେ ଆସୁଥଲେ । ରାଧାନାଥ ଜଏଣ୍ଟ ଇନିସ୍ପେକ୍ଟର ଭାବେ ତାଙ୍କ ସହ ସୌଜନ୍ୟ ଦୃଷ୍ଟିରୁ ଗସ୍ତ କରୁଥଲେ । ଭୁଦେବବୌ ରାଧନାଥଙ୍କର ପ୍ରତିଭାର ସ୍ପର୍ଶ ପାଇବା ପରେ ତାଙ୍କୁ ବ ହୁତ ପ୍ରଶଂସା କରିଥଲେ । ପ୍ରକୃତିଘେରା ଓଡିଶାର ମାଟି, ପାଣି, ପବନବଂଗୀୟ ସରକାରି ଉଚ୍ଚ କର୍ମଚାରୀ ଭୂଦେବବାବୁଙ୍କୁ ବିମୋହିତ କରିଥଲା ଓ ସେ ରାଧନାଥଙ୍କୁ ଓଡିଶାରେ କାବ୍ୟ କବିତା ରଚନା କରିବାକୁ ସଂକଲ୍ପବଦ୍ଧ କରାଇଥଲେ । କାରଣ ରାଧନାଥଙ୍କ ବଂଗଳା ଭାଷାର 'ଲେଖାବଳୀ' ପାଠକରି ଭୂଦେବ ବାବୁ ପ୍ରୀତ ହୋଇ ତାଙ୍କ ସଂପାଦିତ 'ଏଜୁକେସନ୍ ଗେଜେଟ୍'ରେ ଏହା ପ୍ରକାଶିତ କରିଥଲେ ହେଁ ଉତ୍କଳବାସୀ ଭାବେ ଓଡିଆ ଭାଷାର ସେବା କରବା ତାଙ୍କର ପରମ କର୍ତ୍ତବ୍ୟ ବୋଲି ତାଙ୍କୁ ପରାମର୍ଶ ଦେଇଥଲେ ।

ରାଧନାଥ ନିଜର ଯୋଗ୍ୟତା ବଳରେ ଶୀକ୍ଷା ବିଭାଗର ଶୀର୍ଷ ଆସନରେ ଥାଇ ଶିକ୍ଷକ ଓ କବି ଜୀବନର ଜ୍ଞାନ ପରିଧୀକୁ ବିସ୍ତୃତ କରିଇବା ସହ ପ୍ରକୃତିର ନୈସର୍ଗିକ ସୌନ୍ଦର୍ଯ୍ୟ ଉପଭୋଗ ଓ ଭ୍ରମଣ ପିପାସା ମେଣ୍ଟାଇବା ପାଇଁ ଓଡିଶା ତଥା ଓଡିଶାର ବାହାରେ ନାନା ସ୍ଥାନ ପରି ଭ୍ରମଣ କରିଥିଲେ । ପରିଭ୍ରମଣପ୍ରିୟ ରାଧନାଥ ଉତ୍ତରରେ ମେଘସନଠାରୁ ଦକ୍ଷିଣରେ ମହେନ୍ଦ୍ରଗିରି ପର୍ଯ୍ୟନ୍ତ ଏବଂ ପୂର୍ବରେ ମହୋଦଧୀର ବେଳାଭୁଇଁ ଠାରୁ ଗଡ଼ଜାତ ରାଜ୍ୟ ଗୁଡ଼ିକ ବହୁବାର ଭ୍ରମଣ କରି ନିଜର ଈପ୍‌ସିତ ଅଭିଳାଷ ପୂରଣ କରିଥିଲେ । ସେଥିପାଇଁ ତାଙ୍କର ପ୍ରିୟ କାବ୍ୟ 'ଚିଲିକା'ରେ ନିଜ ଦେଶ ଭ୍ରମଣର ଜ୍ଜଳନ୍ତ କାହାଣୀ ସହଜ ଓ ଶ୍ରବଣ ସୁଖକର ଶବ୍ଦାଳଙ୍କାର ବିଧିରେ ଅତ୍ୟନ୍ତ ହୃଦୟସ୍ପର୍ଶୀ ଭାବାବେଗ ମାଧ୍ୟମରେ ବର୍ଣ୍ଣନା କରି ସେ ଓଡିଆ ସାହିତ୍ୟକୁ ଯେପରି ଋଦ୍ଧିମନ୍ତ କରିଯାଇଛନ୍ତି, ତାହାର ପଟ୍ଟାନ୍ତର ନାହିଁ।

ଜଣେ ଅବିଶ୍ରାନ୍ତ ପାଠକ ଭାବରେ ରାଧାନାଥ ସାରା ଜୀବନ କଟାଇ ଯାଇଛନ୍ତି । ସେହି ମହାନ୍ ଯଶସ୍ୱୀ ପୁରୁଷଙ୍କର ମର ଶରୀର ୧୯୦୮ ମସିହା ଏପ୍ରିଲ ମାସ ୧୮ ତାରିଖରେ ନିଶ୍ଚିହ୍ନ ହୋଇ ଯାଇଥଲେ ହେଁ ସେ ଥଲେ କାଳଜୟୀ । ରାଧାନାଥଙ୍କର ଅନ୍ତିମ ଜୀବନ ଜରା, ରୋଗ, ଶୋକ ଓ ଭ୍ରାନ୍ତ ଚିନ୍ତାରେ ଅତିଷ୍ଠ ହୋଇ ପଡିଥିଲେ ମଧ୍ୟ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ତାଙ୍କର ପଠନ-ପିପାସା ମେଣ୍ଟି ନଥିଲା । ମୃତ୍ୟୁ ଶଯ୍ୟାରେ "ଆଇଡିଆଲ ସଜେସନ୍‌ସ୍ ଥ୍ରୋ ମେଣ୍ଟାଲ୍ ଫଟୋଗ୍ରାଫ" ପୁସ୍ତକର "ଆଇ ଲୁକ୍ ଅପୱାର୍ଡ" ପୃଷ୍ଠା ଉପରେ ଦୃଷ୍ଟି ନିବଦ୍ଧ ଥିବା ଆବସ୍ଥାରେ ତାଙ୍କର ଅମର ଆତ୍ମା ନଶ୍ୱର ଶରୀର ପରିତ୍ୟାଗ କରି ଅମରଧାମକୁ ପ୍ରସ୍ଥାନ କରିଥଲା । ସେହି ଶିକ୍ଷକ-କବିଙ୍କ ଭଷାରେ କହିଲେ-

ବଡ଼ କ୍ରୁର କାଳ ବଡ଼ ଅବିଶ୍ୱାସୀ,

ହାବୋଡ଼ି ଗଲା ସେ ଆଚମ୍ବିତେ ଆସି ।

ମାତ୍ର ଓଡିଶାମାଟିରେ ଆଧୁନିକ ଶିକ୍ଷା ସାମ୍ରାଜ୍ୟର ବିସ୍ତାର ତଥା ଉତ୍କଳ ବାଣI ଭଣ୍ଡାରର ଶ୍ରୀବୃଦ୍ଧି ସାଧନରେ ଅହରହ କର୍ତ୍ତବ୍ୟରତ ଜଣେ ମହାନ୍ ଶିକ୍ଷାବ୍ରତୀ ଭାବରେ ରାଧନାଥଙ୍କ ଅବଦାନ ଅବିସ୍ମରଣୀୟ ।

୨୦

ଛବି

ଅମୃତମୟ ସୃଷ୍ଟିର ଅନନ୍ୟ ଦ୍ରଷ୍ଟା ଶିକ୍ଷକ

ମଧୁସୂଦନ ରାଓ

ପ୍ରଫେସର ଜଗନ୍ନାଥ ମହାନ୍ତି

"ହେ ଶିକ୍ଷକ! ତୁମେ କବିତା ପଢ଼ାଇବାର ଭାର ଗ୍ରହଣ କରିଅଛ । ଛାତ୍ରମାନେ ତୁମ୍ଭ ନିକଟରେ ମ୍ରିୟମ୍ରାଣ ଭାବରେ ବସିଅଛନ୍ତି। ତୁମ୍ଭେ ନିଜେ ମ୍ରିୟମାଣ ଭାବରେ ଶବ୍ଦର ଅର୍ଥ କହିଦେଉଅଛ। କବିତାର ସୌନ୍ଦର୍ଯ୍ୟ, କବିତାର ଭାବ ପ୍ରତି ତୁମ୍ଭର କିଛିମାତ୍ର ଦୃଷ୍ଟି ନାହିଁ। ତୁମ୍ଭେ କିପରି ସୁକୁମାରମତି ବାଳକମାନଙ୍କୁ କବିତାର ସୌନ୍ଦର୍ଯ୍ୟ ଷିଖାଇପାରିବ ? ତୁମ୍ଭେ କିପରି ଛାତ୍ରମାନଙ୍କର ହୃଦୟ କୁସୁମର ଶ୍ରୀବର୍ଦ୍ଧନ କରିପାରିବ ? ତୁମେ କିପରି ସୁନୀଳ ଅନନ୍ତ ଗ‌ଗନ ପଟରେ ଯେଉଁ ରବିଚନ୍ଦ୍ରମୟୀ ମହାକବିତା ଲିଖିତ ହୋଇ‌ଅଛି, ସେଥିର ମହିମା ଛାତ୍ରମାନଙ୍କୁ ବୁଝାଇ ସେମାନଙ୍କର ପ୍ରାଣକୁ ଉଦାର କରିପାରିବ ? ତୁମ୍ଭେ କିପରି ସମୁଦ୍ରର ଗମ୍ଭୀର ଧ୍ୱନି ମଧ୍ୟରେ ଛାତ୍ରମାନଙ୍କୁ ବ୍ରହ୍ମାଣ୍ଡପତିଙ୍କର ମହାସ୍ତବ ଶୁଣାଇ ପାରିବ ? ତୁମେ କିପରି ପର୍ବତକାନନ ଜଳସ୍ଥଳ ସର୍ବତ୍ର ଶିକ୍ଷାର ଦ୍ୱାର ଉଦ୍‌ଘାଟନ କରିପାରିବ? ତୁମ୍ଭେ କିପରି ନରନାରୀ ହୃଦୟର ନିଗୁଢ଼ ସୌନ୍ଦର୍ଯ୍ୟ ନିଜେ ନିଜେ ନଦେଖି ଅନ୍ୟକୁ ଦେଖାଇପାରିବ?

୨୧

"ହେ ଶିକ୍ଷକ, ତୁମ୍ଭେ ନିଜ ହୃଦୟକୁ ସୌନ୍ଦର୍ଯ୍ୟ ରସରେ ସରସ କରି କବିତାର ସ୍ନିଗ୍ଧ ସମୀରଣ ସେବନ କର । ନୀରସ ସଂସାର ମରୁ ପରିତ୍ୟାଗ କରି କାବ୍ୟର ନନ୍ଦନ‌କାନନ ମଧ୍ୟରେ ବାଲ୍ମୀକି, ବ୍ୟାସ, କାଳିଦାସ, ଭବଭୂତି, ସେକ୍‌ସପିୟର, ମିଲଟନ୍ ପ୍ରଭୃତି କବି-କୋବିଦମାନଙ୍କର ଅମୃତମୟ ସଂଗୀତ ଶ୍ରବଣକରି କଳ୍ପନା ପକ୍ଷରେ ସ୍ୱର୍ଗମର୍ତ୍ତ୍ୟ ବିଚରଣ କରି ସୌନ୍ଦର୍ଯ୍ୟ ସଂପାଦନ କରିବା ନିମିତ୍ତ ମାନବ ମନକୁ ଦେବ ଭାବରେ ପୂର୍ଣ କରିବା ନିମିତ୍ତ, ଛାତ୍ରମାନଙ୍କର ବୁଦ୍ଧି, କଳ୍ପନା, ସ୍ମୃତି, ହୃଦୟ, ବିବେକ ଓ ଆତ୍ମାର ପୂର୍ଣ କଲ୍ୟାଣ ସଂପାଦନ କରିବା ନିମିତ୍ତ ପ୍ରଭୁ ପରମେଶ୍ୱର ତୁମ୍ଭମାନଙ୍କୁ ଆହ୍ୱାନ କରୁଅଛନ୍ତି । ଜାଗ୍ରତ ହୁଅ, ତୁମ୍ଭ ଜୀବନର ମହାବ୍ରତ ସାଧନ ନିମିତ୍ତ ପ୍ରାଣପଣରେ ଯତ୍ନ କର"। (ଓଡିଆ ସାହିତ୍ୟ ଇତିହାସ, ଡକ୍ଟର ନଟବର ସାମନ୍ତରାୟଙ୍କ ଉଦ୍ଧୃତ ଶିକ୍ଷାବନ୍ଧୁ ୧୮୮୬ ମସିହା ୨/୧୬)

ଉପରୋକ୍ତ ଉକ୍ତି ଜଣେ କବିପ୍ରାଣ ଶିକ୍ଷକଙ୍କ ଠାରୁ ହିଁ ଆଶା କରାଯାଇପାରେ। ୧୯୮୬ ମସିହା ଜାନୁଆରୀ ମାସରେ ପ୍ରକାଶିତ ଏକ ପ୍ରବନ୍ଧରେ ଶିକ୍ଷକମାନଙ୍କ ଉଦ୍ଦେଶ୍ୟରେ ଏହା କୁହାଯାଇଛି । କବିତାକୁ କିପରି ସରସ ଓ ସାର୍ଥକ ଭାବରେ ପିଲାମାନଙ୍କୁ ପଢ଼ାଇ ତା'ର ସ୍ୱାଦ ଓ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାରେ ସାହାଯ୍ୟ କରିବା ସାହିତ୍ୟ ଶିକ୍ଷକଙ୍କର ପରମ କର୍ତ୍ତବ୍ୟ । ମାତ୍ର ବାସ୍ତବ କ୍ଷେତ୍ରରେ କବିତା ଶିକ୍ଷାଦାନ ନୀରସ ଓ ନିରର୍ଥକ ହେଉଛି, ତାହା ପ୍ରବନ୍ଧ ଲେଖକ ଚେତାଇ ଦେଇଛନ୍ତି।

ଏହି ପ୍ରବନ୍ଧର ଲେଖକ ଆଉ କେହି ନୁହେଁ, ସ୍ୱୟଂ ଭକ୍ତକବି ମଧୁସୂଦନ ରାଓ । ସ୍ୱନାମଧନ୍ୟ ସାହିତ୍ୟିକ ଡଃ ନଟବର ସାମନ୍ତରାୟ ଯଥାର୍ଥରେ ଲେଖିଛନ୍ତି, "ଜାତିକୁ ନୂତନ ରସବୋଧରେ ଅନୁପ୍ରାଣିତ କରିବାର ପରମ ଦାୟିତ୍ୱ ଥିଲା ତାଙ୍କ (ଶିକ୍ଷକଙ୍କ) ହସ୍ତରେ ଯାହା ଆଧୁନିକ ଶିକ୍ଷାୟତନରେ ଆଧୁନିକ ରୁଚିବୋଧ ଜନ୍ମାଇ ପାରିଥିଲା । ସେଥିରୁ ସମୟରେ ଆବିର୍ଭାବ ଲାଭ କରିଥିଲା ଆଧୁନିକ ସାହିତ୍ୟ" (ଏଜନ,ପୃ୧୪୬)। ସାହିତ୍ୟ ଶିକ୍ଷାଦାନ ପଦ୍ଧତିର ମନ୍ତ୍ରଦାତା ହୋଇଛନ୍ତି ଭକ୍ତକବି ମଧୁସୂଦନ । ସେ ମଧ୍ୟ ଆଧୁନିକ ଓଡିଆ ସାହିତ୍ୟର ଅନ୍ୟତମ ନିର୍ମାତା।

ମଧୁସୂଦନ ଜନ୍ମଗ୍ରହଣ କରିଥିଲେ ପୁରୀ ପଥୁରିଆ ସାହିରେ ୧୮୫୩ ମସିହାର ବସନ୍ତ ପଞ୍ଚମୀ ଦିନ । ସେତେବେଳେ ମଧୁମାସର ପ୍ରାରମ୍ଭ । ସେଥିପାଇଁ ବୋଧହୁଏ ମଧୁମୟ ସଂଗୀତମାନ ରଚନା କରି ସେ ଧନ୍ୟ ହୋଇଥିଲେ। ତାଙ୍କର ଆଚରଣ ଓ ଆଳାପ ଥିଲା

(୨୨)

ମଧୁମୟ । ବାଣୀଦେବୀଙ୍କର ଆଶୀର୍ବାଦ ଲାଭ କରି ସେ ଗାଇଥିଲେ, ମଧୁମୟ ସୃଟି,ସୁଧାମୟ ସୃଷ୍ଟି ଅମୃତମୟ ହେ । ମଧୁସୂଦନ ଥିଲେ ଯଥାର୍ଥରେ କବିପ୍ରାଣ ଶିକ୍ଷକ ଓ ଶିକ୍ଷକପ୍ରାଣ କବି । ତାଙ୍କର ପିତା ଥିଲେ ଭାଗୀରଥୀ ରାଓ ଓ ମାତା ଅମ୍ବିକାବାଲୀ । ଦେହମନରେ ସେ ଥିଲେ ସୁସ୍ଥ, ସଚ୍ଚରିତ୍ର, ସନ୍ତୁଷ୍ଟ ଓ ସଦାଚାରୀ । ତାଙ୍କ ଶିକ୍ଷକ ଜୀବନ ଆରମ୍ଭ ହୋଇଥିଲା ଯାଜପୁର ମଧ୍ଯ ଇଁରାଜୀ ବିଦ୍ୟାଳୟରେ । ପ୍ରଧାନ ଶିକ୍ଷକ ଭାବରେ ମାତ୍ର ୧୮ ବର୍ଷ ବୟସରେ ଏଫ୍ ଏ ପାସ୍ କଲା ପରେ ୧୮୭୧ ମସିହାରେ ସେ ଏଠାରେ ଯୋଗଦେଇ ଥିଲେ । ସେଠାରୁ ସେ ୧୮୭୩ ଖ୍ରୀଷ୍ଟାବ୍ଦ ଅକ୍ଟୋବର ୨୯ ତାରିଖରେ ବାଲେଶ୍ୱର ଜିଲ୍ଲା ସ୍କୁଲର ୨ୟ ଶିକ୍ଷକ ପଦରେ ଯୋଗଦେଇ ସର୍ବପ୍ରଥମ ସରକାରୀ କର୍ମକ୍ଷେତ୍ରରେ ପ୍ରବେଶ କଲେ । ସେଠାରେ ଅବସ୍ଥାନ କାଳରେ ସେ ବ୍ୟାସକବି ଫକୀରମୋହନ ଓ କବିବର ରାଧାନାଥ ରାୟଙ୍କ ସାନ୍ନିଧ୍ଯ ଲାଭ କରି ଥିଲେ । ଏହା ଥିଲା ଓଡ଼ିଆ ସାହିତ୍ୟ-ସ୍ରୋତସ୍ୱିନୀର ତ୍ରିବେଣୀ ସଂଗମ ଅବଂ ଅପୂ୍ର୍ବ ମଣିକାଞ୍ଚନ ସଂଯୋଗ ।
            ୧୮୭୬ରୁ ୩ ବର୍ଷ ସେ ଥିଲେ ରେଭେନସା କଲେଜିଏଟ୍ ସ୍କୁଲର ସରକାରୀ ଶିକ୍ଷକ, କଟକ ଜିଲ୍ଲା ସ୍କୁଲ୍ ସମୂହର ଡ଼େପୁଟି ଇନ୍ସ୍ ପେକ୍ଟର ଏବଂ ୧୯୦୭ରେ ରାଇ ବାହାଦୂର ଉପାଧିପ୍ରାପ୍ତ । ୧୯୦୮ ମସିହାରେ ସେ ସର୍ବଭାରତୀୟ ଶିକ୍ଷା ସେବା ( ଆଇ ଇ ଏସ୍ )ରେ ସ୍ଥାନ ପାଇ ମାସିକ ଏକ ଶହ ଟଙ୍କା ଅଧିକା ବେତନ ପାଇଥିଲେ । ସେହି ସମୟରେ ଅତିରିକ୍ତ ଇନ୍ସ ପେକ୍ଟର ପଦରେ ଅବସ୍ଥାପିତ ମଧୁସୂଦନ ୧୯୦୯ରେ ସରକାରୀ ବୃତ୍ତିରୁ ଅବସର ଗ୍ରହଣ କଲେ ।
           ବାଲେଶ୍ୱରରେ ଫକୀରମୋହନ ସେତେବେଳେ ପ୍ରତିଷ୍ଥା କରିଥିଲେ ଏକ ନୂତନ ମୁଦ୍ରଣ ଯନ୍ତ୍ର(ପ୍ରେସ) ।  ରାଥାନାଥ ଓ ମଧୁସୂଦନଙ୍କ ସହଯୋଗରେ ସେ ପ୍ରକାଶ କରିଥିଲେ ପତ୍ରିକା ବାଲେଶ୍ୱର ସମ୍ବାଦବାହିକା ବୋଧଦାୟିନୀ । ଏହି ପତ୍ରିକା ମଧ୍ଯମରେ ସମ୍ବାଦ ଓ ସାହିତ୍ୟର ପ୍ରସାର ଘଟିଥିଲା । ଓଡ଼ିଆ ସାହିତ୍ୟରେ ଏହା ଦ୍ୱାରା ନୂତନ ଅଧ୍ଯାୟ ଉନ୍ମୋଚିତ ହୋଇ ଥିଲା । ସେତେ ବେଳେ ବାଲେଶ୍ୱରର ରାଜକୁମାର ବୈକୁଣ୍ଠନାଥ ଦେ ମଧ୍ଯ ଗୋଟିଏ ପ୍ରେସ୍ ପ୍ରତିଷ୍ଠା କରି ସେମାନଙ୍କ ସାହାଯ୍ୟରେ ଊତ୍କଳ ଦର୍ପଣପତ୍ରିକା ପ୍ରକାଶ କଲେ । ମଧୁସୂଦନଙ୍କର ଅନେକ ଉପାୟ କବିତା ଓ ପ୍ରବନ୍ଧ ଏହି ପତ୍ରିକାରେ ମଧ୍ଯ ଆତ୍ମ ପ୍ରକାଶ କରିଥିଲା । ପରବର୍ତ୍ତୀ କାଳରେ ସେଗୁଡ଼ିକ ସଂକଳିତ ହୋଇ ପ୍ରକାଶିତ ହୋଇଥିଲା ଯଥାକ୍ରମେ କବିତାବନୀପ୍ରବନ୍ଧମାଳୀ ରୂପରେ । ସେଗୁଡ଼ିକ ଉତ୍କୃଟ ପାଠ୍ୟପୁସ୍ତକ ରୂପେ ବହୁଦିନ ଧରି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବ୍ୟବହୃତ ହୋଇଥିଲା । ସେ ଓ ରାଧାନାଥ ପାଠ୍ୟପୁସ୍ତକର ବିକଟ ଅଭାବ ଅନୁଭବ କରି ବହୁ ଶ୍ରମ ସ୍ୱୀକାର ପୂର୍ବକ ଏହିପରି ପାଠ୍ୟପୁସ୍ତକମାନ ରଚନା କରିଥିଲେ । ମାତ୍ର ସେମାନେ ଓଡ଼ିଶାର ଶିକ୍ଷା ବିଭାଗର ଉଚ୍ଚ ପଦାଧିକାରୀ ହୋଇଥିବାରୁ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରାଧାନ୍ୟ ଓ ପ୍ରତିପତ୍ତି ବିସ୍ତାର କରିଛନ୍ତି ବୋଲି ସମାଲୋଚିତ ହୋଇଥିଲେ ।  ମାତ୍ର ଏହା ନିତାନ୍ତ ଅମୂଳକ ଓ ଅସୂୟା-ପ୍ରଣୋଦିତ ବୋଲି ପ୍ରମାଣିତ ହୋଇଛି ।

୧୮୯୫ ମସିହାରେ ପ୍ରକାଶିତ ମଧୁସୂଦନଙ୍କ ବର୍ଣ୍ଣବୋଧ କଟକରେ ବିଦ୍ୟାଳୟ ସୁବିଧା ପର୍ଯ୍ୟାପ୍ତ ହୋଇ ନଥିବାରୁ ଆଧୁନିକ ଶିକ୍ଷାର ପ୍ରସାର ନିମିତ୍ତ ମଧୁସୂଦନ ୧୮୮୧ ମସିହାରେ କଟକ ଟାଉନ୍ ସ୍କୁଲ (ଆଜିର ଉକ୍ତ ମଧୁ ବିଦ୍ୟାପୀଠ) ପ୍ରତିଷ୍ଠା କରିଥିଲେ । ପ୍ରାରମ୍ଭିକ ଅବସ୍ଥାରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ ବିଶିଷ୍ଠ ଶିକ୍ଷାବିଦ୍ ଓ ସାହିତ୍ୟିକ ସର୍ବଶ୍ରୀ ବିଜୟଚନ୍ଦ୍ର ମଜୁମଦାର, ବିଶ୍ୱନାଥ କର, ନନ୍ଦକିଶୋର ବଳ ପ୍ରମୁଖ କାର୍ଯ୍ୟ କରିଥିଲେ । ୧୮୮୯ ମସିହାରେ ଏହା ହାଇସ୍କୁଲ ସ୍ତରକୁ ଉନ୍ନୀତ ହୋଇଥିଲେ ହେଁ ତାଙ୍କ ପକ୍ଷରେ ଆବଶ୍ୟକ ଅର୍ଥ ଯୋଗାଇବା କଷ୍ଟକର ହୋଇଥିଲା । ଅବଶ୍ୟ ପରେ ତାହା ପୁନର୍ବାର ଉନ୍ନୀତ ହୋଇ ଅନ୍ୟତମ ହାଇସ୍କୁଲ ଭାବରେ ପ୍ରତିଷ୍ଠା ଅର୍ଜନ କରିଥିଲା । ମଧୁସୂଦନ ଦୀର୍ଘ ୧୧ ବର୍ଷ କାଳ କଟକ ଜିଲ୍ଲାର ଡେପୁଟି ଇନ୍‌ସ୍‌ପେକ୍ଟର ଭାବରେ କର୍ତ୍ତବ୍ୟ ସମ୍ପାଦନ କରିବା ସ‌ହିତ ଉକ୍ତ ଶିକ୍ଷାନୁଷ୍ଠାନର ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ମଧୁସୂଦନ ୧୮୯୧ ମସିହା ଜୁଲାଇ ମାସରେ ରେଭେନ୍ସା କଲେଜିଏଟ୍ ସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ଏହି ପଦବୀ ଲାଭ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ । ଏହା ପରେ ୧୮୯୩ ମସିହାରେ ଅକ୍ଟୋବର ୨୬ ତାରିଖରେ କଟକ ଟ୍ରେନିଂ ସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ସେ ନିଯୁକ୍ତ ହୋଇଥିଲେ ଏବଂ ସେଦିନ ଠାରୁ ଆରମ୍ଭ ହୋଇଥିଲା ପଣ୍ତିତ ମୃତ୍ୟୁଞ୍ଜୟ ରଥଙ୍କ ଭାଷାରେ "ମଧୁସୂଦନ ଯୁଗ" । ମଧୁବାବୁ ପରିଦର୍ଶନ ଭାବରେ ବ‌ହୁଦିନ ଧରି ଶିକ୍ଷକମାନଙ୍କ ଶିକ୍ଷାଦାନରେ ଯେଉଁସବୁ ଦୋଷତ୍ରୁଟି ଲକ୍ଷ୍ୟ କରିଥିଲେ ସେଗୁଡ଼ିକର ଦୂରୀକରଣ ପାଇଁ ଏହା ଥିଲା ସୁବର୍ଣ୍ଣ ସୁଯୋଗ । ସେତେବେଳେ ବିଦ୍ୟାଳୟପରିଚାଳନା ଓ ଶିକ୍ଷାଦାନ କ୍ଷେତ୍ରରେ ସର୍ବାଙ୍ଗୀନ ଉନ୍ନତି ପାଇଁ ଏକ ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏଥିରେ ନେତୃତ୍ୱ ନେଇଥିଲେ ବାଗ୍ମୀ ବିଶ୍ୱନାଥ କର ଏବଂ ସେ ଥରେ କ‌ହିଥିଲେ, "ଟ୍ରେନିଂ ସ୍କୁଲ ପ୍ରତି ସରକାର ସଜାଗ ଦୃଷ୍ଟି ଦିଅନ୍ତୁ । ଏଥିରେ ଉପ‌ଯୁକ୍ତ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଉ ଏବଂ ଉପ‌ଯୁକ୍ତ ପାଠ୍ୟପୁସ୍ତକ ନିର୍ବାଚନ କରାଯାଉ । ମଧୁସୂଦନ ଏହି ଆନ୍ଦୋଳନର ଲକ୍ଷ୍ୟଗୁଡ଼ିକୁ ସାଧନ କରିବାରେ ସଫଳ ହୋଇଥିଲେ । ମଧୁସୂଦନ ଶିକ୍ଷକ ପ୍ରସ୍ତୁତି ଦାୟିତ୍ୱ ଗ୍ରହଣ କରିବାଠାରୁ ଗୁରୁଛାତ୍ରମାନଙ୍କର ବୌଦ୍ଧିକ ଓ ବୃତ୍ତିଗତ ଦକ୍ଷତା ବୃଦ୍ଧି ଲାଗି ବ‌ହୁବିଧ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ । ଏହି କ୍ଷେତ୍ରରେ ସ୍ୱର୍ଗତ ଚନ୍ଦ୍ରମୋହ‌ନ ମହାରଣା ଓ ମଧୁସୂଦନ ଦାଶ ସମର୍ଥ ସ‌ହକର୍ମୀ ଭାବରେ ତାଙ୍କର ବିଶେଷ ସ‌ହାୟକ ହୋଇଥିଲେ । ଗୁରୁଛାତ୍ରମାନଙ୍କ ଜ୍ଞାନର ବିକାଶ ନିମନ୍ତେ ପୁସ୍ତକ ଅଧ୍ୟୟନ ଉପରେ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ ସେ ଉପ‌ଯୁକ୍ତ ପାଠ୍ୟପୁସ୍ତକ ପ୍ରଣୟନ ଓ ନିର୍ବାଚନରେ ଯତ୍ନବାନ୍ ହୋଇଥିଲେ । ମଧୁସୂଦନ ପ୍ରଶିକ୍ଷଣବିଦ୍ୟାଳୟରେ ପ୍ରଚଳିତ ପାଠ୍ୟକ୍ରମକୁ ଆହୁରି ବ୍ୟାପକ ଓ ସମୃଦ୍ଧ କରିଥିଲେ । ଯେଉଁ ବିଷୟରେ ମୌଳିକ ପୁସ୍ତକର ଅଭାବ ଥିଲା, ତାକୁ ପୂରଣ କରିବାକୁ ସେ ବଙ୍ଗଳା ଓ ଇଂରେଜ ପୁସ୍ତକର ଅନୁବାଦ କରୁଥିଲେ । ମଧୁସୂଦନ ନିଜେ ଶ୍ରେଣୀଅଧ୍ୟାପନାରେ ନେତୃତ୍ୱ ନେଇ ଉପ‌ଯୁକ୍ତ ଶିକ୍ଷାଦାନ କୌଶଳ ଓ ମାର୍ଗଦର୍ଶନ ପ୍ରଦାନ କରୁଥିଲେ । ଏଥିରେ ତାଙ୍କର ଗଭୀର ନିଷ୍ଠା ଓ ଆଗ୍ରହ ଥିଲା । ପ୍ରଧାନ ଶିକ୍ଷକ ଭାବରେ ପ୍ରାଶାସନିକ ଦାୟିତ୍ୱ ସଂପାଦନ କରିବା ସଙ୍ଗେ ସଙ୍ଗେ ମଧୁସୂଦନ ସାହିତ୍ୟ, ସଂସ୍କୃତ, ଗଣିତ, ଏମିତିକି ଶାରୀରିକ ଶିକ୍ଷାଦାନରେ ଅଂଶଗ୍ରହଣ କରୁଥିଲେ । ସଂପୃକ୍ତ ଶିକ୍ଷକ ଅନୁପସ୍ଥିତ ରହିଲେ ସେ ନିଜେ ଉକ୍ତ ଶ୍ରେଣୀରେ ଶିକ୍ଷାଦାନ କରୁଥିଲେ । ଭକ୍ତକବି ମଧୁସୂଦନ ଥିଲେ ଉତ୍କଳ ସାହିତ୍ୟ ସମାଜର ଜନ‌କ । ଏହି କଟକ ଟ୍ରେନିଂ ସ୍କୁଲ ଥିଲା ଉତ୍କଳ ସାହିତ୍ୟ ସମାଜର ଏନ୍ତୁଡ଼ିଶାଳ । ଗୁରୁଛାତ୍ର ଓ ଶିକ୍ଷକମାନଙ୍କ ମନରେ ସାହିତ୍ୟ ପ୍ରତି ଅନୁରାଗ ଜାତ କରାଇ ସେମାନଙ୍କ ମଧ୍ୟରେ ସେ ପ୍ରେରଣା ଭରି ଦେଇଥିଲେ । ପ୍ରଧାନ ଶିକ୍ଷକ ଥିଲାବେଳେ ସେ ଏଠାରେ ଗୋଟିଏ "ଆଲୋଚନା ସଭା" ଗଠନ କରି ସାହିତ୍ୟିକ ବିଚାରବିମର୍ଶ କରାଉଥିଲେ । ଏହାର ପ୍ରତିଷ୍ଠା ହୋଇଥିଲା ୧୮୯୪ ମସିହାରୁ ଏବଂ ପ୍ରତି ଶନିବାର ଦିନ ଏହାର ବୈଠକ ବସୁଥିଲା । ଏହାର ପ୍ରଥମ ସଂପାଦକ ଥିଲେ ଚନ୍ଦ୍ରମୋହ‌ନ ମହାରଣା ଏବଂ ବାହାରୁ ଯୋଗଦାନ କରୁଥିବା ସାହିତ୍ୟ ସ୍ରଷ୍ଟାମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ବିଶ୍ୱନାଥ କର, ନନ୍ଦ କିଶୋର ବଳ, ରାଜମୋହ‌ନ ବସୁ, କୃଷ୍ଣପ୍ରସାଦ ଚୌଧୁରୀ । ମଧୁସୂଦନ ପ୍ରତିଷ୍ଠାତା ସଭାପତି ଭାବରେ ଦୀର୍ଘ ନଅ ବର୍ଷ କାଳ ଦାୟିତ୍ୱ ସଂପାଦନ କରି ଛାତ୍ର ଓ ଶିକ୍ଷକବୃନ୍ଦଙ୍କ ସ‌ହିତ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ ପ୍ରତି ସେବା ଓ ସାଧନା ମନୋବୃତ୍ତି ସୃଷ୍ଟି କରି ପାରିଥିଲେ । ଟ୍ରେନିଂ ସ୍କୁଲର ଏହି ଆଲୋଚନା ସଭା ୧୯୦୩ ମସିହା ମଇ ମାସ ୭ ତାରିଖରେ "ଉତ୍କଳ ସାହିତ୍ୟ ସମାଜ" ନାମରେ ପ୍ରତିଷ୍ଠିତ ହୋଇଥିଲା । ମଧୁସୂଦନ ଭଗ୍ନ ସ୍ୱାସ୍ଥ୍ୟରେ ମଧ୍ୟ ଆଲୋଚନା ସଭା ବୈଠକଗୁଡ଼ିକରେ ଯୋଗଦାନ କରିବାଠାରୁ ଉତ୍କଳ ସାହିତ୍ୟ ସମାଜର ନାମକରଣ ଓ ସଂଗଠନ ସଂପର୍କୀୟ ନିୟମାବଳୀ ପ୍ରଣୟନ ପର୍ଯ୍ୟନ୍ତ ସବୁଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ୧୮୯୭ ମସିହାରେ "ଆଲୋଚନା ସଭା" ର ତୃତୀୟ ବାର୍ଷିକ ସମ୍ମିଳନୀରେ ବିଶ୍ୱନାଥ କର ଯଥାର୍ଥରେ କ‌ହିଥିଲେ, "ଏହି ଆଲୋଚନା ସଭା ଉପ‌ଯୁକ୍ତ କ୍ଷେତ୍ରରେ ସଂସ୍ଥାପିତ ହୋଇଅଛି । ନର୍ମାଲ୍ ସ୍କୁଲ୍ (ତ‌ତ୍କାଳୀନ ଟ୍ରେନିଂ ସ୍କୁଲ୍) ଓଡ଼ିଆ ଭାଷାର ସର୍ବୋଚ୍ଚ ବିଦ୍ୟାଳୟ । ଏହାର ଛାତ୍ରମାନେ ଉତ୍କଳ ଭୂମିର ନାନା ସ୍ଥାନରେ କାର୍ଯ୍ୟ କରିବାକୁ ଯିବେ । ସେମାନେ ଯେବେ ସାହିତ୍ୟ ସେବାର ଉନ୍ନତ ଭାବ ଓ ଆକଂକ୍ଷା ପ୍ରାଣରେ ପୋଷଣ କରି କର୍ତ୍ତବ୍ୟ ସାଧନରେ ତ‌ତ୍ପର ହୁଅନ୍ତି, ତାହାହେଲେ ସେମାନଙ୍କ ଦ୍ୱାରା ଦେଶର ଅଶେଷ କଲ୍ୟାଣ ସାଧିତ ହୋଇପାରିବ । ସେମାନେ ନିଜେ ସାହିତ୍ୟ ସେବା କରି ଜୀବନ କୃତାର୍ଥ କରିପାରିବେ ଏବଂ ଅନ୍ୟ ଶତ ଶତ ପ୍ରାଣରେ ସାହିତ୍ୟ ସେବାର ଭାବ ଜାଗ୍ରତ କରିବାକୁ ସମର୍ଥ ହେବେ ।" ବାସ୍ତବ କ୍ଷେତ୍ରରେ ତ‌ତ୍କାଳୀନ ଛାତ୍ର ଶିକ୍ଷକଗଣ ହିଁ ପରବର୍ତ୍ତୀ କାଳରେ ବିଶିଷ୍ଟ ସାହିତ୍ୟିକ ହୋଇପାରିଥିଲେ ।

ମଧୁସୂଦନ ୧୯୦୯ ମସିହା ଜୁଲାଇ ୨୮ ତାରିଖରେ ଓଡ଼ିଶାର ସ୍କୁଲ୍ ଇନ୍‌ସ୍‌ପେକ୍ଟର ଭାବରେ ଅବସର ଗ୍ରହଣ କରିଥିଲେ ଏବଂ ପୂର୍ବରୁ ପ୍ରତିଷ୍ଠିତ ଟାଉନ୍ ଭିକ୍ଟୋରିଆ ହାଇସ୍କୁଲର ସ୍ଥାୟୀ ଗୃହ ନିର୍ମାଣ ଓ ଏହାର ବ‌ହୁବିଧ ଉନ୍ନତିକର କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଥିଲେ । ନିଜର ସଂଚିତ ଅର୍ଥ ଏହି ବିଦ୍ୟାଳୟର ପ୍ରତିଷ୍ଠା ଓ ବିକାଶ ପାଇଁ ପ‌ଯ୍ୟାପ୍ତ ହୋଇନଥିଲା । ତେଣୁ ଜରାଜୀର୍ଣ୍ଣ ସ୍ୱାସ୍ଥ୍ୟରେ ସେ ବିଭିନ୍ନ ସ୍ଥାନ‌କୁ ଯାତ୍ରା କରି ଏହି ଅନୁଷ୍ଠାନ ପାଇଁ ଅର୍ଥ ସଂଗ୍ରହ କରିଥିଲେ । ରାଜ୍ୟର ବ‌ହୁ ଶିକ୍ଷାପ୍ରେମୀ ବଦାନ୍ୟ ବ୍ୟକ୍ତି ଏହି ମହତ୍ କାର୍ଯ୍ୟରେ ଋଷିପ୍ରାଣ ମଧୁସୂଦନଙ୍କୁ ସାହାଯ୍ୟ କରିଥିଲେ । ୧୯୧୨ ଡ଼ିସେମ୍ବର ୨୮ ତାରିଖରେ ସେ ଶେଷଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ଏହାର କାର୍ଯ୍ୟନିର୍ବାହୀ ସମିତିର ସଭାପତି ଥିଲେ ଏବଂ କଟକର ବ‌ହୁ ବିଶିଷ୍ଟ ବ୍ୟକ୍ତି ଏଥିରେ ସଭ୍ୟ ଓ କର୍ମକର୍ତ୍ତା ରହି ସବୁ କାର୍ଯ୍ୟରେ ସ‌ହ‌ଯୋଗ କରିଥିଲେ । ଭକ୍ତ କବିଙ୍କ ମୃତ୍ୟୁ ପରେ ରାୟ ବାହାଦୁର ଜାନ‌କୀ ନାଥ ବୋଷ (ନେତାଜୀଙ୍କ ପିତା) ଏହି ସମିତିର ସଭାପତି ହୋଇଥିଲେ । କୁଳବୃଦ୍ଧ ମଧୁସୂଦନ, ଗୋପାଳଚନ୍ଦ୍ର ପ୍ରହରାଜ, ବିଶ୍ୱନାଥ କର, ଲକ୍ଷ୍ମୀନାରାୟଣ ପଟ୍ଟନାୟକ (ବିଜୁ ପଟ୍ଟନାୟକଙ୍କ ପିତା) ପ୍ରମୁଖ ଏହାର ସଦସ୍ୟ ହୋଇଥିଲେ । ପ୍ରତିଷ୍ଠାତାଙ୍କ ମୃତ୍ୟୁ ପରେ ଉକ୍ତ ହାଇସ୍କୁଲର ନାମ ଭକ୍ତମଧୁ ବିଦ୍ୟାପୀଠ ହୋଇଥିଲା । ଶିକ୍ଷାକ୍ଷେତ୍ରରେ ଏହା ମଧ୍ୟସୂଦନଙ୍କର ଏକ ଅକ୍ଷୟ କୀର୍ତ୍ତିସ୍ତମ୍ଭ ।

ଆଧୁନିକ ଓଡ଼ିଆ ଶିଶୁ ସାହିତ୍ୟ ତ‌ଥା ପାଠ୍ୟପୁସ୍ତକର ଜନ‌କ ଭାବରେ ଭକ୍ତକବି ଚିରସ୍ମରଣୀୟ । ତାଙ୍କର "ବର୍ଣ୍ଣବୋଧ" ଦୀର୍ଘକାଳ ଧରି ପିଲାମାନଙ୍କର ଅକ୍ଷର ଶିକ୍ଷା ସ‌ହିତ ସାହିତ୍ୟ ଶିକ୍ଷାରେ ସ‌ହାୟକ ହୋଇ ଆସିଛି । ତାଙ୍କର ଶିଶୁସାହିତ୍ୟ ରଚନା ଖୁବ୍ ଉପଭୋଗ୍ୟ ଓ ସାର୍ଥକ । କେତୋଟି କବିତାଂଶ ଏଠାରେ ଉଦ୍ଧାର କରିବାର ଲୋଭ ସମ୍ବରଣ କରି ହେଉନାହିଁ । ଏହା ଶିଶୁ ଶିକ୍ଷା, ସାହିତ୍ୟ ଓ ଭକ୍ତିଭାବ ତ‌ଥା ସଦ୍ ସ୍ୱଭାବ ଗଠନରେ ବିଶେଷ ପ୍ରେରଣା ଦେଇ ପାରିଥିଲା ସେଗୁଡ଼ିକର କେତୋଟି ଦୃଷ୍ଟାନ୍ତ ହେଲା "ବାଳକେ ମୋର ବୋଲ କର, ସତ୍ୟ ପାଳିବ ନିରନ୍ତର" । "ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜ୍ଜନ" । ଭକ୍ତକବିଙ୍କର ପ୍ରାର୍ଥନା କବିତାଗୁଡ଼ିକ କିପରି ମର୍ମସ୍ପର୍ଶୀ ଦେଖନ୍ତୁ । "ଯାହା ମୁଁ କର‌ଇ, ଯାହା ମୁଁ କ‌ହଇ, ଯାହା ମୁଁ ଚିନ୍ତଇ ମନେ, ଜଗତର କର୍ତ୍ତା ପରମ ଈଶ୍ୱର, ଜାଣୁଛନ୍ତି ପ୍ରତିକ୍ଷଣେ," "ମୋ ପାଶେ ଅଛନ୍ତି ଦିବସ ରଜନୀ, ମହାପ୍ରଭୁ ପରାତ୍ପର ଏ କତା ସୁମରି ହୃଦୟେ ତାହାଙ୍କୁ, ପୂଜିବି ମୁଁ ନିରନ୍ତର ।" ଊତୁ ବର୍ଣ୍ଣନା, ଜଗତ ଓ ଜୀବନ ସଂପର୍କୀୟ ଭକ୍ତକବିଙ୍କର କବିତା ଅନ‌ନ୍ୟ । ଏମିତିକି ତାଙ୍କର କେତେକ ଇଂରେଜୀ କବିତାର ଅନୁବାଦ ଏକାନ୍ତ ମୌଳିକ ଓ ସାର୍ଥକ । ତାଙ୍କର "ଜୀବନ ଚିନ୍ତା" "ଋଷି ପ୍ରାଣେ ଦେବାବତରଣ", "ଏ ସୃଷ୍ଟି ଅମୃତମୟ ହେ", "ପଦ୍ମ", ଓ "ନିର୍ବାସିତର ବିଳାପ" ଆଦି କବିତାମାନ ଅନୁପମ ଓ ସଦା ସ୍ମରଣୀୟ । ଭକ୍ତକବି ମଧୁସୂଦନଙ୍କ ବ୍ୟକ୍ତିତ୍ୱ ବ‌ହୁମୁଖୀ । ସେ ଥିଲେ, ଏକଧାରରେ ଜ୍ଞାନ, ଭକ୍ତି, କର୍ମ ଓ ପ୍ରେମର ଅଫୁରନ୍ତ ଉତ୍ସ, ଆଧୁନିକ ଯୁଗର ଏହି ଭକ୍ତକବି, ଶିଶୁସାହିତ୍ୟର ଜ‌ଙ୍କ, ଉତ୍କଳ ସାହିତ୍ୟ ସମାଜର ସ୍ରଷ୍ଟା, ଭକ୍ତମଧୁ ବିଦ୍ୟାପୀଠର ପ୍ରତିଷ୍ଠାତା, ସୁଦକ୍ଷ ଶିକ୍ଷକ, ନୀତିବାଦୀ ସାହିତ୍ୟିକ, ବ୍ରହ୍ମ‌ବାଦୀ ଓ ଜାତୀୟ ନବଜାଗୃତିର ଅନ୍ୟତମ ପଥପ୍ରଦର୍ଶକ ଭାବରେ ହୋଇଛନ୍ତି ସୁନାମଧନ୍ୟ । ମାତ୍ର ସର୍ବୋପରି ଜଣେ ଅନନ୍ୟ ଓ ଅଗ୍ରଗଣ୍ୟ ଶିକ୍ଷକ ଓ ଶିକ୍ଷାବିଦ୍ ଭାବରେ ତାଙ୍କର ପ୍ରତିଭା ଓ ପ୍ରତିଷ୍ଠା ଥିଲା ଅସାଧାରଣ । ସେ ଥିଲେ ପ୍ରଥମେ ଶିକ୍ଷକ ଓ ପରେ ଅନ୍ୟକିଛି । ଶିକ୍ଷାକୁ ଜ୍ଞାନାର୍ଜନ, ଚରିତ୍ରଗଠନ,ସାହିତ୍ୟ ସର୍ଜନା ଓ ଆଧ୍ୟାତ୍ମିକ ଜୀବନ‌ଚର୍ଯ୍ୟାର ଶ୍ରେଷ୍ଠ ମାଧ୍ୟମ ତ‌ଥା ଆୟୁଧ ଭାବରେ ବ୍ୟବ‌ହାର କରିବାରେ ସେ ଥିଲେ ସିଦ୍ଧହସ୍ତ ଓ ପ୍ରକୃଷ୍ଟ ପ୍ରବକ୍ତା । ଏହା ଏକ ଉଲ୍ଲେଖ‌ଯୋଗ୍ୟ ଘଟଣା ଯେ, ଭକ୍ତକବି ଇହଧାମ ତ୍ୟାଗ କରିବା ବର୍ଷ (୧୯୧୨) ଉତ୍କଳମଣି ଗୋପବନ୍ଧୁଙ୍କ ସନିର୍ବନ୍ଧ ଅନୁରୋଧକ୍ରମେ ସତ୍ୟବାଦୀରେ ଅନୁଷ୍ଠିତ ଶିକ୍ଷାସମ୍ମିଳନୀରେ ଅଧ୍ୟକ୍ଷତା କରି ଏହିପରି ଶିକ୍ଷା ପ୍ରସାର ପାଇଁ ଉଦ୍ୟମ କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବ୍ୟାସକବି ଫକୀରମୋହ‌ନ ଯଥାର୍ଥରେ ଗାଇଛନ୍ତି - "ଆଦର୍ଶ ମନୁଷ୍ୟ ଯେବେ ଦେଖିବାକୁ ଚାହିଁ, ଧାଇଁ ଆସି ଥରେ ଦେଖି ଯାଅ ମଧୁରାଓ" "ମଧୁରାଓ" ଥିଲେ ପ୍ରକୃତରେ ଆଦର୍ଶ ମାନବ ଏବଂ ତାଙ୍କର ଋଷିପ୍ରାଣରେ ଦେବାବତରଣ ସମ୍ଭବ ହୋଇଥିଲା । ତାଙ୍କ ପାଇଁ ଶିକ୍ଷକତା ଥିଲା "ଅମୃତର ସୋପାନ," ଓ ସମଗ୍ର ସୃଷ୍ଟିକୁ ଅମୃତମୟ କରିବାର ଦୂରନ୍ତ ସ୍ୱପ୍ନ । ଶିକ୍ଷାବିତ୍ ମହାମହୋପାଧ୍ୟାୟ ସଦାଶିବ ଡକ୍ଟର ଚାଇନା ପ୍ରଧାନ

ଦେବଭୂମି ପବିତ୍ର ଭାରତବର୍ଷରେ ସଂସ୍କୃତ ଭାଷାର ଗୁରୁତ୍ୱ ଉପଲ୍‌ଧି କରାଯିବା ସ‌ହିତ ଏହାର ଢ଼େର ଲୋକପ୍ରିୟତା ଥିଲା । ଏପରିକି ବୈଦିକ ଯୁଗରେ ବେଦ, ପୁରାଣ, ଉପନିଷଦ ଆଦି ସଂସ୍କୃତ ଭାଷାରେ ;ଲେଖାଯାଉଥିଲା । ସମୟକ୍ରମେ ଭାରତବର୍ଷରେ ମୁସଲମାନମାନଙ୍କ ଶାସନ ସମୟରେ ପାର୍ଶି ଭାଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ ସଂସ୍କୃତ ଭାଷା କ୍ରମଶଃ ଅବ‌ହେଳିତ ହେଲା । ଇଂରେଜମାନଙ୍କ ଶାସନ କାଳରେ ଦେଶର ଶିକ୍ଷା, ସଂସ୍କୃତି ଏବଂ ସାମାଜିକ ନୀତିରେ ଯେଉଁ ପରିବର୍ତ୍ତନ ସଂଘଟିତ ହେଲା ସେଥିରେ ସଂସ୍କୃତ ଭାଷା ଓ ଶିକ୍ଷାର ମାନ ହ୍ରାସପ୍ରାପ୍ତ ହେଲା । ସଂସ୍କୃତ ଭାଷା ଅବକ୍ଷୟର ଘଡ଼ିସନ୍ଧି ମୁହୂର୍ତ୍ତରେ ଶ୍ରୀକ୍ଷେତ୍ର ପୁରୀରେ ଏହି ଭାଷାର ଉନ୍ନତି ପାଇଁ ଉତ୍କଳର ଯେଉଁ କେତେଜଣ ବରପୁତ୍ର ନିଜର ଶ୍ରମ ଓ ସାଧନାକୁ ଅବ୍ୟାହତ ରଖିଥିଲେ ସେମାନଙ୍କ ମଧ୍ୟରେ ମହାମହୋପାଧ୍ୟାୟ ପଣ୍ତିତ ସଦାଶିବ ମିଶ୍ର ଥିଲେ ଅଗ୍ରଗଣ୍ୟ । ପଣ୍ତିତ ସଦାଶିବ ମିଶ୍ର ପୁରୀ ଜିଲ୍ଲା ଅନ୍ତର୍ଗତ ଦାମୋଦରପୁର ଶାସନରେ ୧୮୫୭ ମସିହା ଜ୍ୟେଷ୍ଠ ମାସ ଗୁରୁବାରର ଶୁଭ ଅବସରରେ ଏକ ନୈଷ୍ଠିକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ଶ୍ରୀଧର ମିଶ୍ର ଜଣେ ବିଦ୍ୱାନ ପଣ୍ତିତ ଥିଲେ ଏବଂ ମାତା ଥିଲେ ଅମ୍ବିକା ଦେବୀ । ଶ୍ରୀଧର ମିଶ୍ରଙ୍କ ଭାଇ ବାମଦେବ ମିଶ୍ରଙ୍କର କୌଣସି ପିଲାପିଲି ନଥିବାରୁ ସେ ଶ୍ରୀଧରଙ୍କର ସାନପୁଅ ସଦାଶିବଙ୍କୁ ଦତ୍ତପୁତ୍ର କରିନେଲେ । ବାମଦେବ ସଦାଶିବଙ୍କୁ ବ‌ହୁତ ସ୍ନେହ ଆଦର କରୁଥିଲେ । ଏହି ଅଶେଷ ସ୍ନେହ ଶ୍ରଦ୍ଧା ଓ ଆଦରର ସୁଯୋଗ ପାଇ ସଦାଶିବ ଦିନ‌କୁ ଦିନ ଖୁବ୍ ଅମାନିଆ ହୋଇ ଉଠିଲେ । ରାତି ପାହିଲେ ସଦାଶିବ ନିଜ ସାଙ୍ଗ ସାଥୀମାନଙ୍କ ଗ‌ହଣରେ ସମୟ ବିତାଇବାକୁ ଭଲ ପାଉଥିଲେ । ବେଳେ ବେଳେ ଦୁଷ୍ଟ ପିଲାମାନଙ୍କ ସାଙ୍ଗରେ ସେ ଖୁବ୍ କଳି କରି ଘରକୁ ଫେରୁଥିଲେ । ପାଠପଢ଼ା କଥା ପଚାରେ କିଏ? ଏପରିକି ତ‌ତ୍‌କାଳୀନ ସମାଜର ପ୍ରତିଷ୍ଠାତା ବ୍ରାହ୍ମଣପରିବାରର ପିଲାଟିଏ ହୋଇ ମଧ୍ୟ ସଂସ୍କୃତ ଭାଷା ଓ ଶାସ୍ତ୍ର ପୁରାଣ ଆଦି ସେ ଭାରି ଘୃଣା କରୁଥିଲେ । ଅନ୍ୟ ସାଙ୍ଗସାଥୀମାନଙ୍କ ସ‌ହ ତାଙ୍କର କଳି କରିବା ଏବଂ ଦୁଷ୍ଟାମି କରିବା ଦିନ‌କୁ ଦିନ ବଢ଼ିଲା ସିନା କମିଲା ନାହିଁ । ତେଣୁ ଘରେ ସମସ୍ତେ ସଦାଶିବଙ୍କ ପାଇଁ ବ୍ୟସ୍ତ ହୋଇ ପଡ଼ିଥିଲେ ।

ପିଲାଦିନର କଥା । ଥରେ ସଦାଶିବ ପୁରୀରେ ଚନ୍ଦନ‌ଯାତ୍ରା ବେଳେ ନରେନ୍ଦ୍ର ପୋଖରୀରେ ପ‌ହଁରୁଥାଆନ୍ତି । ସେମିତି ପ‌ହଁରୁ ପ‌ହଁରୁ ନିଜର ଅସାବଧାନତା ହେତୁ ସେ ଆଉ ଜଣଙ୍କ ଉପରେ ପଡ଼ିଯିବାରୁ ସେ ଲୋକଟି ଚେତା ହରାଇ ବସିଲା । ଅନ୍ୟ ଲୋକମାନେ ସାଙ୍ଗେ ସାଙ୍ଗେ ଦଉଡ଼ିଆସି ଲୋକଟିକୁ ପୋଖରୀ ପାଣିରୁ ଉପରକୁ ଆଣି ଚେତା କରାଇବାରେ ଲାଗିଗଲେ । ବ‌ହୁ ଚେଷ୍ଟା ପରେ ଲୋକଟି ଚେତା ଫେରିପାଇଲା । ତା'ପରେ ସମସ୍ତେ ସଦାଶିବଙ୍କୁ ଏଥିପାଇଁ ଦାୟୀ କରିବା ସ‌ହିତ ଗାଳିମନ୍ଦ କରିବା ଆରମ୍ଭ କରିଦେଲେ । ସଦାଶିବ ସବୁ ନୀରବରେ ଶୁଣିସାରି ପୁରୀରୁ ଯାଇ ଗୋଟିଏ ଚଣ୍ତିକା ମନ୍ଦିର ଭିତରେ ଆଶ୍ରୟ ନେଲେ । ସେତେବେଳକୁ ରାତି ଅଧରୁ ବଳିଲାଣି

ରାତି ପାହି ସକାଳ ହେଲା । ଗଉଡ଼ଟି ପାଖକୁ ଆସି ଦେଖିଲା ଯେ, ସେ ଯାହାକୁ ବାନ୍ଧିଛି, ସେ ତାର ଅତି ପରିଚିତ ବ୍ରାହ୍ଣଣ ସାଆନ୍ତଙ୍କ ପୁଅ ସଦାଶିବ । ବିଚରା ଗଉଡ଼ଟି ଭାରି ବ୍ୟସ୍ତ ହୋଇ ନିଜ ଅଜାଣତରେ ସଦାଶିବଙ୍କୁ ପିଟି ଥିବାରୁ କ୍ଷମା ବି ମାଗିଲା । ଏହି ଘଟଣା ପରେ ବାପା ବିରକ୍ତ ହେଲେ ମଧ୍ୟ ସଦାଶିବଙ୍କର ମନ ବଦଳି ନ ଥିଲା ।

ଦୁଷ୍ଟ ପ୍ରକୃତି ସାଙ୍ଗକୁ ପିଲାଦିନେ ସଦାଶିବ ଆଦୌ ପାଠପଢ଼ାରେ ମନ ଦେଉ ନ ଥିଲେ । ଗାଆଁ ଚାହାଳିରେ ପାଠପଢ଼ିବା ବେଳେ ଚାହାଳିକୁ ଯିବା ପାଇଁ ତାଙ୍କର ମନ ହୁଏ ନାହିଁ । ହେଲେ କରିବ କ'ଣ ? ଘରେ ରହିଲେ ବାପା ଗାଳି ଦେବେ, ଏଇ ଭୟରେ ସେ ବାଧ୍ୟ ହୋଇ ଛେଳିକୁ ପାଣିକୁ ନେଲା ପରି ସ୍କୁଲ୍କୁ ଯାଉ ଥାଆନ୍ତି ଏବଂ ସ୍କୁଲ୍ ଛୁଟି ହେଲା ପରେ ଘରକୁ ଫେରନ୍ତି । ଏକଥା ଘରେ କେହି ଜାଣି ପାରନ୍ତି ନାହିଁ ।

ସବୁଦିନ ପରି ସଦାଶିବ ଦିନେ ଚାହାଳିକୁ ବାହାରିଲେ । କିନ୍ତୁ ବାଟରେ ଥିବା ଏକ ବଡ଼ ଗଛରେ ଚଢ଼ି ତାର ଡାଳରେ ଆନନ୍ଦରେ ବସିରହିଲେ । ସବୁଦିନ ସମାନ ଯାଏନା । ସେ ଗଛରେ ଥିବା ଗୋଟିଏ ବଡ଼ କୋରଡ଼ ଭିତରୁ କିଛି ସମୟ ପରେ ଗୋଟିଏ କଳା ରଙ୍ଗର ସାପ ଫଣା ଟେକି ବାହାରିପଡ଼ିଲା । ଏହା ଦେଖି ସଦାଶିବ ଭୟରେ ଛାନିଆ ହୋଇ ଆଗପଛ କିଛି ବିଚାର ନ କରି ଗଛ ଉପରୁ ତଳକୁ ଡେଇଁ ପଡ଼ିଲେ । ଭାଗ୍ୟ ଭଲ, ତାଙ୍କର ହାତ ଗୋଡ଼ କିଛି ଭାଙ୍ଗି ନ ଥିଲା । ତା'ପରେ ଏକାନିଃଶ୍ୱାସ କେ ଦଉଡ଼ି ଦଉଡ଼ି ବାପାଙ୍କ ପାଖରେ ପହଞ୍ଚି ସବୁ କଥା ଗୋଟି ଗୋଟି କରି କହିଗଲେ । ସବୁ ଶୁଣି ବାପା ସଦାଶିବଙ୍କୁ ଗାଳି ମନ୍ଦ ନ କରି ଅନେକ ବୁଝାଇଲେ । ତ'ପରେ ଦୁଷ୍ଟଙ୍କ ସର୍ଦ୍ଦାର ସଦାଶିବଙ୍କର ମନ ବଦଳିଗଲା । ସେ ଆଉ ପୁର୍ବପରି ଖରାପ ପିଲାମାନଙ୍କ ସାଙ୍ଗରେ ମିଶିଲେ ନାହିଁ ଏବଂ ଦୁଷ୍ଟାମି କଲେ ନାହିଁ । ସତେ ଯେମିତି ସେଇ କଳା ସାପଟା ସଦାଶିବଙ୍କ ଜୀବନର ଗତିପଥକୁ ବଦଳାଇ ଦେବା ସହିତ ତାଙ୍କୁ ମହାନ କରି ଗଢ଼ି ତୋଳିଦେଲା ।

ଯୁକ୍ତିର ଶେଷ ଯେଉଁଠି, ଭକ୍ତିର ଆରମ୍ଭ ସେଇଠି ନ୍ୟାୟରେ ସଦାଶିବଙ୍କ ଜୀବନ ଅଧ୍ୟାୟରେ ଦୁଷ୍ଟାମିର ପୁର୍ଣ୍ଣଚ୍ଛେଦ ପଡ଼ିଲା । ତାପରେ ପାଠପଢ଼ାରେ ତାଙ୍କ ମନ ଲାଗିଗଲା । ଏହି ଅବସରରେ ବାପା ତାଙ୍କୁ ଘରେ ସ୍ରୋତ୍ର ମନ୍ତ୍ର ଆଦି ଶିକ୍ଷା ଦେଲେ । ପିତା ଶ୍ରୀଧର

                                     ୩୧ 

ମିଶ୍ର ସଂସ୍କୃତ ଭାଷାରେ ନାମାଜାତା ପଣ୍ଡିତ ଥିବାରୁ ପୁଅ ସଦାଶିବଙ୍କୁ ସଂସ୍କୃତ ଭାଷାରେ ଜଣେ ଶ୍ରେଷ୍ଠ ପଣ୍ଡିତ କରିବାର ଅଭିଳାଷ ରଖି ସଂସ୍କୃତ ପଢ଼ିବା ନିମନ୍ତେ ପିଳି ପିଳା ଗାଆଁର ଗଦାଧର ନ୍ୟାୟବାଗୀଶଙ୍କ ନିକଟକୁ ପଠାଇଦେଲେ । ପଣ୍ଡିତ ଗଦାଧର ନିଜର ସମସ୍ତ ଶ୍ରମ ଦେଇ ସଦାଶିବଙ୍କୁ କାବ୍ୟ , ନାଟକ ବ୍ୟାକରଣ ସମ୍ବନ୍ଧୀୟ ସମସ୍ତ ଶିକ୍ଷା ଦେଲେ । ସଦାଶିବ ସେ ସବୁ ଖୁବ କମ ଦିନରେ ଆୟତ କରିନେଲେ ସତ, ହେଲେ ଦର୍ଶନ ଶାସ୍ତ୍ର କୁ ଆଦଔ ବୁଝି ପାରିଲେ ନାହିଁ । ଗଦାଧର ପଣ୍ଡିତେ ସଦାଶିବଙ୍କୁ ଦର୍ଶନ ଶାସ୍ତ୍ର ବୁଝାଇବା ନିମନ୍ତେ ଢ଼େର ଅଧିକ ପରିଶ୍ରମ କରୁଥିଲେ । ଗଦାଧର ପାଠରେ ପଣ୍ଡିତେ ହେଲେ ହେଁ ତାଙ୍କର ସ୍ୱାସ୍ଥ୍ୟ ଥିଲା ଖୁବ ଦୁର୍ବଳ । ସେ ଦୁର୍ବଳ ସ୍ୱାସ୍ଥ୍ୟ ନେଇ ସଦାଶିବଙ୍କୁ ଦର୍ଶନ ଶାସ୍ତ୍ର ବୁଝାଇବା ପାଇଁ ଅଧିକ ପରିଶ୍ରମ କରିବାର ଦେଖି ଗଦାଧରଙ୍କ ମାଅବୁଢ଼ୀ ବିରକ୍ତି ବଶତଃ ସଦାଶିବଙ୍କ ଉପରେ ରାଗ ସାରୁଥିଲେ । ବେଳେ ବେଳେ ସେ ସଦାଶିବଙ୍କୁ ଗାଳି ଗୁଳଜ କରୁଥିଲେ । ବୁଢ଼ୀଙ୍କ ଗାଳି ସଦାଶିବଙ୍କୁ ଭାରି କାଟେ । ଏଣିକି ଦର୍ଶନ ଶାସ୍ତ୍ର ବୁଝିବାଲାଗି ସଦାଶିବଙ୍କର ଏତେ ଆଗ୍ରହ ବଢ଼ିଗଲା ଯେ, ସେ ବୁଢ଼ୀଙ୍କ ଗାଳି କୁ ସ ହି ନେଲେ । ସମୟ ଆସିଲା, ଯେତେବେଳେ ସେ ଦର୍ଶନ ଶାସ୍ତ୍ର କୁ ଠିକ ଭାବେ ଆୟତ କେରି ନେଇପାରିଲେ । ଦାଶବଙ୍କୁ ୧୮ ବର୍ଷ ଓହି ଥିବା ବେଳେ ତାଙ୍କ ପୋଷ୍ୟ ପିତା ବାମଦେବ ମିଶ୍ର ଚିରଦିନ ପାଇଁ ଆଖି ବୁଝିଲେ । ଫଲତଃ ସଦାଶିବଙ୍କ ଉପରେ ଘର ଚାଲାଇବା ଭାର ପଡ଼ିଲା । ତ ତକାଳୀନ ସମାଜରେ ଶିକ୍ଷିତ ବ୍ରାହ୍ଣଣ ମାନେ ଚାଷ କରିବା କିମ୍ବା ବାଣିଜ୍ୟ ଉପରେ ନିର୍ଭର କରିବାକୁ ଘୃଣା କରୁଥିଲେ । ରାଜସଭାମାନଙ୍କରେ ଶାସ୍ତ୍ର ଆଲୋଚନାର ଅର୍ଜିତ ଅର୍ଥ କୁ ନେଇ ଚଳିଯିବା ଥିଲା ଏକ ପନ୍ଥା । ସଦାଶିବ ସେ ପନ୍ଥା ଆଶ୍ରୟ କରିପାରିଥାନ୍ତେ, କିନତ୍ତୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏତେ ଅଧିକ ନଥିଲା ଏବଂ ବୟସ ମଧ୍ୟ କମ ଥିଲା । ତେଣୁ ରାଜସାଭାକୁ ଯାଆନ୍ତେ ବା କେମିତି? ଏମିତି ବର୍ଷେ ଦି ବର୍ଷ ଗଲାପରେ ବଳଭଦ୍ରପୁର ଶାସନରେ ତାଙ୍କର ବିଭଘର ହୋଇ ଗଲା । ତାଙ୍କ ସ୍ତ୍ରୀ ହୀରାମଣି ସୁଶ୍ରୀ ଓ ଧୈର୍ଯ୍ୟଶୀଳା ଥିଲେ । ବୋଝ ଉପରେ ନଳିତା ବିଡ଼ା ପରି ବିଭାଘର ତାଙ୍କ ଉପରେ ଆହୁରି ଗୋଟିଏ ବୋଝହୋଇଗଲା । ପରିବାର ଚଲାଇବାର ଚିନ୍ତା ସଦାଶିବଙ୍କ ମନ କୁ ଘାରିଲା ସେତେବେଳେ ସଦାଶିବ ଗାଆଁରେ ଥିବା ଗୋଟିଏ ଭର୍ଣାକ୍ୟୁଲାର ସ୍କୁଲ୍ ରେ ସଦାଶିବ ଶିକ୍ଷକ ଭାବେ ଯୋଗଦେଲେ । ବିନା ଦରମାରେ ପାଞ୍ଚ ମାସ କାଳ ପାଢ଼ିବାପରେ ତାଙ୍କୁ ମାସକୁ ୧୫ ଟଙ୍କା ଲେଝାଏଁ ଦରମା ମିଳିଲା । ଏଣିକି ସଦାଶିବଙ୍କର ପରିବାର ସୁରୁଖୁରୁରେ ଚଳିଗଲା । ଏହି ସୁଖ ସାଙ୍ଗକୁ ସଦାଶିବଙ୍କର ଆଉ ଗୋଟିଏ ଦୁଃଖ ଥିଲା ଯେ, ପିଲାମାନଙ୍କୁ ପଢ଼ିବା ପାଇଁ ଯେତିକି ଜ୍ଞାନ ଦରକାର, ତାଙ୍କ ପାଖରେ ସେତିକି ନଥିଲା । ତେଣୁ ଗୋଟିଏ ବିଷୟ ନିଜେ ନ ବୁଝି ପିଲାଙ୍କୁ ବୁଝେଇବେ ବା କେମିତି ? ଏଥି ପାଇଁ ସଦାଶିବ ଦିନରେ ସ୍କୁଲ୍ ରେ ରହ ନ୍ତି ଏବଂ ରାତିରେ ପୁରୀ ଗୁରୁ ଟ୍ରେନିଂ ସ୍କୁଲ୍ ର ଶିକ୍ଷକ ହରିହର ରଥଙ୍କ ପାଖକୁ ଯାଇ ତାଙ୍କଠାରୁ ସବୁ ବିଷୟ ଭଲ କରି ବୁଝନ୍ତି ଏବଂ ପରଦିନ ସ୍କୁଲ୍ ରେ ପିଲାମାନ ଙ୍କୁ ପଢ଼ାନ୍ତି । ଏହିପରି ଅନେକ ଦିନ ପରି ପର୍ଯନ୍ତ ସେ ନିଜର ଉଦ୍ୟମ ରଖିଲେ । ସେତେବେଳେ ଚାରିଆଡ଼େ ବ୍ରାହ୍ଣଣ ପଣ୍ଡିତ ମାନେ ତାଳପତ୍ର ପୋଥି ପଢ଼ିବାରେ ଗର୍ଭ ଅନୁଭବ କରିବା ସ ହିତ ଛାପା ବ ହି କୁ ଛୁଇଁବାକୁ ଘୃଣା କରୁଥିଲେ । ହେଲେ ସଦାଶିବ ଏ ସବୁ କାଥାକୁ ଖାତିର ନ କରି ନିଜେ ଛାପା ବ ହି ପଢ଼ା ପଢ଼ି କଲେ । ଅନ୍ୟ ପଣ୍ଡିତ ମାନେ ଏଥିପାଇଁ ସଦାଶିବଙ୍କୁ ଢ଼େର ନିନ୍ଦା ଓ ଗାଳିଗୁଳଜ କଲେ ମଧ୍ୟ ସଦାଶିବ ସେଥିକୁ କାନ ଦେଉ ନ ଥିଲେ ପରେ ପରେ ତାଙ୍କରି ଉଦ୍ୟମରେ ଗାଆଁ ସ୍କୁଲ୍ ଟି ଅନେକ ଇନ୍ନତ ହୋଇଗଲା । ସେତେବେଳେ ଶ୍ରୀକ୍ଷେତ୍ର ଜଗନ୍ନାଥ ଧର୍ମ ପୁରିରେ ସଂସ୍କୃତ ଭାଷା ଚର୍ଚାର ଢ଼େର ଆଦର ଥିବାରୁ ଦୃଷ୍ଟିରୁ ସଦାଶିବ ସଂସ୍କୃତ ପଢ଼ିବାକୁ ଆଗ୍ରହ ପ୍ରକାଶ ପୁର୍ବକ ଚାକିରୀ ଜୀବନରେ ମିଳୁଥିବା ଛୁଟି ସମୟର ସଦୁଙ୍କର ପ୍ରବଳ ଇଚ୍ଛା ଦେଖି ତାଙ୍କ ଗୁରୁ ଖୁସି ହୋଇ ସଦାଶିବଙ୍କୁ ପୁରୀରେ ରହି ସଂସ୍କୃତ ପଢ଼ିବାକୁ କ ହିଲେ ସଦାଶିବ ଗୁରୁଙ୍କ ଆଦେଶ ମାନିନେଲେ ସିନା ଏଣେ ଘର ଚଳିବାରେ ଅସୁବିଧା ହେଲା । ତାଙ୍କ ବଡ଼ ଭାଇ ଘର ଅଳିନେବେ ବୋଲି କ ହିବାରୁ ସଦାଶିବ ପୁରୀ ଆସି ସଂସ୍କୃତ ପଢ଼ରେ ମନନିବେଶ କଲେ । ସଂସ୍କୃତ ବିଦ୍ୟାଳରେ ହେଡ଼ପଣ୍ଡିତ ଥିବା ଗୋପୀନାଥ ମିଶ୍ରଙ୍କ ତତ୍ତାବଧାନରେ ସେ ସଂସ୍କୃତ ପଢ଼ା ଆରମ୍ଭ କଲେ । ପଢ଼ା ସ ହିତ ଗୁରୁଙ୍କୁ ରୋଷେଇ କରିଦେବା, ବଜାର କରିବା ଆଦି କାର୍ଯ୍ୟ ତାଙ୍କୁ କରିବାକୁ ପଡ଼ୁଥିଲା । ଏହିସବୁ କାର୍ଯ୍ୟ ପରେ ମିଳିଥିବା ସମୟର ସଦୁପଯୋଗ କରିବା ସହିତ ସଦାଶିବ ରାତି ଅଧରୁ ଉଠି ସକାଳ ଯାଏ ପାଠ ପଢ଼ୁଥିଲେ । କିଛିଦିନ ପରେ ସେ ସଦାବର୍ତ୍ତ ମଠରେ ରହିଲେ । ଏହିପରି ଭାବେ ସଦାଶିବ ପ୍ରାୟ ପାଞ୍ଚ ବର୍ଷ ପଢ଼ିସାରିବାପରେ ପରୀକ୍ଷା ଦେବା ନିମନ୍ତେ କଲିକତା ଗଲେ । ପ୍ରଥମଥର ସେ ପରୀକ୍ଷାରେ ସଫଳ ହୋଇ ନପାରିବାରୁ ପୁନଶ୍ଚ ତାପର ବର୍ଷ ପରୀକ୍ଷା ଦେଇ କୃତିତ୍ୱ ମୁହକାରେ ପ୍ରଥମ ଶ୍ରେଣୀରେ ପାସ୍ କରିବା ସଂଗେ ସଂଗେ କାବ୍ୟକଣ୍ଠ ଉପାଧି ଲାଭକଲେ । ଏହାପରେ ୧୮୮୯ ମସିହାରେ ପୁରୀ ଜିଲ୍ଲା ସ୍କୁଲ୍ ରେ ହେଡ଼୍ ପଣ୍ଡିତ ଭାବେ ଯୋଗଦେଇ ସେଠାରେ ୩୪ ବର୍ଷ ପର୍ଯନ୍ତ ନିଜର ସେବା ଓ ସାଧନା ବିନିଯୋଗ କରି ଖ୍ୟାତିର ଚରମ ସୀମାରେ ପହଞ୍ଚି ପାରିଥିଲେ । ଗୋଟିଏ ସ୍ଥାନରେ ଏତେ ବର୍ଷ ରହିବା ସରକାରୀ ଚାକିରୀର ନିୟମ ନ ଥିଲେ ମଧ୍ୟ ନିଜର ଉତ୍ତମ ବ୍ୟଭାର ଯୋଗୁଁ ସେ ଶିକ୍ଷକ, ଛାତ୍ର, ଅଭିଭାବକ ମାନ ଙ୍କର ପ୍ରିୟପାତ୍ର ହୋଇ ପାରିଥିଲେ । ସେ ପିଲାମାନ ଙ୍କୁ ପ୍ରଥମ ଦିନ ଯେଉଁ ବିଷୟ ପଢ଼ାଉଥିଲେ, ତା'ପର ଦିନ ତା'ର ନୋଟ ଡାକିବା ସ ହିତ ତୃତୀୟ ଦିନ ସେ ପାଠକୁ ପିଲାମାନ ଙ୍କ ଠାରୁ ଆଦାୟ କରୁଥିଲେ ତାଙ୍କ ପାଖରେ ସବୁ ପିଲା ଥିଲେ ସମାନ । ପାଠପଢ଼ାରେ ଅବ ହେଳା କରୁଥିବା ଛାତ୍ରକୁ ସେ ଢ଼େର ଅପମାନ ଦେଉ ଥିଲେ । ସଦାଶିବ ଜିଲ୍ଲାସ୍କୁଲ୍ ରେ ଶିକ୍ଷକ ଥିଲା ବେଳେ ଉତ୍କଳମଣି ଗୋପବନ୍ଧୁ ଓ ପଣ୍ଡିତ ନୀଳକଣ୍ଠ ଆଦି ବରପୁତ୍ର ମାନ ଙ୍କୁ ଶିକ୍ଷା ଦେଇଥିଲେ । ଉତ୍କଳ ଗୌରବ ମଧୁସୂଧନ ତାଙ୍କ ଛାତ୍ର ନଥିଲେ ମଧ୍ୟ ସଦାଶିବଙ୍କୁ ଢ଼େର ସମାନ୍ନ ପ୍ରଦର୍ଶନ କରୁଥିଲେ । ଏପରିକି ସେ ସଦାଶିବଙ୍କ ବସାକୁ ଗଲେ ଖଣ୍ଡେ ଦୂରରୁ ଘୋଡ଼ା ଗାଡ଼ିରୁ ଓହ୍ଲାଇ ପାଦରେ ଚାଲି ଚାଲି ଯାଇ ତାଙ୍କ ପାଖରେ 3 ବଙ୍ଗଳାର ମାର୍କବ୍ୟ ଏବଂ, ବଙ୍ଗଳାଦ୍ଧ ମନରେ ପରିଦର୍ଶକ ଜଣକ ଜଣେ ସାଧାରଣ ଶିକ୍ଷକ ହିସ୍ରେ ସେ ତାଙ୍କୁ ଯେତିକି ପs: : 1

( :

ପହଞ୍ଚିଥିଲେ । ବିଶିଷ୍ଟ ନେତା ସାର୍ ବିଶ୍ବବିଦ୍ୟାଳୟର ସ୍ଥାପୟିତା ପଣ୍ଡିତ " ମଦନ ମୋହନ ସାର ଆଖୁତୋଷ ମୁଖାର୍ଜୀ ବନାରସ ହିନ୍ଦୁ ମହାମହୋପାୟ ହରପ୍ରସାଦ, ଶାସ୍ତ୍ରୀ ଆଦି ଭାରତର ବହୁ ଜ୍ଞାନୀ, :ଗୁଣୀ . ସାଧିକବର୍ଗ ତାଙ୍କୁ ଚୈତ୍ତି ସମ୍ମାନ ପ୍ରଦର୍ଶନ କରୁଥିଲେ । ସଦାଶିବଙ୍କର । ଜଣେ ଛାତ୍ର ଶିକ୍ଷା ବିଭାଗର ଇନ୍‌ପେକୁର ଥିଲେ । ସେଥିରେ ସେଇ ସ୍କୁଲକୁ ଆସି ସବୁ ଶ୍ରେଣୀ ପରିଦର୍ଶନ କରିବା ସହିତ ପିଲାମାନଙ୍କୁ ପରୀକ୍ଷା କରି ଶେଷରେ ସଦାଶିବ ପଢ଼ାଉଥିବା; ଶ୍ରେଣୀରେ ପହଞ୍ଚି ହଠାତ ସଦାଶିବଙ୍କ ପାଦଧୂଳି ନେଇ ମୁଣ୍ଡରେ ଲଗାଇଲେ । ଏହା. ଦେଖୁ ପ୍ରଧାନଶିକ୍ଷକ ସମେତ ଅନ୍ୟ ଶିକ୍ଷକ ଏବଂ ଛାତ୍ରମାନେ [ଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଏତେ ସମ୍ମାନ ଓ ଶ୍ରଦ୍ଧା, ଅଧିକାରୀ ହୋଇ ମଧ୍ୟ ଟିକିଏ ହେଲେ ବି ଗର୍ବ ନଥିଲା । ପରନ୍ତୁ

ହେଲେ ମଧ୍ୟ

ଦେବୀ କୃଥ୍ୟ ସେଥୁରେ ତିଳେ ହେଲେ ଊଣା କରିଥିଲେ । ସଦାଶ୍ଚିବ କ୍ଷଣକୋପୀ ଥିଲେ ମଧି ଘଡ଼ିକ ମଧ୍ୟରେ ନୂଆଁବାଣରୁ ଥିଣ୍ଡାବରଫ ଖଣ୍ଡ ଥିବା ପାଲଟି ଯାଉଥିଲେ । ସେ ଭାରି ଛାତ୍ରବିତ୍ସକ୍ତି ଥିଲେ । ଅରେ ଶ୍ରେଣୀରେ ଜଣେ ଦୁଷ୍ଟପିଲା ପଦେ ଅବାଗିଆ କରି କହିଦେବାରୁ ସଦାଶିବ ବହୁ କ୍ରୋଧ ପ୍ରକାଶ ପୂର୍ବକ ପ୍ରଧାନଶିକ୍ଷକଙ୍କୁ କହିଲେ, ତା’ପରେ ଦୋଷୀ ପିଲାଟିକୁ ସ୍କୁଲ ବାରଣ୍ଡାରେ ଆଣ୍ଠୁମାଡ଼ି ବସି ରହିବାକୁ ପ୍ରଧାନ ଶିକ୍ଷକ ନିର୍ଦ୍ଦେଶ ଦେଲେ । ଏହି ଦଣ୍ଡ ଦିନେ ନୁହେଁ ୱାଡ । ପାଇଁ ଦିଆଯାଇଥିଲା। ହେଲେ, ଅଲେ ଶିବ ଯେତେବେଳ ପିଲାଟି ଆଣ୍ଠୁ ମାଡ଼ି ବସ୍ତିବା ଦେଲେ, ତାଙ୍କ ହୃଦୟ ତରଳିଗଲା । ସେ ୟିଲାଟିକୁ କୁଣ୍ଢାଇ ପିଇଲେ ଏବଂ ପ୍ରଧାନଶିକ୍ଷକଙ୍କ ପାଖକୁ ପିଲାଟିକୁ ନେବା ସହିତ, ନିତେ କାନ୍ଦ କାନ୍ଦ ହୋଇ କହିଲେ ବହୁତ ହୋଇଗଲାଣି, ଯାକୁ ଆଉ ଅଧିକ ଣ୍ଡିତ ଦେଲେ ସେ ଦଣ୍ଟ ମୋତେ ଦେଲା ପରି ହେବ । ତେଣୁ ଆପଣ ଏହାକୁ କ୍ଷମା କରି ଦିଅନ୍ତୁ । ପ୍ରଷିକ୍ଷକ : ତଣ୍ଡ : ପିଲାଟିକୁ କ୍ଷମା ଦେଇଥିଲେ । ଛାତ୍ର ଚାକିରି କାଳରେ - ସଦାଶିନ ପୁରୀରେ ଅବସ୍ଥାନ କରୁଥିଲେ ମଧ୍ୟ ଗାଆଁ ପ୍ରତି ତାଙ୍କର, ଅତୁଟ ମମତା ଅ । ତେଣୁ ଗାଆଁରେ ସେ ସଂସ୍କୃତ ଟୋଲ୍‌ଟିଏ ସ୍ଥାପନ କରିବା ସହିତ ପୂର୍ବରୁ ଥିବା ଭର୍ଣ୍ଣାକ୍ଲାଳର ସ୍କୁଟିକୁ ମାଇନର ସ୍କୁଲରେ ପରିଣତ କରାଇ ପାରିଥିଲେ ।

ଦିନ ପ୍ରଥମ ଦିନ ରେ 08 ପିଲାଟିଏ ସ୍କୁଲରେ ଅନୁପସ୍ଥିତ ରହିଯାଉଥିଲେ ସେ ତାରି ଭଲ ମନ୍ଦ ବୁଝିବା ପାଇଁ ଚାଲି ଚାଲି ପିଲାଟିର ଘରକୁ ଯାଉଥିଲେ । ମେଧାବୀ ପିଲାମାନଙ୍କୁ ବୃଦ୍ଧି ଯୋଗଦେବା ନିମନ୍ତେ ଅନ୍ୟମାନଙ୍କ ଠାରୁ ବୁଲି ବୁଲି ଚାନ୍ଦା ଆଦାୟ କରୁଥିଲେ । ଖାଲି ସେତିକି ନୁହେଁ, ଗରିବ, ବ୍ରାହ୍ମଣ, ଛାତ୍ରମାନଙ୍କ ପାଇଁ ପୁରୀରେ ରାମଚନ୍ଦ୍ର ଦାସଙ୍କ ଦ୍ୱାରା ସ୍ଥାପିତ "ବ୍ରାହ୍ମଣ ସମିତି" ନାମକ ଏକ ଛାତ୍ରାବାସର ଦାୟିତ୍ବ ସେ ଗ୍ରହଣ କରିଥିଲେ ଏବଂ ସେ ଏହାର ସଭାପତି ଅଲେ । ଏଥିପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ ନିମନ୍ତେ ସେ ପ୍ରତି ରବିବାର ଦିନ ବେଳେ ସହର ସାରା ବୁଲି ଚାନ୍ଦା ମାଗୁଥିଲେ। ସେ ବ୍ରାହ୍ମଣ ସମିତି ଭଲ ପାଉଥିଲେ । ଏକଦା ତାଙ୍କର ପୁଅ, ଆଉ ଝିଅଙ୍କର ମୃତ୍ୟୁ ପରେ ଜଣେ ବନ୍ଧୁ ସଦାଶିବଙ୍କୁ ଆଶ୍ୱାସନା ଦେବା ବେଳେ ସେ କହିଲେ "ମୁଁ ଆଉ ସେମାନଙ୍କ ପାଇଁ ବ୍ୟସ୍ତ ହେଉନାହିଁ । ବ୍ରାହ୍ମଣ ସମିତି ହେଉଛି ମୋର ପୁଅ, ଝିଅ, ବ୍ରାହ୍ମଣ ସମିତି ବଞ୍ଚିଥିବା ଯାଏଁ ମୁଁ ବଞ୍ଚିଛି ।" ପୁରୀ ନିକଟବର୍ତ୍ତୀ ‘ମଗିରି ପାଟ’ର ପାଣି ଯୋଗୁଁ ପ୍ରାୟ ୨୯ ଖଣ୍ଡି ଗାଆଁର ଜନସାଧାଚଣ ଖୁବ୍ କ୍ଷତିଗ୍ରସ୍ତ ହେଉଥିଲେ । ପଶ୍ଚିମରେ ଭାର୍ଗବୀ ନଈ, ଦକ୍ଷିଣରେ ଗୁପ୍ତଯମୁନା, ଉତ୍ତରରେ ରତ୍ନ‌ଚିରା ନଦୀର ପାଣି ଯୋଗୁଁ ଲୋକମାନଙ୍କର ଯେଉଁ ଦୁଃଖ ବଢ଼ିଯାଉଥିଲା, ସେଥ୍ ନିମନ୍ତେ ସେ ବଡ଼ ବଡ଼ 'ଇଂଜିନିୟରମାନଙ୍କୁ ଡକାଇ ଏକ ସେତୁ ନିର୍ମାଣ କରିଥିଲେ । ଏହି ଜନହିତକର କାର୍ଯ୍ୟରେ ଅନେକ ଉପକୃତ ହୋଇଥିଲେ ।

ଶ୍ରୀମନ୍ଦିରସ୍ଥିତ ମୁକ୍ତିମଣ୍ଡପ ସ୍ୱଭା ସମଗ୍ର ହିନ୍ଦୁମାନଙ୍କର ଏଢ଼ ବିଚାରସ୍ଥଳୀ ହୋଇଥିଲେ ହେଁ ସେ ସମୟରେ ଏହାର ଅବନତି ଘଟିଥିଲା । ତେଣୁ ମୁକ୍ତିମଣ୍ଡପ ପଣ୍ଡିତ ସଭାକୁ ଶୃଙ୍ଖଳିତ କରିବା ସହିତ ସଦାଶିବ ଏକ ପାଠାଗାର ସ୍ଥାପନ କରିଥିଲେ । ଏହା ବ୍ୟତୀତ ସେ ବହୁ ବିଶିଷ୍ଟ ପ୍ରତିଭାସଂପନ୍ନ ବ୍ୟକ୍ତିମାନଙ୍କୁ ଉପାଧି ଓ ମାନପତ୍ର ଦେବାର ବନ୍ଦୋବସ୍ତ କରିଲେ । ମୁକ୍ତିମଣ୍ଡପର ଆୟ ବଢ଼ାଇବୀ ନିମନ୍ତେ ‘ପୁରୀବାସୀ’ ନାମରେ ଏକ ' ପତ୍ରିକା ଏବଂ ‘ରତ୍ନା‌କର’ ନାର୍ମରେ ଗୋଟିଏ ସମ୍ବାଦପତ୍ର ସେ ପ୍ରକାଶ କରୁଥିଲେ।

ସଦାଶିବ ବାରାଣସୀସ୍ଥିତ ବେଦକର୍ମକାଣ୍ଡ ପାଠଶାଳା ଓ ବ୍ରହ୍ମଚର୍ଯ୍ୟ, ଶିକ୍ଷା ଆଦି ଦେଖବା ପରେ ନିଜେ ବହୁ ବଦାନ୍ୟ ବ୍ୟକ୍ତିଙ୍କ ଆର୍ଥିକ ସହାୟତାରେ ପୁରୀରେ ଏକ ବେଦ ବିଦ୍ୟାଳୟ ଏବଂ ସେତେବେଳେ ସଂସ୍କୃତ ଟୋମାନରେ ପଢୁଥିବା ଛାତ୍ରଛତ୍ରୀମନେ : କଲିକତାସ୍ଥିତ ପରୀକ୍ଷା ଏବଂ କର୍ମକାଣ୍ଡ ବିଦ୍ୟାଳୟ ସ୍ଥାପନ କରିଥିଲେ । ପରବର୍ତ୍ତୀ କାଳରେ ସେ ଦୁଇ ବିଦ୍ୟାଳୟକୁ ମିଶାଇ ଏହି ବିଦ୍ୟାଳୟର ନାମ ବେଦ କର୍ମକାଣ୍ଡ ବିଦ୍ୟାଳୟ' ରଖୁଥିଲେ ଏବଂ ଏହାର ସଂପାଦନା ଦାୟିତ୍ୱ ନିଜେ ଗ୍ରହଣ କରିଥିଲେ । ଏଥି ସହିତ ହରିହର ଦାସଙ୍କୁ ଉଦ୍ୟମରେ ଗଢ଼ି ଉଠିଥିବା ପୁରୀସ୍ଥିତ : ସଂସ୍କୃତ ସ୍କୁଲ ଠାରେ: ପ୍ରଥମେ ସେ ସଂସ୍କୃତି ଆରମ୍ଭ କଲେ ଏବଂ ଏହାର ଉନ୍ନତିକଛେ.ସାରାଜୀବନ: ଚେଷ୍ଟା କରି ଆସିଥିଲେ । ପରବର୍ତ୍ତୀ କାଳରେ ସେଇ ସଂସ୍କୃତି କଲେଜଟିର ନାଆଁ ହେଲା ସଦାଶିବ ସଂସ୍କୃତ ମହାବିଦ୍ୟାଳୟ । କେନ୍ଦ୍ର ସରକାର ଏହି ଶିକ୍ଷାନୁଷ୍ଠାନଟିକୁ ହାତକୁ ନେବା ପୂରେ ଏହି ଶିକ୍ଷାନୁଷ୍ଠାନ ସଦାଶିବ କେନ୍ଦ୍ରୀୟ ସଂସ୍କୃତ ମହାବିଦ୍ୟାଳୟ : ନାମରେ ନାମିତ ହୋଇଛି । କଳିଙ୍ଗ ଏହା ବ୍ୟତ୍ରୀତ କେନ୍ଦ୍ରରେ ପରୀକ୍ଷୀ ଦେବାକୁ ଯାଉଥିଲେ । ଏହି ଅସୁବିଧା ଏଡ଼ାଲୁବା ପାଇଁ ସେ ଲାଗିପଡ଼ି ଓଡ଼ିଶାର ପୁରୀ, କଟକ, ବାଲେଶ୍ବରରେ ପରୀକ୍ଷା କେନ୍ଦ୍ର କରାଇଲେ । ' ସେତେବେଳେ ବିହାରଓଡ଼ିଶୀ ସଂସ୍କୃତ ସମାବର୍ତ୍ତନ ଉତ୍ସବ ମୁଜାଫରପୁର ଓ ପାଟଣା ସଂସ୍କୃତ କଲେଜରେ ହେଉଥିଲା । ଏହି ସମିତିର କାର୍ଯ୍ୟ ଓଡ଼ିଶାରେ ହେଉ ବୋଲି ଦାବି କରି ସେ ସଫଳ ହେଲେ ଏବଂ ସଂସ୍କୃତ ଶିକ୍ଷା ପାଇଁ ଏକ ସ୍ୱତନ୍ତ୍ର ଶାଖା sa ପରିଷଦ ଓଡ଼ିଶାରେ ପ୍ରତିଷ୍ଠା କରାଗଲା । ସେ ଏହି ପରିଷଦର ସଭାପତି ଥିଲେ । ଅତିବଡ଼ୀ ଜଗନ୍ନାଥ ଦୀସଙ୍କର ପ୍ରତିମୂର୍ତ୍ତିଟି ଯେଉଁ କୋଠାଘରେ ରହୁଥିଲା, ତାହା ବାଲିରେ ପୋତି ହୋଇପଡ଼ିଥିବାରୁ ସଦାଶିବ ଏହାର ମଧ ଜୀର୍ଣ୍ଣ ସଂସ୍କାର କରିଥିଲେ । ସଦାଶିବ ତାଙ୍କର ଜଞ୍ଜାଳମୟ ଜୀବନ ମଧ୍ୟରେ ସାରସ୍ବତ ସାଧନାରେ ବ୍ରତୀ ଥିଲେ । . ସେ ଓଡ଼ିଆ ଛନ୍ଦ ଓ ସାହିତ୍ୟ ବିଷୟରେ ବିଭିନ୍ନ ପତ୍ର ପତ୍ରିକାରେ ପ୍ରବିନ୍ଧ ଲେଖୁଥିଲେ । ସେ ‘‘କପଦ ଧର୍ମ ସର୍ବସ୍‌’ ନାମକ ଏକ ସ୍ମତିଗ୍ରଛି ସଂସ୍କୃତ ଭାଷାରେ ଲେଖୁଥିଲେ । ଏହା ପ୍ରଥମେ କଲିକତାରେ ପ୍ରକାଶ ପାଇବା ସହିତ ତାଙ୍କୁ ଅଜସ୍ର ଖ୍ୟାତିର ଅଧିକାରୀ କରାଇ ପାରିଥିଲା । ସେ ଭାଗବତ ରଚୟିତା । ଅତିବଡ଼ୀ ଜଗନ୍ନାଥଙ୍କ ଜୀବନକାହାଣୀ ସଂଗ୍ରହ କଗରାଥ ଦାସ' ନାମିକ ଏକ ପୁସ୍ତକ ପ୍ରକାଶ କରିଥିଲେ । ଏହାକୁ ନେଇ ସେ ‘ଅତିବଡ଼ୀ କରିଥିଲେ । ସଦାଶିବଙ୍କ ଲିଖୁତ ‘ଜଗନ୍ନାଥ ମନ୍ଦିର” ଶୀର୍ଷକ ପ୍ରଟନ୍ଧି ତଳୀନ ବଳ! ପତ୍ରିକା “ନବ୍ୟ ଭାରତ’ରେ ପ୍ରକାଣ୍ଡ ପାଇଁ ଏଥିରେ ଶ୍ରୀମନ୍ଦିର ସଂପର୍କରେ ବହୁ ଅଜ୍ଞାତ ପରିବେଶିତ ହୋଇଥିଲ! ! ପରେ ଏହି ପ୍ରବନ୍ଧଟି ବଙ୍ଗଳା ଭାଷାରେ ତଥ୍ୟ ୩୭ ଜୀବନର, ବଡ଼ ଦୁଃଖ ଥିଲା ଯେ, ତାଙ୍କର ଚାରୋଟି ପୁତ୍ର ମେତ ଗୋଟିଏ କନ୍ୟ 'ଧର୍ମ ମହାମଣ୍ଡଳୀତାଙ୍କୁ ଉତ୍କଳ ମଣ୍ଡ ଏବଂ ଅନ୍ୟ କେତେକ ଶ୍ରୀଜଗନ୍ନାଥ ମନ୍ଦିର ନାମରେ ଏକ ବହି ଆକାରରେ ପ୍ରକାଶ ପାଇବା ସହିତ ଏହା ସଦାଶିବଙ୍କୁ ଢେର ଖ୍ୟାତି ଆଣି ଦେଶ ଦେଇଥିଲା । ସାରସ୍ବତ ସୃଷ୍ଟି ବ୍ୟତୀତ , ସଦାଶିବ ସଂସ୍କୃତ ଭାଷା ଓ ବଙ୍ଗ ଲିପିରେ ‘ବ୍ୟାକଣାନୁଶୀଳନୀ ଗ୍ରନ୍ଥ’, ପୁରୁଷୋତ୍ତମ କ୍ଷେତ୍ର ତତ୍ତ୍ବ, ‘ଭାରତୀୟ ଆର୍ଯ୍ୟ ଦର୍ଶନ’, ‘ଶାନ୍ତି ସଂଗୀତ ପ୍ରଭୃତି ଲେଖୁଥିଲେ । ଏଥି ସହିତ ସେ ‘ଗଦାଧର ପଦ୍ଧତି ‘ନିତ୍ୟାର ପ୍ରଦୀପ’, ‘ମୁଭିଚିନ୍ତାମଣି’, ‘ସୁତି ପ୍ରକାଶ” ଓ “ପ୍ରାୟଶ୍ଚିତ୍ତ ମନୋହର ପ୍ରଭୃତି ପୁସ୍ତକଗୁଡ଼ିକୁ ସଂକଳନ କରିଥିଲେ । "ସଦାଶିବ ସମୟ ଜଗି ଚଳୁଥିଲେ । ସେ ନିଜର ନିତ୍ୟକର୍ମ ସାରି ଗୋରୁଗାଈଙ୍କ ସେବା, ପୂଜା ଅର୍ଚ୍ଚନା : ଜଗନ୍ନାଥ ଦର୍ଶନର ବିଭିନ୍ନ ଉପାସନୀ, ଗୀତ୍ ପଠନ, ମହାଭାରତ ଅଧୟନ, ନିୟମିତ ପ୍ରାର୍ଥନା ଆଦି ସୁଚାରୁ ରୂପେ କରୁଥିଲେ । ନିଢ଼ ଗାଆଁର ପର୍ବପର୍ବାଣୀରେ ଭାଗ ନେବାକୁ ଭୁଲୁନଥିଲେ । ଏତେବଡ଼ ଜ୍ଞାନୀ ହେଲେ ମଧ୍ୟ ତାଙ୍କୁ ଅହଂକାର ଛୁଇଁନଥିଲା । ତାଙ୍କ ଆରପାରିକି ଚାଲିଯାଇଥିଲେ । ଏପରିକି ବଡ଼ଭାଇଙ୍କ ଯେଉଁ ପୁତ୍ରକୁ ସେ ପୋଷ୍ୟପୁତ୍ର କରି ଆଣିଥିଲେ ସେ ମଧ୍ୟ ମାଟ୍ରିକ୍ ପାସ୍ କରିବା ପରେ ମୃତ୍ୟୁବରଣ କରିଥିଲା । ସବୁକିଛି ଦୁଃଖକୁ ପୂନ୍ : ହୀରାମଣି ଓ ସେ ନିଜେ ଧୈର୍ଯ୍ୟ ସହକାରେ, ସହି ନେଇଥିଲେ । ସଦାଶିବଙ୍କ ଜୀବନର ସମସ୍ତ ଖ୍ୟାତି , ଓ ଏକନିଷ୍ଠ ସାଧନା ତାଙ୍କୁ ଏସିଆଟ୍ରିକ୍ ସୋସାଇଟିର ସ୍ଥାୟୀ ସଭ୍ୟ, ଏବଂ ମଥୁରା ବ୍ରଜମଣ୍ଡଳ ସଂସ୍କୃତ ବିଦ୍ୟାଳୟର ଚାନ୍‌ସେଲର୍ ପରି ବଡ଼ ବଡ଼ ପଦବୀର ଅଧିକାରୀ କରି ତୋଳିଥିଲା . ସଦାଶିବଙ୍କୁ ସାମୂହିକ କୃତି ନିମନ୍ତେ agai cabaran ବନାରସସ୍ଥିତ ଭାରତ ପ୍ରଦେଶ ତାଙ୍କୁ ବିଦ୍ୟାଭୂଷଣ?” ଓ “ଉତ୍କଳଭୂଷଣ’ ଉପାଧୁରେ ଭୂଷିତ କରିଥିଲେ । ଓଡ଼ିଶାରେ ସଂସ୍କୃତ ଶିକ୍ଷା ଜୁଗତର ଭୀଷ୍ଟ, ସଂସ୍କୃତ ସାହିତ୍ୟର ଅମ୍ମାନ ଧ୍ରୁବତାରା, ଶ୍ରେଷ୍ଠତମ ସଂର୍କ, ଧର୍ମ ପରମ୍ପରାର ମହାରଥୀ, ସଂସ୍କୃତ ଓ ଓଡ଼ିଆ ସାହିତ୍ୟର ଅନ୍ୟତମ ସାରସ୍ବତ ସାରଥୀ, ପ୍ରବଣ୍ଡ : ବ୍ୟକ୍ତିତ୍ବର ଅଧିକାରୀ, ମିହନୀୟ ବ୍ୟକ୍ତିତ୍ ମହାମହୋପଧ୍ୟାୟ : - ସଦାଶିବ ,୧୯୨୯ ମସିହା ଅଗଷ୍ଟ ୨୨ ତାରିଖ ସକାଳ ୮ଟା ବେଳେ ୭୩ ବର୍ଷ ବୟିସରେ ପରଲୋକ ଗମନ କଲେହେଁ ଉତ୍କଳ କାହିଁକି । ଦେଶ ଓ ଜାତି ପ୍ରତି ତାଙ୍କର ଅବଦାନ ଯୋଗୁଁ ଯୁଗ ଯୁଗ ଧରି ଧରାବନ୍ଧରେ ଅବିସ୍ମରଣୀୟ ତଥା ବନ୍ଦନୀୟ ରହିଛନ୍ତି । ସମଗ୍ର 6 ପୂର୍ବରୁ ତାଙ୍କର " ର ଚର୍ଚ୍ଚା ଚାରିଆଡ଼େ । ଭାରି ପାନରୁ ଚୂନ ଖସିଲେ ଖଣ୍ଡପ୍ରଳୟ : ଘଟିବାଭଳି ଅବସ୍ଥାହେମାଷ୍ଟରଙ୍କ . ଅଫିସ୍ ସାମ୍ନା ଆଦର୍ଶ ଶିକ୍ଷକ, ଚନ୍ଦ୍ରମୋହନ ମହାରଣା ଅଧ୍ୟକୁ ସରୋଜକାନ୍ତ ଚୌଧୁରୀ ବାଲେଶ୍ବର ଜିଲ୍ଲା ସ୍କୁଲର ନୂଆ 'ହେଡ଼୍ମାଷ୍ଟର ଆସୁଛନ୍ତି । ସେ ସ୍କୁଲରେ ପ ପହୁଞ୍ଚିବା କଡ଼ା ମିଜାଜୁର ଲୋକ, ଅତ୍ୟନ୍ତ ଚିଡ଼ାମଣିଷ, ଟିକେ ଏପଟ ସେପଟ ସହନ୍ତି ନାହିଁ, କାହା ସହିତ ମିଳାମିଶା କରନ୍ତି ନାହିଁ । 'ଇତ୍ୟାଦି ଇତ୍ୟାଦି । ଏସବୁ ଶୁଣୁ ଶୁଣୁ ଛାତ୍ର ଓ ଶିକ୍ଷକ ସମସ୍ତଙ୍କୁ ଅଜଣା ଭୟ ଘାରି ପ୍ରକାଇଲା । ସ୍କୁଲ ପରିସର ପରିଷ୍କାର ପରିଚ୍ଛନ୍ନ ହୋଇ ସାରିଥିଲା । ବହୁ ପ୍ରତୀକ୍ଷାର ଅନ୍ତ କରି ପ୍ରଧାନଶିକ୍' ମହୀଶୟ ସ୍କୁଲ୍‌ରେ ପଲେ । ସୁଉଚ୍ଚ, ଶ୍ୟାମାଙ୍ଗ ପୁରୁଷ, ଦୀପ୍ତିମନ୍ତ ମୁଖମଣ୍ଡଳିରେ ଶୋଭା ପାଉଥିଲ୍ଲା ନିଶ୍ କେରାଏ ସେତେବେଳେ 'ସ୍କୁଲ୍‌ର ସବୁ ଶିକ୍ଷକ, କିରାଣୀ, ଚପରାସୀ ଓ ଛାତ୍ର ସମସ୍ତେ ସନ୍ତରେ ଜଗି ଜଗି ଚଳୁଥିଲେ । ବାରଣ୍ଡାରେ ଛାତ୍ର କିମ୍ବା ଶିକ୍ଷକଙ୍କୁ ଯିବା ପାଇଁ ଚପୂରାସୀ ହାତ ହଲାଇ ବାରଣ କରେ । ଯେଉଁମାନଙ୍କର ହେମାଷ୍ଟରଙ୍କ ପାଖରେ କାମୁଥାଏ, ସେମାନେ ନୀରବରେ ଆସି ଦୁଆର ୩୯ ପାଖରେ ଛିଡ଼ା ହୋଇ ହେଡ୍‌ମାଷ୍ଟରଙ୍କ ଅନୁମତି ନେଇ ଭିତରକୁ ଯାଆନ୍ତି । ଦିନେ ଦିନେ ହେଡ୍‌ମାଷ୍ଟର ସ୍କୁଲ ଚାରିପାଖ ଚୌଡ଼ା ବାରଣ୍ଡା ଦେଇ ଥରେ ବୁଲିଆସନ୍ତି । କୌଣସି କ୍ଲାସ୍‌ରୁମ୍‌କୁ ପଶନ୍ତି ନାହିଁ । ହେଲେ ସେତିକି ଯଥେଷ୍ଟ, ସବୁଠିକ୍ ଚାଲେ ।

ସେହି ପ୍ରଧାନ ଶିକ୍ଷକ ହେଲେ ଚନ୍ଦ୍ରମୋହନ ମହାରଣା ସେ କ୍ଷଣକ୍ରୋଧୀ ଥିଲେ ସତ୍ ; ମାତ୍ର ଥିଲେ କ୍ଷମାଶୀଳ ଓ ପରୋପକାରୀ, ସବୁ ଟିକିନିଖି ତନ‌ଖି କରିବା ତାଙ୍କର ଏକ ଅଭ୍ୟାସ । ସ୍କୁଲ୍‌ରେ ଛାତ୍ରମାନଙ୍କୁ ଶିକ୍ଷା ଦେବା ଭଳି ସେ ଜାଣିଥିବା କାମ ବାହାର ଲୋକଙ୍କୁ ମଧ୍ୟ ବେଳେ ବେଳେ ଶିଖାଇ ଦିଅନ୍ତି । ଦିନର କଥା । ସେ ଦିଲ୍ଲୀ : ବାଟରେ କୌଣସି ସ୍ଥାନକୁ ଯାଉଥାନ୍ତି, ହେଲେ ଘାସ କାଟୁଥିବା ଲୋକଟି ଠିକ୍ ଭାବରେ ଦାଆ ଚଳାଉ ନାହିଁ । ସେଇ ଲୋକ ହାତରୁ ଦାଆ, ସାଙ୍ଗେ ଘାସ ଦେଖାଇଦେଲେ କିପରି





ଚଳାଇବାକୁ ହେବ । ସେ



ସେ ଥିଲେ ଜଣେ ତାଙ୍କ ସାହିତ୍ୟକୃତି ଉଣା ଅଧିବେ ସମସ୍ତଙ୍କୁ ଗୋଟର ଥିଲା, ହେଲେ ସେ: କିଛିଦିନ ପାଇଁ ତାଙ୍କ ସାହିତ୍ୟ ସାଧନାରୁ ବିରତି ନେଇଥିଲେ । ଅନେକ ତା ତୀଙ୍କୁ "ଚିଠି ଖି ସାହିତ୍ୟସାଧନା ପାଇଁ ଊତ୍ସାହିତ କରିଲେ । ଅନେକ ମଧ୍ୟ ତାଙ୍କୁ ଏଥୁପାଇଁ, ମୌଖୁକ ଭାବେ ଅନୁରୋଧ କଲେ । ସେ ଜରରେ ଉତ୍କଳ ସାହିତ୍ୟ (୧୩୦୯-୧୩୧୦ ସାଲ) ୬ ଭାଗ, ବୟ ସଂviରେ କୈଫୟତ୍ ଶୀର୍ଷକ ' ପତ୍ରରେ ଅନେକଥର ଅନୁରୋଧ କରିଛନ୍ତି ଏବଂ ମୁଁ ନବାରୁ ବ୍ୟଥିତ ହୋଇଛନ୍ତି; କେଉଁ କାରଣରୁ ମୁଁ ଅଭାବରେ, ଜାବର୍ ଅଭାବରେ ପ୍ରକୃତ ଜାବ୍ୟ କବିତା ପ୍ରଭୃତି : ଅସମ୍ଭବ । ଏ ଦେଶର ଲୋକେ ଅବସାୟ ସହକାରେ ପ୍ରଭୃତି ଉଦ୍ଦେଶ୍ୟରେ ବିଦେଶ ଗମନ କରି ବିଦ୍ଭିଜତ୍‌’ କାଭ ନକଲେ, ସାହିତ୍ୟ , ବିକାଶ ପକ୍ଷରେ ଅନୁକୂଳ ପବନର ଆଶା ଦୂର ପରାହତ ! ଆଳସ୍ୟ ଓ ବ୍ୟସନରେ'ଭଳି ବର୍ତ୍ତମାନ ଜିଡ଼ୀଭୂତ । ଯେଉଁ ହଁ ଉତ୍କଳୀୟମାନେ କୃତୀ ବା କୃତଳ୍ପ ବୋଲି "ଗ ଗ, ସେମାନେ ଏ ଦିଓଟି ଶିକୁଳିରୁ ଆପଣାକୁ ବିମୁକ୍ତ । ନୃକଲେ, ଉତ୍କଳର : କଡ଼ ଘୁଞ୍ଚିବ ନାହିଁ । ଏ ପ୍ରଦେଶ ବିଦ୍ୟାଗୌରବରେ ମହୀୟାନ୍ ଓ ଧନବଳରେ ବଳୀୟାନ୍ ହୋଚ୍ଛପାରିବ ନାହିଁ ।””

  • ,

ନାନା ଜଳ ସେହି ଯୁଗପୁରୁଷ ମହାମିନ୍ଯ ସୁସାହିତ୍ଯିକ ଚନ୍ଦ୍ରମୋହନଙ୍କ ଭାବନା ସହିତ ଆଜି ମଧ୍ଯ ଅନେକ ସାହିତ୍ଯ ସାଧକ ଏକମତ । ସେ ଜଣେ ଆଦର୍ଶ ଶିକ୍ଷକ ହିସାବରେ ଜନମାନସରେ ଯେପରି ଆଜିପର୍ଯ୍ଯନ୍ତ ବଞ୍ଚି ରହିଛନ୍ତି ସେହିପରି ଜଣେ ଉଚ୍ଚ ଅଭିଲାଷୀ ସାହିତ୍ଯିକ ଭାବେ ଯୁବ ପୀଢି ପାଇଁ ସୃଷ୍ଟି କରିଛନ୍ତି ପ୍ରେରଣାର ଉତ୍ସ । ତାଙ୍କର ସେଥିପାଇଁ ବହୁ ଭାବରେ ଆଲୋଚ୍ଯ ।

ବାଲେଶ୍ବର  ଜିଲ୍ଲାର ରେମୁଣାଠାରେ ୧୮୬୭ ମସିହା ଏପ୍ରଲ୍ ୬ ତାରିଖରେ

ଚନ୍ଦ୍ରମୋହନ ଏକ ଗରିବ ପାଟରା ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ମାତାଙ୍କ ସ୍ନେହ ଆଶିଷ ଚନ୍ଦ୍ରମୋହ୍ନଙ୍କୁ ଅନେକ ଉତ୍ସାହ ଦେଇଥିଲା ଉଚ୍ଚ ଶିକ୍ଷା ପାଇଁ । ପରିବାରର ଆର୍ଥିକ ଦୁରବସ୍ଥା ବିରାଟ ସମସ୍ଯା ସୃଷ୍ଟି କରିଥିଲେ ହେଁ ଦୃଢ ମନୋବଳ ତାଙ୍କୁ ଉନ୍ନତି ପଥରେ ଆଗେଇ ନେଇଥିଲା । ପ୍ରଥମେ କବିବର ରାଧାନାଥ , ବ୍ଯାସକବି ଫକିରମୋହନ ଓ ରାଜା ବୈକୁଣ୍ଠନାଥ ଦେଙ୍କ ଦ୍ବାରା ପ୍ରତିଷ୍ଠିତ ରେମୁଣା ମିଡିଲ୍ ଭର୍ଣ୍ନାକ୍ଯୁଲାର ସ୍କୁଲ୍ ରୁ ସେ ବ୍ଋତ୍ତି ସହ କୃତକାର୍ଯ୍ଯ ହୋଇଥିଲେ । ୧୮୮୫ ମସିହାରେ ସେ ଏଣ୍ଟ୍ରାନ୍ସ ପାସ୍ କରି ବାଲେଶ୍ବର ଜିଲ୍ଲା ସ୍କୁଲ୍ ଅଧ୍ଯୟନ କଲେ । ରେମୁଣାରୁ ବାଲେଶ୍ବର ୧୦ ମାଇଲ୍ ବାଟ ସେ ପାଦରେ ଚାଲି ଚାଲି ପ୍ରତିଦିନ ସ୍କୁଲ୍ ଯାଉଥିଲେ । ପ୍ରତିଦିନ ପ୍ରତିଦିନ ପ୍ରତ୍ଯୁଷରୁ ତାଙ୍କ ବୁଢୀ ମା' ଜଙ୍ଗଲ ବାଟରେ ଚନ୍ଦ୍ରମୋହନଙ୍କୁ କିଛିବାତ ବଳାଇ ଦେବାକୁ ଆସୁଥିଲେ । ସ୍କୁଲ୍ ସାରି ଘରେ ଫଞ୍ଚିଲା ବେଲକୁ ରାତି ହୋଇଯାଇଥିଲା । ଏଇଥିପାଇଁ ପାଠପଢାରେ ବହୁତ ଅସୁବିଧା ହେଉଥିଲେ ମଧ୍ଯ ଅଧ୍ଯବସାୟ ଓ ନିଷ୍ଠା ବଳରେ ଚନ୍ଦ୍ରମୋହନ ସବୁ ଶ୍ରେଣୀରେ ବୃତ୍ତି ପାଇ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ସେତେବେଳେ ଇଲେକ୍ଟ୍ରିକ୍ ଆଲୁଅ ନ ଥାଏ । ସହରର ପ୍ରଧାନ ଛକମାନଙ୍କରେ ରାତିରେ ଉଚ୍ଚ ଖୁଣ୍ଟ ଉପରେ ଲଣ୍ଠନ ଆଲୁଅ ବତୀ ଜଳୁଥାଏ । ତାଙ୍କର ଅର୍ଥାଭାବ ହେତୁ ଆଲୁଅ ଜାଳିବା ପାଇଁ ତେଲ କିଣି ନପାରି ଅଧିକାଂଶ ସମୟରେ ସେ ବତୀଖୁଣ୍ଟ ଆଲୁଅରେ ପଢୁଥିଲେ । ସେ ଉଚ୍ଚଶିକ୍ଷା ପାଇଁ କଟକ ଗଲେ । ସେତେବେଳେ ଉଚ୍ଚ ଶିକ୍ଷା ପାଇଁ ଓଡିଶାର କଟକରେ ଥାଏ ଏକମାତ୍ର ରେଭେନ୍ସା କଲେଜ । ରେଳମଟର ଗାଡି ସେତେବେଳେ ନରଥାଏ । ନଦୀ ଓ ସମୁଦ୍ରରେ ବୋଇତ ଦ୍ବାରା ଲୋକ ଦେଶ ବିଦେଶକୁ ଯାତାୟାତ କରି ବାଣିଜ୍ଯ ବ୍ଯବସାୟ କରୁଥିଲେ । ବଙ୍ଗଳା ନଦୀ କୂଳର ବାଲେଶ୍ବର ସହରସ୍ଥ ପରିମିଟ୍ ଘାଟରେ ଅନୁକୂଳ ପାଗରେ ଚାଲୁଥିବା ନୌକା ଦ୍ବାରା ସମୁଦ୍ର ବାଟେ ଧାମରା ମୁହାଣ ଦେଇ ଚାନ୍ଦବାଲି ଏବଂ


୪୧ ଚାନ୍ଦବାଲିରୁ ଆଳି ଓ ପଟ୍ଟାମୁଣ୍ଡାଇରୁ ଜଗତ୍ ସିଂହପୂର ପ୍ରାୟ ପଚାଶ ମାଇଲ୍ ବାଟ ଚାଲି ଚାଲି ସେ କଟକ ସହରରେ ଫଞ୍ଚୁଥିଲେ । ଜେତେବେଳେ କାମିତି ଅସୁବିଧା ହେଲେ ରେମୁଣାରୁ ବାଲେଶ୍ବର ଯାଇ ଜଗନ୍ନାଥ ସଡକରେ କଟକକୁ ପାଦରେ ଯିବାକୁ ତାଙ୍କୁ ପ୍ରାୟ ତିନି ଚାରି ଦିନ ଲାଗୁଥିଲା । ୧୮୮୯ ମସିହାରେ ସେ ପାଷ୍ଟ୍ ଗ୍ରେଡ୍ରେ ବି ଏ ପାସ୍ କରି କର୍ମମୟ ଜୀବନ ଆରମ୍ଭ କରିଥିଲେ ।

ଚନ୍ଦ୍ରମୋହନ ବି ଏ ପାସ୍ କରିବା ପରେ କିଛିଦିନ ତାଳଚେର ଯୁବକମାନଙ୍କ ଘରୋଇ ଶିକ୍ଷକ ଭାବେ କାର୍ଯ୍ଯ କରିଥିଲେ । ସେତେବେଳେ ନବିନର ରାଧାନାଥ ରାୟ ଜଏଣ୍ଟ୍ ଇନ୍ସ୍ ପେକ୍ଟର ଥାଆନ୍ତି । ଚନ୍ଦ୍ରମୋହନ ତାଙ୍କ ଉପଦେଶ ଅନୁଯାୟୀ ବାଲେଶ୍ବର ଜିଲ୍ଲା ସ୍କୁଲ୍ ରେ ଖୋଜିଥିବା ସହକାରୀ ଶିକ୍ଷକ ପଦବୀରେ ୧୮୯୧ ମସିହାରେ ଯୋଗ ଦେଲେ । କିଛିଦିନ ପରେ ସେ କଟକ ଟ୍ରେନିଂ ସ୍କୁଲ୍ କୁ ବଦଳି ହୋଇଗଲେ । ଏହି ବିଦ୍ଯାପୀଠ ପ୍ରଥମରୁ ବହୁ ବର୍ଷ ପର୍ଯ୍ଯନ୍ତ ନର୍ମାଲ ସ୍କୁଲ୍ ନାମରେ ପରିଚିତ ଥିଲା । ସମଯକ୍ରମେ ତାହା ସେକେଣ୍ଡାରୀ ଟ୍ରେନିଂ ସ୍କୁଲ୍ ନାମରେ ଅଭିହିତ ହେଲା । ଓଡିଶାର ସମସ୍ତେ ଜାଣନ୍ତି ଭକ୍ତକବି ମଧୁସୁଦନ ରାଓ ଓ ସ୍ବର୍ଗତ ସାହିତ୍ଯରଥୀ ଚନ୍ଦ୍ରମୋହନ ମହାରଣା ବହୁବର୍ଷ ପର୍ଯ୍ଯନ୍ତ ଉକ୍ତ ବିଦ୍ଯାପିଠର ତୀର୍ଥଗୁରୁ ଥିଲେ ।

ଚନ୍ଦ୍ରମୋହନ ଥିଲେ ଶିକ୍ଷାଦାନ ଓ ଶିକ୍ଷାଶାସନ କ୍ଷେତ୍ରରେ ନାରିକେଳ ତୁଲ୍ଯ । ଅର୍ଥାତ୍ ଯେପରି ନାରିକାଳର ଭିରାବରଣ ଅତି କଠୋର ଏବଂ ଅନ୍ତର ରସମୟ ଖାଦ୍ଯପୂର୍ଣ୍ଣ, ସେହିପରି ତାଙ୍କର କଥା ଓ ଦୃଷ୍ଟି କର୍କଶ ଥିଲା ଓ ଅନ୍ତର ଖୁବ୍ କୋମଳ ଓ କ୍ଷମାଶୀଳ ଥିଲା । ଛାତ୍ରମାନେ ଅନ୍ଯାୟ ଓ ଅନ୍ଯାଚାରରୁ ଦୂରରେ ରହୁଥିଲେ । ତେଣୁ ଗୁରୁଦେବଙ୍କୁ କଔଣସି ଦଣ୍ଡ ଦେବାକୁ ପଡୁନଥିଲା । ଯଦି ଦୈବାତ୍ କେହି ଦୋଷ କରୁଥିଲେ , ସେ ତାଙ୍କୁ ଶାରୀରିକ କିମ୍ବା ଆର୍ଥିକ ଦଣ୍ଡ ନ ଦେଇ ଅନିତାପ ସୁତରେ ତାର ପ୍ରାୟଶ୍ଚିତ ବିଧାନ କରୌଥିଲେ ।

ଏହି ନର୍ମାଲ୍ ସ୍କୁଲ୍ କୁ କେନ୍ଦ୍ରକରି ଏକ 'ଆଲୋଚନା ସଭା" ତାଙ୍କରି ଉଦ୍ଯମରେ ଗଢି ଉଠିଥିଲା । ପରେ ଏହା "ଉତ୍କଳ ସାହିତ୍ଯ-ସମାଜ" ନାମରେ ପରିଚିତ ହେଲା । ତାପରେ ତାଙ୍କର ପଦୋନ୍ନତି ହେଲା ଡେପୁଟି-ଇନ୍ସ୍ ପେକ୍ଟର ପଦବିକୁ । ଏହି ପଦବୀରେ ସେ ଅନେକ ସ୍କୁଲ୍ ପରିଦର୍ଶନ କରି ସମସ୍ଯାର ସମଧାନ କରିଥିଲେ । ଶିକ୍ଷାର ସମୃଦ୍ଧି ପାଇଁ

                                                                                ୪୨ ପଦକ୍ଷେପମାନ ଗ୍ରହଣ କରିଥିଲେ । ଥରେ ଗୋଟିଏ ସ୍କୁଲ୍ ସେ ପରିଦର୍ଶନ କରିବା ସମୟରେ  କୋଇଲି ବୋବାଇବାର ଶବ୍ଦ ଶୁଣି ସେ ପଚାରିଲେ ସ୍କୁଲ୍ ର ପଣ୍ଡିତଙ୍କୁ 'କୁହନ୍ତୁତ ଏ ମାଇ 

କି ଅଣ୍ଡିରା', ପଣ୍ଡିତ ଟିକିଏ ଇତସ୍ତତଃ ହୋଇ ଖିପକାଇଲେ ମାଈ କୋଇଲି ହୋଇଥିବ । କୋଇଲିର ଏପରି ସ୍ବର ନାହିଁ, କାଳିଦାସ ଲେଖିଛନ୍ତ " ପୁଂସ୍କୋକିଳୋ ଯନ୍ ମଧୁରଂ ଚୁକୂଢ'

କେବଳ ପାଠ୍ଯ ବିଷୟରେ ଅସାଦାଚରଣ ପାଣ୍ଡିତ୍ଯ ଓ ପ୍ରୟୋଗକୁଶଳତା ଯୋଗୁଁ ନୁହେଁ, ଅଖଣ୍ଡ ନୀତି ଓ ଦୃଢ ଶୃଂଖଳାବାଦୀ ଥିବାରୁ ସେ ଛାତ୍ରୀମାନଙ୍କର ଶ୍ରଦ୍ଧା, ସମ୍ମାନ, ଭକ୍ତି ଓ ଭୟର ଭାଜନ ହୋଇଥିଲା । ୧୯୦୪ ମସିହାରେ ପୁରି ଜିଲ୍ଲା ସ୍କୁଲ୍ ର ପ୍ରଧାନ ଶିକ୍ଷକ ଭାବେ ଯେ ଦାୟିତ୍ବ ଗ୍ରହଣ କଲେ ।

ସେ ଛାତ୍ରମାନଙ୍କର ଶିକ୍ଷାର ଉନ୍ନତି ଓ ଚରିତ୍ର ଗଠନ ପାଇଁ ଅନେକ ପଦକ୍ଷେପ ନେଇ ଥିଲେ ଯେଉଁଥିପାଇଁ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥିଲା । ସେ ସମ୍ୟରେ ପୁରୀରେ ବଙ୍ଗାଳୀମାନଙ୍କର ବିଶେଷ ପ୍ରତିପତ୍ତି ଥାଏ । ଜଣେ ଓଡିଆ ପ୍ରଧାନ ଶିକ୍ଷକ ହୋଇଜିବାରୁ ସେମାନଙ୍କ ମଧ୍ଯରେ ଛଳ ପଡିଗଲା । ବୟସ୍କ ବଙ୍ଗାଳୀମାନେ ଯେପରି ପ୍ରତିପତ୍ତିଶାଳୀ ହୋଇଥାନ୍ତି, କେତେଜନ ବଙ୍ଗାଳୀ ପିଲା ସେହିପରି ବିଦ୍ଯାଳୟରେ ବିଭ୍ରଟ ସୃଷ୍ଟି କରୁଥାନ୍ତି । ସେମାନଙ୍କ ମଧ୍ଯରେ ଅଗ୍ରଣୀ ଥାଏ ଜଣେ ବିଶିଷ୍ଠ ଓକିଲଙ୍କ ଭାର ଏକାଦଶ ଶ୍ରେଣୀର ଛାତ୍ର । ଦିନେ ହଠାତ୍ ବିଦ୍ଯାଳୟ ସାରା ଦୋହଲିଗଲା । ଚନ୍ଦ୍ରମୋହନ ବାବୁ ଶ୍ରେଣୀ ଭିତରେ ପଶି ସେ ପିଲାଟିକୁ ବେତରେ ଖୁବ ପ୍ରହାର କଲେ । ପିଲାଟି ଦୁଇ ଚାରିଥର ପ୍ରହାର ଖାଇଲା ପରେ ବେତଟିକୁ ଧରିପକାଇ ଚିତ୍କାର କରି ଇଂରାଜିରେ ଖିଲା " ଆଉଥରେ ଯଦ ମୋ ଦେହକୁ ଛୁଅଁ ମୁଁ ତୁମକୁ କଚାରୀକୁ ଟାଣି ଟାଣି ନାବି, ଜାନ ମୁଁ ଅମୁଳଙ୍କ ଭାଇ । ତା' ପରେ ଅନେକ ଘାଣ୍ଟ ଚକଟ ଅବଶ୍ଯ ହେଲା । କିନ୍ତୁ ଚନ୍ଦ୍ରମୋହନ ବାବୁଙ୍କୁ କଚାରୀକୁ ଜିବାକୁ ପଡିଲା ନାହିଁ । ପିଲାଟି ବିରୋଧରେ ଗୁରୁତର ପ୍ରମାଣମାନ ରହିଥିଲା ।

କ୍ରମେ ବିଦ୍ଯାଳୟ ସୁମାର୍ଗକୁ ଆସିଲା । ପିଲାମାନେ ହାତେ ମାପି ଚାଖଣ୍ଡେ ଚାଲିବାକୁ ଆରମ୍ଭ କଲେ । ଛାତ୍ରାବାସର ତାସ୍ ଖେଳ ଓ ଛିତ୍ରମାନଙ୍କର ରାତିରେ ଯାଇ ସମୁଦ୍ର

                                                                                      ୪୩ କୁଲରେ ବୋଲିବା ବନ୍ଦ ହୋଇଗଲା । ସେ କେବଳ ଜଣେ ଆଦର୍ଶ ପ୍ରଧାନ ଶିକ୍ଷକ ନଥିଲେ;

ସେଥିଲେ ଜଣେ ଅସାଧାରଣ ଶିକ୍ଷକ । ପଣ୍ଡିତ ଗୋଦାବରୀଶ ମିଶ୍ର 'ଅର୍ଦ୍ଧଶତାବ୍ଦିର ଓଡିଶା ଓ ତହିଁରେ ମୋର ସ୍ଥାନ ପୁସ୍ତକର ୬୪ ପୃଷ୍ଠାରେ ଲେଖିଛନ୍ତି' ଉଚ୍ଚାରନ ହେଉ ବା ଭାଷା !ଜ୍ଞାନ ହେଉ, ଇଂରାଜୀରେ ବ୍ଯୁତ୍ପତ୍ତି ନମନ୍ତେ ମୁଁ ଚନ୍ଦ୍ରମୋହନ ବାବୁଙ୍କ ଠାରେ ଋଣୀ।' ଏ ସମ୍ପର୍କରେ ସେ ଚନ୍ଦ୍ରମୋହନଙ୍କ ଛାତ୍ର ଭାବରେ ପୁରୀ ଜିଲ୍ଲା ସ୍କୁଲ୍ ର ଏକ ଅନୁଭୁତି ଉଲ୍ଲେଖ କରିଛନ୍ତି - "ମୋର ଦଶମ ଶ୍ରେଣୀ ବେଳେ ଶିକ୍ଷା ବିଭାଗର ଡାଇରେକ୍ଟର ଆସିଥିଲେ ସ୍କୁଲ୍ ପରଦର୍ଶନରେ । ସେତେବେଳେ ସେହି ଜଙ୍କ ଥିଲେ ପଶ୍ଚିମବଙ୍ଗ,ପୁର୍ବବଙ୍ଗ, ଓଡିଶା ଓ ବିହାର ଏପରି ଚାରି ପ୍ରଦେଶର ଏକମାତ୍ର ଡାରେକ୍ଟର । ଡାଇରେକ୍ଟର ଆମ ଶ୍ରେଣୀରେ ପଶିଯାଇ ପଚାରିଲେ'ଏ ଶ୍ରେଣୀର ପ୍ରଥମ ଛାତ୍ର କିଏ ? ' ପ୍ରଧାନ ଶିକ୍ଷକ ବ୍ଯକ୍ତିତ ଭାବରେ ମୋତେ ଚିହ୍ନିଥିଲେ । ମୋତେ ବହିଧରି ପଢିବାକୁ କହିଲେ । କିନ୍ତୁ ମୁଁ ଦୁଇ ଧାଡି ପୂରାଣ ଡାଇରେକ୍ଟର ଓ ଇନ୍ସ୍ ପେକ୍ଟର ଦୁହେଁ ଠୋ ଠୋ ହସିଲେ । ପ୍ରଧାନ ଶିକ୍ଷକଙ୍କ ମୁହଁ କଳା ପଡିଗଲା ।


ତା' ପରଦିନ ଆମ ଶ୍ରେଣୀର ପଠନ ନିର୍ଘଣ୍ଟ ବଦଳିଗଲା , ଚନ୍ଦ୍ରମୋହନ ବାବୁ ଦ୍ବିତୀୟ ଘଣ୍ଟାରେ ଆସି ଇଂରାଜୀ ପଢାଇଲେ । ସେ ଶ୍ରେଣୀକୁ ଆସିବା ମାତ୍ରେ ମୋତେ ପଢିବାକୁ କୁହ୍ନ୍ତି ଏବଂ ମୋ ପ୍ରଥମେ ଭୁଲ୍ରେ ବେଞ୍ଚ ଉପରେ ଠିଆ ହେବାକୁ ଆଦେଶ କରନ୍ତି । ତାହା ପ୍ରାୟ ଚାରିମାସ ଚାଲିଲା । ହାଲେ ଗୋଦାବରିଶ ମିଶ୍ରଙ୍କ ଇଂରାଜିରେ ଦକ୍ଷତା ବଢିଗଲା । ପଣ୍ଡିତ ଗୋଦାବରିଶ ମିଶ୍ର, ନୀଳକଣ୍ଠ ଦାସ ଆଦି ଅନେକ ବହୁ ବିଶିଷ୍ଟ ବ୍ଯକ୍ତି ଚନ୍ଦ୍ରମୋହନଙ୍କ ଟଃଅରୁ ଶିକ୍ଷାଲାଭ କରିଥିଲେ । ଗଣିତ ଶାସ୍ତ୍ରରେ ଚନ୍ଦ୍ରମୋହନଙ୍କ ପ୍ରବେଶ ଅସାଧାରନ ଥିଲା । ପଣ୍ଡିତ ନୀଳକଣ୍ଠ ତାଙ୍କର ଆତ୍ମ ଜୀବନରେ ସ୍ବତନ୍ତ୍ର ଏକ ପର୍ଯ୍ଯାୟରେ ତାଙ୍କ ବିକ୍ଷୟରେ ଉଲ୍ଲେଖ କରିଛନ୍ତି ଯେ, ବୀଜଗଣିତର ଯାବତୀୟ କଠିନ ଅଙ୍କ ସୂତ୍ରଗୁଡିକ ସେ ଚନ୍ଦ୍ରମୋହନଙ୍କଠାରୁ ସନ୍ତୋଷଜନକ ଭାବରେ ବୁଝିପାରୁଥିଲେ । ଅଙ୍କ ବୁଝିବା ପାଇଁ ରାତି ଏଗାରଟା ବେଳେ ତାଙ୍କ ନିକଟରେ ଛାତ୍ର ଉପସ୍ଥିତ ହେଲେ ହେଁ ସେ ନିଦରୁ ଉଠି ଧୈର୍ଯ୍ଯର ସହିତ ଅଙ୍କ ବୁଝାଇ ଦେଉଥିଲେ , ଓଡିଆ, ସଂସ୍କୃତ ଓ ଇଂରାଜୀ ବ୍ଯାକରଣରେ ସେ ଧୁନ୍ଧର ପଣ୍ଡିତ ଥିବା ବିଷୟ ଏବେ ପ୍ରବାଦ୍ ହୋଇରହିଛି । ୧୯୧୦ ମସିହାରେ ତାଙ୍କର ଓଡିଆ ବ୍ଯାକରଣ ପୁସ୍ତକ ପ୍ରଥମେ ପ୍ରକାଶିତ ହୋଇଥିଲା ।

                                                                               ୪୪ ୧୯୦୭ ମସିହାରୁ  ପୁଣି  କଟକ ଗୁରୁ ଟ୍ରେନିଂ  ସ୍କୁଲରେ କିଛି  ଦିନ ପାଇଁ ସେ କାର୍ଯ୍ଯ

କରେଥିଲେ ଏବଂ ଦ୍ବିତୀୟ ଥର ପାଇଁ ପୁରୀ ନ ଜିଲ୍ଲାସ୍କୁର ଯେତେବେଲେ ତାଙ୍କର ବଳଳି ହେଲା ସ୍ବାସ୍ଥ୍ଯ ଗତ ଅସୁବିଧା ଦୃଷ୍ଟିରୁ ତାଙ୍କ ଅନୁରୋଧ କ୍ରମେ ତାଙ୍କୁ ବାଲେଶ୍ବର ଜିଲ୍ଲା ସ୍କୁଲର ପ୍ରଧାନ ଶିକ୍ଷକରୁପେ ଅବସ୍ଥିତ କରାଯାଇଥିଲା। ୧୯୧୯ମସିହାରୁ ୧୯୨୪ମସିହା ପର୍ଯ୍ଯନ୍ତ ସେ ବାଲେଶ୍ବରରେ ଦକ୍ଷତାର ସହ କାର୍ଯ୍ଯ ସେହିଠାରେ ଅବସର ଗ୍ରହଣ କରିଥିଲେ ।

ଚନ୍ଦ୍ରମୋହନ ଏକାଧାରାରେ ଜଣେ ଆଦର୍ଶ , ଦକ୍ଷଶିକ୍ଷକ ଓ ସୁସାହିତ୍ଯକ ଭାବେ ଓଡ଼ିଶାରେ ଜଣାଶୁଣା । ଓଡ଼ିଶାର ପାଠ୍ଯପୁସ୍ତକର ଘୋର ଅଭାବ ସମୟ ରେ ତାଙ୍କର ସୁମହତ୍ ଚେଷ୍ଟା ଏକାନ୍ତ ସ୍ମରଣଜଯୋଗ୍ଯ । ଉଚ୍ଚଶିକ୍ଷିତ ବଙ୍ଗାଳୀମାନେ ପଦସ୍ଥ ସାହେବମାନଙ୍କୁ ଓଡ଼ିଆ ପାଠ୍ଯ ପୁସ୍ତକ ର ଅଭାବ ଦର୍ଶାଇ ଓଡ଼ିଶାର

ଭର୍ଣ୍ଣାକୁଲାଇ ସ୍କୁଲମାନଙ୍କରେ ବଙ୍ଗାଳା ଭାଷା ପ୍ରଚଳନ

ଚେଷ୍ଟାରେ ଓଡ଼ିଆ ଭାଷା ଆସନ୍ନ ବିପଦରୁ ରକ୍ଷା ପାଇଥିଲେ ,ସେମାନେଙ୍କ ମଧ୍ଯରେ ଚନ୍ଦ୍ରମୋହନ ମହାରଣା ଥିଲେ ଅନ୍ଯତନ; ତାଙ୍କ ଲିଖିତ ଅନେକ ଓଡ଼ିଆ ବହିପାଠ୍ଯପୁସ୍ତକ ର ମାନ୍ଯତା ପାଇଥିଲେ। ର ଅଧାନାଥଙ୍କ ସମସାମୟିକ ଭାବେ ଅଥବା ତାଙ୍କ ପରବର୍ତ୍ତୀ ସମୟତରେ ଯେଉଁ କେତେଜଣ ସ୍ବନାମଧନ୍ଯ ବାଣିସାଧକ ଉଭୟ ଗଦ୍ଯ ଓ ପଦ୍ଯ ରଚନାରେ ବିଶେଷ କୃତିତ୍ବ ପ୍ରଦର୍ଶନ କରେଛନ୍ତି ତନ୍ମଧ୍ଯରୁ ସ୍ବର୍ଗତ ଚନ୍ଦ୍ରମୋହନ ମହାରଣା ଅନ୍ଯତମ । ଜଣେ ନିୟମିତ ପାଠ୍ଯପୁସ୍ତକ ଲେଖକ ହିସାବରେ ସେ ସୁପରିଚିତ ଥିଲେ ।ଉଭୟ ଓଡ଼ିଆ ଓ ଇଁରେଜୀ ବ୍ଯାକରଣରେ ତାଙ୍କର ବିଶେଷ ପ୍ରବେଶ ଥିବାରୁ ତାଙ୍କୁ ମୁଖ୍ଯୁତଃ ଜଣେ ବୈୟାକରଣିକ ବୋଲି କୁହାଯାଉଥିଲା । ସେ ପଦ୍ଯ ଓ ଗଦ୍ଯ ବ୍ଯତୀତ ନିମ୍ନ ପ୍ରାଥମିକ ଶ୍ରେଣୀଠାରୁ ଆରମ୍ଭ କରି ଉଚ୍ଚସଶ୍ରେଣୀର ଅଧ୍ଯାପନା ନିମିତ୍ତ ଏକାଧିକ ବ୍ଯାକରଣ ପୁସ୍ତକ ରଚନା କରିଛନ୍ତି । ୧୯୧୦ ମସିହାରେ ପ୍ରଥମ "ଓଡ଼ିଆ ବ୍ଯାକରଣ " ପ୍ରକାଶିତ ହୋଇଥିଲା ଓ ଏହା ପଞ୍ଚମ ଶ୍ରେଣୀର ପାଠ୍ଯକ୍ରମ ପାଇଁ ଉଚ୍ଚଶିକ୍ଷା ଡାଇରେକ୍ଟରଙ୍କ ଦ୍ବାରା ନିର୍ବାଚନା ହୋଇଥିଲା । ତାଙ୍କର "ରଚନା ଶିକ୍ଷା " ନାମକ ତାଙ୍କର ଆଉ ଏକ ପାଠ୍ଯପୁ୍ସ୍ତକ ପ୍ରାଥମିକଶ୍ରେଣୀ ରେ ଚଳୁଥିଲା । ଚିନ୍ତାମୂଳକ , ବର୍ଣ୍ଣାନାମୂଳକ ତଥ୍ଯ ମୂଳକ ପ୍ରବନ୍ଧ ସବୁ ଉଲ୍ଲିଖିତ ପ୍ରବନ୍ଧ ପୁସ୍ତକ ରେ ସନ୍ନିବେଶିତ ହୋଇଥିଲା । ଜଣେ ଉଚ୍ଚକୋଟିର ଶିକ୍ଷାବିତ୍ ଭାବେରେ ଅଧ୍ଯାପନା ସଂଜାତ ଅଭିଜ୍ଞତା ନେଇ ସେ ଯେଉଁ ଅଭାବ ଓ ଆବଶ୍ଯକତା ଅନୁଭବ କରୁଥିଲେ , ତାହାକୁ ପୂରଣ କରିବା ନିମିତ୍ତ ପାଠ୍ଯପୁସ୍ତକ ଲିଖନରେ ମନୋନିବେଶ କରିଥିଲେ । ପ୍ରତିଷ୍ଟିତ 'ଉତ୍କଳ-ସାହିତ୍ଯ 'ଓ 'ସଂସ୍କାର 'ଆଦି ପତ୍ରପତ୍ରିକାରେ ସେ ଜଣେ ନିୟମିତ ପ୍ରବନ୍ଧ ଲେଖକ ଥିଲେ ।ତାଙ୍କ ଲିଖିତ ପ୍ରବନ୍ଧ ମାନଙ୍କ ମଧ୍ଯ ରୁ ' ଭୂଗୋଲ ବିଦ୍ଯା ','ଶ୍ରଧର ସ୍ବାମି' 'ଇତିହାସ' ଓ ' ସ୍ବପ୍ନ ' ଆଦି ଉଲ୍ଲେଖଯୋ ଗ୍ଯ । 'ନବୋଦ୍ଯମ ' ନାମକ କବିତା ପୁସ୍ତକ ରେ ତାଙ୍କ ରଚିତ ସଂକଳିତ । କଥାବଳୀ (ପ୍ରଥମ ଭାଗ), କଥାବଳୀ (ଦ୍ବିତୀୟଭାଗ ) ତାଙ୍କ ରଚିତ ଅନ୍ଯ ଦୁଇଟି ଉଲ୍ଲେଖଯୋ ଗ୍ଯ ପାଠ୍ଯପୁସ୍ତକ । ଏହି ଦୁଇ ପୁସ୍ତକରେ ଉଭୟ ଗଦ୍ଯ ଓ ପଦ୍ଯରେ ଲିଖିତ ବିଷୟ ବିବିଧ ସନ୍ନିବେଶିତ ।ସେଥିପାଇଁ ତାଙ୍କର ଲେଖାଗୁଡ଼ିକ ଅଧିକାଂଶ ନୀତି -ଉପଦେଶାତ୍ମକ। ସେଥିରେ ମଧ୍ଯ ତାଙ୍କ କବି ଚିତ୍ତର ସ୍ବତଃସ୍ପୁର୍ତ୍ତ ଅଭିବ୍ଯକ୍ତି ପରିସ୍ଫୁଟ ।ଚନ୍ଦ୍ରମୋହ ନବାବୁ ତାଙ୍କ ଲିଖିତ ପାଠ୍ଯପୁସ୍ତକର ମୁଦ୍ରଣ ଓ ପ୍ରସାର ପାଇଁ ମ୍ଯାକ୍ ମିଲାନ୍ କମ୍ପାନୀ କୁ ସର୍ବସ୍ବତ୍ତ୍ବ ଲେଖିଦେଇଥିଲେ । ଦିର୍ଘ ଦିନ ଧରି ଓଡ଼ିଶାର ପ୍ରାଥମିକ ଶ୍ରେଣୀର ପାଠ୍ଯପୁସ୍ତକ ରୂପେ ଏହି କଥାବଳୀ (୧ମଭାଗ )ଓ କଥାବଳୀ (୨ୟଭାଗ ) ପ୍ରଚଳିତ ଥିଲା ।ପ୍ରକୃତି ଚିତ୍ରଣରେ ତାଙ୍କର ଦୃଷ୍ଟିଭଙ୍ଗୀ ଅନ୍ଯବଦ୍ଯ ।ଶିଶୁ ପ୍ରାଣରେ ଐଶୀଭାବନା ଜାଗରଣ ପାଇଁ ସେ ପଦେ ପଦେ ଚେଷ୍ଟା କରିଛନ୍ତି । ବିଶ୍ବର ବିଶାବତା ଏବଂ ମହାନଦୀ ସଂଦର୍ଶନ କରି କବି ଅନୁଭବ କରିଛନ୍ତି , ସତେ

ଅବା ତାହାରି ମଧ୍ଯ ରେ ଅନନ୍ତ ଶକ୍ତି ରାଜପଣ କରୁଛି । ସେହି ପରମେଶ୍ବର  ସର୍ବତ୍ର ବିଦ୍ଯମାନ 

ଅଛନ୍ତି । ତାହାରି ମହିମା ଉପଲବଧି କରି ସେ ସନ୍ତୋଷ ଲାଭ କରିଛନ୍ତି । କଥାବଳୀ ରେ ଶିଶୁପାଠ ଉପ ଯୋଗୀ ଯେଉଁ କବିତା ସ୍ଥାନ ଲାଭ କରିଛି ସେ ଗୁଡ଼ିକ ମଧ୍ଯରେ କେତୋଟି କଥା କବିତା ହେଲେ ହେଁ ଅଧିକାନ୍ଶ କବିତାରେ ପ୍ରକୃତି ଚିତ୍ରଣ କରାଯାଇଛି । ଉକ୍ତ କବି ମଧୂସୂଦନଙ୍କ ପରି ସେ ମଧ୍ଯ ଛଅ ଋତୁର ବର୍ଣ୍ଣାନା କରିଛନ୍ତି । ଚନ୍ଦ୍ରମୋହନଙ୍କ ଋତୁବର୍ଣ୍ଣନାରେ ଉପମା ପ୍ରୟୋଗ ଏକାନ୍ତ ଭାବବ୍ଯଞକ । ବେଳେବେଳେ କବି ଦାର୍ଶନିକ ଚିନ୍ତାରେ ଅନୁପ୍ରାଣିତ ହୋଇ ଲେଖନୀ ଚାଳାନା କରିଛନ୍ତି । ଚନ୍ଦ୍ରମୋହନଙ୍କ କଥାବଳୀସ୍ଥ କବିତାରେ ବିଭିନ୍ନ ରାଗ ସମ୍ବଳିତ । ଗ୍ରୀଷ୍ମ କବିତାଟି ମଙ୍ଗଳ ରାଗରେ , ବର୍ଷାକବିତାଟି ଆଷାଢ଼ ଶୁକ୍ଲ ରାଗରେ , 'ଶରତ ' ରାମକେରି, 'ହେମନ୍ତ' କଳହଂସ କେଦାର 'ଶିଶିର ' କଲ୍ଯାଣ ଆହାର ଓ' ବସନ୍ତ ' ବଙ୍ଗଳାଶ୍ରୀ ରାଗରେ ବିରଚିତ । ଚନ୍ଦ୍ରମୋହନ ବାବୁଙ୍କ ର ବହୁ ପାଣ୍ଡୁଲିପି ଅପ୍ରକାଶିତ । ଅନେକ କହନ୍ତି ,ତାଙ୍କ ଲିଖତ ପ୍ରବନ୍ଧ ଓ କବିତା ଗୁଡ଼ିକ ସେ ବାରମ୍ବାର ସଂଶୋଧନ କରୁଥିଲେ । ତେଣୁ ଗୋଟିଏ ଲେଖା ଶେଷ ହେବା ପାଇଁ ବହୁ ସମୟ ଦରକାର ପଡୁଥିଲା । ତାଙ୍କ ଲିଖିତ ପ୍ରାୟ ଚାଳିଶଟି ଅପ୍ରକାଶିତ ପାଚଣ୍ଡୁଲିପି ଗୃହଦାହରେ ଭସ୍ମ ହୋଇଯାଇଥିଲା ।






'

ଶ୍ରୀଯୁକ୍ତ ଚନ୍ଦ୍ରମୋହନ ମହାରଣା ଜଣେ ଆଦର୍ଶ ଶିକ୍ଷକ ଓ ସୁସାହିତ୍ଯିକ ଭାବରେ ଓଡିଶାର ପୁରପଲ୍ଲୀରେ ଜଣାଶୁଣା । ଏହି ପୁରୁଷଙ୍କ ବାଲ୍ଯାବସ୍ଥା ଯେପରି ଉତ୍କଟ ଦାରିଦ୍ର ଜନିତ ଦାରୁଣ କଷ୍ଟରେ କଟିଥିଲା, ଶେଷଜୀବନ ସେହିପରି କଟିଥିଲା ଯନ୍ତ୍ରଣା ଜର୍ଜରିତ ରୋଗ୍ଗ୍ରସ୍ତ ହୋଇ ।


ଶତ୍ରୁମାନେ ତାଙ୍କର ଗୃହଦାହ କରି ଦେଇଥିଲେ । ତାଙ୍କ ଜୀବନସାରା ଜମିବାଡି ସଂକ୍ରାନ୍ତୀୟ ମାଲିମୋକଦ୍ଦମା ଲାଗିରହିଥିଲା । ସେ ଥିଲେ ସଫାସୁତୁରା, ସ୍ବାସ୍ଥ୍ଯରକ୍ଷା ପ୍ରତି ଧ୍ଯାନଶୀଳ । ସେ ଦିଙ୍କୁ ଚାରିଥର ସ୍ନାନ କରୁଥିଲେ । ନିୟମିତ ପ୍ରାଣାୟାମ କରୁଥିଲେ । ପ୍ରାଣାୟାମଗତ ତ୍ରୁଟି ଯୋଗୁଁ ସେ ଗ୍ରହଣୀ ରୋଗରେ ପୀଡିତ ହୋଇ ୧୯୨୯ ମସିହା ଏପ୍ରିଲ୍ ୯ ତାରିଖରେ ପରଲୋକ ଗମନ କରିଥିଲେ ।


ବ୍ଯକ୍ତିଗତ ଜୀବନରେ ଉଚ୍ଚକୋଟୀର ଚରିତ୍ରବତ୍ତା, ଶିକ୍ଷକ ଭାବରେ ନିଷ୍ଠାପର କର୍ମତ୍ପରତା ଓ ସାହିତ୍ଯ ରଚନାରେ ମଔଳିକତା ପ୍ରଦର୍ଶନ କରି ଚନ୍ଦ୍ରମୋହନ ସମସାମୟିକ ନେତୃସ୍ଥାନୀୟ ବ୍ଯକ୍ତି ତଥା ତାଙ୍କର ଗୁଣମୁଗ୍ଧ ଯଶସ୍ବୀ ଛାତ୍ରମାନଙ୍କ ସୃତିରେ ଯେପରି ଦେଦିପ୍ଯମାନ ରହିଛନ୍ତି ସେଥିରୁ ଆଜିର ଶିକ୍ଷକ ତଥା ଛାତ୍ରସମାଜ ପ୍ରେରଣା ଲାଭ କଲେ ଓଡିଶାର ଶିକ୍ଷକ- ପ୍ରଶିକ୍ଷଣ, ଶିକ୍ଷା-ପ୍ରଶାସନ ଯେ ସମୃଦ୍ଧ ହୋଇପାରନ୍ତା, ଏହା ସବୁମନ୍ତେ ଆଶା କରିଜାଇପାରେ ।

                                                                                 ଛବି
                                                                               ୪୭               ସ୍ମରଣୀୟ  ସଂସ୍କୃତ ଶିକ୍ଷକ ପଣ୍ଡିତ ହରିହର ଦାଶଶର୍ମା

                                               ଡକ୍ଟର ରବିନାରାୟଣ ଦାସ

ଉତ୍ତର ପ୍ରଦେଶ ଅନ୍ତର୍ଗତ ବଳରାମପୁର ରାଜପ୍ରାସାଦର ରାଜସଭା ପ୍ରବେଶ କଲେ ଜଣେ ସୋମ୍ଯଦର୍ଶନ ଯୁବକ । ରାଜାଙ୍କୁ ସଂବାଦ ଦିଆଗଲା , ନବଦ୍ବୀପରୁ ଶିକ୍ଷାପ୍ରାପ୍ତ ଜଣେ ପଣ୍ଡିତ ଆସିଛନ୍ତି । ରାଜା ଙ୍କ ନିର୍ଦ୍ଦେଶର ତାଙ୍କୁ ରାଜାଙ୍କ ସମ୍ମୁଖକୁ ପାଛୋଟି ନିଆଗଲା । ରାଜା କେବଳ ନାମମାତ୍ର ରାଜା ନଥିଲେ । ସେ ଜଣେ ପ୍ରବଣୀ ସଂସ୍କୃତ ପଣ୍ଡିତ ।ସେ ଆଗନ୍ତୁକୁଙ୍କୁ ପ୍ରଶ୍ନ କଲେ 'କ୍ବଃ ପୂବଃ '? ଆଗନ୍ତୁକ ପଣ୍ଡିତ ଉତ୍ତର ଦେଲେ 'ପୂରୀ ପୂର୍ଣ୍ଣଃ' । ବେଶ , ଏଇ କଥା ଦୁଇପଦ ରେ ପରିଚୟ ଓ ଘନିଷଷ୍ଠତା ହୋଇଗଲା । ଆଉ କୁଶଳ ପ୍ରଶ୍ନର ଆବଶ୍ଯକତା ନଥିଲା ।ଅର୍ଥାତ୍ କ୍ବଃ (କେଉଁ) ପୁର (ରୁ ) ବଃ (ଆପଣ) ଆସିଛନ୍ତି । ପୂରୀ ନାମକ ପୁରୀ(ରୁ) ନଃ( ଆମ୍ଭେ ) ଆସିଅଛୁ । ରାଜା ତାଙ୍କ ଆଗମନର ଅଭିପ୍ରାୟ ପଚାରିଲେ । 'ଜଗନ୍ନାଥ- ପୂରୀ ' ଧାମରେ ଗୋଟିଏ ସଂସ୍କୃତ ବିଦ୍ଯାଳୟ ସ୍ଥାପନ ନିମନ୍ତେ ଆର୍ଥିକ ଅନୁଦାନ ଲାଗି ପଣ୍ଡିତେ ଅନୁରୋଧ ବ୍ଯକ୍ତ କଲେ । ରାଜା ତ ତ୍କ୍ଷଣାତ ତାହା ପୂରଣ କରିଥିଲେ । ପଣ୍ଡିତେ ତାଙ୍କୁ ପୂରୀ ଆସିବାକୁ ନିବେଦନ କରି ଫେରିଲେ ।ରାଜା ତହିଁ ପରବର୍ଷ ପୂରୀକୁ ତୀର୍ଥଯାତ୍ରା ରେ ଆସି ସଂସ୍କୃତ ବିଦ୍ଯାଳୟଟି ଦେଖି ମୁଗ୍ ଧ ହେଲେ ଏବଂ ଜଗନ୍ନଥଙ୍କ ନିମନ୍ତେ ବିକ୍ଷ୍ଯ ଭୋଗବାବଦରେ ପ୍ରଦାନ କରବାକୁ ଯାଉଥିବା ଅର୍ଥକୁ ବିଦ୍ଯାଳୟ ତଥା ଛାତ୍ରବୃତି ନିମନ୍ତେ ଖଞ୍ଜଦେଲେ । ପ୍ର ତ୍ଯେକ ଛାତ୍ରଙ୍କ ପାଇଁ ବୃତ୍ତି ଥିଲା ମାସିକ ତିନି ଟଙ୍କା । ଏଇ ପଣ୍ଡିତ ହେଉଛନ୍ତି ସ୍କୁଲର ପ୍ରତିଷ୍ଟାତା ପଣ୍ଡିତ ହରିହର ଦାଶଶର୍ମା।

ନବଦ୍ବୀପରେ କେବେ ତାଙ୍କର ଅଧ୍ଯୟନ ଆରମ୍ଭ ହେଲା କହିବା କଷ୍ଟକର ।ତଥାପି ନଦୀୟାର ସଂସ୍କୃତ ଟୋଲମାନଙ୍କରେ ଅନୁସନ୍ଧାନ କରିଥିବା କାୱଲ ସାହେବଙ୍କ ୧୮୬୪ ମସିହା ରପୋଟ ଅନୁସାରେ ଜନୈକ ହରିହର ଶିରୋମଣିଙ୍କ ଦ୍ବାରା ଗୋଟିଏ ସଂସ୍କୃତ ତୋଲ ସେଠାରେ ପରିଚିତ ହେଉଥିଲା। ସମ୍ଭବତଃ ପଣ୍ଡିତ ହରିହର ଏହି ଟୋଲର ଅଧ୍ଯାପନ କାର୍ଯ୍ଯ ରେ ଚିଯୁକ୍ତ ଥିଲେ । କିନ୍ତୁ 'ଉତ୍କଳ ଦୀପିକା 'ରୁ ଜଣାଯାଏ , ସେ କଲିକତା ସଂସ୍କୃତ କଲେଜରେ ପ୍ରଚଳିତ ସିଲାବସ୍ ଅନୁସାରେ ପରୀକ୍ଷା ରେ ଦେଇ ଯୋଗ୍ଯ ତା ହାସଲ କରିଥିଲେ । ପୂର୍ବରୁ ବିଦ୍ଯାଳ ୟ ପରିଚାଳନାର ଅଭିଜ୍ଞତା ଥିବା ହେତୁ ଫୂରୀରେ ନ ଅଙ୍କ ଦୁର୍ଭିକ୍ଷ ସମୟ ରେ ଥିବାର ଜଣାଯାଏ । ପୁଣି ୧୮୭୨ ମସିହାରେ କଟକ ନର୍ମାଲ ଗୁରୁଟ୍ରେନିଂ ବିଦ୍ଯାଳୟରୁ ଶେଷ ପରୀକ୍ଷାରେ ଦ୍ବିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଜନୈକ ହରିହର ଦାଶଙ୍କ ପରିଚୟ ମିଳେ । ସେ ସମ୍ଭବତଃ ଏହି ହରହର ଦାଶ ଅଟନ୍ତି ।କାରଣ ପ୍ରଧାନ ଶିକ୍ଷକ ବା ଶକ୍ଷକ ହେବା ପାଇଁ

ହୁଏତ ସରକାର ଟ୍ରେନିଂ କୁ ଏକ ଅବଶ୍ଯକ ଯୋଗ୍ଯତା ରୂପେ ରଖିଥିଲେ ।ଫଳରେ ସେ 

ସେଠାରେ ଟ୍ରେନିଂ ନେଉଥିଲେ ।ଆଉ ମଧ୍ଯ ୧୮୭୦ ମସିହାରେ ପଣ୍ଡିତ ହରିହର ବଙ୍ଗଳା ଭାଷାରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିବା ଉତ୍କଳ ଦୀପିକାରୁ ଜଣାଯାଏ ।ପଣ୍ଡିତ ହରିହର ବଙ୍ଗଳା ରେ ଦୀର୍ଘଦିନ ସବସ୍ଥାନ କରିଥିବାରୁ ଏପରି ଏକ କାର୍ଯ୍ଯରେ ସେ ପ୍ରବୃତ୍ତ ହୋଇଥିବା ଅନୁମିତ ହୁଏ ।

       ପଣ୍ଡିତ  ହରିହର  କେବଳ  ସଂସ୍କୃତ   ସ୍କୁଲର  ପ୍ରଧାନ  ଶିକ୍ଷକ  ନଥିଲେ ,ସେ  ବହୁ
ଜନହିତକର କାର୍ଯ୍ଯରେ ମଧ୍ଯ ବ୍ରତୀ  ଥଲେ ।ସେଥିମଧ୍ଯରୁ ' ମୁକ୍ତିଣ୍ଡପ ସଭାର ସଦସ୍ଯ

ରୂପେ ସେ ଏକ ପ୍ରମୁଖ ଭୂମିକା ମଧ୍ଯ ଗ୍ରହଣ କରିଥିଲେ । ସ୍ବାଧୀନ ଭାବେ ଶାସ୍ତ୍ରବଧ ଅନୁସାରେ ବିବିଧ ବ୍ଯବସ୍ଥା ଦେବା ଦ୍ବାରା ମୁକ୍ତିମଣ୍ଡପ ରାଜାଙ୍କ ହସ୍ତକ୍ଷେପରୁ ମୁକ୍ତ ହୋଇଥିଲେ। ସେ ପୁରୀରେ ଗୋଟିଏ ସମିତି ଗଠନ କରି ଲୋକମାଙ୍କୁ ମେଲେରିଆ ବଟିକା ବିତରଣ କରୁଥିଲେ ଏବଂ କୁଇନାଇନ୍ ବଟିକା ଦ୍ବାରା ଲୋକମାଙ୍କୁ ମେଲେରିଆ ରକ୍ଷା କରିବାରେ ବ୍ଯବସ୍ଥା କରିଥିଲେ ।ପୁରୀର ଏହି ସୋସାଇଟି ଦ୍ବାରା ଅର୍ଥ ସଂଗୃହୀତ ହୋଇ ନରେନ୍ଦ୍ର ପୁଷ୍କରିଣୀ ,ଜଗନ୍ନାଥବଲ୍ଲଭସ୍ଥ ବେଣ୍ଟ ପୋଖରୀ ଆଦିର ସଂସ୍କାର ବ୍ଯବସ୍ଥ କରାଯାଇଥିଲା,ଏବଂ ପଣ୍ଡିତ ହରିହର ଏଥିରେ ଅଗ୍ରଣୀ ଥିଲେ ।ସେ ପୁରୀର ସ୍ବାସ୍ଥ୍ଯ ଉନ୍ନତି ନିମନ୍ତେ ଭୁ କାର୍ଯ୍ଯ କରିଥିଲେ।

     ପଣ୍ଡିତ ହରିହର ସଂସ୍କୃତ ବିଦ୍ଯାଳୟରେ ପୁସ୍ତକାଗାର ନିମନ୍ତେ ଚାନ୍ଦା ସଂଗ୍ରହ କରିବାକୁ

ବିଦ୍ଯାଳୟରୁ ଛୁଟି ନେଇ ଓଡ଼ିଶା ବାହାରକୁ ଯାଉଥିଲେ ।'ଉତ୍କଳ ଦୀପିକା 'ରୁ ଜଣାଯାଏ ସେ ସାତଶହ ଟଙ୍କାର ପୁସ୍ତକ ସଂଗ୍ରହକରି ସ୍କୁଲ ପାଠାଗାର ନିମନ୍ତେ ପଠାଇଥିଲେ ।ପୁସ୍ତକ ସଂଗ୍ରହ ପାଇଁ ସେ ଦାନ ଗ୍ରହଣ ଓ ବକୃତା ଦେଇ ଅର୍ଥ ସଂଗ୍ରହ କରୁଥିବା ମନେହୁଏ ।ଜଣେ ପ୍ରବୀଣ ବାଲା ଥିବା ହେତୁ କଲିକତାର ଜାତୀୟ କାଉନ୍ସିଲ୍ ରେ ସେ ୧୯୭୨ ଖ୍ରୀଷ୍ଟାବ୍ଦରେ ନ୍ଯାୟ କୁସୁମାଞ୍ଜଳି ଉପରେ ଭାଷଣ ଦେଇଥିଲେ ଏବଂ ରାଜା କାଳିକୃଷ୍ଣ ବାହାଦୁର ସଭାପତି ହୋଇଥିଲେ । ଏହି ସଭାରେ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଉପସ୍ଥିତ ଥିବା ଉତ୍କଳ ଦୀପିକାରୁ ଜଣାଯାଏ ।ଏହା ଦ୍ବାରା ସେ ସଂସ୍କୃତ ବିଦ୍ଯାଳୟର ପାଠାଗାରକୁ ଯଥେଷ୍ଟ ପରିମାଣରେ ଉନ୍ନତ କରିପାରିଥିଲେ । ଉତ୍କଳ ଦୀପିକା ତାଙ୍କର ଏହି ଉଦ୍ଯମର ପ୍ରଶଂସା କରିବା ସହ ତାଙ୍କର ସଫଳତା କାମନା କରିଥିଲେ ।

              କଲିକତା ସଂସ୍କୃତ କଲେଜରେ ଓଡ଼ିଆ ଅଧ୍ଯୟନ କରୁଥିବାରୁ ପଣ୍ଡିତ ହରିହର

ଦୁଖଃ ପ୍ରକାଶ କରିବା ସହିତ ଚାରି ପାଞ୍ଚଜଣ ଗ୍ରାସାଚ୍ଛାଦବ ଭାର ବହନ କରିବା ନିମନ୍ତେ 'ଉତ୍କଳ ଦୀପିକା 'ର ସଂପାଦକଙ୍କୁ ଅନୁରୋଧ କରିଥିଲେ ।'ଉତ୍କଳ ଦୀପିକା ' ମଧ୍ଯ ଧନିକ ବ୍ଯକ୍ତିମାନଙ୍କୁ ସେପରି ଛାତ୍ରଙ୍କର ପୃଷ୍ଠପୋଷକ ହେବା ନିମନ୍ତେ ସ୍ବତନ୍ତ୍ର ଭାବରେ ନିବେଦନ ପ୍ରକାଶ କରିଥିଲେ ।

         ମାତ୍ର ୧୮୭୩ ମସିହା ନଭେମ୍ବର -ଡିସେମ୍ବର ମାସରେ ସେ ଭୀଷଣ ରୋଗଗ୍ରସ୍ତ ହୋଇ

କଟକକୁ ଫେରି ଆସିଥିଲେ ।ତାଙ୍କର ଚିକିତ୍ସା ନିମନ୍ତେ ଉତ୍କଳ ଦୀପିକା ୩୪ ଟଙ୍କା ସଂଗ୍ରହ କରିଥିଲେ । କିନ୍ତୁ କ୍ରମେ ସେ ଅଧିକ ପୀଡ଼ିତ ଓ ପରେ ପାଗଳ ହୋଇଯାଇଥିଲେ । ଶେଷ ଜୀବନରେ ସେ ଅଗ୍ନିଦଗଧ ହୋଇ ମୃତ୍ଯ ବରଣ କରିଥିଲେ ।୧୮୭୪ ମସିହା ଫେବୃୟାରୀ ମାସରେ ତାଙ୍କର ମୃତ୍ଯ ହୋଇଥିଲେ ।

        ପଣ୍ଡିତ ହିରହର ପାଣ୍ଡିତ୍ଯ ସଂପର୍କରେ ଜଣାଯାଏ ,ସେ ଭକ୍ତକବି ମଧୁସୂଦନଙ୍କ 

ହୁରୁଥିଲେ ଏବଂ ରାଧାନାଥ ରାୟ ତାଙ୍କଠାରୁ କଠିନ ସଂସ୍କୃତ ଶବ୍ଦମାନଙ୍କର ଅର୍ଥ ବୁଝୁଥିଲେ । ସେ ମଧ୍ଯ ଜଗନ୍ନାଥ ଧର୍ମ ସପକ୍ଷରେ ଯୁକ୍ତିକରି ଆର୍ଯ୍ଯ ସମାଜର ପ୍ରତିଷ୍ଠାତା ଦୟାନନ୍ଦ ସରସ୍ବତୀଙ୍କୁ ବିଶ୍ବକବି ରବୀନ୍ଦ୍ରନାଥଙ୍କ ପିତା ଦେବେନ୍ଦ୍ରନାଥଙ୍କ ବାସଭବନରେ ତର୍କ ସଭା ରେ ପରାଜିତ କରିଥିଲେ ।ପଣ୍ଡିତ ଗୋପବନନ୍ଧୁ ଗୁରୁ ମୁକ୍ତାର ରାମଚନ୍ଦ୍ର ଦାଶଙ୍କର ଗୁରୁରୂପେ ପଣ୍ଡିତ ହରିହର ପୁରୀରେ ପରିଚିତ ଥିଲେ ।

                  ପଣ୍ଡିତ ହରିହରଙ୍କ ସଂସ୍କୃର ମୂଳକ କର୍ମର ଆଭିମୁଖ୍ଯ ଥିଲେ ନବ୍ଯ ଓ ପୂରାତନର

ସମନ୍ବୟର ସଂଘଟନ ।ସମାଜ ସଂସ୍କାର ନିମନ୍ତେ ସେ ଦର୍ଶାଇଥିଲେ ଯେ ପୋଷକ ପରିଚ୍ଛଦର ପରିଧାନ ଓ ନାନା ଧର୍ମର ଲୋକମାନଙ୍କ ସହିତ କଥୋପକଥନ, ଆହାର ଓ ବ୍ଯବହାର ଦ୍ବାରା ଜାତିଭ୍ରଷ୍ଟ ହେବା ଧାରଣା ଭ୍ରାନ୍ତି । ସେଥିପାଇଁ ସେ ସାହେବୀ କାଇଦାରେ ପୋଷାକ ପିନ୍ଧି ଘୋଡାରେ ଚଡ଼ି ଗାଁ ଗାଁ ରେ କାଗଜରେ ଲାଖିବା ଓ ସ୍କୁଲ ବାସାଇବା ଆଦି କାର୍ଯ୍ଯ କରୁଥିଲେ ।

ସେତେବେଳେ ଲୋକଙ୍କ ଧାରଣା ଥିଲା ଯେ କାଗଜ ଛୁଇଁଲେ ଜାତିଯାଏ ଓ ଲୋକେ ଖ୍ରୀଷ୍ଟୀୟାନ

ହୋଇଯାଆନ୍ତି ।ସେ ପୁରୀ ଜିଲ୍ଲାର ଶିକ୍ଷା କମିଟିର ସଭ୍ଯଥିଲେ । ଏହି ଦାୟିତ୍ବରେ ସେ ଜିଲ୍ଲାର (୫୧) ବିଭିନ୍ନ ସ୍ଥାନରେ ସଂସ୍କୃତ ଟୋଲମାନ ବସାଇଥିଲେ |ପୁରୀର ସଂସ୍କୃତ ବିଦ୍ଯାଳୟରେ ସେ ପିଲାମାନଙ୍କୁ ଇଂରାଜୀ ଶିକ୍ଷା ମଧ୍ଯ ଦେଉଥିଲେ | ତାଙ୍କ ଗ୍ରାମ ଶ୍ରୀରାମଚନ୍ଦ୍ରପୁରର ସଂସ୍କୃତ ଟୋଇଟି ସେ ବୋସାଇଥିଲେ ଏବଂ ସତ୍ଯବାଦୀ ସ୍କୁଲ୍ ର ପ୍ରତିଷ୍ଠା ହେବାବେଳେ ସେଇଟା ସତ୍ଯବାଦୀ ବିଦ୍ଯାଳୟକୁ ଉଠିଆସିଥିଲେ |ପରେ ତାହା ବିଦ୍ଯାଳୟରୁ ଅଲଗା ହୋଇ ଅଦ୍ଯାବଧୀ ସତ୍ଯବାଦୀରେ ରହିଛି |ପଣ୍ଡିତ ହରିହର ' ଭାରତ ବିବରଣ ' ନାମରେ ଏକ ପୁସ୍ତକ ରଚନା କରିଥିଲେ ଏବଂ ତାହାପାଠ୍ଯପୁସ୍ତକ ରୂପେ ନିର୍ବାଚିତ ହୋଇଥିବା 'ଉତ୍କଳ ଦୀପିକା 'ରୁ ଜଣାଯାଏ |ମାତ୍ର ୩୨ ବର୍ଷ ବୟସରେ ଏହି ସୁଗନ୍ଧିତ ପୁଷ୍ପଟି ଅକାଳରେ ଝରିଯାଇଥିଲା | 'ଉତ୍କଳ ଦୀପିକା ' ଗୋପବନ୍ଧୁ, ନୀଳକଣ୍ଠ , ଗୋଦାବରୀଶ, ସଦାଶିବ ମିଶ୍ର ପ୍ରମୁଖ ଲେଖାରେ ଜଣେ ମୌଳିକ ସଂଗଠକ ଓ ସଂସ୍କାରକ ଭାବରେ ସେ ସ୍ମରଣୀୟ ରହିଛନ୍ତି |

                       ପଣ୍ଡିତ   ଗୋପବନ୍ଧୁ   ହରିହରଙ୍କ   ପ୍ରତିଭାକୁ     ସମ୍ମାନ   ଜଣାଇ କହିଛନ୍ତ :
                             "ମୂକ    ହୋଇକରି                                        ଆସିଯାଏ   ହରି
                                                          ଯେବେ    ରହିଥାନ୍ତି       ବଞ୍ଚି
                                   ଓଡିଆଙ୍କ    ହାତେ    ଦେଇଥାନ୍ତେ   ସତେ
                                                            ଉନ୍ନତି-ଭଣ୍ଡାର     କାଞ୍ଚି |
                                       **                        **                       **                      **
                               ଉତ୍କଳ  ମଣ୍ଡଳେ                                          ନବ୍ଯ           ସଭ୍ଯ
                                                        ସର୍ବେ       ଆଜି             ସ୍ୱାର୍ଥପର
                                 ଆସ        ହରିହର                                ପଣ୍ଡିତ          ପ୍ରବର
                                                      ସମାଜ            ସଂସ୍କାର        କର         |"
                                                                    


                                                                                            ( ଛବି)                                                                                                     
                                                      (  ଛବି)
  ଋଷିପ୍ରତିମ      ଶିକ୍ଷକ
  ଆଚାର୍ଯ୍ଯ          ହରିହର    ଦାସ
  ଡକ୍ଟର      ରବୀନ୍ଦ୍ରକୁମାର      ପ୍ରହରାଜ
"ହରିହର  ବାବୁ  ମୋଟେ ଏଫ  ଏ ପାସ୍  କରିଥିଲା।କିନ୍ତୁ ସେ ଥିଲା ଆମ ସମସ୍ତଙ୍କର'ହରିଭାଗନୀ'।ସେବା  ଓଚିରିତ୍ରବତ୍ତାରେ  ଆମେମାନେ ତାଙ୍କୁ   ଆଦର୍ଶ  କରି  ଧରିଥିଲୁ।ସେ  ମିଛ  କହି  ଜାଣୁ  ନଥିଲା।ଶିଖିବା  ପାଇଁ  ରାତି  ହୋଇ  ପାଞ୍ଚ ଥର  ଆବୃତ୍ତିକଲେ  ମଧ୍ଯ  କହିଲାବେଳକୁ  ସତଟା  ପାଟିରୁ ଗାଳି ପକାଥିଲେ।ତାଙ୍କ  ହୃଦୟ   ସମସ୍ତଙ୍କ  ପ୍ରତି  ଅସୀମ  ସ୍ନେହ  ଓ  କ୍ଷମାରେ ପୂରି  ରହିଥିଲା।"ପଣ୍ଡିତ   ଗୋଦାବରୀଶଙ୍କର  ଆଚାର୍ଯ୍ଯ ହରିହରଙ୍କ  ସଂପର୍କରେ  ଏସୁତିଚାରଣ ସମକାଳୀନ   ଏକାଧୀକ  ବ୍ଯକ୍ତିଙ୍କର ଆତ୍ମ  ଜୀବନୀରେ  ଅନୁରୂପଭାବେ  ବ ହୁଭାବରେ  କଥିତ  ଓସମର୍ଥିତ।ପଣ୍ଡିତ   ହୀତକଂଠ୍,ଜଷ୍ଟିସ୍  ହରିହର  ମହାପାତ୍ର , ଡକ୍ ଟର  ସଦାଶିବ  ମିଶ୍ର,  ଶକ୍ଷାବିଦ୍  ଚନ୍ଦ୍ରଶେଖର  ମିଶ୍ର  ଓ  ଅନ୍ଯମାନେ  ଆଚାର୍ଯ୍ଯ  ହରିହରଙ୍କର     ଅନନୁକରଣୀୟ    ଚାରିତ୍ରିକ  ମହାନତା ,କର୍ତ୍ତବ୍ଯନିଷ୍ଟା   ଓ  ସେବା  ପରାୟଣତାର  ସ୍ୱତଃସ୍ଫୂର୍ତ୍ତ   ସ୍ମୃତିଚାରଣ    କରିଯାଇଛନ୍ତି।
                                       (୫୨) ଏ  ସବୁଥିରୁ  ମନେହୁଏ  ସେ ଥିଲେ   ମାନବ  ଦେହୀ   ପ୍ରାଚୀନ  ଗୁରୁକୁଳର   ବ୍ରହ୍ମଦ୍ରଷ୍ଟା ଋଷି ।ସେ   ଲେଖିଛନ୍ତି  ଗୀତାଭାଷ୍ଯ।ଏଫ ଏ  ପାସ ପରେ   ଦାରିଦ୍ର୍ଯ  ବଶତଃ ଅଧିକ  ଦୂର   ବିଦ୍ଯାଳୟଶିକ୍ଷା  କ୍ଷେତ୍ରରେ   କରିଅଗ୍ର  କରି  ନପାରି ସେ  ପ୍ରଥମେ ପ୍ଯାରିମୋହ ନ  ଏକାଡେମୀରେ ଶିକ୍ଷକ  ହୁଅନ୍ତି।

ସେଠାରେ ସେ ଲେଖିଥିବା ଇଂରାଜୀ ବ୍ଯାକରଣ (ଚାଇଲ୍ ଡ୍ ସ୍ ଇଜୀ ଫାଷ୍ଟ ଗ୍ରାମର)ଅର୍ଦ୍ଧକାଳ ଧରି ଓଡିଆ ଛାତ୍ର ମାନଙ୍କର ଇଂରାଜୀ ଶିକ୍ଷାର ଉପାଦେୟତମ ପୁସ୍ତକ ଭାବରେ ଉଭୟ ଛାତ୍ର ଓଶିକ୍ଷକମାନଙ୍କର ସ ହାୟତା କରି ଆସିଥିବା ଏକାନ୍ତ ଅନୁଭୂତିର ବିଷୟ।ଇଂରାଜୀ ଭାଷା ଶିକ୍ଷଣ ଲାଗି ଏହା ଏକ ସରଳ ତଥା ପ୍ରାଂଜଳ ରୀତିରେ ଲିଖୀତ ଏକ ବ୍ଯାକରଣ ପୁସ୍ତକ।ଏ ପୁସ୍ତକଟିକୁ ଆୟର କରିଥିବା ଛାତ୍ର ଇଂରାଜୀରେ କେବେ ହାରିଯିବାର ଦେଖାଯାଏ ନାହିଁ।

      ମାତ୍ର   ସେ  ଇଂରାଜୀ   ଶିକ୍ଷକ  ନଥିଲେ , ଥିଲେ  ଉଚ୍ଚକଟୀର   ଅଙ୍କ   ଶିକ୍ଷକ।  ଅଙ୍କ   ବିଦ୍ଯା    ଶିକ୍ଷାଦାନରେ   ତାଙ୍କର  ପାରଦର୍ଶିତା    ଥିଲା   ସର୍ବସ୍ୱୀକୃତ।ସେଦିନର  ତାଙ୍କ  ଶିକ୍ଷାଦାନର   ସ୍ମୃତିଚରଣ  କରି     ତାଙ୍କର   ଜନୈକ   କୃତୀ   ଛାତ୍ର   ଶିକ୍ଷାବିଦ୍   ଚନ୍ଦ୍ରଶେଖର  ମିଶ୍ର   ଲେଖିଛନ୍ତି :
   "ଆଚାର୍ଯ୍ଯ   ହରିହର  ଅଙ୍କ  ଶିକ୍ଷକ।ଆମ୍ଭେମାନେ  ମନେ  କରୁଥିଲୁ-ଅଙ୍କରେ   ତାଙ୍କପରି  ଶିକ୍ଷକ  ଓଡିଶାରେ  କେହି   ନଥିବେ।ସେ ଗୋଟି ଗୋଟି  କରି ପୁସ୍ତକର   ସମସ୍ତ  ଅଙ୍କ   କଷନ୍ତି  ଏବଂ  ନିଜର   ରଚିତ   ଉଦାହରଣ   ଓ    କୌତୂକ  ପ୍ରଶ୍ନ ସାହାଯ୍ଯରେ   ବିଷୟକୁ  ମଧୁମୟ   କରିଦିଅନ୍ତି।ଆମମାଙ୍କର   ଦଶମ  ଶ୍ରେଣୀ(ସେ୍   କାଳର  ୨ୟ   ଶ୍ରେଣୀ)ରେ    ସେ  ସମସ୍ତ  ପାଠ୍ଯ  ଶେଷ   କରିଥିଲେ।ଜ୍ଯାମିତିର  କେତେଗୁଡିଏ   ପ୍ରତିଜ୍ଞା  ଓ  ଅନୁଶୀଳନୀ  କଷ୍ଟକର  ବୋଧ  ହେଉଥିବ  ସେ  ଜାଣି   ଥିଲେ।ତେଣୁ   ଗୋଟିଏ  ସମ୍ପାଦ୍ଯ  ପଢାଇବେ   ବୋଲି  କହି   ତାହା   ପଢାଇଦିଅନ୍ତି।ତାହାର ଅନୁଶୀଳନୀ  ବୋଲି  କହି   କେତେକ   କରାନ୍ତି।କ୍ଲାସ୍   ଛାଡିଲା  ବେଳକୁ  ଯେଉଁ   ଉପପାଦ୍ଯ    ସାହାର୍ଯ୍ଯରେ  ଅନ୍ଯ  ଯେଉଁ  ଉପପାଦ୍ଯ  ଗୁଡିକ   ସହଜରେ    ହୋଇଥାଏ   ତାହା  ବୁଝାଇ   ଦେଇ     କହନ୍ତି  ଚାରିଟା   ଉପପାଦ୍ଯ   କାଲିକି   ଦିଆଗଲା।ଆମ୍ଭେମାନେ  ଶୁଣିଲାବେଳେ   ବହି   ଦେଖି   ନଥାଉ।ପରେ  ଦେଖୁଁ ,    ସବୁତକ  ସେ   ସରଳ   ଓ ପ୍ରାଜ୍ନଳ   ଭାବରେ   ବୁଝାଇ   ଦେଇ  ସାରିଛନ୍ତି।ସେ    ନିଜେ  ତାଙ୍କ    ଆସ୍ଥାନରେ   ବସିଥାନ୍ତି,  ଯେ   ଯେତେବେଳେ  ଛାତ୍ରାବାସରେ   ଯାହା   ପଚାରେ,  ତାହା   ଅତି    ସ୍ନେହ  ଓ  ଆନନ୍ଦର    ସହିତ  ବୁଝାଇ  ଦିଅନ୍ତି।ସେ   ଅତି   ସରଳ   ବିଶ୍ୱାସୀ,  ଶାନ୍ତ  ଓ   କ୍ରୋଧବିବର୍ଜିତ।କ୍ଲାସ   ଭିତରେ   ତାଙ୍କର   ବଡ  ଗାଳି  'ଅଭଦ୍ର'।ସେ  ସତ୍ଯବାଦୀ   ଓ   ମିଷ୍ଟଭାଷୀ।କପଟାଚାର   ତାଙ୍କଠାରେ   ତିଳେ  ହୋଲେ  ନ ଥିଲେ।ଭଲ   ଭଲ   ଛାତ୍ରମାନଙ୍କୁ   ସେ   ଅନ୍ଯାନ୍ଯ   ଶିକ୍ଷକଙ୍କ    ପରି
           (୫୩) ଭଲପାଆନ୍ତି,କାରଣ  ଶ୍ରେଣୀର  ପାଠ୍ଯଠାରୁ  ଅଧିକ  ବିଷୟ  ପଢୁଥିବା  ଆଗ୍ରହୀଛାତ୍ରମାନଙ୍କୁ  ସେ  ସାହାଯ୍ଯ(ଖୋଜିଲେ)କରନ୍ତି।ମାତ୍ର  କାହାରି ସଂଗେ  ପରାମର୍ଶ  କରିବାକୁ  ସେ କାହାକୁ  ଡକାନ୍ତି ନାହିଁ।ସମସ୍ତଙ୍କ  ପ୍ରତି ତାଙ୍କର  ବ୍ଯବହାର  ସମାନ।"
  ପ୍ଯାରୀମୋହନ   ଏକାଡେମୀରୁ  ପଣ୍ଡିତ  ଗୋପବନ୍ଧୁଙ୍କ   ଡକରା  ପାଇ  ହରିହର ଆସିଥିଲେ   ସତ୍ଯବାଦୀକୁ।ଗୋପବନ୍ଧୁ  ,ହରିହର ,ନୀଳକଂଠ  ଓ  ଗୋଦାବରୀଶ  ଏକ  ହିଁ  ଛାତ୍ରାବାସରେ  ଅନ୍ତେବାସୀ  ଭାବରେ   ପରସ୍ପରର   ଅନ୍ତରଙ୍ଗ  ହୋଇଯାଇଥଲେ।ଚିନ୍ତନ  ,  ମନନ,ସମାଜ  ସେବା  ଓସଂସ୍କାରଗତ  ଅଭିମୁଖ୍ଯରେ  ଗୋପବନ୍ଧୁଙ୍କର  ନେତୃତ୍ବକୁ  ଏମାନେ  ସର୍ବାନ୍ତଃକରଣରେ  ମାନି  ନେଇଥିବାରୁ  ସତ୍ଯବାଦୀ  ବନବିଦ୍ଯାଳୟର  ପ୍ରତିଷ୍ଠା-ପରିଚାଳନା   କ୍ଷେତ୍ରରେ  ଏକତ୍ର  ହୋଇ  ଲାଗିପଡି ଥିଲେ।ସେହିଠାରେ  ହରିହର  ହୋଇଥିଲେ  ଆଚାର୍ଯ୍ଯ-ଛାତ୍ରାବାସର  ଆଦର୍ଶ ତତ୍ତ୍ବାବଧାରକ-ସଂଚାଳକ।"ସେଛାତ୍ରାବାସର  ସମସ୍ତ ଭଲ, ମନ୍ଦର  ଭାର  ନେଇଥିଲେ।ତାଙ୍କର  ସ୍ବଭାବ  ସୁଲଭ  ସେବାପରାୟଣତା  ଯୋଗୁଁ   ସେଛାତ୍ରାବାସକୁ  ଗୃହ  ପରି କରି  ପକାଇଥିଲେ।"କି  ବର୍ଷା  କି  ଶୀତ  ସେ  ପ୍ରତ୍ଯହ ରାତି ୪ ଟାରୁ   ଉଠି  ସ୍ନାନାଦି  ସାର  ସ୍ବହସ୍ତରେ  ଘଣ୍ଟିବଜାଇ  ଛାତ୍ରାବାସର  ସମସ୍ତଙ୍କୁ ଉଠାଇଥାନ୍ତି।
ଛାତ୍ରାବାସରେ  ହରିହରଙ୍କର  ସେବା  ଅନ୍ତେବାସୀମାନଂକ  ପକ୍ଷରେ  କିଭଳି  ସ୍ମରଣୀୟ  ଥିଲା  ତା'ର   ସ୍ମୃତି  ଚାରଣ  କରିଯାଇଛନ୍ତି  ସ୍ବନାମ  ଧନ୍ଯ  କବି  ବୈକୁଣ୍ଠ  ନାଥ  ପଟ୍ଟନାୟକ।

ବୈକୁଣ୍ଠ ନାଥଙ୍କର ପିତା ଥିଲେ ବଡାମ୍ବା ଷ୍ଟେଟ୍ ର ଦେୱାନ୍ ।ତେଣୁ ପ୍ରାଚୁର୍ଯ୍ଯ ମଧ୍ଯରେ ତାଙ୍କର ଶୈଶବ ଅତିବାହିତ ହୋଇଥିଲେ ।ଦୁର୍ଦୈବବଶତଃ ତାଙ୍କର ପିତା ରାଜରୋଷର ସମ୍ମୂଖୀନ ହେବାରୁ ସମଗ୍ର ପରିବାର ଦୁଃଖ-ଦୁର୍ଦ୍ଦଶାର ଅତଳାନ୍ତ ଗହ୍ବରକୁ ନିକ୍ଷିପ୍ତ ହୋଇଗଲେ।ପିତା ଅନନ୍ଯୋପାୟ ହୋଇ ପୁତ୍ର ବୈକୁଣ୍ଠ ନାଥଙ୍କର ଶିକ୍ଷାବ୍ଯବସ୍ଥା ତ ତ୍ କାଳୀନ 'ମଣିଷଗଢା କାରଖାନା ' ରୂପେ ଖ୍ଯାତିପ୍ରାପ୍ତ ସତ୍ଯବାଦୀ ବନବିଦ୍ଯାଳୟରେ କରାଇଲେ।ବିଦ୍ଯାଳୟ ପ୍ରବେଶର ପାଞ୍ଚ ସପ୍ତାହ ପରେ ସୁକୁମାର ବୈକୁଣ୍ଠ ନାଥଙ୍କ ଦେହ ସେଠାକାର ଗୋଳିଆ ପାଣିର ପୁଷ୍ପରିଣୀ-ସ୍ନାନ ଓବଗଡା ଭାତ-ଡାଲମା ଭୋଜଙ୍କୁ ସ ହି ନପାରି ଭୀଷଣ ରୋଗାକ୍ରାନ୍ତ ହୋଇପଡିଲା।ଟାଇଫ ଏଡ ଜ୍ବର ସାଙ୍ଗକୁ ରକ୍ତାତିସାର ମିଶି ତାଙ୍କ କିଶୋର-ଶରୀରକୁ ଅତ୍ଯନ୍ତ ଉଦ୍ବେଗଜନ କ ଭାବେ କ୍ଷୀଣ ଓ ଦୁର୍ବଳ କରି ଦେବାରୁ ସେ ମରଣାପନ୍ନ ଅବସ୍ଥାରେ ପ ହଞ୍ଚିଲେ।ବୈକୁଣ୍ଠନାଥ ଲେଖିଛନ୍ତି: "ମୁଁ କତରାଲଗା ପ୍ରାୟ ପଡିଥାଏ, ମୋତେ କୋଳରେ ଧରିଥାନ୍ତି

     (୫୪) ଆଚାର୍ଯ୍ଯ ହରିହର ।ହୋମିଓପ୍ଯାଥିକ ଔଷଧ ଦେବା ସହିତ ଯାବତୀୟ ପଥିପାଞ୍ଚଣ ନିଜ ହାତରେ 

ସେ କହୁଥାଆନ୍ତି ।ଏମିତି କଅଁଳ କଥା କହି ସେ ମୋତେ ପଥି ଧରାଉଥାଆନ୍ତି ସେ ମୁଁ ଅଝଟ କରି ପାରୁନଥାଏ ।ଯେତେବେଳେ ମୁଁ ଆଖିଖୋଲେ ,ଦେଖେ ଆଚାଯ୍ଯ ମୋତେ କୋନରେ ଧରିଛନ୍ତି । ଥରେ ଥରେ ଆଚାଯ୍ଯଙ୍କ ଜଂଘରେ ମୋର ଝାଡ଼ା ହୋଇଯାଏ ।ସେ ନିର୍ବିକାର ଭାବରେ ତାଙ୍କ ଜଂଘକୁ ଓ ମୋତେ ସ୍ବହସ୍ତରେ ପୋଛି ପରିଷ୍କାର କରିଦିଅନ୍ତି। ତାଙ୍କୁ ମୁହଁକୁ ଚାହିଁଲେ ,ତାଙ୍କର ଭରସାଦିଆ ଆଶ୍ବାସନାବାଣୀ ଶୁଣିଲେ ମୋର କଷ୍ଟ ଅନେକ ଊଣା ହୋଇଯାଏ । ଏମିତି କେତେଗୁଡ଼ାଏ ଦିନ ବିତିବା ପରେ ମୁଁ କ୍ରମଶଃ ସୁସ୍ଥ ହେଲି । ମୋର ସେ ଅବସ୍ଥା ରେ ଆମ ଘରର କେହି ମୋର ପାଖରେ ରହିବା ପରିସ୍ଥିତିରେ ନଥିଲେ ।ମାତ୍ର ମୁଁ ଭାବେ, ଆମ ଘରର କେହି ଏପରିକି ମୋ ବୋଉ ମଧ୍ଯ ମୋର ଏପରି ସେବା କରିପାରି ନଥାନ୍ତା , ଯାହା ମୋ ପାଇଁ କରିହିଲେ ସେବାର ମୂର୍ତ୍ତିମାନ ପୁରୁଷ ଆଚାଯ୍ଯ ହିରହର।"

ଆଚାଯ୍ଯ ହରିହର ଅକ୍ଷରେ ଥିଲେ ସତ୍ଯ, ନିଷ୍ଟା ,ସେବା ,ଦୟା , ସହିଷ୍ଣୁତା,ଚରିତ୍ରବତ୍ତା କ୍ଷେତ୍ରରେ ତାଙ୍କର ସ ହକର୍ମୀମାନ ଙ୍କ ମଧ୍ଯରେ ସମସ୍ତଙ୍କଠାରୁ ବଡ। ମାତ୍ର ପରିଚାଳନା କ୍ଷେତ୍ରରେ ସେ ହୋଇଥିଲେ ବିଫଳ।ସତ୍ଯବାଦୀ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ପଦରେ ତାଙ୍କୁ ବସାଇ ଦିଆ ଯାଇଥିଲା ,ହେଲେ ତଦ୍ଦ୍ବାରା ଉଦ୍ଦେଶ୍ଯ ସିଦ୍ଧ ହେଲାନାହିଁ।ପଣ୍ଡିତ ନୀଳକଂଠ କ ହିଲେ 'ଆମ ହରି ଭାଇନା ଗୋଟିଏ ଗୋରୁ ।" ଗୋଦାବରୀଶ ତାଙ୍କୁ ସମର୍ଥନ କରି କ ହିଲେ- "ହରିଭାଇନା ଙ୍କୁ ମୁଁ ନିଜେ ଗୋରୁ ବୋଲି ଜାଣିଥିଲି।ଗୁହାଳରେ ବନ୍ଧା ହେଲାବେଳେ ସେ ବେକ ଦେଖାଇ ଦିଅନ୍ତି, ଦୁଧ ଦୁହିଁବାକୁ ଗଲେ ହଲଚଲ ନ ହୋଇ ଠିଆ ହୁଅନ୍ତି ,ଲାତ ମାରନ୍ତି ନାହିଁ, ଶିଙ୍ଗ ଏତେ ଧୀରେ ଧୀରେ ହଲାନ୍ତି ଯେପରିକି କାହା ଦେହରେ ନବାଜିବ।ସୁତରାଂ ତାଙ୍କୁ ଗୋରୁ ବୋଲି କହିଲେ ମୁଁ ବିନା ଆପତ୍ତିରେ ଗ୍ରହଣ କରି ନିଏ।"

ଆମ ଓଡଶାଦେଶର ବିଦ୍ଯାଳୟମାନ ଙ୍କରେ ଦକ୍ଷ,ବିଦ୍ଯାବନ୍ତ, ଚରୁତ୍ରବାନ ଶକ୍ଷକମାନ ଙ୍କର ଆଦର୍ଶ ସର୍ବତ୍ର ବିଚ୍ଚୂରିତ ହୋଇଆସିଛି ଓ ଆସୁଥିବା; ମାତ୍ର ଆଚାର୍ଯ୍ଯ ହରିହରଙ୍କ ଭଳି ଛାତ୍ରବସଳ, ମମତାସିକ୍ତ , ସ୍ନେହପ୍ରବଣ , ସେବାତ ତ୍ ପର ଶିକ୍ଷକ ସଦାସର୍ବଦା ସୁଦୁର୍ଲ୍ଲଭ ରହିବେ।କାରଣ ସେ ଥିଲେ ଯଥାର୍ଥରେ ବ୍ରହ୍ମଦର୍ଶୀ, ଉପନିଷଦୀୟ ଆଚାର୍ଯ୍ଯ।

  (୫୫) ଛବି
                                                           ମହାମନସ୍ୱୀ  ଶିକ୍ଷକ ନୀଳକଣ୍ଠ ଦାସ
                                                                        ଡକ୍ଟର ରବିନାରାୟଣ ଦାସ

ଦେଖନ୍ତୁ ଆପଣେ , ମାଷ୍ଟ୍ର ପଢାଇବା ପାଇଁ ବ୍ଯଗ୍ର ଅଥଚ ଛାତ୍ର ପଢି ପାଇଁ ନାରାଜ; ଏପରି କେଉଁଠି ଦେଖାନାହିଁ। ସତ୍ଯବାଦୀ ସ୍କୁଲର ଛାତ୍ର ଯଦି ଏପରି ହେବ ଏ ସ୍କୁଲର ମହତ୍ତୱ ଆଉ ରହିଲା କେଉଁଠି। ଏ ପିଲାଟା ସବୁ କାମରେ ଲିଡର ସାଜି ପାଠ ଛାଡି ପିଲାଙ୍କୁ ମତେଇ ନଷ୍ଟ ହେବାକୁ ଯାଉଛି।କ୍ଲାସରେ ଭଲ ପଢୁଛି ବୋଲି ମନରେ ତାର ଗର୍ବ ହେଇଗଲାଣ । ମାତ୍ର ପଚାରିଲେ କିଛି କହିପାରୁନି। ଏଥର ଏ ସ୍କୁଲରୁ ପୁଜା ନାଟକ ଆଦି ବନ୍ଦ କରିଦେଲେ ଯିବ। ବିରକ୍ତିଭରା ଗୁରୁଗମ୍ଭୀର କଣ୍ଠରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଉପସ୍ଥିତିରେ ମଣିଷଗଢା କାରଖାନା ବା ସତ୍ଯବାଦୀ ସ୍କୁଲର ପ୍ରଧାନ ଶିକ୍ଷକ ପଣ୍ଡିତ ନୀଳକଣ୍ଠ ଦାସ କହିଉଠିଲେ। ପାଖରେ ନତମସ୍ତକ ଛାତ୍ର ଚନ୍ଦ୍ରଶେଖର ମିଶ୍ର। ସେ ସେତେବେଳେ ସତ୍ଯବାଦୀ ସ୍କୁଲର ଦଶମ ଶ୍ରେଣୀର ଛାତ୍ର। ଏକାଦଶ ଶ୍ରେଣୀକୁ ଗଲେ ମାଟ୍ରିକ ପରିକ୍ଷା ପାଇଁ ପିଲାମନେ ପ୍ରସ୍ତୁତ ହେଉଥିଲେ। ଦଶମଶ୍ରେଣୀ ପିଲାଙ୍କ ଉପରେ ସ୍କୁଲର ଗଣେଶ ଓ ସରସ୍ବତୀ ପୁଜାର ଭାରଥିଲା। ସେମାନେ ମଧ୍ଯ ସ୍କୁଲରେ ନାତକ, ଶ୍ଳୋକାନ୍ତ, ଖେଳ, କସରତ ଇତ୍ଯାଦି ସମସ୍ତ କିଛି ନିଜେ ନିଜେ ପରିଚାଳନା କରୁଥିଲେ। ଶିକ୍ଷକମାନେ ଯଦିଓ ସେମାଙ୍କୁ ନିର୍ଦ୍ଦେଶ ଦେବାକୁ ଥାନ୍ତି ତଥାପି ସେମାନେ ପ୍ରାୟ ମୂକ ଦର୍ଶକ ସାଜି ପିଲାମାଙ୍କୁ ସବୁ କଥାରେ ଉତ୍ସାହିତ କରି ନିଜ କାମ ନିଜେ କରିବାକୁ ଛାଡି ଦେଇଥାନ୍ତି। କେବଳ ନିତନ୍ତ ଆବଶ୍ଯକ ହେଲେ ସେମାନେ ହସ୍ତକ୍ଷେପ କରି ସମସ୍ଯାର ସମାଧାନ କରନ୍ତି। ପଣ୍ଡିତ ଗୋପବନ୍ଧୁ କହିଲେ‌‌-"ହଇରେ, ନୀଳକଣ୍ଠକୁ କାହିଁକି ହଇରାଣ କରୁଛ। ସେତ ପଢାଇବା ପାଇଁ ରାତିସାରା ପରିଶ୍ରମ କରି ପ୍ରସ୍ତୁତ ହୋଇଛି। ତୁମେ ନାହିଁ କରୁଛ କାହିଁକି?" ଚନ୍ଦ୍ରଶେଖର କହିଲେ "ଆଉ ମାତ୍ର ସାତଦିନ ପରିକ୍ଷା ରହିଲା ଆମ୍ଭେ ତ ଭଲ କରି ପଢିନୁ,ଜଣିନୁ, ପ୍ରସ୍ତୁତ ହୋଇନୁ, ସରସ୍ବତୀ ପୂଜାରେ ବ୍ଯସ୍ତ ଅଛୁ, ପଢିବୁ କେତେବେଳେ,ପରିକ୍ଷା ଦେବୁ କେତେବେଳେ। ସେ ପରିକ୍ଷା ତ ଆମ ସ୍କୁଲ ପାଠ ନୁହଁ। ଆମେ ଆସନ୍ତା ବର୍ଷକୁ ପରିକ୍ଷା ଦେବୁ।

ପଣ୍ଡିତ ନୀଳକଣ୍ଠ କିନ୍ତୁ ନଛୋଡ ବନ୍ଧା। ପିଲାଙ୍କୁ ପଢିବାକୁ ହେବ ଓ ପରୀକ୍ଷା ଦେବାକୁ ହେବ।ସରସ୍ବତୀ ପୂଜା ପଛେ ବନ୍ଦ ହେଉ ବା ଅନ୍ଯମାନେ ପରିଚାଳନା କରନ୍ତୁ କିନ୍ତୁ ପିଲାମାନେ ପରୀକ୍ଷା ଦେବେ। ପରୀକ୍ଷାଟି ଥିଲା ସ°ସ୍କୃତ ପ୍ରଥମା। ଏହା ପୁଣି ସ୍କୁଲ ପାଠର ଅନ୍ତର୍ଗତ ସତ୍ଯବାଦୀ ଟୋଲର ଛାତ୍ରମାନେ ପରୀକ୍ଷା ଦେଉଥିଲେ। ସେମାନଙ୍କ ସହିତ ସ୍କୁଲର କେତେକ ଛାତ୍ରଙ୍କୁ ମତାଇ ପରୀକ୍ଷା ଦେବାର ଉଦ୍ଯମ ପଣ୍ଡିତ ନୀଳକଣ୍ଠ ପୂର୍ବବର୍ଷ ପ୍ରଥମ ଦଫାରେ ସଂସ୍କୃତ ଛାତ୍ରମାନେ ନିଜର ପଢା କରିବା ସହିତ ସଂସ୍କୃତ ଟୋଲର ପଢା କରିବା କଷ୍ଟକର ହେବା ଫଳରେ ସଂସ୍କୃତ ପରୀକ୍ଷାରେ ଫେଲ ହୋଇଥିଲେ।

ନୀଳକଣ୍ଠ ପୁଣି ଆଉ ତିନିଜଣ ଛାତ୍ରଙ୍କୁ ଉତ୍ସାହ ଦେଇ ନାମ ଲେଖାଇ ଦେଇଥିଲେ। କିନ୍ତୁ ସେମାନେ ଟୋଲ ରାତିରେ ଘୋଷି ମୁଖସ୍ଥ କରିବା ଢଙ୍ଗରେ ଅଭ୍ଯସ୍ତ ନଥିଲେ। ଆଉ ମଧ୍ଯ ସ୍କୁଲପଢା ଶେଷକରି ଏବଂ ଅନ୍ଯ କାମସବୁ କରି ସମସ୍କୃତ ପାଠକୁ ଟୋଲରେ ଦିଆଯାଇଥିବା ଢଙ୍ଗରେ ଘୋଷିବାକୁ ସମୟ ପାଉନଥିଲେ । ତେଣୁ ସେମାନେ ପରୀକ୍ଷା ଦେଇପାରିବେ ନାହିଁ ବୋଲି ନୀଳକଣ୍ଠଙ୍କୁ ଜଣାଇଥିଲେ। ପଣ୍ଡିତ ନୀଳକଣ୍ଠ ନିଜେ ସେମାନଙ୍କୁ ସଂସ୍କୃତ ପଢାଇବା ପାଇଁ ସ୍ଥିର କଲେ । ସେ ନିଜେ ପଢି ପିଲାମାନେ କିପରି ଅଳ୍ପ ସମୟରେ ତାହା ବୁଝିପାରିବେ ଓ ପରୀକ୍ଷାକୁ ପ୍ରସ୍ତୁତ ହୋଇପାରିବେ ତହିଁର ବ୍ଯବସ୍ଥା କଲେ ପିଲାମାନେ ପରୀକ୍ଷା ଦେବାକୁ ଯିବାବେଳେ ଟୋଲ ପଣ୍ଡିତ ସେମାନଙ୍କୁ କହିଲେ 'ତୁମେ ସବୁ କାହିଁକି ଯାଉଛ। ଗତବର୍ଷର ପିଲାଙ୍କ ଦଶା ତ ଜାଣିବ।" ପିଲାମାନେ କହିଲେ ଆମେତ ଆପଣଙ୍କ ପାଖରେ ପଢିନାହୁଁ, ଆମେ ଫେଲ ହେଲେ ଆପଣଙ୍କର ଦୁଃଖ କରିବାର କିଛି ନାହିଁ। ପରୀକ୍ଷା ପରେ ଯେତେବେଳେ ଫଳ ବାହାରିଲା, ଦେଖାଗଲା, ନୀଳକଣ୍ଠଙ୍କ ପାଖରେ ପଢିଥିବା ଛାତ୍ରମାନଙ୍କ ମଧ୍ଯରୁ ଜଣେ ପ୍ରଥମ ଶ୍ରେଣୀରେ ଓ ଅନ୍ଯ ଦୁଇଜଣ ଦ୍ବିତୀୟ ଶ୍ରେଣୀରେ ପାଶ କରିଛନ୍ତି। ଗୋଟିଏ ସଂପୂର୍ଣ୍ଣ ନୂଆ ବିଷୟ ପଢି ତାକୁ ଆୟତ୍ତ କରି ପିଲାଙ୍କୁ ଓଢିବାରେ ସାହାଯ୍ଯ କରି, ବିଶେଷତଃ ନୂଆ ଢଙ୍ଗରେ ପଢିବାର ବାଟ ଦେଖାଇ ଓ ପଢାଇ ସେ କିପରି ପିଲାମାନଙ୍କୁ କୃତିତ୍ବର ସହ ଉତ୍ତୀର୍ଣ୍ଣ କରାଇ ପାରୁଥିଲେ ତାହା ଏଥିରୁ ଜଣାଯାଏ।

ଏହି ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜନ୍ମ ପୁରୀ ଜିଲ୍ଲା ସତ୍ଯବାଦୀ ଥାନାର ଶ୍ରୀରାମଚନ୍ଦ୍ର ପୁର ଗ୍ରାମରେ ୧୮୮୪ ମସିହା ଅଗଷ୍ଟ ୫ ତାରିଖ ଦିନ। ସେ ୧୮୯୯ ଖ୍ରୀଷ୍ଟାଦ୍ଦରେ ଶ୍ରୀରାମଚନ୍ଦ୍ରପୁରରୁ ମଧ୍ଯଭର୍ଣ୍ଣାକୁଲାର ବୃତ୍ତି ଲାଭ କରି ପଶ କରିବା ପରେ ପୁରୀ ଜିଲ୍ଲା ସ୍କୁଲରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲେ। ୧୯୦୫ ମସିହାରେ ତାଙ୍କ ବିବାହ ହୋଇଥିଲା ଓ ୧୯୦୭ ରେ ସେ ଏଫ ଏ ପାଶ କରି ଏମ ଏ ପଢି ପାଇଁ କଲିକତା ଯାଇଥିଲେ। ୧୯୧୧ରେ ଦର୍ଶନରେ ଏମ ଏ ପାଶ କରି ସତ୍ଯବାଦୀ ବନ ବିଦ୍ଯାଳୟରେ ହେଡମାଷ୍ଟର ଭାବରେ ଯୋଗଦେଲେ। ଏହି ପଦବୀରେ ସେ ୧୯୧୮ ମସିହାଯାଏଁ କାର୍ଯ୍ଯ କଲେ। ସେହି ସମୟ ମଧ୍ଯରେ ନାନାଦି ସଂସ୍କାରମୂଳକ କାର୍ଯ୍ଯ ସେ କରିଥିଲେ ଏବଂ ସେଥିରେ ପ୍ରଧାନ ଥିଲା ନିଶ ଆନ୍ଦୋଳନ, 'ସତ୍ଯବାଦୀ' ମାସିକ ପତ୍ରିକା ସତ୍ଯବାଦୀ ସ୍କୁଲରୁ ଗୋପବନ୍ଧୁଙ୍କ ସଂପାଦନାରେ ବାହାରିଥିଲା। ପଣ୍ଡିତ ନୀଳକଣ୍ଠ ତାହାର କାର୍ଯ୍ଯକାରୀ ସଂପାଦକ ଥିଲେ। ୧୯୧୯ ମସିହାରେ ଘୋର ଦୁର୍ଭିକ୍ଷ ପ୍ରପିଡିତଙ୍କ ସେବାରେ ସେ ନିଯୁକ୍ତ ଥିଲେ ଏବଂ ତାଙ୍କ ପ୍ରଦତ୍ତ ବିବରଣୀ ଓ ଅତ୍ଯନ୍ତ କ୍ଷତିଗ୍ରସ୍ତ ଅଞ୍ଚଳର ନକ୍ସାନୁସାରେ ତତ୍କାଳୀନ ବିହାର ଓଡିଶା ପ୍ରଦେଶର ଲଟସାହେବ ମରୁଡି ଅଞ୍ଚଳ ଗସ୍ତକରି ସରକାରୀ ଅଭେଳା ବିଷୟ ସ୍ବୀକାର କରିଥିଲେ। ସେ ୧୯୨୦ ମସିହାରେ ସାର ଆଶୁତୋଷ ମୁଖାର୍ଜିଙ୍କ ନିମନ୍ତ୍ରଣକ୍ରମେ ସେପ୍ଟେମ୍ବର ମାସ ୨୧ ତାରଖ ଦିନ କଲିକତା ବିଶ୍ବବିଦ୍ଯାଳୟରେ ଆଧୁନିକ ଭାରତୀୟ ସାହିତ୍ଯ ଓ ତୁଳନାତ୍ମକ ଭାଷାତ୍ତ୍ବ' ବିଭାଗରେ ଓଡିଆ ଅଧ୍ଯାପକ ରୂପେ ଯୋଗ ଦେଇଥିଲେ। ମାତ୍ର ୧୯୨୧ ମସିହା ଜାନୁଆରୀ ୬ ତାରୀଖରେ ପଦତ୍ଯାଗ କରି ଆସି ୭ ତାରିଖରେ ସମ୍ବଲୌରଠାରେ ଅସହଯୋଗ ଅନ୍ଦୋଳନ ପରିଚାଳନା କରିଥିଲେ। ସେଠାରୁ ସେ 'ସେବା' ପତ୍ରିକା ପ୍ରକାଶ କରିଥିଲେ ଏବଂ ଗୋଟିଏ ଜାତୀୟ ବିଦ୍ଯାଳୟ ଗଢି ତାହାର ପ୍ରଧାନ ଶିକ୍ଷକ ରୂପେ କିଛି ଦିନ କାର୍ଯ୍ଯ କରିଥିଲେ। କିନ୍ତୁ ୧୯୨୩ ମସିହାରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହେଲା। ଏବଂ ସେ କଂଗ୍ରେସର ସ୍ବରାଜ୍ଯ ଦଳରେ ଯୋଗଦେଲେ। ୧୯୨୪ରୁ ବିହାର-ଓଡିଶା ପ୍ରଦେଶର ଅଣମୁସଲମାନ ଭାବରେ କେନ୍ଦ୍ର ବ୍ଯବସ୍ଥା ସଭାକୁ ସେ ନିର୍ବାଚିତ ହେଲେ। ୧୯୨୬ ଠାରୁ ସ୍ବରାଜ୍ଯ ଦଳର ସଂପାଦକ ରୂପେ ୧୯୩୦ ପର୍ଯ୍ଯନ୍ତ କାର୍ଯ୍ଯ କରିଥିଲେ। ସେ ୧୯୨୭ ମସିହା ଫେବୃଆରୀ ୮ ତାରୀଖରେ କେନ୍ଦ୍ର ଆସେମ୍ବଲିରେ ଓଡିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ପ୍ରସ୍ତାବ ଆଗତ କରିଥିଲେ। ୧୯୨୮ ୨୯ରେ 'ସମାଜ'ର ସଂପାଦନା ତାଙ୍କ ଦ୍ବାରା ହୋଇଥିଲା। ଏହା ବ୍ଯତୀତ ଟାଟା ଓ କଲିକତାରେ ଶ୍ରମିକ ସଂଗଠନ, କାକଟପୁର ଲବଣ ସତ୍ଯାଗ୍ରହରେ ଯୋଗଦାନ, ସର୍ବଦଳୀୟ ସମ୍ମିଳନୀର ସଭାପତି ଦାୟିତ୍ବ ଗ୍ରହଣ, ପୁରୀ କଂଗ୍ରେସ ଅଧିବେଶନର ଅଭ୍ଯର୍ଥନା ସମିତି ସଭାପତିତ୍ବ ଗ୍ରହଣ, 'ନବଭାରତ' ପତ୍ରିକାର ସଂପାଦନା ଓ ପ୍ରକାଶନ, ଉତ୍କଳ ପ୍ରାଦେଶିକ କଂଗ୍ରେସ କମିଟିର ସଭାପତି ଦାୟିତ୍ବ ଗ୍ରହଣ, 'ଲୋକମତ' ଖବରକାଗଜ ସଂପାଦନା ଓ ପ୍ରକାଶନ ଇତ୍ଯାଦି କାର୍ଯ୍ଯମାନ ସେ କରିଥିବା ଜଣାଯାଏ। ସେ ଉତ୍କଳ କଂଗ୍ରେସ କମିଟିର ସଭାପତି ରୂପେ ୧୯୪୦ ମସିହା ପର୍ଯ୍ଯନ୍ତ ରହିଥିଲେ ଓସୁଭାଷ ଚନ୍ଦ୍ର ବୋଷଙ୍କ ସହିତ ଯୋଗଦେଇଥିଲେ। ପରେ କଂଗ୍ରେସରୁ ଇସ୍ତଫା ଦେଇ ସେ ସ୍ବାଧିନ 'ଜନସଂଘ' ଦଳ ଗଠନ କରିଥିଲେ ଓ ସତ୍ଯବାଦୀ ଆସନରୁ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଆମନ୍ତ୍ରଣ କ୍ରମେ କଂଗ୍ରେସରେ ଯୋଗଦାନ କରି ପରେ ବିଧାନ ସଭାର ବାଚସ୍ପତି ନିର୍ବାଚିତ ହୋଇଥିଲେ। ଅଣରାଜନୈତିକ କାର୍ଯ୍ଯ ମଧ୍ଯରେ ଉତ୍କଳ ବିଶ୍ବବିଦ୍ଯାଳୟ ଗଠନ କମିଟିରସଭାପତି, ଉତ୍କଳ ସାହିତ୍ଯ ସମାଜର ବରେଣ୍ଯ ଆଜୀବନ ସଭ୍ଯ, ଶାନ୍ତିନିକେତନରୁ ସମ୍ବର୍ଦ୍ଧନା ଲାଭ, ଉତ୍କଳ ବିଶ୍ବବିଦ୍ଯାଳୟରୁ ସମ୍ମାନିତ ଡି ଲିଟ୍ ଲାଭ ଓ ଏହାର ଉପକୁଳାଧିପତି ରୂପେ ନିଯୁକ୍ତି, ଓଡିଶା ସାହିତ୍ଯ ଏକାଡେମିର ସଭାପତି, ବିଧାନ ସଭାର ସ୍ବତନ୍ତ୍ରତା ପ୍ରତିଷ୍ଠା, ରାଷ୍ଟ୍ରପତି ରାଜେନ୍ଦ୍ରପ୍ରସାଦଙ୍କ ଦ୍ବାରା ପଦ୍ମଭୂଷଣ ଉପାଧିରେ ଭୂଷିତ, ଓ ଅତ୍ମଜୀବନୀ ନିମନ୍ତେ ଭାରତୀୟ ସାହିତ୍ଯ ଏକାଡେମୀରୁ ସମ୍ମାନ ଲାଭ ଅନ୍ଯତମ। ସେ ୧୯୨୭ ମସିହା ନଭେମ୍ବର ମାସ ୬ ତାରୀଖରେ ଇହଲୀଳା ସମ୍ବରଣ କରିଥିଲେ। କିନ୍ତୁ ଏହି ପରି ପୂର୍ଣ୍ଣ ଜୀବନର ଆଦ୍ଯପର୍ବ ଶିକ୍ଷକତାରେ କଟିଥିଲା। ପଣ୍ଡିତ ନୀଳକଣ୍ଠଙ୍କ ଆଦ୍ଯ ଶିକ୍ଷକ ଜୀବନ ସଂପର୍କରେ ତତ୍କାଳୀନ ମାଇନର କ୍ଲାସର ଷଷ୍ଠଶ୍ରେଣୀରେ ଅଧ୍ଯୟନ କରିଥିବା ଜଷ୍ଟିସ ହରିହର ମହାପାତ୍ର ଏକ ବକ୍ତୃତା ପ୍ରସଙ୍ଗରେ କହିଥିଲେ ଯେ ସେ ସେମାନଙ୍କ ଶ୍ରେଣୀରେ ଥରେ ଇଂରାଜୀ ପଢାଉଥିଲେ। ଏହା ସେ ଶ୍ରେଣୀରେ ଇଂରାଜୀ ପଢାଇବା ପାଇଁ ଆସିଥିବା ଶିକ୍ଷକଙ୍କୁ ପଢାଇବା ପଦ୍ଧତି ଦର୍ଶାଇବା ନିମନ୍ତେ ଉଦ୍ଦିଷ୍ଟ ଥିଲା। ସେ ଦୁଇଟି ଇଂରାଜୀ ଶବ୍ଦ 'This' ଓ 'That' ର ଅର୍ଥ ବୁଝିବା ନିମନ୍ତେ ପିଲାମାନଙ୍କୁ ନିକଟ ଓ ଦୁରର ବସ୍ତୁକୁ ଦେଖାଇ ଏହି ଦୁଇଟି ଶବ୍ଦକୁ ପଢାଇ ଥିଲେ। ପରେ ବାକ୍ଯ ଦ୍ବାରା ତାହାର ବ୍ଯବହାର ପିଲାମାନଙ୍କୁ ବତାଇଥିଲେ। ଏହା ବ୍ଯତୀତ ବ୍ଯାକରଣ ଅନୁସାରେ ଏ ପଦ ଦୁଇଟି କ'ଣ ତାହା ମଧ୍ଯ ସେ ପିଲାଙ୍କୁ ବୁଝାଇଥିଲେ।

ପଣ୍ଡିତ ନୀଳକଣ୍ଠଙ୍କ ଶିକ୍ଷାଦାନ ରୀତି ମଧ୍ଯ ଅଦ୍ଭୁତ ଥିଲା। ଇତିହାସ ପଢାଇବା ପାଇଁ ସେ ଗୋଟିଏ ନୂଆ ପଦ୍ଧତି ବାହାର କରିଥିଲେ। ସେଥିରେ ସେ Significant N.6 ନୀତି ପ୍ରୟୋଗ କରି ପିଲାଙ୍କୁ ବୁଝାଇଦେଲେ ଯେ, ଆଦିମ ଯୁଗ, ବୈଦିକ ଯୁଗ, ହିନ୍ଦୁ ଯୁଗ, ମୁସଲମାନ ଯୁଗ, ମରହଟ୍ଟା ଯୁଗ ଓ ବ୍ରିଟିଶ ଯୁଗ ଏପରି ଛଅଟି ମୁଖ୍ଯ ରାଜାଙ୍କ ଶାସନ ରୂପେ ଚିହ୍ନଟ କରିଦେଇଥିଲେ। ସେମାନେ ହେଲେ ଚନ୍ଦ୍ରଗୁପ୍ତ, ଅଶୋକ,କନିଷ୍କ, ହର୍ଷବର୍ଦ୍ଧନ,ଯଶୋବର୍ମନ ଓପୃଥ୍ବୀରାଜ। ଏହା ବ୍ଯତୀତ ଚାରି ବେଦ, ସଂହିତା ଓ ଦର୍ଶନ ଶାସ୍ତ୍ର ମଧ୍ଯ ହିନ୍ଦୁ ସଂସ୍କୃତିର ଛଅଟି ବିଶିଷ୍ଟ ଅଙ୍ଗ ରୂପେ ରହିଥିବା ସେ ପିଲାମାନଙ୍କୁ ବୁଝାଇ ଦେଇଥିଲେ।

ସେହିପରି ପଣ୍ଡିତ ନୀଳକଣ୍ଠ ପିଲାଦମାନଙ୍କୁ ସଂସ୍କୃତ ପଢାଇଲା ବେଳେ ଏକ ନୂଆ ବାଟରେ ତାହା ଶିଖାଇଥିଲେ। ଏହାକୁ ଯୁକ୍ତି, ପ୍ରମାଣ ଓ ସାଧନ ଦ୍ବାରା ସେ ଶିଖାଉଥିଲେ। ଏ ରୀତି ମଧ୍ଯ ଟୋଲରେ ପଢାଯିବା ରୀତିରୁ ଫରକ ଥିଲା।

ପଣ୍ଡିତ ନୀଳକଣ୍ଠ ପିଲାଦିନରୁ ନିଜେ ଶିକ୍ଷାକରି ଅନ୍ଯକୁ ଶିକ୍ଷାଦେବା ପାଇଁ ଉଦ୍ଯମ କରିଆସୁଥିଲେ। ପୁରୀ ଜିଲ୍ଲା ସ୍କୁଲରେ ପଢିବା ବେଳେ ସେ ଶିକ୍ଷକଙ୍କଠାରୁ ଶୁଣିଲେ ଯେ ପାଦ୍ରୀମାନେ ପ୍ରଥମେ ପ୍ରାର୍ଥନା କରନ୍ତି ଓ ପରେ ପ୍ରଚାର କରନ୍ତି। ଏ ରୀତିରେ ସେ ନିଜେ ଅଜ୍ଞ ଥିଲେ ଓ ତାଙ୍କର ସାଥୀ ଛାତ୍ରମାନେ ମଧ୍ଯ କିଛି ଜାଣିନଥିଲେ। ସେଥିପାଇଁ ପ୍ରତ୍ଯକ୍ଷ ଜ୍ଞାନଲାଭ ନିମନ୍ତେ ସେ ସେମାନଙ୍କୁ ନେଇ ଗୀର୍ଜାକୁ ଗଲେ। ଏଇପରି ଭାବରେ ଦେଖି ପ୍ରକୃତ ପକ୍ଷେ ଘଟଣାଟିକୁ ବୁଝି ଅନ୍ଯକୁ ବୁଝାଇବା ତାଙ୍କର (୬୧)ଅଭ୍ଯାସରେ ପରିଣତ ହୋଇଥିଲା। ମାତ୍ର ଏଥିପାଇଁ ତାଙ୍କୁ କେତେକ ପ୍ରବୀଣ ତଥା ରକ୍ଷଣଶୀଳ ଶିକ୍ଷକଙ୍କ କଠୋର ଦ୍ରୁଷ୍ଟିରେ ପଡିବାକୁ ହୋଇଥିଲା। ସ୍କୁଲ ଜୀବନରେ ପଣ୍ଡିତ ନୀଳକଣ୍ଠଙ୍କ ହାତରେ ଭଲ ଡ୍ରଇଂ ହେଉନଥିଲା। ସେଥ୍ପାଇଁ ସେ ଶିକ୍ଷକଙ୍କଠାରୁ ବିଦ୍ରୁପାମ୍କ ଭର୍ସନା ଶୁଣିଥ୍ ଲେ। ଏହା ତାଙ୍କୁ ବଡ ବାଧ୍ଥ୍ ଲା। ଛାତ୍ର ଜୀବନରେ ନହେଲେ ମଧ୍ଯ ଶିକ୍ଷକ ଜୀବନରେ ସେ ମଡେଲ୍ ଡ୍ରିଇଂ ପୁସ୍ତକଟିଏ ଲେଖିଲେ। ଅଙ୍କନରେ ନହେଲେ ବି ବହିରେ ଡ୍ରିଇଂ କରିବାର ଏକ ସୁନ୍ଦର ପଦ୍ଦତି ସେ ବାହାର କରିଥ୍ ଲେ। ସେ ବହିଟି ପରେ ସ୍କୁଲମାନଙ୍କରେ ଚଳିଥ୍ ଲା।ତଙ୍କୁ ଶିକ୍ଷକ ଓ ପିଲାମନେ ଭାରି ଆଦର କରିଥ୍ ଲା। ସତ୍ଯବାଦୀ ସ୍କୁଲ ପଲାମାନେ କେବଳ ଶ୍ରେଣୀ ଗୃହରେ ଉନ୍ନତ ଶିକ୍ଷା ଲାଭ କରୁନଥ୍ ଲେ। ପରିଭ୍ରମଣ ଶିକ୍ଷାର ଏକ ଅଙ୍ଗ ରୁପେ ସେଠାରେ ଅନୁସୃତ ହୋଇଥ୍ ଲା।ସେଥ୍ପାଇଁ ନୀଳକଣ୍ଠ ପିଲାମାନଙ୍କୁ ସାଙ୍ଗରେ ନେଇ କୋଣର୍କ,କଣ୍ଟିଲୋ ଆଦି ସ୍ଥାନଙ୍କୁ ଯାଇଥ୍ ଲେ। କୋଣାର୍କ ଦର୍ଶନ କରି ସେ ମନ୍ଦିର ସଂପର୍କରେ ସମସ୍ତ ବିଷୟ ବୁଝି ପିଲାମାନେ ନୀଳମଣ୍ଠଙ୍କ ସହିତ ରାମଚଣ୍ଡୀ ଯାତ୍ରା କରିଥ୍ ଲେ। ରାମଚଣ୍ଡୀଠାରେ ଚନ୍ଦ୍ରକିରଣରେ ମାୟାଦେବୀଙ୍କ ମନ୍ଦିରର ଦୃଶ୍ଯ ଦେଖିବାସେମାନଙ୍କର ଇଚ୍ଛା ଥ୍ ଲା। ସେ ଦିନ ଥ୍ ଲା କୁଆଁର ପୁନେଇ। ମାତ୍ର ପ୍ରବଳ ବର୍ଷା ଓ ବତାସି ହେତୁ ପିଲାମାନେ ମନ୍ଦିର ବାହାରକୁ ବିହାରିପାରିନଥ୍ ଲେ। ପଣ୍ଡିତ ନୀଳକଣ୍ଠ ସେମାନଙ୍କ ଶୋଇବା ଅବସ୍ଥାରେ ନିଜେ ଅନିଦ୍ରା ରହି 'କୋଣାର୍କ' କାବ୍ଯର 'ରାମଚଣ୍ଡୀରେ ରାତୀ' ଭାଗଟି ଲେଖ୍ଥ୍ ଲେ। ଅନୁଭୁତି,ଅବସାଦ, ୱସାମାଜିକଚଳଣୀ, ତିଥ୍ ରମହତ୍ତ, ଇତିହାସ ଓ ସ୍ବପ୍ନରେ ଗୋଳିହୋଇ ପ୍ରକାଶ ପାଇଥ୍ ବା ଅନବଦ୍ଯ କୋଣାର୍କେ କାବ୍ଯର ପ୍ରାଣ ସେହି ସମୁଦ୍ରିସିକତରେ ପଣ୍ଡିତ ନୀଳକଣ୍ଠଙ୍କ କଲମରେ ଜୀବନ୍ତ ରୂପେ କାୟା ପରିଗ୍ରହଣ କରିଥ ଲା। କିନ୍ତୁ କଣ୍ଟିଲୋ ଯାତ୍ରା ଥ୍ ଲା ଏକ ସଂପୂର୍ଣ୍ଣ ବିପରୀତ ଘଟଣା। ସେଠାରେ ପଣ୍ଡିତ ନୀଳକଣ୍ଠଙ୍କ ଦୃଷ୍ଟିରେ ଗଡ଼ଜାତ ଶାସନର କଳଙ୍କ ଜର୍ଜରିତ ଦିଗ ଲୁଚି ରହିପାରିନଥ୍ ଲା। ତାଙ୍କ ବିଦ୍ରୋହ ଆତ୍ମା ସେଠାରେ ଉଗ୍ର ରୂପ ପରି ଗ୍ରହଣ କରି ରାଜଶକ୍ତିଏ ଅନ୍ଯାୟ ବିରୋଧରେ ଦୃଡ଼ ପ୍ରତିବାଦ ଜ୍ଞାପନ କରିଥ୍ ଲେ। ଏହା ଘଟିଥ୍ ଲା ଖଣ୍ଡପଡ଼ା ରାଜାଙ୍କ ଦ୍ବାରା, ବଳଦମାନଙ୍କୁ ଧରି ଜଗିରହିଥ୍ ବା ପ୍ରଜାମାନଙ୍କ ଦୁଃଖରେ ଅତିଷ୍ଠ ନୀଳକଣ୍ଠଙ୍କ (୬୨)ପୀଡ଼ିତ ହୃଦୟର ପ୍ରତିକ୍ରିୟା ଯୋଗୁଁ। ପିଲାମାନେ ଚାଲି ଚାଲି ଯୌଥିଲେ। ଖଣ୍ଡପଡ଼ା ରାଜା ଏ ଖବର ପାଇ ଶିକ୍ଷକ ଓ ପିଲାମାନେଙ୍କ ଆତିଥେୟତା ନିମନ୍ତେ ପୂର୍ବରୁ ଜଣାଇଥିଲେ। ପିଲାମାନେ ଗୋବିନ୍ଦପୁରଠାରେ ପହଞ୍ଚିବା ବେଳକୁ ଖଣ୍ଡପଡ଼ା ରାଜା ଚାଳିଶ ଖଣ୍ଡ ଶଗଡ଼ ପଠାଇ ଦେଇଥିଲେ। ଶଗଡ଼ିଆମାନେ ଆଗରୁ ଆସି ଗୋବିନ୍ଦପୁରଠାରେ ଅପେକ୍ଷା କରଥିଲେ। ଗଢ଼ଜାତର ପ୍ରଜାମାନେ ରାଜାମାନଙ୍କ ଦ୍ବାରା ଅତ୍ଯାଚାରିତ ହେଉଥିବା ଆଗରୁ ଜଣାଥିଲା। ତେଣୁ ନୀଳକଣ୍ଠ ସେ ଶଗଡ଼ିଆମନଙ୍କୁ ଦେଖିଲେ ଏବଂ ସେମାନଙ୍କ ମନରେ କଷ୍ଟ ଥିବା ଅନୁଭବ କଲେ। ସେଥିପାଇଁ ସେମନଙ୍କୁ ପଚାରିଲେ ତୁମ୍ବେମାନେ କେତେ ଲେଖିଁଏ ମଜୁରି ପାଅ? ଶଗଡ଼ିଆମାନେ ହାତରୁ ଖାଇ ସେଠାକୁ ଶଗଡ଼ ଆଣି ଆସିଥିବା କଥା କହିବାରୁ ନୀଳକଣ୍ଠ କ୍ରୋଧାନ୍ନିତ ହୋଇପଡ଼ିଲେ। ସେ ଗୋବିନ୍ଦପୁରଠାରେ ଏକ ଛାତ୍ର ସଭା କରି ଗଡ଼ଜାତ ରାଜାମାନଙ୍କର ଅନ୍ଧାରିଶାସନର ସ୍ବରୂପ ବୁଝାଇ ଦେଲେ। ତା' ପରେ ଶଗଡ଼ିଆମାନଙ୍କୁ ଫେରିଯାଇ ରାଜାଙ୍କୁ କହିବାକୁ କହିଲେ ଯେ, ସତ୍ଯବାଦୀର ଛାତ୍ର ଓ ଶିକ୍ଷକମାନଙ୍କ ପାଇଁ ଯେଉଁ ରାଜା ବେଠିଶଗଡ଼ ପଠାଇଛନ୍ତି, ସେ ରାଜାଙ୍କର ନିମନ୍ରଣ ରକ୍ଷା କରିବାକୁ ସତ୍ଯବାଦୀ ବିଦ୍ଯାଳୟ ସେଠାକୁ ଯିବ ନାହିଁ। ଶଗଡ଼ିଆମାନେ ମହା ଅଡ଼ୁଆରେ ପଡ଼ିଲେ। ସେମାନେ ନୀଳକଣ୍ଠଙ୍କୁ ଅନୁନୟ କରି ରାଜରୋଷର ପରିମାଣ ଜଣାଇବାରୁ ନୀଳକଣ୍ଠ ସାଙ୍ଗରେ ଥିବା ଶିକ୍ଷକ ମାନେ ମଧ୍ଯ ବହୁତ ଚିନ୍ତିତ ହେଲେ। ଶେଷକୁ କଥା ହେଲା ଯେ, ଶଗଡ଼ିଆମାନଙ୍କ ସରଦାର ଯାଇ ରାଜାଙ୍କୁ ଦେବେ ପିଲାମାନେ ବା ଶିକ୍ଷକମାନେ ବେଠିଶଗଡ଼ ବ୍ଯବହାର କରିବେ ନାହିଁ। କେତକ ଶଗଡ଼ର ଦରକାର ଥିବରୁ ସେମାନେ ଶଗଡ଼ ଭଡ଼ା ଦେଇ କେତେଖଣ୍ଡ ଶଗଡ଼ ରଖିବେ। ସରଦାର ଯାଇ ରାଜଙ୍କୁ ଏ ଖବର ଦେଲେ। ରାଜା ଏ ଖବର ପାଇ ଆଉ କୋଡ଼ିଏ ଖଣ୍ଡ ଶଗଡ଼ ଓ ପୂର୍ବ ଶଗଡ଼ିଆମାନଙ୍କ ପାଇଁ ମଜୁରୀ, ଖାଇବା ଜିନିଷ ଓ ବଳଦଙ୍କ ପାଇଁ ଖାଦ୍ଯ ପଠେଇ ଦେଲେ। ରାଜା ସାହେବ ମଧ୍ଯ କ୍ଷମାମାଗି ପତ୍ର ଦେଇଥିଲେ ଓ ଶିକ୍ଷକ ଏବଂ ପିଲାମାନଙ୍କ ଆସିବା ବାଟକୁ ଚାହିଁ ବସିଛନ୍ତି ବୋଲି ସେଥିରେ ଲେଖିଥିଲ। ତେଣୁ ପିଲାମାନେ ଓ ଶିକ୍ଷକମାନେ ଆଦରରେ ସେସବୁ ଶଗଡ଼ ବ୍ଯବହାର କଲେ। ଏହିପରି ଭାବରେ ନୀଳକଣ୍ଠଙ୍କ ଦୃଢ଼ତା, ନିର୍ଭୀକତା ଏବଂ ଅନ୍ଯାୟ ବିରୋଧରେ ସିଂହ ପରକ୍ରମରେ ଠିଆହେବା ଆଦି କାର୍ଯ୍ଯରେ ପତ୍ରିଫଳିତ ହେଉଥିଲେ। ପଣ୍ଡିତ ନୀଳକଣ୍ଠ କଲିକତାରେ ରହୁଥିବା ସମୟରେ ପଣ୍ଡିତ ଗୋଦାବରୀଶ ମିଶ୍ର ପରୀକ୍ଷା ଦେବା ପାହଞ୍ଚିଥିଲେ। ଦର୍ଶନ ବିଷୟରେ ସେ ଆଦୈଅ ପ୍ରସ୍ତୁତ ହୋଇନଥିଲେ। (୬୩)ପଣ୍ଡିତ ନୀଳକଣ୍ଠ ମାତ୍ର ସାତଦିନ ମଧ୍ଯରେ ନିଜେ ପଢ଼ି ତାଙ୍କୁ ସେଥିରେ ପ୍ରସ୍ତୁତ କରାଇଥିଲେ। ଗୋଦାବରୀଶ ପରୀକ୍ଷା ଦେଇ ଆସିବା ପରେ ସେ କେତେ ନମ୍ବର ପାଇବେ ତାହାର ହିସାବ କରି କହିବାକୁ ନୀଳକଣ୍ଠଙ୍କୁ ପଚାରିଲେ। ନୀଳକଣ୍ଠ ତାଙ୍କୁ ଉତ୍ତରର ଆକଳନ କରି ଏକ ନିର୍ଦ୍ଧିଷ୍ଠ ସଂଖ୍ଯା କହିଲେ। ଗୋଦାବରୀଶ ପୁଣି ସେ ବିଷୟରେ ବିଶ୍ବବିଦ୍ଯାଳୟରେ ସର୍ବୋଛ କେତେ ନମ୍ବର ଉଠିବ ବୋଲି ପଚାରନ୍ତେ ନୀଳକଣ୍ଠ ଗୋଦାବରୀଶଙ୍କୁ କହିଥିବା ନମ୍ବରର ସଂଖ୍ଯାଟି ଜଣାଇଲେ। ବାସ୍ତବରେ ତାହା ହିଁ ଘଟିଥିଲା। ନୀଳକଣ୍ଠ ନିଜର ପ୍ରସ୍ତୁତି ଓ ସେ କେତେ ଗ୍ରହଣ କଲେ ଓ କେତେ ନମ୍ବର ଉତ୍ତର ଦେଲେ ସେସବୁ ଅଙ୍କ କଶିଲା ପରି ପ୍ରାଞ୍ଜଳ ଭାବରେ ଆକଳନ କରି ପରିଥିଲେ। ପଣ୍ଡିତ ଗୋଦାବରୀଶ ନିଜର ଆତ୍ମଜୀବନୀ 'ଅର୍ଦ୍ଧଶତାଦ୍ଦୀର ଓଡ଼ିଶା ଓ ତହିଁରେ ମୋ ସ୍ଥାନ' ପୁସ୍ତକରେ ଏହା ଲେଖିଛନ୍ତି। ଜଣେ ଗରିବ ଓ ମେଧାବୀ ଛାତ୍ର ଜମିଦାରଙ୍କଠାରୁ ସାହାଯ୍ଯ ପାଇ ସତ୍ଯବାଦୀ ସ୍କୁଲକୁ ଆସି ପାଠ ପଢ଼ୁଥିଲେ। ଥରେ ଜମିଦାର ଠିକ୍ ସମୟରେ ତାଙ୍କୁ ସାହାଯ୍ଯ କରିବା ଭୁଲି ଯାଇଥିଲେ। ତେଣୁ ପିଳାଟି ଠିକ୍ ସମୟରେ ସ୍କୁଲ ଫି' ଓ ଛାତ୍ରାବାସର ଖର୍ଚ୍ଚ ଦେବାରେ ଅସମର୍ଥ ହୋଇଥିଲେ। ସେଥିପାଇଁ ସେ ଲଜ୍ଜାବଶତଃ କାହାକୁ ମାଗି ପାରିଲେ ନାହିଁ କିମ୍ବା କାହାକୁ କିଛି କହି ପାରିଲେ ନାହିଁ। ସେଥିପାଇଁ ସେ ଦିନେ ସ୍କୁଲ ଓ ବୋଡିଂ ଛାଡି କାହାକୁ କିଛି ନକହି ନିଜ ଘରକୁ ଚାଲିଗଲେ। ପରେ ତାଙ୍କୁ ଯେତେବେଳେ ଖୋଜା ହେଲା, ସେ ମିଳିଲେ ନାହିଁ। କଛିଦିନ ପରେ ସେ ବୋଡିଂ ଓ ସ୍କୁଲ ଦରମା ସଂଗ୍ରହ କରି ସନ୍ତର୍ପଣରେ ସ୍କୁଲରେ ପହାଞ୍ଚିଲେ। ନୀଳକଣ୍ଠ ଏପରି ଘଟଣାରେ ପୂର୍ବରୁ ରାଗି ଯାଉଥିଲେ। ସେ ଛାତ୍ରଙ୍କୁ ତୁରନ୍ତ ଡାକି ପଠାଇଲେ। ସ୍କୁଲର ନିୟମ ଭାଙ୍ଗିଥିବାରୁ ତାଙ୍କୁ ଉପରେ ଦଶଟଙ୍କା ଜୋରିମାନା କରାଗଲା। ବାଳକଟି ସତ୍ଯବାଦୀ ସ୍କୁଲରେ ଆଉ ପଢ଼ିପାରିବାର କୌଣସି ଆଶା ନଦେଖ୍ ଏବଂ ପଣ୍ଡିତ ନୀଳକଣ୍ଠଙ୍କ କ୍ରୋଧରେ ଭୟଭୀତ ହୋଇ କାନ୍ଦିବାକୁ ଲାଗିଲା। ଆଚାର୍ଯ୍ଯ ହରିହର ତାଙ୍କୁ ଡାକିନେଇ ତା' ଠାରୁ ସବୁକଥା ବୁଝି ନୀଳକଣ୍ଠ ଓ ଗୋପବନ୍ଧୁଙ୍କୁ ଜଣାଇଲେ। ଗୋପବନ୍ଧୁ ମଧ୍ଯ ପିଲାଟି ପାଇଁ ନୀଳକଣ୍ଠଙ୍କୁ କହିଲେ। ନୀଳକଣ୍ଠ ଯେତେବେଳେ ନିର୍ଦ୍ଦିଷ୍ଠ ଭାବରେ ଜାଣିଲେ ଯେ ପିଲାଟି ଅତ୍ଯନ୍ତ ଗରିବ ଏବଂ ଏହାଦ୍ବାରା ତା'ର ସ୍କୁଲରେ ପଢିବା ଅସମ୍ବବ ତାଙ୍କ ହୃଦୟ ତରଳିଗଲା। ସେ ପିଲାଟିକୁ ପାଇ ପଢ଼ାପଢ଼ି କରିବାକୁ କହି ବିଦାୟ କରିଦେଲେ ମାତ୍ର ନିଜ ହାତରୁ ଜୋରିମାନା ଟଙ୍କା (୬୪) ପିଇଠ କରିଦେଲେ। ଗୋପବନ୍ଧୁ ପଚାରିବାରୁ ସେ ଉତ୍ତର ଦେଲେ, ସତ୍ଯବାଦୀ ସ୍କୁଲର ଶୃଙ୍ଖଳାଅତୁଟ ରଖିବାକୁ ହେଲେ ପିଲାଟିକୁ ଜୋରୁମାନା ଦେବାକୁ ହିଁ ପଢ଼ିବ। ସେଥିପାଇଁ ସେ ଏ ବ୍ଯବସ୍ଥା କରିଛନ୍ତି। ଏହା ଫଳରେ ଭବିଷ୍ଯତରେ କୈଣସି ଛାତ୍ର ନିଜର ସୁବିଧା ଅସୁବିଧା ନଜଣାଇ ସ୍କୁଲ ବା ବୋଡିଂରୁ ବାହାରକୁ ଯିବେ ନାହିଁ। ଏଥିରେ ପଣ୍ଡିତ ନୀଳକଣ୍ଠଙ୍କ ଦୃଢ଼ ଶୃଙ୍ଖଳାଜ୍ଞାନ ଓ କୋମଳ ହୃଦୟର ପରିଚୟ ମିଳିଥାଏ। ପଠାଣି ସାମନ୍ତ ଜଣେ ଜ୍ଯୋତିଷ ଥିଲେ। ୧୯୧୬ ମସିହା ବେଳକୁ ତାଙ୍କର ଗଣନା ଅଭ୍ରାନ୍ତ ଥିବା ଜଣାଯାଇଥିଲା। ତାହାକୁ ଲକ୍ଷ୍ଯକରି ପଣ୍ଡିତ ନୀଳକଣ୍ଠ ନିଜେ ରାତିରେ ବାହାରେ ବସି ଆକାଶର ମାନଚିତ୍ର ପକାଇ ତାରା, ଗ୍ରହ ଆଦି ନିରୀକ୍ଷଣ କରିବାକୁ ଆରମ୍ବ କଲେ। ଏହାପରେ ସେ ପିଲାମାନଙ୍କୁ ବିଭିନ୍ନ ଗ୍ରହ, ତାରା ଆଦିଙ୍କ ସ୍ଥିତି ଓ ସେମାନଙ୍କୁ ଦେଖ୍ ଦିଗ ଜାଣିବାର ଉପାୟ ଶିଖାଇଲେ। ସେହି ପିଲାମାନେ ଯୋଗେଶଚନ୍ଦ୍ର ରାୟଙ୍କୁ ଅନ୍ଧାର ରାତିରେ ସ୍କୁଲ ଆଡକୁ ନେଇଯାଉଥିବା ବେଳେ ସେ ସେମାନଙ୍କୁ ପଚାରିଲେ ଆମେ କେଉଁଆଡ଼େ ଯାଉଚେ?ପିଲାମାନେ ତତ୍କ୍ଷଣାତ୍ ଉତ୍ତର ଦେଲେ ଆମେ ଉତ୍ତର ଦିଗକୁ ଯାଉଥାଇଁ। ସେ ପିଲାମାନଙ୍କୁ ପଚାରିଲେ କିପରି ଜାଣିଲ? ପିଲାମାନେ ଧୃବତାରା ଓ ଅନ୍ଯ ନକ୍ଷତ୍ର ମାନଙ୍କର ସ୍ଥିତି ଦେଖିଇ ଏବଂ ସେହି ଦିଗକୁ ଯାଉଥିବା ଦର୍ଶାଇ ଉତ୍ତର ଦେବାରେ ସେ ଖୁବ୍ ଖୁସି ହୋଇଥିଲେ। ପରେ ସେ ଜାଣିଲେ ଯେ, ପଣ୍ଡିତ ନୀଳକଣ୍ଠଙ୍କ ଚେଷ୍ଟାରେ ସେମାନେ ଏହା ଶିଖିପାରିଛନ୍ତି। ପଣ୍ଡିତ ନୀଳକଣ୍ଠ ଜ୍ଯୋତିଷ ହେବକୁ ଚେଷ୍ଟା କରିଥିଲେ ମାତ୍ର ଏହା ସାହାଯ୍ଯରେ ବ୍ଯବହାରିକ ଜ୍ଞାନ ବଢ଼ାଇବାକୁ ଉଦ୍ଯମ କରିଥିଲେ। ତେଣୁ ଦେଶୀୟ ଜ୍ଞାନର ବ୍ଯବହାର ଲୋପ ପାଉଥିବା ବେଳେ ତାହାର ଯଥାପଥ ଶିକ୍ଷା କିପରି ବାସ୍ତବ କ୍ଷେତ୍ରରେ ପ୍ରଯୁକ୍ତ ହୋଇପାରିବ ସେ ବିଷୟ ପଣ୍ଡିତ ନୀଳକଣ୍ଠ ଛାତ୍ରମାନଙ୍କୁ ପ୍ରଦାନ କରୁଥିଲେ। ଏହା ସତ୍ତ୍ବେ ଏ ବିଷୟ ସ୍କୁଲ ପାଠର ଅନ୍ତର୍ଗତ ନଥିଲା। ଲେଖକ ପରବର୍ତ୍ତୀ କାଳର ସତ୍ଯବାଦୀ ସ୍କୁଲରେ ଅଧ୍ଯୟନ କଲାବେଳେ ପଣ୍ଡିତ ନୀଳକଣ୍ଠଙ୍କ ଛାତ୍ର ଓ ସ୍କୁଲର ତ୍ତ୍କାଳୀନ ପ୍ରଧାନ ଶିକ୍ଷକ ହରିହର ମହାପାତ୍ର ମଧ୍ଯ ଧ୍ରୃବତାରା ଦେଖାଇ ସେ କେତେ ଡିଗ୍ରୀ କୋଣରେ ଅବସ୍ଥାନ କରୁଛି ତାହା ଦୁଇଟି ଖୁଣ୍ଟ ପୋତି ଦଉଢ଼ି ବାନ୍ଧି ଦେଖାଇ ଦେଇଥିଲେ। ଏହା ସେ ନୀଳକଣ୍ଠଙ୍କଠାରୁ ଶିକ୍ଷା କରିଥିବା ଜଣାଇଥିଲେ। (୬୫) ନୀଳକଣ୍ଠ ସ୍କୁଲରେ ପ୍ରଧନ ଶିକ୍ଷକ ଥ୍ ବାବେଳେ ପୁରୀକୁ ବହୁତ ଯାତ୍ରୀ ଚାଲି ଚାଲି ଗୁଣ୍ଡିଚା ବେଳେ ଜଗନ୍ନାଥ ଦର୍ଶନ କରିବାକୁ ଆସୁଥ୍ ଲେ। ସେମାନେ ଏହି ସମୟରେ ସାକ୍ଷୀଗୋପାଳଙ୍କୁ ମଧ୍ଯ ଦର୍ଶନ କରିବାକୁ ଆସୁଥ୍ ଲେ। କିନ୍ତୁ ଅଧ୍କାଂଶ ସମୟରେ ସେମାନେ ହଇଜା ରୋଗରେ ଆକ୍ରାନ୍ଥ ହୋଇ ପୋକମାଛି ପରି ରାସ୍ତାକଡ଼ରେ ମରିଯାଉଥିଲେ। ବିଶେଷ ଭାବରେ ସାକ୍ଷୀଗୋପଳ ମଧ୍ଯରେ ସେମାନେ ରାସ୍ତାକଡ଼ରେ ମରିପଡ଼ିବା ସହ ପାକ ଆଖ ଗାଁରେ ହଇଜା ରୋଗ ମଧ୍ଯ ବ୍ଯାପୁଥିଲା। ସେଥିରେ ବହୁଲୋକ ମରୁଥିଲେ। ପଣ୍ଡିତ ନୀଳକଣ୍ଠ ସେମନଙ୍କୁ ହୋମିଓପ୍ଯାଥ୍କ ଔଷଧ ଦେଲେ ଏବଂ ମୃତ ବ୍ଯାକ୍ତିମାନଙ୍କ ଶବ ସତ୍କାର କରି ବହୁ ଯାତ୍ରୀଙ୍କ ଜୀବନ ରକ୍ଷା କରିବା ସହତ ପାଖ ଆଖ ଗାଁରେ ତାହା ବ୍ଯାପିବା ବନ୍ଦ କରିବା ପାଇଁ ଉଦ୍ଯମ କରିଥିଲେ। ଆଉ ମଧ୍ଯ ଗାଁ ଗହଳରେ ସେ ହୋମିଓପ୍ଯାଥ୍କ ଔଷଧ ଦେଇ ହଇଜା ରୋଗୀଙ୍କ ସେବା କରିଥିଲେ। ସେମନଙ୍କୁ ହଇଜାର ପ୍ରତିକାର ନିୟମ ମଧ୍ଯ ବତାଇ ଦେଉଥିଲେ। ଏହା ଗୋଟିଏ ରୋଗ ଓ ଠାକୁରାଣୀଙ୍କ କୋପ ନୁହେଁ ବୋଲି ବଝାଇ ସେ କୁସଂସ୍କାର ଦୁର କରିବା ପାଇଁ ଆପ୍ରଣ ଉଦ୍ଯମ କରିଥିଲେ। ଏହି ସମୟରେ ତାଙ୍କର ପ୍ରଧାନ ସହାୟକ ଥିଲେ ସତ୍ଯବଦୀ ସ୍କୁଲର ଅନ୍ଯତମ ଶିକ୍ଷକ ରାମଚନ୍ଦ୍ର ରଥ। ଏହା ଦ୍ବାରା ପାଖ ଆଖ ଗାଁରେ ନୀଳକଣ୍ଠଙ୍କ ପ୍ରତି ଲୋକଙ୍କର ସ୍ନେହ ଓ ଭକ୍ତି ଜାଗ୍ରତ ହୋଇଥିଲା। ସତ୍ଯବାଦୀ ସ୍କୁଲରେ ପିଲାମାନେ ପଂକ୍ତିଭୋଜନରେ ବସି ଖାଉଥିଲେ। ସତ୍ଯବାଦୀ ସ୍କୁଲ ଚାରିପାଖରେ ନୈଷ୍ଠକ ଆଚରବନ୍ତ ସାସନଗ୍ରାମର ବ୍ରାହ୍ମଣମାନେ ଏହାକୁ ଘୋର ବିରୋଧ କରିଥିଲେ। ସେଥି ସହିତ ପଣ୍ଡିତ ନୀଳକଣ୍ଠ ନିଶ ରଖିବା ଯୋଗୁଁ ସେମାନେ ଆହୁରି ଖପା ହେଲେ। ଫଳରେ ସତ୍ଯବାଦୀ ସ୍କୁଲରେ କୌଣିସି ଲୋକ ନିଆଁ ଲଗାଇଦେଲେ। ସ୍କୁଲ ଗୃହ ଓ ସେଥିରେ ଥିବା ବହୁ ମ୍ବଲ୍ଯବାନ୍ ପସ୍ତକ ଭସ୍ମସାତ୍ ହୋଇଥିଲା। କିନ୍ତୁ ନୀଳକଣ୍ଠ ଅବିଚଳିତ ଭାବରେ ଶିକ୍ଷକ ଓ ଛାତ୍ରଙ୍କୁ ଧରି ନଡ଼ିଆ ବରଡାର ଛାମୁଣ୍ଡିଆ କରି ତହିଁ ଆରଦିନକୁ ସ୍କୁଲ ପାଠପଢ଼ାର ଯଥାରୀତ କାର୍ଯ୍ଯ କରିବାରେ ସଫଳ ହେଲେ। ସେହିପରି ନିଜର ନିଶ ଅନ୍ଦୋଳନ ବିରୋଧରେ କପୋତେଶ୍ବର ନିକଟରେ ରକ୍ଷଣଶୀଳ ବ୍ରାହ୍ମଣ ଗୋଷ୍ଠୀ ପଣ୍ଡିତ ନୀଳକଣ୍ଠଙ୍କ ନିଶ ବିରୋଧରେ ଏକ ସଭା କରି ତାଙ୍କୁ ଜାତିରୁ ବହିଷ୍କାର କରିବାର ବ୍ଯବସ୍ଥା କରିଥିଲେ। ଏପରିକି ପୁରୀରୁ 'ପ୍ରଦୀପ' ନାମରେ ବାହାରିଥିବା ପତ୍ରିକାରେ ପଣ୍ଡିତ ନୀଳକଣ୍ଠଙ୍କ ନିଶ ପୋଢ଼ିବା ନିମନ୍ତେ ପ୍ରଚାର କରାଯାଇଥିଲା। ମାତ୍ର ପଣ୍ଡିତ ନୀଳକଣ୍ଠ ପ୍ରବନ୍ଧମାନଙ୍କ ମାଧ୍ୟମରେ ଉଦାହରଣ ସହିତ ବ୍ୟଙ୍ଗ ଭାଷାରେ ଏହାର ପ୍ରତିବାଦ କରିବା ସହ କପୋତେଶ୍ୱରଠାରେ ଉପସ୍ଥିତ ରହି ରକ୍ଷଣଶୀଳମାନଙ୍କୁ ଯୁକ୍ତି ଦ୍ୱାରା ପରାସ୍ତ କରିବା ଫଳରେ ତାଙ୍କୁ ସମାଜରୁ ବାହାର କରିବା ଉଦ୍ୟମ ପଣ୍ଡ ହୋଇଯାଇଥିଲା। ବିପଦ ସମୟରେ ଅସାମୀ ଧୈର୍ଯ୍ୟ ଓ ପ୍ରତିରୋଧରେ ସିଂହ ବିକ୍ରମରେ ଲଢିବା ଏବଂ ଶାସ୍ତ୍ର ଅନଭିଜ୍ଞ ଲୋକ ବିଶ୍ୱାସ ବା କୁସଂସ୍କାରକୁ ଶାସ୍ତ୍ର ଜ୍ଞାନରେ ପରାଭୂତ କରି ଦୂର କରିବା ଦିଗରେ ନୀଳକଣ୍ଠ ଅଗ୍ରଣୀ ଥିଲେ। ସତ୍ୟବାଦୀ ସ୍କୁଲ୍ ର ଛାତ୍ରମାନେ ମଧ୍ୟ ଏହା ଶିକ୍ଷା କରୁଥିଲେ। ସେଥିପାଇଁ ସତ୍ୟବାଦୀ ଡାକ୍ତରଖାନାରେ ଛାତ୍ରମାନେ ସାମୟିକ ଭାବରେ ରୋଗୀ ସେବାରେ ମଧ୍ୟ ତାଲିମ ନେଉଥିଲେ। ଏହା ସତ୍ୟବାଦୀ ଶିକ୍ଷା ବିଧାନରେ ସ୍ଥାନ ପାଇଥିଲା। ଘରପୋଡି ସମୟରେ ଛାତ୍ରମାନେ ପାଖ ଆଖ ଗ୍ରାମମାନଙ୍କରେ ଯାଇ ନିଆଁ ଲିଭାଇବା ମଧ୍ୟ ସେହି ସମୟରେ ଶିକ୍ଷା ଦିଆଯାଇଥିଲା। ଏସବୁରେ ପଣ୍ଡିତ ନୀଳକଣ୍ଠ ପିଲାଙ୍କୁ ନେଇ ସେ ସ୍ଥଳକୁ ଯାଉଥିଲେ। ଏହି କାର୍ଯ୍ୟଗୁଡିକ ଦ୍ୱାରା ଶିକ୍ଷା ସହିତ ସମାଜସେବା ଓ ସଂସ୍କାର,ବ୍ୟବହାରିକ ଜ୍ଞାନ ପ୍ରଭୃତି ନୀଳକଣ୍ଠ ପିଲାମାନଙ୍କୁ ଶିକ୍ଷାଦେବା ପାଇଁ ଉଦ୍ୟମ କରିଥିଲେ। ଆମ ରାଜ୍ୟର ଏହି ସ୍ୱନାମଧନ୍ୟ ଶିକ୍ଷକ ୧୯୬୭ ମସିହା ନଭେମ୍ବର ୬ ତାରିଖରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ନୀତିନିଷ୍ଠ, ସମର୍ପିତପ୍ରାଣ ଶିକ୍ଷକ ଭାବରେ ପଣ୍ଡିତ ନୀଳକଣ୍ଠ କେବଳ ସତ୍ୟବାଦୀ ଜାତୀୟ ବିଦ୍ୟାଳୟର ପରିସରକୁ କାଳର କଷଟୀରେ ମହିମାନ୍ୱିତ କରି ନଥଲେ, ଶିକ୍ଷକୀୟ ମହତ୍ତ୍ୱକୁ ସ୍ୱଦେଶରେ ପ୍ରତିଷ୍ଠିତ କରିବାଲାଗି ତାଙ୍କର ସଦୁଦ୍ୟମ ଥିଲା କାଳୋତ୍ତୀର୍ଣ୍ଣ।


(ଛବି)

 (ଛବି)

ଦରଦୀ କବିପ୍ରାଣ ଶିକ୍ଷକ ଗୋଦାବରୀଶ ମିଶ୍ର

          ପ୍ରଫେସର  ଜଗନ୍ନାଥ   ମହାନ୍ତି
     "ତରୂଲତା      କୁଞେ          ବସିଛି     ଧୀରେ    ମୁଁ,
                    ଆନ   ତରୁଲତା          ପରି ,
      ତରୁଲତା      ଅଙ୍ଗୁ      ପଡୁଛି     ମୋ   ଅଙ୍ଗେ
                ମଉନେ    ସୁମନ         ଝଡି।
      ପଲ୍ଲବ      ଉଢାଳେ               ସୁଖେ    ଗାଉଥିବା
                ପିକ         ପଚଞ୍ଚମକୁ      ଜିଣି ,
      ଶିଶୁକଣ୍ଠ          ରୋଳେ          ଭରିତ     ହୁଅଇ
                ଏ       ଚାରୁ    କାନନ  ଭୂମି।
      ଏ        ମଧୁମିଳନେ        ଲଭେ,   ମୁଁ    ତ ,    ମୋର
                ପରାଣପରଶ          ଧନ ,
      ଆନ    ଦେଶେ      କାହିଁ          ଯିବି     ମୁଁ       ଜୀବନେ
                  ତେଜି      ଏ   ବକୁଳ    ବନ    ?"
         (୬୭) ଶଂସତି    କବିତାଂଶଟିର   ରଚିୟିତା   କିଏ  ଜାଣିବା ବା ଅନୁମାନ   କରିବା   କଷ୍ଟର  ନୁହେଁ।ବକୁଳ  ବନର   କ୍କୁଳକବି   ଗୋଦାବରୀଶ   ସତ୍ଯବାଦୀ  ବନବିଦ୍ଯାଳୟର  ସୁନ୍ଦର  ଶ୍ଯାମଳ   ପରିବେଶରେ ଚପଳକୋମଳ ଛାତ୍ର ମାନଙ୍କର ମଧୁର କଳ ରୋଳ ରେ ହୋଇଛନ୍ତି ସୁଗ୍ଧମୋହିତ|ଏହା କବି ମାନଙ୍କର କେବଳ ଏକ ଆବେଗ ନୁହେଁ,ଏହା ତାଙ୍କର ଅନ୍ତରର ଅଭୀପ୍ପା|ଏହି ଅନୁଷ୍ପାନ"ମନୁଷ୍ୟଗଣକାରଆଖାନା"ଓ ସବୁଜ ଛୁରିଆନା ଦଳକୁ କୁଞ୍ଜ ତାଙ୍କୁ ସାରାଜୀବନ ସେଠାରେ ଅତିବାହିତ କରିବା ପାଇଁ ପ୍ରେରଣା ଦେଇଛି|ତାର ପବିତ୍ର ଭୁମିରେ ସେ ନିଜର ଶରୀରକୁ ଶେଷରେ ମିଶାଇ ଦେବାକୁ ମନ କରି ଗାଇଛନ୍ତି;

ମାଗି ମୁଁ ମେଲାଣି ଜୀବନ ସାଯୟାହ୍ମେ ମୁଦନ୍ତି ମୁଁ ନେତ୍ରେ ବେନି, ଏ ଭୂମିର ମାଟି ମାଟିରେ ମିଶାଇ ରଖିବି ମୋ ତନୁ ଘେନି|

ଆଦର୍ଶ ଗୁରୁକୁନିର ପାଣିପବନ,ପ୍ରକୃତିପରିବେଶ ସ ହିତ ତାଙ୍କର ଆତ୍ମିକ ତ ଥା ହାଦ୍ଦିକସମନ୍ଧ ସ୍ଥାପିତ ହୋଇଥିଲା|ଉତ୍କଳମଣି ଗୋପବନ୍ଧୁ ଥିଲେ ତାଙ୍କ ପାଇଁ ଜଣେ ଅସାଧାରଣ ମହାପୁରୁଷ;ସେ ତେଣୁ ତାଙ୍କୁ ଆତ୍ମଜୀବନୀରେ ଲେଖିଥିଲେ,"ଗୋପବନ୍ଧୁ ବାବୁଙ୍କ ମୁହଁର ଲାବଣଣ୍ଯ,କଥାର ମାଧୁରୀ,ହସର ସାରଲ୍ଯ,ଆଖିର ଜ୍ଯେତି,କପାଳର ତେଜ ଓ ଯୁକ୍ତିର ଗାରିମା ,ସରଳ ତେଜିୟାନ୍ ତରୁଣ ପ୍ରାଣକୁ ଚୁମ୍ବକ ପରି ଟାଣି ନିଏ"

ଭାକ୍ତ କବି ମଧୁସୁଦନଙ୍କ ପରାମର୍ଶକ୍ରମେ ସତ୍ଯବାଦୀର ବଲୁକ ବନ ଏକ ସାର୍ଥକ ଜାତୀୟ ବିଦ୍ଯାଲୟ ପାଇଁ ଉପଯୁକ୍ତ ବିବେଚିତ ହେଲା|୧୯୧୧ମସିହାରେ ଏଠାରେ ଯେଉଁ ଶିକ୍ଷାନୁଷ୍ଟାନଟି ଗଢି ଉଠିଥିଲା,ଗୋଦାବରୀଶ୍ ଏମ।ଏ ପରିକ୍ଷାରେ ଉତ୍ତୀର୍ଣ୍ଣ ହେବାର ପରେ ଗୋପବନ୍ଧୁଙ୍କ ବ୍ଯକ୍ତିତ୍ୱ ଓ ଆଦର୍ଶର ଚାମ୍ବକୀୟ ଆକର୍ଷଣରେ ଆସି ସେଠାରେ ଜଣେ ସାଧାରଣ ଶିକ୍ଷକ ଭାବରେ ଯୋଗ ଦେଇଥିଲେ ୧୯୧୩ ମସିହାରେ|ସେ ଚାହୁଁଥିଲେ ଚକ୍ର ଅର୍ଥକାରୀ ଓ ଆଡମ୍ବରପୁର୍ଣ୍ଣ ପଦପଦବୀ ମଧ୍ଯରୁ ଗୋଟିଏ ବାଛି ପାରିଥାନ୍ତେ|ଆଧୁନିକ ସମାଜର ଭୌତିକ ମୋହ ମତାରେ ଜଲାଞ୍ଜଳି ଦେଇ ସେ କେବଳ ମହାନ୍ ଆଦର୍ଶ ଓ ମୂଲ୍ଯବୋଧରେ ଅନୁପ୍ରେରିତ ହୋଇ ନଥିଲେ,କିଶୋର ଛାତ୍ରମାନଙ୍କ ଗ ହଣରେ "ସରଳ ଜୀବନ ଓ ଉଚ୍ଚ ଚିନ୍ତନ"ର ଅଦର୍ଶରେ ଜିବନ ନିର୍ବାହ କରିବାକୁ ସ୍ଥିର କରିଥିଲେ|ସେ

                                                                    ୬୮ ନିଜେ କ ହିଥିଲେ,"ଜୀବନରେ ସବୁ ପ୍ରକାର ସୁଖ ସୌଭଗ୍ଯକୁ ଜଳାଞ୍ଜଳି ଦେଇ ମାସିକ ତିରିଶ୍ ଟଙ୍କା ଭଦ୍ଭାରେ ଆସି କା ଶିକ୍ଷକତା ମଧ୍ଯରେ ଓକିଲାତି ପରିକ୍ଷା ଦେବା ହିଁ ସମ୍ଭବ ହେଲା ନାହିଁ|ସେ ସ୍ପଷ୍ଟ ଭାବରେ ଲେଖିଛନ୍ତି,"ସେଠାରେ ଆଜିବନ ମାଟି କାମୁଡି ପଡି ରହିବା କଥା ସ୍ଥିରହେଲା|ମୁଁଦିନର କାମ ସାରି ସଂଧ୍ଯାରେ ଶ୍ମଶାନରେ ଯାଇ ଏକା ବସେ|ଦିନେ ଯେଉଁଠାରେ ମୋ ଦେହ ପା ଉଁଶରେ ମିଶିବ,ବସିବସି ସେହି ସ୍ଥାନ ସ୍ଥିର କରେ|ଜୀବନର କର୍ମ କ୍ଷେତ୍ରରେ ଆଖିବୁଜିବା କଥା ଭାବିଲେ,ପ୍ରାଣରେ ଅପୂର୍ବ ଆନନ୍ଦ ଅସେ|ଇଂରାଜୀରେ ଅଛି "ରୋମ୍ ସ ହର ଦିନ କରେ  ତିଆରି ହୋଇନଥିଲା,ସତ୍ଯତା ଉପଲବ୍ଧି କରିବାକୁ ମୋତେ ବେଶ୍ ସୁଯୋଗ ମିଳିଲା|ସ୍କୁଲ ବେଳେ ଶିକ୍ଷକମାନେ ଶିକ୍ଷକ ଛାତ୍ର ,ଛାତ୍ର,କିନ୍ତୁ ବଗିଚାରେକୋଢି ହାଣିବା କିମ୍ବା ପାଣି ମଡାଇବା ବେଳେ ଶିକ୍ଷକ ଓ ଛାତ୍ର ଉଭୟେ କାନ୍ଧକୁ କାନ୍ଧ ପକାଇ ସ ହକର୍ମୀ  ଭାବରେ କାମ କରୁଥିଲୁ|ସ୍କୁଲ ଘର ତିଆରି ଲାଗି ଆମେ ସମସ୍ତେ ମୁଣ୍ଡରେ ଇଟା ଚୁନ ବୋହୁଛୁ|ଘର ଝାଳୁ ଦେଉଛୁ|ଶିକ୍ଷିତ ଲୋକ ଦୃଷ୍ଟିରେ ଯେଉଁ ସବୁ କାମ ଘୂଣ୍ଯ,ସେପରି ଅନେକ କାମ କରି ଛୁ|ତାହା ପାଇଁ  ଧ ନୀଲୋକଙ୍କ ଦ୍ବାରସ୍ଥ ହୋଇଛୁ|ମୋଟା ଚଗଢା ଖାଇଛୁ,ମାଟିରେ ଶୋଇଛୁ,ଖରାବର୍ଷା  ସ ହିଛୁ|ଏସବୁ ଯେତେବେଳେ ଯାହା କରିଛୁ ଅକାତରରେ ହସିହସି କରିଛୁ|ଦାରିଦ୍ର୍ଯ ଓ ସେବାକୁ ଆମ୍ଭେମାନେ ଜୀବନର ବ୍ରତ କରି ଦେଇ ଥିଲୁ|

ସତ୍ଯବାଦୀ ବନବିଦ୍ଯାଳୟର ଭୌତିକ ଭିତ୍ତିଭୂମି ପ୍ରସ୍ତୁତ ହେଲା|ଭଲ ମନୁଷ୍ଯଢା ଅନୁଷ୍ଟାନ ପ୍ରତି ଆକୃତି ହୋଇ ରାଜ୍ଯର ବିଭିନ୍ନ ଅଞ୍ଚଳରୁ ପିଲା ମାନେ ଆସି ନାମ ଲେଖାଇଲେ|ଶିକ୍ଷକ ମାନେ ପ୍ରାଣପାତ ପରିଶ୍ରମ କରି ବିଦ୍ଯାଳୟ ତ ଥା ଛାତ୍ର ମାନଙ୍କର ବିକାଶ ପାଇଁ ଉଦ୍ଯମ କରିଥିଲେ|ପିଲାମାନେ ଗୋଟିଏ ପରିବାରର ସଭ୍ଯଭାବରେ ଚଳିଲେ|ବିଶ୍ବବିଦ୍ଯାଳୟ ମଞ୍ଜୁରିମାତ୍ର ଅଭାବ ରହିଲା|ଗୋପବନ୍ଧୁ ପାଟଣାରୁ କଲିକତା,କଲିକତାରୁ ସତ୍ଯବାଦୀଆସିବାରେ ନୟାନ୍ତ ହେଲେ|ପରେ ଏଠାରେ ଅଧ୍ଯୟ ନ କରିଥିବାପିଲାମାନେ ପାଣ୍ତିତ୍ଯ ଅର୍ଜନ କରିବା ସଂଗେସଂଗେ ପ୍ରଶାସନ କ୍ଷେତ୍ରରେ ଅପୂର୍ବ ସାପଲ୍ଯ ଲାଭ କରିଥିଲେ|ରାଜ୍ଯ ଭିତରୁ ଓ ବାହାରୁ ପଦସ୍ଥ ବ୍ଯକ୍ତି ଗଣ ଏହି ବିଦ୍ଯାଳୟକୁ ଆସି ଜାତିୟ ଶିକ୍ଷା ବ୍ଯବସ୍ଥା ନିମନ୍ତେ ପ୍ରଶଂସା କରିଥିଲେ|

ନିଳକଣ୍ଟ"ମୋ ନିଶ"ଶୀର୍ଷକ ପ୍ରବନ୍ଧ ପ୍ରସିଦ୍ଧ"ଉତ୍କଳ ସାହିତ୍ଯ"ରେ ପ୍ରକାଶିତ ହୋଇଥିଲା|ବିଶ୍ବନାଥ କର,ମଧୁସୁଦନ ରାଓ ପ୍ରମୁଖ ପ୍ରତିଷ୍ଟାବାନ୍ ବ୍ଯକ୍ତିଗଣ ଏହି ଲେଖାକୁ ପ୍ରଶଂସା କରିଥିଲେ|କ୍ରମେ "ନାଶା" ସାମାଜିକ ସଂସ୍କାରକୁ ଏହି ପ୍ରତୀକ ଭାବରେ

                                                                   ୭୦ କାର୍ଯ୍ଯ କରିଥିଲେ । ସତ୍ଯବାଦୀ ସ୍କୁଲ୍ ଚାରିପାଖର ବ୍ତାହ୍ମଣ ଶାସନମାନଙ୍କରେ ସେହି

ସ୍କୁଲ୍ ଘର ଅକସ୍ମାତ୍ ପୋଡିଯିବା ଯୋଗୁଁ କେହି ନିଆଁ ଲଗାଇ ଦେଇଥିବା ସନ୍ଦେହ ଉଠିବା ସ୍ବାଭାବିକ " ବିଦ୍ଯାଳୟ ଗୃହଦାହ ହେଲା ପରେ ଛାତ୍ର ଓ ଶିକ୍ଷଗଣ ହତୋତ୍ସାହ ନହୋଇ ବକୁଳ କୁଞ୍ଜରେ ଅଦ୍ଦାପନା କାର୍ଯ୍ଯ ଚାଲୁ ରଖିଲେ । ବୃକ୍ଷଲତାର ସବୁଜ ଶାନ୍ତ ପରିବେଶରେ ଏହି କାର୍ଯ୍ଯ ସନ୍ତୋଷଜନକ ହେଲା । କବିପ୍ରାଣ ଗିଦାବରୀଶ ତାଙ୍କ ଜୀବନରେ ପୁଣି ଲେଖିଛନ୍ତି, "ଇତା ଚୁନ କାନ୍ଥ ଅପେକ୍ଷା ଶ୍ଯାମଳପତ୍ରର ବେଷ୍ଟନୀ ପ୍ରାଣକୁ ଯେ ଶୀତଳ କରେ, ତାହା ଅନୁଭବ କରୁଛୁ । ପଢିଲା ବେଳେ ପିଲାଙ୍କ ମୁଣ୍ଡରେ ଉପରୁ ଗୋଟି ଗୋଟି ହୋଇ ବୁଳ ଫୁଲ ଝଡି ପଡୁଥାଏ । ଗଛ ଡାଳରେ ବସି କୋଇଲି ରାବୁଥାଏ । ନିର୍ମଳ -ସ୍ବଚ୍ଛ-ସୁଗନ୍ଧ ମଳୟ ପତ୍ର ଫୁଲ ସବୁକୁ ସ୍ପର୍ଶ କରି ସନ୍ସନ୍ ସ୍ବରରେ ବହୁଥାଏ ।"


ସତ୍ଯବାଦୀ ବିଦ୍ଯାଳୟ ସରକାରୀ ମଞ୍ଜୁରିପ୍ରାପ୍ତ ହୋଇ ଉନ୍ନତିର ମଧ୍ଯାହ୍ନରେ ଉପନୀତ ହେଲା ବିହାର-ଓଡିଶାର ଲାଟ୍ ସାର୍ ଏଡ୍ୱଡ୍ ଗେଟ୍ଙ୍କଠାରୁ ଆରମ୍ଭ କରି କଲିକତା ବିଶ୍ବବିଦ୍ଯାଳ୍ୟର କୁଳପତି ସାର୍ ଦେବପ୍ରଶାଦ ସର୍ବାଧିକାରୀ ଓ ଆଶୁତିଷ ମୁଖର୍ଜୀ ପର୍ଯ୍ଯନ୍ତ ବହୁ ମାନ୍ଯଗନ୍ଯ ବ୍ଯକ୍ତି ସତ୍ଯବାଦିରେ ପଦାର୍ପଣ କଲେ । ବନବିଦ୍ଯାଳୟ ହେଲା ଅନାକଙ୍କର ଆକର୍ଷଣ । ବହୁ କବି ଲେଖକ ,ଐତିହାସିକ,ଜନନେତା,ଶିକ୍ଷାବିତ୍ ଏଠାକୁ ଆସି ଏହାର ଶିକ୍ଷା ବ୍ଯବସ୍ଥା ଓ "ମୁକ୍ତ ବାୟୂ ସ୍କୁଲ୍ ",ପଦ୍ଧତି ସହିତ ଶିକ୍ଷକମାନେ ଘନିଷ୍ଠ ଭାବରେ ସଂପୃକ୍ତ ହୋଇ ସମାଜର ସମସ୍ଯା ଓ ଜାତୀୟ ଆନ୍ଦିଳନର ଅଗ୍ରଗତି ସଂପାଦକୀୟ ସବୁ ପ୍ରକାଶ ସଚେତନ କରାଯାଇଥିବା ଦେଖି ମୁଗ୍ଧ ହୋଇଥିଲେ । 'ଆଶା','ସତ୍ଯବାଦି' ଓ 'ସମାଜ' ପତ୍ରପତ୍ରିକାରେ ଏଠାରେ ଶିକ୍ଷକମାନେ ସଂପୃକ୍ତ ହୋଇ ଲେଖା ଓ ସଂପାଦକୀୟ ସବୁ ପ୍ରକାଶ କରୁଥିଲେ । ଗୋଦାବରୀଶ କେତେଥର 'ସମାଜ'ର ସଂପାଦକୀୟ' ମଧ୍ଯ ଲେଖୁଥିଲେ । ଏହି ଶିକ୍ଷକତା ସମୟରେ ତାଙ୍କ ସାହିତ୍ଯ-ସାଧନ ବିକାଶପ୍ରାପ୍ତ ହୋଇଥିଲା । ଛାତ୍ର ଓ ଶିକ୍ଷକଗଣ ମିଳିମିଶି ସାହିତ୍ଯ ଆଲୋଚନା ଓ ରଚନା କରୁଥିଲେ ଏବଂ ଗୋଦାବରୀଶ ଏହି କ୍ଷେତ୍ରରେ ସକ୍ରିୟ ଭାଗ ନେଉଥିଲେ । ତାଙ୍କର ନେତୃତ୍ବ ମଧ୍ଯ ପ୍ରଶଂସନୀୟ ଥିଲା ।


ଗୋଦାବରୀଶ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନାର ଶ୍ରୀନିବାସରପୁର ଶାସନରେ ଜନ୍ମଗ୍ରହଣ କରିଥିଲେ ୧୮୮୬ ମସିହାରେ । ତାଙ୍କ ପିତାଙ୍କନାମ ଲିଙ୍ଗରାଜ ମିଶ୍ର ଏବଂ ଭାଲେରୀ ଓ ଘଣ୍ଟଶିଳା ପାହାଡ, ଶାଳିଆ ନଈ, ଘନ ଅରନ୍ଯ, ଚିଲିକା ହ୍ରଦ ଆଦି ସୁନ୍ଦର ପ୍ରାକୃତିକ ପରିବାଶରେ ତାଙ୍କର ଜନ୍ମସ୍ଥାନ । ପରିବାରର ଆର୍ଥିକ ଦୁରବସ୍ଥା ଯୋଗୁଁ ତାଙ୍କର

                                                                           ୭୧ ବାଲ୍ଯ ଓ କିଶୋରାବସ୍ଥା ବହୁ ଦୁଃଖକଷ୍ଟ ଓ ଅଭାବ ଅନଟନ ମଧ୍ଯରେ ଅତିବାହିତ

ହୋଇଥିଲେ । ମାତ୍ର ଗୋଦାବରୀଶ ବାନପୁରରେ ପ୍ରାଥମିକ ଶିକ୍ଷା କୃତିତ୍ବ ସହିତ ସମାପ୍ତ କରି ପୁରୀ ଜିଲ୍ଲା ସ୍କୁଲ୍ ମାଧ୍ଯମିକ ଶିକ୍ଷା ଲାଭ କରିଥିଲେ । "ତୁଳସୀ ଦୁଇପତ୍ରରୁ

ବାସେ"ତାଙ୍କ ଜୀବନରେ ପ୍ରମାଣିତ ହୋଇଥିଲା । ଶିକ୍ଷାଦୀକ୍ଷା ଓ ସଦାଚାରରେ ସେ

ସମସ୍ତଙ୍କର ପ୍ରଶଂସାଭାଜନ ହୋଇଯାଇଥିଲେ । ଇଂରେଜି ଭାଷାରେ ତାଙ୍କର ଦକ୍ଷତା ଥିଲା ଅସାଧାରନ । ସୁସୋହିତ୍ଯିକ ଚନ୍ଦ୍ରମୋହନ ମହାରଣା ତାଙ୍କ ଉପରେ ଖୁବ୍ ପ୍ରୀତ ହୋଇଥିଲେ । ସେ ମାଟ୍ରୀକ ପରୀକ୍ଷାରେ କୃତିତ୍ବର ସହିତ ଉତ୍ତୀର୍ଣ୍ଣ ହୋଇଥିଲେ । ସବୁ ସ୍ତରରେ ସେ ସରକାରୀ ବୃତି ଲାଭ କରିଥିଲେ । କଟକ ରେଭେନ୍ସା କଲେଜରେ ସେ ବି ଏ ଏବଂ କଲିକତା ବିଶ୍ବବିଦ୍ଯାଳୟରେ ଏମ୍ ଏ ଅଧ୍ଯୟନ କରି ସାଫଲ୍ଯ ଅର୍ଜନ କରିଥିଲେ । ପରେ ସେ ପାଟଣା ବିଶ୍ବବିଦ୍ଯାଳୟରୁ ବି ଟି ବା ଶିକ୍ଷକତା ତାଳିମ୍ପ୍ରାପ୍ତ ହୋଇଥିଲେ ଏବଂ ଏହି ପରିକ୍ଷାରେ ସେ ପ୍ରଥମେ ଶ୍ରେଣୀରେ ପ୍ରଥମେ ହୋଇଥିଲେ ।


ଅଧ୍ଯୟନ ଷିତ ସମାଜସେବା ଥିଲା ଗୋଦାବରୀଶଙ୍କ ପ୍ତିୟ କାର୍ଯ୍ଯ । ଏ ଦିଗରେ ଗୋପବନ୍ଧୁ ଥିଲେ ତାଙ୍କର ଆଦର୍ଷ ଏବଂ ସ୍କୁଲ୍ କଲେଜରେ ଗୋଦାବରୀଶ ସାଙ୍ଗମାଙ୍କ ସହିତ ବନ୍ଯା, ମରୁଡି, ହିଇଜା, ମହାମାରୀ ପଡିଲେ ଦୁର୍ଗତମାନଙ୍କର ସେବା କରୁଥିଲେ । ସ୍ବାଧୀନତା ଆନ୍ଦୋଳନରେ ସେ ପରୋକ୍ଷ ଓ ପ୍ରତ୍ଯକ୍ଷ ଭାବରେ ଭାଗ ନେଇଥିଲେ । ଖୁଦିରାମଙ୍କ ଫାଶି, ବଙ୍ଗ ବିଭାଜନ ଆଦି ଘଟଣାମାନ ହାତୀୟ ସଂଗ୍ରାମକୁ ଦୃତ୍ତର କରିଥିଲା । ସେହିପରି ଓଡିଶାର ସ୍ବତନ୍ତ୍ର୍ଯ ନଥିବାରୁ ଓଡିଆମାନେ ସବୁ କ୍ଷାତ୍ରରେ ଅବହେଳିତ ଓ ନିର୍ଯୀତିତ ହେଉଥିଲେ । ଓଡିଆ ଭାଷା ଅନ୍ଳ ବଙ୍ଗ, ମଧ୍ଯପ୍ରଦେଶ ଓ ମାନ୍ଦ୍ରାଜ୍ ଷିତ ମିଶି ରହିଥିଲା । ୧୯୧୨ ମସିହାରେ ବିହାର-ଓଡିଶା ଗଠିତ ହେଲା । ବିଭିନ୍ନ ହୋଇ ରହିଥିବା ଓଡିଆ ଭାଷୀ ଅଞ୍ଚଳଗୁଡିକରେ ଓଡିଆମାନଙ୍କର ଶିକ୍ଷାଦୀକ୍ଷା ଓ ଓଡିଆ ଭାଷା ସାହିତ୍ଯର ସୁରକ୍ଷା ଏକ ଶୋଚନୀୟ ଅବସ୍ଥାର ସମ୍ମୁଖୀନ ହୋଇଥିଲା ।


୧୯୧୯ ମସିହାର ଲଥା । ସିଂହଭୂମିରେ ଓଡିଆମାନଙ୍କ ଶିକ୍ଷା ପାଇଁ ଏକ ବିଦ୍ଯାଳୟ ଗଢି ଉଠିଥିଲା । ସତ୍ଯବାଦୀ ବିଦ୍ଯାଳୟରେ ଗୋଦାବରୀଶ ଏକମାତ୍ର ବି ଟି ପାସ୍ କରିଥିବା ଶିକ୍ଷକ ହୋଇଥିବାରୁ ଗୋପବନ୍ଧୁ ତାଙ୍କୁ ସିହଂଭୂମି ପଠାଇବାକୁ ଚାହିଁ ନଥିଲା । ମାତ୍ର ନୀଳକଣ୍ଠ ଓ କୃପାସିନ୍ଧୁ ପାରିବାରିକ ଅସୁବିଧାରୁ ଯାଇ ନପାରିବାରୁ

                                                                                 ୭୨ ଗୋଦାବରୀଶଙ୍କୁ ସେଠାକୁ ଯିବାକୁ ପଡିଲା । ସାକ୍ଷୀଗୋପାଳ ଷ୍ଟେସନ୍ରୁ ଗୋଦାବରିଶ

ବାହାରିଲେ । ସ୍କୁଲ୍ ଶିକ୍ଷକ, ଛାତ୍ର ଓ ଅନ୍ଯମାନେ ତାଙ୍କୁ ବିଦାୟ ଦେବାକୁ ରୁଣ୍ଡ ହୋଇଥିଲେ । ସେମାନଙ୍କ ଆଖିରେ ଲୁହ ଦେଖ୍ ଗୋଦାବରୀଶ ଅଭିଭୁତ ହୋଇଥିଲେ । ସେମାନଙ୍କ "ଆଖି୍ ଲୁହରେ ମୋର ଛଅ ବର୍ଷର ଛୋଟିଆ ମୂଲଟିକୁ ଗୋଟିଏ ଛୁଁକାର ଛାଡି ନିଜକୁ ଉପାଡି ଦେଲି । ପୁରୀ ଏକ୍ସପ୍ରେସ୍ ଗାଡି ସିଟି ବଜାଇ ଦୁପ୍ ଦୁପ୍ ହୋଇ ପ୍ଲାଟଫର୍ମ ଛାଡିଦେଲା । ଆଖି ପୋଛି। ମୁହଁ ବୁଲାଇ ଦେଖିଲି, ଗୋପବନ୍ଧୁ ବାବୁ ବସିଛନ୍ତି । " ଗୋପବନ୍ଧୁ ଗୋଦାବରୀଶଙ୍କୁ ଖୁବ୍ ସ୍ନେହ କରୁହିଲେ ଏବଂ ଗୋଦାବରିଶ ମଧ୍ଯ ଗୋପବନ୍ଧୁଙ୍କୁ ଅତ୍ଯଧିକ ଉକ୍ତି କରୁଥିଲେ ।


୧୯୧୯ ଫେବୃଆରୀ ୮ ତାରିଖ । ଗୋଦାବରୀଶ ଗୋପବନ୍ଧୁଙ୍କ ସହିତ ଚକ୍ରଧରପୁରରେ ଓହ୍ଲାଇଲେ । ହିନ୍ଦୁସ୍ଥାନୀ, ମାରୁଆଡି, ବଙ୍ଗାଳି, ଓଡିଆ ଆଦି ବିଭିନ୍ନ ଜାତି ଓ ଓଡିଆ ଭାଷାଭାଷୀ ଜନସାଧାରଣ ସେମାନଙ୍କୁ ସ୍ବାଗତ ଜଣାଇଲେ । ନୂଆ ପରିସ୍ଥିତିରେ ଗୋଦାବରୀଶଙ୍କୁ ଅସୁବିଧା ଲାଗିଲେ ହେଁ "ଗୋପବନ୍ଧୁଙ୍କ ମୁହଁଙ୍କୁ ଚାହିଁଲେ, ତାଙ୍କର ସବୁ ଦୁଃଖ ପାସୋରି ହୋଇଯାଇଥିଲା । କଲିକାରେ ଦୁର ବର୍ଷ ରହି ବଙ୍ଗଳା ଭାଷା ରହି ବଙ୍ଗଳା ଭାଷା କିଛି ସେ ଜାଣିଥିଲେ । ହିନ୍ଦୀରେ ଅଜ୍ଞ ଥିଲେ । ତେଣୁ ଶିକ୍ଷାଦାନରେ ବିଶେଷତଃ ଛାତ୍ରଛାତ୍ରୀଙ୍କ ପ୍ରଶ୍ନ ଉତ୍ତର ଦେବାରେ ଅପ୍ରସ୍ତୁତ ହେଉଥିଲେ । ତେବେ କ୍ରମେ ସେଦକ୍ଷତାର ସହିତ ଶିକ୍ଷାଦାନ କରିଥିଲେ ଏବଂ ଜାତି,ଧର୍ମ, ବର୍ଣ୍ଣ, ସ୍ଥାନ ଓ ଭାଷା ନିର୍ବିଶେଷରେ ସମସ୍ତେ ତାଙ୍କୁ ଶ୍ରଦ୍ଧା କରୁଥିଲେ । ସେହି ଶିକ୍ଷାନୁଷ୍ଠାନ ବ୍ଯତୀତ ଅନେକ ଓଡିଆ ପ୍ରାଥମିକ ବିଦ୍ଯାଳୟ ମଧ୍ଯ ତାଙ୍କ ଚେଷ୍ଟରେ ଗଡି ଉଠିଥିଲା । ଉତ୍କଳମଣି ଗୋପବନ୍ଧୁ ଓ ପ୍ରଚାରକ ଅନନ୍ତ ମିଶ୍ର ସିଂହଭୂମି ଭିତରୁ ଓ ବାହାରୁ ଚାନ୍ଦା ସଂଗ୍ରହ କରି ସ୍କୁଲ୍ ପାଇଁ ପଠାଉଥିଲେ । ସିଂହଭୂମିରେ ଓଡିଆ ଜାଗରଣ ପରିବ୍ଯାପ୍ତ ହୋଇଥିଲା ଏବଂ ଉତ୍କଳ ସମ୍ମୀଳନୀ କାର୍ଯ୍ଯର ପ୍ରସାର ଘଟିଥିଲା ।

୧୯୨୦ରେ ଅଷଯୋଗର ଆନ୍ଦୋଳନ ଦେଶରେ ବ୍ଯାପକ ହେଲା । ସିଂହଭୁମିରେ ମଧ୍ଯ ତେହେର ପ୍ରଦୁର୍ଭାବ ବଢିଲା । ଗୋଦାବରୀଶ ସେଥିରେ ସକ୍ରିୟ ଯୋଗଦାନ କରିବା ସଂଗେ ସଂଗେ ସ୍କୁଲ୍ଟିକୁ ଜାତୀୟ ବିଦ୍ଯାଳୟ କରି ତୋଳିଳେ । ଗୋଦାବରୀଶଙ୍କ ଉଦ୍ ବୋଧନ ଜନତାଙ୍କ ମଧ୍ଯରେ ଜାତିୟ ଉନ୍ମାଦନା ସୃଷ୍ଟି କଲା । ସେ ଏଥିଯୋଗୁଁ ଇଂରେଜ ସରକାରଙ୍କ ବିଷଦୃଷ୍ଟିରେ ପଡିଲେ । ସାହେବ ଅଧିକାରଣୀୟ ନାନା ପ୍ରକାରେ ତାଙ୍କୁ

                                                                                ୭୩ ହିଇରାଣ କଲେ । ମିଛ ୱାରେଣ୍ଟରେ ତାଙ୍କୁ ସହକର୍ମୀମାଙ୍କୁ କୋଟରେ ହାଜର

କରାଇଲେ । ଅତ୍ଯଧିକ ଜୁଲୁମ କଲେ । ଦେଶ ସିନା ସ୍ବାଧୀନ ହେଲା,ମାତ୍ର ଓଡିଆଭାଷୀ ଅଞ୍ଚଳ ସଂହଭୁମି ଓଡିଶାରେ ମିଶିପାରିଲା ନାହିଁ ।

ବାଣପୁରରେ ସେ ପ୍ରତିଷ୍ଠା କରିଥିବା ମାଇନର ସ୍କୁଲ୍ ଜାତୀୟ ବିଦ୍ଯାଳୟରେ ପରିଣତ ହେଲା । ମାତ୍ର ଭୁ ବାଧାବିଘ୍ନ ମାଧ୍ଯରେ ସ୍କୁଲ୍ଟି ପରିଚାଳିତ ହେଲା । ସେଠାରେ ଗୋଦାବରୀଶ ଘଣ୍ଟଶିଳ ପାହାଡ ତଳେ ଓ ଶାଳିଆ ନ୍ଦୀ କୂଳରେ ବାଲୁକେଶ୍ବରଙ୍କ ମନ୍ଦିର ନିକଟରେ ଏକ କ୍ଷୁଦ୍ର କୂଟୀର ଗଢି ସେଥିରେ ରହିଲେ । ସେତେବେଳେ ବାଳା ଖାଇବାକୁ ମଧ୍ଯ ମିଳୁନଥିଲା । କେତେଥର ସେ ପାଚିଲା ତାଳ ପୋଡି ତା'ର ରସ ଖାଇ କ୍ଷୁଧା ନିବାରଣ କରୁଥିଲେ । ୧୯୨୨ ମସିହାରେ ଗୋଦାବରୀଶ ଏକଦା ଏକ ଦୁର୍ଦ୍ଦିନରେ ପଡି ଉପାସ ରହିଥିଲା ବେଳେ ଦଶଟଙ୍କାର ଗୋଟିଏ ମନିଅର୍ଡର୍ ପାଇଥିଲେ । ଯେଉଁଥିରେ ଲେଖାଥିଲା, "ଆଉ ତାଳ ପୋଡି ଖାଅନ୍ତି ନାହିଁ । ଏ ଟଙ୍କାରେ ଚାଉଳ କିଣି ଭାତ ରାନ୍ଧି ଖାଇ ରେଳଭଡା ଦେଇ ବ୍ରହ୍ମପୁର ଆସନ୍ତୁ । ଏଠାରେ ମୁଁ କିଛି ଟଙ୍କାର ବ୍ଯବସ୍ଥା କରିଛି ।" ଏହା ଥିଲା ସମାଜସେବୀ ସାମ୍ବାଦିକ ଶଶିଭୁଷଣ ରଥଙ୍କଠାରୁ ଏବଂ ସେଠାରେ ବହି ପାଇଁ ପାଣ୍ଡୁଲିପି ଲେଖି ଯାହା ରୋଜଗାର କରୁଥିଲେ ସେଥିରେ ସେ ଚଳି ଯାଉଥିଲେ । ଏହିପରି ଭି ଲେଖି ସେ ମଧ୍ଯ ଅନ୍ଯ ଦୁଃସ୍ଥ ବନ୍ଧୁଙ୍କୁ ସାହାଯ୍ଯ କରିଥିଲେ ବୋଲି ଲେଖିଛନ୍ତି ।

ଓଡିଆ ସାହିତ୍ଯରେ ଗୀତିକବି ତଥା ଗାଥା କବିତାର ସିଦ୍ଧହସ୍ତ ଶିଳ୍ପୀ ଭାବରେ ଗୋଦାବରୀଶ ସୁପରିଚିତ । ପ୍ରସିଦ୍ଧ ସତ୍ଯବାଦୀ ଯୁଗର ଅନ୍ଯତମ କୃତୀ ସାଧକ ଭାବରେ ସେ ଅବିସ୍ମରଣୀୟ । ବନ ବିଦ୍ଯାଳୟରେ ଶିକ୍ଷାକତା କରୁଥିବା ବେଳେ ସେ ଦୁଇଟି ଜାତୀୟତା ଭରା ନାଟକ "ମୁକୁନ୍ଦ୍ଦେବ" ଓ "ପୁରୁଷୋତ୍ତମ ଦେବ" ରଚନା କରିଥିଲେ ଏବଂ ଛାତ୍ରମାନଙ୍କ ଦ୍ବାରା ମଞ୍ଚସ୍ଥ କରୌଥିଲେ । ପରେ ସେ କବିତା ରଚନାରେ ପ୍ରଭୁତ ଲୋକପ୍ରିୟତା ଅର୍ଜନ କରିଥିଲେ । କବିତା ଗୁଚ୍ଛ, କଶିଳୟ, କଳିକା, ଆଲେଖିକା ଆଦି ସେହି ସତ୍ଯବାଦୀ ରହଣି କାଳର ସାର୍ଥକ ସୃଷ୍ଟି । ଏହା ବ୍ଯତୀତ ସେ ଅଭାଗିନୀ, ଆଠଶହ ସତର, ନିର୍ବାସିତ ଆଦି ଉପନ୍ଯାସ ଏବଂ ନେପୋଲିୟନ୍ ଦାସତ୍ବ ମୋଚନ ଆଦି ଜୀବନୀ ଲେଖିଥିଲେ । ତାଙ୍କର ଆତ୍ମଜୀବନୀ,"ଅର୍ଦ୍ଧ ଶତାବ୍ଦୀର ଓଡିଶା ଓ ତହିଁରେ ମୋ ସ୍ଥାନ "୧୯୭୧ ମସିହାରେ କେନ୍ଦ୍ର ସାହିତ୍ଯ ଏକାଡେମୀରୁ ମରଣୋତ୍ତର ପୁରସ୍କାର ଲାଭ କରିଥିଲେ । ଜନୈକ ଶିଶୁ ସାହିତ୍ଯ ତଥା ପାଠ୍ଯପୁସ୍ତକ ଲେଖକ ଭାବରେ ଓଡିଆ ସାହିତ୍ଯରେ ତାଙ୍କର

                                                                  ୭୪ ସ୍ଥାନ ଉଲ୍ଲେଖନୀୟ । ତାଙ୍କ ରଚିତ "କିଏ, କ'ଣ ଓ କାହିଁକି" ଓଡିଆ ବିଜ୍ଞାନ ସାହିତ୍ଯ କ୍ଷେତ୍ରରେ ଏକ ସଫଳ ପ୍ରୟାସ ।

ଗୋଦାବରୀଶ ୧୯୨୪ ଠାରୁ ବିହାର-ଓଡିଶା କୌନ୍ସିଲର ସଭ୍ୟ, ୧୯୪୨ ଠାରୁ ଓଡିଶା ମିଳିତ ମ୍ନତ୍ରିମ୍ଣଳରେ ଅର୍ଥ ଓ ଶିକ୍ଷାମନ୍ତରୀ ଥିଲେ । ଏହି ସମୟରେ ଉତ୍କଳ ବିଶ୍ବବିଦ୍ଯାଳୟ ପ୍ରତିଷ୍ଠା ପାଇଁ ସେ ପ୍ରଶଂସନୀୟ ପଦକ୍ଷେପ ନାଇଥିଲେ । ୧୯୫୨ ଓଡିଶା ବିଧାନ ସଭାର ସ୍ବାଧୀନ ସଭ୍ଯ ଭାବରେ ଜାତିର ମଙ୍ଗଳ ନିମିତ ସରକାରଙ୍କୁ କଠୋର ସମାଲୋଚନା କରିବା ସଂଗେ ସଂଗେ ଗଠନମୁଳକ ପରିମର୍ଶ ଦେଇଥିଲେ । ଗୋଦାବରୀଶ ଥିଲେ ସୁଦକ୍ଷ ଶିକ୍ଷକ ଏବଂ ତାଙ୍କର ଶିକ୍ଷାଦାନ ହେଇଥିଲା ସର୍ବଦା ସରସ ଓ ସାର୍ଥକ । ତାଙ୍କର ଜଣେ ଛାତ୍ର ଚନ୍ଦ୍ରଶେଖର ମିଶ୍ରଙ୍କ ମତରେ ଗୋଦାବରୀଶଙ୍କ ଶିକ୍ଷାଦାନରେ ଥିଲା ନୂତନତ୍ବ ଏବମ ଇଂରାଜୀ ଭାଷାରେ ଥିଲା ତାଙ୍କର ଗଭୀର ପ୍ରବେଶ, ଆତ୍ମ୍ବିଶ୍ବାସ ଓ ପରାକାଷ୍ଠା । ତାଙ୍କର ଇଂରାଜୀ ଉଚ୍ଚାରଣ ଭଙ୍ଗୀ ଥିଲା ସାହେବମାନଙ୍କ ପରି ଏକାନ୍ତ ମଔଳିକ । ସମୟାନୁବର୍ତ୍ତିତା ଓ ସୃଂଖଳା ରକ୍ଷାରେ ସେ ଥିଲେ ଅନନ୍ଯ । ସେ ପିଲାମାନଙ୍କ ନାମ ଓ ରୋଲ୍ ନମ୍ବର ମନେ ରଖି ପାରୁତିବାରୁ ସେମାନଙ୍କ ଷିତ ଅନ୍ତରଙ୍ଗ ସଂପର୍କ ରଖ ପାରୁଥିଲେ । ଦୈନିଦିନ ଜୀବନରୁ ଉଦାହରଣ ଦେଇ ଓ ସୁଲଭ ଶ୍ରବ୍ଯ-ଦୃଶ୍ଯ ସାମଗ୍ରୀ ଉପଜୋଗ କରି ପିଲାମାନଙ୍କୁ ଷଜରେ ପାଠ୍ଯବିଷୟ ବୁଝାଇ ପାରୁଥିଲେ । ଅଧିକାନ୍ତ ଇଂରାଜି କବିତା ଅଧ୍ଯାପନାରେ ସେ ଗଭୀର ଆବେଗ ଉଚ୍ଛାସ ଓ ତାନମାନ ଦେଇ ପଢୌଥିବାରୁ ସେ ସବୁ ଜୀବନ୍ତ ଓ ସରସ ହେଉଥିଲା । ଏକଦା କେତେଦିନ ଧରି ପୂରୀରେ ପୋଲିସ୍ ଫୋର୍ସର ଦମନଳୀଳା ଚାଲିଥିଲା । କାର୍ଯ୍ଯ କାରି ଦେବା ଫଳରେ ରାସ୍ତାଘାଟ ନିର୍ଜନ ହୋଇ ପଡିଥିଲା ଏବଂ ସ୍କୁଲ୍ କଲେଜ ଅଫିସ୍ ବନ୍ଧୋଇ ଯାଇଥିଲା । ତା'ର ଏକ ପ୍ରତ୍ଯକ୍ଷବର୍ଶୀ ଭାବରେ ମୋର ଅନୁଭୁତି ଲେଖୁଛି ।

ମୁଁ ସେତେବେଳେ ପୂରୀ ସାମନ୍ତ ଚନ୍ଦ୍ରଶେଖର କଲେଜରେ ବି ଏ ଅନର୍ସ ଅଧ୍ଯୟନ କରୁଥିଲି ଏବଂ ଏସବୁ ଆନ୍ଦୋଳନରେ ଅନ୍ଯ ସହପାଠୀମାନଙ୍କଷିତ ମୁଁ ମଧ୍ଯ ଯୋଗଦେଇଥିଲି । ପରବର୍ତୀ ପରିସ୍ଥିତି ପ୍ରତ୍ଯକ୍ଷ କରିଥିଲି । ସେ ସମୟରେ ଉତ୍କଳ ସମମିଳନୀ ତରଫରୁ ଆୟୋଜିତ ସଭାରେ ଗୋଦାବରୀଶ , ସାରଙ୍ଗଧର ଦାଶ, ପାଟଣା ଓ କଳାହାଣ୍ଡି ମହାରାଜା, ନିତ୍ଯାନନ୍ଦ ମହାପାତ୍ର, ନିଶାମଣି ଖୁଣ୍ଟିଆ, ସୁରେନ୍ଦର ନାଥ ଦ୍ବିଦେବୀ ପ୍ରମୁଖ ନେତାଗଣ ନିଜ ଭାଷାରେ କେନ୍ଦର ଓ ରାଜ୍ଯ ସରକାନଙ୍କ ଘୋର ସମାଲୋଚନା କରିଥିଲେ ।

                                             ୭୫ ମୋର  ସ୍ନଷ୍ଟ  ମନେ  ପଡେ , ଉକ୍ତ  ପ୍ରତିବାଦ  ସଭାରେ ଗୋଦାବରୀଶ  କ ହିଥିଲେ  "ବେଙ୍ଗପାଣିଆ  ପରି  ଗୋଟିଏ  ବାଳୁତ  ପିଲାର  ଖପୁରି  ଉଡାଇଦେଇ। ଏ  ସରକାର  କି  ବାହାଦୁରୀ  ଦେଖାଇଲା?(ନିଜ  ମୁଣ୍ଡକୁ  ଦେଖାଇ  ସେ  କ ହିଥିଲେ) ଏହି ପାଚିଲା  ମୁଣ୍ଡ  ତ  ଥିଲା।ଏଇଟା  ହେଲେ  ଉଡାଇ ଦେଇଥାନ୍ତେ?"ଏତିକି  କହୁ  କହୁ    କୋମଳମନା  ଓକବି ପ୍ରାଣ  ଗୋଦାବରୀଶଙ୍କ  ଦୁଇ  ଆଖିରୁ  ଦୁଇ ଧାର  ଲୁହ  ବୋହିଗଲା।ସେ  ଶୋକାକୁଳ  ଓ  ଶ୍ବାସରୁଦ୍ଧ  ହୋଇପଡିଲେ।ସେଦିନ  ତାଙ୍କର ଚିରଚ ହଲା  ଭଷଣ  ସିଂହଦ୍ବାର  ସମ୍ମୂଖରେ  ସମ ବେତ ଶ୍ରୋତାମାନ ଙ୍କୁ  ଅଭିଭୂତ  କରିଥିଲା।ଛାତ୍ରମାନ ଙ୍କ ପ୍ରତି ତାଙ୍କର  ଶ୍ରଦ୍ଧା ଓ ସଦିଚ୍ଛା  ସେ  ପ୍ରକାଶ  କରିଥିଲେ।  ଉକ୍ତ ବର୍ଷକ  ମଧ୍ଯରେ  ହିଁ ଗୋଦାବରୀଶ  ଶେଷ  ଶ୍ବାସ ତ୍ଯାଗ  କତିଥିଲେ,ମାତ୍ର  ଜଣେ ଛାତ୍ର ବସ୍ଥଳ  କୁଶଳୀ ଶିକ୍ଷକ ଭାବରେ , ସ୍ବନାମଧନ୍ଯ  ସାହିତ୍ଯିକ  ଓ ସଂବେଦନଶୀଳ  ଜନନାୟକ  ଭାବରେ  ସେ ଚିରସ୍ମରଣୀୟ, ଚିର  ବରେଣ୍ଯ  ହୋଇ  ରହିବେ।
                               ସ ହାୟକ  ପୁସ୍ତକ  ଓପତ୍ରିକା

ପଣ୍ଡିତ ଶ୍ରୀଧର ମହାପାତ୍ର - ଓଡିଆ ପ୍ରକାଶନ ଓପ୍ରସାରଣର ଇତିହାସ,ଗ୍ରନ୍ଥ ମନ୍ଦିର, କଟକ ,୧୯୮୬ ଡକ୍ଟର ନିତ୍ଯାନନ୍ଦ ଶତପଥୀ(ସଂ) -ଗୋଦାବରୀଶ ପରିକ୍ରମା,ଓଡିଶା ପୁଜ୍ଯପୂଜା ସଂସଦ,୧୯୮୬ ପଣ୍ଡିତ ଗୋଦାବରୀଶ ମିଶ୍ର - ଅର୍ଦ୍ଧ ଶତାବ୍ଦୀର ଓଡିଶା ଓ ତହିଁରେ ମୋ ସ୍ଥାନ ଗ୍ରନ୍ଥ ମନ୍ଦିର,କଟକ, ୧୯୭୩ ଡକ୍ଟର ଜଗନ୍ନାଥ ମହାନ୍ତି -ଦୁଇଧାର ଲୁହ ,ବନଫୁଲ, ଗୋଦାବରୀଶ ବିଦ୍ଯାପୀଠ, ବାଣପୁର,ଜାନୁଆରୀ ୧୯୬୨ prof. j Mohanty -"pandit Godavarish mishra as an Eminent Techer &Education. ଗୋଦାବରୀଶ ସ୍ମରଣିତା ଅକୋଟବର ୧୯୮୨ ଭୁବନେଶ୍ବର ପଣ୍ଡିତ ଚନ୍ଦ୍ରଶେଖର ମିଶ୍ର -ସତ୍ଯବାଦୀରେ ସାତ ବର୍ଷ କଟକ , ଷ୍ଟୁଡେଣ୍ଟସ୍ ଷ୍ଟୋର୍, ୧୯୬୦

                                         ୭୬                                               
                                      ଛବି
                           ପ୍ର ବୀଣ ସମାଜସଂଗଠକ
                             ଶିକ୍ଷକ ପରଶୁରା ବ ର୍ମା
                         ପ୍ରଫେସର ଜଗନ୍ନାଥ ମହାନ୍ତି

"୧୯୬୫ ମସିହା ,ସେପ୍ତେମ୍ବର ୫ ତାରିଖ ,ଗୁରୁ ଦିବସ|ମୁଁ ପୁରୀ ଯାଇଥିଲି |ସେଠାରେ ରହୁଥିଲେ ପରଶୁରାମ ବର୍ମା|ତାଙ୍କୁ ସାକ୍ଷାତ କଲି|ତାଙ୍କର ଦୀର୍ଘ ବପୁ,ଆଜାନୁରମ୍ଭିତ ହସ୍ତ,ପୃଥୁକ ଉଦର,ତେଜୀୟାନ୍,ନେତ୍ରତ୍ବୟ ଓ ଶୁଭ୍ରପକ୍ବଶ୍ମ ଶୁଶୋଭିତ ମୁଖମଣ୍ଡଳ ଦେଖି ମୁଗ୍ଧ ହେଲି|

ତା,ପରେ ମୁଁ ବାରମ୍ବାର ତାଙ୍କୁ ସାକ୍ଷାତ କରିଛି|ମାତ୍ର ସେହିଦିନ ପ୍ରଥମ ସାକ୍ଷାତରେ କ ହିଲି-ମୁଁଆପଣଙ୍କର ଛାତ୍ର ନଥିଲି|ତ ଥାପି ମୁଁ ଗୁରୁଦିବସରେ ଆପଣଙ୍କୁ ସାକ୍ଷାତ କରି ଧ ନ୍ଯ ହୋଇଛି|ଅପଣ ଲକ୍ଷେ ଶିଷ୍ଯଙ୍କର ଗୁରୁ|

ମୁଁ ସେଦିନ ତାଙ୍କ ଜୀବନ ଓ କାର୍ଯା ସମ୍ପର୍କରେ କେତୋଟି ପ୍ରଶ୍ନ ପଚାରିଥିଲି|ସେ ହସିହସି ଏ ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ| ମୁଁ ସେସବୁ ଗୋଟିଏ ଖାତାରେ ଟିପ ନେଲି|ଓଃ କି ଆନନ୍ଦ ଲାଗିଲା |"

                                             ୭୭ ଏହି ବକ୍ତବ୍ଯଟି  ଡାକ୍ତର  ରାଧାଚରଣ ପଣ୍ଡାଙ୍କର,ଯେ  ତେଲୁଗୁ  ଭାଷାରେ  ମାଇନର୍  ପାସ୍  କରି  ନିଜ  ଅଧ୍ଯବସାୟ  ଓ  ନିଷ୍ଠା ବଳରେ  ଓଡିଆ  ସାହିତ୍ଯରେ  ଜଣେ  ଗବେଷକ  ଓ  ସାହିତ୍ଯକ  ଭାବରେ ପ୍ରତିଷ୍ଠା  ଆର୍ଜନ  କରିଥିଲେ ।

ଦେବସମର୍ପିତା ସୂର୍ଯ୍ଯପ୍ରିୟା ପଦ୍ମ ପଙ୍କରୁ ଜନ୍ମ ।କି ସୁନ୍ଦର ଓ ମନୋମୁଗ୍ଧକର ସେ! ଭକ୍ତକବି ମୁସୂଦନ୍ୟଥାର୍ଥରେ ଗାଇଛନ୍ତି- "କୋଟି ଲାବଣ୍ଯନିଧି ରେ ପଦ୍ମ ତୁହି, କି ଅମ୍ଋତେ ତୋ ତନୁ ଗଢିଲା ବିହି ।" ସେହିପରି ପରଶୁରାମ ବର୍ମା ଥିଲେ ପଙ୍କଜ ।୧୮୭୮ ଖୀ୍ରଷ୍ଟାବ୍ଦ ଦଶହରା ଦିନ ସେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କ ମାମୁଁ ଘର କୁରାଳ ଗ୍ରାମରେ ।କୁରାଳ ଗ୍ରାମଟି ଭଂଜନ ଗର ସହର ପଖରେ ଅବସ୍ଥିତ ।ତାଙ୍କ ପିତାଙ୍କ ନାମ ନିରନ୍ଜନ ପଟ୍ଟନାୟକ ଓ ମାତା ଳଳିତା ଦେବୀ ।ପ୍ରାୟ ପାନ୍ଚ ବର୍ଷ ବୟସରେ ସେ ପିତାମାତାଙ୍କୁ ହରାଇଥିଲେ ।ତାଙ୍କର ଦାଦା ଦ୍ଧୀବାମନ ପଟ୍ଟନାୟକ ବାଲ୍ଯକାଳରୁ ତାଙ୍କୁ ନିଜ ଘର ମାଲୁଦ(ପାରିକୁଦର ଏକ କ୍ଷଦ୍ରଦ୍ବୀପ)ରେ ଲାଳନପାଳନ କରିଥିଲେ । ସେ କାଳର ମାଲୁଦରେ ଆଧୁନିକ ସ୍କୁଲ୍ ନଥିଲା ।୧୮୮୯ ମସିହାରେ ୧୧ ବର୍ଷ ବୟସରେ ପରଶୁରାମ ଏଠାରେ ଏକ "ଅବଧାନିଆ ଚାଟଶାଳୀ"ରେ ଶିକ୍ଷାରାମ କରିଥିଲେ ।ପାନ୍ଚ ଛଅ ବର୍ଷ ପରେ ଏକ ପ୍ରାଥମିକ ବିଦ୍ଯାଳୟରେ ତାଙ୍କ ଶିକ୍ଷା ସମାପ୍ତ ହେଲା ।ତା'ପରେ ସେ କୃଷ୍ଣପ୍ରସାଦ ଗଡଠାରେ ଏମ ଇ ପାଠ ପଢିଥିଲେ ।ସେ ଭଲ ପଢୁଥିବାରୁ ତାଙ୍କୁ ଚାରି ଟଙ୍କାର ଏକ ବୃତ୍ତି ମିଳୁଥିଲେ । ୧୯୦୪ ଖୀ୍ର ଷ୍ଟାବ୍ଦରେ ପରଶୁରାମ ପୁରୀ ଜିଲ୍ଲା ସ୍କୁଲ୍ରେ ମାଟ୍ରିକ୍ ପଢିଲେ ।ସେତେବେଳେ ସେଠାରେ ପ୍ରଧାନ ଶିକ୍ଷକ ଥିଲେ ସ୍ବନାମଧନ୍ଯ ଶିକ୍ଷକ ଓ ସାହିତି୍ଯକ ଚନ୍ଦରମୋହ୍ନ ମହାରାଣ ।ବର୍ମାଙ୍କର ସହପାଠୀ ଥିଲେ ଅମର ଗୀତିକବି, ସୁଶିକ୍ଷକ ଓ ରାଷ୍ଟ୍ରନୀତିଜ୍ଞ ଗୋଦାବରୀଶ ମିଶ୍ର ।ଉଭୟ ସାଙ୍ଗ ଗରିବ ଘରେ ଜନ୍ମ ହୋଇଥିଲେ ହେଁ ଭାରି ବୁଧ୍ଧିଆ ଥିଲେ ।ଖୁବ ଭଲ ପାଠ ପଢୁଥିବାରୁ ବୃତ୍ତି ପାଉଥିଲେ ।ବନ୍ଧୁ ଗୋଦାବରୀଶ ବର୍ମାଙ୍କୁ ଭାରି ଭଲ ପା ଉଥିଲେ ।ସେଥିପାଇଁ ସେ ତାଙ୍କ ଜ୍ଞାନ ଗରିମାର ଉଚ୍ଚ ପ୍ରଶଂସା କରିଛନ୍ତି ।

୭୮ ଥରେ ଶ୍ରେଣୀରେ  ଡ୍ର ଇଂ ଶିକ୍ଷକ ଗୋଟିଏ ଗାଈ  ଚିତ୍ର  ଆଙ୍କିବାକୁ  ପିଲାମାନଙ୍କୁ  କ ହିଲେ।ମଡେଲ୍  ନଦେଖି ଆମ ପିଲା ମାନେ  ଭଲ  ଡ୍ର ଇଂ ଆଙ୍କି  ପାରନ୍ତି ନାହିଁ।ଏହି କାରଣରୁ  ପରଶୁରାମ   ଏକ ଅବାଗିଆ  'ଗାଈ' ଚିତ୍ରଟିଏ କରି  ତା'  ତଳେ   ଲେଖିଦେଲେ  'ବିଲାତି  ଗାଈ'। ସେ  ସମୟରେ  ଚନ୍ଦ୍ରମୋହ ନ  ମହାରଣା  ଥିଲେ  ଜିଲ୍ଲା  ସ୍କୁଲର  ପ୍ରଧାନ  ଶିକ୍ଷକ।ଡ୍ର ଇଂ  ଶିକ୍ଷକ  ପରଶୁରାମଙ୍କ   'ଗାଈ' ଚିତ୍ରଟିକୁ  ନେଇ  ତାଙ୍କୁ ଦେଖାଇଲେ।ଚିତ୍ରଟିକୁ  ଦେଖି  ହସ  ବୃଷ୍ଟି  ହେଲା।ପ୍ରଧାନ   ଶିକ୍ଷକ  ଆଦେଶ  ଦେଲେ  ବିଲାତି  ଗାଈକୁ  ଏକ  ବିଲାତିଆଳୁ  ନମ୍ବର  ଦିଅନ୍ତୁ।

ଏହା ହେଲା ଡାକ୍ତର ପଣ୍ଡାଙ୍କର ଭାଷାରେ ପୁରୀ ଜିଲ୍ଲା ସ୍କୁଲର ଏକ ଘଟଣା।ଏହି କଥାକୁ ପଣ୍ଡିତ ଗୋଦାବରୀଶ ମିଶ୍ର ମଧ୍ୟ ନିଜ ଆତ୍ମଜୀବନରେ ଲେଖିଛନ୍ତି ,"ପରଶୁରାମ ବର୍ମା ବେଦ,ଉପନିଷଦ, ଗୀତା ପ୍ରଭୃତିରେ ଧୁରନ୍ଧର ଥିଲେ ।କିନ୍ତୁ ଚିତ୍ରାଙ୍କନରେ ଥିଲେ ନିପୁଟ ।ସେ ଥରେ ଗାଈ ଆଙ୍କି ସାରି ନିଜେ ଗାଈର ପ୍ରତିରୂପରେ ସଂତୁଷ୍ଟ ନୋହି ଚିତ୍ର ତଳେ ଲେଖିଲେ 'ଏ ବିଲାତି ଗାଈ ' ।

୧୯୦୮ ମସିହାରେ ପରଶୁରାମ ମାଟ୍ରିକ୍ ପାସ୍ କରି କଟକରେ ଆଇ।ଏ। ଓ ବି।ଏ।ଅଧ୍ଯୟନ କରିଥିଲେ|୧୯୧୨ ମସିହାରେ ବି।ଏ।ପାସ୍ କରି ତା ପର ବର୍ଷ ପାଟଣାରୁ ବି।ଟି।(ଆଜିର ବି।ଇଡି।)ଡିଗ୍ରିଲାଭ କରି ଥିଲେ|ସେ ମାଟ୍ରିକ୍ ପାସ୍ କଲା ବେଳେ ତାଙ୍କ ନାମ ଥିଲା ପରଶୁରାମ ପଟ୍ଟନାୟକ|ଆଇ।ଏ।ବେଳକୁ ତାହା ହୋଇ ଥିଲା ପଟ୍ଟନାୟକ ପରଶୁରାମ ପଟ୍ଟନାୟକ|ବି।ଏ।ପାସ୍ କଲା ବେଳେ ତାଙ୍କ ନାମ ହୋଇ ଥିଲା ପରଶୁରାମ ସାମନ୍ତବ ର୍ମା|ମାତ୍ର ସେ କେବଳ ପରଶୁରାମ ବର୍ମା ନାମରେ ବି।ଟି।ପାସ୍ କରିଥିଲେ|

ପରଶୁରାମ ବି।ଏ।ପାସ୍ କରି କଟକ ପ୍ଯାରିମୋହ ନ ଏକାଡେମୀରେ ସ ହକାରି ଶିକ୍ଷକ ଭାବରେ କାର୍ଯ୍ୟ ଆରମ୍ବ କରିଥିଲେ|ମାତ୍ର ଛା ମାସ ପରେ ସେ ଖୋର୍ଦ୍ଧା ହାଇସ୍କୁଲରେ ଯୋଗଦେଇଥିଲେ| ସେଠାରୁ ସେ ପାଟଣା ଯାଇ ଶୀକ୍ଷକତା ପାଇଁ ତାଲିମ୍ ନେଉଥିଲେ|ବି।ଟି।ପାସ୍ କରି ସେ ଖୋର୍ଦ୍ଧା ହାଇସ୍କୁଲରେ ପ୍ରଧାନ୍ ଶିକ୍ଷକ ହୋ ଇଥିଲେ|ଶିକ୍ଷକତାକୁ ସେ ନିଜ ଜୀବନର ପ୍ରଧାନ ବ୍ରତ ଭାବରେ ଗ୍ରହଣ କରିଥିଲେ|ତା ସ ହିତ ଜାତି ର ସେବା ଓ ପୁନର୍ଗଠନ କାର୍ଯ୍ୟା କରିବାରେ ସେ ଖୁବ୍ ଆଗ୍ରହୀ ଥିଲେ|

ଗୋଦାବରିଶ୍ କଲିକତା ବିଶ୍ବବିଦ୍ଯାଳୟରୁ ବି।ତି।ପାସ୍ କରି ସତ୍ଯବାଦୀ ବନ ବିଦ୍ଯାଳୟରେ ଶୀକ୍ଷକ ଥିଲେ|ପରଶୁରାମ ପ୍ରାୟ ପ୍ରତି ଶନିବାର ଦିନ ସତ୍ଯବାଦୀ ଯାଇ

                                                                                         ୭୯ ଗୋଦାବରୀଷ,  ନୀଳକଂଠ  ଓ   ଗୋପବଂଧୁଙ୍କୁ  ସାକ୍ଷାତ କରୁ ଥିଲେ  ଏବଂ  ଜାତିର  ସମସ୍ଯାଗୁଡିକ  ସଂପର୍କରେ  ଆଲୋଚନା  କରୁଥିଲେ ।

ଖୋର୍ଧା ହାଇସ୍କୁଲ୍ରେ ଥିଲାବେଳେ ଛାତ୍ରୀଙ୍କ ସଦୀଚାର ଉପରେ ସେ ଖୁବ୍ ଞ୍ଜର ରଖିଥଲେ ।ଉକ୍ତ ହାଇସ୍କୁଲ୍ର ବହୁମୂଖୀ ବିକାଶରେ ତାଙ୍କର ଅବଦାନ ଅବିସ୍ମରଣୀୟ ।ଛାତ୍ରଛାତ୍ରୀମାନ ଙ୍କର ଶାରୀରିକ, ମାନସିକ, ସାମାଜିକ ଓ ଆଧ୍ଯାତ୍ମିକ ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ଯକ୍ରମର ଆୟୋଜନରେ ସେ କ୍ଳନ୍ତି ଅନୁଭବ କରୁନଥିଲେ ।

ଥରେ ଖୋରଦ୍ଧା ନିକଟବର୍ତ୍ତୀ କେରଙ୍ଗ ଗାଁରେ ହିଜା ଲାଗିଲା ।ସେତେବେଳେ ତ ହଇଜାକୁ ଠାକୁରିଣୀ ବୋଲି କହି ଲୋକମାନେ ରୋଗୀଙଙ୍କର ସେବାଯତ୍ନରେ ହେଳା କରୁଥିଲେ ।

ଓକିଲ ହତିହର ପଣ୍ଡା ଥିଲେ ଗନ୍ଜାମର ଆସ୍ଫାରେ ଏକ ହାଇସ୍କୁଲ୍ ଆରମ୍ବ କରନ୍ତେ ।ଗୋପବନ୍ଧୁ ତାଙ୍କର ଆଗ୍ର୍ୟ ଓ ଆବଶ୍ଯକତା ଜାଣିବା ମାତ୍ରେ କହିଲେ, "ଏଇ ପରଶୁରାମ ବର୍ମା ହେଉଛନ୍ତି ଜଣେ ଗୋଦାବରୀଶ ଓ ଗୋପବନ୍ଧୁଙ୍କ ସହ ସାକ୍ଷାତ କରିବାକୁ ଯାଇଥିଲେ ।

ଗୋପବନ୍ଧୁ ପରାମର୍ଶକ୍ରମେ ହରିହର ପଣ୍ଡା ପରଶୁରାମଙ୍କୁ ଆସ୍କା ନେବା ଠିକ୍ କଲେ । ଦିନେ ଏକ ତାରବାର୍ତ୍ତା ପଠାଇଲେ ପରଶୁରାମଙ୍କ ପାଖକୁ "Catch 18th morning Mail.Awaiting at Berhampur " ବ୍ରହ୍ମ୍ପୁର ରେଲ ଷ୍ଟେସନରେ ହରିହର ଅପେକ୍ଷା କରିତଜିଲେ ।ବର୍ମାଙ୍କୁ ସାଥିରେ ନେଇ ଆସ୍କା ଗଲେ ।

ପରଶୁରାମ ବର୍ମା ଆସ୍କା ହାଇସ୍କୁଲ୍ ପ୍ରତିଷ୍ଠା କଲେ ୧୯୧୮ ମସିହାରେ ।ସେଠାରେ ସେ୧୯୨୮ ପର୍ଯ୍ଯନ୍ତ ପ୍ରଧାନ ଶିକ୍ଷକ ହୋଇ ରହିଥିଲେ ।ଏହି ସମୟ ଥିଲା ତାଙ୍କ ଜୀବନରେ

୮୦ ଏକ ସାର୍ଥକ ସ୍ବର୍ଣ୍ଣ ଦଶନ୍ଧି । ସାରାପ୍ରଦେଶରେ ସେତେବେଳେ ନୂତନ ଆନ୍ଦୋଳନ , ନୂଆ ଚେତନା ଖେଳି ଯାଇଥିଲା । ବହୁ ଆଶା ନିରାଶା,  ଉତ୍ତେଜନା ଓ ଉନ୍ମାଦନାରେ  ଜନସାଧାରଣ କାଳ କଟାଉଥିଲେ ।  ଓଡ଼ିଶା ଓ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ  ସବୁ ଅଭାବ ଅସୁବିଧା ମଧ୍ଯରେ  ବିପ୍ଲବର ଜୟଧ୍ବନୀ ବାଜି ଉଠିଥିଲା ।

ସେହି ସମୟରେ ଗଞ୍ଜାମରେ ସି• ବି• କଟ୍ରେଲ ସାହେବ ଥିଲେ ଜିଲ୍ଲା କଲେକ୍ଟର । ସେ ଆଇ• ସି •ଏସ୍ ପାସ୍ କରି ଖୁବ୍ ଉତ୍ସାହ ଓ ଆନନ୍ଦର ସହିତ କାର୍ଯ୍ଯ କରୁଥିଲେ । ସୌଭାଗ୍ଯକୁ ସେ ଥିଲେ ଓଡ଼ିଆ ପ୍ରେମୀ । ଆନ୍ଧ୍ରବାସୀଙ୍କର ପ୍ରଭାବ ଏଠାରେ ବଢ଼ିବାରେ ଲାଗିଥାଏ । ଏଣୁ ସେ ଏହାକୁ ପ୍ରତିହତ କରିବାକୁ ହରିହର ପଣ୍ଡାଙ୍କୁ ଏହି ହାଇସ୍କୁଲରେ ପ୍ରତିଷ୍ଠା ଓ ଉନ୍ନତିରେ ସାହାଯ୍ଯ କରିଥିଲେ ।

ପରଶୁରାମ ଆସ୍କା ହାଇସ୍କୁଲକୁ ମନୋପ୍ରାଣ ଦେଇ ଗଢ଼ିଲେ । ମୂଳରୁ ଚୂଲ ଯାଏ ତାର ସମସ୍ତ କାର୍ଯ୍ଯ ତାଙ୍କ ତତ୍ତ୍ବାବଧାନରେ ସଂପାଦିତ ହେଲା । ପ୍ରଥମେ ସ୍କୁଲ ପାଇଁ ଗୃହ ନଥିଲା । ମାତ୍ର ଆସ୍କାରେ ପ୍ରାୟ ୧୮୫୦ ମସିହାରୁ ଏକ ଚିନି କାରଖାନା ଗଢ଼ି ଉଠିଥିଲା । ଜର୍ମାନ ଦେଶରୁ ମିଞ୍ଚିନ ସାହେବ ଆସି ଏହି ଚିନି କାରଖାନା ପ୍ରତିଷ୍ଠା କରିଥିଲେ ।ଏଠାରେ ଚିନି ବର୍ଷେ ଫ୍ରାନ୍ସ ରାଜଧାନୀ ପ୍ଯାରିସ୍ ଠାରେ ଅନୁଷ୍ଠିତ ଏକ ଶିଳ୍ପମେଳାରେ ପୁରସ୍କାର ଲାଭ କରିଥିଲା ।

ଏବେ ମିଞ୍ଚିନ ସାହେବଙ୍କର ଏକ ମୂର୍ତ୍ତି ସେଇ ପୁରୁଣା ଚିନି କାରଖାନାର ପରିସର ମଧ୍ଯରେ ଦୃଷ୍ଟିଗୋଚର ହୁଏ । କାରଖାନାର ଏକ ଶ୍ରମିକା 'ସୁନା'ଙ୍କୁ ମିଞ୍ଚିନ ସାହେବ ବିବାହ କରିଥିଲେ । ତାଙ୍କ ଦେଶକୁ ନେଇ ସେ ସୁନାଙ୍କୁ ଶିକ୍ଷା ଦୀକ୍ଷା ଦେଇଥିଲେ । ସେମାନଙ୍କ ସନ୍ତାନମାନେ ଭାରତରେ ପ୍ରତିଷ୍ଠିତ ବହୁ ଆଙ୍ଗ୍ଲୋଇଣ୍ଡିଆନ୍ ପରିବାରରେ ବିବାହ କରିଥିଲେ ।

ସେହି ଚିନି କାରଖାନା ପାଖରେ ଥିଲା ମିଞ୍ଚନ ସାହେବଙ୍କ ବିରାଟ ବାସଭବନ । କଲେକ୍ଟରଙ୍କୁ କହି ତାଙ୍କ ସାହାଯ୍ଯରେ ସେ ଗୃହକୁ ସ୍କୁଲ ପାଇଁ ନିଆଯାଇଥିଲା । ଶିକ୍ଷା ବିଭାଗର ଇନ୍ସପେକ୍ଟର ରନସଫୋର୍ଡ଼ ସାହେବ ମଧ୍ଯ ପରଶୁରାମଙ୍କ କାର୍ଯ୍ଯ ଓ ନିଷ୍ଠାରେ ସଂତୁଷ୍ଟ ହୋଇ ବିଦ୍ଯାଳୟର ବିକାଶରେ ସବୁ ପ୍ରକାର ସାହାଯ୍ଯ ସହଯୋଗ କରିଥିଲେ ।

୧୯୧୮-୧୯ ଖ୍ରୀଷ୍ଟାଦ୍ଦରେ ଗଞ୍ଜାମ ଜିଲ୍ଲାରେ ମରୁଡ଼ି ପଡ଼ିଲା । ତେଣୁ ଭୟଙ୍କର ଦୁର୍ଭିକ୍ଷରେ ଜନସାଧାରଣ ପ୍ରପୀଡ଼ିତ ହେଲେ । ପରଶୁରାମଙ୍କ ନେତୃତ୍ବରେ ଓ କଟ୍ରେଲ ସାହେବଙ୍କ ଆର୍ଥିକ ସାହାଯ୍ଯରେ ଆସ୍କାରେ ବହୁ ପୁଷ୍କରିଣୀ ଖୋଦିତ ହୋଇଥିଲା । ନିକଟବର୍ତ୍ତୀ ନଦୀକୁ ମଧ୍ଯ ପ୍ରଶସ୍ତ କରାଯାଇଥିଲା । ଏସବୁ କାର୍ଯରେ ନିଯୁକ୍ତ ଲୋକମାନଙ୍କୁ ଶ୍ରମ ବଦଳରେ ଖାଦ୍ଯ ଯୋଗାଇ ଦିଆଯିଥିଲା । ଫଳରେ ବହୁଲୋକ ଉପବାସର ଧକ୍କାରୁ ରକ୍ଷା ପାଉଥିଲେ । ଏହିଶ୍ରମ ମାଧ୍ଯମରେ ସେମାନଙ୍କ ଅନ୍ନସଂସ୍ଥାନ ହୋଇପାରିଥିଲା ।
ଗଞ୍ଜାମବାସୀ ପରଶୁରାମ ଓ କଟ୍ରେଲ ସାହେବଙ୍କ କାର୍ଯ୍ଯରେ ଖୁବ୍ ମୁଗ୍ଧ ହୋଇଥିଲେ । ଏମିତି କି କୃତଜ୍ଞ ଗଞ୍ଜାମବାସୀଗଣ ଏକ ଲକ୍ଷ ଟଙ୍କା ସଂଗ୍ରହ କରି ପାଣ୍ଠି ଗଠନ କରିଥିଲେ । ଏହାକୁ "କଟ୍ରେଲ ପାଣ୍ଠି ବା କଟ୍ରେଲ ଫଣ୍ଡ" କୁହାଯାଇ ସେଥିରୁ ଦରିଦ୍ର ଛାତ୍ରଛାତ୍ରୀଙ୍କୁ ଅଧ୍ଯୟନ ପାଇଁ ବିନାସୁଧରେ ଋଣପ୍ରଦାନ କରାଯାଉଥିଲା । ଏହି ଶୁଭ ଚିନ୍ତନ ଓ ଲୋକ ହିତକର କାର୍ଯ୍ଯରେ ପରଶୁରାମଙ୍କ ଯୋଗଦାନଥିଲା ଅବିସ୍ମରଣୀୟ ।
ପରଶୁରାମଙ୍କ ପ୍ରଚେଷ୍ଟାରେ ଆସ୍କା ହାଇସ୍କୁଲ ଗୋଟିଏ କ୍ଷୁଦ୍ର ମ.ଇ ସ୍କୁଲରୁ ଉନ୍ନୀତ ହୋଇ ଏକ ବିରାଟ ଶିକ୍ଷାନୁଷ୍ଠାନରେ ପରିଣତ ହୋଇଥିଲା । କାୟମନୋବାକ୍ଯରେ ସେ ଏହାର ବହୁ ମୁଖି ବିକାଶରେ ଲାଗିଥିଲେ । ପ୍ରଥମେ ତେଲୁଗୁ ଲୋକମାନଙ୍କର ଆପତ୍ତି ହେଉଥିଲା । ପରେ ସେମାନେ ପ୍ରଧାନ ଶିକ୍ଷକଙ୍କ କର୍ମନିଷ୍ଠା ଓ ଆଚରଣରେ ସଂତୁଷ୍ଟ ହୋଇଥିଲେ । ଓଡ଼ିଆ ଛାତ୍ରଛାତ୍ରୀଙ୍କ ସହିତ ତେଲୁଗୁଭାଷୀ ପିଲାମାନେ ଏହି ସ୍କୁଲରେ ବହୁ ସଂଖ୍ଯାରେ ଅଧ୍ଯୟନ କଲେ । ପ୍ରଧାନ ଶିକ୍ଷକ ଶ୍ରେଣୀ ଭିତରେ ଓ ବାହାରେ ନିଜେ ଅଧ୍ଯାପନାର ତତ୍ତ୍ବ ନେଉଥିଲେ । ଏହା ଫଳରେ ଆସ୍କା ହାଇସ୍କୁଲର ଭୁ ଛାତ୍ରଛାତ୍ରୀ ଅଧିକ ନମ୍ବର ରଖି ହାଇସ୍କୁଲ ପରିକ୍ଷାରେ ପାସ୍ କରୁଥିଲେ । ସ୍କୁଲର ସୁନାମ ସମଗ୍ର ରାଜ୍ଯରେ ଖେଳି ଯାଇଥିଲା ।

ସେତେବେଳେ ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ହୋଇନଥିଲା । ପୁରୀ ,କଟକ ଓ ବାଲେଶ୍ୱର ବଙ୍ଗଳା ପ୍ରେସିଡେନ୍ସୀ ଅଧୀନରେ, ଗଞ୍ଜାମ କୋରାପୁଟ ଆଦି ମାନ୍ଦ୍ରାଜରେ ଓ ସମ୍ବଲପୁର ଅଂଚଳ ମଧ୍ଯପ୍ରଦେଶରେ ମିଶିକରି ରହିଥିଲା। ପରଶୁରାମଙ୍କ ପ୍ରେରଣା ଲାଭ କରି ଏଠାରେ ଦେଶ ମିଶ୍ରଣ ଆନ୍ଦୋଳନ ପ୍ରବଳତର ହେଲା । ଆସ୍କା ହେଲା ଗଞ୍ଜାମ ରେ ଏହି ଦେଶ ମିଶ୍ରଣ ଆନ୍ଦୋଳନର ପ୍ରଧାନ କେନ୍ଦ୍ର ।

ପରଶୁରାମଙ୍କ ନିର୍ଦ୍ଦେଶରେ ହାଇସ୍କୁଲର ଛାତ୍ରମାନେ ଦଳଦଳ ହୋଇ ଗାଁରୁ ଗାଁକୁ ଯାଇ ଦେଶ ମିଶ୍ରଣର ବାର୍ତ୍ତା ପ୍ରଚାର କଲେ। ସେମାନ ଙ୍କ ପ୍ରଧାନ ଦୁଆସବୁ ଏହି ପ୍ରକାର ଥିଲା
"ଗଙ୍ଗାଠାରୁ ଗୋଦାବରୀ ଯାଏ ଭାଇ

ଓଡ଼ିଶା ମୂଳକ ଥିଲା ।
ବଙ୍ଗାଳୀ,ବିହାରୀ, ହିନ୍ଦି, ମାନ୍ଦରାଜୀ
ଲାଗି ଏ ରାଇଜ ଗଲା ।"

"ଓଡ଼ିଆ ପୁଅ ଉଠରେ
ଆନ୍ଧ୍ର,ମାନ୍ଦରାଜୀ,ବଙ୍ଗାଳୀ, ବିହାରୀ
ସବୁ ବାଣ୍ଟିନେଲେ ଆମ ଦେଶରେ"
"ସବୁ ବିଚ୍ଛିନ୍ନ ଓଡ଼ିଆ ଅଞ୍ଚଳ ଏକତ୍ର ହେଉ ।"

"ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହେଉ ।"

ଏହି ସବୁ ପ୍ରଚାର ଫଳରେ ଖୁବ୍ ଜନ ଜାଗରଣ ସୃଷ୍ଟି ହେଲା । କି ଗ୍ରାମବାସୀ କି ସହରବାସୀ ସମସ୍ତେ ଦେଶ ମିଶ୍ରଣ ମନ୍ତ୍ରରେ ଦୀକ୍ଷିତ ହେଲେ । ଦେଶ ମିଶ୍ରଣ ସଂପର୍କରେ ଯେତେ ବ୍ଯକ୍ତି, କମିଟି, କମିଶନ ଆଦି ଆସିଲେ ସେମାନଙ୍କ ନିକଟରେ ନିଜର ଦାବି ଜଣାଇବା ବା ସେମାନଙ୍କୁ ବୁଝାଇଦେବା ଲୋକଙ୍କ ପକ୍ଷେ କଷ୍ଟକର ହେଲାନାହିଁ ।
ଆସ୍କାରେ ଖଗେଶ୍ୱରୀଙ୍କ ଦେଉଳ ନିକଟରେ ପ୍ରତି ବର୍ଷ ଭୁତ ପଶୁଙ୍କୁ ବଳି ଦିଆଯାଉଥିଲା । ପରଶୁରାମ ଏହି ହିଂସାତ୍ମକ ପ୍ରଥା ବିରୁ୍ଦ୍ଧରେ ସଭାସମିତି କରି ଓ ପତ୍ରପତ୍ରିକାରେ ଲେଖା ପ୍ରକାଶ କରି ଦୃଢ଼ ଜନମତ ସୃଷ୍ଟି କରିଥିଲେ । ଫଳରେ ଅନେକ ଲୋକ ବଳି ବିରୁ୍ଦ୍ଧରେ ସ୍ୱର ଉତ୍ତୋଳନ କଲେ । କୋଣ୍ଡଲରାଓ ନାମକ ଜଣେ ତେଲୁଗୁ ବ୍ଯକ୍ତି ଥରେ ଗୋଟିଏ ବୋଦାକୁ ବଳି ପକାଇବା ପାଇଁ ଆଣିଥିଲେ । ଛାତ୍ର ଓ ଶିକ୍ଷିତ ବ୍ଯକ୍ତି ଗଣ ଏହାର ବିରୋଧ କଲେ । ବଳି ପକାଇବା ବିରୁଦ୍ଧରେ ଧ୍ବନୀ କରି ସେମାନେ ସେଠାରେ ବୋଦାକୁ ଛଡ଼ାଇନେଲେ । ଉଭୟ ଦଳ ମଧ୍ୟରେ ଆଲୋଚନା ହୋଇ ସ୍ଥିର କରାଗଲା ଯେ ବୋଦାଟିକୁ ଠାକୁରାଣୀଙ୍କ ଗମ୍ଭୀରା ମଧ୍ଯରେ ଛାଡ଼ି ଦିଆଯିବ । ତାପରେ କବାଟ ବନ୍ଦ କରାଯିବ । ଠାକୁରାଣୀ ଚାହିଁଲେ ବୋଦାର ରକ୍ତପାନ କରିବେ । ନଚେତ୍ କେତେ ଘଣ୍ଟାପରେ କବାଟ ଖୋଲିଲେ ଯଦି ବୋଦା ବଂଚିଥିବାର ଦେଖାଯିବ , ତାକୁ ଛାଡ଼ି ଦିଆଯିବ ।

ସେୟାହେଲା । ଗମ୍ଭୀରା ଭିତରୁ ବୋଦା ଆରାମରେ ବାହାରିଲା । ସେ ଅକ୍ଷତ ଥିବାରୁ ବଳି ବନ୍ଦ ହେଲା । କୋଣ୍ଡଲ ରାଓଙ୍କ ମନରେବି ପରିବର୍ତ୍ତନ ଆସିଲା । ଛାତ୍ରମାନେ ରାଓଙ୍କୁ ଗୋଟିଏ ଶୋଭାଯାତ୍ରାରେ ନେଲେ ଓ ଗାଇଲେ ।
"କୋଣ୍ଡଲ ରାଓ ଦୟା କଲେ
ବୋଦା ନ ମାରି ଛାଡ଼ିଦେଲେ ।"

ଏହି ଘଟଣାର ପ୍ରଭାବରେ ଆସ୍କା ଅଂଚଳରେ ଥିବା ଠାକୁରାଣୀଙ୍କ ପୀଠରେ ଆଉ ପଶୁବଳି ପଡ଼ିଲା ନାହିଁ । ସାରା ଗଞ୍ଜାମ ଜିଲ୍ଲାରେ ଏହି ବଳି ପ୍ରଥା ବିରୁଦ୍ଧରେ ଲୋକମାନଙ୍କ ମଧ୍ଯରେ ଏକ ଆନ୍ଦୋଳନ ବ୍ଯାପିଗଲା । ସମସ୍ତେ ଏଥିପାଇଁ ଏହାର ମୁଳକର୍ତ୍ତା ପରଶୁରାମଙ୍କୁ ଧନ୍ଯ ଧନ୍ଯ କଲେ ।

ଅସ୍ପୃଶ୍ୟତା ନିବାରଣପାଇଁ ପରଶୁରାମ ବହୁ ପଦକ୍ଷେପ ନେଇଥିଲେ । ଏ ସଂପର୍କରେ ସେ ଗାନ୍ଧିଜୀଙ୍କ ବାଣୀକୁ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ । ଛାତ୍ରଛାତ୍ରୀମାନେ ଏ ସଂପର୍କରେ ଆଲୋଚନା କରୁଥିଲେ । ଏକ ଅସ୍ପୃଶ୍ଯତା ନିବାରିଣୀ ସଂଘ ଗଠନ କରି ଅନେକ ଶିକ୍ଷିତ ବ୍ଯକ୍ତିଙ୍କୁ ଏଥିରେ ସଭ୍ଯ କରାଇଥିଲେ । ହରିଜନ ମାନଙ୍କର ମନ୍ଦିର ପ୍ରବେଶଠାରୁ ଆରମ୍ଭ କରି ଗାନ୍ଧିଜୀଙ୍କ ଉପଦେଶ ଅନୁସାରେ ନାନା କାର୍ଯ୍ଯକ୍ରମ ପର୍ଯ୍ଯନ୍ତ ସେ ଗ୍ରହଣ କରିଥିଲେ । ହରିଜନ ମାନଙ୍କ ଉନ୍ନତି ପାଇଁ ସେ ବିଭିନ୍ନ କାର୍ଯ୍ଯ କରିଥିଲେ ।

ସାକ୍ଷରତା ଆନ୍ଦୋଳନ:

ନିରକ୍ଷରତା ଆମ ଜାତିର ଏକ ବଡ଼ କଳଙ୍କ ବୋଲି ସେ ବୁଝି ନିରକ୍ଷର ମାନଙ୍କୁ ସାକ୍ଷର କରିବାକୁ ସବୁ ପ୍ରକାର ଉଦ୍ଯମ କରିଥିଲେ । ଜାତୀୟ ସ୍ତରରେ ନୂଆ କରି ପ୍ରଚାରିତ ହୋଇଥିବା "ଜଣେ ଜଣଙ୍କୁ ପଢ଼ାଇବା"(Each one, teach one) ଆଦର୍ଶକୁ ସେ ବରି ନେଇଥିଲେ ଏବଂ ନିଜେ ତାହା କାର୍ଯ୍ଯକାରୀ କରିଥିଲେ । କେବଳ ନିଜର ସ୍ବାକ୍ଷରଟିଏ ଦେଲେ ଚଳିବ ନାହିଁ, ନିରକ୍ଷର ମାନେ ଯେମିତି ବହି ପତ୍ର ପଢ଼ିବେ, ହିସାବ କିତାବ ରଖିବେ, ଚିଠି ଲେଖିବେ, ତାହା ସାକ୍ଷରତା ଆନ୍ଦୋଳନର ଲକ୍ଷ ହେଲା ।ପରଶୁରାମ ନିଜ ସ୍କୁଲର ଛାତ୍ର ଓ ଶିକ୍ଷକ ଗଣଙ୍କୁ ନେଇ ଗାଁ ଗହଳିରେ ସାକ୍ଷରତାର ବାର୍ତ୍ତା ପ୍ରଚାର କରୁଥିଲେ । ସାକ୍ଷରତା ଆନ୍ଦୋଳନ ଦକ୍ଷିଣ ଓଡ଼ିଶାରେ ଖୁବ୍ ସଫଳ ହୋଇଥିଲା ।
ପରଶୁରାମ ଆସ୍କାରେ ଖୁବ୍ ଲୋକପ୍ରିୟ ହୋଇଥିଲେ । ବିଭିନ୍ନ ସଂଗଠନ ଓ ସମାଜସେବା ମୂଳକ କାର୍ଯ୍ଯ ସଂପାଦନ କରିବାରୁ ସବୁ ସ୍ତରର ଲୋକଙ୍କ ସହିତ ସଦ୍ଭାବ ଥିଲା । ତାଙ୍କର ସଦାଚାର, ନିଷ୍ଠା ଓ ସମାଜସେବା ମନୋବୃତ୍ତି ଦେଖି ବିଭିନ୍ନ ଶ୍ରେଣୀ, ଭାଷା ଭାଷୀ ଓ ସଂପ୍ରଦାୟର ଲୋକ ତାଙ୍କୁ ଖୁବ୍ ଭକ୍ତି କରୁଥିଲେ ଓ ସମ୍ମାନ ଜଣା ଉଥିଲେ ।

ଆସ୍କାରେ ପରଶୁରାମଙ୍କର ସୁଖ୍ୟାତି ବୃଦ୍ଧିରେ ଖଲିକୋଟ ରାଜା ରାମଚନ୍ଦ୍ର ଆକୃଷ୍ଟ ହୋଇ ଭଞ୍ଜନଗର ହାଇସ୍କୁଲର ପ୍ରଧାନଶିକ୍ଷକ ଭାବରେ ତାଙ୍କୁ ନିଯୁକ୍ତି ଦେଇଥିଲେ । ଖଲ୍ଲିକୋଟ ରାଜା ସେତେବେଳେ ଥିଲେ ଗଞ୍ଜାମ ଜିଲ୍ଲା ବୋର୍ଡ଼ର ସଭାପତି ଏବଂ ଭଞ୍ଜନଗର ହାଇସ୍କୁଲଥିଲା ଜିଲ୍ଲାବୋର୍ଡ଼ ପରିଚାଳନାଧୀନ । ୧୮୮୫ ମସିହାରୁ ଉକ୍ତ ସ୍କୁଲଟି ପ୍ରତିଷ୍ଠିତ ହୋଇଥିଲେ ହେଁ ସ୍କୁଲ ଟିର ଆଶାନୁରୂପ ଉନ୍ନତି ହୋଇନଥିଲା । ସତେ ଯେମିତି ପରଶୁରାମଙ୍କ ଭଳି ଜଣେ ଅଭିଜ୍ଞ ଓ ନିଷ୍ଠାପର ପ୍ରଧାନ ଶିକ୍ଷକଙ୍କୁ ସେ ଅପେକ୍ଷା କରିଥିଲା।

ପରଶୁରାମ ବିଦ୍ୟାଳୟ ରେ ଯୋଗଦାନ କଲାପରେ ଛାତ୍ର ଓ ଶିକ୍ଷକ ମାନଙ୍କ ମଧ୍ୟରେ ଚହଳ ପଡ଼ିଗଲା । ତାଙ୍କର ସଂଗଠନ ଓ ସୁପରିଚାଳନାର ଯାଦୁକରୀ ଶକ୍ତି ସମସ୍ତଙ୍କୁ ମୁଗ୍ଧ କଲା । ଅଧ୍ୟାପନା ପରି ଧର୍ମ ଚର୍ଚ୍ଚାରେ ତାଙ୍କର ଆଗ୍ରହ ଓ ନିଷ୍ଠାଥିଲା ଖୁବ୍ ଗଭୀର । ଏମିତିକି ରୋମାନ୍ କ୍ୟାଥଲିକ୍ ସଂପ୍ରଦାୟର ପୁରୋଧା ଓ ପ୍ରଚାରକଙ୍କ ସହିତ ତାଙ୍କର ସୌହାର୍ଦ୍ଦ୍ୟ ଥିଲା ଅତୁଳନୀୟ । ମୁସଲମାନ , ଜିଊ, ବୌଦ୍ଧ ଧର୍ମାବଳମ୍ବୀଙ୍କ ସହିତ ତାଙ୍କର ଖୁବ୍ ସଦ୍ ଭାବ ଥିଲା ।


ସେ ତାପରେ ଖଲ୍ଲିକୋଟ , ଛତ୍ରପୁର ଆଦି ସ୍ଥାନରେ ହାଇସ୍କୁଲ ଗୁଡ଼ିକରେ ସୁଦକ୍ଷ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ । ଦୀର୍ଘ ୩୦ ବର୍ଷ କାଳ ଅଧ୍ୟାପନାରେ ପ୍ରବୃତ୍ତ ରହି ସେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ମଣିଷ କରିଥିଲେ । ସେ ହାଇସ୍କୁଲରେ ମୁଖ୍ୟତଃ ଇଂରେଜ ଲେଖାର ଅଧ୍ୟାପନା କରୁଥିଲେ । ତାଙ୍କର ଶିକ୍ଷାଦାନର ଶୈଳୀ ଏତେ ଚମତ୍କାର ଥିଲା ଯେ ଛାତ୍ରଛାତ୍ରୀଗଣ ମନ୍ତ୍ରମୁଗ୍ଧ ପରି ଶୁଣୁଥିଲେ । ଇଂରେଜି ସାହିତ୍ୟରେ ତାଙ୍କର ପ୍ରବେଶ ଥିଲା ଅସାଧାରଣ । ଅବସର ନେଲା ପରେ ବି ସେ ଶିକ୍ଷକ ହୋଇ ରହିଥିଲେ । ଆରାମ କଣ ସେ ଜାଣି ନଥିଲେ । ପୁରୀ ଧାମରେ ଉତ୍ତର ଜୀବନ ଅତିବାହିତ କରିବା ଥିଲା ତାଙ୍କର ଆନ୍ତରିକ ଇଚ୍ଛା । ସେ ତେଣୁ ଯତ୍ କିଞ୍ଚିତ ସଂଚିତ ଅର୍ଥରେ କୁଣ୍ଢେଇବେଣ୍ଟ ସାହିରେ ଏକ ପକ୍କାଘର କିଣିଥିଲେ । ସେ ଭୋର ଚାରିଟାରେ ପ୍ରାୟ ପ୍ରତିଦିନ ଉଠନ୍ତି ଏବଂ ନିତ୍ୟକର୍ମ ସାରି ସମୁଦ୍ର କୂଳରେ ଭ୍ରମଣ କରନ୍ତି । ଅଧ୍ୟୟନ , ଆରାଧନା ଓ ବିଶ୍ରାମରେ ତାଙ୍କର ଅଧିକାଂଶ ସମୟ ଅତିବାହିତ ହେଉଥିଲା । ପୁରୀ ସହର ମଧ୍ୟରେ ବହୁ ପାଠଚକ୍ର ପଠନ ଓ ଆଧ୍ୟାତ୍ମିକ ଆଲୋଚନା କରିବାରେ ସେ ମନୋନିବେଶ କରି ପବିତ୍ର ଶାନ୍ତି ଲାଭ କରୁଥିଲେ । ପରଶୁରାମ ବର୍ମା ଥିଲେ ଯଥାର୍ଥରେ ଚିର ଶିକ୍ଷକ ଓ ସାଧକ । ପ୍ରବୀଣ ଶିକ୍ଷାବିଦ୍ ଦିବ୍ୟସିଂହ ପଟ୍ଟନାୟକଙ୍କ ଭାଷାରେ ନିଜର କୁଟୁମ୍ବ ନଥାଇ ସେ ଥିଲେ ବ‌ହୁକୁଟୁମ୍ବୀ । ସେ ସମସ୍ତଙ୍କର ସୁଖଦୁଃଖର ସାଥୀ ଓ ବିପଦ ଆପଦର ବଂଧୁ । ସେ ଥିଲେ ସ‌ହସ୍ର ଆବାଳବୃଦ୍ଧ ବନିତାଙ୍କର ସ‌ହାୟକ,ବଂଧୁ ଓ ପଥ ପ୍ରଦର୍ଶକ। ସମାଜର ସର୍ବାଙ୍ଗୀନ ବିକାଶ ଏବଂ ମଣିଷ ଜୀବନରେ ଇହ ଓ ପରକାଳର ମଙ୍ଗଳ ସାଧନରେ ସେ ସର୍ବଦା ବ୍ରତୀ ଥିଲେ । ତାଙ୍କର ସ୍ନେହଶ୍ରଦ୍ଧା ଓ ସାଧନା ଥିଲା ବିଶ୍ୱଜନୀନ ଓ ବିଶ୍ୱପ୍ରେମ ଆଧାରିତ ।


ଡାକ୍ତର ରାଧାଚରଣ ପଣ୍ଡା ଯଥାର୍ଥରେ ଲେଖିଥିଲେ ," ଓଡିଶାର ଅତି ବୟୋଜୈଷ୍ଠ ଓ ପ୍ରବୀଣ ଶିକ୍ଷକ ଲକ୍ଷେ ଗୁରୁଙ୍କରେ ମଉଡମଣି ପରଶୁରାମ ବର୍ମା ୯୨ ବର୍ଷରେ ତା ୧୮. ୬ .୭୨ ତାରିଖ ଦିନ ତାଙ୍କର ନିଜ ପୁରୀଘରେ ଇହଧାମରୁ ଚାଲିଯାଇଛନ୍ତି ।"ପରଶୁରାମଙ୍କ ପବିତ୍ର ସ୍ମୃତି ଓ କୃତି ଆମର ଚିରସ୍ମରଣୀୟ । ସେ ସମଗ୍ର ଶିକ୍ଷକ ସମାଜର

ଆଦର୍ଶ ଓ ବନ୍ଦନୀୟ ।


ଅସାଧାରଣ ପ୍ରତିଭାସଂପନ୍ନ ଶିକ୍ଷକ

ରାମଚନ୍ଦ୍ର ଆଚାର୍ଯ୍ୟ

ପ୍ରଫେସର ଜଗନ୍ନାଥ ମହାନ୍ତି

" ବହୁଦିନ ପରେ ଓଡିଶାର ଭାଗ୍ୟ ପରିବର୍ତ୍ତନ ହେବ। ଓଡିଶାର ଲୁପ୍ତ ଗୌରବ-ବିଭବ, ଧର୍ମକର୍ମ, ଶୌର୍ଯ୍ୟବୀର୍ଯ୍ୟ, ସୁଖ ସମୃଦ୍ଧିର ପୁନରୁଦ୍ଧାର ହେବ। ଓଡିଆତ୍ୱ ପୁନର୍ବାର ବିକଶି ଉଠିବ। ଉତ୍କଳ ଜନନୀର ସନ୍ତାନ ଗଣ ନବଜୀବନଲାଭକରି ପୁଣି ଜାଗି ଉଠିବ। ବଳ ଜନରେ ବଳୀୟାନ୍ ହୋଇ ନୂତନ ଉତ୍ସାହ-ଉନ୍ମାଦନାରେ ଅନୁପ୍ରାଣିତ ହୋଇ ପୁନର୍ବାର ମାତୃଭୂମିର ଗୌରବ-ଗାରିମା ବଢ଼ାଇବେ, ସନ୍ଦେହ ନାହିଁ। ସେମାନେ ଶିଳ୍ପ,ସାହିତ୍ଯ ,ବିଜ୍ଞାନ , ବାଣିଜ୍ଯ , ସକଳ କ୍ଷେତ୍ରରେ ପୁଣି ବିଜୟ -ବୈଜୟନ୍ତୀ ଉଡାଇ ଭାରତକୁ ମୁଗ୍ଧ କରିବେ।ଓଡିଆ ଜାତି ଅତ୍ଯୁନ୍ନତ, ଅତି ଉଦାର ହୋଇ ଉଠିବ। ସାରା ଭାରତର ଅନ୍ଯାନ ସୁସଭ୍ଯ ଜାତିମାନ ଙ୍କ ସମକକ୍ଷ ହୋଇ ଠିଆହେବ। ଦେଶ ତମାମ ସ୍ବାଧୀନ ଚିନ୍ତା , ସ୍ବାଧୀନ କର୍ମ ଅହିଂସା, ଉଦାରତାର ସ୍ବଛ ସୁନ୍ଦର ଉର୍ମିମାଳା ମାତିଯିବ। ଓଡ଼ିଆଜାତି ଉପରେ ଶାସନର ଅନୁକୂଳ ଦୃଷ୍ଟି ପଢ଼ିବ - ସେମାନେ ପ୍ରତିବେଶୀ ଜାତିମାନଙ୍କ ଦ୍ବାରା ଓ ସମାଦୃତ ସମ୍ମାନିତ ହେବେ । ପ୍ରଗାଢ଼ ପ୍ରୟାସ ଫଳରେ ଉତ୍କଳୀୟମାନଙ୍କ ଲଲାଟରୁ କାଳିମା ରେଖା ଲିଭିଯିବ । ଶ୍ରଦ୍ଧା ଓ ଭକ୍ତିରେ ପୁଣି ନବଜୀବନ ବିକଶି ଉଠିବ । ସାହସୀ , ରାଜନୀତିନିପୁଣ ଓଡ଼ିଆମାନଙ୍କ ଘନ ଘନ ଆନ୍ଦୋଳନ , ଆବେଦନ ଫଳରେ ଓଡ଼ିଶା ପୁଣି ପୂର୍ଣ୍ଣାଙ୍ଗପ୍ରାପ୍ତ ପ୍ରଭାମଣ୍ଡିତ ହୋଇଉଠିବ- ଓଡ଼ିଆଭାଷୀ ଅଞ୍ଚଳ ସବୁ ଏକ ଶାସନାଧୀନ ହେବ ।

ଉପରୋକ୍ତ ଉଦ୍ଧୃତିରେ ଭରି ରହିଥିବା ଉଦଗ୍ର ଜାତିପ୍ରେମ, ଦୂର ଦୃଷ୍ଟି ଓ ସଦ୍ ଭାବନା ଦୀର୍ଘ ୬୦ ବର୍ଷ ପୂର୍ବରୁ ପ୍ରକାଶିତ ବୀର ଓଡ଼ିଆ ଶୀର୍ଷକ ଏକ ଉପନ୍ୟାସର ଜଣେ ସନ୍ୟାସୀ ଚରିତ୍ର ମୁଖରେ ବରେଣ୍ୟ ସାହିତ୍ୟିକ ରାମଚନ୍ଦ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ଯେମିତି ଦୃଢ଼ ଆଶା , ସେମିତି ଉଚ୍ଚ ଭାଷା । ଏହି ଉକ୍ତିର ପ୍ରାସଙ୍ଗିକତା ଏବେ ବହୁ ଗୁଣିତ ହୋଇ ଅନୁଭୂତ ହୋଇଛି । ୧୮୯୬ ମସିହାରେ ବ୍ରହ୍ମପୁର ନିବାସୀ ଗଣେଶ ଆଚାର୍ଯ୍ୟଙ୍କ ଔରସରୁ ରାମଚନ୍ଦ୍ର ତାଙ୍କ ମାତୁଳାଳୟ ଶେରଗଡ଼ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ପରିବାରର ଆର୍ଥିକାବସ୍ଥା ଖରାପ ଥିଲେ ହେଁ ଗଣେଶଙ୍କ ମନୋବଳ ଗଭୀର ନିଷ୍ଠା ଅତୁଟ ଥିଲା । ସେ ନ୍ୟାୟୋଚିତ ଭାବରେ ନିଜର ପରିବାର ପ୍ରତିପୋଷଣ କରିଥିଲେ । ଅଭାବ ଅନଟନ ମଧ୍ୟରେ ଅଧ୍ୟୟନ କରି ରାମଚନ୍ଦ୍ର ଶିକ୍ଷକତାକୁ ଜୀବିକା ଭାବରେ ଗ୍ରହଣ କରିଥିଲେ ଏବଂ ୧୯୩୪ ମସିହା ଜାନୁୟାରୀ ୭ ତାରିଖରେ ଇହଳୀଲା ସାଙ୍ଗ କରିଥିଲେ ।

ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ରାମଚନ୍ଦ୍ର ନିଜର ସ୍ବଳ୍ପ ୩୮ ବର୍ଷର ଜୀବନ କାଳ ମଧ୍ୟରେ ପ୍ରାୟ ଏକଶତ ଉପନ୍ୟାସ , ଜୀବନୀ, ପ୍ରବନ୍ଧ ,ଅଭିଧାନ ଓ ସର୍ବୋପରି ଶିଶୁ ସାହିତ୍ୟ ରଚନା କରିଛନ୍ତି ।ଏଥିପାଇଁ ସେତେବେଳେ ଅନୁନ୍ନତ ଲିଖନ ସାମଗ୍ରୀକୁ ନେଇ ସୀମିତ ତଥା ବାଧିତ ପରିବେଶ ମଧ୍ୟରେ ସେ ଏପରି ବିପୁଳ ସାହିତ୍ୟ ସୃଷ୍ଟି କରିବା ଯେମିତି ବିସ୍ମୟକର , ସେମିତି ସାଧନା ସାପେକ୍ଷ ।ବ୍ରହ୍ମପୁରସ୍ଥ ଷ୍ଟୁଡେଣ୍ଟସ୍ ଷ୍ଟୋର ତାଙ୍କର ସମସ୍ତ ପୁସ୍ତକ ପ୍ରକାଶ କରିଥିଲେ । ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଯଥାର୍ଥରେ କହିଛନ୍ତି, ରାମଚନ୍ଦ୍ରଙ୍କ ପୁସ୍ତକ ଗୁଡ଼ିକୁ ପ୍ରକାଶ କରି 'ଷ୍ଟୋର୍' ଯେପରି ତାଙ୍କୁ ଉତ୍ସାହିତ କରୁଥିଲେ , ସେହିପରି ରାମଚନ୍ଦ୍ର ମଧ୍ୟ 'ଷ୍ଟୋର୍' ର ବ୍ୟବସାୟିକ ଅଭିବୃଦ୍ଧି ପାଇଁ ସେମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବହୁପାଠ୍ୟ ପୁସ୍ତକ ପ୍ରସ୍ତୁତ କରିଥିଲେ । ରାମଚନ୍ଦ୍ରଙ୍କ ଲିଖିତ ପୁସ୍ତକ ଗୁଡ଼ିକ ସେତେବେଳେ ପ୍ରଥମ ଶ୍ରେଣୀଠାରୁ ସ୍ନାତକ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସ୍ତରରେ ପାଠ୍ୟ ପୁସ୍ତକ ପ୍ରଚଳିତ ଥିଲା । ପଣ୍ଡିତ ଶ୍ରୀଧର ମହାପାତ୍ର ସଂସ୍କୃତ କାବ୍ୟକାରଙ୍କର ଅନୂଭୁତିସିଦ୍ଧ ଭକ୍ତିରେ ତାଙ୍କ ସଂକଳିତ ଓଡ଼ିଆ ପ୍ରକାଶନ ଓ ପ୍ରସାରଣର ଇତିହାସ ଗ୍ରନ୍ଥ ପ୍ରସ୍ତୁତି ପଛରେ ଥିବା କ୍ଲେଶକୁ ଯେଭଳି ପ୍ରକାଶ କରିଛନ୍ତି ରାମଚନ୍ଦ୍ରଙ୍କ କ୍ଷେତ୍ରରେ ଏହାକୁ ଅଧିକ ସାର୍ଥକ ଭାବରେ ପ୍ରୟୋଗ କରାଯିବ ।

ଉକ୍ତ ଶ୍ଲୋକଟି ହେଲା :-


"ଚକ୍ର ପୃଷ୍ଟଂ କଚୀଗ୍ରାବାତୁଳ୍ୟ ଦୃଷ୍ଟିରଧୋମୁଖଃ ଦୁଖେଃନ ଲିଖିତଂ ଗ୍ରନ୍ଥ ପୁତ୍ରବତ୍ ପରିପାଳୟେତ୍ ।"

ଏହି ପ୍ରସଙ୍ଗରେ ରାମଚନ୍ଦ୍ରଙ୍କ ଶାରୀରିକ ଓ ମାନସିକ ଶ୍ରମ ତଥା ସାଧନା ସଂପର୍କୀୟ ଚିତ୍ରଟି ସୁଦର୍ଶନବାବୁଙ୍କ ବର୍ଣ୍ଣନୀରେ ଅତି ସ୍ପଷ୍ଟ ଓ ଜୀବନ୍ତ ହୋଇ ପାରିଛି । "ସେ ( ରାମଚନ୍ଦ୍ର ) ବିଦ୍ୟାଳୟରୁ ଫେରି ନିକଟସ୍ଥ ତାମିଲ ହୋଟେଲରେ କଫିପାନ ପରେ ସିଧାସଳଖ ସାନବଜାର ସ୍ଥିତ ଷ୍ଟୁଡେଣ୍ଟ୍ସ ଷ୍ଟୋର କାର୍ଯ୍ୟାଳୟରେ ଆସି ଉପସ୍ଥିତ ହେଉଥିଲେ । ସେଠାରେ ତାଙ୍କପାଇଁ ଏକ କୋଠରୀ ସୁରକ୍ଷିତ ଥିଲା । ସେ ସେହି କୋଠରୀରେ ଖଣ୍ଡେ ମସିଣା ଉପରେ ବସି ସାରସ୍ବତ ସାଧନାରେ ନିମଗ୍ନ ହୋଇ ପଢ଼ୁଥିଲେ । ପ୍ରଚୁର କଫି ଓ ତାମ୍ବୁଳ ଏବଂ ସାମୟିକ ଭାବେ ଆସବ ସେବନ ମଧ୍ୟରେ ସେ ଗ୍ରନ୍ଥ ପରେ ଗ୍ରନ୍ଥ ଲେଖି ଯାଉଥିଲେ । ଏପରିକି ଗୋଟିଏ ଗୋଟିଏ ପୁସ୍ତକକୁ ରୂପ ଦେବା ବେଳେ ସେ ପରିବାର କଥା ସେ ସଂପୂର୍ଣ୍ଣ ଭୁଲି ଯାଉଥିଲେ । ଏଣୁ ରାମଚନ୍ଦ୍ରଙ୍କ ସାରସ୍ବତ ପ୍ରତିଭା ଏହି ଷ୍ଟୋର ଦ୍ବାରା ହିଁ ନିୟନ୍ତ୍ରିତ ଥିଲା କହିଲେ, ଅତ୍ୟୁକ୍ତି ହେବନାହିଁ ।" ଏହା ଥିଲା ଲେଖକଙ୍କର ସୌଭାଗ୍ୟ ଓ ଦୁର୍ଭାଗ୍ୟ ମଧ୍ୟ ।

ରାମଚନ୍ଦ୍ର ଏକ ଦୁର୍ଦ୍ଦିନରେ ଜନ୍ମଗ୍ରହଣ କରି ଜୀବନ ସଂଗ୍ରାମ ଓ ସାଧନାରେ ପ୍ରବୃତ୍ତ ହେଉଥିଲେ । ସେହି ସମୟ ଥିଲା ଦେଶ ତଥା ଓଡ଼ିଆ ଜାତି ପକ୍ଷରେ ଏକ ସନ୍ଧିକ୍ଷଣ । ୧୯୦୦ ମସିହା ବସନ୍ତ ପଞ୍ଚମୀରେ ରାମଚନ୍ଦ୍ରଙ୍କୁ ପାଞ୍ଚ ବର୍ଷ ଚାଲିଥିଲା ବେଳେ ବିଦ୍ୟାରମ୍ଭ କରି ବାଲ୍ୟକାଳରୁ ନିଜର ମେଧା ଓ ସ୍ମରଣ ଶକ୍ତିର ଉର୍ଦ୍ଦଗତୀ ପ୍ରଦର୍ଶନ କରିଥିଲେ । ୧୯୦୬ ମସିହାରେ ସେ ବ୍ରହ୍ମପୁରସ୍ଥ ଶଙ୍କର ପୁର ସାହିସ୍ଥ ନିମ୍ନମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ସମାପ୍ତି କରି ଖଲ୍ଲିକୋଟ କଲେଜିଏଟ୍ ମି: ଇ: ସ୍କୁଲରେ ଭର୍ତ୍ତି ହେଲେ । ୧୯୦୯ରେ ସେଠାରେ ନିମ୍ନମାଧ୍ୟମିକ ଶିକ୍ଷା ଶେଷ କରି ହାଇସ୍କୁଲକୁ ଆସିଲେ । ମାତ୍ର ପିତାଙ୍କ ମୃତ୍ୟୁ ଓ ଗୃହର ଦୁର୍ଦ୍ଦଶା ମଧ୍ୟରେ ଚଳି ମାଧ୍ୟମିକ ଓ ଇଣ୍ଟରମିଡିଏଟ୍ ପର୍ଯ୍ୟନ୍ତ ଯାଇ ୧୯୧୫ରେ କଲେଜ ପରିତ୍ୟାଗ କରିଥିଲେ । ତାପରେ ବ୍ରହ୍ମପୁର ଗୁରୁଟ୍ରେନିଂ ସ୍କୁଲରୁ ଦକ୍ଷତାର ସହିତ ଉତ୍ତୀର୍ଣ୍ଣ ହୋଇ ଉଭୟ କର୍ମ କ୍ଷେତ୍ର ଓ ପରିବାର ଜଞ୍ଜାଳ ସମ୍ଭାଳି ଥିଲେ । ନିଜର ପ୍ରଗାଢ଼ ବିଦ୍ୟାନୁରାଗ ଯେଉଁ ସେ ଘରୋଇ ଭାବରେ ବି ଏ ପରିକ୍ଷା ଦେଇ କୃତିତ୍ବର ସହିତ ପାସ୍ କରିଥିଲେ ହେଁ ଅଧିକାରୀ ବା କିରାଣୀ ହେବାକୁ ମନ ଭରି ନଥିଲେ । ସେ ଶିକ୍ଷକତା ଓ ସାରସ୍ବତ ସାଧନାକୁ ଜୀବନରେ ବୃତ୍ତି ଓ କୃତି ଭାବରେ ଗ୍ରହଣ କରିଥିଲେ ।


ଛାତ୍ରଜୀବନରୁ ସେ ଦକ୍ଷିଣ ଓଡ଼ିଶାରେ ସୁପରିଚିତ ଶିକ୍ଷକ ମଦନମୋହନ ରଥ , ରଘୁନାଥ ଆଚାର୍ଯ୍ୟ , ଶ୍ରୀରାମ ବ୍ରହ୍ମା ପ୍ରମୁଖ କୁଶଳୀ ଶିକ୍ଷକମାନଙ୍କୁ ନିଜର ଆଦର୍ଶ ରୂପେ ମାନି ନେଇଥିଲେ । ଶିକ୍ଷକତା ସହିତ ସେ ସମାଜ ସେବାକୁ ମଧ୍ୟ ସେ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ । ବ୍ରହ୍ମପୁର ତାଙ୍କର ପ୍ରଧାନ କର୍ମ କ୍ଷେତ୍ର ହେଲେହେଁ ସମଗ୍ର ଓଡ଼ିଶାରେ ସେ ପ୍ରତିଷ୍ଠା ଅର୍ଜନ କରିଥିଲେ । ୧୯୨୭ ମସିହାରୁ ଆରମ୍ଭ କରିଥିବା ତାଙ୍କ ଶିକ୍ଷକତା କାର୍ଯ୍ୟ ବ୍ରହ୍ମପୁର ପୌରପାଳିକାଙ୍କ ଦ୍ବାରା ପରିଚାଳିତ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ହିଁ ସମାହିତ ହୋଇଥିଲା । ମୃତ୍ୟୁ ପର୍ଯ୍ୟନ୍ତ ସେହି ଗୋଟିଏ ବିଦ୍ୟାଳୟରେ ଦୀର୍ଘକାଳ ରହି ସେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସଂପାଦନ କରିଥିଲେ । ତାଙ୍କର ଅକ୍ଷର ମାନ ଥିଲା ଅତି ସ୍ପଷ୍ଟ ଓ ସୁନ୍ଦର । ସତ୍ୟବାଦୀ ବନ ବିଦ୍ୟାଳୟ ଥିଲା ତାଙ୍କର ଆଦର୍ଶ ଏବଂ ସେ ଛାତ୍ରମାନଙ୍କୁ ବଣଭୋଜି ଠାରୁ ଦର୍ଶନୀୟ ସ୍ଥାନ ଗୁଡ଼ିକୁ ଭ୍ରମଣ କରାଇବା ନିମନ୍ତେ ନିଜ ସାଥିରେ ନେଉଥିଲେ । ଛାତ୍ରମାନଙ୍କ ସ ହିତ ସମାଜ ସଂସ୍କାର ଓ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟରେ ମଧ୍ୟ ସେ ପ୍ରବୃତ୍ତ ହେଉଥିଲେ । ପ୍ରତି ବର୍ଷ ସେ ବିଦ୍ୟାଳୟରେ ସାହିତ୍ୟିକ ସଭା ଓ ବାର୍ଷିକ ଉତ୍ସବ ପାଳନ କରୁଥିଲେ । ଛାତ୍ରମାନଙ୍କୁ ବିଭିନ୍ନ ପ୍ରକାରର କୃତିତ୍ୱ ପ୍ରଦର୍ଶନ ଯୋଗୁଁ ପୁରସ୍କାର ଓ ପ୍ରୋତ୍ସାହନ ଦେବାରୁ ସେମାନଙ୍କ ବ୍ୟକ୍ତିତ୍ୱର ବିକାଶ ସମ୍ଭବ ହେଉଥିଲା ।


ରାମଚନ୍ଦ୍ର ଶିକ୍ଷାଦାନରେ ଦକ୍ଷତା , ଛାତ୍ରବତ୍ସଳତା ଓ ସାଧାରଣ ଲୋକଙ୍କ ପ୍ରତି ସହୃଦୟତା ଦେଖାଇ ସମସ୍ତଙ୍କ ଭକ୍ତି ଭାଜନ ହୋଇଥିଲେ । ବହୁ ଲୋକଙ୍କ ସାହାଯ୍ୟପ୍ରାପ୍ତ ହୋଇ ସେ ଅଧ୍ୟୟନ କରିଥିବାରୁ ସମାଜ ପାଖରେ ସେ ବିଶେଷ ୠଣୀ ବୋଲି କହିଥାନ୍ତି ଏବଂ ସେ ୠଣ ମୁକ୍ତ ହେବା ନିମନ୍ତେ ମେଧାବୀ ଓ ଦରିଦ୍ର ଛାତ୍ରଛାତ୍ରୀମାନଙ୍କୁ ମୁକ୍ତ ହସ୍ତରେ ସାହାଯ୍ୟ କରୁଥିଲେ । ତାଙ୍କର ବିଦ୍ୟାନୁରାଗ , କର୍ମନିଷ୍ଠା ଓ ସତ୍ୟନିଷ୍ଠା ଥିଲା ଅସାଧାରଣ ଏବଂ ସଂସ୍କୃତ, ଓଡ଼ିଆ ଓ ଇଂରେଜୀ ଭାଷାରେ ତାଙ୍କର ପାଣ୍ଡିତ୍ୟ ଥିଲା ଅତୁଳନୀୟ । ଛାତ୍ରଛାତ୍ରୀମାନଙ୍କୁ ସାହିତ୍ୟ ରଚନା ପ୍ରତି ଆକୃଷ୍ଟ କରାଇବା ସଂଗେ ସଂଗେ ସେମାନଙ୍କର ଦକ୍ଷତା ବୃଦ୍ଧି ଲାଗି ତାଙ୍କର ଉଦ୍ୟମ ଥିଲା ନିରବର୍ଚ୍ଛି ନ । ରାମଚନ୍ଦ୍ରଙ୍କ ବାଗ୍ମିତା ଥିଲା ଅନୁକରଣୀୟ ଏବଂ ବଦାନ୍ୟତା ଓ ବଂଧୁପ୍ରୀତି ଥିଲା ଆକର୍ଷଣୀୟ ।


ସାହିତ୍ୟ, ସଂସ୍କୃତି ଓ ଧର୍ମାନୁଷ୍ଠାନରେ ରାମଚନ୍ଦ୍ରଙ୍କର ଥିଲା ବିଶେଷ ଆଗ୍ରହ । ସେ ବିଭିନ୍ନ ଧର୍ମ ପୁସ୍ତକ ଅଧ୍ୟୟନ କରୁଥିଲେ ,ଏବଂ ଗୀତା ଥିଲା ତାଙ୍କର ପ୍ରିୟତମ ଗ୍ରନ୍ଥ । ନିୟମିତ ପୂଜାପାଠ ଓ ଧର୍ମକର୍ମ ସତ୍ତ୍ୱେ ଥିଲା ତାଙ୍କଠାରେ ରକ୍ଷଣଶୀଳତା ନଥିଲା । ସମାଜର ଉଚ୍ଚଶ୍ରେଣୀଗୁଡିକ ମଧ୍ୟରେ ଥିବା କୁସଂସ୍କାର ଓ ଅନ୍ଧବିଶ୍ବାସ ବିରୁଦ୍ଧରେ ସେ ଦୃଢ଼ ସ୍ବର ଉତ୍ତୋଳନ କରିଥିଲେ । ସେ ତତ୍କାଳୀନ ସମାଜ ସଂସ୍କାରକ ଶୀବତ୍ସ ପଣ୍ଡା , ଜୟମଙ୍ଗଳ ରଥ ଓ ଶଶୀଭୁଷଣ ରଥଙ୍କ ସହଯୋଗରେ ବ୍ରାହ୍ମଣମାନଙ୍କ ମଧ୍ୟରେ ପ୍ରବିଷ୍ଟ କୁସଂକ୍କାର ବିରୁଦ୍ଧରେ କାର୍ଯ୍ୟ କରିଥିଲେ । ପର୍ଦ୍ଦାପ୍ରଥା , ବଳିପ୍ରଥା , ଅସ୍ପୃଶ୍ୟତା ଆଦି ସଂପର୍କରେ ତାଙ୍କର ଆନ୍ଦୋଳନ ଥିଲା । ପ୍ରଶଂସନୀୟ ନାରୀ ଶିକ୍ଷାର ପକ୍ଷ୍ୟପାତୀ ହୋଇ ସେ ସେମାନଙ୍କ ମଧ୍ୟରେ ଶିକ୍ଷା ପ୍ରସାର ଦିଗରେ ବହୁକାର୍ଯ୍ୟ କରିଥିଲେ । ତାଙ୍କର ବୀର ଓଡିଆ , କମଳ କୁମାରୀ, ବୀରାଙ୍ଗନା' ଆଦି ପୁସ୍ତକମାନଙ୍କରେ ଏହି ଉଗ୍ର ସଂସ୍କାର ମନୋବୃତ୍ତି ଅତି ସ୍ପଷ୍ଟ । ଶିକ୍ଷାଦାନ ଓ ସାରସ୍ୱତ ସାଧନା ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଦେଇଥିଲେ ।


ସେତେବେଳେ ଓଡିଶାର ଦକ୍ଷିଣସ୍ଥ ବିଚ୍ଛିନ୍ନାଞ୍ଚଳ ଗୁଡିକ ମଧ୍ୟରେ ଯେଉଁ ଓଡ଼ିଆ ଜାତୀୟତା ଓ ସ୍ବାଭିମାନ ଆତ୍ମ ପ୍ରକାଶ କରିଥିଲା, ସେଥିରେ ରାମଚନ୍ଦ୍ରଙ୍କର ଅବଦାନ କମ୍ ନଥିଲା । ସେ ଉତ୍କଳ ସମ୍ମିଳନୀର କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରୁଥିଲେ ଏବଂ ଓଡ଼ିଶା ସହିତ ବଚ୍ଛିନାଞ୍ଚଳଗୁଡିକର ମିଶ୍ରଣ ତଥା ସେଠାକାର ଓଡିଆମାନଙ୍କ ସ୍ବାର୍ଥରକ୍ଷାପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ତାଙ୍କର ବଳିଷ୍ଠ ଭୁମିକା ଥିଲା ଉଲ୍ଲେଖନୀୟ । ଏ ସବୁ ସତ୍ତ୍ୱେ ଅନେକ ସମୟରେ ତାଙ୍କ ପରିବାର ଆର୍ଥିକ ଅସୁବିଧାରେ ସମ୍ମୁଖୀନ ହେଉଥିଲା , ମାତ୍ର ଜଣେ ଆଦର୍ଶ ଶିକ୍ଷକ ଭାବରେ ତାଙ୍କର ପ୍ରତିଷ୍ଠା ଥିଲା ଉଚ୍ଚକୋଟିର ।


ଶିକ୍ଷକତା ପ୍ରତି ରାମଚନ୍ଦ୍ରଙ୍କର ଥିଲା ଅପାର ଶ୍ରଦ୍ଧା । ସେ ରସୁଲକୋଣ୍ଡା (ଭଞନଗର) ପ୍ରଶିକ୍ଷଣ ବିଦ୍ୟାଳୟ ରେ ତାଲିମପ୍ରାପ୍ତ ହୋଉଥିଲେ ।ସେ ବ୍ରହ୍ମପୁର ପୌରପାଳିକା ପରିଚାଳିତ ମି:ଇ: ବିଦ୍ୟାଳୟରେ ପ୍ରଥମେ ସହକାରୀ ଓ ପରେ ପ୍ରଧାନ ଶିକ୍ଷକ ହୋଇଥିଲେ । ସେ କେବଳ ସବୁକ୍ଷେତ୍ରରେ ପାରଙ୍ଗମ ଓ ସବୁ ବିଷୟ ଶିକ୍ଷାଦାନ କରିବାରେ ଦକ୍ଷନଥିଲେ, ସେ ଖୁବ୍ ଛାତ୍ରବତ୍ସଳ ଥିଲେ । ଛାତ୍ରଛାତ୍ରୀଗଣଙ୍କ ବ୍ୟକ୍ତିତ୍ବର ବହୁମୁଖୀ ବିକାଶ ପାଇଁ ସେ ବିଭିନ୍ନ ପାଠ୍ୟ ଓ ପାଠ୍ୟପରିପୂରକ (Co- curricular) କାର୍ଯ୍ୟକଳାପର ସଂଗଠନ କରୁଥିଲେ । ଅନ୍ୟମାନଙ୍କ ସାହାଯ୍ୟରେ ନିଜେ ଶିକ୍ଷା ଲାଭ କରିବାରୁ ସେ ଅଭାବଗ୍ରସ୍ଥ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ସାହାଯ୍ୟ ପ୍ରଦାନ କରୁଥିଲେ । ତାଙ୍କ ସଂପର୍କରେ ପ୍ରଫେସର ଆଚାର୍ଯ୍ୟ ଯଥାର୍ଥରେ ଲେଖିଛନ୍ତି ,"ଶିକ୍ଷକତା ରାମଚନ୍ଦ୍ରଙ୍କ ପାଇଁ କେବଳ ଜୀବିକାର୍ଜନର ପନ୍ଥା ନଥିଲା , ଏକ ଜାତୀୟ ଦାୟିତ୍ୱ ଥିଲା ।ଏହି ଦାୟିତ୍ୱକୁ ସୁଚାରୁ ରୁପେ ସଂପନ୍ନ କରିବା ପାଇଁ ସେ ଆଜୀବନ ସାଧନା କରି ଯାଇଛନ୍ତି (୧୯୯୦ ପୃ-୧)

ସାରସ୍ବତ କୃତିତ୍ବ


ରାମଚନ୍ଦ୍ରଙ୍କ ସାରସ୍ବତ କୃତିଗୁଡ଼ିକ ମଧ୍ଯରେ 'ବୀର ଓଡ଼ିଆ', ଅଭାଗିନୀ', 'ପାଦୁକାପୁଜା', ' ବୀରାଙ୍ଗନା', 'ପୀୟୂଷ ପ୍ରବାହ ', 'କମଳ କୁମାରୀ ', ଉପନ୍ୟାସମାନ ଓ ମହାନ ସଂସ୍କୃତ ଗଦ୍ୟଗ୍ରନ୍ଥ 'କାଦମ୍ବରୀ'ର ମୁକ୍ତ ଅନୁବାଦ , ପ୍ରଣୟ ପ୍ରବାହ ' ପ୍ରଧାନ । ବହୁ ପାଠ୍ୟପୁସ୍ତକ ଓ ଇଂରେଜୀ ଓଡ଼ିଆ ଅଭିଧାନର ସେ ଥିଲେ ପ୍ରଣେତା । ଷ୍ଟୁଡେଣ୍ଟସ୍ ଷ୍ଟୋରର ଅଂଶୀଦାରମାନଙ୍କ ମଧ୍ୟରେ ମତପାର୍ଥକଘଟି ଏହା ବିଭାଜିତ ହୋଇଥିଲା । ଏବଂ ସୁରକ୍ଷା ଅଭାବରୁ ରାମଚନ୍ଦ୍ରଙ୍କ ଲିଖିତ ଅନେକ ମହାର୍ଘ ପାଣ୍ଡୁଲିପି ନଷ୍ଟ ହୋଇ ଯାଇଥିଲା । ତଙ୍କ ଲିଖିତ ବହୁ ଉପାଦେୟ ପ୍ରବନ୍ଧ ବିଭିନ୍ନ ପତ୍ରିକାରେ ପ୍ରକାଶିତ ହୋଇଥିଲା । ଏହି ପ୍ରବନ୍ଧ ଗୁଡ଼ିକ ଐତିହାସିକ , ସାଂସ୍କୃତିକ ଜୀବନୀମୂଳକ, ଆଧ୍ୟାତ୍ମିକ, ଦାର୍ଶନିକ, ସ୍ବାସ୍ଥ୍ୟବିଷୟକ ଏବଂ ସେଗୁଡ଼ିକ ଉତ୍କଳ ସାହିତ୍ୟ ସହକାର, ପ୍ରଦୀପ, ସ୍ବାସ୍ଥ୍ୟ ଆଦି ପତ୍ରିକାରେ ପ୍ରକାଶିତ । ସେ କେତେକ ଉତ୍କୃଷ୍ଟ ଇଂରେଜୀ ସାହିତ୍ୟ ପତ୍ରିକାରେ ଆତ୍ମପ୍ରକାଶ କରିଥିଲେ ।


ରାମଚନ୍ଦ୍ରଙ୍କ ସାରସ୍ବତ ସିଦ୍ଧିମାନଙ୍କ ମଧ୍ୟରେ ସର୍ବାଧିକ ଗୁରୁତ୍ବପୂର୍ଣ ହେଉଛି ଶିଶୁ କିଶୋର ସାହିତ୍ୟ । ପ୍ରଫେସର ଆଚାର୍ଯ୍ୟ (ପୃ-୧୩) ଙ୍କ ମତରେ ତାଙ୍କର ଉଲ୍ଲେଖନୀୟ ଶିଶୁ ଓ କିଶୋର ଉପଯୋଗୀ ପୁସ୍ତକମାନ ହେଲା -


୧• ଅକ୍ଷର ପରିଚୟ ୨• ସରଳ ସାହିତ୍ୟ (୧ମ ରୁ ୪ର୍ଥ ଭାଗ) ୩•ସାହିତ୍ୟାଙ୍କୁର (୧ମ ରୁ ୩ୟ ଭାଗ ) ୪• ସାହିତ୍ୟ ସଂଗ୍ରହ (୧ମ ଓ ୨ୟ ଭାଗ) ୫• ଭୂଗୋଳ ଶିକ୍ଷା (୧ମ ରୁ ୩ୟ ଭାଗ)

 ୬•         ମହାତ୍ମାଗାନ୍ଧି ପ୍ରଣୀତ  ସ୍ବ୍ଯସ୍ଥ୍ଯ ସୋପାନ
 ୭•         ପାରମ୍ଭିକ  ଅଙ୍କଶିକ୍ଷା
 ୮•          ଇଂରାଜୀ- ଇଂରାଜୀ, ଓଡ଼ିଆ ଅଭିଧାନ
 ୯•         ହିତ କଥା (୧ମ ରୁ ୪ର୍ଥ ଭାଗ)

୧୦• ଶିଶୁ ଭକ୍ତ

୧୧•    ଲବକୁଶ
 ୧୨•   ମାର୍କଣ୍ଡେୟ
  ୧୩•   ଅନସୂୟା
  ୧୪•  ବେତାଳ କଥା
  ୧୫•   Stories   from betal  pancha binsati
 ୧୬•     ଭୀମ
  ୧୭•  ତୁଳସୀ  ଦାସ
   ( ଶେଷ ଦୁଇଟି ପ୍ରକାଶିତ ହୋଇପାରି ନାହିଁ)

ଓଡ଼ିଆ ଶିଶୁ ସାହିତ୍ଯର ସର୍ବପ୍ରଥମ ଗବେଷକ ଡ଼କ୍ଟର ମନିନ୍ଦ୍ର ମହାନ୍ତି (୧୯୯୨ ପୃ ୨୮୭)ଙ୍କ ମତରେ ରାମଚନ୍ଦ୍ରଙ୍କ ଶିଶୁ ଗଳ୍ପ ମଧ୍ଯରେ ପୌରାଣିକ ଚରିତ୍ର 'ଭୀମ' (୧୯୨୯), ସଚିତ୍ର ବାଲ୍ମୀକି (୧୯୩୧), ଅନସୂୟା (୧୯୩୫), ଶିଶୁଭକ୍ତ (୧୯୪୨), ସାଧୂପୁରୁଷ ଚରିତ୍ର,ତୁଳସୀ ଦାସ (୧୯୨୯) ଓ ଐତିହାସିକ ଚରିତ୍ର ପଦ୍ମିନୀ (୧୯୩୦) ପ୍ରଭୃତି ଉଲ୍ଲେଖଯୋଗ୍ଯ ।

ଜଣେ ଅନୁଭୂତି ସମ୍ପନ୍ନ ଶିକ୍ଷକଙ୍କ ନାମରେ ରାମଚନ୍ଦ୍ରଙ୍କ ରଚିତ ଶିଶୁ ଓ କିଶୋର ମାନଙ୍କ ପାଇଁ ଉପଯୁକ୍ତ କେତୋଟି ଗଳ୍ପ ପୁସ୍ତକ ଖୁବ୍ ଲୋକ ପ୍ରିୟ ହୋଇଥିଲା । ନୀତିକଥା ୧ମ ,୨ଯ ଓ୩ୟ ଭାଗ ସଫଳ ଶିଶୁ ସାହିତ୍ଯ । ଏଗୁଡ଼ିକ ଶିଶୁ ମାନଙ୍କ ପାଇଁ ଉପଯୁକ୍ତ ସରଳ ଭାଷା ଓ ଆକର୍ଷଣୀୟ ଶୈଳୀରେ ରଚିତ ହୋଇଥିଲା । ସେମିତି ପୂରାଣ କଥା ଚାରୋଟି ଭାଗରେ ପ୍ରକାଶ ପାଇଥିଲା ଏବଂ ଏହାର ଆଙ୍ଗିକ ଓ ଆତ୍ମିକ ବିଭବ ପିଲା ମାନଙ୍କ ପାଇଁ ଥିଲା ବିଶେଷ ଉପଜୋଗୀ: ରାମଚନ୍ଦ୍ର ପିଲାମାନଙ୍କ ଦୃଷ୍ଟିକୋଣକୁ ଚାହିଁ ଗଳ୍ପ ପୁସ୍ତକଗୁଡ଼ିକର ନାମକରଣ ଚିତ୍ତାକର୍ଷକ କରିତୋଳୁଥିଲେ । ତାଙ୍କର ଗଳ୍ପ ଲିଖନ ଶୈଳୀ କିପରି ଆକର୍ଷଣୀୟ ଏକ ଗଳ୍ପ ପୁସ୍ତକ "ସଚିତ୍ର ମାର୍କଣ୍ଡେୟ"ରୁ ପ୍ରଦତ୍ତ ଗୋଟିଏ ଉଦାହରଣରୁ ସ୍ପଷ୍ଟ ହୋଇଥାଏ । "ଦିନକର ଘଟଣା କହିବି । ଦୁଇ ପହର ବେଳ, ଚିଉଁଟିଆ ଖରା ମୁଣ୍ଡ ଉପରେ ଛିଡ଼ି ପଡ଼ୁଛି । ନଈ ବାଲି, ବଣପର୍ବତ, କାଠପତର, ଗଛପତ୍ର ସବୁ ନିଆଁ ପରି ତାତି ଯାଇଛି । ଏତେ ବଡ଼ ଖରାରେ କଣ ନତାତିବ ? ବାପରେ ବାପ, କି ତାତି, ନଈବାଲି ଉପରେ ମୁଠାଏ ଧାନ ପକାଇଦେଲେ ମଧ୍ୟ ଲିଆ ଫୁଟିଯିବ । ଆଉ କଅଣ ହେଇଛି ଶୁଣିବ ?" ରାମଚନ୍ଦ୍ରଙ୍କ ସାରସ୍ୱତ ପ୍ରତିଭା ଶିଶୁ ଓ କିଶୋର ଉପଯୋଗୀ ଗଳ୍ପ ରଚନା କ୍ଷେତ୍ରରେ ହୋଇଥିଲା ପ୍ରଭୂତ ସାଫଲ୍ୟମଣ୍ଡିତ ।


ରାମଚନ୍ଦ୍ର ଅଧିକାଂଶ ସାହିତ୍ୟକାରଙ୍କ ଭଳି ପ୍ରଥମରୁ କବିତା ରଚନାରେ ହାତ ଦେଇଥିଲେ । ସେଦିଗରେ ମଧ୍ଯ ତାଙ୍କର ସଫଳତା କମ୍ ନ ଥିଲା । ବୟସ୍କ ମାନଙ୍କ ପାଇଁ ସେ ଲେଖିଥିବା କବିତା ଗୁଡ଼ିକ "ଆଶା" ,"ଉତ୍କଳ ସାହିତ୍ୟ", "ପ୍ରଦୀପ" ଆଦି ପତ୍ରିକା ଗୁଡ଼ିକରେ ପ୍ରକାଶିତ ହୋଇଥିଲା । ତାଙ୍କର ସାର୍ଥକ ଶିଶୁ କବିତା ଗୁଡ଼ିକ ପ୍ରାଥମିକ ଶ୍ରେଣୀଗୁଡ଼ିକରେ ପ୍ରଚଳିତ ସାହିତ୍ୟ ପାଠ୍ୟପୁସ୍ତକରେ ସ୍ଥାନ ଲାଭ ପାଇଥିଲା । ଦକ୍ଷିଣ ଓଡ଼ିଶାର ବିଦ୍ୟାଳୟଗୁଡ଼ିକରେ ତାଙ୍କର ପାଠ୍ୟପୁସ୍ତକ ଓ ଶିଶୁ ସାହିତ୍ୟ ଖୁବ୍ ଆଦର ଲାଭ କରିଥିଲା ।


କୃତବିଦ୍ୟ ସାହିତ୍ୟ ସ୍ରଷ୍ଟା ରାମଚନ୍ଦ୍ର ଜଣେ କୃତୀ ଶିକ୍ଷକ ଭାବରେ ସଫଳତା ଲାଭ କରିବା ସହିତ ପାଠ୍ୟ ପୁସ୍ତକ ଓ ଶିଶୁ ସାହିତ୍ୟ ରଚନାରେ ଅତୁଳନୀୟ ଦକ୍ଷତା ପ୍ରଦର୍ଶନ କରିଯାଇଛନ୍ତି । ଜଗଜ୍ଜନର ଜଞ୍ଜାଳ ଜ୍ୱାଳା ମଧ୍ଯରେ ସେ ସର୍ବଦା ଦୁଃଖ ଯନ୍ତ୍ରଣା ଓ ଅଭାବ ଅସୁବିଧାର ଅଗ୍ନିଦାହ ଅନୁଭବ କରିଥିଲେ ହେଁ, ନିଜର ଏକନିଷ୍ଥ ସାଧନ ଓ ସମ୍ମାନବୋଧ ଯୋଗୁଁ ସର୍ବ କ୍ଷେତ୍ରରେ ନିଜର ଶିର ଉନ୍ନତ କରି ସେ ଅସାଧାରଣ କୃତିତ୍ୱ ଅର୍ଜନ କରିଥିଲେ । ଜାତୀୟ ମମତା , ସ୍ୱାଭିମାନ ଓ ପ୍ରତିଶ୍ରୁତି ବଦ୍ଧତା ରାମଚନ୍ଦ୍ରଙ୍କୁ ଓଡ଼ିଆ ସାହିତ୍ୟର ବିକାଶ ଓ ସମୃଦ୍ଧି ସାଧନାରେ ବିପୁଳ ସର୍ଜନର ଅଧିକାରୀ କରିଥିଲେ । ଓଡ଼ିଶାର ଜନୈକ ପ୍ରତିଭାଶାଳୀ ସାରସ୍ୱତ ସାଧକ ଓ ଶିକ୍ଷକ ଭାବରେ ରାମଚନ୍ଦ୍ର ଆଚାର୍ଯ୍ୟ ଏକାନ୍ତ ବରେଣ୍ୟ ଓ ସେଥିପାଇଁ ତାଙ୍କର ସ୍ମୃତି ଏ ଜାତିର ଅନୁପେକ୍ଷଣୀୟ । ସହାୟକ ପୁସ୍ତକ ଓ ପତ୍ରିକା

୧•ଶ୍ରୀଧର ମହାପାତ୍ର :ଓଡ଼ିଆ ପ୍ରକାଶନ ପ୍ରସାରଣର ଇତିହାସ ,

                                                                                                              ଗ୍ରନ୍ଥମନ୍ଦିର, କଟକ , ୧୯୬୮ ।


                                                                                                                                                                                                           ୨• ପ୍ରଫେସର  ସୁଦର୍ଶନ ଆଚାର୍ଯ୍ଯ             :    ରାମଚନ୍ଦ୍ର ଗ୍ରନ୍ଥାବଳୀ ୧ମ ସଂସ୍କରଣ,
                                                                                                              ବ୍ରହ୍ମପୁର ବିଶ୍ବିଦ୍ଯାଳୟ(ମୁଖବନ୍ଧ)
                                                                                                                ବ୍ରହ୍ମପୁର, ୧୯୯୦


୩• ଡ଼କ୍ଟର ମନୀନ୍ଦ୍ର ମହାନ୍ତି  : ଓଡ଼ିଆ ଶିଶୁ ସାହିତ୍ଯ: ଉନ୍ମେଷ ଓ ବିକାଶ

                                                                                                                ମାଣିକ ବିଶ୍ବନାଥ ଦାତବ୍ଯ     ସ୍ମୃତିନ୍ଯାସ,
                                                                                                                ଭୁବନେଶ୍ବର -୧୯୯୨


୪•ପ୍ରଫେସର ଜଗନ୍ନାଥ ମହାନ୍ତି                    :  ରାମଚନ୍ଦ୍ର ଆଚାର୍ଯ୍ଯ; ଦକ୍ଷିଣ ଓଡ଼ିଶାର
                                                                                                               ଜଣେ ପ୍ରତିଭାଶାଳୀ ସାରସ୍ବତ ସାଧକ
                                                                                                               ଅନୁପମ ଭାରତ ବିଶେଷାଙ୍କ-
                                                                                                                  ୧୯୯୮ ।



ଛବି "ଭଂଜନଗର ସ୍କୁଲ୍‌ରେ ବହୁ ସଂଖ୍ୟକ ମଫସଲ ଅଞ୍ଚଳର ଗରିବ ଛାତ୍ର ପଢ଼ୁଥିଲେ । ପ୍ରତ୍ୟେକ ମାସ ୧୫ ତାରିଖରେ ସ୍କୁଲଦେୟ ଦେବାକୁ ହୁଏ । ଜଣେ ପିଲାର ପଢ଼ାରେ ଶ୍ରଦ୍ଧାଥିବାରୁ ତାର ଗରିବ କୃଷକ ପିତା ପିଲାକୁ ଦୁଃଖ କଷ୍ଟେ ବରାବର ଖର୍ଚ୍ଚ ଦେଉଥାଏ । ପିଲାଟି ୧୦ମ କ୍ଲାସ ପର୍ଯ୍ୟନ୍ତ ଉଠିଲା । ସେହିମାସ ଦେୟ ଦେବାଦିନ ପହଞ୍ଚିବାରୁ ଖୁଣ୍ଟା ଖୁଣ୍ଟା ସରିଥିବା ଆମ୍ବଗଛ ଗୋଟିକର ଅଗ୍ରଭାଗରେ କେତୋଟି ପକ୍ବଫଳ ଦେଖି ଗରିବ ଚାଷୀଲୋକଟି ସେଗୁଡ଼ିକୁ ଖୁଣ୍ଟିବା ପାଇଁ ଉଦ୍ୟମ କଲା । ଆମ୍ବ ଆକାରରେ ବଡ଼ ,ମିଠା ମଧ୍ୟ । ଚାରି ପାଞ୍ଚ ପଇସା ହେବ । ପୁଅର ଦେୟ ଦିଆଯିବ । ଖୁଣ୍ଟା ଶେଷ ହେବାକୁ ଥିଲା ,ଏପରି ସମୟରେ ଗୋଡ଼ ଭରାଥିବା ପୁଆଟି ଛିଡ଼ିଯିବାରୁ ତଳେ ପଡ଼ିଗଲା । ଆଖପାଖରେ ଥିବା ଲୋକେ ଦୌଡ଼ିଯାଇ ଦେଖିଲେ ପ୍ରାଣ ନାହିଁ । ଖବର ରାଷ୍ଟ୍ର ହେଲା । ଗ୍ରାମବାସୀ ଆସିଲେ । ପୁଅ ମଧ୍ୟ ଆସିଲା ,ଦେଖିଲା ସର୍ବନାଶ ।

ଭଂଜନଗର ଉଚ୍ଚପ୍ରାଥମିକ ସ୍କୁଲ୍ ରେ ଥରେ ଜଣେ ପ୍ରତିଭାଶାଳୀ ଛାତ୍ର ହାତଲେଖା ମାସିକ ପତ୍ରିକା ପାଇଁ କିଛି ଲେଖା ମାଗିଲେ । ପିଲାଟିର ବାରମ୍ବାର ଅନୁରୋଧ ରକ୍ଷାକରି 'ମୁଁ ଛାତ୍ର' ଶିରୋନାମାରେ ଗୋଟିଏ କବିତା ଲେଖିଥିଲି , ସେଇଟି ତାକୁ ଦେବା ପାଇଁ ଖୋଜିଲି । ତାର ନାମ ମୂରଲୀ ଶାସମଲ । ଇତର ଛାତ୍ମାନେ ଯାଇତାକୁ ଖୋଜିଲେ । ତାର ଦେଖାମିକିଲା ନାହିଁ । ଶୁଣାଗଲା ଯେ ସେ ଇହଧାମରେ ନାହିଁ । ସ୍କୁଲରେ ଶୋକର ଛାୟା ଖେଳିଗଲା ,ସମସ୍ତେ ଦୁଃଖ କଲେ, କାହିଁକି କେଜାଣି , ମୁଁ ଆଜି ପର୍ଯ୍ୟନ୍ତ ତାକୁ ଭୁଲି ପାରୁନାହିଁ ।"

ଏ ଘଟଣା ଦ୍ବୟ କାଳ୍ପନିକ ନୁହେଁ । ଜଣେ ଶିକ୍ଷକର ଆତ୍ମଜୀବନୀରୁ ଉଦ୍ଧୃତ । ଅସଂପୂର୍ଣ୍ଣ ଓ ସଂକ୍ଷିପ୍ତ ଏ ଆତ୍ମଜୀବନୀ ୯୦ ବର୍ଷ ବୟସରେ ଲିଖିତ ଖୋଜନ୍ତୁ, ଏପରିକି ଶିକ୍ଷକଟିଏ , ଯେ ତାର ଛାତ୍ରମାନଙ୍କର ସ୍ମୃତିକୁ ଜୀବନସାରା ଏପରି ସୁମରି ହେଉଥିବ । ସୁଧୀବୃନ୍ଦ, ମୁଁ ଯେଉଁ ଶିକ୍ଷକଙ୍କ ସଂପର୍କରେ ବର୍ତ୍ତମାନ ଆଲୋଚନା କରିବାକୁ ଯାଉଛି, ସେ ମୋର ଶିକ୍ଷକ ନଥିଲେ । ମୋର ଜନ୍ମ ହେବାର ପ୍ରାୟ ୫ ବର୍ଷ ପୂର୍ବରୁ , ୧୯୫୧ରେ ସେ ଶିକ୍ଷକତାରୁ ଅବସର ନେଇଥିଲେ । ତାହାଙ୍କ ସଂପର୍କରେ ଆସିଲା ବେଳକୁ ତାଙ୍କ ବୟସ ୯୦ ବର୍ଷ । ସେହି ଶିକ୍ଷକଙ୍କର ଥିଲା ଏକ ଅନୁପମ ବ୍ୟକ୍ତିତ୍ବ । ତାହାର ମୁଲ୍ୟାୟନ ପାଇଁ ମୋ ପଖରେ ଭାଷା ବା କାହିଁ । ମୁଁ କେବଳ ସୂଚନା ହିଁ ଦେଇପାରେ । ପ୍ରଦତ୍ତ ସୂଚନାର ଆଧାରରେ ସେହି ବ୍ୟକ୍ତିତ୍ବର ଆକଳନ ଭାର ଆପଣମାନଙ୍କ ଉପରେ ନ୍ୟସ୍ତ କରୁଛି ।

ସେହି ପୂଜ୍ୟ ଶିକ୍ଷକ ହେଉଛନ୍ତି ଅନନ୍ତ ପଦ୍ମନାଭ ପଟ୍ଟନାୟକ । ଜଣେ କବି , ସାହିତ୍ୟ ସମାଲୋଚକ ତଥା ଐତିହାସିକ । 'କବିସମ୍ରାଟ ଉପେନ୍ଦ୍ରଭଞ୍ଜ' ଆଲୋଚନା ଗ୍ରନ୍ଥ ଏବଂ ' ମହାବୀର ଦୋହରାବିଷୋୟୀ' ଓ 'ବୀର ଚକରା' ର ଲେଖକ ଭାବରେ ସେ ଓଡ଼ିଶାରେ ସୁପରିଚିତ ।

ଅନନ୍ତ ପଦ୍ମନାଭଙ୍କ ଜନ୍ମ ୧୮୯୬ ମସିହା ଏପ୍ରିଲ ୪ ତାରିଖ, ଗ୍ରାମ ତନରଡ଼ା । ଭଂଜନ ଗର ଠାରୁ ବେଲଗୁଣ୍ଠା ରାସ୍ତାରେ ତିନି କିଲୋ ମିଟର । ନିଜ ଗ୍ରାମରେ ବାଲ୍ୟଶିକ୍ଷା ସମାପ୍ତି ପରେ ଭଂଜନଗର ତତ୍ କାଳୀନ ବୋର୍ଡ଼ସ୍କୁଲ୍ ବର୍ତ୍ତମାନର ଉପେନ୍ଦ୍ରଭଂଜ ହାଇସ୍କୁଲ୍ ରେ ତାଙ୍କର ପାଠ ପଢ଼ା । ଛାତ୍ରଜୀବନରେ ସେଥିରେ ଅମନୋଯୋଗୀ । ଅନ୍ୟ ମନସ୍କତା ତାଙ୍କର ସହଚର ଥିଲା । ଏକ ସାକ୍ଷାତ୍ କାରରେ ସେ କହନ୍ତି- "ଯଦିଓ ତତ୍କାଳିନ ଶିକ୍ଷକ ମାନେ ଛାତ୍ର ବତ୍ସଳ ତ ଥା ଜ୍ଞାନୀ ଥିଲେ , ମୋର ଅନ୍ୟମନସ୍କତା ଯୋଗୁଁ ପାଠ ପଢ଼ାରେ ମନୋଯୋଗୀ ହୋଇ ପାରୁନ ଥିଲି । " ୧୯୧୩ ମସିହାରେ ସେ SSLC ପାସ୍ କଲେ । ଭଂଜନଗର ବୋର୍ଡ଼ସ୍କୁଲ୍ ର ପ୍ରଥମ ବ୍ୟାଚର ସେ ଛାତ୍ର । ତତ୍ ପରେ ଏଫ ଏ ଅଧ୍ୟୟନ ପାଇଁ ତାଙ୍କର ବ୍ରହ୍ମପୁର ଗମନ । ସେ ସମୟରେ ବ୍ରହ୍ମପୁର ଯିବା ଥିଲା ଅତି ଦୁରୂହ ସାଧ୍ୟ ।ଶଗଡ଼ରେ ଦୀର୍ଘ ପଥ ଯିବା ପାଇଁ ହେଉଥିଲା । ବୋଧହୁଏ, ଏଫ ଏ ପଢ଼ିବା ତାଙ୍କ ଭାଗ୍ୟରେ ନଥିଲା । ଅଧ୍ୟୟନ ସମୟରେ ଚକ୍ଷୁ ଖରାପ ଯୋଗୁଁ ସେ କଲିକତା ଯାତ୍ରା କଲେ । ସେଠାରେ ପରିସମାପ୍ତି ଘଟିଲା ଉଚ୍ଚଶିକ୍ଷାର ।

୧୯୨୩ ମସିହାରେ ଭଂଜନଗର ହାଇସ୍କୁଲ୍ ରେ ଶିକ୍ଷକ ରୁପରେ ନିଯୁକ୍ତ ହୋଇ ଚତୁର୍ଥଶ୍ରେଣୀ ପଢ଼ାଇବାର ଦାଇତ୍ୱ ସେ ଗ୍ରହଣ କଲେ । ଉଚ୍ଚଶିକ୍ଷିତ ଥିବା ସତ୍ତ୍ବେ ତତ୍କାଳୀନ ହେଡ଼ମାଷ୍ଟର ତାଙ୍କୁ ନିମ୍ନଶ୍ରେଣୀରେ ପଢ଼ାଇବାର ଦାଇତ୍ୱ ଦେଇଥିବାରୁ ସେ ଗଭୀର ଭାବରେ ମର୍ମାହତ ହୋଇଥିଲେ । ଏପରିକି କ୍ରୋଧବଶତଃ ଚାକିରୀ ପରିତ୍ଯାଗ କରିବାର ସିଦ୍ଧାନ୍ତ ନେଇଥିଲେ ।କିନ୍ତୁ ତତ୍ କାଳୀନ ସମାଜରେ ଶିକ୍ଷକର ମର୍ଯ୍ଯାଦା ଖୁବ୍ ଉଚ୍ଚରେ ଥିଲା । ଶିକ୍ଷକଟିଏ ହେବାରେ ଯେଉଁ ଆନନ୍ଦ ଥିଲା ବ୍ରିଟିଶ ସରକାର ଅଧିନରେ ଅନ୍ଯ କୌଣସି ଉଚ୍ଚ ପଦବୀରେ ତାହା ଥିଲା ଅନନୁଭୂତ । ପୁଣି ବ୍ରିଟିଶ ସରକାରର ଗୁଲାମ ହୋଇ ତା'ର ନିର୍ଦ୍ଦେଶ ମତେ ନିଜ ଲୋକଙ୍କ ଉପରେ ହାକିମାତିକୁ ସାବ୍ଯସ୍ତ କରିବା - ତାଙ୍କର ନା ପସନ୍ଦ ଥିଲା । ନିଜ ପିତାଙ୍କର ଅଚଳା ଚଳ ସଂପତ୍ତି, ଗାଁ ପାଖ ଚାକିରୀ, ଅଧ୍ଯୟନର ପ୍ରବଳ ପିପାସା ଏବଂ ଲେଖକଟିଏ ହେବାର ଆକାଂକ୍ଷା ଶିକ୍ଷକଟିଏ ହେବା ପାଇଁ ତାଙ୍କୁ ବାଧ୍ଯ କରିଥିଲା ।
ଶିକ୍ଷକଭାବରେ ଅନନ୍ତ ବାବୁଙ୍କ ଖୁବ୍ ସୁଖ୍ଯାତି ଥିଲା । ବାହ୍ଯ ଓ ଅନ୍ତର ଉଭୟ ଦୃଷ୍ଟିରୁ ସେ ଥିଲେ ଆକର୍ଷଣୀୟ । ଫିନ୍ ଫିନ୍ ଧଳା ଧୋତି ଓ ଜାମା ପିନ୍ଧା ଜାମାରେ ମାଳେ ସୁନା ବୋତାମ ଲଗାଇ England BSA ସାଇକେଲରେ ଠିକ୍ ୧୦ ଘ ସମୟରେ ପହଞ୍ଚୁଥିବା ସେହି ଶିକ୍ଷକଙ୍କୁ ମନେପକାଇ ଆଜି ମଧ୍ଯ ତାଙ୍କ ଛାତ୍ରମାନେ ଆଳୋଡ଼ନ କରୁଛନ୍ତି ସେମାନଙ୍କ ସ୍ମୃତିସବୁକୁ । ୬ଷ୍ଠ , ୭ମ ଓ ୮ମ ଶ୍ରେଣୀରେ ସେ ପଢ଼ାଉ ଥିଲେ ଇଂରାଜୀ, ଓଡ଼ିଆ ଓ ଇତିହାସ । ଅତି ଚମତ୍କାର ଥିଲା ତାଙ୍କର ଶିକ୍ଷାଦାନ । ଇତିହାସ ପଢ଼ାଇଲା ବେଳେ ସତେ ଯେମିତି ଚରିତ୍ରମାନେ ଓହ୍ଲାଇ ଆସୁଥିଲେ ଶ୍ରେଣୀ କକ୍ଷ ମଧ୍ଯକୁ । ଆସି ପହଞ୍ଚୁଥିଲେ ଆଲେକଜାଣ୍ଡାର,ଆସୁଥିଲେ ପୁରୁ , ଜୟଚନ୍ଦ୍ର ଓ ପୃଥ୍ବୀରାଜ ପ୍ରଭୃତି । ଗୁଞ୍ଜରିତ ହେଉଥିଲା ସେମାନଙ୍କର କଥୋପକଥନ । ତଳନା ଦିଆଜାଉ ଥିଲା ପୁରୁଣା ଓ କିମ୍ବଦନ୍ତୀରୁ । ଉପସ୍ଥାପନ କୌଶଳ ଥିଲା ନାଟକୀୟ । ପିଲା ମାନଙ୍କୁ ବିଭିନ୍ନ ଚରିତ୍ରରେ ଅଭିନୀତ କରାଇ ବିଷୟ ପରିବେଷଣରେ ଲାଗିଯାଉଥିଲେ ସେ ।

ତାଙ୍କର ଓଡ଼ିଆ ସାହିତ୍ଯ ଶିକ୍ଷାଦାନ ସମୟରେ କବି ପରିଚିତ , କବିତାର ଭାବଭୂମିର ସୂଚନା , ସମୀକ୍ଷା ଓ ତୁଳନାତ୍ମକ ବିଚାର ପ୍ରଭୃତିର ଉପସ୍ଥାପନା ଉଚ୍ଚକୋଟିର ଥିଲା । ଇଂରାଜୀ ସାହିତ୍ଯରେ ତାଙ୍କର ପ୍ରଗାଢ଼ ଜ୍ଞାନ ଥିଲା । ସେଲି , କିଟସ୍, ୱାଡ଼ସୱାର୍ଥ କିମ୍ବା ଲଙ୍ଗଫେଲୋଙ୍କର କବିତା ପଢ଼ାଇବା ବେଳେ ଖୁବ୍ ତନ୍ମୟହୋଇ ଯାଉଥିଲେ ସେ । ଇଂରାଜୀ କବିତାର ଓଡ଼ିଆ ପଦ୍ଯାନୁବାଦ ମଧ୍ଯ ତାଙ୍କ ଦ୍ବାରା ପରିବେଷଣ କରାଯା ଉଥିଲା । ସେ ସମୟରେ ପାଠ୍ଯ କ୍ରମରେ ପ୍ରଚଳିତ Sing bird କବିତାର ଅନନ୍ତ ବାବୁକୃତ ଭାବାନୁବାଦ ଦେଖନ୍ତୁ ।


ମୂଳକବିତା:-
Sing bird , sing bird
Where are you going ?
I am upto Hindustan
Where the mind is blowing

Sing bird sing bird
Have you any money ?
Yes, I have a pot of gold
And two pots of honey.

Sing bird sing bird
Can you see your way ?
By stars light in night
By sun on the day .

ଅନନ୍ତ ପଦ୍ମନାଭ ପଟ୍ଟନାୟକଙ୍କର ଅନୁବାଦ :

ସିଙ୍ଗବାର୍ଡ଼ ସିଙ୍ଗ ବାର୍ଡ଼
ହେ ଭାଇ, କେଉଁ ଦେଶେ କର ଗମନ ?
ବହଇ ଯେଦେଶେ ଶୀତଳ ପବନ
ସେହି ଦେଶକୁ ମୋର ହୁଏ ଗମନ
ଯେ ଦେଶ ନାମ ଅଟଇ ହିନ୍ଦୁସ୍ଥାନ ।

ତୁମର ସିଙ୍ଗବାର୍ଡ଼ ଅଛିକି ଧନ ?
ହାଣ୍ଡିଏ ଅଛି ମୋର ଶୁଦ୍ଧ ସୁବର୍ଣ୍ଣ
ଦିହାଣ୍ଡି ମହୁ ମୋର ଆହୁରି ଅଛି
ପଚାରିବାରୁ, ଭାଇ ସତ ଖୁଛି ।

ହେ ଭାଇ ତୁମେ ଦେଖି ପାରକି ପଥ  ?

ରାତ୍ରରେ ଦେଖାଯାଅ ଯାହା ନକ୍ଷତ୍ର
ଦିବସେ ପଥ ଦିଶେ ଉଜ୍ବଳତର
ଯେହେତୁ ଜଳୁଛନ୍ତି ନଭେ ଭାସ୍କର ।

ଶିକ୍ଷକଟିଏ କବିପ୍ରାଣ ହୋଇଥିଲେ ଛାତ୍ର ସମାଜର କି ଉପକାର ହୁଏ, ବୁଝାଇ କହିବାର ଆବଶ୍ଯକତା ନାହିଁ ।

ଶ୍ରୀଯୁକ୍ତ ପଟ୍ଟନାୟକ ଥିଲେ ନିତାନ୍ତ ଛାତ୍ର ବତ୍ସଳ । ବିଦ୍ଯୋନ୍ନତି ଷିତ ସେମାନଙ୍କର ଚରିତ୍ର ଗଠନ ପ୍ରଚେଷ୍ଟା ଥିଲା ତାଙ୍କର କାମ୍ଯ । କଔଣସି ଛାତ୍ରର ଚରିତ୍ର ଓ ବ୍ଯବହାରରେ ତ୍ରୁଟି ଦେଖିଲେ ସେ ସୁଧାରିବା ପାଇଁ ଆଗଭର ହେଉଥିଲେ । ପ୍ରଥମେ ବୁଝାଇସୁଝାଇ ତାକୁ ବାଟକୁ ଆଣିବାରେ ବିଫଳ ହେଉଥିଲେ, ତା'ପ୍ରତି ଏକ ବିଶେଷ ଦଣ୍ଡର ପ୍ରୟୋଗ କରୁଥିଲେ । ତାହା ଶାରୀରିକ ଦଣ୍ଡ ନୁହେଁ , ବ୍ଯଙ୍ଗ ବା ବିଦ୍ରୁପବାଣୀ ଥିଲା ତାଙ୍କର ଅମୋଘ ଅସ୍ତ୍ର । ତତ୍ କାଳୀନ ଦୁଇ ଗୋଟି ଅମାନିଆ ଓ ଅହଂକାରୀ ଛାତ୍ରଙ୍କୁ ଲକ୍ଷକରି ସେ ଲେଖିଥିଲେ ଏକ ବ୍ଯଙ୍ଗ କବିତା -ସ୍କୁଲ ପିଲା ସାକ୍ଷାତକାରରେ କହନ୍ତି- ଏ ଦୁଇଟି ପିଲା ସ୍କୁଲକୁ ଆସିଲେ କ୍ଲାସରେ ବିଭିନ୍ନ ପ୍ରକାର ବିଶୃଖଂଳା ସୃଷ୍ଟି କରୁଥିଲେ । ଶିକ୍ଷକମାନଙ୍କ ପ୍ରଟି ସେମାନଙ୍କର ବ୍ଯବହାରରେ ନମ୍ରତା ନଥିଲା ଏବଂ ସ୍କୁଲ ବାରଣ୍ଡାରେ ଚାଲିଲାବେଳେ ସେମାନେ ଭାରି ବୁଟ୍ ପିନ୍ଧି, ପ୍ରଚଣ୍ଡ ଶବ୍ଦ କରି ଶିକ୍ଷାଦାନରେ ବ୍ଯାଘାତ ସୃଷ୍ଟି କରିବା ପାଇଁ ପଛାଉନଥିଲେ । କୌଣସି ଶିକ୍ଷକ ଏବିଷୟରେ ସେମାନଙ୍କୁ କହିଲେ, ସତର୍କ ହେବା ଦୂରେ ଥାଉ, ଶିକ୍ଷକ ମାନଙ୍କୁ ଅପମାନ ସୂଚକ କଥା କହି, ସେମାନଙ୍କୁ ତାତ୍ସଲ୍ଯ କରି ପୁନର୍ବାର ସେପରି ଆଚରଣ ପ୍ରଦର୍ଶନରୁ ସେମାନେ ବିରତ ହେଉନଥିଲେ । ତା'ର ପ୍ରତିକ୍ରିୟା ସ୍ବରୁପ 'ଏଇ ସ୍କୁଲପିଲା' ଶୀର୍ଷକ କବିତାରେ ସେ ଦେଖିଥିଲେ :

ସ୍କୁଲ ପିଲାଟିଏ ମୁହଁରେ ମୁଁ ତ ମୋହରି ପରି
ଇନ୍ଦ୍ରଚନ୍ଦ୍ରକୁ କି ମୋଚିତ୍ତର , ତିଳେ ନାହିଁ ଖାତିରି ।
ମୋ ଯୋତା ଘାତରେ ଅବନୀ କମ୍ପେ ଜଗତ ସାରା
school student ସମାଜେ, ମୁଁ ତ ଦୁଷ୍ଟ ପସରା
ସୁଝୀନ ଶୁକଳ ବସନ ଯଦି ପିନ୍ଧେ ମୁଁ ଆଞ୍ଚି

ଖରତରେ ଧାଏଁ ଗହଳେ ଭଲ ମନ୍ଦ ନ ପାଞ୍ଚି ।

ଯଦି ପ୍ଯାଣ୍ଟ, Hat ମୋ ଦେହେ ଥାଏ ଆଉ କି ଡର
ମାଷ୍ଟ୍ର ଫାଷ୍ଟ୍ର ଥିଲେ ଥାଆନ୍ତୁ ହୁଏ ଗତି ପ୍ରଖର
ବାପ ଭାଇ ଥିଲେ କାହିଁକି ଚିନ୍ତା ଭୟ ବା ଡର,
ସେମାନେତ ମୋର ସର୍ବଦା ଯେହ୍ନେ କିଣା କିଙ୍କର ।

ଜାଣି ନ ଜାଣିତ ବସିଲି Master ଆସନେ
ଯାହା ସେ ସେଦିନ କ‌ହିଲେ ଫରଫର ବଦନେ ।
ଆମ ପରା କ୍ଷତ୍ରି ତାହାକି ସ‌ହିପାରେ ନୀରବେ
ଯାହା ହଇରାଣ କଲି ମୁଁ ଶୁଣା ନଥିବେ ଭବେ ।
ଦେଖୁ ଦେଖୁ ମାଷ୍ଟ୍ର ଚଞ୍ଚଳେ ଗଲେ ଆସନ ଛାଡ଼ି
ଦ୍ବାରଦେଶେ ଥାଇ ଚାହାନ୍ତି ଓଷ୍ଠଜିଭ କାମୁଡି ।
ପରାଣ‌‌ଠୁଁ ବଳି ଅଧିକ ହାତେ ଜର୍ମାନ ବାଡି
ଦେଖିଦେଖି principal ତ ଯାଇଛନ୍ତି ସାଙ୍କୁଡି ।" ଇତ୍ଯାଦି

ଏହିପରି ବ୍ଯଙ୍ଗାତ୍ମକ ବର୍ଣ୍ଣନାରେ ଭରପୂର ୧୧ ପୃଷ୍ଠା ର ଏହି ପୁସ୍ତକ ତ‌ତ୍‌କାଳିନ ଛାତ୍ର ସମାଜରେ ଏକ ନିଶ୍ଚିତ ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଯାହାଫଳରେ ଛାତ୍ରମାନେ ସ୍କୁଲ ପରିସରେ ବିଶୃଙ୍ଖଳିତ ହେବାର ଅପଚେଷ୍ଟାରୁ ଯଥା ସମ୍ଭବ ନିବୃତ ରହିଥିଲେ । ଏପରିକି ଓଡିଶାର ତ‌ତ୍‌କାଳିନ ଶିକ୍ଷିତ ତ‌ଥା ଲେଖକ ଗୋଷ୍ଠୀ ମଧ୍ୟରେ ଏ ପୁସ୍ତକର ଆଲୋଚନା କିଛି କମ୍ ହୋଇନଥିଲା । 'ସ‌ହକାର 'ପୃଷ୍ଠାରେ ଲକ୍ଷ୍ମୀନାରାୟଣ ସାହୁ ଅନନ୍ତ ବାବୁଙ୍କ ସଂପର୍କରେ ଏକ ଆଲୋଚନାରେ ଲେଖିଥିଲେ-

'ସ୍କୁଲ‌ପିଲା' ପୁସ୍ତକଟି ମଧ୍ଯରେ ଇଂରାଜୀ ମିଶା କବିତା ବ୍ଯଙ୍ଗ ମୂଳାତ୍ମକ ଓ ଶିକ୍ଷଣୀୟ। କେହି ଆମକୁ ସମାଲୋଚନା କରି କ‌ହିଲେ "ଅନନ୍ତ ବାବୁଙ୍କର ପ୍ରଥମେ ସ୍କୁଲ୍‌ଶିକ୍ଷକ" ଲେଖିବାର ଉଚିତ ଥିଲା । କାରଣ ସେ ନିଜେ ଜଣେ ସ୍କୁଲ୍ ଶିକ୍ଷକ ।

ଏହାଥିଲା ଶ୍ରୀଯୁକ୍ତ ପଟ୍ଟନାୟକଙ୍କର ଛାତ୍ରମାନଙ୍କୁ ସଜାଡିବାର ଏକ ଅବଲମ୍ବନ । ଅଥଚ ସେ ଛାତ୍ରମାନଙ୍କୁ ଦଣ୍ତ ଦେବାରେ କିମ୍ବା ଅପମାନିତ କରିବାର କେବେ ବି ପକ୍ଷ‌ପାତୀ ନଥିଲେ ।ସେମାନେ ଶିଷ୍ଠ, ଭଦ୍ର ତ‌ଥା ଉତ୍ତମ ଗୁଣସଂପନ୍ନ ଯେପରି ହୋଇ ପାରିବେ ସେଥିପାଇଁ ନୀତି ସମ୍ବଳିତ ପୁସ୍ତକ ରଚନାକରି ସେ ପ୍ରକାଶ କରିଥି‌ଲେ ।ଜଣେ ଛାତ୍ରର ଯେଉଁ ସବୁ ଗୁଣ ରହିବା କଥା,ତାହାଦ୍ବାରା ଜାତିର ଉନ୍ନତି ସାଧନ ଏବଂ ସେବା ଓ ତ୍ଯାଗ ଦ୍ବାରା ଦେଶମଙ୍ଗଳ ଭାବନାର ପ୍ରକାଶ କରି ସେ ରଚନା କରିଥିଲେ ମୁଁ 'ଛାତ୍ର' କବିତା ପୁସ୍ତକ ।ସେଥିରେ ଲେଖାଥିଲା :

ଅସାର ସଂସାରେ ସାର ଦରବ ମୁଁ

ଏ ମରତଧାମେ ମୋ ନାମ ଛାତ୍ର ।
ସ୍ବର୍ଗ ରାଇଜେ ମୁଁ ନନ୍ଦନ କାନନ

ନନ୍ଦନ କାନନେ ମୁଁ ପାରିଜାତ ।
ଦେଶ ସେବକର ସତ‌ତ ସଖା ମୁଁ

ମଙ୍ଗଳ ଉତ୍ସବେ ମୋତେ ଡାକରା
ଦୁର୍ଦ୍ଦଷ ଅରାତି ଭୟଦ ବୀର ମୁଁ

ଆର୍ଯ୍ଯବୀର ମଧ୍ଯେ ମୁଁ ଋଣରଙ୍କା
ସମ୍ପଦେ ବିପଦେ ସଭିଠକ ସଖା ମୁଁ

ସାକ୍ଷୀ ସେଥିପାଇଁ କୋଟି ସେବତା ।
'ଅଧ୍ଯବସାୟ' ମୋ ଅଟଇ ସମ୍ବଳ

'ଧୈର୍ଯ୍ଯ ' ଅହର୍ନିଶ ବଢ଼ାଏ ଟେକ ।
ମନ୍ତ୍ରୀ ରୂପେ ଅଟେ ବିବେକ ବାପୁଡା

ସାହସ ପ୍ରହରୀ ସବୁ କ୍ଷେତ୍ରରେ
ମନ, ଜ୍ଞାନ, ଧ୍ୟାନ,ଚପରାସି ତିନି

ଖଟନ୍ତି ବସି ମୋ ସିଂହ ଦୁଆରେ ।

ଉତ୍ତମ ନାଗରିକସଂମ୍ପନ୍ନ ଏକ ସମାଜ ଗଢ଼ିବାର ଦାୟିତ୍ବ ଶିକ୍ଷକର ଏକଥା ସେ ଖୁବ୍ ହୃଦୟଙ୍ଗମ କରିଥିଲେ ।ଏକ ସୁସ୍ଥ ସମାଜ ମଧ୍ଯରେ ଶୃଙ୍ଖଳିତ ବାତାବରଣ ଥିଲା ତାଙ୍କର କାମ୍ଯ ।ଏଥିପାଇଁ ପୁରୁଷମାନଙ୍କ ସ‌ହିତ ନାରୀମାନଙ୍କର ଭୂମିକା ରହିଛି ନିଶ୍ଚୟ । ନାରୀଶିକ୍ଷାର ଅଗ୍ରଗତିରେ ସମାଜର ଅଗ୍ରଗତି ।ଶ୍ରୀଯୁକ୍ତ ପଟ୍ଟନାୟକ ତେଣୁ ନାରୀ ସମାଜକୁ ସଚେତନ କରିଛନ୍ତି ନିଜ ରଚନା ମାଧ୍ଯମରେ ।'କୁମାରୀ ନୀତିଶିକ୍ଷା' ଏପରି ଏକ ଗ୍ରନ୍ଥ,ଏହାର ପ୍ରଥମ ନାମ ଥିଲା ଯୌତୁକ ପୋଥି ।ଯାହାକି କନ୍ଯାଟିଏ ଶାଶୁଘର ଯିବା ସମୟରେ ଯୌତୁକ ସମ୍ଭାର ମଧ୍ଯରେ ପ୍ରଥମେ ନେବ ଏବଂ ଏକ ମୂଲ୍ଯବାନ ଧନ ଭାବରେ ସାଇତି ରଖିଥିବା ନାରୀଟିଏ ନିଜର ଦରିଦ୍ର, ସ୍ବଭାବ ତ‌ଥା ଉତ୍ତମ ଗୁଣ ସଂପନ୍ନ ହୋଇ କିପରି ସାଂସାରିକ ଜୀବନ ବିତାଇବ ଏବଂ ପରିବାରକୁ ସୁନ୍ଦର କରି ଗଢ଼ିପାରିବ ତାହା ଏଥିରେ ବର୍ଣ୍ଣିତ

ଉଦାହରଣ ସ୍ବରୂପ :-
ନଥିଲେ ନମିଳୁ ଭଲ ବସନ ଭୋଜନ
ଯଦି ଆଳଙ୍କାର ନାହିଁ ନ‌କର ଗୁମାନ
ସୁଖେ ଦୁଃଖେ ଚଳୁଥିବୁ ଦୁଃଖ ନ ବିଚାରି
ସ୍ବାମୀକୁ ଛାଡି ଏକାକୀ ନ‌ଯିବୁ କୁମାରୀ
କ୍ରୋଧବେଳେ କର୍କଶେ ନ କ‌ହିବୁ ଦୁହିତା
କ୍ରୋଧ ଶାନ୍ତ କରି ଧୀରେ ଧୀରେ କ‌ହ କଥା
ପରମ ଚଣ୍ଡାଳ କ୍ରୋଧ,କ୍ରୋଧୁଁ ତୁଟେ ଶିରୀ,
ଭଲମନ୍ଦ ପାଞ୍ଚି ଧୀରେ ଧୀରେ କ‌ହିବୁ କୁମାରୀ"

ଏତ୍‌ଦ ବ୍ୟତୀତ ଆମ ନାରୀସମାଜ ଯେପରି ଶିକ୍ଷିତା, ଧର୍ମ‌ପରାୟଣ ଓ ସୁଗୁଣ ସଂପନ୍ନା ହୋଇପାରିବେ ସେଥିପାଇଁ ସେ ବିଭିନ୍ନ ଓଷା, ବ୍ରତ କାହାଣୀକୁ ସୁନ୍ଦର ଓ ସାବଲୀଳ ଭାଷାରେ ପ୍ରକାଶ କରିଥିଲେ । ଯାହା ଆଜି ମଧ୍ୟ ଆଦୃତ । ସେଥି ମଧ୍ୟରୁ-ପୁର୍ଣ୍ଣମୀ ଓଷା , ଧାନମାଣିକା ଓଷା, ସୁଦଶାବ୍ରତ ପ୍ରଧାନ ।

ଓଡିଶା ହେଉଛି କୃଷିଜୀବୀର ରାଜ୍ୟ । ଅଧିକାଂଶ ଚାଷବାସ ଓ ବିଲବାଡିରେ ପରିଶ୍ରମ କରି ,ପଶୁପାଳନ ଓ ବ୍ୟବସାୟ କରି ଜୀବିକା ନିର୍ବାହ କରନ୍ତି । ବର୍ତ୍ତମାନ ସମ୍ମତ ଭାବରେ ଆମେ କିଛିଟା ଅଗ୍ର‌ଗତି କରିଛୁ ନିଶ୍ଚୟ । କିନ୍ତୁ ଅର୍ଦ୍ଧଶତାବ୍ଦୀ ପଛକୁ ଫେରି ଚାଲନ୍ତୁ ,ଆମ ଆଖି ଆଗରେ ଭାସି ଉଠିବ ଆମର ଶୋଚନୀୟ ଅବସ୍ଥା । ନିଜ ଗ୍ରାମ ତ‌ଥା ଆଖ ପାଖରେ ଚାଷୀମାନଙ୍କ ଅବସ୍ଥା ଲକ୍ଷ୍ୟ କରିଛନ୍ତି ଶ୍ରୀଯୁକ୍ତ ପଟ୍ଟନାୟକ, ରୀତିମତ ପରିଶ୍ରମ କରି ମଧ୍ୟ କୃଷକ ମୁଠାଏ ଖାଇବା‌କୁ ପାଉନାହିଁ, ଭରଣ ପୋଷଣ ପାଇଁ ସେ ଭିଟାମାଟି ଛାଡି ସୁଦୁର ରେଙ୍ଗୁନ ରାଜ୍ୟକୁ ଯିବାକୁ ବାଧ୍ୟ ହୋଇଛି,କିଛି ଉ‌ପାର୍ଜନ କରି ଫେରିବା ବେଳକୁ ସମାଜ ତାକୁ ଗ୍ରହଣ କରିବାକୁ ନାରାଜ ,ସେ ହୋଇଛି,ଅଜାତିଆ । ତାକୁ ପ୍ରାୟଶ୍ଚିତ୍ତର କରିବାକୁ ହେବ । ଜାତିଆଣ ଭୋଜି ଦେବାକୁ ପଡିବ -ଏହା ମନ‌ଗଢ଼ା କଥା ନୁହେଁ ଅନନ୍ତବାବୁଙ୍କ ଅଙ୍ଗେନିଭା କଥା,ଯାହା ସେ ବ୍ୟକ୍ତ କରିଛନ୍ତି 'ଚଷା ଭାଇ' କବିତା ପୁସ୍ତକରେ । ଏସବୁ ହୁଏ କାହିଁକି  ? ଏତେ ବିଲବାଡି ଥାଉଁ ଥାଉଁ ଚଷାପୁଅ ଭୋକଉପା‌ସରେ ମରୁଛି କାହିଁକି  ? ଏହାର କାରଣ ସେ ଅନୁଧ୍ୟାନ କରିଛନ୍ତି, ଯାହା ହେଉଛି ଚଷାଜାତିର ଶିକ୍ଷାହୀନତାର ଫଳ ।କୃଷକ କେଉଁ ସମୟରେ ଚାଷ କରିବ ,ସମୟାନୁସାରେ ଫସଲ ଲଗାଇବ, କିପରି ବିହ‌ନ ସାଇତି ରଖିବ, କିପରି ଗୋରୁ , ଗାଈଆଦି ଗୃହ ପାଳିତଙ୍କର ଯତ୍ନ ନେବ ଇତ୍ୟାଦି ବ‌ହୁ ବିଷୟଗର୍ଭିତ ଏକ ପୁସ୍ତକ ସେ ପ୍ରଣୟନ କରିଥିଲେ ।ଏହାର ନାମ 'କୃଷକ ସଙ୍ଖାଳି' ୧୯୩୦ ମସିହାରେ ଏହା ପ୍ରକାଶିତ । ତାହା କିପରି ବିଜ୍ଞାନ ସମ୍ମତ,ନିମ୍ନୋକ୍ତ ବିଷୟ ସୂଚୀରୁ ଅନୁମେୟ  :

୧: କୃଷିର ପ୍ରାଥମିକ ଅବସ୍ଥା

୨: କୃଷକ ଭାରି ଦରିଦ୍ର

୩:‌ ସ‌ହ‌ଯୋଗ ଋଣ ସମିତି

୪: ମୂଳ ଉପାଦାନ

୫: ସାର

୬: ଚାଷ ସଜ

୭: ଅନିଷ୍ଟକାରୀ ଜୀବାଣୁ

୮: ଗୋପାଳନ

୯: କୃଷକର ଶିକ୍ଷା

୧୦: କୃଷି ପ୍ରବାହ

୧୧: ବିବିଧ ଫସଲ


ଏଠାରେ ତାଙ୍କରି ଦ୍ବାରା ସଂଗୃହୀତ ତ‌ଥା ଲିଖିତ କୃଷି ପ୍ରବାଦରୁ ଗୋଟିଏ ଦୁଇଟି ଉଲ୍ଲେଖ କରାଯାଇପାରେ-

"ଫ‌ଗୁଣେଚାଷ ସୁନା କଷ

ଚିଇ‌ତେ ଚାଷ କୁଟୁମ୍ବ ପୋଷ

ବୈଶାଖେଚାଷ ହାକିମ ପୋଷ

ଜ୍ୟେଷ୍ଠେ ଚାଷ ମୂଲିଆପୋଷ

ଆଷାଢ଼େ ଚାଷ ବେଳହୁଁ ଖସ ।


ଛାଡିବୁ ଚଉଦଧରିବୁ ଚାରି
କୋମଣ କରିବୁଚାଷ କିଆରୀ
ବୁଣ ଖରୁଡିପକା ଖତ
ହୁଡା ଖଣ୍ଡିରେନ‌ଦେ‌ବୁ ହାତ
ଦୀର୍ଘ ହାତେପ୍ରତିହାତେ
ହିଡ ବାନ୍ଧିବୁଘାସ ସ‌ହିତେ


ଚଷା ଭାଇ ମାନରେ ଯହିଁ ପାଣି ତ‌ହିଁ ଧାନରେ । "


ଅନନ୍ତବାବୁ ପ୍ରଣୟନ କରିଥିବା ବ‌ହୁଗ୍ରନ୍ଥ ସେତେବେଳେ ପାଠ୍ୟପୁସ୍ତକ ତ‌ଥା ପାଠାଗାରର ଉପାଯୋଗୀ ପୁସ୍ତକ ରୂପେ ପ୍ରଚଳିତ ଥିଲା ।ସେଥିମଧ୍ୟରୁ ଅଦ୍ୟାବଧି କେତୋ ଟି ପୁସ୍ତକ ବିଶ୍ବବିଦ୍ୟାଳୟ ସ୍ତରରେ ପ୍ରଚଳିତ, ଯଥା  :


୧:-ଦମୟନ୍ତୀ  : (୧୯୨୩) ସେ ସମୟରେ ଅଷ୍ଟମ, ନବମ ତ‌ଥା ଏଲିମେଣ୍ଟାରୀ ହାୟର ଟ୍ରେନିଂ ସ୍କୁଲ୍‌ରେ ପାଠ୍ୟ ବ‌ହିରୂପେ ଏବଂ ପାଠାଗାର ବ‌ହିରୂପେ ଗୃହିତ ହୋଇଥିଲା ।ଏହା ଲେଖଙ୍କର ଏବଂ ଉଚ୍ଚାଙ୍ଗ କୃତି ଭାବରେ ତ‌ତ୍‌କାଳୀନ ସମାଜରେ ପ୍ରଶଂସିତ ହୋଇଥିଲା । ଶଶିଭୂଷଣ ରାୟ, ନନ୍ଦକିଶୋର ବଳ, ଲକ୍ଷ୍ମୀନାରାୟଣ ସାହୁଙ୍କ ଭଳି ସାହିତ୍ୟିକମାନେ ଏହାର ଭୂରି ଭୂରି ପ୍ରଶଂସା କରିଥିଲେ । ଦୃଷ୍ଟାନ୍ତ ସ୍ବରୂପ  :


"ଆପଣଙ୍କ ପ୍ରଣୀତ 'ଦମୟନ୍ତୀ' ଅତି ଉପାଦେୟ ଗ୍ରନ୍ଥ ହୋଇଛି । ଥରେ ପଢିବାକୁ ଆରମ୍ଭ କଲେ ସମଗ୍ର ପୁସ୍ତିକା ଶେଷ ନ‌କରିବା ଯାଏଁ ତୃପ୍ତି ହୁଏ ନାହିଁ । ପୁଣି ଥରେ ପଢିସାରି ଆଉଥରେ ପଢିବାକୁ ଇଚ୍ଛାହୁଏ ।ଏହା ହିଁ ଉତ୍କୃଷ୍ଟ ରଚନାର ଅଭ୍ରାନ୍ତ ଲକ୍ଷଣ । ଆପଣଙ୍କର


ନନ୍ଦକିଶୋର ବଳ (BABT)"


"ଦମୟନ୍ତୀ ଆଖ୍ୟାନ ସମସ୍ତଙ୍କୁ ଜଣା । କିନ୍ତୁ ଦମୟନ୍ତୀ ପୁସ୍ତିକସ୍ଥିତ ମନୋବୃତ୍ତିର ନିପୁଣ ବିଶ୍ଳେଷଣରେ ସମସ୍ତ ଘଟଣା ରବିକରରେ ଜଳକଣାଭଳି ଏକାନ୍ତ ସମୁଜ୍ଜଳ

ପୁସ୍ତକ ଖଣ୍ଡିକର ଭାଷା ଜଡିତା, ବିରହିତା, ଆବେ ଗ ବିଚିତ୍ରା , ଏବଂ ଉଚ୍ଛାସୋଛତା, କିନ୍ତୁ ପ୍ରସାଧନର ପ୍ରତୀକ୍ଷା ରଖିଅଛି।

ନାଳୀଗଳି କଟକ ଶଶୀଭୂଷଣ ରାୟ

ତା  ୭।୫।୧୯୨୪

୨• କୁମାରୀ ନୀତିଶିକ୍ଷା -(୧୯୩୩‌) ୪ର୍ଥ ଓ ୫ମ ଶ୍ରେଣୀର ପାଠ୍ଯରୂପେ ପ୍ରଚଳିତ । କବିସମ୍ରାଟ ଉପେନ୍ଦ୍ରଭଂଜ - (୧୯୫୯) ଉତ୍କଳ ବିଶ୍ବବିଦ୍ଯାଳୟ କର୍ତ୍ତୃକ ପ୍ରକାଶିତ ଏବଂ ପାଠ୍ଯ ଓ ସହାୟକ ବହି ରୂପେ ଓଡିଆ ଏମ• ଏ• ଓ ବି• ଏ• ଶ୍ରେଣୀ ପାଇଁ ଗ୍ରୁହୀତ ଏବଂ ବ୍ରହ୍ମ ପୁର ବିଶ୍ବବିଦ୍ଯାଳୟର ଏମ •ଏ• ଓ ବି• ଏ• ଅନର୍ସ ଶ୍ରେଣୀ ପାଇଁ ପ୍ରଚଳିତ ।

ଏହା ଭଂଜ   ସାହିତ୍ଯ    ଆଲୋଚନାର ଏକ ପ୍ରସିଦ୍ଧ ତଥା ଅନତିକ୍ରାନ୍ତ ପୁସ୍ତକ ରୂପେ ସମ୍ମାନିତ । ୧୯୬୫  ମସିହାରେ ଓଡିଶା ସାହିତ୍ଯ ଏକାଡେମିଙ୍କ  କର୍ତ୍ତୃକ    ପୁରସ୍କୃତ ।
୪•   ମହାବୀର  ଦୋହରାବିଷୋୟୀ -(୧୯୬୧) ବ୍ରହ୍ମ ପୁର  ବିଶ୍ବବିଦ୍ଯାଳୟ  କର୍ତ୍ତୃକ  ୧୯୭୦-୮୦ ମଧ୍ଯରେ ବି •ଏ•  ଶ୍ରେଣୀ ପାଠ୍ଯ ରୂପେ ସିଲାବସ୍ ରେ  ସ୍ଥାନିତ । 
ଶିକ୍ଷା ଓ ସାହିତ୍ଯର ବିକାଶ ନିମନ୍ତେ ସେ  ବ ହୁ  ଉଦ୍ଯମ କରିଛନ୍ତି । ଛାତ୍ର ଛାତ୍ରୀମାନେ କିପରି ଏ ଦିଗରେ ଯତ୍ନବାନ ଓ ଉତ୍ସାହିତ ହେବେ  ସେ ଦିଗରେ ସେ ପ୍ରେରଣାଦାୟକ ଉଦ୍ଯମମାନ  କରିଯାଇଛନ୍ତି ।  ସେ  ମଧ୍ଯରୁ  ଛାତ୍ରବୃତ୍ତି  ଓ ପୁରସ୍କାର ଅନୁଦାନ ଉଲ୍ଲେଖନୀୟ ।
ବ୍ରହ୍ମ ପୁର  ବିଶ୍ବବିଦ୍ଯାଳୟକୁ ସେ  ଟ ୫୦୦୦/‌- ଦାନ କରିଯାଇଛନ୍ତି । ତାର ସୁଧରେ ପ୍ରତିବର୍ଷ  ଶ୍ରେଷ୍ଠ  ଓଡିଆ ଏମ •ଏ• ଛାତ୍ରଙ୍କୁ  ଅନନ୍ତ ପଦ୍ମନାଭ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯା ଉଅଛି । ସେ  ତାଙ୍କର  ନିମ୍ନୋକ୍ତ   ସ୍ବୀକାରୋକ୍ତି ମଧ୍ଯ ଏ ପ୍ରସଙ୍ଗରେ ଲକ୍ଷଣୀୟ । 
"ଲେଖକ ହିଁ ଏ ବହିର  ପ୍ରକାଶନ ଭାର  କରିଛି  ଏକ ସାଧୁ   ଉଦ୍ଦେଶ୍ଯରେ । ବହିର ବିକ୍ରୀଲବ୍ଧ   ଅର୍ଥ  , କେତୋଟି   ଉଚ୍ଚ ମାଧ୍ଯମିକ ବିଦ୍ଯାପୀଠକୁ ଅର୍ପଣ କରାଯିବ ।  ପ୍ରତ୍ଯକ ବର୍ଷ ବାର୍ଷିକ ପ୍ରବନ୍ଧ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରୁଥିବା, ଏପରିକି ୧ମ ଓ ୨ୟ ହୋ ଉ ଉତ୍ତୀର୍ଣ୍ଣ   ହେଉଥିବା ଶିକ୍ଷାର୍ଥୀ   କିମ୍ବା  ଶିକ୍ଷାର୍ଥିନୀ  ଦୁଇ  ଜଣଙ୍କୁ  ପୁରସ୍କାର  ଅର୍ପଣ  କରିବାରେ ତାହା ବିନିଯୋଗ  କରାଯିବ । ଆମ୍ଭମାନଙ୍କ  ଏହି  ଉଦ୍ଯମ  ସଫଳହେଲେ   ଏକାଧିକ  ବିଦ୍ଯାପୀଠକୁ  ସେଇରାତିରେ  ପୁରସ୍କାର  ବିତରଣ  ପାଇଁ  ଆବଶ୍ଯକ  ସଂଖ୍ଯକ  ବ୍ଯବସ୍ଥା କରାଯିବ । (ବୀର  ଚକରା    ପଦେ-  ୨-୩ )

ଏଇ ଲେଖକ ଜାଣିବାରେ ଏପରି ବ୍ଯବସ୍ଥା ହୋଇଥିଲା ମଧ୍ଯ । ଶିକ୍ଷାର ଉନ୍ନତି ପାଇଁ ଶ୍ରୀଯୁକ୍ତ ପଟ୍ଟନାୟଙ୍କର ଏପରି ବ ହୁ କର୍ମ ଓ ସାଧନା ରହିଛି । ତାଙ୍କ ଘଟଣା ବହୁଳ ଜୀବନର ଅବସାନ ଘଟିଥିଲା ଜୁଲାଇ ୧୬ ତାରିଖ ୧୯୯୯ ମସିହାରେ ।


ଅନନ୍ତ ପଦ୍ମନାଭଙ୍କ ପ୍ରଣୀତ ଗ୍ରନ୍ଥ:


୧ • ଦମୟନ୍ତୀ ୧୯୨୩ ଗଦ୍ଯ ୨• ସ୍କୁଲପିଲା ୧୯୨୩ ପଦ୍ଯ ୩ • ମୋ ଗାଁ ୧୯୨୩ ପଦ୍ଯ ୪• ପୂର୍ଣ୍ଣମୀଓଷା ୧୯୨୩ ପଦ୍ଯ ୫ • ଭଲ ଭଜନ ୧୯୨୩ ପଦ୍ଯ ୬ • କୀର୍ତ୍ତନ ଗୀତ ୧୯୨୩ ପଦ୍ଯ ୭ • ଧାନମାଣିକା ଓଷା ୧୯୨୩ ପଦ୍ଯ ୮ • ମୁଁ ଛାତ୍ର ୧୯୨୩ ପଦ୍ଯ ୯ •ସୁଦଶା ବ୍ରତ ୧୯୨୫ ପଦ୍ଯ ୧୦ • କୃଷକ ସଙ୍ଖାଳି ୧୯୩୦ ଗଦ୍ଯ ୧୧ •କୁମାରୀ ନୀତିଶିକ୍ଷା ୧୯୩୩ ପଦ୍ଯ ୧୨ •ଉତ୍କଳ ଗଔରବ ୧୯୫୦ ଜୀବନୀ ଓ ଆଲୋଚନା

                                                                                                                                ଗ୍ରନ୍ଥ(ଗଦ୍ଯ)

୧୩ • କବି ସମ୍ରାଟ ଉପେନ୍ଦ୍ର ଭଂଜ ୧୯୫୯ ଭଂଜ ସାହିତ୍ଯାଲୋଚନା

                                                                                                                                ଗ୍ରନ୍ଥ,(ପଦ୍ଯ)

୧୪ • ମହାବୀର ଦୋହରା ବିଷୋୟୀ ୧୯୬୧ ଗଦ୍ଯ ୧୫ • ଉପେନ୍ଦ୍ର ଭଂଜ ପରିଚୟ ୧୯୬୫ ଗଦ୍ଯ ୧୬ • ବୀରଚ କରା ୧୯୭୧ ଗଦ୍ଯ ୧୭ • ଶ୍ରୀ ରାମାନୁଜ ୧୯୭୭ ଗଦ୍ଯ ୧୮ • ନୀତିଚିତ୍ର ଓ ଅନ୍ଯାନ୍ଯ ବ ହୁ ଗ୍ରନ୍ଥ ଅପ୍ରକାଶିତ ଅନନ୍ତ ପଦ୍ମନାଭ ପାଇଥିବା ସମ୍ମାନ:-

୧୯୬୫ - ଓଡିଶା ସାହିତ୍ଯ ଏକାଡେମୀ କର୍ତ୍ତୃକ କବି ସମ୍ରାଟ ଉପେନ୍ଦ୍ରଭଂଜ ପୁରସ୍କୃତ। ଗ୍ରନ୍ଥ ପାଇଁ ପୁରସ୍କୃତ।


୧୯୭୧ -କଳିଙ୍ଗ ସଂସ୍କୃତି ପରିଷଦ ଦ୍ବାରା ସମ୍ମାନିତ


୧୯୭୯ -ଯଦୁମଣ ସାହିତ୍ଯସଂସଦ,ଉଦୟପୁର ନୂଆଗାଁ ଦ୍ବାରା


୧୯୮୦-ଓଡିଶା ଇତିହାସ କଂଗ୍ରେସ, ଭଂଜନ‌ଗର ଅଧିବେଶନରେ ସମ୍ମାନିତ । (ମହାବୀର ଦୋହରାବିଷୋୟୀ ଓ ବୀର ଚକରା ଐତିହାସିକ ଗ୍ରନ୍ଥ ପାଇଁ। )


୧୯୯୦-ଫଲ୍‌ଗୁ ସାହିତ୍ଯ ସଂସଦ-ବ୍ରହ୍ମପୁର ଦ୍ବାରା ।


୧୯୯୦-ବ୍ରହ୍ମପୁର ବିଶ୍ବବିଦ୍ଯାଳୟ କର୍ତ୍ତୃକ ।

ଏତଦ୍ ବ୍ଯତିତ ଶିଶୁସାହିତ୍ଯ ସମିତି, ଶିକ୍ଷା ବିଭାଗ ଦ୍ବାରା ଶିଶୁ ସାହିତ୍ଯିକ ରୁପେ ତମ୍ବାପଟ୍ଟା ପ୍ରଦାନ,ବ୍ରହ୍ମପୁର ବିଶ୍ବବିଦ୍ଯାଳୟ ତଥା ଓଡ଼ିଶା ସାହିତ୍ଯ ଏକାଡେମୀ ଦ୍ବାରା ପୁନର୍ବାର ସମ୍ବର୍ଦ୍ଧନା ଆଦି ଉଲ୍ଲେଖଯୋଗ୍ଯ ।


ସହାୟକ ଗ୍ରନ୍ଥ ଓ ବ୍ଯକ୍ତି  :

ଅନନ୍ତ ପଦ୍ମନାଭଙ୍କ ଛାତ୍ର - କବି ଶ୍ରୀ ଦଣ୍ଡପାଣି ଗୌଡ "ଆତ୍ମାରାମ" -ଆଡଭୋକେଟ ଶ୍ରୀ ଶଶୀଭୂଷଣ ତିଆଡି , ଆଡଭୋକେଟ ଶ୍ରୀ ଲକ୍ଷ୍ମୀନାରାୟଣ ଦାସ , ଡକ୍ଟର ଦୁର୍ଗା ଚରଣ ତ୍ରିପାଠୀ , ଶ୍ରୀ ଦେବଦତ୍ତ ପଣ୍ଡା । ଆଲୋଚନା - ଅଧ୍ଯାପକ ଶ୍ରୀ କମ୍ବୁପାଣି ସାମନ୍ତ , ଓଡିଆ ବିଭାଗ ,

                                                                    କବି  ସମ୍ରା ଟ୍  ଉପେନ୍ଦ୍ରଭଞ୍ଜ  ମହାବିଦ୍ଯାଳୟ , 
                                                                    ଭଂଜନଗର ।

ଗ୍ରନ୍ଥ - ଅନନ୍ତବାବୁଙ୍କ ଗ୍ରନ୍ଥ ସମୂହ।


ବ୍ଯକ୍ତିଗତ ସାକ୍ଷାତକାର - ଶ୍ରୀ ଅନନ୍ତ ପଦ୍ମନାଭଙ୍କ ସହିତ ଓ ପଣ୍ଡିତ

                                                                    ଦେବୀ   ପ୍ରସାଦ  ତ୍ରିପଠୀ  ଶର୍ମା , (ଜୀବନ ବଂଧୁ
                                                                   ଔଷଧାଳୟ ,ଭଂଜନଗର)।                      

୧୯୬୦ ମସିହାରେ ଜାନୁଆରୀ ୨୫ ତାରିଖର ଶିଶିରସିକ୍ତ ସାୟାହ୍ନ । ନୂଆଦିଲ୍ଲୀର ବିଜ୍ଞାନଭବନ ରାଶିରାଶି ଉଜ୍ଜ୍ବଳ ପ୍ରଦୀପ ମାଳାରେ ଦେବୀପ୍ଯମାନ । କେତୋଟି ମୂହୁର୍ତ୍ତ ପରେ ଆରମ୍ଭ ହେବ "ଜାତୀୟ ଶିକ୍ଷକ ସମ୍ବର୍ଦ୍ଧନା ।" ଏହି ଉତ୍ସବରେ ଯୋଗଦାନ ଲାଗି ସମାଗତ ଭାରତର ବି‌ଭିନ୍ନ ପ୍ରାନ୍ତର କୃତୀ ଶିକ୍ଷକଗଣଙ୍କର ମୁଖମଣ୍ଡଳ ଆନନ୍ଦରେ ଉଭାସିତ । ଧୀର ଗମ୍ଭୀର ପଦ କ୍ଷେପରେ ଭାରତର ପ୍ରଥମ ରାଷ୍ଟ୍ରପତି ଡଃ ରାଜେନ୍ଦ୍ର ପ୍ରସାଦ ସଭାଗୃହ ମଧ୍ଯରେ ପ୍ରବେଶ କରି ଆସନ ଗ୍ରହଣ କଲେ । ଉଦ୍‌ଘୋଷିତ ହେଲା ପୁରସ୍କାର ପ୍ରଦାନ ଲାଗି ଦେଶର ସର୍ବୋତ୍ତମ କେତେକ ଶିକ୍ଷାବିତ୍‌ଙ୍କ ନାମ । ଏଥିରେ ଓଡିଶାର ସୁବିଖ୍ଯାତ ଶିକ୍ଷାବିତ୍ ଦିବ୍ଯସିଂହ ପଟ୍ଟନାୟକଙ୍କ ନାମ ଘୋଷିତ ହୋଇଥିଲା । ବିପୁଳ ହର୍ଷଧ୍ବନୀ ମଧ୍ଯରେ ସେ ସମ୍ବୋଧିତ ହୋଇ ମାନପତ୍ର ଉପାୟନାଦି ଗ୍ରହଣ କଲେ ରାଷ୍ଟ୍ରପତିଙ୍କ ଠାରୁ । ପୁରସ୍କାର ପ୍ରଦାନର ସମାପ୍ତି ପରେ ସେ ଆହୁତି ହେଲେ ସତ୍ତା ମଞ୍ଚକୁ । ଶ୍ରୋତୃମଣ୍ଡଳୀକୁ ଶିକ୍ଷାକ୍ଷେତ୍ରରେ ନିଜର ଅନୁଭୂତିମୟ ସଂଗ୍ରାମର ବିବରଣୀ ଉପସ୍ଥାପନ କଲେ । ସଭାସ୍ଥଳ ମନ୍ଦ୍ରିତ ହେଲା ଉଚ୍ଛ୍ୱ୍ୱସିତ କରତାଳିରେ ।ସମାଜ ପାଇଁ,ରାଷ୍ଟ୍ର ପାଇଁ ନିଜ ଜୀବଙ୍କୁ ତିଳ ତିଳ କରି ଦଗ୍ଧ କରିଥିବା ଜଣେ ମନୀଷୀଙ୍କୁ ନିକଟରେ ପାଇବାର ଓ ଶୁଣିବାର ସୁଯୋଗ ଲାଭ କରି ନିଜକୁ ଧନ୍ଯ ମନେ କଲେ ସେଦିନର ଶ୍ରୋତୃମଣ୍ଡଳୀ । ତାହାଙ୍କ ପ୍ରଦତ୍ତ ସେହି ଅଭିବ୍ଯକ୍ତିର ସାରାଂଶ ଥିଲା ଏହିପରି  :

"ଜୀବନର ଯେଉଁ ଯେଉଁ ଶିକ୍ଷାୟତନରେ ମୁଁ ଶିକ୍ଷକତା କରିଛି ,ସେହି ସେହି ବିଦ୍ଯାଳୟ ଗୁଡିକର ପ୍ରତ୍ଯେକ ଛାତ୍ରର ବଂଶ, ପରିବାର ,ପରିବେଶ ସ‌ହିତ ପରିଚିତ ହେବା ସଂଗେ ସଂଗେ ତାର ପଠନ ଓ ପରୀକ୍ଷାଗତ ମୂଲ୍ଯାୟନ ପ୍ରତି ତୀକ୍ଷ୍‌ଣ ଦୃଷ୍ଟି ରଖିଥିଲି । ପ୍ରତ୍ଯେକ ଛାତ୍ର କେଉଁ ଗ୍ରାମର, କେଉଁ ପରିବାରର,କେଉଁ ଭଳି ଆର୍ଥିକ ସଙ୍ଗତି,ଅସଙ୍ଗତି ବା ସାମାଜିକ ଅନୁକୂଳତା ବା ପ୍ରତିକୂଳତାର ସମ୍ମୁଖୀନ ହେଉଛି-ସ‌ହାନୁଭୂତିର ସ‌ହିତ ସେସବୁ ଅନୁଧ୍ଯାନ କରୁଥିଲି । କେତେକ କ୍ଷେତ୍ରରେ ଅନ୍ତରାୟ ଦୂରୀକରଣ ଲାଗି ଯେତେଦୂର ସମ୍ଭବ ସାହାଯ୍ଯଦାନର ବ୍ଯବସ୍ଥା କରୁଥିଲି । ଛାତ୍ରଙ୍କ ପ୍ରାଣରେ ଗଭୀର ଆତ୍ମ‌ପ୍ରତ୍ୟ‌ୟ ଆଣିବା ସଂଗେ ସଂଗେ ନିର୍ଭିକତାର ସ‌ହିତ ଜୀବନ ପଥରେ ଗତି କରିବା ଲାଗି ଅଶା ଓ ଆକାଂଖ୍ଯା ସଂଚାର କରିବା ଦିଗରେ ଆଗ୍ରହୀ ଥିଲି । ଉଦ୍ଦେଶ୍ଯ ଥିଲା ପ୍ରତେକ ଛାତ୍ରର ପୁର୍ଣ୍ଣାଙ୍ଗ ବିକାଶ ଘଟୁ । ସେ ଚରିତ୍ରବାନ ହେଉ । ପ୍ରକୃତରେ ପ୍ରତ୍ଯେକ ଛାତ୍ରଥିଲେ ମୋର ସାଧନାର ସମ୍ପଦ,କୃତିର ଆଲେଖ୍ଯ । ସୁକୁମାରମତି ଛାତ୍ରମାନେ ହିଁ ମୋର ଜୀବନର ପ୍ରକୃଷ୍ଟ ପୁରସ୍କାର ।"


ଭାରତ ସରକାରଙ୍କର ଶିକ୍ଷାବିଭାଗୀୟ ପତ୍ରିକାରେ ସେତେବେଳେ ପ୍ରକାଶ ପାଇଥିଲା ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ପ୍ରଶସ୍ତି । ଓଡିଶାର ମାଧ୍ଯମିକ ଶିକ୍ଷାନୁଷ୍ଠାନଗୁଡ଼ିକର ଶିକ୍ଷକମାନଙ୍କ ମଧ୍ଯରେ ସେ ସର୍ବାଦୌ ସମ୍ମାନିତ ହୋଇଥିଲେ । ଶିକ୍ଷକଙ୍କ ଲାଗି ଉଦ୍ଦିଷ୍ଟ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତିର ଗୌରବ ଅର୍ଜନ ଅବକାଶରେ ସେ ନିଷ୍କପଟ ,ନିରଳସ ସାଧନା ମାଧ୍ଯମରେ ଜାତିର ଭ‌ବିଷ୍ଯତ ଗଠନ ପାଇଁ ଆଶାପୋଷଣ କରିଥିଲେ । ବାସ୍ତବରେ ସେ ଥିଲେ ଜଣେ ମହାନ୍ କର୍ମ‌ଯୋଗୀ ।


ଏହି ମହାନ୍ ଶିକ୍ଷାବିତ୍ ୧୮୯୭ ମସିହା ଜୁନ୍ ମାସ ୧ ତାରିଖରେ ଖୋର୍ଦ୍ଧା ତ‌ହସିଲର ଦଧିମାଛଗାଡିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ।ତାଙ୍କ ପିତାଙ୍କ ନାମ ଥିଲା ଭାଗିରଥୀ ପଟ୍ଟନାୟକ ଓ ମାତାଙ୍କ ନାମ ଥିଲା ସୁଲକ୍ଷଣା ଦେବୀ । ଦ‌ଧିମାଛଗାଡିଆ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ଓ ଯାଆଁଳା ମଧ୍ଯ ଭର୍ଣ୍ଣାକୂଲାର ବିଦ୍ଯାଳୟରେ ପଢ଼ୁଥିବାବେଳେ ସେ ବୃତ୍ତିଲାଭ କରିଥିଲେ । ୧୯୧୩ ମସିହାରେ ସେ ଖୋର୍ଦ୍ଧାହାଇସ୍କୁଲ୍‌ରେ ଅଧ୍ଯୟନ କରିଥିଲେ । ଏହି ବିଦ୍ଯାଳୟର ଛାତ୍ରଭାବରେ ୧୯୧୭ ମସିହାରେ କଲିକତା ବିଶ୍ବବିଦ୍ଯାଳୟରେ ମାଟ୍ରିକ୍ଯୁଲେସନ୍ ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସଂଗେ ସଂଗେ ପୁରୀ ଜିଲ୍ଲାର ସମସ୍ତ ପରୀକ୍ଷାର୍ଥୀଙ୍କ ମଧ୍ଯରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏଥିପାଇଁ ତାଙ୍କୁ ମାସିକ ଦଶ ତଙ୍କା ହିସାବରେ ଦୁଇ ବର୍ଷ ପାଇଁ ବୃତ୍ତି ମିଳିଥିଲା ।


‌ମାଟ୍ରିକ୍ଯୁଲେସନ୍ ପରେ ସେ ରେଭେ‌ନ୍‌ସା କଲଜରେ ନାମ ଲେଖାଇ ଜଣେ ବିଶିଷ୍ଟ ମେଧାବୀ ଛାତ୍ର ରୂପେ ସୁଖ୍ଯାତି ଅର୍ଜନ କରିଥିଲେ ।ସେ ୧୯୧୯ ମସିହାରେ ପାଟଣା ବିଶ୍ବବିଦ୍ଯାଳୟରୁ ପ୍ରଥମ ଶ୍ରେଣିରେ ଉତ୍ତୀର୍ଣ୍ଣ ହୋଇଓଡିଶାର ଛାତ୍ରମାନଙ୍କ ମଧ୍ଯରେ ତୃତୀୟ ସ୍ଥାନ ଲାଭ କରିଥିଲେ । ସେହି କୃତିତ୍ବ ଯୋଗୁଁ କଟକ ଜିଲ୍ଲାବୋର୍ଡ ପକ୍ଷରୁ ଓଡିଶାପ୍ରେମୀ ବଡଲାଟ ମେୟୋଙ୍କ ସ୍ମୃତି ଉଦ୍ଦେଶ୍ଯରେ ପ୍ରତିଷ୍ଠିତ ଛାତ୍ରବୃତ୍ତି ପାଣ୍ଠିରୁ ମାସିକ ଦଶଟଙ୍କାର ଗୋଟିଏ ବୃତ୍ତି ଦୁଇବର୍ଷ ପାଇଁ ସେ ଲାଭ କରିଥିଲେ । ପରବର୍ତ୍ତୀ ବର୍ଷ ସେ ଆଇ . ଏ. ପାଶ କଲେ । ୧୯୨୧ ମସିହାରେ ସେ ଗଣିତ ଓ ଅର୍ଥନୀତି ବିଷୟ ଆଉ ବି. ଏ .ପାଶ କଲେ । ଓଡିଶାରେ ସେ ସମୟରେ ଏମ୍.ଏ ପରୀକ୍ଷାର ବ୍ଯବସ୍ଥା ନଥିଲା । ଫଳତଃ ସମ୍ବଳ ଅଭାବରୁ ସେ ଓଡିଶା ବାହାରକୁ ଯାଇ ଅଧୀକ ପଢ଼ିପାରିଲେ ନାହିଁ । ଏଣୁ ଅନିଛାସତ୍ବେ କର୍ମକ୍ଷେତ୍ରର ପ୍ରବେଶ କଲେ ।

ବି• ଏ• ଚତୁର୍ଥ ବାର୍ଷିକ ଶ୍ରେଣିରେ ଅଧ୍ଯୟନ କରୁଥିବା ବେଳେ ସେ ରେଭେନ୍‌ସା କଲେଜର ଅର୍ଥନୀତି ସଂସଦର ସମ୍ପାଦକ ଭାବେ ' କଲେଜ ସମବାୟ ଭଣ୍ଡାର ' ପ୍ରତିଷ୍ଠା ବିଭାଗରେ କାର୍ଯ୍ଯ କରିଥିଲେ । ଅଧ୍ଯୟନ କାଳ ମଧ୍ଯରେ ' ଭାରତ ସେବକ ସମାଜ ଓଡିଶା' ର ଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ତତ୍ତ୍ବାବଧାନରେ ' ସେବା ସମବାୟ ଭଣ୍ଡାର' ସ୍ଥାପନ କରି ସେ ଏହାର ସଭାପତି ରୁପେ କାର୍ଯ୍ଯ କରିଥିଲେ । ଏହାଥିଲା ସେ ସମୟର ଉଲ୍ଲେଖନୀୟ କାର୍ଯ୍ଯ।


ଉଚ୍ଚବିଦ୍ଯାଳୟରେ ଅଧ୍ଯୟନ କରୁଥିବା ସମୟରେ ପର୍ଶୁରାମ ବର୍ମାଙ୍କ ସହିତ ତାଙ୍କର ପ୍ରତ୍ଯକ୍ଷ ସମ୍ପର୍କ ଥିଲା । ଏଥିପାଇଁ ସେ ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ଓ ଦେଶପ୍ରେମୀ ଗୋଦାବରିଶ ମିଶ୍ରଙ୍କର ସାନିଧ୍ଯ ଲାଭ କରିଥିଲେ । କଲେଜ ଜୀବନରେ ସ୍ବାମୀ ବିଚିତ୍ରାନନ୍ଦ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ ,ଦେଶହିତୈଷୀ ବ୍ରଜସୁନ୍ଦର ଦାସ , ବରେଣ୍ଯ ନେତା ଭୁବନାନନ୍ଦ ଦାସ , ଯୁବନେତା ନିରଞ୍ଜନ ପଟ୍ଟନାୟକଙ୍କ ନିକଟ ସମ୍ପର୍କରେ ଦେଶାତ୍ମ ବୋଧରେ ଅନୁପ୍ରାଣିତ ହୋଇଥିଲେ । ଏତଦ୍ ବ୍ଯତିତ ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବ୍ ଥିଲେ ତାଙ୍କର ସ ହପାଠୀ ଓ ବନ୍ଧୁ ଏବଂ ଓଡ଼ିଶା ବିଧାନସଭାର ପ୍ରଥମ ଉପ- ବାଚସ୍ପତି ଯଦୁମଣି ମଙ୍ଗରାଜ ମଧ୍ଯ ଥିଲେ ତାଙ୍କ ଘନିଷ୍ଠ ବନ୍ଧୁ । ସେଥିପାଇଁ ଏମାନଙ୍କ ସହ ସେ ବିଭିନ୍ନ ଜାତୀୟ କାର୍ଯ୍ଯକ୍ରମରେ ଜଡ଼ିତ ରହୁଥିଲେ । ଉତ୍କଳ ସମ୍ମିଳନୀ ଦ୍ବାରା ପରିଚାଲିତ ପ୍ରବେଶ ମିଶ୍ରଣ ଆନ୍ଦୋଳନ ଉପଲକ୍ଷେ କଟକ ଓ ପୁରୀଠାରେ ଅନୁଷ୍ଠିତ ହେଉଥିବା ସମ୍ମିଳନୀଗୁଡ଼ିକରେ ସେ ସ୍ବେଚ୍ଛାସେବକ ଭାବେ ବହୁ ଗୁରୁଦାୟିତ୍ବ ବହନ କରି ପ୍ରଶଂସାଭାଜନ ହୋଇପାରିଥିଲେ ।

ପୁରୀ ଜିଲ୍ଲାର ଅଠାନ୍ତର ଘାଇ ଭାଙ୍ଗିବା ଯୋଗୁଁ ପ୍ରବଳ ବନ୍ଯା ଏବଂ ଏହା ପରେ ଅନାବୃଷ୍ଟି ଯୋଗୁଁ ଦେଶରେ ଅନଟନ ସୃଷ୍ଟି ହୋଇଥିଲା । ଏହାର ମୁକାବିଲା ପାଇଁ ସେ ଲୋକ ସେବକ ମଣ୍ଡଳ ଓ ହିନ୍ଦୁ ସେବକ ସମାଜ ମଣ୍ଡଳ ପକ୍ଷରୁ ବିଭିନ୍ନ ବିପନ୍ନ ଅଞ୍ଚଳକୁ ଯାଇ ସାହାଯ୍ଯ ବଣ୍ଟନ କରିଥିଲେ । ୧୯୨୦ ମସିହାରେ ବ୍ରାହ୍ମଣୀ ନଈବଢିରେ ସେ ଗୋପବନ୍ଧୁ ଦାସଙ୍କ ସହିତ ଜେନାପୁର ଯାଇ ବନ୍ଯାକ୍ଲିଷ୍ଟ ଲୋକଙ୍କୁ ସେବା ଓ ସାହାଯ୍ଯରେ ଅକ୍ଲାନ୍ତ ପରିଶ୍ରମ କରିଥିଲେ । ଉତ୍କଳ ଛାତ୍ର ସମ୍ମିଲନୀରେ ଯୁଗ୍ମ ସମ୍ପାଦକ ରୂପେ ସେ ମଧ୍ଯ ଜନହିତକର କାର୍ଯରେ ନିଜକୁ ନିୟୋଜିତ କରିଥିଲେ ।

ଶ୍ରୀଯୁକ୍ତ ପଟ୍ଟନାୟକଙ୍କର ପଠନସ୍ପୃହା ଅତୀବ ଉଚ୍ଚ କୋଟୀର ଥିଲେ । ବୁଦ୍ଧିମତ୍ତା ଓ ଯୋଗ୍ଯତା ଦୃଷ୍ଟିରୁ ଉଚ୍ଚ ପ୍ରଶାସନିକ ରାଜକର୍ମ ନିମିତ୍ତ ଉପଯୁକ୍ତ ଥିଲେ ମଧ୍ଯ ଜାତି ଗଠନ ମୂଳକ କାର୍ଯ୍ଯ ସ୍ବରୂପ ଶିକ୍ଷାଦାନ କାର୍ଯ୍ଯ ପ୍ରତି ସେ ଅଧିକ ଆକୃଷ୍ଟ ହୋଇଥିଲେ । ସେ ସମୟରେ ଗଞ୍ଜାମ ଜିଲ୍ଲାରେ ଓଡ଼ିଆଶିକ୍ଷକଙ୍କ ଅଭାବ ବିଶେଷଭାବେ ଅନୁଭୁତ ହେଉଥିଲା । ଉତ୍କଳୀୟ ଚେତନାର ଜାଗରଣ ଓ ପ୍ରସାରଣ ଉଦ୍ଦେଶ୍ଯରେ ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ପ୍ରତି ଆକୃଷ୍ଟ ହୋଉଥିଲେ ।

୧୯୨୧ ମସିହା ଜୁଲାଇ ମାସରେ ସେ ପାରଳାଖେମୁଣ୍ଡି ହାଇସ୍କୁଲରେ ସରକାରୀ ଶିକ୍ଷକ ରୁପେ ଯୋଗ ଦେଉଥିଲେ । ସେଠାରେ ତାଙ୍କର କାର୍ଯ୍ଯକାଳ ଅତି ଗୁରୁତ୍ବପୁର୍ଣ୍ଣ ଥିଲା । ସେତେବେଳେ ପାରଳାଖେମୁଣ୍ଡି ଅଞ୍ଚଳର ସମସ୍ତ ବିଦ୍ଯାଳୟ ଓ ପାଠଶାଳାରେ ଶିକ୍ଷକ ଓ କର୍ମଚାରୀ ଥିଲେ ତେଲୁଗୁ ଭାଷା ଭାଷୀ । ଓଡ଼ିଆ ସାହିତ୍ଯ ଶ୍ରେଣୀରେ ତେଲଗୁ ଶିକ୍ଷକମାନେ ଅତି ବିକୃତ ଉଚ୍ଚାରଣ ପୁର୍ବକ ଓଡ଼ିଆ ଭାଷାକୁ ପଢ଼ାଉଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକ ବିଦ୍ଯାଳୟରେ ଯୋଗଦାନ କରି ଶୁଦ୍ଧ ଓଡ଼ିଆ ଭାଷାରେ ଯେଉଁ ମଧୁର ସମ୍ଭାଷଣ କଲେ, ତାହା ଲଙ୍କାରେ 'ହରି ଶବ୍ଦ' ପରି ଛାତ୍ରମାନଙ୍କ ମନ ମୋହିନେଉଥିଲା । ପାରଳାଖେମୁଣ୍ଡିର ଉପାନ୍ତ ଅଞ୍ଚଳରେ ଓଡ଼ିଆ ଛାତ୍ରମାନଙ୍କ ଗ ହଣରେ ବୁଲି ଓଡ଼ିଶା ପ୍ରଦେଶ ଗଠନ ସମକ୍ଷରେ ସେ ଦସ୍ତଖତ ସଂଗ୍ରହ କରିଥିଲେ ।

୧୯୨୪ ମସିହା ଜାନୁୟାରୀ ମାସରେ ଶ୍ରୀଯୁକ୍ତ ପଟ୍ଟନାୟକ ଆସିକା ହାଇସ୍କୁଲର ସହକାରୀ ଶିକ୍ଷକ ରୁପେ ଯୋଗଦାନ କରିଥିଲେ । ଏହି ସମୟରେ ଭାରତ ସରକାରଙ୍କ ଗଠିତ ଫିଲି୍ଫ୍ଡ଼୍ଫ୍ କମିଶନ ଗଞ୍ଜାମ ପରିଦର୍ଶନ କରିଥିଲେ । ସମସ୍ତ ସ୍କୁଲ ଶିକ୍ଷକ ଏବଂ ଛାତ୍ର ସମାଜ ସହ ଗଞ୍ଜାମ ଜିଲ୍ଲାର ପୁର ପଲ୍ଲୀରେ ଓଡ଼ିଶା ପ୍ରଦେଶ ଗଠନ ନିମିତ୍ତ ସେ ଯେଉଁ ଜନ ଜାଗରଣ ସୃଷ୍ଟି କରିଥିଲେ , ତାହାର ଫଳ ସ୍ବରୁପ କମିଶନ ଓଡ଼ିଶା ପ୍ରଦେଶ ଗଠନ ପାଇଁ ଅନୁକୂଳ ମତପୋଷଣ କରିଥିଲେ । ୧୯୩୧-୩୨ ମସିହାରେ ଓଡ଼ନେଲ କମିଶନର ପରିଦର୍ଶନ ବେଳେ ସେ ଅନୁରୂପ ବ୍ଯବସ୍ଥାମାନ କରିଥିଲେ । ଆନ୍ଧ୍ରକେଶରୀ ଟି • ପ୍ରକାଶମ୍ ଙ୍କ ସହାୟତାରେ ତେଲୁଗୁମାନଙ୍କର ବ୍ରହ୍ମପୁରକୁ ମାନ୍ଦ୍ରାଜ ପ୍ରଦେଶରେ ଅନ୍ତର୍ଭୂକ୍ତ କରିବା ପ୍ରଚେଷ୍ଟା ବିରୁଦ୍ଧରେ ପ୍ରକାଶମ୍‌ଙ୍କ ବ୍ରହ୍ମ ପୁର ଆଗମନ ବେଳେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆସିକାରୁ ବିକ୍ଷୋଭକାରୀମାନଙ୍କୁ ମୋଟର ସାଇକେଲରେ ବ୍ରହ୍ମ ପୁର ପଠାଇବାରେ ଦିବ୍ଯସିଂହ ବାବୁଙ୍କର ବ୍ଯାପକ ବ୍ଯବସ୍ଥା ଓ ଉଦ୍ଯମ ଓଡ଼ିଶା ପ୍ରଦେଶ ଗଠନରେ ସ ହାୟକ ହୋଇଥିଲା ।

ଚୈତ୍ରମାସ ମଙ୍ଗଳବାରରେ ଠାକୁରାଣୀପୁଜା ନାମରେ ଗଞ୍ଜାମ ଜିଲ୍ଲାରେ ସହସ୍ର ସହସ୍ର ଛାଗବଳି ଦିଆଯାଉଥିଲା । ଏହି ବଳି ପ୍ରଥା ବିରୁଦ୍ଧରେ ଜନମତ ସଂଗ୍ରହ କରି ସେ କିଛି ମାତ୍ରାରେ ସଫଳ ହୋଇଥିଲେ । ଏତଦ୍ ବ୍ଯତୀତ ଅସ୍ପୃଶ୍ଯତା ନିବାରଣ କଳ୍ପେ ନୈଶ ବିଦ୍ଯାଳୟ ସ୍ଥାପନ ପରି ଅନେକ ଗଠନମୂଳକ କାର୍ଯ୍ଯ ସେ ସମ୍ପାଦନ କରିଥିଲେ । ତାଙ୍କ ଦ୍ବାରା ବିରଚିତ ଏକ ଉଷାପ୍ରାର୍ଥନା ଭଜଗୋବିନ୍ଦ ସେ ଅଞ୍ଚଳରେ ଧର୍ମଭାବର ଲହରୀ ସୃଷ୍ଟି କରିଥିଲା , ୧୯୩୫ ମସିହାରେ ତାଙ୍କର 'ହରିଜନ ନନ୍ଦ' ପୁସ୍ତକ ଷଷ୍ଠ ଓ ସପ୍ତମ ଶ୍ରେଣୀର ଅତିରିକ୍ତ ପାଠ୍ଯପୁସ୍ତକ ରୂପେ ମଞ୍ଜୁରୀଲାଭ କରିଥିଲା । ହରିଜନମାନଙ୍କ ଉନ୍ନତି କଳ୍ପେ ତାଙ୍କର ପ୍ରଗାଢ଼ ଉଦ୍ଯମ ବାସ୍ତବିକ୍ ଅଭିନନ୍ଦନୀୟ ଓ ପ୍ରଶଂସନୀୟ ।

ସୋରଡ଼ା ଉଚ୍ଚବିଦ୍ଯାଳୟରେ ଶିକ୍ଷକତା କରୁଥିବା ବେଳେ ସେଠାରେ ଏକାଦଶଶ୍ରେଣୀ ପାଇଁ ସେ ଏକ ଗୃହ ନିର୍ମାଣ କରାଇଥିଲେ । ଖଲ୍ଲିକୋଟ ମର୍ଦ୍ଦରାଜ ଉଚ୍ଚବିଦ୍ଯାଳୟରେ ଥିଲାବେଳେ ତାଙ୍କ ଉଦ୍ଯମରେ ଏକ ସୁବିସ୍ତୀର୍ଣ୍ଣ କ୍ରୀଡ଼ାପ୍ରାଙ୍ଗଣ ନିର୍ମିତ ହୋଇଥିଲା ।ଏଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା କ୍ରୀଡ଼ାସଂଘର ଦ୍ବିତୀୟ ବାର୍ଷିକ ଅଧିବେଶନରେ ତତ୍କାଳୀନ ଡ଼ି• ପି• ଆଇ ସ୍ବର୍ଗତ ଶ୍ଯାମଚରଣ ତ୍ରିପାଠି ପୁରୋଧା ରୁପେ ଯୋଗଦେଇ ପ୍ରଧାନ ଶିକ୍ଷକ ଦିବ୍ଯସିଂହ ବାବୁଙ୍କର କର୍ମଯୋଜନା ଓ କାର୍ଯ୍ଯ ଦକ୍ଷତାର ଭୁୟସୀ ପ୍ରଶଂସା କରିଥିଲେ । ଭଞ୍ଜନଗର ଉଚ୍ଚବିଦ୍ଯାଳୟରେ ସେ ଅନେକ ସାମାଜୀକ ଓ ସାଂସ୍କୃତିକ କାର୍ଯ୍ଯକ୍ରମ ହାତକୁ ନେଇଥିଲେ ।

ତାଙ୍କର ସ୍ମୃତିଚାରଣ କରି କେତେକ ପ୍ରାକ୍ତନ ଛାତ୍ର କହନ୍ତି - ବହୁ ସମୟରେ ସାର୍‌ଙ୍କୁ ଆମେ ରାତ୍ରିର ମଧ୍ଯଭାଗରେ ସ୍କୁଲପ୍ରାଙ୍ଗଣରେ ଘୁରିବୁକୁଥିବାର ଦେଖିଛୁ । ନୂତନ ରୋପିତ ବୃକ୍ଷର ଚାରା , ନବ ପଲ୍ଲବିତ ପୁଷ୍ପ ଉଦ୍ଯାନ ଯେପରି ଗୋମହିଷୀଙ୍କ ଦ୍ବାରା ନଷ୍ଟ ହୋଇନଯାଏ । ନୂତନ ନିର୍ମିତ ହେଉଥିବା ସ୍କୁଲଗୃହର କାନ୍ଥଗୁଡ଼ିକର ଯେପରି ଠିକଭାବରେ ପାଣି ଦିଆଯାଏ , ସେ ରାତି ରାତି ବୁଲି ତାହା ପରୀକ୍ଷା କରୁଥିଲେ । ସାହାଯ୍ୟଦାନର ବ୍ୟବସ୍ଥା କରୁଥିଲି । ଛାତ୍ରଙ୍କ ପ୍ରାଣରେ ଗଭୀର ଆତ୍ମପ୍ରତ୍ୟୟ ଆଣିବା ସଂଗେ ସଂଗେ ନିର୍ଭୀକତାର ସହିତ ଜୀବନ ପଥରେ ଗତି କରିବା ଲାଗି ଆଶା ଓ ଆକାଂଖ୍ୟା ସଂଚାର କରିବା ଦିଗରେ ଆଗ୍ରହୀ ଥିଲି । ଉଦ୍ଦେଶ୍ୟ ଥିଲା ପ୍ରତ୍ୟେକ ଛାତ୍ରର ପୂର୍ଣ୍ଣାଙ୍ଗ ବିକାଶ ଘଟୁ । ସେ ଚରିତ୍ରବାନ ହେଉ । ପ୍ରକୃତରେ ପ୍ରତ୍ୟେକ ଛାତ୍ରଥିଲେ ମୋର ସାଧନାର ସମ୍ପଦ, କୃତିର ଆଲେଖ୍ୟ । ସୁକୁମାରମତି ଛାତ୍ରମାନେ ହିଁ ମୋର ଜୀବନର ପ୍ରକୁଷ୍ଟ ପୁରସ୍କାର ।

ଭାରତ ସରକାରଙ୍କ ଶିକ୍ଷା ବିଭାଗୀୟ ପତ୍ରିକାରେ ସେତେବେଳେ ପ୍ରକାଶ ପାଇଥିଲା ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ପ୍ରଶସ୍ତି । ଓଡ଼ିଶାର ମାଧ୍ୟମିକ ଶିକ୍ଷାନୁଷ୍ଠାନ ଗୁଡ଼ିକର ଶିକ୍ଷକ ମାନଙ୍କ ମଧ୍ୟରେ ସେ ସର୍ବାଦୌ ସମ୍ମାନିତ ହୋଇଥିଲେ । ଶିକ୍ଷକଙ୍କ ଲାଗି ଉଦ୍ଦିଷ୍ଟ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତିର ଗୌରବ ଅର୍ଜନ ଅବକାଶରେ ସେ ନିଷ୍କପଟ, ନିରଳସ ସାଧନା ମାଧ୍ୟମରେ ଜାତିର ଭବିଷ୍ୟତ ଗଠନ ପାଇଁ ଆଶାପୋଷଣ କରିଥିଲେ । ବାସ୍ତବରେ ସେ ଥିଲେ ଜଣେ ମହାନ କର୍ମଯୋଗୀ ।

ଏହି ମହାନ୍ ଶିକ୍ଷାବିତ୍ ୧୮୯୭ ମସିହା ଜୁନ ମାସ ୧ ତାରିଖରେ ଖୋର୍ଦ୍ଦା ତହସିଲର ଦଧିମାଛଗାଡ଼ିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଭାଗୀରଥି ପଟ୍ଟନାୟକ ଓ ମାତାଙ୍କ ନାମ ଥିଲା ସୁଲକ୍ଷଣା ଦେବୀ । ଦଧିମାଛଗାଡ଼ିଆ ପ୍ରାଥମିକ ବିଦ୍ୟାଳୟ ଓ ଯାଆଁଳା ମଧ୍ୟ ଭର୍ଣ୍ଣାକୁଲାର ବିଦ୍ୟାଳୟରେ ପଢ଼ୁଥିବା ବେଳେ ସେ ବୃତ୍ତିଲାଭ କରିଥିଲେ । ୧୯୧୩ ମସିହାରେ ସେ ଖୋର୍ଦ୍ଧା ହାଇସ୍କୁଲ୍‌ରେ ଅଧ୍ୟୟନ କରିଥିଲେ । ଏହି ବିଦ୍ୟାଳୟର ଛାତ୍ରଭାବରେ ୧୯୧୭ ମସିହାରେ କଲିକତା ବିଶ୍ୱବିଦ୍ୟାଳୟରେ ମାଟ୍ରିକ୍ୟୁଲେସନ୍ ପରୀକ୍ଷା ଦେଇ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସଂଗେ ସଂଗେ ପୁରୀ ଜିଲ୍ଲାର ସମସ୍ତ ପରୀକ୍ଷାର୍ଥୀଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏଥିପାଇଁ ତାଙ୍କୁ ମାସିକ ଦଶ ଟଙ୍କା ହିସାବରେ ଦୁଇ ବର୍ଷ ପାଇଁ ବୃତ୍ତି ମିଳିଥିଲା ।

ମାଟ୍ରିକ୍ୟୁଲେସନ ପରେ ସେ ରେଭେନ୍‌ସା କଲେଜରେ ନାମ ଲେଖାଇ ଜଣେ ବିଶିଷ୍ଟ ମେଧାବୀ ଛାତ୍ର ରୂପେ ସୁଖ୍ୟାତି ଅର୍ଜନ କରିଥିଲେ । ସେ ୧୯୧୯ ମସିହାରେ ପାଟଣା ବିଶ୍ୱବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ଓଡ଼ିଶାର ଛାତ୍ରମାନଙ୍କ ମଧ୍ୟରେ ତୃତୀୟ ସ୍ଥାନ ଲାଭ କରିଥିଲେ । ସେହି କୃତିତ୍ୱ ଯୋଗୁଁ କଟକ ଜିଲ୍ଲାବୋର୍ଡ଼ ପକ୍ଷରୁ ଓଡ଼ିଶା ପ୍ରେମୀ ବଡ଼ଲାଟ ମେୟୋଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ଛାତ୍ରବୃତ୍ତି ପାଣ୍ଠିରୁ ମାସିକ ଦଶଟଙ୍କାର

୧୧୦

ଗୋଟିଏ ବୃତ୍ତି ଦୁଇବର୍ଷ ପାଇଁ ସେ ଲାଭ କରିଥିଲେ । ପରବର୍ତ୍ତୀ ବର୍ଷ ସେ ଆଇ•ଏ• ପାଶ କଲେ । ୧୯୨୧ମସିହାରେ ସେ ଗଣିତ ଓ ଅର୍ଥନୀତି ବିଷୟ ଥାଇ ବି•ଏ• ପାଶ କଲେ । ଓଡିଶାରେ ସେ ସମୟରେ ଏମ୍•ଏ• ପରୀକ୍ଷାର ବ୍ୟବସ୍ଥା ନଥିଲା । ଫଳତଃ ସମ୍ବଳ ଅଭାବରୁ ସେ ଓଡିଶା ବାହାରକୁ ଯାଇ ଅଧିକ ପଢ଼ିପାରିଲେ ନାହିଁ । ଏଣୁ ଅନିଚ୍ଛାସତ୍ୱେ କର୍ମକ୍ଷେତ୍ରରେ ପ୍ରବେଶ କଲେ ।

ବି•ଏ• ଚତୁର୍ଥ ବାର୍ଷିକ ଶ୍ରେଣୀରେ ଅଧ୍ୟୟନ କରୁଥିବାବେଳେ ସେ ରେଭେନ୍‌ସା କଲେଜର ଅର୍ଥନୀତି ସଂସଦର ସମ୍ପାଦକ ଭାବେ 'କଲେଜ ସମ‌ବାୟ ଭଣ୍ଡାର' ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିଥିଲେ । ଅଧ୍ୟୟନ କାଳ ମଧ୍ୟରେ 'ଭାରତ ସେବକ ସମାଜ ଓଡିଶା'ର ସଭ୍ୟ ଶ୍ରୀ ଲକ୍ଷ୍ମୀନାରାୟଣ ସାହୁଙ୍କ ତ‌ତ୍ତ୍ୱାବଧାନରେ 'ସେବା ସମ‌ବାୟ ଭଣ୍ଡାର' ସ୍ଥାପନ କରି ସେ ଏହାର ସଭପତି ରୂପେ କାର୍ଯ୍ୟ କରିଥିଲେ । ଏହା ଥିଲା ତାଙ୍କର ସେ ସମୟର ଏକ ଉଲ୍ଲେଖନୀୟ କାର୍ଯ୍ୟ ।

ଉଚ୍ଚବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ପର୍ଶୁରାମ ବର୍ମାଙ୍କ ସ‌ହିତ ତାଙ୍କର ପ୍ରତ୍ୟକ୍ଷ ସମ୍ପ‌ର୍କ ଥିଲା । ଏଥିପାଇଁ ସେ ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ ଓ ଦେଶପ୍ରେମୀ ଗୋଦାବରୀଶ ମିଶ୍ରଙ୍କର ସାନ୍ନିଧ୍ୟ ଲାଭ କରିଥିଲେ । କଲେଜ ଜୀବନରେ ସ୍ୱାମୀ ବିଚିତ୍ରାନ‌ନ୍ଦ ଦାସ, ଉତ୍କଳଗୌରବ ମଧୂସୁଦନ ଦାସ, ଦେଶହିତୈଷୀ ବ୍ରଜସୁନ୍ଦର ଦାସ, ବରେଣ୍ୟ ନେତା ଭୁ‌ବନାନ‌ନ୍ଦ ଦାସ, ଯୁବନେତା ନିରଞ୍ଜନ ପଟ୍ଟନାୟକଙ୍କ ନିକଟ ସମ୍ପର୍କରେ ଆସି ସେ ଦେଶାତ୍ମ‌ବୋଧରେ ଅନୁପ୍ରାଣିତ ହୋଇଥିଲେ । ଏତଦ୍‌ବ୍ୟତୀତ ଉତ୍କଳକେଶରୀ ଡଃ ହରେକୃଷ୍ଣ ମହତାବ୍ ଥିଲେ ତାଙ୍କର ସ‌ହପାଠୀ ଓ ବନ୍ଧୁ ଏବଂ ଓଡିଶା ବିଧାନ ସଭାର ପ୍ରଥମ ଉପ-ବାଚସ୍ପତି ଯଦୁମଣି ମଙ୍ଗରାଜ ମଧ୍ୟ ଥିଲେ ତାଙ୍କ ଘନିଷ୍ଠ ବନ୍ଧୁ । ସେଥିପାଇଁ ଏମାଙ୍କ ସ‌ହ ସେ ବିଭିନ୍ନ ଜାତୀୟ କାର୍ଯ୍ୟକ୍ରମରେ ଜଡ଼ିତ ରହୁଥିଲେ । ଉତ୍କଳ ସମ୍ମିଳନୀ ଦ୍ୱାରା ପରି‌ଚାଳିତ ପ୍ରଦେଶ ମିଶ୍ରଣ ଆନ୍ଦୋଳନ ଉପଲକ୍ଷେ କଟକ ଓ ପୁରୀଠାରେ ଅନୁଷ୍ଠିତ ହେଉଥିବା ସମ୍ମିଳନୀ ଗୁଡିକରେ ସେ ସେଚ୍ଛାସେବକ ଭାବେ ବ‌ହୁ ଗୁରୁଦାୟିତ୍ୱ ବ‌ହ‌ନ କରି ପ୍ରଶଂସାଭାଜନ ହୋଇପାରିଥିଲେ ।

ପୁରୀ ଜିଲ୍ଲାର ଅଠାନ୍ତର ଘାଇ ଭାଙ୍ଗିବା ଯୋଗୁଁ ପ୍ରବଳ ବନ୍ୟା ଏବଂ ଏହା ପରେ ଅନାବୃଷ୍ଟି ଯୋଗୁଁ ଦେଶରେ ଅନ‌ଟନ ସୃଷ୍ଟି ହୋଇଥିଲା । ଏହାର ମୁକାବିଲା ପାଇଁ ସେ ଲୋକ ସେବକ ମଣ୍ଡଳ ଓ 'ହିନ୍ଦ‌‌‌ ସେବକ ସମାଜ ମଣ୍ଡଳ ପକ୍ଷରୁ ବି‌ଭିନ୍ନ ବିପନ୍ନ ଅଞ୍ଚଳକୁ ଯାଇ ସାହାଯ୍ୟ

୧୧୧

ବଣ୍ଟନ କରିଥିଲେ । ୧୯୨୦ ମସିହାରେ ବ୍ରାହ୍ମଣୀ ନଈବଢ଼ିରେ ସେ ଗୋପବନ୍ଧୁ ଦାସଙ୍କ ସ‌ହିତ ଜେନାପୁର ଯାଇ ବନ୍ୟାଳିଷ୍ଟ ଲୋକଙ୍କ ସେ‌ବା ଓ ସାହାଯ୍ୟରେ ଅକ୍ଳାନ୍ତ ପରିଶ୍ରମ କରିଥିଲେ । ଉତ୍କଳ ଛାତ୍ର ସମ୍ମିଳନୀର ଯୁଗ୍ମ ସମ୍ପାଦକ ରୂପେ ସେ ମଧ୍ୟ ବ‌ହୁ ଜନହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ।

ଶ୍ରୀଯୁକ୍ତ ପଟ୍ଟନାୟକଙ୍କର ପଠନସ୍ପୃହା ଅତୀବ ଉଚ୍ଚ କୋଟୀର ଥିଲା । ବୁଦ୍ଧିମତ୍ତା ଓ ଯୋଗ୍ୟତା ଦୃଷ୍ଟିରୁ ଉଚ୍ଚ ପ୍ରଶାସନିକ ରାଜକର୍ମ ନିମିତ୍ତ ଉପ‌ଯୁକ୍ତ ଥିଲେ ମଧ୍ୟ ଜାତି ଗଠନ ମୂଳକ କାର୍ଯ୍ୟସ୍ୱରୂପ ଶିକ୍ଷାଦାନ‌କାର୍ଯ୍ୟପ୍ରତି ସେ ଅଧିକ ଆକୃଷ୍ଟ ହୋଇଥିଲେ । ସେ ସମୟରେ ଗଞ୍ଜାମ ଜିଲ୍ଲାରେ ଓଡିଆ ଶିକ୍ଷକଙ୍କ ଅଭାବ ବିଶେଷଭାବେ ଅନୁଭୂତ ହେଉଥିଲା । ଉତ୍କଳୀୟ ଚେତନାର ଜାଗରଣ ଓ ପ୍ରସାରଣ ଉଦ୍ଦେଶ୍ୟରେ ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ପ୍ରତି ଆକୃଷ୍ଟ ହୋଇଥିଲେ ।

୧୯୨୧ ମସିହା ଜୁଲାଇ ମାସରେ ସେ ପାରଳାଖେମୁଣ୍ଡି ହାଇସ୍କୁଲରେ ସ‌ହକାରୀ ଶିକ୍ଷକ ରୂପେ ଯୋଗ ଦେଇଥିଲେ । ସେଠାରେ ତାଙ୍କର କାର୍ଯ୍ୟ କାଳ ଅତି ଗୁରୁତ୍ୱପୂର୍ଣ୍ଣ ଥିଲା । ସେତେବେଳେ ପାରଳାଖେମୁଣ୍ଡି ଅଞ୍ଚଳର ସମସ୍ତ ବିଦ୍ୟାଳୟ ଓ ପାଠଶାଳାରେ ଶିକ୍ଷକ ଓ କର୍ମଚାରୀ ଥିଲେ ତେଲୁଗୁ ଭାଷାଭାଷୀ । ଓଡିଆ ସାହିତ୍ୟ ଶ୍ରେଣୀରେ ତେଲୁଗୁ ଶିକ୍ଷକମାନେ ଅତି ବିକୃତ ଉଚ୍ଚାରଣ ପୂର୍ବକ ଓଡିଆ ଭାଷା‌କୁ ପଢ଼ାଉ ଥିଲେ । ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ବିଦ୍ୟାଳୟରେ ଯୋଗଦାନ କରି ଶୁଦ୍ଧ ଓଡିଆଭା‌ଷାରେ ଯେଉଁ ମଧୂର ସମ୍ଭାଷଣ କଲେ , ତାହା ଲଙ୍କାରେ 'ହରିଶବ୍ବ' ପରି ଛାତ୍ରମାନଙ୍କ ମନ ମୋହିନେଇଥିଲା । ପାରଳାଖେମୁଣ୍ଡିର ଉପାନ୍ତ ଅଞ୍ଚଳରେ ଓଡିଆ ଛାତ୍ରମାନଙ୍କ ଗ‌ହଣରେ ବୁଲି ଓଡିଶା ଗଠନ ସପକ୍ଷରେ ସେ ଦସ୍ତଖତ ସଂଗ୍ରହ କରିଥିଲେ ।

୧୯୨୪ ମସିହା ଜାନୁୟାରୀ ମାସରେ ଶ୍ରୀଯୁକ୍ତ ପଟ୍ଟନାୟକ ଆସିକା ହାଇସ୍କୁଲ୍‌ର ସ‌ହକାରୀ ଶିକ୍ଷକ ରୂପେ ଯୋଗଦାନ କରିଥିଲେ । ଏହି ସମୟରେ ଭାରତ ସରକାରଙ୍କ ଗଠିତ ଫିଲି୍ଫ୍‌ଡ୍‌ଫ୍ କମିଶନ୍ ଗଞ୍ଜାମ ପରିଦର୍ଶନ କରିଥିଲେ । ସମସ୍ତ ସ୍କୁଲ୍ ଶିକ୍ଷକ ଏବଂ ଛାତ୍ର ସମାଜ ସ‌ହ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀରେ ଓଡିଶା ପ୍ରଦେଶ ଗଠନ ନିମିତ୍ତ ସେ ଯେଉଁ ଜନ ଜାଗରଣ ସୃଷ୍ଟି କରିଥିଲେ, ତାହାର ଫଳସ୍ୱରୂପ କମିଶନ୍ ଓଡିଶା ପ୍ରଦେଶ ଗଠନ ପାଇଁ ଅନୁକୂଳ ମତପୋଷଣ କରିଥିଲେ । ୧୯୩୧-୩୨ ମସିହାରେ ଓଡ଼୍‌ନେଲ କମିଶନର ପରିଦର୍ଶନ ବେଳେ ସେ ଅନୁରୂପ ବ୍ୟବସ୍ଥାମାନ କରିଥିଲେ ।

୧୧୨

ଆନ୍ଧ୍ରକେଶରୀ ଟି. ପ୍ରକାଶମ୍‌ଙ୍କ ସ‌ହାୟତାରେ ତେଲୁଗୁମାଙ୍କର ବ୍ରହ୍ମପୁରକୁ ମାନ୍ଦ୍ରାଜ ପ୍ରଦେଶରେ ଅନ୍ତର୍ଭୁକ୍ତ କରିବା ପ୍ରଚେଷ୍ଟା ବିରୁଦ୍ଧରେ ପ୍ରକାଶମ୍‌ଙ୍କ ବ୍ରହ୍ମ‌ପୁର ଆଗମନବେଳେ ପ୍ରବଳ ବିକ୍ଷୋଭ ପ୍ରଦର୍ଶନ ପାଇଁ ଆସିବାକୁ ବିକ୍ଷୋଭକାରୀମାନଙ୍କୁ ମୋଟର ସାଇକେଲରେ ବ୍ରହ୍ମ‌ପୁର ପଠାଇବାରେ ଦିବ୍ୟସିଂହ ବାବୁଙ୍କର ବ୍ୟାପକ ବ୍ୟବସ୍ଥା ଓ ଉଦ୍ୟମ ଓଡିଶା ପ୍ରଦେଶ ଗଠନରେ ସ‌ହାୟକ ହୋଇଥିଲା ।

ଚୈତ୍ରମାସ ମଙ୍ଗଳବାରରେ ଠାକୁରାଣୀପୂଜା ନାମରେ ଗଞ୍ଜାମ ଜିଲ୍ଲାରେ ସ‌ହସ୍ର ସ‌ହସ୍ର ଛାଗବଳି ଦିଆଯାଉଥିଲା । ଏହି ବଳିପ୍ରଥା ବିରୁଦ୍ଧରେ ଜନମତ ସଂଗ୍ରହ କରି ସେ କିଛି ମାତ୍ରାରେ ସଫଳ ହୋଇଥିଲେ । ଏତଦ୍‌ବ୍ୟତୀତ ଅସ୍ପୃଶ୍ୟତା ନିବାରଣ କଳ୍ପେ ନୈଶ ବିଦ୍ୟାଳୟ ସ୍ଥାପନ ପରି ଅନେକ ଗଠନ ମୂଳକ କାର୍ଯ୍ୟ ସେ ସମ୍ପାଦନ କରିଥିଲେ । ତାଙ୍କ ଦ୍ୱାରା ବିରଚିତ ଏକ ଭାଷାପ୍ରାର୍ଥନା "ଭଜଗୋବିନ୍ଦ" ସେ ଅଞ୍ଚଳରେ ଧର୍ମ ଭାବର ଲହରୀ ସୃଷ୍ଟି କରିଥିଲେ, ୧୯୩୫ ମସିହାରେ ତାଙ୍କର 'ହରିଜନ ନନ୍ଦ' ପୁସ୍ତକ ଷଷ୍ଠ ଓ ସପ୍ତମ ଶ୍ରେଣୀର ଅତିରିକ୍ତ ପାଠ୍ୟପୁସ୍ତକ ରୂପେ ମଞ୍ଜୁରୀ ଲାଭ କରିଥିଲା । ହରିଜନମାଙ୍କର ଉନ୍ନତି କଳ୍ପେ ତାଙ୍କର ପ୍ରଗାଢ଼ ଉଦ୍ୟମ ବାସ୍ତବିକ୍ ଅଭିନନ୍ଦନୀୟ ଓ ପ୍ରଶଂସନୀୟ ।

ସୋରଡା ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କରୁଥିବାବେଳେ ସେଠାରେ ଏକାଦଶଶ୍ରେଣୀ ପାଇଁ ସେ ଏକ ଗୃହ ନିର୍ମାଣ କରାଇଥିଲେ । ଖଲ୍ଲିକୋଟ ମର୍ଦ୍ଦରାଜ ଉଚ୍ଚବିଦ୍ୟାଳୟରେ ଥିଲାବେଳେ ତାଙ୍କ ଉଦ୍ୟମରେ ଏକ ସୁବିସ୍ତୀର୍ଣ୍ଣ କ୍ରୀଡାପ୍ରାଙ୍ଗଣ ନିର୍ମିତ ହୋଇଥିଲା । ଏଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲା କ୍ରୀଡା ସଂଘର ଦ୍ୱିତୀୟ ବାର୍ଷିକ ଅଧିବେଶନରେ ତ‌ତ୍କାଳୀନ ଡି.ପି.ଆଇ ସ୍ୱର୍ଗତ ଶ୍ୟାମଚରଣ ତ୍ରିପାଠୀ ପୁରୋଧା ରୂପେ ଯୋଗ ଦେଇ ପ୍ରଧାନ ଶିକ୍ଷକ ଦିବ୍ୟସିଂହ ବାବୁଙ୍କର କର୍ମ‌ଯୋଜନା ଓ କାର୍ଯ୍ୟ ଦକ୍ଷତାର ଭୂୟସୀ ପ୍ରଶଂସା କରିଥିଲେ । ଭଞ୍ଜନ‌ଗର ଉଚ୍ଚବିଦ୍ୟାଳୟରେ ସେ ଅନେକ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ।

ତାଙ୍କର ସ୍ମୃତିଚାରଣ କରି କେତେକ ପ୍ରାକ୍ତନ ଛାତ୍ର କ‌ହ‌ନ୍ତି- "ବ‌ହୁ ସମୟରେ ସାର୍‌ଙ୍କୁ ଆମେ ରାତ୍ରିର ମଧ୍ୟଭାଗରେ ସ୍କୁଲ୍ ପ୍ରାଙ୍ଗଣରେ ଘୂରି ବୁଲୁଥିବାର ଦେଖିଛୁ । ନୂତନ ରୋପିତ ବୃକ୍ଷର ଚାରା, ନବ ପଲ୍ଲବିତ ପୁଷ୍ପ ଉଦ୍ୟାନ ଯେପରି ଗୋମହିଷିଙ୍କ ଦ୍ୱାରା ନଷ୍ଟ ହୋଇନ‌ଯାଏ ନୂତନ ନିର୍ମିତ ହେଉଥିବା ସ୍କୁଲ୍ ଗୃହର କାନ୍ଥଗୁଡିକରେ ଯେପରି ଠିକ୍ ଭାବରେ ପାଣି ଦିଆଯାଏ, ସେ ରାତି ରାତି ବୁଲି ତାହା ପରୀକ୍ଷା କରୁଥିଲେ ।

୧୧୩

ଭଞ୍ଜନ‌ଗର ଚକ୍ରପାଣି ଛାତ୍ରାବାସର ପ୍ରକାଣ୍ଡ ଭୋଜନାଳୟଟି ତାଙ୍କର ଅବଦାନ । ତାଙ୍କର ଆପ୍ରାଣଚେଷ୍ଟା ଓ ଦୃଢ଼ମନୋବଳ ଯୋଗୁଁ ଏହି ବିଦ୍ୟାଳୟର ବିରାଟ ଦ୍ୱିତଳ ପ୍ରାସାଦଟି ନିର୍ମିତ ହୋଇପାରିଥିଲା । ସୋରଡା ଉଚ୍ଚବିଦ୍ୟାଳୟରେ ଥିଲାବେଳେ ସେ ବିଦ୍ୟାଳୟକୁ ଏକ ନୂତନ ରୂପ ଦେଇଥିଲେ । ତାଙ୍କ ଦ୍ୱାରା ସ୍ଥାପିତ ସମବାୟ ଭଣ୍ଡାର ଏବେ ସୋରଡାର ବିଶାଳ ବାଣିଜ୍ୟ କେନ୍ଦ୍ରରେ ପରିଣତ ହୋଇଛି । ବର୍ଷକ ପାଇଁ ସେ କଟକସ୍ଥିତ ଭାରତ ସରକାରଙ୍କ ଅଧୀନରେ ଥିବା ବୃତ୍ତିମୂଳକ ଶିକ୍ଷାକେନ୍ଦ୍ରର ପରିଚାଳକ ରୂପେ ନିଯୁକ୍ତ ହୋଇଥିଲେ । ୧୯୪୫ ମସିହାରେ ସେ ପୁରଷୋ‌ତ୍ତମ‌ପୁର ବିଦ୍ୟାଳୟରେ "ଅନ୍‌ସ୍କୋ ଇନ୍‌ଷ୍ଟିଚ୍ୟୁସନ୍"ରେ ପ୍ରଧାନଶିକ୍ଷକ ରୂପେ ଅବସ୍ଥାପିତ ହୋଇ ଓଡିଆ-ତେଲୁଗୁ ନିର୍ବିଶେଷରେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ବିଦ୍ୟାଳୟର ନୂତନ ଗୃହ ନିର୍ମାଣ ଓ ସୁରମ୍ୟ ଉଦ୍ୟାନ ତାଙ୍କ କର୍ମତ‌ତ୍ପରତାର ନିଦର୍ଶନ ଅଟେ ।

୧୯୫୧ ମସିହା ଜୁଲାଇ ମାସ ୪ ତାରିଖରେ ଶ୍ରୀଯୁକ୍ତ ଦିବ୍ୟସିଂହ ପଟ୍ଟନାୟକ ବକ୍ସିଜଗବନ୍ଧୁ ଉଚ୍ଚବିଦ୍ୟାଳୟ, ଖୋର୍ଦ୍ଧାର ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟଭାର ଗ୍ରହଣ କଲେ । ଯେଉଁ ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ, ସେହି ବିଦ୍ୟାଳୟରେ ଅବସ୍ଥାପିତ ହୋଇଥିବାରୁ ସେ ନିଜକୁ ଧନ୍ୟ ମନେ କରୁଥିଲେ । ତାଙ୍କ ଆଗମନ ଫଳରେ ବିଦ୍ୟାଳୟର ବ୍ୟାପକ ସମ୍ପ୍ରସାରଣ ଘଟିଥିଲା । ଛାତ୍ରଙ୍କ କ୍ରମାଗତ ସଂଖ୍ୟାବୃଦ୍ଧି ଫଳରେ ଯେଉଁ ସ୍ଥାନଭାବ ହୋଇଥିଲା, ତାହାର ପୂରଣ ଲାଗି ତାହାଙ୍କ ଉଦ୍ୟମରେ ଦୁଇଟି ଦ୍ୱିତଳ ଅଟ୍ଟାଳିକା, ଗୋଟିଏ ବିଶାଳ ସଭାଗୃହ, ବିଜ୍ଞାନାଗାର ଓ ସାଂସ୍କୃତିକ ମଞ୍ଚ ନିର୍ମିତ ହୋଇପାରିଥିଲା । ତାଙ୍କ ତ‌ତ୍ୱାବଧାନରେ ଏହି ଉଚ୍ଚବିଦ୍ୟାଳୟର ଖ୍ୟାତି ବୃଦ୍ଧି ପାଇବାରୁ ଦୂର ଦୂରାନ୍ତରୁ ଛାତ୍ରମାନେ ଏଠାକୁ ଅଧ୍ୟୟନ କରିବା ନିମିତ୍ତ ଆସୁଥିଲେ । ପ୍ରାୟ ପ୍ରତିବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ପ୍ରଥମ ଦଶ ଜଣଙ୍କ ମଧ୍ୟରୁ ଜଣେ ଦୁଇଜଣ ଏହି ବିିଦ୍ୟାଳୟର ଛାତ୍ର ରହୁ‌ଥିଲେ । ଅଧ୍ୟୟନ ସ‌ହିତ କ୍ରୀଡା, ସ୍କାଉଟ୍, ଗାଇଡ୍‌ସ, ରେଡକ୍ରସ, ଏନ୍.ସି.ସି ଆଦି ଉପରେ ମଧ୍ୟ ସେ ଗୁରୁତ୍ୱ ଦେଉଥିଲେ । "ସ୍ୱାସ୍ଥ୍ୟ ହିଁ ସମ୍ପଦ", ଏକ ସୁସ୍ଥ ଶରୀର ଏକ ସୁସ୍ଥ ମନର ପରିଚାୟକ ଏହା ଉତ୍ତମ ରୂପେ ସେ ହୃଦୟଙ୍ଗମ କରିଥିଲେ । ଏଥିପାଇଁ ସେ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନର ବ୍ୟବସ୍ଥା କରିଥିଲେ । ବନୀକରଣ ଉପରେ ସେ ସର୍ବଦା ଛାତ୍ରମାନଙ୍କୁ ବୁଝାଉଥିଲେ । ଅର୍ଥନୈତିକ ଓ ସାମାଜିକ କ୍ଷେତ୍ରରେ ପଛୁଆ ଛାତ୍ରମାଙ୍କୁ ଶିକ୍ଷାଦାନ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ପାଇଁ ସେ ବରାବର ଚେଷ୍ଟା କରୁଥିଲେ । ସର୍ବଦା ଖଦଡ ପିନ୍ଧିବା ଉପରେ ସେ ଗୁରୁତ୍ୱ ଦେଉଥିଲେ । ବିଦ୍ୟାଳୟରେ ଏକ ତନ୍ତ ସ୍ଥାପନ କରି ଛାତ୍ରମାନଙ୍କ ଦ୍ୱାରା ଗାମୁଛା ବୁଣାଇଥିଲେ । ସେ ଜଣାଇଦେବାକୁ ଚା‌ହୁଁଥିଲେ ଯେ, ସ୍ୱବଲମ୍ବନଶୀଳ ମନୁଷ୍ୟ ହିଁ ପ୍ରକୃତ ମନୁଷ୍ୟ ।

୧୧୪

ବିଦ୍ୟାଳୟର ଉନ୍ନତି ପାଇଁ ସେ ଭୋକଶୋଷ ଭୁଲିଯାଉଥିଲେ । ସେ ଜାଣିଥିଲେ ଯଦି ଏହି ମଣିଷ ତିଆରି କାରଖାନାର କୌଣସି ଅଂଶ ଭଗ୍ନ ବା ଅଚଳ ହୋଇଯିବ ତେବେ ଏହା ଉତ୍ତମ ମଣିଷ ତିଆରିରେ ପ୍ରତିବନ୍ଧକ ସୃଷ୍ଟି କରିବ । ସମାଜସେବୀ ଗିରିଜାଭୂଷଣ ପଟ୍ଟନାୟକ କ‌ହ‌ନ୍ତି, "ସ୍କୁଲ୍ ସ୍କୁଲ୍ ଏବଂ ସ୍କୁଲ୍, ସନ୍ଧ୍ୟା ହେଲାଣି, ପତାକା ସ୍ତମ୍ଭ ପାଖରେ ଜଣେ କିଏ ଅନେଇଛି ସ୍କୁଲ୍ ଆଡକୁ, ଆଖିରେ ତା'ର ସ୍ୱପ୍ନ ସାୟନ୍ତନ ରବି ଭଳି । ସେ ଆଉ କେହି ନୁହ‌ନ୍ତି, ନିଶ୍ଚୟ ଦିବ୍ୟ ସିଂହ ପଟ୍ଟନାୟକ, ରାତି ପାହିନାହିଁ, କୋଡିଧରି ସ୍କୁଲ୍ ପଡିଆ ସଫା କରୁଛନ୍ତି ଜଣେ କିଏ ? ସେ ନିଶ୍ଚୟ ଦିବ୍ୟସିଂହ । ସ୍କୁଲ୍ ତାଙ୍କର ଖାଲି ପେଷା ନୁହେଁ, ନିଶା ମଧ୍ୟ ।" ତାଙ୍କ କାର୍ଯ୍ୟକଳାପରେ ସ୍କୁଲ୍ ପ୍ରାଙ୍ଗଣରେ ଯେପରି ସ‌ଯତ୍ନ ରକ୍ଷିତ ଦେବମନ୍ଦିର, ଗୋଟିଏ ଦୃଷ୍ଟାନ୍ତରୁ ବିଦ୍ୟାଳୟ ପ୍ରତି ତାଙ୍କର ପ୍ରେମ ସ୍ପଷ୍ଟ ବାରି ହୋଇପଡେ- ଦିନେ ଜନୈକ ଛାତ୍ର ଗୋଟିଏ ଡାଳ ଭାଙ୍ଗିଦେଲା, ଦିବ୍ୟସିଂହବାବୁ ଏହା ଦେଖି ତା'ର କାନଟିକୁ ମୋଡି ଧରିଲେ ପଚାରିଲେ, କେମିତି ଲାଗୁଛି, ପିଲାଟା କ‌ହିଲା, ସାର କାଟୁଛି, ଦିବ୍ୟସିଂହ ବାବୁ ବୁଝାଇଦେଲେ, ଯଦି କାନଟାକୁ ମୋଡିଲେ ତୋତେ କଷ୍ଟ ହେଉଛି‌- ସେହିପରି ଗଛର ଡାଳକୁ ଭାଙ୍ଗିଲେ ତାକୁ କଷ୍ଟ ହୁଏ, କାରଣ ତାର ବି ଜୀବନ ଅଛି ।

ଦିବ୍ୟସିଂହ ବାବୁ ଥିଲେ କର୍ମ‌ବୀର, ବାକ୍ୟବୀର ନୁହେଁ । ଭଲକାର୍ଯ୍ୟ କରିବା ପାଇଁ ତାଙ୍କର ଜିଦ୍‌କୁ କେହି ପ୍ରତି‌ହତ କରିପା‌ରୁନଥିଲେ । ଗର୍ବ, ଅହଂକାର ଲେଶମାତ୍ର ତାଙ୍କଠାରେ ନଥିଲା, ମନୁଷ୍ୟର ଚରିତ୍ର ଓ ଶୃଙ୍ଖଳା ଉପରେ ସେ ସର୍ବଦା ଗୁରୁତ୍ୱ ଆରୋପ କରୁଥିଲେ ।

ଖୋର୍ଦ୍ଧା କଲେଜ ସ୍ଥାପନା ଦିଗରେ ତାଙ୍କର ଅବଦାନ ଚିରସ୍ମରଣୀୟ । କଲେଜର ବିଶ୍ୱବିଦ୍ୟାଳୟ ସ୍ୱୀକୃତି ଲାଭ ପାଇଁ ସ୍ଥିରୀକୃତ ଅର୍ଥ ପରିମାଣରୁ ଦଶହଜାର ଟଙ୍କା ନିଅଣ୍ଟ ପଡିଲା । ଏଥିପାଇଁ ସେ ସ୍କୁଲ୍‌ର "ଛାତ୍ର ଓ ଶିକ୍ଷକ ପାଣ୍ଠି"କୁ ଜମାଦେଇ କଲେଜକୁ ସ୍ୱୀକୃତିପ୍ରାପ୍ତ କରାଇଥିଲେ । ପରେ ଛଅମାସ ଲାଗି ବୁଲିବୁଲି ବସ୍‌ଷ୍ଟାଣ୍ଡ ଓ ଅନ୍ୟାନ୍ୟ ସ୍ଥାନରୁ ଏକଟଙ୍କିଆ ଦାନ ଚାନ୍ଦା ହିସାବରେ ଜନସାଧାରଣଙ୍କଠାରୁ ଆଦାୟ କରି ଉକ୍ତ ଶିକ୍ଷକ ପାଣ୍ଠିରେ ଭରଣା କରିଥିଲେ । କଲେଜ ସ୍ଥାପନା ପରଠାରୁ ଶେଷ ନିଃଶ୍ୱାସ ତ୍ୟାଗ କରିବା ପର୍ଯ୍ୟନ୍ତ ସେ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଭାବେ କଲେଜ ପରିଚାଳନା କମିଟିର ସଭ୍ୟ ରହି‌ଥିଲେ । ଖୋର୍ଦ୍ଧାରେ ଖାଉଟି ସମ‌ବାୟ ଭଣ୍ଡାର କରି ସେ ଏହାର ପ୍ରତିଷ୍ଠାତା ସଭାପତି ରୂପେ ଦୀର୍ଘଦିନ ଧରି ପରିଚାଳନା କରିଥିଲେ । ଖୋର୍ଦ୍ଧା ସମ‌ବାୟ ବ୍ୟାଙ୍କର ନିର୍ଦ୍ଦେଶକ, ବରୁଣାଇ

୧୧୫

ତନ୍ତକଳ ସମବାୟ ସମିତି ଓ ଖୋର୍ଦ୍ଧା ତନ୍ତୁବାୟ ସମିତିର ସଭାପତି ରୂପେ ସେ କାର୍ଯ୍ୟ କରିଥିଲେ । ପ୍ରଥମ ଅବସ୍ଥାରେ ଗଞ୍ଜାମ ଓ ପୁରୀ ଜିଲ୍ଲାଶିକ୍ଷକ ସଂଘର ସଭାପତି ଏବଂ ପରେ ପ୍ରାୟ ଦଶ ବର୍ଷ ଧରି ୧୯୬୮ ମସିହା ପର୍ଯ୍ୟନ୍ତ ରାଜ୍ୟ ମାଧ୍ୟମିକ ଶିକ୍ଷକ ସଂଘର ସଭାପତି ରହି ସେ ରାଜ୍ୟର ଶିକ୍ଷକ ସମାଜକୁ ସଂଘବଦ୍ଧ କରିବା ପୂର୍ବକ ସେମାନଙ୍କ ଅବସ୍ଥାର ଉନ୍ନତି ନିମିତ୍ତ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ଶିକ୍ଷାର ପ୍ରସାର ପାଇଁ ସଫଳ ଉଦ୍ୟମ କରିଥିଲେ । ଫଳ ସ୍ୱରୁପ ରାଜ୍ୟର ୧୪୨ଟି 'ଗ' ଶ୍ରେଣୀଭୁକ୍ତ ହାଇସ୍କୁଲ୍‌କୁ ୧୯୬୯ ମସିହାରେ 'କ' ଶ୍ରେଣୀୟ ସରକାରୀ ହାଇସ୍କୁଲ୍‌ରେ ପରିଣତ କରାଯାଇଥିଲା ।

୧୯୬୯ ମସିହା ଜୁଲାଇ ମାସ ୫ ତାରିଖରେ ବିଦ୍ୟସିଂହ ବାବୁ ଖୋର୍ଦ୍ଧା ବକ୍ସି ଜଗବନ୍ଧୁ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦରୁ ଅବସର ଗ୍ରହଣ କଲେ । ଅବସର ଗ୍ରହଣ କରିବାଠାରୁ ପରଲୋକ ଗମନପର୍ଯ୍ୟନ୍ତ ସେ ଆଧ୍ୟାତ୍ମିକ ସାଧନାରେ ନିମଗ୍ନ ଥିଲେ । ପୂର୍ବରୁ ସେ ସ୍ୱାମୀ ଶିବାନନ୍ଦଙ୍କ ସଂସ୍ପର୍ଶରେ ଆସିଥିଲେ । ଖୋର୍ଦ୍ଧାରେ 'ଗୀତା ଗବେଷଣା ପରିଷଦ' ପ୍ରତିଷ୍ଠା କରି ଆଧ୍ୟାତ୍ମିକ ଭାବଧାରାର ପ୍ରସାର କରିଥିଲେ, ଖୋର୍ଦ୍ଧା ସହରର କେନ୍ଦ୍ର ସ୍ଥଳରେ 'ଗୀତାଭଜନ' ତାଙ୍କର ପ୍ରଗାଢ଼ ଉଦ୍ୟମ ଯୋଗୁଁ ପ୍ରତିଷ୍ଠିତ ହୋଇପାରିଥିଲା । ସେ ଭଗବାନ ତଥା ଭକ୍ତଙ୍କର ଗୁଣାବଳୀ ସଂଗ୍ରହ କରି ଏକ ପୁସ୍ତକ ରଚନା କରିଛନ୍ତି ।

ମହାନ୍ ଶିକ୍ଷାବିତ୍, କର୍ମଯୋଗୀ, ସମାଜ ସଂସ୍କାରକ, ଧର୍ମଜ୍ଞ, ନୀତିବାନ୍ ଦିବ୍ୟସିଂହ ପଟ୍ଟନାୟକ ଜୀବନର ଅନ୍ତିମକ୍ଷଣ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ଥିଲେ । କିନ୍ତୁ ୧୯୭୭ ମସିହା ଅଗଷ୍ଟ ୬ ତାରିଖ ଦିନ ହଠାତ୍ ଗୁରୁତର ଭାବେ ରକ୍ତଚାପ ରୋଗରେ ଆକ୍ରାନ୍ତ ହୋଇ ସେ ଦେହ ତ୍ୟାଗ କଲେ । କଥା ଓ କାର୍ଯ୍ୟ, ଆଦର୍ଶ ଓ କର୍ତ୍ତବ୍ୟ ମଧ୍ୟରେ ସମନ୍ୱୟ ଆଣିଥିବା ଦିବ୍ୟସିଂହ ପଟ୍ଟନାୟକ ଓଡ଼ିଶାର ଶିକ୍ଷକମଣ୍ଡଳୀର ଏକ ଅନିର୍ବାଣ ଆକୋକସ୍ତମ୍ଭ । ତାଙ୍କର କୃତି ଓ ସ୍କୃତି ଚିର ଅମ୍ଲାନ ଓ ଜାଜ୍ଜ୍ୱଲ୍ୟମାନ ।



୧୧୬

ଦେଶପ୍ରାଣ ଶିକ୍ଷକ ମଧୁସୂଦନ ମିଶ୍ର

ଶ୍ରୀ ଭାଗୀରଥି ନାୟକ


୧୯୩୮ ମସିହାର କଥା । ସେତେବେଳକୁ ବିଶ୍ୱବିଶ୍ରୁତ କୋଣାର୍କ ପରିତ୍ୟକ୍ତ ହୋଇ ନିକାଞ୍ଚନ ବାଲୁକା ପ୍ରାନ୍ତରରେ ଠିଆହୋଇଥାଏ । ସତେ କି ସେ ଓଡିଶାର ହୃତ ଗୌରବ କଥା ସ୍ମରଣ କରୁକରୁ ସମାଧିସ୍ଥ ହୋଇପଡିଥାଏ, ଚାରି ପାଖରେ ଭଗ୍ନ ପ୍ରଧାନ ମନ୍ଦିରର ପଥରଗଦା । ତାହାର ଉତ୍ତର ପୂର୍ବ ଦିଗରେ ପ୍ରାୟ ତିନି କିଲୋମିଟର ଦୂରରେ କୁରୁଜଇ ଗ୍ରାମରେ ସେ ଅଞ୍ଚଳରେ ଏକମାତ୍ର ମାଇନର ସ୍କୁଲ୍ । ସେଠାକୁ ବିସ୍ତୃତ ବାଲିପଡିଆରେ ଚଲାପଥ ବ୍ୟତୀତ ଗମନାଗମନାର ଅନ୍ୟ କୌଣସି ସୁବିଧା ନଥାଏ । ମୁଁ ସେତେବେଳେ ସେହି ସ୍କୁଲ୍‌ର ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥାଏ ।

ସେଦିନ ଥାଏ ଗଣେଶ ପୂଜା । ପୁରି, ଆଳୁଦମ୍‌ର ଭୋଜି ଖାଇସାରିଲା ବେଳକୁ ରାତି ହୋଇଯାଇଥାଏ । ପାଖ ଗାଁରୁ ସେ ଭୋଜିରେ ଯୋଗଦେଇଥିବା ଆମେ କେତେଜଣ ଛାତ୍ର ଘରକୁ ଫେରିବା ସମ୍ଭବ ହେଲା ନାହିଁ । ଗୋଟିଏ କ୍ଷୁଦ୍ର ଛାତ୍ରବାସ ଥିଲେ ହେଁ ସେଥିରେ ଆମପାଇଁ ସ୍ଥାନ ନଥିଲା । ପ୍ରଧାନ ଶିକ୍ଷକଙ୍କ ପରାମର୍ଶ ଅନୁଯାୟୀ ଆମ୍ଭେମାନେ ଗୋଟିଏ ଶ୍ରେଣୀ କକ୍ଷରେ ରାତ୍ରିଯାପନ କଲୁ । ସେ କୋଠରୀରେ ଚାଉଁ ଚାଉଁ ଲାଗୁଥାଏ; ନିଦ ହେଉ ନ ଥାଏ । ପ୍ରାୟ ରାତି ଅଧବେଳକୁ ଉପର ଶ୍ରେଣୀର କେତେଜଣ ଛାତ୍ର ଆମ୍ଭମାନଙ୍କୁ ଉଠାଇଲେ। ସେମାନେକହିଲେ, "ଗଣେଶ ଚତୁର୍ଥୀ ରାତି; ହରିତାଲିକା । ସେ ରାତିରେ ଛାତ୍ରମାନେ ଚୋରି କରିବାର ପରମ୍ପରା ରହି ଆସିଛି । ତେଣୁ ଚାଲ ସମସ୍ତେ ଯିବା, ଚୋରି କରିବା ।" ଚୋରୀ କଥା ଶୁଣି ଭାରି ଡର ଲାଗୁଥାଏ । ଆମ୍ଭମାନଙ୍କୁ ବାଧ୍ୟକରି ସେମାନେ ସାଙ୍ଗରେ ନେଲେ । ପାଖ ଗାଁରୁ କାନ୍ଧିଏ ବନ୍ତଳ କଦଳୀ ଓ କେତୋଟି କଖାରୁ ଆମେ ଚୋରେଇ ଆଣି ନିକଟସ୍ଥ ବାଲିପଡିଆରେ ପୋତି ପକାଇ ପୁଣି ଯାଇ ଶୋଇ ପଡିଲୁ ।

ସକାଳ ହେଲା । ଗ୍ରାମବାସୀମାନେ କଦଳୀ ଓ କଖାରୁ ଚୋରୀ ଛାତ୍ରମାନେ ହିଁ କରିଥିବେ ବୋଲି ସନ୍ଦେହ କଲେ । ବୋଧହୁଏ ପୂର୍ବ ବର୍ଷମାନଙ୍କରେ ଏପରି ଘଟିଥିବାରୁ ସନ୍ଦେହ କରିବା ସହଜ ହୋଇଥିଲା । ସେମାନେ ଆସି ପ୍ରଧାନ ଶିକ୍ଷକଙ୍କୁ ଜଣାଇଲେ ।

୧୧୭

ମୁଁ ସକାଳେ ଘରକୁ ଆସି ଗାଧୁଆ ପାଧୁଆ ସାରି ବିଦ୍ୟାଳୟରେ ପହଞ୍ଚିଲା ବେଳକୁ ସାଙ୍ଗମାନେ ବିଭିନ୍ନ ସ୍ଥାନରେ ଦଳବଳ ହୋଇ ଟୁପୁରୁଟାପୁର ହେଉଥିବାର ଦେଖିଲି । ଜାଣିବାକୁ ଡ଼େରି ଲାଗିଲା ନାହିଁ ଯେ ପ୍ରଧାନ ଶିକ୍ଷକ ଚୋରି କଥା ଜାଣିସାରିଛନ୍ତି । ଯେଉଁମାନଙ୍କର ବାଡ଼ିରୁ ଚୋରିଯାଇଛି, ସେମାନଙ୍କୁ ତାଙ୍କ ଜିନିଷର ଉଚିତ ମୂଲ୍ୟ ନିଜ ହାତରୁ ଦେଇ ସେ ବୁଝାଇ ଶୁଝାଇ ବିଦା କରିଦେଇଛନ୍ତି । ଚୋରି କରିଥିବା ଛାତ୍ରମାନେ ନିଜେ ଦୋଷ ସ୍ୱୀକାର ନ କରିବା ପର୍ଯ୍ୟନ୍ତ ଏବଂ ଜିନିଷ ଉଦ୍ଧାର ନ ହେବା ପର୍ଯ୍ୟନ୍ତ ସେ ଅନଶନ କରିଛନ୍ତି । ସକାଳୁ ଜଳ ମଧ୍ୟ ସ୍ପର୍ଶ କରି ନାହାନ୍ତି । କିନ୍ତୁ କିଏ ତାଙ୍କୁ ସତକଥା କହିବ? କାହାରି ସାହସ ହେଉ ନଥାଏ, ସେ ଜଣ ଜଣ କରି ଛାତ୍ର ମାନଙ୍କୁ ଡ଼ାକି ଅଭୟ ଦେଉଥାଆନ୍ତି ଯେ କଥାଟା ସତ ସତ ମାନିଗଲେ ସେ କାହାରିକୁ କୌଣସି ଦଣ୍ଡ ଦେବେ ନାହିଁ। ଅପର।ହ୍ନ ତିନିଟା ବାଜିଲା । ଶେଷକୁ ଆମ୍ଭେମାନେ ଥୟ ଧରି ରହିପାରିଲୁ ନାହିଁ, ତାଙ୍କ ପାଖକୁ ଯାଇ ସତକଥା ମାନିଗଲୁ । ଜିନିଷ ଯେଉଁଠାରେ ପୋତିଥିଲୁ, ଖୋଳି ବାହାର କଲୁ । ସେ ଆମ୍ଭମାନଙ୍କୁ ବୁଝାଇଲେ, ଚୋରି କରିବା ମହାପାପ । ଗଣେଶ ଚତୁର୍ଥୀ ତ ବିଦ୍ୟାଦାତାଙ୍କୁ ପୂଜା କରିବାର ଦିନ। ସେ ଦିନ ପବିତ୍ର ମନରେ ଆରାଧନା କଲେ ଗଣେଶ ସନ୍ତୁଷ୍ଟ ହୋଇ ବିଦ୍ୟାଦାନ କରନ୍ତି। ଚୋରି କଲେ ବାରବର୍ଷର ତପସ୍ୟା ଶୁଖୁଆପୋଡ଼ାରେ ଗଲାଭଳି ସମସ୍ତ ପବିତ୍ରତା ନଷ୍ଟ ହୁଏ । ଆମ୍ଭେମାନେ ଚୋରି କରିବୁ ନାହିଁ ବୋଲି ତାଙ୍କ ନିକଟରେ ଶପଥ କଲୁ । ପରିବାତକ ନେଇ ଭୋଜି କରିବାର ସମସ୍ତ ବ୍ୟବସ୍ଥା ସେ କରିଥିଲେ ଏବଂ ସମସ୍ତ ଖର୍ଚ୍ଚ ସେ ବହନ କରିଥିଲେ । ଛାତ୍ରମାନଙ୍କ ଚରିତ୍ରଗଠନ ପାଇଁ ପ୍ରଗାଢ଼ ଉଦ୍ୟମ କରୁଥିବା ଗାନ୍ଧୀବାଦୀ ଏହି ପ୍ରଧାନ ଶିକ୍ଷକ ହେଉଛନ୍ତି ମଧୁସୁଦନ ମିଶ୍ର । ସେ ତାଙ୍କର ତ୍ୟାଗପୂତ ଜୀବନ ଓ ଜନସେବା ନିମନ୍ତେ ଲୋକମାନଙ୍କ ଭିତରେ କାକଟପୁର ଗାନ୍ଧୀ ରୂପେ ପରିଚିତ ଥିଲେ ।

ତାଙ୍କର ଜନ୍ମ ୧୮୯୪ ମସିହା କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ପୁରୀ ଜିଲ୍ଲାର କାକଟପୁର ନିକଟସ୍ଥ "ଗଙ୍ଗାନାରାୟଣପୁର " ଗ୍ରାମର ଏକ କୁଳୀନ ବ୍ରାହ୍ମଣ ପରିବାରରେ । ସେ ନିଜ ଗାଁର ଚାଟଶାଳୀରେ ଅଧ୍ୟୟନ କରିବାପରେ କାକଟପୁର ଏମ୍.ଭି. ବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ। ସେତେବେଳେ ଦେଶରେ ଏମ୍.ଭି. (Middle Vernacular) ଓ ଏମ.ଇ. (Middle English) ଏହିପରି ଦୁଇପ୍ରକାର ବିଦ୍ୟାଳୟ ଥିଲା । ଏମ.ଭି. ସ୍କୁଲ୍‌ରେ ଇଂରାଜୀ ପଢ଼ାଯାଉନଥିଲା । ଏତିକି ବ୍ୟତୀତ ଏ ଦୁଇ ସ୍କୁଲ୍‌ର ପାଠ୍ୟକ୍ରମରେ ଅନ୍ୟ କୌଣସି ପ୍ରଭେଦ ନଥିଲା । ମଧୂସୂଦନ କାକଟପୁର ଏମ.ଭି. ସ୍କୁଲ୍‌ରୁ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ।

୧୧୮

ତାଙ୍କ ମନରେ ଉଚ୍ଚଶିକ୍ଷା ପାଇଁ ପ୍ରବଳ ପିପାସା ଥିଲା । ପୁରୀ ବ୍ୟତୀତ କାକଟପୁରର ପାଖ ଆଖରେ କୌଣସି ହାଇସ୍କୁଲ୍ ନଥିଲା । ପୁରୀରେ ପଢ଼ାଇବା ପାଇଁ ତାଙ୍କ ପିତାଙ୍କର ସମ୍ବଳ ନଥିଲା । ମଧୁଦୂଦନ ନୈରାଶ୍ୟ ଜର୍ଜରିତ ହୋଇ ଶେଷକୁ ବିଭୁକୃପା ଲାଭ କରିବା ପାଇଁ ମନସ୍ଥ କଲେ । ପୁରୀ ଯାଇ ଲୋକନାଥଙ୍କ ମନ୍ଦିରରେ ଅଧ୍ୟା ପଡ଼ିଲେ । ସାତଦିନ ପରେ ତାଙ୍କୁ ସ୍ୱପ୍ନାଦେଶ ହେଲା, "ତୁମେ ଆସନ୍ତା କାଲି ପ୍ରତ୍ୟୁଷରୁ କୂର୍ମ ପୋଖରୀରେ ସ୍ନାନ ସାରି ମୋତେ ଦର୍ଶନ କରି ସିଧା ସଳଖ ବଡ଼ ଦାଣ୍ଡକୁ ଯିବ। ଜଗନ୍ନାଥ ମନ୍ଦିର ସିଂହଦ୍ୱାର ଆଗରେ ଜଣେ ଶୁଶ୍ରୁଧାରୀ ଯୁବକଙ୍କୁ ଭେଟିବ । ସେ ତୁମର ପଢ଼ାଶୁଣାର ସମସ୍ତ ବ୍ୟବସ୍ଥା କରିଦେବେ ।"

ମଧୁସୂଦନ ପ୍ରତ୍ୟୁଷରୁ ଉଠି ତାହାହିଁ କଲେ । ଆଶ୍ଚର୍ଯ୍ୟ କଥା, ଠିକ୍ ଜଗନ୍ନାଥଙ୍କ ସିଂହଦ୍ୱାର ସମ୍ମୁଖରେ ଜଣେ ଶ୍ୱେତ ଖଦଡ଼ ପରିହିତ ଶୁଶ୍ରୁଧାରୀ ଯୁବକଙ୍କୁ ସେ ଦେଖିବାକୁ ପାଇଲେ । ସେ ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ସମସ୍ତ କଥା ଜଣାଇଲେ । ସେ ଯୁବକ ସିଂହଦ୍ୱାର ନିକଟରେ ବସିପଡ଼ି ଖଣ୍ଡିଏ ଚିଠି ଲେଖି ମଧୁସୂଦନଙ୍କୁ ଧରାଇଦେଇ ସାକ୍ଷୀଗୋପାଳ ଯିବା ପାଇଁ ନିର୍ଦ୍ଦେଶ ଦେଲେ । ମଧୁସୂଦନ ଚିଠିରୁ ଜାଣିଲେ, ସେ ଯୁବକ ହେଉଛନ୍ତି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓ ଚିଠିଟି ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଣ୍ଡିତ ନୀଳକଣ୍ଠ ଦାସଙ୍କ ନିକଟକୁ ଲେଖା ଯାଇଅଛି । ପ୍ରଗାଢ଼ ବିଶ୍ୱାସ ଥିଲେ କିପରି ଭଗବତ୍ କୃପା ଲାଭ ହୋଇଥାଏ, ଏହା ତାହାର ଏକ ଜ୍ୱଳନ୍ତ ନିଦର୍ଶନ ।

ପଣ୍ଡିତ ନୀଳକଣ୍ଠ ତାଙ୍କ ରହିବା ଖାଇବା ଆଦିର ସୁବନ୍ଦୋବସ୍ତ କରିଥିଲେ । ପ୍ରଥମ ଅବସ୍ଥାରେ ଛାତ୍ରାବାସରୁ ତାଙ୍କୁ ସାହାଯ୍ୟ ଦିଆଯାଇଥିଲା । କିନ୍ତୁ ପରେ ସେ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ସୂତାକଟା, କୃଷି ଆଦି କର୍ମରେ ସାହାଯ୍ୟ କରି ଯାହା ଆୟ କରିପାରୁଥିଲେ, ସେଇଥିରେ ଚଳିବା ପାଇଁ ଅଭ୍ୟାସ କରିଥିଲେ । ଇଂରାଜୀ ଜାଣି ନଥିବାରୁ ତାଙ୍କୁ ଗୋଟିଏ ବର୍ଷ ଇଂରାଜୀ ପଢ଼ିବା ପରେ ହାଇସ୍କୁଲରେ ନାମଲେଖାଇବାକୁ ପଡ଼ିଥିଲା ।

ଏଠାରେ ପଣ୍ଡିତ ନୀଳକଣ୍ଠ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ କୃପାସିନ୍ଧୁ ମିଶ୍ର, ଆଚାର୍ଯ୍ୟ ହରିହର ଓ ପଣ୍ଡିତ ବାସୁଦେବ ମହାପାତ୍ର ପ୍ରଭୃତି ପ୍ରସିଦ୍ଧ ଜ୍ଞାନୀ, ଦେଶସେବକ ଶିକ୍ଷାବିଦ୍‌ମାନଙ୍କ ସଂସ୍ପର୍ଶରେ ସେ ଆସିଥିଲେ । ଏମାନଙ୍କର ଜ୍ଞନାନୁସନିତ୍ସା ଦେଶପ୍ରେମ ଓ ଉତ୍ସର୍ଗୀକୃତ ଜୀବନର ପ୍ରଭାବ ତାଙ୍କ ମନରେ ଗଭୀର ରେଖାପାତ କରିଥିଲ।

ଯେଉଁ କୋଣାର୍କ ଯାତ୍ରା ପଣ୍ଡିତ ନୀଳକଣ୍ଠଙ୍କ ମନରେ 'କୋଣାର୍କ' ପରି ଅନୁପମ କାବ୍ୟର ବୀଜ ବପନ କରିଥିଲା, ମଧୁସୂଦନ ସେହି ଯାତ୍ରାରେ ତାଙ୍କର ସହିତ ଯାଇଥିଲେ ।

୧୯୯

'ରାମଚଣ୍ଡୀଠାରେ ରାତ୍ରି' ଅଧ୍ୟାୟରେ ବର୍ଣ୍ଣିତ ବିଷୟସବୁ ପରେ କାବ୍ୟରୂପ ପାଇଥିଲେ ହେଁ ସେଦିନ ବର୍ଷଣମୁଖର ରାତ୍ରିରେ ନୀଳକଣ୍ଠ କୋଣାର୍କ ଓ ଓଡ଼ିଶାର ଗୌରବାବହ ଇତିହାସ ଛାତ୍ରମାନଙ୍କ ନିକଟରେ ବର୍ଣ୍ଣନା କରିଥିଲେ । ମଧୁସୂଦନ ପଣ୍ଡିତ ନୀଳକଣ୍ଠ ଓ ଆଚାର୍ଯ୍ୟ ହରିହରଙ୍କ ସହ ଖଣ୍ଡଗିରି ଓ ଧଉଳିଗିରି ଦେଖିବାକୁ ଯାଇଥିଲେ । ସେତେବେଳେ ଆଜିକାଲି ପରି ସେଠାକୁ ରାସ୍ତା ତିଆରି ହୋଇ ନଥିଲା, ଯାନବାହନ ଯିବାର ପ୍ରଶ୍ନ ନଥିଲା । ସେମାନେ ସମସ୍ତେ ପଦଯାତ୍ରା ହିଁ କରିଥିଲେ । ଠିକ୍ ବାହାରିବା ପୂର୍ବରୁ ଆଚାର୍ଯ୍ୟ ହରିହରଙ୍କର ପତ୍ନୀ ବିୟୋଗ ଘଟିଥିଲା, କିନ୍ତୁ ଆଚାର୍ଯ୍ୟ ହରିହର ତିଳେମାତ୍ର ବିଚଳିତ ନ ହୋଇ ଛାତ୍ରମାନଙ୍କ ଗହଣରେ ଯାତ୍ରା କରିଥିଲେ। ଏପରି କର୍ତ୍ତବ୍ୟବୋଧ କ୍ୱଚିତ୍ ଦେଖାଯାଇଥାଏ । ଏହାର ପ୍ରଭାବ ମଧୁସୂଦନଙ୍କ ଚରିତ୍ର ଉପରେ ପଡ଼ିଥିଲା ଏବଂ ପରବର୍ତ୍ତୀ ଜୀବନର ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜର ପାରିବାରିକ ସୁଖକୁ ପଛରେ ପକାଇ ଦେଶ ଓ ଦଶର ସେବାରେ ସେ ନିଜକୁ ନିୟୋଜିତ କରିଥିଲେ ।

ଏହି ସମୟରେ ପି.ଏନ୍.ଶଙ୍କର ନାରାୟଣ ନାୟାର ନାମକ ଜଣେ ତାମିଲ ଧର୍ମପ୍ରାଣ ଶିକ୍ଷକ ଏହି ବିଦ୍ୟାଳୟରେ ଯୋଗଦେଇଥିଲେ । ତାଙ୍କର ସଂସ୍କୃତ ସାହିତ୍ୟରେ ଗଭୀର ପାଣ୍ଡିତ୍ୟ ଥିଲା। ସେ ପ୍ରତିଦିନ ଭାଗବତ ପାଠ କରୁଥିଲେ , ମଧୁସୂଦନ ତାଙ୍କ ନିକଟରେ ସଂସ୍କୃତ ଭାଗବତ ଅଧ୍ୟୟନ କରି ଜୀବନର ଶେଷ ଦିନ ପର୍ଯ୍ୟନ୍ତ ପ୍ରତ୍ୟୁଷରୁ ସ୍ନାନ ପୂର୍ବକ ଭାଗବତ ଅଧ୍ୟୟନ କରୁଥିଲେ । କୁରୁଜଙ୍ଗଠାରେ ପ୍ରଧାନ ଶିକ୍ଷକ ହେବା ସମୟରେ ସେ ପ୍ରାତଃସ୍ନାନ ସମାପନ ପରେ ଗୋଟିଏ ନିର୍ଜନ ଶ୍ରେଣୀ କକ୍ଷରେ ବସି ସଂସ୍କୃତ ଭାଗବତ ପାଠକରିବାର ଏ ଲେଖକ ଦେଖିଛି ।

୧୯୧୮ ମସିହାରେ ସେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ଏଣ୍ଟ୍ରାନ୍ସ ପାସ କରି ଉଚ୍ଚଶିକ୍ଷା ନିମନ୍ତେ ଟ୨୦,୦୦ ବୃତ୍ତିପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ମିତବ୍ୟୟୀ ମଧୁସୂଦନ ଏହି ବୃତ୍ତି ପାଇ ରେଭେନ୍ସା କଲେଜର ଏଫ.ଏ. ଶ୍ରେଣୀରେ ଅଧ୍ୟୟନ କରିବାକୁ ଲାଗିଲେ । ୧୯୨୦ ମସିହା ଏଫ.ଏ. ଶ୍ରେଣୀର ଶେଷ ବର୍ଷ । ମାତ୍ର ଦୁଇମାସ ପରେ ସେ ପରୀକ୍ଷା ଦେଇ କୃତିତ୍ୱର ସହ ପାସ କରିଥାଆନ୍ତେ । ମାତ୍ର ସେତିକିବେଳେ ମହାତ୍ମାଗାନ୍ଧୀ ଅସହଯୋଗ ଆନ୍ଦୋଳନ ଆରମ୍ଭ କଲେ । ଦେଶରେ ଅଭୁତପୂର୍ବ ଜାଗରଣ ଦେଖାଦେଲା । ଦେଶପ୍ରେମର ବନ୍ୟାରେ ଦେଶସାରା ପ୍ଳାବିତ ହୋଇଉଠିଲା । ମଧୁସୁଦନ ନିଜର ତଥା ପରିବାରର ଭବିଷ୍ୟତକୁ ପଛରେ ପକାଇ ଗ୍ରହଣ କରିଥିଲେ ଦେଶସେବାର ପବିତ୍ର ଆହ୍ୱାନ । ପଣ୍ଡିତ ଗୋପବନ୍ଧୁ, ଆଚାର୍ଯ୍ୟ ହରିହର ପ୍ରଭୃତିଙ୍କର କର୍ତ୍ତବ୍ୟବୋଧ ତାଙ୍କର ହୃଦୟକୁ ଆଲୋଡ଼ିତ କରିଥିଲା । ସେ ଅସହଯୋଗ ଆନ୍ଦୋଳନରେ ଝାସ ଦେଲେ । ଗୋପବନ୍ଧୁଙ୍କ ନେର୍ଦ୍ଦେଶରେ

୧୨୦

ପ୍ରଥମେ ସେ ବାଲେଶ୍ୱରର ଧୁଷୁରୀ, ଧାମନଗର ପ୍ରଭୃତି ଅଞ୍ଚଳରେ ଅସହଯୋଗ ଆନ୍ଦୋଳନର ବାର୍ତ୍ତା ପ୍ରଚାର କରିଥିଲେ । ପରେ ୧୯୨୧ ମସିହାରେ ଗୋପବନ୍ଧୁଙ୍କ ନିର୍ଦ୍ଦେଶରେ କାକଟପୁର, ଗୋପ, ନିମାପଡ଼ା, ପ୍ରଭୃତି ଅଞ୍ଚଳରେ କଂଗ୍ରେସର ବାର୍ତ୍ତା ପ୍ରଚାର କରିଥିଲେ ।

୧୯୩୦ ମସିହାରେ ବାଲେଶ୍ୱର ଇଞ୍ଚୁଡ଼ିଠାରେ ଅନୁଷ୍ଠିତ ଲବଣ ସତ୍ୟାଗ୍ରହରେ ସେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କାକଟପୁର ଅଞ୍ଚଳରେ ଏହି ସତ୍ୟାଗ୍ରହ ପାଇଁ ଏକ ଶିବିର ସ୍ଥାପିତ ହୋଇଥିଲା । ସେଠାରୁ ସତ୍ୟାଗ୍ରହୀମାନେ ଯାଇ କୁହୁଡ଼ି ପଡ଼ିଆଠାରେ ଲୁଣମାରି କାରାବରଣ କରିଥିଲେ । ପଣ୍ଡିତ ନୀଳକଣ୍ଠ, ଜଗନ୍ନାଥ ରଥ ପ୍ରଭୃତି ଏହାର ନେତୃତ୍ୱ ନେଇଥିଲେ । ମଧୁସୂଦନ ପ୍ରଥମ ଦଳରେ ସତ୍ୟାଗ୍ରହ କରି କାରାବରଣ କରିଥିଲେ। ସେ ସମୟରେ ସ୍ୱାୟତ୍ତଶାସନ ବ୍ୟବସ୍ଥା କାର୍ଯକାରୀ ହେବାରୁ ଜିଲ୍ଲାବୋର୍ଡ଼ ସବୁ ଗଠିତ ହୋଇଥିଲା । ପୁରୀ ଜିଲ୍ଲାବୋର୍ଡ଼ ଲାଗି ଯେଉଁ ନିର୍ବାଚନ ହୋଇଥିଲା, ତାହାର ସଭ୍ୟ ପାଇଁ ମଧୁସୂଦନ ପ୍ରାର୍ଥୀ ହୋଇଥିଲେ । ଲୋକମାନଙ୍କ ମନରେ ତାଙ୍କ ପ୍ରତି ଏପରି ମମତା ସୃଷ୍ଟି ହୋଇଥିଲା ଯେ ସେ ଜେଲରେ ଥିବା ସମୟରେ ବିନା ପ୍ରଚାରରେ ଜୟଯୁକ୍ତ ହୋଇଥିଲେ । ଖଲାସ ହୋଇ ସେ ପୁନଶ୍ଚ ଲୋକସେବାରେ ମନୋନିବେଶ କରିଥିଲେ ।

୧୯୩୩ ମସିହାରେ କାକଟପୁର ଅଞ୍ଚଳରେ ଭୟାବହ ବନ୍ୟା ହୋଇଥିଲା ଅନେକ ଆଡ଼ୁ ଗାଈଗୋରୁ ଭାସିଆସି ଢ଼ିପ ସ୍ଥାନମାନଙ୍କରେ ଲାଗିଥିଲେ । ସେମାନଙ୍କର ଥଇଥାନ ପାଇଁ ମଧୁସୂଦନ କୋଣାର୍କ ଠାରେ ଏକ ଗୋଶାଳା ପ୍ରତିଷ୍ଠା କରିଥିଲେ । ଏବେ କୋଣାର୍କର ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ ଯେଉଁଠାରେ ଅଛି, ତାହାରି ପଛପଟେ ଏକ ବାଲିବନ୍ତ(କୁଦ) ଉପରେ ଗୋଶାଳାଟି ଅବସ୍ଥିତ ଥିଲା । କିଛିକାଳ ପରେ ବଜ୍ରପାତରେ ସେ ଗୋଶାଳାଟି ଭାଙ୍ଗିଯାଇଥିଲା ଓ ତାଙ୍କର ଅତି ଆଦରର ବିଧବା ଭଉଣୀ ପ୍ରାଣତ୍ୟାଗ କରିଥିଲେ । ଏହା ସତ୍ତ୍ୱେ ମଧୁସୂଦନ ଜନସେବା ବ୍ରତରୁ ଓହରି ଯାଇ ନଥିଲେ।

୧୯୩୭-୩୮ ମସିହାରେ ସେ କାକଟପୁର, ପାଟୋନଦା ଓ କୁରୁଜଙ୍ଗ ମି.ଇ. ସ୍କୁଲ୍‌ମାନଙ୍କରେ ଶିକ୍ଷକତା କରିଥିଲେ । ୧୯୩୮ ମସିହାରେ କରୁଜଙ୍ଗ ମାଇନର ସ୍କୁଲ୍‌ର ପରିଚାଳନା କମିଟର ଅନୁରୋଧ କ୍ରମେ ସେ ପ୍ରଧାନଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିଲେ ଓ ସତ୍ୟବାଦୀ ବନ ବିଦ୍ୟାଳୟ ଢ଼ାଞ୍ଚାରେ ବିଦ୍ୟାଳୟକୁ ଗଠନ କରିବା ନିମନ୍ତେ ସର୍ବଦା ଚେଷ୍ଟିତ ଥିଲେ ।

୧୨୧

ତାଙ୍କର ବ୍ୟକ୍ତିଗତ ଜୀବନଯାପନ ପ୍ରଣାଳୀ ଆଦର୍ଶ ସ୍ଥାନୀୟ ଥିଲା । ପ୍ରତିଦିନ ପ୍ରତ୍ୟୁଷରୁ ଶଯ୍ୟାତ୍ୟାଗ କରି ସେ ମୂଳ ସଂସ୍କୃତ ଭାଗବତ ଓ ବାଲ୍ମୀକି ରାମାୟଣ ପାଠ କରୁଥିଲେ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଖଦଡ଼ ପିନ୍ଧୁଥିଲେ । ସରଳ ଜୀବନ ଯାପନ ଓ ଭଗବତ୍ ଚିନ୍ତା ତାଙ୍କ ଜୀବନର ମୂଳମନ୍ତ୍ର ଥିଲା।

ତାଙ୍କର ଶିକ୍ଷାଦାନ ପଦ୍ଧତି ଥିଲା ଉଚ୍ଚକୋଟୀର । ପ୍ରତ୍ୟେକ ଛାତ୍ର ବା ଛାତ୍ରୀ ଯେପରି ସେ ପଢ଼ାଉଥିବା ପାଠ ସହଜରେ ବୁଝିପାରିବେ, ସେଥିପାଇଁ ସେ ସର୍ବଦା ଚେଷ୍ଟା କରିଥିଲେ । ସବୁଠାରୁ ଦୁର୍ବଳ ପିଲା ନ ବୁଝିବା ପର୍ଯ୍ୟନ୍ତ ସେ ଛାଡ଼ୁ ନଥିଲେ । ଶ୍ରେଣୀ କକ୍ଷରେ ପାଠ୍ୟୋପକରଣର ସଦୁପଯୋଗ ଉପରେ ସେ ଗୁରୁତ୍ୱ ଦେଉଥିଲେ। ତାଙ୍କ ସମୟରେ ଭୁଗୋଳ ଶିକ୍ଷକ ଶ୍ରେଣୀକୁ ମାନଚିତ୍ର ବା ଗ୍ଲୋବ୍ ନେଇଯାଉଥିଲେ । ଓଡ଼ିଶା ପ୍ରଦେଶ ଗଠିତ ହେବାର ଅଳ୍ପକାଳ ହୋଇଥାଏ , ନୂତନ ଓଡ଼ିଶାର ମାନଚିତ୍ର ଯେପରି ସବୁଶ୍ରେଣୀର ପିଲା ଦେଖନ୍ତି ଓ ସେ ମାନଚିତ୍ର ଅଙ୍କନ କରିବାକୁ ଶିଖନ୍ତି, ସେଥିପାଇଁ ସେ ଶିକ୍ଷକମାନଙ୍କୁ ପ୍ରବର୍ତ୍ତାଉଥିଲେ । ବିଦ୍ୟାଳୟ ଗୃହ ସମ୍ମୁଖରେ ଭାରତ ଓ ଓଡ଼ିଶାର ଉଚ୍ଚାବଚ (ରିଲିଫ୍) ମାନଚିତ୍ର ପ୍ରସ୍ତୁତ କରାଯାଇଥିଲା ।

ବିଦ୍ୟାଳୟର ପରିବେଶକୁ ସୁନ୍ଦର କରିବା ପାଇଁ ତାଙ୍କର ଅବିରାମ ଚେଷ୍ଟା ଚାଲିଥିଲା । ହତା ଭିତରେ ସୁନ୍ଦର ବଗିଚାଟିଏ କରିବାର ବ୍ୟବସ୍ଥା ସେ କରିଥିଲେ । ବଗିଚାକୁ ଚାରୋଟି ଭାଗରେ ବିଭକ୍ତ କରି ପ୍ରତ୍ୟେକ ଭାଗକୁ ଗୋଟିଏ ଶ୍ରେଣୀର ଛାତ୍ରମାନଙ୍କୁ ଦିଆଯାଉଥିଲା । ଛାତ୍ରମାନେ ଯେଉଁ ଫୁଲ ବା ପରିବା ଚାଷ କରିବାକୁ ଚାହିଁବେ, ସେଥିପାଇଁ ଚାରା ବା ମଞି ପ୍ରଧାନ ଶିକ୍ଷକ ଯୋଗାଡ଼ କରି ଦେଉଥିଲେ । ପାଠପଡ଼ା ପରେ ଛାତ୍ରମାନେ ପ୍ରାୟ ଅଧଘଣ୍ଟାଏ ବଗିଚା କାମ କରୁଥିଲେ।

ଅବସର କାଳରେ ସେ କେତେକ ଆଗ୍ରହୀ ପିଲାମାନଙ୍କୁ ଉଚ୍ଚାଙ୍ଗସାହିତ୍ୟ ପଢ଼ି ବୁଝାଉଥିଲେ। ବିଶ୍ୱକବି ରବୀନ୍ଦ୍ର ନାଥ ଙ୍କ "ଗୀତାଞ୍ଜଳି"ର କବିତା ଗୁଡ଼ିକ ସେ ନିଜେ ଆବୃତ୍ତି କରି ବୁଝାଉଥିଲେ । ତାଙ୍କର ଆବୃତ୍ତିର ଶୈଳୀ ଥିଲା ଅତ୍ୟନ୍ତ ଆକର୍ଷଣୀୟ । ସେ ଯେତେବେଳେ ଗାଉଥିଲେ, " କତ ଅଜାନାରେ ଜାନାଇଲେ ତୁମି" ବା " ଆଜି ବସନ୍ତ ଜାଗ୍ରତ ଦ୍ୱାରେ" ପରି କବିତା, ସେତେବେଳେ ସେ ଭାବବିହ୍ୱଳ ହୋଇଯାଉଥିଲେ। ସେ କବିତା ଆବୃତ୍ତି କରିବାର ସ୍ୱର ଏବେ ବି ମନ ଭିତରେ ଗୁଞ୍ଜରଣ ସୃଷ୍ଟି କରିଥାଏ ।

୧୨୨

କୌଣସି ଛାତ୍ର ଛାତ୍ରବାସରେ ହେଉ ବା ଘରେ ହେଉ, ବେମାର ପଡ଼ିଲେ ସେ ତା'ର ଚିକିତ୍ସା ଓ ସେବାପାଇଁ ତତ୍ପର ହୋଇ ଉଠୁଥିଲେ । ସେ କାଳରେ ସେ ଅଞ୍ଚଳରେ ଡ଼ାକ୍ତରଖାନା ନ ଥାଏ । ମଧୁସୂଦନ ହୋମିଓପାଥିକ ଚିକିତ୍ସା ଜାଣିଥିଲେ ଓ ଗୋଟିଏ ବାକ୍ସରେ ଔଷଧ ସବୁ ରଖୁଥିଲେ । ତାହାରି ସାହାଯ୍ୟରେ ସେ ନିଜେ ଚିକିତ୍ସା କରି ସଫଳକାମ ହେଉଥିଲେ । କେବଳ ଛାତ୍ରମାନେ ନୁହନ୍ତି, ଅନ୍ୟ ଯେ କୌଣସି ରୋଗୀ ତାଙ୍କ ପାଖରେ ପହଞ୍ଚିଲେ ସେ ଆଗ୍ରହର ସହିତ ତାହାର ଚିକିତ୍ସା କରୁଥିଲେ । କହିବା ବାହୁଲ୍ୟ, ଚିକିତ୍ସା ତ ଦୂରର କଥା ଔଷଧ ପାଇଁ ମଧ୍ୟ କାହାରିଠାରୁ ସେ ପଇସାଟିଏ ଗ୍ରହଣ କରୁ ନ ଥିଲେ ।

ତାଙ୍କର ଗଭୀର ଧର୍ମ ବିଶ୍ୱାସ ଥିଲା ଏହା କିନ୍ତୁ ସାମ୍ପ୍ରଦାୟିକତା ଓ କୁସଂସ୍କାର ଠାରୁ ଥିଲା ବହୁଦୂରରେ । ସେ ଆଜୀବନ ନିରାମିଷାଶୀ ଥିଲେ , କିନ୍ତୁ ଆମିଷ ଆହାରକୁ ବା ଆମିଷାଶୀକୁ ଘୃଣା କରୁନଥିଲେ ।

ତାଙ୍କ ଅବସ୍ଥାନ କାଳରେ କୁରୁଜଙ୍ଗ ମାଇନର ସ୍କୁଲ୍‌ରେ ଗୋଟିଏ ପୁରସ୍କାର ବିତରଣୀ ସଭାର ଆୟୋଜନ କରାଯାଇଥିଲା । ଅଳ୍ପ ସମ୍ବଳ ମଧ୍ୟରେ ସୁନ୍ଦର ସଭା ଆୟୋଜିତ ହୋଇଥିଲା । ସ୍ଥାନୀୟ ଭଦ୍ରବ୍ୟକ୍ତି, ଛାତ୍ରଛାତ୍ରୀମାନଙ୍କର ଅଭିଭାବକ ଓ ପୂର୍ବତନ ଛାତ୍ରମାନେ ନିମନ୍ତ୍ରିତ ହୋଇ ସେ ସଭାରେ ଯୋଗଦାନ କରିଥିଲେ । ସେ ଦିନ ସେ ଯେଉଁ ଆବେଗପୁର୍ଣ୍ଣ ଭାଷଣଟିଏ ଦେଇଥିଲେ, ତାହା ସମସ୍ତଙ୍କ ମନକୁ ସ୍ପର୍ଶ କରିଥିଲା । ମୋର ମେନହୁଏ, ଷାଠିଏ ବର୍ଷ ବିତିଯାଇଥିଲେ ମଧ୍ୟ ସେପରି ଉତ୍ସବଟିଏ ସେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇପାରି ନାହିଁ ।

ଛାତ୍ରମାନଙ୍କ ପ୍ରତି ତାଙ୍କର ସ୍ନେହ ଥିଲା ପ୍ରଗାଢ଼ । ଏ ଲେଖକ ପୁରୀରେ ଶିକ୍ଷା- ମଣ୍ଡଳାଧିକାରୀ ଥିବା ସମୟରେ ସେ ଥରେ ସେଠାରେ ପ‌ହଞ୍ଚିଥିଲେ । ସେତେବେଳକୁ ଜରାଗ୍ରସ୍ତ ହୋଇ ପଡ଼ିଥାଅନ୍ତି । ତାଙ୍କର ମୁହଁଟି ବେକଠାରୁ ବାମ‌ପାଖକୁ କିଞ୍ଚିତ ଢ଼ଳି ପଡ଼ିଥାଏ । ଏ ବୟସରେ କଷ୍ଟକରି ଆସିବାର କାରଣ ପଚାରିବାରୁ ସେ କ‌ହିଲେ, "ତ‌ତେ ଟିକିଏ ଦେଖିବାକୁ ଆସିଲି । କର୍ତ୍ତବ୍ୟଚ୍ୟୁତ ହେବୁ ନାହିଁ ।" ଶିକ୍ଷକଙ୍କଠାରୁ ଆଉ ଅଧିକ କ'ଣ ଆଶା କରାଯାଇପାରେ !!

ସେ ୮୪ ବର୍ଷ ବୟସରେ ୧୯୭୮ ମସିହାରେ ଇହଲୀଳା ସମ୍ବରଣ କଲେ । ମର ଶରୀରର ବିଲୟ ଘଟିଥିଲେ ମଧ୍ୟ ତାଙ୍କର ଆଦର୍ଶ ଜୀବନ, ନୈତିକତା, ଜନସେବା ଓ ଛାତ୍ରବତ୍ସଳତା ଚିର ସ୍ମରଣୀଯ ହୋଇ ରହିବ । ତାଙ୍କ ମରଣ, ଜୀବନର ଅବସାନ ମାତ୍ର ନୁହେଁ, କବିଙ୍କ ଭାଷାରେ "ଅମୃତର ସୋପାନ" ।

୧୨୩





ଛାତ୍ର ବତ୍ସଳ ଶିକ୍ଷକ
ରଙ୍ଗାଧର ମିଶ୍ର

ଶ୍ରୀ ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀ



ସେଦିନ ଥାଏ ରବିବାର । ଉପରବେଳା ପ୍ରାୟ ସାଢେ ଚାରିଟା ସମୟରେ, ଜାନୁଆରୀ ମାସର ଏକ ଶୀତୁଆ ଅପରାହ୍ନ । ଚମ୍ପୁଆ ଅଞ୍ଚଳର ଦୁଇଜଣ ଛାତ୍ର ଆସି ପହଞ୍ଚିଲେ ଗିବ୍‌ସନ୍ ହାଇସ୍କୁଲ୍‌ରେ । ସେଇଠି ସେମାନେ ନାଆଁ ଲେଖାଇ ପାଠ ପଢିବେ । ସାଙ୍ଗରେ ଆଣିଛନ୍ତି ବିଛଣା ପତ୍ର, ସୁଟ୍‌କେସ୍ ଭିତରେ ନିଜର ଲୁଗାପଟା, ଟ୍ରାନ୍ସଫର୍ ସାର୍ଟିଫିକେଟ ଆଦି । ରବିବାର ଦିନ ସ୍କୁଲରେ ଶିକ୍ଷକ, କିରାଣୀ ବା ପିଅନ କେହି ଅବା କାହିଁକି ରହନ୍ତେ ? ସ୍କୁଲ୍ ମଧ୍ୟ ଭାଗରେ ବଗିଚା । ସେଇଠି ଜଣେ ଗୌର ବର୍ଣ୍ଣର ବାଙ୍ଗରା ଲୋକ ଘାସ କାଟୁଥାନ୍ତି । ପିଲା ଦୁହିଁଙ୍କୁ ଦେଖି ସେ ଜାଣିପାରିଲେ, ସେମାନେ ସ୍କୁଲ୍‌ରେ ନୂଆ କରି ନାଆଁ, ଲେଖାଇବେ । ସେ ପିଲାଙ୍କୁ କିଛି ପଚାରିବା ଆଗରୁ ପିଲା ଦିଜଣ ତାଙ୍କୁ ପଚାରିଲେ- "ଏଠି ହଷ୍ଟେଲ୍ ସୁପରିଣ୍ଟେଣ୍ଡେଣ୍ଟ୍‌ଙ୍କ ବସା କେଉଁଠି, କହିପାରିବେ କି ?" ଘାସ କଟା ଛାଡି ସେ ପିଲାଙ୍କୁ ନେଇ ହଷ୍ଟେଲକୁ ଯାଇ ସେ


୧୨୪

ଦୁହିଁଙ୍କୁ ଦୁଇଟି ଖଟ ଦେଖାଇ ଦେଲେ । କହିଲେ , " ବାବା, ତୁମେ ଏଇଠି ରହିବ, ତୁମ ପାଇଁ ଚାଉଳ ପକାଇବାକୁ ମୁଁ ହଷ୍ଟେଲ ପୁଝାରୀଙ୍କୁ କହିଦେଇଛି । ଆସନ୍ତା କାଲି ତୁମର ନାମ ଲେଖା ସରିଲେ ହଷ୍ଟେଲ୍‌ରେ ନିୟମିତ ସିଟ୍ ପାଇବ ।" ପିଲା ଦୁଇଟିଙ୍କ ମନରେ ସନ୍ଦେହର ଛାୟା ଢ଼ାଙ୍କି ହୋଇଗଲା, କିଏ ଏ ଘାସ କଟାଳି ? ତାଙ୍କୁ ଅଯାଚିତ ଭାବେ ଏତେଦୂର ସାହାଯ୍ୟ କଲେ ? ସଂଧ୍ୟା ପୂର୍ବରୁ ଲଣ୍ଠନ ସବୁ ଲାଗିଗଲା, ପ୍ରାର୍ଥନା ପୂର୍ବରୁ ସେଇ ଘାସ କାଟୁଥିବା ଲୋକ ଜଣକ ହଷ୍ଟେଲ ହାଜିରା ଖାତାଧରି ଯେତେବେଳେ ପହଞ୍ଚି ପିଲାଙ୍କ ଉପସ୍ଥାନ ନେଲେ ସେତେବେଳେ ନବାଗତ ଛାତ୍ର ଦୁଇଜଣ ଅନୁମାନ କରିନେଲେ ଏ ନିଶ୍ଚୟ ହେଉଛନ୍ତି ଗିବ୍‌ସନ୍ ହାଇସ୍କୁଲର ସଂସ୍କୃତ ପଣ୍ଡିତେ । ତାଙ୍କ ନିଷ୍ଠା, ଛାତ୍ରବତ୍ସଳତା କେନ୍ଦୁଝରର କୋଣେ ଅନୁକୋଣେ ସର୍ବତ୍ର ଆଲୋଚିତ ହୁଏ । ଏମାନେ ମଧ୍ୟ ତାଙ୍କ ନାଆଁ ଗାଆଁରୁ ଶୁଣି ଆସିଥିଲେ। ଏଭଳି ଶିକ୍ଷକଙ୍କୁ ନମସ୍କାର ମଧ୍ୟ କରିପାରି ନ ଥିବାରୁ ସେ ଦୁହେଁ ଖୁବ୍ ଲଜ୍ଜା ତଥା ଦୁଃଖ ଅନୁଭବ କଲେ । କିନ୍ତୁ ଅହଙ୍କାର ଶୂନ୍ୟ ପଣ୍ଡିତଙ୍କର ଏସବୁ କଥା ମନରେ ନଥାଏ । ପିଲା ଦୁହେଁ ନାଆଁ ଲେଖାଇ ପଢ଼ିଲେ, ହଷ୍ଟେଲରେ ମଧ୍ୟ ରହିଲେ । ସେହି ଘାସ କାଟୁଥିବା ବାଙ୍ଗରା ମଣିଷଟି ହେଉଛନ୍ତି ଆଦର୍ଶ ଛାତ୍ର ବତ୍ସଳ, ଶିକ୍ଷକ ପଣ୍ଡିତ ରଙ୍ଗାଧର ମିଶ୍ର।

ଆନନ୍ଦପୁରର ବଲଭଦ୍ରପୁର ଶାସନ । ସେଠାକାର କାମପାଳ ମିଶ୍ର ପୋଷ୍ୟପୁତ୍ର ହୋଇଆସିଥଲେ ଭୋଳନୂଆଗାଁ ଗଦାଧରପୁର ଶାସନର ପ୍ରଖ୍ୟାତ ରଥ ବଂଶରୁ । ୧୯୦୫ ମସିହା ଅପ୍ରେଲ ମାସ ୨୪ ତାରିଖରେ କାମପାଳଙ୍କର ଜ୍ୟେଷ୍ଠପୁତ୍ର ଭାବେ ଜନ୍ମ ହୋଇଥଲେ ରଙ୍ଗାଧର। ନନା ବୋଉଙ୍କ ସ୍ନେହଶ୍ରଦ୍ଧା ସାଇପଡ଼ିଶାଙ୍କର ଆଦରରେ ସେ ଦିନକୁ ଦିନ ବଡ଼ ହେଲେ, ଖଡ଼ି ଛୁଇଁଲେ । ଅବଧାନଙ୍କ ପାଖରେ ବ୍ରହ୍ମା, ବିଷ୍ନୁ, ମହେଶ୍ୱର ମୁଣ୍ଡୁଳା ମଡ଼େଇ ଖଡ଼ିପାଠ, ଅଙ୍କ, ଓଡ଼ାଙ୍କ, ଫେଡ଼ାଙ୍କ, ପଣକିଆ, କଡ଼ାପଣକିଆ ଆଦି ସାଙ୍ଗକୁ ବନ୍ଦଇ ହରି-ଦେବ-ମୁରାରି ଇମିତି କେତେଗୀତ ଶିଖିସାରି ପଢା ଆରମ୍ଭ କଲେ ନିୟମିତ ଭାବେ, ଆନନ୍ଦପୁର ମଡ଼େଲ ନିମ୍ନ ପ୍ରାଥମିକ ବିଦ୍ୟଳୟରେ । ପ୍ରାଥମିକ ପାଠ ସରିବା ପରେ ସେ ଆନନ୍ଦପୁର ମଧ୍ୟ ଇଂରାଜୀ ବିଦ୍ୟାଳୟରୁ ପାସ କଲେ । ନିମ୍ନ ପ୍ରାଥମିକ ସ୍କୁଲ୍ ଓ ଆନନ୍ଦପୁର ମାଇନର ସ୍କୁଲ୍‌ର କୃତୀ ଛାତ୍ରଭାବେ ଛାତ୍ରବୃତ୍ତି ପାଇଲେ । ମାଇନର ପରେ ସେ କେଉଁଠି ପଢ଼ିବେ ? ସେତେବେଳେ କେନ୍ଦୁଝର ଗଡ଼ଜାତରେ ହାଇସ୍କୁଲ୍ ନଥାଏ । ଏଣ୍ଟ୍ରାନ୍ସ ପଢ଼ିବାକୁ ହେଲେ କଟକ କିମ୍ବା ଭଦ୍ରକ ଯିବାକୁ ହେବ । ପଢ଼ା ଖର୍ଚ୍ଚ ତୁଲାଇବାକୁ କାମପାଳ ମିଶ୍ରେ ସକ୍ଷମ ନୁହନ୍ତି । ସେତେବେଳକୁ କେନ୍ଦୁଝର ଗଡ଼ଜାତରୁ କେହି ପୁରୀର ସଂସ୍କୃତ ମହାବିଦ୍ୟାଳୟରେ ପଢ଼ି ନ ଥାନ୍ତି । ବାପା ଓ

୧୨୫

ଅନ୍ୟାନ୍ୟ ଗୁରୁଜନମାନେ ସ୍ଥିର କଲେ ରଙ୍ଗାଧର ପୁରୀ ସଂସ୍କୃତ କଲେଜରେ ସଂସ୍କୃତ ପଢ଼ିବ । ସାଙ୍ଗରେ ଚୂଡ଼ା ଚାଉଳ ବାନ୍ଧି ଆନନ୍ଦପୁରରୁ ନଦୀ (ବୈତରଣୀ‌) ପାରିହୋଇ ପାଦରେ ଚାଲି ଚାଲି ଡ଼ୋଲିପୁର (ଯାଜପୁର କେନ୍ଦୁଝର ରୋଡ଼ ) ଷ୍ଟେସନରୁ ରେଳ ଗାଡ଼ିରେ ପୁରୀ ଯାଇ ସେଠାରେ ନାଆଁ ଲେଖାଇ ସଂସ୍କୃତ ପଢ଼ିଲେ ରଙ୍ଗାଧର । ସେଠାରେ ମଧ୍ୟ ସେ ନିଜ ପାଠରେ ଖୁବ ମନୋଯୋଗୀ ହୋଇଥାନ୍ତି । ସେଠାରେ ତାଙ୍କୁ ବୃତ୍ତି ମିଳିଲା । ତାଙ୍କ ପାଠପଢ଼ା ପାଇଁ ନନାଙ୍କର ଚିନ୍ତା ରହିଲା ନାହିଁ । ସେ ୧୯୩୧ ମସିହାରେ ସଦାଶିବ ସଂସ୍କୃତ ମହାବିଦ୍ୟାଳୟରୁ ସାହିତ୍ୟାଚାର୍ଯ୍ୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ । ସମସ୍ତ ଛାତ୍ର ମଧ୍ୟରେ ସେ ପ୍ରଥମ ସ୍ଥାନ ଅଧିକାର କରି ସମ୍ମାନ ସୂଚକ ସୋନପୁର ପଦକ ମଧ୍ୟ ପାଇଲେ ।

ସେତେବଳକୁ କେନ୍ଦୁଝର ଗଡ଼ଜାତରୁ କୋର୍ଟ ଅଫ ୱାର୍ଡ଼ମ ଶାସନ ଉଠିଯାଇ ସ୍ୱର୍ଗତ ବଳଭଦ୍ର ନାରାୟଣ ଭଂଜଦେବ ରାଜା ହୋଇ ତାହାର ଶାସନ କ୍ଷମତା ପାଇସାରିଥାନ୍ତି । ସେ ପଣ୍ଡିତ ରଙ୍ଗାଧର ମିଶ୍ରଙ୍କୁ ଆନନ୍ଦପୁର ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସହକାରୀ ଶିକ୍ଷକଭାବେ ନିଯୁକ୍ତିଦେଲେ ।୧୯୩୨ ମସିହା ଜାନୁଆରୀ ମାସରେ ସେ ଆନନ୍ଦପୁର ମାଇନର ସ୍କୁଲରେ ହାତଲେଖା "ବୈତରଣୀ" ପତ୍ରିକା ପ୍ରକାଶ କରାଇଲେ । ପିଲାଙ୍କ ମଧ୍ୟରେ ଓଡ଼ିଆ ସାହିତ୍ୟ, ବ୍ୟାକରଣ ଆଦି ବିଷୟ ପ୍ରତି ଆଗ୍ରହ ବଢ଼ାଇଲେ । ତାଙ୍କ ଚେଷ୍ଟାରେ ସ୍କୁଲ୍‌ରେ ଫୁଲ ଫଳ ବଗିଚା ଅଧିକ ଶୋଭାପାଇଲା । ସେ ମନେ ମନେ ଚେଷ୍ଟା କରୁଥିଲେ ଆନନ୍ଦପୁରରେ ଏକ ସଂସ୍କୃତ ଚୁତଷ୍ପଠୀ ଖୋଲିବାକୁ । ତାହା କାର୍ଯ୍ୟକାରୀ ହୋଇ ପାରି ନଥିବାରୁ ସେ ଖୁବ ଦୁଃଖ ଅନୁଭବ କରୁଥାନ୍ତି । ମାତ୍ର ଦୁଇବର୍ଷ ଆନନ୍ଦପୁରରେ ସହକାରୀ ଶିକ୍ଷକ ଭାବେ କଟାଇ ସେଠାରୁ ସେ ନିଯୁକ୍ତି ପାଇଲେ କେନ୍ଦୁଝର ଗଡ଼ରେ ନୂତନ ଭାବେ ପ୍ରତିଷ୍ଠିତ ଗିବ୍‌ସନ୍ ହାଇସ୍କୁଲ୍‌ରେ । ଆନନ୍ଦପୁରରେ ଶିକ୍ଷାୟତନ ସମୂହର ଅନୁନିରୀକ୍ଷକ ଭାବରେ କାର୍ଯ୍ୟ କରୁଥିବା ଭାବଗ୍ରାହୀ ମହାନ୍ତି ହେଲେ ନୂଆ ହାଇସ୍କୁଲ୍‌ର ପ୍ରଧାନ ଶିକ୍ଷକ ଓ ପଣ୍ଡିତ ମିଶ୍ରେ ଆସିଲେ ହାଇସ୍କୁଲ୍‌ର ହେଡ଼ ପଣ୍ଡିତ ହୋଇ । ମଣି କାଞ୍ଚନର ସଂଯୋଗ ହେଲା । ଗିବ୍‌ସନ୍ ହାଇସ୍କୁଲ୍‌କୁ ଏକ ଆଦର୍ଶ ବିଦ୍ୟାପୀଠରେ ପରିଣତ କରିବାକୁ ସଂକଳ୍ପ ନେଇଥିଲେ ସେ ଦୁହେଁ ।

ଆମ ଦେଶରେ ସମସ୍ତଙ୍କର ଧାରଣା, ବେତ ଆୟୁଧ ନଥିଲେ ଅମାନିଆଁ ତଥା ଦୁଷ୍ଟ ବିପଥଗାମୀ ପିଲାଙ୍କୁ ଶାସନ କରି ହେବନାହିଁ । କିନ୍ତୁ ଆମ ପଣ୍ଡିତେ ତାଙ୍କ ଦୀର୍ଘ ପଚାଶ ବର୍ଷର ଶିକ୍ଷକ ଜୀବନରେ କେବେ ହେଲେ ବେତ ଧରି ନାହାନ୍ତି । କୌଣସି ଅମାନିଆଁ ଛାତ୍ରକୁ ଶାସନ କରିବାକୁ ଯାଇ ସେ କାହା ଦେହରେ ଟିପ ମଧ୍ୟ ଛୁଇଁ ନାହାନ୍ତି । କେବଳ କଥାରେ ଶାସନ

୧୨୬

କରନ୍ତି । ଅମାନିଆଁ ପିଲା ଆପେ ଆପେ ନଇଁଯାଏ, ବୋଲମାନେ, ତାଙ୍କର ଜୀବନରେ ସୃଷ୍ଟ ହଜାର ହଜାର ପିଲାଙ୍କ ମଧ୍ୟରୁ କିଏ ଜଣେ ହେଲେ ତାଙ୍କର କିଛି ଅବିଗୁଣ ଥିବାର କହିପାରିବ ନାହିଁ । ତାଙ୍କ ଛାତ୍ର ମାନଙ୍କ ମଧ୍ୟରୁ କେତେକ ସମାଜରେ ସୁପ୍ରତିଷ୍ଠିତ । ସେମାନେ ସର୍ବଦା ସ୍ୱୀକାର କରନ୍ତି ଯେ ପଣ୍ଡିତଙ୍କ ପ୍ରେରଣା ହିଁ ସେମାନଙ୍କ ଜୀବନର ଉନ୍ନତିର ଭିତ୍ତିଭୂମି ।

ପଣ୍ଡିତେ ଜୀବନରେ କାଜୁଏଲ ଛୁଟି ମଧ୍ୟ ନେବାର ଦେଖାଯାଏ ନାହିଁ । ସ୍କୁଲ୍ ତଥା ଶ୍ରେଣୀରେ ତାଙ୍କର ପହଞ୍ଚିବାରେ ଆଦୌ ବିଳମ୍ବ ଘଟି ନ ଥାଏ । ସେ ଶ୍ରେଣୀକୁ ଆସିବାବେଳେ ପାଠ୍ୟପୁସ୍ତକ, ଶିକ୍ଷାଦାନ ଟିପ୍ପଣୀ ସାଙ୍ଗକୁ ଚକ୍‌ଷ୍ଟିକ ନେଇ ଆସିଥାନ୍ତି । ପାଠ୍ୟ ପୁସ୍ତକର ସବୁ ବିଷୟ ତାଙ୍କର ମୁଖସ୍ଥ ଥାଏ । ସେ ନିୟମିତ ଭାବେ ରସାଳ ଭଙ୍ଗୀରେ ପଢ଼ାନ୍ତି । ତାଙ୍କ ଶ୍ରେଣୀରେ ଛାତ୍ର ଛାତ୍ରୀ ଅମନୋଯୋଗୀ ହେବାର ସୁଯୋଗ ନଥାଏ । ପାଠ ସାଙ୍ଗକୁ ସେ ଅନେକ ଉଦାହରଣ ଯୋଡ଼ି ଦିଅନ୍ତି । ସେ ନିୟମିତ ପଢ଼ା ଦିଅନ୍ତି । ଆଜି ଖାତା ନେଇଥିଲେ ସବୁ ଖାତା ଟିକିନିଖି ଭାବରେ ଦେଖିସାରି ତାଙ୍କ ଆଖିରେ ପଡ଼ିଥିବା ଭୁଲ ଗୁଡ଼ିକ ଶ୍ରେଣୀରେ ପରଦିନ ଆଲୋଚନା କରନ୍ତି । ତାଙ୍କ ନିର୍ଦ୍ଦେଶ ମତେ ଭୁଲ୍ ଗୁଡ଼ିକ ଠିକ୍ କରି ଆଉ ଥରେ ଖାତା ଦେବାକୁ ହୁଏ । ତାହା ମଧ୍ୟ ସେ ଦେଖନ୍ତି ଓ ସେଥିରେ ଭୁଲ ଭଟକା ଥିଲେ ତାହା ମଧ୍ୟ ସଂଶୋଧନ କରନ୍ତି ।

କେବଳ ସଂସ୍କୃତ ନୁହେଁ ସାହିତ୍ୟ, ଗଣିତ ଓ ଇତିହାସ ଆଦି ପଢ଼ାଇବାରେ ତାଙ୍କର ଦକ୍ଷତା ପାଶୋରିବାର ନୁହେଁ । ପାଠ ଛାଡ଼ି ପିଲାଙ୍କର ଶ୍ରେଣୀ ପତ୍ରିକା ପାଇଁ ଲେଖା ମଧ୍ୟ ସେ ସଂଶୋଧନ କରିଦିଅନ୍ତି । ସେତେବେଳେ କୌଣସି ଶିକ୍ଷକଙ୍କର ବିଦାୟକାଳୀନ ସଭାରେ ଗୀତ ହେବାକୁ ଥିବା ସଂଗୀତ ମଧ୍ୟ ପିଲାଙ୍କ ଭିତରୁ କେହି କେହି ଲେଖନ୍ତି । ଗଣେଶ ପୂଜା ସରସ୍ୱତୀ ପୂଜା ପାଇଁ ଗୀତ ଲେଖିଦେଲେ ସେ ତାହା ଆଗ୍ରହରେ ସଂଶୋଧନ କରନ୍ତି । ତାଙ୍କ ନାଲିଗାର, ବାଜିଥିବା ସଂଗୀତକୁ ସଂଗୀତ ଶିକ୍ଷକ ପିଲାଙ୍କ କଣ୍ଠରେ ଗାନ କରାନ୍ତି । ପ୍ରତି ଶନିବାରର ତର୍କ ସଭାରେ, କୌଣସି ଶିକ୍ଷକଙ୍କର ବିଦାୟକାଳୀନ ସଭାରେ ସେ ଯେପରି ସାରଗର୍ଭକ ଭାଷଣ ଦିଅନ୍ତି, ତାହା ଭୁଲି ହେବନାହିଁ ।

ହଷ୍ଟେଲ୍ ସୁପରିଣ୍ଟେଣ୍ଡେଣ୍ଟଭାବେ ପିଲାଙ୍କର ଖାଇବା ପିଇବା ଦେଖନ୍ତି, ହିସାବ ରଖନ୍ତି, କେହି ନଖାଇଲେ ତାଙ୍କୁ ବଳେଇ ବଳେଇ ଖୁଆନ୍ତି । ସ୍କୁଲ୍‌ର କେବଳ ହଷ୍ଟେଲ ନୁହେଁ, ସମବାୟ ଷ୍ଟୋର କଥା ସେ ମଧ୍ୟ ବୁଝନ୍ତି ।

ପଣ୍ଡିତମାନେ ଯେପରି ସାଧାରଣତଃ ରକ୍ଷଣଶୀଳ ଓ ଖପରାଡ଼ିଆଁ ସ୍ୱଭାବର ହୁଅନ୍ତି, ତାଙ୍କର ସେଭଳି ଅବିଗୁଣ ଆଦୌ ନଥାଏ । ବ୍ରାହ୍ମଣ, କରଣ, ତେଲି , ଗୁଡ଼ିଆଠାରୁ ଆରମ୍ଭ

୧୨୭

କରି ଆଦିବାସୀ, ହରିଜନ ,ଖିରସ୍ତାନ ଓ ମୁସଲମାନ ପ୍ରତ୍ୟେକ ସଂପ୍ରଦାୟର ପିଲାମାନଙ୍କୁ ସେ ନିଜର ପୁଅଝିଅ ପରି ସ୍ନେହ ଅଜାଡ଼ିଦିଅନ୍ତି । ସ୍କୁଲ୍‌ପାଠ ଶେଷ ହେବା ପରେ ମଧ୍ୟ ପୁରାତନ ଛାତ୍ରଟିଏ ଆସିଲେ ସେ କିଛି ବୁଝିବାକୁ ଚାହିଁଲେ ଅମ୍ଳାନ ବଦନରେ ତାର ସନ୍ଦେହ ଦୂର କରନ୍ତି । ଛାତ୍ରମାନେ ଯେତେବେଳେ ତାଙ୍କ ପାଖରୁ କିଛି ବୁଝିବାକୁ ଆସନ୍ତି ଯେତେକାମ ଥାଉ ପଛେ ତାକୁ ପାଠ ବୁଝେଇ ଦିଅନ୍ତି।

ମଝିରେ ସରକାରୀ କର୍ମଚାରୀଙ୍କର କାର୍ଯ୍ୟକାଳ ସୀମା ୫୫ ବର୍ଷକୁ ଧାର୍ଯ୍ୟହେଲା। ଏହି ପର୍ଯ୍ୟାୟରେ ପଡ଼ି ସେ ୧୯୬୦ ମସିହା ଅପ୍ରେଲ ୩୦ ତାରିଖରେ ତାଙ୍କର ହାତଗଢ଼ା ଅତି ପ୍ରିୟ ଅନୁଷ୍ଠାନ ଡ଼ି.ଏନ୍. ହାଇସ୍କୁଲ୍‌ରୁ ସେ ଅବସର ଗ୍ରହଣ କଲେ । ତାଙ୍କର ବିଦାୟକାଳୀନ ସଭା ଯେ କେବଳ ଛାତ୍ରମାନଙ୍କ ମନରେ ଗଭୀର ଦୁଃଖଦ ହୋଇଥିଲା ତା ନୁହେଁ, ଅଧିକାଂଶ ପୁରାତନ ଛାତ୍ର ଓ ଶିକ୍ଷକମାନେ ମଧ୍ୟ ତାଙ୍କ ବିଦାୟରେ ଦୁଃଖାଭିଭୂତି ହୋଇଥିଲେ । ସେ ଥିଲେ କର୍ମଯୋଗୀ, ରଜାଙ୍କ ଅଧୀନରେ ସେ ଚାକିରୀ କରିଥିଲେ ସତ ଦିନେ ହେଲେ ରାଜ ଦରବାରରେ ଯୋଗ ଦେଇ ନ ଥିଲେ । ଏହା ତାଙ୍କର ନିଜସ୍ୱ ସ୍ୱାଭିମାନ ଓ ନିର୍ଭୀକତାର ପ୍ରମାଣ ଦିଏ । ସରକାରୀ ଚାକିରୀରୁ ଅବସର ନେବା ପରେ ସେ ବ୍ରହ୍ମ‌ପୁର କରଞ୍ଜିଆ ହାଇସ୍କୁଲ ଓ ରାଇସୁଆଁ ହାଇସ୍କୁଲରେ ପ୍ରାୟ ଦଶବର୍ଷ ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟ କରି ସେଇ ଦୁଇଗୋଟି ହାଇସ୍କୁଲକୁ ଆଦର୍ଶ ଶିକ୍ଷାନୁଷ୍ଠାନଭାବେ ଗଢ଼ିପାରିଥିଲେ ।

କେବଳ ଶିକ୍ଷାନୁଷ୍ଠାନରେ ନୁହେଁ ସ୍କୁଲ୍ ବାହାରେ ସାଂସ୍କୃତିକ ଅନୁଷ୍ଠାନରେ ସେ ମଧ୍ୟ ସକ୍ରିୟ ସହଯୋଗ କରିବାରେ କୁଣ୍ଠା ପ୍ରକାଶ କରିନାହାନ୍ତି । ୧୯୩୬ ମସିହାରେ କେନ୍ଦୁଝରରେ ଗଠିତ ସାହିତ୍ୟ ଅନୁଷ୍ଠାନ 'ବଳଭଦ୍ର ସାହିତ୍ୟ ସଂଘ'ର ସେ ଥିଲେ ଜଣେ ସକ୍ରିୟ ସଦସ୍ୟ ତଥା ଅନୁଷ୍ଠାନର ସହ-ସଂପାଦକ । କରଞ୍ଜିଆ ସ୍କୁଲ୍‌ରେ ସେ ଯେଉଁ ପନିପରିବା ବଗିଚା କରାଇଥିଲେ ତାଙ୍କ ଆସିବ ପରେ ତାହା ଉଜୁଡ଼ି ଗଲା । ଗିବ୍‌ସନ୍ ହାଇସ୍କୁଲରେ ରୁଟିନ କରିବା ନିଶ୍ଚିତ ଭାବେ ଜଣେ ଅଭିଜ୍ଞ ତଥା ବିଜ୍ଞ ଶିକ୍ଷକଙ୍କର କାମ । କିନ୍ତୁ ପଣ୍ଡିତେ ସବୁ ଦିଗକୁ ବିଚାର କରି ସମସ୍ତ ଶିକ୍ଷକମାନଙ୍କ ସୁବିଧା ଅସୁବିଧା କଥାକୁ ପାଶୋରି ନ ଦେଇ ରୁଟିନ ତିଆରି କରିଦେଇ ପାରୁଥିଲେ । ଅଫିସ୍‌ରେ ଅନେକ ଫାଇଲ କାମ ସେ ତୁଲାଇ ଦେଉଥେଲେ । ଯେତେ କିଟିମିଟିଆ ତଥ୍ୟ ଉପରିସ୍ଥ କର୍ମଚାରୀ ଚାହିଁଥାନ୍ତୁ ନା କାହିଁକି ପଣ୍ଡିତଙ୍କୁ ତାର ଉତ୍ତର ଦେବାରେ ବେଶୀ ସମୟ ଲାଗୁ ନଥିଲା ।

୧୨୮

ଅଧ୍ୟୟନ ଥିଲା ତାଙ୍କର ଚିର ସ‌ହଚର । ସବୁବେଳେ ସେ ଗ୍ରନ୍ଥ ଅଧ୍ୟୟନକୁ ଅଗ୍ରାଧିକାର ଦିଅନ୍ତି । ଏନେକ କବି, ଲେଖକଙ୍କର ବିରାଟକାୟ ଗ୍ରନ୍ଥ ଗୁଡ଼ିକୁ ସେ ସଂଶୋଧନ କରିଛନ୍ତି । ମତାମତ ଦେଇଛନ୍ତି । ଆଲସ୍ୟ ତାଙ୍କୁ ସ୍ପର୍ଶ କରିନଥିଲା ।

ସର୍ବେ ଟଳିବେ କାଳବଳେ
ଯଶ ରହିବ ମହୀତଳେ ।

ସେଦିନ ୧୯୯୪ ମସିହା ଡ଼ିସେମ୍ବର ମାସରେ ଉଣେଇଶ ତାରିଖ; ପ୍ରାତଃ କାଳରେ ଉପର୍ଯ୍ୟୁକ୍ତ ନିର୍ମମ ସତ୍ୟର ପ୍ରୟୋଗ ଘଟିଲା। ସର୍ବଗୁଣ ସମ୍ପନ୍ନ ଆଦର୍ଶ ଶିକ୍ଷକ ଗଙ୍ଗାଧର ମିଶ୍ରଙ୍କର ଜୀନନରେ । ସେ ଚାଲିଗଲେ ଆରପୁରକୁ । ତାଙ୍କ ବିୟୋଗରେ ହଜାର ହଜାର ଛାତ୍ରଛାତ୍ରୀ , କେନ୍ଦୁଝରର ଅଗଣିତ ଜନତା ସାଶ୍ରୁଲୋଚନରେ ତାଙ୍କର ମର ଶରୀରକୁ ସମ୍ମାନ ଜଣାଇଲେ । ତାଙ୍କ ଶୋଭାଯାତ୍ରାବେଳେ ଗାଡ଼ି ଶଗଡ଼ ଲାଇନ ବାନ୍ଧି ଅଟକିଗଲା । ସାମନ୍ତରାୟପୁର ଶ୍ମଶାନରେ ତାଙ୍କ ଚିତାଗ୍ନି ତାଙ୍କ ମରଶରୀରକୁ ନିଃଶେଷ କରିଦେଲା । କିନ୍ତୁ ସେ ଚିରଦିନ ପାଇଁ ବଞ୍ଚିରହିଲେ କେନ୍ଦୁଝରର ତାଙ୍କରି ଅଗଣିତ ଛାତ୍ରଙ୍କର ହୃଦୟ ମଧ୍ୟରେ କର୍ମଚଞ୍ଚଳ, ସଦାଶୟ ଶିକ୍ଷକ ଭାବେ ।






୧୨୯

କେନ୍ଦୁଝରର କୁଳବୃଦ୍ଧ ଶିକ୍ଷକ
ବୃନ୍ଦାବନ ଦାଶ

ଶ୍ରୀ ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀ


ମଣିଷ ଜୀବନ ଘଟଣା ବହୁଳ । ସବୁ ଘଟଣାକୁ କେହି ମନେ ରଖିପାରିବା ସମ୍ଭବପର ନୁହେଁ । କିନ୍ତୁ କୀବନରେ ଅଳ୍ପ କେତୋଟି ସ୍ମରଣୀୟ ଘଟଣା ମନରେ ଏଭଳି ଛାପ ପକାଇଥାଏ ଯେ ତାହା ଆଦୌ ମନରୁ ପାଶୋରି ଯାଏନାହିଁ । ସେହିଭଳି ଏକ ଅଭୁଲା ଘଟଣାର ସ୍ମୃତିଚାରଣ କରୁଛି କେନ୍ଦୁଝର ଗଡ଼ଜାତର ଜଣେ ମହନୀୟ ଶିକ୍ଷକଙ୍କ ଜୀବନ ପ୍ରବାହ ମଧ୍ୟରୁ ।

ଉଣେଇଶିଶହ ପଇଁଚାଳିଶି ମସିହା ମଇ ମାସର ମଧ୍ୟଭାଗ । ଅଟୋପର ନିମ୍ନପ୍ରାଥମିକ ବିଦ୍ୟାଳୟରେ ତା'ପର ଦିନଠାରୁ ଗ୍ରୀଷ୍ମାବକାଶ ଆରମ୍ଭ ହେବ । ପୂର୍ବଦିନଠାରୁ ସ୍କୁଲ୍‌ର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏହି ସ୍କୁଲ୍‌ର ଶ୍ରେଣୀ କୋଠରୀ ଗୁଡ଼ିକୁ ଅଧାକାନ୍ଥ । ତେଣୁ ଶ୍ରେଣୀ କୋଠରୀ ମାନଙ୍କ ମଧ୍ୟରେ ଥିବା କଳାପଟା, ଟେବୁଲ, ଚୌକି, ଷ୍ଟୁଲ ଓ ଲୋଡେସ୍‌କ ଗୁଡ଼ିକୁ ପିଲାମାନେ ବୋହି ଆଣୁଛନ୍ତି ଅଫିସ କୋଠରୀ ପାଖରେ ଥିବା ହାତକାମ ଘରକୁ । ସହକାରୀ ଶିକ୍ଷକ ଦ୍ୱୟ ଏ କାର୍ଯରେ ଲାଗିଛନ୍ତି । ଅଫିସ ଘରେ ପ୍ରଧାନ ଶିକ୍ଷକ ପରୀକ୍ଷାଫଳ, ବାର୍ଷିକ ବିବରଣୀ ଓ ଅନ୍ୟାନ୍ୟ ଆବଶ୍ୟକୀ ରିପୋର୍ଟ, ରିଟର୍ଣ୍ଣ ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି । ପ୍ରାୟ ପୂର୍ବାହ୍ନ ଘ. ୯.୦୦ ପାଖାପାଖି ହେବ । ହଠାତ୍ ଶିକ୍ଷାମନ୍ତ୍ରୀଙ୍କ ପିଅନ ପୂରା ପୋଷାକରେ ଆସି ହେଡ଼ ମାଷ୍ଟରଙ୍କୁ ଭେଟି ସଲାମ କଲା । ଜଣାଇଲା "ଶିକ୍ଷାମନ୍ତ୍ରୀ ତାଙ୍କୁ ସ୍ମରଣ କରିଛନ୍ତି । ଶୀଘ୍ର ଯିବାକୁ ହେବ ।" ପ୍ରଧାନ ଶିକ୍ଷକଙ୍କର ସଂକ୍ଷିପ୍ତ ଉତ୍ତର - "ଅଳ୍ପ କାମ ଅଛି । କାମ ସାରି ଆସୁଛି ।" ଚପରାଶୀ ବିଦାୟ ନେଲା । ଶିକ୍ଷାମନ୍ତ୍ରୀ ମହୋଦୟ ପ୍ରଧାନ ଶିକ୍ଷକଙ୍କୁ ହଠାତ ଡ଼ାକିବାର ଅଭିପ୍ରାୟ ସେ ବେଶ୍ ମନେ ମନେ ଠଉରେଇ ନେଲେ । ସାଙ୍ଗରେ ପରୀକ୍ଷାଫଳ ରେଜିଷ୍ଟର, ପରୀକ୍ଷାରେ ଫେଲହୋଇ ଥିବା ମନ୍ତ୍ରୀଙ୍କ ପୁଅର ବାର୍ଷିକ ପରୀକ୍ଷାର ସମସ୍ଥ ଉତ୍ତରଖାତା ଓ ବାର୍ଷିକ ପରୀକ୍ଷାର ସେ ଶ୍ରେଣୀର ସମସ୍ତ ପ୍ରଶ୍ନପତ୍ରସବୁ ବ୍ୟାଗ୍‌ରେ ପୂରାଇଲେ । ପ୍ରୋଗ୍ରେସ ରିପୋର୍ଟ ଆଦି ବ୍ୟାଗରେ ରହିଲା ସ୍କୁଲ୍‌ର ଡାକ ବ‌ହି ସ‌ହିତ । ସେସବୁ ଡେପୁଟୀ ଇନ୍ସପେକ୍ଟରଙ୍କ ଅଫିସରେ ଦାଖଲ ହେବ । ଆଗ ମନ୍ତ୍ରୀଙ୍କ ପାଖକୁ ଗଲେ । କାର୍ଯ ବ୍ୟସ୍ତ ମନ୍ତ୍ରୀ

୧୩୦

ପ୍ରଧାନ ଶିକ୍ଷକଙ୍କୁ ବସିବାକୁ କହି ଫାଇଲ କାମରେ ଲାଗିଲେ । କିଛି ସମୟ ପରେ ଫାଇଲ କାମ ସରିଲା । ମନ୍ତ୍ରୀଙ୍କର ଚାହାଣି ଓ ଠାଣିମାଣିରୁ ତାଙ୍କର ପ୍ରଚ୍ଛନ୍ନ କ୍ରୋଧର ସୂଚନା ବାରି ପାରୁଥାନ୍ତି ପ୍ରଧାନ ଶିକ୍ଷକ ମହାଶୟ । ମନ୍ତ୍ରୀ ମହାଶୟ ପ୍ରଶ୍ନ କଲେ : "ଆପଣ ମୋ ପୁଅକୁ ପରୀକ୍ଷାରେ ଫେଲ କରିଦେଇଛନ୍ତି କାହିଁକି ? ଦେଖୁଛି ଆପଣଙ୍କର ଦୁଃସାହସ ତ କମ୍ ନୁହେଁ ।" ପ୍ରଧାନ ଶିକ୍ଷକ ମନ୍ତ୍ରୀଙ୍କର ପ୍ରଚ୍ଛନ୍ନ ଧମକରେ ଡ଼ରି ନାହାନ୍ତି । ସେ ନମ୍ରତାର ସହ ଦୃଢ଼ ଭାବରେ ଉତ୍ତର ଦେଲେ ପରୀକ୍ଷାରେ ଯେଉଁମାନେ ପାସ କଲେ ସେମାନେ ଉପର ଶ୍ରେଣୀକୁ ପ୍ରମୋସନ ପାଇଲେ । ଆପଣଙ୍କ ପୁଅ ପରୀକ୍ଷାରେ ଫେଲ ହେଲା । ମୁଁ ଆପଣଙ୍କ ପୁଅର ପରୀକ୍ଷା ଉତ୍ତର ଖାତା ଗୁଡ଼ିକ ସଙ୍ଗରେ ଆଣିଛି । ଆପଣ ସେ ଗୁଡ଼ିକ ନିଜେ ଦେଖନ୍ତୁ । ମୋ ଆଖିରେ ସବୁ ପିଲା ସମାନ । ତେଣୁ କମ୍ ନମ୍ବର ରଖିଥିବା ଆପଣଙ୍କ ପୁଅକୁ କର୍ତ୍ତବ୍ୟ ଅନୁରୋଧରେ ଫେଲ କରିବାକୁ ବାଧ୍ୟ ହୋଇଛି । ପରୀକ୍ଷା ଖାତା ଗୁଡ଼ିକ ମନ୍ତ୍ରୀ ମହାଶୟ ମନୋଯୋଗ ସ‌ହକାରେ ଦେଖିଲେ । ପରୀକ୍ଷା ଫଳ ଖାତା ମଧ୍ୟ ଯାଞ୍ଚ କଲେ । କିନ୍ତୁ ପରୀକ୍ଷା ରେ ପ୍ରଧାନ ଶିକ୍ଷକଙ୍କ ନିଷ୍ପତ୍ତିକୁ ମନେ ମନେ ପସନ୍ଦ କଲେ । ତାଙ୍କର ମନ ଭିତରୁ କ୍ରୋଧ ଦୂରେଇଗଲା । ସେ ଶିକ୍ଷକଙ୍କୁ ଅନୁରୋଧ କଲେ- ଦେଖନ୍ତୁ, ମୋ ପୁଅକୁ କେହି ଘରେ ପଢ଼ାଇ ପାରୁନାହାନ୍ତି । ତେଣୁ ସେ ପାଠରେ ଆଗେଇ ପାରୁନାହିଁ । ତାକୁ ଆପଣ ଦୟାକରି ଦିନକୁ ଘଣ୍ଟେ ଦୁଇଘଣ୍ଟା ପାଇଁ ଆମ ବଙ୍ଗଳାକୁ ଆସି ପଢ଼ାନ୍ତୁ ।" ମନ୍ତ୍ରୀଙ୍କ କଥାକୁ ସେ ଅବା କାଟିଦେଇଥାନ୍ତେ କିପରି ? ପ୍ରଧାନ ଶିକ୍ଷକ ମନ୍ତ୍ରୀଙ୍କର ପୁଅକୁ ଘରେ ଆସି ପଢ଼ାଇଲେ । ଉତ୍ତର ଜୀବନରେ ସେ ଉଚ୍ଚ ପଦରେ ଅଧିଷ୍ଠିତ ହୋଇପାରିଥିଲା ।

ଯେଉଁ ପ୍ରଧାନ ଶିକ୍ଷକଙ୍କର କଥା ଉପରେ କହିଲି , ସେ ହେଉଛନ୍ତି ସ୍ବର୍ଗତ ବୃନ୍ଦାବନ ଦାଶ । ଘଟଣା ବହୁଳ ତାଙ୍କର ଶିକ୍ଷକ ଜୀବନ । ପାଟଣାର ଦୁର୍ଗାଦେଇପୁର ଶାସନରେ ଗୋବିନ୍ଦ ଚନ୍ଦ୍ର ଦାଶ ଥିଲେ ତାଙ୍କର ଜନ୍ମିତ ପିତା । ତାଙ୍କର ଜନ୍ମ ୧୯୦୩ ମସିହାରେ । ମହାରାଜା ଧନୁର୍ଜୟ ନାରାୟଣ ଭଞ୍ଜ ଦେବଙ୍କ ଅନୁରୋଧ କ୍ରମେ ବୃନ୍ଦାବନଙ୍କର ଜନ୍ମିତ ପିତା ତାଙ୍କୁ କେନ୍ଦୁଝର ଗଡ଼ ବୀର ଲକ୍ଷ୍ମୀନାରାୟଣ ପୁର (ଢ଼େଙ୍କାପୁର) ଶାସନର ସ୍ୱର୍ଗତ ଲମ୍ବୋଦର ଦାଶଙ୍କର ପୋଷ୍ୟପୁତ୍ର କରିଦେଇଥିଲେ । ଢ଼େଙ୍କାପୁର ଶାସନରେ ତାଙ୍କର ଖଡ଼ିଛୁଆଁ, ଚାହାଳିପାଠ ପରେ କେନ୍ଦୁଝରର ଏକମାତ୍ର ପ୍ରାଥମିକ ବିଦ୍ୟାଳୟ ଓ ମାଇନର ସ୍କୁଲ୍‌ରୁ ସେ ଉତ୍ତୀର୍ଣ୍ଣ ହେଲେ । ମେଟ୍ରିକ୍ ପଢ଼ିବାକୁ ହେଲେ କଟକ ଯିବାକୁ ହେବ । ଛାତ୍ର ଜୀବନରେ ସେ ଖୁବ୍ ଭଲ ପଢ଼ୁଥିଲେ , କିନ୍ତୁ ବାପା ମା

୧୩୧

ତାଙ୍କୁ ଉଚ୍ଚ ଶିକ୍ଷା ପାଇଁ କଟକ ପଠାଇଲେ ନାହିଁ । ଘରେ ଘରେ ସଂସ୍କୃତ ପଢ଼ିଲେ । କର୍ମକାଣ୍ଡ ଆୟତ୍ତ କଲେ । ଭାଗବତ ଗୀତା, ରାମାୟଣ, ମହାଭାରତ, ହରିବଂଶ, ଇତ୍ୟାଦି ପୂରାଣ ଆୟତ୍ତ କଲେ । ସେତେବେଳେ କେନ୍ଦୁଝର ରେ କେହି ରାଜା ନଥାନ୍ତି । ଜେ.ଏଚ. ପ୍ରାଇସ୍ ନାମକ ଜଣେ ଗୋରା ସାହେବ ସୁପରିନ୍‌ଟେଣ୍ଡେଣ୍ଟ ଥାଆନ୍ତି । ସେ ବୃନ୍ଦାବନ ବାବୁଙ୍କୁ ଉଦୟପୁର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବରେ ନିଯୁକ୍ତି ଦେଲେ ।

ଉଦୟପୁର କେନ୍ଦୁଝର ସଦର ଓ ଚମ୍ଫୁଆ ସବଡ଼ିଭିଜନ ଦ୍ୱୟର ସବୁଠାରୁ ବଡ଼ଗ୍ରାମ । କେନ୍ଦୁଝର ରାଜବଂଶର ଦ୍ୱିତୀୟ ଉଦୟ ଭଞ୍ଜ ସେଠାରେ ଗଡ଼ ସ୍ଥାପନ କରିଥିଲେ । ସେତେବେଳେ କୁ ଉଦୟପୁର ଉଆସ ଭାଙ୍ଗିରୁଜି ଆସୁଥାଏ । ଉଦୟପୁର ଦଣ୍ଡପାଟର ଶାସନ ମୁଖ୍ୟ ଗଡ଼ନାୟକ ସେହି ଗ୍ରାମର ବାସିନ୍ଦା, ପାଇକ ନାଇକ ସଭିଏଁ ଥାଆନ୍ତି ସେଇଠି । ଉଦୟପୁରରେ ଶିକ୍ଷକତା କରିବାକୁ ହେଲେ କାମରେ ନିଷ୍ଠା ଦରକାର । ସମସ୍ତଙ୍କ ମନନେଇ ଚଳିବାକୁ ହେବ । ବୃନ୍ଦାବନ ଦାଶଙ୍କୁ ତାଙ୍କ ସ୍କୁଲ୍‌ରେ ଶିକ୍ଷକ ଭାବରେ ପାଇ ସଭିଏଁ ଖୁସି, କାରଣ ସେ ଉଦୟପୁର ଦଣ୍ଡପାଟର ପିଲା । ତାଙ୍କର ପିତା ଗୋବିନ୍ଦ ଦାଶେ ପାଟଣାର ସାତଖଣ୍ଡି ଗାଆଁ ର ପ୍ରାଶାସନିକ ମୁଖ୍ୟ ବା ପଧାନ । ତାଙ୍କ ର ଯଥେଷ୍ଟ ଖ୍ୟାତି ଥିଲା । ତେଣୁ ଉଦୟପୁର ଗ୍ରାମର ଲୋକେ ବୃନ୍ଦାବନ ବାବୁଙ୍କୁ ସଥେଷ୍ଟ ଶ୍ରଦ୍ଧା ଓ ସମ୍ମାନ କରୁଥିଲେ । ସେ ସ୍କୁଲରେ ପିଲାମାନଙ୍କୁ ଆପଣାର କରି ବୁଝେଇ ଶୁଝେଇ ପାଠ ପଢ଼ାନ୍ତି । ପିଲାମାନଙ୍କୁ ସ୍କୁଲ୍ ବ‌ହିର୍ଭୂତ ସମୟରେ ହଷ୍ଟେଲରେ ଆଣି ପଢ଼ାନ୍ତି । ବଗିଚା କରନ୍ତି । ବଗିଚାରେ ସବୁ ଋତୁରେ ଫୁଲ ଫୁଟିଥାଏ । ସବୁଦିନ ପନିପରିବା ଫଳେ । କଦଳୀ କାନ୍ଧି କାଢ଼େ । ପିଲାମାନେ ଶିକ୍ଷକଙ୍କ ପାଇଁ ସାତଦିନରେ ଥରେ ସଞ୍ଚା ଆଣନ୍ତି । ଶିକ୍ଷକ ସ୍କୁଲ ବଗିଚାର ପନିପରିବା ପିଲାଙ୍କ ମଧ୍ୟରେ ବାଣ୍ଟିଦିଅନ୍ତି । ଗାଁ ଲୋକମାନେ ସ୍କୁଲ ଘର, ହଷ୍ଟେଲ ଓ ଶିକ୍ଷକଙ୍କ ବସା ଘର ମରାମତି କରନ୍ତି ବିନା ଅବହେଳାରେ, ଶିକ୍ଷକ କେବଳ ଛାତ୍ରଛତ୍ରୀଙ୍କୁ ଶିକ୍ଷାଦାନ କରି ଚୁପ୍ ରହନ୍ତି ନାହିଁ । ଛାତ୍ର ମୁରବୀ ତଥା ଗ୍ରାମର ମୁଖ୍ୟ ଲୋକଙ୍କୁ ନେଇ ସ୍କୁଲ୍‌ର ଉନ୍ନତିରେ ବେଶ୍ ସହାୟକ ହୁଏ । ସବ୍‌ଇନିସ୍‌ପେକ୍ଟର, ସେକେଣ୍ଡ ଅଫିସର ଓ ସବ୍‌ଡ଼ିଭିଜନାଲ୍ ଅଫିସର ପ୍ରତ୍ୟେକେ ଯୁବ ଶିକ୍ଷକ ବୃନ୍ଦାବନ ବାବୁଙ୍କ କର୍ତ୍ତବ୍ୟନିଷ୍ଠାର ତାରିଫ କରନ୍ତି । ସେହି ସ୍କୁଲ୍‌ରେ ଚାକିରି ମଧ୍ୟରେ ତାଙ୍କୁ ଗୁରୁ ତାଲିମ ନେବାକୁ ହେଲା । ଗୁରୁ ଟ୍ରେନିଂ ନେବା ଫଳରେ ସେ ଶିକ୍ଷାଦାନ ସଂପର୍କରେ ବହୁ ଦିଗ୍‌ଦର୍ଶନ ଲାଭ କଲେ ।

୧୩୨

ଶିଶୁ ମନୋବିଜ୍ଞାନ, ସ୍କୁଲ୍ ପରିଚାଳନା, ଶିକ୍ଷାଦାନରେ ତ୍ରୟସୋପାନ ପଦ୍ଧତି ଓ ପଞ୍ଚସୋପାନ ପଦ୍ଧତିକୁ ସେ ବାସ୍ତବ କ୍ଷେତ୍ରରେ ପ୍ରୟୋଗ କରିବାରୁ ଶିକ୍ଷାର ସୁଫଳ ମିଳିଲା । ସେ ଏଥିରେ ଉତ୍ସାହିତ ହେଲେ । ୧୯୨୭ ମସିହାରେ ତାଙ୍କର ବଦଳି ହେଲା । ସେ ରାଇସୁଆଁ ପ୍ରାଥମିକ ବିଦ୍ୟାଳୟକୁ ଆସି ସ୍ୱକାର୍ଯ୍ୟରେ ଯୋଗଦେଲେ ।

ରାଇସୁଆଁ ସ୍କୁଲ୍‌ଟି କେନ୍ଦୁଝର-ଚମ୍ପୁଆ ମୁଖ୍ୟ ରାସ୍ତା କଡ଼ରେ ଅବସ୍ଥିତ । କେନ୍ଦୁଝର ଗଡ଼ରୁ ମାତ୍ର ଚାରି ମାଇଲ ଦୂର । ସେ ଏଠାକୁ ପ୍ରତ୍ୟହ ଘରୁ ଯିବା ଆସିବା କରି ସ୍କୁଲ୍ କାମ କରିପାରିଥାନ୍ତେ । କିନ୍ତୁ ସ୍କୁଲ୍‌ର ସର୍ବତୋଭାବେ ଉନ୍ନତି କରିବା ଲକ୍ଷ୍ୟରେ ସେ ସ୍କୁଲ୍‌ରେ ବସା ବାନ୍ଧିଲେ ।

ରାଇସୁଆଁରେ ସେ ନବୀନ ଉତ୍ସାହରେ କାମରେ ମନ ଦେଲେ । ରାଇସୁଆଁ, ଗୋପୀନାଥପୁର, ଜଳବଙ୍ଗ, ହରଷପୁର, ମୁକୁନା ଓ ଜନାର୍ଦ୍ଦନପୁର ଆଦି ଗ୍ରାମମାନଙ୍କୁ ଯାଇ ନୂଆ ନୂଆ ପିଲାଙ୍କୁ ଆଣି ସ୍କୁଲ୍‌ରେ ସେମାନଙ୍କ ନାମ ଲେଖାଇ ଛାତ୍ରସଂଖ୍ୟା ବୃଦ୍ଧି କଲେ । ଗ୍ରାମ ସହଯୋଗରେ ନୂତନ ଶ୍ରେଣୀକୋଠରୀ, ଛାତ୍ରାବାସ, ଶିକ୍ଷକଙ୍କ ବସା ଘର ନିର୍ମାଣ ସାଙ୍ଗକୁ ମଜଭୁତିଆ କାଠ ବାଡ଼ ସ୍କୁଲ୍ ହତା ଚାରିପଟେ ଦିଆଇଲେ । ପାଠ ସାଙ୍ଗକୁ ପିଲାଙ୍କୁ ଖେଳାଇଲେ । ଖେଳ, ଦୋକାନ, ଆଦର୍ଶ ଗୃହ, ହାତକାମ, ବଗିଚାରେ ଫୁଲ ପନିପରିବା ସବୁ ତାଙ୍କରି ଉଦ୍ୟମରେ ଗଢି ଉଠିଲା । ରାଇସୁଆଁ ସ୍କୁଲ୍‌ର ଚେହେରା ବଦଳିଗଲା । ସେ ସ୍କୁଲ୍‌ରେ ବସା ବାନ୍ଧି ରହୁଥିବାରୁ ସ୍କୁଲ୍ ଘରଦ୍ୱାର ଓ ବାଡିବଗିଚା ଉଜୁଡ଼େ ନାହିଁ । ସେ ମଧୁର ସ୍ୱରରେ ଗୀତ ଗାଇ ପାରନ୍ତି । ତାଙ୍କର ଡ଼୍ରଇଁ ହାତ ମଧ୍ୟ ଖୁବ୍ ଭଲ । ସେ ଏହାକୁ ବିଦ୍ୟାଳୟରେ ପ୍ରୟୋଗ କରି ଅନେକ ସୁଫଳ ପାଇଲେ । ସ୍କୁଲ୍‌ରେ ରିଲିଫ୍ ମ୍ୟାପ୍ ଭୌଗୋଳିକ କ୍ଷେତ୍ର ନମୂନା ଆଦି ସେ ନିଜେ ତିଆରି କରିଥାନ୍ତି । ଶିକ୍ଷାଦାନବେଳେ ଉପକରଣ ଭାବେ ସଦୁପଯୋଗ କରନ୍ତି । ପିଲାମାନେ ଚଟେଇ ଆସନ ଆଣି ତା' ଉପରେ ବସନ୍ତି । ପିଲାମାନେ ପାଣି ପିଇବା ପାଇଁ ସେ ଚାରୋଟି କଳସୀକୁ ଥାକ କରି ଫିଲ୍ଟରର ବ୍ୟବସ୍ଥା କରାଇଥିଲେ।

ଦିନେ ବୃନ୍ଦାବନ ସାର୍ କ୍ଲାସ୍‌ରେ ଶିକ୍ଷା ଦେଉଥିବା ଅବସ୍ଥାରେ ଇଷ୍ଟର୍ଣ୍ଣ ଷେଟ୍‌ସ୍ ଏଜେନ୍ସିର ଶିକ୍ଷା ପରାମର୍ଶଦାତା ଡ଼ି.ପି ସାହେବ ସ୍କୁଲ୍‌ରେ ଆସି ପହଞ୍ଚିଲେ । ସେ ତନ୍ମୟ

୧୩୩

ଭାବେ ଶିକ୍ଷାଦାନକୁ ଦେଖୁଥାନ୍ତି । ଶିକ୍ଷାଦାନ ଉପକରଣ ସାଙ୍ଗକୁ କଳାପଟା କାର୍ଯ୍ୟ ଠିକ୍ ଭାବରେ ଚାଲିଥାଏ । ପାଠ ଦାନ ପରେ ସରଳ ପ୍ରଶ୍ନ ଛଳରେ ପଠିତ ପାଠର ଉତ୍ତର ଆଦାୟ ହେଉଥାଏ । ସାହେବଙ୍କ ମନକୁ ପାଇଲା ।

ପରାଧୀନ ଭାରତ ରେ ସ୍କୁଲ୍ ପରିଦର୍ଶନ ଉପରେ ଯେପରି ଦୃଷ୍ଟି ଦିଆଯାଉଥିଲା ଏବେ ଆଉ ତାହା ନାହିଁ । ଡ଼ି. ପି ସାହେବ ତାଙ୍କ ପରିଦର୍ଶନ ବେଳେ ଶିକ୍ଷକମାନଙ୍କର କେବଳ ଦୋଷ, ତ୍ରୁଟି ଦେଖୁନଥିଲେ । ଗୁଣର ମଧ୍ୟ ଆଦର କରୁଥିଲେ । ଡ଼ି.ପି ସାହେବ ବୃନ୍ଦାବନ ବାବୁଙ୍କ କାର୍ଯ୍ୟ ଦକ୍ଷତାରେ ମୁଗ୍ଧ ହୋଇ ତାଙ୍କୁ ମାସିକ ୧୫ ଟଙ୍କା ବେତନ ଦେବାକୁ ସୁପାରିସ କଲେ । ଏହା ଏକ ଅର୍ଥନୈତିକ ସୁପାରିସ । ସେତେବେଳେ ଅନଟ୍ରେଣ୍ଡ୍ ଶିକ୍ଷକଙ୍କ ପାଇଁ ମାସିକ ୬ ଟଙ୍କା ଓ ଟ୍ରେଣ୍ଡ ଶିକ୍ଷକଙ୍କର ମାସିକ ୯ ଟଙ୍କା ବେତନ ଧାର୍ଯ୍ୟ ହୋଇଥାଏ । ତେଣୁ ଜଣେ ପ୍ରାଥମିକ ଶିକ୍ଷକଙ୍କୁ ଅଧିକ ବେତନ ଦେବାକୁ ହେଲେ ତାହା ପଲିଟିକାଲ୍ ଏଜେଣ୍ଟଠାରୁ ମଞ୍ଜୁରୀ ଆଣି ଷ୍ଟେଟ୍ ବଜେଟ୍ ରେ ଅନ୍ତର୍ଭୁକ୍ତ କରା ନ ଗଲେ ଅଡ଼ିଟ୍ ଧରିବା କଥା । କିଛିଦିନ ଧରି ଏହାପଡ଼ି ରହିଥିଲା । ପରେ ଏସବୁ ଅସୁବିଧା ଦୂର କରାଇ ତାଙ୍କୁ ନୂତନ ଧାର୍ଯ୍ୟ ବେତନରେ କେନ୍ଦୁଝର ଗଡ଼କୁ ଅଣାହେଲା । ଏହି ସମୟରେ ଗୁପ୍ତ ରାଜକୁମାର ଏମ୍ .ଇ ସ୍କୁଲ୍‌ରୁ ପ୍ରାଥମିକ ଶ୍ରେଣୀଗୁଡ଼ିକୁ ଅଲଗା କରାଯାଇ ମଡ଼େଲ୍ ନି.ପ୍ରା. ସ୍କୁଲ୍ ଗଠିତ ହେଲା । ଆଟୋପରଠରେ ଅନ୍ୟ ଏକ ସ୍କୁଲ୍ ଖୋଲିଲା ।

ସେତେବେଳଙ୍କୁ ପ୍ରାଥମିକ ସ୍କୁଲ୍ କେବଳ ସବ୍ଇନ୍‌ସ୍‌ପେକ୍ଟର ମାନଙ୍କ ତତ୍ତ୍ୱାବଧାନରେ ରଖାନଯାଇ ଡ଼େପୁଟି ଇନ୍‌ସ୍‌ପେକଟରଙ୍କ ଅଧୀନରେ ରଖାଗଲା । ସେ ସମୟରେ କେନ୍ଦୁଝରରେ ପ୍ରାଥମିକ ଶିକ୍ଷାର ରୂପରେଖ ଅଲଗା ଥିଲା । ଉପଯୁକ୍ତ କାରଣ ନ ଥାଇ ଛାତ୍ରମାନେ ଅନୁପସ୍ଥିତ ହେଲେ ଅନୁପସ୍ଥିତ ଦିନ ପ୍ରତି ଏକ ପଇସା (ତିନି ପାହୁଲା) ଜୋରିମାନା ଦେବାକୁ ପଡ଼ୁଥିଲା । ଗାଆଁ ଲୋକେ ବେଠିରେ ସ୍କୁଲ୍‌ଘର ଛପର ଓ ହତା ବାଡ଼ାବନ୍ଦି କରିଦେଉଥିଲେ । ଗ୍ରାମର ପ୍ରଶାସନିକ ମୁଖ୍ୟ ପ୍ରଧାନ ଏଥି ପାଇଁ ଦାୟୀ ରହୁଥିଲେ। କେନ୍ଦୁଝରଗଡରେ ପ୍ରାଥମିକ ସ୍କୁଲ୍‌ଗୁଡିକ ପକ୍କା ଗୃହ ହୋଇଥିବାରୁ ଛାଉଣି ଛପର ସମସ୍ୟା ନଥିଲା । ତଳ ଶ୍ରେଣୀରେ ସଂଖ୍ୟା ଗଣନ, ମିଶାଣ, ଫେଡାଣ, ସଂଖ୍ୟା ବିଶ୍ଳେଷଣ ଓ ସଂଶ୍ଳେଷଣ ନିମନ୍ତେ କାଠିବିଡ଼ା ନେବାକୁ ହୁଏ । ରଙ୍ଗ ବେରଙ୍ଗ କରି ଶର କାଠି, ବାଉଁଶ କାଠିରେ ଦଶୋଟି କରି ପ୍ରତି ବିଡ଼ାରେ କାଠିଥାଏ । ନଅଟି ବିଡା ବନ୍ଧା ହୋଇ ଗୋଟିଏ କାଠି ବିଡାର ଦଶଟି କାଠି ଖୋଲା ଥାଏ । କାଠି ସାଙ୍ଗକୁ ଗୋଟିଏ ଛୋଟ ଥଳୀରେ

୧୩୪

ଶହେଟି ବଉଳ ମଞ୍ଜି ବା ତେନ୍ତୁଳି ମଞ୍ଜି ମଧ୍ୟ ପିଲାମାନେ ନେଇଥାନ୍ତି । ସ୍କୁଲ୍‌ରେ ବଡ଼ କାଠ ଫ୍ରେମ୍‌ରେ ତାର ଦ୍ୱାରା ବଡ଼ ବଡ଼ ଗୋଲିମାନ ରହିଥାଏ । ତାହା ଶିକ୍ଷକ ଗଣିତ ଶିକ୍ଷା ଦେବା ବେଳେ ବ୍ୟବହାର କରନ୍ତି । କର୍ମ ସଂଗୀତ ପିରିୟଡ଼୍‌ରେ ଗୀତ ସାଙ୍ଗେ ସାଙ୍ଗେ ଅଭିନୟ କରାଯାଏ । ସେଥିରୁ ଗୋଟିଏ ହେଉଛି । "ବଙ୍କା ବଙ୍କା ଦେଖ ଲତା ଗଛେ ଯାଏ ମାଡ଼ି, ସେହିପରି ବଙ୍କା ଦେଖ ଏହି ମୋର ବାଡ଼ି ।" ଏହାଛଡ଼ା "ବଡ଼ ହେଲେ ମୁହିଁ କୃଷକ ହେବି, ଲଙ୍ଗଳ ଧରିଣ ବିଲ ଚଷିବି" ଇତ୍ୟାଦି । ଡ଼୍ରିଲ୍‌ରେ ମୁଦ୍‌ଗର ବୁଲା, ତାଳ ଦେଇ ଡ୍ରିଲ୍ ସହ ଡମ୍ବେଲ ପିଟା, ଏକହାତିଆ ନିହୁର, ଦୁଇହାତି ନିହାର ଓ ଅନ୍ୟ କେତେ କ'ଣ । ସେତେବେଳ ସରକାରୀ କଳରେ ଓଡ଼ିଆ ଭାଷା ମାଧ୍ୟମରେ ଅନେକ କାର୍ଯ୍ୟ ଚଳୁଥିଲା । ଓଡ଼ିଆ କରଣୀ ଛଟା ଅକ୍ଷର ମାନଙ୍କର ପ୍ରଚଳନ ଥିଲା । ତେଣୁ ପ୍ରାଥମିକ ଶ୍ରେଣୀରେ ଛଟାକ୍ଷର ଶିକ୍ଷା ଦିଆଯାଊଥିଲା । ପିଲାମାନଙ୍କୁ ଗପ କହିବା ଏକ ପୁରାତନ ପ୍ରଥା। ଗଳ୍ପଟିଏ କହି ତାହାକୁ ପିଲାମାନଙ୍କୁ ନେଇ ଅଭିନୟ କରାଇବା ଦ୍ୱାରା ଗପଗୁଡ଼ିକ ଆକର୍ଷଣୀୟ ହୋଇଥାଏ । ପିଲାମାନେ ଖାଲି ଅଭିନୟ କରିବା ଅପେକ୍ଷା ଗଳ୍ପରେ ଯେଉଁ ଯେଉଁ ଜୀବଜନ୍ତୁଙ୍କ କଥା ଥାଏ ସେହି ଜୀବଜନ୍ତୁମାନଙ୍କର ସୁନ୍ଦର ଭାବେ ଚିତ୍ରିତ ମୁଖା ଅଭିନୟ ବେଳେ ବ୍ୟବହାର କରନ୍ତି । ଏଥିପାଇଁ ସ୍କୁଲ୍ ସମୂହର ଡ଼େପୁଟି ଇନିସପେକ୍ଟର ରାୟ ସାହେବ କ୍ଷେତ୍ର ମୋହନ ମିଶ୍ର ଏକ ପାଠ୍ୟପୁସ୍ତକ "ଗଳ୍ପାଭିନୟ" ରଚନା କରିଥାନ୍ତି । ତାହା ଶ୍ରେଣୀରେ ଚଳୁଥାଏ । ଦିତୀୟ ଓ ତୃତୀୟ ଶ୍ରେଣୀରେ ଓଡ଼ିଶା ଇତିହାସ ସାଙ୍ଗକୁ "କେନ୍ଦୁଝର " ଇତିହାସ ଓ କେନ୍ଦୁଝର ଭୂଗୋଳ ପାଠ୍ୟକ୍ରମରେ ସ୍ଥାନ ପାଇଥାଏ ।

ସ୍କୁଲ୍ ସାଜସଜ୍ଜାରେ ଉଦ୍ୟାନ କର୍ମ, ରିଲିଫ୍ ମାନଚିତ୍ର, ବିଭିନ୍ନ ଭୋଗୋଳିକ କ୍ଷେତ୍ର, ହସ୍ତକର୍ମ, ଆଦର୍ଶ ଘରତିଅରି, ଖେଳ ଦୋକାନ, ଶ୍ରେଣୀ କାନ୍ଥରେ ବିଭିନ୍ନ ନୀତି ବଚନ, ପାଠ, ରେଖା, ନୋଟିସ୍ ବୋର୍ଡ ଓ ସ୍କୁଲ୍‌ର ବାହାର କାନ୍ଥରେ ବିଭିନ୍ନ ମନ୍ଦିର, ଲାଲ୍‌କିଲ୍ଲା, ବାରବାଟି, ତାଜମହଲ ସାଙ୍ଗକୁ ରାଣାପ୍ରତାପ, ଶିବାଜୀ, ମାହାତ୍ମା ଗାନ୍ଧି, ପଣ୍ଡିତ ନେହେରୁ, ସର୍ଦ୍ଦାର ପଟେଲ ଅଦି ନେତାମାନଙ୍କର ରଙ୍ଗୀନ୍ ଫଟୋ ଚିତ୍ର ଶୋଭା ପାଉଥିଲା । ବୃନ୍ଦାବନବାବୁ ଯେଉଁ ସ୍କୁଲ୍‌ରେ କାର୍ଯ୍ୟ କରିଛନ୍ତି, ଏ ସମସ୍ତ ପ୍ରକାର ସାଜସଜ୍ଜାରେ ସେ ସ୍କୁଲ୍ ପରିସରକୁ ହସାଇ ଦେଉଥିଲେ । ସେ ଜଣେ ଅଦର୍ଶ ଶିକ୍ଷକ ଥିବାରୁ ଯେକୌଣସି ଯୋଜନା ଅସିଛି ସେ ତାକୁ ନିଷ୍ଠାର ସହିତ କାର୍ଯକାରୀ କରିବାରେ ଲାଗି ପଡୁଥିଲେ । ତାଙ୍କର ଚାକିରି ଜୀବନରୁ ଶେଷ ପର୍ଯ୍ୟନ୍ତ ପ୍ରତିବର୍ଷ ତାଙ୍କ ସ୍କୁଲ୍ ପିଲା ପ୍ରାୟ ବୃତ୍ତି ପାଉଥିଲେ ।

୧୩୫

ରାଜା ସରକାର ଅମଳରେ ବାର୍ଷିକ ଶିକ୍ଷକ ସମ୍ମିଳନୀରେ ଗଡ଼ର ସମସ୍ତ ପ୍ରାଥମିକ ସ୍କୁଲ୍ ଛାତ୍ରମାନଙ୍କୁ ପୁରସ୍କାର ଦିଅଯାଏ । ବୃନ୍ଦାବନ ବାବୁ ସବୁ ପ୍ରାଥମିକ ସ୍କୁଲ୍‌ର ବାଛା ବଛା ପିଲାଙ୍କୁ ଅଣାଇ ଗୀତ ଓ ଅଭିନୟ ଶିଖାନ୍ତି । ଶିକ୍ଷକ ସମ୍ମିଳନୀରେ ପ୍ରଦର୍ଶନୀ କରାଯାଏ । ଶିକ୍ଷା ସଂକ୍ରାନ୍ତୀୟ ଅଲୋଚନାଚକ୍ର ଅନୁଷ୍ଠିତ ହୁଏ । ଜାକଜମକରେ ସଭା ହୁଏ, ରାଜ୍ୟ ବାହାରୁ ବେଳେ ବେଳେ ଶିକ୍ଷାବିତ୍ ଓ ଅନ୍ୟ କେତେକ ଜ୍ଞାନୀଗୁଣୀ ଲୋକ ନିମନ୍ତ୍ରିତ ହୋଇ ଅସି ଉଦ୍‌ବୋଧନ ଦିଅନ୍ତି । ଏହି ବାର୍ଷିକ ଶିକ୍ଷା ସମ୍ମିଳନିରେ ବୃନ୍ଦବନ ବାବୁ ସକ୍ରିୟ ଅଂଶ ଗ୍ରହଣ କରିବା ସାଙ୍ଗକୁ ଷ୍ଟେଟର ଶ୍ରେଷ୍ଠ ଶିକ୍ଷକ ନା ଭାବେ ବହୁବାର ସମ୍ବର୍ଦ୍ଧନ ପାଇଛନ୍ତି । ସେ ଗୁରୁ ଟ୍ରେନିଂ ବ୍ୟତୀତ ସ୍କାଉଟ୍ ଟ୍ରେନିଂ ହାତକାମ ଟ୍ରେନିଂ ଓ ମୌଳିକ ଶିକ୍ଷା ଟ୍ରେନିଂ ନେଇ ଏସବୁର ନିଜ ସ୍କୁଲ୍‌ରେ ସଫଳ ରୁପାୟଣ କରିଥିଲେ । କେନ୍ଦୁଝର ଇତିହାସ ସେ ସ୍ୱର୍ଗତ ବନମାଳୀ ପଟ୍ଟନାୟକଙ୍କଠାରୁ ଶୁଣି ଶୁଣି ଲେଖିଥିଲେ। ତାହା ପରେ କେତୋଟି ବିଷୟ ଯୋଡ଼ାଯୋଡ଼ି କରି ସ୍କୁଲ୍ ଡ଼େପୁଟୀ ଇନ୍‌ସ୍‌ପେକ୍ଟର କ୍ଷେତ୍ରମୋହନବାବୁ ତାକୁ ନିଜ ନାମରେ ଛପାଇଥିଲେ । ସେତେବେଳେ 'ଜନବୀଣା' ନାମକ ଏକ ତ୍ରୟମାସିକ ସାହିତ୍ୟ ପତ୍ରିକା ପ୍ରକାଶ ପାଉଥିଲା । ବୃନ୍ଦାବାନବାବୁ ଏଥିରେ ନିୟମିତ ଲେଖା ଲେଖି କରୁଥିଲେ । ବଳଭଦ୍ର ନାଟ୍ୟ ପରିଷଦରେ ବିଭିନ୍ନ ନାଟକରେ ସେ ଅଭିନୟ ମଧ୍ୟ କରିଥିଲେ । ଚାକିରି ପରବର୍ତ୍ତୀ ଜୀବନରେ ସେ କଟକ ଡ଼ଗରପଡ଼ା ପ୍ରାଥମିକ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଲୋକନାଥ ନନ୍ଦଙ୍କ ସହ ସାମାଜିକଶିକ୍ଷା ପୁସ୍ତକ ରଚନା କରିଥିଲେ। ତାହା ଶିକ୍ଷକ ତଥା ଛାତ୍ର ମହଲରେ ବେଶ୍ ଅଦୃତ ହୋଇଥିଲା ।

ରାଜାଙ୍କ ଅମଳରେ ଅଦିବାସୀମାନେ ଶିକ୍ଷା ପାଇବା ପାଇଁ ଅଗ୍ରହୀ ନ ଥିଲେ । ସେତେବେଳେ ସେ ସାନ୍ତାଳ ସଂପ୍ରଦାୟର କେତେକ ପିଲାଙ୍କୁ ଡାକି ଡାକି ଆଣି ଅଟୋପର ସ୍କୁଲ୍‌ରେ ନାମ ଲେଖାଇ ପଢ଼ାଇଥିଲେ । ତାଙ୍କର ଅଦିବାସୀ ଛାତ୍ର ଦିଲ୍ଲୀ ସଭାରେ ସାଂସଦ ହୋଇଛନ୍ତି । କିନ୍ତୁ ତାଙ୍କୁ ମନେ ପକାଇ ତାଙ୍କର ସ୍ମୃତିରକ୍ଷା ପାଇଁ କିଛି ବ୍ୟବସ୍ଥା ଅବଧି କରାଯାଇପାରି ନାହିଁ । ସ୍ୱଧୀନତା ପ୍ରାପ୍ତିର ୨୦ବର୍ଷ ଆଗରୁ ଡିପି ସାହେବଙ୍କର ସେ ଅନୁଗ୍ରହ ଲାଭ କରିଥିଲେ । ରାଜା ସରକାର ତାଙ୍କୁ ଏକାଧିକବାର ରଜ୍ୟର ଶ୍ରେଷ୍ଠ ଶିକ୍ଷକ ଭାବେ ପୁରସ୍କୃତ ତଥା ସମ୍ବର୍ଦ୍ଧିତ କରିଥିଲେ । ଯେତେବେଳେ ଜାତୀୟ ସ୍ତରରେ କୃତୀ ଶିକ୍ଷକମାନଙ୍କୁ ସ୍ୱୟଂ ରାଷ୍ଟ୍ରପତି ସମ୍ବର୍ଦ୍ଧନା ଜଣାଇ ପୁରସ୍କାର ଦେବାର ବ୍ୟବସ୍ଥା ୧୯୬୩ ମସିହାରେ ହେଲା। ସେ ମଧ୍ୟ ସମ୍ମାନଜନକ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ହେଲେ। ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଲାଭ କରିବା ଅବସରରେ ସେ ହିନ୍ଦୀଭାଷାରେ ଏକ ଭାଷଣ ପ୍ରଦାନ କରି ସମବେତ ବିବୁଧ ମଣ୍ଡଳୀଙ୍କୁ ଚମତ୍କୃତ କରିପରିଥିଲେ । ତାଙ୍କ ପ୍ରଦତ୍ତ ଭାଷଣର ଭାଷା

୧୩୬

ହିନ୍ଦୀ ହେଲେ ମଧ୍ୟ ତା'ର ଶିରୋନାମ ଥିଲା ଓଡ଼ିଆ ଭାଷାରେ -"ଦେଶ ଗୁଣେ ବେଶ ଗୁରୁ ଶିଷ୍ୟ" । ରାଷ୍ଟ୍ରପତି ପୁରସ୍କାର ମିଳିବା ପରେ ତାଙ୍କୁ ଜିଲ୍ଲାର ବହୁ ସ୍ଥାନରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସେ କେନ୍ଦୁଝର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଆଉ ଶିକ୍ଷକ ସମାଜଲାଗି ଅନେକ ଗଠମୂଳକ କାର୍ଯ୍ୟ କରିଯାଇଛନ୍ତି ।

କେବଳ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଜଣେ ନିଷ୍ଠପର କୃତା ଶିକ୍ଷକ ଭାବେ ସେ ଯେ ସ୍ମରଣୀୟ ହୋଇ ରହିବେ, ତାହା ନୁହେଁ । କେନ୍ଦୁଝରରେ ଶିକ୍ଷା ପ୍ରସାର ଓ ଉଚ୍ଚଶିକ୍ଷାର ଉନ୍ମେଷ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ । ତାଙ୍କର ସୀମିତ ସମ୍ବଳ ମଧ୍ୟରେ ତାଙ୍କ ନିଜ ପରିବାର ସହିତ କେତେଜଣ ଛାତ୍ରଙ୍କୁ ରଖି ସେ ସେମାନଙ୍କୁ ହା.ଇ.ସ୍କୁଲ୍‌ରେ ପଢ଼ିବାରେ ସହାୟତା କରିଛନ୍ତି । କେନ୍ଦୁଝରର ତ‌ତ୍‌କାଳୀନ ଜିଲ୍ଲାପାଳ ଡ଼ଃ ବି.ଭେଙ୍କଟରମଣ ଅର.ଏ.ଏସ୍.ଙ୍କ ଉଦ୍ୟମ ଓ ସଚେତନ ଜନତାଙ୍କ ସହଯୋଗରେ ଯେତେବେଳେ କେନ୍ଦୁଝରରେ କଲେଜ ଆରମ୍ଭ ହେଲା ସେଥିରେ ତାଙ୍କର ସ‌ହଯୋଗ ଅତୁଳନୀୟ । ତାଙ୍କରି ଉଦ୍ୟମରେ ଢ଼େଙ୍କାପୁରର ବ୍ରାହ୍ମଣମାନଙ୍କଠାରୁ କଲେଜ ପାଇଁ ଅଧିକାଂଶ ପରିମାଣର ଜମି ବିନା ମୂଲ୍ୟରେ ଦାନସୂତ୍ରେ ମିଳି ପାରିଥିଲା ଦୁଃଖର କଥା, ଏହା କଲେଜରେ କୌଣସି ଐତିହାସିକ ବିବରଣୀରେ ସ୍ଥାନ ପାଉନାହିଁ ।

ସେ ଥିଲେ କେନ୍ଦୁଝର ଗଡ଼ର ତିନି ପୀଢ଼ିର ଶିକ୍ଷକ, କେତେକ ପରିମାଣରେ ବାପ, ପୁଅ ଓ ନାତି ତିନି ପୀଢ଼ିଯାକ ତାଙ୍କର ଥିଲେ ଛାତ୍ର, ନିଜ ସ୍କୁଲର ଛାତ୍ର ପୁରାତନ ଛାତ୍ର ପ୍ରତ୍ୟେକଙ୍କ ପାଇଁ ତାଙ୍କର ଯେଉଁ ବାତ୍ସଲ୍ୟ ପ୍ରତିପାଦିତ ହେଉଥିଲା ତା'ର ତୁଳନା ନାହିଁ । ମୁଁ ତାଙ୍କ ସ୍କୁଲ୍‌ର ଛାତ୍ର ନ ଥିଲି । କିନ୍ତୁ ମୁଁ ତାଙ୍କର ଛାତ୍ର ଥିଲି, ମୋ ପ୍ରତି ତାଙ୍କର ଚିରକାଳ ଅତୁଟ ସ୍ନେହ ଓ ଅକୁଣ୍ଠିତ ଆଶୀର୍ବାଦ ଥିଲା । ମୋ ଭଳି ତାଙ୍କର ଶହ ଶହ ଛାତ୍ରଙ୍କୁ ଅକୁଣ୍ଠ ସେ ସ୍ନେହ ଶ୍ରଦ୍ଧାରୁ ବଞ୍ଚିତ କରୁନଥିଲେ । ସେ କେନ୍ଦୁଝର ଗଡ଼ର ବିଭିନ୍ନ ପ୍ରାଥମିକ ସ୍କୁଲ୍‌ର ପ୍ରଧାନ ଶିକ୍ଷକ ଥାଇ ସ୍କୁଲ୍‌ମାନଙ୍କର ଅନେକ ଉନ୍ନତି କରି ଯାଇଛନ୍ତି । ପରିଶେଷରେ ତାଙ୍କୁ ୧୯୬୪ ମସିହାର ଶେଷ ତାରିଖରେ ସ୍ୱକାର୍ଯ୍ୟରୁ ଅବସର ଗ୍ରହଣ କରିବାକୁ ପଡ଼ିଲା । ସରକାର ତାଙ୍କୁ ସିନା ଅବସର ଦେଲେ କିନ୍ତୁ କେନ୍ଦୁଝରର ବିଭିନ୍ନ ସାଂସ୍କୃତିକ, ସାରସ୍ୱ, ଆଧ୍ୟାତ୍ମିକ ଅନୁଷ୍ଠାନମାନେ ତାଙ୍କୁ ଆପଣାର କରିନେଲେ । ସେ ୧୯୮୭ ମସିହା ଡ଼ିସେମ୍ବର ପହିଲା ଦିନ ଶେଷ ନିଃଶ୍ୱାସ ତ୍ୟାଗ କଲେ । ତାଙ୍କର ଆତ୍ମା ପରମାତ୍ମଙ୍କ ଶ୍ରୀଚରଣରେ ଲୀନ ହୋଇଗଲା ।‌ ସେ ଶିକ୍ଷା ଜଗତର କିମ୍ବଦନ୍ତୀ ପୁରୁଷ ହୋଇ ରହିଗଲେ । କୃତୀ ଶିକ୍ଷକ ଭାବେ ସେ ଅବଶ୍ୟ ତାଙ୍କ ଗୁଣଗ୍ରାହୀମାନଙ୍କ ସ୍ମୃତି ଆକାଶରେ ସମୁଜ୍ଜଳ ନକ୍ଷତ୍ର ରୂପେ ଦେଦୀପ୍ୟମାନ ରହିବେ ।

୧୩୭

କବିପ୍ରାଣ ଶିକ୍ଷକ ସତ୍ୟନାରାୟଣ ବହିଦାର
ଶ୍ରୀ ଭାଗିରଥି ନାୟକ
ଶ୍ରୀ ବାଳକୃଷ୍ଣ କର


୧୯୫୩ ମସିହା ଏପ୍ରିଲ୍ ମାସ । ସମ୍ବଲପୁରରେ ଭୀଷଣ ଖରା । ଚନ୍ଦ୍ରଶେଖର ବହେରା ଜିଲ୍ଲା ସ୍କୁଲ 'ପଲଟନ୍ କୁଆଁ' ନିକତସ୍ଥ ନୂତନ ସୌଧକୁ ସ୍ଥାନାନ୍ତରିତ ହୋଇଥାଏ । ସେଠାରୁ ଲକ୍ଷ୍ମୀ ଟକିଜ୍ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଖରେ ଏତେ ଘର ନ ଥାଏ । ବାମ ପାଖରେ କାଳ ବାଡ଼ି ଓ ଡ଼ାହାଣ ପାଖରେ ବିସ୍ତୀର୍ଣ୍ଣ ପଡ଼ିଆ । ଲକ୍ଷ୍ମୀ ଟକିଜ୍ ପୂର୍ବରୁ ଗୋଟିଏ ପୋଲ ପଡ଼େ । ସେହି ପୋଲ ତଳେ ଛୋଟିଆ ନାଳଟିରେ ଝର ଝର ହୋଇ ପାଣି ବହିଯାଉଥାଏ । ତା' କୂଳରେ କେତେଗୁଡ଼ିଏ ଅରମା ବୁଦା । ସେଦିନ ସକାଳୁଆ ସ୍କୁଲ୍‌ରେ ପାଠପଢ଼ା ଶେଷ କରି କେତେଜଣ ଶିକ୍ଷକ ଅଳସ ପଦରେ ଘରକୁ ଫେରୁଥାଆନ୍ତି । ତାଙ୍କ ଭିତରେ ଥାଆନ୍ତି ସତ୍ୟନାରାୟଣ ବହିଦାର । ପୋଲ ତଳେ ବହୁଥିବା ଛୋଟ ଝରଣା ଦୂରରେ ବିସ୍ତୀର୍ଣ୍ଣ ପଡ଼ିଆରେ ଗାଈ ଚରାଉଥିବା ଗାଈଆଳ ପିଲାଟିକୁ ଦେଖି ତାଙ୍କର କବି କଳ୍ପନା ଉଜ୍ଜୀବିତ ହୋଇ ଉଠିଲା । ସେହି କ୍ଲାନ୍ତ ଅବସ୍ଥାରେ ଏହି ପ୍ରାକୃତିକ ପରିବେଶ ତାଙ୍କ କବିପ୍ରାଣକୁ ସ୍ପର୍ଶ କଲା । ତାଙ୍କ ଓଠରୁ ହଠାତ୍ ଝରି ପଡ଼ିଲା "ଗୁଦୁଗୁଡ଼ିଆ ନାଲୋରେ ନୀ...

ସେହି କବିତାଟି 'ଝଙ୍କାର'ର ୧୯୫୩ ମସିହା ପୂଜା ସଂଖ୍ୟାରେ ପ୍ରକାଶିତ ହୋଇଥିଲା । ସମ୍ବଲପୂରୀ ଭାଷାରେ ଲେଖିତ ସେହିକବିତାଟି କବିଙ୍କ ପ୍ରଦତ୍ତ ପାଦଟୀକା ସହିତ ଅବିକଳ ନିମ୍ନରେ ପ୍ରଦତ୍ତ ହେଲା ।

ଗୁ୍ଗୁଦିଆ ନାଲେ ନନି
ଗୁଦ୍ ଗୁଦିଆ ନାଳେ...
ହଲିଆ ପିଲାର କରିଆ ଫିନା ଭରିଆ ଛିନା ଫାଲେରେ...
ସଞ୍ଜ ମୁଁହାଁଟି ହଲ୍‌ଦି ଝରା
ଫଗୁନ୍ ମାସେ ଅକର୍‌କରା

୧୩୮

ଲାଗ୍‌ଲା ଲସି ବ ଉଲ୍ -ଜସି

ମହୁଲ୍- ଫୁଲ୍ ଗାଲେ । କାନର୍ କଲି ଅଙ୍ଗେନ୍- କଲା ମାନିକ୍ ଟପୋଟପୋ ଚୁମକ୍- ଲଗା- ଆଁଖିର ସାକ୍ଷୀ ଭରଗା ସପୋ ସପୋ ଗହ୍ମା ପୁନେର୍ ଚକେଲ୍ ପିଲା ଚାକୁଲ୍ ଚାକୁଲ୍ କେନ୍ତା ମିଠା ପେଟ ପୁର୍ ଲେ ସବୁ ମିଠା ଗଗ୍‌ଗମାଗମ୍ ଝାଲେ । (୧‌‌)

ଟୀକା : ନନୀ-ତରୁଣୀ, ହଲିଆ- ମୂଲିଆ, ଲରିଆ - ଛୋଟ ଲୁଗା, ଭରିଆଛନା- ଏକାନ୍ତ ନ ଛାଟିଅ, ଅକର୍ ଲରା - ଅତ୍ଯଧିକ, ଅଙ୍ଗନ୍ - ଯେଉଁ ତେଲମିଶା କଳା ଯୋଗୁଁ ଗାଡ଼ି ତକ୍ ସୁରୁଖୁର୍ ରେଚାଲେ । ତୁମ୍ କି-ଧୋବଲା ରଙ୍ଗର ବୃତ୍ତାକାର ଜରିର ପଦାର୍ଥ ବିଶେଷ ଜରିକାମରେ ସେଗୁଡ଼ିକ ଖଞ୍ଜା ହେଲେ ତାହାର ଆଭା ଆହୁରି ଫୁଟି ଉଠେ । ବରଗା ;କ୍ଲାନ୍ତି ସପୋ, ସପୋ ‌=ବୃନ୍ତ ରୁ ଅମ୍ବକଷି ଛିଣ୍ଡାଇ ଦେଲେ ଯେଉଁ ରସ ବାହାରେ । ବାସ୍ତବ ଚି୍ତ୍ର ସମ୍ବଳିତ ଏହି ମଧୁର କବିତାର କବୁଇ ସତ୍ଯନାରାୟଣ କ ହିବାର ସେତେବେଲେ ସମ୍ବଲପୁର ଜିଲ୍ଲା ସ୍କୁଲ ରେ ସ ହକାରୀ ଶେକ୍ଷକ ରୂପେ କାର୍ଯ କରୁଥିଲେ । ପୂର୍ବତନ ଗଡ଼ଜାତ ସୋନପୁରର ସଦର ମହକୁମା ସୋନପୁର ସ ହରରେ ତାଙ୍କର ଜନ୍ମ । ପିତାଙ୍କ ନାମ ମିତ୍ର ଭାଅନୁ ଓ ମାତାଙ୍କ ନାମ ବିଳାସବାତୀ । ତାଙ୍କିର ପିଲାଦିନରୁ ପାଠ ପଢ଼ିବ ପାଇଁ ପ୍ରବଳ ଅଗ୍ରହ ଥିଲା । ସୋନ ପୁରରେ ସେକାଳରେ ମାଧ୍ଯମିକ ବିଦ୍ଯାଳୟ ନଥିବାରୁ ପ୍ରାଥମିକ ଶିକ୍ଷା ଶେଷକରି ସେ ସମ୍ବଲପୁର ଆସିଥିଲେ ଓ ସମ୍ବଲପୁର ଜିଲ୍ଲାସ୍କୁଲ୍ ରୁ ୧୯୩୦ ମସିହାରେ ମ୍ଯାଟ୍ରିକ୍ ପାସ କରିଥିଲେ । ଉଚ୍ଚଶିକ୍ଷା ପାଇଁ ପ୍ରବଳ ଆକାଙ୍କା ଥିଲେ ମଧ୍ଯ ଘରର ବିଦ୍ଯାଳୟରେ ନାମ ଲେଖାଇ ସେଠାରୁ ୧୯୩୨ମସିହାରେ କୃତ୍ତିତ୍ବରେ ଷ ଉତ୍ତୀର୍ଣ୍ଣ ହୋଇଥିଲେ । ତାହାପରେ ସେ ସମ୍ବଲପୁର ଜିଲ୍ଲା ସ୍କୁଲ୍ ରେ ଶିକ୍ଷକ ରୂପ୍ପେ ଯୋଗ ଦେଉଥିଲେ । ଆଜିକାଲି ଗଙ୍ଗାଧର ମେହେର କଲେଜ ଯେଉଁଠାରେ କାର୍ଯ କରୁଅଛି, ସେତେବେଲେ ସେହିଠାରେ ସମ୍ବଲପୁର ଜିଲ୍ଲା ସ୍କୁଲ କାର୍ଯ୍ଯ କରୁଥିଲା । ନିଜର ଅଧ୍ଯବସାୟ ବଳରେ ସେ ଘରୋଇ ଭାବରେ ପରୀକ୍ଷା ଦେଇ ଦି ଏ ଓ ବି ଇଡ଼ି ଡ଼ିଗ୍ରୀ ହାସଲ କରିଥିଲେ। ତାଙ୍କର , ଓଡ଼ିଆ ସାହିତ୍ଯରେ ଯଥେଷ୍ଟ ଦକ୍ଷତା ଥିଲା ଓ ପ୍ରାୟତଃ ବିଭିନ୍ନ ଶ୍ରେଣୀରେ ସେ ଓଡ଼ିଆ ସାହିତ୍ଯ ପଢ଼ା ଊଥିଲେ । ବିଭିନ୍ନ କବି ଓ ଲେଖକଙ୍କ ଲେଖାରୁ ଉଦାହରଣ ଦେଇ ସେ ପାଠଦାଙ୍କୁ ସରସ କରିପରୁଥିଲେ । ବିଷ୍ୟବସ୍ତୁ ବାହାରୁ ଅନାବଶ୍ଯକ ବିଷୟମାନଙ୍କର ଅବତାରଣା କରି ସମ୍ୟ ନଷ୍ଟ କରୁନଥିଲେ। ତାଙ୍କର ଅକ୍ଷର ଗୁଡ଼ିକ ସ୍ପଷ୍ଟ ଓ ସୁନ୍ଦର ଥିଲା । ବ୍ଯାକରଣରେ ତାଙ୍କର ଯଥେଷ୍ଟ ବ୍ଯୁତ୍ପତ୍ତି ଥିବାରୁ ପାଠଦାନ ସମ୍ୟରେ ପାରୁଥିଲେ। କର୍ତ୍ତବ୍ଯରେ ପରାଯଣତରେ ସେ ଶିକ୍ଷକ ଗୋଷ୍ଟୀର ଆଦର୍ଶ ଥିଲେ । କୌଣସି ଦିନ ସେ କର୍ତ୍ତବ୍ଯରେ ଅବ ହେଳା କରିନାହାନ୍ତି । ନିୟମିତ ପ୍ରସ୍ତୁତ ହୋଇ ଶ୍ରେଣୀକକ୍ଷକୁ ଯିବା ତାଙ୍କର ଅଭ୍ଯାସ ଥିଲା । ପଢ଼ାଇବାକୁ ଥିବା ବିଷ୍ୟର ପାଠଟୀକା ପ୍ରସ୍ତୁତ କରି ପୁରୀପୂରି ପ୍ରସ୍ତୁତ ହୋଇ ସେ ପାଟଦାନରେ ପ୍ରବୃତ୍ତ ହେଉଥିଲେ । ଶିକ୍ଷକ ଜୀବନରେ ସବୁଠାରୁ କଠିନ କାମ ହେଉଛି ପିଲାମାନଙ୍କର ଗୃହକର୍ମର ସଂଶୋଧନ । ସେ କାମରେ ସତ୍ଯନାରାୟଣବାବୁଞ୍ଜୁ ଖୁଣିବାର ନ ଥିଲା । ଉପରଠାଜରିଆ କରି ପଢ଼ି ଦସ୍ତଖତରେ ମାଇରଦେବା ତାଙ୍କର କଳ୍ପନାରେ ନ ଥିଲା । ଯେତେ ସମ୍ୟଲାଗୁ ପଛକେ ସବୁ ପିଲାଙ୍କର ଖାତା ଟିକିନିଖି ପଢ଼ି ସଂଶୋଧନ କରିବାରେ ସେ କେବେ ଅଭେଲା କରିନାହାନ୍ତି । ଅସମ୍ବ ଓ ଅସଂହତ ଚିନ୍ତାଧାରା, ଅଶୁଦ୍ଧ ବାକ୍ଯ, ଅଶୁଦ୍ଧ ବନାନ ଓ ଶଦ୍ଦର ଅପ ପ୍ର ୟୋଗ ପ୍ରଭୃତି ସେ ପରିଷ୍କାର ଭାବରେ ସୂଚାଇ ଦେଉଥିଲେ । ସମୟ ନମିଳିଲେ ତାଙ୍କୁ ସ୍କୁଲ ବନ୍ଦ ହାବା ପରେ ବାହାର ପାହାଚରେ ବସି ଖାତା ଦେଖିବାର ଦୃଶ୍ଯ ଏ ଲେଖକ (୨) ଦେଖିଛି ଓ ସେଥିପାଇଁ ସ ହ କର୍ମୀମାନେ ଟାହି ଟାପରା କରିବାର ଶୁଣିଛି । କିନ୍ତୁ ସେଥିରେ ସତ୍ଯନାରାୟଣବାବୁ ଥିଲେ ଅବଚଳିତ । କର୍ତ୍ତବ୍ଯ ହିଁ କର୍ତ୍ତବ୍ଯ । ସେଥିରେ ଅବ ହେଳା କରିବାର ତାଙ୍କ ପାଇଁ ପ୍ରଶ୍ନ ନଥିଲା । ସେ ଥିଲେ ପୂରାପୁରି ସମୟାନୁବର୍ତ୍ତୀ, କୌଣସି ଗୋଟିଏ ଦିନ ସ୍କୁଲ୍ କୁ ଡ଼େରିରେ ଆସିବା ଅଥବା କମନ୍ ରୁମ୍ ରେ ବସି ସାମାନ୍ଯ ବିଳମ୍ବ ରେ ଶ୍ରେଣୀକୁ ଯିବାରେ ତାଙ୍କୁ କେହି ଦେଖି ନାହାନ୍ତି । ବୈକୁଣ୍ଠନାଥ ପଟ୍ଟନାୟକଙ୍କପରି ନୀତିନିଷ୍ଠ, ଶୃଖଳାବାଦୀ ଓ ସମୟାନୁବର୍ତ୍ତୀ ପ୍ରଧାନ ଶିକ୍ଷକ ମଧ୍ଯ ତାଙ୍କୁ ଦିଙ୍କ ପାଇଁ ବିଳମ୍ବ ରେ ସ୍କୁ ଲ ଆସିବା ଦେଖିନାହାନ୍ତି । ଖରା ହେଉ, ବର୍ଷା ହେଉ-ସେଥିପ୍ରତି ଭ୍ରୁକ୍ଷେପ ନଥିଲା । ବାତ୍ୟା ଓ ବର୍ଷାରେ ସମ୍ବଲପୁର ସହର ଜଳାର୍ଣ୍ଣବ ହୋଇଥାଏ । ଅଧିକାଂଶ ଶିକ୍ଷକ ବିଦ୍ୟାଳୟକୁ ଆସିନଥାନ୍ତି । କିନ୍ତୁ ସତ୍ୟନାରାୟଣ ବାବୁ ଠିକ୍ ସମୟରେ ବିଦ୍ୟାଳୟରେ ହାଜର । ପ୍ରଧାନ ଶିକ୍ଷକ ରେନି ଡେ ପାଇଁ ଛୁଟି ଘୋଷଣା କରିବା ପରେ ସେ ଛତାଖଣ୍ଡିଏ ଧରି ଧୀରେ ବିଦ୍ୟାଳୟରୁ ଫେରିଯାଇଛନ୍ତି ।

ସେ ଥିଲେ ପୂ୍ର୍ଣ୍ଣତାବାଦି । ପ୍ରବନ୍ଧ ହେଉ , ସରଳାର୍ଥ ହେଉ ବା ପିଲାଙ୍କର କୌଣସି ରଚନା ହେଉ, ସେ ସେଥିରେ ଆଦୌ ସନ୍ତୁଷ୍ଟ ହେଉନଥିଲେ । ସେ ଚାହୁଁଥିଲେ ରଚନାଟିରେ ପ୍ରସିଦ୍ଧ କବି ଓ ଲେଖକମାନଙ୍କର ଉଦ୍ଧୃତ ରହି ତାହା ସର୍ବାଙ୍ଗସୁନ୍ଦର ହେଉ । ଗୋଟିଏ ବଡ ଖାତାରେ ପାଠ୍ୟକ୍ରମରେ ଥିବା ପ୍ରବନ୍ଧ,ବିଭିନ୍ନ ବିଷୟରେ ଥିବା କଠିନ ଭାବସମ୍ଭଳିତ ବାକ୍ୟ ଓ ପଦମାନଙ୍କର ସରଳାର୍ଥ ଆଦି ନିଜେ ସେ ଲେଖି ରଖିଥନ୍ତି । ଅନେକ ସମୟରେ ଛାତ୍ରମାନଙ୍କୁ ସେଥିରେ ଉତାରିନେବାକୁ କ ହିଥନ୍ତି । ସେତେବେଳେ ସାମ୍ବଲପୁର ଜିଲ୍ଲାର ସ୍କୁଲ ଗଙ୍ଗାଧର ମେହେର କଲେଜର ଅଧ୍ଧକ୍ଷଙ୍କର ସାସନାଧୀନ ଥାଏ ।  ସୁପ୍ରତିଠିତ କବି , ଓ ସାହିତ୍ୟିକ ଓ ଶିକ୍ଷାବିତ୍ ଡକ୍ଟର ମାଯାଧର ମାନ ସିଂ  ଅଧ୍ଧକ୍ଷ ଥାନ୍ତି । ସେଥରେ ବିଦ୍ୟାଳୟ ପରିଦର୍ଶନରେ ଆସି  ସତ୍ୟ ନାରାୟ ବାବୁଙ୍କର ଖାତାଅତିକୁ ଆବିଷ୍କାର କଲେ । ରଚନା ଲିଖନରେ ପିଲାମାନେ ଅନ୍ୟର ଲେଖାରୁ ଉତ୍ତାରିନେଲେ ସେମାନଙ୍କର ସୃଜନଶୀଳତା ; ବ୍ୟାହତ ହୁଏ ତେଣୁ ଏପରି କରିବା ଉଚିତ ନୁହେଁ ବୋଲି କ ହି ସତ୍ୟନାରାୟଣ ବାବୁଙ୍କ ଉପରେ   ବିରକ୍ତି ପ୍ରକାସ କରିଥିଲେ ସତ , କିନ୍ତୁ ତାଙ୍କର ଶିକ୍ଷାଦାନରେ  ନିଷ୍ଠା ଓ ଅଧ୍ଧବସାୟକୁ ପ୍ରଶଂସା କରିଥିଲେ । ତ ତ୍ କାଳିନ  ଛାତ୍ର  ଶ୍ରୀ ମାନ  ଲଳିକେନ୍ଦୁ ମାନ ସିଂହ ବର୍ତ୍ତମାନ  ଭାରତ ବୌଦେଶିକ ସେବାରେ ଉଚ୍ଚ ପଦବୀରେ ଅଧିଷ୍ଠିତ । ସେ ସତ୍ୟନାରାୟଣ  ବାବୁଙ୍କ  ସମ୍ବନ୍ଦରେ ଲେଖିଛନ୍ତି;   -Most of the teachers under whom I had the privilege of studing were highly competent and sincere and some of them were highily competent and sincere and some of them were individualistic . There was ,for example . sri Satyanarayan Bohider , who used to teach us M.I.L. (Oriya)..... Satyanaran babu used to insist on our writing essays in elegant, ornate Oriya, replete with quotations from the master poets. (Sketehes of school life, by Lalitendu Mansingha, I .F.S.) ତାଙ୍କର ଓଡିଆ ଭାଷରେ ଯଥେଷ୍ଟ ବ୍ଯପିତ୍ତି ତ ଥିଲା ; ତଦ୍ଯତୀତ ହିନ୍ଦୀ, ବଙ୍ଗଳା ଓ ସଂସ୍କୁତରେ ମଧ୍ଧୟ ସେ ପାଣ୍ଡିତ୍ଯ ଲାଭ କରିଥିଲେ । ଅଧିକାଂଶ ସମୟରେ ସେ ଏହି ଭାଷାର ସାହିତ୍ଯ ଅଧ୍ଧ୍ୟନରେ ମନୋନିବେଶ କରୁଥିଲେ । ଚାଣକ୍ଯ କହିଥିଲେ । 
       
                   କାବ୍ଯ ଶାସ୍ତେର ବିନୋଦେନ କାକୋଗଛ୍ଛିତ ଧୀମତାଂ
                ବ୍ଯସନେନ ତୁ ମୀର୍ଖାଣାଂ  ନିଦ୍ର୍ୟା କଳହେନ ବା 
           
        ଏହି ବାକ୍ଯ ତାଙ୍କ ପକ୍ଷରେ ପୂର୍ଣଣ ପ୍ରଯୁଜ୍ଯ ଥିଲା ଦିନେ ହେଲେ ସେ ବା ରଙ୍କରସ କରିବାରେ ସମୟ କଟାଇନାହାନ୍ତି । ଅଧ୍ଧ୍ୟନ ଓ ଲିଖନରେ ସେ ସମୟରେ କଟାଉଥିଲେ ।
                                   ସେ ଜଣେ  ପ୍ରତିଷ୍ଠିତ ଲେଖକ ଥିଲେ । ତାଙ୍କର କବିତ୍ତ ଛାତ୍ର ଅବସ୍ଥାରୁ ଫୁଟି ଉଠିଥିଲା । ମାଟ୍ରିକ ପଢିବା ସମୟରେ   'ପ୍ରତିବିମ୍ବ'  ନାମକ ଏକ କବିତା ପୁସ୍ତକ ସେ ପ୍ରଣୟନ କରିଥିଲେ ।  ସମ୍ବଲପୁରୀ  ଭାଷାକୁ ଏକ ସ୍ୱତନ୍ତ୍ର ଭାଷାର ମାନ୍ୟତା ଦେବା ପାଇଁ ତାଙ୍କର ଚେଷ୍ଟା ଥିଲା ଅଦ୍ୟମ । 'ଘବ୍ ଘବୋ', 'ଘୁବୁକୁଡୁ', 'ଟିକ୍ ଚହରା ', 'ଶ୍ରୀପଞ୍ଚମୀ', ଓ'ସମ୍ବଲପୁରୀ ଚ ଉକିଆ' ପ୍ରଭୁତି ସମ୍ବଲପୁରୀ ଭାସଷାରେ ଲିଖିତ କବିତା ପୁସ୍ତକ ତାଙ୍କର ଅନୁପମ କୁ୍ରୁତି । ତାଙ୍କ ରବିୱତ  'ସମ୍ବଲପୁରୀ ଭାଷାର ବ୍ୟାକରଣ ' ଏକ ଅଦ୍ଦିତୀୟ ରଚନା । ତାଙ୍କର ଅନେକ ଲେଖା ଏବେବି ଅପ୍ରକାଶିତ ରହିଛି । ସାହିତ୍ୟ କୁ୍ରତି ପାଇଁ ସେ ଭୁ ଅନୁଷ୍ଠାନ ଓ ସଂସ୍ଥାରୁଦୁଆରା ପୁରଷ୍କୃତ ହୋଇଥିଲେ । ୧୯୭୨ ମସିହାରେ ସାହିତ୍ଯ କୃତି ପାଇକ୍ଷ ଉତ୍କଳ ସାହିତ୍ୟ ଏକାଡେମୀ ତାଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ । ୧୯୭୬ ମସିହାରେ ରାଜ୍ୟ ଶିଶୁ -ସାହିତ୍ଯ ସମିତି ତାଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ । ୧୯୮୦ ମସିହାରେ ସମ୍ବଲପୁର ବିଶ୍ୱବିଦ୍ଯାଳୟ ତାଙ୍କୁ ସ୍ମୁତି ପୁରଷ୍କାର ଓ ମାନପତ୍ର ଦ୍ୱାରା ସମ୍ମାନିତ କରିଥିଲେ।
                            ତାଙ୍କ ପ୍ରତି  ମନ୍ତବ୍ୟ ପରାୟଣ ଓ ନିଷା୍ଠାର ଶିକ୍ଷକ                         ଦେଖାଯାନ୍ତି । ତ ଥାପି   
           ତାଙ୍କର ପାରିବାରିକ ଜୀବନ ସୁଖର ନଥିଲା । କୋଣସି କାରଣରୁ ସ୍ତରି  ତାଙ୍କ ପାଖରେ ରହୁ ନଥିଲେ । ଜୀବନର ଭୁ ସମୟ ସେ ସମ୍ବଲପୁର ସହରର ବିଭିନ୍ନ ହୋଟେଲରେ କଟାଇଛନ୍ତି ।  ବିଳାସ- ବ୍ୟସନଠାରୁ ସେ                           ଥିଲେ । ତାଙ୍କ ମନ ସାର୍ବଦା ଉଦାସ ରହୁଥିଲା । ଆଖିରେ ସର୍ବଦା ଏକ ହଜିଲା ହଜିଲା ଭାବ ପରିସ୍କୃଟ ହୁଏ । କେବେ କାହାରି ମନରେ କଷ୍ଟ ଦେଲା ପରି ପଦେ କଥା ସେ କ ହିନଥାନ୍ତି । ଶିକ୍ଷକ-ମଣ୍ଡଳୀର ଭୋଜି ପ୍ରଭୃତି ହେଲେ ସେ ଆନନ୍ଦ ମନରେ ଯୋଗ ଦିଅନ୍ତି । ବନ୍ଧୁମାନେ ତାସ୍, କ୍ୟାରମ , ଚେସ୍  ପ୍ରଭୁତି ଖେଳରେ  ଆନନ୍ଦରେ ମାତିଥିଲା  ବେଳେ ସେ  ପରିବା କାଟିବା  ଆଦି କାମ କରି ରୋଷେଇ ସାହାଯ୍ୟ କରନ୍ତି । ବନ୍ଦୁମାନେ   ତାଙ୍କୁ ଥଟ୍ଟା କଲେ ସେ ସାମାନ୍ୟ ମୁଚୁକି ହସି ଦିଅନ୍ତି । ଶିକ୍ଷକବନ୍ଧୁମାନଙ୍କର ସେ ଥିଲେ ପ୍ରିୟ । ତାଙ୍କର ଜୀବନ - ଦର୍ଶନ ତାଙ୍କ ରଚିତ 'ବ୍ୟଥା-ମୂଳ' ଶୀର୍ଷକ ଏକ କବିତାରେ ପରିସ୍କୃତ ହୋଇଛନ୍ତି । ସେଟି ସମ୍ବଲପୁର ଜିଲ୍ଲା  ସ୍କୁଲ ପତ୍ରିକା ' ବୈଜୟନ୍ତି ' ର ୧୯୫୦ ମସିହା ସଂଖ୍ୟାରେ ପ୍ରକାଶିତ ହୋଇଥିଲା । କବିତାଟି ନିମ୍ନରେ ପ୍ରଦତ୍ତ ହେଲା ;
               ବ୍ୟଥା ମୂକ
                 ନୀରବର ଦେଇଛି ସକତ ନାଥ
                  ପାଷାଣେ ପତ୍ୟର ପ୍ରାଣ ,
                 ବ୍ୟଥା ଅପମାନ ଯେତେକ ତୁମରି
                    କଠୋର କୃପାର ଦାନ ।
                   କହି ନାହିଁ   ପଦେ କଷା ଘାତେ କଥା ,
                   ମରମରେ  ଷି ଦୁଃସହ୍ୟ  ବ୍ୟଥା,
                  ଗୁରୁ ଗଜରବେ ତୁମରି ଆରତି 
                  ସାଜିଛି ଆକ୍ଷିର ଜଳେ
                    ବିକ୍ଷତି ପ୍ରାଣେ ଥରି ଥରି ନାଥ
                     ତୁମରି ଚରଣେ ତଳେ ।
                      ଅପମାନଭରେ ନମ୍ର ଶିର  ମୁଁ 
                     ତୁମରି ବଦନ ଚାହିଁ
                      ଭକ୍ତି ଯାଏ ସବୁ ବେସନୀ ବାହୁନୀ
                     ଥୁମରି ପରଷ ପାଇ
                      ସଧ୍ଧ୍ୟାରେ ତୁମେ ମଳିନ ମୋ ପାଇଁ 
                    ଗୋଧୂଳି ଲୋହିତ ରକ୍ତେ ମୋ ଚାହିଁ                ପ୍ରତି ତାରକାରେ ଥରି ଉଠ ତୁମେ
              ମୋହରି ବେଦନା ହେରି
               ଦିଅ ଦିଅ ନାଥ ଆହୁରି ଦୁଃଖ
                  ନେବି ମୁଁ  ସକଳ ବରି ।
                  ଆସାମ କୃପାରେ ଠେଲି ଦେବ ଯସି
                  କରୁଣା - ବିମଳ ପଦେ 
                   ଗଡି ଗଡି ଶେଷେ ତୁମରି ପୟରେ 
                    ପଡିବି ହେ    ଗଦଗଦେ ।
                      ନମ୍ରୁଶିରେ ମୁଁ ବ୍ୟାଥା - ଭରା ପ୍ରାଣେ
                       ଜୀବନରେ ଜେବେ ଅନ୍ତିମ - ଗାନେ
                      ତୁମରି ପକ୍ଷରେ ବନ୍ଦନା କରି 
                   ଚାହିଁବି ବଦନ - ଶଶୀ ,
                     ଖ ନାଥ ମୋର , କୋଳପରି ତେବେ 
                       ସେବିନି କି ଥରେ ହସି
 (୧) ଉପରୋକ୍ତ ଘଟନାଟି କାଳ୍ପନିକ ନୁହେଁ । ମୁଁ (ଭାଗୀରଥି ନାୟକ )  ସେତେବେଳେ ଚନ୍ଦରଶେଖର ବେହେରା ଜିଲ୍ଲା ସ୍କୁଲରେ ଶିକ୍ଷକ ଥିଲି ଓ ତାଙ୍କ ଷିତ ଫେରୁଥିଲି । ତେଣୁ ଏ ଘଟଣା ପ୍ରତ୍ୟକ୍ଷଦର୍ଶୀ ଭାବରେ ଏଠାରେ ବର୍ଣଣା କଲି
  (୨)    ଶ୍ରୀ ଭାଗୀରଥି ନାୟକ 


                                               ଫିରିଙ୍ଗିଆର    ସ୍ମରଣୀୟ ଶିକ୍ଷକ
                                                            ଗୋବିନ୍ଦଚନ୍ଦ୍ର     ମହାନ୍ତି
                
                                            ଶ୍ରୀ ରମେଶ ଚନ୍ଦ୍ର ଚକ୍ରବର୍ତ୍ତି


                    ଫିରିଙ୍ଗିଆ,କନ୍ଧମାଳରେ ଏହା ଏକ ଜଣାଶୁଣା ଜାଗା । ଆଜିକାଲି ଏହା ଏକ ଛୋଟ ସ ହରରେ ପରିଣତି ହେଲାଣି ।କିନ୍ତୁ ଆଜକୁ ଅଳିଷ ବର୍ଷ ତଳେ ଏହାଥିଲା ଏକ ଦୁର୍ଗମ ଅଞ୍ଚଳ । ସେତେବେଳେ ଫିରିଙ୍ଗିଆରେ ଜିପ୍ ଟିଏ ବି ଫଞ୍ଚିଗଲେ ତାକୁ ଦେଖିବାକୁ ପିଲାଛୁଆ ଜମି  ଯା ଉଥିଲେ । ସେଠାରେ ବେଳ ପଡିଲେ  ଚା ଉଳ ତାମ୍ବିଆ କିମ୍ବା ଲୁଣ  ଟିଏ   ମଧ୍ଧ ମିଳୁନଥିଲା । ପୋଲିସ୍ ଥାନା , ବନ ବିଭାଗ ଅଫିସ୍ , ଡାକ୍ତର ଖାନା , ପଶୁ ଚକିସ୍ଯା କେନ୍ଦ୍ର ସାଙ୍ଗକୁ ସେଠାରେ ଥିଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ।ଫିରିଙ୍ଗିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟଟି ସେତେବେଳେଥିଲା ଫିରିଙ୍ଗିଥାନା  ଇଲାକାର ସର୍ବୋଚ୍ଚ ଶିକ୍ଷାନୁଷ୍ଠାନ ।  ସେଠାରେ ପ୍ରଥମ ଶ୍ରେଣୀଠାରୁ  ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ  ପାଠ ପଢାନ୍ତି ଦୁଇ ଜଣ  ମାତ୍ର  ଶିକ୍ଷକ । ଫିରିଙ୍ଗିଥାନା ଇଲାକାରେ ସତରଟି ନିମ୍ନ ପ୍ରାଥମିକ  ସ୍କୁଲ ଓ ସାତୋଟି ସେବାଶ୍ରମ , ଅଧିକାଶଂ  ଅଧିବାସୀ ଆଦିବାସୀ  କନ୍ଦ ସଂପ୍ରଦାୟର । ତାଙ୍କ ପିଲାମାନେ ନିମ୍ନ ପ୍ରାଥମିକ ପାଠ ଶେଷ କରିବା ପୂର୍ବରୁ ସେଥିରୁ  ଅନେକ  ପିଲା  ପଢାଛାଡିଦିଅନ୍ତି । ଯେଉଁ କେତେକ ପିଲା ତୃତୀୟ ଶ୍ରେଣୀ ପାସ୍ କରନ୍ତି, ସେମାଙ୍କମଧ୍ଧରୁ  ୧୫ ଜଣ ଖଣ୍ଡେ ଚତୁର୍ଥ ଶ୍ରେଣୀରେ ନାମ ଲେଖାଇ ପଢିବା ପାଇଁ  ଫିରିଙ୍ଗି ଆସନ୍ତି । ସ୍କୁଲ  ହଡାରେ ଝାଟିମାଟି କାନ୍ଥ ଦିଆ ଛଣଛପର  ହୋଇଥିବା ଦୁଇ ଧାଡି ହଷ୍ଟେଲଘର ସେଠାରେ ପ୍ରାୟ ୨୦/୨୫ ଜଣ ଅନ୍ତେବାସୀ ରହ ନ୍ତି ।  ପାଠ ପଢନ୍ତି । ସେତେବେଳର ଫିରିଙ୍ଗିଆରେ ଚଳିବାଯେ , କେତେ ସାଧ୍ଧ୍ୟ ଥିଲା ତାହା ଲେଖିବସିଲେ ପୋଥିଟିଏ ହେବ
                                             ଉଣେଇଶି ଶହ ସତାବନ ମସିହା ନଭେମ୍ବର ମାସ ଚୁଦ ତାରିଖ ଶିଶୁଦିବଦ । ଫିରିଙ୍ଗିଆ ଉ ପ୍ରା ସ୍କୁଲ ସେଦିନ ଡାକୁଚି ।   ଫିରିଙ୍ଗିଆ ସ୍କୁଲ ପଡିଆରେ ଶିଶୁଦିବସ ଉପଲକ୍ଷେ ଚାଲିଥାଏ ଛାତ୍ରଛାତ୍ରୀମାନଙ୍କ ମଧ୍ଧରେ କ୍ରିଡା ପ୍ରତିଯୋଗିତା , ଫିରିଙ୍ଗିଆ ଚାରିପଟେ ଆଠ ମାଇଲ ଦୂର ପ୍ରର୍ଯ୍ୟନ୍ତ ଯେତେଗୁଡାଏ ନିମ୍ନ ପ୍ରାଥମିକ ସ୍କୁଲ ଓ ସେବାଶ୍ରମ ଥାଏ ସେ ସ୍କୁଲମାନଙ୍କରୁ ଆଠ ଦଶଜଣ ଲେଖାଏଁ ଛାତ୍ରଛାତ୍ରୀ ଯୋଗ ଦେଇଥାନ୍ତି ସେହି ଉତ୍ସବରେ । ସବୁ ସ୍କୁଲର ଶକ୍ଷକମାନେ ଆସନ୍ତି । ଫରିଙ୍ଗିଆର ସମସ୍ତ ସରକାରି କର୍ମଚାରୀ , ବ୍ୟବସାୟୀ ଓ ଜନସାଧାରନ ଜମି ଯାଇଥାନ୍ତି  ଖେଳ ଦେଖିବାକୁ ।  ଫିରିଙ୍ଗିଆ ଉ ପ୍ରା ସ୍କୁଲର ହେଡ ପଣ୍ଡିତଙ୍କୁ ବେଖ ନଥାଏ । ସବୁ କାମର ତ ତ୍ତାବଧାନ ସେ କରୁଥାନ୍ତି । ସବୁପିଲା , ମୁରବୀ ଓ ଶିକ୍ଷକଙ୍କମାନଙ୍କର ଖିଆପିଆରେ ଯେତେ ଖର୍ଚ୍ଚ , ସବୁ ତୁଳାଇଥିଲେ ବଦାନ୍ୟ ବ୍ୟବସାୟୀ ସ୍ୱର୍ଗତ ଜଗନ୍ନାଥ ଚୌଧୁରୀ ।


                          ତା ପରଦିନ ପୁରଷ୍କାର ବିତରଣୀ ସଭରେ ପୌରୋହିତ୍ୟ କରିଥିଲେ ଫଲବାଣୀର ଜିଲ୍ଲାପାଳ ସ୍ୱର୍ଗତ ବିନୋଦ ଚନ୍ଦ୍ର ତ୍ରୀପାଠୀ ଆ ଇ ଏ ଏସ୍ ।  ମଞ୍ଚରେ ଆସୀନହେଲେ  ଜିଲ୍ଲାପାଳ ଓ  ପ୍ରଧାନ ଶିକ୍ଷକ  , ଯେତେବେଳେ ଉତ୍ସବର ଉଦ ବୋଧନୀ ସଂଗୀତ ବୋଲିବା ଆରମ୍ଭ ହେଲା କୁଇଭାଷାରେ  ଜିଲ୍ଲାପାଳ ପ୍ରଧାନ ଶିକ୍ଷକଙ୍କ ଆଡକୁ ବଡ ବଦ ଆଖିକରି ଚାହିଁଲେ ।  ପ୍ରଷାନ ଶିକ୍ଷକ ନିମ୍ର ସ୍ୱରେ ସୂଚନା ଦେଲେ , ଏହାର ଓଡିଆ  ଅନୁବାଦ ମଧ୍ଧ ଆପଣ ଶୁଣିବେ 
                                       ଗୀତଟି ହେଲା
                                         ବାଦୁ ବାଦଲା ଗଇ
                                           ସାଙ୍ଗଳା ଯୁଇଜାଇ
                                        ମେହେଦୁ ଇ   ପିରାକନ
                                      ଏସେ ସାଞ୍ଜା ମାନାରା ।
                                         ଓଡିଆ ଅନୁବାଦ;-
                                         ଆସ ଆସଲୋ ସହି
                                         ସଙ୍ଗାତ ସଙ୍ଗ ହୋଇ
                                          ଦେଖୋଏ ଏ ପିରିଙ୍ଗିଆ
                                            ଆନନ୍ଦେ ଉଲ୍ଲସଇ ।
                            ଗୀତରେ ଗୀତରେ  ଓଡିଶାର ଜଗନ୍ନାଥ , ମହୋଦଧି , ବଡ ବଡ ନ୍ଦୀ, ପର୍ବତ, କଳକାରଖାନା , ବନ୍ଧ ,ତେର ଜିଲ୍ଲାର ବର୍ଣନା । ଦାଣ୍ଡିଆ ନାଚରେ କାଠିମାନଙ୍କର ତାଳ ସାଙ୍ଗକୁ ପିଲାଙ୍କ ନାଚ କେବଳ ଜିଲ୍ଲାପାଳ ନୁହନ୍ତି  ଆବା ଳବୃଧ୍ଧବଳନିଅତା ସମସ୍ତଙ୍କ ପ୍ରାଣରେ  ଆନନ୍ଦ ଭରି ଦେଇଥାଏ । କୁଇ ଓ ଓଡିଆ ଉଭୟ ଭଷାରେ ଲେଖାଯାଇଥିବା ଶିକାର ଗୀତ , ନାଚ ଓ ଅଭିନୟ ମଧ୍ଧରେ ଗାନ କରାଗଲାବେଳେ ସମସ୍ତ ଉତ୍ଫୁଲ୍ଲ ହୋଇ ଉଠୁଥିଲେ । ପୁରଷ୍କାର ବିତରଣ  କରିସାରି ଜିଲ୍ଲାପାଳ ତାଙ୍କ ଭାଷଣରେ ପ୍ରଧାନ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ଅନେକ ବଧାଇ ଜଣାଇଲେ । ଫିରିଙ୍ଗିଆ କ୍ରୀଡା ଉତ୍ସବର ସଫଳତା ସମ୍ପକରେ ସେ ଅନେକ ସଭାସମିତିରେ ତାଙ୍କର ସ୍ମୁତି ରୋଛନ କରି ଅନ୍ୟ ଶିକ୍ଷାନୁଷ୍ଠାମାନେ ଏଭଳି ଉତ୍ସବ ମାନ କରିବା ନିମନ୍ତେ  ଆହ୍ୱାନ ଦେଥିଲେ ।
                             ଫିରିଙ୍ଗିଆ ଉଚ୍ଚ ପ୍ରାଥମିକ ସ୍କୁଲର ସେହି ହେଡ୍ ମାଷ୍ଟର ହେଉଛନ୍ତି ସ୍ୱର୍ଗତ ହୋବିନ୍ଦ ଚନ୍ଦର ମହାନ୍ତି ।  ସେ ସୁଖରେ ଉଲ୍ଲସିତ ହୁଅନ୍ତିନାହିଁ , ଦୁଃଖ ତାଙ୍କର ମନୋବଳକୁ ଭାଙ୍ଗିପାରେ ନାହିଁ।  ତାଙ୍କୁ ଯେଥରେ ଦେଖିଛି  , ତାଙ୍କ ସ ହିତ ମିଶିଛି ସେ କଦାପି ଭୁଲି ପାରିବ ନାହିଁ । ରାତି ପ ହରେ ଥା ଉଣୁ ସେ ଶଯ୍ୟା ତ୍ୟାଗ କରନ୍ତି ।  ସେତିକି  ବେଳୁ ତାଙ୍କର କର୍ତ୍ତବ୍ୟ ଆରମ୍ଭ ହୋଇଥାଏ ପୁଣି ରାତିଦଶଟା ବେଳେ  ଶୋଇବାପ୍ରଯ୍ୟନ୍ତ । ତାଙ୍କ ସ୍କୁଲରେ ଆଜିକାଲି  ଭଳି ନାନାଦି ଉପକରନ ନଥାଏ । କେତୋଟି କଳାପଟା ମାତ୍ର ଥାଏ । ସେ ନିଜେ ଚାନ୍ଦା  ଭେଦା କରି କେତୋଟି ମାନ ଚିତ୍ର  ଓ ଗ୍ଲୋବ ; ରଖିଥାନ୍ତି। କେଉଁ ପୁରାତନ ଯୁଗର ଅବ୍ୟହୃତ ଡାକବଙ୍ଗଳା ଘରେ ସ୍କୁଲ କାମ ଚାଲିଥାଏ । ଆଗରେ ପ୍ରସସ୍ତ ବାରଣ୍ଡା , ଦୁଇ ବଖରା ବଡଘରେ  ଶ୍ରେଣୀ କାମ ହୁଏ । ସ୍କୁଲରେ ଖୁବ୍ ଛୋଟ ଛୋଟ ଦୁଇଟି କୋଠରି ଥାଏ ।  ଗୋଟିଏ ଶାକ୍ଷା ଡାକଘର ରୂପେ ବ୍ୟବ ହୃତ ହୁଏ । ଅନ୍ୟ ଛୋଟ କଠୋରିଟି ସ୍କୁଲର ଗୋଦାମଘର କାମ ଚଳାଏ ।  ଫରିଙ୍ଗିଆ ସ୍କୁଲର ହଷ୍ଟେଲ ଦେୟ ବାବଦ ମାସକୁ କେତେ ଚା ଉଳ ପିଲାଏ ଦେବେ କେତେ ଟଙ୍କାଦେବା କୁ ପଡିବ  , ସେହିପରି କିଛି ନିୟମ ନଥିଲା । ହଷ୍ଟେଲ ହାଜିରା ଖାତାଟିଏ ଥାଏ । ମିଲ୍ ହିସାବ , ହଷ୍ଟେଲ ଖର୍ଚ୍ଚ ହିସାବଖାତା ବୋଲି କିଛି ନଥାଏ । ପୂଅରୀ ଚାକର   କେହିନଥାନ୍ତି । ସକାଳୁ ଖାଦ୍ୟ ମନ୍ରୀଜିମାରେ ପ୍ରତେକ ଅନ୍ତେବାସୀ  ଡବେଲେଖାଏଁ   ଚା ଉଳ, ଡାଲି ଦେଇଦିଅନ୍ତି । ହେଡମାଷ୍ଟେ ପଚାରନ୍ତି ଆଜି କେତେ ଜଣ ଚା ଉଳ  ଦେଇପାରିନହାନ୍ତି । ଗୋବିନ୍ଦ ମାଷ୍ଟରଙ୍କ   ବାକ୍ସରୁ  ଚା ଉଳବାହାରେ ତାଙ୍କପାଇଁ ଓ ଯେଉଁ ପିଲାଚା ଉଳ ନ ଦେଇଥାନ୍ତି ସେମାଙ୍କପାଇଁ  ଅଧିକ ଦି ତିନି ଡବା , କାହାର  ବିରିଡାଲି ତ ଆଉ କାହାର ଝୁଡଙ୍ଗ ଡାଲି , ହରଡ ମସୁର , କାନ୍ଦୁଲ , ଶିମ୍ବ ମନ୍ଜି ,ଏପରି ପଞ୍ଚୁବର୍ଣ ଡାଲିରେ ପରିବା ଯାହାଥାଏ ମିଶିଯାଇ ଅଗ୍ଙ୍କାନ ଘାନ୍ଟୋ  ଡାଲମା ହୁଏ , ପିଲାଙ୍କସାଙ୍ଗରେ ହେଡ ମାଷ୍ଟେ   ବସନ୍ତି ଖାଇବାକୁ । ରାତି ଚାରିଟାରୁ ଉଠିବା ପରେ କେବଳ ମୁହଁ ଧୋଇଦେଇ ପ୍ରାଥନା କରନ୍ତି ପିଲାମାନେ ।  ଅଖିଳ ବ୍ରହ୍ମଣ୍ଡପତି ମୋ ଜୀବନ ସ୍ୱାମୀ । ତା'ପରେ ଆରମ୍ଭ ହୁଏ ପଢାପଢି ।  ସେତେବେଳେ ପଣକିଆ ଡକାଡକି ଚାଲେ । ମାଷେଟ୍ର   ମାନଷାଙ୍କ ପଚାରନ୍ତି । ଗୀତ ବୋଲାକରନ୍ତି ପିଲାଙ୍କୁ । ଅନ୍ଧାର ଥିଲେ ପଦାକୁ ପିଲାମାନେ ଯାଇପାରିବେ ନାହିଁ । କାରନ ବାଘ ଭାଲୁ ଭୟ ଥାଏ । ଗୋବିନ୍ଦ ବାବୁଙ୍କର ଗୋଟିଏ ଦ ଉଡିଆ ଖଟିଆ , ପିଲାମାନେ ପଟିଆ ପାରି ଶୁଅନ୍ତି । ଶୀତ  ଦିନେ ହିଦ ଭଙ୍ଗୀ ଜାଡ । ହେଡ୍ ମାଷ୍ଟର ଙ୍କ ଉହେଁଇ ସାଙ୍ଗକୁ ପିଲାମାନ ଙ୍କର ନିଆଁ ଗଦା ।   ଶୀତ    ଲୁଗା ମିଳିବ କୁଆଡୁ ? ଖରାଦିନେ ହିଂସ୍ର ଜନ୍ତୁଙ୍କ ଭୟରେ ବାହାରେ ଶୋଇବାର ପ୍ରଶ୍ନ ଉଠେନା । ବର୍ଷାଦିନେ ଆସିଲେ ଗାଆଁଗଣ୍ଡାରେ  ଲୋକଙ୍କର ଅଭାବ ଅନଟନ ବଢିଯାଏ । ପିଲାମାନେ ନିଜ ପାଇଁ ଡାଲି ଚାଉଳ   ଆଣିପାରନ୍ତି ନାହିଁ । ହଷ୍ଟେଲରୁ ପ୍ରାୟ  ତିନି ମାସ ଘରକୁଯାନ୍ତି । କେତେ ପିଲା ସ୍କୁଲକୁମଧ୍ଧ୍ୟ ଆସିପାରନ୍ତି ନାହିଁ । ପେଟରେ ତାଡନାରେ ମଗୁଶୀର   ପୁଷ ମାସ ବେଳକୁ ହଷ୍ଟେଲ ଜମେ । ଇମିତି ଅଭାବ ଅନତଙ୍କ୍ଲୀନ୍ତ  ପିଲାଙ୍କୁ ନେଇ ଫିରିଙ୍କଗିଆରେ ସ୍କୁଲ ଚଳେଇବା କଷ୍ଟ , ତାହା ଅନୁଭାବୀ ହିଁ ଜାଣିପାରେ ।
                              ଏଇ ଗୋବିନ୍ଦ ମାଷ୍ଟେଙ୍କ ନାମ ଗୋବିନ୍ଦ ଚନ୍ଦ୍ର ମହାନ୍ତି । ତାଙ୍କ ଜନ୍ମ ସ୍ଥାନ ଫୁଲବାଣୀ ସାହିରେ । ସେ ଆଉ ଇହ ଜଗତରେ ନାହାନ୍ତି । ତାଙ୍କର ପିତାଙ୍କର ନାମ ରଘୁନାଥ ମହାନ୍ତି  ଓ ମାତା କୌଶଲ୍ୟା ଦେବୀ । ୧୯୦୨ ମସିହାରେ ତାଙ୍କର ପ୍ରକୃତ ଜନ୍ମ  ହୋଇଥିଲେ ମଧ୍ଧ୍ୟ ସ୍କୁଲ କାଗଜପତ୍ର ରେ ତାଙ୍କର ଜନ୍ମ ୧୯୦୬ ବୋଲି ଉଲ୍ଲେଖଥିଲା । ସେତେବେଳେ ଫୁଲବାଣୀରେ କେବଳ ମାଇନର  ସ୍କୁଲଟିଏ ଥିଲା ଓ ଗୋବିନ୍ଦ ବାବୁ ମାଇନର ପ୍ର୍ଯଯନ୍ତ ପଢିଥିଲେ । ପଢାସରିବାପରେ ଅମୀନ ଚାକିରୀ କିଛି ଦିନ କରିଥିଲେ ।ତାଙ୍କୁ ସେ କାମ ଭଲ ଲାଗୁ ନଥିଲା । ବାରବୁଲା  କାମକୁ ସେ  ପସନ୍ଦ କରୁନଥିଲେ । ସେତେବେଳେ କନ୍ଧମାଳରେ କେତୋଟି ପ୍ରାଥମିକ ଶିକ୍ଷକ  ପଦବୀ ଖାଲିଥିଲା ଥିବାରୁ ଗୋବିନ୍ଦ ବାବୁ ପ୍ରାଥମିକ ଶିକ୍ଷକ ହେବାପାଇଁ ଆବେଦନ କଲେ । ସେତେବେଳେ ସପ୍ତମ ଶ୍ରେଣୀ ପାସ୍ କରିଥିଲେ  ସିକ୍ଷକ କାମ ମିଳିବାରେ  ବାଧାନଥିଲା । କିନ୍ତୁ  କନ୍ଧମାଳ ରେ ଶିକ୍ଷକମାନଙ୍କ ପାଇଁ  କନ୍ଦମାନଙ୍କର କଥିତ କୁଇ ଭାଷା  ରେ ଦକ୍ଷତା ଥିବା ବାଧ୍ଧତା ମୂଳକ ଥିଲା । କାରଣ କନ୍ଧମାଳର  ପ୍ରାଥମିକ ଶିକ୍ଷା  କୁଇ ଭାଷାରେହିଁ ଦିଆଯା ଉଥିଲା । ନିଜେ ଏସ୍ ଡି ଓ ଏଜେ ଓଲେନ୍ ବ୍ୟଚ୍ କୁଇ ଭଷା ପରୀକ୍ଷା ନେବେ । ଠକାଠିର ପ୍ରଶ୍ନ ନାହିଁ । ଗୋବିନ୍ଦ ବାବୁ କୁଇ ଭାଷା ଭଲ ଭାବରେ ଜାଣିଥିଲେ । ତେଣୁ ଶିକ୍ଷକ ଚାକିରି ମିଳିଗଲା । ୧୯୨୩   ମସିହାରେ   ସେ  ଶିକ୍ଷକତା  ଆରମ୍ଭ  କରିଥ୍ ଲେ   ଫୁଲବାଣୀଠାରୁ  ୨ ମାଇଲ ଦୁର ରୂଜାଙ୍ଗି  ନିମ୍ନ ପ୍ରାଥମିକ  ସ୍କୁଲ୍ ରେ ।   ସେତେବେଳେ ଫୁଲବାଣୀ [କଦ୍ଧମାଳ] ଥାଏ ଓଢ଼ିଶା  ଅନ୍ତର୍ଗତ  ଅନୁଗୋଳ ଜିଲ୍ଲାରେ । କଦ୍ଧମାଳରେ  ପ୍ରାଥମିକ ଶ୍ରେଣୀରେ ରୋମାନ୍   [ଇଂରାଜୀ]  ଲିପିରେ  ଲେଖାଯାଇ କୁଇ    ଭାଷାରେ  ସାହିତ୍ୟ ଓ  ଗଣିତ ପଢ଼ାଯାଏ   ।       ସାଇବ   ଥରେ    ଦିଥର    ତାଙ୍କ     ସ୍କୁଲ୍ କୁ      ଯାଇ   ପିଲାଙ୍କ    ପାଠ     ପରୀକ୍ଷା   କରି    ଖୁସି     ହୋଇଥ୍ ଲେ     ।  ସ୍କୁଲ୍    ସବ୍ ଇନ୍ସପେକ୍ଟୃର    ଥାଆନ୍ତି   ସ୍ୱର୍ଗତ    ଯାବେଶ   ଚନ୍ଦ୍ର   ମିଶ୍ର    ।   ସେ   ମଧ    ରୂଜାଙ୍ଗି      ନିମ୍ନ      ପ୍ରାଥମିକ    ସ୍କୁଲ୍ ର   ଅଗ୍ରଗତି   ନିମନ୍ତେ    ଗୋବିନ୍ଦବାବୁଙ୍କ  ଉପରେ    ସନ୍ତୁଷ୍ଟ    ଥାଆନ୍ତି  ।   ରୂଜାଙ୍ଗିରେ     ଶିକ୍ଷ କତା   କରୁଥ୍ ବା     ବେଳେ    ସେ  ଗୁରୁ     ଟ୍ରେନିଂପ୍ରାପ୍ତ        ହୋଇଥ୍   ଲେ  ।  ଦୀର୍ଘ   ୪୦   ବର୍ଷ     ଶିକ୍ଷକତା     କରିବା  ମଧରୁ   କେବଳ   ପ୍ରାୟ    ତିନିବର୍ଷ   ସେ   ନିଜ   ଘରେ    ରହି  ସ୍କୁଲକୁ  ଯାଆସ   କରିବାର   ସୁଯୋଗ   ପାଇଥ୍ ଲେ ।      ଏହି     ରୂଜାଙ୍ଗ   ସ୍କୁଲ୍  ରେ   କାମ   କରିବା  ସମୟରେ   କଦ୍ଧମାଳ   ସବଡ଼ିଭିଜନ୍ ରେ   ବଦ୍ଧଗଡ଼   ଏକ    ନାମି  ଜାଗା ।   ଭୌଗୋଳିକ   ତ ଥା   ଐ ତିହାସିକ    ଦୃଷ୍ଟିକୋଣରୁ   ବଦ୍ଧଗଡ଼ର  ସ୍ଥାନ  ଖୁବ୍   ଉଚ୍ଚରେ  ;  ସେଠାରେ  କଦ୍ଧମାଳର     ଇଷ୍ଟଦେବୀ   ବ ରାଳଦେବୀଙ୍କର    ଆଦ୍ୟପୀଠ    ବିଦ୍ୟମାନ ।     ମହାନଦୀର   ଅନ୍ୟଠମ    ଉପନ ଦୀ   ବାଘନଦୀର  ତାହା    ଉତ୍ପତ୍ତିସ୍ଥଳ  ।   ଜ୍ୟେଷ୍ଟ     ମାସର  ପ୍ରଥମ   ଗୁରୁବାର   ଦିନ  ବରାଳ  ଦେବୀଙ୍କ    ପୀଠରେ   ଯାତ୍ରା   ହୁଏ ।  ଗଞାମ  ସେତେବେଳେ      ମାନ୍ଦ୍ରାଜରେ    ଥାଏ ।      ବାଲିଗୁଡ଼ା   ଇଲାକା    ଗଞାମର  ଅନ୍ତର୍ଗତ   ଥାଇ  ମାନ୍ଦ୍ରାଜ   ପ୍ରଦେଶର     ଅନ୍ତର୍ଭୁକ୍ତ   ଥ୍ ଲା ।   ବଦ୍ଧଗଡ଼   କେବଳ  କଦ୍ଧମାଳର   ନୁହେଁ  ତ ତ୍କାଳୀନ    ଓଡ଼ିଶାର   ଏକ  ସୀମାନ୍ତ   ଗ୍ରାମ ।  ସେଠାରେ     ସ୍କୁଲ୍ କୁ    ବଦଳି   ହେଲେ ।    ବଦ୍ଧଗଡ଼ରେ    ତାଙ୍କୁ    ପଦ   ଖାଲି   ହେବାରୁ  ରୂଜାଙ୍ଗିରୁ  ଗୋବିନ୍ଦବାବୁ   ବଦ୍ଧଗଡ଼   ନି;ପ୍ରା   ସ୍କୁଲ୍ କୁ   ବଦଳି   ହେଲେ   ।  ବଦ୍ଧଗଡ଼ରେ   ତାଙ୍କୁ   ୧୯୨୮   ମସିହା    ପର୍ଯ୍ୟନ   ଦକ୍ଷତାର  ସହିତ  କାର୍ଯ୍ୟ  ସମ୍ପାଦନ  କରିବାକୁ ହେଲେ ।
                          
                        ୧୯୨୯ ମସିହା କଥା  ଫିରିଙ୍ଗି  ନିମ୍ନ  ପ୍ରାଥମିକ   ସ୍କୁଲ୍ ଟି  ଏକ  ଉଚ୍ଚ ପ୍ରାଥମିକ  ସ୍କୁଲ୍  ଭାବେ   ଉନ୍ନୀତ   ହେଲେ ।  ତେଣୁ   ଗୋବିନ୍ଦ   ବାବୁ  ବଦ୍ଧଗଡ଼ରୁ   ଫିରିଙ୍ଗିଆ    ଉଚ୍ଚ  ପ୍ରାଥମିକ     ସ୍କୁଲ୍ କୁ    ହେଡ଼୍ ମାଷ୍ଟର   ଭାବେ   ବଦଳି   ହୋଇ   ଆସିଲେ   ବଦ୍ଧଗଡ଼   କୁହ ନ୍ତୁ  ଫିରିଙ୍ଗିଆ    କୁହନ୍ତୁ    ସବୁ  କଦ୍ଧମାଳର   ଅତି  ଅଭ୍ୟନ୍ତର  ଅଥଞଳ ।  ଫିରିଙ୍ଗିଆ    ଉଚ୍ଚ   ପ୍ରାଥମିକ     ବିଦ୍ୟଳୟ   ଆରମ୍ଭ     କରିବାମାତ୍ର   ୪ ବର୍ଷ  ସେଠାରେ   ରହିବା   ପରେ  ସେ    ବିଶିପଡ଼ା     ଉ,ପ୍ରା, ସ୍କୁଲ୍ କୁ  ବଦଳି   ହେଲେ    ହେଡ଼୍ ମାଷ୍ଟର    ଭାବେ ।   ବିଶିପଡ଼ା    ଗାଆଁଟି   ଫିରିଙ୍ଗିଆ   ଅପେକ୍ଷା  ଖୁବ୍  ଉନ୍ନତି ।   ଏହା ଥିଲା    କଦ୍ଧମାଳ   ଇଲାକାର   ପ୍ରଥମ   ରାଜଧାନୀ  ।  ସେଠାରେ   ଗରିବ    ଆଦିବାସୀ  ଓ  ହରିଜନ  ପିଲାଙ୍କ ସାଙ୍ଗରେ ବେଶୀ ସଂଖ୍ଯକ ଉଚ୍ଚ ଜାତିର ପିଲା ପଢ଼ନ୍ତି ।ତେଣୁ ବିଶିପଡ଼ା ଉ,ପ୍ରା ସ୍କୁଲ ରେ ଗୋବିନ୍ଦ ବାବଜ ଙ୍କ କକ୍ଷତା ଅଧିକ ପରିମାଣରେ ପ୍ରତିପାଦିତ ହେଲା । ବଶିପଡ଼ାରେ ପିଲାମାନେ ବାର୍ଷିକ ବୃତ୍ତି ପାଇଲେ । ନୂଆ ହଷ୍ଟେଲ ଘର ତିଆରି ହେଲାଡ଼ । ଲୋକ ସ ହ ଯୋଗ ଆ ଗ ଅପେକ୍ଷା ବଢ଼ିଲା । ଛାତ୍ର ଉପସ୍ଥାନ ବଢ଼ିଲା । ସେଠାରେ ୧୯୪୯ ଶେଷ ସଦ୍ଧା ସେ ହେଡ଼୍ ମାଷ୍ଟର ଥିଲେ ।                                                                                                            ଫିରିଙ୍ଗିଆ ସ୍କୁଲ୍ ଗୋବିନ୍ଦ ବାଜୁଙ୍କ ଅନୁସ୍ଥିତିରେ ଦିନ କୁ ଦିନ ଖରାପ ଆଢ଼କୁ ଗତି କରିବାକୁ ଲାଗିଲା । ସେଠାରେ ପ୍ରଧାନ ଶିକ୍ଷକଙ୍କର ବାରମ୍ବାର ଦେହ ଖରାପ ହୁଏ । ତେଣୁ ସ୍ବାସ୍ଥ୍ଯଗତ କରଣରୁ ସିକ୍ଷକ ଲମ୍ବା ଛୁଟିରେ ରହିଲେ । ସ୍କୁଲ ବନ୍ଦ ହେଲେ ଥାନାବାବୁ ପାରା ଡ଼ାକ ଯୋଗେ ଏସ୍ ,ଜି,ଓଡ଼ଙ୍କୁଜଣାଇ ଦିଅନ୍ତି । ସ୍କୁଲ ସବ ଇସ୍ ପେ କ୍ଟରଙ୍କର ଫିରିଙ୍ଗିଆ ଉ, ପ୍ରା, ସ୍କୁଲରେ ହେଡ଼ ପଣ୍ଡିତ ଙ୍କ ଅବସ୍ଥା ପନ  ନେଇ ଚିନ୍ତା ଚାଲିଲା । ଏଠାକାର ଖରାପ ଜଳବାୟୁରେ କିଏ ଚଳିପାରିବ ? ନାନା ଦି ଅସୁବିଧା ଭିତରେ ଘନ ଘନ ବଦଳି ପାଇଁ କିଏ ଅନୁରୋଧ କରିବ ନାହିଁ ? କର୍ତ୍ତୃପକ୍ଷ ବିଚାର କଲେ ଗୋବିନ୍ଦ ଚନ୍ଦ୍ର ମହାନ୍ତିଙ୍କୁ ବିସିପଡ଼ାରୁ ଆଉଥରେ ଫିରିଙ୍ଗିଆ ଉ,ପ୍ରା , ସ୍କୁଲରେ ଅବସ୍ଥାପିତ କରିଦେଲେ ସମସ୍ଯାର ସମାଧାନ ହୋଇଯିବ। ତାହା ହିଁ ହେଲା । ୧୯୫୦ ମସିହା ଆରମ୍ବରେ ଫଗିରିଙ୍ଗିଆ ଉ,ପ୍ରା, ସ୍କୁଲରେ ଗୋବିନ୍ଦବାବୁଙ୍କର ପୋଷ୍ଟି ହେଲା ।                                          
      ସେ  ସ୍କୁଲ୍  ସଂଲଗ୍ନ  ଛାତ୍ରାବାସରେ   ଆସି    ରହିଲେ । ତାଙ୍କର ଚିନ୍ତା, କରିପରି  ମୁମୂର୍ଷୁ  ବିଦ୍ଯାଳ୍ୟଟିର   ଉନ୍ନତି ସାଧନ  କରାଇବେ । ଗାଆଁରେ ମୁଖୁଆ ମୁଖିଆ ଲୋକଙ୍କୁ ଭେଟିଲେ । ଛାତ୍ରଛାତ୍ରୀ ଙ୍କ ମୁରବୀମାନଙ୍କୁ ଭେଟଲେ । ସ୍କୁଲ ସମୟ ପୂର୍ବରୁ ଗାଆଁକୁ   ଯାଇ   ଘରେ ଘରେ  ଫଞ୍ଚି [ପିଲାମାନଙ୍କୁ ସ୍କୁଲ  କୁ  ଡ଼ାକି   ଆଣିଲେ ।   ୩ୟ ଶ୍ରେଣୀ   ପଢ଼ିସାରି   ପାଖ ଆଖ ଗାଆଁଗଣ୍ଡାରେ    ଯେଉଁ   ପିଲା    ସବୁ ଅଧିକ ପାଠ ନପଢ଼ି    ବୁଲୁଥିଲେ  ସେମାନଙ୍କୁ   ଆଣି  ନାଆଁ   ଲେଖାଇଲେ । ଛାତ୍ରସଂଖ୍ଯା ବଢ଼ିଲା , ଉପସ୍ଥାନ ବଢ଼ିଲା ,ପାଠପଢ଼ା    ଆଗଠାରୁ    ଆଗେଇଲା। ସ୍କୁଲ   ସାନ୍ଦ   ଙ୍କୁ   ଛାତ୍ରାବାସ ଜବେଶ   ଜମି   ଉଠିଲା । ଗୋବିନ୍ଦ ବାବୁଙ୍କର   ସ୍କୁଲରେ   ରହିଲାବେଳେ   ଘର   କଥା ମନେ ପଡ଼େନାହିଁ । ସ୍କୁଲ   ତାଙ୍କର    ନିଜ   ଘରଥରୁ  ଅଧିକ ମାୟା  ମମତାରେ ପୀଠସ୍ଥଳ ।
            ସେ ସ୍କୁଲର କାର୍ଯ ଆରମ୍ବ ରୁ ସଫେଇ, ପ୍ରାର୍ଥନା ଘଣ୍ଟା ଠାରୁ ଆରମ୍ବ କରି ଛୁଟି ଘଣ୍ଟା ବାଜିବା ପର୍ଯ୍ଯନ୍ତ ପ୍ରାୟ ସ୍କୁଲ ଛାଡ଼ନ୍ତି ନାହିଁ । ସେ କୁହ ନ୍ତି, ଅନୁନ୍ନତ ମାଳ  ଅଞ୍ଚଳରେ ପିଲା ମାନଙ୍କୁସ୍କିମ୍ ଅନୁସାରେ ପାଠ ପଢ଼େଇବା ସମ୍ଭବ ନହେଁ । ସ ହରାଞ୍ଚଳରେ ଯେଉଁଠାରେ  ଛାତ୍ର ଉପସ୍ଥାନ ପାଇଁ ଶିକ୍ଷକମାନେ ଚିନ୍ତା କରନ୍ତି ନାହିଁ ,ଛାତ୍ରମାନେ ବ ହିଖାତା ନିୟମିତ ଆଣନ୍ତି, ଘରକୁ ଦିଆଯା ଉଥିବା ପାଠ ପ୍ରସ୍ତୁତ କରି ଆସନ୍ତି ସେଠରେ ସ୍କିମ୍ ଅନୁଯାୟୀ ପାଠ ପଢ଼େଇ ହେବ , ତେଣୁ ସେ ନିଜେ ପିଲାଙ୍କୁ ନିଖନ ,ପଠନ, ଓ ଗଣିତ ଉପରେ ପ୍ରାଧାନ୍ଯ ଦେଇ ପଢ଼ାନ୍ତି , ପିଲାଙ୍କ ମୂଳଦୁଆକୁ ଏ ବିଷୟରେ ମଜଭୁତ୍ କରନ୍ତି । ସେ କନ୍ଧ ଭାଷାରେ ଲିଖିତ "କୁଇ କେରଣ୍ଡୀ" (କନ୍ଧ କାହାଣୀ) ଠାରୁ ଆରମ୍ଭ କରି  "ମୋ ଛବି ବ ହି" ଓ ମୋ ପାଠବ ହି" ପର୍ଯ୍ଯନ୍ତ ଅନେକ ପୁସ୍ତକ ପିଲାଙ୍କୁ ପଢ଼ାଇଛନ୍ତି । ଜାତୀୟକରଣ ପୁସ୍ତକ ପିଲାଙ୍କୁ ପଢ଼ାଇଛନ୍ତି । ଜାତୀୟକରଣ ପୁସ୍ତକମାନେ ପ୍ରଚଳନ ପୂର୍ବରୁ ଓଡ଼ିଶାପାଠ୍ଯ ପୁସ୍ତକ କମିଟି ଦ୍ବାରା ମଞ୍ଜୁରୀପ୍ରାପ୍ତ ବିଭିନ୍ନପୁସ୍ତକ ପଢ଼ାଇଥାନ୍ତି । ପିଲାଙ୍କୁ ପୁସ୍ତକର ବିଷୟବସ୍ତୁ ନିଜେ ପଢ଼ାନ୍ତି । ବିଷୟର ଲକ୍ଷ୍ଯ ହୃଦୟଙ୍ଗମ କରି ତଦନୁଯା୍ୟୀ ଶିକ୍ଷାଦାନ କରନ୍ତି । ଏ ସଂପର୍କରେ ଗୋଟିଏ ନମୁନା ଦେଉଛି । ୩ୟ ଶ୍ରେଣୀ ପାଇଁ ଡ଼ଃ ମାୟାଧର ମାନସିଂ ହ ଙ୍କ ଲିଖିତ " ନାଗରିକ ପାଠମାଳା" ପୁସ୍ତକ ଫୁଲବାଣୀ ଜିଲ୍ଲାରେ ପ୍ରଚଳିତ ହେଲା । ଏ ବ ହିର ପ୍ରାର୍ଥନା ଥିଲା " ଅତି କ୍ଷୁଦ୍ର ଶିଶୁ ମୁହିଁ, ଭଲ ମନ୍ଦ ନ ଜାଣି, ପ୍ରଭୁ ତୁମେ ଭଲ ବାଟ ଦିଅ ବତାଇ । 
                         ଏହି ପୁସ୍ତକର ଦ୍ବିତୀୟ ପଦ୍ଯରେ କବି କ ହ ନ୍ତି 
          ରାବଣ ଯେ ଘେନିଗଲା ସୀତା ଙ୍କିଉ ରଥରେ 
           ରାମ ଲିକ୍ଷଣ କେହି ନାହାନ୍ତି ପାଶରେ 
           ସୀତା କାନ୍ଦନ୍ତି ବିକଳେ, ଥିଲେ ମୁଁ ଥାଆନ୍ତି ଲଢ଼ି ରାବଣ ସାଥିରେ । 

ଦ୍ବିତୀୟ ପଦର ଭାବାର୍ଥ ହେଲା ଦୁଃଶାସନ ଦ୍ରୌପଦୀଙ୍କର କେଶ ବାସ ଝିଙ୍କି କୌରବମାନଙ୍କ ରାଜସଭାକୁ ଆଣିଲା । ସେତେବେଳେ ଦୌପାଦୀ ଅସ ହାୟା ଅବସ୍ଥାରେ କ୍ରନ୍ଦନ କରୁଥାନ୍ତି । ମୁଁ ଯଦି ସଠାରେ ଥାନ୍ତି ତେବେ ଦୁଃଶାସନ ସ ହିତ ଲଢ଼େ କରି ଦ୍ରୌପଦୀଙ୍କୁ ଉଦ୍ଧାର କରିଥାଆନ୍ତି । ଇମିତି ଆହୁରି ଚାରି ପାଞ୍ଚ ପଦ ଗୀତ । ପଦ୍ଯର ଶେଷରେ ଥିଲା ମୁଁ ସେଠାରେ ଥିଲେ ଲଢ଼େଇ କରିଥାନ୍ତି ।

      ପାଠ୍ଯବର୍ଷର ଆରମ୍ଭରେ ତାଙ୍କ କେନ୍ଦ୍ରର ଶିକ୍ଷକ ସମ୍ମିଳନୀ ବସିଥାଏ । କେନ୍ଦ୍ର ପ୍ରଧାନ ଶିକ୍ଷକ ଗୋବିନ୍ଦବାବୁ ଶିକ୍ଷକମାନଙ୍କୁ ପ୍ରସ୍ନ  କଲେ " ଏ ପଦ୍ଯରେ ମୁଁ ଲଢ଼େଇ କରିଥାନ୍ତି । ବୋଲି  କବି  ଲେଖ୍ ଛନ୍ତି  ।  ଏଇ   ମୁଁ  ଜଣକ କିଏ  ?"   ପ୍ରଥମ  ପଦ   ଶେଷରେ  ମୁଁ  ହନୁମାନ    କ ହୁଛି '  ବୋଲି  ଶିକ୍ଷକମାନେ   କହିଲେ ।   ଦ୍ୱତୀୟ   ପଦରେ    ଭୀମ  ଲଢ଼େଇ   କରିଥାନ୍ତେ   ବୋଲି    କହିଲେ । ଏହି  ଭଳି   ଉତ୍ତର   ଶୁଣି   ଗୋବିନ୍ଦବାବୁ    ଶିକ୍ଷକମାନଙ୍କୁ   ବୁଝାଇ   ଦେଲେ ,  ଏଠାରେ  ଏ  ବହି   ପଢ଼ୁଥ୍ ବା  ଛାତ୍ର  ହିଁ  କ  ହୁଚି,  ମୁ  ରାବଣର  ଅନ୍ୟାୟ   ପାଇଁ  ତା  ବିରୋଧରେ    ଲଢ଼ିଥାନ୍ତି  । ଦୁଃଶାସାନର    ଅମଣିଷପଣିଅ    ବିରୋଧରେ     ସଂଗ୍ରାମ   କରିଥାନ୍ତି   ।    ଏତଦ୍ୱାରା   ପିଲାଟିର   ମନୋବଳ   ବଢ଼ିବ ।    ସେ  ଅନ୍ୟାୟ    ବିରୋଧରେ   ସ୍ୱର   ଉତ୍ତୋଳନ   କରିପାରିବ ।  ତା'  ମନରୁ    ଆତ୍ମାହେୟଜ୍ଞାନ   ଦୁର  ହେବା । ସେ ସ୍ୱାଭିମାନୀ ହେବା ।  ଅନ୍ୟାୟ  ଅତ୍ୟାଚାର  ବିରୋଧରେ  ବଳିଷ୍ଟ   ପଦକ୍ଷେପ    ନେବାରେ    ସତ୍   ସାହାସ  ପାଇବା ।   ସେ   କେବଳ   ଛାତ୍ରମାନଙ୍କର      ସନ୍ଦେହ    ମୋଚନ    କରୁନଥ୍ ଲେ , ଆବଶ୍ୟକ   ସ୍ଥଳେ   ଶିକ୍ଷକମାନଙ୍କୁ   ମଧ୍ଯ    ଦିଗ୍ ଦର୍ଶନ   ଦେଉଥ୍  ଲେ । 
                                      
                  ଛାତ୍ରମାନଙ୍କୁ  ସେ   ଦିନ  ମଧ୍ଯରେ   ପ୍ରାୟ   ଏଗାର ବାର   ଘଣ୍ଟା ପଢ଼ଉଥ୍ ଲେ ।  ସ୍କୁଲ୍ ରେ   ପ୍ରାୟ ୬ ଘଣ୍ଟା    ଓ  ହଷ୍ଟେଲ୍ ରେ  ପ୍ରା ୟ  ୬     ଘଣ୍ଟା ।   ସେ   ରାତି   ହୋଇଥ୍ ଲେ  ଫୁଲବାଣୀକୁ    ବଦଳି  ହୋଇ   ଆସିପାରିଥାନ୍ତେ ।  କିଛି   ନହେଲେ   ଟିଉସନ୍ ରୁ   ମାସିକ   ଶତାଧ୍ କ   ଟଙ୍କା ପାଇ   ପାରିଥାନ୍ତେ ।  କିନ୍ତୁ   ସେ  ଏହା  ଚାହିଁନଥ୍ ଲେ ।  ଫିରିଙ୍ଗିଆରେ   ସେ  ଟିଉସନ୍   ପାଇ   ମଧ୍ଯ    କରିନାହାନ୍ତି ।  ଯେଉଁ  ବାବୁ   ଭାୟା  ତାଙ୍କ   ପିଲାଙ୍କୁ  ଟିଉସନ୍   ହେବାକୁ   କୁହନ୍ତି‌‌‌-ଗୋବିନ୍ଦ ବାବୁ   ସେଭଳି  ପିଲାଙ୍କୁ  ହଷ୍ଟେଲ୍ କୁ  ଅଣାଇ  ବିନା  ପଇସାରେ      ପଢ଼ାନ୍ତି ।  ତାଙ୍କ  ଚାକିରି   କାଳ  ମଧ୍ଯରେ  ହଷ୍ଟେଲ୍ ରେ  କୌଣସି   ଅଘଟଣ  ଘଟିନାହିଁ ।    କୌଣସି  ପିଲା  ଦୁର୍ଘଟଣାର

ସମ୍ମୁଖୀନ ହୋଇନାହାନ୍ତି। ପିଲାମାଙ୍କ ପ୍ରତି ସେ ସବୁବେଳେ ସଚାର ଦୃଷ୍ଟି ଦେବାରେ କଦାପି ଅବ ହେଳା କରୁନଥିଲେ।ତାଙ୍କ ସ୍କୁଲରୁ ବ ହୁସଂଖ୍ୟାରେ ଉଚ୍ଚ ପ୍ରାଥମିକ ବୃତ୍ତି ପାଉନଥିଲେ ମଧ୍ଯ କେବେ ଶୂନ ପଡେ ନାହିଁ । ଗୋଟିଏ ବା ଦୁଇଟି ପିଲା ବୃତ୍ତି ପାଆନ୍ତି । ଗୋବିନ୍ଦ ବାବୁଙ୍କର ଶିକ୍ଷକ ଜୀବନ କାହାଣୀ କନ୍ଧମାଳେର ପ୍ାଥମିକ ଶିକ୍ଷା କ୍ଷେତ୍ରରେ ଚାଳିଶି ବର୍ଶରୁ ଊର୍ଦ୍ଧ କାଳର ଏକ ନିଛକ ଇତିହାସ । ସେ ତେଯେ କଷ୍ଟ ସ୍ୱୀକାର କରି ସଫଳ ଭାବେ ଶିକ୍ଷକତା କରିଛନତି ତା'ର ପଟାନ୍ର ନାହିଁ । ସେ ନିଜର ବା ନିଜ ପରିବାରର ବେଶ ଏମିତି ତାଙ୍କର ଥିଲା ପରିଧେୟ । ଅଳଗୋଣି ଛଡା ଏଗୁଡିକ ବାକ୍ସ ଦେଖନ୍ତି ନାହିଁ । ତାହାକୁ ସେ ଧୋଇ ଶୁଖାଇ ପିନ୍ଧନ୍ତି । ସବୁଦିନେ ସମାନ ବେଶ ପରିପାଟୀ । ଆଡମ୍ବରର ପ୍ରଶ୍ନ ନାହିଁ ।

                                                   ସେ ସମୟରେ ଅନ୍ୟ ସ୍କୁଲମାନଙ୍କରେ  ସାଧାରଣତଃ  ଶିକ୍ଷକମାନଙ୍କର ଅଲଗା ରୋଷେଇ ହୁଏ ।  ପୁଝାରୀଥାଏ ।  ସେ ରାନ୍ଧେ । କିନ୍ତୁ ଗୋବିନ୍ଦବାବୁଙ୍କ ପିଲାମାନେ  ରନ୍ଧା ବଢା କରନ୍ତି । ଜଙ୍ଗଲ ସ୍କୁଲ କୁ ଲାଗିଛି । ସେଠାରୁ ଜାଳ କାଠ ଆଣନ୍ତି । ପିଲାମାନେ ପାଣି ଆଣନ୍ତି , ଗୋବିନ୍ଦ ମାଷ୍ଟୋରଙ୍କର ସ୍ଥାନୀୟ ଡାକ୍ତର , କମ୍ପୌଣ୍ଡର,  ଥାନା ବାବୁ ,ରେଞ୍ଜର, ଅର୍ ଆଇ , ଓ ଅନ୍ୟାନ୍ୟ ସରକାରୀ କର୍ମଚାରୀ ସମସ୍ତଙ୍କ  ସାଙ୍ଗେ ଘନିଷ୍ଟ  ସମ୍ପ୍ରର୍କ । ହଷ୍ଟେଲରେ କୋଣସି ପିଲାର ଦେହ ଖରାପ ହେଲେ  ଡାକ୍ତର ବାବୁ , କମ୍ପା ଉଣ୍ଡର ବାବୁ ଆସି ଚିକି୍ସ୍ୟା କରନ୍ତି । ଔଷଧ ଇଞ୍ଜେକ୍ସନ ଯାହା ଥାଏ ଦିଅନ୍ତି । ନିଜେ ହେଡ୍ ମାଷ୍ଟରର ବାବୁ ବୋଲି ଶାଗୁ ତିଆରି ଦିଅନ୍ତି । କାରନ ପିଲା ମାନେ ଏହା ପ୍ରସ୍ତୁତ କରିପାରିବେ ନାହିକ୍ଷ । କେବଲ ହଷ ସାଙ୍ଗକୁ କନ୍ଦମାନିତ୍ୟକର୍ମ  ସାରି  ହେଢ଼ମାଷ୍ଟ୍ରେ  ଡ଼ାକ ଘରେ ହିସାବ ପତ୍ର ଲେକାଲେଖି କରିଦିଆନ୍ତି ।ଫ ଫୁଲବାଣୀରୁ ଦ୍ୱିପ୍ରର ଡ଼ାକ ଆସେ । ଖେଳ ଛୁଟିରେ ଡ଼ାକମୁଣା ବନ୍ଦ  କରି ରନ୍ ର୍ ହାତରେ ପଠାଇ  ଦିଅନ୍ତି । ଖେଳ ସ୍କୁଲ୍  ଛୁଟିପରେ  ଚିଠି  ବାଣ୍ଟନ୍ତି । ପିଲଙ୍କୁ ରାମାୟଣ ଓ ମହାଭାରତ ଗପ ଆକାରରେ କହନ୍ତି । କନ୍ଦମାଳର ଇତିହାସ,ବରାଳ ଦେବୀଙ୍କର କନ୍ଦମାଳକୁ ଆସିବା କାହାଣୀ ଳଋ ପ୍ରଥମ ଶିକ୍ଷିତ ବ୍ୟକ୍ତି ବାବୁଙ୍କ କଥା ମନ୍ଦ ପିଲାଙ୍କୁ କହନ୍ତି ।                                  
        
    ତାଙ୍କମରେ ପିଲାମାନେ ନିଜ ସ୍ଥାପନ   କରିଥ୍ ଲି । ଏହା  ଅଧୁନା   ଏକ   ପୂ ର୍ଣ୍ଣ   ସରକାରୀ   ସ୍କୁଲ୍   ହୋଇଛି ।   ଫିରିଙ୍ଗିଆରେ  ଅଧୁନା କଲେଜ   ହେଲାଣି ।   ଏସବୁ   ପାଇଁ   ଅନେକ   ଅନେକ  କଷ୍ଟ    ସ୍ୱୀକାର  କରି   ହେଡ଼୍ ମାଷ୍ଟର   ଗୋବିନ୍ଦ  ଚନ୍ଦ୍ର  ମହାନ୍ତି   ଦୀର୍ଘଦିନର  ସାଧନା  ଦ୍ୱାରା ଭବିଷ୍ୟତ-ଶିକ୍ଷାର   ବିକାଶ ଓ  ବିସ୍ତାର   ନିମନ୍ତେ  ଯେଉଁ   କ୍ଷେତ୍ର  ପ୍ରସ୍ତୁତ   କରିଥ୍ ଲେ  ତାହା   ହୁଏ  ଫିରିଙ୍ଗିଆର  ପୁରୁଣା  ଲୋକଙ୍କର  ମନେ  ଥ୍ ବ   ।   ନୂଆ    ଲୋକେ   ଏହା   ଜାଣିନଥ୍ ବେ  ।     
                      
                              ଗୋବିନ୍ଦ  ବାବୁଙ୍କୁ   ସାମ୍ ନା   ସାମ୍ ନି  ସମସ୍ତେ   ଆଜ୍ଞା  ଡାକନ୍ତି।   ତାଙ୍କ   ପଛରେ  ଲୋକେ  କହ ନ୍ତି   ଗୋବିନ୍ଦ   ମାଷ୍ଟ୍ରେ, ତାଙ୍କର  ଛାତ୍ର ଛାତ୍ରୀ  ମାନଙ୍କର     ସେ  ହେଡ୍ ମାଷ୍ଟ୍ରେ।  କିନ୍ତୁ    କନ୍ଧ   ସମ୍ପ୍ରଦାୟ ରେ   ସେ  ଦେରି   ମାଷ୍ଟୁରା  [ବଡ  ଶିକ୍ଷକ]  ନାମରେ  ପରିଚିତ।  ଚିର  ହାସ୍ଯମୁଖ   ,ନିରାଡମ୍ବର  ଜୀବନ , ଘର  ଦୁଃଖ  ଗା ଉଣି  ଗାଇଲେ   ସରିବ  ନାହିଁ। ଜଗନ୍ନାଥବାବୁ   [କାଲା କମ୍ପା ଉଣ୍ଡର]    ଡ଼ାକ୍ତରଙ୍କ  ପରାମର୍ଶକ୍ରମେ    ଔଷଧ  ଆଦି  ନିୟମିତ  ଦେଇ   ଚାଲିଥାନ୍ତି ।୧୯୬୬  ନଭେମ୍ବର   ୧୧  ତାରିଖରେ   ଗୋବିନ୍ଦ   ବାବୁ  ନିଜ  ଘରେ   ଶେଷ  ନିଶ୍ୱାସ  ତ୍ୟାଗ  କଲେ ।  ଫୁଲବାଣୀରେ    ହାହାକାର   ପଡ଼ିଗଲା  ଶୋକର   ଛାୟା  ଖେଳିଗଲା ।

ଗୋବିନ୍ଦ ମାଷ୍ର୍ଟେ ଏ ଭବସଂସାରର ସବୁ ମାୟାବନ୍ଧନ ତୁଟାଇ ଚିରଦିନ ପାଇଁ ଚାଲିଗଲେ ସତ, କିନ୍ତୁ ତାଙ୍କର ନିରାଡ଼ମ୍ବର, କର୍ମ ବ ହୁଳ ଆଦର୍ଶ ଶିକ୍ଷକଜୀବନ , ତାଙ୍କର ସଂଗଠନ ଛାତ୍ର ବାତ୍ସଲ୍ୟ , ବନ୍ଧୁ ସ୍ନେହ , ବିପଦରେ ଅସୀମ ଧେର୍ଯ୍ୟ , ପରୋପକାର ତାଙ୍କୁ ଫୁଲବାଣୀ ଲୋକଙ୍କ ମନରେ ବଞ୍ଚାଇ ରଖିବ ଏଥିରେ ସନ୍ଦେହ ନାହିଁ । ଶିକ୍ଷାଦାନ ସହ ଜନସେବାରେ ଜୀବନର ଶ୍ରେଷ୍ଟ ସମୟକୁ ବିନିଯୋଗ କରିଥିବା ଗୋବିନ୍ଦ ମାଷ୍ଟ୍ରେ ନିଶ୍ଚିତ ଦିବ୍ୟ ଗତି ଲାଭ କରିଥିବେ । ଶିକ୍ଷକ ଭବରେ ତାଙ୍କ ଜୀବନାଦର୍ଶ ଯଥାର୍ଥରେ ପଥପ୍ରଦର୍ଶକ ଓ ସେଥିପାଇଁ ଅନୁକରଣୀୟ ।

ପ୍ରେରଣା ଓ ଆଦର୍ଶର ଆଲୋକସ୍ତମ୍ଭ ଶିକ୍ଷକ
ରାମକୃଷ୍ଣ ନନ୍ଦ
ପ୍ରଫେସର ଜଗନ୍ନାଥ ମହାନ୍ତି

"୧୯୪୧ ମସିହା ଦିସେମ୍ବର ମାସ। ବାରିପଦା ହାଇସ୍କୁଲରେ ଚରମ ବିଶୃଙ୍ଖଳା। ପ୍ରଧାନ ଶିଖକଙ୍କ ଅପାରଗତା ଯୋଗୁଁ ଛାତ୍ରମାନେ ଆନ୍ଦୋଳନ କରି ଟେଷ୍ଟ ପରୀକ୍ଷା ବନ୍ଦ କରିଦେଲେ। ବିଦ୍ୟାଳୟରେ ଅରାଜକଥା ସୀମା ଟପିଲା। ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଆସିଥିବା ବହୁ ଅଭିଯୋଗର ଉଚ୍ଚକର୍ତ୍ତୃପକ୍ଷ ବିଚାର କଲେ। ନବ ବର୍ଷ ପ୍ରାରମ୍ଭରେ ଉପର ମହଲରୁ ନିର୍ଦ୍ଦେଶ ଆସିଲା ସମସ୍ତ ଦାୟିତ୍ୱ ବୁଝାଇଦେଇ ପ୍ରଧାନ ଶିକ୍ଷକଙ୍କ ତିନିଦିନ ଭିତରେ ସ୍କୁଲ ରୁ ବିଦାୟ ନେବେ। ରାତିକ ଭିତରେ ରାଜେନ୍ଦ୍ରବାବୁ ରାଜେନ୍ଦ୍ରାସନରୁ ଖସି ଫକୀର ହୋଇଗଲେ। ସରକାରୀ ଆଦେଶ ଅନୁସାରେ ସେ ମୋତେ ସ୍କୁଲ ର କାଗଜପତ୍ର ତ ବୁଝାଇଦେଲେ କିନ୍ତୁ ସବୁଠାରୁ ତାତ୍ପର୍ଯ୍ୟପୂର୍ଣର୍ବିଷୟ ହେଲ। ତାଙ୍କ କ୍ୱାଟର୍ସର ଚାର୍ଜ ଦେବା। ପିଲାଛୁଆଙ୍କୁ ଧରି ତିନିଦିନ ଭିତରେ ବସା ଛାଡ଼ିଯିବା ତାଙ୍କ ପକ୍ଷରେ କଷ୍ଟକର ହେବ ଜାଣି ସେ ମୋର ଅନୁଗ୍ରହ ଭିକ୍ଷା କଲେ। ଆଉ ଦୁଇ ଚାରିଦିନ ରହି ସୁବିଧାରେ ବସା ଛାଡ଼ିବାକୁ ଅକୁଣ୍ଠିତ ଚିତ୍ତରେ ମୁଁ ତାଙ୍କୁ ଅନୁମତି ଦେଲି। ସେତିକିବେଳେ ମୋର ମନେ ପଡ଼ିଲା ଯେ, କିପରି ମୋର ନ୍ଯାଯ୍ଯ ପ୍ରାପ୍ଯ କ୍ୱାଟର୍ସରୁ କୂଟକୌଶଳ କରି ମୋତେ ସେ ବାହାର କରି ଦେଇଥିଲେ । ଆଜି ତାଙ୍କ କ୍ୱାଟର୍ସରେ ଆଉ ଦୁଇ ଚାରିଦିନ ରହିବା ପାଇଁ ସେ ମୋର ଅନୁଗ୍ରହପ୍ରାର୍ଥୀ। ଭଗବାନଙ୍କ ଦରବାର ରେ ବିଚାର ଓ ଶାସ୍ତିବିଧାନ ଏହିପରି ସାଙ୍ଗେ ସାଙ୍ଗେ ହୁଏ। ନାଲି ଫିତାର ଜାଲଫିସାଦି ତାକୁ ଦଣ୍ତେ ଅଟକାଇ ରଖିପାରେ ନାହିଁ।

"ଏହା ୧୯୪୨ ମସିହା ଜାନୁଆରି ପ୍ରଥମ ସପ୍ତାହର ଘଟଣା । ସେହି ମାସ ୨୦ ତାରିଖ ଆଡ଼କୁ ପଡ଼ିଲା ସରସ୍ୱତୀ ପୂଜା। ସ୍କୁଲରେ କିପରି ଶୃଙ୍ଖଳାର ସହ ପୂଜାକାର୍ଯ୍ଯ ସାରି ବିସର୍ଜନ ଅନୁଷ୍ଠିତ ହେବ, ସେ ବିଷୟରେ ମୁଁ ଚିନ୍ତିତ ହୋଇ ପଡ଼ିଲି। ପୂଜାକାର୍ଯ୍ୟ ସାରି ବିସର୍ଜନ ଦିନ ହାଇସ୍କୁଲ୍ ଛାତ୍ରମାନେ ସହରର ପ୍ରଧାନ ରାସ୍ତା ଦେଇ ବୁଢ଼ାବଳଙ୍ଗ ନଦୀକୁ ଯାଆନ୍ତି ମେଢ ସହିତ ପଟୁଆର କରି। ଦୀର୍ଘ ପଥ। ପୂର୍ବ ବର୍ଷ ମାନଙ୍କରେ ଏହି ଉପଲକ୍ଷେ କେତେଥର ଗଣ୍ତଗୋଳ ଘଟିଛି। ଏଥର ପୁଣି ଛାତ୍ରମାନେ ଅଧିକ ଶକ୍ତିଶାଳୀ ହୋଇଛନ୍ତି। ଏକ ସମ୍ପୂର୍ଣ୍ଣ ଅଭିନବ ଉପାୟରେ ଟେଷ୍ଟ ପରୀକ୍ଷା ବନ୍ଦ କରିଦେଇଛନ୍ତି। ତା' ସତ୍ତ୍ୱେ ହେଡ଼୍ ମାଷ୍ଟରଙ୍କର ଚାକିରି ବରଂ ଯାଇଛି, ସେମାନ ଙ୍କର କିଛି କ୍ଷତି ହୋଇନାହିଁ।

ମଣିଷ ନିଜର ସତ୍ଯନିଷ୍ଠା, ସାଧୁତା ଓ ସ୍ପଷ୍ଟବାଦିତା ବଳରେ କିପରି ସଫଳ ହୋଇଥାଏ, ତା'ର ଜ୍ଳନ୍ତ ଦୃଷ୍ଟଟାନ୍ତ ହେଲେ ସ୍ୱର୍ଗୀୟ ରାମକୃଷ୍ଣ ନନ୍ଦ । ଦୃଢ଼ ଆତ୍ମପ୍ରତ୍ଯୟ ଓ ଗଣତାନ୍ତ୍ରିକ ମୂଲ୍ଯବୋଧ ବଳରେ ସେ ଆଠ ଶହ ଉଚ୍ଛଶୃଙ୍ଖଳ ଛାତ୍ରଙ୍କୁ ଆୟତ୍ତ କରି ନିର୍ବିଘ୍ନରେ ପୂଜା କାର୍ଯ୍ଯ ତୁଲାଇବାକୁ ସ୍ଥିର କରିଲେ। ପୂଜାର ସପ୍ତାହକ ପୂର୍ବରୁ ଦିନେ ସେ ଶିକ୍ଷକଙ୍କବନ୍ଧୁମାନଙ୍କୁ କହିଲେ ମୁଁ, "ଟିକିଏ ଆଜି ଉପର ଚାରି ଶ୍ରେଣୀର ଛାତ୍ରମାନଙ୍କୁ ହଲ୍ ରେ ଏକୁଟିଆ ଭେଟିବି। ଆପଣମାନେ ତଳ ଶ୍ରେଣୀର ପିଲାମାନଙ୍କୁ ସମ୍ଭାଳି ରଖିଥାନ୍ତୁ।"

ଉପର ମହଲାର ଗୋଟିଏ ହଲ୍-ରେ ପ୍ରାୟ ଚାରି ଶହ ଛାତ୍ରଙ୍କୁ ନେଇ ସେ ଆନଲୋଚନା ଆରମ୍ଭ କଲେ । ପୂର୍ବରୁ ପ୍ରଧାନ ଶକ୍ଷକ ଓ ତିରିଶ ଜଣ ଶିକ୍ଷକଙ୍କ ଉପସ୍ଥିତିରେ ଛାତ୍ରମାନେ ନାନା ଗଣ୍ତଗୋଳ କରୁଥିଲେ। ମାତ୍ର ଉକ୍ତ ଦିନ ସେ ଏକାକୀ ସେମାଙ୍କର ସମ୍ମୁଖୀନ ହେଲେ ଏବଂ କହିଲେ, -"ପିଲାମାନେ, ଏଥିମଧ୍ଯରେ ଯାହାସବୁ ଘଟିଯାଇଛି ସେଥିରୁ ସାଧାରଣ ଲୋକଙ୍କର ଏବଂ ମହାରାଜାଙ୍କର ମଧ୍ଯ ଧାରଣା ହୋଇଛି ଯେ, ହାଇସ୍କୁଲ ପିଲାମାନେ ନିତ୍ଯନ୍ତ ଅଭଦ୍ର ଓ ବଜାରୀ ପାଲଟି ଗଲାଣି। ଘଟଣା ଦୃଷ୍ଟିରୁ ସେମାନଙ୍କର ଏପରି ଧାରଣା ହେବା ଅସ୍ୱାଭାବିକ ନୁହେଁ। କିନ୍ତୁ ମୋର ବିଶ୍ୱାସ, ତୁମ୍ଭେମାନେ ଯେଉଁ ଭୁଲ୍ କରିଛ, ସେଥିଲାଗି ଆମେ ଅଧିକାଂଶରେ ଦାୟୀ। ତୁମ୍ଭେମାନ ପ୍ରକୃତରେ ବଜାରୀ ବା ଅଭଦ୍ର ନୁହଁ। ସମସ୍ତେ ଭଦ୍ରଘରର ପିଲା। କିନ୍ତୁ ତୁମମାନଙ୍କୁ ଏହାର ପ୍ରମାଣ ଦେବାକୁ ହେବ। ବାରିପଦା ସହରବାସୀଙ୍କୁ ଦେଖାଇବାକୁ ହେବ ଯେ ତୁମ୍ଭେମାନେ ସମସ୍ତେ ଭଦ୍ରଘରର ସନ୍ତାନ ଏବଂ ଭଦ୍ର ବ୍ଯବହାର ଶିଖିଛ। କ'ଣ ପାରିବ ନାହିଁ?

ଛାତ୍ରମାନେ ଏକ ସ୍ୱରରେ କହିଲେ, "ହଁ ସ।ର, ନିଶ୍ଚୟ ପାରିବୁ।" ହଲ୍ ଟି ପ୍ରକମ୍ପିତ ହୋଇ ପୁଣି ନୀରବ ହୋଇଗଲା।

ରାମ କୃଷ୍ଣ ବାବୁ କହିଲେ - "ସବୁବର୍ଷ ପୂଜା ପଟୁଆରରେ ଶିକ୍ଷକ , ହେଡ୍ ମାଷ୍ଟର ଓ ଲାଠିଧାରୀ ପୋଲିସ୍ ତୁମ ସାଥିରେ ଚାଲନ୍ତି। କିନ୍ତୁ ଏଥର ତୁମ ସାଥି ରେ କେହି ଯିବେ ନାହିଁ । ମୁଁ ବି ଯିବି ନାହିଁ । ତୁମ୍ଭମାନଙ୍କୁ ନିଜ ଦାୟିତ୍ୱରେ ଶୃଙ୍ଖଳାର ସହିତ ପୂଜା ପଟୁଆର ପରିଚାଳନା କରିବାକୁ ହେବ । କ'ଣ କହୁଛ  ? ସେହି ଗୋଟିଏ ଉତ୍ତର , "ହଁ ସାର୍, ନିଶ୍ଚୟ କରିପାରିବୁ" । ତା' ଆରଦିନ କୋଡିଏ ଜଣ ସ୍ୱେଚ୍ଛାସେବକଙ୍କ ପାଇଁ ବ୍ଯାଜ୍ ତିଆରି କରାଗଲା। ପ୍ରତ୍ଯେକଙ୍କ ଛାତିରେ ଗୋଟିଏ ଲେଖାଏଁ ମାରିଦିଆଗଲା। ସେମାନଙ୍କ ମନରେ ଖୁବ୍ ଆନନ୍ଦ ଓ ଉତ୍ସା ହ ଭରିଗଲା। ସେମାନେ ଶୃଙ୍ଖଳାରେ ପିଲାମାନଙ୍କୁ ଧାଡ଼ିରେ ନେଇ ପୂଜାକାର୍ଯ୍ଯ ସମ୍ପାଦନ କଲେ। ବାରିପଦାବାସୀ ପିଲାମାନଙ୍କର ଶୃଙ୍ଖଳାଜ୍ଞାନ ଦେଖି ଅବାକ୍ ହେଲେ। ରାମକୃଷ୍ଣ ବାବୁ ଛାତ୍ରମାନଙ୍କୁ ଖୁବ୍ ପ୍ରଶଂସା କଲେ। ବିଦ୍ଯାଳୟରେ ଶାନ୍ତିଶୃଙ୍ଖଳା ଓ ସଦ୍-ଭାବର ବାୟୁମଣ୍ତଳ ଖେଳିଗଲା।

ଓଡ଼ିଶାର ସ୍ୱନାମଧନ୍ଯ ଶକ୍ଷାବିତ୍ ଓ ଶିଶୁସାହିତ୍ଯସ୍ରଷ୍ଟା ରାମକୃଷ୍ଣ ନନ୍ଦ ୧୯୦୬ ମସିହା ଫେବୃୟାରୀ ୧୫ ତାରିଖରେ ମାତା ଲକ୍ଷ୍ମୀଦେବୀ ଓ ପିତା ମଧୂସୁଦନଙ୍କ କୋଳରେ କଟକ ଜିଲ୍କା ଗୋବିନ୍ଦପୁର ଥାନାର ବାଈରୋଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ମଧୁସୂଦନ ସେତେବେଳେ ମାଟ୍ରିକ ଯାଏ ପାଠ ପଢ଼ଥିଲେ ହେଁ ସରକାରୀ ଚାକିରି କରିନଥିଲେ। କୁଳୀନ ବ୍ରାହ୍ମଣ ପରିବାର ହେଲେ ମଧ୍ଯ ସେ ନିମ୍ନମଧ୍ଯବିତ୍ତ ଶ୍ରେଣୀ। ମାତ୍ର ତାଙ୍କ ସହଧର୍ମଣୀ, ଧର୍ମବତୀ, ସୁଗୃହିଣୀ ଓ ଲକ୍ଷ୍ମୀ ସ୍ୱରୂପିଣୀ ଥିଲେ।

ସେ କାଳରେ ଚାହାଳି ପିଲାମାନଙ୍କ ପାଇଁ ଥିଲା ଯମଭୁବନ। ସେଠାରେ ରାମକୃଷ୍ଣ ପାଠପଢ଼ା ଆରମ୍ଭ କରିଥିଲେ ହେଁ ସାତବର୍ଷ ବୟସରେ ତାଙ୍କର ପିତା ପୁତ୍ରର ଶିକ୍ଷାଭାର ନେଇଥିଲେ । ନିଜ ଗ୍ରାମ ନି.ପ୍ରା. ସ୍କୁଲର ପ୍ରଧାନ ଶିକ୍ଷକ ପଦରେ ରହି ସେ ରାମକୃଷ୍ଣଙ୍କୁ ବୃତ୍ତି ପରୀକ୍ଷା ପାଇଁ ପ୍ରସ୍ତୁତ କରାଇଥିଲେ । ସେ ନି.ପ୍ରା. ବୃତ୍ତି ପରେ ମାଇନର୍ ବୃତ୍ତି ଲାଭ କରିଥିଲେ । ତା'ପରେ ସେ ରେଭେନସା କଲିଜିଏଟରେ ପାଠ ପଢ଼ିଲାବେଳେ ପ୍ରାୟ ପ୍ରତ୍ଯେକ ଶ୍ରେଣୀରେ ପ୍ରଥମ ହେଉଥିଲେ ସେ ମାଟ୍ରିକ ସେକେଣ୍ଡ କ୍ଳାସରୁ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ । ଅସହଯୋଗ-ବାର୍ତ୍ତାବହ ଭାବରେ ସେ କାର୍ଯ୍ଯ କରୁଥିଲେ । ସତ୍ଯବାଦୀ ଜାତୀୟ ବିଦ୍ଯାଳୟରେ ସେ ଉତ୍କଳମଣି ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଉକ୍ତ ବିଦ୍ଯାଳୟରୁ ସେ ହିନ୍ଦି ପ୍ରବେଶିକା ପରୀକ୍ଷାରେ ପ୍ରଥମ ଶ୍ରେଣୀ ରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହୋଇଥିଲେ ।

ମାତ ୧୯ ବର୍ଷ ବୟସରେ ସେ ବିବାହ କରିଥିଲେ ଏବଂ ସେହିବର୍ଷ ସେ ରେଭେନସା କଲିଜିଏଟ୍ ସ୍କୁଲରୁ ଘରୋଇ ଛାତ୍ର ଭାବରେ ଦ୍ୱିତୀୟ ଶ୍ରେଣୀ ରେ ମାଟ୍ରିକ୍ ପାସ୍ କରିଥିଲେ। ସେ ତତ୍କାଳୀନ ଆ ଇ.ଏ. ଶ୍ରେଣୀରେ ନାମ ଲେଖାଇ ରେଭେନ୍ସା କଲେଜରୁ ପାଟଣା ବିଶ୍ୱବିଦ୍ଯାଳୟରେ ପ୍ରଥମ ଶ୍ରେଣୀରେ ପଞ୍ଚମ ସ୍ଥାନ ଅଧିକାର କରି ଉତ୍ତୀର୍ଣ୍ଣ ହୋଇଥିଲେ । ତା' ପରେ ସେ କୋଡିଏ ଟଙ୍କାର ଏକ ମାସିକ ବୃତ୍ତି ଲାଭ କରି ଉକ୍ତ କଲେଜରେ ବିଏ ଅଧ୍ଯୟନ କଲେ ଏବଂ ଇଂରାଜି ଅନର୍ସ ସହିତ ବି.ଏ ପାସ୍ କଲେ। ୧୯୨୯-୩୦ ମସିହା ରେଭେନ୍ସା କଲେଜ ରେ ଏମ୍.ଏ. ଶ୍ରେଣୀରେ ନାମ ଲେଖାଇଲେ । ମାତ୍ର ଏକ ପକ୍ଷରେ ଅର୍ଥ ସଂକଟ ଓ ଅନ୍ଯ ପକ୍ଷରେ ଦେଶର ସ୍ୱାଧୀନତା ଆନ୍ଦୋଳନ ରାମକୃଷ୍ଣଙ୍କ କୃତିତ୍ୱପୂର୍ଣ୍ଣ ଛାତ୍ରଜୀବନର ପରିସମାପ୍ତି ଘଟାଇ ଲା।

ଛାତ୍ରବସ୍ଥାରେ ସେ ସାରସ୍ୱତ ସାଧନା ଆରମ୍ଭ କରିଥିଲେ ଏବଂ 'ସହକାର' , 'ନବଭାରତ' ଓ 'ଭଞ୍ଜପ୍ରଦୀପ' ଆଦି ପତ୍ରିକାଗୁଡିକରେ ତାଙ୍କର ଲେଖାମାନ ପ୍ରକାଶିତ ହୋଇଥିଲା । କଟକ ଟ୍ରେଡିଂ କମ୍ପାନୀର ମ୍ଯାନେଜର ଉମାଚରଣ ମହାନ୍ତି ରାମକୃଷ୍ଣ ଲିଖିତ "ତୁଳସୀ ଦାସ" ପାଣ୍ଡୁଲିପିଟି ପ୍ରକାଶ କରିଥିଲେ। ପୁସ୍ତକଟିର ଭାଷା ଓ ଭାବ ସରସ ହୋଇଥିବାରୁ ଅଷ୍ଟମ ଶ୍ରେଣୀର ଅତିରିକ୍ତ ପାଠ୍ଯପୁସ୍ତକ ରୂପେ ମନୋନୀତ ହୋଇଥିଲା । ସାଥିରୁ ଲେଖକଙ୍କ ପ୍ରାପ୍ଯ ଅର୍ଥ ଲାଭ କରି ରାମକୃଷ୍ଣ ଖୁବ୍ ଉତ୍ସାହିତ ହୋଇଥିଲେ । ଏହିପରି ସେ ସାହିତ୍ଯକ୍ଷେତ୍ରରେ ପ୍ରବେଶ କରି ନିଜର କୃତିତ୍ୱ ପ୍ରଦର୍ଶନ କରିପାରିଥିଲେ।

ରାମକୃଷ୍ଣ ଶିକ୍ଷକତାକୁ ଏକ ସ୍ଥାୟୀ ବୃତ୍ତି ଭାବରେ ଗ୍ରହଣ କରିବାକୁ ପ୍ରଥମେ ସ୍ଥିର କରିଥିଲେ। କାରଣ ଶିକ୍ଷାଦାନ ମାଧ୍ଯମରେ ସୁନାଗରିକ ଗଠନ କରିବାରେ ତାଙ୍କର ଆଗ୍ରହ ଥିଲା। ସେ ପ୍ରଥମେ କଟକ ଜିଲ୍ଲାବୋର୍ଡ଼ର ସୂତାକଟା ଶିକ୍ଷକ ଭାବରେ ୨୦ଟଙ୍କା ଦରମାରେ ନିଯୁକ୍ତି ପାଇଥିଲେ। ୧୯୩୦-୩୧ରେ ଡମପଡା ହାଇସ୍କୁଲରେ ସେ ସହକାରୀ ଶିକ୍ଷକ ଭାବେ କାର୍ଯ୍ଯ କଲେ। ତା'ର ପ୍ରଧାନ ଶିକ୍ଷକ ନୃସିଂହ ଚରଣ କାନୁନଗୋ ରାମକୃଷ୍ଣଙ୍କର କର୍ତ୍ତବ୍ଯନିଷ୍ଠ, ଛାତ୍ରବତ୍ସଳତ। ଓ ଶିକ୍ଷାଦାନଦକ୍ଷତାରେ ମୁଗ୍ଧ ହୋଇଥିଲେ। ମାତ୍ର ବାଙ୍କିରେ ଅସ୍ଥାୟୀ ଚାକିରିକାଳ ସମାପ୍ତି ପରେ ବାରିପଦା ହାଇସ୍କୁଲରେ ସହକାରୀ ଶିକ୍ଷକ ଭାବରେ ୧୯୩୧ ଜୁଲାଇ ୯ ତାରିଖରେ ୭୦ ଟଙ୍କା ବେତନରେ ସେ ନିଯୁକ୍ତି ପାଇଲେ। ଛାତ୍ରାବସ୍ଥାରୁ ଶିକ୍ଷକ ଜୀବନରେ ସେ ବନ୍ଯାବିପନ୍ନ ଓ ଦୁଃସ୍ଥ ଜନସାଧାରଣଙ୍କ ସେବା କରିବାରେ ଆନନ୍ଦ ଲାଭ କରୁଥିଲେ।

୧୯୩୭-୩୮ରେ ରାମକୃଷ୍ଣ ବାବୁ କଟକ ଟ୍ରେନିଂ କଲେଜ(ଆଧୁନିକ ରାଧାନାଥ ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ)ରେ ଟ୍ରେନିଂ ଅଧ୍ଯୟନ କରି ପାଟଣା ବିଶ୍ୱବିଦ୍ଯାଳୟରେ ସହକାରୀ ପ୍ରଧାନ ଶିକ୍ଷକ ଭାବରେ ସେ କାର୍ଯ୍ଯ କରିଥିଲେ ଏବଂ ପାଟନା ବିଶ୍ୱବିଦ୍ଯାଳୟରେ ଜଣେ ଇଂରେଜୀ ପରୀକ୍ଷକ ଭାବେ ସୁନାମ ଅର୍ଜନ କରିଥିଲେ। ତାଙ୍କର କର୍ମନିଷ୍ଠତା, ଛାତ୍ରବତ୍ସଳତା ଓ ଦକ୍ଷତା ସମସ୍ତଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା। ମାତ୍ର ତତ୍କାଳୀନ ଲୋକପ୍ରିୟତାରେ ପ୍ରଧାନ ଶିକ୍ଷକ ଈର୍ଷାପରାୟଣ ହେଲେ ଏବଂ ୧୯୪୧-୪୨ରେ ଅଶାନ୍ତିକର ପରସ୍ଥିତି ଯୋଗୁଁ ରାମକୃଷ୍ଣ ବାବୁ ଇସ୍ତଫା ଦେଇ ବାରିପଦାରୁ ବିଦାୟ ନେଲେ।

ବାରିପଦାରେ ସାରସ୍ୱତ ସାଧନା ପାଇଁ ଅନୂକୁଳ ପରିବେଶ ପାଇ ରାମକୃଷ୍ଣ ସେ ଦିଗରେ ମନ ଦେଇଥିଲେ। ୧୯୩୩ରେ ବିଶିଷ୍ଟ ଲେଖକ ଓ କବିମାନଙ୍କ କେତେକ ରଚନା ସଂଗ୍ରହ କରି 'ପ୍ରତିଧ୍ୱନି' ନାମକ କ୍ଷୁଦ୍ର ପୁସ୍ତିକାଟିଏ ସେ ସଂଚଳନ କରିଥିଲେ। ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ପାଇଁ 'ସାହିତ୍ଯ ସୋପାନ; ଏବଂ ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପାଇଁ 'ସାହିତ୍ଯବୋଧ' ପାଠ୍ଯପୁସ୍ତକ ସେ ଏଠାରେ ରଚନା କରିଥିଲେ। ତାଙ୍କର ସୁପରିଚିତ ପ୍ରାର୍ଥନା ଗୀତ - ଆହେ ଦୟାମୟ ବିଶ୍ୱବିହାରୀ, ଘେନ, ଦୟାବହି ମୋର ଗୁହାରି" ଏବଂ ଅନ୍ଯ କେତେକ ଶିଶୁକବିତା ଏହି ସମୟର ରଚନା। କଟକ ପବ୍ଲିଶିଂ ହାଉସର ପ୍ରତି ଷ୍ଠି ତ ଶ୍ରୀ ଉମାଚରଣ ମହାନ୍ତି ଉକ୍ତ ପୁସ୍ତକଗିଡ଼ିକୁ ପ୍ରକାଶ କରି ସାହିତ୍ଯ କ୍ଷେତ୍ରରେ ରାମକୃଷ୍ଣଙ୍କୁ ଖୁବ୍ ଉତ୍ସାହ ପ୍ରଦ।ନ କରିଥିଲେ। ସତ୍ଯବାଦୀ ଜାତୀୟ ବିଦ୍ଯାଳୟର ଶିକ୍ଷକ ଓ ବାରିପଦାରେ ସହକର୍ମୀ ଥିବା ବାସୁଦେବ ମହାପାତ୍ର ଓ ରାମକୃଷ୍ଣ ବାବୁ ଏକତ୍ର ମିଶି ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଉପଯୋଗୀ ' ରଚନା ଦର୍ପଣ' ପୁସ୍ତକଟି ପ୍ରଣୟନ କରିଥିଲେ। ବାରିପଦା ରେ ମଧ୍ୟ ତାଙ୍କର ପ୍ରସିଦ୍ଧ ଡନକୁସ୍ତି ପାଣ୍ଡୁଲିପି ପ୍ରସ୍ତୁତ ହୋଇଥିଲା । ତାଙ୍କର ଅନ୍ୟତମ ରଚନା "ସଂଗ୍ରାମ ଓ ସାଧନା" ର ପ୍ରଥମ ଭାଗ ଏଠାରେ ରଚିତ ଓ ପ୍ରକାଶିତ। ସେଥିରେ ସ୍ଥାନିତ ହୋଇଥିବା କେତୋଟି ଚିତ୍ର ରାମକୃଷ୍ଣ ବାବୁ ନିଜେ ଅଙ୍କନ କରି ତାଙ୍କର କଳାତ୍ମକ ପ୍ରତିଭା ର ପରିଚୟ ଦେଇଥିଲେ। ଏହା ବ୍ୟତୀତ ବିଭିନ୍ନ ପତ୍ରପତ୍ରିକାରେ ତାଙ୍କର ପ୍ରବନ୍ଧ ଆଦି ଓଡିଆ ଓ ଇଂରେଜୀ ଭାଷାରେ ଲିଖିତ ଓ ପ୍ରକାଶିତ ହୋଇଥିଲା ଏବଂ ଛାତ୍ରଛାତ୍ରୀମାନଙ୍କର କେତେକ ସହାୟକ ପୁସ୍ତକ ରଚନା କରିଥିଲେ ।

ରାମକୃଷ୍ଣଙ୍କ କୃତିତ୍ୱ ବହୁମୁଖୀ । ସେ ଅବସର ପାଇଲେ ଖଟଫିତା, ସତରଞ୍ଜି ଆସନ ଆଦି ବୁଣାବୁଣି କରୁଥିଲେ । ଛାତ୍ର ଓ ସହକର୍ମୀମାନଙ୍କ ସହିତ ଭଲି , ବ୍ୟାଡମିଣ୍ଟନ, ଟେନିସ୍ ଆଦି ଖେଳୁଥିଲେ । ଚିତ୍ର ଆଙ୍କିବାରେ ମଧ୍ୟ ତାଙ୍କର ଦକ୍ଷତା ଥିଲା। ବାରିପଦା ରେ ଅବସର ବିନୋଦନ ପାଇଁ ସେ ଏକ ନୂଆ ବିଦ୍ୟା ଫାଟୋଗ୍ରାଫି ଶିକ୍ଷା କରିଥିଲେ। କ୍ୟାମେରା ଓ ତା'ର ଛାପିବାର ଉପକରଣମାନ କିଣି ଫଟୋ ଉଠାଇବା, ଧୋଇବା ଓ ଛାପିବାର ବ୍ୟବସ୍ଥା କରିଥିଲେ । ଫଟୋ ଉଠାଇବାର ମାଦଳତାରେ ସେ ବିଭୋର ହୋଇ ଭୋକଶୋଷ ଭୁଲିଯାଉଥିଲେ ।

ଏବେ ଏକସମୟରେ ସେ ତିନୋଟି ହାଇସ୍କୁଲରୁ ନିମନ୍ତ୍ରଣ ପାଇଲେ ପ୍ରଧାନ ଶିକ୍ଷକ ହେବା ପାଇଁ। ପୁଣି ଟ୍ରେନିଂ କଲେଜର ଅଧ୍ୟକ୍ଷ ସ୍ୱର୍ଗୀୟ ମହେଶ ଚନ୍ଦ୍ର ପ୍ରଧାନ ତାଙ୍କୁ ଗୋଟିଏ ଭଲ ସରକାରୀ ହାଇସ୍କୁଲ ରେ ଶିକ୍ଷକତା କରିବାକୁ ପରାମର୍ଶ ଦେଲେ । ମାତ୍ର ରାମକୃଷ୍ଣ ବାବୁ ଭିଙ୍ଗାରପୁରରୁ ମି, ଇ ,ପାସ୍ କରିଥିବାରୁ ପୁରୁଣା ଜାଗାର ସମ୍ପର୍କ ଦୃଷ୍ଟିରୁ ସେଠାକୁ ଯାଇ ଭଲ କରି ହାଇସ୍କୁଲଟିକୁ ଗଢିବାକୁ ସ୍ଥିର କଲେ । ଶେଷରେ ଭିଙ୍ଗାରପୁର ବକ୍ରେଶ୍ୱର ହାଇସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ସେ ଯୋଗଦେଲେ। ମାତ୍ର ତାର ଦୟନୀୟ ଅବସ୍ଥା ସମ୍ପର୍କରେ ରାମକୃଷ୍ଣ ଲେଖିଛନ୍ତି "କୁଶଭଦ୍ରା ନଦୀର ଦକ୍ଷିଣ ପାର୍ଶ୍ୱ ରେ ଏକ ପ୍ରଶସ୍ତ ମୁକ୍ତ ପ୍ରାନ୍ତର ମଧ୍ୟରେ ଚୌଧୁରୀ ଗଙ୍ଗାଧର ଦାଶଙ୍କ ସ୍ୱପ୍ନର ଶିକ୍ଷା ମନ୍ଦିର ଶ୍ରୀବକ୍ରେଶ୍ୱର ହାଇସ୍କୁଲ ଗୋଟିଏ ରୁଗଣ ଶିଶୁପରି ଯେତେବେଳେ ଖାଦ୍ୟପାଇଁ ଅଣ୍ଡାଳି ହେଉଥିଲ। , ସେତିକିବେଳେ ତା'ର ଲାଳନ ପାଳନ ଦାୟିତ୍ୱ ନେଇ ସେଠାରେ ମୁଁ ଉପସ୍ଥିତ ହେଲି । ଏହି ସ୍କୁଲର ଚାରୋଟି ଶ୍ରେଣୀରେ ମୋଟ ଛାତ୍ର ସଂଖ୍ୟା ୧୫୦ ରୁ କମ୍ । ଦୁଇଜଣ ମାତ୍ର ଗ୍ରାଜୁଏଟ୍ ଶିକ୍ଷକ ସଦ୍ୟ ଡି.ଇଡି. ପାସ୍ କରି ଯୋଗ ଦେଇଥିଲେ । ଛାତ୍ରାବାସରେ ବହୁ ସ୍ଥାନ ଖାଲି ପଡୁଥାଏ । ଛାତ୍ର ସଂଖ୍ଯାବୃଦ୍ଧିର କୌଣସି ଆଶା ନ ଥିବାରୁ ମାଇନର ସ୍କୁଲଟି କୁ ଆଣି ଏଥି ସହିତ ମିଶାଇବା କୁ ମ୍ଯାନେଜିଙ୍ଗ କମିଟି ନିଷ୍ପତ୍ତି ନେଇଥିଲେ । ବିଦ୍ଯାଳୟର ଦୁଃସ୍ଥ ଆର୍ଥିକାବସ୍ଥା । ଗଙ୍ଗାଧର ଦାଶଙ୍କ ଦାନ ଉପରେ ଏହା ଥିଲା ସମ୍ପୂର୍ଣ୍ଣ ନିର୍ଭରଶୀଳ ।

ଗଙ୍ଗାଧର ବାବୁ ପୁଣି ସ୍କୁଲର ପ୍ରଧାନ ପୃଷ୍ଠପୋଷକ ଓ ପ୍ରାଣ ପ୍ରତିଷ୍ଠାତା ହୋଇଥିବାରୁ ଅନେକ କାର୍ଯ୍ଯ ମ୍ଯାନେଜିଂ କମିଟିର ମତାମତ ନ ନେଇ କରିଥିଲେ ଏବଂ ଏଥିପାଇଁ କେତେକ ସଭ୍ଯ ସ୍କୁଲ ପ୍ରତି ବୀତସ୍ପୃହ ହୋଇଥିଲେ । ମାତ୍ର ରାମକୃଷ୍ଣ ବାବୁ ସମସ୍ତଙ୍କୁ ନେଇ ସ୍କୁଲ ପରିଚାଳନା କଲେ । ମନମୁଖୀ କାର୍ଯ୍ଯ ବନ୍ଦ କରି ଗଣତାନ୍ତ୍ରିକ ନୀତିରେ ସ୍କୁଲରେ ଥିବା ବିଶୃଙ୍ଖଳା ଦୂର କଲେ। ପାଠାଗାର ରେ ପୂର୍ବରୁ ହେଳା ହୋଇଥିବାରୁ ପିଲାମାନେ ବିଭିନ୍ନ ବିଷୟ ରେ ଦୁର୍ବଳ ହୋଇଥିଲେ। ସେମାନଙ୍କୁ ଘଣ୍ଟାଏ ଲେଖାଏଁ ଘରେ ସେ ପଢାଇଲେ। ଫଳରେ ପିଲାମାନେ ପାଠ ପଢାରେ ଉନ୍ନତି କରିବା ସଙ୍ଗେ ସଙ୍ଗେ ବିଶ୍ୱବିଦ୍ଯାଳୟ ପରୀକ୍ଷା ରେ କୃତିତ୍ୱ ସହିତ ଉତ୍ତୀର୍ଣ୍ଣ ହେଲେ । ରାମକୃଷ୍ଣ ବାବୁ ଯର୍ଥାଥରେ ଲେଖିଛନ୍ତି,"ଆତ୍ମ ପ୍ରତ୍ଯୟ ସବୁକ୍ଷେତ୍ରରେ ଅଗ୍ରଗତିରେ ସାହାଯ୍ଯ କରେ । ଏହା ନ୍ଯୂନ ମନୋଭାବର ବିପରୀତ ଲକ୍ଷଣ । ଛାତ୍ର ଜୀବନ ରେ ବାଧାବିଘ୍ନ ମଧ୍ଯ ରେ ଗତି କରି ଓ ଅସହଯୋଗ ଆନ୍ଦୋଳନ ରେ ଯୋଗଦେଇ ମୁଁ ଯେଉଁ ଦୃଢ ମନୋବଳ ଅର୍ଜନ କରିଥିଲି ତାହା ମୋତେ ପରର୍ବତ୍ତୀ ଜୀବନରେ ଯଥେଷ୍ଟ ସାହାଯ୍ଯ କରିଛି। ଅଭାବ ଅସୁବିଧା ମୋତେ କେବେ ଭୟଭୀତ କରିନାହିଁ କି ଚାକିରୀର ମୋହ କେବେ ନୀତିଭ୍ରଷ୍ଟ କରିନାହିଁ । ମୁଁ ନିର୍ଭୟରେ କର୍ତ୍ତବ୍ଯ ସମ୍ପାଦନ କରି ସବୁଠାରେ ସୁଫଳ ପାଇଛି।"


ରାମକୃଷ୍ଣ ବାବୁଙ୍କ ଦୃଢତା ,କର୍ମନିଷ୍ଠା ଓ ଗଣତାନ୍ତ୍ରିକ ପଦକ୍ଷେପ ଯୋଗୁଁ ବକ୍ରେଶ୍ୱର ହାଇସ୍କୁଲର ସର୍ବାଙ୍ଗୀନ ବିକାଶ ଘଟିଥିଲା। ଯେଉଁ ଛାତ୍ରବାସରେ ସ୍ଥାନ ଖାଲି ପଢୁଥିଲା , ସେଠାରେ ନୂତନ ଗୃହ ନିର୍ମାଣ କରିବାକୁ ହେଲା। ଯୋଗ୍ଯତା ଭିତ୍ତରେ ଦରିଦ୍ର ଛାତ୍ରମାନଙ୍କୁ ବୃତ୍ତି ଦିଆଗଲା। ଧନାର୍ଢ୍ଯ ଚୌଧୁରୀ ବଂଶର ଆଭିଜାତ୍ଯ ଓ ତଜ୍ଜର୍ନିତ କ୍ଷମତାଲିପସା ଶୃଙ୍ଖଳିତ ଓ ନିୟନ୍ତ୍ରିତ ହେଲା । ରାମକୃଷ୍ଣ ବାବୁଙ୍କ ସାହସ ଓ ସମୟାନୁବର୍ତ୍ତୀତା ସମ୍ପର୍କରେ ଏକ ଘଟଣା ଉଲ୍ଲେଖନୀୟ -

"ବାର୍ଷିକ କ୍ରୀଡା ପ୍ରତିଯୋଗିତା ହେଉଥାଏ । ଅପରାହ୍ନ ୪ଟା ବେଳକୁ ଆରମ୍ଭ ହେବ ବୋଲି ନିମନ୍ତ୍ରଣ ପତ୍ର ରେ ସମୟ ଦିଆଯାଇଥାଏ । ବାଲିଅନ୍ତା ଓ ନିକଟବର୍ତ୍ତୀ ଗ୍ରାମମାନଙ୍କ ରୁ କେତେକ ଭଦ୍ରବ୍ଯକ୍ତି ଆସିଗଲେ । କିନ୍ତୁ ପରିଚାଳନା ସମିତିର ସଭାପତି ଓ ସମ୍ପାଦକ ଆସିନଥାନ୍ତି । ନିରୂପିତ ସମୟ ହୋଇଯିବାରୁ ସ୍ପୋର୍ଟସ୍ ଆରମ୍ଭ କରିବାକୁ ମୁଁ ନିର୍ଦ୍ଦେଶ ଦେଇଦେଲି । ପ୍ରାୟ ଅଧ ଘଣ୍ଟାକ ପରେ ସେ ଦୁଇଜଣ ଆସି ପହ୍ଞ୍ଚିଲେ । ସେତେବେଳକୁ କେତେଗୁଡିଏ ଖେଳ ସରିଗଲାଣି। ସଭାପତି ଓ ସମ୍ପାଦକ ନ ଆସୁଣୁ କାର୍ଯ୍ଯକ୍ରମ ଆରମ୍ଭ ହେବା ସ୍କୁଲ ଇତିହାସରେ ବୋଧ ହୁଏ ପ୍ରଥମକଥା । ମନରେ ତାଙ୍କର କ୍ଷୋଭ ଆସିଗଲା । କାର୍ଯ୍ଯ ଶେଷରେ ଭାଷଣ ଦେବାବେଳେ କଟୁ ମନ୍ତବ୍ଯ ପ୍ରକାଶ କଲେ । ମୋତେ ବାଧିଲା।" ରାମକୃଷ୍ଣବାବୁ ମଧ୍ଯ ସେହି ସତ୍ତାରେ ଉକ୍ତ ମନ୍ତବ୍ଯର ଉତ୍ତର ଦେଲେ । କେତେକ ଏହାକୁ ତାଙ୍କର ଧୃଷ୍ଟତା ତ କିଏ ସ୍ପଷ୍ଟବାଦିତା ମନେ କଲେ ।

ସେହିପରି ଆଉ ଦିନକର କଥା । ଚୌଧୁରୀ ନୀଳକଣ୍ଠ ଦାଶ ସ୍କୁଲର ସଭାପତି ଓ ଉଚ୍ଚଶିକ୍ଷିତ ମଧ୍ଯ । ସା ଗୋଟିଏ ଶ୍ରେଣୀରେ ପଶି ଶିକ୍ଷକଙ୍କର ଶିକ୍ଷାଦାନ ଦେଖି ସ୍କୁଲ ଅଫିସ୍‌କୁ ଆସିଲେ । ସେହି ଶ୍ରେଣୀରେ ତାଙ୍କର ପୁଅ ପଢୁଥାଏ। ରାମକୃଷ୍ଣ ବାବୁଙ୍କୁ କହିଲେ, "ହେଡମାଷ୍ଟ୍ରେ, ମୁଁ ଭାବୁଛି ମୋ ପୁଅର ଏଠାରୁ ଟ୍ରାନ୍ସଫର୍ ନେଇ ଯିବି।" ରାମକୃଷ୍ଣ ବାବୁ ପଚାରିଲେ "କାହିଁକି ? କ'ଣ ହେଲା କି" ? ସ୍କୁଲରେ ଭଲ ପଢା ହେଉ ନାହିଁ ବୋଲି ଅଭିଯୋଗ କରି ତା'ର ପ୍ରମାଣ ସ୍ୱରୂପ ଶିକ୍ଷକ ସେ ଦିନ ଶ୍ରେଣୀ‌ରେ ଅଙ୍କ ଠିକ୍ ଭାବରେ ପଢାଇନଥିଲେ ବୋଲି କହିଲେ। ରାମକୃଷ୍ଣ ବାବୁ ତାଙ୍କୁ ଉତ୍ତର ଦେଲେ , "ସ୍କୁଲରେ କିପରି ଭଲ ପଢାପଢି ହେବ, ସେଥିଲାଗି ତ ମୁଁ ଓ ମୋର ସହର୍କମୀମାନେ ଯଥାସାଧ୍ଯ ଚେଷ୍ଟା କରୁଛୁ । ଆଉ ବିଶ୍ୱବିଦ୍ଯାଳୟର ପରୀକ୍ଷାଫଳକୁ ଯଦି ପାଠପଢାର ମାପକାଠି ବୋଲି ଧରାଯାଏ , ତେବେ ଆମ ସ୍କୁଲ ସେ ଦିଗରେ ଖୁବ୍ ଭଲ କରୁଛି। ଏହା ସତ୍ତ୍ୱେ ଯଦି ଆପଣ ସନ୍ତୁଷ୍ଟ ନହୋଇ ପିଲାକୁ ଉଠାଇ ନେବାକୁ ଚାହାନ୍ତି, ଦୁଃଖର ସହିତ ତାକୁ ବିଦାୟ ଦେବା ଛଡା ଆମେ ଆଉ କ'ଣ କରିପାରିବୁ। ଏପରି ଉତ୍ତର ସେ ଆଶା କରିନଥିଲେ। ତେଣୁ ସଂଗେ ସଂଗେ ସ୍ୱର ବଦଳାଇ କହିଲେ,"କ'ଣ କହୁଛିକି ରାମକୃଷ୍ଣ ବାବୁ, ଆମ ତ୍ରିଲୋଚନ ସବୁବେଳେ ଗାଁ ଟୋକାଙ୍କ ସଙ୍ଗେ ବୁଲୁଛି। ଆମେ ପିଲାଦିନେ ଦେଖିଛୁ, ହେଡମାଷ୍ଟର ଓ ଶିକ୍ଷକମାନେ ରୀତିମତ ପିଲାମାନଙ୍କ ଘରକୁ ଯାଇ କିଏ କ'ଣ କହୁଛି, ଦେଖୁଛି, ଏଠିତ ସେସବୁ କିଛି ହୋଇନାହିଁ ।

  ରାମକୃଷ୍ଣ  ବାବୁ  ଉତ୍ତର ଦେଇଥିଲେ- "ଆପଣ  ଜଣେ   ଶିକ୍ଷିତ  ଅଭିଭାବକ ,  ପିଲା  ଯେତେବେଳେ   ଶିକ୍ଷିତ  ବାପାମାଆଙ୍କୁ  ପାଖରେ  ରହିଛି  ବୋଲି   ଜାଣୁଛୁ  ଆମେ  ସେ  କ୍ଷେତ୍ରରେ ଟିକିଏ  ଶିଥିଳ ହୋଇଯାଇଛୁ । ନଈ  ପାରି  ହୋଇ ସେପାରି କୁ  ଯିବା ସବୁବେଳ  ସମ୍ଭବ ହୁଏ  ନାହିଁ । ତା' ଛଡା ପିଲା  ଆମ ପାଖରେ  ସାଢେ  ୧୦ଟାରୁ  ୪ଟା ଯାଏ  ଅଛି , ଅବଶିଷ୍ଟ ସମୟ  ତ  ଆପଣଙ୍କ  ପାଖରେ । ଆପଣ ତାକୁ  ଶାସନ  କରୁନାହାନ୍ତି  କାହିଁକି?"

"ମୁଁ କ'ଣ ସବୁ ବେଳେ ଘରେ ରହୁଛି ଯେ , ଦେଖିବି?" "ତେବେ ଆପଣ ତାକୁ ହଷ୍ଟେଲରେ ଛାଡି ଦିଅନ୍ତୁ। ୨୪ ଘଣ୍ଟା ଆମ ତତ୍ତ୍ୱାବଧାନରେ ରହିବ ।"

"ମୋର ଆପତ୍ତି ନାହିଁ, କହିବେ ଯଦି କାଲିଠାରୁ ଛାଡିଦେବି।"

"ହଷ୍ଟେଲର ଖଡା କଖାରୁ ସିଝା ଓ ବଗଡା ଭାତ ସେ ଖାଇପାରିବ ତ ?"

"ନିଶ୍ଚୟ ପାରିବ ।"

ନୀଳକଣ୍ଠ ବାବୁ ଖୁବ୍ ଦୃଢ ମନ। ଓ ଶିକ୍ଷାବିତ୍ ମଧ୍ଯ । ସେ ନିଜେ ଭୁବନେଶ୍ୱର ହାଇସ୍କୁଲରେ ହେଡମାଷ୍ଟର ଥିଲେ । ତା' ପର ଦିନଠାରୁ ତାଙ୍କ ପୁଅ ଆସି ହଷ୍ଟେଲରେ ରହିଲା । ଏହିପରି ବହୁ ଘଟଣା ରାମକୃଷ୍ଣ ବାବୁ ଦୃଢତା ଓ ନୀତିବାଦିତା ଦେଖାଇ ବିଦ୍ଯାଳୟର ପରିଚାଳନାଗତ ଶୃଙ୍ଖଳା ଓ ସୁଶିକ୍ଷାର ବ୍ଯବସ୍ଥା କରିପାରିଥିଲେ । ବିଦ୍ଯଳୟର ପ୍ରତିଷ୍ଠାତା ଓ ପୃଷ୍ଠପୋଷକ ତଥା ସମ୍ପାଦକ ମଧ୍ଯ ବିଦ୍ଯାଳୟର କାର୍ଯ୍ଯରେ ହସ୍ତକ୍ଷେପ କରିପାରି ନଥିଲେ । ତ‌ତ୍ତ୍କାଳୀନ ତ୍ତ୍କାଳୀନ ଡିପି ଆଇ ଶ୍ଯାମଚନ୍ଦ୍ର ତ୍ରିପାଠୀଙ୍କ ସହିତ ତାଙ୍କର ସଦଭାବ ଥିଲା । ତ୍ରିପାଠୀ ସାହେବ ଉଚ୍ଚ ସ୍କୁଲ ପରିଦର୍ଶନ କରି ଖୁବ୍ ସନ୍ତୁଷ୍ଟ ହୋଇ ସମ୍ପାଦକଙ୍କୁ କହିଥିଲେ। " You have snatched a gem from my Department" (ମୋ ବିଭାଗରୁ ଆପଣ ଏକ ରତ୍ନ ଛଡାଇ ନେଇଛନ୍ତି)। ସେ ତାଙ୍କ କଟକ କଲିଜିଏଟ୍ ସ୍କୁଲରେ ରାମକୃଷ୍ଣ ବାବୁଙ୍କୁ ରଖିବାକୁ ଚାହିଁଥିଲେ । ମାତ୍ର ସ୍ୱାଧୀନଚେତା ରାମକୃଷ୍ଣ ବାବୁ ଭିଙ୍ଗାରପୁର ବକ୍ରେଶ୍ୱର ହାଇସ୍କୁଲରେ ପ୍ରଧାନ ଶିକ୍ଷକ ହୋଲଥିଲେ । ନିଜେ ସ୍ୱାଧୀନ ଭାବେ ନୀତି ଓ ନିୟମ ମାନି ନିଜର କର୍ତ୍ତବ୍ଯ କରିଥିବାରୁ ରାମକୃଷ୍ଣ ବାବୁ ବିଶେଷ ସାହସୀ ଓ ଆତ୍ମ ବିଶ୍ୱାସୀ ଥିଲେ । ଏହାର ଏକ ଦୃଷ୍ଟାନ୍ତ ଦେବାର ଲୋଭ ସମ୍ବରଣ କରି ହେଉନାହିଁ।

ଥରେ ତାଙ୍କୁ ପ୍ରଧାନ ଶିକ୍ଷକ ଭାବରେ ଇନିସ୍ପେକ୍ଟରଙ୍କ ସ୍କୁଲ ପରିଦର୍ଶନର ସମ୍ମୁଖୀନ ହେବାକୁ ପଡିଲା । ଗ୍ରୀଷ୍ମଛୁଟି ପରେ ସ୍କୁଲ ଖୋଲିବା ଦିନ ଇନ୍ସପେକ୍ଟର ଏସ୍ ରାୟ ପରିଦର୍ଶନରେ ଆସିବାର କାର୍ଯ୍ଯକ୍ରମ ଆସିବାରୁ ସେକ୍ରେଟାରୀ ରାମକୃଷ୍ଣ ବାବୁଙ୍କୁ ଜଣାଇଦେଲେ। ମାତ୍ର ରାମକୃଷ୍ଣ ବାବୁ ସ୍କୁଲ ଖୋଲିବାର ପୂର୍ବଦିନ ଭିଙ୍ଗାରପୁରରେ ପହଞ୍ଚିଲେ। ମାତ୍ର ସମ୍ପାଦକ ଗଙ୍ଗାଧର ବାବୁଙ୍କ ସହିତ ତ୍ରିପାଠୀ ସାହେବଙ୍କ ସିଧା ସମ୍ପର୍କ ଥିବାରୁ ଇନସପେକ୍ଟର ତାଙ୍କର ବିରୋଧୀ ବୋଲି ସମ୍ପାଦକଙ୍କ ଧାରଣା। ତେଣୁ ରାମକୃଷ୍ଣ ଦେଖି ସେ ନିଜର ଆଶଙ୍କା ଓ ଉତ୍କଣ୍ଠା ପ୍ରକାଶ କଲେ। ମାତ୍ର ରାମକୃଷ୍ଣଙ୍କୁ ବାବୁ କହିଲେ-ଆପଣ ବ୍ଯସ୍ତ ହୁଅନ୍ତୁ ନାହିଁ। ଅଫିସ୍ କାଗଜପତ୍ର ତ ସବୁ ଠିକ୍ ଅଛି, ଦେଢମାସ ଗ୍ରୀଷ୍ମ ଛୁଟି ପରେ ଯେତେବେଳେ ସ୍କୁଲ ଖୋଲୁଛି, ପିଲାମାନେ ଚାଉଳ ପେଡିପେଟରା ଧରି ଆସିବେ ନିଶ୍ଚୟ । ଏଠି ବସ୍ ଅଛି ନା ଟ୍ରେନ୍ ଅଛି? ଇନ୍ସପେକ୍ଟର କ'ଣ ଜାଣନ୍ତି ନାହିଁ, ଏଇଟା ମଫସଲ ଜାଗା ବୋଲି? ତେଣୁ ସମସ୍ତେ ଆସି ଠିକ୍ ସାଢେ ଦଶଟା ପୂର୍ବରୁ ସ୍କୁଲରେ ପହ୍ଞ୍ଚିବା ସମ୍ଭବପର ନୁହେଁ। ଯେତେଦୂର ସମ୍ଭବ, ସ୍କୁଲ ସମୟ ଭିତରେ ଯେପରି କୌଣସି ବିଶୃଙ୍ଖଳା ନଘଟେ , ତା ମୁଁ ଦେଖିବି। ଏହିପରି କହି ରାମକୃଷ୍ଣ ବାବୁ ସମ୍ପାଦକଙ୍କୁ ଦମ୍ଭ ଦେଲେ। ସେ ଦିନର ଅନୁଭୂତି ସର୍ମ୍ପକରେ ସେ ନିଜେ ଲେଖିଛନ୍ତି:

    ଇନ୍ସପେକ୍ଟର  ଏସ୍  ରାୟ  ନିର୍ଦ୍ଦିଷ୍ଟ  ଦିନ ଆସି ପହ୍ଞ୍ଚିଲେ।  ଭିଙ୍ଗାରପୁର  ହାଇସ୍କୁଲ  ପ୍ରତି  ସେ  ପୂର୍ବରୁ  ପ୍ରତିକୂଳ   ଭାବାପନ୍ନ  ଅଛନ୍ତି ବୋଲି  ଗଙ୍ଗାଧର  ବାବୁଙ୍କ ଠାରୁ   ଶୁଣି ସୁଦ୍ଧା ମୁଁ  ବିଚଳିତ ହୋଇନଥାଏ।  ଡାକ୍ତରଖାନା  ସଂ ଲଗ୍ନ  ଜିଲ୍ଲା  ବୋର୍ଡ  ବିଶ୍ରାମଗୃହରେ  ସେ  ଅବସ୍ଥାନ  କରୁଥାନ୍ତି।  ମୁଁ  ବସାରେ  ଥାଇ  ଶୁଣିଲି,ସେ ସକାଳ  ୮ଟାରେ  କିରାନିବାବୁଙ୍କୁ  ଡକାଇ  ସ୍କୁଲର  କାଗଜପତ୍ର  ଦେଖାଦେଖି  କରୁଛନ୍ତି। ସାଢେ ୧୦ଟାରେ  ସ୍କୁଲ୍,  ତେଣୁ  ମୁଁ  ପ୍ରାୟ  ଦଶ ଟା ପନ୍ଦର  ମିନିଟ୍ ରେ  ସ୍କୁଲରେ ପହ୍ଞ୍ଚିଲି। ଏଥିମଧ୍ଯରେ  ରାୟ  ମହାଶୟ  ସ୍କୁଲ କୁ  ଆସି  ଛାତ୍ରବାସରେ  ପିଲାମାନଙ୍କର  ଭୋଜନ ପ୍ରଭୃତି  ଦେଖି  ଟିକିଏ ବିରକ୍ତ  ଭାବ  ପ୍ରକାଶ  କରିଥିବା  ଜଣେ  ଶିକ୍ଷକ ମୋତେ  ସୂଚନା   ଦେଲେ। ସେ  ଯାହାହେଉ,  ମୁଁ  ଅଫିସ୍ ରେ  ପହ୍ଞ୍ଚିବା  ମାତ୍ରେ  ଇନସପେକ୍ଟରଙ୍କ  ସଙ୍ଗେ  ମୋର ପ୍ରଥମ  ସାକ୍ଷାତ  ହେଲା। ଭଦ୍ରୋଚିତ   ରୀତିରେ  ସେ   ପ୍ରଥମେ ମୋର  ପରିଚୟ  ପଚାରି  ବୁଝିଲା  ପରେ  ସ୍କୁଲ୍  ଦେଖିବାକୁ  ବାହାରିଲେ।  ଶିକ୍ଷକମାନଙ୍କର  ଶିକ୍ଷାଦାନ  ଦେଖୁ  ଦେଖୁ  ସାଢେ ଗୋଟିଏ  ବାଜିଗଲା  ମୁଁ  ବରାବର  ତାଙ୍କ  ପାଖରେ  ରହିଥିଲି।  ପରିଦର୍ଶନ  ବେଳେ  ତାଙ୍କ  ବ୍ଯବହାର  ଓ  କଥାବାର୍ତ୍ତାରେ  କୌଣସି  ଅସ୍ୱାଭାବିକତା  ବା  ବିରକ୍ତିଭାବ  ଲକ୍ଷ୍ଯ  କଲି ନାହିଁ। ସେ ମୋ ସଙ୍ଗେ ସ୍କୁଲର  ବିଭିନ୍ନ  ସମସ୍ଯା  ବିଷୟରେ  ଖୁବ୍   ବନ୍ଧୁତ୍ୱପୂର୍ଣ୍ଣ  ଆଲୋଚନା  କଲେ। ସ୍କୁଲ  ପ୍ରତି  ତାଙ୍କର  ବିଦ୍ୱେଷ ବା  ପ୍ରତିକୂଳ ଭାବ  ଥିବାର କୌଣସି  ପ୍ରମାଣ  ପାଇଲି  ନାହିଁ।  ସାଢେ ଗୋଟିଏ  ବେଳେ  ତାଙ୍କ  ପରିଦର୍ଶନ  କାର୍ଯ୍ଯ  ଶେଷ  କରି ସେ  ବିଶ୍ରାମ  ଭବନ କୁ ଫେରିଗଲେ। "ଅଳ୍ପ ସମୟ ପରେ ସେକ୍ରେଟାରୀ ଗଙ୍ଗାଧର ବାବୁ ସ୍କୁଲରେ ଆସି ପହଶ୍ଚିଲେ । ସ୍କୁଲ୍ ବିଷୟରେ ସେ ଏତେ ଉତ୍କଣ୍ଠିଥିଲେ ଯେ, ଦିପ୍ରହରରେ ସେଦିନ ବିଶ୍ରାମ ନକରି  ଇନପେକ୍ଟରଙ୍କୁ ତାଙ୍କ ବସାଠାରେ  ଅପେକ୍ଷା କରି ବସିଥିଲେ ଏବଂ ତାଙ୍କ ମତାମତ  ଶୁଣିବା ପରେ ଆନନ୍ଦର ଆତିଶଯ୍ଯରେ ଆମ୍ବମାନଙ୍କୁ ତାହା ଜଣାଇବା ପାଇଁ ସ୍କୁଲ୍  ପର୍ଯ୍ଯନ୍ତ ଚାଲିଆସିଥିଲେ । ଏସ୍, ରାୟଙ୍କଠାରୁ ସ୍କୁଲ୍ ବିଷୟରେ  ପଦେ ଭଲ କଥା ଶୁଣିବେ ବୋଲି ତାଙ୍କର  ବିଶ୍ୱସ ନଥିଲା। କିନ୍ତୁ ଇନ୍ସପେକ୍ଟର ବିଦ୍ଯାଳୟ ପରିଦର୍ଶନରେ ଅତ୍ଯନ୍ତ ସନ୍ତୋଷଲାଭ କରିଥିବା ପ୍ରକାଶ କରିବାକୁ  ତାଙ୍କର  ପୂର୍ବର ଆଶଙ୍କା  ଦୂରୀଭୁତ ହେଲା। ମୋତେ ପ୍ରଶଂସା କରି ଏବଂ ସେଦିନ ଚାରିଟା ବେଳକୁ ତାଙ୍କ ବାସଭବନକୁ ଯିବାକୁ  କହି ସେ ଆମ୍ଭମାନଙ୍କ ପାଖରୁ ବିଦାୟ ନେଲେ।"


ଇନ୍ସ୍ ପେକ୍ଟର ତାଙ୍କର ପରିଦର୍ଶନ ମନ୍ତବ୍ଯରେ ବିଦ୍ଯାଳୟର ପୂ୍ର୍ବ ଦୁରବସ୍ଥା ଓ ରାମକୃଷ୍ଣ ବାବୁ ଆସିବା ପରେ ବିଭିନ୍ନ ଦିଗରେ ତା'ର ଯଥେଷ୍ଟ ଉନ୍ନତି ବିଷୟ ଉଲ୍ଲେଖ କରି ତାଙ୍କ କାର୍ଯ୍ଯକଳାପରୁ ଖୁବ୍ ପ୍ରଶଂସା କରିଥିଲେ। ଏହିପରି ରାମକୃଷ୍ଣ ବାବୁଙ୍କ ପ୍ରଗାଢ କର୍ତ୍ତବ୍ଯନିଷ୍ଠା ଫଳରେ ବିଦ୍ଯାଳୟଟିର ସୁନାମ ବଢିଯାଇଥିଲା ଏବଂ ଏହି ମ୍ଯାନେଜିଂ କମେଟି, ସହକର୍ମୀ , ଶିକ୍ଷକ ଓ ଛାତ୍ର ସମାଜର ସହଯୋଗ ସାଧୀତ ହୋଇପାରିଲା ବୋଲି ରାମକୃଷ୍ଣ ବାବୁ କହନ୍ତି। ସେ ନିଜେ ସମସ୍ତଙ୍କର ଆଦର୍ଶ ହୋଇଥିଲା। "ଉପଦେଶ ଅପେକ୍ଷା ଉଦାହରଣ ଭଲ (Exmpale is better than abvice) ଏହା ସେ ନିଜ ଜିବନରେ ଦେଖାଇଥିଲେ। ତାଙ୍କର ଊଚ୍ଚ ଗଣତାନ୍ତ୍ରିକ ଓ ନୈତିକ ମୂଲ୍ଯବୋଧ ଯୋଗୁଁ ବିଦ୍ଯାଳୟର ପାଠୋନ୍ନତି ଓ ପ୍ରଶାସନ ଅତ୍ଯନ୍ତ ଉଚ୍ଚକୋଟୀର ହୋଇଥିଲା।


ରାମକୃଷ୍ଣ ବାବୁ କିନ୍ତୁ ବିଭିନ୍ନ ପରିବାରିକ କାରଣରୁ ମାତ୍ର ୩ ବର୍ଷର ରହଣି ପରେ ୧୯୪୬ ଏପ୍ରିଲ୍ ୧୦ ତାରିଖରେ ଶିକ୍ଷକତା ଛାଡି କଟକରେ ତାଙ୍କର ସ୍ୱନାମଧନ୍ଯ ପ୍ରକାଶକ ଉମାଚରଣ ମହାନ୍ତିଙ୍କ ସହିତ ପ୍ରେସ୍ କାର୍ଯ୍ଯ ଆରମ୍ଭ ରଖିଥିଲେ।ନିଜେ ପାରିଜାତ ପ୍ରେସ୍ ପ୍ରତିଷ୍ଠା କରି ସୁମୁଦ୍ରଣର ଆଦର୍ଶ ରଖିଥିଲେ। ମାତ୍ର ଭିଙ୍ଗାରପୁର ବକ୍ରେଶ୍ୱର ହାଇସ୍କୁଲ୍ ଓ ଊକ୍ତ ଅଞ୍ଚଳର ଲୋକମାନଙ୍କର ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ତାଙ୍କୁ ମୁଗ୍ଧ କରିଥିଲେ। ଏଠାରେ ଥିବାବେଳେ ସେ ସଂଗ୍ରାମ ଓ ସାଧନା ର ଦି୍ତୀୟ ଭାଗ, 'ପାଠ ସୋପାନ ' ଓ ସାହିତ୍ଯ ସୋପାନ' ର ତୃତୀୟ ଓ ଚତୁର୍ଥ ଭାଗ ରଚନା କରିଥିଲେ। ତାଙ୍କର ସୃଜନାଶୀଳ ସାରସ୍ପତ ପ୍ରତିଭା ପରିପ୍ରକାଶ ଘଟିଥିଲା ଅନେକ ଗଳ୍ପ କବିତା ଓ ତଥ୍ଯମୂଳକ ପୁସ୍ତକ ରଚନା ମାଧ୍ଯମରେ। ଜଣେ ଆଦର୍ଶ ଶିକ୍ଷକ ଭାବରେ ସେ ଛାତ୍ର ସମାଜର ଆବଶ୍ଯକତା କରିବାକୁ ବିଭିନ୍ନ ପାଠ୍ଯପୁସ୍ତକ ସହିତ ଅନେକ ସହାୟକ ପୁସ୍ତକ ରଚନା କରି ସମଗ୍ର ରାଜ୍ଯରେ ସୁପରିଚିତ ହୋଇଛନ୍ତି। ଉକ୍ତ ପୁସ୍ତକଗୁଡିକ ମଧ୍ଯରେ ବିଶ୍ୱ ପରିଚୟ "ବିଜ୍ଞାନର କୁହୁକ ଝୁମୁରା, ଜୀବନ ତରଙ୍ଗ ଆଦି ଉଲ୍ଲଖଯୋଗ୍ଯ । ପ୍ରଖ୍ଯାତନାମା ଶିଶୁସାହିତ୍ଯକ ଭାବରେ ସେ ଓଡିଶା ସାହିତ୍ଯ ଏକାଡେମୀ , ଯଦୁମଣି ସାହିତ୍ଯ ସଂସଦ, ଉଦୟପୁର ଭାରତିୟ ଜାତିୟ ସଂଗଠନ, ବିଷୁବ ମିଳନ, ଆଦି ବହୁ ସଂସ୍ଥା ଦ୍ୱରା ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି।

ମାତ୍ର ଏହିସବୁ ସାରସ୍ୱତ କୃତିତ୍ୱ ଓ ପ୍ରତିଷ୍ଠା ମଧ୍ଯରେ ଅତି ସ୍ପଷ୍ଟ ହୋଇ ଶୋଭାପାଊଛି ତାଙ୍କର ଆଦର୍ଶ ଶିକ୍ଷକ ଜିବନ ଓ ବ୍ଯକ୍ତିତ୍ୱର ବିକଚ ଶତଦଳ। ତାଙ୍କର ସାହି ଅନାବିଳ, ନିଷ୍ଠାପର ଓ ନୀତିସିଦ୍ଧ ଶିକ୍ଷକତା ହିଁ ସବୁ ସ୍ତରରେ ତାଙ୍କର କାର୍ଯ୍ଯକୁ ଉଚ୍ଚକୋଟୀରେ ସ୍ଥାନିତ କରିଥିଲା। ନିୟମାନୁବର୍ତ୍ତିତା, ସାଧୁତା, ଅକୁତୋଭୟତା, କର୍ମନିଷ୍ଠା ଆଦି ମହାନ୍ ମାନବିକ ମୂଲ୍ଯବୋଧ ତାଙ୍କ ଶିକ୍ଷକ ଜୀବନକୁ ମହିମାମୟ ଓ ସାର୍ଥକ କରିବ ସଂଗେ ସଂଗେ ସମସ୍ତଙ୍କୁ ପ୍ରେରଣା ପ୍ରଦାନ କରିଥାଏ। ରାମକୃଷ୍ଣ ବାବୁଙ୍କ ପାର୍ଥିବ ଜୀବନ ୧୯୦୬ ମସିହା ଫେବୃଆରୀ ୧୫ ତାରିଖରୁ ୧୯୯୪ ମସିହା ଅକଟୋବର ୨୯ ତାରିଖ ମଧ୍ଯରେ ସୀମିତ ହୋଇଥିଲେ ହେଁ ବହୁଦିଗସ୍ପର୍ଶୀ ତାଙ୍କ କୃତିତ୍ୱ ଅନନ୍ତ ଦ୍ଯାତନାରେ ଚିର ସମୁଜ୍ଜ୍ୱଳ। ଶିକ୍ଷକ-ସମାଜ ପାଇଁ ପ୍ରେରଣାର ଉସ୍ଚ ଓ ଆଦର୍ଶର ଅନିର୍ବାଣ ଆଲୋକ ସ୍ତମ୍ଭ ରୂପେ ସେ ଅବିସ୍ମରଣୀୟ। ଯାଜପୂରର ସ୍ୱନାମଧନ୍ଯ ଶିକ୍ଷକ

ଦାଶରଥି ଦାସ     
  ଶ୍ରୀ କିଶୋରଚନ୍ଦ୍ରଦାସ


      ଜଣେ ଦକ୍ଷ ପ୍ରାଥମିକ ଶିକ୍ଷକ ଓ ପ୍ରଶାସକ ଭାବରେ ଦାଶରଥି ବାବୁଙ୍କୁ ସିଂହପୁର ଅଞ୍ଚଳର  ପ୍ରାୟ ସମସ୍ତ ଲୋକ ଜାଣନ୍ତି। ସେ ଯେ କେବଳ ଜଣେ ପ୍ରବୀଣ ଶିକ୍ଷକ ଥିଲେ ତାହା ନୁହେଁ। ସେ ମଧ୍ଯ ଜଣେ ଆଦର୍ଶ, ନୀତିବନ୍, ସଂଯମୀ, ଛାତ୍ରବତ୍ସଳ, ତ୍ଯାଗୀ ଓ ନିଷ୍ଠାପର ଜନସେବକ ରୂପେ ଘରେ ଘରେ ଥିଲେ ପରିଚିତ। ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷକ ଯେ ପରସ୍ପର ଅଙ୍ଗାଙ୍ଗୀ ଭାବେ ଜଡିତ, ତାହା ଦାଶରଥି ବାବୁଙ୍କ ଆଦର୍ଶ ଜୀବନୀରୁ ପ୍ରତିଫଳିତ ହୁଏ। ସେ ଗଢିଥିବା  ଛାତ୍ରଛାତ୍ରୀମାନେ ଜୀବନର ଉଚ୍ଚସ୍ତରକୁ  ଯାଇ ଖ୍ଯାତି ଅର୍ଜନ କରିପାରିଛନ୍ତି। ବିଦ୍ଯାଳୟରେ ଶିକ୍ଷାଦାନ ସହିତ  ସେ ଲୋକଙ୍କ ସେବାରେ ଦୈନିକ ତିନିରୁ ଚାରି ଘଣ୍ଟା ସମୟ ଦେଉଥିଲେ। ଗରିବ ଓ ନିଃସହାୟ ଛାତ୍ରମାନଙ୍କୁ ଅବସର ସମୟରେ ଅତି ଆନନ୍ଦ ଓ ଶ୍ରଦ୍ଧାର ସହିତ ପଢାଉଥିଲେ। ସେବା ହିଁ   ପ୍ରକୃତ ଧର୍ମ-ଏହା ତାଙ୍କ ଜୀବନର ବ୍ରତ ଥିଲା। ଭାରତୀୟ ପରମ୍ପରା ଅନୁଯାୟୀ ସରଳ ଜୀବନଯାପନ ସହିତ ଉଚ୍ଚମାନର ଚିନ୍ତା କରିବା ହିଁ  ତାଙ୍କ ଆଦର୍ଶ ଥିଲା। ଦାଶରଥି ବାବୁ ଏବେ ନାହାନ୍ତି ସତ କିନ୍ତୁ ତାଙ୍କର କର୍ମ ହିଁ ତାଙ୍କୁ  ଯେ ଅମର କରି ରଖିବ ଏଥିରେ ଆଦୌ   ସନ୍ଦେହ ନାହିଁ।

ଯାଜପୁର ଅନ୍ତର୍ଗତ ବିଞ୍ଚାରପୁର ଅଞ୍ଚଳର ଏକ ଗରିବ ପରିବାରରେ ଦାଶରଥିବାବୁଙ୍କର କନ୍ମ ଏପ୍ରିଲ୍ ୮ ତାରିଖ ୧୯୦୨ ଖ୍ରୀଷ୍ଟାଦ୍ଦରେ। ତାଙ୍କର ପିତା ରାଧାଶ୍ଯାମ ଦାସ ଜଣେ ଗରିବ ଚାଷୀ ଥିଲେ । ଦାସରଥି ବାବୁଙ୍କ ଗାଁ ଚାଟଶାଳୀରେ ବଳରାମ ଅବଧାନେ ପଢାଉଥିଲେ। ତୃତୀୟ ଶ୍ରେଣୀର ପାଠ ଶେଷ କରି ୪ର୍ଥ ଶ୍ରେଣୀରେ କଲ୍ଯାଣପୁର ମଧ୍ଯଇଂରାଜୀ ବିଦ୍ଯାଳୟରେ ନାମ ଲାଖାଇବା ପାଇଁ ସେ ତାଙ୍କ ବାପାଙ୍କ ସହିତ ଗଲେ।ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଗଣିତ ଓ ସାହିତ୍ଯରେ ପରିକ୍ଷା କରନ୍ତେ ତାଙ୍କର କୃତିତ୍ୱରେ ସନ୍ତୋଷ ପ୍ରକାଷ କରି ତାଙ୍କୁ ୪ର୍ଥ ଶ୍ରେଣୀରେ ନାମ ଲେଖାଇବା ପାଇଁ ସୁପାରିସ କଲେ। ସ୍କୁଲ୍ ତରଫରୁ ସମସ୍ତ ପ୍ରକାର ସାହାଯ୍ଯ ଦେବା ପଇଁ ସେ ପ୍ରତିଶ୍ରୁତି ଦେବାରୁ ତାଙ୍କ ବାପା ପୁଅର ନାମ ଲେଖାଇଲେ ୧୯୦୯ ମସିହା ଜାନୁଆରି ୮ ତାରିଖରେ। କୃତିତ୍ୱର ସହିତ ମଧ୍ଯ ଇଂରାଜି ସ୍କୁଲ୍ ରୁ ୧୯୧୩ ମସିହାରେ ଉନ୍ତୀର୍ଣ୍ଣ ହୋଇ ପ୍ରଥମ ଶ୍ରେଣୀରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କର ପିତା ରାଧାଶ୍ଯାମଦାସଙ୍କ ଅକାଳ ବିୟୋଗରେ ମର୍ମାହଇ ହୋଇ ସେ ଆଊ ଅଧିକ ପଢିପାରିଲେ ନାହିଁ।ସେତେବେଳକୁ ଘରେ ତାଙ୍କର ମା ' ଥାଆନ୍ତି। କଲ୍ଯାଣପୁର ସ୍କୁଲ୍ ରେ ପଢୁଥିବା ବେଳେ ସେ ସୁତାକାଟୁଥିଲେ। ଦେହରେ ଜାମା ଖଣ୍ତେ ବି ନଥାଏ। ଖାଲି ଗୋଡ, ଦେହରେ ଗୋଟିଏ ଖଦଡ ଚଦର ଓ ପିନ୍ଧିଥାନ୍ତି ଦୋଟିଏ ମୋଟା ଖଦଡ ଧୋତି। ଦଶରଥପୁରରେ ଥିବା ପ୍ରଥମିକ ପ୍ରଶିକ୍ଷଣ ବିଦ୍ଯାଳୟରେ ଦୁଇ ବର୍ଷ ଅଧ୍ଯୟନ କରି ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଯାଜପୁର ଲୋକାଲ୍ ବୋର୍ଡ ତାଙ୍କୁ ସିଂହପୁର ଉଚ୍ଚ ପ୍ରଥମିକ ସ୍କୁଲ୍ ରେ ପ୍ରଧାନ ଶିକ୍ଷକ ଭାବରେ ମାସିକ ସାତଟଙ୍କା ବେତନରେ ନିଯୁକ୍ତି ଦେଲେ।

୧୯୨୦ ମସିହାରେ ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ସାରା ଦେଆରେ ଅଷଯୋଗ ଆନ୍ଦୋଳନ ଚାଲିଥାଏ।ଦାଶରଥି ବାବୁ ମହାତ୍ମା ଗାନ୍ଧିଙ୍କ ଗଠନମୂଳକ କାର୍ଯ୍ଯରେ ଅନୁପ୍ରାଣିତ ହୋଇ ଅରଟ ଓ ସୂତାକଟାକୁ ବିଜ ଜୀବନର ଏକ ଅବଲମ୍ବନ ରୁପେ ଗ୍ରହଣ କଲେ। ସିଂହପୁର ଉଚ୍ଚପ୍ରାଥମିକ ସ୍କୁଲ୍ ରେ ଅଳ୍ପ କେତୋଟି ମାସ ମଧ୍ଯରେ ସେ ନିଜ କୃତିତ୍ୱର ପରିଚୟ ଦେଇଥିଲେ। ୨୩ ବର୍ଷ ବୟସରେ ରୁକ୍ମିଣୀ ଦେବଙ୍କୁ ସେ ବିବାହ କରିଥିଲେ। ରୁକ୍ମିଣୀ ଦେଇ ଗାଁ ରେ ରହୁଥିଲେ ଓ ଦାଶରଥି ବାବୁ ସାତ ଦିବରେ ଥରେ ସିଂହପୁର ଗାଁକୁ ଆସୁଥିଲେ ଶନିବାର ସନ୍ଧ୍ଯାରେ ଓ ରବିବାର ସଂଧ୍ଯାରେ ପୁଣୀ ନିଜ କର୍ମକ୍ଷେତ୍ରକୁ ଫେରିଯାଉଥିଲେ। ସିଂହପୁରରୁ ଗାଁ ତାଙ୍କର ୧୨ କି,ମି। ସେତେବେଳେ କଚା ରାସ୍ତା, ଗାଡିଘୋଡା କିଛି ନଥାଏ। ସେ ଚାଲି ଚାଲି ଯିବାଆସିବା କରନ୍ତି। ଖଦଳ ଧୋତି, ଚାଦର, ଛତାଟିଏ ଓ ଦୋଡରେ ଚପଲ ହଳେ ତାଙ୍କ ଚଲାପଥରେ ସମ୍ବଳ ଥିଲା। ଏହା ବ୍ଯତୀତ କିଛି କପା ତୁଳା ଓ ଅରଟ ଧରି ସେ ସବୁବେଳେ ସୂତା କାଟୁଥାନ୍ତି।

ଗଣୀତ, ସାହିତ୍ଯ, ପ୍ରକୃତି ବିଜ୍ଞାନ ଓ ହସ୍ତକର୍ମରେ ତାଙ୍କର ଦକ୍ଷତା ଅଧିକ ଥିଲା। ସେ ଯେଉଁ ସୂତାକାଟୁଥିଲେ ସେହି ସୂତାରେ ଲୁଗାବୁଣି ପିନ୍ଧୁଥିଲେ। ପ୍ରତି ଶିକ୍ଷକ ଓ ପିଲା ଯେପରି ସୂତା କାଟନ୍ତି ସାଥିପ୍ରତି ସେ ନଜର ରଖୁଥିଲେ। ଏହା ବ୍ଯତୀତ ସେ ପିଲାମାନଙ୍କୁ ହସ୍ତକର୍ମ ଉପରେ ଯବିଶେଷ ତାଲିମ ଦେଉଥିଲେ ।

ସ୍କୁଲ୍ ପରିଦର୍ଶନରେ ଯେଉମାନେ ଆସୁଥିଲେ , ଦାଶରଥି ବାବୁଙ୍କ କାର୍ଯ୍ଯରେ ସେମାନେ ଅତ୍ଯନ୍ତ ସନ୍ତୋଷ ପ୍ରକାଶ କରୁଥିଲେ ଓ ତାଙ୍କ ସମୟରେ ସିଂହପୂର ସ୍କୁଲ୍ କୁ ଏକ କେନ୍ଦ୍ର ସ୍କୁଲ୍ ଭାବେ ପରିଗଣିତ କରାଯାଉଥିଲା। ଶିକ୍ଷାଦାନର ମାନବୃଦ୍ଧି ପାଇଁ ଶିକ୍ଷକମାନେ ସେହି କେନ୍ଦ୍ର ସ୍କୁଲ୍ କୁ ନୂଆ ଶିକ୍ଷକଦାନ ପଦ୍ଧତି ଜାଣିବାକୁ ଆସନ୍ତି। ଗାଶରଥି ବାବୁ ମଧ୍ଯ ଆଦର୍ଶ ଶିକ୍ଷାଦାନର ନମୁନା ଦିଅନ୍ତି।

ଶିକ୍ଷକ ହିସାବରେ ସେ ପ୍ରାୟ ଛୁଟିରେ ରୁହନ୍ତି ନାହିଁ। ସହକାରୀ ଶିକ୍ଷକମାନଙ୍କୁ ତାଙ୍କ ଆଦର୍ଶରେ ଅନୁପ୍ରାଣିତ କରୁଥାନ୍ତି। ନିଈବଢି ସମୟରେ ମୂଠି ଚାଉଳ ଭିକ୍ଷା କରି ପିଲାଙ୍କ ସାହାଯ୍ଯରେ ହରିବ ଲୋକଙ୍କ ମଧ୍ଯରେ ବଣ୍ଟନର ସୁବ୍ଯବସ୍ଥା ସେ କରନ୍ତି।

ଦାଶରଥି ବାବୁ ଗାନ୍ଧିଜିଙ୍କ ଆଦର୍ଶର ଅନୁଗାମୀ ଥିଲେ। ଗାନ୍ଧିଜିଙ୍କ ମଔଳିକ ଶିକ୍ଷା ପ୍ରତି ତାଙ୍କର ବେଶ୍ ଆଗ୍ରହ ଥିଲା। ପ୍ରତିଦିନ ପ୍ରାର୍ଥନା ସଭାରେ ଦାଶରଥି ବାବୁ ନିଜେ ଉଚ୍ଚସ୍ୱରରେ ପିଲାମାନଙ୍କ ସହ ପ୍ରଥନା କରନ୍ତି। ୩ୟ, ୪ର୍ଥ, ଓ ପଞ୍ଚମ ଶ୍ରେଣୀ ପିଲାମାନଙ୍କୁ ଯୋଗାସନ ଶିକ୍ଷା ଦିଅନ୍ତି, ଯୋଗାସନ ଦ୍ୱାରା ରୋଗ କିପରି ଆରଗ୍ଯ ହୁଏ ତାହା ସେ ବୁଝାଇ ଦିଅନ୍ତି।


ଦିନକର ଘଟଣା। ସିଂହପୁର ଉଚ୍ଚପ୍ରାଥମିକ ସ୍କୁଲ୍ ରେ ଶକ୍ଷକମାନଙ୍କର କେନ୍ଦ୍ର ମିଟିଂ ଚାଲିଥାଏ। ସେହିଦିନ ଯୋଗାସନ ମାଧ୍ଯମରେ କିପରି ରୋଗକୁ ଆୟତ୍ତ କରାଯାଇ ପାରିବ ତହିଁର ଏକ କଔଶଳ ସେ ପ୍ରଦର୍ଶନ କରୁଥିଲେ। ସେହି ଦିନଟି ହେଉଛି ୧୯୪୮ ମସିହା ମାର୍ଚ୍ଚ ୧୦ ତାରିଖ। ସେତେବେଳେ ମୁଁ କଲ୍ଯାଣପୁର ଶ୍ରୀବନ୍ତ ହାଇସ୍କୁଲ୍ ର ପ୍ରଧାନ ଶିକ୍ଷକ ଥିଲେ। ସ୍ୱତନ୍ତ୍ର ନିମନ୍ତ୍ରଣ ପାଇ ଉକ୍ତ କେନ୍ଦ୍ର ବୈଠକରେ ଯୋଗଦେବା ପାଇଁ ଯାଇ ଦାଶରଥି ବାବୁଙ୍କ ଯୋଗାସନ ଦେଖିବାର ସୁଯୋଗ ପାଇଥିଲେ । କେତେକ ଆସନ ପ୍ରଦର୍ଶନ କରି ସେ ଶିକ୍ଷକମାନଙ୍କୁ ଉଦ୍ ବୋଧନ ଦେଇ କହିଲେ , କଠିନ ଝାଡା, ଉଦରରେ ବାୟୁ ସୃଷ୍ଟି, ପଜୀର୍ଣ୍ଣ, ନାଳରକ୍ତ ଝାଡା ପ୍ରଭୁତିକୁ ଆମେ ପେଟ ଗୋଳମାଳ କହିଥାଉ , ଏହା ସାଧାରଣତଃ ମାନସିକ ଓ ଅନୁପଯୁକ୍ତ ଖାଦ୍ଯ କଇବାର ଅଭ୍ଯାସ ଯୋଗୁ ହିଁ ହୋଇଥାଏ। ଯୋଗ ମାଧ୍ଯମରେ ଅଭ୍ଯାସ କଲେ ସ୍ୱଳ୍ପ ସମୟ ମଧ୍ଯରେ ରୋଗ ସମ୍ପୂର୍ଣ୍ଣ ଅରୋଗ୍ଯଲାଭ କରିଥାଏ।


ଖାଦ୍ଯ କହିଲେ ସୂଷମ ଖାଦ୍ଯକୁ ବୁଝାଇଥାଏ। ପନିପରିବା ତରକାରି, ସଜଫଳ ଦୈନିକ ଖାଇବା ଦରକାର । ୮୫ ପ୍ରତିଶତରୁ ଥରକେ ଅଧିକ ଖାଇବା ଆଦଔ ଉଚିତ ନୁହେଁ। ଖାଦ୍ଯକୁ ଚୋବାଇ ଖାଇବା, ଖାଇବାର ଅଧଘଣ୍ଟା ପରେ ପାଣି ପିଇବା ଆବଶ୍ଯକ। ତେଲରେ ଛଣା ହୋଇଥିବା ଖାଦ୍ଯ ଖାଇବା ଅନୁଚିତ। ପ୍ରତିଦିନ ସୂର୍ଯ୍ଯଦୟ ପୂର୍ବରୁ ଯୋଗାସନ କରିବା ଏକାନ୍ତ ବାଞ୍ଚ୍ଥନିୟ ଇତ୍ଯାଦି। ଯୋଗାସନର ଜେତେକ ନମୂନା ମଧ୍ଯ ସେ ଦେଖାଇଥିଲେ। ସେଗୁଡିକ ହେଲା ଭୁଜାଙ୍ଗାସନ , ଧନୁରାସନ, ମତ୍ସ୍ଯାସନ, ବଜ୍ରାସନ ଇତ୍ଯାଦି। ପ୍ରତ୍ଯେକ ଆସନର ଉପକାରିତା ସମ୍ପର୍କରେ ଉକ୍ତ ବୈଠକରେ ସେ ଆଲୋକପାତ କରିଥିଲେ।


ସ୍କୁଲ୍ ଶିକ୍ଷକମାନଙ୍କୁ ସୁସଙ୍ଗଠିତ କରି ପ୍ରତ୍ଯେକଙ୍କୁ ନିଦ୍ଦିଷ୍ଟ ଦାୟିତ୍ୱ ସେ ଦେଉଥିଲେ। ସ୍କୁଲ୍ ରେ ସର୍ବମୋଟ ୬ ଜଣ ଶିକ୍ଷକ ଥିଲେ ସେ କେତେଗୁଡିଏ ନୂଆପଦବୀ ସୃଷ୍ଟି କରିଥିଲେ। ଯଥା-ଖାଦ୍ଯ ମନ୍ତ୍ରୀ, କୃଷିମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ, ଯୋଗାଯୋଗ ମନ୍ତ୍ରୀ, ସଫେଇ ମନ୍ତ୍ରୀ ଇତ୍ଯାଦି। ପରିବେଶ ସୁରକ୍ଷା ପାଇଁ କାମ କରିବା ଦାଶରଥିବାବୁଙ୍କ ବିଶେଷତ୍ୱ ଥିଲା। ପରିବେଶ ସିରକ୍ଷା ମନ୍ତ୍ରୀ ବିଭାଗଟି ସେ ନିଜେ ରଖିଥିଲେ।

ଏକ ନିର୍ଭୀକ ଶିକ୍ଷକ ଭାବରେ ଦାଶରଥିବାବୁ ବେଶ୍ ସୁପରିଚିତ।୧୯୪୮ ମସିହା ଏପ୍ରିଲ୍ ୧୨ ତାରିଖର ଘଟଣା। ସକାଳୁଆ ସ୍କୁଲ୍ ହେଉଥାଏ। ଦିନେ ଗୋଟିଏ ବେଳକୁ ଛୁଟି ହୋଇଯାଏ। ପିଲାଏ ପଳାନ୍ତି ମଧ୍ଯ। ସେହିଦିନ ବିଶିଷ୍ଟ କଂଗ୍ରେସ ସଂଗଠକ ଓ କର୍ମୀ ଗୋପବନ୍ଧୁ ଚଔଧୁରୀ ଦିନ ୨ଟା ସମୟରେ ସିଂହପୁର ସ୍କୁଲ୍ ରେ ପହଞ୍ଚିଥାନ୍ତି ତାଙ୍କର ଦୁଇଜଣ ସହକର୍ମୀଓଙ୍କ ସହ । ତାଙ୍କ ଗହଣରେ ଧାରପୁରର ବଗର ବାଲିବିଲର ବାସୁଦେବ ସାମଲ। ମଧ୍ଯାହ୍ନ ବିଶ୍ରାମ କରିବା ପାଇଁ ଗୋପବନ୍ଦୁ ଇଛା ପ୍ରକାଶ କରିବାକୁ ଦାଶରଥି ବାବୁ ସମସ୍ତ ବ୍ଯବସ୍ଥା ସ୍କୁଲ୍ ଗୃହରେ କରୁଥାନ୍ତି। ଶ୍ରେଣୀ ଗୃହରେ କେତେକ ଲୋଟଣୀ ପାରା ଘୁମର ଘୁମର ଶବ୍ଦ କରି ଉଡାଉଡି କରୁଥାନ୍ତି। ଫଳରେ ଗୋପବାବୁ ବିରକ୍ତ ହୋଇ ସେମାନଙ୍କ ଘଉଡେଇ ଦେବାକୁ କଖିଲେ। ଏଥିରେ ଦଶରଥି ବାବୁ ପ୍ରତିବାଦ କରି କହିଲେ ମହାଶୟ , ପାରାଗୁଡିକ ମଧ୍ଯାହ୍ନ ସମୟରେ ବହୁବର୍ଷ ଧରି ଉଡା ଉଡି କରିଆସୁଛନ୍ତି ତାଙ୍କୁ ଘଉଡାଇବା ଠିକ୍ ହେବ ନାହିଁ। ଆପଣ ଜୀବପ୍ରତି ଦୟାପୋଷଣ କରିବାକୁ ସବୁବେଳେ ସଭାସମିତିମାନଙ୍କରେ କହିଥାନ୍ତି,ଆପଣଙ୍କ ଏ ପରିସ୍ଥିତିରେ ଦୟାମନୋଭାବ ପୋଷଣ କରିବା ଉଚିତ ନୁହେଁ  ? ଏଥିରେ ଗୋପବାବୁ ସାମାନ୍ଯ ରାଗିଯାଇ କହିଲେ ହଇହୋ କୁକୁର କାମୁଡିବାକୁ ଗୋଡାଇଲେ କ 'ଣ ତୁମେ ତାହାକୁ ମାରିବ ନାହିଁ। କିଛି ସମୟ ପରେ ଦାଶରଥି ବାବୁଙ୍କ ମନ୍ତବ୍ଯର ତାତ୍ପର୍ଯ୍ଯ ଉପଲବ୍ ଧି କରି ସେ ତାଙ୍କୁ ଧନ୍ଯବାଦ ଦେଇଥିଲେ। ପିଲାଙ୍କ ଚରିତ୍ର ଗଠନ ପ୍ରତି ଦାଶରଥିବାବୁ ବିଶେଷ ଧ୍ଯାନ ଦେଇଥିଲେ। ମିଛ କହିବାକୁ ସେ ଆଦୌ ପ୍ରଶ୍ରୟ ଦିଅନ୍ତି ନାହିଁ। ଆଉ ଏକ ଦିନେର ଘଟଣା:

ସରସ୍ୱତୀ ପୂଜା, ପିଲାଏ କାମଦାମରେ ବ୍ଯସ୍ତଥାନ୍ତି। ପ୍ରସାଦ ପ୍ରସ୍ତୁତି ପାଇଁ ଛାତ୍ର ମନ୍ତ୍ରୀ ଥାନ୍ତି। ସ୍କୁଲର ପିଲାଙ୍କ ସଂଖ୍ଯା ୨୦୦। ସେହି ଅନୁସାରେ ଦୁଇଶହ ପୁଡ଼ିଆ ପ୍ରସାଦ  ପ୍ରସ୍ତୁତି କରାଯାଇଥିଲା।କିନ୍ତୁ ବାଣ୍ଟିବା ବେଳେ ଚାରିପୁଡ଼ିଆ କମ୍ ହେବାରୁ ଦାସରଥିବାବୁ ଖାଦ୍ଯମନ୍ତ୍ରୀଙ୍କୁ କହିଲେ, "ଗୋପାଳ, କାହିଁକି ପ୍ରସାଦ ପୁଡିଆ କମକ୍ ହେଲା ? ତୁମେ କ'ଣ ୩/୪ ପୁଡିଆ ନେଉଛ କି ? ଗୋପାଳ ସେତେବେଳକୁ ନିଶ୍ଚଳ। ପାଟିରୁ କଥା ବାହାରୁ ନାହିଁ। ସତକୁହ, ସତ କହିଲେ ମୁଁ ତୁମ୍ଭଙ୍କୁ ଶ୍ରଦ୍ଧା ଓ ସ୍ନେହ କରିବି। ଏଥିରେ ଗୋପାଳ ବିଚଳିତ ହୋଇ କହି ପକାଇଲା,  ସାର୍ ମୁଁ ଆମ ଘର ପାଇଁ ୩ ପୁଡିଆ ଅଲଗା ରଖିଛି। ଏଥିରେ  ଦୁଃଖ ପ୍ରକାଶ କରି ଦାଶରଥି ବାବୁ କହିଲେ,  ଏପରି କାମ ଭବିଷ୍ଯତରେ ଯେପରି ନହୁଏ , ସେଥିପ୍ରତି ଦୃଷ୍ଟି ଦେବ।  ସେହିଦିନଠାରୁ ଗୋପାଳ ଆଉ ଚରି କଲା ନାହିଁ।

ସିଂହପୁର ସ୍କୁଲ୍ ର ପିଲାଏ ପ୍ରତିବର୍ଷ ବୃତ୍ତି ପରିକ୍ଷାକୁ ଯାଇ କୃତିତ୍ୱର ସହିତ କୃତ୍ତିଲାଭ କରିଥାନ୍ତି। ସାତଦିନରେ ଥରେ ପିଲାମାନଙ୍କୁ ନେଇ ସଫେଇ କାମ କରିଥନ୍ତି ଗାଁରେ ଦାଶରଥି ବାବୁ । ପିଲାଙ୍କ ଝାଡା ଯିବା ପାଇଁ ବରପାଲି ପାଇଖାନାର ବ୍ଯବସ୍ଥା ମଧ୍ଯ ସେ କରିଥାନ୍ତି ସ୍କୁଲ୍ ହତା ଭିତରେ। ପାଇଖାନା ଓ ମୁତ୍ରାଶୟଗୁଡିକର ଚାରିପାଖରେ ତାଳ ବରଡା ତାଟି ରଖାଯାଇଥାଏ। ପିଲାଏ ପ୍ରତିଦିନ ସ୍କୁଲ ଗୃହ ଝାଡୁ ଦିଅନ୍ତି ଓ ପାଇଖାନା ଗୁଡିକ ସଫା କରନ୍ତି। ପ୍ରତିଦିନ ପ୍ରର୍ଥନା ପରେ ଅଧଘଣ୍ଟାଏ ସୁତ୍ରଯଜ୍ଞରେ ସମସ୍ତେ ଯୋଗ ଦିଅନ୍ତି। ବଗିଚା କାମ କରାଇବାରେ ଦାଶରଥି ବାବୁଙ୍କ ଝୁଙ୍କ ଥାଏ। ସ୍କୁଲ୍ ହତାର ଏକ ପାର୍ଶ୍ୱରେ କଦଳୀ ଚାଷ ଓ ଆଉ ଗୋଟିଏ ପାଖରେ ମଧ୍ଯ ପନିପରିବା ଚାଷ କରାଯାଇଥାଏ। ବିଭିନ୍ନ ପ୍ରକାର ଫୁଲ ମଧ୍ଯ ସେ ଲଗାଇଥାନ୍ତି। ପନିପରିବା ପ୍ରଦର୍ଶନୀ ମେଳାରେ ଫୁଲକୋବି ଓ ମୂଳା ପ୍ରତିବର୍ଷ ପ୍ରଥମ ସ୍ଥାନ ଅଧିକାର କରିଥାଏ ।

              ଦାଶରଥି  ବାବୁ  ସ୍କୁଲର  ଦକ୍ଷିଣ   ପାର୍ଶ୍ୱରେ   ଗୋଟିଏ  ହିତ  ତନ୍ତ  ପକାଇଥାନ୍ତି।  ସେହି  ତନ୍ତରେ  ପିଲାଏ   ବିଶେଷତଃ  ପଞ୍ଚମ  ଶ୍ରେଣୀର  ପିଲାଏ  ଏକ  ଘଣ୍ଟା  କରି  ଲୁଗା  ବୁଣନ୍ତି।  ପିଲାଏ  ଲୁଗା  ଓ  ଗାମୁଛା  ସିଂହପୁର  ହାଟକୁ  ନେଇ  ବିକ୍ରୀକରି   ଦିଅନ୍ତି।     ପିଲାଏ   ସକାଳ  ୭ଟାରେ  ସ୍କୁଲକୁ   ଆସନ୍ତି।  ପ୍ରାର୍ଥନା, ସଫେଇକାମ,  ସୂତାକଟା  ଓ ଲୁଗାବୁଣା  ଆଦି  କାମ  ସାରି  ଘ.୮.୩୦ରେ   ଶ୍ରେଣୀ    ଗୃହରେ  ପଢାନ୍ତି।
       ୧୯୪୭  ମସିହା  ଜାନୁଆରୀ  ମାସରେ  ବୟସ୍କ  ଲୋକଙ୍କୁ  ସ୍ୱାକ୍ଷର କରିବା ପାଇଁ ଏକ ଯୋଜନାର   କାର୍ଯ୍ଯ  ଗାଁମାନଙ୍କରେ  ଚାଲିଥାଏ।  ମୁଣ୍ଡ  ପିଛା  ସରକାରଙ୍କ  ତରଫରୁ  ଏକ  ଟଙ୍କା  ଦେବାର  ବ୍ଯବସ୍ଥା  ମଧ୍ଯ  ହୋଇଥାଏ।  ଦାଶରଥି  ବାବୁ   ପ୍ରତି  ଗୁରୁବାର  ଓ  ଶନିବାରରେ  ଗାଁ  ଲୋକମାନଙ୍କୁ  ସଂଧ୍ଯା  ସମୟରେ  ପଢେଇବାକୁ   ଡାକନ୍ତି  ସ୍କୁଲକୁ।  ଯେଉଁ   ୧୫  ଜଣ  ଆସନ୍ତି  ସେମାନଙ୍କୁ  ବିନା  ପରିଶ୍ରମିକରେ  ସେ  ଶିକ୍ଷାଦାନ  କରିଥନ୍ତି। 
         ନଈବଢି  ସମୟରେ  ସହକାରୀ  ଶିକ୍ଷକମାନଙ୍କୁ  ନେଇ  ଆଖପାଖ  ଲୋକଙ୍କୁ  ସେ  ସାହାଯ୍ଯ  ବଣ୍ଟନ  କରନ୍ତି।  ୧୫  ଦିନରେ  ଥରେ  ମୁଠିଚାଉଳ  ସଂଗ୍ରହ  କରି  ଭିକାରି  ଓ  ଅନାଥ  ଲୋକଙ୍କୁ  ସ୍କୁଲରେ  ରୋଷେଇ  କରି  ସେ  ଖୁଆନ୍ତି।


    ୧୯୩୦  ମସିହାରୁ  ୧୯୪୦  ମସିହା  ମଧ୍ଯରେ  ତାଙ୍କ  ଲିକ୍ଷିତ  ଓଡିଆ  ହସ୍ତାକ୍ଷର  ଖାତା  ଯାଜପୁର  ଜିଲ୍ଲାରେ  ବହୁଳ  ଭାବରେ  ପ୍ରଚଳିତ  ହୋଇଥିଲା।   ସେହିପରି  ଲୀଳାବତୀ  ସୂତ୍ର  ମାଧ୍ଯମରେ  କିପରି  ସହଜରେ   ବଡ  ବଡ ସଂଖ୍ଯା  ଗୁଡିକୁ  ମିଶାଯାଏ   ତାହା  ମଧ୍ଯ  ସେ  କେନ୍ଦ୍ର  ଶିକ୍ଷକ  ମଣ୍ଡଳୀରେ  ପ୍ରଦର୍ଶନ  କରୁଥିଲେ।
         ନିର୍ଦ୍ଦିଷ୍ଟ  ସମୟ  ମଧ୍ଯରେ  କାମ  କରିବା  ଓ କରାଇବାକୁ  ସେ  ଖୁବ  ଭଲ  ପାଉଥିଲେ।  ତାଙ୍କୁ  ସେ  ଅଞ୍ଚଳରେ  ଲୋକେ  ଶିକ୍ଷକବନ୍ଧୁ   ଆଖ୍ଯା  ଦେଇଥିଲେ।  ତାଙ୍କର  ପିଲାପିଲି   କିଛି  ନ  ଥିଲା।  ସ୍କୁଲର   ପିଲାଏ  ତାଙ୍କ  ପିଲା  ବୋଲି  ସେ  ସର୍ବତ୍ର କହନ୍ତି।  
      ୧୯୫୪ ମସିହା  ଏପ୍ରିଲ୍  ୨୧  ତାରିଖ  ସକାଳ  ପାଞ୍ଚଘଣ୍ଟା   ସମୟରେ  ଏହି  ଆଦର୍ଶ   ଶିକ୍ଷକଙ୍କର  ମହାପ୍ରୟାଣ  ଘଟିଲା।  ଅନ୍ଯ  ଅନେକଙ୍କ  ପରି  ମୁଁ  ମଧ୍ଯ  ଭାବେ  ଯେ,  ଦାଶରଥି  ବାବୁ  ସେ  ଅଞ୍ଚଳର  ଏକ  ଅଲିଭ  ଆଲୋକ ;  ବହୁ   ବାଞ୍ଚିତ   ଆଦର୍ଶ  ଶିକ୍ଷକ। ଛବି

ଶୃଙ୍ଖଳାବ୍ରତୀ ସହୃଦୟ ଶିକ୍ଷକ ନାରାୟଣ ପତି

ଅଧ୍ଯାପକ କରୁଣାକର ପରିଡା


            ସାଧାରଣ  ଭାବରେ  କହିଲେ,  ନାରାୟଣ  ପତି ଥିଲେ ଜଣେ ଅସାଧାରଣ ଶିକ୍ଷକ। ପ୍ରଗାଢ କର୍ତ୍ତବ୍ଯନିଷ୍ଠା ,  ସମୟାନୁବର୍ତ୍ତିତା,  ଶୃଙ୍ଖଳାଜ୍ଞାନ, ଛାତ୍ରବସ୍ଚଳତା,  ସହକର୍ମୀମାନଙ୍କ  ପ୍ରତି  ସହୃଦୟତା  ପ୍ରଭୃତି  ଏକାଧାରରେ  ତାଙ୍କଠାରେ  ଠୁଳ  ହୋଇଥିଲା।  ସେ  ରାଜ୍ଯର  କେବଳ  ଜଣେ  ଅତୁଳନୀୟ  ଗଣିତ  ଶିକ୍ଷକ  ଓ  ପ୍ରଧାନ   ଶିକ୍ଷକ  ନଥିଲେ,  ସେ  ଥିଲେ-  ଜଣେ  ଉଚ୍ଚକୋଟୀର  ମଣିଷ,  'ନର  ଦେହରେ  ନାରାୟଣ।'  ପ୍ରାଚୀନ  ଭାରତୀୟ  ସଂସ୍କୃତିରେ  ଶିକ୍ଷକର  ସ୍ଥାନ  ଯେ  ଈଶ୍ୱରଙ୍କ   ପାଖାପାଖି,  ତାହା  ତାଙ୍କର  କେତେକ   କାମରୁ  ବେଶ୍  ଜଣିହୁଏ।  ସେ  ଥିଲେ    ଦୁଃଖ  ସୁଖରେ  ସଦା   ଧୀର ଓ  ଅବିଚଳିତ। 
      ରକ୍ତମାଂସର     ମଣିଷ  ହିସାବରେ  ତାଙ୍କୁ  ବ୍ଯକ୍ତିଗତ ଜୀବନର   ଅତ୍ଯନ୍ତ   ଦାରୁଣ  ଘଟଣା  ଥିଲା  ପୁତ୍ରଶୋକ।  ଏହି  ଥିଲା,  ଏକ  ଅଘଟଣ।  ସଜୋର  ନିଷ୍ଠୁର   ଦଇବର   ଧକ୍କା।  ସେ ଧକ୍କାକୁ  ସେ  ବର୍ଷ  ବର୍ଷ  ଧରି  ଦଶବର୍ଷ;  ସାଧାରଣ ଭାବରେ ସହି  ନେଇଥିଲେ।  ସାଧାରଣ  କର୍ତ୍ତବ୍ଯରେ   କେବେ  ଅବହେଳା  ବାଧ୍ଯ  କରିନଥିଲେ।  କବିଙ୍କ  ଭାଷାରେ,ହୃଦ୍  ପଛେ  ଜଳୁ  ବିଦ୍ଯୁତ୍  ଅନଳେ,  ଜଳଦାନେ  ଘନ  ବାଧ୍ଯ।  ହୃଦୟ  ତାଙ୍କର  ଦୁଃଖରେ  ଭିତରେ  ଭିତରେ  ଜଳୁଥିଲା। ପଦାରେ ତା'ର ଛିଟା ବି ପ୍ରକାଶ ପାଉନଥିଲା। ତୁଳନା ଏହାର ନାହିଁ। ପ୍ରମୋଦ ପତି। ନାରଣ ବାବୁଙ୍କ ବଡ ପୁଅ।  ସେ ଥିଲା ଭାରତ ସରକାରଙ୍କ ବମ୍ବେସ୍ଥିତ ଫିଲ୍ମସ୍ ଡିଭିଜନରେ ଅତି ଚମତ୍କାର ପ୍ରମାଣିତ ଚିତ୍ରସବୁର ପଯୋଜକ, ନିର୍ମାତା। ଚେକୋସ୍ଳୋଭାକିଆରେ କାଟୁନ ଫିଲ୍ଲର ତାଲିମ ନେଇଥିଲେ । ସେ ଥିଲା ଏକ ଅଲଔକିକ ପ୍ରତିଭା। ବର୍ଷ କେଇଟାରେ ଚଳଚ୍ଚିତ୍ର ଦୁନିଆରେ ଆନ୍ତର୍ଜାତିକ ପିରସ୍କାର ଲାଭ କରିଥିଲା। ଆନ୍ତର୍ଜାତିକ ଫିଲ୍ଲର ଉତ୍ସବରେ ବହୁବାର ଭାବତର ପ୍ରତିନିଧିତ୍ୱ କରିଥିଲା। ବିଶ୍ୱବିଚାରକ ମଣ୍ତଳୀରେ ଆସନଲାଭ କରିଥିଲେ। ଅଚାଙ୍କ ଏକ ଦୁରାରୋଗ୍ଯ ବ୍ଯାଧିତ ଶିକାର ସେ  ହେଲା। ସେଥିରୁ ତା'ର ନିସ୍ତାର ନଥିଲା । ଯେକଔଣସି ମୁହୂର୍ତ୍ତରେ ଗମନର ଶମନ ଆସିଯିବେଥି ପାଇଁ ପରିବାରର ଥିଲା ଏକ କ୍ରୂର ପ୍ରତୀକ୍ଷା । ଆସିଗଲା ଅବସ୍ଥା ଭଲ ନୁହେଁ, - ବମ୍ବେ ଉଡିଆସ। ନାରଣ ବାବୁ ବମ୍ବେ ଉଡିଗଲେ। ପରିଣତ ବୟସରେ ତାଙ୍କ ପୃଥିବୀ ବିଖ୍ଯାତ ବଡ ପୁଅର କେଇ ଖଣ୍ତ ଅସ୍ଥି ଏକ କ୍ଷୁଦ୍ର ପାତ୍ରରେ ଧରି , ସେ କଟକ ବାହୁଡିଲେ ........।


                            ସେତେବେଳକୁ ସେ ଓଡିଶାପୋଲିସ୍ ହାଇସ୍କୁଲର ହେଡ୍ ମାଷ୍ଟର । ସେ ହାଇସ୍କୁଲର ଛାତ୍ରଛାତ୍ରୀ , ଶିକ୍ଷକ ଓ ତୁଳସୀପୁର ଆଖପାଖର ଅସଂଖ୍ଯ ଅଭିଭାବକ ଓ ସାଧାରଣ ଲୋକ ମନେ ମନେ ଭାବିନେଲେ , ଗତ ଦଶନ୍ଧିର ସ୍କୁଲର ଉଚ୍ଚ ଧରଣର ବାର୍ଷିକ ଉତ୍ସବ ଏବଂ ବୈଷ୍ଣବ ପାଣିଙ୍କ ଗୀତିନାଟ୍ଯକର କୁହାଟ ଏ ବର୍ଷରୁ ଆସ୍ତେ ଆସ୍ତେ ବନ୍ଦ ହୋଇଯିବ। କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ଯ କରି ସବୁ କାର୍ଯ୍ଯ ସେମେତି ଅତି ସ୍ୱାଭାବିକ ଭାବରେ ଚାଲିଥିଲା ।ଗଲା ପୁଅ ତ ଆଉ ବାଭୁଡିର ନାହିଁ। ଏବେ ସ୍କୁଲରେ ହଜାରେ ପୁଅଝିଅ, ବାହାରେ ହଜାର ହଜାର ପିତାମାତା, ଅଭିଭାବକ , ସାଧାରଣ ଜନତା କାହିଁକି ନିରାଶ ହେବ ? ଏ ଥିଲା ତାଙ୍କର ଗାଣିତିକ ବିଚାର। ତାଙ୍କର କିଛି ଯେମିତି ହେଇନାହିଁ, ଏମିତି ଅଭିନୟ କରିଚାଲିଲେ। ତାଙ୍କର ସେ ମଣିଷ ପଣିଆକୁ ଲୋକେ ସେତେବେଳେ ଧନ୍ଯ ଧନ୍ଯ କରିଥିଲେ। 


                       ନାରାୟଣ ପତି ୧୯୨୫ରୁ ୧୯୭୯, ଦୀର୍ଘ ୫୫ବର୍ଷ ଶିକ୍ଷକ ଓ ଶିକ୍ଷାୟତନର ଉନ୍ନତି କଳ୍ପେ କାର୍ଯ୍ଯ କରିଥିଲେ । ସେ ତାଙ୍କ ଜିବଙ୍କାଳ ଭିତରେ ରାଜ୍ଯର ତିନିଟି ସରକାରୀ ହାଇସ୍କୁଲ୍ ରେ ଏବଂ  ଅବସର  ଗ୍ରହଣ  ପରେ  ଗୋଟିଏ  ଘରୋଇ  ହାଇସ୍କୁଲରେ  ପନ୍ଦର ବର୍ଷ ପ୍ରଧାନଶିକ୍ଷକ  ଭାବେ   ସେ କାର୍ଯ୍ଯ  ପରିଚାଳନା  କରିଥିଲେ ।ରାଜ୍ଯର  ଅବିସ୍ମରଣୀୟ ଶିଶୁସାହିତ୍ଯିକ  ଓ  ଶିକ୍ଷକ,  ନାରଣବାବୁଙ୍କ   ପଡୋଶୀ ରାମକୃଷ୍ଣ  ନନ୍ଦଙ୍କ ମତରେ   ଯେଉଁ  ସମୟରେ  ସମାଜରେ ଶିକ୍ଷକର    କୌଣସି ପଦମର୍ଯ୍ଯାଦା   ନଥିଲା  , ମଣିଷର  ମୂ୍ଲ୍ଯାୟନ କରାଯାଇ ଥିଲା   ତା'ର   ମାସକ ବେତନରୁ,  ସେହି କାଳରେ  ଶିକ୍ଷକତାକୁ ଜୀବନର  ବୃତ୍ତି ରୂପେ ବାଛି ନେଇଥିଲେ  ସ୍ୱର୍ଗତ  ନାରାୟଣ  ପତି  ।ସେ  ଗଣିତରେ ବର୍ଷ  ବର୍ଷ  ଧରି ଚମତ୍କାର  ପାଠଦାନ  କରିବା ଛଡା , ବହୁମାନବିକ  ଗୁଣ ଏବଂ ଯଥେଷ୍ଟ କ୍ଷମତାର   ଅଧିକାରୀ ଥିଲେ । ହେଲେ   କ୍ଷମତା   ତାଙ୍କୁ ଆଦୌ  ପଥ ଭ୍ରଷ୍ଟ  କରିପାରି ନଥିଲା

ନାରାୟଣ ବାବୁ ଙ୍କ ଜନ୍ମ ଊନବିଂଶ ଶତାଦ୍ଦୀର ଶେଷଭାଗରେ, ୧୮୯୯ ମସିହା ସେପଟେମ୍ବର ୨୫ ତାରିଖ । ତାଙ୍କ ପିତାଙ୍କ ନାମ ଭାଗବତ ପତି । ମାତା ଅଗଣିତ ଦେବୀ । ଘର କଟକ ନଗର ସନ୍ନିକଟ କାଠଯୋଡୀ-ଦେବୀ ନ ଦୀ ଦ୍ୱୟର ମଧ୍ଯସ୍ଥଳରେ ବୟାଳିଶ ମୌଜାର ଟାଉଁକଣା ଗ୍ରାମରେ ।ସେ ଥିଲେ ଏକ ଅନାମଧେୟ ପଲ୍ଲୀ । ଗାଁ ପାଖ ପ୍ରାଥମିକ ସ୍କୁଲରୁ ଉ.ପ୍ରା. ବୃତ୍ତି ପାଇ କଟକ ଟାଊନ୍ ଭିକ୍ ଟୋରିଆ (ଏବେକା ଉକ୍ତ ମଧୁ ବିଦ୍ୟା ପୀଠ) ସ୍କୁଲରୁ ସେ ସ୍କୁଲ ଶିକ୍ଷା ଶେଷ କରିଥିଲେ ।୧୯୨୪ ମସିହାରୁ ରେଭେନ୍ସା ମହାବଦ୍ୟାଳୟରୁ ଗଣିତ ସ ହ ବି.ଏ. ଡିଷ୍ଟିଂସନ୍ ସହ ପାସ୍ କରି , ୧୯୨୫ରେ କଟକ ଟ୍ରେନିଂ କଲେଜରୁ ଏଲ୍.ଟି. ତାଲିମ ଗ୍ରହଣ କରିଥିଲେ ।ସେହି ବର୍ବ ସେ ସେକାଳର ଡେପୁଟି କଲେକ୍ଟର କଟକ ଜିଲ୍ଲା ପଞ୍ଚପଲ୍ଲୀ ନିବାସୀ ବ୍ରଜବନ୍ଧୁ ମିଶ୍ରଙ୍କ କନ୍ କ୍ଷେତ୍ରମଣିଙ୍କୁ ବିବାହ କରିଥିଲେ ।ପରେ ପରେ ୧୯୨୫ଜୁଲାଇରୁ ୧୯୨୬ ଜାନୁଆରୀ ଯାଏ ରେଭେନ୍ସା କଲିଜିଏଟ୍ ସ୍କୁଲରେ ଜଣେ ଅସ୍ଥାୟୀ ଶିକ୍ଷକ ଭାବରେ ତାଙ୍କ ଶିକ୍ଷକ ଜୀବନ ଆରମ୍ଭ କରିଥିଲେ ।


ନାରାୟଣବାବୁ ୧୯୫୭ ମସିହା ଯାଏ ତିନୋଟି ଜିଲ୍ଲାସ୍ତରୀୟ ସରକାରୀ ହାଇସ୍କୁଲରେ ଦକ୍ଷତାର ସ ହ ଶିକ୍ଷକତା କାର୍ଯ୍ଯ କରିଥିଲେ । ୧୯୨୬ଜାନୁଆରିରୁ ୧୯୩୦ଜୁଲାଇ ଯାଏ ସେ ଅନୁଗୋଳ ହାଇସ୍କୁଲ୍ ରେ ସହକାରୀ ଶିକ୍ଷକ ଥିଲେ । ସେତେବେଳେ ସେ ଯୁବକ। ବିବାହ କରିଥିଲେ ମଧ୍ଯ ଘରଜଞ୍ଜାଳକୁ ସାଙ୍ଗରେ ବାନ୍ଧି ନଥିଲେ। ସ୍କୁଲ ପାଖ ଅମଲାପଡ଼ାରେ ଏକ ଭଡ଼ାଘରେ ସେ ରହୁଥିଲେ । ବହୁସମୟ ସ୍କୁଲ୍ ସହିତ ଜଡ଼ିତ ହୋଇ ରହୁଥିଲେ ।ପାଠବେଳେ ପାଠ, ଖେଳବେଳେ ରୀତିମତ ପିଲାମାନଙ୍କ ସାଙ୍ଗରେ ମିଶି ଖେଳୁଥିଲେ । ଏମିତି ଖେଳୁ ଖେଳୁ ଦିନେ ଦୈବାତ୍ ପଡ଼ିଯାଇ ତଙ୍କର ବାମହାତ ହାଡ଼ ଭାଙ୍ଗିଗଲା ।ତଥାପି ସେ ପ୍ଲାଷ୍ଟର ବନ୍ଧା ହାତରେ ପିଲାମାନଙ୍କ ସହିତ ମିଶି ଖେଳାଖେଳି କରିବାକୁ ଭଲ ପାଉଥିଲେ ।୧୯୨୬ରେ ଅମଲାପଡ଼ାର ତାଙ୍କର ଜଣେ ଛାତ୍ର ଉମାଚରଣ ମହାନ୍ତି କହନ୍ତି ଗୁରୁଦେବ ମୋ ଭଳି ପଥରଟିକୁ ପରଶମଣି କରି ଛାଡ଼ି ଦେଇଥିଲେ । ୧୯୩୦ରେ ଓଡ଼ିଶାର ତତ୍ କାଳୀନ ସୁନାମଧନ୍ଯ ଗଣିତ ଶିକ୍ଷକ ରହେମତ୍ ଅଳ୍ଳୀ ସମ୍ବଲପୁର ଜିଲ୍ଲାସ୍କୁଲରୁ ବଦଳି ହୋଇ ଅନ୍ଯତ୍ର ଗଲେ । ନାରଣବାବୁ ଅନୁଗୋଳ ହାଇସ୍କୁଲ୍ ରୁ ସମ୍ବଲପୁର ଜିଲ୍ଲା ସକୁଲକୁ ଗଲେ। ସେତେବେଳେକୁ ସେ ଘରଜଞ୍ଜାଳ ସାଙ୍ଗରେ ବାନ୍ଧିଥିଲେ । ସମ୍ବଲପୁର ଠାରେ ପ୍ରମୋଦ ସହ ତାଙ୍କର ଦୁଇପୁଅ ଏବଂ ଦୁଇଝିଅ ତାଙ୍କର ପରିବାର ମଣ୍ଡନ କରିଥିଲେ ।ସଂସାର ଜଞ୍ଜାଳ ସହ ସ୍କୁଲ କାର୍ଯ୍ଯ ଅତି ସୁରୁଖୁରୁରେ ଏବଂ ଦକ୍ଷତାର ସହ ସେ କରି ଯାଇଥିଲେ। ସେଇ ୧୯୩୦ରେ ସୱର୍ଗତ ଶ୍ରଦ୍ଧାକର ସୂପକାର ଜିଲ୍ଲା ସ୍କୁଲର ଜଣେ ଅତି ଉତ୍ତମ ମେଧାବୀ ଛାତ୍ର ଥିଲେ। ତାଙ୍କ ମତରେ, ଗୁରୁଦେବ ପରି ସମ୍ବଲପୁର ଜିଲ୍ଲା ସ୍କୁଲକୁ ଆସିବା ବେଳକୁ ତାଙ୍କୁ ପ୍ରାୟ ଏକତିରିଶ ବର୍ଷ ବୟସ ହୋଇଥିଲା। ଏତେ ଅଳ୍ପ ବୟସରେ ଅତି ପ୍ରବୀଣ ଭାବରେ ସେ ଯେପରି ଉଭୟ ବାଧ୍ଯତାମୂଳକ ଏବଂ ଇଛାଧୀନ ଗଣିତ ବିଷୟର ସମସ୍ଯାମାନଙ୍କର ସମାଧାନ କରି ସ୍ୱଳ୍ପ ସମୟ ମଧ୍ଯ୍ଯରେ ସବୁ ଛାତ୍ରଙ୍କୁ ଗଣିତ ଶିକ୍ଷାରେ ଉତ୍ତମଭାବେ ବାଟ କଢେଇ ନେଇଥିଲେ, ତାହା ତାଙ୍କର ଅସାଧାରଣ ଦକ୍ଷତାର ପରିଚୟ ଦିଏ । ସେ କାଳ ଏ କାଳ ଭିତରେ ବହୁ ତଫାତ୍ ।ସମଗ୍ର ସମ୍ବଲପୁର ସହରରେ ଗୋଟିଏ ମାତ୍ର ଉଚ୍ଚ ବିଦ୍ଯାଳୟ ।ଗାଙ୍ଗପୁର ପରି ଜାଗାରେ ମଧ୍ଯ ହାଇସ୍କୁଲ ସ୍ତରରେ ମାଟ୍ରିକ୍ କ୍ଲାସ୍ ନଥିବାରୁ ଛାତ୍ରମାନେ ସୁନ୍ଦରଗଡରୁ ଆସି ସମ୍ବଲପୁର ଜିଲ୍ଲା ସ୍କୁଲ୍ ର ଉଚ୍ଚ ଦୁଇଶ୍ରେଣୀରେ ନାମ ଲେଖାଇ ପଢୁଥିଲେ ।ତଥାପି ମଧ୍ଯ କୌଣସି ଶ୍ରେଣୀରେ ଦୁଇଟିରୁ ଅଧିକ ସେକ୍ ସନ୍ ନଥିଲା।ଶିକ୍ଷକମାନେ ପ୍ରାୟ ପ୍ରତ୍ଯେକ ଛାତ୍ର ସହିତ ବ୍ଯକ୍ତିଗତ ସଂପର୍କ ରଖି ସେମାନ ଙ୍କ ସହ ଘନିଷ୍ଠ ହୋଇପାରୁଥିଲେ। ସେତେବେକେ ଶିକ୍ଷକମାନଙ୍କର ଛାତ୍ରବତ୍ସଳତା ଯଥେଷ୍ଟ ଅଧିକ ଥିଲା। ଆକୁଣ୍ଠ ଚିତ୍ତରେ ସ୍କୁଲ୍ ରେ କି ଘରେ ,ଶିକ୍ଷକମାନେ ପିଲାମାନ ଙ୍କୁ ପାଠପଢ଼ାରେ ସାହାଯ୍ଯ କରୁଥିଲେ। ପାଠପଢ଼ା ଶେଷରେ ବହୁବର୍ଷ ପର୍ଯ୍ଯନ୍ତ ଛାତ୍ର ଏବଂ ପୂର୍ବତନ ଶିକ୍ଷକ ଙ୍କ ମଧ୍ଯରେ ସେହି ସ୍ନେହ ମମତାର ଡୋର ଅତୁଟ ରହୁଥିଲା। ଏ ସମସ୍ତ ଅବିସ୍ମରଣୀୟ ଗୁଣ ନାରାୟଣ ପତିଙ୍କଠାରେ ପୂରାମାତ୍ରାରେ ରହିଥିଲା । ଏବେ କାର ଛାତ୍ର ଶିକ୍ଷକ ମହଲ ସେ ସବୁ ସହଜରେ କଳ୍ପନା କରି ପାରିବେ ନାହିଁ।


                                                                                                            ଗୋଟିଏ   ଉଲ୍ଲେଖନୀୟ  ଘଟଣାରେ    ନାରାୟଣ  ବାବୁ  ସମ୍ବଲପୁର  ଜିଲ୍ଲା  ରେଭେନ୍ସା  କଲିଜିଏଟ୍  ସ୍କୁଲ୍ କୁ  ବଦଳି   ହୋଇ  ଅସିଥିଲେ ।   ୧୯୩୮  ମସିହା  କଥା । କଲିଜିଏଟ  ସ୍କୁଲ୍‌ର ଗଣିତ ଶକ୍ଷକ  ସ୍ୱର୍ଗତ  ଗୋପାଳଚନ୍ଦ୍ର  ସିହ୍ନା ସ୍କୁଲ୍‌ହଷ୍ଟେ‌ଲ୍‌ର   ତ ତ୍ତ୍ୱାବଧାରକ  ଥାନ୍ତି । ଓଡିଶାର  ସ୍ୱନାମଧନ୍ଯ  ଜଳସଂପଦ  ମୁଖ୍ଯ ଯନ୍ତ୍ରୀ ସୁରେଶ  ତ୍ରୀପାଠୀ ,ପୂ୍ର୍ବତନ   ମନ୍ତ୍ରୀ  ପ୍ରଦୀପ୍ତ  କିଶୋର  ଦାସ୍, ପୁର୍ବତନ   ଏମ୍,ପି  ତଥା  ରାଜ୍ଯପାଳ  ଚିନ୍ତାମଣି  ପାଣିଗ୍ରାହି  ସେତେବେଳେ  ହଷ୍ଟେଲ୍  ଅନ୍ତେବାସୀ  ଥନ୍ତି।କେତେଟା  ସମସ୍ଯା  ନେଇ ହଷ୍ଟେଲରେ  ଆନ୍ଦୋଳନ  ସୂତ୍ରପାତ  ହେଲା । କଥା ବିଧାନସଭାଯାଏ   ଗଲା । ବିଧାନସଭା ପ୍ରଶ୍ନ  ଉପରେ ତୂରନ୍ତ  ଗୋପାଲ  ଚନ୍ଦ୍ର  ସିହ୍ନା  ସମ୍ବଲପୁର  ଜିଲ୍ଲା  ସ୍କୁଲ୍ କୁ   ଗଲେ  ଏବଂ   ନାରାୟଣ  ବାବୁ କଟକ  କଲିଜିଏଟ୍ କୁ   ବଦଳି ହେଲେ ।ଘରପାଖ  ସ୍କୁଲ୍ ।  ନିଜ  ଜାଗା ।କିନ୍ତୁ  ସମ୍ବଲପୁର  ଜିଲ୍ଲା  ସ୍କୁଲ୍ ର  ମମତା ହ ଠାତ୍    ଏମିତି  ତୁଟେଇ,ତାଙ୍କୁ  କଟକ ଆସିବାକୁ ଭାରି  କଷ୍ଟ  ଲାଗିଥିଲା । ଏଇ   ସମୟରେ   ବିଧନସଭାର  ନିଷ୍ପତ୍ତି   ଅନୁସାରେ  ୧୨ବର୍ଷରୁ  ଊର୍ଦ୍ଧ୍ୱ  ଗୋତିଏ  ସ୍କୁଲରେ  ରହିଥିବା  ଶିକ୍ଷକ ମାନଙ୍କର   ବଦଳି  କରାଯା ଉ ଥଲା ।ବିଖ୍ଯାତ  ସବୁଜ ଯୁଗ କବି  ବୈକୁ୍ଣ୍ଟନାଥ   ପଟ୍ଟନାୟକ  କଲିଜିଏଟ୍  ଛାଡ଼ିଲେ । ତାଙ୍କ ଜାଗାରେ  ପ୍ରବୀଣ   ଇତିହାସ ଶିକ୍ଷକ ମୋହିତ  ମୋହ୍ନ ଦାସ୍   କଲିଜିଏଟ୍   ଆସିଥିଲେ । ପ୍ରଖ୍ଯାତ ଭୂଗୋଳ  ଶିକ୍ଷକ  ଲଳିତ  ମୋହ୍ନ  ଘୋଷ୍  ଙ୍କ  ସ୍ଥାନରେ  ଲବ୍ଧ   ପ୍ରତିଷ୍ଟ    ଶିଶୁ ସାହିତ୍ଯିକ   ଅଧିରାଜ  ମୋହ ନ  ସେନାପତି    କଲିଜିଏଟ୍  ସ୍କୁଲ୍ କୁ   ଆସିଥଲେ।   ଏ ସବୁ ନୂତନ ଶିକ୍ଷକ ମାନଙ୍କ ପ୍ରଭାବ ସ ହରର  କର୍ମଚାରୀ  ଲୋକ, ବଡ଼ ବଡ଼ ଅଧିକାରୀ ଏବଂ  ଓଡ଼ିଶାର  ରାଜା   ରାଜୁଡ଼ାଙ୍କ    ପିଲାମାନଙ୍କ ଉପରେ  ବିଶେଷ   ପ୍ରଭାବ  ପକାଇଥିଲାବୋଲି  କଥା ରହିଆସିଛି ।କଲିଜିଏଟ୍   ସ୍କୁଲ୍ ର ଏହି  ନୁତନ ଶିକ୍ଷକଙ୍କ  ଧାଡ଼ିରେ   ଆଗରେ,  ଥିଲେ  ପତିସାର୍ ।                                                                                                       ନାରାୟଣ  ପତି ୧୯୩୮ ଅଗଷ୍ଟରୁ  ୧୯୫୭  ଅଗଷ୍ଟ ଶେଷ  ପର୍ୟ୍ୟନ୍ତ ଏହା ବିକ୍ରମେ ଦୀର୍ଘ ୧୯ବର୍ଷ  କଲିଜିଏତ  ସ୍କୁଲ୍ ର   ସ ହକାରୀ ଶିକ୍ଷକ  ଏବଂ  ପ୍ରଧାନ  ଶିକ୍ଷକ  ଭାବେ  କାର୍ଯ୍ୟକରି  ସରକାରୀ କାର୍ଯ୍ୟରୁ ଅବସର  ନେଇଥିଲେ ।

ଅବସର ସମୟେ ନାରାୟଣ ବାବୁ ତ୍ତ୍କାଳୀନ ରାଧାନାଥ ଟ୍ରେନିଂ କଲେଜର ଶିକ୍ଷା ସଂପ୍ରସାରଣ ବିଭାଗରେ ସମନ୍ୱୟ ଅଧିକାରୀ ଭାବେ ୩ ବର୍ଷ କାର୍ଯ୍ୟ କରିଥିଲେ ।ସ୍କୁଲ୍ ଶିକ୍ଷକ ଉନ୍ନତି କଳ୍ପେ ସେ ବ ହୁ ସେମିନାର, ରିଫ୍ରେସର୍ସ କୋର୍ସ , କର୍ମଶାଳୀ ପ୍ରଭୁତି ମାଧ୍ଯମରେ ରାଜ୍ଯର ଶିକ୍ଷକମାନଙ୍କର ବିଭିନ୍ନ ଶିକ୍ଷଣ ପଦ୍ଧତିର ପ୍ରଭୂତ ଉନ୍ନତି ସାଧନ କରାଇଥିଲେ ।ପରେ ଘରେ ତିନି ବର୍ଷ ପାଇଁ ମାଧ୍ଯମିକ ଶିକ୍ଷକବୋର୍ଡ଼ ର ଗଣିତ ଶିକ୍ଷା ପଦ୍ଧତିର ବିଶେଷଜ୍ଞ ଭାବରେ ସେ ଓଡ଼ିଶାର ହାଇସ୍କୁଲ୍ ମାନଙ୍କୁ ଯାଇ ଗଣିତ ଶିକ୍ଷାର ଉନ୍ନତି କଳ୍ପେ ଉଲ୍ଲେଖନୀୟ କର୍ଯ୍ୟ କରିଥିଲେ । ଲେଖକ ଏଭଳି ପ୍ରବାଦ ପୁରୁଷ, କୃତୀ ଶିକ୍ଷକଙ୍କର ପୂରା ଚାରିବର୍ଷ ଛାତ୍ର ହେବାର ଏବଂ ଆଉ ଚାରିବର୍ଷ ସେଇ କଲିଜିଏଟ୍ ସ୍କୁଲ୍ ରେ ତାଙ୍କର ସ ହକାରୀ ଶିକ୍ଷକ ହେବାର ସଔଭାଗ୍ଯ ଲାଭ କରିଥିଲେ । ଚାଳିଶ ଦଶନ୍ଧିରେ ଛାତ୍ର , ପଚାଶ ଦଆନ୍ଧିରେ ଶିକ୍ଷକ ।


 କୁହାଯାଏ  ଶିକ୍ଷକର  ଜୀବନ  ବୈଚିତ୍ରହୀନ ।ସେଇ  ଏକା  ଗୁଳାରେ  ଦିନ ପରେଦିନ,ମାସ ପରେ  ମାସ, ବର୍ଷ  ପରେ  ବର୍ଷ ପାଟୀଗଣିତ,ବୀଜଗଣିତ  ଜ୍ଯାମିଟି  ତ୍ରିକୋଣମିତି  ଇତ୍ଯାଦିର  ସୂତ୍ରବିଶ୍ଲେଷଣ,  ଇତିହାସର , ଘଟଣାବଳୀ, ଭୂଗୋଳର  ଆଞ୍ଚଳିକ  ବୈଷମ୍ଯ  ଇତ୍ଯାଦି  ବଖାଣିବାରେ  କଟିଯାଏ ।ଥଟ୍ଟାରେ ଆଗନାଳର  ଅବଧାନଙ୍କୁ  ଲୋକମୁଖର  'ପିଚଣ୍ଡାଓଲୁ'   ଆଖ୍ଯା  ଦିଆଯାଇଥାଏ । କିନ୍ତୁ  ଶିକ୍ଷକର   ଜୀବନ  ବୈଚିତ୍ର୍ଯହୀନନୁହେଁ ।ପାଠ୍ଯବିଷୟ  ଗଣିତ  ହେଉ, ସାହିତ୍ଯ  ହେଉ  କି  ଇତିହାସ   ବା ଭୂଗେଳ   ହେଉ, ଏ ସବୁ  ନିଦ୍ଦିଷ୍ଟ   ପାଠ୍ଯକ୍ରମ  ମାଧ୍ଯମରେ  ସ୍ତରୀକୃତ   ଶିକ୍ଷାର  ମାନ ଦଣ୍ଡ  ନିରୂପଣରେ  ସ ହାୟକ  ହୋଇଥାଏ  ମାତ୍ର ।୧୯୪୩ରେ  ଲେଖକ  କଲିଜିଏଟ୍ ରେ  ଭର୍ତ୍ତି  ହୋଇଥିଲେ ।  ସେଇ ବର୍ଷ  ଜିତେନ୍ଦ୍ର  ମହାନ୍ତି  ମ୍ଯାଟ୍ରିକ୍ ରେ ସମଗ୍ର ବିହାର  ଓଡ଼ିଶା  ବିଶ୍ୱବିଦ୍ୟାଳୟରେ  ପ୍ରଥମ  ସ୍ଥାନ  ପାଇଥଲେ ।ସେ ଆଜି  ଆମେରିକାର   ଏକ ଅତି  ଉନ୍ନତ  ବିଶ୍ୱବିଦ୍ଯାଳୟରେ  ବିଖ୍ଯାତ  ଦର୍ଶନ  ପ୍ରଫେସର ।ନରେଶ  ଚନ୍ଦ୍ର  ନାୟକ   ଜଣେ  ଆନ୍ତର୍ଜାତିକ  ଖ୍ଯାତି  ସମ୍ପନ୍ନ   ଇଞ୍ଜିନିୟର୍   ଏବଂ  ତ୍ରିବିକ୍ରମ   ପତି   ପୃଥିବି  ବିଖ୍ଯତ  ଗଣିତଜ୍ଞ  ଏମାନେ ନାରାୟଣ ପତିଙ୍କ  ଛାତ୍ର ।ଏଇଟା  ଦେଖିବା  ଜାଣିବା  କଥା ।ୟାର  ବ ହୁ ଆଗ ଓ ପଛ  ରହିଛି ,   ଯାହାକି ବ ହୁ ଅଜଣା, ତାହାଛଡ଼ା  ନାରାୟଣ  ବାବୁଙ୍କ ଅସଂଖ୍ଯ  ଛାତ୍ର  କେତେକ  ପ୍ରଖ୍ଯାତ   ପ୍ରଶାସକ, ମନ୍ତ୍ରୀ, ନ୍ଯାୟମୂର୍ତ୍ତି,  ଆନ୍ତର୍ଜାତିକ    ଖ୍ଯାତିସମ୍ପନ୍ନ ଶିଳ୍ପ୍ପ୍ ପତି ,କେତେ  ଡାକ୍ରର  ଇଞ୍ଜିନିୟର  ,ପ୍ରଫେସର,ଶିକ୍ଷକ,  ବ୍ଯବସାୟୀ  ପ୍ରଭୃତି  ଆମ ରାଜ୍ଯ    ଓ  ରାଜ୍ଯ  ବାହାରେ  ସୁପ୍ରତିଷ୍ଟିତ ।ସେମଙ୍କ  ମଧ୍ଯରୁ କେହି  ହୁଏତ ଆଜି  ପୀଥାଗୋରାସ୍ ଙ୍କ  ଉପ୍ ପାଦ୍ଯକି   ବ୍ରହ୍ଞୁପ୍ତଙ୍କର   ଗାଣତିକ ସତ୍ଯ   ହୁଏତ ପ୍ରମଣ କରିବାକୁ  ସକ୍ଷମ  ହେବେ  ନାହିଁ । କିନ୍ତୁ  ସେହିମାନଙ୍କୁ ଯେଉଁ  ନାରାୟଣ  ପତି  ଏ ସବୁ  ସୋପାନ  ଚଢିବ ପାଇଁ  ସଳଖେଇ  ଥିଲେ ,ବିଶ୍ୱସ୍ରରର ମଣିଷ  ଟିଏ  ମାନ  ହେବାକୁ   ସାହାଯ୍ଯ   କରିଥିଲେ,ସେ  ଶିକ୍ଷକ ନିଶ୍ଚିତ  ଭାବେ  ବିସ୍ମୂତି  ହେବେ  ନାହିଁ ।            ସମୟ  ସୁଅରେ   ଦିନ ,ମାସ ,ବର୍ଷ  ଗଡ଼ି ଚାଲିଥିଲା ।କାର୍ଯ୍ୟର ସମୟସୀମା ସରିଲା ।ଅବସର ସମୟ  ଆସିଲା ।ନାନା ଦାଯତ୍ୱ   ନାରାୟଣ  ବାବୁ   ଅବସର  ପରେବି   ଗ୍ରହଣ  କରିଥିଲେ ।ସମୟ  ସୀମାରେ  ସେ  ସବୁ  ଛାଡ଼ିବାକୁ  ତାଙ୍କୁ  ପଡ଼ିଥିଲା,କିନ୍ତୁ  କାମ ତାଙ୍କୁ  ଛାଡ଼ିଲା ନାହିଁ ।ଶେଷରେ  କଲିଜିଏଟ୍  ସ୍କୁଲ୍ ର  ତାଙ୍କର  ପ୍ରିୟ ଛାତ୍ର           ତ ତ୍ କାଳୀନ  ପୋଲିସ୍   ଆଇ , ଜି  ଶ୍ରୀକାନ୍ତ ଘୋଷଙ୍କ  ଅନୁରୋଧ   ଏଡ଼ି ପାରିଲେ ନାହିଁ । ଓଡ଼ିଶା  ପୋଲିସ୍  ହାଇସ୍କୁଲ୍, କଟକ  ତୁଳସୀପୁରର ପ୍ରତିଷ୍ତାତା ପ୍ରଧାନଶିକ୍ଷକ ଭାବେ  ଦାୟିତ୍ୱ  ୧୯୬୪ରେ ଗ୍ରହଣ କରିଥିଲେ । ୧୯୬୪ରୁ  ୧୯୭୯ । ଦୀର୍ଘ ପନ୍ଦରବର୍ଷ  ପ୍ରଧାନ ଶିକ୍ଷକ ଭାବରେ କାମ କରି ପୂରା ସକ୍ଷମ  ଥାଇ ଅଶୀ ବର୍ଷ   ବ‌ୟସରେ  କନିଷ୍ତମାନଙ୍କ ପାଇଁ ଉକ୍ତ ପଦବୀ ସେ ଛାଡ଼ି  ଦେଇଥିଲେ ।   

ଜୀବନର ଶେଷ ମୂହୁର୍ତ୍ତ ପର୍ଯ୍ୟନ୍ତ ନାରାୟଣ ବାବୁ ଥିଲେ ଏକ ତେଜୀୟାନ୍ ଦୀପଶଖାଭଳି । ସରକାରୀ କାର୍ଯ୍ୟରୁ ଅବସର ନେବା ପରେ ବ‌ହୁବର୍ଷ ପର୍ଯ୍ୟନ୍ତ ତାଙ୍କର ଅନ୍ତର୍ନିହିତ ଶକ୍ତି ଅତୁଟ ରହିଥିଲା । ଆହୁରି ୨୨/୨୩ ବର୍ଷ ସେ ସୁଚାରୁ ରୂପେ ତାଙ୍କ ଦାୟିତ୍ୱ ନିର୍ବାହ କରିଥିଲେ ।ଦେଖିବାକୁ ସୌମ୍ଯ ,ଗୌରବର୍ଣ୍ଣ,ଡ଼େଙ୍ଗା ଚେହେରା । ପ୍ରଭାତର ପୂଜାକାଳୀନ ଚନ୍ଦନ ଟୋପାଟି ଦିନଯାକ କପାଳରେ ଝଟକୁଥାଏ । ପାଟିରେ ପାନ ଖଣ୍ଡ ପରେ ପାନ ଖଣ୍ଡ ଭର୍ତ୍ତି । ଦନ୍ତ ବିହୀନ ହେଲେ ବି ମୁଖମଣ୍ଡଳ ପୂରିରହିିଥାଏ । ଶ୍ରେଣୀ ଗୃହରେ ପାଠଦାନ ଚାଲିଥାଏ ।ଅତି କୌଶଳରେ ପାନ ଖଣ୍ଡମାନ ତାଙ୍କ ସ୍ଥାନ ପୂରଣ କରନ୍ତି। ନାରାୟଣ ପତି ଯେ ଜଣେ ଉଚ୍ଚକୋଟୀର ଗଣିତ ଶିକ୍ଷକ, ଛତ୍ରବତ୍ସଳ ପ୍ରଧାନଶିକ୍ଷକ କେବଳ ଥିଲେ, ତାହା ନୁହେଁ,ସେ ଥିଲେ, ଏସବୁ ସ‌ହିତ ଜଣେ ଛାତ୍ରପ୍ରେମୀ ସ୍କୁଲ୍ ପ୍ରେମୀ, ରସଗ୍ରାହୀ,ପୂରାତନ ସାହିତ୍ୟ ଆଉ ନୃତ୍ଯନାଟିକା ରସିକ ଓ ସର୍ବୋପରି ଜଣେ ବନ୍ଧୁପ୍ରେମୀ ଭଲ ମଣିଷ।

ନାରାୟଣ ପତି ନିଜର କର୍ମକ୍ଷେତ୍ର ଏବଂ କର୍ମକୁ ପ୍ରାଣ ଦେଇ ଭଲପାଉଥିଲେ । ତା'ର ଏକ ଅଙ୍ଗେନିଭା ନମୁନା । ଲେଖକ ଛାତ୍ର ଥିବା ବେଳର ଘଟଣା। ମାଟ୍ରିକ୍ ଶେଷ ବର୍ଷ, ଶ୍ରେଣୀ । ଶେଷମାଟ୍ରିକ ପରୀକ୍ଷା ପାଇଁ ବଛା ବଛି ପରୀକ୍ଷା ସରିଯାଇଥିଲା ।କିନ୍ତୁ ପାଠ ତାଙ୍କର କେଭେଁ ସରେନାହିଁ । ଏ ଥିଲା ସ୍କୁଲ୍ ନିର୍ଘଣ୍ଟର ଅତିରିକ୍ତ ଗଣିତ କ୍ଲାସ୍ । ଆମ ଏକାଦଶ ଶ୍ରେଣୀର ସବୁ ବଛା ବଛା ପିଲା ଏଇଠି ଏକାଠି ହୋଇଥାନ୍ତି। ଶ୍ରେଣୀର ପ୍ରଥମ ଦଶଜଣଙ୍କ ଭିତରେ ଦଶମ ପିଲାର ବି ଶ୍ରେଣୀରେ ପ୍ରଥମ ହେବାର ସୁଯୋଗ ରହିଥାଏ ।ସମସ୍ତଙ୍କ ଭିତରେ ପ୍ରଚ୍ଛନ୍ନ ପ୍ରତିଯୋଗିତା ଚଳୁଥାଏ । ପାଠ୍ଯପୁସ୍ତକ ବହିର୍ଭୁତ ବହୁ ବିଭିନ୍ନ ଗଣିତ ବହିରୁ ବଛା ବଛା ପ୍ରଶ୍ନ ପଚରାଯାଏ । ପ୍ରଶ୍ନ ସମାଧାନ ଦିଗରେ ଶ୍ରେଣୀର ମେଧବୀ ଛାତ୍ରମାନଙ୍କର ପ୍ରତିଯୋଗିତା ଚାଲୁ ରହିଥାଏ । ଅନ୍ଯମାନେ ଶ୍ରେଣୀ ସମାଧାନରୁ ଶିଖନ୍ତି। ସେଦିନ ଅତିରିକ୍ତ ଜ୍ଯାମିତିର ଏକ ଜଟିଳ ପ୍ରଶ୍ନ ଆସିଲା । ନଅଟି ବିନ୍ଦୁ ନେଇ ଗୋଟିଏ ନିର୍ଦ୍ଦିଷ୍ଟ ବୃତ୍ତର ଗତି ସମ୍ବନ୍ଧୀୟ ସତ୍ଯର ଏକ ବିବିଧ ପ୍ରଶ୍ନ। ଶ୍ରେଣୀର ଟାଣୁଆ ପିଲାମାନେ କିଛି ସମୟ ଥମିଗଲେ । କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ଯକରି ନିୟମିତ ଶତକଡ଼ା ତିରିଶ-ଚାଳିଶ ରଖୁଥିବା ଜଣେ ଆମ ସଙ୍ଗ ହାତଟେକି ଜଣାଇଲା,"ସାର୍ ମୁ କରିଦେବି ।" ନାରାଯଣ ବାବୁ ତଥାପି ବୋଧହୁଏ ସମାଧନର ବାଟ ଉଣ୍ଡାଳୁଥାନ୍ତି । ଅନ୍ୟ ମାନେ ମଧ୍ଯ । ଏ ଭିତରେ ଥାଇ କେତେଟା ହାତ ଉଠିଲାଣି । କିନ୍ତୁ ନାରାୟଣ ବାବୁ ପ୍ରଥମ ପିଲାକୁ ମଜାରେ ପଚାରିଦେଲେ,"ବନ୍ଧୁ ,ଠିକ୍ ପାରିବ" ? ଉତ୍ତର-ଜବର ହଁ ।'ବିସ୍ମିତ କଲ ମୋତେ ବନ୍ଧୁ । ଆସ ଏବେ ବୋର୍ଡ଼କୁ ।' ସେ ଆସିଲା, ଠିକ୍ ଠିକ୍ ଚିତ୍ରଟିଏ ଆଙ୍କି ଧାରା ଅନୁସାରେ ପ୍ରମାଣ ଆଡ଼େ ମୋହିଲା ହଠାତ୍ ତାଙ୍କ ପାଟିରୁ ବାହାରି ପଡ଼ିଲା ଚମ୍ପୂର 'କ' ଗୀତ "କି ହେଲାରେ, କହିତ ନୁହଁଇ ଭାରତୀରେ" । ଠିକ୍ ଠିକ୍ ସେ ଜ୍ଯାମିତିର ରାଜ୍ଯର ପ୍ରମାଣ ବାଟରେ ଆଗେଇଛି ...। ଶୁଭିଲା 'ଖ' ଛାନ୍ଦ "ଖରାପତୁ ହେଲୁରେ ।ଖେଳା ଲୋଳା ବାଳକତୁ କି ସାହସ କଲୁରେ ? "ପ୍ରମାଣ ପ୍ରାୟ ଆଖର ।ମୁଣ୍ଡ ତାଙ୍କର ନ ଇଁ ଗଲା ମୁହଁପାତି 'ଗ' ଛାନ୍ଦ "ଗଲାଣତ ତ ଗଲା କଥାରେ ..."। ଧାରାବାହିକ ଭାବରେ ଠିକ୍ ଠିକ୍ ବାଟରେ ପ୍ରମାଣର ଶେଷଧାଡ଼ି ଲେଖୁ ଲେଖୁ,ଜୋର୍ ରେ ଶୁଭିଲା,'ଘ'ଛାନ୍ଦ "ଘେନାଇ ଆମ୍ଭେ ଯେତେ କହିଲୁରେ, ଘେନିଲୁ ନାହିଁ'ବାବୁ'ପ ହିଲୁରେ ,'ବାବୁ' ସମ୍ବଲପୁର ରହଣିର ପ୍ରଭାବ।ପୁଅର ପ୍ରତିଶବ୍ଦ "ବାବୁ" । କହୁ କହୁ ନାରାୟଣ ବାବୁ ଡ଼ାଏସ୍ ଛାଡ଼ି ତଳକୁ ଓହ୍ଲାଇ ଆସି ଆମ ସାଙ୍ଗ ଛାତ୍ରଟିକୁ ଗାଢ଼ ଅଭିବାଦନ ଜଣେଇଲେ । ଆଖିରୁ ତାଙ୍କର ଲୁହ ଠପ୍ ଠପ୍ ଖସି ପଡ଼ୁଥିଲା ସେ ଥିଲା ଆନନ୍ଦର ଆଉ ଦୁଃଖର ଅଶ୍ରୁ । ଆନନ୍ଦ ହୋଇଛି,କଟକର ସ୍କୁଲ୍ ମାନଙ୍କ ପ୍ରତିଯୋଗିତାରେ କଲିଜିଏଟ୍ ର ଆଉ ଗୋଟିଏ ଅଧିକା ପ୍ରଥମ ଶ୍ରେଣୀ ମିଳିବାର ଆଶା,ଦୂଃଖ ହେଉଛି, ସେ ଛାତରର ଗଣୀତ ସୁଧାରି ପ୍ରଥମ ଶ୍ରେଣୀରେ ଉତ୍ତାରିବା ପାଇଁ ହାତରେ ଯଥେଷ୍ଟ ବେଳ ନାହିଁ । ଆଉ ମାତ୍ର ମାସ ଦୁଇଟା । ଆମ ସାଙ୍ଗ ଜଣକ ଅନ୍ଯାନ୍ଯ ସବୁ ବିଷୟରେ ଧୂରୀଣ । କେବଳ ଗଣିତ ରେ ପାଶ୍ ନମ୍ବର ସୀମାରେ ରହିଯାଏ । ଶତକଡ଼ା ପଚାଶ-ଷାଠ ଏ ଉଭୟ ଗଣିତରେ ମିଳିଗଲେ,ପ୍ରଥମ ଶ୍ରେଣୀ ତା'ର ନିଶ୍ଚିତ । ଏଇ ଭାବନାରେ ସେଦିନ ଶ୍ରେଣୀ ଗୃହରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ସେଭଳିଶିକ୍ଷକ ,ସେଭଳି ଛାତ୍ରପ୍ରେମୀ ମଣିଷ ବିରଳ ନିଶ୍ଚ୍ୟ ।ତ ଥାପି ସେ ବ ହୁ ଚେଷ୍ଟା କରିଥିଲେ । ମାତ୍ର ତିନି ନମ୍ବର ପାଇଁ ଆମ ବନ୍ଧୁଙ୍କ ହାତରୁ ପ୍ରଥମ ଶ୍ରେଣୀଟି ଖସିଯାଇଥିଲା । ଆମର ସେ ସାଙ୍ଗ ଜଣକ ଓଡ଼ିଶାର ଜଣେ ସୁସାହିତ୍ଯିକ, ବାଗ୍ମି ପ୍ରବର, ଦର୍ଶନ ଶାସ୍ତ୍ରର ପ୍ରଫେସର ହୃଦାନନ୍ଦ ରାୟ । ବିଭିନ୍ନ ସ୍କୁଲ୍ ର ଶ୍ରଣୀ ଗୃହରେ ଏମିତି ଅସଂଖ୍ଯ ଉଦାହରଣଯୋଗ୍ଯ ଘଟଣାସବୁ ରହିଛି । ଅବସର ପରେ କର୍ମ କ୍ଲାନ୍ତ ମଣିଷ ଟିକେ ଆରାମ ନାହିଁ।କିନ୍ତୁ ପତି ମହାଶୟ ଅବସର ପରେ ବିଅସରନ୍ତି କାମ ଭିତରେ ବୁଡ଼ି ରହୁଥିଲେ ତାଙ୍କର ଶେଷ କର୍ମକ୍ଷେତ୍ରହେଲା ଓଡ଼ିଶା ପୋଲିସ୍ ହାଇସ୍କୁଲ, ତୁଳସୀପୁର ।ତୁଳସୀପୁର କଟକର କେନ୍ଦ୍ରସ୍ଥଳରୁ ଅନୁଗତ ଏକ ଉପାନ୍ତ ଅଞଳରେ ଅବସ୍ଥିତ।କିନ୍ତୁ ନାରାୟଣ ବାବୁଙ୍କ ଚେଷ୍ଟାରେ ଏହି ପୋଲିସ୍ ହାଇସ୍କୁଲ୍ ଟି ସାରା ରାଜ୍ଯରେ ଏକ ବିଶିଷ୍ଟ ସ୍କୁଲ୍ ର,ଗଔରବ ଅର୍ଜନ କରି ପାରିଥିଲା । ଇହା ତାଙ୍କର ଅନନ୍ଯ କର୍ତ୍ତବ୍ଯନିଷ୍ଟତା,ଅଦ୍ଧବସାୟ ଓ ଶୃକ୍ଖଳିତ ସଂଗଠନ ଶକକ୍ଷତି ପ୍ରଭୁତିର ପ୍ରକୃଷ୍ଟ ପରିଚୟ ବୋଲି ସର୍ବଜନ ସ୍ୱୀକାର୍ଯ୍ଯ ।

୧୯୮୨ ମସିହା କଥା।ସେତେବେଳକୁ ନାରାୟଣ ବାବୁ ଜିବୀତ ଥାନ୍ତି ।ତାଙ୍କର ଜଣେ ଛାତ୍ର କଲିଜିଏଟ୍ ସ୍କୁଲ୍ ଛାଡ଼ିବା ସେତେବେଳକୁ ଦୀର୍ଘ ୨୮ ବର୍ଷ ପୂରଣ ହେଇଥାଏ।ସେତେବେଳକୁ ସେ ସ୍କୁଲ୍ ଶିକ୍ଷା ବିଭାଗର ଡ଼େପୁଟୀ ଟାଇରେକ୍ଟର ଥାନ୍ତି ।ସ୍କୁଲ୍ର ଏକ ସଭାରେ ଭାଷଣ ଦେବାପାଇଁ ସ୍କୁଲ୍ର ପ୍ରାକ୍ତନ ଛାତ୍ର ଓ ଶିକ୍ଷା ଅଧିକାରୀ ଭାବରେ ସେ ନିମନ୍ତ୍ରିତ ହୋଇ ଯାଇଥାନ୍ତି ।ସ୍କୁଲ୍ ପ୍ରକ୍ଷାଳୟକୁ ପଶିବା ମାତ୍ରେ ନାରାୟଣ ବାବୁଙ୍କର ଏକ ବୃହତ୍ ଆବକ୍ଷ କୈଳଚିତ୍ର ଉପରେ ତାଙ୍କର ଦୃଷ୍ଟି ପଡ଼ିଗଲା ।ହୃଦୟରେ ଅଜାଣତରେ ଏକ ଶକ୍ତ ଛନ କା ପଶିଗଲା।ଗତି ପ୍ରାୟ ବନ୍ଦ।ସମ୍ମାନ ଦେବା ପାଇଁ ଯୋଡ଼ହସ୍ତ ଉପରକୁ ଉଠିଗଲା। ବେଶ୍ କିଛି ସମୟ ସେ,ସେ ପ୍ରତିକ୍ରତି ଆଡ଼େ ଚାହିଁ ରହିଲେ ।ବାରଣ୍ଡାରେ ସିତେ ସେ ନାରାୟଣବାବୁଙ୍କର ପଦଚାରଣର ଯୋତା ଠକ୍ ଠକ୍ ଶବ୍ଦ ଶୁଭିଗଲା।ଶ୍ରେଣୀ ଗୃହରେ କାହାର ବିଶୃଙ୍ଖଳ ଆଚରଣ ଦେଖିଲେ ଆଖି କଟମଟକରି ସେ ଯେପରି ଖନ୍ତିବସେଇବିତି ତାଙ୍କୁକାନରେ ଯେମିତି ବାଜୁଥାଏ।ସେ ଆଦଔ ବସାନ୍ତି ନାହିଁ। କାହାକୁ ଜୋରିମାନା ଚାରିଅଣା ବି କେଭେଁ କରନ୍୍୍ତି ନାହିଁ। କେବଳ କଥା ଆଉ କଡ଼ାଆ ଚାହାଣୀର ଶାସନ ।ସ୍କୁଲ୍ ହତା କୋଳାହଳରେ କମ୍ପୁଥାଏ।ପିଅନ ଙ୍କୁ ଘଣ୍ଟା ବାଡ଼େଇବାକୁ କ ହି କେବଳ କେଇ ମୂହୂ୍ରତ୍ତ ବାରଣ୍ଡାରେ ପଦଚାରଣ କରନ୍ତି ।ନିମିଷକ ଭିତରେ ସବୁ ପିଲା କ୍ଲାସ୍ ଭିତରେ ଚାରିଆଡ଼ ନିଶବ୍ଦ ।ଅମିତି ଅସାଧାରଣଶିକ୍ଷକ ଥିଲେ ପତି ସାର୍।ଅନୁକରଣୀୟ ଛାତ୍ରବାତ୍ସଲ୍ଯଭରା ତାଙ୍କର ଶିକ୍ଷକୀୟ ବ୍ଯକ୍ତିତ୍ୱର ମହାନତା ଏକାନ୍ତ ଅବିନଶ୍ୱର


ଜ୍ଞାନ ବ୍ରତୀ ଶିକ୍ଷକ
କବିପ୍ରାଣ ବୈକୁଣ୍ଠନାଥ ପଟ୍ଟନାୟକ


ପ୍ରଫେସର୍ ଜାନକୀବଲ୍ଲଭ ମହାନ୍ତି ( ଭରଦ୍ୱାଜ )


ସବୁଜ ସାହିତ୍ଯ ସମିତିର ଅନ୍ଯତମ ପ୍ରତିଷ୍ଠାତା ଓ ବିଶିଷ୍ଟ କବି ଭାବେ ବୈକୁଣ୍ଠ ନାଥ ପଟ୍ଟନାୟକ ଓଡ଼ିଶାରେ ସୁବିଦିତ । ମାତ୍ର ସେ ଜଣେ ଉଚ୍ଚକୋଟିର ଶିକ୍ଷକଭାବେ ତାହାଙ୍କ କର୍ମଜୀବନ ଅତିବାହିତ କରିଯାଇଛନ୍ତି । ଏହା ହୁଏତ ଏ କାଳରେ ଅନେକଙ୍କୁ ଜଣା ନଥିବ । ଓଡ଼ିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସେ ପ୍ରାୟ ବତିଶ ବର୍ଷ ସହକାରୀ ବା ପ୍ରଧାନ ଶିକ୍ଷକ ଭାବରେ ସୁଖ୍ଯାତିର ସହିତ କାର୍ଯ ସମ୍ପାଦନ କରିଥିଲେ । ୧୯୪୦-୪୨ ପର୍ଯ୍ୟନ୍ତ ସେ ପୁରୀ ଜିଲ୍ଲା ସ୍କୁଲ୍‌ରେ ସହକାରୀ ଶିକ୍ଷକ ଥିଲେ ,ଏହି ସମୟରେ ଲେଖକ ତାଙ୍କର ଛାତ୍ର ହେବାର ସୁଯୋଗ ପାଇଥିଲା । ପରବର୍ତ୍ତୀ କାଳରେ ମଧ୍ୟ ସେ ତାହାଙ୍କ ମହନୀୟ ବ୍ୟକ୍ତିତ୍ୱ ବିଷୟରେ ଯତ୍‌କିଞ୍ଚିତ୍ ଅବ‌ହିତ ହୋଇପାରିଥିଲା । ଏହାର ଭିତ୍ତିରେ ଏହି ରଚନାଟି ପ୍ରସ୍ତୁତ। ୧୯୪୦ ବେଳକୁ ବୈକୁଣ୍ଠନାଥ କବି ଭାବରେ ଓଡ଼ିଶାରେ ସ୍ୱିକୃତି ଲାଭ କରିସାରିଥିଲେ। ଏହା ସେ କାଳର ଛାତ୍ରମାନେ ମଧ୍ୟ ଊଣା ଅଧିକେ ଜାଣିଥିଲେ। ଏଣୁ ଏପରି ଜଣେ ଜଣାଶୁଣା କ‌ବିଙ୍କୁ ଶିକ୍ଷକ ଭାବେ ପାଇ ଆମେ ବେଶ୍ ଖୁସି ହୋଇଥିଲୁ । ବୈକୁଣ୍ଠନାଥ ଥିଲେ ଦେଖିବାକୁ ଦୀର୍ଘକାୟ ସୁପୁରୁଷ । ଆକର୍ଷଣୀୟ ଥିଲା ତାଙ୍କର ଚେହେରା । ପରିଧେୟ ଚାଲିଚଲଣ ଓ ବ୍ୟବହାର ପୁରୀକୁ ଆସି ସେ ପ୍ରଥମେ ବିଶ୍ୱମ୍ଭର ବିଦ୍ୟାପୀଠ (ସେ ବେଳର ଆଙ୍ଗ୍‌ଲୋ ବେଙ୍ଗଲୀ ସ୍କୁଲ) ଓ ପରେ ପରୀ କଲେଜ (ସେ ବେଳର ପୁରି ଜିଲ୍ଲା ସ୍କୁଲ) ପାଖରେ ଭଡ଼ା ଘରେ ସପରିବାର ରହୁଥିଲେ। ସେ କାଳରେ ସ୍କୁଲ ଶିକ୍ଷକଙ୍କ ଘରକୁ ଛାତ୍ରମାନେ ପାଠ୍ଯ ବିଷୟ ବୁଝିବା ଲାଗି ସ୍ୱଚ୍ଛନ୍ଦରେ ଯାଆସ କରୁଥିଲେ। ଆଜିକାଲି ଭଳି ଘରୋଇ ଟିଉସନ୍ ରୀତି ବ୍ଯାପକ ଭାବେ ଚଳୁନଥିଲା । ସେହି ସମୟରେ ବୈକୁଣ୍ଠ ସାର୍‌ଙ୍କ ଘରକୁ ମୁଁ ମୋର ସହପାଠୀଙ୍କ ସହ କେତେଥର ଯାଇଥିଲି। ଅବଶ୍ଯ ବିଭିନ୍ନ ପ୍ରସଙ୍ଗରେ ।

ବୈକୁଣ୍ଠନାଥ ଥିଲେ ସଙ୍ଗୀତନୁରାଗୀ । ତାଙ୍କର ଝିଅ କେତୋଟି ଗୀତ ଗାଉଥିଲେ । ମନେ ପଡୁଛି, ସେତେବେଳେ ତାଙ୍କ ଜ୍ଯେଷ୍ଠା କନ୍ଯା, ପରର୍ବତ୍ତୀ କାଳର ଭାରତ ବିଖ୍ଯାତ ସଙ୍ଗୀତକଣ୍ଠ ଶିଳ୍ପୀ ସୁନନ୍ଦା ପତ୍ତାନାୟକ ପୁରୀ ର କେତେଟି ଉତ୍ସବ ଅନୁଷ୍ଟାନରେ ପ୍ରରମ୍ଭିକ ସଙ୍ଗୀତ ଗାନ କରୁଥିଲେ। ସାର୍‌ଙ୍କ ଘରକୁ ଗଲେ ଦେଖିବାକୁ ମିଳୁଥିବା ବହୁତ ବହିପତ୍ର ଓ ସିତାର ଭଳି କେତେକ ବାଦ୍ଯଯନ୍ତ୍ର। ଶୁଣୁଥିଲେ, ସାର୍ ଏହି ମଝିରେ ମଝିରେ ବଜାନ୍ତି । ସାର୍ ବୈକୁଣ୍ଠନାଥ ଆମକୁ ଇଂରାଜୀ କବିତା ଓ ଇତିହାସ ପଢାଉଥିଲେ । ତାଙ୍କର ଓଡିଆ ଓ ଇଂରାଜୀ ଉଚ୍ଚାରଣ ଥିଲା ବାଶ୍ ସୁସ୍ପଷ୍ଟ ଓ କଣ୍ଠସ୍ୱର ଥିଲା ଗୁରୁଗମ୍ଭୀର ପୁରୀ ଜିଲ୍ଲା ସ୍କୁଲରେ ଅନ୍ଯାନ ଶିକ୍ଷକ ଠାରୁ ତାଙ୍କର ସ୍ୱାତନ୍ତ୍ର୍ଯ ବେଶ୍ ବାରିହୋଇ ପଡୁଥିଲା। ଏହି ଦୃଷ୍ଟିରୁ ଛାତ୍ର ସମାଜ ତାଙ୍କ ପ୍ରତି ଆକୃଷ୍ଟ ହେବାଥିଲା ସ୍ୱାଭାବିକ । ଛାତ୍ରମାନଙ୍କ ସହ ତାଙ୍କର ବ୍ଯବହାର ଥିଲା ସୌହାର୍ଦ୍ଦ୍ଯପୂର୍ଣ୍ଣ। ଏହି ସମୟରେ ୨ୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଯାଇଥିଲା ଓ ସେ ବାମପନ୍ଥୀ ରାଜନୈତିକ ଆଦର୍ଶ ପ୍ରତି ଅନୁରାଗୀ ଥିବା ଜଣାଯାଉଥିଲା। ଛାତ୍ରମାନଙ୍କୁ ନିର୍ଭୀକ, ଉଚ୍ଚାଭିଳାଷୀ ଓ ସାହସୀ ଦେବାଲାଗି ସେ ପରାମର୍ଶ ଦେଉଥିଲେ।

ବୋଧହୁଏ ୧୯୪୦ର ଶେଷ ଆଡକୁ ବୈକୁଣ୍ଠନାଥ କେତେମାସ ପାଇଁ ରେଭେନ୍ସା କଲେଜକୁ ଓଡିଆ ବିଭାଗର ଅଧ୍ଯାପକ ହୋଇଯାଇଥିଲେ ଓ ପରେ ଯୁଦ୍ଧବିଭାଗ ପବ୍ଲିସିଟି ଅଫିସର୍ ଭାବରେ କଟକରେ ଅବସ୍ଥାପିତ ହୋଇଥିଲା । ମାଟ୍ରିକ୍ଯୁଲେସ‌ନ୍ ପାସ୍ କଲା ପରେ ମୋତେ ମଧ୍ଯ ପଢିବା ଲାଗି କଟକ ଆସିବାକୁ ପଡିଥିଲା । ସେତିକିବେଳେ ସାରଙ୍କ ପାଖକୁ ମୁଁ ବହୁବାର ଯାଇଛି ଓ ଲାଭ କରିଛି ତାଙ୍କର ସସ୍ନେହ ଆତିଥ୍ଯ ଓ ଆଦର । ପ୍ରାକ୍ତନ ଛାତ୍ର ଭାବରେ ତାଙ୍କର ଏଇ ମମତା ଭୁଲିବାର ନୁହିଁ। ପରବର୍ତ୍ତୀ କାଳରେ ତାଙ୍କ ରଚନାବଳୀ ସମ୍ପର୍କରେ କିଞ୍ଚିତ ପ୍ରତିକୂଳ ଅଭିମତ ମୁଁ ଗୋଟିଏ ପ୍ରବନ୍ଧରେ ପ୍ରକାଶ କରିଥିଲା। ତଥାପି ଆମର ବ୍ଯକ୍ତିଗତ ସ୍ନେହ ଓ ଭକ୍ତିର ସମ୍ପର୍କ ତିଳେ ହେଲେ କ୍ଷୂର୍ଣ୍ଣ ହୋଇନଥିଲା। ଏହିପରି ଉଦାର ସୌଜନ୍ଯସମ୍ପନ୍ନ ଓ ସ୍ନେହଶୀଳ ଥିଲା ବୈକୁଣ୍ଠନାଥଙ୍କ ବ୍ଯକ୍ତିତ୍ୱ ।

ପବ୍ଲିସିଟି ଅଫିସର ପଦରୁ ଅବ୍ଯାହତି ଲାଭ କରି କବି ପୁଣି ପ୍ରଧାନ ଶିକ୍ଷକ , ପ୍ରୌଢଶିକ୍ଷା ଅଫିସର , ସ୍କୁଲ୍ ଇନିସ୍‌ପେକ୍ଟର ଭବେ ବିଭିନ୍ନ କ୍ଷେତ୍ରରେ କାମକରି ଅବସର ଗ୍ରହଣ କଲେ । ରାଣୀହାଟ ଗଉଡ଼ସାହିରେ ସଂକୀର୍ଣ୍ଣ ଜାଗାଟିଏ କିଣି ସେଉଠି ଛୋଟ ଘରଟିଏ ତିଆରିକରି ରହିଲେ। ଦିନେର ପୁଣି ସ୍ନାନାଗାରରେ ପଡିଯାଇ ତାଙ୍କର ଗୋଡଟି ଜଖମ ହୋଇଗଲ। ବୟସର ପ୍ରଭାବରେ ଦୃଷ୍ଟିଶକ୍ତି ମଧ୍ଯ କ୍ଷୀଣ ହୋଇ ଆସୁଥାଏ। ତଥାପି ଦୃଢମନାକବି ଅନ୍ଯ କାହାରି ସେବା ଗ୍ରହଣ କରିବାକୁ ଚାହୁଁ ନଥିଲେ। ଉପରମହଲାରେ ଗୋଟିଏ ଛୋଟ ପ୍ରକୋଷ୍ଠରେ ସେ ସ୍ୱପାକୀ ଓ ସ୍ୱାବଲମ୍ବା ଭାବେ ଚଳୁଥାନ୍ତି। ତଳ ମହଲାରେ ରହନ୍ତି ତାଙ୍କ ପରିବାରବର୍ଗ। ଅଧ୍ଯୟନ ଓ ସାମୟିକ ଲେଖାଲେଖି କରିବା ରେ ତାଙ୍କର ଅବସର କାଳ କଟିଯାଉଥିଲା। ଜରାଗ୍ରସ୍ତ ହେଲେ ବି ସେ କିପରି ଜ୍ଞାନପିପାସୁ ଥିଲେ, ତାହା ଗୋଟିଏ ପ୍ରସଙ୍ଗରୁ ଅନୁମେୟ।

୧୯୭୦ ମସିହା ଜାନୁଆରୀ ମାସର କଥା-ଦିନେ ହଠାତ୍ ସାର୍ ଙ୍କଠାରୁ ଖଣ୍ତିଏ ଚିଠି ପାଇଲି। ତାଙ୍କ ପାଖକୁ ଯିବାଲାଗି ସେ ମୋତେ ଅନୁରୋଧ କରିଛନ୍ତି ସେଇ ଚିଠିରେ। ସେଇ ଦିନ ଅପରାହ୍ନରେ ଯାଇ ତାଙ୍କ ଘରେ ପହ୍ଞ୍ଚିଲି। କ'ଣ ବା ମୋ ପାଖେ ସାର୍ ଙ୍କ କାମ। ସେତେବେଳେ ମୁଁ ଥିଲି ରେଭେନ୍ସା କଲେଜ ପୂର୍ବ ଛାତ୍ରୀବାସର ତତ୍ତ୍ୱାବଧାରକ। ଭାବିଲି, ହୁଏତ ଛାତ୍ରୀବାସରେ କାହାକୁ ରଖିବା ସମ୍ପର୍କ ରେ ମୋତେ କିଛି କହିବାକୁ ସାର୍ ଚାହାନ୍ତି। ଦୁଃଖ ସୁଖ କଥାବାର୍ତ୍ତା ହେଲାପରେ କାହିଁକି ମୋତେ ଡକାଇଛନ୍ତି ସେ କଥା ପଚାରିଲି। ସାରଙ୍କ ଉତ୍ତର ଶୁଣି ମୁଁ ବିସ୍ମିତ। କହିଲେ-" ବୁଝିଲ, ଜାନକୀ ଗୋଟିଏ ବହି ପଢିବାକୁ ମୁଁ ବହୁ ଦିନରୁ ଖୋଜୁଛି। ଶୁଣିଲି , ତମ ଲାଇବ୍ରେରୀରେ ସେହି ବହିଟି ଅଛି। ଅନେକଙ୍କୁ କହିଲିଣି, କେହି ଆଣିଦେଲେ ନାହିଁ। ତମେ ଟିକିଏ ଚେଷ୍ଟା କଲେ ପାଇବ। ବିହିଟି ହେଉଛି, ଶଶୀଭୂଷଣ ଦାସଗୁ " ଅବସକିଓଅର୍ ରେଜିଜିୟମ୍ କଲ୍ଟଜ୍ଞ " ମାତ୍ର ୧୫ ଦିନରେ ମୁଁ ତାନ୍କୁ ପଡି ଫେରାଇ ଦେବି ।"

ପଚାରିଲି - " ସାର୍ ! ଆପଣ ଆଖିକୁ ପରା ଭଲ ଦେଖାଯାଉ ନାହିଁ । ଯେତିକି ସାମାନ୍ୟ ଦେଖାଯାଉଛି ସେଥିରେ ଆଖିକୁ ବିଶ୍ଆମ ଦେବା କଥା ।

              ସେ  କହିଲେ  -  ସେଇଥିରେ  ତ  କଷ୍ଟେମଷ୍ଟେ  ଚଳୁଛି ।  ମ୍ଯାଗ୍ନିଫାଇଙ୍ଗ୍   ଗ୍ଲାସ୍ ର  ସାହାଯ୍ଯ  ତ  ନେଉଛି।  ନପଢି   ରହିପାରିବି  କେମିତି ? 
       ତା'ପରେ   ଅନେକ   ସମୟ  କଥାବାର୍ତ୍ତା,  ପରକୀୟା  ପ୍ରୀତିତତ୍ତୱ  କିପରି  ସବୁ  କାବ୍ଯ  ସାହିତ୍ଯର  ପ୍ରେରଣା ର   ଉସ୍ଚ  ସେ   ବିଷୟରେ  ତାଙ୍କର   ଅଭିମତ  ସେ  ମୋତେ  ବୁଝେଇଲେ।  ଦୋତାଲାର  ସେଇ  କ୍ଷୁଦ୍ର   ପ୍ରକୋଷ୍ଠ   ସାରା  ଗୁଡାଏ   ବହିପତ୍ର,  ଦେବ  ଦେବୀଙ୍କ   ପ୍ରତିକୃତିରୁ   ଆରମ୍ଭ  କରି  ଷ୍ଟୋଭ୍  ପ୍ରଭୃତି  ବହୁ ବ୍ଯବହାର୍ଯ୍ଯ  ଉପକରଣ।   ସେଇ   ପ୍ରକୋଷ୍ଠକୁ  ଲାଗି  ଛୋଟ  ବାଲକୋନୀ,  ସେଇଠି  ଯାଇ  ପୁଣି  କେତେ  ସମୟ  କଥାବାର୍ତ୍ତା   ହେଲୁ। ସେ  ଚାହୁଁଥିବା  ବହି  ଲାଇବ୍ରେରୀରୁ   କେହି  ନେଇ  ନଥିଲେ   ଦିନେ  ଦୁଇଦିନ  ମଧ୍ଯରେ  ଆଣି  ଦେଇ  ଯିବି  କହି  ବିଦାୟ   ନେଇ  ଫେରିଲି।
    ୨/୪   ଦିନ   ପରେ   ବହିଟି   ନିଜ   ଦାୟିତ୍ୱରେ  ଆଣି  ତାଙ୍କୁ  ଦେଇଗଲି।  ବହିଟି   ଆକାରରେ  ବେଶ୍   ବଡ।
   ପ୍ରାୟ   ୨୫୪  ପୃଷ୍ଠାର  ବହି।୧୫/୨୦   ଦିନ  ପରେ   ଯାଇ  ବୁଝିଲି,  ସାର୍   ବହିଟି  ଶେଷ   କରିପାରି  ନାହାନ୍ତି ।  ବହିଟି    ଫେରାଇବା  ଜରୁରୀ   ନଥିଲା;  ଏମିତି ୨/୩  ମାସ  ବିତିଗଲା।   ଇତ୍ଯବସରରେ   ମୋର   କଟକରୁ   ବଦଳି  ଆଦେଶ  ଆସି  ପ ହ୍ଞ୍ଚିଲା।  ଲାଇବ୍ରେରୀରୁ  ନେଇଥିବା   ସମସ୍ତ  ବହି  ଫେରାଇଦେବା   ଆବଶ୍ଯକ।  ସାର୍  ଙ୍କୁ  ଦେଇଥିବା   ବହିଟି   ଆଣିବା   ଲାଗି   ଦିନେ  ତାଙ୍କ   ପାଖକୁ  ଗଲି।
   ସାର୍   କହିଲେ-  ବହିଟିର  କାମ ସରିଯାଇଛି।  ବେଶ୍  ପାଣ୍ତିତ୍ଯପୂର୍ଣ୍ଣ   ଉପାଦେୟ  ଲେଖା।  ଯାହା  ସେଥିରୁ  ନୋଟ୍  କରିବାର  କଥା  ମୁଁ  ଟିପିରଖିଛି।   ଏହା   କହି  ବହିଟି   ଫେରାଇଦେଲେ।   କୌତୁହଳବଶତଃ   କ'ଣ  ନୋଟ୍   କଲେ   ପଚାରିବାରୁ   ତାଙ୍କ  ନୋଟ୍   ଖାତାଟି  ଦେଖାଇଲେ।   ପ୍ରାୟ   ୫୦/୬୦   ପୃଷ୍ଠା   ବ୍ଯାପୀ   ନୋଟ୍।   ସେଇ  ବହିଟିରୁ    ଏଠୁ   ସେଠୁ  ସେ  ନିଜ  ହାତରେ   ଟିପିଥାନ୍ତି। ଆଶ୍ଚର୍ଯ୍ଯରେ    ସାର୍ ଙ୍କ  ଆଡକୁ   କିଛି   ସମୟ  ଚାହିଁ  ରହିଲି।  ଧନ୍ଯ  ଏହି  ବିଦ୍ଯାନୁରାଗ।  ମନରେ   ବାରମ୍ବାର  ଏଇ  ପ୍ରଶ୍ନ  ମୋର   ଉଦିତ  ହୋଇଥିଲା।  ୬୪  ବର୍ଷ  ବୟସରେ,  ଦୃଷ୍ଟିଶକ୍ତି   କ୍ଷାଣତମ  ହେବା  ଅବସ୍ଥାରେ    ଏତେ    କଷ୍ଟ  ସ୍ୱୀକାର  କରି   ସାର୍   କାହିଁକି    ଏଇ  ନୋଟ୍  ପ୍ରସ୍ତୁତ    କରିଛନ୍ତି।   ଏଠିତ  ଚାକିରିଟିଏ  ହୋଇଗଲେ   ପୋଥିରେ  ଡୋରି  ବନ୍ଧା  ହୁଏ।  ଏପରିକି    ଶିକ୍ଷକମାନଙ୍କର   ମଧ୍ଯ  ପ୍ରମୋଶନ   ଆଶାରେ    ଅଥବା   ନାମ  ପାଇଁ   କେହି  କେହି  ଥେସିସ୍   ବା   ନିବନ୍ଧ    ପ୍ରସ୍ତୁତ  କରିଥାନ୍ତି। ମାତ୍ର   ସାର୍ ଙ୍କର   ଏ   ବୟସରେ  ଏ   ସବୁରେ  କି  ଆବଶ୍ଯକ ?

କେବଳ ଜ୍ଞାନ ଅର୍ଜନ ପାଇଁ ସିନା ଏତେ କୃଚ୍ଛା ସାଧନା। ଅନ୍ତିମ ସମୟର ଅବ୍ଯବହିତ ପୂର୍ବରୁ ମଧ୍ଯ ସେ ନିଜ ଗ୍ରାମରେ ସେଇ ଉପନିଷଦ ଚର୍ଚ୍ଚା କରି ଲୋକଙ୍କୁ ବୁଝାଇ ଶେଷ ନିଃଶ୍ୱାସ ତ୍ଯାଗ କଲେ। ଆଜୀବନ ଏହି ଜ୍ଞାନ-ତପସ୍ୱୀଙ୍କୁ କୋଟି ନମସ୍କାର। ଭାଗ୍ଯରେ ଥିଲେ ଏପରି ଶିକ୍ଷକ ସିନା ମିଳନ୍ତି।

          ତାଙ୍କଠାରୁ   ଶୁଣିଛି,  କର୍ମଗୀବନରେ   ଉପରିସ୍ଥ  ହାକିମଙ୍କ   ରୋଷ, ଔଦ୍ଧତ୍ଯ   ଓ  ସରକାରୀ    ନାଲିଫିତାର   ଅବହେଳା   ସେ  ବହୁତ   ଭୋଗିଛନ୍ତି।    ତଥାପି   ବହୁକୁଟୁମ୍ବୀ   ପରିବାରର   ନାନା   ଜଞ୍ଜାଳ  ଓ  ବାର୍ଦ୍ଧକ୍ଯରେ  ପୁତ୍ରଶୋକର    ନିଦାରୁଣ   ଆଘାତ   ମଧ୍ଯରେ  ଅବିଚଳିତ  ଉଦାସୀ  ରହି  ସେ  କାଳ  କଟାଇଗଲେ।  ଆଜୀବନ   ସାହିତ୍ଯସାଧନାର  ସ୍ୱୀକୃତି    ସ୍ୱରୂପ  ଉତ୍ତରୀୟଣ ର   କବି  ଭାବେ  ତାଙ୍କୁ  କେନ୍ଦ୍ର  ସାହିତ୍ଯ   ଏକାଡେମୀ   ଅବଶ୍ଯ  ସମ୍ମାନିତ କରିଛନ୍ତି।    ମାତ୍ର   ଆନୁଷ୍ଠାନିକ  ଭାବେ   ତାଙ୍କୁ   ସମ୍ମାନିତ  ଓ  ସ୍ମରଣ  କରିବାକୁ   ଏହିପରେ  ଆମେ  କିଛି   କରିନାହୁଁ।   ୧୯୭୮   ଜାନୁଆରୀ  ମାସ  ପହିଲାଦିନ   ସମ୍ବଲପୁର  ବିଶ୍ୱବିଦ୍ଯାଳୟ   କବିଙ୍କୁ  ସମ୍ମାନିତ  କରିବାକୁ  ଆନୁଷ୍ଠନିକ  ଭାବେ  ପୂଜ୍ଯ   ପୂଜା  ପାଇଁ  ଏକ  ପ୍ରଶଂସନୀୟ  ବ୍ଯବସ୍ଥା   କରିଥିଲେ।   ଭଗ୍ନ  ସ୍ୱାସ୍ଥ୍ଯ  ଦୃଷ୍ଟିରୁ   ସେହି  ଉସ୍ଚବରେ  ଯୋଗିଦେବା   କବିଙ୍କ  ପକ୍ଷେ  ସମ୍ବବ  ହୋଇନଥିଲା।  ମାତ୍ର  ଏହି  ଉପଲକ୍ଷେ  ସେ  ଯେଉଁ    ସାରଗର୍ଭକ   ପ୍ରବନ୍ଧଟି  ପଠାଇଥିଲେ,    ତାହା  ସେହି  ଉସ୍ଚବର  ପ୍ରଧାନ   ଅତିଥି   ଭାବେ   ଶୁଣିବାର   ସୁଯୋଗ   ଏ  ଲେଖକ  ଲାଭ  କରିଥିଲା।  ଏହି  ଥିଲା  ଲେଖକ  କବିଙ୍କ   ସାହିତ୍ଯାଦର୍ଶ  ଓ  ଜୀବନାଦର୍ଶ  ସମ୍ପର୍କୀୟ   ଏକ  ସ୍ୱୀକାରୋକ୍ତି।   ଏହି  ପରେ   ସମ୍ବଲପୁର   ବିଶ୍ୱବିଦ୍ଯାଳୟର   ମୁଖପତ୍ର   ସପ୍ତଷିରେ   ବୋଧହୁଏ   ପ୍ରକାଶ  ପାଇଛି।  ସମ୍ବବତଃ   ଏଇଟି  କବି   ବୈକୁଣ୍ଠନାଥଙ୍କ   ଶେଷ  ରଚନା।
                    କବିଙ୍କ   କାବ୍ଯସଞ୍ଚୟନ   ୧୯୪୪ରେ  ପ୍ରକାଶ  ପାଇଥିଲା।   ତାହାଙ୍କ ଉତ୍ତରାୟଣ   କବିତା   ସଙ୍କଳନ  ପାଇଁ  ସେ  କେନ୍ଦ୍ର  ସାହିତ୍ଯ  ଏକାଡେମୀ  ପୁରସ୍କାର   ପାଇଥିଲେ। ପୁସ୍ତକରୁ  ଗୋଟିକରେ  ସେ  ନିଜ  ହାତରେ  ଉପହାର  ଲେଖି   ମୋତେ   ଦେଇଥିଲେ।  ଏହାକୁ   ମୁଁ   ଏଯାବତ୍   ସଯତ୍ନରେ  ରଖିଛି  ମହାର୍ଘ  ମନେ କରି,  ଆପଣାର  ବହୁ ଅଭାବ  ଥିଲେ  ହେଁ  କେନ୍ଦ୍ର   ସାହିତ୍ଯ  ଏକାଡେମୀରୁ  ପାଇଥିବା  ସମସ୍ତ  ଟଙ୍କା,  ବଡମ୍ବୀ  କଲେଜକୁ  ଛାତ୍ରବୃତ୍ତି   ଭାବେ  ଦାନ   କରିଥିଲେ।  ସେହିପରି  ଆପଣା  ଗ୍ରନ୍ଥାବଳୀର ସ୍ୱତ୍ତ୍ୱାଧିକାର  ସେ  ଓଡିଶାର  ପ୍ରମୁଖ  ଆୟ  ଦୁଃସ୍ଥ  ସାହିତ୍ଯିକଙ୍କ   ସେବାରେ   ନିୟୋଜିତ   ହେବ  ଏହା  ହିଁ   ଥିଲା  ତାଙ୍କର  ନିର୍ଦ୍ଧାରଣ।  ଏହିପରି   ଉଦାରମନୀ   ଥିଲେ  ଶିକ୍ଷକ  କବି   ବୈକୁଣ୍ଠନାଥ।
         ପୂର୍ବତନ   ଗଡଜାତ   ବଡମ୍ବା  ଗଡରେ  ୧୯୦୪  ମସିହାରେ   ଏକ  ସମ୍ଭ୍ରାନ୍ତ  ଓ  ସଂଗତିସମ୍ପନ୍ନ   ପରିବାରରେ   ସେ   ଜନ୍ମଗ୍ରହଣ   କରିଥିଲେ।  ତାହାଙ୍କ   ନାମ  ନାରାୟଣ  ସୁମନ୍ତ   ପଟ୍ଟନାୟକ   ସେ  ଥଲେ  ନିର୍ଭୀକ  ଓ   ସ୍ୱାଧୀନଚେତା। ରାଜାଙ୍କର ଆର୍ଥିକ ଅତ୍ଯାଚାର ବିରୋଧରେ ସେ ପ୍ରତିବାଦର ସ୍ୱର ଉତ୍ତୋଳନ କରିଥିଲେ। ସେଥିପାଇଁ ସେ ତାଙ୍କ ଜନ୍ମସ୍ଥାନ ବଡମ୍ବା  ରାଜ୍ଯରୁ ଚାଲି ଯାଇଥିଲେ। ଏକ ପ୍ରକାର ଆତ୍ମନିର୍ବାସନ ବରଣ କରିନେଇଥିଲେ। ବୈକୁଣ୍ଠନାଥ ପିତାଙ୍କଠାରୁ ଏଇ ଗୁଣ ଯେପରି ଉତ୍ତରାଧିକାର ସୂତ୍ରରେ ଲାଭ କରିଥିଲେ।


           ବିଡମ୍ବାରେ ପ୍ରାଥମିକ ଶିକ୍ଷା ସମାପ୍ତ କଲା ପରେ ସେ କଟକ କଲେଜିଏଟ୍ ସ୍କୁଲରେ କେତେବର୍ଷ ଅଧ୍ଯୟନ କରିଥିଲେ । ଏହାପରେ ସତ୍ଯବାଦୀ ବନବିଦ୍ଯାଳୟ ଓ ଢେଙ୍କାନାଳ ହାଇସ୍କୁଲରେ ପଢି ସେଠାରୁ ମାଟ୍ରିକ୍ଯୁଲେସନ୍ ଓ ପରେ ରେଭେନ୍ସାରୁ ଆଇ. ଏ . ଓ ୧୯୨୬ରେ ବି .ଏ .ପାସ୍ କରିଥିଲେ। ଏହି ଅବସ୍ଥାରେ ଶିକ୍ଷକଟିଏ ହେବାକୁ ସେ କିପରି ଅଭିଳାଷୀ ହେଲେ ଏହା ବର୍ଣ୍ଣନା କରି କୁଞ୍ଜବିହାରୀ ଦାଶ ଲେଖିଥିଲେ, ବି .ଏ . ପାସ୍ କଲାବେଳକୁ ତାଙ୍କ ଘରର ଆର୍ଥିକ ଅବସ୍ଥା ଶୋଚନିୟ। ଚାକିରି ନକଲେ ନଚଳେ, କିନ୍ତୁ ମିଳୁଛି କେଉଁଠି। ବୈକୁଣ୍ଠ ପାଟଣା  ଟ୍ରେନିଙ୍ଗ କଲେଜରେ ନାମ ଲେଖାଇବାକୁ ଚେଷ୍ଟା କଲେ । ଅଭିଜ୍ଞ ଶିକ୍ଷକଙ୍କ ବ୍ଯତୀତ ସେତେବେଳେ ଟ୍ରେନିଂ କଲେଜରେ ପ୍ରବେଶର ସୁଯୋଗ ନଥିଲା । ଇଂରେଜ ସାହେବ ଅଧ୍ଯକ୍ଷ । ଦେଖା କରିବାରୁ ସେ ପଚାରିଲେ, ତୁମେ କଲେଜରେ ସିଟ୍ ପାଇବାକୁ କାହିଁକି ଆଶା କରୁଛ ?


             ବୈକୁଣ୍ଠ - ମୁଁ  ଶିକ୍ଷକ ହେବାକୁ ଚାହେଁ, ତା ' ଛଡା ମୋର ଗତ୍ଯନ୍ତର ନାହିଁ। ଆପଣ ମୋତେ ଗ୍ରହଣ କରନ୍ତୁ। ଅଧ୍ଯକ୍ଷ ପ୍ରୀତ ହୋଇ ତାଙ୍କୁ ଗ୍ରହଣ କଲେ ଓ ମାସିକ ୩୫ ଟଙ୍କାର ବୃତ୍ତି ବ୍ଯବସ୍ଥା କରିଦେଲେ । ଟ୍ରେନିଂ ପାସ୍ କଲା ପରେ ପ୍ରଥମେ ପୁରୁଲିଆ ସରକାରୀ ସ୍କୁଲରେ ଶିକ୍ଷକ ଭାବେ ସେ ଯୋଗ ଦେଇଥିଲେ। ତା ' ପରେ ପାଟଣା , କଲେଜିଏଟ୍ ତା ' ପରେ କଟକ ଟ୍ରେନିଂ ସ୍କୁଲରେ ସହକାରୀ ଶିକ୍ଷକ ବା ପ୍ରଧାନ ଶିକ୍ଷକ ଭାବେ ତାଙ୍କର ୩୨ ବର୍ଷ କଟିଥିଲା । ରେଭାନ୍ସା ଓ ଫକୀରମୋହନ କଲେଜରେ ଅଳ୍ପ କେତେବର୍ଷ ସେ ଅଧ୍ଯାପନା ମଧ୍ଯ କରିଥିଲା। ୨ ୟ ବିଶ୍ୱଯୁଦ୍ଧ ବେଳେ ପ୍ରାୟ ୩ ବର୍ଷ ସେ ଯୁଦ୍ଧପ୍ରଚାର ବିଭାଗରେ କାମ କରିଥିଲେ।
                      ଚାକିରି ଜୀବନର ପ୍ରାରମମ୍ଭ କାଳରେ ସେ ଘରୋଇ ଭବେ ପଢି କଲିକତା ବିଶ୍ୱବିଦ୍ଯାଳୟରୁ ଓଡିଆରେ ଏମ୍  .ଏ .  ପାସ୍ କରିଥିଲେ ।     ସାରା ଜୀବନ ସେ କାବ୍ଯଚର୍ଚ୍ଚାରେ ଓ କବିତା ରଚନାରେ ଆପଣାକୁ ନିୟୋଜିତ ରଖିଥିଲେ।


                          ତାଙ୍କ କବିତା ସମ୍ପର୍କରେ ଯଥାର୍ଥତଃ କୁହାଯାଇଛି  ସୁଖ ଓ ଦୁଃଖର ଗଙ୍ଗା ଯମୁନା ତାଙ୍କ କବିତାରେ ଏକାଧାରରେ ହିଁ ମିଶିଯାଇଛି। କେତେବେଳେ ସେ ମହାଦାର୍ଶନିକ ପରି ଗମ୍ଭୀର, ପ୍ରଶାନ୍ତ, କେତେବେଳେ ବିପ୍ଲବୀ ପରି ବିକ୍ଷୋଭିତ, ଅଶାନ୍ତ , କେତେବେଳେ ଏକାନ୍ତ ମାନବବାଦୀ, କେତେବେଳେ ବା ଈଶ୍ୱରପରାୟଣ। କେତେବେଳେ ଜୀବନରୁ ଦୂର ବହୁ ଦୂରେ - ସ୍ୱପନ ଲୋକେ ଗୋପନପୁରେ, କେତେବେଳେ ବା ପୂର୍ଣ୍ଣ ବାସ୍ତବବାଦୀ,ଜୀବନଚିନ୍ତାରେ ତରଙ୍ଗାକୁଳ ।


                          ଚାକିରି ଜୀବନର ଶେଷ ଭାଗରେ ସର ୧ମ ଶ୍ରେଣୀକୁ ଉନ୍ନୀତ ହୋଇଥିଲା। ସ୍କୁଲ୍ ଇନିସପେକ୍ଟର ଓ ପ୍ରଔଢଶିକ୍ଷା ଅଫିସର୍ ଭବେ । ଏପରି ସୁଯୋଗ୍ଯ ଶିକ୍ଷକ ଓ ବିଶିଷ୍ଟ କବିଙ୍କ ଜୀବନର ସାମାନ୍ଯତମ ସମ୍ପର୍କରେ ମୁଁ ଆସିପାରିଥିବାରୁ ଏହାକୁ ମୋର ସଔଭାଗ୍ଯ ମନେ କରୁଛି । ଏଭଳି ଶିକ୍ଷାବ୍ରତୀ ଶିକ୍ଷକ ଯେ ଦେଶର ଗଔରବ ଏହା କହିବା ଅନାଗଶ୍ଯକ । ଏହି ବରେଣ୍ଯ ଶିକ୍ଷକ ୧୯୭୯ ଜାନୁଆରି ୨୬ ତାରିଖରେ ଶେଷ ନିଃଶ୍ୱାସ ତ୍ଯାଗ  କରିଥିଲେ ।    କର୍ତ୍ତବ୍ଯନିଷ୍ଠ   ଶିକ୍ଷକ

ବାସୁଦେବ ମହାନ୍ତି ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ

୧୯୫୮ ମସିହା ଜୁଲାଇ ୧ ତାରିଖ।

ଗ୍ରୀଷ୍ମଛୁଟି ପରେ ସ୍କୁଲ ଖୋଲିଥାଏ, ହତା ଭିତରକୁ ସାଇକେଲ୍ ଗଡାଇ ନେଇ ଦେଖିଲି କେହି କୁଆଡେ ଦିଶୁନାହାନ୍ତି। ଘର ସବୁ ବନ୍ଦ, ଟିକେ କେମିତି ଖରାପ ଲାଦିଲା। ୨୧ ବର୍ଷର ଯୁବକ ମୁଁ। ସତ୍ଯ ଓଡିଆ ଅନର୍ସ ସହ ବିଏ ପାସ୍ କରିଥାଏ। ଯୀବନରେ ବୃତ୍ତି ଗ୍ରହଣରେ ସେ ମୋର ପ୍ରଥମ ଦିନ। ଖୁବ୍ ବେଳାବେଳି କାମଦାମ ସାରି ମୁଁ ପହ୍ଞ୍ଚିଯାଇଥାଏ। ପ୍ରାୟ ୧୦ ମିନିଟ୍ ପ୍ରତୀକ୍ଷା କଲାପରେ ପ୍ରଥମେ କାଠବାକ୍ସଟିଏ ପିଅନ୍ ଟିଏ ଆସିଲା ଓ ତା 'ପଛେ ପଛେ ଶଭ୍ରଧୋତି -ଡବଲ୍ କପ ସାର୍ଟ ପରିହିତ ଜଣେ ବୃଦ୍ଧ ବ୍ଯକ୍ତି ମୁହଁରେ ତାଙ୍କର ଗାମ୍ଭୀର୍ଯ୍ଯ ଓ କର୍ତ୍ତୃତ୍ୱ।ମୁ ପ୍ରମାଣ ଜଣାଇଲି।ତାଙ୍କର ଗମ୍ଭୀର ମୁହଁରେ ପ୍ରଶ୍ନବାଚୀ ।ଭୀତିକମ୍ପିତ ସ୍ୱରରେ ମୋର ପରିଚୟ ଦେବା ପରେ ଭିତରକୁ ଆହ୍ୱାନ କଲେ । ସେ ସେତେବେଳକୁ ପିଅନ୍ ଘର ଖୋଲି ବାକ୍ସଟିକୁ ନେଇ ନିର୍ଦ୍ଦିଷ୍ଟ ସ୍ଥାନରେ ଅର୍ଥାତ୍ ହେଡ଼୍ ମାଷ୍ଟରଙ୍କ ବାମପଟେଚେୟାର ପାଖକୁ ଲଗାଇ ରଖିସାରି।ସେ ବସିଲେ ,ମୁଁ ଠିଆ ହୋଇଥାଏ ।'ଜ ଏନିଂ ରିପୋର୍ଟ ଦିଅ'-ଖିଲେ ସେ, ଅତିକି ବେଳକୁ କେତେଜଣ ଚିହ୍ନାଶିକ୍ଷକ ଆସି ପ ହ୍ଞ୍ଚିଜିବାରୁ ମୋର ଶଙ୍କା ଭାବ କିଛି ଊଣା ହୋଇଗଲା ଓ ମୁଁ ଅନେକ ସ ହଜବୋଧ କଲି। ସେଦିନ ତାଙ୍କ ଷିଯ ସେଇ ଯାହା ଦେଖା ।


ତା'ପରେ କ୍ରମଶଃ ନିକଟତର ହୋଇ ଆସିଲେ ସେ। ଭବାନୀପାଟଣା ଜିଲ୍ଲା ସ୍କୁଲର ଅବସରପ୍ରାପ୍ତ ଦୁର୍ଦ୍ଦାନ୍ତ ହେଡ଼୍ ମାଷ୍ଟର ବାସୁଦେବ ମହାନ୍ତି ଙ୍କର ଖ୍ଯାତି ଆଖପାଖ ଛାତ୍ର-ଶିକ୍ଷକ ମହଲରେ ଯେଭଳି ଥିଲା, ବିଶେଷତଃ ସାରଦା ଏକାଡେମୀ, କନକପୁର ପ୍ରଧାନଶିକ୍ଷକ ଭାବରେ ସେ ସେଠାରେ ଯେଉଁ ସୁଶାସନ ପ୍ରତିଷ୍ଠା କରେଥିଲେ, ସେଥିପାଇଁ ଜଗନ୍ନାଥ ପୁର ହାଇସ୍କୁଲ,ତିରଣ(ତିର୍ତ୍ତୋଲ ଥାନା ଅନ୍ତର୍ଗତ) ର ମ୍ଯାନେଜିଂ କମିଟି ସସମ୍ମାନେ ତାଙ୍କୁ ନବପ୍ରତିଷ୍ଠିତ ଏ ସ୍କୁଲର ପରିଚାଳନା ପାଇଁ ପାଛୋଟି ଆଣିଥିଲେ। ସେ ସ୍ଥାନୀୟ ଅଧିବାସୀ ଥିଲେ ବୋଲି କୁହାଯାଇପାରେ । ହଗର ତାଙ୍କର ଥିଲା ସ୍କୁଲଠାରୁ ପ୍ରାୟ ୮ /୧୦ କିଲୋମିଟର ଦୂର ମହେଳ ଗ୍ରାମରେ । କିନ୍ତୁ ବାସୁ ବାବୁ କଟକ ବାଦାମବାଡି ( ଲେବର କଲୋନୀ ବିପରୀତ ପାର୍ଶ୍ୱ ) ରେ ପ୍ରଶସ୍ତ ଏକ ମହାଲା କୋଠା ତିଆରି କରି ସାରିଥିଲେ। ତାଙ୍କର କେବଳ ଦୁଇ ପୁଅ ଥିଲେ। ପ୍ରାୟ ୩୩ ବର୍ଷ ବୟସରେ ଭବାନୀପାଟଣାଠାରେ ପତ୍ନୀ ବିୟୋଗ ଘଟିବା ପରେ ସାରା ଜୀବନ ଅବିବାହିତ ରହି ସେ ପୁଅ ଦୁହିଁଙ୍କୁ ନିଜ ବକ୍ଷ୍ପୁଟରେ ବଢାଇ ମଣିଷ କରିଥିଲେ। ବଡ ପୁଅ ଦେବୀବାବୁ ସେତେବେଳେ ସିନିୟର୍ ଓ.ଏ .ଏସ୍ . ଅଫିସର ଓ ସାନପୁଅ ସବ୍ଡେପୁଟୀ ଥିଲେ। ମୁଁ ଲକ୍ଷ୍ଯ କରିଛି, ପୁଅମାନଙ୍କ କଥା କହିଲା ବେଳେ ବିଶେଷ ଭାବପ୍ରବାଣ ହୋଇ ନଉଠିଲେ ବି ବାସ୍ଚଲ୍ଯସ୍ନିଗ୍ଧ ପିତୃତ୍ୱ ତାଙ୍କର ସ୍ୱସ୍ତିବୋଧରେ ସ୍ଫୀତ ହୋଇଉଠେ। ପରକ୍ଷଣରେ ସେ ଗମ୍ଭୀର ହୋଇଯାନ୍ତି। ଆମେ ପ୍ରସଙ୍ଗ ପରିବର୍ତ୍ତନ କରି ଦେଉ।

 ବାସୁବାବୁଙ୍କର  ଦୁଇଟି  ଚାରିତ୍ରିକ  ବିଭାବ  ତାଙ୍କ  ଅଧୀନରେ   ଶିକ୍ଷକତା  କରିବାର  ଦୁଇବର୍ଷ  ମଧ୍ଯରେ  ମୋର  ଅନ୍ତରକୁ  ସ୍ପର୍ଶ  କରିଥିଲା।  ତାଙ୍କର  ସରଳ, ନିରାଡମ୍ବର  ବ୍ଯକ୍ତିଗତ  ଜୀବନଧାରା  ଓ  କଠୋର  କର୍ତ୍ତବ୍ଯପରାୟଣତା-  ଏହି  ଦୁଇଟି  ବିଭାବ   ତାଙ୍କୁ  ଅନ୍ଯମାନଙ୍କ  ଚକ୍ଷୁରେ  ମଧ୍ଯ  ଉଚ୍ଚତର  ଅସନ  ଦେଇଥିଲା। 
  ବର୍ଷାଦିନେ   ରାସ୍ତା  କାଦୁଅ  ହୋଇପଡିବାରୁ  ସାଇକେଲ  ଚଳାଇ  ୬  କିଲୋମିଟର  ରାସ୍ତା  ଅତିକ୍ରମ  କରି  ଠିକ୍  ସମୟରେ  ସ୍କୁଲରେ  ପହ୍ଞ୍ଚିବା  ମୋ  ପକ୍ଷରେ  ସମ୍ଭବ  ନ  ହେବାରୁ  ମୁଁ  କିଛି ଦିନ  ସ୍କୁଲ  ଛତ୍ରବାସରେ  ଅନ୍ତେବାସୀ  ହୋଇଥିଲି।  ସେହିଦିନ  ଗୁଡିକରେ  କୁଚିତ୍  ହେଡମାଷ୍ଟରଙ୍କ   ପାଖକୁ,  ତାଙ୍କ  ବସାକୁ  ଯାଇଥିଲେ  ବି  ମୁଁ  ଦୂରରୁ  ତାଙ୍କର  ଗତିବିଧି  ଲକ୍ଷ୍ଯ କରୁଥିଲି।  ସେ  ଭୋର  ସକାଳୁ  କି  ଶୀତ, କି  ବର୍ଷା,  କି  ଖରାଦିନମାନଙ୍କରେ  ଉଠି  ନିତ୍ଯକର୍ମ ସାରି  ପିଲାଙ୍କ  ଇଂରାଜୀ  ଖାତା  ନହେଲେ  ପରୀକ୍ଷା  ଖାତା  ଦେଖିବସିଯାନ୍ତି।  ଖାଇବାରେ  ସେପରି  କିଛି  ଆଡମ୍ବର ନଥାଏ।  ସାରୁ, କଖାରୁ,  ବାଇଗଣ,ପୋଇ ପତ୍ର  ଏ  ସବୁ  ମିଶି  ଗୋଟିଏ  ଘାଣ୍ଟ  ତରକାରୀ , ଡାଲି  ଏମିତି  ହେଲେ  ତାଙ୍କର  ବେଶ୍  ଚଳିଯାଏ।  ବିଚିତ୍ର କଥା  ପାରାମାଂସରେ  ତାଙ୍କର  ଭରି  ଲୋଭ ।  ପାରାକୁ  ସେ  ପାରୁଆ   ବୋଲି  କହନ୍ତି। ଆମେ  ଭାବୁ  ବଲାଙ୍ଗୀର  ମହାରାଜାଙ୍କ  ପୁଅମାନଙ୍କର  ଗୃହଶିକ୍ଷକ  କାର୍ଯରେ  ନିଯୁକ୍ତ ଥିବା  ବାସୁବାବୁଙ୍କ ରସନା  କେତେ  ପ୍ରକାର  ଚର୍ବ୍ଯ,  ଚୋଷ୍ଯ, ଲେହ୍ଯ, ପେୟରେ  ଅଭ୍ଯସ୍ତ  ନଥିବ। ପୁଣି  ପରିଣତ  ବୟସରେ  ସ୍ୱାଦୁକାର  ଖାଦ୍ଯ  ପ୍ରତି  ସାଧାରଣତଃ  ଯେପରି  ଆସକ୍ତି  ଲକ୍ଷ୍ଯ  କରାଯାଏ, ସେ ସବୁ ତାଙ୍କୁ ସ୍ପର୍ଶ  ନକରିଛି କିପରି? କିନ୍ତୁ ଶିକ୍ଷକତା  ତାଙ୍କ ପାଇଁ କେବଳ  ଯେ ବୃତ୍ତିବିଶେଷ ନ ଥିଲା, ଥିଲା ଜୀବନର ପରମ ଓ ଚରମ ଦୀକ୍ଷା ଓ ସେଥିପାଇଁ ଯୌବନସ୍ଥାରୁ ଅକୃତବାର ଭାବରେ କଠୋର ସଂଯମ ଆଚରଣ ଷିତ ଇନ୍ଦ୍ରିୟମାନ ଙ୍କୁସଂଯତ କରିବା ଯେ ତାଙ୍କର ଅଭ୍ୟାସଗତ ହୋଇଯାଇଥିଲା, ଏହା ଆମେ ସେତେବେଳେ ବୁଝିପାରି ନଥିଲୁ।

ପଇସାପତ୍ର ଖର୍ଚ୍ଚବାର୍ଚ୍ଚରେ ସେ ଥିଲେ ମିତବ୍ଯୟୀ ତାଙ୍କର ବ୍ଯକ୍ତିଗତ ଜୀବନ ଯେପରି ଥିଲା କଠୋର ଶୃଙ୍ଖଳାବଦ୍ଧ, ତାଙ୍କ ଦ୍ୱାରା ପ୍ରଶାସିତ ଶିକ୍ଷାନୁଷ୍ଠାନ ମଧ୍ଯ ସେହିପରି ଥିଲା ଶାନ୍ତ, ଶୁଦ୍ଧ ଓ ସମସ୍ଯାରହିତ।

ମୋର  ସ୍ପଷ୍ଟ  ମନେ ଅଛି -  ସେଦିନ  ଦଶମ ଶ୍ରେଣୀରେ ମୁଁ  ପଢାଉଥାଏ 'ଆଶ୍ରମ  ପ୍ରଭାତ'  କବିତା।  ପଢା ଚାଲିଛି-  ମଝିରେ  ମୁଁ  ଚାହିଲାବେଳକୁ  ପଛରୁ  ମୋତେ  ପ୍ରଥମେ  ଚନ୍ଦାମୁଣ୍ତଟି  ଓ  ପରେ  ଚଷମାକାଚ  ଭେଦ  କରି  ଦୁଇଟି  ଉଜ୍ଜ୍ୱଳ  ଆଖି  ଦିଶିଗଲା ।କେହି  ବୟସ୍କ  ବ୍ଯକ୍ତିଙ୍କ ସମ୍ମୁଖରେ  ନିଜର  ପାଠଦାନ  ଶୈଳୀର  ପ୍ରଥମ  ଅଭିବ୍ଯକ୍ତି,  ଆଦ୍ଯ  ଆତ୍ମ୍ ପ୍ରକାଶ  ମୋର।   ଦେହଟା  ଝାଳେଇଗଲା।  ୫/୭  ମିନିଟ୍  ପରେ ସେ  ବିଦାୟ  ନେଲେ।
  ମନରେ  କିଛି  ଆଶଙ୍କା  ନେଇ  କ୍ଲାସ୍  ଶେଷରେ  କମନରୁମ୍ କୁ  ଫେରିଲି।  ଗିଲାସେ  ପାଣି  ପିଇ  ଦମ୍ଭ  ହେଲାବେଳକୁ  ସିଆଡୁ ଆଲମିରା  ଉଢାଳରୁ  ସେଇ  ଗୋଟିଏ  ଘରେ  ପ୍ରଧାନ   ଶିକ୍ଷକଙ୍କ  ଆସ୍ଥାନ, କିରାଣୀଙ୍କ  ଦପ୍ତର,ଲାଇବ୍ରେରୀ  ଓ  ଶିକ୍ଷକ  ମାନଙ୍କର  ବିଶ୍ରାମ-ଗୃହ  ଏକତ୍ର  ଆଲମିରା-ତିରସ୍କରିଣୀ  ଦ୍ୱାରା  ବିଭାଜିତ  ହୋଇଥିଲା।  ଡାକ  ଆସିଲା, ରବିବାବୁ-ଇଆଡେ ଆସ।  ପୁଣି  ମାଡିଆସିଲା  ସଶଙ୍କ-ସଙ୍କୋଚର  ଗୋଟିଏ ମୃଦ୍ଯୁ  କଲ୍ଲୋଳ।  କ'ଣ  କିଛି  ବିଶେଷ  ଭୁଲ- ଭ୍ରାନ୍ତି  ହେଲା  କି ?   ଧୀର  ପଦକ୍ଷେପରେ  ତାଙ୍କ  ପାଖରେ  ପହ୍ଞ୍ଚିଲା  ବେଳକୁ  ରେଜିଷ୍ଟ୍ରରଟିଏ  ଖୋଲା  ହୋଇ  ଥୁଆହୋଇଛି । 'ପଢ' । ପଢିଲି।  ଅଣତାଲିମ ପ୍ରାପ୍ତ  ଶିକ୍ଷକର  ପ୍ରଥମ  ଶ୍ରେଣୀ  ପରିଦର୍ଶନରେ  ବହୁ  ଅଭିଜ୍ଞତାସମ୍ପନ୍ନ  ପ୍ରଧାନଶିକ୍ଷକଙ୍କର  ମନ୍ତବ୍ଯ।  ଆଜି  ବି  ମନେ  ପଢୁଛି,  କଳାପଟା  ବ୍ଯବହାର  କରିନଥିବା  ସେଥିରେ ମୋର  ଏକମାତ୍ର  ଦୋଷ  ବୋଲି  ଲେଖାଥିଲା।  ଅନ୍ଯାନ୍ଯ  ମନ୍ତବ୍ଯ  ମୋ  ପକ୍ଷରେ  ଥିଲା  ଏକାନ୍ତ  ଉତ୍ସାହଜନକ।  

ଆଉ ଗୋଟିଏ ଦିନର କଥା-ସେଦିନ ପ୍ରଧାନଶିକ୍ଷକ ଦଶମଶ୍ରେଣୀ ପିଲାଙ୍କୁ ଇଂରାଜୀ କବିତା ପଢାଇବେ ବୋଲି ଆମକୁ ଆଗୁଆ ଜଣାଇ ଦିଆଗଲା। ମୁଁ ଆଦର୍ଶ ପାଠଦାନ କିପରି ଦିଆଯାଏ, ଜାଣିନଥାଏ,ମନରେ ଅଜସ୍ର କୌତୁହଳ ଥାଏ। ମନେ ଅଛି, ବାସୁବାବୁ ପ୍ରଥମେ ପିଲାମାନଙ୍କୁ ପ୍ରଶ୍ନ କଲେ, ହୁ ନୋଜ୍ ମହାତ୍ମା ଗାନ୍ଧୀ ଗୋଟିଏ ପିଲା ଉଠି କହିଲା, " ଆଇ ନୋ ମହାତ୍ମା ଗାନ୍ଧୀ " ତା' ପରେ ପ୍ରଶ୍ନ ହେଲା,'ହ୍ୱାଟ୍ ୱାଜ୍ ହି?' ଅନ୍ଯ ଗୋଟିଏ ପିଲା ସଙ୍ଗେ ସଙ୍ଗେ ଉଠିପଡି କହିଲା, "ହି ୱାଜ୍ ଏ-ଗ୍ରେଟ ପ୍ଯାଟ୍ରିୟଟ୍ " ଏଇ ପ୍ଯାଟ୍ରିୟଟ୍ ରୁ ଅଳ୍ପ କେତେକ ପ୍ରଶ୍ନୋତ୍ତର ପରେ ସେ ପ୍ରସଙ୍ଗଟିକୁ ସୂଚାଇବା ସହିତ କଳାପଟାରେ ଲେଖିଦେଲେ ବାରବାରା ଫ୍ରେଜି ଦୁଇ ତିନୋଟି ପଦ ସେ କବିତାରୁ ସେଦିନ ସେ ପଢାଇଲେ। ଶିକ୍ଷକତା ପାଇଁ ପ୍ରସ୍ତୁତ ହେଉଥିବା ମୋର ଅନ୍ତରାତ୍ମା ସେଭଳି ଆଦର୍ଶ ପାଠଦାନରେ ସେଦିନ ପରିତୃପ୍ତ ହୋଇ ଯାଇଥିଲା। କି ସରଳତା ବ୍ଯଞ୍ଜନ ଅଭିବ୍ଯକ୍ତି। କି ପ୍ରାଞ୍ଜଳ ଅବବୋଧ। ପରବର୍ତ୍ତୀ କାଳରେ ମୁଁ ବିଇଡି ପଢିଲି । କେତେ ଆଦର୍ଶ ପାଠଦାନ ପ୍ରତ୍ଯକ୍ଷ କଲି। କିନ୍ତୁ କୌଣସି ସାହାଯ୍ଯକାରୀ ଉପାଦାନ ବିନା ମଫସଲ ସ୍କୁଲର ସାଧାରଣତଃ ଇଂରାଜୀରେ ଦୁର୍ବଳ ଥିବା ପିଲାମାନଙ୍କୁ ସେଦିନ ବାସୁବାବୁ ଯେଉଁ ପ୍ରଣାଳୀରେ, ଯେଉଁ ଉପାୟରେ ଓ ଯେଭଳି ସରଳ ଭାଷା ଓଭାବର ସମବାୟରେ ସେହି ଦେଶାତ୍ମବୋଧମୂଳକ କବିତାଟି ପଢିଇ ଓ ପଢାଇଥିବା ବିଷୟକୁ ଆଦାୟ କରି ପାଠଦାନ ଶେଷ କରିଥିଲେ, ତାହା ମୁଁ ଅନ୍ଯତ୍ର ପ୍ରାୟତଃ ଦେଖିନାହିଁ।


ଛାତ୍ରାବାସରେ ଥିବା ସମୟରେ ସ୍କୁଲର ଗୋଟିଏ କମ୍ଯୁନିଟି ସେଟ୍ ରେଡିଓ ଆସିଲା। ପ୍ରଧାନଶିକ୍ଷକ ମୋତେ ଡାକି ନୂଆ ଦାୟିତ୍ୱଟିଏ ଦେଇ ବସିଲେ। ସେଇଟି ନ୍ଯୁଜ୍ ବୁଲେଟିନ୍। ମୁଁ ରେଡିଓ ଖବରକାଗଜରୁ ଗୁରୁତ୍ୱପୂର୍ଣ୍ଣ ସମ୍ବାଦ ସଂଗ୍ରହ କରି କାଗଜରେ ପ୍ରଥମେ ଲେଖେ। ପରେ ସବୁ ପିଲେ ଦେଖିପାରିଲା ଭଳି ସ୍ଥନରେ ରଖାଯାଇଥିବା କଳାପଟାରେ ବଡ ବଡ ଅକ୍ଷରରେ ଲେଖିଦିଏ। ଛାତ୍ରାବାସରେ ଥିବା ପର୍ଯ୍ଯନ୍ତ ମୁଁ ମାସ ମାସ ଧରି ଏ କାର୍ଯ୍ଯଟି କରୁଥିଲି। ପ୍ରଧାନ ଶିକ୍ଷକ ମୋର ନିଷ୍ଠରେ ସନ୍ତୁଷ୍ଟ ହୋଇଥିବା ମୁଁ ସହକର୍ମୀମାନଙ୍କ ଠାରୁ ଜାଣିବାକୁ ପାଏ। ବେଳେବେଳେ ବାତ୍ସ ଲ୍ଯ ଭାବରେ ଉଦବେଳିତ ହୋଇ ବାସୁବାବୁ ଗୋଟିଏ ହାତରେ ମୋତେ ଭିଡି ଧରି କହିପକାନ୍ତି, ରବିଟି ଭାରି ଭଅଲ। ଅନ୍ଯମାନଙ୍କୁ ମଧ୍ଯ ଛାତ୍ର ଶିକ୍ଷକ ନିର୍ବିଶେଷରେ ସେ ଏହିପରି ଆଦର କରିଥାନ୍ତି। ୧୯୫୯-୬୦ ମସିହାର ଏକାଦଶ ଶ୍ରେଣୀ ପିଲାଏ ଯେଉଁ ଗ୍ରୁପ୍ ଫଟୋ ଉଠାଇଥିଲେ ସେଥିରେ ବାସୁବାବୁ ଅଛନ୍ତି, ମୁଁ ବି ଅଛି। ତାକୁ ଚାହିଁଲେ ବାସୁବାବୁ ମୋର ମନେ ପଡନ୍ତି।

    ୧୯୬୦  ମସିହାର  ସ୍କୁଲ  କାମ  ଆରମ୍ଭ  ହେଉ  ନହେଉଣୁ  ମୁଁ  ଷ୍ଟାଇପେଣ୍ଡ୍    ପାଇ  ବିଇଡି  ପଢିବାକୁ   ରାଧାନାଥ  ଟ୍ରେନିଂ  କଲେଜ  ଆସିଲି।  ପରେ  ଗାଁ  ସ୍କୁଲକୁ  ଫେରିପାରିଲି ନାହିଁ କିମ୍ବା ବାସୁବାବଙ୍କୁ ଆଉ ଦେଖି ପାରିଲି ନାହି । ଜୀବନ ସଂଗ୍ରାମର ତୀବ୍ର କୋଳାହଳ  ମଧରେ ସେ ହୁଏତ ମୋର ମନେ ପଡ଼ିଛନ୍ତି  ,କିନ୍ତୁ ସାକ୍ଷାତର ସୁଯୋଗ ଆଉ କେବେ  ଆସି  ନାହିଁ।  ଖବରକାଗଜରୁ  ପଢି  ଜାଣିଲି,ସେ  ଇହଧାମରୁ  ବିଦାୟ  ନେଇଛନ୍ତି।  ୧୯୭୧  ମସିହା  ଜାଗର  ଅମାବାସ୍ଯା  ଦିନ   ଢେଙ୍କାନାଳରେ  ପୁତ୍ରର  କର୍ମସଥଳୀରେ ଶେଷନିଃଶ୍ୱାସ   ନେଲାବେଳକୁ  ବାସୁବାବୁ  ୭୭ ବର୍ଷ  ବୟସ  ଅତିକ୍ରମ  କରିସାରିଥିଲେ।  ପୁରୀ  ଜିଲ୍ଲା  ସ୍କୁଲ  ଶତିବର୍ଷିକା  ସ୍ମରଣୀକାରେ  ଉତ୍ତୀର୍ଣ୍ଣ   ଛାତ୍ରମାନଙ୍କ  ତାଲିକାରେ  ୧୯୧୩  ମସିହାରେ  ପ୍ରଥମ  ଶ୍ରେଣୀରେ  ଏଣ୍ଟ୍ରାନ୍ସ  ପାସ୍  କରିଥିବା  ଛାତ୍ରଙ୍କ  ମଧ୍ଯରେ  ବାସୁଦେବ  ମହିନ୍ତିଙ୍କ  ନାମ  ଲିପିବଦ୍ଧ  ଥିବାର  ମୁଁ  ଦେଖିଛି।   ତେଣୁ  ସେ୧୮୯୬-୯୭ରେ  ଜନ୍ମଗ୍ରହଣ  କରିଥିବା  ଅନୁମାନ  କରାଯାଇପାରେ।


ବାସୁବାବୁ ଥିଲା ତାଙ୍କ ଲୋକପ୍ରଚଳିତ ନାମ। ସେ ଭବାନୀପାଟଣା ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ଭାବେ ଅବସର ନେଇଥିଲେ। ଡକ୍ଟର ମାୟାଧର ମାନସିଂହ ଓ ଅଧ୍ଯାପକ ରାଜକିଶୋର ରାୟଙ୍କ ଭଳି ବ୍ଯକ୍ତି ତାଙ୍କ ଅଧୀନରେ ସହକାରୀ ଶିକ୍ଷକ ଭାବେ କାର୍ଯ୍ଯ କରିଥିଲେ ସ୍ୱନାମଧନ୍ଯ ଶିକ୍ଷାବିଦ୍ ରାମସ୍ୱାମୀ ସେନାପତି ଓ ଅନ୍ଯ ଅନେକ ଥିଲେ ତାଙ୍କର ଛାତ୍ର। ସେ ଅସରକାରୀ କର୍ମକ୍ଷେତ୍ରରୁ ଅବସର ନେବାପରେ ଦୀର୍ଘଦିନ ଧରି ଘରୋଇ ସ୍କୁଲମାନଙ୍କର ପ୍ରଧାନ ଶିକ୍ଷକ ଭାବରେ ଦକ୍ଷତାର ସହିତ କାର୍ଯ୍ଯ ଚଳାଇଥିଲେ। ମୁଁ ୧୯୪୯ ମସିହାରେ କମନ୍ ଏମ୍ ଇ ପରୀକ୍ଷା ଦେବା ପାଇଁ କନକପୁର ହାଇସ୍କୁଲ କୁ ଗଲାବେଳେ ସେ ସେଠାରେ ପ୍ରଧାନ ଶିକ୍ଷକ ଥିଲେ। ୧୯୫୫ ମସିହାରୁ ୧୯୬୯ ମସିହା ପର୍ଯ୍ଯନ୍ତ ଦୀର୍ଘ ୧୪ ବର୍ଷ କାଳ ସେ ଜଗନ୍ନାଥପୁର ହାଇସ୍କୁଲ, ତିରଣର ପ୍ରଧାନ ଶିକ୍ଷକ କାର୍ଯ୍ଯ ନିର୍ବାହ କରିଥିଲେ। ସ୍କୁଲଟି ପୂରାପୂରି ସରକାରୀ ହୋଇଯିବାର ଅବ୍ଯବହିତ ପୂର୍ବରୁ ସେ ସେଠାରୁ ବିଦାୟ ନେଇଥିଲେ। ତାଙ୍କ ଭଳି ସଦାକର୍ମତତ୍ପର ବ୍ଯକ୍ତି ଯେତେବେଳେ ନିର୍ଦ୍ଦିଷ୍ଟ ଭାବେ କର୍ମହୀନ ହୋଇପଡିଲେ ସେତେବେଳେ ସାରା ଜୀବନର ପୁଞ୍ଜିଭୂତ ଅବସାଦ ବୋଧହୁଏ ତାଙ୍କୁ ଗ୍ରାସ କଲା ଓ ଧୀରେ ଧୀରେ ତାଙ୍କର ଜୀବନପ୍ରଦୀପ ନିର୍ବାପିତ ହୋଇଆସିଲା।


 ବାସୁବାବୁ  ସେପରି  ଅସାଧାରଣ  କୀର୍ତ୍ତିଶାଳୀ  ପୁରୁଷ  ନଥିଲେ   ମଧ୍ଯ  ଅମାୟିକ  ଥିଲେ।  ମୋ  ଜାଣିବାରେ  ମଡର୍ଣ୍ଣ  ରିଭ୍ଯୂ,ଝଙ୍କାର,ଷ୍ଟେଟସମ୍ଯାନ  ଇତ୍ଯାଦି  ଅଳ୍ପ  କେତେକ ପତ୍ରପତ୍ରିକା ସେ ପଢ଼ୁଥିଲେ । ସେପରି ବିଦ୍ୱାନ, ବକ୍ତା ବା ଲେଖକ ସେ ଥିବାର ମୁଁ ଜାଣେ ନାହିଁ ।

କିନ୍ତୁ ସେ ଥିଲେ ଜଣେ ଭଲ ମଣିଷ । ଦୃଢଚେତା, କର୍ତ୍ତବ୍ୟନିଷ୍ଠ ଓ ଅର୍ଥାଦି ବ୍ୟାପାରରେ ସଚ୍ଚୋଟ ଥିବାରୁ ତାଙ୍କର ଯେଉଁ ଦୃଢ ବ୍ୟକ୍ତିତ୍ୱ ଥିଲା, ତାହାକୁ ବାରମ୍ବାର ନମସ୍କାର କରିବାକୁ ଆଗ୍ରହ ଆସୁଥିଲା । ସେଭଳି ବ୍ୟକ୍ତିମାନଙ୍କର ସଂଖ୍ୟା ହୁଏତ ଊଣା ହୋଇଆସୁଛି। ବିଦ୍ୟାୟତନମାନଙ୍କରେ ଏବେ ଏବେ ସେଭଳି ବ୍ୟକ୍ତିତ୍ୱ ପରିସ୍ଫୁଟ ହେବା ଭଳି ବାତାବରଣ ସଙ୍କୁଚିତ ହୋଇ ଆସୁଥିଲା ବେଳେ ସେ ବାରମ୍ବାର ମନେ ପଡ଼ନ୍ତି । ତାଙ୍କର ଛୋଟ ପିଲାଟିଏ ପରି ଖିଲି ଖିଲି ହସ ଓ "ରବିଟି ଭ‌ଅଲଟିଏ' ଏବେ ବି ମୋ କାନରେ ବାଜିଉଠେ । ମନେ ହୁଏ, କର୍ତ୍ତବ୍ୟନିଷ୍ଠା ଓ ଚରିତ୍ରବତ୍ତାର ସେ ନିଜେ ପ୍ରତିମୂର୍ତ୍ତି ଥିବାରୁ ତାଙ୍କୁ ଭଲ ଲାଗିଥିବା ସରଳ ବ୍ୟକ୍ତିଙ୍କ ପ୍ରତି ସଦାବେଳେ ତାଙ୍କ ହୃଦୟରେ ଶୁଭାକାଂକ୍ଷା ଓ ଆଶିଷର ଫଲ୍‌ଗୁ ପ୍ରବାହିତ ଥିଲା । ସେ ବାସ୍ତବରେ ଏକ ସ୍ମରଣୀୟ ବ୍ୟକ୍ତିତ୍ୱ ।


କେନ୍ଦୁଝରରେ ନାରୀ ଶିକ୍ଷାର ପ୍ରବର୍ତ୍ତିକା ଶିକ୍ଷିକା

                                              କିରଣ କୁମାରୀ ମହାରଣା
                                              ଶ୍ରୀ ରମେଶ ଚନ୍ଦ୍ର ଚକ୍ରବର୍ତ୍ତୀ

ଆଜିକାଲିକାର କେନ୍ଦୁଝର ଜିଲ୍ଲା ଆଗେ ଗୋ ଟିଏ ଗଡଜାତ ରାଜ୍ୟ ଥିଲା।ଅତୀତରେ ଦୀର୍ଘଦିନଧରି କେନ୍ଦୁଝର ଗଡଜାତର ରାଜା ନଥିବାରୁ ଏହା ବ୍ରିଟିଶ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଶାସିତ ହେ ଉଥିଲା ।ତେଣୁ କେନ୍ଦୁଝର ଗଡଜାତ ଓଡିଶାର ଅନ୍ଯାନ୍ଯ ଗଡଜାତ ମାନଙ୍କ ତୁଳନାରେ ଆୟତନରେ ଦିତୀୟ ବୃହତ୍ତମ ରାଜ୍ଯ ହୋଇଥିଲେ ମଧ୍ଯ ଶିକ୍ଷା କ୍ଷେତ୍ରରେ ଆଶାନୁରୂପ ଅଗ୍ରଗତି କରିପାରି ନଥିଲା। ଯେଉଁଠାରେ ସାଧାରଣ ଶିକ୍ଷା ବିଶେଷ ଆଗେଇ ନଥିଲା, ସେଠାରେ ନାରୀଶିକ୍ଷା କଥା ଚିନ୍ତା କରିବା ବିଡ଼ମ୍ବନା ମାତ୍ର । କିନ୍ତୁ ଆଜି ସମୟର ରଥଚକ ଘୂରିଯାଇଛି। କେବଳ ଶିକ୍ଷାକ୍ଷେତ୍ରରେ କାହିଁକି, ନାରୀ ଶିକ୍ଷା କ୍ଷେତ୍ରରେ ମଧ୍ୟ କେନ୍ଦୁଝର ଅଧୁନା ଉଲ୍ଲଖନୀୟ ଅଗ୍ରଗତି କରିଛି। କେନ୍ଦୁଝରରେ ଏକଧିକ ମହିଳା ମହାବିଦ୍ୟାଳୟ। ବାରଟି ବାଳିକା ହାଇସ୍କୁଲ୍ ଓ ଅନେକ ବାଳିକା ନିମ୍ନମାଧ୍ୟମିକ ତଥା ପ୍ରାଥମିକ ବିଦ୍ୟାଳୟ ମାନ ସ୍ଥାପିତ ହୋଇଛି। ଲୋକମାନେ ନିଜ ଉଦ୍ୟମରେ ଏଭଳି ଅନୁଷ୍ଠାନମାନ ପ୍ରତିଷ୍ଠା କରି ତାହା ଚଳାଉଛନ୍ତି। କିନ୍ତୁ କେନ୍ଦୁଝରରେ ନାରୀଶିକ୍ଷା ଏଭଳି ପ୍ରସାର ଲାଭ କରିବା ନିମନ୍ତେ ଯେଉଁମାନେ ଅକ୍ଳାନ୍ତ ପରିଶ୍ରମ, ତ୍ୟାଗ, ନିଷ୍ଠା, ଧୌର୍ଯ୍ୟ ଓ ଆନ୍ତରିକତା ପ୍ରଦର୍ଶନ କରିଥିଲେ ଯାହାର ସୁଫଳ ଏବେ ମିଳୁଛି ସେମାନଙ୍କ ମଧ୍ୟରେ ଶ୍ରୀମତୀ କିରଣ କୁମାରୀ ମହାରଣା ଅଗ୍ରଗଣ୍ୟ।। ତାଙ୍କର ଅତୀତର ପ୍ରଚେଷ୍ଟା ଏବେ ମଧ୍ୟ କେନ୍ଦୁଝରର ଅଧିହିବାସୀମାନେ ପାସୋରି ନାହାନ୍ତି।

୧୯୨୭ ମସିହା ଜାନୁଆରି ମାସ ୨୦ ତାରିଖ ଦିନ ଶ୍ରୀମତୀ କିରଣ କୁମାରୀ ମହାରଣା କଟକରୁ ଆସି କେନ୍ଦୁଝର ଗଡ଼ ଟାଉନ୍ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ଭାବେ ଯୋଗ ଦେଲେ। ତାଙ୍କ ଆସିବା ବେଳକୁ ବାଳିକା ସ୍କୁଲ୍ ର ପ୍ରଧାନ ଶିକ୍ଷକ ଥିଲେ ପଣ୍ତିତ ହଳଧର ମିଶ୍ର।

ମାଘ ମାସ ଶୀତ। ପଣ୍ତିତ ହଳଧର ମିଶ୍ର ମହାଶୟ ବାହାରେ ବସିଛନ୍ତି। ମାତ୍ର ଚାରିଜଣ ପିଲା ତାଙ୍କ ପାଖରେ ପଢ଼ୁଥାନ୍ତି। ଦାୟିତ୍ୱ ହସ୍ତାନ୍ତର କରି ସେ ଅନ୍ୟତ୍ର ଚାଲିଗଲେ। ସ୍କୁଲ୍ ରେ ମାତ୍ର ଦୁଇ କୋଠରୀ ବିଶିଷ୍ଟ ଛୋଟ ଘରଟିଏ ଥାଏ। ଛାତ୍ରୀ ଉପସ୍ଥାନ ଦେଖି ନବାରତ କିରଣ କୁମାର ମନେ ମନେ ପ୍ରମାଦ ଗଣିଲେ। କିନ୍ତୁ ହତୋତ୍ସାହ ହେଲେ ନାହିଁ। ସେ ଛାତ୍ରୀ ସଂଗ୍ରହ କରିବା କାମରେ ଲାଗିପଡ଼ିଲେ। ଲୋକମାନେ ଥିଲେ ରକ୍ଷଣଶୀଳ ଲୋକେ ଘରର ଦରଜା ବନ୍ଦକରିଦିଅନ୍ତି। 'ଝିଅମାନେଙ୍କୁ ଏଇ ମାଷ୍ଟ୍ରାଣୀ ପାଠ ପଢ଼େଇ ଖିରସ୍ତାନ କରିଦେବ। ଆମ ଝିଅମାନେ ପାଠ ପଢ଼ିଲେ ଆମକୁ ମାନିବେ ନାହିଁ। ଜୋତା ପିନ୍ଧିବେ, ଛତା ଧରିବେ, ଅଙ୍ଗା ନାଇବେ । ଘରେ ରନ୍ଧାବଢ଼ା କରିବେ ନାହିଁ। ଆମେ ଝିଅଙ୍କୁ ପାଠ ପଢ଼େଇବୁ ନାହିଁ। କିନ୍ତୁ ଶ୍ରୀମତୀ ମହାରଣାଙ୍କ ନିରବଚ୍ଛିନ୍ନ ସଶ୍ରଦ୍ଧ ଚେଷ୍ଟା ଫଳରେ ଛାତ୍ରୀସଂଖ୍ୟା ଆସି କୋଡ଼ିଏରେ ପହଞ୍ଚିଲା। ସେତେବେଳେ ବାଳିକା ସ୍କୁଲରେ ପାଇଖାନା ଆଦି ହୋଇଥାଏ। କୂଅ ନଥାଏ। ଛୋଟ ଝିଅମାନେ ଅବେଳରେ ସ୍କୁଲ୍ ଭିତରେ ଏକ ବା ଦୁଇ କରି ଦିଅନ୍ତି। ପିଲାମାନଙ୍କ ସିଙ୍ଗାଣି ପୋଛିଦେବା, ନଖ କାଟି ଦେବା, ମୁଣ୍ତ କୁଣ୍ତେଇଦେବା ପାଠ ସାଙ୍ଗକୁ ଏସବୁତ ତାଙ୍କର ନିୟମିତ କାମ ହୋଇଥାଏ। ଯେଉଁ ଗରିବ ଝିଅଗୁଡ଼ିକ ଦୂର ସ୍ଥାନରୁ ଆସିଥାନ୍ତି, ଖେଳ ଛୁଟି ବେଳେ ଘରକୁ ଖାଇବାକୁ ଯାଇନପାରନ୍ତି ସେମାନଙ୍କ ପାଇଁ ସେ ନିଜ ହାତରୁ ପଇସାଦେଇ ମୁଢ଼ି କିଣି ଖାଇବାକୁ ଦିଅନ୍ତି। ନିଜ ହାତରୁ ସିଲଟ୍ , ବହି , ଖାତା ଆଦି କିଣି ଅତି ଗରିବ ଝିଅମାନଙ୍କୁ ଯୋଗାନ୍ତି।

ସେ ୧୯୦୫ ମସିହା ଜୁଲାଇ ମାସ ଆଠ ତାରିଖ ଦିନ କଟକର ପେଟନ୍ ସାହିତ୍ୟରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତାଙ୍କ ନାମ ସ୍ବର୍ଗତ ଆଶାନନ୍ଦ ମହାରଣା । ତଙ୍କର ଶିକ୍ଷା ମିଶନ୍ ବାଳିକା ସ୍କୁଲରେ ସମାପ୍ତ ହେବା ପରେ ସେ ଶିକ୍ଷୟତ୍ରୀ ଭାବେ ତାଲିମ ନେଇଥିଲେ। ୧୯୧୭ରେ କେନ୍ଦୁଝରରେ ପ୍ରାଥମିକ ବିଦ୍ୟାଳୟମାନଙ୍କରେ ହେଡ୍ ପଣ୍ଡିତ ଭାବେ କାର୍ଯ୍ୟ କରୁଥିବା ପ୍ରଧାନ ଶିକ୍ଷକ ୧୨ ଟଙ୍କା ଲେଖଏଁ ବେତନ ପାଉଥିଲେ। କିନ୍ତୁ ଶ୍ରୀମତୀ ମହାରଣା ଚାକିରିରେ ୩୦ ଟଙ୍କା ବେତନରେ ନିଯୁକ୍ତି ହୋଇଥିଲେ। ନାରୀଶିକ୍ଷା ପ୍ରସାର ନିମନ୍ତେ ଏତାଦୃଶ ଅଧିକ ବେତନର ବ୍ୟବସ୍ଥା କରାଯାଇଥିଲା।

କେନ୍ଦୁଝର ଗଡ଼ ଟାଉନ୍ ବାଳିକା ନି·ପ୍ରା· ବିଦ୍ୟାଳୟର ଛାତ୍ରୀ ଉପସ୍ଥାନ ଦିନକୁ ଦିନ ବଢ଼ିବାକୁ ଲାଗିଲା। ଜଣେ ଶିକ୍ଷୟିତ୍ରୀଙ୍କ ସ୍ଥାନରେ ଚାରିଜଣ ଶିକ୍ଷୟିତ୍ରୀ ନିଯୁକ୍ତି ହୋଇ ଆସିଲେ। ଶ୍ରୀମତୀ ମହାରଣାଙ୍କର ପରିଶ୍ରମ ଓ ନିଷ୍ଠା ଫଳରେ ସ୍କୁଲର କ୍ରମଶଃ ଉନ୍ନତି ହେଲା। ସ୍କୁଲ୍ ରେ ନୂତନ ପକ୍କା ଗୃହ, ହତା ଚାରିପଟେ ପାଚେରୀ ଆଦି ନିମିତ ହେଲା। ସ୍କୁଲର ପାଇଖାନା, ବଗିଚାପାଇଁ ମାଳି, ସ୍କୁଲ୍ ପାଇଁ ନାରୀଚପରାଶି, ଆଦି ରହିଲେ। ସ୍କୁଲରେ ସିଲେଇ ଓ ହାତକାମ ଆଦି ଶିକ୍ଷା ଦିଆଗଲା। ହାତକାମ ଓ ସିଲେଇ କାମ ପାଇଁ ଅଧିକ ଘର ଦରକାର ହେଲା। ସିଲେଇ ମେସିନ୍ ମାନ ସ୍କୁଲକୁ ଆସିଲା, ଝିଅମାନଙ୍କ ମଧ୍ୟରେ ଗାର୍ଲସ୍ ଗାଇଡ଼୍ ଓ ବ୍ଲୁ ବାର୍ଡ଼ ଦଳ ସଂଗଠିତ ହେଲା। ଏସବୁ ସଙ୍ଗଠନରେ ଶ୍ରୀମତି ମହାରଣା ନତୃତ୍ୱ ଦେଲେ।

ସ୍କୁଲ୍ ହତାରେ ଓ ସ୍କୁଲ୍ ବାରଣ୍ତାରେ ରଖାଯାଇଥିବା କୁଣ୍ତରେ ନାନାଦି ଦେଶୀ ବିଦେଶୀଫୁଲଗଛ, ବଗିଚାରେ ଋତୁକାଳୀନ ଫସଲ ଓ ଶାକସବଳି ହସିଉଠିଲା। ସ୍କୁଲ୍ ରନ୍ଧା ଘରେ ଝିଅ ମାନଙ୍କୁ ରନ୍ଧନଶିକ୍ଷା ଦିଆଗଲା। ପିଲାମାନେ ସ୍କୁଲକୁ ଆସିବା ପାଇଁ ୨୦/୨୫ ଜଣ ପିଲା ବସିପାରିବା ଭଳି ହାତଟଣା ଗାଡିର ବ୍ୟବସ୍ଥା ମଧ୍ୟ କରାଗଲା। ବର୍ଷରେ ଦୁଇଥର ପୁରସ୍କାର ବିତରଣ ସଭାର ସୁବନ୍ଦୋବସ୍ତ ହେଲା। ଥରେ ସହରର ଅନ୍ୟାନ୍ୟ ପ୍ରାଥମିକ ସ୍କୁଲମାନଙ୍କ ସହିତ ଯୋଗ୍ୟତାମୁଳକ ପୁରସ୍କାର ଓ କେବଳ ବାଳିକା ସ୍କୁଲ୍ ପାଇଁ ସ୍ପୋର୍ଟସ୍ ପ୍ରାଇଜର ବ୍ୟବସ୍ଥାର ହେଲା। ଏଥିରେ ଉଚ୍ଚାଙ୍ଗ ସଂଗୀତ ଓ ଅଭିନୟ ପ୍ରଦର୍ଶିତ ନିଯୁକ୍ତ ହେଲେ।

ଶ୍ରୀମତୀ ମାହାରାଣୀଙ୍କ ଜୀବନ ବୃତ୍ତାନ୍ତକୁ ବାଦ୍-ଦେଇ କେନ୍ଦୁଝରରେ ନାରୀଶିକ୍ଷାର କ୍ରମବିକାଶ ପ୍ରସଙ୍ଗକୁ ଆଲୋଚନା କଲେ ତାହା ଅସମ୍ପୂର୍ଣ୍ନ ହୋଇ ରହିବ। ଶ୍ରୀମତୀ ମାହାରାଣୀଙ୍କ ନିଃସ୍ବାର୍ଥ ସେବା, ଅସୀମ ଧୈର୍ଯ୍ୟ ଓ ଆଦର୍ଶ ଶିକ୍ଷୟିତ୍ରୀ ଜୀବନ ଓ କେନ୍ଦୁଝରରେ ନାରୀଶିକ୍ଷାର ସାହେବା ଶ୍ରୀମତୀ ମନୋଜ ମଞ୍ଜରୀ ଦେବୀଙ୍କର ଏଥିଲାଗି ପ୍ରୋସ୍ଥାହସନ ଓ ପୃଷ୍ଠପୋଷକତା ମଧ୍ୟ ଅଦ୍ୟାବଧି ଉଣା ସ୍ମରଣୀୟ ହୋଇନାହିଁ।

ଶ୍ରୀମତୀ ମାହାରାଣୀ ଗାର୍ଲସ ଗାଇଡ୍ ଓ ବ୍ଲୁ ବାର୍ଡ ଛାତ୍ରୀମାନଙ୍କୁ ସରକାରୀ ଖର୍ଚ୍ଚରେ ନେଇ କଲିକତା ରାଲିକୁ ଯାଇଥିଲେ। ତା'ଛଡା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନମାନଙ୍କୁ ଶିକ୍ଷାମୂଳକ ପର୍ଯଟନରେ ମଧ୍ୟ ଯାଉଅଥିଲେ। ସେ କେବଳ ଶିକ୍ଷାନୁଷ୍ଠାନରେ ତାଙ୍କର କାର୍ଯ୍ୟ ପରିସରକୁ ସୀମାବଦ୍ଧ ରଖିନଥିଲେ। ସେ ଜଣେ ଲେଖିକା 'ବନବୀଣା' , 'ଯୁଗଯାତ୍ରୀ' ଓ 'ମିଳନୀ' ରେ ତାଙ୍କର କେତେକ ଗଳ୍ପ ଓ କବିତା ସ୍ଥାନ ପାଇଛି। ତାଙ୍କର ସାର୍ଥକ ସୃଷ୍ଠିରୁ ଦୁଇପଦ ନିମ୍ନରେ ଉଲ୍ଲେଖ କରାଯାଉଛି।

ଅପେକ୍ଷା

ଆସ ଆସ ମମ ହୃଦୟ ଦେବତା ପଥ ଚାହିଁ ପଥେ ବସିଛି
ବ୍ୟଥା ଭରେ ଆଜି ନୟନ ରେ ନୀରେ ହୃଦୟ ମନ୍ଦିର ଭିଜୁଛି।
ତବ ରୁପରାଜି ନାଚୁଛି ନୟନେ ସପନେ କିଅବା ନିଶି ଜାଗରଣେ
ତବ ପ୍ରେମ ସୁଧା ତମ ସ୍ମୃତି ସଖା ଜପାମାଳି ଆଜି କରିଛି।
ଝାଡି ଦିଅ ନାଥ ତବ ପଦଧୂଳି ଗାରମା କଳଙ୍କ ଦିଅ ହୃଦେ ଦଳି,
ନାଶ ଗର୍ବ ଦମ୍ଭ ମାନ ଅଭିମାନ ଗୋପନେ ଯା' ଆଜି ଭରିଛି।
(ମିଳନୀ ବନବୀଣା 'କବିକଣ୍ଠେ ବଳଦେବ' ସଂଖ୍ୟା' ୧୯୮୩) ତାଙ୍କ ଚେଷ୍ଟା ଫଳରେ ୧୯୨୭ ମସିହାରେ ଭଗ୍ନ ପ୍ରାୟ ବାଳିକା ନି·ପ୍ରା· ବିଦ୍ୟାଳୟଟି କ୍ରମେ ଉଚ୍ଚପ୍ରାଥମିକ, ତା' ପରେ ମଧ୍ୟ ଇଂରାଜୀ ଓ ଶେଷରେ ଏକ ଉଚ୍ଚ ଇଂରାଜୀ ସ୍କୁଲରେ ପରିଣତ ହୋଇପାରିଛି। ସ୍କୁଲଟି ମଧ୍ଯ ଇଂରାଜୀ ବିଦ୍ୟାଳୟ ହେବାରୁ ସେ ପ୍ରଧାନ ଶିକ୍ଷୟିତ୍ରୀ ପଦରୁ ସହକାରୀ ଶିକ୍ଷୟିତ୍ରୀ ପଦ ଗ୍ରହଣ କଲେ ମଧ୍ୟ ତାଙ୍କର ସମ୍ମାନରେ ଆଞ୍ଚ ଆସି ନଥିଲା। ସହରର ଅନ୍ୟତମ ସରକାରୀ ବାଳିକା ଉଚ୍ଚ ଇଂରାଜୀ ବିଦ୍ୟାଳୟ ଆରମ୍ଭ ହେବାରୁ ସେ ସେଥିପାଇଁ ମଧ୍ୟ ଛାତ୍ରୀ ଯୋଗାଡ଼ କରିଦେବା ପାଇଁ କୁଣ୍ଟିତା ହୋଇଥିଲେ। ସେ ଅନ୍ୟ ସ୍କୁଲମାନଙ୍କର ତଥା ବୃତ୍ତି ପରିକ୍ଷା ଦେଇଥିବା ଛାତ୍ରୀମାନଙ୍କର ସିଲେଇ ଆଦିର ପରୀକ୍ଷିକା ଭାବେ ମୂଲ୍ୟାୟନ କରୁଥିଲେ। ତାଙ୍କର ମୁରବିମାନଙ୍କ ସହିତ ଯେଉଁ ଅତୁଟ ଯୋଗାଯୋଗ ଥିଲା ତାହା କଳ୍ପନାନିତ। ସେ ସ୍ତ୍ରୀ ଲୋକ ଓ ଛାତ୍ରୀମାନଙ୍କର ମା' ମାନଙ୍କୁ ନେଇ ନିୟମିତ ସଭା କରନ୍ତି। କୌଣସି ଝିଅ ଦୁଇ ତିନି ଧରି ଅନୁପସ୍ଥିତ ରହିଲେ ସ୍ରମତୀ ମହାରଣା ତାଙ୍କ ଘରେ ଯାଇ ପହଞ୍ଚୁଥିଲେ। ଜ୍ୱର ବାଧିକା ହୋଇଥିଲେ ଗଛ ଉପାଡ଼ିବା, ଚେରମୂଳ ବାନ୍ଧିବା, ଝଡ଼ାଫୁଙ୍କା କରିବା ସେତେବେଳେକାର ରୀତି ଥିଲେ। ଶ୍ରୀମତୀ ମହାରଣା କାହାରି ଆତ୍ମ୍ ବିଶ୍ୱାସ ଉପରେ ବାଧା ନଦେଇ ଏଥିସାଙ୍ଗକୁ ଔଷଧପତ୍ରର ବ୍ୟବସ୍ଥା ମଧ୍ୟ କରାଉଥିଲେ। ସେ ପ୍ରଥମେ ଆସି ତତ୍-କାଳୀନ ଲେଡ଼ି ଡ଼ାକ୍ତର ଶ୍ରୀମତୀ ବସନ୍ତ କୁମାରୀ ବାନାର୍ଜୀଙ୍କ ସହିତ ଅନେକ ଦିନ ରହିଥିଲେ। ତେଣୁ ସେ ଅନେକ ରୋଗର ସାଧାରଣ ଚିକିତ୍ସା, ରୋଗୀର ଆବଶ୍ୟକ ସେବା ଯତ୍ନରେ ବେଶ୍ ପାରଙ୍ଗମ ହୋଇପାରିଥିଲେ।

ଏବେ ତାଙ୍କଲର ବୟସ ଅଶୀ ପାଖେଇଲାଣି। ତଥାପି ଗାଁ ସାହିରେ ସେବା କାର୍ଯ୍ୟ କରିବାକୁ ସେ ଆଗଭର। କାହା ଘରେ ବାହା ବନ୍ଦାପନା ହେଉଛିତ ସେ ତାଙ୍କ ଘରେ ଯାଇ କାର୍ଯବ୍ୟସ୍ତ, କିଏ ଯଦି ମରିଯାଇଛି କିରଣ ମାଷ୍ଟ୍ରାଣି ସାଶ୍ରୁ ଲୋଚନରେ କିନ୍ତୁ ଧୈର୍ଯ୍ୟର ସହିତ ତାଙ୍କ ଘର ଲୋକଙ୍କୁ ପ୍ରବୋଧନା ଦେଉଛନ୍ତି। ରାଜ ଅନ୍ତଃପୁର ଠାରୁ ଦରିଦ୍ର ପ୍ରଜାର ଭଗ୍ନ କୁଟୀର ପର୍ଯ୍ୟନ୍ତ ସବୁଠି ତାଙ୍କର ଆଦର। ସମସ୍ତେ ତାଙ୍କର ନିଜର।

ସେ ଦୀର୍ଘ ଏକଚାଳିଶି ବର୍ଷ ସେହି ସ୍କୁଲରେ କାର୍ଯ୍ୟକରି ୧୯୬୭ ମସିହା ଜୁଲାଇ ମାସରେ ଅବସର ଗ୍ରହଣ କଲେ। କିନ୍ତୁ ତାଙ୍କର ରହିବା ଘରଟି ସରକାରଙ୍କର ଶିକ୍ଷା ବିଭାଗୀୟ ଘର ବୋଲି ଦାବି କରି ତାଙ୍କର ପେନ୍-ସନ୍ ମିଳୁନଥିଲା। ବହୁ ଚେଷ୍ଟା ପରେ ଆଇନ ଅଦାଲତରେ ଆଶ୍ରୟ ନେଇ ସେ ସେଥିରେ ଡ଼ିଗ୍ରୀ ପାଇଥିଲେ ମଧ୍ୟ ତାଙ୍କୁ ପୁରା ପେନ୍ ସନ୍ ନମିଳିବାରୁ କେବଳ ସେ ଏକା ନୁହନ୍ତି ସ୍ଥାନୀୟ ସଚେତନ ଲୋକମାନେ ମଧ୍ୟ ଦୁଃଖିତ। ସରକାରୀ ଚାକିରୀରୁ ଅବସର ନେବା ପରେ ସେ ସ୍ଥାନୀୟ କନ୍ ଭେଣ୍ଟ ସ୍କୁଲରେ ଦୁଇବର୍ଷ ଶିକ୍ଷୟିତ୍ରୀ ହୋଇଥିଲେ।

କେନ୍ଦୁଝର ଗଡ଼ରେ ୧୯୪୨ ମସିହା ଗଣେଶ ପୂଜା ଦିନ ଆରମ୍ଭ ହୋଇଥିବା ଜ୍ଞାନ ପ୍ରସାରଣା ପାଠାଗାର ହିଁ କେନ୍ଦୁଝରରେ ସାଧାରଣ ପାଠାଗାର ଆନ୍ଦୋଳନର ପ୍ରଥମ ଦୀପ ଶିକ୍ଷା।ଶ୍ରୀମତୀ ମହାରଣା ଏଠାକାର ପାଠାଗାର ଆନ୍ଦୋଳନକୁ ସବୁପ୍ରକାର ସାହାଯ୍ୟ ଓ ପ୍ରୋତ୍ସାହ୍ନ ଦେଇଛନ୍ତି। ତାଙ୍କର ଶିକ୍ଷୟିତ୍ରୀ ଜୀବନର ସେବାକୁ ସ୍ୱୀକୃତି ଦେଇ କେନ୍ଦୁଝର ଗଡ଼ ପୌରସଭା ଓ କେନ୍ଦୁଝରର ସାଂସ୍କୃତିକ ଅନୁଷ୍ଟାନ 'ମିଳନୀ ସାହିତ୍ୟ ସଂସଦ' ତାଙ୍କୁ ମାନପତ୍ର ଓ ସମ୍ବର୍ଦ୍ଧନା ଦେଇଛନ୍ତି।

ସରକାରୀ ପେନ୍-ସନ୍ ପାଉନଥିଲେ ମଧ୍ୟ ଈଶ୍ୱରଙ୍କର ଅସୀମ କରୁଣା ଥିବାରୁ ତାଙ୍କର ଏକମାତ୍ର ପୁଅ, ରାଜ୍ୟରେ ଜଣେ ପ୍ରାଶାସନିକ ଅଧିକାରୀ ଓ ନୀତି ଜଣେ ଯନ୍ତ୍ରୀ। ତେଣୁ ସେ ଖାଇବା ଓ ପିନ୍ଧିବାରେ କଷ୍ଟ ଭୋଗି ନାହାନ୍ତି। ସେ ଜଣେ ଈଶ୍ୱରବିଶ୍ୱାସୀ ମହିଳା। ସେ କେନ୍ଦୁଝରକୁ ଖୁବ୍ ଭଲ ପାଆନ୍ତି। ମା' ଝିଅ ଓ ନାତୁଣୀ ତିନିସ୍ତରର ଛାତ୍ରୀ ହୋଇଛନ୍ତି ତାଙ୍କ ପାଖରେ ଗୋଟିଏ ଗୋଟିଏ ପରିବାରର। ତାଙ୍କୁ କେନ୍ଦୁଝର ଗଡ଼ରେ ସଭିଏଁ ଜାଣନ୍ତି, ମାନନ୍ତି। ସେ ସମସ୍ତଙ୍କୁ ସ୍ନେହ କରନ୍ତି।ସମସ୍ତେ ତାଙ୍କୁ ଭକ୍ତି କରନ୍ତି। ଅଧ୍ୟବସାୟୀ ଶିକ୍ଷକ

                                                                   ପଣ୍ତିତ ମୃତ୍ୟୁଞ୍ଜୟ ରଥଶର୍ମା
                                                                               ଶ୍ରୀ ଅଲେଖ ଦାଶ

ସୀତା ନବମୀ। ୧୯୮୪ ମସିହା ମଇ ମାସ ୯ ତାରିଖ। ବିନ୍ଦୁସାଗରରେ ତୀର୍ଥ ଯାତ୍ରା ତଥା ସ୍ଥାନୀୟ ବ୍ୟକ୍ତିଙ୍କ ସ୍ନାନ ପୂଜାଅର୍ଚ୍ଚନା ଚାଲିଛି। ପୂର୍ବାହ୍ନ ୧୦:୪୦ ମିନିଟ୍ ସମୟ। ଜନସମାଗମ କ୍ରମଶଃ ବୃଦ୍ଧି ପାଇଲା। ସେହି ଅନୁସାରେ ଗହଳ ଚହଳ ବଡ଼ିଲା। ହଠାତ୍ ଏକ ସମ୍ବାଦ ସ୍ନାନର୍ଥୀ ତଥା ଯାତ୍ରୀମାନଙ୍କୁ ଆନ୍ଦଳିତ କଲା। ସମସ୍ତେ ଚାହିଁଥାନ୍ତି ବିନ୍ଦୁସାଗରକୁ। ବୁଡ଼ିଯାଇଥିବା ଲୋକକୁ ଉଦ୍ଧାର କରାଯିବ କେତେବେଳେ। ସେତେବେଳେକୁ ସେ ଜୀବିତ ଥିବ ତ? ପୂର୍ବାହ୍ନରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଅସଂଖ୍ୟ ବ୍ୟକ୍ତି ସୂର୍ଯ୍ୟାଲୋକରୁ ଚନ୍ଦ୍ରାଲୋକ ପର୍ଯ୍ୟନ୍ତ ବିନ୍ଦୁସାଗର କୂଳରେ ରୁଣ୍ତ ହୋଇଥାଆନ୍ତି। କେତେଜଣ ସନ୍ତରଣପଟୁ ଯୁବକ ହଟାତ୍ ପାଣିକୁ ଡ଼େଇଁପଡ଼ିଲେ। ମାତ୍ର ଠାବ କରିପାରିଲେ ନାହିଁ। ସେଦିନ ଶେଷ ସ୍ନାନଥିଲା ତାଙ୍କର ବିନ୍ଦୁସାଗରରେ। ସେତେବେଳକୁ ୮୦ଟି ଶରତ୍ ପୂର୍ଣିମା-ଚନ୍ଦ୍ର ସେ ଦର୍ଶନ କରିଥିଲେ। ଦେହ ସେତେବେଳକୁ ଥରୁଥିଲା। ବିନ୍ଦୁସାଗରକରୁ ପଙ୍କ ଉଝଳା ଯାଇଥିଲା। ତେଣୁ କୂଳରୁ ଗଭୀରତା ଆରମ୍ଭ ହୋଇଥିଲା।ସେ ପହଁରା ଜାଣିନଥିଲେ। ଗୋଡ଼ ଖସିଗଲା। ବାସୁଦେବ ଘାଟରେ ସେ ଅକାଳ ମୃତ୍ୟୁ ଲାଭ କଲେ। ପୁରୁଣା ଭୁବନେଶ୍ୱରରେ ଘର କରିଥିବା ଆଗନ୍ତୁକମାନେ କହିଲେ ମୃତ୍ୟୁଞ୍ଜୟ ରଥ ସ୍ୱର୍ଗଲାଭ କଲେ। ଦେଖଣାହାରୀମାନେ କୁହା କୁହି ହେଲେ ପଣ୍ତିତ ମୃତ୍ୟୁଞ୍ଜୟ ରଥ ସଲିଳ ସମାଧି ଲାଭ କଲେ। ଦମକଳ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ମଧ୍ୟରାତ୍ରିକୁ ଶବ ଉଦ୍ଧାର କରାଗଲା।

ପଣ୍ତିତ ମୃତ୍ୟୁଞ୍ଜୟ ରଥଶର୍ମା ୧୯୦୪ ମସିହା ମଇ ମାସରେ ପୁରୁଣା ଭୁବନେଶ୍ୱରର ଦରଜୀ ସାହି ବା ରାମାୟଣୀ ସାହିରେ ଭୂମିଷ୍ଠ ହୋଇଥିଲେ। ପିତା ହରିହର ରଥ ସାକ୍ଷୀଗୋପାଳ ମଣ୍ଡଳ ଅନ୍ତର୍ଗତ ଭୀ ମପୁର ଶାସନରୁ ଆସି ତୀଥି ରେ ବାସ କରୁଥିଲେ। ପୁତ୍ରର ଜନ୍ମ ସମୟରେ ମନ୍ଦିର ମଧ୍ୟରେ ପୁତ୍ର ମାନସ କରୁଥିବା ହରିହର 'ମୃତ୍ୟୁଞ୍ଜୟ'

ନାମ ଶୁଣିଥିଲେ। ନବଜାତ ଶିଶୁର ନାମ ତାହା ହିଁ ରଖିଥିଲେ। ପିତାମାତାଙ୍କର ଜୀବନାବଧି ନାମକରଣ୍ଟି ଯଥାର୍ଥ ଥିଲା। ମାତ୍ର ମୃତ୍ୟୁତ ଅଜେୟ। ଦେହଧରି ତାକୁ ସେ ଜୟ କରିଥାନ୍ତେ କିପରି?

ମୃତ୍ୟୁଞ୍ଜୟ ପୁରୁଣା ଭୁବନେଶ୍ୱରରେ ନି·ପ୍ରା·, ଉ·ପ୍ରା· ପାଠଶିକ୍ଷା କରିଥିଲେ। ତାଙ୍କର କକେଇ ଶ୍ରୀ ଜଗନ୍ନାଥ ରଥ ମଧ୍ୟପ୍ରଦେଶର ମୋରେନରେ ସଂସ୍କୃତ ପଣ୍ତିତ ଥିବାରୁ ସେଠାରେ ସେ ସଂସ୍କୃତ ଶିଚା ଆରମ୍ଭ କଲେ। ପରେ ପୁରୀ ସଦାଶିବ ସଂସ୍କୃତ ମହାବିଦ୍ୟାଳୟରୁ ସ୍ମତି ଶାସ୍ତ୍ରରେ ଆଚାର୍ଯ୍ୟ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ୫୦ ଟଙ୍କା ବୃତ୍ତି ଲାଭ କଲେ। ସେ ମଧ୍ୟ ଆୟୁର୍ବେଦରେ ମଧ୍ୟମା ପାସ୍ କଲେ। ସେତେବେଳେ ବିଦ୍ୱାନ୍-ମାନେ ଚାକିରି ପଛରେ ଧାଉଁ ନଥିଲେ। ଚାକିରି ବିଦ୍ୱାନଙ୍କୁ ନିମନ୍ତ୍ରଣ ଜଣାଉଥିଲା। ମୃତ୍ୟୁଞ୍ଜୟ ରସୁଲକୁଣ୍ତା () ସ୍ଥଳ, ଜ୍ଞାନ ବିତରଣ କେନ୍ଦ୍ର ଭଗବାନପୁର ଶାସନସ୍ଥ ଟୋଲ, ମୃତ୍ୟୁଞ୍ଜୟ ରଥଙ୍କ ଥିଲା ସେମ ସ୍ତରର। ଦେବୋପମ ଚେହେରା। ଗୋରା ତକ୍ ତକ୍ । ମୁହଁର ବାଁ ପଟରେ କଳାଯାଇ । ମୁଣ୍ଡରେ ଲୋଭନୀୟ କୁଞ୍ଚୁକୁଞ୍ଚୁଆ ବାଳ ସହ ସୁଦୀର୍ଘ ଶିଖା ତାଙ୍କୁ ଖୁବ୍ ମାନୁଥିଲା। ୭୫ ବୟଃକ୍ରମରେ ବି ତାଙ୍କର ତେଜସ୍ମିତା ହ୍ରାସ ପାଇ ନ ଥିଲା। ଧୋତି , ପଞ୍ଜାବି, ଦୋସଡ଼ା, ହଳଦିଆ ବା ଲାଲ ରଙ୍ଗର ପଞ୍ାବୀ ଗାମୁଛା ଏବଂ ନାହିରି ଚାକିରି ବେଳକୁ ନୁଆ ପାଟଣା ମଠା ଥିଲା ତାଙ୍କର ପରିଧାନ ତାଙ୍କୁ ଖୂବ ମାନୂଥିଲା ମସ୍ତକଏର ରାମାନନ୍ଦ ଚିତା ପଦରେ କଠାର ଓ ହାତରେ ଛତାଧରି ପଣ୍ୀଡଃ ମରୁତ୍ୟ ବ ହୁଏଲାକ ଏର ବାରି ଏହାଇ ଯ ଉ ଥିଲୈ । ତାଙ୍କର ଚେହେରା ପୋସାକ ତ୍ଥା ବାକ୍ୟଲାପରୁ ସେ ଜଣେ ବ୍ରାହ୍ମଣ ଏବଂ ସଂନ୍ସକୃତ ଶିକ୍ଷକ ବୋଲି ସହଜରେ ଜାଣିହେଉଥିଲା । ଟୋଲଟି ଗ୍ରାମ ବାହାରେ ଏକ ନିକାନ୍ଚନ ସ୍ଥାନରେ ଅବସ୍ଥିତ ଥିବାବେଳେ ଛାତ୍ରାବାସ, ଶାସନର ମଦ୍ଧ୍ୟ ଭାଗରେ ଗ୍ରାମର କୋଠାଘରେ ଚଳୁଥିଲା । ତାହାଥିଲା ଏକ ବଖରା ଚାଳଘର, ଶିକ୍ଷକ ତ୍ଥା ୨୦ ଜଣ ଛାତ୍ରଙ୍କ ରହଣି ସ୍ଥଳ, ରୋଷଘର,ଭୋଜନକକ୍ଷ । ବାଡିରେ ୠତୁକାଳୀନ ଫସଲ,ବିଲାତି ବାଇଗଣ ,ଲଙ୍କା ମରିଚ, କଦଳୀ,କନ୍ଦମୁଳ ଚାଷ କରାଯାଇ ଦୈନିକ ବ୍ୟବହାରରେ ଲାଗୁଥିଲା । ପାଣି ଛାଟି େସ କରନ୍ତି । ନାକ;ପାଟି ଧୂଅଣନ୍ି ।ପ୍ରେତକ ଅନ୍ ବାସୀ ଏଥୀେର ତାଙ୍କୁ ଅନୁସଣ କରନ୍ି ,ତାପେର ବିଦ୍ୁତ ତାହାର ଅନେକ ଉନ୍ନତି କରିଥିଲେ। ପରେ ୧୮ ବର୍ଷ ମ୍ୟୁନିସିପାଲିଟି ବାଳିକା ହାଇସ୍କୁଲ୍, ଥୋରିଆସାହି କଟକରେ ସଂସକୃତ ଶିକ୍ଷକ ଭାବେ କାର୍ଯ୍ୟ କଲେ। ୧୯୭୫-୭୭ରେ ବିନ୍ଦୁସାଗରତଟସ୍ଥ ଗଜପତି କୃଷ୍ଣଚନ୍ଦ୍ର ସଂସକୃତ ମାହାବିଦ୍ୟାଳୟରେ ସେ ଅଧ୍ୟାପକ ଓ ୧୯୭୮ରେ ଶ୍ରୀଜଗନ୍ନାଥ ସଂସକୃତ ବିଶ୍ୱବିଦ୍ୟାଳ୍ୟ ଶ୍ରୀବିହାର ପୁରୀରେ ଧର୍ମଶାସ୍ତ୍ର ଅଧ୍ୟାପକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ତାଙ୍କର ଜୀବନାବଧି ୮୦ ବର୍ଷ ମଧ୍ୟରୁ ସେ ୪୯ ବର୍ଷ ଶିକ୍ଷକତା କରିଥିଲେ।

ପଣ୍ତିତେ ଥିଲେ ଅସାମାନ୍ୟ ସ୍ମୃତିଧର। ତାଙ୍କର ଆଦର୍ଶ ଓ ନିଷ୍ଠାପର ଶିକ୍ଷାଦାନ ହେତୁ ପ୍ରତିବର୍ଷ କିଛି ଛାତ୍ରବୃତ୍ତି ଅନୁଷ୍ଟାଙ୍କୁ ଆସୁଥିଲା। ସଂସକୃତରେ ସର୍ବୋଚ୍ଚ ନମ୍ବର ରଖି ତାଙ୍କ ଛାତ୍ରମାନେ ଉତ୍ତୀର୍ଣ ହେଉଥିଲେ। ତାଙ୍କର ପରୀକ୍ଷା ଖାତା ମୂଲ୍ୟାୟନ ଥିଲା ସଂପୂର୍ଣ ପକ୍ଷପାତିତା ରହିତ।

ପଣ୍ତ୍ତିତେ ବର୍ଷ ମଧ୍ୟରେ ଦଶହରା, ଦୋଳ, ଗ୍ରୀଷ୍ମ ଓ ବଡ଼ଦିନ ଛୁଟିରେ ଘରକୁ ଯାଉଥିଲେ। ଅନ୍ୟ ଛୁଟି ସେ ଉପଭୋଗ କରୁନଥିଲେ।ଛାତ୍ର ମାନଙ୍କୁ ଏପରି ଛୁଟି ଦେଉଥିଲେ ଯାହାଦ୍ୱାରା ଛାତ୍ର ପର୍ବପର୍ବାଣୀରୁ ବଞ୍ଚିତ ହେଉନଥିଲେ କିମ୍ବା ଛାତ୍ରାବାସ ଶୂନ୍ୟ ରହୁନଥିଲା। ପଣ୍ତିତେ ଥିଲେ ଜ୍ଞାନର ଭଣ୍ତାର। ସେ ଯେଉଁ ଅବସ୍ଥାରେ ତାଆନ୍ତୁ ନା କାହିଁକି ଛାତ୍ର ପ୍ରଶ୍ନ କଲେ ତା'ର ଉତ୍ତର ସେ ଦେଉଥିଲେ। ପାଠ ଥିଲେ ତାଙ୍କ ମୁହେଁ ମୁହେଁ। ସେ ଥିଲେ ତେଜସ୍ୱୀ, ଥିଲେ ମଧ୍ୟ ଅନର୍ଗଳ ବକତା। ସେ ଟଙ୍କା ପୁସାରେ ସାଧୁ ସଚ୍ଚୋଟ ଥିଲେ। ସ୍ନେହ ଓ ସଦ୍-ଭାବନା ତାଙ୍କଠାରେ ସବୁ ସମୟରେ ସୁଲଭ ଥିଲେ।

କୌଣସି ଛାତ୍ର ଅଧିକ ଦିନ ଅନୁପସ୍ଥିତ ରହିଲା ସେ ବାର୍ତ୍ତାଦେଇ ଛାତ୍ର ପଠାଇ ବିଫଳ ହେଲେ ସ୍ୱ୍-ୟଂ ଛାତ୍ର ପାଖରେ ପହଞ୍ଚି ଯାଉଥୁଲେ। ଖୁବ୍ ଦୂରରେ ବସି ପଢ଼ୁଥିବା ଛାତ୍ରକୁ ମଧ୍ୟ ସେ ସ୍ୱରରୁ ବାରି ଧରି ପାରୁଥିଲେ। ତାଙ୍କର ଶ୍ରବଣ ଇନ୍ଦ୍ରିୟ ପ୍ଖର ଥିଲା। ଛାତ୍ରମାନେ କହନ୍ତି ପିତଳ କାନ ପଣ୍ତିତଙ୍କର। ଛାତ୍ର ଉଚ୍ଚସ୍ୱରରେ ପଠନ କଲେ ହୃଦୟତନ୍ତ୍ରୀରେ ପାଠ ରହିଯିବ; ତେଣୁ ବଡ଼ ପାଟିରେ ପଢ଼ାଉଥିଲେ ଓ ପିଲାଙ୍କୁ ସେପରି ଢ଼ଙ୍ଗରେ ପଢ଼ିବାକୁ ଉପଦେଶ ଦେଉଥିଲେ। ପାହାନ୍ତା ପଢ଼ାରେ ପଣ୍ତିତଙ୍କର ଖୁବ୍ ବିଶ୍ୱାସ। ସେ କୁହନ୍ତି ରାତିରେ ମସ୍ତିଷ୍କ ଥୟ ରହେ। ରାତ୍ରି ର ଶେଷ ମୁହୂର୍ତ୍ତ ବା ର୍ବାହ୍ମମୁହୂର୍ତ୍ତ ପଢ଼ା ସ୍ଥାୟୀ ଭାବେ ମନେ ରହିଯାଏ। ସେତେବେଳେ ସଂସ୍କୃତ ଅନାଦୃତ ଭାଷା ଥିଲା। ବ୍ୟାକରଞତ କଠିନ ନିୟମ୍ ଯୋଗୁଁ ଏହାର ଆଦର ଊଣା ଥିଲା। ହଳଦିଆରେ ୧୯୪୬ରୁ ଏମ୍·ଇ· ସକୁଲ୍ ଖୋଲିଲା। ଲୋକେ ଆଶୁଅର୍ଥକରୀ ବିଦ୍ୟା ପ୍ରତି ଆଗ୍ରହୀ ହେଲେ। ମାତ୍ର ପଣ୍ତିତଙ୍କ ବ୍ୟକ୍ତିତ୍ୱ ଓ ପ୍ରଚେଷ୍ଟରୁ ଟୋଲ୍-ର ଛାତ୍ର ସଂଖ୍ୟାରେ ସ୍ଥିରତା ଥିଲା। ଛୁଟିଦିନ ଗୁଡ଼ିକରେ ସେ ଛାତ୍ରଙ୍କ ସଙ୍ଗରେ ନେଇ ଛାତ୍ରସଂଗ୍ରହ ଅଭିଯାନ କରୁଥିଲେ। ବାଙ୍କି, ବାଘମାରି, ଖୋରଧା, ଭୁବନେଶ୍ୱରର ପିଲା ହଳଦିଆରେ ପଢ଼ୁଥିଲେ। ଆଜିକାଲି ଏଭଳି ଉଦ୍ୟମକୁ ନିରକ୍ଷରତା ଦୂରୀକରଣ ବା ସାକ୍ଷରତା ଅଭିଯାନ କୁହାଯାଉଛି।

ପଣ୍ତିତଙ୍କର ବଡ଼ ଅବଦାନ ବଦୁଷ୍ଟ, ପଥଭ୍ରଷ୍ଟ, ନିଶାଖୋର ଛାତ୍ରର ଚରତ୍ର ପରିବର୍ତ୍ତନ ଏହି କାମ ଯୋଗୁଁ ମୁରବୀ ମହଲରେ ସେ ପ୍ରସିଦ୍ଧି ଅର୍ଜନ କରିଥିଲେ। ଜନୈକ ବାଙ୍କି ଅଞ୍ଚଳର ପିତୃମାତୃହୀନ ବ୍ରାହ୍ମଣ ବାଳକ ବାଲ୍ୟକାଳରୁ ଗୁଲି ଖାଇଲା। ପଣ୍ତିତେ ତା' ର ଦାୟିତ୍ୱ ନେଲେ। ହଠାତ୍ ତା' ର ଅଭ୍ୟାସରେ ପରିବର୍ତ୍ତନ ନଆଣି ଧୀରେ ଧୀରେ ତାକୁ ସେ ନିଶାମୁକ୍ତ କରିଥିଲେ। ବହୁ ଦୁଷ୍ଟ ଛାତ୍ରଙ୍କୁ ସେ ଆୟତ୍ତାଧୀନ କରି ପାରିଥିଲେ। ସେଥିପାଇଁ ମୁରବୀମାନେ ନିଜ ନିଜ ପିଲାଙ୍କର ଦାୟିତ୍ୱ ପଣ୍ତିତଙ୍କୁ ଦେଇ ନିଶ୍ଚିତ ରହୁଥିଲେ।

ପଣ୍ତିତେ ନୈଷ୍ଠିକ ବ୍ରାହ୍ମଣ ହେଲେ ମଧ୍ୟ ବ୍ରାହ୍ମଣେତର ଜାତିର ଛାତ୍ରଙ୍କୁ ଗ୍ରହଣ କରିବାରେ କୁଣ୍ଟା ପ୍ରକାଶ କରିନାହାନ୍ତି। ତାଙ୍କରି ପ୍ରଚେଷ୍ଟରୁ ଶ୍ରୀ ଅଭୟ ଚରଣ ସ୍ୱାଇଁ ଓଡ଼ିଶାର ପାଲାଗାଯକ ହେଲେ। ବାଙ୍କି ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଭ୍ରମରବର ସ୍ୱାଇଁ ପଣ୍ତିତଙ୍କର କୃଉତି ଛାତ୍ର। କୃତୀ ଛାତ୍ରମାନେ ଶିକ୍ଷକଙ୍କର କୃତିତ୍ୱର ପ୍ରମାଣ ପତ୍ର। ପଣ୍ତିତଙ୍କ ଛାତ୍ର ଶ୍ରୀ କୁଳମଣି ମିଶ୍ର ଶର୍ମା ସଦାଶିବ ସଂସ୍କୃତ ମହାବିଦ୍ୟାଳୟରେ ଧର୍ମଶାସ୍ତ୍ର ଅଧ୍ୟାପକ ହୋଇଥିଲେ। ପଞ୍ଜିକା ସଂଶୋଧକ ଭାବେ ସେ ରାଷ୍ଟ୍ରପତି ପୁରସ୍କାର ଲାଭ ରିଥିଲେ। ସେ ରାଜ୍ୟ ଶିକ୍ଷକ ସମ୍ମାନ ଲାଭ କରିଥିଲେ। ଅନ୍ୟ ଜଣେ ଛାତ୍ର ବେଗୁନିଆ ହାଇସ୍କୁଲର ସଂସ୍କୃତ ଶିକ୍ଷକ ଶ୍ରୀ ନୀଳକଣ୍ଠ ରଥ ୧୯୭୭ରେ ରାଜ୍ୟ ଶିଚକ ସମ୍ମାନ ଲାଭ କରିଥିଲେ। ବାଙ୍କି ଶିଶୁଆର ଯାଜ୍ଞିକ ଶ୍ରୀ ଭଗବାନ ମିଶ୍ର ପଣ୍ତିତଙ୍କର ଛାତ୍ର।

ଭୁବନେଶ୍ୱରର ୩ ନମ୍ବର ହାଇସ୍କୁଲର ସଂସ୍କୃତ ଶିକ୍ଷକ ଶ୍ରୀ ପୁରୁଷୋତ୍ତମ ମିଶ୍ର ଭୂତପ୍ରେତ ମାନଙ୍କୁ ଆୟତ୍ତ କରି ତାନ୍ତ୍ରିକ ଆଖ୍ୟା ଅର୍ଜନ କରିଛନ୍ତି। ସେ ପଣ୍ତିତଙ୍କଠାରୁ ବିଦ୍ୟାଶିକ୍ଷା କରିଥିଲେ। ପୁରୀ ସଦାସିବ ସଂସ୍କୃତ କଲେଜର ଜ୍ୟେତିଷ ଅଧ୍ୟାପକ ଶ୍ରୀ ପର୍ଶୁରାମ ନାୟକ ହଳଦିଆରେ ପଣ୍ତିତଙ୍କର ଛାତ୍ର ଥିଲେ। ପଣ୍ତିତ ମହାଶୟଙ୍କର ହଳଦିଆ ଅବସ୍ଥାନ କାଳରେ ୧୯୪୦-୪୬ରେ ହଳଦିଆରେ ଟୋଲ୍ ହେଲା। ରାଜା ମାଲିମୋକଦ୍ଦମାରେ ଜଡ଼ିତ ହେଲେ। ପ୍ରଜାମାନେ ରାଜଦ୍ୱାରକୁ ଯବା ବାରଣ କରାଗଲା। ରାଜା କିନ୍ତୁ ଟୋଲ୍-ର ସମ୍ପାଦକ ଥିଲେ। ଟୋଲ୍ କାମରେ ପଣ୍ତିତଙ୍କୁ ରାଜଙ୍କୁ ବାରମ୍ବାର ଭେଟବକୁ ପଡ଼େ। ପଣ୍ଯିତଙ୍କ ଗମନାଗମଙ୍କୁ କେହି କେବେ ସନ୍ଦେହ ଚକ୍ଷୁରେ ଦେଖିନଥିଲେ। ସେ ଥିଲେ ନିରପେକ୍ଷ। ରାଜାଙ୍କୁ ଶ୍ଲୋକ ମାଧ୍ୟମରେ ନାନା ଉପଦେଶ ପଣ୍ତିତ ହିଁ ଦେଉଥିଲେ। ବିଭିନ୍ନ ସ୍ଥାନରୁ ବଡ଼ମ୍ବାରୁ ବାଙ୍କିଠାରୁ ଆସୁଥିବା ଭାର ଦ୍ରବ୍ୟ ରାହା ପଣ୍ତିତଙ୍କୁ ଦେଉଥିଲେ। ଭୁବନେଶ୍ୱର ମନ୍ଦିରରେ ବ୍ରାହ୍ମଣ ସମିତିର ପରିଚାଳନା କରି ବ୍ରାହ୍ମଣଙ୍କ କର୍ତ୍ତବ୍ୟ କରିବାକୁ ସେ ଆଗେଇ ଆସିଥିଲେ। ନିର୍ବାଣମଣ୍ତପ ଭୁବନେଶ୍ୱର(ପୁରୀ ମୁକ୍ତିମଣ୍ତପ ତୁଲ୍ୟ) ର ସେ ସଭାପତି ଥିଲେ। ବିଭିନ୍ନ ପଞ୍ଜିକାରେ ଏହାଙ୍କର ପ୍ରମାଣପତ୍ର ରହୁଥିଲା।

ଓଡ଼ିଶାର ପଶ୍ଚିମାଞ୍ଚଳର ଆଦିବାସୀମାନଙ୍କୁ ଖ୍ରୀଷ୍ଟ ଧର୍ମରେ ଓ ମଧ୍ୟାଞ୍ଚଳର ହିନ୍ଦୁମ୍ନଙ୍କୁ ମୁସଲମାନ ଧର୍ମାନ୍ତରିତ କରାଯାଉଥିବାରୁ ପଣ୍ତିତେ ସେହି ଅଞ୍ଚଳରେ ବୁଲି ଏହାର ବିରୋଧ କରିଥିଲେ। ହିନ୍ଦୁ ଧର୍ମର ଗୁଢ଼ ତତ୍ତ୍ୱକୁ ସେ ସରଳ ଭାଷାରେ ଭୁଝାଇଥିଲେ। ସେ ଶାକ୍ତ କ୍ରିୟାକର୍ମ ଚନ୍ତି ଓ ସଂପୁଅଦିରେ ବିଶ୍ୱାସୀଥଲେ। ତାକୁ ନିଜେ ଅଭ୍ୟାସ କରୁଥିଲେ ଓ କରାଉଥିଲେ। ତାଙ୍କର ପ୍ରିୟ ଛାତ୍ର କୁଳମଣି ଅନ୍ୟ ପଥରେ ପରିଚାଳିତ ହୋଇ କୁଚ୍ଛ ସାଧନା ମାଧ୍ୟମରେ ମାଟିତଳେ ଶରୀରକୁ ଆବଦ୍ଧ ରଖିବା ଦ୍ୱାରା ଶରୀରକୁ ଯନ୍ତ୍ରଣା ଦେଇ ଯୋଗ ସାଧନା ପୂର୍ବକ ତାତ୍-କାଳିକ ଫଳ ଲାଭ ନିଶ୍ଚତି ମନେ କରୁଥିଲେ। ମାତ୍ର ପଣ୍ତିତେ ଏହାର ବିରୋଧ କରି ପରମ୍ପରାକୁ ମାନ୍ୟତା ଦେବା ଫଳରେ ଛାତ୍ର ଗୁରୁଙ୍କୁ ଅନୁଶରଣ କରିଥିଲେ। ଆମେରିକା, ଇଂଲଣ୍ତର କେହି କେହି ବିଦ୍ୱାନ୍ ପରାମର୍ଶ ପାଇଁ ପଣ୍ତିତଙ୍କ ନିକଟକୁଇ ଆସୁଥିଲେ। ପଣ୍ତିତେ ସ୍ମୃତି ବିଦ୍ୟା ଆୟତ୍ତ କରିଥିଲେ। ଗୋବଧରେ ବା ମ୍ଛିଆ ପାତଳରେ ସେ ବ୍ୟବସ୍ଥାମାନ ଦେଉଥିଲେ। ତାହାଥିଲା ସୁଚିନ୍ତିତ ନିଷ୍ପତ୍ତି। ପାପର ଭୟୀବହତା ଓ ଗୋପନୀୟତାକୁ ଫିଟାଇ ପ୍ରକାଶ କରି ଦେବାକୁ ସେ ବୁଝାନ୍ତି। ମନୁ ସ୍ମୃତିଥିଲା ତାଙ୍କର ଜିହ୍ନାଗ୍ରରେ।

ମୃତ୍ୟଞ୍ଜୟ ରଥ ବିନ୍ଦୁସାଗର ପଶ୍ଚିମ ପାର୍ଶରେ ରାମାୟଣୀ ସାହିରେ ଜନ୍ମଗ୍ରହ୍ନ କରିଥିଲେ। ପୁଷ୍କରିଣୀର ପୂର୍ବ ଭାଗରେ ସ୍ନାନ କରୁଥିଲେ। ଏହାର ଦକ୍ଷିଣ ପାର୍ଶରେ ସଂସ୍କୃତ କଲେଜରେ ପଢ଼ାଉଥିଲେ ଓ ନିର୍ବାଣ ମଣ୍ତପ କାର୍ଯ୍ୟ ପରିଚାଳନା କରୁଥିଲେ। ଶେଷରେ ସ୍ନାନ ବେଳେ ସେହି ବିନ୍ଦୁସାଗରରେ ସେ ସଲିଳ ସମାଧି ଲାଭ କଲେ। ବିନ୍ଦୁସାଗର ପ୍ରସ୍ତୁତ ତାଙ୍କର ପ୍ରାନବିନ୍ଦୁ ହୋଇ ସେହି ସାଗରରେ ମିଶିଗଲା। ପଣ୍ତିତର ପୁଣ୍ୟକର୍ମା; ସେଥିପାଇଁ ଆମ୍ଭମାନଙ୍କର ସଦା ସ୍ମରଣୀୟ। ଅସାଧାରଣ କୁଶଳୀ ଶିକ୍ଷକ

                                                                   ମଦନ ମୋହନ ଦାସ
                                                                      ଶ୍ରୀ ବାଞ୍ଛାନିଧି ପଣ୍ତା

ଅନେକେ ତାଙ୍କୁ ମଦନବାବୁ , ତାଙ୍କ ଛାତ୍ରମାନେ ହେଡ଼୍ ମାଷ୍ଟ୍ରେ, କେହି ମଦନମାଷ୍ଟ୍ରେ ଆଉ କେହି ତାଙ୍କୁ ମଦନ ମାଷ୍ଟର କହୁଥିବା ବେଳେ, ମୁଁ ତାଙ୍କୁ କହିବି - ମାଷ୍ଟର ମଦନ ମୋହ୍ନ ଦାସ। କାରନ ମାଷ୍ଟର ଶବ୍ଦର ଅର୍ଥ ଏକ ସାର୍ବଭୌମ କ୍ଷମତା ସମ୍ପନ୍ନ ବ୍ୟକ୍ତି। ଏହି ପ୍ରଖ୍ୟାତନାମା ମାଷ୍ଟର ଜଣକ ଏକାଧାରରେ ଥିଲେ - ଜଣେ ସାଦାସିଧା ସାଧାରଣ ମଣିଷ। ଜଣେ ଚରିତ୍ରବାନ୍ ନିଷ୍ଠାପର ଶିକ୍ଷକ, ଜଣେ ଗୁରୁ, କଥୋର ଶାସକ, ସଂଗଠକ, ଲୋକ ସେବକ, ପରଦୁଃଖ କାତର, ସମ୍ବେଦନଶୀଳ ଉଦାର ଚରିତ୍ର ସଂପଣ୍ନ ପୁରୁଷ, ଯିଏ କି ତାଙ୍କ ସମୟର ବ୍ୟକ୍ତିଗତ ତଥା ସାମାଜିକ ଜୀବଙ୍କୁ ସବୁମନ୍ତେ ସମରଦ୍ଧ କରିଯାଇଛନ୍ତି। କଥାରେ ନୁହେଁ, ଏ ସବୁର ପ୍ମାଣ ସେ ନନିଜେ ପକ୍କା ମିସ୍ତ୍ରୀ ବା କୁଶଳୀ କାରୀଗର ପରି ତାଙ୍କ ନିଜ ଆଚରିତ କାର୍ଯ୍ୟରେ ସ୍ପଷ୍ଟ ପ୍ରତିପାଦନ କରିଯାଇଛନ୍ତି।

ନିଃସନ୍ଦେହରେ କୁହାଯାଇପାରେ, ମଣିଷ ତିଆରି କାରଖାନର ସେ ଥିଲେ ଜଣେ ସୁଦକ୍ଷ କାରିଗର। ତାଙ୍କ ଶିକ୍ଷକତ୍ୱ ଜନିତ ନୈତିକ ଚରିତ୍ର , ଆଦ୍ରଶ ଅଧ୍ୟାପନା ତଥା ପ୍ଭାବଶାଳୀ ବ୍ୟକ୍ତିତ୍ୱ ବହୁ ସୁଯୋଗ୍ୟ ପ୍ଶାସକ, ବିଧାୟକ, ଅଧ୍ୟାପକ, ଡ଼ାକ୍ତର, ଇଞ୍ଜିନିୟର ତଥା ମଣିଷ ପରି ମଣିଷମାନଙ୍କୁ ଗଢ଼ି ପାରିଥିଲା। ବସ୍ତୁତ୍ୱ ମଦନବାବୁ କ'ଣ ଥିଲେ ତାହା କାଳ ହିଁ କହିବ ଓ ତା'ର ମୂଲ୍ୟ ନର୍ଦ୍ଧାରନ କରିବ। କଳ୍ୟତି ଇତି କାଳଃ।

ମଦନବାବୁ ଗୁରୁ ଜଗତର ଗୌରବ, ପ୍ତିଭାର ଏକ ପ୍ରଚଣ୍ତ ବିସ୍ପରନ। କର୍ମ ଜୀବନର ଆଖର ବେଳରେ, ତାଙ୍କର ଗୁନମୁଗ୍ଧ କେତେକ କ୍ଷହାତ୍ର ରାଜ୍ୟପାଳ ପୁରସ୍କାରପ୍ରାପ୍ତିର ସମସ୍ତ ଆୟୋଜନ କରାଇ ଦେଇ, କେବଳ ଦସ୍ତଖତଟିଏ ଦେବାକୁ ତାଙ୍କୁ ବହୁ ଅନୁରୋଧ କଲାବେଳେ, ମଦନବାବୁ ହସି ହସି ଉତ୍ତର ଦିଅନ୍ତି- "ମୁଁ ଜଣେ ଯୋଗ୍ୟ ଶକ୍ଷକ, ଏକଥା ଯଦି ସରକାର ନ ଜାଣିଲେ କେଉଁ ମୁହଁରେ ମୁଁ ପ୍ରାଣ-ପୁରୁଷର ଏଭଳି ସ୍ୱାଭିମାନ ଓଡ଼ିଶାରେ କାହିଁକି, ଭାରତରେ କେତେଜଣ ଶିକ୍ଷକଙ୍କଠାରେ ସମ୍ଭବିଛି? ରାଜ୍ୟପାଳ ବା ରାଷ୍ଟ୍ରପତି ସମ୍ମାନ ପ୍ରତି ନିଃସ୍ପୃହ ରହିବା କମ୍ ବଡ଼ ଗୌରବର କଥା ନୁହେଁ ତାଙ୍କ ପକ୍ଷରେ। ଏଭଳି ଆଦର୍ଶ ଏକା ତାଙ୍କରି ଭଳି ଯଦାର ଚରିତ୍ର, ନିରଭିମାନ ପୁରୁଷଙ୍କଠାରେ ସମ୍ଭବପର।

ଏହିଭଳି ଏକ ପ୍ରଖ୍ୟାତନାମା ଶିଚକଙ୍କ ସହିତ ପରବର୍ତ୍ତୀ କାଳରେ ବାଲେଶ୍ୱରର ବହୁ ହେଡ଼୍-ମାଷ୍ଟର ପ୍ରତିଯଗିତାରେ ଅବତ୍ତୀର୍ଣ୍ଣ ହୋଇଥିଲେ। ମଦନ ମୋହ୍ନ ଦାସଙ୍କ ଜନ୍ମ ବାଲେଶ୍ୱର ଜ୍ଜିଲାର ଗଣ୍ତବେଡ଼ସ୍ଥ ଏକ ଅଖ୍ୟାତ ପଲ୍ଲୀ ସାଲମାଗଡ଼ିଆ( ସହିଦ୍ ଙ୍ଗର)ରେ ୧୯୯୮ ଖ୍ରୀଷ୍ଟନବ୍ଦ ଅକ୍ଟୋବର ୨୮ ତାରିଖରେ ଏକ ମଧ୍ୟବିତ୍ତ ସମ୍ଭ୍ରାନ୍ତ କରଣ ପରିବାରରେ ଘଟିଥିଲା। ପିତା ତାଙ୍କର ନରସିଂହ ଦାସ ଓ ମାତା ପୋହଳା ଦେଇ। ଏକମାତ୍ର ଷୋଦର ଭାଇ ବ୍ରଜମୋହ୍ନ ତାଙ୍କର ଅନ୍ତିମ କାଳ ପର୍ଯ୍ୟନ୍ତ ଏକାନ୍ନବର୍ତ୍ତୀ ପରିବାରଭୁକ୍ତ ଥିଲେ ଏବଂ ତାଙ୍କ ସନ୍ତାନମାନେ ମଦନବାବୁଙ୍କ ସ୍ନେହରେ ଏପରି ପ୍ରତିପାଳିତ ହୋଇଥିଲେ ଯେ ସେମାନେ ତାଙ୍କୁ ପିତାଙ୍କଠାରୁ ଅଧିକ ମନେ କରୁଥିଲେ।

ଗ୍ରାମ ବିଦ୍ୟାଳ୍ୟରେ ପ୍ରାଥମିକ ଶିକ୍ଷାର ସମାପ୍ତି ପରେ, ୧୯୧୪ରେ ସେ ବାଲେଶ୍ୱରର ସୋରରୁ ଏମ୍·ଇ· ପାସ୍ କରନ୍ତି। ରେଭେନ୍ସାରେ ସହପାଠୀ ଡ଼ଃ ହରେକୃଷ୍ନ ମହତାବ୍-ଙ୍କ ସହିତ ତାଙ୍କର ସଖ୍ୟ ସେନ ସମୟରେ ମଣିକାଞ୍ଚନର ସଂଯୋଗ ଥିଲା ବୋଲି କୁହାଯାଇପାରେ। ଏଇ ସମ୍ପର୍କ ସୂତ୍ର ହେତୁ ନିଜେ ମହତାବ୍ ମଦନବାବୁଙ୍କୁ ୧୯୨୬ରେ ସେ କାଳର ଅନ୍ଧାରିମୁଲକ ଆଗରପଡ଼ାରେ ଶିକ୍ଷାଲୋକର ବିସ୍ତାର ପାଇଁ ସୁଦୂରତାଟା ଙ୍ଗରରୁ ଆଗରପଡ଼ାକୁ ଅଣାଯାଇଥିଲେ। ସେତେବେଳେ ମଦନବାବୁ ପ୍ରଥମେ ଟାଟା କମ୍ପାନୀର ପୋଷ୍ଟାଲ୍ ସର୍ଭୀସ୍ ଏକ ଦୁଃଖଦାୟକ ଘଟଣାରେ ଅତ୍ୟନ୍ତ ବ୍ୟସ୍ତବିବ୍ରତ ହୋଇପଡ଼ିଥିଲେ। ହୁଏତ ବିଧିର ନିର୍ଦ୍ଦେଶ ଥିଲା ମଦନବାବୁ ମାଷ୍ଟରଟିଏ ହୁଅନ୍ତୁ ଏବଂ ଶିକ୍ଷାଲୋକର ଉଜ୍ଜଳ ବର୍ତ୍ତୀକାକୁ ଉଦ୍ଦୀପ୍ତ କରିଯାଆନ୍ତି। ଧ ମହତାନଙ୍କ ପିତା କୃଷ୍ଣଚରଣ ଦାସଙ୍କ ପ୍ରତିଷ୍ଠିତ ମି·ଇ· ସ୍କୁଲର ହେଡ଼୍ ମାଷ୍ଟର ପଦବୀରେ ନିଯୁକ୍ତ ମଦନବାବୁ ଆଗରପଡ଼ାରେ ଅନସ୍ଥାନ କରନ୍ତି ଦୀର୍ଘ ଷୋହଳ ବର୍ଷ। ୧୯୨୬ରୁ ୧୯୪୧ ପର୍ଯ୍ୟନ୍ତ ସେ ସମୟଟି ଥିଲା ତାଙ୍କ ଜୀବନର ଅତ୍ୟନ୍ତ ଗ୍ୁରବାବହ ଏବଂ ସଫଳ ଶକ୍ଷକତ୍ୱର ପ୍ରଥମ ପର୍ଯ୍ୟାୟ।ଯାହାର ସୁରଭି ଦିଗ୍ବିଦିଗ ପ୍ରସାରିତ ହେବା ପରେ ୧୯୪୧ରେ ତାଙ୍କୁ ସ୍ୱାଗତ କରାଗଲା ଶିଚକତା କରିବା ପାଇଁ ଅଶିକ୍ଷା ଅନ୍ଧକାରାଚ୍ଛନ୍ନ ଅବହେଳିତ ଖଇରା ଅଞ୍ଚଳକୁ।

ଆଗପଡ଼ାରେ ଥିଲାବେଳେ ତାଙ୍କ କାର୍ଯ୍ୟକଳାପର ସ୍ମୃତିଚାରନ କରି ଡ଼ଃ ମହତ୍ବ୍ ଙ୍କ ଅନୁଜ ମଦନବାବୁଙ୍କ ଛାତ୍ର ଶ୍ରୀ ଗୋପୀନାଥ ଦାସ କହନ୍ତି- "ମଦନବାବୁ ଥିଲେ ଏକ ବହୁ ମୁଖୀ ପ୍ରତିଭାର ପ୍ରତୀକ। ସେ ଥିଲେ ଜଣେ ଚରିତ୍ରବାନ୍,ନିଷ୍ଠାପର, ଆଦର୍ଶ ଶିକ୍ଷକ। ତାଙ୍କ ପରି ସ୍ୱାଭିମାନୀ, ଶୃଙ୍ଖଳିତ, ସଂଗଠକ,ସମାଜସେବକ, ଅଧ୍ୟବସୟୀ, କର୍ତ୍ତବ୍ୟନିଷ୍ଠ, ନିର୍ଭୀକ, ନୀତିବାନ୍, ସେବାପରାୟଣ, ପରଦୁହଖକାତର ଉଦାରଚରିତ୍ରପୁରୁଷ ସେ କାଲରେ ଓଢ଼ିଶାରେଥିଲେ ବିରଳ। ଆଗରପଡ଼ାରେ ଶିଚକତ୍ୱ ସମୟରେ ସେ ଜଣେ ସଫଳ ଶିକ୍ଷକ ହେବା ଇଦ୍ଦେଶ୍ୟରେ କଟକରୁ(ସି·ଟି·) ଟ୍ରେନିଂ ପ୍ରାପ୍ତ କରନ୍ତି ୧୯୩୨ରେ। ୧୯୨୬ରୁ ୪୧ ମସିହାର ୧୬ ବର୍ଷ ଅବଧି ସେ ୧୬ ଜନ ଛାତ୍ରଙ୍କୁ ବରତ୍ତିପ୍ରାପ୍ତ କରାଇ ପାରିଥିଲେ। ଯାହା ସେ ସମୟରେ ଓଢ଼ଶାରେ ସନ୍ୟ କୌଣସି ସ୍କୁଲ୍ ଭାଗ୍ୟରେ ସମ୍ଭବିଛି କି ନାହିଁ, ସନ୍ଦେହ।"

ତାଙ୍କର ସ୍କୁଲ୍ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇ ଶେଷ ହୁଏ। ଟିକିଏ ବୋଲି ଏପାଖ ସେପାଖ ନାହିଁ। ସ୍କୁଲ୍ ଆରମ୍ଭରେ ଏବଂ ବୋଡ଼ିଂରେ ସକାଳ ସଂଧ୍ୟାରେ ସେ ଛାତ୍ର ଓ ଶିଚକମାନଙ୍କ ସହିତ ନିୟମିତ ପ୍ରାର୍ଥନାରତ ରହୁଥିଲେ। କୌଣସି ପ୍କାର ବିଶୃଙ୍ଖଳା ବା ବ୍ୟତିକ୍ମକୁ ସେ କେବେହେଲେ ବରଦାସ୍ତ କରୁନଥିଲେ। ସ୍ୱରାଜ ଆନ୍ଦୋଳନରେ ଓଢ଼ିଆର ଅଗ୍ରଦୂତ ମହତାବଙ୍କ ଦ୍ୱାରା ପ୍ରଭାବିତ ହୋଇ ସେ ଛାତ୍ରବାସରେ ସୂତାକଟା କାର୍ଯ୍ୟକ୍ରମ ସହିତ ବଗିଚାକାମ, ସଫେଇ, ସେବା, ଡ଼ିବେଟିଂ ଆଦି କାର୍ଯ୍ୟଗୁଡ଼ିକର ପ୍ରଚଳନ କରାଇଥିଲେ। ତାକର ୱିସବୁ କାର୍ଯ୍ୟକୁଶଳତା ସେତେବେଳେ ସମଗ୍ର ବାଲେଶ୍ୱର ଜିଲ୍ଲାରେ ଚମକ ସୃଷ୍ଟି କରିଥିଲା। କେତେକ ହେଡ଼୍-ମାଷ୍ଟର ତାଙ୍କର ପ୍ରତିଯୋଗୀ ହୋଇଥିଲେ। ଏପରିକି ସ୍ୱର୍ଗୀୟ ଶ୍ରିଯୁକ୍ତ ଉଦ୍ୟ ନାରାୟଣ ମହାନ୍ତି, ଯେ ଥିଲେ ମଦନବାବୁଙ୍କ ସମ୍ପର୍କୀୟ ଖଡ଼ୁତାସୁର, କୃଷ୍ଣଚରଣ ମି·ଇ· ସ୍କୁଲର ସେକ୍ରେଟାରୀ ଏବଂ ଭଦ୍କ ନାରାୟଣ ଚନ୍ଦ୍ର ମି·ଇ· ସ୍କୁଲର ଏକ ପ୍ରଖ୍ୟାତ ଆଦର୍ଶ ଶିକ୍ଷକ, ସେ ମଦନବାବୁଙ୍କ ସହ ପ୍ରତିଯୋଗିତାରେ ପଛରେ ପଡ଼ିଯାଇଥିଲେ ବୋଲି ହୋପୀନାଥ ବାବୁ କହିଛନ୍ତି। ସେ ସମୟରେ ଗାନ୍ଧିଙ୍କ ପଦାଙ୍କ ଅନୁସାରେ ମଦନବାବୁ କହୁଥିଲେ, ନିଜେ ତାକୁ କାର୍ଯ୍ୟରେ ଅକ୍ଷରେ ଅକ୍ଷରେ ପରିଣତ କରୁଥିଲେ। ସେଥିଯୋଗୁଁ ତାଙ୍କ ଆଦର୍ଶର ବଳିଷ୍ଟ ପ୍ରଭାବ ଛାତ୍ରସମାଜକୁ ଉଦ୍ବୁଦ୍ଧ କରିଥିଲା।

ସେବା ହିଁ ଥିଲା ମଦନବାବୁଙ୍କ ଜୀବନର ପରମ୍ବ୍ରତ। ଦୋର୍ଡ଼ର ପିଲାମାନଙ୍କ କାଛୁ ନିଜ ହାତରେ ଧୋଇବା, ଔଷଧ ଲଗାଇବା, ଜ୍ଜର ରୋଗୀର ମୁଣ୍ତରେ ପାଣି ପଟିଦେବା, ରାତି ରାତି ଉଜାଗର ରହି ସେମାନଙ୍କ ଔଷଧ ଓ ପଥ୍ୟର ବ୍ୟବସ୍ଥା କରିବା ଏବଂ ପୁଅ ଭଳି ସେମାନଙ୍କ ଶୁଶ୍ରୂଷା କରିବା ଯେପରିକି ତାଙ୍କର ଦୈନନ୍ଦିନ କାର୍ଯ୍ୟ ହୋଇଯାଇଥିଲା। ଅରଣ୍ୟାହାଦିତ ଅସ୍ୱାସ୍ଥ୍ୟକର ସେତେବେଳର ଆଗପଡ଼ାରେ ମ୍ୟାଲେରିଆ ଓ କାଛୁର ପ୍ରଜୋପ ଏବଂ ପ୍ରାଦୁର୍ଭାବ ଖୁବ୍ ଥିବାରୁ ପିଲାଏ ବରାବର ପୀଡ଼ିତ ହେଉଥିଲେ।

ତାଙ୍କର ଜନସେବା ସମ୍ପର୍କୀୟ ଏକ ଘଟଣା- ଖଇରାରେ ଏହା ଘଟିଥିଲା। ମଦନବାବୁଙ୍କ ପ୍ରିୟ ଛାତ୍ର ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଣ୍ତା କହ୍ନ୍ତି: ଥରେ ଜଣେ ପିଲାର ପେଟ ଖୁବ୍ ଜୋରେ କାଟିଲା। ବିଚରା ଭାରି କଷ୍ଟ ପାଇଲା। ଭୂଇଁରେ ଗଡ଼ିଲା। ଢ଼ହଳ ବିକଳ ହୋଇ। ମଦନବାବୁ ପିଲାଟିକୁ ଦେଖୁଥିଲେ, ପରୀକ୍ଷା କଲେ ଏବଂ ଶେଷରେ କ'ଣ ଜାଣିଲେ କେଜାଣି, ତାକୁ ତଳେ ଶୁଆଇଦେଲେ। ନିଜ ବାଁ ହାତ ମଝିଆଙ୍ଗୁଠି ତା'ର ମଳଦ୍ୱାରରେ ପ୍ରବେଶ କରାଇ ଛେଳି ନଣ୍ତି ଭଳି କିଛି ମଳ ଗୋଟା ଗୋଟା କରି ବାହାର କରିଦେଲେ। ତା' ପରେ ପିଲାତ ସମ୍ପୂର୍ଣ୍ଣ ଭଲ ହୋଇଗଲା ଏବଂ ଖୁବ୍ ଭୋକ ହେବାରୁ ଖାଇବାକୁ ମାଗିଲା। ଏହିଭଳି ସେବା ସେ କରନ୍ତି, ଯାହା ମା'ର ସେବାଠୁଁ ଭଳି ଅଧିକ ହୋଇଥାଏ।

ଆଗରପଡ଼ାରେ ଏକ ଘଟଣା ସଫେଇ ସମ୍ପର୍କୀୟ। ଆଗରପଡ଼ା ମି·ଇ·ସ୍କୁଲର ଛାତ୍ର ଗୋବିନ୍ଦବାବୁ କହ୍ନ୍ତି-ଦିନେ ସକାଳେ ସଫେଇ କାମ ବେଲେ ବିଚିତ୍ର ଘଟଣାଟିଏ ଘଟିଲା। ନିଜେ ମଦନବାବୁ ସଫେଇ କରୁଥିଲେ ପିଲାଙ୍କ ସହିତ। ମେଞ୍ଚେ ଖଙ୍କାର ଠାଏ ପଡ଼ିଥାଏ। ପିଲାଏ ନାକ ଟେକୁଥାନ୍ତି ସଫାକରିବାକୁ। ମଦନବାବୁ ସେ କଥା ଜାଣିଲେ ଏବଂ ପିଲାଏ ହିଞ୍ଜୁଛନ୍ତି କହି, ବିନା ଦ୍ୱିଧାରେ ଡ଼ାହାଣ ହାତରେ ତାକୁ ଉଠେଇ ଫିଙ୍ଗିଦେଲେ । ଲଜ୍ଜିତ ପିଲାଏ ଏଥର ସଫେଇର ଖୁବ୍ ଲାଗିଗଲେ। ଖଇରାରେ ଆଉ ଏକ ଘଟଣା। ଗୋବିନ୍ଦବାବୁ କୁହ୍ନ୍ତି- ହାଟ ମଝିରେ ମୁର୍ଦାରଟାଏ ପଡ଼ିଥାଏ। ଶିଆଳ, କୁକୁର ଖାଇ ତାକୁ ଖଣ୍ତିଆ ଖାବରା କରି ଦେଇଥାନ୍ତି। ଭାରି ବୀରସ ସେ ଦୃଶ୍ୟ। ପଚାଗନ୍ଧରେ ନାକ ଫାଟ ପଡ଼ୁଥାଏ। ମଦନବୌ ଖବର ପାଇଲେ। ଗୋବିନ୍ଦ ବାବୁ ଓ ଆଉ କେତେକ ପିଲାଙ୍କୁ ଧରି ସେଠି ପ ହ୍ଞ୍ଚିଗଲେ ସାଙ୍ଗେ ସାଙ୍ଗେ। ନିଜେ ସେ ଆଗେ ମୁର୍ଦ୍ଦାରର ଖଣ୍ତିଆ ଜାଗାରେ ଛିଣ୍ତା କନାତକ ପକେଇଦେଇ ତାକୁ ପାଲରେ ଘୋଡ଼ାଇ ଦେଲେ। ତା'ପରେ ସମସ୍ତେ ସେଠାକୁ ଗଲେ ଓ ମୁର୍ଦ୍ଦାର ଉଠିଗଲା।

ଆଗରପଡ଼ାରେ ତାଙ୍କର ସାଙ୍ଗଠନିକ କାର୍ଯ୍ୟ ସଂପର୍କରେ ଅନ୍ୟ ଏକ ଦୃଷ୍ଟାନ୍ତ ଦେଇ ଗୋପୀନାଥ ବାବୁ କହ୍ନ୍ତି- ସ୍କୁଲ କାର୍ଯ୍ୟରେ କୌଣସି ପ୍ରକାର ବ୍ୟତିକ୍ରମ ଙ୍ଘଟାଇ ସେ ନବପ୍ରତିଷ୍ଠିତ ଡ଼ାକ୍ତରଖାନାର କାର୍ଯ୍ୟ ଦେଖିବା, ଦାକ୍ତର କମ୍ପାଉଣ୍ତରଙ୍କ ସୁବିଧା ଅସୁବିଧା ବୁଝିବା ଆଗରପଡ଼ା ହାଇସ୍କୁଲ ନିର୍ମାଣ କାର୍ଯ୍ୟରେ ମନପ୍ରାଣ ଦେଇ ଛାତ୍ର, ଶିକ୍ଷକ ଏବଂ ଖୋଦ୍ ମହତାବ୍ଙ୍କ ସହିତ ମିଶି ମାଟିହଣା, କାନ୍ଥଦିଆଦି କାମରେ ଲାଗିଯିବା, ଗାଁ ଗଣ୍ତାରୁ କାଠ, ପଟା, ଖୁଣ୍ଟ, ବାଉଁଶ, ନଡ଼ା ସବୁ ଆଣି ସ୍କୁଲ ଘର ଠିଆ କରାଇବାରେ ସେ ଥିଲେ ଏକାନ୍ତ ଅଗ୍ରଣୀ। ଏବର ହାଇସ୍କୁଲ୍ିକୃଷ୍ଣଚରଣ ବିଦ୍ୟାମନ୍ଦିର ମଦନବାବୁଙ୍କ ଅତୁଳନୀୟ ଶ୍ରମଦାନର ନିଦର୍ଶନ ସ୍ୱରୂପ ଦଣ୍ତାୟମାନ ବୋଲି ବୁଝିବାକୁ ହିଁ ହେବ।

ମଦନବାବୁଙ୍କ ଚରିତ୍ରର ଗୋଟିଏ ବିଶିଷ୍ଠ ଦିଗ ଥିଲା ସ୍ୱାଭିମାନ। ତାଙ୍କ ଉପରେ କେହି ପ୍ଭୂତ କରିବାକୁ ବସିଲେ ସେ ତାହା କେବେହେଲେ ବରଦାସ୍ତ କରୁନଥିଲେ। ଡ଼ଃ ମହତାବ୍ଙ୍କ ଇଙ୍ଗିତରେ ସେ ଅନେକ କାର୍ଯ୍ୟ କରୁଥିଲେ ହେଁ ବେଳେ ବେଳେ ସେ ତାଙ୍କର ଖୁବ୍ ବିରୋଧ କରୁଥିଲେ। ଏକଥା ନିଜେ ଗୋପୀନାଥ ବାବୁ ଓ ଗୋବିନ୍ଦବାବୁ କୁହ୍ନ୍ତି।ଯଦି ମହତାବ୍ଙ୍କ ନିର୍ଦ୍ଦେଶିତ କାର୍ଯ୍ୟଟି ହୋଇପାରି ନଥାଏ ଏବଂ ସେ ମଦନବାବୁଙ୍କୁ ପଚାରିବସନ୍ତି "ମଦନବାବୁ ଏ କାର୍ଯ୍ୟ କାହିଁକି ହେଲାନି"? ମଦନବାବୁ ହଠାତ୍ ଉତ୍ତରରେ କହ୍ନ୍ତି "ଆପଣ କିଏ ଏ କଥା ପଚାରିବାକୁ"? ତା'ର ଉତ୍ତର, ମୁଁ ସ୍କୁଲ୍ ସେକ୍ରେଟାରିଙ୍କୁ ଦେଇପାରେ, ଆପଣଙ୍କୁ ନୁହେଁ।" ମହତାବ୍ା ଚୁପ। ପାଟି ପିଟାନ୍ତେ ବା କିପରି?

ଡ଼ଃ ମହତାବ୍ ସ୍ୱୟଂ ଏକଥା କହ୍ନ୍ତି ଯେ ମଦନବାବୁ ସେତେବେଳେ ଆଗରପଡ଼ାରେ ଏକପ୍ରକାର 'ଗଣମୂଖ୍ୟ' ଥିଲେ। ତାଙ୍କର ନିରପେକ୍ଷ ନୁଅନିଷ୍ଠତା ବଳରେ ସେ ପରିବାର ତଥା ଗ୍ରାମ୍ୟ ବିବାଦ ଗୁଡ଼ିକର ଆଶୁ ସମାଧାନ ଘଟାଉଥିଲେ। ଏଇସବୁ ବହୁବିଧ ନିଷ୍ଟା ପର କୃତିତ୍ବ ମଦନବାବୁଙ୍କ ଗୌରବର ଚରମ ସିମାରେ ପ ହ ଞ୍ଚାଇଥିଲାବେଳେ,ଆଗରପଡା ଆହ ତାଙ୍କୁ ଅଟକାଇ ପାରିନଥିଲେ|

ସୁନାମମଧ୍ଯ ଆଗରପଡାର ଏଇ ମୁଣ୍ଡା ଟାଣୁଆ ଶିକ୍ଷକ ଜଣକ ଯେତେବେଳେ ସେ ସମ୍ୟରେ ବାଲେଶ୍ବର ଆଡ ଭୋକେଟ୍ ସ୍ବର୍ଗୀୟ ମଧୁସୁଦନ୍ ଦାସଙ୍କ ଦ୍ବାରା ର୍ଖଚ୍ଚରା ମି।ଇ। ସ୍କୁଲକୁ ଆହୁତ ହୋଇ ଆସନ୍ତେ,ସେତେବେଳେ ଖ ଇରାରେ ଆନନ୍ଦ ଉଲ୍ଲାସରେ ଏକ ଉଲ୍ଲାସ ଖେଳି ଯାଇଥିଲେ|ମଦନବାବୁଙ୍କ ପ୍ରଗାଢ଼ ପ୍ରଚେଷ୍ଟା,ଆତ୍ମଳିଯୋଗ,ଗଭୀରନିଷ୍ଟା ଓ ସୁଦକ୍ଷ ପରିଚାଳନା ବଳରେ ପ୍ରଥମ କେତେ ବ ର୍ଷ ମଧ୍ଯରେ ଖ ଇରା ସ୍କୁଲର ଗୋରବ ଅତି ମାତ୍ରାରେ ବଢିଗଲା|ବ ର୍ଷେ ଏକ କାଳୀନ ତିନୋଟି ପିଲା ବୃତ୍ତିଲାଭ କରିବାରୁ ସାରା ଜିଲ୍ଲା ଏକ ପ୍ରକାର ଆଲୋଡନ ସୃଷ୍ଟି ହୋଇଯାଇଥିଲା|

୧୯୪୫ରେ ମଦନ ବାବୁ ଏଠାରେ ମଧ୍ଯ ଏକ ହାଇସ୍କୁଲ କାର୍ଯ୍ଯରେ ହାତଦେଲେ|ଏହା ତାଙ୍କର ଏକ ଦୁଃସାହସିକ ପଦକ୍ଷେପ ଥିଲା|ହାଇସ୍କୁଲର ଆର୍ଥିକ ବ୍ଯବସ୍ଥା ପାଇଁ,ମହାଯୁଦ୍ଧର ସେଇ ତିଲୋଟି କାଳରେ ଖିରାରେ ସେ ଏକ କୋଅପରେଟିଭ୍ ଷ୍ଟୋର ଖୋଲି ନିଜେ ତାର ସେକ୍ରେଟାରି ହୋଇ ଷ୍ଟୋରର ଉଦ୍ ବୃତ୍ତ ଲାଭାଂଶ ସେକ୍ରେଟରୀ ମଧୁବାବୁଙ୍କ ସ ହଯୋଗ ଓ ଜନସାଧାରଣଙ୍କ ଦାନ କୁ ସମ୍ବଳ କରି ଖିରା ଭଳି ସ୍ଥାନରେ ଏକ ପୁଣ୍ନାଙ୍ଗ ହାଇସ୍କୁଲ ଛିଡା କରେଇ ବାରେ ସମ୍ପୁଣ୍ଣ ସମର୍ଥ ହୋଇପାରିଥିଲେ |ସ୍କୁଲ ତିଆରି ସମୟରେ ଏକ ରୋମାଞ୍ଚକାରୀ ଘଟଣା ର ଅବତାରଣା ପ୍ରାସଙ୍ଗିକ ହେବ|ହାଇସ୍କୁଲପାଇଁ ଆମେ ଶିକ୍ଷକ ସବୁ ଗାଁରୁ ଚାନ୍ଦା ଆଦାୟ ତ କରୁ ଥିଲୁ|ମଦନବାବୁ ବି ସେଥିରେ ଲାଗିଥିଲେ|ସ୍କୁଲ ଘର ତିଆରିପାଇଁ ଦିନେ ଜଙ୍ଗଲରୁ କାଠ ଆଣିବାର ବ୍ଯବସ୍ଥାହେଲା|ସେ ରାତି ୨।୩୦ ରେ ନିଜେ ଗୋବିନ୍ଦ ବାବୁଙ୍କ ସ ହିତ ୧୪ଟି ଶଗଡ ଗାଡିନେଇ ଜଙ୍ଗଲରେ ପ ହଞ୍ଚିଲା ବେଳକୁ ଭାଲା ମାନଙ୍କ ହାବୁଡରେ ପଡିଲେ|ଖୁବ୍ ସାହସର ସ ହିତ ମଦନବାବୁ ସାଙ୍ଗ ଲୋକ ମାନଙ୍କୁ ଧୌର୍ଯ୍ଯ ଧରିବାକୁ କ ହିଲେ ଏବଂ ଏକ ନିଶ୍ଚିତ ବିପତ୍ତିରୁ ଆକସ୍କିକ ଭାବେ ଉଦ୍ଧାର ପାଇଗଲେ|ମଦନବାବୁ ଏଇପରି ମ ଉଣ ସ ହିତ ଖେଳି ସ୍କୁଲ କାମରେ ମଜ୍ଜିଯାଇଥିଲେ|

୧୯୪୭ଅଗଷ୍ଟ ଫହିଲାରୁ ପ୍ରଥମେ ଅଳ୍ପ କେତେମାସ ମାଇନର୍ ସ୍କୁଲ ରେ କାର୍ଯ୍ଯକଲାପରେ,ତାଙ୍କର ନିଦ୍ଦେର୍ଶରେ ତ ତ୍ ପରେ ବ ର୍ଷ ଠାରୁ ୧୯୫୮ ଯାଏଁ ଏ ଲେଖକ ମଦନବାବୁଙ୍କ ସ ହଯୋଗୀ ଶିକ୍ଷକ ଭାବରେ କାର୍ଯ୍ଯ କରିଥିଲେ|ମାତ୍ର ଗୋଟିଏ ବର୍ଷ ସେ

                                                                         ୨୧୫ ସେ ସ୍ୱତଃ ପ୍ରବୃତ୍ତ ଭାବେ ପ୍ସ୍ଥାନ କଲେ। ଠିକ୍ ତା'ର ଦୁଇବର୍ଷ ପରେ ୧୯୫୬ରେ ତାଙ୍କର ନିରବଚ୍ଛିନ୍ନ ପ୍ରଚେଷ୍ଟା, ଗଭୀର ନିଷ୍ଠା, ତ୍ୟାଗ ଓ କର୍ମତତ୍-ପରତା ଫଳରେ ସେଠାରେ ହାଇସ୍କୁଲଟିଏ ସେ ପ୍ରତିଷ୍ଠା କରିପାରିଥିଲେ। ହରପ୍ରସାଦ ମି·ଇ· ସ୍କୁଲର ହେଡ଼୍ ମାଷ୍ଟର ହିସାବରେ ସେ ଉପର ଦୁଇ ଶ୍ରେଣୀରେ ଅଙ୍କ, ଇମରାଜୀ ପଢ଼ାଉଥିଲେ ହେଁ, ହାଇସ୍କୁଲରେ ମଧ୍ୟ ଗଣିତ ଓ ବିଜ୍ଞାନର ଅଧ୍ୟାପନା କରୁଥିଲେ ଏବଂ ୧୯୭୭ଯାଏ କର୍ମତତ୍-ପର ଥିଲେ।

ମଦନବାବୁ ଯେତେବେଳେ ଖଇରା ଛାଡ଼ିଲେ। ତାଙ୍କର ବିଦାୟ ସମ୍ବର୍ଦ୍ଧନା ହୋଇପାରି ନଥିଲା। ଏଥିରେ ତାଙ୍କ ପ୍ରିୟ ଛାତ୍ର ସ୍ରି ଗୋବିନ୍ଦ ଚନ୍ଦ୍ର ପନ୍ତା ଅତ୍ୟନ୍ତ ଦଃଖିତ ଥିଲେ ଏବଂ ତାଙ୍କରି ଚେଷ୍ଟରେ ହିଁ ମଦନବାବୁଙ୍କ ସମ୍ବର୍ଦ୍ଧନାର ଏକ ଆୟୋଜନ ଖଇରାରେ କରାଯାଇ ପାରିଥିଲେ । ୧୯୭୪ ଡ଼ିସେମ୍ବର ୨୯ ତାରିଖରେ ଖଇରା ହାଇସ୍କୁଲର ମୁକ୍ତ ପ୍ରଙ୍ଗଣରେ ଏକ ହେମନ୍ତ ସଂଧ୍ୟାରେ ହିରନ୍ମୟ-କିରନ-ବିଚ୍ଛୁରିତ ଏକ ମଞ୍ଜୁଳ ପରିବେସ ମଧ୍ୟରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ଏକ ଅଭୂତ ପୂର୍ବ ସମାରୋହ। ମଦନବାବୁଙ୍କ ସହସ୍ର ସଂଖ୍ୟକ ଜନସାଧାରଣ ଉପବିଷ୍ଟ ଥିଲେ। ସଭାପତିତ୍ୱ କରିଥିଲେ ସ୍ୱୟଂ ଡ଼ଃ ମହତାବ୍।

କାଳ ମଦନ ମାଷ୍ଟ୍ରଙ୍କୁ ଗଢ଼ିଥିଲା। ଅଥବା ମଦନମାଷ୍ଟ୍ରେ ନିଜେ ନିକ କାଳକୁ ଆୟତ୍ତାଧୀନ କରିଥିଲେ ତାହା କୁହାଯାଇ ନପାରିଲେ ବି ଦେସ ଓ ରାଷ୍ଟ୍ରର ଶିକ୍ଷା ଜଗତକୁ ଦୀପ୍ତି ଓ ଶୁଚିମନ୍ତ କରି ସାଂପ୍ରତିକ ବିପର୍ଯ୍ୟ୍ୟର ନିରୋଧ ନିମିତ୍ତ ତାଙ୍କ ଭଳି ବ୍ୟକ୍ତିତ୍ୱ ବାରମ୍ବାର ଏ ଧରାପୃଷ୍ଟକୁ ଅବତରି ଆସନ୍ତୁ, ଏହା ଅବଶ୍ୟ କାମନା କରାଯାଇପାରେ। ମଣିଷ ଗଢ଼ା କାରିଗର ଶିକ୍ଷକ

                                                                                 ଭାବଗ୍ରାହୀ ମହାନ୍ତି
                                                                               ଶ୍ରୀ ଦେବାଶିଷ ଚକ୍ରର୍ବତ୍ତୀ

ଅନେକ ଦିନ ତଳର କଥା। ସେତେବେଳେ ଆମଦେଶ ସ୍ୱାଧୀନ ହୋଇନଥିଲା। ପିଲାଟିଏ ପ୍ରାଇମେରି ଶିକ୍ଷା ଶେଷ କରି ଘରେ ରହିଥାଏ। ଅଧିକ ପଢ଼ିବାର ସୁଯୋଗ ନଥିଲା। କରିବ କ'ଣ? କୃତିତ୍ୱର ସହିତ ସମଗ୍ର କେନ୍ଦୁଝର ଜିଲ୍ଲାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ମଧ୍ୟ ଅଧିକ ପଢ଼ିବାର ଉପାୟ ନ ଥିଲା। ସେ ସମୟରେ ଜିଲ୍ଲାରେ ମାଇନର ପରିକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରୁଥିବା ଛାତ୍ର ପାଇଁ ଛାତ୍ର ବୃତ୍ତିର ବ୍ୟବସ୍ଥା ଥିଲେ ମଧ୍ୟ ପିଲାଟି ସେ ସୁଯୋଗରୁ ବଞ୍ଚିତ ହୋଇଥିଲେ। କାରନ ତାର ବାପା କେନ୍ଦୁଝର ଜିଲ୍ଲାର ଅଧିକାରୀ ନ ଥିଲେ କି କେନ୍ଦୁଝର ଜିଲ୍ଲାରେ ଚାକିରୀ କରୁନଥିଲେ।

ପିଲାଟିର କେହି ଆଉ ସାହା ଭରସା ନଥିଲେ । ସେ ଖୁବ୍ ହତାଶ୍ ହୋଇ ପଡ଼ିଲେ। ସତରେ କ'ଣ ଏତିକିରେ ତା ପାଠ ପଢ଼ାରେ ଡ଼ୋରି ବନ୍ଧାଯିବ। ଥରେ ତାକୁ ମ୍ୟାଲେରିଆ ହୋଇଥିଲା। ଔଷଧ ଆଣିବାକୁ ସେ ଆନନ୍ଦପୁର ଡ଼ାକ୍ତରଖାନାକୁ ଯାଇଥିଲା । ସେଠାରେ ତାର ଜଣେ ଶୁଭାକାଂକ୍ଷି ଗୋପାଳ ବାବୁଙ୍କ ସହ ସାକ୍ଷାତ ହେଲା। ଗୋପାଳବାବୁ ତାକୁ ପଚାରିଲେ, "କିରେ, କେଉଁଠ ପଢ଼ିବୁ ବୋଲି ଭାବିଛୁ। " ପିଲାଟି ତାଙ୍କୁ କହିଲା - ଆଜ୍ଞା, ମାଇନର ସିନା ପାସ୍ କରିଗଲି, ହେଲେ ହାଇସ୍କୁଲରେ ପଢ଼ବାକୁ ମୋ ପାଖରେ ସମ୍ବଳ କାହିଁ? ସେତେବେଳେ ସମଗ୍ର ଜିଲ୍ଲାରେ କେନ୍ଦୁଝର ଗଡ଼ଠାରେ ଗୋଟିଏ ମା୍ତର ହାଇସ୍କୁଲ ଥିଲା। ଯୋଗକୁ କେନ୍ଦୁଝର ଗଡ଼ ହାଇସ୍କୁଲର ପ୍ରଧାନଶିକ୍ଷକ ଆନନ୍ଦପୁରକୁ ଆସିଥାନ୍ତି। ଗୋରା ତକ ତକ ଚେହେରା ଡ଼େଙ୍ଗା, ହୃଷ୍ଟପୃଷ୍ଟ, ନାକ ତଳକୁ ପ୍ଜାପତିଆ ନିଶ। ଦେଖିଲେ ଛାତରେ ଛଙ୍କା ପଶିଯିବ। ଗୋପାଳବାବୁଙ୍କଠାରୁ ପିଲାଟିର ପରିଚୟ ଜାଣି ସେ ତାକୁ ପଚାରିଲେ " ତୁ ସ୍କୁଲରେ ଆଡ଼୍-ମିସନ୍ ନେଲୁନି କାହିଁକି? ମୁଁ ତୋ ପାଇଁ ସିଟ୍ ଟିଏ ରିଜର୍ଭ କରି ରଖିଛି।" ପିଲାଟି ତାଙ୍କୁ ସବୁକଥା କହିଲା। ସେ ସବୁ ଶୁଣି ସାରି କହିଲେ "ଚିନ୍ତା କରିବାର କିଛି ନାହିଁ। ତୁ ମୋ ଘରେ ରହି ପାଠ ପଢ଼ିବୁ। ଡ଼େରି ନ କରି ଶିଘ୍ର ଚାଲିଆ।" ପରବର୍ତ୍ତୀ କାଳରେ ପିଲାଟି ପାଠପଢ଼ି ଜଣେ ହାକିମ ହେଲା। ସେହି ହୃଦୟବାନ ପ୍ରଧାନଶିକ୍ଷକ ଜଣକ କିଏ ଜାଣନ୍ତି? ସେ ହେଉଛନକ୍ଷତି ଆମ ରାଜ୍ୟର ଜଣେ ସ୍ମରଣୀୟ ଶିକ୍ଷକ ସ୍ୱର୍ଗତ ଭାବଗ୍ରାହୀ ମହାନ୍ତି।

୧୯୦୧ ଏପଟ ସେପଟ ହେବାର ଉପୟ ନ ଥିଲା। ପ୍ରାର୍ଥନା ସଭାରେ ପିଲାମାନଙ୍କର ପୋଷାକ ପରିଚ୍ଛଦ ପରଷ୍କାର ଅଛି କି ନାହିଁ ତାହା ଦେଖାଯାଉଥିଲା। ପଢ଼ବେଳେ ପଢ଼ା, ଖେଳ ବେଳେ ଖେଳ। ଖେଳ କୁଦରେ ମାତି ପିଲାମେ ଯେପରି ପାଠପଢ଼ା ପ୍ରତି ଅଭେଳା ନ କରନ୍ତି, ସେଥିପ୍ରତି ସବିବେଳେ ସେ ସଜାଗ ଦୃଷ୍ଠି ରଖିଥିଲେ।

ଥରେ ସ୍କୁଲର ପିଲାମାନେ ଖେଳାଖେଳି କୁଥାନ୍ତି, ଅଞ୍ଝେଲା। ହଷ୍ଟେଲରେ ପ୍ରାର୍ଥନା ଘଣ୍ଟା ବାଜିଲା। ପିଲାମାନେ ଖେଳକ୍କୁଦ ଛାଡ଼ି ହଷ୍ଟେଲକୁ ଗଲେ। ଛାତ୍ରମାନେ ମଧ୍ୟ ଯେଝା ଘରକୁ ଚାଲି ଗଲେ। ଡ଼ିଆଁ ଡ଼େଇଁ ସ୍ଥାନ ନିର୍ଦ୍ଧାରିତ ( jumping pit) ଥାଏ ପଡ଼ିଆରେ କିଛି ଦୂରରେ। ଘଣ୍ଟା ବାଜିବା ସତ୍ତ୍ୱେ କେତେଜଣ ଅଭ୍ୟାସ କରୁଥାନ୍ତି। ସେମାନଙ୍କ ଭିତରୁ ଜଣେ ଦେଖି ଦେଲା, ହେଡ଼ମାଷ୍ଟ୍ରେ ଆସୁଛନ୍ତି। ଆରେ ବାପ୍-ରେ ମଣିଷ ନୁହନ୍ତି ବାଘ। ସେମାନେ ପଡ଼ିଆ ଛାଡ଼ି ଚାଲିଗଲେ। କିନ୍ତୁ ପିଲାଟିଏ ବୋଧେ ଏକଥା ଜାଣି ପାରିଲା ନାହିଁ। ସେ ଭ୍ୟାସ ଜରି ରଖିଥାଏ। ହେଡ଼ମାଷ୍ଟ୍ରେ ତାକୁ ଧରି ଢ଼ୋ କରି ତା ଗାଲରେ ଚାପୁଡ଼ାଟାଏ କଷି ଦେଲେ। ଅବଶ୍ୟ ପିଲାଟି ଥିଲା ଜଣେ ଭଲ ଖେଳାଳୀ। ଖେଳାଳୀ ହେଲା ବୋଲି କ'ଣ ଖେଳରେ ମାତିଥିବ। ପଢ଼ାପଢ଼ି କରିବନି। ସେଇ ଚାପୁଡ଼ାରେ ତାର ଜୀବନର ଗତି ବଦଳି ଗଲା। ପରବର୍ତ୍ତୀ କାଳରେ ସେ ଜଣେ ଖେଳଶିକ୍ଷକ ରୂପେ ସେଇ ସ୍କୁଲରେ ଅବସ୍ଥାପିତ ହୋଇଥିଲା।

ଶ୍ରୀଯୁକ୍ତ ମହାନ୍ତି ପ୍ଧାନ ଶିକ୍ଷକ ଥିବାବେଳେ ବିଦ୍ୟାଳ୍ୟର ଛାତ୍ରମାନଙ୍କୁ ପୂର୍ଣ୍ଣ ବିକାଶ ପାଇଁ ଯଥେଷ୍ଟ ସଚେତନ ଥିଲେ। ପିଲାମନରେ ସାହିତ୍ୟନୁରାଗ ସୃଷ୍ଟି କରିବା ପାଇଁ ସେ ସମୟରେ ପ୍ରତ୍ୟେକ ଶ୍ରେଣୀରୁ ମାସିକ ହାତଲେଖା ପତ୍ରିକାମାନ ପ୍ରକାଶ ପାଉଥିଲା । ସଦେଶ ଖବର ଜଣାଇବା ପାଇଁ ପ୍ରତି ଶ୍ରେଣୀରୁଏ ସାପ୍ତାହିକ ସମ୍ବାଦ ବୁଲେଟିନ୍ ( News Buletin) ମାନ ପ୍ରକାଶ ପ୍ିବା ସହ ପ୍ରତି ଶ୍ରେଣୀ ଲାଇବ୍ରେରୀମାନ ସ୍ଥାପିତ ହୋଇଉଥିଲା । କ୍ଲାସ୍ ମନିଟର୍ ଏହି ଲାଇବ୍ରେରୀ ଦାୟୀରେ ରହୁଥିବା ବେଳେ ଜଣେ ଶିକ୍ଷକ ସ୍କୁଲ ଲାଇବ୍ରେରୀର ପରିଚାଳନା କରୁଥିଲେ। ପ୍ରତ୍ୟେକ ଶ୍ରେଣୀରେ ଥିଲା ଡ଼ିବେଟିଂ ସୋସାଇଟି

ପ୍ରତ୍ୟେକ ଶନିବାର ତର୍କପ୍ରତିଯୋଗିତା ଅନିଷ୍ଠିତ ହେଉଥିଲା। ବିଦ୍ୟାଳୟ ପରିସରରେ ଏକ ସଂଗ୍ରାହାଳୟ ( Museum) ପ୍ରତିଷ୍ଠା କରି ସେଥିରେ ବିଭିନ୍ନ ଦୁର୍ଲଭ ପଥର , କାଠ ଓ ଗୁଳ୍ମାଦିକୁ ସେ ସ୍ଥାନ ଦେଉଥିଲେ। ଏହା ଛାତ୍ରମାନଙ୍କ ଜ୍ଞାନତଷ୍ଣାକୁ କେତେକାଂଶରେ ପ୍ରଶମିତ କରୁଥିଲା । ଏହାଛଡ଼ା ସେ ମଣିଷ ଗଢ଼ିବାର ଅଭୀପ୍ସା ନେଇ ଛାତ୍ରମାନଙ୍କୁ ହାତ୍ତକାମ, ବଡ ଡ଼େଇ କାମ ଓ ଦରଜୀକାମ ଶିଖାଇବାର ସୁବ୍ୟବସ୍ଥା କରିଥିଲା। ହାତକାମରେ ପିଲାମାନଙ୍କର ଛତା ମରାମତି, ଠୁଙ୍ଗା ଓ ଲଫାପା ତିଆରି ଆଦି କରୁଥିଲେ। ପିଲାମାନେ ଜ୍ଞାନ ଆହରଣ ପାଇଁ ପୁସ୍ତକଗତ ବିଦ୍ୟାଯେ ଆଦୌ ପର୍ଯ୍ୟାପ୍ତ ନୁହେଁ, ଅନୁଭୂତି ହିଁ ମଣିଷକୁ ପରିପକ୍ୱତା ଆଣି ଦେଇଥାଏ, ଏଥିପାଇଁ ତେଣୁ ସେ ପିଲାମାନଙ୍କୁ ନେଇ ଶିକ୍ଷା ମୂଳକ ଭ୍ରମଣ(Execution) ର ବ୍ୟବସ୍ଥା କରିଥିଲେ। ଏହାଛଡ଼ା ପିଲାମାନଙ୍କ ମଧ୍ୟରେ ସେବା ଭାବର ବିକାଶ ପାଇଁ ସେ ସ୍କୁଲରେ ସ୍କୌଟ୍ ଶିକ୍ଷାର ପ୍ରଚଳନ କରିଥିଲେ।

ଶ୍ରୀଯୁକ୍ତ ମହାନ୍ତି ପିଲାଙ୍କ ପାଠପଢ଼ା ପ୍ରତି କେବଳ ଧ୍ୟାନ ଦେଉନଥିଲେ। ସେ ଚାହୁଁଥିଲେ ତାଙ୍କ ପିଲାମାନେ ପାଠପଢ଼ା ଓ ଖେଳକୁଦ ସହ ନାଚଗୀତରେ ମଧ୍ୟ ପାରଙ୍ଗମ ହୁଅନ୍ତୁ। ତେଣୁ ହାଇସ୍କୁଲ ପରିସରରେ ପ୍ରତିବର୍ଷ ନାଟକ ଅଭିନୟ ଓ କୌତୁକ ପୋଷାକ (Fansy Dress) ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। ଦ୍ୱିଜେନ୍ଦ୍ରଲାଲ ମିତ୍ରଙ୍କ ଚନ୍ଦ୍ରଗୁପ୍ତ ନାଟକର ଓଡ଼ିଆ ଅନୁବାଦ ତଥା ଫକୀର ମୋହନଙ୍କ ମାମୁଁ ଉପନ୍ୟାସର ନଟ୍ୟ ରୂପ ପ୍ରସ୍ତୁତି କରାଇ ସେ ଏହାକୁ ଅଭିନୀତ କରାଇଥିଲେ। ଯେ ଯେଉଁ କାମ କରୁଥିଲେ, ତାକୁ ଖୁବ୍ ନୁଖୁଣ ଭାବରେ ସମ୍ପାଦନ କରୁଥିଲେ। ହାଇସ୍କୁଲକୁ ଡ଼୍ରାମା ଦେଖିବାକୁ ଥରେ ମହାରାଜା ବଳଭଦ୍ର ନାରାୟଣ ଭଞ୍ଜଦେବ ଆସିଥାଆନ୍ତି। ସେ ସମୟରେ ଦ୍ୱିତୀୟ ବିଶ୍ୱ୍ୟୂଦ୍ଧ ଆରମ୍ଭ ହୋଇଯାଇଥାଏ। ନାଟକରେ ଯୁଦ୍ଧର ଦୃଶ୍ୟ ପରିବେଶଣ କରାଯିବାର ଥାଏ। ଟର୍ଚ୍ଚ ଲାଇଟର ଆଲୋକରେ ଘୂଁ ଘୁଁ ଶବ୍ଦ କରି ମଞ୍ଚ ଉପରେ ଉଡ଼ାଜାହାଜଟିଏ ଉଡ଼ିଯିବାର ଦେଖାଗଲା। ଉଡ଼ାଜାହାଜ ଦେଖି ସୈନିକବେଶୀ ଛାତ୍ରମାନେ ଲୁଚି ପଡ଼ିଲେ। ଉଡ଼ାଜାହାଜଟି ବୋମା ପକାଇଲା।

ଢ଼ାଏ ଢ଼ାଏ ଢ଼ାଏ । ବାସ୍ତବରେ ନାଟକରେ ଦୈଶ୍ୟଟ ଥିଲା ଖୁବ୍ ପ୍ରାଣବନ୍ତ। ଦୃଶ୍ୟରେ ପ୍ରାଣଭରି ଦେବା ପାଇଁ ବୌଁଶ ପ୍ତିଆରେ ଉଡ଼ାଜାହାଜ ତିଆରି ହୋଇଥିଲା। ମଞ୍ଚ ଉପରେ ତାର ଟଣାଯାଇ ଉଡ଼ାଜାହାଜକୁ ମଞ୍ଚର ଏପାଖରୁ ସେପାଖକୁ ନିଆ ଯାଉଥିଲା। ସାଇକେଲ ଚକରେ ଡ଼ବା ବାନ୍ଧି ଘୁଁ ଘୁଁ ଶବ୍ଦ ସୃଷ୍ଟ କରାଯିବା ସହ ବାଣ ଫୁଟାଇ ବୋମା ବର୍ଷଣର ପରିବେଶ ଶୃଷ୍ଟ କରାଯୌଥିଲା। ଉପରୋକ୍ତ ଉଦାହରଣରୁ ଶ୍ରୀ ମହାନ୍ତି କିପରି ପ୍ରତ୍ୟେକ କାମକୁ ନିପୁଣ ଭବରେ ସମ୍ପାଦନ କରିବାକୁ ଯତ୍ନଶୀଳ ଥିଲେ, ତାହା ଜଣାଯାଏ।

ଶ୍ରୀଯୁକ୍ତ ମହାନ୍ତି ଥିଲେ ଜଣେ ସୁସାହିତ୍ୟିକ। ସେ ଶିକ୍ଷକତା କଲାବେଳକୁ ପାଠ୍ୟ ପୁସ୍ତକର ଘୋର ଅନୁଭୂତ ହେଉଥିଲା। ଏହି ଅଭାବ ପୂରଣ ପାଇଁ ସେ ଯତ୍ନଶୀଳ ହୋଇ ରଚନା କଲେ 'ପାଠ ମଞ୍ଜରୀ' 'ପାଠପ୍ରସୂନ' ଓ 'ମୋ ଭି' । ଏହା ପ୍ରାଥମିକ ବିଦ୍ୟାଳୟର ପାଠ୍ୟପୁସ୍ତକ ରୂପେ ଗୃହୀତ ହୋଇଥିଲା। ପ୍ରଥମ ଶ୍ରେଣୀର ପିଲାଙ୍କ ପାଇଁ ସେ ରଚନା କରିଥିଲେ 'ପାଠ ମଞ୍ଜରୀ' ଏହାର ସରଳ ଭାଷା ଥିଲା କୋମଲ ମତି ପିଲାଙ୍କ ପାଇଁ ଖୁବ୍ ଉପ୍ୟୋଗୀ। ଉଦ୍ଦାହରଣ ସ୍ୱରୂପ:

                    "ଯାହା ଚାରିଆଡ଼େ ଦେଖାଇ ମୁହଁ
                       ସବୁ କରିଛନ୍ତି ଜଗତ ସାଇଁ
                       ରଙ୍ଗଣୀ ମନ୍ଦାର ଗୋଲାପ ଫୁଲ
                        ପୁଟୁଛନ୍ତି ମାନି ତାଙ୍କରି ବୋଲ।"

ଛୋଟ ପିଲାଙ୍କୁ ଗମ୍ଭୀର ପରିବେଶ ସେଭଳି ପ୍ରୀତିକର ମନେହୁଏ ନାହିଁ। ତେଣୁ ସେ ସେମାନଙ୍କୁ ଗମ୍ଭୀର ପରିବେଶ ମଧ୍ୟକୁ ଓଟାରି ନ ନେଇ ସେମାନଙ୍କ ମନୋରଞ୍ଜନ ପାଇଁ ଯତ୍ନଶୀଳ ହୋଇଥିଲେ। ତେଣୁ ସେ ଲେଖିଥିଲେ:-

                       "ଚାରି ଚକିଆ ଗାଡ଼ିଟି ମୋର ଚାଲେ ପବନ ପରି 
                            ଆସରେ ପିଲେ ଚାଢ଼ିବ ଯେବେ ମଉଜ ହେବ ଭାରି।
                          ଦନେଇ ଭାଇ ଆଗରୁ ଯେବେ ଓଟାରି ଦିଏ ଥରେ,
                           ପବନ ପରି ଯାଏ ସେ ଗଡ଼ି, ନ ରହି କେଉଁଠାରେ।"

ପିଲାଟିଏ ଖେଳିବାକୁ ଖୁବ୍ ଭଲ ପାଏ। ପାଠପରି ଖେଳର ମଧ୍ୟ ଆବଶ୍ୟକତା ରହିଛି। ତେଣୁ ସେ ପିଲାଙ୍କ ପାଇଁ ଖେଳଗୀତ ରଚନା କରିଥିଲେ। ଖେଳଗୀତ ମାଦଗ୍ୟମରେ ସେ ପିଲାଙ୍କୁ ବିଭିନ୍ନ ଖେଳ ସହିତ ପରିଚିତ କରେଇବା ସହ ଖେଳପ୍ରତି ସେମାନଙ୍କର ଆଗ୍ରହ ବୃଦ୍ଧି ପାଇଁ ସେ ଯତ୍ନଶୀଳ ହୋଇଥିଲେ। ଶିକ୍ଷକ ଭାବରେ ସେ ହାଇସ୍କୁଲରେ ଫୁଟବଲ, ଭଲିବଲ, ବାସ୍କେତବଲ ଓ ବ୍ୟାଡ଼୍ ମିଣ୍ଟନ ଆଦି ଖେଳର ପ୍ରଚଳନ କରାଇଥିଲେ। ପିଲାମାନଙ୍କୁ ଭୀମ, ଅର୍ଜ୍ଜୁନ, କର୍ଣ୍ଣ ଓ ଦ୍ରୋଣ ଆଦି ବିଭିନ୍ନ ଦଳରେ ଭାଗକରି ଖେଳାଯାଉଥିଲା। ଖେଳ ଆରମ୍ଭରେ ଓ ଖେଳପରେ ଉପସ୍ଥାନ ନିଆ ହେଉଥିଲା, ତାଙ୍କ ମତ ଥିଲା ସାଧୁତାର ଦୃଢ଼ ଭିତ୍ତି ଉପରେ ଜୀବନର ସୌଧ ପଢ଼ା ହେବା ଉଚିତ। ପାଠ ହେଉ କି ଖେଳ, ସବୁଠାରେ ସତ୍ ପନ୍ଥା ଅନୁସୁତ ହେବା ବିଧେୟ, ତେଣୁ ସେ କୁହନ୍ତି:"ଆସ ହେ ସଙ୍ଗାତ ମିତ
ଖେଳିବା ଯାଇ ତୁରିତ।
ଦଉଡ଼ା ଦଉଡ଼ି ଖେଳ
ଯାର ମେଳ
ଖେଳ ଗୋଳାଏ ଯେ ପିଲା
ସେ ଅଟେ ବଡ଼ ଚଗଲା।
ମିଛ କୁହା
କରେ ତାକୁ ଛାରଖାର।"
ସେ ପିଲାଙ୍କ ପାଇଁ କେବଳ ପଦ୍ୟ ରଚନା କରି ନ ଥିଲେ/ ତାଙ୍କର ଶିଶୁପାଠ୍ୟରେ 'ସିଂହ ପୋଡ଼ି' ପାଉଁଶ ହେଲା ଓ 'ଦରଜି ପିଲାର ସାହାଅ' ଭଳି ବହୁ ମନଲାଖି ଓ ଶକ୍ଷାପ୍ରଦ ଗଳ୍ପ ସଂଯୋଜିତ ହୋଇଥିଲା। ଏହାଛଡ଼ା ପିଲାଙ୍କ ଜ୍ଞାନର ପରିସର ବୃଦ୍ଧି କରିବାକୁ ସେ ଐତିହାସିକ ପଳ୍ପ ତଥା ଭ୍ରମଣ କାହାଣୀ ମଧ୍ୟ ରଚନା କରିଥିଲେ।

ସେ କେବଳ ଜଣେ ସଫଳ ଶିଶୁ ସାହିତ୍ୟିକ ନ ଥିଲେ ସେ ମଧ୍ୟ ଥିଲେ ଜଣେ ଦକ୍ଷ ସମ୍ପାଦକ। ତାଙ୍କର ବଳିଷ୍ଟ ସମ୍ପଦନାରେ କେନ୍ଦୁଝର ଗଡ଼ର 'ବଳଭଦ୍ର ସାହିତ୍ୟ ସଂସଦ ' ର ମୁଖପତ୍ର 'ବନବୀଣା' ଆତ୍ମ ପ୍ରକାସ କରଥିଲା । ଏହି 'ବନବୀଣା' ହିଁ ହୋଇ ଉଠିଥିଲା ବହୁ ସାହିତ୍ୟ ସାଧକଙ୍କ ସାରସ୍ୱତ ଏନ୍ତୁଦିଶାଳା ।
ଯଥାର୍ଥ ଶ୍ରୀଯୁକ୍ତ ମହାନ୍ତି ଥିଲେ ଜଣେ ମଣିଷଗଢ଼ା କାରିଗର । ତାଙ୍କର କଠୋର ବୁଭାର ମଧ୍ୟରେ ଛାତ୍ର ସମାଜ ପାଇଁ ଭରି ରହିଥିଲା ଅପରିସୀମ ମମତା । ସେ ବହୁ ପିଲାଙ୍କୁ ନିଜ ହାତରେ ଗଢ଼ିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଆଜି ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଟିତ । ସେ ଚାରୋଟି ପୁତ୍ର ଓ ଚାରୋଟି କନ୍ୟା ସନ୍ତାନର ଜନକ ହେଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତାଙ୍କର ପରିବାର ଥିଲା ଢ଼େରେ ଅଧିକ । ସେ ତାଙ୍କ ଜୀବନ କାଳରେ ବହୁ ଅଭାବଗ୍ରସ୍ତ ଛାତ୍ରଙ୍କୁ ପ୍ରତିପୋଷନ କରି ମଣିଷ କରିଛନ୍ତି । ୧୯୯୬ ମସିହା ୧୨ ତାରିଖରେ ତାଙ୍କର ଦେହବସାନ ଘଟିଥିଲେହେଁ ସଫଳ କାରିଗର ଭାବରେ ତାଙ୍କର ସୁଖ୍ୟାତି ତାଙ୍କର ଅଗଣିତ ଛାତ୍ରଛାତ୍ରୀଙ୍କ ପ୍ରାଣରେ ବହୁକାଳଧରି ଅମ୍ଳାନ ହୋଇ ରହିବ ଓ ସମାନେ ତାଙ୍କର ପବିତ୍ର ଜୀବନର ସ୍ମୃତିଚାରନ କରୁଥିବେ । କୃତୀ ଶିକ୍ଷକ ଉଦ୍ୟନାଥ ପଣ୍ତ

                                                                                      ଡ଼ଃ ଦିଗରାଜ ବ୍ରହ୍ମା

୧୯୭୭ ମସିହା। ସେହିବର୍ଷ ମୁଁ ସମ୍ବଲପୁର ସରକାରୀ ପ୍ରଶିକ୍ଷଣ ମହାବିଦ୍ୟାଳୟ( ଅଧିନା ଡ଼ଃ ପର୍ଶରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ) ରେ ଅଧ୍ୟାପକ ରୂପେ ଯୋଗ ଦେଇଥାଏ। ଯୋଗଦାନର ଅଳ୍ପ କେଇଦିନ ପରେ ଅଧ୍ୟକ୍ଷ ପ୍ରଫେସର ଶରଚ୍ଚନ୍ଦ୍ର ଦାଶଙ୍କ ପ୍ରଚେଷ୍ଟାରେ ଶ୍ରୀ ଅରବିନ୍ଦଙ୍କ ଶିକ୍ଷାଦର୍ଶନ ସମ୍ପର୍କରେ ଏକ ଶିଚା ସେମିନାର ଅନୁଷ୍ଟିତ ହୋଇଥିଲା। ସେହି ସେମିନାରରେ ହିଁ ମୋର ତାଙ୍କ ସହିତ ପରିଚୟ ହୋଇଥିଲା। ସେତେବେଳେ ସତୁରୀ ଅତିକ୍ରମ କରିଥିବା ଏହି ଯୁବ ସୁଲଭ ଉତ୍ସାହର ଓ ଆଗ୍ରହଥିବା ଶିକ୍ଷାବିତଙ୍କର ଆତ୍ମିକ ଚେତନା ଏତେ ଅଧିକ ଥିଲା ଯେ ତାହା ପରବର୍ତ୍ତୀ ସମୟରେ ମତେ ତାଙ୍କ ଜୀବନୀ ଅନୁଧ୍ୟା କରିବାକୁ ଉଦ୍-ବୁଦ୍ଧ କରିଥିଲା।

୧୯୧୧ ମସିହା ଏପ୍ରିଲ ୧୪ ତାରିଖ,। ପବିତ୍ର ମହାବିଷୁବ ସଂକ୍ରାନ୍ତି ଦିନ ସମ୍ବଲପୁର ଜିଲ୍ଲର ତାଲବ ଗ୍ରାମରେ ଏକ କୁଳିନ ବ୍ରାହ୍ମଣ ପରିବାରରେ ଉଦୟନାଥ ଜନ୍ମ ଗ୍ରହଣ କରିଥିଲେ। ପରିବାରର ପ୍ରଥମ ସନ୍ତାନ ହୋଇଥିବାରୁ ପିତାମାତା ଶ୍ରଦ୍ଧାରେ ତ୍ଙ୍କ ନାମ ଉଦୟନାଥ ରଖିଥିଲେ। ବାଲ୍ୟକାଳରୁ ପିତା ସୁଦର୍ଶନ ଓ ମାତା ଜମ୍ବୁବତିଙ୍କ ସଦ୍ ଗୁଣର ବିଶେଷ ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା।

ସେ ୧୯୨୯ ମସିହାରେ ପାଟଣା ବିଶ୍ୱବିଦ୍ୟାଳ୍ୟ ଅଧୀନରେ ଅନୁଷ୍ଟିତ ମାଟ୍ରିକ ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ରେଭେନ୍ନସା ମହାବିଦ୍ୟାଳୟରେ ସେ କିଛି ଦିନ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲାଇଥିଲେ। ସେହି ସମୟରେ ସେ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ବିକାସ ନିମନ୍ତେ ବିଶେଷ ଯତ୍ନ କରିଥିଲେ। ଶିକ୍ଷାଦାନ ସହିତ ବିଦ୍ୟାଳୟର ବଗିଚାକାମ ଖେଳ, କସରତ୍, ତର୍କ ଆଦି ତାଙ୍କ ଦ୍ୱାରା ନିୟମିତ ବ୍ୟବଧାନରେ କରାଯାଉଥିଲା ତାଙ୍କ ଉଦ୍ୟମରେ ବିଦ୍ୟାଳୟର ଆଠଜଣ ଛାତ୍ର ବିଭିନ୍ନ ବର୍ଷରେ ବୃତ୍ତି ପାଇଥିଲେ ।

ପଣ୍ତା ମହାଶୟଙ୍କର କାର୍ଯ୍ୟଦକ୍ଷତା ସଂମ୍ପର୍କରେ କ୍ରମଶଃ ଅଞ୍ଚଳର ଜନସାଧାରନ ପରିଚିତ ହେଲେ । ସିଆଲ ଖଣ୍ତହଥା ଗ୍ରାମର ଗ୍ରାମ୍ବାସୀମାନେ ସେଠାରେ ନୂତନଭାବେ ଏକ ମଧ୍ୟ ଇଂରାଜୀ ବିଦ୍ୟାଳୟ ପ୍ରତିଷ୍ଠାକଲେ । ସେମାନଙ୍କ ନିମନ୍ତ୍ରଣ କ୍ରମେ ସେ ଉକ୍ତ ବିଦ୍ୟାଳୟରେ ୧୯୪୮ ମସିହା ଜାନୁଆରୀ ମାସରେ ପ୍ରଧାନଶିକ୍ଷକ ରୂପେ ଦୟିତ୍ୱ ଗ୍ରହ୍ନ କଲେ। ମଧ୍ୟ ଇଂରାଜୀ ବିଦ୍ୟାଳୟର ପରିସର ମଧ୍ୟରେ ପଣ୍ତା ମହାଶୟଙ୍କର କାର୍ଯ୍ୟକଳାପ ସୀମାବଦ୍ଧ ରହିଲା ନାହିଁ। ସେ ଲକ୍ଷ୍ୟକଲେ, ମଧ୍ୟ ଇଂରାଜୀ ଶିକ୍ଷାଦାନ ସାରୁଥିବା ବହୁପିଲା ନିକଟରେ ହାଇସ୍କୁଲ ନ ଥିବାରୁ ପାଠ ପଢ଼ା ଛାଡ଼ୁଛନ୍ତି । ତେଣୁ ସେ ଏକ ହାଇସ୍କୁଲ ପ୍ରତିଷ୍ଠ ପାଇଁ ଲାଗିପଡ଼ିଲେ । ପନ୍ତାଙ୍କ ନେତୃତ୍ୱ ରେ ୧୯୫୦ ମସିହାରେ ସେ ବି·ଏ· ପରୀକ୍ଷା ଦେବାକୁ ପଣ୍ତା ମହାଶୟଙ୍କୁ ଉତ୍ସାହିତ କଲେ । ୧୯୫୧ ମସିହାରେ ସେ ବି·ଏ· ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଓ ୧୯୫୨ ମସିହାରେ ୪୧ ବର୍ଷ ବୟସରେ ପଣ୍ତା ମହାସୟ କଟକ ଟ୍ରେନିଙ୍ଗ୍ କଲେଜରେ ଯୋଗଦେଇ ବି·ଇଡ଼ି· ଡ଼ିଗ୍ରୀ ହାସଲ କଲେ ।

ଶିକ୍ଷା- ପ୍ରଶିକ୍ଷଣ ପଣ୍ତାଙ୍କ ଶିକ୍ଷାଦାନ ପ୍ରଣାଳୀକୁ ଆହୁରି ଅଧିକ ଫଳପ୍ରଦ ଓ ରୁଦ୍ଧୁମନ୍ତ କଲା । ସାନ ସାନ ପିଲାମାନଙ୍କୁ ହସ ଖେଳ ମାଧ୍ୟମରେ ପଢ଼ାଇ ସେ ବିଶେଷ ଆନନସ ଲାଭ କଲେ । ଉପର ଶ୍ରେଣୀର ପିଲାମାନଙ୍କ ସହିତ ପ୍ରଶ୍ନ ଓ ଆଲୋଚନା ମାଧ୍ୟମରେ ବିଭିନ୍ନ ଜଟିଳ ତତ୍ତ୍ୱ ଉତ୍-ଥାପନ କଲେ। ଯାହା ଫଳରେ ପିଲମାନଙ୍କର ଅନ୍ତର୍ଦୃଷ୍ଟ ବଢ଼ିଲା। ପରୀକ୍ଷାର ଫଳ ମଧ୍ୟ ସନ୍ତୋଷ ଜଙ୍କ ହେଲା। କୌଣସି ବର୍ଷ ମ୍ୟାଟ୍ରିକ ପରୀକ୍ଷାର ଫଳାଫଳ ଶତକଡ଼ା ପଞ୍ଚସ୍ତରୀ ଭାଗରୁ କମ୍ ହେଲା ନାହିଁ ।

ସିଆଲଖଣ୍ତହଥା ଉଚ୍ଚ ବିଦ୍ୟାଳୟର ଆୟତନ ୨୦ବର୍ଗ ଏକର ଓ ସେଥିମଧ୍ୟରେ ଦୁଇଟି ଜୂଅ ଓ ଗୋଟିଏ ପୋଖୋରୀ ଥିଲା। ସବୁ ଋତୁରେ ସ୍କୁଲ ଉଦ୍ୟାନ ଫୁଲଫଳରେ ଭରପୁର ଥିଲା। ବେଳେବେଳେ ବିଦ୍ୟାଳୟର ପ୍ରାକୃତି ପରିବେଶ ମଧ୍ୟରେ ପଣ୍ତ ମହାଶୟ ପିଲାମାନଙ୍କୁ ଶିକ୍ଷାଦାନ ଦେଉଥିଲେ।

ଜୀବନ କେବଳ ବିଦ୍ୟାଳୟ ଚାରିକାନ୍ଥ ମଧ୍ୟରେ ସୀମାବଦ୍ଧ ହେବା ଉଚିତ ନୁହେଁ ବୋଲି ବହୁ ଶିକ୍ଷାଦାର୍ଶନିକ ବିଭିନ୍ନ ସମୟରେ ମତ ପୋଷଣ କରିଛନ୍ତି। ପ୍ରକୃତ ଶିକ୍ଷକ ନିଜ ଆଗରେ ଦେଖେ ଏକ ବିରାଟ ସମାଜ ଓ ଚୁଦ୍ର ବିଦ୍ୟାଳୟ ସେହି ବିରାଟ ସମାଜ ପାଇଁ ସେ ପ୍ରସ୍ତୁତ କରିଥାଏ। ପଣ୍ତା ମହାଶୟ ତାଙ୍କ ଶିକ୍ଷକ ଜୀବନରେ ଏହି ତତ୍ତ୍ୱ ବିସାଷଭାବେ ଅନୁଭବ କରି ପାରିଥିଲେ । ସେ ଅନେକ ସମୟରେ ପିଲାମାନଙ୍କୁ ଧରି ଆଖପାଖ ଅଞ୍ଚଳରେ ବହୁ ସମାଜ ହିତକର କାର୍ଯ୍ୟ କରୁଥିଲେ। ଏତଦ୍ବ୍ୟତୀତ ଉନ୍ନୟନ ସଂସ୍ଥାର ଅବୈତନିକ ଚେୟାରମ୍ୟାନରୁପେ ଶିକ୍ଷକତା ସହିତ ସେ କାର୍ଯ୍ୟ କରିଥହିଲେ ।

୧୯୬୪ ମସିହାରେ ଓଡ଼ିଶା ରାଜ୍ୟ ସରକାର କୃତୀ ଶିକ୍ଷକମାନଙ୍କୁ ଉତ୍ସାହିତ କରିବାପାଇଁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିବାର ବ୍ୟବସ୍ଥା ପ୍ରଥମ ଥର ପାଇଁ କରିଥାନ୍ତି । ପଣ୍ତା ମହାଶୟଙ୍କୁ ଏହି ପୁରସ୍କାର ୧୯୭ ମସିହା ଜାନୁଆରୀ ୨୬ ତାରିଖରେ ଏକ ରାଜ୍ୟସ୍ତରୀୟ ଉତ୍ସବରେ ପ୍ଦାନ କରା ଯାଇଥିଲା । ପଣ୍ତା ମହାସୟଙ୍କୁ ଦିଆଯାଇଥିବା ମାନପତ୍ରରେ ସେ ଜଣେ "ସମ୍ବେଦନଶୀଳ ଓ ସୁଦକ୍ଷ ପ୍ରଧାନ ଶିକ୍ଷକ" ବୋଲି ଉଲ୍ଲେଖ କରାଯାଇଥିଲା ।

ଏହି କୃତବିଦ୍ୟ ଦକ୍ଷ ଶିକ୍ଷକ ଜଣକ ୧୯୫୨ ମସିହାରେ ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କ ଶିକ୍ଷାଦର୍ଶନ ବିଷୟରେ ଅଧ୍ୟୟନ କଲେ । ବିଭିନ୍ନ ସ୍ଥାନରେ ତତ୍-ସଂମ୍ପର୍କୀୟ ବିଭିନ୍ନ ସେମିନାର ଓ ପାଠଚକ୍ରରେ ମଧ୍ୟ ଯପଗଦାନ କଲେ ।

୧୯୭୪ ମସିହା ସେପ୍ଟେମ୍ବର ମାସ ୧୮ ତାରିଖରେ ତତ୍-କାଳୀନ ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ନନ୍ଦିନି ଶତପଥୀମକ ଦ୍ୱାରା ସମ୍ବଲପୁର ଠାରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଉଦ୍-ଘାଟିତ ହେଲା । ବିଦ୍ୟାଳୟର ସୁଯୋଗ୍ୟ ପ୍ରଧାନ ଶିକ୍ଷକ ରୂପେ ପଣ୍ତ ମହାଶୟଙ୍କୁ ଉକ୍ତ ଅନୁଷ୍ଠାନ ଦାୟିତ୍ୱ ୧୯୭୫ ମସିହାରେ ପରିଚାଳନ ସମିତି ଅର୍ପଣ କଲେ । ପ୍ରାକ୍ ବିଦ୍ୟାଳୟ ସ୍ତରଠାରୁ ଆରମ୍ଭକରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମନେ ଅଧ୍ୟୟନ କରିବାର ସୁଯୋଗ ଉକ୍ତ ବିଦ୍ୟାଳୟରେ ପାଇଲେ ।

ଉକ୍ତ ପୂର୍ଣ୍ଣାଙ୍ଗ ଶିକ୍ଷାକେତ୍ରରେ ଅଗଣିତ ଶିଚାର୍ଥୀ ଶିକ୍ଷିକା ଓ ଅଭିଭାବକଗଣଙ୍କୁ ନେତୃତ୍ୱ ଦେବାରେ ପଣ୍ତା ମହାଶୟଙ୍କ ଭୂମିକା ଅତୁଳନୀୟ ଥିଲା। ଦିଙ୍କର ଘଟଣା ଉକ୍ତ ଲେଖକ କୌଣସି କାମରେ ସେତେବେଳେ ଧନବଉଡ଼ା ଠାରେ ଥିବା ଉକ୍ତ ବିଦ୍ୟାଳୟକୁ ଯିବାର ସୁଯୋଗ ପାଇଥିଲେ । ସେ ଦେଖିବାକୁ ପାଇଲା, ପଣ୍ତା ମହାଶୟ ବିଦ୍ୟାଳୟର ବାରଣ୍ତାରେ ନିଜ ହାତରେ ଛାଞ୍ଚୁଣୀଧରି ଝାଡ଼ା ପରଶ୍ରା ସଫା କରୁଛନ୍ତି। ଲେଖକଙ୍କୁ ଦେଖି ସେ ଟିକିଏ ହସି ଦେଲେ। ଆମେ ଦୁହେଁ ଅଫିସକୁ ଗଲୁ। ସେଠାରେ ସେ ମୋତେ ହସି ହସି ଖିଲେ, 'କନି ପିଲାଟାଏ ଯାଉ ଯାଉ ବାରଣ୍ତାରେ ଝାଡ଼ା ଫେରିଦେଲା। କୌଣସି ଶିକ୍ଷକ ଶିକ୍ଷିକା ସେଥିକୁ ଞ୍ଜର ଦେଲେ ନାହିଁ। ଶେଷରେ ବାରଣ୍ତାକୁ ସଫା କରିବା କାମ ମୋ ହାତକୁ ଆସିଲା।"

୧୯୮୨ ମସିହାରେ ଡ଼ ହରେକୃଷ୍ଣ ମହତାବଙ୍କ ପ୍ରେରଣାରେ ଓ କଟକରେ ପ୍ରଜାତନ୍ତ୍ର ପ୍ରଚାର ସମିତି ଆନୁକୂଲ୍ୟରେ ସମ୍ବଲପୁରରୁ "ଦୈନିକ ହିରାଖଣ୍ତ" ଆତ୍ମ୍ପ୍ରକାଶ କଲା। ହୀରାଖଣ୍ତର ରବିବାର ସଂଖ୍ୟାରେ ଶିସୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସାହିତ୍ୟ ବିଭାଗ 'କଳିକା' ସ୍ଥାନ ପାଇଲା। ପଶ୍ଚିମାଞ୍ଚଳରେ ଶିଶୁ ସାହିତ୍ୟର ଉନ୍ନତି କଳ୍ପେ ପଣ୍ତା ମହାଶୟ କାମ କଲେ। ଧାରାବାହାଇକ ଭାବେ ତାଙ୍କ ରଚିତ ଗଳକ୍ଷ୍ପ ଓ ଶିଶୁ ପ୍ରବନ୍ଧ 'କଳିକା' ରେ ସ୍ଥାନ ପାଇଲା। ୧୯୮୩ ମସିହାରେ ବସନ୍ତ ମିଅଲନ ଉତ୍ସବ ଅବସରରେ ବିଶିଷ୍ଟ ଶିଶୁ ସାହିତ୍ୟକରୂପେ ହୀରାଖଣ୍ତ ତରଫରୁ ପନ୍ତା ମହାଶୟଙ୍କୁ ସମ୍ମାନିତ କରାଯାଇଥିଲା।

ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ସମୟରେ ପଣ୍ତା ମହାଶୟ ପିଲାମାନଙ୍କ ପାଇଁ ବହୁ ଶିକ୍ଷଣୀୟ ପୁସ୍ତକ ଏଚନାରେ ମନୋନିବେସ କରିଥିଲେ। ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ସେ ଅଞ୍ଚଳରେ ପିଲାମାନଙ୍କ ଦ୍ୱାରା ଆଦୃତ ହୋଇ ପାରିଛି।

ପଣ୍ତା ମହାଶୟ ତାଙ୍କ ଅର୍ଦ୍ଧଶତାବ୍ଦୀରୁ ଅଧିକ ଶକ୍ଷାଦାନ କାଳରେ ଅଧିକାଂଶ ଶିକ୍ଷାର୍ଥୀଙ୍କୁ ମଣିଷ୍ପରି ମଣିଷକରି ଗଡ଼ିଛନ୍ତି। ଆଜି ସେହିଛାତ୍ର ମାନଙ୍କ ମଧ୍ୟରୁ ଅନେକେ ଓଡ଼ିଶାର ଦକ୍ଷ ପ୍ରଶାସକ, ସଫଳ ଆଇନଜ୍ଞ, ରାଜନୀତିଜ୍ଞ ଓ ଶିକ୍ଷାବିତ୍ ରୂପେ ନିଜ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି। ଅଧୁନା ଅଶୀବର୍ଷ ଅତିକ୍ରମ କରଥିବା ଏହି ଯୁବ ସୁଲଭ ବୃଦ୍ଧଙ୍କୁ ଦିନେ ଉକ୍ତ ଲେଖକ ତାଙ୍କ ଜୀବନର ସଫଳତାର ଚାବିକାଠି ସମ୍ପର୍କରେ ପ୍ରଶ୍ନ କରିଥିଲେ। କୃତୀ ଶିକ୍ଷକ ପଣ୍ତା ହସି ହସି ଯେଉଁ ଉତ୍ତର ଦେଇଥିଲେ, ତା'ର ସାରମର୍ମ ହେଲା: ଭଗବତ୍ ପରାୟଣ ହୋଇ କର୍ମ କରିଗଲେ ଉର୍ଦ୍ଧ୍ୱରୁ ଭଗବତ୍ ଅନୁକମ୍ପା ସ୍ୱତଃ ଆସିଥାଏ। ତାହାହିଁ ଘଟିଛି ମୋର ଜୀବନରେ, ମୋର ଶିକ୍ଷଦାନରେ, ମୋର ସାଧନାରେ·····। ସ୍ୱାଧୀଞ୍ଚେତା ଶିକ୍ଷକ

                                                                            ବାଞ୍ଛାନିଧି ସତପଥୀ
                                                                    ଡ଼ଃ ରବୀନ୍ଦ୍ର କୁମାର ପ୍ରହରାଜ

ଆମ ଦେଶରେ ଆଧୁନିକ ଶିକ୍ଷା ପ୍ରସାରର ଇତିହାସ ପ୍ରତି ଦୃଷ୍ଟିପାତ କଲେ ସହରଠାରୁ ମଫସଲ ପର୍ଯ୍ୟନ୍ତ ଏକ ଏକ ଅଞ୍ଚଳରେ ପ୍ରମୁଖ ଓ ପ୍ରଧାନ ବିଦ୍ୟାପୀଠରେ ପରିଣତ ଅନୁଷ୍ଠାଙ୍ଗୁଡ଼ିକ ଜଣେ ଶିକ୍ଷାବ୍ରତୀ, ସମାଜ ସେବୀ ବ୍ୟକ୍ତି ବିଶେଷଙ୍କର ଶ୍ରମ ଓ ସେଦ ଦାନରେ ଗଢ଼ି ଉଠିଥିବା ଘଟଣା ଜୀବନ୍ତ ହୋଇଉଠେ। କଟକର ରାଣୀହାଟ ହାଇସ୍କୁଲ ଏହିଭଳି ଏକ ଶିକ୍ଷନୁଷ୍ଠାନ। ଏହା ସହିତସ୍ୱର୍ଗତ ପ୍ରଧାନ ଶିକ୍ଷକ ବାଞ୍ଛାନିଧି ଶତପଥୀଙ୍କର ନାମ ଏକଦା ଏଭଳି ବିଜଡ଼ିତ ଥିଲା ଯେ ସର୍ବସାଧାରଣରେ ତାହା ତାଙ୍କରି ସ୍କୁଲ ବୋଲି କୁହାଯାଉଥିଲା। ସେ ନିଜେ ମଧ୍ୟ 'ମୋ ସ୍କୁଲ' ଖିବାର ଅପାର ଆତ୍ମତୃପ୍ତି ଲାଭ କରୁଥିଲେ। ଏହା ଆତ୍ମମ୍ଭରିତା ଅଥବା ଅହ୍ମିକା ସମ୍ବଳିତ ଉକ୍ତି ନଥିଲା, ଏହା ଥିଲା ପ୍ରଚଣ୍ତ ମମତ୍ୱବୋଧର, ଯାହାର ଉଦ୍-ଭବ ଘଟିଥିଲା ତ୍ୟାଗରୁ, ଆତ୍ମସ୍ୱାର୍ଥ ବଳିଦାନରୁ। ଆଶାତୀତ ବୃଦ୍ଧିପ୍ରାପ୍ତ ହେବାରୁ ଗୃହନିର୍ମାଣ ସମସ୍ୟାର ସମାଧାନ ଲାଗି ତାଙ୍କୁ କଠୋର ପରିଶ୍ରମ କରିବାକୁ ହେଲା। ତାଙ୍କର ତତ୍କାଳୀନ ସହକର୍ମୀ ଅନନ୍ତବାବୁ ସେଦିନର ସ୍ମୃତିଚାରଣ କର କହୁଥିଲେ ଯେ, ବାଞ୍ଛାନିଧିବାବୁ ରାଣୀହାଟ ସ୍କୁଲ୍ ଗଢ଼ିବାରେ ତାଙ୍କର ସମସ୍ତ ଧ୍ୟାନ, ଧାରଣା, କର୍ମ ଓ ସମୟ ବ୍ୟୟ କରିବାକୁ ଯାଇ ନିଜ ପରିବାରକୁ ଭୁଲି ଯାଇଥିଲେ। ନବପରିଣୀତା ପତ୍ନୀଙ୍କି ମଧ୍ୟ ଚାହିଁନଥିଲେ। ପରିଣତ ବୟସରେ ପତ୍ନୀଙ୍କ ପ୍ରତି ଦୃଷ୍ଟି ଦେଲାବେଳକୁ ସମୟ ଅତିକ୍ରାନ୍ତ ହୋଇ ସାରିଥିଲା। ସେଥିପାଇଁ ସେ ଶେଷ ପର୍ଯ୍ୟନ୍ତ ନିରପତ୍ୟ ରହିଗଲେ। ମାତ୍ର କାଳକାଳକୁ ରଖିଗଲେ ତାଙ୍କର ଅହୋରାତ୍ର ନିରବଚ୍ଛିନ୍ନ ପ୍ରଗାଢ଼ ଉଦ୍ୟମର ଫଳଶ୍ରୁତି ଦ୍ୱିତଳ ପ୍ରସାଦଉପମ ସୌଧ ଶ୍ରେଣୀ ଶୋଭିତ ରାଣୀହାଟ ହାଇସ୍କୁଲ୍, ୧୯୬୦-୬୧ ବେଳକୁ ଯାହାର ଛାତ୍ରଛାତ୍ରୀ ସଂଖ୍ୟା ଥିଲା ତିନିହଜାରରୁ ଅଧିକ। ଅନ୍ୟ ଶ୍ରେଣୀକୁ ବାଦ୍ ଦେଲେ ବି କେବଳ ଏକାଦଶ ଶ୍ରେଣୀଟି ଚାରିଭାଗରେ ବିଭକ୍ତ ଥିଲା। ସକାଳ ଓ ମଧ୍ୟାହ୍ନ ଦୁଇଟି ପର୍ଯ୍ୟାୟରେ ସ୍କୁଲ୍ ଚଳୁଥଲା। ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଥିଲା ଚାଳିଶିରୁ ଅଧିକ। କ୍ରମବର୍ଦ୍ଧମାନ ଛାତ୍ରସଂଖ୍ୟା ପାଇଁ ସ୍ଥାନାଭାବସମସ୍ୟା ଉତ୍କଟ ହୋଇ ଉଠିବାରୁ ବିଦ୍ୟାଳୟ ପରିସରକୁ ବିସ୍ତାରିତ କରିବାର ଲକ୍ଷ୍ୟ ନେଇ ସେ ଘଟଣାକ୍ରମେ ସ୍ୱନାମଧନ୍ୟା ମହିଳା ଡ଼ାକ୍ତର ଜ୍ୟେସ୍ନା ଦେଈଙ୍କ ସହ ଦେୱାନି ମୋକଦ୍ଦମା ଚଳାଇବାକୁ ବାଧ୍ୟ ହୋଇଥିଲେ। ପରିଚାଳନାସମିତିର ପୂର୍ଣ୍ଣ ସମ୍ମତିକ୍ରମେ ଏହା ଚଳୁଥିବାରୁ ବିଦ୍ୟାଳୟ ପାଣ୍ଟିରୁ ଏଥିପାଇଁ ଅର୍ଥବ୍ୟୟ କରିବାକୁ ପଡ଼ୁଥିଲା। ଫଳରେ ଶିକ୍ଷକ-ଶିକ୍ଷୟିତ୍ରୀ ଯତା ସମୟରେ ଦରମା ପାଉନଥିଲେ । ବାଞ୍ଛାନିଧି ବାବୁଙ୍କ ବ୍ୟକ୍ତିତ୍ୱର ପ୍ରଭାବ ଯୋଗୁଁ ବିଦ୍ୟାଳୟର ସ୍ୱାର୍ଥକୁ ଅଗ୍ରାଧିକାର ଦେବା ଲାଗି କେହି ମଧ୍ୟ ପଶ୍ଚାତ୍-ପଦ ନଥିଲେ। ଅଧ୍ୟୟନ କାର୍ଯ୍ୟ ସେଥିପାଇଁ କୌଣସି ସମୟରେ ବିଘ୍ନିତ ହେଉନଥିଲ।। ସ୍କୁଲ୍ କାର୍ଯ୍ୟ ଚଳୁଥିଲା ବେଳେ ବାଞ୍ଛାନିଧିବାବୁ ନୀରବରେ ଶ୍ରେଣୀ କକ୍ଷ ପାଖ ଦେଇ ଘୂରି ଆସୁଥିଲେ। ଶିକ୍ଷକ ଓ ଛାତ୍ରମାନଙ୍କ ପାଇଁ ସେତିକି ଯଥେଷ୍ଟ ଥିଲା। ଛାତ୍ରଛାତ୍ରୀଙ୍କର ନୈତିକ ଆଚାର-ବ୍ୟଭାରଗତ ତ୍ରୁଟିକୁ ସେ କ୍ଷମା କରୁନଥିଲେ। ଅଫିସ ବାରଣ୍ତାରେ ଠିଆ କରାଇ ସେ ଛାତ୍ରଛାତ୍ରୀଙ୍କୁ ଦଣ୍ତ ଦେଉଥିଲେ। ସବୁ ଶ୍ରେଣୀର ପିଲା ଯାପରି ଏହି ଦୃଷ୍ଟାନ୍ତମୂଳକ ଶାସ୍ତିକୁ ପ୍ରତ୍ୟକ୍ଷ କରି ଭବିଷ୍ୟତ ଲାଗି ସଜାଗ ହେବେ, ଏହା ଥିଲା ତାଙ୍କର ଉଦ୍ଦେଶ୍ୟ।

ବାଞ୍ଛାନିଧି ଶତପଥୀ ଥିଲେ ଗୌରବର୍ଣ୍ଣର। ସ୍ୱାସ୍ଥ୍ୟ କ୍ଷୀଣ ଓ ଉଚ୍ଚତାରେ ଗେଡ଼ା। ତାଙ୍କର ପରିଧେୟଥିଲା ଶଭ୍ର ଧୋତି ସାଙ୍ଗକୁ ଧଳା ଅଦିକନାର ପଂଜାବୀ। ସେ ଧୋତିକୁ ଫୁଲ୍ ପ୍ୟାଣ୍ଟ୍ ଭଳି ପିନ୍ଧନ୍ତି। ଅଳ୍ପ ଲମ୍ବା ମୁହଁଟି ତାଙ୍କର ତୀକ୍ଷ୍ମ ନାସିକା ଯୋଗୁଁ ଦୃଷ୍ଟି ଆକର୍ଷଣ କରୁଥିଲା। ନାକତଳେ ଅଳ୍ପ ନିଶ ଇ ନାକ ଉପରେ ସଦାଶୋଭିତ ରୋଲ୍-ଡ଼୍-ଗୋଲ୍ଟ ଫ୍ରେମ୍-ର ଚଷମା ତାଙ୍କ ବ୍ୟକ୍ତିତ୍ୱକୁ ସାମ୍ଭ୍ରାନ୍ତ୍ୟ ଯୋଗାଇଉଥିଲେ । ସେ ରୁଞ୍ରାହୀ ଥିବାରୁ କୃତିବିଦ୍ୟ ଶିକ୍ଷକମାନଙ୍କୁ ବିଦ୍ୟାଳୟର ହିତସାଧନରେ ନିଯୋଜିତ କରୁଥିଲେ। ସେଥିପାଇଁ ରାଣୀହାଟ ହାଇସ୍କୁଲର ବାର୍ଷିକ ଫଳାଫଳ ଉତ୍ସାହଜନକ ଥିଲା। ଅଧିକାଂଶ ବର୍ଷ ଏହି ସ୍କୁଲ୍-ର ଛାତ୍ର ବୈତ୍ତି ଲାଭ କରୁଥିଲେ।

ବାଞ୍ଛାନିଧିଶତପଥୀ ସ୍ୱ୍ୱାଧୀଞ୍ଚେତା ଥିବାରୁ ଅନେକ ମହଲରେ ଆଦୃତ ହେଉନଥିଲେ। ଏଥିପାଇଁ ତାଙ୍କର ସ୍ପଷ୍ଟବାଦିତା ଅନେକାଂଶରେ ଦାୟୀ। ସେ ତାଙ୍କ ସ୍କୁଲ୍ ସଂପର୍କରେ କୌଣସି ଅହେତୁକ ପ୍ରତିକୂଳ ମନ୍ତବ୍ୟ ବା ବିଚାରଧାରାକୁ ତାତ୍-କାଳିକ ଲାଭ ଦୃଷ୍ଟିରୁ ସହ୍ୟ କରିନେବାକୁ ପ୍ରସ୍ତୁତ ନଥିଲେ। ପ୍ରତିବାଦ ତାଙ୍କେ ଯାପରି ଥିଲା ଶାଣିତ, ଅବଜିମତ ଥିଲା ତତୋଧିକ ସୃପ୍ତ। ସେ ଶିକ୍ଷାଗତ କୌଳିକ ନୀତି ସହ କିଛି ହେଲେ ଅପମିଶ୍ରଣକୁ ପ୍ରଶ୍ରୟ ଦେଉନଥିଲେ।

ବ୍ୟକ୍ତିଗତ ସ୍ତରରେ ସେ ଥିଲେ ସମ୍ବେଦନଶୀଳ। ଅନେକ ଦରିଦ୍ର ଅଥଚ ମେଧାବୀ ଛାତ୍ରଙ୍କୁ ସେ ନିଜ ପାଖରେ ରଖି ତାଙ୍କର ଗ୍ରାସାଚ୍ଛାଦନର ଦାୟିତ୍ୱ ମୁଣ୍ତାଇ ସେମାନଙ୍କୁ ମଣିଷ କରିଥଲେ। ସେମାନେ ଥିଲେ ତାଙ୍କର ପୁତ୍ରବତ୍ ଅନୁରକ୍ତ। ବାଞ୍ଛାନିଧି ବାବୁଙ୍କର ସେହିମାନଙ୍କଠାରେ ଥିଲା ପ୍ରଗାଢ଼ ବିଶ୍ୱାସ। ବାଞ୍ଛାନିଧି ଶତପଥିଙ୍କର ଶିକ୍ଷକ ଭାବରେ ମହତ୍ତ୍ୱ ଜାଣିବାକୁ ହେଲେ ସ୍ୱନାମଧନ୍ୟ ସାହିତ୍ୟିକ ଚିତ୍ତରଂଜନ ଦାସଙ୍କର ଆତ୍ମଜୀବନୀ 'ମିତ୍ରସ୍ୟ ଚକ୍ଷସା' ପଠନୀୟ। କ୍ଷହାତ୍ରମାନେହିଁ ଥିଲେ ତାଙ୍କର ସର୍ବସ୍ୱ। ସେ ସେମାନଙ୍କର ଥିଲେ ବନ୍ଧୁ, ପିତା ଓ ଦିଗ୍-ଦର୍ଶକ । ସେମାନଙ୍କ ମଧ୍ୟରୁ କେତେକ ତାଙ୍କ ସ୍କୁଲରେ ଥିବାରଲୁ ସେ ଅପେକ୍ଷାକୃତ ନିଶ୍ଚିତ ରହୁଥିଲେ। ୧୯୬୧ ଅଗଷ୍ଟ ପହିଲାରୁ ୧୯୬୩ ଡ଼ିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ମୁଁ ଥିଲି ତାଙ୍କର ସହକର୍ମୀ। ମୋ କର୍ଯ୍ୟରେ ସେ ସନ୍ତୁ$1୍ଟ ଥିଲେ ଓମୋର ଉତରୋତ୍ତର ଉନ୍ନତି କାମନା କରୁଥିଲେ । ମୋଭଳି ଅନେକ ଶକ୍ଷକ ତାଙ୍କରି ଅଧୀନରେ କାର୍ଯ୍ୟ କରୁଥିଲା ବେଳେ ଘରୋଇ ଭାବେ ଏମ୍·ଏ· ପରୀକ୍ଷା ଦେଇ ସଫଳତା ଅର୍ଜନ କରିବା ସଂଗେ ସଂଗେ ଅଧ୍ୟାପନାଦି ଉଚ୍ଚତର ବୃତ୍ତି-କ୍ଷେତ୍ରରେ ପ୍ରବେଶ କରିଥିଲେ। ଏଥିପାଇଁ ଆବଶ୍ୟକସ୍ଥଳେ ବ୍ୟକ୍ତିଗତ ଷାୟତା ଯୋଗାଇବାରେ ସେ କୁଣ୍ଠା ପ୍କାଶ କରୁନଥିଲେ। ସମଗ୍ର ରାଣୀହାଟ, କଲେଜ ଛକ ଓ ମଙ୍ଗଳାବାଗ, ଅଞ୍ଚଳର ସେ ଥିଲେ ସର୍ବମାନ୍ୟ। ଶେଷ ଆଡ଼କୁ ସ୍ଥାନୀୟ ଲୋକଙ୍କ ଚାପ ଓ ଅନୁରୋଧ ଏଡ଼ାଇ ନପାରି ସାଆନ୍ତ ସାହିରେ ଖଣ୍ତିଏ ନାସଭୂମି କ୍ରୟ କରିଥିଲେ ସେ ଗୃହ ନିର୍ମାଣ ଲାଗି ଉପକରଣ ଯୋଗାଇଥିଲେ ତାଙ୍କର ଦଶମ୍ବଦ ବ୍ୟବସାୟୀ ଛାତ୍ରମାନେ। ଏଭଳି ଅଯାଚିତ ସାହାଯ୍ୟପ୍ରାପ୍ତିରେ ତାଙ୍କର କ୍ଷୋଭର ସୀମା ନଥିଲା। ବୋଧହୁଏ ଏତଦ୍ୱାରା ତାଙ୍କର ବହୁପୋଷିତ ସ୍ୱାଧୀଞ୍ଚେତା ବ୍ୟକ୍ତିତ୍ୱ ଆହତ ହେଉଥିବା ସେ ଅନ୍ତରରେ ଅନୁଭବ କରୁଥିଲେ। ମାତ୍ର ଗୃହ୍ନିର୍ମାଣ କାର୍ଯ୍ୟଟି ଆରମ୍ଭ ହୋଇଯିବା ପରେ ତାକୁ ବନ୍ଦ କରିଦେବା ସମ୍ଭବପର ନଥିଲା। ଅବସର ଗ୍ରହଣର ସମୟ ମଧ୍ୟ ନିକଟତର ହୋଇ ଆସୁଥିଲା।

ରାଣିହାଟ ହାଇସ୍କୁଲର ସେ ଥିଲେ ଜଙ୍କ ଓ ପାଳକ। ସେହି ଯାବତୀୟ ଜଞ୍ଜାଳ ଧରି ରଖିଥିଲା ତାଙ୍କର ପ୍ରାଣସ୍ପନ୍ଦଙ୍କୁ। ତେଣୁ ଅବସର ଗ୍ରହଣ ପରେ ପରେ ସେ ରୁଗ୍ଣ ହୋଇଗଲେ ଓ କ୍ରମଶଃ ତାଙ୍କର ଜୀବନପ୍ରଦୀପ ନିର୍ବାଣମୁଖୀ ହୋଇପଡ଼ିଲା। ରାଣୀହାଟ ହାଇସ୍କୁଲ୍ ପ୍ରାଙ୍ଗଣର ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ତାଙ୍କର ଆବକ୍ଷ ପ୍ରତିମୂର୍ତ୍ତିର ପ୍ରତିଷ୍ଠା କରାଯାଇଛି, ଯେଉଁଠି ସ୍ୱ ଦୈନନ୍ଦିନ ଛାତ୍ର-ଶିକ୍ଷକ ସମ୍ବେତ ପ୍ରାର୍ଥନା ସଭାରେ ଯୋଗଦେବାକୁ ଯାଇ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ ଏକାଖୀ ପ୍ରାର୍ଥନାମୁଦ୍ରାରେ ଦଣ୍ତାୟମାନ ରହି। ଜଣେ ସଫଳ ଶକ୍ଷାବିତ୍ର ସାର୍ଥକ ଜୀବନ କଟାଇ ବାଞ୍ଛାନିଧି ଶତପଥୀ ୧୯୭୩ ମସିହାରେ ଇହଧାମରୁ ବିଦାୟ ଘେନିଛନ୍ତି। ମାତ୍ର ରାଣୀହାଟ ହାଇସ୍କୁଲ୍ର ଅସସ୍ତିତ୍ୱ ସହ ତାଙ୍କର ଆତ୍ମିକ ଯୋଗସୂତ୍ର ସ୍ମୃତିକୋଷରେ ଅମ୍ଳାନ ଓ ଅଚ୍ଛେଦ୍ୟ ଭାବେ ବିଜଡ଼ିତ ରହିଥିବ, ଏହା ନିଃସନ୍ଦେହ। 'ପ୍ରେରଣାଦାୟୀ ଶିକ୍ଷକ ରଘୁନାଥ ମିଶ୍ର

                                                              ଶ୍ରୀ ପ୍ରଫୁଲ କୁମାର ଦାଶ

ମାଟ୍ରିକ ପରୀକ୍ଷା ଚାଲିଥାଏ। ପିଲାଟିଏ ମ୍ୟାତ୍ରିକ ପରୀକ୍ଷା ଦେଉଥାଏ। ପରୀକ୍ଷା ପରେ ଜଣେ ଶିକ୍ଷକ ଖିଲେ। "ରଘୁନାଥ ତୋର ଇଂରାଜୀ ବ୍ୟାକରଣ ଉତ୍ତରରେ କେତେକ ଭୁଲ୍ ରହିଗଲା।"

ଉତ୍ତରରେ ପିଲାଟି ଖିଥିଲା,"ରହଗୁନାଥ ମିଶ୍ର ହେଉଛନ୍ତି ମୋର ଶିକ୍ଷକ। ତାଙ୍କର ନିର୍ଦ୍ଦେଶରେ ଯଦି ଭୁଲ ଥିବ, ତେବେ ମୋର ଉତ୍ତର ଭୁଲ ହୋଇଥିବ।"

ଫଳ ବାହାରିଲା। ପିଲାଟିର ଉତ୍ତର ଠିକ୍ ଥିଲା।

ଉତ୍ତୁଙ୍ଗ ଶିଖରୀମାଳା ଓ ସବୁଜ ବନାନୀ ଚେଷ୍ଟିତ ପୁରାତନ ଗଡ଼ଜାତ ନରସିଂହପୁରତହସିଲର ହରିଚନ୍ଦନୌର ଶାସନନିବାସୀ ପଣ୍ତିତ ପୁରୁଷୋତ୍ତମ ମିଶ୍ର ଓ ଚଦୀୟ ପତ୍ନୀ ଚମ୍ପାଦେବୀଙ୍କର କୋଳମଣ୍ତନ କରି ୨୫·୬·୧୯୧୭ରେ ଭୂମିଷ୍ଟ ହୋଇଥିଲେ ରଘୁନାଥ ମିଶ୍ର। ସ୍ୱାଧୀଞ୍ଚେତା ପଣ୍ତିତ ପୁରୁଷୋତ୍ତମ ମିଶ୍ର ନରସିଂହପୁର ପ୍ଜାମଣ୍ତଳ ଆନ୍ଦୋଳନର ସଭାପତି ଥିଲେ। ଉପ୍ୟୁକ୍ତ ପିତାଙ୍କର ଉପ୍ୟୁକ୍ତ ପୁତ୍ର ଥିଲେ ରଘୁନାଥ।

ରଘୁନାଥ ବାଲ୍ୟକାଳରେ ଗ୍ରମଚାଟଶାଳୀରେ ବିଦ୍ୟାରମ୍ଭ କରିଥିଲେ ଓ ଢ଼େଙ୍କାନାଳ ହାଇସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ସମୟରେ ନିଜର ଅସାଧାରଣ ସ୍ମରଣଶକ୍ତିର ପରାକାଷ୍ଟା ବଳରେ ଇଂରାଜୀ ବ୍ୟାକରଣକୁ ଆୟତ୍ତ କରିଥିଲେ। ବାଙ୍କି ଡ଼ମ୍ପପଡ଼ା ହାଇସ୍କୁଲ୍ (ବର୍ତ୍ତମାନର ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ) ରୁ ସେ ମ୍ୟାଟ୍ରିକ୍ ଓ ରେଭେନ୍ସା କଲେଜରୁ ଆଇ·ଏ· ଓ ପରେ ବି·ଏ· ପସ୍ କରିଥିଲେ।

ପିଲାଦିନରୁ ରଘୁନାଥ ଅତ୍ୟନ୍ତ ଜିତ୍-ଖୋର ଥିଲେ ଓ ଯାହା କରିବେ ବୋଲି ମନସ୍ଥ କରୁଥିଲେ ତାହା ହାସଲ ଙ୍କରିବା ପର୍ଯ୍ୟନ୍ତ ଥୟଷରୁନଥିଲେ ସେଥିପାଇଁ ସେ ନିଜର ସହପାଠୀମାନଙ୍କର ଶ୍ରଦ୍ଧା ଓ ସମ୍ମାନର ପାତ୍ର ହୋଇଥିଲେ। ଶିକ୍ଷକ ତାଲିମ ସମୟରେ ସେ ଥିଲେ ଛାତ୍ରମାନଙ୍କର ଯୋଗ୍ୟ ପ୍ରତିନିଧି। ଶ୍ରୀଯୁକ୍ତ ରଘୁନାଥ ମିଶ୍ର ୧୯୪୧ରୁ୦୧୯୭୯ଦୀର୍ଘ ୩୮ ବର୍ଷ ଧରି ଶିକ୍ଷଜତା କରିଥିଲେ। ତଙ୍କର ଶିକ୍ଷକତା କାଳରେ ଦେ ଚୌଦ୍ୱାର, ମାହାଙ୍ଗା, ଖଣ୍ଯପଡ଼ା, ଦଶପଲ୍ଲା, ନୟାଗଡ଼ ବଡ଼ମ୍ବା, ନରସିଂହପୁର ଆଦି ଅଞ୍ଚଳରେ ଜଣେ ସଚ୍ଚୋଟ ଓ ଦକ୍ଷ ଶିକ୍ଷକ ଭାବରେ ସୁନାମ ଅର୍ଜନ କରିଥିଲେ। ସେ ଯେଉଁ ସ୍କୁଲରେ ଶିକ୍ଷକତା କରୁଥିଲେ ତାହାର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଯାଉଥିଲା ।

ସେଦିନ ଶରଣକୁଳ ହାଇସ୍କୁଲରେ ତାଙ୍କର ପ୍ରଥ, କାର୍ଯ୍ୟଦିବସରେ ଛାତ୍ରମାନେ ଏହି ସୁଯୋଗ୍ୟ ଓ ଦକ୍ଷ ଶିକ୍ଷକଙ୍କର ପରିଚୟ ଲାଭ କରି ଚମତ୍କୃତ ହୋଇଯାଇଥିଲେ।

ରଘୁନାଥ କହିଲେ, "ପିଲାମାନେ, ତୁମମାନଙ୍କର ପରିଚୟ ଜଣକ ପରେ ଜଣେ ଦିଅ। ଛାତ୍ରମାନେ ଠିଆହୋଇ ଜଣକ ପରେ ଜଣେ ନିଜ ନିଜର ନାମ କହିଗଲେ ।ରଘୁନାଥ ସେମାନଙ୍କୁ ନିଜ ନିଜର ସ୍ଥାନ ବଦଳାଇ ଦେବାକୁ କହିଲେ। ପିଲାମାନେ ତାହା କଲେ। ତାହାପରେ ରଘୁନାଥ ପ୍ରତ୍ୟେକ ଛାତ୍ରଙ୍କର ନାମ ନିର୍ଭୁଲ ଭାବରେ କହିଗଲେ। ଏଭଳି ଅସାଧାରଣ ସ୍ମରଣଶକ୍ତିର ଅଧିଲାରୀ ଶ୍ରୀଯୁକ୍ତ ମିଶ୍ର ସେଥିପାଇଁ ଛା୍ତର ତଥା ଶିକ୍ଷକମଣ୍ତଳୀରେ ସର୍ବମାନ୍ୟ ହୋଇଉଠିବା ଥିଲା ଏକାନ୍ତ ସ୍ୱାଭାବିକ।

ସମାଜ ଶିକ୍ଷକଠାରେ ସେବା ଚାହେଁ। ରଘୁନାଥ ପୂର୍ଣ୍ଣପ୍ରାଣରେ ଥିଲେ ସମାଜସେବୀ। କୌଣସି ପ୍ରକାରର ସମାଲୋଚନା ତାଙ୍କୁ ତାଙ୍କ ଲକ୍ଷ୍ୟପଥରୁ ବିଚ୍ୟୁତ କରିପାରି ନାହିଁ। ତାଙ୍କର ବ୍ୟକ୍ତିତ୍ୱ ସମଗ୍ର ବିଦ୍ୟାଳୟକୁ ଏପରି ପ୍ରଭାବିତ ଓ ଆଚ୍ଛନ୍ନ ଲରିଥାଏ ଯେ ଅଜଣା ଆଗନ୍ତକ ମଧ୍ୟ ତାହା ଅନୁଭବ କରନ୍ତି। ସୂଚୀପତକ ଶବ୍ଦ ବି ବାରି ହୋଇ ଯାଏ ସେଠାରେ । ରଘୁନାଥଙ୍କର ଦକ୍ଷତା ଓ କର୍ମନିଷ୍ଠା ଅଭିଭାବକ ତଥା ପରିଦର୍ଶକ ସମସ୍ତଙ୍କୁ ତାଙ୍କଠାରେ ଅତୁଟ ଏବଂ ଦୃଢ଼ ବିଶ୍ୱାସପୋଷଣ କରାଇଥିଲା।

ବାଲ୍ୟକାଳରୁ ରଘୁନାଥଙ୍କର ଚରିତ୍ରବତ୍ତା ପଚାରିଲେ। ପୁଝାରୀ କହିଲେ, "ଆଜ୍ଞା ସବୁ ତ ଭ୍ଦାବଧାରକଙ୍କ ପାଇଁ ଏଭଳି ହୋଇଥାଏ।" ରଘୁନାଥ ମାଗଣାରେ ଏପରି ସ୍ୱତନ୍ତ୍ର ଖାଦ୍ୟ ଗ୍ରହଣର ପ୍ରତିବାଦ କରି ତାହା ବନ୍ଦ କରାଇଥିଲେ।

ଶେଣକୁଳ ହାଇସ୍କୁଲରେ ସେ ଶିକ୍ଷକ ଥିବାବେଳେ ଗୋଟିଏ ପିଲା ବିଷ ଖାଇଦେଲା ଓ ତାଙ୍କ ନାମରେ କର୍ତ୍ତବ୍ୟରେ ଅଭେଳାର ଆରୋପ ହେଲା। ଶିକ୍ଷାବିଭାଗୀୟ ଅଧିକାରୀ ଅନୁସନ୍ଧାନରେ ଆସିଲେ। ସେ ଉତ୍ତର ଦେଲା, "ମୁଁ ମୋର କର୍ତ୍ତବ୍ୟ କରିଛି। ମୋ ସ୍ଥାନରେ ଆପଣ ଥିଲେ କ'ଣ ଅଧିକ କରିପାରିଥାଆନ୍ତେ। ଯାହାର ରତ୍ନ ଚାଲିଗଲା ସେ ତ ମୋ ନାମରେ ଆରୋପ କରିନାହିଁ। ଆପଣ ଏହି ଅଭିଯୋଗରୁ କ'ଣ ଜାଣି ପାରୁଛନ୍ତି।" ନିଜର କର୍ତ୍ତବ୍ୟନିଷ୍ଠାରେ ସେତିକି ଆସ୍ଥା ନଥିଲର ଏପରି ସ୍ପଷ୍ଟ ଉତ୍ତର କେତେଜଣ ପ୍ରଧାନ ଶିକ୍ଷକ ପ୍ରଧାନ କରିପାରନ୍ତି?

ରଘୁନାଥଙ୍କ ପ୍ରଧାନ କାର୍ଯ୍ୟସ୍ଥଳି ଥିଲା ଦଶପଲ୍ଲା, ନୟାଗଡ଼, ଶରଣକୁଳ ପ୍ରଭୃତି ଗଡ଼ଜାତ ଅଞ୍ଚଳ। ଗଡ଼ଜାତ ଅଞ୍ଚଳର ପିଲାମାନଙ୍କୁ ରାଜ୍ୟର ଅନ୍ୟ ସମସ୍ତଙ୍କ ପରି ଉଚ୍ଚସ୍ଥାନରେ ପହଞ୍ଚାଇବା ତାଙ୍କ ଜୀବନର ପରମ ଲକ୍ଷ୍ୟ ହୋଇଥିଲା। ସେ ଯେଉଁ ବିଦ୍ୟାଳୟକୁ ଯାଉଥିଲେ ସେଠାରେ ସମସ୍ତ ଆନୁଷ୍ଟାନିକ କାର୍ଯ୍ୟ ସୁଚାରୁରୂପେ ସମ୍ପନ୍ନ କରୁଥିଲେ। ସ୍କୁଲକୁ ଠିକ୍ ସମୟରେ ଯିବା ଓ ଶିକ୍ଷକମାନଙ୍କ କାର୍ଯ୍ୟ ତଦାରଖ କରିବା ଥିଲା ତାଙ୍କର ନିତିଦିନିଆ କାମ। ପାଠଦାନ ବହିର୍ଭୂତ ଏପରି କୌଣସି କାର୍ଯ୍ୟ ନାହିଁ ଯାହା କରିବାକୁ ସେ ଭୁଲିଥାନ୍ତି। ରଘୁନାଥ ଛାତ୍ରମାନଙ୍କୁ ଦୁଇଭାଗରେ ବିଭକ୍ତ କରନ୍ତି। ଭଲ ପିଲାମାନଙ୍କୁ ଭଲ କରିବା ପାଇଁ ଓଦୁର୍ବଳ ପିଲାମାନଙ୍କୁ ପାସ୍ କରିବା ପାଇଁ ସ୍କୁଲ୍ ସମୟରେ ଶନିବାର ଛୁଟି ପରେ ଓ ଅନ୍ୟ ଛୁଟି ଦିନରେ ସେ ଲାଗିପଡ଼ିଥାନ୍ତି।

ସେ ଯେଉଁ ସ୍କୁଲକୁ ଯାଆନ୍ତି, ସେଠାରେ ଶିକ୍ଷାର ବାତାବରଣ ଖୈଳିଯାଏ। ରଘୁନାଥ ଶିକ୍ଷକ ହିସାବରେ ଏତେ ପରିଚିତ ଥିଲେ ଯେ, ତାଙ୍କର ବ୍ୟକ୍ତିତ୍ୱର ପ୍ରଭାବ ନୟାଗଡ଼ ଓ ଶରଣକୁଳ ଅଞ୍ଚଳର ଗ୍ରାମେ ଗ୍ରାମେ ବ୍ୟାପ୍ତ ହୋଇଥିଲା।

ଦିନେ ସେ ଶରଣକୁଳସ୍ଥ ବାସଭବନରେ ବସିଥିବା ସମୟରେ ପ୍ରୌଢ଼ା ଜଣେ ଆସି ପଚାରିଲେ, "ବଡ଼ ସାର୍ କାହାନ୍ତି?"

"ବଡ଼ସାର୍ ତ' ମୁଁ। କଣ କହିବ କୁହ"- ରଘୁନାଥ ଉତ୍ତର ଦେଲେ "ଆଜ୍ଞା ପଡ଼ୋଶୀ ସହ ମୋର ଗୋଟିଏ ମୋକଦ୍ଦମା ହୋଇଛି। ଗାଁ କମିଟିକୁ ତାହା ବିଚାର ପାଇଁ ନୟାଗଡ଼ ଅନୁବିଭାଗୀୟ ଅଧିକାରି ପଠାଇବାକୁ କହୁଥିଲେ । ମୁଁ କହିଲେ, ନାରାୟଣ ହାଇସ୍କୁଲ୍ ବଡ଼ସାର୍ ମୋ ମୋକଦ୍ଦମା ବୁଝିଦେବେ। ତେଣୁ ଆପଣଙ୍କୁ ସେ କଥା ବିଚାର କରିବାକୁ ହେବ।" କ ହିଲେ ପୌଢ଼ା ଜଣକ। ରଘୁନାଥ ସେଇ ମୋକଦ୍ଦମାର ଆପୋଷ ନିଷ୍ପତ୍ତି କରି ଦେଇଥିଲେ। ଏଥିରେ ତାଙ୍କ ସୁନାମ ବ୍ୟାପି ଯାଇଥିଲା। ଏହିପରି ଆଉ ଚାରୋଟି ମୋକଦ୍ଦମା ତାଙ୍କ ବିଚାର ପାଇଁ ଆସିଥିଲା ଓ ସବୁଗୁଡ଼ିକର ସମାଧାନ ରଘୁନାଥ ସୁଚାରୁରୂପେ କରିଥିଲେ।

ଏହିକଥା ଜାଣି ବରହ୍ମପୁର ଶିକ୍ଷାମଣ୍ତଳାଧୀଶ ରଘୁନାଥଙ୍କ ନାମ ଇଡ଼ିଶା ପ୍ରାଶାସନିକ ସେବା ପାଇଁ ସୁପାରିସ କରିଥିଲେ/ ରଘୁନାଥ ବିନୀତ  ଭାବରେ ତାହା ପ୍ରତ୍ୟାଖ୍ୟାନ କରିଥିଲେ। ତାଙ୍କ ଉକ୍ତି ଥିଲା, 'ଶିକ୍ଷକର ସମ୍ମାନ ପ୍ରଶାସକର ସମ୍ମାନଠାରୁ ଅଧିକ।'

ନରସିଂହପୁରରେ କଲେଜ ସ୍ଥାପନ କରିବାରେ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଓ ପ୍ରଥମ ପରଚାଳନା କମିଟିର ସଭାପତି ଥିଲେ। ନରସିଂହପୁର ବ୍ରହ୍ମଣ ସମିତିର ସେ ଏବେ ସଭାପତି ଓ ସାହିତ୍ୟ ସଂସଦର ଉପଦେଷ୍ଟ ଭାବେ ରହିଛନ୍ତି।

ସପ୍ତମ ଶ୍ରଣୀରେ ପଢ଼ିବା ଦିନଠାରୁ ଇଂରାଜୀ ପଠନର ଅଭ୍ୟାସ ଫଳରେ ସେ ଉଚ୍ଚାରଣ ଓ ବାକ୍ୟ ଗଠନଶୈଳୀରେ ମୌଳିକତା ଅର୍ଜନ କରିଥିଲେ। ଥରେ ମୁଁ କେତେକ ଶବ୍ଦ କଥୋପକଥନ ଛଳରେ ପଚାରିଲି, "ଆଜ୍ଞା, ମୁଁ ଏହି ସବୁ ଉକ୍ଷକ୍ଷାରଣ ରଘୁନାଥଙ୍କଠାରୁ ଶିଖିଥିଲା, ସେ ମଧ୍ୟ ଉଚ୍ଚାରଞତ ତ୍ରୁଟି ଗୁଡ଼ିକୁ ସୂଚାଇ ପାରିଥିଲେ। ରଘୁନାଥଙ୍କର ଶିକ୍ଷାଦାନର ବିଶେଷତ୍ୱ ଥିଲା ଏହିପରି।

ସେ ସମସ୍ତ ବିଷ୍ୟରେ ଶିକ୍ଷାଦାନ କରିପାରୁଥିଲେ। ଏଣୁ ବିଦ୍ୟାଳୟର ପ୍ରତ୍ୟେକ ଶିକ୍ଷକ ତାଙ୍କଠାରୁ ଶିକ୍ଷାପ୍ରଣାଳୀ ଶିକ୍ଷା କରୁଥିଲେ। ଆଦର୍ଶ ଶିକ୍ଷାଦାନପ୍ରଣାଳୀରେ ନିୟୋଜନ ତାଙ୍କର ଏକ ବିଶେଷତ୍ୱ ଥିଲା। ସେ ଶ୍ରେଣୀକ ପ୍ରବେଶ କରିବା ଓ ପ୍ରସ୍ଥାନ କରିବା ବେଳେ ବେଶ୍ ସମୟାନୁବର୍ତ୍ତୀ ଥିଲେ। ଗରିବ ଛାତ୍ରମାନଙ୍କୁ ନିଜ ଘରକୁ ଡ଼ାକି ସେମାନଙ୍କୁ ଉଚ୍ଚ ପାଠ ପଢ଼ିବା ପାଇଁ ସାହାଯ୍ୟ କରିବା ତାଙ୍କର ପରମ କର୍ତ୍ତବ୍ୟ ବୋଲି ସେ ମଣୁଥିଲେ।

ପୁରସ୍କାର ଛାତ୍ରମାନଙ୍କୁ ଉନ୍ନତିପଥରେ ଅଗ୍ରସର ହେବାକୁ ପ୍ରେରଣା ଯୋଗାଏ ଏହା ସହୃଦୟଙ୍ଗମ କରିଥିଲେ। ଏଣୁ ଦଶପଲ୍ଲା ହାଇସ୍କୁଲରେ ଥିବା ସମୟରେ ନିଜର କାର୍ଯ୍ୟଦକ୍ଷତାବଳରେ ପାଇଥିବା ରାଜ୍ୟପାଳ ପୁରସ୍କାରଲବ୍ଧ ଅର୍ଥକୁ ସେ ଛାତ୍ରଛାତ୍ରୀମାନଙ୍କର ପୁରସ୍କାର ପାଇଁ ବ୍ୟାଙ୍କରେ ରଖିଦେଇଛନ୍ତି। ଏତଦ୍ ବ୍ୟତୀତ ସେ ନାରାଯଣ ହାଇସ୍କୁଲ୍ ଶରଣକୁଳ, ଅନନ୍ତ ନାରାୟଣ ହାଇସ୍କୁଲ୍ ଓ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ନରସିଂହପୁରରେ ଛାତ୍ରଛାତ୍ରୀମାନଙ୍କର ଉନ୍ନତି କଳ୍ପେ ପୁରସ୍କାର ପାଇଁ ବ୍ୟାଙ୍କରେ ସ୍ଥାୟୀ ଜମା ସ୍ଥାପନ କରିଛନ୍ତି।

ରଘୁନାଥ ଯେ କେବଳ ଜଣେ ଦକ୍ଷ ଶିକ୍ଷକ ଥିଲେ ତାହା ନୁହେଁ, ଲେଖକ ଭାବରେ ମଧ୍ୟ ସେ ସାରା ଓଡ଼ିଶାରେ ଥିଲେ ପରିଚିତ।୧୯୬୦ରୁ୧୯୭୨ ପର୍ଯ୍ୟନ୍ତ ଷଷ୍ଠରୁ ଏକାଦଶ ଶ୍ରେଣୀ ମାନଙ୍କରେ ଚଳୁଥିବା ଯେଉଁ ସାମାଜିକ ପାଠ ବହି ସେ ଲେଖୁଥିଲେ ତାହା ନିର୍ଦ୍ଦେଶକଙ୍କ ମଂଜୁରୀ ଲାଭ କରିଥିଲା। ଏତଦ୍ ବ୍ୟତୀତ ସେ ନବମ ଓ ଦଶମ ଶ୍ରେଣୀର ଇତିହାସ, ଭୂଗୋଳ ଓ ତ୍ରିକୋଣମିତି ବହି ମଧ୍ୟ ସେ ଲେଖୁଥିଲେ। ତାହା ଛାତ୍ର ଓ ଶିକ୍ଷକମାନଙ୍କ ଦ୍ୱାରା ଆଦୃତ ହୋଇଥିଲା ।

ଅବସର ଗ୍ରହଣ ପରେ ବୟାଅଶି ବୟଃକ୍ମରେ ସେ ଏବେ ମଧ୍ୟ ସାରସ୍ୱତ ସାଧନାରେ ବ୍ରତୀ ଅଛନ୍ତି। ସେ ଛଅଟି ବିଶିଷ୍ଟ ବିଶ୍ୱ ସାହିତ୍ୟର ଅନୁବାଦ କରିଛନ୍ତି। ସେଗୁଡ଼ିକ ହେଉଛି 'ତିନିଜନ' । 'ଜେନ୍ ଆୟାର', 'ଜୀବଜନ୍ତୁ ଫାର୍ମ', 'ଭୂଗର୍ଭ ଅଭିଯାନ', ଓ ୧୯୮୪। ଏତଦ୍ ବ୍ୟତୀତ ତାଙ୍କର ଦୁଇଟି ମୌଳିକ ରଚନା ପରିପ୍କାଶ ଅପେକ୍ଷାରେ ଅଛି। ସେ ଦୁଇଟି ହେଉଛି ଶ୍ରାବଣର ଖରା (କ୍ଷୁଦ୍ରଗଳ୍ପ ସମାରୋହ) ଓ ଜୀବନ ଦର୍ଶନ (ଉପଦେଶତ୍ମକ ସନ୍ଦର୍ଭ)।

ଶିକ୍ଷା କ୍ଷେତ୍ରରେ ଦକ୍ଷତା, କର୍ତ୍ତବ୍ୟନିଷ୍ଠା ତଥା ସ୍ୱତନ୍ତ୍ର ଅବଦାନ ପାଇଁ ୧୯୭୦ ମସିହାରେ ସେ ରାଜ୍ୟପାଳପୁରସ୍କାର ଲାଭ କରିଥିଲେ।

ଆଉ ଏକ ସ୍ମରଣୀୟ ଘଟଣା ଘଟିଥିଲା ୧୯୯୬ ମସିହା ଜୁନ୍ ମାସରେ ଶରଣକୁଳ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଅବସରରେ। ଅଗଣିତ ଗୁଣମଗ୍ଧ ଛାତ୍ର ରଘୁନାଥଙ୍କୁ ତାଙ୍କ ଗହଣରେ ପାଇ କୁଣ୍ଢ଼ା ପକାଇଥିଲେ ଓ ଆନନ୍ଦାଶ୍ରରେ ତାଙ୍କ ଚରଣ ଧୌତ କରିଥିଲେ। ଏହି ଅବସରରେ ତାଙ୍କୁ ଏକ ଉପାୟନ ଓ ମାନପତ୍ର ପ୍ରାଦାନ କରାଯାଇଥିଲା। ଅନୁରୂପ ଘଟଣା ସେ ବର୍ଷ ଡିସେମ୍ବର ମାସରେ ଘଟିଥିଲା ଦଶପଲ୍ଲାଠାରେ । ସ୍ୱାଧୀନଚେତା ଶିକ୍ଷକ ରଘୁନାଥ ଆଞ୍ଜୁଳା ପାତି ଏକ ପାଣ୍ଠି ମୁହୂର୍ତ୍ତକ ମଧ୍ୟରେ ସୃଷ୍ଟି କରିଥିଲେ ଛାତ୍ରମାନଙ୍କ ବୃତ୍ତି ପାଇଁ,ଯାହାକି ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱର ପରାକାଷ୍ଠା ଥିଲା । ତାଙ୍କୁ ସେଠାରେ ମଧ୍ୟ ସମ୍ମାନିତ କରାଯାଇଥିଲା । ଏପରି ଭାବବିହ୍ୱଳ ସମ୍ମାନପ୍ରଦାନ କ୍ୱଚିତ୍ ଦେଖିବାକୁ ମିଳିଥାଏ ।

ଏହି ଶିକ୍ଷକଙ୍କର ଜୀବନ କାହାଣୀ ନରସିଂହପୁର ମାଟି ମାଅର ଏକ ସୁଯୋଗ୍ୟ ସନ୍ତାନ ତଥା ଗୌରବମୟୀ ଉତ୍କଳ ମାଟିର ଏକ ସୁଯୋଗ୍ୟ ବ୍ୟକ୍ତିଙ୍କର ଜୀବନକାହାଣୀ । ତାଙ୍କ ଆଦର୍ଶରେ ବର୍ତ୍ତମାନର ଶିକ୍ଷକପୀଢ଼ି ଅନୁପ୍ରାଣିତ ହେଲେ ଅଧୁନା ଶିକ୍ଷାକ୍ଷେତ୍ରରୁ ଅନେକ କଳୁଷ ଦୂର ହୋଇଯାଆନ୍ତା ।


ସମାଜସେବୀ ଶିକ୍ଷକ
ବାମନ ଚରଣ ଦାସ
ପ୍ରଫେସର ଜଗନ୍ନାଥ ମହାନ୍ତି


୧୯୫୯ ମସିହା ଅଗଷ୍ଟ ମାସ । ବର୍ଷାଋତୁର ମେଘମେଦୁର ଆକାଶ । ବଣପାହାଡ଼ଘେରା ବାଣପୁରର ସବୁଜସୁନ୍ଦର ପରିବେଶ । ମୁଣ୍ଡଟେକି ଠିଆହୋଇଛି ସୋଲରୀ ଓ ଘଣ୍ଟଶିଳା ପାହାଡ । ମଥାନକୁ ଛୁଇଁ ନୂଆ ମେଘର ଖେଳ । ବହିଯାଉଛି ଶାଳିଆ ନଈଟି ଦୁଇକୂଳ ଖାଇ । ଢ଼େଉରଙ୍ଗର ପାଣି ଉଛୁଳି ଉଠିଛି ଧାନକ୍ଷେତ ଆଉ ପନିପରିବା କିଆରି ଭିତରେ ।

ବାଣପୁର ବଜାର ଭିତରେ ଧର୍ମଶାଳା । ତା'ର ଗୋଟିଏ କୋଠରୀରେ ମୁଁ ରହିଥାଏ । ପୁରୀ ଜିଲ୍ଲା ଅଧୀକ୍ଷକଙ୍କ ଅଫିସ୍ ରେ ସର୍କଲ୍ ସବ୍ଇନସ୍-ପେକ୍ଟର ଭାବରେ ଦାୟିତ୍ୱ ନେଇଥାଏ । ମାତ୍ର କ୍ୱାଟର୍ସ ଖାଲି ହୋଇନଥାଏ । ମୋ ପୂର୍ବରୁ ଥିବା ସବ୍ ଇନସପେକ୍ଟର ମଧ୍ୟ ମୋତେ

୨୪୦

ଦାୟିତ୍ବ ବୁଝାଇ ନଥିଲେ । ତେଣୁ ମୁଁ ପ୍ରାୟ ଦଶ ପନ୍ଦର ଦିନ ସେଇ ଧର୍ମଶାଳାରେ ରହିଥିଲି । ମାତ୍ର ପ୍ରତିଦିନ ସେଠାରୁ ସ୍କୁଲ୍ ପରିଦର୍ଶନ କରିବାକୁ ଯାଉଥିଲି ।

ସେହି ସମୟ ଭିତରେ ମୋ ପାଖକୁ ଆସନ୍ତି ଜଣେ ବୃଦ୍ଧ ଭଦ୍ରବ୍ଯକ୍ତି । ଦେହରେ ଖଦଡ଼ ଲୁଗା ଓ ସାର୍ଟ । ଦେଖିବାକୁ ପ୍ରାୟ ଗୋଦାବରୀଶ ମିଶ୍ରଙ୍କ ପରି ମୁହଁ ।ମୁଁ ତାଙ୍କୁ ପ୍ରଥମେ ଦେଖି ଟିକିଏ ଆଶ୍ଚର୍ଯ୍ଯ ହୋଇଥିଲି । ତା ପରେ ସେ ପରିଚୟ ଦେଇଥିଲେ ,ମୋ ନାଁ ବାମନ ଚରଣ ଦାସ । ବାଣପୁର ବାଳକ ମାଇନର ସ୍କୁଲର ପ୍ରଧାନ ଶିକ୍ଷକ ' ପରେ ସ୍କୁଲର ଭଳମନ୍ଦ, ସେ ଅଂଚଳର ଉନ୍ନତି ଓ ତା ସମସ୍ଯା ସମ୍ପର୍କରେ ସେ ଅଲୋଚନା କରନ୍ତି ।

କଟକ ଚିନ୍ତା ବାଇମୁଣ୍ଡିକି ପରି ସେ ବାଣପୁରର ସୁଖ ଦୁଃଖ ତା'ର ବିଭିନ୍ନ ସମସ୍ଯା ସମ୍ପର୍କରେ ସଦାବେଳେ କହୁଥିଲେ। ତା ମଧ୍ଯରେ ତାଙ୍କ ସ୍କୁଲକୁ ଯିବାକୁ କହନ୍ତି। ମୁଁ ସମୟ ସୁବିଧା ଦେଖି ସ୍କୁଲକୁ ଯାଏ । ଦିନରାତି ସେ ସ୍କୁଲ କାମରେ ଲାଗିଥାନ୍ତି ।ବହିପତ୍ର, ଫାଇଲ ଆଦି ରେଜିଷ୍ଟର୍ ର ଗଦା ମଝିରେ ବୁଡ଼ି ରହିଥାନ୍ତି ।ଗରିବପିଲାମାନଙ୍କୁ ସାହାଯ୍ଯ କରିବାଠାରୁ ଆରମ୍ଭ କରି ଚଗଳା ପିଲାମାନଙ୍କର ଅନୁଧ୍ଯାନ ଓ ସମାଧାନ କରିବା ଯାଏ ସବୁଥିରେ ତାଙ୍କର ସଂବେଦନଶୀଳ ମନ ଓ ଶତଚେଷ୍ଟା । ସେଥିପାଇଁ ସେ ପିଲାମାନଙ୍କ ପିତାମାତା ଓ ଅଭିଭାବକ ସହିତ ଘନିଷ୍ଠ ସମ୍ପର୍କ ରଖୁଥିଲେ । ବିଭିନ୍ନ ଗାଁ ଗଣ୍ଡାକୁ ନିଜେ ଚାଲି ଚାଲି ଯାଉଥିଲେ।

ସାକ୍ଷୀଗୋପାଳର ବକୁଳବନ । ସେଠାରେ ଗଢ଼ିଉଠିଥିବା ଜାତୀୟ ବନବିଦ୍ଯାଳୟରେ ସେ ଥିଲେ ଛାତ୍ର । ସ୍ବାଧୀନତା ଆନ୍ଦୋଳନରେ ମଧ୍ଯ ବାନରସେନା ଭାବରେ କାର୍ଯ୍ଯ କରିଥିଲେ । ତାଙ୍କର ଜ୍ଞାନ ଗାରିମା, ସ୍ବଦେଶପ୍ରେମ ଓ ସେବା ମନୋଭାବ ଦେଖି ସେଠାରେ ସୁଯୋଗ୍ଯ ଗୀତିକବି ଗୋଦାବରୀଶ ତାଙ୍କୁ ବାଣପୁର ନେଇ ଆସିଥିଲେ । ସେତେବେଳେ ବାଣପୁରରେ ହାଇସ୍କୁଲ ନ ଥିଲା । ତେଣୁ ଗୋଦାବରୀଶଙ୍କ ଉଦ୍ଯମରେ ହାଇସ୍କୁଲ ସ୍ଥାପିତ ହେଲା ମାଇ ନର ସ୍କୁଲଟି ବହୁଦିନରୁ ଗଢ଼ିଉଠିଥିଲା । ବାମନବାବୁ ଥିଲେ ତା'ର ପ୍ରଧାନ ଶିକ୍ଷକ।

ବାଣପୁର ହାଇସ୍କୁଲ ପାଇଁ ଚାନ୍ଦା ସଂଗ୍ରହ କରିବାକୁ ଜଣେ ପୁରୁଖା ଶିକ୍ଷକ ବିଶ୍ବନାଥ ଶତପଥୀଙ୍କ ସହିତ ବାମନବାବୁ ରେଙ୍ଗୁନ୍ ଯାତ୍ରା କରିଥିଲେ ୧୯୩୭ ମସିହା ଗ୍ରୀଷ୍ମ ଛୁଟିରେ । ଗୋପାଳପୁର ବନ୍ଦରବାଟେ ସେମାନେ ରେଙ୍ଗୁନ ଯାତ୍ରା କଲେ । ବାମନବାବୁ ତାଙ୍କର ରେଙ୍ଗୁନ ଯିବା ଅନୁଭୂତି ଏକ ଟୀପ୍ପା ଖାତାରେ ଲେଖିଛନ୍ତି । "ଆମେ ଦୁହେଁ ଯାତ୍ରା କରିବା ଦିନ ମେଘୁଆ ପାଗ । ଜାହାଜ ବନ୍ଦର ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥାଏ । ଆମ୍ଭେମାନେ ପଢଉରେ ବସିଲୁ, ତୋଫାନ ବହିଲା । ଆମ୍ଭମାନଙ୍କୁ ଶୋଲଥିବା ଜ୍ୟାକେଟ୍-ଟିଏ ଲେଖାଏଁ ପିନ୍ଧାଇ ଦିଆଗଲା । ଆମେ ଦେଖିଲୁ, ଗୋଟିଏ ପଢଉ ପାଣିରେ ଓଲଟି ପଡ଼ିଛି । ଶୋଲ ଜ୍ୟାକେଟ୍ ପିନ୍ଧିଥିବାରୁ ତା'ର ଯାତ୍ରୀମାନେ ଭାସି ଭାସି କୂଳରେ ଲାଗି ଗଲେ । ଉଚ୍ଚା ଲହଡ଼ି ଯୋଗୁଁ ପଢ଼ଉ ଉପରକୁ ଭାସିଉଠେ । ଯାତ୍ରୀମାନେ ଦୁଇ ବାହୁ ଉପରକୁ ଟେକି ପଢ଼ଉ ଉପରେ ଛିଡା ହୋଇ ରହନ୍ତି । ନୋଳିଆମାନେ କାଠପଟା ଉପରେ ଛିଡ଼ାହୋଇ ଯାତ୍ରୀମାନଙ୍କୁ ଜାହାଜ ଉପରକୁ ଟେକି ଦିଅନ୍ତି । କଷ୍ଟେ ମଷ୍ଟେ ଆମେ ଜାହାଜ ଭିତରେ ପ୍ରବେଶ କଲୁ ।

ଜାହାଜ ଚାଲିଛି। ଦିନରାତି ଚାଲିଛି। ଜାହାଜଟିରେ ବହୁ ଦକ୍ଷିଣ ଯାତ୍ରୀ ।ଆମେ ଦୁହେଁ ତୃତୀୟଶ୍ରେଣୀ ଯାତ୍ରୀ ।ତୃତୀୟ ଶ୍ରେଣୀ ଯାତ୍ରୀମାନେ ସାଧାରଣତଃ ଜାହାଜର ଉପର ଭାଗରେ ପଟା ପକାଇ ତା' ଉପରେ ବସନ୍ତି।ଉପର ଖୋଲା ଆକାଶ । ପାଗ ଖରାପ ଥିଲେ ବା ବର୍ଷା ହେଲେ ଜାହାଜ ଭିତରେ ପଟି ବା ବିଛଣା ପାରି ବସନ୍ତି ।

ଏହିପରି ଦୟନୀୟ ଓ ବିପଜ୍ଜନକ ଅବସ୍ଥାରେ ସମୁଦ୍ର ଯାତ୍ରା କରି ନୂତନ ହାଇସ୍କୁଲ ପାଇଁ ରେଙ୍ଗୁନ୍ ପରି ବିଦେଶରୁ ଚାନ୍ଦା ସଂଗ୍ରହ କରିବାକୁ ଦୁଇଜଣ ଶିକ୍ଷକ ଯିବା ଆଜିକାଲି ଅଚିନ୍ତନୀୟ । ପୁଣି ସେମାନେ ଜାହାଜରେ ଯିବା ଫଳରେ ସମୁଦ୍ରର ଲୁଣୀ ବାୟୁରେ ବାନ୍ତି ଓ ଦରିଆ ବେମାରି ରେ ଆକ୍ରାନ୍ତ ହେଲେ ।ସାଥୀରେ ନେଇଥିବା ଚୁଡା, ଚିନି, ଲେମ୍ବୁ, ମିଶ୍ରୀ ଓ କଦଳୀ ଆହାର କରି ସେମାନେ ଯାତ୍ରା କରିଥିଲେ ।ସେଠାରେ ବାଣପୁର ଓ ଗଞ୍ଜାମର ଅନେକ ଲୋକଥିଲେ ହେଁ ଅଧିକାଂଶ ଶ୍ରମିକ ଶ୍ରେଣୀର ଏବଂ ଧନୀମାନେ କୁଲିସର୍ଦ୍ଦାର ହୋଇଥିବାରୁ ନାନା ଭୟ ଓ ଆଶଙ୍କାର ଶିକାର ହେଲେ ବିଶ୍ବନାଥ ବାବୁ ।ଆନ୍ତ୍ରିକ ଜ୍ବରରେ [ଟାଇଫଏଡ଼] ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ପଡିଲେ । ବାମନ ବାବୁ ତାଙ୍କ ଚିକିତ୍ସା ଓ ସେବାଯତ୍ନରେ ବ୍ୟସ୍ତ ରହିଲେ ।

ଏହି ହାଇସ୍କୁଲ ଆଜି ଗୋଦାବରୀଶ ବିଦ୍ୟାପୀଠ ନାମରେ ସୁପରିଚିତ ଓ ସୁପ୍ରତିଷ୍ଠିତ ହୋଇ ଉଠିଛି । ମାତ୍ର ବାଣପୁର ବାଲୁଗାଁ ଅଞ୍ଚଳରେ କୌଣସି କଲେଜ ନ ଥିବାରୁ ଗୋଦାବରୀଶଙ୍କ ନାଁରେ ଏକ କଲେଜ ଆରମ୍ଭ ହୋଇଥିଲା ଷଷ୍ଠ ଦଶକରେ । ଜନ୍ମ ଲାଭ କରି ଶେଷକୁ ଏହା ଏକ ପ୍ରତିଷ୍ଠିତ କଲେଜ ହୋଇପାରିଥିଲା । ଏଥିପାଇଁ 'ସମାଜ' ସମ୍ପାଦକ ଶ୍ରୀ ରାଧାନାଥ ରଥ, 'ନିଆଁ ଖୁଣ୍ଟା' ସମ୍ପାଦକ ଗୋଦାବରୀଶ ମହାପାତ୍ର ପ୍ରମୁଖଙ୍କ ସହିତ ବାମନବାବୁଙ୍କର ସହଯୋଗ ଉଲ୍ଲେଖଯୋଗ୍ୟ । ଗାଁ ଗଣ୍ଡାରୁ ଆରମ୍ଭକରି ବାଣପୁରର ଧନୀ ବ୍ୟବସାୟୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ଚାନ୍ଦା ଭେଦା ଓ ସାହାଯ୍ୟ ସଂଗ୍ରହ କରିବାରେ ବାମନ ବାବୁଙ୍କ ଭୂମିକା ଥିଲା ଖୁବ୍ ଗୁରୁତ୍ୱପୂର୍ଣ୍ଣ ।

ସେ ଥିଲେ ବାଣପୁରର ଏକ ଦୀପ୍ତିମନ୍ତ ଦୀପଶିଖା, ଏକ ଜାଜ୍ଜ୍ୱଲ୍ୟମାନ ଆଲୋକ ସ୍ତମ୍ଭ । ସେ ବାଣପୁରର ହଜାର ହଜାର କିଶୋର, ତରୁଣ, ଯୁବକ ଓ ବୃଦ୍ଧଙ୍କର ଶିକ୍ଷକ ଥିଲେ କହିଲେ ଯଥେଷ୍ଟ ହେବ ନାହିଁ । ସେ ଥିଲେ ସେମାନଙ୍କର ସୁଖ ଦୁଃଖର ସାଥୀ, ପ୍ରେରଣାଦାତା ଗୁରୁ । ଅନେକଙ୍କର ଅଭାବ ଅସୁବିଧାରେ ସେ ସାହାଯ୍ୟ କରୁଥିଲେ । ବିପଦରେ ସାହା ହେଉଥିଲେ । ସେ ସମସ୍ତଙ୍କୁ ହସି ହସି ସ୍ୱାଗତ କରିଛନ୍ତି, ମନ ଛୁଇଁ ଦୁଃଖ ସୁଖ ହୋଇଛନ୍ତି ଆଉ ଅନ୍ତର ଭରି ସ୍ନେହ ସହାନୁଭୂତି ଦେଖାଇଛନ୍ତି । ସେ ଥିଲେ ସତ୍ୟବାଦୀର ଛାତ୍ର । ସତ୍ୟବାଦୀ ସଂସ୍କୃତିର ଦାୟାଦ, ସତ୍ୟବାଦୀ ଶିକ୍ଷକ ସମାଜର ସମସ୍ତ ସ୍ୱଭାବ ଓ ସଦ୍-ଗୁଣ ତ୍ୟାଗ ତିତିକ୍ଷା, ସଦିଚ୍ଛା, ଅନୁକମ୍ପା । ଜ୍ଞାନ ଗାରିମା, ସାହିତ୍ୟିକ ସାଧନା ଓ ପ୍ରତିଭା ତାଙ୍କ ଠାରେ ଥିଲା ପୁଞ୍ଜୀଭୂତ । ଆଦର୍ଶ ଶିକ୍ଷକ ଓ ଗୀତିକବି ଗୋଦାବରୀଶଙ୍କ ପ୍ରେରଣାରେ ସେ ସାକ୍ଷୀଗୋପାଳରୁ ବାଣପୁର ଆସି ହାଇସ୍କୁଲ ପ୍ରତିଷ୍ଠାରେ କାୟମନୋବାକ୍ୟରେ ସାହାଯ୍ୟ କରିଥିଲେ ।

ସେ କେବଳ ଗୋଟିଏ ବିଦ୍ୟାଳୟର ଜଣେ ଶିକ୍ଷକ ନ ଥିଲେ, ସେ ଥିଲେ ସେଇ ବିଦ୍ୟାଳୟର ସଂଗଠକ ଓ କର୍ମୀ । ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ଧରି ସେ ଥିଲେ ବାଣପୁର ମି.ଇ. ସ୍କୁଲର ପ୍ରଧାନ ଶିକ୍ଷକ । ଶିକ୍ଷାକ୍ଷେତ୍ରରେ ସେ ଥିଲେ ସମସ୍ତଙ୍କର ପରାମର୍ଶଦାତା । ଓଡ଼ିଶା ସରକାରଙ୍କ ଠାରୁ ସେ ମଧ୍ୟ ରାଜ୍ୟ ପୁରସ୍କାର ଲାଭ କରିଥିଲେ ।

ବାମନବାବୁ ବା ବାମନ ଚରଣ ଦାସ କହିଲେ ବାଣପୁରରେ ନ ଜାଣେ କିଏ? ବାଣପୁରର ଗ୍ରାମେ ଗ୍ରାମେ, ଘରେ ଘରେ ସେ ପରିଚିତ । ଖଦଡ଼ ଲୁଗା ଓ ପଂଜାବୀ ପିନ୍ଧି କେତେ ଆଡ଼େ ସେ ବୁଲି ନ ଯାନ୍ତି? ପାଦରେ ଚପଳ ହଳେ କେତେବେଳେ ଥାଏ ତ କେତେବେଳେ ନାହିଁ । ସେଥିପ୍ରତି ତାଙ୍କର ନଜର ନ ଥାଏ, ମୂଲିଆ ମଜୁରିଆଠାରୁ ଆରମ୍ଭ କରି ଧନୀ ସାହୁକାର ଯାଏ, ସାଧାରଣ ଶିକ୍ଷକଠାରୁ ବଡ଼ ଅଫିସର ପର୍ଯ୍ୟନ୍ତ ସମସ୍ତଙ୍କ ସାଥିରେ ତାଙ୍କର ସମାନ ବ୍ୟବହାର, ମନଖୋଲା କଥାବାର୍ତ୍ତା ଆଉ ହସଖୁସି ।

ବାଣପୁରରେ ଯେତେ ଉତ୍ସବ ଅନୁଷ୍ଠାନ, ସବୁଥିରେ ତାଙ୍କର ଉପସ୍ଥିତି ଓ ସମ୍ପର୍କ । ଗୋଦାବରୀଶଙ୍କ ଜୟନ୍ତୀ ଓ ମୃତ୍ୟୁ ବାର୍ଷିକୀ ପାଳନ କରିବାରେ ଥିଲା ତାଙ୍କର ନେତୃତ୍ୱ । କଲେଜ ପ୍ରତିଷ୍ଠା କରିବା ଆଉ ତା ପାଇଁ ଚାନ୍ଦାଭେଦା ଆଦାୟ କରିବାରେ ସେ ଥିଲେ ଆଗୁଆ । ପ୍ରାଥମିକ ଶିକ୍ଷକମାନଙ୍କର କେନ୍ଦ୍ର ବୈଠକରୁ ଆରମ୍ଭ କରି ବାର୍ଷିକ ଶିକ୍ଷକ ସଭା ସମ୍ମିଳନୀ ପର୍ଯ୍ୟନ୍ତ ସବୁଥିରେ ସେ ହୁଅନ୍ତି ଉପସ୍ଥିତ । ତାଙ୍କ ପାଖରେ ମାନ ଅଭିମାନ ବା ଅହମିକାର ନାମଗନ୍ଧ ନଥିଲା ।

୧୯୮୩ ଏପ୍ରିଲ ୬ ତାରିଖର ସନ୍ଧ୍ୟାରେ ନିଜର ସବୁ କାମଦାମ ସାରି ଆଉ ସମସ୍ତଙ୍କ ସହିତ କଥାବାର୍ତ୍ତା କରି ସେ ଛାତିରେ ଟିକିଏ କଷ୍ଟ ଅନୁଭବ କଲେ । ଭୁବନେଶ୍ୱରଠାରେ ଅବସ୍ଥାପିତ ତାଙ୍କର ଝିଅ ଜ୍ୱାଇଁ ଡାକ୍ତରାଣୀ ଶୈଳବାଳା ଓ ଡାକ୍ତର ରାଧାରମଣ କ୍ୟାପିଟାଲ ଡାକ୍ତରଖାନାକୁ ନେଇଗଲେ । ମାତ୍ର ଘଣ୍ଟାକ ଭିତରେ ସବୁଶେଷ । ତାଙ୍କର ମର ଶରୀରକୁ ବହୁ ଦିନର କର୍ମସ୍ଥଳୀ ବାଣପୁରକୁ ନିଆଯାଇଥିଲା । ଏପ୍ରିଲ ୭ ତାରିଖ ସକାଳ । କାଉ କା' କା' କରି ଯେମିତି ସବୁରି ଘରେ ଏହି ଦୁଃସମ୍ବାଦ ଜଣାଇ ଦେଲା । ଦୋକାନ ବଜାର ବନ୍ଦ କରି, ଚାଷବାସ କାମଛାଡ଼ି ଘର ଦ୍ୱାର କାମ ପକାଇ ହଜାର ହଜାର ଲୋକ ତାଙ୍କର ଶେଷ ଦର୍ଶନ ପାଇଁ ହୃଦୟର ଭକ୍ତି ଅର୍ଘ୍ୟ ଜ୍ଞାପନ କରି ରୁଣ୍ଡ ହୋଇ ଯାଇଥିଲେ । ରାସ୍ତାଘାଟ ବନ୍ଦ ହୋଇଯାଇଥିଲା, ଆଉ ତାଙ୍କର ପ୍ରିୟ ବିଦ୍ୟାଳୟରେ ଜନ ସମୁଦ୍ରର ଉତ୍ତାଳ ଲହରୀ ଖେଳିଯାଇଥିଲା । ସବୁରି ମନରେ ଶୋକର ଛାୟା ଓ ନୟନରେ ଅଶ୍ରୁଜଳ । ସେମାନଙ୍କର ବନ୍ଧୁ, ଶିକ୍ଷକ ଓ ଦିଗ୍-ଦର୍ଶକ ସବୁଦିନ ପାଇଁ ତାଙ୍କୁ ଛାଡ଼ି ଚାଲିଗଲେ ।

କୃତୀ ଶିକ୍ଷକ ଭାବରେ ସେ ରାଜ୍ୟ ସରକାରଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ । ଶିଶୁମାନଙ୍କ ପାଇଁ ସେ ପାଠ୍ୟ ପୁସ୍ତକଠାରୁ ଗଳ୍ପ କବିତା ପ୍ରଭୃତି ପର୍ଯ୍ୟନ୍ତ କେତେ ପ୍ରକାର ସାହିତ୍ୟ ସୃଷ୍ଟି କରି ଯାଇଛନ୍ତି । ଲୋକପ୍ରିୟ 'ମଳୟ' ପତ୍ରିକାର ସେ ଥିଲେ ମୁଖ୍ୟ ସମ୍ପାଦକ । ସେ ଅନେକ ଅନୁଷ୍ଠାନ ଗଢ଼ିଯାଇଛନ୍ତି ଶିକ୍ଷା ,ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ।ସର୍ବୋପରି ଜଣେ ମରମୀ ଓ ଦରଦୀ ମଣିଷ ଭାବରେ ତାଙ୍କର ଆଚରଣ ଓ କାର୍ଯ୍ୟକଳାପ ସମସ୍ତଙ୍କର ଚିରସ୍ମରଣୀୟ ହୋଇ ରହିବ । ଜୀବନରେ ସେ ଯେମିତି ହର୍ଷୋତଫୁଲ ଓ କର୍ମଠ ଥିଲେ ,ମୃତ୍ୟୁପରେ ସେମିତି ସତେଜ

 ଓ ପ୍ରଫୁଲ୍ଲ  ବଦନ । ସତେ  ଯେମିତି  ମରଣର  ସ୍ପର୍ଶ  ତାଙ୍କ  ମନରେ ଲେଶମାତ୍ର  ଦୁଃଖ  ଜାତ

କରିନଥିଲା । ସେ ଯେମିତି ହସି ହସି ସମସ୍ତଙ୍କଠୁ ବିଦାୟ ଦେଇଯାଇଛନ୍ତି । ତାଙ୍କ ମୃତ୍ୟୁରେ ଏକ ସଫଳ ଓ ସକ୍ରିୟ ଜୀବନର ଅବସାନ ହେଲା । ଏକ ଜ୍ବଳନ୍ତ ଅଲୋକ ବର୍ତ୍ତିକା ଲିଭିଗଲା । କରୁଣାର ଏକ ଝରଣା ଅବା ସରିତ ଝରିଗଲା ସବୁଦିନପାଇଁ । ହେ ମହାମାନବ, ହେ ଶିକ୍ଷକ, ହେ ସଂଗଠକ ଆମ୍ଭମାଙ୍କର ଭକ୍ତିପୂର୍ଣ୍ଣ ପ୍ରଣତି ଘେନ । == କଳାକାର ଶିକ୍ଷକ ବିଷ୍ଣୁ ଚରଣ ମିଶ୍ର ==

ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ[ସମ୍ପାଦନା]

କୁଜଙ୍ଗ ଅଞ୍ଚଳର ଚଟୂଆ ଗ୍ରାମରେ ୧୯୧୫ ମସିହାରେ ସ୍ୱର୍ଗତ ବିଷ୍ଣୁଚରଣ ମିଶ୍ରଙ୍କର ଜନ୍ମ । ଯେଉଁ ଯେଉଁ ବିଦ୍ୟାଳୟରେ ସେ କାର୍ଯ୍ୟ କରି ଆସିଥିଲେ ସେଠାରେ ସେ ଲୋକ ସାଧାରଣରେ 'ବିଷ୍ଣୁ ମିଶ୍ର-ହେଡ଼୍ ମାଷ୍ଟର୍' ନାମରେ ପରିଚିତ ଥିଲେ । କୌଣସି ବିଦ୍ୟାଳୟରେ ୨/୩ ବର୍ଷରୁ ଅଧିକ କାର୍ଯ୍ୟକରିବା ତାଙ୍କ ଜାତକରେ ନ ଥିଲା । ତାଙ୍କ କର୍ମଧାରା, ଜୀବନ ଦର୍ଶନ, ସ୍ୱାଭିରୁଚି ଓ ବ୍ୟକ୍ତିତ୍ୱ ଦୀର୍ଘକାଳ କୌଣସି ପରିଚାଳନା ସଂସ୍ଥା ସହ ଏକମେଳ ହୋଇ ରହିବା ଲାଗି ଅନୁକୂଳ ନ ଥିଲା; କାରଣ ପ୍ରତ୍ୟେକ ବିଷୟରେ ତାଙ୍କର ଥିଲା ଲକ୍ଷଣୀୟ ସ୍ୱାତନ୍ତ୍ର୍ୟ ।

୧୯୪୯ ମସିହା । ଗ୍ରୀଷ୍ମାବକାଶ ପରେ ପଣ୍ଡୁଆ ମଧ୍ୟଇଂରାଜୀ ବିଦ୍ୟାଳୟ ଯଥାରୀତି ଶିକ୍ଷାଦାନକାର୍ଯ୍ୟରେ ମୁଖରିତ ହେବାକୁ ଆରମ୍ଭ କରିଥାଏ । ମୋର ମାଇନର୍ ଶେଷବର୍ଷ ଅର୍ଥାତ୍ ସପ୍ତମ ଶ୍ରେଣୀ । ମୁଁ ମୋର ପୂର୍ବ ଅଭ୍ୟାସ ଅନୁଯାୟୀ ପ୍ରାୟ ପନ୍ଦରଦିନ ବିଳମ୍ବରେ ଏକମାତ୍ର ପୁଅ ପୁଣି ଭାରି ଗେଲବସର ହୋଇଥିବାରୁ ବୋଉ ଓ ଘରୁ ଅଶ୍ରୁଳ ବିଦାୟ ନେଇ ଆମ ଘରଠାରୁ ୫/୬ ବଡ଼ ଅକ୍ଷର କିଲୋମିଟର ଦୂରବର୍ତ୍ତୀ ପଣ୍ଡୁଆ ସ୍କୁଲର ଛାତ୍ରାବାସରେ ପହଞ୍ଚିଥାଏ । ଆମ ଶ୍ରେଣୀର ପାଠଦାନ ସେ ଭଳି କିଛି ଆଗେଇ ନ ଥାଏ । ଅଧିକାଂଶ ପିଲା ବହି, ଖାତା କିଣି ନ ଥାନ୍ତି । ସାଙ୍ଗମାନଙ୍କଠାରୁ ଓ ଜଣେ ଅଧେ ଶିକ୍ଷକ (ସାର୍)ଙ୍କ ଠାରୁ ଆମର ଜଣେ ନୂଆ ହେଡ଼ମାଷ୍ଟର ଆସିବେ ବୋଲି ଶୁଣିବାକୁ ପାଇଥାଏ । ସେ ପଙ୍କପାନ ମାଇନର୍ ସ୍କୁଲରୁ ପଣ୍ଡୁଆ ସ୍କୁଲକୁ ଆସୁଥାନ୍ତି।ପଙ୍କପାଳ ସ୍କୁଲରେ ତାଙ୍କର ସହକର୍ମୀ ଥିବା ପ୍ରସିଦ୍ଧ ପଙ୍କପାଳ ଚୌଧୁରୀ ବଂଶଜ ବିଚିବାବୁ ଆମର ଜନୈକ ଶିକ୍ଷକ ଥାନ୍ତି ।ନୂଆ ହେଡ଼୍ ମାଷ୍ଟର୍ ଆମ ଭଳି ଦୁଷ୍ଟ।ଅମନୋଯୋଗୀ, କର୍ମକୁଣ୍ଠ ପିଲାମାନଙ୍କୁ କିପରି ବାଟକୁ ଆଣିବାକୁ ହୁଏ, ସେ ବିଦ୍ଯା ଭଲ ଭାବରେ କେବଳ ଜାଣନ୍ତି ନାହିଁ, ଛାଟ ପ୍ରୟୋଗ କରି କିପରି ଶାସନ କରିପାରନ୍ତି ତାହାର କେତେକ ପୂର୍ବଦୃଷ୍ଟାନ୍ତ ଦେଇ ସେ ଆମକୁ ପୂରାପୂରି ସଂତସ୍ତ କରି ଦେଇଥାନ୍ତି। ନୂଆ ହେଡ଼୍ ମାଷ୍ଟର୍ ଆସି ପହଞ୍ଚିଲେ ।ଚାଳ ଛପର ଇଟା କାନ୍ଥର ଘରଟିଏ ଦୁଇଭାଗ ହୋଇ ପ୍ରଥମ ବଖରାରେ ଅଫିସ୍ ଓ ଦ୍ବିତୀୟ ବଖରାଟି ଛାତ୍ରାବାସ ତଥା ୭ମ ଶ୍ରେଣୀର ଶ୍ରେଣୀକକ୍ଷ ରୂପେ ବ୍ଯବହୃତ ହେଉଥାଏ । ସେ ଅଫିସ୍ ଘରେ ହିଁ ରହିଲେ ।ଅଲମାରି ବାଡ଼ଦେଇ ଛୋଟ ବଖରାଟି ଏ ବାହାର କରି ସେଥିରେ ଖଟଟିଏ ପକାଇ ସେ ଶୁଆବସା କଲେ।ସେଇଠି ଟେବୁଲ୍ ଚେୟାର ପକାଇ ଅଫିସ୍ କାମ କଲେ ।ଦିନେ ଦୁଇଦିନ ମଧ୍ଯରେ ସେ ଶ୍ରେଣୀ ଗୃହ ଓ ତାଙ୍କ କାର୍ଯ୍ଯାଳୟଟିଏ ଯଥା ସମ୍ଭବ ବ୍ଯବସ୍ଥିତ କରିଦେଲେ । ବିଷ୍ଣୁବାବୁ ଅତିଗେଡ଼ା କି ଡ଼େଙ୍ଗା ନୁହନ୍ତି।ଗୌରବର୍ଣ୍ଣ, ଗୋଲ ମୁହଁ,ଉଜ୍ଜଳ ଦୀପ୍ତି ସଂପନ୍ନ ଚାହାଣୀ ସାଙ୍ଗକୁ ଇସ୍ତ୍ରୀକରା ଧୋତି ଓ ସାର୍ଟ ତାଙ୍କୁ ଓ ତାଙ୍କର ବ୍ଯକ୍ତିତ୍ବକୁ ବିଶେଷତ୍ବରେ ମଣ୍ଡିତ କରିରଖିଥାଏ ।ସେ ପାଇ କଛା ମାରି ଧୋତିକୁ ଏପରି ପିନ୍ଧିଥାନ୍ତି ଯେ ତାହା ବେଳେବେଳେ ଫୁଲ୍ପ୍ଯାଣ୍ଟର ଭ୍ରମ ସୃଷ୍ଟି କରୁଥାଏ ।ତାଙ୍କର ସଂଖ୍ଯାଧିକ ଧୋତି ଓ ସାର୍ଟ ସାଙ୍ଗକୁ ଗଞ୍ଜି ଓ ଅଣ୍ଡର ୱୟାର ଗଛେଇ ହୋଇ ରହିଥାଏ। ସେ ପ୍ରତି ସପ୍ତାହରେ ସେଥିରୁ ଗୋଟିଏ ସେଟ୍ ବାହାର କରି ପିନ୍ଧନ୍ତି ଓ ବ୍ଯବହୃତ ସେଟ୍ ଟି ରାହାମା ହାଟଦିନ ତାଙ୍କ ନିର୍ଦ୍ଦିଷ୍ଟ ଧୋବା ପାଖକୁ ପଠାଇଦିଆଯାଏ।ସେ ସକାଳୁ ଶଯ୍ଯା ତ୍ଯାଗ କରିବା ପରେ ମୁହଁଧୋଇ ପ୍ରାୟ ଚାରିଗିଲାସ ପାଣି ପିଇ ଦାନ୍ତ ଘଷନ୍ତି। ବାସନା ତେଲ ଲଗାଇ କୂଅପାଣିରେ ଗାଧୁଥାନ୍ତି। ତାଙ୍କର ଗାତ୍ରମାର୍ଜନ ଆମକୁ କୁସରତ ଭଳି ଲାଗେ । ସେ ଲୁଙ୍ଗି ପିନ୍ଧନ୍ତି ଓ କଠାଉ ମାଡ଼ନ୍ତି। ଚୂଡ଼ା,ଚିନି ଓ ଦହି ତାଙ୍କର ପ୍ରାୟ ସବୁଦିନିଆ ଜଳଖିଆ। ପାନ ଖିଆ ଅଭ୍ୟାସ ସତ୍ତ୍ୱେ ତାଙ୍କ ଦନ୍ତପଂକ୍ତି ସଦାବେଳେ ଶୁଭ୍ରତାରେ ଝଲମଲ କରୁଥାଏ । ସେ ଅନ୍ୟାନ୍ୟ ଶିକ୍ଷକ ଓ ଆମେ ଛାତ୍ରାବାସର ଅନ୍ୟୂନ ୧୦/୧୫ ଜଣ ଅନ୍ତେବାସୀ ଅକତ୍ର ବସି ମଧ୍ୟାହ୍ନ ଓ ରାତ୍ରଭୋଜନ କରୁ । ବିଶ୍ୱକବି ରବୀନ୍ଦ୍ରନାଥ ଯେଉଁଠି ତାଙ୍କର ସିପ୍ରସିଦ୍ଧ 'ଚିତ୍ରାଙ୍ଗଦା' ଗୀତିନାଟ୍ୟ ରଚନା କରିଥିଲେ, ତିର୍ତ୍ତୋଲଥାନା ଅନ୍ତର୍ଗତ ସେହି ପଣ୍ଡୁଆ ସେତେବେଳେକୁ ତଥାପି ଥିଲା ଅନଗ୍ରସର ଓ ନିଘଞ୍ଚ ମଫସଲ । ଛାତ୍ରାବାସର ଖାଦ୍ୟପେୟ ଆଜିର ମାନଦଣ୍ଡରେ ନିକୃଷ୍ଟତର ଥିଲା । ଅଧିକାଂଶ ଦିନ ପେଜମିଶା ଡାଲି ସାଙ୍ଗକୁ କଖାରୁ ସାରୁ ଘାଣ୍ଟ ଥିଲା ପ୍ରମୁଖ ବ୍ୟଂଜନ । ପାଣି ପଶା ଚାଉଳର ଭାତ କ୍ରମଶଃ ଆମ୍ଭମାନଙ୍କର ଦେହ ସହା ହେଇଯାଇଥିଲା । ତାଙ୍କ ତତ୍ତ୍ବାବଧାନରେ ସ୍କୁଲ ହତାରେ ଆମ ଦ୍ୱାର କନ୍ଦମୂଳ, ବିଲାତି ବାଇଗଣ ଇତ୍ୟାଦି ଚାଷ କରାଇ ବ୍ୟଂଜନ କଷ୍ଟ କିଛି ପରିମାଣରେ ସେ ଦୂର କରିଥିଲେ । ବିଷ୍ଣୁବାବୁଙ୍କର ଶିକ୍ଷାଦାନ ପ୍ରଣାଳୀ ସାଙ୍ଗକୁ ଶୃଙ୍ଖଳା ରକ୍ଷାରେ ନିଷ୍ଠା ଓ ତତ୍ପରତା କେବଳ ଛାତ୍ର ଓ ଶିକ୍ଷକମାନଙ୍କୁ ନୁହେଁ, ଅଭିଭାବକମାନଙ୍କୁ ପ୍ରଭାବିତ କରିବାକୁ ଆରମ୍ଭକଲା । ତାଙ୍କ ବ୍ୟକ୍ତିତ୍ୱରେ ଗଭୀର ଆସ୍ଥା ପୋଷଣ କଲେ ସେମାନ । ଅଧିକାଂଶ ଛାତ୍ରଙ୍କର ସମସ୍ତ ଦାୟିତ୍ୱ ସେ ବୁଝିଲେ । ସ୍କୁଲ ଦରମା ମେସ୍ ଖର୍ଚ୍ଚ ଇତ୍ୟାଦି ଅଭିଭାବକମାନେ ଆସି ତାଙ୍କୁ ବାଧ୍ୟ କରି ଦେଇଯାଉଥିଲେ । ତାଙ୍କର ଇଂରେଜୀ ଶିକ୍ଷାଦାନ ପ୍ରଣାଳୀ ମୋତେ ଇଂରେଜୀ ପ୍ରତି ଆଗ୍ରହୀ କରିବା ଯୋଗୁଁ ମୁଁ ସେଥିରେ ଭଲ ଫଳ ଦେଖାଇଥିଲି । ଇଂରାଜୀ ଭାଷାଶିକ୍ଷାର ମୌଳିକ ବ୍ୟାକରଣଗତ ସାଧାରଣ ତତ୍ତ୍ୱ ଓ ନିୟମକୁ ସେ ଅତି ପ୍ରାଞ୍ଜଳ ଭାବେ ବୁଝାଇ ଦେବାରୁ ଇଂରେଜୀ ପ୍ରତି ଭୟ କ୍ରମଶଃ ମୋଠାରୁ ଦୂରେଇ ଗଲା । ଫଳରେ ମୁଁ ସାଧାରଣ ମିଳିତ ଏମ୍.ଇ. ପରୀକ୍ଷାରେ ଇଂରେଜୀରେ ପ୍ରଥମ ହେଲି,ଆମ ସ୍କୁଲ ମଧ୍ୟ ଭଲ ଫଳ ହାସଲ କରିଥିଲା ।

ଇଂରାଜୀ ଓ ଅଙ୍କ ସେ ଆମକୁ ପଢାଉଥିଲେ । ଛାତ୍ରମାନେ କିପରି ଅଧିକରୁ ଅଧିକ ଲେଖିବେ,ସେଥିପ୍ରତି ତାଙ୍କର କଡ଼ାନଜର ଥିଲା । ସମସ୍ତ ଶ୍ରେଣୀର ଛାତ୍ର ହୋଇଥିଲେ ହେଁ ପ୍ରତିଦିନ ସେ ଆମକୁ ହସ୍ତାକ୍ଷର ଲେଖାଉଥିଲେ । ଅନୁବାଦ ଓ ପ୍ରବନ୍ଧ ନିୟମିତ ସଂଶୋଧନ କରୁଥିଲେ । ଅଶୁଦ୍ଧ ପ୍ରୟୋଗ, ବନାନ ଭୁଲ, ବାକ୍ୟଗଠନଗତ ତ୍ରୁଟିକୁ ସେ ସୁନ୍ଦର ଅକ୍ଷରରେ ଉଜ୍ଜ୍ୱଳ ନାଲି କାଳିରେ ସୂଚାଇ ଦେଉଥିଲେ । ଶୁଦ୍ଧ ରୂପକୁ ସେହି ଖାତାରେ ଦଶଥର ଲେଖାଏଁ ଆମ ହାତରେ ଲେଖାଉଥିଲେ ।ଶିକ୍ଷାଦାନ କାର୍ଯ୍ୟ ଅତ୍ୟନ୍ତ ନିୟମିତ ହୋଇଯାଇଥିବାରୁ କେହି ଛାତ୍ର ବା ଶିକ୍ଷକ ଫାଙ୍କି ଦେବାର ପ୍ରଶ୍ନ ହିଁ ନଥିଲା । ଫାଙ୍କି ପାଇଁ ଛାତ୍ରମାନଙ୍କୁ ବେତ୍ରାଘାତ ଓ ସହକାରୀ ଶିକ୍ଷାକମାନଙ୍କୁ ବାଚନିକ ତାଡ଼ନା ଦେବାରେ ତାଙ୍କର କେତେବେଳେ ବି ମନୋଭାବେ କୋହଳ ଥିବାର ଆମେ ଜାଣୁନଥିଲୁ । ଫଳରେ ତାଙ୍କ ପୁର୍ବରୁ ସ୍କୁଲ୍ ପରିସରରେ ଘୋଟି ଆସିଥିବା ମାନ୍ଦା ବତରଣ ସେ ଆସିବାର ମାସକ ମଧ୍ଯରେ କର୍ମମୁଖର ହୋଇଉଥିଲା ।

ତାଙ୍କର ଶିକ୍ଷାଦାନ ପ୍ରଣାଳୀ ଛାତ୍ରମାନଙ୍କୁ ବିଶେଷକରି ଆମକୁ ଏକାନ୍ତ ପ୍ରଭାବିତ କରି ରଖିଥିଲା । ସେ ଏକ କଳାତ୍ମକ ଢଙ୍ଗରେ ବାଁ ଡାହାଣ ଢଳି ଢଳି ଦ୍ରୁତ ପଦକ୍ଷେପରେ ଶ୍ରେଣୀରେ ପ୍ରବେଶ କରନ୍ତି ତାଙ୍କର ପରିଚ୍ଛନ ପରିଚ୍ଛେଦ ସାଙ୍ଗକୁ ମାର୍ଜିତ ଉଚ୍ଛାରଣ ଓ କର୍ତ୍ତ୍ୱତ୍ୱ ସୁଲଭ ଆଚରଣ ଆମକୁଅନ୍ଯମନସ୍କ ହେବାକୁ ଦିଏନାହିଁ । ସେ ସାଙ୍ଗରେ ଇଂରାଜୀ ପାଠ ବହି ଚକ୍ ଓ ଡଷ୍ଟର ଧରି ଅସିଥାନ୍ତି । କଔଣସି ନୂତନ ବିଷୟ ପଢାଥିବା ପୂର୍ବରୁ ସେ ଗୋଲ ଗୋଲଅକ୍ଷରରେ କଳାପଟାରେ ଶୀର୍ଷକ ଲେଖନ୍ତି । ତା 'ତଳକୁ ବୁଝାଇବା ଆବଶ୍ଯକ ପଡୁଥିବା ଶବ୍ଦ ଓ ପଦପଂକ୍ତିକୁ ଲେଖିଦିଅନ୍ତି । ଗୋଟି ଗୋଟି କରି ବାରମ୍ବାର ଅର୍ଥସହ ବାକ୍ଯ ବା ପଦଗୁଡିକ ସେ ବୁଝାଇ ଦିଅନ୍ତି । କଳାପଟାରେ ଲେଖିଦିଅନ୍ତି । ସମୁଦାୟ ପ୍ରସଙ୍ଗଟିର ପାଠଦାନ ଏହିଭଳି ପ୍ରଥମ ପାଠରୁ ଆରମ୍ଭ ହୁଏ । ଦ୍ୱିତୀୟପାଠରେ ହୁଏ ପ୍ରଶ୍ନେଊତ୍ତର । ସେ ଉତ୍ତରଗୁଡିକ ମଧ୍ଯ ଯଥାସମ୍ଭବ କଳାପଟାରେ ଲେଖି ଆମକୁ ଘୋଷି ଆୟତ୍ତକରିବାକୁ ଆଦେଶ ଦିଅନ୍ତି । ତୃତୀୟ ପାଠରେ ଲିଖନ ଗତ ପ୍ରୟୋଗ ଛାତ୍ରମାନଙ୍କ ଦ୍ୱାରା କିପରି ହେଉଛି ସେ ଶ୍ରେଣୀକକ୍ଷରେ ବୁଲି ବୁଲି ନିଜେ ସବୁ ଛାତ୍ରଙ୍କ ପାଖକୁ ଯାଇ ଦେଖନ୍ତି । କେହି ଛାତ୍ର ଅମନୋଯୋଗୀ ହେଲେ,ନଲେଖିଲେ ତା' ର ଆଉ ପରିତ୍ରାଣ ରହେନହିଁ । ସେ ନିଜେ ଯାଇଅଫିସ୍ ରୁ ବେତ ଆଣି ପିଟି ଦେଇଯାନ୍ତି । ଶ୍ରେଣୀକକ୍ଷରେ ଶିକ୍ଷାଦାନ ପାଇଁ ସମୟ ଅକୁଳାଣ ହେବାରୁ ସେ ସପ୍ତମ ଶ୍ରେଣୀର ସମସ୍ତ ଛାତ୍ରଙ୍କୁଛାତ୍ରାବାସରେ ରହିବାକୁ ବାଧ୍ଯକରି ଛୁଟିଦିନମାଙ୍କରେ,ରାତିରେ ନିଜେ ଓ ଅନ୍ଯାନ୍ଯ ଶିକ୍ଷକମାନଙ୍କ ଦ୍ୱାରା ଶିକ୍ଷାଦାନ କାର୍ଯ୍ଯ ଚଳାଇ ରଖିଥିଲେ । ସେସମୟତକ ପଢିବା,ଲେଖିବା,ଘୋଷିବା ବ୍ଯତୀତ ଆମେ ଛାତ୍ରମାନେ ପରସ୍ପର କଥାବାର୍ତ୍ତା ହେବାକୁ ବେଳ ପାଉନଥିଲୁ । ପ୍ରଧାନ ଶିକ୍ଷକଙ୍କର ଆମ ପାଇଁ ଅକ୍ଲାନ୍ତ ପରିଶ୍ରମ ଆମ ଅନ୍ତରକୁ ଭୀତିମିଶ୍ରିତ ସମ୍ମାନ୍ନ ଓ କୃତଜ୍ଞତାରେ ଜଡ଼ାଇ ରଖିଥିଲା ।

ପଣ୍ଡୁଆ ମାଇନର ସ୍କୁଲଟି ଜନସାଧାରଣଙ୍କ ଦାନରେ ଗଢି ଉଠିଥିଲା । ପ୍ରାଥମିକ ବିଦ୍ଯାଳୟ ସହ ମଧ୍ଯଇଂରାଜୀ ବିଦ୍ୁଅଳୟ ଏକ ପରିସରରେ ଚଳୁଥିଲା । ଛାତ୍ରାବାସ ପାଇଁ ସ୍ୱତନ୍ତ୍ର ଗୃହ ନଥିବାରୁ ଶ୍ରେଣୀ କକ୍ଷମାନଙ୍କରେ ଅନ୍ତେବାସୀଗଣ ଚଳାଚଳ ହେଉଥିଲା । ଏମିତି ବାହାରୁ ଦେଖିଲେ ବି ଅନୁଷ୍ଠାନଟିର ଦାରିଦ୍ଯୟ ବାରିହୋଇଯାଉଥିଲା । ବିଷ୍ଣୁବାବୁ ସ୍କୁଲଟିର ଆପାତ ଦରିଦ୍ରବସ୍ଥା ଘୁଞ୍ଚାଇବା ପାଇଁ ଥିଏଟର୍ ମାଧ୍ଯମରେ କିଛି ଅର୍ଥପ୍ରାପ୍ତିର ଯୋଜନା ପରିଚାଳନା କମିଟି ଆଗରେ ରଖିବାରୁ ତାହା ଅବିଳମ୍ବେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଗଲା । ପୂର୍ବବର୍ଷ ଛାତ୍ର-ଶିକ୍ଷକ ଅଭିଭାବକମାନଙ୍କ ମିଳିତ ପ୍ରଚେଷ୍ଟାରେ କାଳିବାବୁଙ୍କର 'ଅଭିଯାନ' ନାଟକ ମଞ୍ଚସ୍ଥ ହୋଇ ଯଥାସାମାନ୍ଯ ଅର୍ଥଲାଭ ଘଟିଥିଲେ ହେଁ ଅଭିନୟ ତଥା ମଞ୍ଚାୟନରେ ବହୁ ଦୁର୍ବଳ ରହିଯାଇଥିଲା ।

ବିଷ୍ଣୁ ମିଶ୍ରଙ୍କର ଅଭିନୟ ଓ ନିର୍ଦ୍ଦେଶନାର ଖ୍ଯାତି ପଙ୍କପାଳଠାରୁ ପଣ୍ଡୁଆକୁ ବହି ଆସିଥିବାରୁ ସମସ୍ତେ ଏ ବିଷୟରେ ମାତ୍ରାଧିକ ଆଗ୍ରହ ପୋଷଣ କରିଥାନ୍ତି । 'ହରିଶ୍ଚନ୍ଦ୍ର' ନାଟକ ଅଭିନୀତ ଦେବାର ସ୍ଥିର ହେଲା । ବିଷ୍ଣୁବାବୁଙ୍କ ପାଖରେ ଥିବା ପାଣ୍ଡୁଲିପିରୁ ରାଜା ହରିଶ୍ଚନ୍ଦ୍ରଙ୍କ ସଂଳାପ ବ୍ଯତୀତ ଅନ୍ଯ ଭୂମିକାଗୁଡ଼ିକର ସଂଳାପ ଉତ୍ତାରିବା ଦାୟିତ୍ବ ମୋତେ ଓ ମୋର ଅନ୍ଯ ଦୁଇଜଣ ପଢ଼ାସାଥୀଙ୍କୁ ଦିଆଯାଇଥିଲା । ଶୈବ୍ଯା ଭୂମିକାରେ ଅଭିନୟ କରିବା ପାଇଁ ପଙ୍କପାଳରୁ ଜନୈକ ଛାତ୍ର ଗୁଣନିଧି ସ୍ବାଇଙ୍କୁ ସ୍ଥାନାନ୍ତର କରାଇ ଅଣାଯିବା ପରେ ଅଭ୍ଯାସ କାର୍ଯ୍ଯକ୍ରମ ଚାଳିଲା । ସଂଧ୍ଯାରୁ ରାତି ୧୦ ପର୍ଯ୍ଯନ୍ତ ଅଭ୍ଯାସ(ରିହର୍ସାଲ୍) ଚଳେ ସେଥିରେ ରାଜା ହରିଶ୍ଚନ୍ଦ୍ର ଭୂମିକାରେ ବିଷ୍ଣୁବାବୁଙ୍କ ଅଭିନୟ ପ୍ରତ୍ଯେକଙ୍କୁ ବିମୁଗ୍ଧ କରିରଖିଥାଏ । ଅନ୍ଯାନ୍ଯ ଭୂମିକାର ଅଭିନୟକୁ ସେ ନାଟକୀୟ ଭଙ୍ଗୀରେ ବତାଇ ଦେଉଥାନ୍ତି । ପ୍ରାୟ ୧୫ ଦିନ କ୍ରମାଗତ ଅ ଭ୍ଯାସ ଚଳାଇବା ପରେ ମଞ୍ଚାଭିନୟ ପ୍ରସ୍ତୁତ କରାଗଲା । ଆବହସଙ୍ଗୀତର ସେପରି ସୁବ୍ଯବସ୍ଥା ନଥିଲା । ଡ଼େଲାଇଟକୁ କଳାକାଗଜ ଦ୍ବାରା ଆବୃତ କରି ମଞ୍ଚାମାୟା ସୃଷ୍ଟି କରାଯାଉଥିଲା । କେବଳ ଆକର୍ଷଣୀୟ ଦୃଶ୍ଯ କହିଲେ ଡ୍ରପ, ରାଜପଥ, ଗ୍ରାମପଥ, ଅରଣ୍ଯ, ରାଜପ୍ରସାଦ ଓ କଟାଜଙ୍ଗଲ ଦୃଶ୍ଯ ସମ୍ବଳିତ କନାର ବିଶାଳ ପଟ୍ଟଚିତ୍ରଗୁଡ଼ିକ ଆବଶ୍ଯକତାନୁଯାୟୀ ବାଉଁଶରେ ଗୋଡ଼ିଆହୋଇ ଉଠାପକା କରାଯାଉଥିଲା । ମୁଖ୍ଯଆକର୍ଷଣ ଥିଲା ହରିଶ୍ଚନ୍ଦ୍ର ଭୂମିକାରେ ବିଷ୍ଣୁ ବାବୁଙ୍କର ବଳିଷ୍ଠ, ଭାବସଞ୍ଚାରୀ ଅଭିନୟ କୁଶଳତା ।

ସର୍ବସ୍ବ ବିଶ୍ବାମିତ୍ରଙ୍କୁ ଦାନକରି ଆପଣାକୁ ଚଣ୍ଡାଳର କ୍ରୀତଦାସ କରାଇ ଦକ୍ଷିଣାସ୍ବରୁପ ପ୍ରାର୍ଥିତ ବିପୁଳ ଅର୍ଥ ବିନିମୟରେ ନିଜର ସତ୍ଯବାଦିତାକୁ ଅକ୍ଷୁର୍ଣ୍ଣ ରଖିଥିବା ରାଜାହରିଶ୍ଚନ୍ଦ୍ର ସେଦିନ ନିଶାର୍ଦ୍ଧରେ ଶ୍ମଶାନରେ ଆତ୍ମଲୀନ ହୋଇପଡ଼ିଥାନ୍ତି । ସିନ୍ ଉଠିବା ପରେ ଦାଢ଼ିବହୁଳ, ରୁକ୍ଷ ଓ ମଳିନ ବେଶବାସରେ ଖଣ୍ଡେ ବାଉଁଶ ଠେଙ୍ଗାକୁ ଅପୂର୍ବ ଭଙ୍ଗୀରେ ଭରା ଦେଇଥିବା ଟଳଟଳ ପାଦ ହରିଶ୍ଚନ୍ଦ୍ର ବେଶୀ ବିଷ୍ଣୁବାବୁ ଦୃଶ୍ଯମାନ ହୁଅନ୍ତି । ଏକ ଦୀର୍ଘଶ୍ୱାସ ତାଙ୍କ ଦେହପଞ୍ଜରାରୁ ନିର୍ଗତ ହେବା ପରେ ସେ ଧିରେ ଧିରେ ସ୍ପଷ୍ଟ,ମାର୍ଜିତ ଭଙ୍ଗିରେ ଯଥାଯଥ ବିରାମ ଦେଇ କହନ୍ତି "ଚତୁର୍ଦ୍ଦିଗ ନିରବ ନିସ୍ପନ୍ଦ.... ସାଇଁ ସାଇଁ ମାତ୍ର ଗରଜର ନିଶା...... "ଇତ୍ୟାଦି । ଦୂରରୁ ଭାସିଆସି ଅବଳା କଣ୍ଠର ଉଚ୍ଚ୍ୱାସଭରା କରୁଣ ବିଳାପ ମିଶ୍ରିତ ସଙ୍ଗୀତ ପ୍ରବେଶ କରନ୍ତି ଚ୍ଚିନ୍ନବସ୍ତ୍ରା,ଅଧୋମୁଖୀ,ଅଶ୍ରୁବିଗଳିତା ମହାରାଣୀ ଶୈବ୍ଯା, କାନ୍ଧରେ ତାଙ୍କର ସର୍ପଦଂଶନରେ ଅକାଳମୃତ୍ଯୁ ଲଭିଥିବା ସ୍ୱାସ୍ଥ୍ୟପୁଷ୍ଟା କିଶୋର ପୁତ୍ରକୁ ଧରି । ରୁକ୍ଷ କଣ୍ଟରେ ଶୁକ୍ଳ ଦାବି କରନ୍ତି ଶ୍ମଶାନରକ୍ଷକ ହରିଶ୍ଚନ୍ଦ୍ର । ନାରୀଜଣକ ଶୋକାବେଗରେ ରୁଦ୍ଦକଣ୍ଠ ହୋଇଉଠିବା ସଙ୍ଗେ ସଙ୍ଗେ ନିଜକୁ ନିଜ ଅବସ୍ଥାକୁ ଜଣାଇବାକୁ ଯାଇ ସାମାନ୍ଯସୂଚନା ଦେବା ପରେ ପରେ ସମୁଦାୟ ପରିବେଶକୁ ଆଖି,ମୁହଁ ଓ ଅବୟବ ଚାଳନାଗତ ଅଭିନବ ମାଧ୍ଯମରେ ଅଭିବ୍ଯକ୍ତ କରି ବିଷ୍ନୁ ବାବୁ ଦର୍ଶକ ମାଙ୍କୁ ଅଭିଭୂତ କରି ରଖିଥିଲାବେଳେ ଏକ ଶୋକମୁର୍ଚ୍ଚିତ "ରୋହିତରେ .... "ଉଚ୍ଚାରଣ କରି ଯେତେବେଳେ ଗଛ କାଟିଲାପରି ମୃତପୂତ୍ରର ଶବ ପିଣ୍ଡ ଊପରେ ଲୋଟିପଡନ୍ତି,ସମୁଦାୟ ଦର୍ଶକମଣ୍ଡଳୀଙ୍କ ଆଖିରୁ ଧାର ଧାର ଅଶ୍ରୁ ବହିପଡେ ,ପତି-ପତ୍ନୀ ଚିହ୍ନାଜଣା ହୋଇ ମୃତ ପୁତ୍ରର ଚିତାଗ୍ନୀରେ ଆତ୍ମଝାସ ଦେବାକୁ ପ୍ରସ୍ଥୂତି ହେବା ଦୃଶ୍ଯରେ ଦର୍ଶକଙ୍କର ଧର୍ୟ୍ଯବନ୍ଧ ଭାଙ୍ଗିପଡେ । ଶୁଭୁଥାଏ ଦର୍ଶକ ଦର୍ଶିକାଙ୍କର ସୁଁ ସୁଁ କାନ୍ଦଣା। ପ୍ରେକ୍ଷାଳୟରୁ ପରବର୍ତ୍ତୀ ଦୃଶ୍ଯରେ ଆସନ୍ତି ରାଜପରିଚ୍ଚଦମଣ୍ଡିତ ହରିଶ୍ଚନ୍ଦ୍ର । ମୁଁ ଦେଖିଛି। ଚଣ୍ଡାଳ ବେଶ ଛାଡି ରାଜବେଶ ଧାରଣ କରିବାରେ ବିଷ୍ନୁ ବାବୁଙ୍କର ହସ୍ତକୌଶଳଗତ କ୍ଷିପ୍ରତା । ସେ ୫ ମିନିଟ୍ ବ୍ଯବଧାନରେ ପୂର୍ବ ଦୃଶ୍ଯର ପ୍ରଭାବ କଟୁ ନକଟୁଣୁ ପ୍ରସ୍ତୁତ ହୋଇଯାଆନ୍ତି ପତ୍ନୀ ଓ ପୁତ୍ର ସହ ଅଯୋଧ୍ଯା ସିଂହାସନରେ ଉପବିଷ୍‌ଟ ରାଜା ହରିଶ୍ଚନ୍ଦ୍ରର ଭୁମିକା ଲାଗି । ତାଙ୍କରେ ସେ ଅଭିନୟ ପାରଦର୍ଶିତା ଶହ ଶହ ନାଟକ ଓ ଚଳଚିତ୍ର ଦେଖିବାପରେ ବିମୋର ସ୍ମୃତିପଟରେ ଅମ୍ଲାନ ରହିଛି ।

କେବଳ' ହରିଶ୍ଚନ୍ଦ୍ର'ନୁହେଁ,ତ‌ତ୍‌ପରବର୍ଷ ଯଥାକ୍ରମ 'ଜୟଦେବ' ଓ 'ମୂଲିଆ' ନାଟକ ଦୁଇଟି ସେ ମଞ୍ଚସ୍ଥ କରାଇଥିଲେ ପ୍ରସ୍ତାବିତ ପଣ୍ଡୁଆ ହାଇସ୍କୁଲ ଲାଗି ସମ୍ବଲ ସଂଗ୍ରହ ଉଦ୍ଦେଶ୍ଯରେ। 'ଜୟଦେବ' ଭୁମିକାରେ ବିଷ୍ନୁବାବୁଙ୍କ ଅଭିନୟ କୁଶଳତା, ଗୀତ ଗାୟନ ପଟୁତା ସମଗ୍ର ନାଟକଟିକୁ ଆଚ୍ଛନ କରି ରଖିଥିଲା।

      ଆମ୍ଭେମାନେ  ଏକାନ୍ତ ଗୌଣ ଓ ନିଷ୍ପ୍ରଭ  ହୋଇପଡିଥିଲୁ ।  ଉଲ୍ଲେଖନୀୟ ଅନୁଭୁତିଟିଏ । 'ସ୍ମରଗରଳ ଖଣ୍ଡନଂ,ମମସିରସି ମଣ୍ଡନଂ ଲେଖିବା ପରେ 'ଦେହି ପଦପଲ୍ଲବ ମୁଦାରଂ'ଲେଖିବାକୁ ହାତ ନ ଚଳିବାରୁ ପୋଥୀଟି ପତ୍ନୀ ପଦ୍ମାଙ୍କୁ ରଖିବାକୁ ଦେଇ ଜୟଦେବ ଯାଆନ୍ତି   ସ୍ନାନ  କରି । ଅଳ୍ପ   ସମୟର   ବ୍ଯବଧାନରେ     ଦେଖାଦିଅନ୍ତି    ଜୟଦେବ    ବେଶୀ  ମୟୂର     ଚନ୍ଦ୍ରିକା   ମୁକୁଟଧାରୀ      ଶ୍ରୀକୃଷ୍ଣ           ମୁକୁଟରୁ     କଳାସୂତାଟିଏ   ଲମ୍ବିଥାଏ      ଉପରକୁ     ବାଉଁଶ  ଭିତରେ   ଦେଉ  ,ପଦ୍ମା  ଭିତରକୁ    ପଶି  ଆସିବା କ୍ଷଣି    ସେଇଟି   ଟଣା  ହୋଇ    ଉପରକୁ     ଉଠାଇ   ନିଆଯାଏ  ।  "ପଦ୍ମା ,  ପୋଥିଟି    ଆଣିଲା "         ଏଇତକ    ଏପରି    ସ୍ନେହବୋଳା   ସ୍ବରରେ   ସେ  ବ୍ଯକ୍ତ   କରି    ଭାବବିହ୍ବଳ  ହେବାର    ଉପକ୍ରମ        କଲାବେଳକୁ  ପୋଥିଟି    ପାଇ ପୃଷ୍ଠା    ଉଲଟାଇ  ପଢନ୍ତି   ,    ' ସ୍ଥଳ   କମଳ   ଗଞ୍ଜନଂ  ,   ମମହୃଦୟ      ରଞ୍ଜନଂ    ଜନିତ     ରତିରଙ୍ଗ   ପରଭଙ୍ଗ  ,   ଭଣମସୃଣ   ବାଣୀ    କରବାଣି     ଚରଣ  ଦ୍ବୟଂ         ସରସରସଦଲକ୍ତବ    ରାଗଂ         ।   ସେତେବେଳକୁ     ତାଙ୍କ   ଗଣ୍ଡପ୍ଲାବନ   କରି    ଅଶ୍ରୁଧାରା    ବିନ୍ଦୁ  ବିନ୍ଦୁ  ହୋଇ  ଝରି   ପଡୁଥାଏ    ଓ    ଯେତେବେଳେ   ସେ  ସ୍ମରଗରଳଖଣ୍ଡନଂ   ଠାରୁ        ଦେହି  ପଦପଲ୍ଲ୍ଲବ   ମୁଦାରଂରେ   ପହଞ୍ଚି  ପୋଥିରେ   ତାକୁ  ଲେଖନ୍ତି    ,     ଭାବବିହ୍ବଳ   କରି  ଦିଅନ୍ତି   ଦର୍ଶକ  ମାନଙ୍କୁ । ପଦ୍ମା  ବାଢିଥିବା      ଅନ୍ନକୁ    ସାମାନ୍ଯ ମାତ୍ର   ଭୋଜନ କରି    ଅବଶିଷ୍ଟ   ଛାଡିଯାନ୍ତି      ମହାପ୍ରଭୁ  ଭକ୍ତିବିଜଡିତ     ଦମ୍ପତିଙ୍କ  ପାଇଁ । ଜୟଦେବ   ସ୍ନାନାନ୍ତେ     ଫେରି   ଅବସ୍ଥା   ବୁଝି  ନପାରି     ଯେତେବେଳେ   ପୋଥିଦେଖନ୍ତି    ଏବଂ   ତାଙ୍କ   ମନର  ଭାଷା   ଅବିକଳ  ପ୍ରଭୁଙ୍କର     ସ୍ବହସ୍ତଲିପି    ଦ୍ବାରା   ସମର୍ପିତ    ହେବାର  ଜାଣନ୍ତି    ତାଙ୍କର  ଭକ୍ତପ୍ରାଣ   ଭାବ   ତତ୍ଗତ   ହୋଇ  ଗୀତ   ମାଧ୍ଯମରେ    ଉଚ୍ଛଳ  ହୋଇ  ଉଠେ ।  ବିଷ୍ଣୁବାବୁ     ଏହି  ନାଟକୀୟ   ପରିବେଶକୁ  ଅବିକଳ   ଏହିପରି     ପ୍ରେତ୍ଯକ   ଦିନର    ଅଭ୍ଯାସ   କାଳରେ    ଅକ୍ଷୁଣ୍ଣ   ରଖିବା  ଆମକୁ     ବିସ୍ମିତ  କରେ ।    ସେ  ବସି  ଯିବା  ମାତ୍ରେ   ଆଖିରୁ        କିପରି   ବିନୀ ଗ୍ଲିସେରିନ୍   ପ୍ରୟୋଗ ରେ      ପ୍ରାକୁତିକ  ଭାବରେ    ଝର  ଝର   ଲୁହ    ବୁହାଇ   ପାରୁଥିଲେ, ସେ ସ୍ମୃତି ଏବେ ବି ମୋତେ ବିସ୍ମିତ କରିଥାଏ । 'ମୂଲିଆ' ନାଟକରେ 'ନନ୍ଦ' ଭୂମିକାରେ ତାଙ୍କର ଅଭିନୟ ଥିଲା ଏକାନ୍ତ ହୃଦୟସ୍ପର୍ଶୀ । ସେ ଏଭଳି ଜଣେ ପୋଖତ ଅଭିନେତା କିପରି ହୋଇପାରିଥିଲେ ଓ କେତେ କେତେ ନାଟକରେ ସେ ଅଭିନୟ କରିଥିଲେ ଆମକୁ ଜଣାନଥିଲା । କିନ୍ତୁ ତାଙ୍କର ହାରମୋନିୟମ୍ ବାଦନ ସାଙ୍ଗକୁ ସଙ୍ଗୀତର ତାଳ ଓ ମୂର୍ଚ୍ଛନା ସେତେବେଳେ ଆମକୁ  ମନ୍ତ୍ରମୁଗ୍ଧ କରି ରଖିଥିଲା । 'ରାଧାବାଦନ ବିଲୋକନ ବିକଶିତ', 'ନିନ୍ଦତି ଚନ୍ଦନମିନ୍ଦୁ କିରଣ ମନୁବିନ୍ଦତିଖେଦମଧ୍ୟରଂ' ' ଲଳିତ ଲବଙ୍ଗଲତାପରିଶୀଳନ କୋମଳ ମଳୟ ସମୀରେ' ପ୍ରଭୃତି ଗୀତଗୋବିନ୍ଦର ଶ୍ଳୋକସଙ୍ଗୀତକୁ ସେ ଭାବପ୍ରବଣ ହୋଇ ଗାନ କାଲାବାଳେ ଶ୍ରୋତାମାନଙ୍କୁ ଯଥାର୍ଥ ରସ ପରିବେଷଣ କରିଦେଉଥିଲେ । 

ସେ ଖେଳ କସରତରେ ଊଣା ଆଗ୍ରହୀ ନଥିଲେ । ଫୁଟବଲ, ଭଲିବଲ ଓ ବ୍ଯାଡମିଣ୍ଟନ ଖେଳିବାର ମୁଁ ଦେଖିଛି । ସ୍କୁଲ ଫାଟକ ବାହାରେ ଥିବା ଝଙ୍କାଳିଆ ବରଗଛ ମୂଳେ ସେ ଆମକୁ ପ୍ରତି ଶନିବାର ସକାଳୁ ଡ୍ରିଲ୍ ଶିକ୍ଷା ଦେଉଥିଲେ । ଚତୁର୍ଥରୁ ସପ୍ତମ ଓ ପରେ ଅଷ୍ଟମ ଶ୍ରେଣୀର ପିଲାମାନେ ସମସ୍ତେ ଏଥିରେ ଭାଗ ନେଉଥିଲେ । ତାଙ୍କର 'ଲେଫ୍ଟ୍ ରାଇଟ୍ ' ଓ ଷ୍ଟାଣ୍ଡ -ଆଟ୍ -ଲଜ୍ ' କୁହାଟ ଥିଲା ଯେପରି ଗମ୍ଭୀର ସେପରି ଆଦେଶାତ୍ମକ । ସେ ଶୃ୍ଙ୍ଖଳା ଓ ନିୟମିତତାର ଉପାସକ ଥିଲେ । ଶୃଙ୍ଖଳା ଭଙ୍ଗ ଲାଗି ଶାସ୍ତି ଦେଉଥିଲେ । ପ୍ରତ୍ଯେକ ଛାତ୍ରର ଗତିଭଙ୍ଗୀ ପ୍ରତି ତାଙ୍କର ତୀକ୍ଷ୍ମ-ଦୁଷ୍ଟି ରହୁଥିଲା । ପାଠ ହେଉ ବା ଆଚାର ବ୍ଯବହାର ହେଉ କେଉଁଥିରେ ଆମେ କେହି ତାଙ୍କୁ ଫାଙ୍କି ଦେବାର ପ୍ରଶ୍ନ ହିଁ ନଥିଲା । ସେ ନିଜେ ଯେପରି କର୍ମତପ୍ତର ଥିଲେ ଅନ୍ଯମାନଙ୍କୁଠାରୁ ସେହିପରି କର୍ମ ପ୍ରବଣତା ଆଶା କରୁଥିଲେ ।

ଯାହା ଜଣାଯାଇଥିଲା, ତାଙ୍କର ବ୍ଯକ୍ତିଗତ ଦାମ୍ପତ୍ଯ ଜୀବନ ସେପରି ସୁଖକର ନଥିଲା । ସେ ଅଧିକାଂଶ ଛୁଟିରେ ଘରକୁ ନ ଯାଇ ସ୍କୁଲରେ ରହି ଯାଉଥିଲେ । ସେଦିନ ଖବରକାଗଜ ସାଙ୍ଗକୁ 'ମୋଦେଶ', ଝଙ୍କାର, ଡଗର', ଆଦି ପତ୍ରିକା ପ୍ରତିମାସରେ ସେ ଅଣାଉଥିଲେ। ସେ ପତ୍ରିକାରେ ଲେଖାଲେଖି କରୁଥିବା ବିଷୟ ଆମକୁ ଜଣାନଥିଲା । କଲିକତାର ଏକ ପ୍ରବାସୀ ଅନୁଷ୍ଠାନ ପକ୍ଷରୁ ଛାତ୍ରମାନଙ୍କ ମଧ୍ଯରେ ସେତେବେଳେ ପ୍ରବନ୍ଧ ପ୍ରତିଯୋଗିତା କରାଯାଉଥିଲା । ବିଷୟ ଥିଲା 'ମଣିଷ ମଣିଷକୁ ଭଲ ପାଏ କାହିଁକି  ? କେତେ ଜଣ ସାର୍ ଜଣେ ଜଣେ ପିଲାଙ୍କ ପାଇଁ ଉପଦେଷ୍ଟା ଥିଲେ ।ମୋର ସୌଭାଗ୍ଯକୁ ବିଷ୍ନୁବାବୁ ଥିଲେ ମୋର ଉପଦେଷ୍ଟା । ମୋ ଲେଖା ଉପରେ ସେ କଲମ ଚଳାଉଥିଲେ । ପ୍ରବନ୍ଧ ଗୁଡିକ କଲିକତା ପଠାଯାଉଥିଲା ଓ ସେଥିରୁ ପଣ୍ଡୁଆ ସ୍କୁଲ୍ ର ପିଲାଙ୍କ ମଧ୍ଯରୁ ମୋ ପ୍ରବଦ୍ଧଟି ପୁରସ୍କୃତ ହୋଇଥିଲା । ସେଥିପାଇଁ ମୋ ନାଁ 'ସମାଜ' ରେ - ବାହାରିଥିଲା । ବିଷ୍ନୁବାବୁ ସମୟ ଅସମୟରେ ବରାବର ଗୁଣୁ ଗୁଣୁ ହୋଇ ଗୀତ ଗାଉଥିଲେ । ' କୋଇଲି କଳା ବୋଲି ବସନ୍ତ ଯାଏ ଚାଲି

ଫଗୁଣ -ବାତାୟନ..... ସ୍ମୃତିଟି ରହେ ଖାଲି' ଏଇ ଗୀତକୁ ସେ ଭାରି ସରଳ ଭରା ଗଳାରେ ଅଧିକାଂଶ ସମୟରେ ଧୀର ସ୍ବରରେ ଗାଇ ଭାବପ୍ରବଣ ହୋଇପଡୁଥିବାରୁ ମୁଁ ପ୍ରତ୍ଯକ୍ଷ କରିଛି । କଥା , କହିବାରେ , କାହାଣି ଶୁଣାଇବାରେ , ଅନୁଭୂତି ବଖାଣିବାରେ ତାଙ୍କର ଥିଲା ନିଜସ୍ବ ବୈଶିଷ୍ଟ୍ଯ ।

ରାହାମାରେ ଅନ୍ନପୂର୍ଣ ' ଏ ' ଗ୍ରୁପ କ୍ଯାମ୍ପ୍ ପକାଇ ନାଟକ ପରିବେଷଣ କରୁଥିବାର ଖବର ମିଳିବାରୁ ବିଷ୍ନୁବାବୁ କେତେକ ଶିକ୍ଷକ ଓ ଛାତ୍ରବାସରେ ଅନ୍ତେବାସୀମାନଙ୍କୁ ନେଇ ପଦ ଯାତ୍ରାରେ ନାଟକ ଦେଖିବାକୁ ବାହାରିଲେ। ଗଲାବେଳେ ଉତ୍କଣ୍ଠା ବଶତଃ ଆମେ ପରସ୍ପର ଗପସପ କରି କରି ପ୍ରାୟ ୫ କିମି ଏକାନହସରେ ଚାଲିଗଲୁ । ଆମକୁ ଯେଉଁଠି ସ୍ଥାନ ମିଳିଲା , ସେଠାରୁ ସେମିତି କିଛି ଭଲ ଶୁଭିଲା ନାହି । ସାର୍ ମାନେ ଆଗରେ ସ୍ଥାନ ପାଇଥିଲେ । ଦୈବ ଯୋଗକୁ ମୋ ବାପା -ବୋଉ-ଭଉଣୀ ବଳଦ ଗାଡିରେ ଆମ ଗାଆଁରୁ ସେହିଦିନ ଥିଏଟର୍ ଦେଖିବାକୁ ଆସିଥିଲେ । ଅକସ୍ମାତ୍ ଫେରିଲା ବେଳକୁ ବାପା ମୋତେ ଦେଖିପାରି ବୋଉକୁ ଜଣାଇଦେବାରୁ ବୋଉ ମୋତେ ସାଙ୍ଗରେ ସେହି ରାତିଟି ପାଇଁ ନେଇଯିବାକୁ ବାପାଙ୍କୁ କହିବାରୁ ବାପା ବିଷ୍ଣୁ ସାରଙ୍କୁ ଯେତେ ନେହୁରା ହୋଇ କହିଲେ ମଧ୍ଯ ସେ ଆଦୌ ଅନୁମତି ଦେଲେ ନାହିଁ । ଶେଷ ପରୀକ୍ଷାର ପ୍ରସ୍ତୁତି ପାଇଁ ଅହରହ ଶିକ୍ଷକମାନେ ଆମ ପିଛା ଲାଗିଥାନ୍ତି । ଦୋଳଛୁଟିଟା ସାରା ଆମକୁ ଛାତ୍ରାବାସରେ ରଖାଯାଇଥାଏ କେବଳ ପାଠ ପ୍ରସ୍ତୁତି ପାଇଁ । ମୋ ଭଳି ସୌଖୀନବାଜ୍ ଅମନୋଯୋଗୀ ପିଲା ଥରେ ଘରକୁ ଗଲେ ନିହାତି ୨/୪ ଦିନ ଗତକରି ଯେ ଫେରିବାର ଅଭ୍ଯାସ ରଖିଥାଏ, ଏହା ବିଷ୍ଣୁ ଭଲ ଭାବରେ ଜାଣିଥାଆନ୍ତି । ସେଥି ପାଇଁ ସେ ଦୃଢ଼ ଭାବରେ ନାସ୍ତି କରିବାରୁ ମୋର ମନ ଏକବାର ଭାଙ୍ଗି ପଡ଼ିଲା । ମୁଁ ଲୁହ ଛଳ ଛଳ ଆଖିରେ ବୋଉଠାରୁ ବିଦାୟ ନେଇ ଆସିବା ପରେ ସ୍କୁଲ ଫେରନ୍ତି ରାସ୍ତାରେ ଚାଲିଲାବେଳେ ମୋତେ ପଥର ବୋଝ ବହିବା ପରି ଲାଗୁଥାଏ । ବିଷ୍ଣୁବାବୁ ମଝିରେ ମଝିରେ ମୋ ବିଷୟରେ ଟିପ୍ପଣୀ ଦେଉଥାନ୍ତି, ଅନ୍ଯ ସାର୍ରମାନେନ ତାଳ ଦେଉଥାଆନ୍ତି ସେଥରେ । ଏମିତି କିଛିବାଟ ଗଲାପରେ ମୋ ଆଖିରୁ ଧାର ଧାର ହୋଇ ଲୁହ ବହୁଥବାର କେମିତି ଦେଖିପାରିଲେ ବିଷ୍ଣୁବାବୁ ମୁଁ ଜାଣେ ନାହିଁ । ବିଶେଷ କରି ମୋତେ ଉଦ୍ଦେଶ୍ଯ କରି ସେ ଆରମ୍ଭ କଲେ କଳାପାହାଡ଼ ସଂପର୍କୀୟ ଗପଟିକୁ । ସେ ଏଭଳି ନାଟକୀୟ ଭାବରେ ଇତିହାସ ଓ ଜନଶ୍ରୁତିକୁ ମିଶାଇ ଗପଟି କହିଚାଲିଥାଆନ୍ତି ଯେ, ଗପ ସରିଲା ବେଳକୁ ଆମେ ସ୍କୁଲରେ ପହଞ୍ଚିଗଲୁ ମୋର ସ୍ବାଭାବିକ ଚିତ୍ତବୃତ୍ତି ପୂର୍ବ ଭଳି ପଠନ ଅନୁକୂଳ ହୋଇଯାଇଥିଲା ।

ମୋର ସମଗ୍ର ଛାତ୍ରଜୀବନରେ ସେହି ସପ୍ତମ ଶ୍ରେଣୀ ବର୍ଷଟି କେବଳ ବିଷ୍ଣୁ ବାବୁଙ୍କ ଯୋଗୁଁ ସଫଳ ସାଧନାର ଅଧ୍ଯାଆୟଟିଏ କେବଳ ହେଲା ନାହିଁ ଭବିଷ୍ଯତ ଅଧ୍ଯାୟୀ ଜୀବନକୁ ତାହା ଯଥାଯଥ ପ୍ରଭାବିତ କରି ରଖିଥିବାରୁ ଇଂରାଜୀ ଓ ଓଡ଼ିଆ ସାହିତ୍ଯ ପ୍ରତି ମୋର ଭୟ ପରିବର୍ତ୍ତେ ଆଗ୍ରହ ଉଦ୍ଦୀପିତ ହୋଇଥିଲା । ୧୯୫୧ ଶିକ୍ଷାବର୍ଷ ଆରମ୍ଭରୁ ମୁଁ ପଣ୍ଡୁଆ ପ୍ରସ୍ତାବିତ ଉଚ୍ଚ ଇଂରାଜୀ ବିଦ୍ଯାଳୟ ଛାଡି ମଣିଚରଣ ଶାରଳା ଏକାଡେମୀ , ତିର୍ତ୍ତୋଲ୍ ରେ ପରିକ୍ଷା ଦେଇ ଯୋଗ୍ଯ ବିବେଚିତ ହେବାରୁ ନବମ ଶ୍ରେଣୀରେ ବିନା ସ୍ଥାନାନ୍ତର ଅନୁମତିପତ୍ରରେ ନାମ ଲେଖାଇ ପଣ୍ଡୁଆଠାରୁ ପୂରାପୂରି ଦୁରେଇଗଲି । ଶୁଣିଲି , ବିଷ୍ନୁବାବୁ ବି ସେଠାରୁ ବିଦାୟନେଇ ଅନ୍ଯତ୍ର ଚାଲିଗଲେ ।

ସେଇ ମାଇନର୍ ସ୍କୁଲ୍‌ଟିକୁ ହାଇସ୍କୁଲରେ ପରିଣତ କରିବା ପାଇଁ ସେ ଗାଁ ଗାଁ ବୁଲି ସାହାଯ୍ଯଭିକ୍ଷା କରି ଲାଗିଥିଲେ ବିଦାୟନେବା ପୂର୍ବ ପର୍ଯ୍ଯନ୍ତ । ୧୯୬୫ ବା ୬୬ ମସିହା ବେଳକୁ ମୁଁ ରେଭେନ୍ଯୁ ସାଧ୍ଯ କଲେଜରେ ଅଧ୍ଯାପନା କରୁଥାଏ । ବିଷ୍ନୁବାବୁ ଶିକ୍ଷା ସଂପ୍ରସାରଣ ଅଫିସର ଭାବରେ ତିର୍ତ୍ତୋଲ୍ ବ୍ଲକ୍ ଅଧୀନରେ ବୃତ୍ତିନିର୍ବାହ କରୁଥିବାରୁ । ମଣିଜଙ୍ଗା ରାସ୍ତାପାଖକୁ ଥିବା ଏକ ଭଡାଘରେ ରହୁଥାନ୍ତି । ବହୁଦିନ ଛୁଟି ବେଳ । ମୁଁ ସେଆଡେ ସାଇକେଲ୍ ରେ ଯାଉଥିଲା ବେଳେ ବିଷ୍ନୁବାବୁଙ୍କୁ ସାକ୍ଷାତ କରିବାକୁ ତାଙ୍କ ବାସଗୃହ ପାଖରେ ଓହ୍ଲାଇଲି । ମୋତେ ଦେଖି ସେ ଚିହ୍ନିପରିଲେ ନୁହେଁ, ମୋର ଦୁଷ୍ଟାମିର ନିର୍ଦ୍ଧିଷ୍ଟ ଦୃଷ୍ଟାନ୍ତର ସ୍ମୃତିବାରଣ କରିବସିଲେ । ରେଡ଼ିଓଟିଏ ପ।ଖରେ ବାଜୁଥାଏ। ବିଷ୍ନୁବାବୁ ବସି ଫାଇଲ୍ କାମ କରୁଥାନ୍ତି । ସେଦିନର ଛାତ୍ରମାନଙ୍କର ଆଜ୍ଞାଧୀନତାକୁ ଝୁରି ହେଲେ ସେ । ମୁଁ ପାନ ଖାଏ ବୋଲି ସେ ଜାଣିଥିଲେ ବୋଲି ସେହି କଥା କହି ମୋତେ ପାନ ଯାଚିଲେ । ମୁଁ ଯୋଡ ହସ୍ତରେ ଅତ୍ଯନ୍ତ ନମ୍ର ଭାବରେ ନାହିଁ କରିବାରୁ ତାଙ୍କ ପୁଅକୁ ଶୁଣାଇ ଶୁଣାଇ ମୋର ପୂର୍ବ ପରିଚିତ ସେହି ଅନନୁକରଣୀୟ କର୍ତ୍ତୃତ୍ବଭରା ସ୍ବର ଓ ଭାସାରେ କହିଲେ, ଦେଖୁଛ, ଏ କେବେ ଦିନେନେ ମୋର ଛାତ୍ର ଥିଲେ ,ଆଜିକେତେ ବଡ ହେଲେଣି । ଆଗରେ ପାନ ଖଣ୍ଡେ ଖାଇପାରୁ ନାହାନ୍ତି । " ମୁଁ ସେଦିନ ତାଙ୍କଠାରୁ ନେଇ ଆସିବାପରେ ଆଉଥରେ ଫୁଲ୍‌ପ୍ୟାନ୍ଟ ଓ ହାୱନି ସାର୍ଟ ପରିହିତ ବିଷ୍ନୁବାବୁଙ୍କୁ ଭେଟିଥିଲି ଆମ ଗାଁରେ ପଞ୍ଚାୟତ ଭୋଟ୍ ଦିନ । ମୁଁ ବିନମ୍ର ପ୍ରଣତି ଜଣାଇ ଆମ ଘରକୁ ଯେତେ ଅନୁନୟ କରି ତାଙ୍କୁ ଡାକିଲେ ମଧ୍ଯ ସେ କାର୍ଯ୍ଯଭାର ଓ ଦାୟିତ୍ବସଂପନ୍ନତାର କାରଣ ଦର୍ଶାଇ ମୋ ଅନୁରୋଧକୁ ପ୍ରତ୍ଯାଖ୍ଯାନ କରିଥିଲେ । ଆହା, ମୁଁ ସେତେବେଳେ ଯଦି ଜାଣିପାରିନଥାନ୍ତେ , ସେଇଟି ତାଙ୍କ ସହ ମୋର ଶେଷ ସାକ୍ଷାତ, ମୁଁ ତାଙ୍କୁ ଏମିତି ଛାଡି ଦେଇନଥାନ୍ତି ।

ପରେ ଶୁଣିଲି, ପରିଣତ ବୟସରେ ତାଙ୍କର ଏକମାତ୍ର ପୁତ୍ରଟି ତାଙ୍କୁ ଛାଡିଦେଇ କୁଆଡେ ନିରୁଦ୍ଦିଷ୍ଟ ହୋଇଗଲା ପରେ ବିଷ୍ନୁବାବୁ ମାନସିକ ଭାରସାମ୍ଯ ହରାଇ ଭାଙ୍ଗିପଡିବାରୁ ପେଟମରା ରୋଗରେ ପଡି ପଡି ଗାଆଁରେ ୧୯୭୬ ମସିହାରେ ଶେଷନିଶ୍ବାସ । ତ୍ଯାଗ କଲେ । ବୃତ୍ତିରୁ ଅବସର ନେବା ପରେ ପରେ ତାଙ୍କର ସ୍ପର୍ଶକାତର କଳାକାର ପ୍ରାଣ ଏହା ସହ୍ଯ କରିପାରିନଥିଲା ବୋଧହୁଏ ।

ତାଙ୍କ ଗାଁର ଜନୈକ ବ୍ରାହ୍ମଣ ଯୁବକ ଆମଘରେ ଚଳୁଥିବା ଚକବନ୍ଦୀ କ୍ଯାମ୍ପରେ ପିଅନ୍ ନିଯୁକ୍ତି ହୋଇ ଅଳ୍ପଦିନ ପାଇଁ ଆସିଥିଲା । ତା'ଠାରୁ ଶୁଣିଲି,ବିଷ୍ନୁବାବୁ ନାଟକ ମଞ୍ଚାୟନ ସହ ବରାବର ସଂଶ୍ଲିଷ୍ଟ ଥିଲେ ଓ ତାଙ୍କ ଗାଁରେ ଏକ ଥିଏଟର ପ୍ରେମୀ ଗୋଷ୍ଟୀ ଗଠନ କରି ତା'ର ନେତୃତ୍ବ ନେଉଥିଲେ । ତାଙ୍କର ଶେଷ ଜୀବନ ରୋଗ୍ ଯନ୍ତ୍ରଣା ଓ ମାନସିକ ଅସ୍ବସ୍ତି ଦୁର୍ବଳ ହୋଇପଡିଥିଲା ।

ଏକ ଅନମନୀୟ ଦୃଢଚେତା ସ୍ବଭାବ ନେଇ କାର୍ଯ୍ଯଦକ୍ଷତାରେ ସମାବସ୍ଥାମାନଙ୍କର ଚକ୍ଷୁଝଲସାଇ ଦେଇପାରୁଥିବା ବିଷ୍ନୁବାବୁ ବହୁମୁଖୀ ପ୍ରତିଭା ଓ ବ୍ଯକ୍ତିତ୍ବର ଅଧିକାରୀ ଥିବାରୁ ବୋଧହୁଏ,କାହାରି ସହ ଦୀର୍ଘସ୍ଥାୟୀ ବନ୍ଧୁତ୍ବରେ ଆବଦ୍ଧ ହୋଇପାରୁ ନଥିଲେ । ତାଙ୍କ ପରି ରୁଚିବନ୍ତ ଓ କର୍ତ୍ତୃତ୍ବସଂପନ୍ନ ବ୍ଯକ୍ତିଙ୍କୁ ସମ୍ଭାଳି ଆୟତ୍ତରେ ରଖିବା ଗ୍ରାମାଞ୍ଚଳ ସ୍କୁଲ୍ ମାନଙ୍କର ପରିଚାଳନା ମଣ୍ଡଳୀ ପକ୍ଷରେ ଦୀର୍ଘକାଳ ସମ୍ଭବପର ନଥିଲା। ମନ,ବଚନ ଓ କର୍ତ୍ତବ୍ଯରେ ସେ ଥିଲେ ତାଙ୍କପରି ।ମୋ ଦୃଷ୍ଟିରେ ରାଧାନାଥଙ୍କ ଭାଷାରେ ସେ ଥିଲେ, "ଜଗତେ ତୁଳନା ସେହି ତା'ର ସିନା"।

ସୌମ୍ଯକାନ୍ତ ସମ୍ବେଦନଶୀଳ ଶିକ୍ଷକ
ନିମାଇଁବଲ୍ଲଭ ରାୟ
ଶ୍ରୀ ବୀରକିଶୋର ପାଢୀ

ମୋ ପାଇଁ ପରମ ସୌଭାଗର ସମୟ ଥିଲା ସେଇଦିନ ଗୁଡିକ । ସେଦିନ ସିନା ସେକଥା ଅନୂଭବ କରିପାରୁନଥିଲି , ଆଜି କିନ୍ତୁ ମର୍ମେ ମର୍ମେ ବୁଝୁଛି , ସେଇ ପ୍ରାଚୀନ ପୁଣ୍ଯଭୂମିରେ ମୁଁ ଯେ ଗୋଟିଏ ପବିତ୍ର ବାଣୀ-ମଣ୍ଡପରେ ସ୍ଥାନ ପାଇଥିଲି , ତାହା ମୋର ଜନ୍ମଜନ୍ମର ବହୁ ବାଞ୍ଚିତ ପରିଣତି ଥିଲା ନିଶ୍ଚିତ ଭାବରେ । ପୁଣ୍ଯତୋୟା ବୈତରଣୀ କୂଳରେ ପୁରାଣ ପ୍ରସିଦ୍ଧ ଯାଜପୁର । ପୁରାଣ ଠାରୁ ପୁରାତନ , ବେଦ , ଉପନିଷଦଠାରୁ ପ୍ରାଚୀନ ଏହି ଯାଜପୁର ବା ଯଜ୍ଞପୁରର ଇତିହାସ । କେଉଁ ସୁଦୂର ଅତୀତରେ ମହର୍ଷି ଦୀର୍ଘତମାଙ୍କ ପ୍ରାର୍ଥନାରେ ପ୍ରୀତ ହୋଇ ପରମପୁରୁଷ ବ୍ରହ୍ମା ଏଠାରେ ଆରମ୍ଭ କଲେ ମହାଯଜ୍ଞ । ସେହି ଯଜ୍ଞ କୁଣ୍ଡରୁ ଆର୍ଭିଭୂତା ହେଲେ ସିଂହବାହିନୀ , ମହିଷ ମର୍ଦ୍ଦିନୀ ମାଆ ବିରଜା । ତାଙ୍କରି କରୁଣାର ଆଶ୍ରୟରେ ଗଢିଉଠିଲା ବିରଜାମଣ୍ଡଳ ଊତ୍ତର ଓଡିଶାର ଏକ ବିସ୍ତୃତ ଅଞ୍ଚଳକୁ ନେଇ। ଯାଜପୁର ହେଲା ତାହାର ପ୍ରାଣକେନ୍ଦ୍ର । ନିଜକୁ ସର୍ବତୋଭ।ବରେ ସମାଜ ପାଇଁ ସମର୍ପି ଦେବା ହିଁ ଥିଲା ଯଜ୍ଞପୁର ବା ଯାଜପୁର ବା ବିରଜା ମଣ୍ଡଳର ବାର୍ତ୍ତା । ସେଇଥିପାଇଁ ତ ବହୁଳ ଚାରି ବିତରଣ କରିବାର ଧର୍ମନେଇ ସେଇ ନଦୀ ମାତୃକା ଗ୍ରହଣ କଲା ବୈତରଣୀ ନାମ ଦୀର୍ଘତମାଙ୍କ ଉନ୍ନତ ଚିନ୍ତାଧାରାରୁ । ଖାଲି ଜୀବନରେ ନୁହେଁ , ମୃତ୍ୟୁପରେ ମଧ୍ଯ ଅମର ପଥର ଯାତ୍ରା ପାଇଁ ବୈତରଣୀ କ୍ଷେତ୍ର ଇଦାର ଭାବରେ ପ୍ରସାରିତ କରିଦେଲା ତା 'ର ବିପୁଳ ବକ୍ଷସ୍ଥଳୀ ।

ସେଇ ବିରଜା କ୍ଷେତ୍ରରେ ବିଖ୍ୟାତ ବାଣୀ ମଣ୍ଡପ ଆମ ଯାଜପୁର ହାଇସ୍କୁଲ । ଇତ୍କଳର ପ୍ରାଚୀନ ରାଜଧାନୀ , ଭୌମକର , କେଶରୀ ବଂଶର କୀର୍ତ୍ତୀକଳା ସମୁଜ୍ୱଳ ଯାଜପୁର ନଗରୀ ଯେ ଆମ ଆଦ୍ୟଜୀବନରେ ଲୀଳାଖେଳାର କ୍ଷେତ୍ର ହୋଇପାରିଥିଲା , ତାହା ଆମ ପକ୍ଷରେ କମ୍ ଗୌରବର କଥା ନୁହେଁ । ପୁଣି ଯାଜପୁର ଇପକଣ୍ଠ ଗୋହିରାଟି୍କିରି ଭୂମି ,ଯିଏ ସେଦିନ ଇତ୍କଳ ଗଜପତି ସାମ୍ରାଜ୍ୟର ସ୍ୱାଧୀନତାର ଅସ୍ତରବି ଦେଖି ମୁହ୍ୟମାଣ ହୋଇପଡ଼ିଥିଲା । ସେଇ ଭୂମି ଉପରେ ଆମେ ସବୁ ତରୁଣ ତରୁଣୀ ସ୍ୱପ୍ନ ଦେଖିଥିଲୁ ଆଉ ମନ୍ତ୍ର ଶୁଣୁଥିଲୁ ଭାରତ ଜନନୀର ଶୃ୍ଙ୍ଖଳମୁକ୍ତିର । ଆମ ପାଇଁ ଯାଜପୁର ହାଇସ୍କୁଲ ହିଁ ସେଇ ଭୁମିକା ନେଇଥିଲା । ଆମପରି ଆଗାମୀ କାଲିର ନାଗରିକ ମାନଙ୍କୁ ଉଦ୍ ବୋଧିତ , ଉଦ୍ ବେଳିତ ଆଉ ଅଭିମନ୍ତ୍ରିତ କରି ରଖୁଥିଲା ସେଇ ମୁକ୍ତିମନ୍ତ୍ରର ମନ୍ଦ୍ରମଧୁର ଉଚ୍ଚାରଣ ।

ଦ୍ବିତୀୟ ମହାଯୁଦ୍ଧର ଶେଷ ପ୍ରହର ।ହିରୋସୀମା,ନାଗାସାକି ନଗରରେ ଲୋମହର୍ଷଣକାରୀ ପରମାଣୁ ବୋମାମାଡ଼ର ବିଭୀଷିକା।ଆମ୍ପରି ଅଷ୍ଟମ ଶ୍ରେଣୀର ଛାତ୍ରମଣ୍ଡଳୀକୁ ସର୍ବପ୍ରଥମେ ଏଇ ବାର୍ତ୍ତା ଶୁଣାଇଥିଲେ ଆଉ ବୁଝାଇଥିଲେ ସେ ହେଉଛନ୍ତି ଆମର ଅତି ଆପଣାର ଗୁରୁଜୀ ପୂଜ୍ଯ ନିମାଇଁ ଚରଣ ବଲ୍ଲଭ ରାୟ ମହୋଦୟ ଅନୁଷ୍ଠାନର ସର୍ବକନିଷ୍ଠ ଆମ ଶ୍ରେଣୀର ଶିକ୍ଷକ ଭାବରେ ତାଙ୍କୁ ସେ ସମୟରେ ପାଇବା ଆମ ପାଇଁ ଥିଲା ଜଗଜ୍ଜନନୀ ବିରଜା ଦେବୀଙ୍କର ଅଦୃଶ୍ଯ ଆଶୀର୍ବାଦର ଫଳ । ବିରଜା ମନ୍ଦିରର ଅତି ନିକଟବର୍ତ୍ତୀ କୁଆଁସପୁର ଗ୍ରାମରୁ ସେ ସଦ୍ଯ ଅଭିପ୍ରେତ ହୋଇଥିଲେ ଯାଜପୁର ହାଇସ୍କୁଲର ଶିକ୍ଷକତାସେବାଯଜ୍ଞରେ ଆପଣାକୁ ଅଜାଡ଼ି ଦେବାକୁ।ତାଙ୍କୁ ପ୍ରଧାନ ଶିକ୍ଷକ ପରମପୂଜ୍ଯ ଅଚ୍ଯୁତାନନ୍ଦ ମିଶ୍ର ଏବଂ ସହକାରୀ ପ୍ରଧାନଶିକ୍ଷକ ମାନନୀୟ ନାରାୟଣ ଚନ୍ଦ୍ର ଘୋଷ ଓ ଅନ୍ଯ ବୟୋଜ୍ଯେଷ୍ଠ ଶିକ୍ଷକମଣ୍ଡଳୀ ସେମାନଙ୍କର ପ୍ରିୟତମ ଛାତ୍ରଟିକୁ ପାଖକୁ ଆଣିଥିଲେ ତାଙ୍କଠାରେ ଅସୀମ ସମ୍ଭାବନାର ସୂଚନା ପାଇ। ବାସ୍ତବରେ ତାଙ୍କପରି ଗୁରୁଜୀଙ୍କୁ ପାଖରେ ପାଇ ଆମେ ସବୁ ନିଜର ଜଣେ ଅତି ଅନ୍ତରଙ୍ଗ ଆତ୍ମୀୟ, ପରମ ହିତେଷୀ ବନ୍ଧୁଙ୍କୁ ଯେପରି ପାଇପାରିଲୁ କିଶୋର ଜୀବନର ଅବ୍ଯବସ୍ଥିତ ପଦପାତର ବନ୍ଧୁର ଜୀବନଗୁଲା ଉପରେ । ପ୍ରତିଦିନ ପ୍ରର୍ଥନା ପରେ ପରେ ଆମପାଖରେ ସର୍ବପ୍ରଥମେ ପହଞ୍ଚି ଆମକୁ ଅତି ଆଦରରେ ଆପଣେଇ ନେଇ ଥିଲେ ସେଇ ଛାତ୍ର ବତ୍ସଳ ଉଦାର ଗୁରୁଜୀ ମହୋଦୟ । ଶ୍ରେଣୀକୋଠରୀ ଠାରୁ ଶ୍ରେଣୀ ବାହାରେ ସମସ୍ତେ କାର୍ଯ୍ଯକ୍ରମ ରେ ଛାଇପରି ସେ ରହୁ ଥିଲେ ଆମ ପାଖେ ପାଖେ ଆଉ ଦେଇ ଛାଲୁ ଥିଲେ ନୂତନ ଦୀଗଦର୍ଶନ । ମାଟି ପିଣ୍ଡୁଳା ଭଳି କଞ୍ଚା ମଣିଷଛୁଆକୁ ମଣିଷ କରି ଗଢିତୋଳିବା ଥିଲା ସେ କାଳର ଶିକ୍ଷାୟତନର ଅଶଳ ଉଦ୍ଦେଶ୍ଯ । ଆପଣା, ବେତନ,ଭତ୍ତା,ସୁବିଧାସୁଯୋଗ ପ୍ରତି ତିଳେ ମାତ୍ର ନଜର ନରଖି ସଦାସର୍ବଦା ଦିବାନିଶି ମଣିଷ ଗଢିବା ର ସ୍ୱପ୍ନରେ ବିଭୋର ରହିବା ଆଉ ଅନୁଷ୍ଠାନକୁ ଉନ୍ନତ କରିବା ଥିଲା ସେସବୁ ଗୁରୁଜୀଙ୍କ ସାଧନାମୟ ଜୀବନର ସର୍ବପ୍ରଧାନ କାର୍ଯ୍ଯକ୍ରମ ।

ନିମାଇଁ ସାର୍ ଥିଲେ ନଦିଆ ନିମାଇଁଙ୍କ ପରି ଚିରନୂତନ,ଚିର ସବୁଜ ଆଉ ଚିରଚଞ୍ଚଳ । ସାହସ ଓ ପ୍ରାଣପ୍ରାଚୁର୍ଯ୍ଯାଦିର ପ୍ରତିମୂର୍ତ୍ତି । ସକାଳୁ ,ସଞ୍ଜ ସେ ସବୁବେଳେ ଶୁଣି ଚାଳିଥିବେ ତାଙ୍କ ପିତୂପ୍ରତିମ ଗୁରୁଜୀ ମାନଙ୍କର ସ୍ନେହବୋଳା ନିମାଇଁ ଡାକ । ଆଉ ସେଇ ମାନଙ୍କର ସସ୍ନେହ ନି୍ର୍ଦ୍ଦେଶରେ ଆମପରି ଅବୋଧ,ଅଜ୍ଞାନ ବାଳକ ମାନଙ୍କୁ ଚଳାଇ ନେଉଥିବେ ଶିକ୍ଷା,ସାଧନା ଓ ସେବାର ପଥରେ । ପୁଣି ପ୍ରତି ଅପରାହ୍ନ ରେ ପୁଣି ପାଇବୁ ସ୍କୁଳ ପଛପଟ ବିରାଟ ଖେଳପଡିଆରେ । ସେଠାରେ ସେ ସବୁବେଳେ ଆମର ପରମହିତାକାଂକ୍ଷୀ ବଡ ଭାଇ ର ଭୂମିକାରେ ଅବତିର୍ଣ ହୋଇଥିବେ । ଯତେ ଯାହା ଦୋଷ କଳେବି ଟିକିଏ ବି ବିଚଳିତ ନହୋଇ ଓଠ ରେ ହସ ରଖି, ଆଙ୍ଗୁଠି ଆଗରେ ନିର୍ଦ୍ଦେଶ ଦେଉ ଥିବେ ବଳଟିକୁ ଠିକ ଜାଗା କୁ ଆଣିବା ପାଇଁ। ଅତି ସଙ୍କଟଜନକ ମୁହୂରତ୍ତରେ ମଧ୍ଯ ଏପରି ସ୍ଥିତପ୍ରଜ୍ଞ ଭାବରେ ପରିସ୍ଥିର ମୁକାବିଲା କରିବା ଓ ସମସ୍ଯାର ସୁନ୍ଦର ସମାଧାନ କରିଦେବା କେବଳ ନିମାଇଁ ସାରଙ୍କ ଦ୍ୱାରା ସମ୍ଭବ ହୋଇଥାଏ । ହିରୋସିମା ,ନାଗାସାକୀ ମଥା ରୁ କେତେକଥା ପଡୁଥିଲା ଆମ ଶ୍ରେଣୀରେ। କିଶୋର ପ୍ରାଣର ଉତ୍କଣ୍ଠିତ ମନ ପ୍ରତି ଦିନ ଅପେକ୍ଷା କରି ରହୁଥୀଲା ସେଇ ଜୀବନ୍ତ , ସତେଜ ଇତିହାସ ର ସମସ୍ତ ବିବରଣୀ ଶୁଣିବାକୁ ଆମ ନିମାଇଁ ଗୁଜୀଙ୍କା ନିର୍ମଲ ,ମଧୁର ମନୋରଂଜନଧର୍ମୀ କାହାଣୀମାଙ୍କରୁ । ବି ଶ୍ୱ ଇତିହାସ ସହ ଆମ ଦେଶର ସ୍ୱାଧୀନତା ସଂଗ୍ରାମର ସମ୍ବାଦ ଶୁଣାଇ ଶୁଣାଇ ସେ ଯେ ଆମ୍ଭଭିତରେ ଅଜାଣତ ରେ ଜାତୀୟତା ଓ ମାନବିକତା ର ମଞ୍ଜି ବୁଣି ବୁଣି ଚାଲିଥିଲେ , ତାହା ଆମେ ଉପଲ୍ଧ କଲୁ ଆମ ;ପର ଉତ୍ତରଜୀବନରେ । ମଧୁ ଗୋପବନ୍ଧୁଙ୍କ ଠାରୁ ଗାନ୍ଧି , ସୁବାଷ ନେହେରୁ ପର୍ଯ୍ଯନ୍ତ ,ବ୍ଯାସ , ବଶିଷ୍ଟଙ୍କ ଠରୁ ସକ୍ରେଟିସ,ମାର୍କିନ ,ଗାରିବାଲ୍ଡିଙ୍କ ପର୍ଯ୍ଯନ୍ତ,ବେଦ , ଉପନିଷଦ, ଗୀତାଠରୁ ଗୀତାଞ୍ଜଳୀ ,ଛ ' ମାଣ ଆଠଗୁଣ୍ଠ ମାଟିର ମଣିଷ ପର୍ଯ୍ଯନ୍ତ ପୁଣି ଉତ୍କଳ ଦୀପିକାଠାରୁ ସମାଜ ,ପ୍ରଜାତନ୍ତ୍ର 'ନିଆଁଖୁଣ୍ଟା' ପର୍ଯ୍ଯନ୍ତ ସବୁର ପରିଚୟ ଆମେ ପାଇ ଥିଲୁ ନିଷ୍ଠାପର ନିରଳସ,ନୀତିନିଷ୍ଠ ନିମାଇଁ ସାରଙ୍କର ଐକାନ୍ତିକ ପ୍ରେରଣାପ୍ରଦ ଦୈନନ୍ଦିନ ଉଦ୍ ବୋଧନ ମାନଙ୍କରୁ । ମନେ ପଡିଯାଉଛି ସେ ଦିନର ଶୁଭ ମୂହୁ୍ର୍ତ୍ତ । ପଚାଶ ବର୍ଷ ପରେ ଆଜି ବି ତାହା ଆମ ପାଇଁ ଭାସ୍କର ବହ୍ନିଶିଖା । ଆମର ନବମ ଶ୍ରେଣୀ । ବର୍ଷଣମୁଖର ଶେଷ ଶ୍ରାବଣରେ ସକାଳ ଚିରଇପ୍ସିତ ମୁକ୍ତି ଦିବସର ପ୍ରଥମ ପ୍ରଭାତ । ନିମାଇଁ ସାରଙ୍କ ଆଗରେ ଅଗଣିତ ଛାତ୍ର ସମାଜ ,ହାଇସ୍କୁଲ ପଡ଼ିଆ ଲୋକା ରଣ୍ଯ । ଏତେ ବଡ଼ ଉତ୍ସସବର ସମସ୍ତ ଶୃଙ୍ଖଳା ନିର୍ଭର କରୁ ଥାଏ ନିମାଁଇସାର୍ ଓ ତାଙ୍କର ତଥା ଆମ ସ୍ମରଣୀୟ ,ବରଣୀୟ ନାରାୟଣ ସାରଙ୍କ ଉପରେ । ବିପୁଳ ଉତ୍ସାହ ଓ ଉଦ୍ଦିପନା ମଧ୍ଯରେ ପାଳିତ ହେଲା ପ୍ରଥମ ସ୍ବାଧୀନତା ଦିବସର ଉତ୍ସବ । ପରେ ପରେ ଆସିଲେ ତ୍ତ୍କାଳୀନ ମାନ୍ଯବର ରାଜ୍ଯପାଳ କାଟ୍ଜୁ ମହୋଦୟ। ତାଙ୍କ ସମ୍ବର୍ଧନା ପାଇଁ ନିମାଇଁ ସାରଙ୍କ ନିଷ୍ଠାପର ଉଦ୍ଯମ ଚିର ସ୍ମରଣୀୟ ହୋଇ ରହିବ । ସେ ସମୟ ର ଦିନ ଗୁଡିକ ଆମ୍ଭ ମାନଙ୍କୁ ଖୁବ୍ ଉତଫୁଳ୍ଲ କରି ରଖୁଥିଲା । ଅସୁମାରି ଶୁଭ ସ୍ବପ୍ନରେ ଉଦ୍ଭାସିତ ହୋଇ ଉଠୁଥିଲୁ ଆମେ ସେସବୁ ପ୍ରତିଟି ମୁହୂର୍ତରେ ।

ହେଲେ ସବୁ ଉତ୍ସାହ ଓ ଉନ୍ମାଦନା ଉପରେ ଅଚାନକ ଚଡକ ପଡିଗଲା ଆଉ ଗୋଟିଏ ସଂନ୍ଧ୍ଯାରେ । ଜାତିର ଜନକ ଟଳି ପଡ଼ିଲେ ପ୍ରାର୍ଥନା ସଭାରେ । ହା ହା କାର ପଡିଗଲା । ଭୂମି ରୁ ଭୂମ ପର୍ଯ୍ଯନ୍ତ। ଗଗନ ,ପବବ ବାହୁନି ଉଠିଲା କରୁଣ ବିଳାପର ଧ୍ବନିରେ । ସେତେ ବେଳେ ମଧ୍ଯ ଆମ ଆଗରେ ଆମେ ପାଇଥିଳୁ ସେଇ ଗୁରୁଜୀଙ୍କୁ । ହାଇସ୍କୁଳ ପଡିଆର ଶୋକସଭା ଆଡକୁ ଆମକୁ ପରିଚାଳନା କଲେ ସେ ଆଉ ଏଇ ଅକିଂ ଚନକୁ ଆହ୍ବାନ କଲେ ଶୋକ କବିତା ଟିଏ ଆବୃତି କରିବାକୁ । ଏମିତି ଚାଲିଲା ପ୍ରତି ସଂଧ୍ଯାର ପ୍ରାର୍ଥନା । ଶେଷରେ ବୈତରଣୀ ଦେବୀଗଡ। ଘାଟରେ ଦଶାହ କର୍ମ ଓ ପରେପରେ ସଦାବର୍ତ୍ତ ମଠରେ ସମୂହ ପଂକ୍ତି ଭୋଜନର ବ୍ଯବସ୍ଥା । ସେଇ ପଂକ୍ତି ଭୋଜନ କର୍ଯ୍ଯକ୍ରମ ରେ ଆମକୁ ସବୁ ପାଖେ ପାଖେ ରଖିନିମାଇଁ ସାର୍ ଯେଉଁ ଗୁରୁଦାୟୀତ୍ୱ ସୁରୁଖୁରୁ ରେ ସଂପାଦନ କରିପାରିଥିଲେ ତାହା ସ୍ମରଣ କଲେ ଅଜି ଏତେ ବର୍ଷ ପରେ ସାରଙ୍କର ସେସବୁ ସାଙ୍ଗଠନିକ କାର୍ଯ୍ଯକ୍ରମ କୁଶଳତା ପାଖରେ ଆମ୍ଭମାନଙ୍କର କ୍ଷୁଦ୍ର ମସ୍ତକ ଆପେ ଆପେ ନଇଁପଡେ ।

ନିମାଇଁ ସାରଙ୍କ ଶିକ୍ଷା, ଦୀକ୍ଷା ଓ ପରୀକ୍ଷାର ପ୍ରୟୋଗଶାଳାରୁ ଉତ୍ତୀର୍ଣ୍ଣ ହୋଇ ଆମେ ମଧ୍ଯ ପୟୋଗ କରି ଚାଲିଲୁ ସ୍ୱାଧୀନତା ଦେଶରେ ଶିକ୍ଷାସଂସ୍କାରର କାର୍ଯ୍ଯଧରା । ଆମେ ମଧ୍ଯ ଅପସରି ଆସିଲୁ ସେସବୁ ଆନୁଷ୍ଠାନିକ କାର୍ଯ୍ଯକ୍ରମ ପରିସର ମଧ୍ଯରୁ ସମ୍ୟର ନିର୍ଦ୍ଦେଶ ପାଇ । ବୟସ ସିଡି ର ଶେଷ ଫଳି ଆଡକୁ ପାଦ ଉଠି ଥିବା ବେଲ ଏବେ ବି ଅନୁଭବରେ ଆସୁଛି ଯେ,ଗୋଟିଏ ସଂସକୃତି ସମ୍ପନ ପ୍ରଚୀନ ଦେଶର ଅବହେଳିତ ଅସମ ସମାଜ ସମ୍ଯାକ୍ ବିକାଶ ପାଇ ଆମ୍ଭ ମାନଙ୍କର କର୍ଯ୍ଯକ୍ରମ ଆହୁରି ଅନେକ ବାକି ରହିଯାଇଛି । ଏହି ପରିପ୍ରେକ୍ଷି ରେ ବିଚାର କଲେ ଆମ୍ଭ ମାନଙ୍କ ସାମୂହିକ କର୍ତ୍ତବ୍ଯରୁ ଅବସର ନେବାର ପ୍ରଶ୍ନ ହିଁ ଉଠୁ ନାହିଁ । ସେଥିପାଇଁ ନିମାଇଁ ଗୁରୁଜୀ ଅଜି ବି ବାରମ୍ବାର ଆମ ଆଗକୁ ଆସୁଛନ୍ତି । କାରଣ ସେଭଳି ବ୍ଯକ୍ତିତ୍ୱ ଠାରେ ଆଜିର କଥାକଥିତ ବସ୍ତୁବାଦୀ, ଭୋଗବାଦୀ ବ୍ଯବସାୟିକଶିକ୍ଷକତାର ସାମାନ୍ଯ ସଂକେତ ନଥିଲା । ସେ ଥିଲେ ଆମ ପୁଟନ୍ତ କୈଶୋରର ଅଫରନ୍ତ ପ୍ରେରଣା । ନିମାଇଁ ଗୁରୁଜୀ ଆଜି ସ୍ନେହ ଭଲି ଉଦାର,ଅମାୟିକ ନିର୍ଦ୍ଦଶ ଦେଇ ଚାଳିଛନ୍ତି ଆମକୁ ଅଧିକ ରୁ ଅଧିକ ସମାଜ ସେବାରେ ନିଜକୁ ସମର୍ପି ଦେବାକୁ । ଓଠ ଧାରରେ ତାଙ୍କର ବହୁ ପରିଚିତ ମୃତ୍ଯୁ ହାସ୍ଯ ରେଖା ମୋ ସ୍ମୃତିରେ ସତେଜ ହୋଇ ଉଠିଲା ବେଳେ ମୋ ଭଳି ଅଗଣିତ ଛାତ୍ରଙ୍କର ଜୀବନଚର୍ଯ୍ଯାର ଦିଗନ୍ତରେ ସେହି ସେହି ସ୍କୁଳ ଓ ଗୁରୁଜୀ ବତୀ ଘର ସଦୃଶ୍ଯ ଉଭା ହୋଇଥାନ୍ତି । ଚିତ୍ର




ବିଦ୍ଯାର୍ଥୀଟିଏ ତା'ର ଶିକ୍ଷା ଗ୍ରହଣ କାଳରେ ଯେତେ ଯେତେ ଶିକ୍ଷକଙ୍କୁ ଭେଟୁ ନା କାହିକିଁ ପ୍ରାଥମିକ ବିଦ୍ଯାଳୟର ଶିକ୍ଷକଙ୍କୁ ଅଧିକ ମନେ ରଖିଥାଏ । ସେହିପରି ସେ ମନେ ରଖି ଥାଏ ନିଜର ବାଲ୍ଯକାଳୀନ ବିଶେଷ ଅନୁଭୁତିକମାନଙ୍କୁ । ମୋର ଏକାନ୍ତ ସଉଭାଗ୍ଯ,ମୁଁ ପାଇଥିଲି ପ୍ରାଥମିକ ବିଦ୍ଯଳୟ ର ପ୍ରଧାନ ଶିକ୍ଷକ ଭାବେ ଏପରି ଜଣେ ବ୍ଯକ୍ତିଙ୍କୁ ଯେ ସାଧରଣ ଅର୍ଥ ରେ ଶିକ୍ଷକ ମାତ୍ର ନ ଥିଲେ, ଥିଲେ ଯଥାର୍ଥ ଶିକ୍ଷାବ୍ରତୀ । ମୁ ବୃତ୍ତି ନିର୍ବାହ କରୁଥିବା ସମୟରେ ସେହି ସ୍ଥାନ ନିକଟବର୍ତ୍ତୀ ଅନେକ ଅଞ୍ଚଳକୁ ଭାଷଣ ଦେବାକୁ ଆମନ୍ତ୍ରିତ ହୋଇଛନ୍ତି । ଏଇ ଅବସର ରେ କେତେ ପ୍ରାଥମିକ ସ୍କୁଳ ମୋ ଆଗରେ ପଡିଛନ୍ତି । ମାତ୍ର ମୋର ବାଳ୍ଯ ଜୀବନ କଟିଥିବା ଡଗରପଡା ନି:ପ୍ରା ସ୍କୁଳ ଭଳି ସ୍କୁଳଟିଏ ମୁଁ କେଉଠିଁ ଦେଖିବାକୁ ପାଇ ନାହିଁ । ପ୍ରାୟ ୪୦ ଫୁଟ ଲମ୍ବ ୧୫ ଫୁଟ ଚଉଡାର ଏକ ଧାଉଡି ଚାଳ ଘରଟିଏ । ମୁହଁଥାଏ ଦକ୍ଷିଣକୁ । ଆଗରେ ଭୂମି ଅନୁମାନିକ ୨ ଗୁଣ୍ଠ ପର୍ଯ୍ଯନ୍ତ ଘେରାଇ ଦିଆଯାଇଥାଏ ସବୁଜ କଣ୍ଟା ଓ ଗଛ ଗୁଡିକର ବାଡ ଦ୍ୱାରା। ବାଉଁଶ ତିଆରି ଫାଟକ ପାଖରୁ ସ୍କୁଳ ଦୁଆରମୁହଁ ପର୍ଯ୍ଯନ୍ତ ଦୁଇପାଖରେ ଇଟା କଣୁଆ ପୋତାଯାଇ ଗମନାଗମନର ପଥ ନର୍ଦ୍ଦିଷ୍ଟ କରାଯାଇଥାଏ । ପଥଦୁଇ କଡେ ଲଗାଯାଇଥାଏ ଔଷଧୀ ଓ ଫଳଗଛ ସବୁ । ନାଳି,ସବୁଜ,ଘନନୀଳ,ହଳଦିଆ ଓ ଧଳା ରଙ୍ଗର ଫୁଳପତ୍ର ରେ ସ୍କୁଳହତା ଟି ସବୁ ରତୁ ରେ ହସ ହସ ଦିଶୁ ଥାଏ । ନାଲିଖଡା ଶାଗ ଛୋଟଗଛ ସବୁ ଚଳାବାଟ ଧାରରେ ଲଗା ହୋଇଥାଏ । ସାପକାମୁଡା ଗଦ,ଅମରକଣ୍ଟକ ବିଶଲ୍ୟକରଣୀ,ଗଉଡଗୋବିନ୍ଦ,ଦଅଦିଆ ଆଦି କେତେ ଯେ,ଔଷଧୀ ଗଛସାଙ୍ଗକୁ ମଲ୍ଲି,ଗୋଳାପ,ଯୂଇ,ହେନା,ଜବା,ମନ୍ଦାର,ଟଗର,ତରାଟ,ସୁଗନ୍ଧରାଜ ଫୁଳଗଛ ଅତି ଯତ୍ନରେ ଧଡି ଧଡି କିଏ ସଜାଇ ରଖିଲା ପରି ହତାଟି ସାରା ଚିତ୍ରବିଚିତ୍ର ଶୋଭାରେ ସବୁଦିନ ସକାଳେ,ସଂଜ୍ଞେ ଆମେ ଯିବା ବେଳକୁ ଓ ଆସିବା ବେଳ କୁ ମଣ୍ଡେଇ ହୋଇ ଉଭା ହେଲାପରି ମନେ ହେଉଥାଏ । ଏହା ପରେ ପୁଣି ପ୍ରକୃତି ପାଠ ଅନ୍ତର୍ଗତ ହସ୍ତକର୍ମ ହତା ମଝିରେ ଗୋଟିଏ ଦୁଇଟି ସ୍ଥାନ କୁ ଆବୋରି ଥାଏ । ଦ୍ୱୀପ,ଅନ୍ତରୀପ,ନଦୀ ଓ ସାଗର ଚିହ୍ନିତ ଓଡିଶାର ମାନଚିତ୍ର ମାଟିରେ ଗଢ଼ା ହୋଇ ରଙ୍ଗ ଦିଆ ଯାଇ ଥାଏ । ବାରଣ୍ଡାର ଗୋଟାଏ କୋଣକୁ ଗଦା ହୋଇଥାଏ କୁମ୍ଭାର ସାହିରୁ ଆସିଥିବା ଚକଟା ଚିକ୍କଣ ମାଟି । ସେଥିରେ ବୋତଳ,ଗ୍ଲାସ,ଗଡୁ,ଗୀନା,ଫୁଳଦାନୀ ଇତ୍ୟାଦି ଗଢ଼ା ହୋଇ ରଖାଯାଇଥାଏ । ଥାକ ଥାକ ହୋଇ । ଏ ହେଉଛି ସ୍କୁଳଘର ବାହାରର ଦୃଶ୍ୟ ।

ଆମେ ପିଲା ମାନେ କାନ୍ଧରେ ବ୍ଯାଗ ଓ ଚାଟ ଓହଳାଇ ଦୁଇ ବେଳା ସ୍କୁଲ କୁ ଆସୁ ଓ ଯାଉ । ପ୍ରତିଦିନ ସ୍କୁଲ ଘର ଓଲାଇବା କାମ ଆମେ ଆନ୍ଦରେ,ଆଗ୍ରହରେ କରିଥାଉ । ଘର ଭିତର କୁ ପ୍ରବେଶ କଲା ବେଳକୁ ପୃଥିବିଟାଯାକର ବିସ୍ମୟ ଆମକୁ ଅପେକ୍ଷା କରି ଥାଏ ଯେପରି । ସ୍କୁଲ ଘରର ଚାରିପଟର କାନ୍ଥ ଛବିମୟ ହୋଇଥାଏ । କାନ୍ଥର ଉପରିଭଗରେ ମୋଟା କାଗଜପଟାରେ ଅଠା ଦ୍ୱାରା ଲଗାଯାଇଥିବା ଗଣ୍ଡା,ସିଂହ,ଭାଲୁ,ଅରଣାମଇଁଶି,ଗରିଲା,ହାତି,ହିପୋପୋଟାମୋସ୍ ଆଦି ଜୀବ ମାଙ୍କର(ଦେଢ଼ ଫୂଟରେ ଏକ ଫୁଟ) ଚିତ୍ର ତଳକୁ ଥିବା ଦୁଇଟି କଣ୍ଟାରଘନକୃଷ୍ଣ ଇଣ୍ଡିୟାନ ଇଙ୍କରେ ଅବିକଲ ଛପାହେଲା ଭଳି ଏକାନ୍ତ ସମମାତ୍ରିକ ଗୋଲ୍ ଗୋଲ୍ ବଡ ବଡ ଅକ୍ଷରରେ ଲୋକାସୂକ୍ତିଟି ମାନ ପଟା ଯୋଡା କାଗଜ ମାନଙ୍କରେ ଝୁଲୁଥାନ୍ତି ।'କେହି ରହି ନାହିଁ ରହିବ ନାହିଁଟି ଭବରଙ୍ଗ ଭୂମି ତଳେ,ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳ ବଳେ' । 'ବାଳ୍ଯକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏଜୀବନ ଅନିଶ୍ଚିତ          'ଧର୍ମ ଏକ ପୋତ ଗଢ଼ି ଛନ୍ତି  ବିଧି,ତରିବାକୁ ଏହି ସଂସାର -ଜଳଧି' ସାଙ୍ଗକୁ ପାନ, ବିଡି ନୁହେଁ ଛୋଟିଆ ନିଶା ଜଣାପଡେ  ନାହିଁ ଟାଣେ ପଇସା' ଇତ୍ଯାଦି ଉପଦେଶାତ୍ମକ ଉକ୍ତିଟି ମାନ ଆମେ ପଢ଼ୁନାହୁଁ ,ଅକ୍ଷର ଶିକ୍ଷା କରୁଥିବା ପିଳା ମାନେ  ବଡ ପାଟିରେ ସେ ଗୁଡିକୁ  ଚିହ୍ନି  ଚିହ୍ନି ପଢ଼ନ୍ତି ।  କାନ୍ଥର ମଝିଭାଗରେ  ଶିକ୍ଷାମୂଳକ ବିଷୟ ଯଥା ଗୁଣନ ଖନ୍ଦା,ମିଶାଣ ଖନ୍ଦା,ପ୍ରକୃତି ପାଠର ଚିତ୍ର ଶୋଭିତ ମାନଚିତ୍ର ଇତିହାସ ପ୍ରସିଦ୍ଧ  ଘଟଣା ର ସମୟ ଏମିତି କେତେ କ'ଣ ନାଳି,କଳା ସବୁଜ କାଳୀରେ ଅଙ୍କିତ ହୋ ଇପଟାଯୋଡେଇ କାଗଜରେ ଲେଖାଯାଇ କଣ୍ଟା ମାନଙ୍କରେ ଝୁଳୁ ଥାନ୍ତି ।

ଏସବୁ ଥିଲା ଜଣେ ମାତ୍ର ବ୍ଯକ୍ତିଙ୍କର ଅସାଧାରଣ କୃତିତ୍ୱ ସମୟ ୧୯୪୧ରୁ୧୯୪୫ ମସିହା ।ବ୍ଯକ୍ତି ଜଣକ ଥିଲେ କୃଷ୍ଣଚନ୍ଦ୍ର ତ୍ରିପାଠୀ ସେ ତିର୍ତ୍ତୋଲା ଥାନା ଅଃନ୍ତପାତୀ ତିରଣ(ଜଗନ୍ନାଥପୁର) ଅଞ୍ଚଳର ଶ୍ରୀରାମଚନ୍ଦ୍ରପୁର ଶାସନରେ ୧୯୧୪ ମସିହା ଡିସେମ୍ବର ୨୪ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ପିତା ସ୍ୱନାମଧନ୍ଯ ଜୋତିର୍ବିଦ୍ ପଣ୍ତିତ କାଶୀନାଥ ତ୍ରିପଠୀ ଏବଂ ଏବର ସୁପ୍ରସିଦ୍ଧ ଡାକ୍ତର ନିରଞ୍ଜନ ତ୍ରିପାଠୀ ଙ୍କର ଜନକ ହେଉଛନ୍ତି କୃଷ୍ଣସାର୍ । ଆଜି ଯେପରି ପ୍ରାଥମିକ ବିଦ୍ଯାଳୟର ଶିକ୍ଷକ ମାନେ ବୃତିଗତ ସ୍ୱାଛନ୍ଦ୍ଯ ପ୍ରାପ୍ତ ହୋଇ ହେଉଛନ୍ତି; ସେତେବେଳେ ସେମାନେ ତାହା ସେ ପାଉନଥିଲେ । ମାସକୁ ଦରମା ଥିଲା ସାତ ଟଙ୍କା । ସେତିକି ମାତ୍ର ସମ୍ବଳ ରେ ଏତେଗୁଡାଏ ଆୟୋଜନ କୃଷ୍ଣସାର କିପରି କରୁଥିଲେ,ଆଜି ଭବିଲେ ମୁଁ ବିସ୍ମିତ ହୁଏ । ହରିତାଲିକା ଓ ଶ୍ରୀପଞ୍ଚମିକୁ ବାଦ୍ ଦେଳେ ଆମେ ପିଲାଏ କେବେ କିଛି ସାର୍ ଙ୍କୁ ଭେଟି ଦେବା ପାଇ ମୋର ମନେ ନାହିଁ । କେବଳ ଧାନ କଟାବେଳେ ଆମକୁ ନେଇ ବିଳକୁ ଯାଉ ଥିଲେ ଓ ସେ ଶିଖାଇ ଥିବା ଛାନ୍ଦ ଗୀତ 'ବିଳକୁ ଆଲିଙ୍ଗନ କରି ଜାନ୍ନବୀ ଶୋଭନ' ବନ୍ଦର ହରି ଦେବ ମୁରାରି;'କଳାକଳେ ବର କହ୍ନାଇ;'ଖି ମନ ଆରେ ମୋର ବୋଲ କର'ପ୍ରଭୃତି ଉଚ୍ଚ ସୱର ରେ ବୋଲି ଆମେ ଜଣପିଛ ୨/୪ଟି କରି ଧନ ହଳା ଆଣୁ ଥିଲୁ । ସେଥରୁ ବର୍ଷ କର ଚକ୍ଖଡି,କାଗଜ ପତ୍ର କିଣା ଯାଉ ଥିଲା । ଅନ୍ଯାନ୍ଯ ଜିନିଷ ସାର୍ ତାଙ୍କ ହାତରୁ କିମ୍ବା ଅନ୍ଯ କେଉଁ ସୂତ୍ରରୁ କିଣୁ ଥିଲେ,ଆମେ ଜାଣୁନଥିଲୁ । ବାବୁ(ସବ୍ଇନ୍ସ୍ପେଟର ବା ଡି ଆଇ)ସ୍କୁଲ ପରିଦର୍ଶନ ରେ ଆସିବା ଦିନ ସାରଙ୍କ ବ୍ଯବସ୍ଥା ଓ ଅତିଥି ଆପ୍ଯାୟନର ଆୟୋଜନ ସବୁ ମନେପଡିଲେ ସେକାଳ ଓ ଏକାଳର ପ୍ରଭେଦ ଜାଣି ହୁଏ ।ସ୍କୁଲ ପରିଦର୍ଶନ ଏବେ ଆଉ ପ୍ରାୟ ନାହିଁ । ଆମବେଳେ ବର୍ଷ କୁ ୨/୪ ଥର ବାବୁ ଆସୁ ଥିଲେ । ପ୍ରଶଂସାମୂଳକ ମନ୍ତବ୍ଯ ଦେଉ ଥିବାର ସାରଙ୍କ ଠାରୁ ଶୁଣିବାକୁ ପାଉ ଥିଲୁ । ଚିତ୍ରାଙ୍କନ, ଅକ୍ଷର ଲିଖନ ଓ ପାଠଦାନରେ କୃଷ୍ଣ ସାରଙ୍କ ଅସାମାନ୍ଯ ଦକ୍ଷତା ଜାତୀୟସ୍ତରରେ ସ୍ୱୀକୃତିଲାଭ । କରିବା ମୁଁ ସବୁମସ୍ତେ ଆଶା କରୁଥିଲି । ଆମ ବେଳେ ସେ ଥିଲେ ଅଣତାଲିମପ୍ରାପ୍ତ ଶିକ୍ଷକ । ପରେ ଇଟି ପାସ୍ କଲାବେଳକୁ ସେ ତାଙ୍କ ଘର ପାଖ ସ୍କୁଲକୁ ବଦଳି ହୋଇ ଗଲେ । ସେ ଆମ ସ୍କୁଲ ଟି ଛାଡି ଯିବା ପରେ ଧୀରେ ଧୀରେ ସବୁ କଳାକୃତି ତାଙ୍କର ନଷ୍ଟ ହୋଇଗଲା । ଏବେ ସେଠି ଇଟା ଘର ତୋଳା ଯାଇ ଅପ୍ ଗ୍ରେଡେଡ୍ ଉଚ୍ଚପ୍ରାଥମିକ ସ୍କୁଲ ଚଳୁଛି । ସେ ହତା ନାହିଁ,ଉଦ୍ଯାନ ନାହିଁ କି ସେ ଉଦ୍ଯମ ନାହିଁ ।

କୃଷ୍ଣସାର ଅନ୍ଯୁନ ଚାଳିଶ ବର୍ଷ ଧରି ପ୍ରାଥମିକ ବିଦ୍ଯାଳୟରେ ଶିକ୍ଷକତା କରି ଆସିଥିଲେ । ଛାତ୍ର ମାନଙ୍କର ସେ ଥିଲେ ' 'ଚିତ୍ତପ ହାରକ ପାଠଦାନ ମୈଳିକ ତତ୍ତ୍ୱ ସେ ଉତ୍ତମ ଭାବେ ସେ ଆୟତ୍ତ କରିଥିଲେ । ଓ ସେ ସବୁର ପ୍ରୟୋଗରେ ଧୁରୀଣ ଥିଲେ । ଜ୍ଞାନ ଆହରଣ ଲାଗି ତାଙ୍କର ଅନୁସନ୍ଧିଚ୍ଛା ତାଙ୍କୁ ତାଙ୍କ ସହକର୍ମୀମାନଙ୍କଠାରୁ ସ୍ୱତନ୍ତ୍ର କରି ଚିହ୍ନାଇ ଦେଉଥାଏ । ତାଙ୍କର ତିନିଜଣ ଯାକ ପୁତ୍ର ଉତ୍ତମ ଛାତ୍ର କେବଳ ନଥିଲେ,ସୁବିଦ୍ଯ ଥିଲେ । କେତେକ ଶୋକାବହ ପାରିବାରିକ ଦୁର୍ଘଟଣା ତାଙ୍କୁ ବ୍ଯଥୀତ କରିଥିଲେ ହେଁ ବିଚଳିତ କରିନଥିବା ନିଯେ ପ୍ରତ୍ଯକ୍ଷ କରି ମୁଁ ତାଙ୍କ ଧେର୍ଯ୍ଯ ଓ ଇଶ୍ୱର ବବିଶ୍ୱାସ ନିକଟରେ ନତଶିର ହୋଇ ଯାଇଥିଲି ସେ ତାଙ୍କର ଦକ୍ଷତା ଅନୁରୂପ କଔଣସି ସମ୍ମାନରେ ସମ୍ମାନିତ ହୋଇନଥିଲେବି ତାଙ୍କର ସେ ଦିନର ଛାତ୍ର ମାନଙ୍କ ସ୍ମୃତିରେ ପ୍ରାଥମିକ ଶିକ୍ଷାଦାତା ରଅମ୍ଲାନ ଜ୍ଯେତିରେ ଯେ ଦିବ୍ଯମାନ ରହିଛନ୍ତି ଓ ରହିଥିବେ ,ଏହା ନିଃସନ୍ଦେହ । ସମୁତ୍ସା୍ୱହୀ ଶିକ୍ଷାବ୍ରତୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ଯେଉଁ ମୂଲ୍ଯବୋଧ ଶ୍ରେୟ ଜ୍ଞାନ କରି ଶିକ୍ଷା,ଶିକ୍ଷାର୍ଥୀ ଓ ଶିକ୍ଷାୟତନର ଶ୍ରୀ ସାଧନରେ ଆଜୀବନ ରତ ଥିଲେ ଆଜି ଏହାର ବିରଳତା ଦେଖି ହୃଦୟ ପୀଡିତ ହେଉଥିବା ବେଳେ ସେ ଖୁବ୍ ବଡ ହୋଇ ଦିଶନ୍ତି ।










ଜିଥିଲି । ସମାଜେସବୀ ଶିକ୍ଷକ

                            ଲକ୍ଷ୍ମୀନାରାୟଣ ମିଶ୍ର 
                                କାଳୀକିଙ୍କର ମିଶ୍ର
 ମାଟିର  ଦୀପାଳୀଟିପାଠର ଦେବଉଳ ରେ

,ଘିଅର ସଳିତାଟି ଜାଳି ଏ ଅନ୍ଧାର ରେ, ବାଟ ଯେ ଦେଖାଉଛି ପାହାଡ ଜଙ୍ଗଳରେ,ତାକୁ କେ ଜୀବନେ ଭୁଲି ପାରେ । (ଜଣେ ଛାତ୍ର ଙ୍କ ଲେଖନୀରୁ ଶିକ୍ଷକ ଲକ୍ଷ୍ମୀନାରାଯଣଙ୍କ ଉଦ୍ଦେଶ୍ଯରେ) ଲକ୍ଷ୍ମୀ ମାଷ୍ଟରେ ଏଇ ନାଁଟି ଅନ୍ଯମାନଙ୍କ ପାଇଁ ସାଧାସିଧା ଡାକଟିଏ ନାରେ ଥିଲା ତଡିତ୍ ପ୍ରବାହର ଚମକ ଆଉ ଶକ୍ତି । ଏଇ ଡାକରେ ଥିଲା କେତେ ଆଶ୍ୱାସନା । ବାପା'ମାଆଅବିଭାବକ ମାନେ ପିଲାର ପଢ଼ାପଢ଼ି ନେଇ ଯେତେବେଳେ ଚିନ୍ତିତ ବିବ୍ରତ ବୋଧକରୁଥିଳେ ସେତେବେଳେ ଏଇ ଲକ୍ଷ୍ମୀ ମାଷ୍ଟ୍ରେ ଯାବତୀୟ ଗରିବ ପାଠଚୋର , ନିର୍ବୋଧ ଓ ଅଳ୍ପବୁଦ୍ଦିଆ ପିଲା ମାନଙ୍କର ବାପା ମାଆ ହୋଇ ଉଭା ହେଉ ଥିଲେ । ସେମାନ ଙ୍କର ପିଲା ମାନଙ୍କ ପାଇଁ ତାଙ୍କରି ହାତ ଦେଇ ଅନ୍ଧାରରେ ଆଲୋକର ରାହାପାଇ ଥିଲେ ବାପା ,ମାଆ ମାନେ ।

୧୯୪୩ ରୁ ୧୯୬୧ ପର୍ଯ୍ଯନ୍ତ ଅଠର ବର୍ଷ କାଳ ରାୟଗଡ ସହରର କି ଓଡିଆ କି,ତେଲୁଗୁ କି , ସିନ୍ଧି କି ,ମାର୍ୱାଡି ସବୁ ଭାଷା ସବୁ ଭଷାଭାଷୀ ଓ ସବୁ ଜାତିଧର୍ମର ମାଆମାଙ୍କ ପାଟି ରେ ବହୁ ଉଚ୍ଚାରିତ ନାଆଁଟି ଥିଲା ଲକ୍ଷୀ ମାଷ୍ଟ୍ରେ । ଛୋଟ ପୁଅ ଝିଅ ଅଳିଅଝଟ କଲେ, ଗାଧୁଆ,ମୁଣ୍ଡକୁଣ୍ଡା,ଖିଆ,ଶୁଆରେ ମାଆକୁ ହଇରାଣ କଲେ ମାଆ ତୁଣ୍ଡ ରୁ ଶୁଣାଯାଏ ହେଇ ମାଷ୍ଟ୍ରେ ଆସିଲେଣି ଯେ, ମାଷ୍ଟ୍ରେଙ୍କୁ କହୁଛି ରୁହ । ୟାକୁ ଲକ୍ଷ୍ମୀ ମାଷ୍ଟ୍ରେଙ୍କ ପାଖରେ ଛାଡି ଦିଅ । ପିଲା ପଢ଼ା ବୟଷର ହୋଇ ଗଲେ ବାପାମାଆ ମାନଙ୍କର ଚିନ୍ତା ନଥିଲା । କାରଣ ଲକ୍ଷ୍ମୀ ମାଷ୍ଟ୍ରେ ଅଛନ୍ତି । ଏହିଭଳି ସେ ଥିଲେ ଜଣେ ସାଧାରଣ ପ୍ରାଥମିକ ସ୍କୁଲ ଶିକ୍ଷକ। କିନ୍ତୁ ପିଲାଙ୍କ ପାଇଁ, ବାପା ମାଆଙ୍କର ଆଖିରେ ଜଣେ ନିର୍ଭରଯୋଗ୍ଯ ସଫଳ ଶିକ୍ଷକ । ସମାଜ ଆଖିରେ ଜଣେ ସଚେତନତ ଗୁରୁ। ଜାତି ପାଖରେ ଜଣେ ସମ୍ମ।ନସ୍ପଦ ଶିକ୍ଷକ।

ପାରଳା ମହାରାଜାଙ୍କ ଷୋଳ ଶାସନରୁ ଗୋଟାଏ ଗାଁ 'ବୁନ୍ଦୁରା'। ପାରଳା ରୁ ପଇଁତିରିଶ କିଲୋମିଟର ଦୂରରେ ଏହି ବ୍ରାହ୍ମଣ ଶାସନ । ଶ୍ରୀ ଭାଗୀରଥୀ ମିଶ୍ରେ ଥିଲେ ଜଣେ ଗୃହି ସନ୍ଯାସୀ ତାଙ୍କର ହିତ ଭଷା ମିତ ଭାଷୀ ସ୍ୱଭାବ ସ ହିତ ଘୋର ଦାରିଦ୍ର୍ଯ ବି ଥିଲା ତାଙ୍କର ଭୁଷଣ । ଗାଁ ରେ ଅଣରାସାରୁ ପାରଳା ଯାଏଁ ତାଙ୍କର ଥାଏ ସ୍ୱତନ୍ତ୍ର ସମ୍ମାନ । ଗାଁ ଦେଉଳରେ ରାମଲିଙ୍ଗେଶ୍ୱରଙ୍କ ସେବା ଆରଧନା ରେ ତାଙ୍କର ଦିନ କଟି ଯାଏ । ୧୯୧୩ ମସିହା ଜାନୁୟାରୀ ମାସ ,ମକର ସଂକ୍ରାନ୍ତି ଦିନ ଲକ୍ଷ୍ମୀନାରାୟଣ ଜନ୍ମ ହୁଅନ୍ତି , ଭାଗୀରଥୀ, ପ୍ରଥମ ଓ ଏକ ମାତ୍ର ପୁତ୍ର ସନ୍ତାନ ରୂପେ ସ୍କୁଲ ରେ ୫ମ ଶ୍ରେଣୀ ପଢ଼ା ଶେଷ ହେବା ପରେ ସେ ଇଂରାଜୀ ପଢ଼ି ବାକୁ ବସିଲେ । ବାପା ନିଜେ ପୁଅକୁ ନେଇ ପାରଳା ହାଇସ୍କୁଲ ରେ ନାମ ଲେଖାଇ ଦେଲେ । ବସା ସଞ୍ଚା ଠିକଣା କରି ଘରକୁ ଫେରିଲେ । ତା' ପର ବର୍ଷ ମହାରାଜାଙ୍କ ଛାତ୍ରାବାସରେ ରହି ମାଗଣା ଖିଆ ଓ ପଢ଼ି ବାର ବ୍ଯବସ୍ଥା ହେଲା । କିନ୍ତୁ ସାରଳା ଦେବୀଙ୍କ 'ବ୍ରିଟିଶ ବିରୋଧୀ' ସଭାରେ ଯୋଗ ଦେଇ ଥିବା ଯୋଗୁଁ ଛାତ୍ରାବାସରୁ ତଡା ଖାଇଲେ । ପଢ଼ାରେ ବିଘ୍ନ ଘଟିଲା ।

ପରେ ପରେ ମଞ୍ଜୁଷା ରାଜା ବିଦ୍ଯା ବିନୋଦୀ ଶ୍ରୀନିବାସ ରାଜମଣି ବ୍ରହ୍ମପୁରର ଆଇନଜୀବୀ ଶ୍ରୀ ବିଶ୍ୱନାଥ ଦାଶ (ପରତେ ଓଡ଼ିଶାର ମୁଖ୍ଯମନ୍ତ୍ରୀ ) ଧରାକୋଟ ରାଜା ସାହେବ ଶ୍ରୀ ମନମୋହନ ସିଂ ପାରଳାର ଦେବାନ ମାନ୍ଧତା ଗୋଳକ ଚାନ୍ଦ ପଟ୍ଟନାୟକ, ଟକାଳିର ବଦାନ୍ଯ ବ୍ଯକ୍ତି ଶ୍ରୀ ଶ୍ଯାମ ସୁନ୍ଦର ଗନ୍ତାୟାତଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ ଶ୍ରୀ ଶଶିଭୁଷଣ ରଥ ତଥା ପ୍ଯାରୀମୋହନ ଏକାଡ଼େମୀର ପ୍ରଧାନ ଶିକ୍ଷକ ଶ୍ରୀ ବନମାଳୀ ମିଶ୍ରଙ୍କ ଠରୁ ସାହାଯ୍ଯ ପ୍ରାପ୍ତ ହୋଇ ସେ ଦଶମ ଶ୍ରେଣୀ ପର୍ଯ୍ଯନ୍ତ ପଢ଼ି ପାରିଲେ । କିନ୍ତୁ ଆର୍ଥିକ ଅଭାବ ତଥା ସ୍ୱାସ୍ଥ୍ୟହାନି ଯୋଗୁଁ ହାଇସ୍କୁଲ ପଢ଼ା ଶେଷ କରି ପାରିଲେ ନାହିଁ ।

ପଢ଼ାର କୌଣସି ସମ୍ଭାବନା ନ ରହିବାରୁ ଚାକିରି ଆଡ଼େ ମୁହଁଇଲେ । ଶିକ୍ଷକ ମାନଙ୍କର ସାହାଯ୍ଯ,ସହାନୁଭୂତି,ଶ୍ରଧା ,ସ୍ନେହ ପାଇ ପାଠ ପଢ଼ି ଥିବା ଲାକ୍ଷ୍ମୀନାରାୟଣଙ୍କ ମନରେ ଶିକ୍ଷକତା ପ୍ରତି ଏକ ସ୍ୱତଃସ୍ଫୁର୍ତ୍ତ ଆକର୍ଷଣ ସୃଷ୍ଟି ହୋଇଥାଏ । କିନ୍ତୁ ଶିକ୍ଷକଟିଏ ହେବା ପାଇଁ ଟ୍ରେନିଂ ଦରକାର । ଟ୍ରେନିଂ ଯିବା ପାଇଁ ଶିକ୍ଷକଠାରେ ଅଭିଜ୍ଞତା ବି ଦରକାର ପଡୁଥିଲା । ତେଣୁ ଅଭିଜ୍ଞତା ଅର୍ଜନ ପାଇଁ ନଈ ସେପାରି ଗାଁ ଘନସର ସ୍କୁଲରେ ବିନା ଦରମାରେ କିଛି ଦିନ ସେ ଶିକ୍ଷକତା କଲେ । ପରେ ଗାଁର ଲେଖାଯୋଖାର ଭାଇନା ଗୋବିନ୍ଦମିଶ୍ରଙ୍କ ସାହାଯ୍ୟରେ ଗୁଣୁପୁର (କୋରାପୁଟ ଜିଲ୍ଲା) ସହର ପାଖ -ଗାଁ ସ୍କୁଲରେ ନିଯୁକ୍ତି ପାଇଲେ ।

ଯୁବକ,ଆଗ୍ରହୀ,ଉସ ଲକ୍ଷ୍ମୀନାରାୟଣଙ୍କର ଶିକ୍ଷକତାର ଖ୍ୟତି ଗାଁର ଜମିଦାରଙ୍କ କାନରେ ପଡଲା । ସେ ମାଷ୍ଟ୍ରଙ୍କର ଚାଲିଚଳଣି ପରଖି, ନିଜ ପିଲାଙ୍କୁ ତାଙ୍କ ପାଖରେ ସମର୍ପିଦେଲେ ।ଧୀରେ ଧୀରେ ମାଷ୍ଟ୍ରେ, ଘରର, ନିଜ କୁଟୁମ୍ବର -ଲୋକଟିଏ ପରି ଜମିଦାର ସାହୁ ଦୀନବନ୍ଧୁଙ୍କ ଘରେ ରହିଲେ । ତାଙ୍କ ସହ ଧର୍ମ ଚର୍ଚ୍ଚା,ଗ୍ରନ୍ଥ ପାରାୟଣ କରୁ କରୁ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେଲେ ।ତାଙ୍କ ଜମିଦାରଙ୍କ ପୃଷ୍ଟପୋଷକତାରେ ପଲ୍ଲୀରେ ଶିକ୍ଷକତା ତାଙ୍କର ସୁରୁଖୁରୁରେ ଚାଲିଲା ।

ଦିନେ ଶୁଣିଲେ, ଗୁଣୁପୁର ସହରରେ ପ୍ରାଥମିକ ଶିକ୍ଷକତା ତାଲିମ୍ ସ୍କୁଲଟିଏ ବସୁଛି । ଟ୍ରେନିଂ ଯିବା କଥା ସ୍ଥିର ହେଲା । ପରିବାରର ମାୟା ତୁଟାଇ ୧୯୪୦ରୁ ୧୯୪୨ ଦୁଇବର୍ଷ ଶିକ୍ଷକ ତାଲିମ୍ ପାଇଲେ । ତାଲିମ୍ ବେଳେ ସମବୟସ୍କ, ସମାନଧର୍ମୀ ନେକ ଯୁବବନ୍ଧୁଙ୍କର ମେଳରେ ଏକ ଯଥାର୍ଥ ପରିବେଶ ପାଇ ଲକ୍ଷ୍ମୀନାରାୟଣଙ୍କ ସୁପ୍ତ ଶକ୍ତି ଜାଗ୍ରତ ହେଲା ।ବଗିଚା କାମ, ଫୁଟିଉଠିଲା ।ତାଙ୍କର ପ୍ରତ୍ୟୁତ୍ପନ୍ନମତିତା ନିର୍ଭୀକତା, ସ୍ପଷ୍ଟବାଦିତା ସହ ନମ୍ରତା ଓ ମେଳାପିପଣ ତାଙ୍କୁ ନିଜ ସାଥିମାନଙ୍କର ନେତୃତ୍ୱ ନେବାରେ ସାହାଯ୍ୟ କଲା ।

ତାଲିମ ସମୟରେ ଶିକ୍ଷକତା ସମ୍ପର୍କରେ ତାଙ୍କର ଯେତେ କୌତୂହଳ, ସମାସ୍ୟା, ସନ୍ଦେହ ଓ ପ୍ରଶ୍ନ ଥିଲା ଧିରେ ଧିରେ ସେଗୁଡ଼ିକର ସମାଧାନ ହେଲା । ଶିକ୍ଷକତାର ଆରପାଖଟି ତାଙ୍କ ସମ୍ମୁଖରେ ଉନ୍ମୋଚିତ ହେଲା, ଶିକ୍ଷକତାର ଅସଲ ସ୍ୱରୂପ, ଦାୟିତ୍ୱ, ନୀତି, ନିୟମ, ପ୍ରଣାଳୀ, ଶିଶୁ ମନସ୍ତତ୍ୱ, ଶିକ୍ଷକ-ଅଭିଭାବକ ସମ୍ପର୍କ ଇତ୍ୟାଦି ବିଷୟରେ ସେ ଯେତିକ ଜାଣିବାକୁ ପାଇଲେ ସେତିକି ଆଗ୍ରହୀ ହୋଇଉଠିଲେ । ତାଲିମ ପରେ ନିଜ ଜିଲ୍ଲା ଗଞ୍ଜାମରେ ଚାକିରୀ ମିଳିବାରେ ଡ଼େରି ହେବାରୁ ସେ କୋରାପୁଟ ଜିଲ୍ଲାର ନବରଙ୍ଗପୁର ଅଞ୍ଚଳରେ ଶିକ୍ଷକତା ଆରମ୍ଭ କଲେ । ଅଳ୍ପ କିଛି ମାସ ପରେ ତାଙ୍କୁ ରାୟଗଡ଼ ସହରର ବାଳିକା ନି.ପ୍ର. ସ୍କୁଲକୁ ବଦଳି କରାଗଲା । ୧୯୪୩ ମସିହା ଜାନୁଆରୀ ମାସ ଅଠର ତାରିଖ ଦିନ ସେ ଉକ୍ତ ସ୍କୁଲରେ ଯୋଗ ଦେଲେ ।

ଓଡ଼ିଆ ସଂସ୍କୃତିର ଅନ୍ୟତମ ପାଠ ପାରଳାଖେମୁଣ୍ଡିର ଶୈକ୍ଷିକ ପୃଷ୍ଠଭୂମି, ନିଜ ସ୍ୱାବଲମ୍ବୀ ଛାତ୍ର ଜୀବନର ମୂଲ୍ୟବାନ ଅଭିଜ୍ଞତା ସହ ସେ ନିଜର କର୍ମମୟ ଜୀବନର ମୂଳଦୁଆ ପ୍ରତିଷ୍ଠା କରନ୍ତି ସୀମାନ୍ତ ଅଞ୍ଚଳର ବାଣିଜ୍ୟ କେନ୍ଦ୍ର ତଥା ଭାବୀ ଶିଳ୍ପାଞ୍ଚଳ ରାୟଗଡ଼ ସହରରେ ।

ସଦ୍ୟ ତାଲିମ ପ୍ରାପ୍ତ ଯୁବ ଶିକ୍ଷକ ଲକ୍ଷ୍ମୀନାରାୟଣ ନିଜର ସ୍ୱପ୍ନକୁ ରୂପାୟିତ କରିବା ପାଇଁ ଉପଯୁକ୍ତ କ୍ଷେତ୍ର ପାଇଗଲେ ।

ପ୍ରଥମରୁ ମିଶ୍ରେ ନିଜକୁ ଜଣେ ଯଥାର୍ଥ ଶିକ୍ଷକ ରୂପେ ଗଢିବାର ଉଦ୍ୟମ କରୁଥାନ୍ତି । ଠିକ୍ ସମୟରେ ସ୍କୁଲକୁ ଆସିବା ଫଳରେ ତାଙ୍କ ଭାଗରେ ପଡ଼ିଲା ପ୍ରାର୍ଥନା, ସଫେଇ ଆଦିର ପରିଚାଳନା । ଆଗ୍ରହରେ ତାହା ସେ ଗ୍ରହଣ କଲେ । ପିଲା ଘୋଷିକରି ଅଭ୍ୟାସ ବଶତଃ ଗାଉଥିବା ପ୍ରାର୍ଥନାର ମର୍ମ ସେ ପ୍ରଥମ କରି ପିଲାଙ୍କୁ ବୁଝାଇଲେ । ଏକ ସ୍ୱରରେ ପ୍ରାର୍ଥନା ଗାଇବା ଶିଖାଇଲେ ।

ମିଶ୍ରେ ଲକ୍ଷ୍ୟକଲେ,ପିଲା ମଇଳା ଲୁଗା ପିନ୍ଧି, ମୁଣ୍ଡ ନ କୁଣ୍ଡାଇ ନଖ,ବାଳ ନ କାଟି, ନାକ ସଫା ନ କରି ସକାଳୁ ଝାଡ଼ା ନ ଯାଇ ଶ୍ରେଣୀକୁ ଅସୁଛନ୍ତି । ଛୋଟ ପାନିଆ,ଦର୍ପଣ କିଣି ରଖିଲେ,ବ୍ଲେଡ୍ ଟିଏ ରଖିଲେ ନଖକାଟିବା ପାଇଁ । ବାପା ମା' ଦେଖିଲେ,ପିଲା ସ୍କୁଲରୁ ଫେରିଲାବେଳେ ସଫାସୁତୁରା ଦେଖାଯାଉଛି । କଥା କ'ଣ ନୂଆ ମାଷ୍ଟ୍ରେ ମୁଣ୍ଡ କୁଣ୍ଡାଇ ଦେଇଛନ୍ତି,ନଖ କାଟି ଦେଇଛନ୍ତି । ଖାଲି ସେତିକି ନୁହେଁ । ପିଲାକୁ କହିଲେ,ଘରେ ମା ବାପାଙ୍କ ଚିରାଲୁଗାରୁ କାନାଟିଏ କାଟି ସଫାକରି ପକେଟରେ ରଖିବାକୁ । ନାକ ଅସନା ହେଲେ ସେଥିରେ ସଫାହେବ,ଜାମା ପେଣ୍ଟରେ ନୁହେଁ ।ସେତିକ ନୁହେଁ ପିଲାଙ୍କୁ କର୍ମ ସଙ୍ଗୀତ ଶିଖାଇଲେ । ଅଭିନୟ କରି ସେମାନେ ଗୀତଗାଇଲେ,ନୂଆ ନୂଆ ଖେଳ ଶିଖିଲେ । କାହାଣୀ ଶୁଣିଲେ । ବହିପତ୍ର,କାଗଜ,କଲମ ଯତ୍ନ ନେବା ଶିଖିଲେ ।ଗପ ଜରିଆରେ ପିଲାଙ୍କୁ ରାସ୍ତାରେ ଯିବା ନିୟମ,ଖେଳ ପଡ଼ିଆର ନିୟମ,ଗୁରୁଜନ,ଭାଇଭଊଣୀ,ସାଙ୍ଗ,ସାଥି,ଶିକ୍ଷକଙ୍କ ପ୍ରତି ଆଚରଣ ସମ୍ପର୍କରେ ଶିକ୍ଷା ଦେଲେ । ହସ୍ତାକ୍ଷର ଲେଖା ଉପରେ ସେ ତୀକ୍ଷ୍ମ ଦୃଷ୍ଟି ରଖିଥାନ୍ତି,କହିବା ବାହୁଲ୍ୟ,ତାଙ୍କର ହାତ ଲେଖା କି ଇଂରେଜୀ,କି ଓଡ଼ିଆ,ସବୁଥିଲେ ସୁନ୍ଦର ।

ମାନଚିତ୍ର,କାହାଣୀ ଚିତ୍ରପଟ,ଅଙ୍କ ଶିକ୍ଷା ପାଇଁ କାଠ ସଂଗ୍ରହ କରିବା,ସାଧାରଣ ଜ୍ଞାନ ସମ୍ପର୍କରେ ନୂଆ ନୂଆ କଥା ସଂଗ୍ରହ କରିବା,ଡାକ ଟିକଟ ସଂଗ୍ରହ କରିବାରେ ସେ ଯେତିକ ଆଗ୍ରହି ପିଲାଙ୍କୁ ତା'ଠୁ ବେଶୀ ଆଗ୍ରହୀ କର ଗଢ଼ି ତୋଳନ୍ତି ।

ସବୁଠାରୁ ବେଶି ଗୁରୁତ୍ୱ ସେ ଦିଅନ୍ତି ପିଲାର ଶୈକ୍ଷିକ,ମନସ୍ତାତ୍ତ୍ୱିକ,ସାମାଜିକ,ପାରିବାରିକ,ଆର୍ଥିକ,ସଂସ୍କୃତିକ ଗୋଷ୍ଠୀ ଜୀବନ ସର୍ମ୍ପକୀୟ ସମସ୍ୟାଗୁଡ଼ିକୁ ଆବିଷ୍କାର କରି ତଦନୁଯାୟୀ ପଦକ୍ଷେପ ନେବାରେ । ଏଣୁ ଏଇ ଶିଶୁ ମାନଙ୍କ ଜରିଆରେ ସେ ସେମାନଙ୍କ ଅଭିବାଭକ ଓ ବାପାମାଆଙ୍କ ସହ ବ୍ୟକ୍ତିଗତ ସର୍ମ୍ପକ ରକ୍ଷା କରନ୍ତି । ଫଳରେ ସେମାନଙ୍କର ଶ୍ରଦ୍ଧା ଓ ଭକ୍ତି ଭାଜନ ହୁଅନ୍ତି ।

ପରେ ପରେ କୋରାପୁଟ ଜିଲ୍ଲାର ବଡ଼ସହର ଜୟପୁରର କେନ୍ଦ୍ର ଉ:ପ୍ରା: ସ୍କୁଲକୁ ତାଙ୍କର ବଦଳି ହୁଏ । ବଦଳି ମୂଳରେ କର୍ତ୍ତୃପକ୍ଷଙ୍କର ଉଦ୍ଦେଶ୍ୟ ଥାଏ ଜୟପୁରର ଏକ ଆଦର୍ଶ ପ୍ରାଥମିକ ସ୍କୁଲ ପ୍ରତିଷ୍ଠା । ପାଞ୍ଚଶହରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ତଥା ୧୫/୧୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ବିଶିଷ୍ଟ ସ୍କୁଲ ଥିଲା ସେଇଟି । ଓଡ଼ିଆ,ତେଲୁଗୁ ଉଭୟ ଭାଷାରେ ଶିକ୍ଷାଦାନର ବ୍ୟବସ୍ଥା ସେଠାରେ ଥାଏ । ସ୍ଥାନାଭାବରୁ ପାଳି ଅନୁଯାୟୀ ଓଡ଼ିଆ ଓ ତେଲୁଗୁ ଶ୍ରେଣୀ ଚାଲେ । ସ୍କୁଲରେ ଯୋଗଦେଇ ପ୍ରଥମେ ସେ ସ୍କୁଲକୁ ଆଦର୍ଶ କରି ତୋଳିବା ନିମନ୍ତେ ସହକାରୀ ମାନଙ୍କର ସହଯୋଗ ଲୋଡ଼ନ୍ତି । ପରେ ଶୃଙ୍ଖଳିତଭାବେ ସମୟ ନିଘର୍ଣ୍ଟ,ଶିକ୍ଷା ଦାନର ଦାୟିତ୍ୱ ବଣ୍ଟନ,କ୍ରୀଡା,ମନୋରଞ୍ଜନ,ସଂଗ୍ରହାଳୟ,ନାଟକାଭିନୟ,ପାଠ୍ୟ ଓ ପାଠଟୀକାର ପ୍ରଚଳନରେ ନୀତିନିୟମ ଭରିଦିଅନ୍ତି । ଧନି,ସ୍ୱଚ୍ଛଳ ଅଭିଭାବକଙ୍କଠାରୁ ଆର୍ଥିକ ସାହାଯ୍ୟ ସଂଗ୍ରହ କରି ସ୍କୁଲ୍ ମରାମତି,ଚୂନ ଧଉଳା କାମ ହୁଏ କାନ୍ଥରେ ମାନଚିତ୍ର,ମହାପୁରୁଷଙ୍କ ଚିତ୍ର,ନୀତିବାକ୍ୟ ଇତ୍ୟାଦି ଲେଖାଯାଏ । ପଢ଼ାରେ ବ୍ୟବହାର ପାଇଁ ମାନଚିତ୍ର ଓ ଉପକରଣ,କାହଣୀ ପଟ୍ଟଚିତ୍ର ଇତ୍ୟାଦି ରଖାହୁଏ ।

ପ୍ରଧାନଶିକ୍ଷଙ୍କର ଅଧ୍ୟବସାୟ,ଆଗ୍ରହ,ଆନ୍ତରିକତା ଲକ୍ଷ୍ୟକରି ଜଣେ ବ୍ୟବସାୟୀ ବିଜ୍ଞାନ ଶିକ୍ଷା ଉପଯୋଗୀ ଉପକରଣ କିଣିବା ପାଇଁ ଦୁଇ ହଜାର ଟଙ୍କା ଦାନ କଲେ । ଫଳରେ ଗୋଟିଏ ବଡ଼ କାଠ ଆଲମାରୀ ଓ ଅନ୍ୟାନ୍ୟ ଉପକରଣ କିଣାଯାଇ ସ୍କୁଲରେ ବିଜ୍ଞାନାଗାର ଉଦ୍ ଘାଟିତ ହେଲା ।

ଜାତୀୟ ଦିବସ,ନାମଲେଖା ଅଭିଯାନ,ଇତ୍ୟାଦିରେ ସ୍ଲୋଗାନ୍ ଲିଖିବା,ପିଲାଙ୍କୁ ଶିଖାଇବା, ଶୋଭାଯାତ୍ରା ପରିଚାଳନା କରିବା,ସଭାସମିତିର ବ୍ୟବସ୍ଥା ସ୍କୁଲରେ କରି,ଲୋକ ପ୍ରତିନିଧି,ବିଶିଷ୍ଠ ନାଗରିକ, ବୁଦ୍ଧିଜୀବୀମାନଙ୍କୁ ସ୍କୁଲ୍ କୁ ନିମନ୍ତ୍ରଣ କରି ଛାତ୍ରଛାତ୍ରୀଙ୍କର ସାମାଜୀକ ଚେତନାର ଅଭିବୃଦ୍ଧି ଘଟାଇବା ସ୍କୁଲର ଅଭାବ ଅସୁବିଧା ପ୍ରତି ସହରର ପ୍ରଭାବଶାଳୀ ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ତା'ର ପ୍ରତିକାର ମୂଳକ ପଦକ୍ଷେପ ନେବା ତାଙ୍କର ଯୋଜନାବଦ୍ଧ କର୍ମପନ୍ଥାର ଅନ୍ୟ ଏକ ଦିଗ ଥିଲା । ଜତୀୟ ଦିବସର ଶୋଭାଯାତ୍ରା ବେଳେ ଶାନ୍ତି ଶୃଙ୍ଖଳା ଓ ପରିପାଟୀ ପାଇଁ ସ୍କୁଲ୍ ସ୍କୁଲ୍ ମଧ୍ୟରେ ହେଉଥିବା ପ୍ରତିଯୋଗିତା ମାନଙ୍କରେ ମିଶ୍ରଙ୍କର ସ୍କୁଲ୍ ଅନେକଥର ପୁରସ୍କାର ପାଉଥିଲା ।

ଶିକ୍ଷକତା ପ୍ରତି ତାଙ୍କର ଯେ କେତେ ଆଗ୍ରହ ଓ ଆନ୍ତରିକତା ଥିଲା ଗୋଟିଏ ଘଟଣାରୁ ତାହା ଅନୁମେୟ । ୧୯୪୯ ମସିହାରେ ସରକାର ପ୍ରାଥମିକ ଶିକ୍ଷକମାନଙ୍କୁ ମଧ୍ୟରୁ ସାକ୍ଷାତକାର ଜରିଆରେ ମନୋନୟନ କରି ସ୍କୁଲ୍ ସହକାରୀ ଉପ ପରିଦର୍ଶକ ନିଯୁକ୍ତି ପାଇଥିଲେ ସୁଦ୍ଧା ଶିକ୍ଷକତା ଛଡ଼ି ଯିବା ପାଇଁ କଣ୍ଠାବୋଧ କରିଥିଲେ ।

ଶିକ୍ଷକ, ଶିକ୍ଷାଦାନର ନୂତନ ପ୍ରଣାଳୀ ଓ କୌଶଳ ସହ ନିଜକୁ ପରିଚିତ କରିବା ପାଇଁ ବିଭିନ୍ନ ତାଲିମର ବ୍ୟବସ୍ଥା ହୋଇଥାଏ । ଶ୍ରୀ ମିଶ୍ର ଏଭଳି ତାଲିମ ପାଇଁ ଖୁବ୍ ଆଗ୍ରହୀ ଥିଲେ । ୧୯୫୬ ମସିହାରେ ସେ ଭ୍ରାମ୍ୟମାଣ ମୌଳିକ ତାଲିମ ଶିବିରରେ ମାସେ ବ୍ୟାପୀ ମୌଳିକ ତାଲିମ ପାଇଥିଲେ । ୧୯୬୧ରେ ଜୟପୁର ଶିକ୍ଷା ସର୍କଲର ମୌଳିକ ଶିକ୍ଷା-ପରିଦର୍ଶକ ଭାବେ ସେ ଯୋଗ ଦେଇଥିଲେ । ପ୍ରାଥମିକ ଛାତ୍ରମାନଙ୍କୁ ଇଂରେଜୀ ପଢ଼ାଇବାର ସ୍ୱତନ୍ତ୍ର ପ୍ରଣାଳୀର ପ୍ରୟୋଗ ପାଇଁ ସେ ଦୁଇଥର ଇଂଲିଶ୍ ଓରିଏଣ୍ଟେସନ୍ ଟ୍ରେନିଂ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଶିଶୁମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ସଂଗେ ସଂଗେ ଗୋଷ୍ଠି ଜୀବନ ତଥା ସଂସ୍କୃତି ସହ ପରିଚିତ କରାଇବା ପାଇଁ ବାର୍ଷିକ ଉତ୍ସବ, ଗଣେଶ ପୂଜା, ସରସ୍ୱତୀ ପୂଜା ସମୟରେ ନାଟକାଭିନୟର ଆୟୋଜନ ସେ କରୁଥିଲେ । ଶିଶୁମାନେ ଏଥିରୁ ଆନନ୍ଦ ତଥା ଆତ୍ମବିଶ୍ୱାସ ଲାଭ କରିଥିଲେ । ବେଳେ ବେଳେ ପଂକ୍ତି ଭୋଜନ ଓ ବଣଭୋଜର ଆୟୋଜନ ସେ କରାଉଥିଲେ । ଶିକ୍ଷକ ଯେ କେବଳ ସ୍କୁଲ୍ ଗୃହର ଚାରିକାନ୍ଥ ମଧ୍ୟରେ ନିଜର ଛାତ୍ରଛାତ୍ରୀଙ୍କ ଗହଣରେ ନିଜର ବ୍ୟକ୍ତିତ୍ୱକୁ ସୀମିତ ରଖିବା ଯଥେଷ୍ଠ, ଏ କଥାରେ ସେ ବିଶ୍ୱାସ କରୁନଥିଲା । ତେଣୁ ସ୍କୁଲ ବାହାରେ ସମାଜରେ ସେ ନିଜର ଶକ୍ତି ଓ ସୁବିଧା ଅନୁଯାୟୀ ବିଭିନ୍ନ କାର୍ଯ୍ୟ କରାଉଥିଲେ ।

ନିଜ ସ୍କୁଲର ହରିଜନ ପିଲାଙ୍କ ପ୍ରତି ଅନ୍ୟାନ ଶିକ୍ଷାକମାନେ ଘୃଣା ମନୋଭାବ ପୋଷଣ କରି ସେମାନଙ୍କର ସ୍ୱାସ୍ଥ୍ୟହୀନତା, ଦାରିଦ୍ର୍ୟ ଓ ଅପରିଚ୍ଛନ୍ନତା ଯୋଗୁଁ ସେମାନଙ୍କୁ ହତାଦର କରୁଥିବା ବେଳେ ଶ୍ରୀ ମିଶ୍ର ସେମାନଙ୍କୁ ସଫାସତୁରା ହୋଇ ସ୍କୁଲକୁ ଅସିବା, ଲିଗାପଟା,ଦେହ,ବହିପତ୍ର ସଫା ରଖିବା ପାଇଁ ବୁଝାଉଥିଲେ ଓ ହରିଜନ ବସ୍ତିମାନଙ୍କୁ ଯାଇ ଛାତ୍ରଛାତ୍ରୀମାନଙ୍କର ବାପାମାଆଙ୍କୁ ଅସବୁ ସମ୍ପର୍କରେ ଉପଦେଶ ଦେଉଥିଲେ ।

ଗରିବ,ଅରକ୍ଷ,ଅସ୍ପୃଶ୍ୟ ଲୋକଙ୍କର ସେ ସବୁବେଳେ ସହାୟକ ଥିଲେ । ସେମାନଙ୍କ ଆଖିରେ ସେଥିଲେ ଦେବତା ।

ରାୟଗଡ଼ା ନିକଟବର୍ତ୍ତୀ ଅନେକ ଆଦିବାସୀ ପଲ୍ଲୀକୁ ଯାଇ ସେଠାକାର ଅଧିବାସୀମାନଙ୍କୁ ସେ ଶିକ୍ଷା ସମ୍ପର୍କରେ ଅନେକ କଥା ବୁଝାଇ ବିଭିନ୍ନ ଆଦିବାସୀ ଗ୍ରାମରେ ସ୍କୁଲ୍ ଗୃହ ନିର୍ମାଣ କରାଇ ଶିକ୍ଷା ଉନ୍ନତି ନିମନ୍ତେ ବଳିଷ୍ଠ ପଦକ୍ଷେପ ନେଇଥିଲେ ।

ଶିକ୍ଷାଗତ,ସାହିତ୍ୟକ,ଧାର୍ମିକ,ଜାତୀୟ ଏବଂ ସେବା ସମ୍ପର୍କୀୟ ସାଧାରଣ ସଭା କିମ୍ବା ଆଲୋଚନା ସଭାରେ ଯୋଗଦେଇ,ଆହ୍ୱାନକ୍ରମେ,ନିଜର ସୁଚିନ୍ତିତ ସ୍ପଷ୍ଠମତ ନିର୍ଭୀକ ଭାବେ ପ୍ରଦାନ କରିବା ଯୋଗୁଁ ସେ କି ସାଧାରଣ, କି ବୁଦ୍ଧିଜୀବୀ ସବୁ ମହଲରେ ଆଦୃତ ହେଉଥିଲେ । ନାଟକ-ଅଭିନୟ ଓ ପରିଚାଳନାରେ ମଧ୍ୟ ତାଙ୍କର ଅଭିଜ୍ଞତା ଓ ଅଭିରୁଚି ଥିଲା । ରାୟଗଡ଼ାର ବୁଦ୍ଧିଜୀବୀମାନଙ୍କ ଉଦ୍ୟମରେ ଗଠିତ 'ପ୍ରଗତି ନାଟ୍ୟ ସଂଘ' ର ସେ ଜଣେ ଅଭିନେତା-ସଦସ୍ୟ ଥିଲେ ।

ସେ ଜଣେ ଉତ୍ତମ ସଂଗଠକ ଥିଲେ । ଶିକ୍ଷକତାର ଆରମ୍ଭରେ ୧୯୪୬ ମସିହାରେ ପ୍ରଥମିକରି ଓଡ଼ିଶାରେ ପ୍ରାଥମିକମ ଶିକ୍ଷକ ସଂଘ ପ୍ରତିଷ୍ଠା ପାଇଁ ଏକ ରାଜ୍ୟସ୍ତରୀୟ ସମ୍ମୀଳନୀ ଆହୂତ ହେଲା । 'ସମାଜ' ଖବର କାଗଜର ସମ୍ପାଦକ ରାଧାନାଥ ରଥ ଏହି ସମ୍ମିଳନୀର ସଭାପତି ଓ ବିଶିଷ୍ଟ ସମାଜସେବୀ ଶ୍ରୀ ଶ୍ୟାମସୁନ୍ଦର ମିଶ୍ର ସମ୍ପାଦକ ହୋଇଥିଲେ । ଶ୍ରୀ ମିଶ୍ର, କୋରାପୁଟ ଜିଲ୍ଲାର ଅନ୍ୟତମ ପ୍ରତିନିଧି ରୂପେ ଏଥିରେ ଯୋଗ ଦେଇଥିଲେ । ସେଠାରେ ଶ୍ରୀ ମିଶ୍ରଙ୍କର ମୌଳିକ ଚିନ୍ତା ଓ ଉତ୍ସାହ ଲକ୍ଷ୍ୟକରି ତାଙ୍କୁ ରାଜ୍ୟ କାର୍ଯ୍ୟକାରୀ କମିଟିର ସଭ୍ୟ ରୂପେ ନିର୍ବାଚିତ କରାଯାଇଥିଲା । ସେ ଅନେକ ବର୍ଷ ଧରି ଏହି ସଂଗଠନର ଜିଲ୍ଲା ସ୍ତରୀୟ ନେତୃତ୍ୱ ନେଇଥିଲେ । ନିଖିଳ ଉତ୍କଳ ପ୍ରାଥମିକଶିକ୍ଷକ ଫେଡେରେସନର ତତ୍କାଳୀନ ସାଧାରଣ ସମ୍ପାଦକ ଶ୍ରୀ ଲୋକନାଥ ସାହୁ ତାଙ୍କୁ ଲେଖିଥିଲେ"ପ୍ରଣାମ...ମାତ୍ର ଦିଙ୍କ ପାଇଁ ସାକ୍ଷାତ୍ ଭିତରେକେତେ ମିନିଟ୍ ମାତ୍ର କଥାବାର୍ତ୍ତା । ଆପଣଙ୍କ ନବପ୍ରାଥମିକ ଶିକ୍ଷକ ଫେଡେରେସନ୍ ଗଢ଼ାଯିବା ଦିନଠାରୁ ଅନୁଷ୍ଠାନର ଜଣେ କର୍ମୀ ଭାବେ ଶୁଣୁଥିଲେ, ସେଦିନ ରାୟଗଡ଼ା ପାର୍ବତୀପୁର ବସ୍ ରେ ଦେଖାହେଲା । ବଣ ପାହାଡ଼ଘେରା କୋରାପୁଟରେ ସବୁ ଶିକ୍ଷକ ଭାଇ ମୋର ଆପଣଙ୍କ ପରି ଟାଣ ମନୋବୃତ୍ତିର ହୋଇଯାଆନ୍ତୁ ବୋଲି ମୁଁ ଦିନ୍ ଠାକୁରଙ୍କୁ ଡାକୁଛି...... ଆପଣଙ୍କ ଠାରେ ଭୁ ଆଦର୍ଶ ରହିଛି...।"

(ଚିଠି ତା.୧୨.୯.୧୯୬୨)

କହିବା ବହୁଲ୍ୟ ଏହି ପ୍ରବୀଣ ଆଦର୍ଶ ଶିକ୍ଷକଙ୍କର ଅସଂଖ୍ୟ ଛାତ୍ର ସୈନିକ,ବୈଜ୍ଞାନିକ,ପ୍ରଶାସକ,ଶିକ୍ଷକ,ଡାକ୍ତର,ଇଞ୍ଜିନିୟର, ରାଜନୈତିକ ନେତା ଓ ମନ୍ତ୍ରୀ ଭଳି ସମାଜର ଦାୟିତ୍ୱପୂର୍ଣ୍ଣ ତଥା ସମ୍ମାନଜନକ ପଦପଦବୀରେ ଅଧିଷ୍ଠିତ । ଭିବିନ୍ନ ଅବସରରେ ଛାତ୍ର ଶିକ୍ଷକଙ୍କ ମିଳନ ବେଳେ 'ଲକ୍ଷ୍ମୀମାଷ୍ଟ୍ର'ଙ୍କ ସ୍ମୃତି ଯେ ସେମାନଙ୍କ ମନରେ ସଂଜୀବିତ ଏହାର ପ୍ରମାଣ ଅତି ହୃଦୟସ୍ପର୍ଶୀ ଦୃଶ୍ୟମାନଙ୍କର ବାରି ହୁଏ ।

ଶ୍ରୀ ମିଶ୍ରଙ୍କର ପ୍ରତ୍ୟୁତ୍ପନ୍ନମତିତାର ଏକ ଦୃଷ୍ଟାନ୍ତ ଏକାନ୍ତ ନାଟକୀୟ । ସେ ରାୟଗଡ଼ାରେ ଥାଆନ୍ତି । ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ରେଳ ଯୋଗେ ସେହିବାଟ ଦେଇ ଦକ୍ଷିଣ ଭାରତ ଯାଉଥାନ୍ତି । ରାୟଗଡ଼ା ବଡ଼ ଷ୍ଟେସନ୍ ହେତୁ ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ଟ୍ରେନ୍ ସେଠାରେ ନଅଟକି ତା' ପୂର୍ବରୁ ତରୁଭାଲି ଷ୍ଟେସନରେ ଅଟକିବାର ଥାଏ । ରାୟଗଡ଼ାର କେତେକ ବିଶିଷ୍ଟ ବକ୍ତି ଏକଥା ଜାଣି ତରୁଭାଲି ଷ୍ଟେସନରେ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧନା ଜଣାଇବା ଉଦ୍ଦେଶ୍ୟରେ ଯାଇଥାନ୍ତି । ଶ୍ରୀ ମିଶ୍ର ମଧ୍ୟ ସେହି ଦଳରେ ଥାନ୍ତି । ତରୁଭାଲି ଷ୍ଟେସନ୍ ରେ ପହଞ୍ଚିଲା ବେଳକୁ ରେଳ ଛାଡ଼ିବା ଉପରେ । ସମସ୍ତେ କିପରି ରାଷ୍ଟ୍ରପତିଙ୍କୁ ଦେଖିବେ ଏହି ଚିନ୍ତା କରୁଥିଲା ବେଳେ ଶ୍ରୀ ମିଶ୍ର ରାଷ୍ଟ୍ରପତିଙ୍କ ସାଲ୍ୟୁନ୍ ଭିତରକୁ ଉଠିଯାଇ ଦେହରକ୍ଷୀମାନଙ୍କୁ ତାଙ୍କର ଉଦ୍ଦେଶ୍ୟ ବୁଝାଇବାରେ ଲାଗିଥାଆନ୍ତି । ସମୟ ହୋଇଯାଇଥିବା ଦୃଷ୍ଟିରୁ ଦେହରକ୍ଷୀମାନେ ଶ୍ରୀ ମିଶ୍ରଙ୍କୁ ଗାଡ଼ିରୁ ଓହ୍ଲାଇ ଯିବାକୁ କହୁଥାନ୍ତି । ଏତିକିବେଳେ ରାଷ୍ଟ୍ରପତି ଘଟଣା ବୁଝିବାକୁ ଆସି,ମିଶ୍ରଙ୍କଠାରୁ ସବୁ ଶୁଣି,ଆନନ୍ଦରେ ମିଶ୍ରଙ୍କୁ କୁଣ୍ଡାଇ ପକାନ୍ତି ଏବଂ ବାହାରେ ଉପସ୍ଥିତ ସମବେତ ଜନତାକୁ ଯୋଡ଼ହସ୍ତରେ ଦେଖାଦିଅନ୍ତି ।

୧୯୬୬ ମହିହାରେ ରାଜ୍ୟ ସରକାରଙ୍କ ପୁରସ୍କାର ପାଇଲା ପରେ ବି ଅବସର ପ୍ରାପ୍ତି ଆସନ୍ନପ୍ରାୟ ହୋଇଥିଲେ ସୁଦ୍ଧା ଶ୍ରୀ ମିଶ୍ର ସ୍କୁଲର ସ୍ଥାନଭାବ ଦୂରୀକରଣ ପାଇଁ ନୂଆ ଗୃହ ନିର୍ମାଣ ଉଦ୍ଦେଶ୍ୟରେ ଜୟପୁର ଜନସାଧାରଣଙ୍କଠାରୁ ସାହାଯ୍ୟ ସଂଗ୍ରହରେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । ଯାହାର ଫଳଶ୍ରୁତି ସ୍ୱରୂପ କେନ୍ଦ୍ର ଉ ପ୍ରା ସ୍କୁଲର ରାସ୍ତାକଡ଼କୁ ଲାଗି ଏକ ପକ୍କା ଘର ଶୋଭାପାଉଛି ।

ଜଣେ ପ୍ରାଥମିକ ସ୍କୁଲ ଶିକ୍ଷକ ହେଲେହେଁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଦୃଷ୍ଟିରୁ ନିଜ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଭିନ୍ନ ଭିନ୍ନ ଅବସରରେ ଶ୍ରୀ ମିଶ୍ର ଅନେକ ପ୍ରକାର ସମାଜସେବୀ, ସ୍ୱାଧିନତା ସଂଗ୍ରାମୀ,ଶିକ୍ଷାବିତ୍,ନେତା ଓ ମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିଛନ୍ତି । ବିଶେଷତଃ ଜଣେ ଭଦ୍ର, ମେଳାପି, ସମାଜପ୍ରେମୀ ବ୍ୟକ୍ତି ତଥା ଜଣେ ସ୍ୱନାମଧନ୍ୟ ଶିକ୍ଷକ ଭାବେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ତାଙ୍କ ପକ୍ଷେ ସୁଲଭ ହୋଇପାରିଛି ।

ପାରାଳଖେମୁଣ୍ଡିରେ ଛାତ୍ର ଥିଲାବେଳେ ମହାତ୍ମା ଗାନ୍ଧିଙ୍କର ଏକ ପ୍ରାଥନା ସଭାରେ ସେ ଯୋଗ ଦେଇଥିଲେ । ଗାନ୍ଧିଜୀଙ୍କର ସେଇ ପ୍ରଭବଶାଳୀ ବ୍ୟକ୍ତିତ୍ୱ, ଉଦାର, ହସ ହସ ମୁଖମଣ୍ଡଳ,ପରିଧାନ ଓ ବକ୍ତବ୍ୟର କିୟଦଂଶ ଆଜି ସୁଦ୍ଧା ଶ୍ରୀ ମିଶ୍ରଙ୍କ ମନରେ ସତେଜ ଅଛି । ଜାତୀୟତା, ସ୍ୱାଧିନତା, ସ୍ୱରାଜ, ସ୍ୱାବଲମ୍ବନ, ସରଳତା,ସତ୍ୟ, ପ୍ରେମ ଇତ୍ୟାଦି ସମ୍ପର୍କରେ ସେଇବେଳୁ ତାଙ୍କ ମନରେ ଏକ ଅଲିଭା ଦାଗ ବସିଯାଇଛି । ଶିକ୍ଷକତା ପରେ ଗାନ୍ଧିଜୀଙ୍କ ପ୍ରବର୍ତ୍ତିତ ମୌଳିକ ଶିକ୍ଷା ପ୍ରତି ତାଙ୍କର ଦୃଢ଼ ବିଶ୍ୱାସ ଯୋଗୁଁ ଆଜୀବନ ଖଦଡ଼ ପିନ୍ଧିବା ପାଇଁ ସେ ସଂକଳ୍ପ କରିଛନ୍ତି । ଜଣେ ସମାଜ ଓ ସଂସ୍କୃତିପ୍ରେମୀ ସଚେତନ ନାଗରିକ, ଜଣେ ପ୍ରବୀଣ ଆଦର୍ଶ ତଥା କର୍ତ୍ତବ୍ୟନିଷ୍ଠ ଶକ୍ଷକ ଓ ଜଣେ ଲୋକପ୍ରିୟ, ଉତ୍ସାହୀ, କର୍ମତତ୍ପର, ବଳିଷ୍ଠ ବ୍ୟକ୍ତିତ୍ୱସମ୍ପନ୍ନ ପ୍ରଧାନଶିକ୍ଷକ ରୂପେ ସେ ଯଥାର୍ଥ ଭାବେ ସମାଜ ଦ୍ୱାର ସମ୍ବର୍ଦ୍ଧିତ ହୋଇଛିନ୍ତି । ଓଡ଼ିଶା ସରକାର ତାଙ୍କୁ ରାଜ୍ୟ ପୁରସ୍କାର ପ୍ରଦାନ ବେଳେ ଉଲ୍ଲେଖ କରିଛିନ୍ତି:"ସେ ଜଣେ ଉତ୍ତମ ପରିଚାଳକ ଓ କଠୋର ଶୃଙ୍ଖଳା ରକ୍ଷକ । ସେ ନିଜ ବିଦ୍ୟାଳୟରୁ ଅସ୍ପୃଶ୍ୟତା ନିବାରଣ କରିବାରେ ବିଶେଷ ଉଦ୍ୟମ କରିଛନ୍ତି । ତାଙ୍କ ଉଦ୍ୟମରେ ସ୍ଥାନୀୟ ବହୁସଂଖ୍ୟକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠିତ ହୋଇଛି । ସେ ଅସ୍ପୃଶ୍ୟ ଓ ଅରକ୍ଷ ବ୍ୟକ୍ତିମାନଙ୍କର ଶବ ଉଠାଇବାରେ ଓ ଦାହ କରିବରେ ନେତୃତ୍ୱ ନିଅନ୍ତି । ତାଙ୍କରି ସଦ୍ ଗୁଣ ନିମନ୍ତେ ସ୍ଥାନୀୟ ଲୋକମାନେ ତାଙ୍କୁ ଶ୍ରଦ୍ଧା କରନ୍ତି ।

ଅବସର ଗ୍ରହଣ ପରେ ବିଭିନ୍ନ ରାଜନୈତିକ ଦଳର ସ୍ଥାନୀୟ ଶାଖାମାନଙ୍କରୁ ଦଳଭୁକ୍ତ ହେବା ପାଇଁ ନିମନ୍ତ୍ରଣ ପାଇଥିଲେ ସୁଦ୍ଧା ସେ ସବୁ ପ୍ରତ୍ୟାଖ୍ୟାନ କରି ବର୍ତ୍ତମାନ ନିଜର ଗୁଣୁପୁର (କୋରାପୁଟ ଜିଲ୍ଲା)ସ୍ଥ ବାସଭବନରେ ରହି ପୁରାଣ, ଧର୍ମଗ୍ରନ୍ଥ, ପ୍ରାଚୀଙ୍କାବ୍ୟକବିତାପାଠ ତଥା ଆଲୋଚନାରେ ନିଜର ଅବସର ସମୟ ସେ ଅତିବାହିତ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ସୁସ୍ଥ, ସବଳ ଓ କର୍ମକ୍ଷମ ଅଛନ୍ତି । ପରୋପକାରୀ ଶିକ୍ଷକ ସୁରେନ୍ଦ୍ର ନାଥ ମଢୁଆଳ

ଡକ୍ଟର ଭାଗବତ ପ୍ରସାଦ ଲେଙ୍କା

ବାରିପଦାର ବେଲଗଡ଼ିଆ ରାଜବାଟୀ ସନ୍ନିକଟ ବାରିପଦା ସହରର ଉପକଣ୍ଠ । ଏଠାରେ ସହରର ଜନଗହଳି ନାହିଁ । ଶାନ୍ତ ଶୀତଳ ପରିବେଶ । ଆମ୍ରକୁଞ୍ଜ ତଳେ ମଥାନୁଆଁଣିଆ ଚାଳଘର । ବର୍ତ୍ତମାନ ଅବଶ୍ୟ ଟାଇଲ୍ ଛପର ଘରଟିଏ ଛିଡ଼ାହେଲାଣି । ନିକଟରେ ବୋଳଙ୍ଗନଦୀ, କୂଳ ଦେଶରେ ଦିଗନ୍ତ ବିସ୍ତାରୀ ଶ୍ୟାମଳ କେଦାରମାଳା । ଏପରି ଏକ ଶାନ୍ତ ସୁନ୍ଦର ପରିବେଶ ମଧ୍ୟରେ ବେଲଗଡ଼ଆ ଉ ପ୍ରା ବିଦ୍ୟାଳୟର କର୍ମ ପ୍ରବାହ ବହି ଚାଲିଛି ସ୍ୱଚ୍ଛନ୍ଦ ଗତିରେ ।

ସମସ୍ତ ବିଦ୍ୟାଳୟ କର୍ମମୁଖର । ସମୟ ପ୍ରାୟ ଏଗାରଟା । ହଠାତ୍ ବିଦ୍ୟାଳୟ ହତାରୁ ଭାସି ଆସିଲା ଏକ ଶିଶୁକଣ୍ଠର କରୁଣ ଚିତ୍କାର । କି କରୁଣ ସେ ଚିତ୍କାର ! କି ମର୍ମନ୍ତୁଦ ସେ ଦୃଶ୍ୟ ମଝିରେ ମଝିରେ ଶୁଭୁଥାଏ"ମାଆ ଲୋ, ବାପା ଲୋ ମରିଗଲି-ଆଉ ମାରନା । ପୁଣି

ପାଟି ଶୁଭୁଥାଏ-"ବଦମାସ ମୂର୍ଖ ! କୁଳାଙ୍ଗାର !କହୁଛି କ'ଣ ନା ମରିଗଲି । ମରିଯା,ତୋ ମୁହଁ ମୁଁ ଚାହିଁବି ନାହିଁ । ତୋତେ ଆଜି ମାରିଦେଲେ ମୋର ଶାନ୍ତି ।" ଏହି ଚିତ୍କାର, ଗାଳି ସାଙ୍ଗକୁ ଶୁଣାଯାଉଥାଏ ବାଡ଼ିମାଡ଼ର ଚଡ଼ ଚଡ଼ ଶବ୍ଦ ।ପୁଣି ଶିଶୁର ଚିତ୍କାର,ଛାତିଫଟା ବିକଳ କ୍ରନ୍ଦନ ଓ ବିନମ୍ର ଅନୁରୋଧ,"ମରିଗଲି,ମରିଗଲି, କିଏ ଅଛ ମୋତେ ବଞ୍ଚାଅ- ଏ ସମସ୍ତ ଚିତ୍କାର ଶୁଣି ବାଟରେ ଯାଉଥିବା ଲୋକେ ଧାଇଁ ଆସିଲେ । ଆଉ ଧାଇଁ ଆସିଲେ ବିଦ୍ୟାଳୟର ଶିକ୍ଷକ ଓ ଛତ୍ରଛାତ୍ରୀମାନେ ।

'ରୁହ ରୁହ, ପିଲାଟାକୁ କାହିଁକି ପିଟୁଛ ? ବନ୍ଦକର ବନ୍ଦକର, ତୁମେ କ'ଣ ପାଗଳ ହୋଇଗଲ ? କହି ଉଠିଲେ ସମସ୍ତେ । ସେତେବେଳେକୁ ପ୍ରଧାନଶିକ୍ଷକ ମଢୁଆଳ ସାର ସେଠାରେ ପହଞ୍ଚିଗଲେଣି ।

"ଆରେ ମାରନା । କ'ଣ ହୋଇଛି କହ । ସେ ତ ଆମ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀର ଛାତ୍ର । ତା'ର ଦୋଷ କ'ଣ ? ତୁମେ ପାଗଳ ହୋଇଗଲନା କ'ଣ ବ୍ୟଥା ଭରା ପ୍ରାଣରେ କହି ଉଠିଲେ ମଢୁଆଳ ବାବୁ ।"ପାଗଳ ନୁହେଁ ମୁଁ ହେଡ଼୍ ସାର ମୁଁ ପାଗଳନୁହେଁ । ଆଜି ତାଙ୍କୁ ମାରିଦେବି । ଏଭଳି ପୁଅ ମରିଯିବା ଭଲ । ଘରେ ସୃଷ୍ଟି କରିଛି ଭୀଷଣ ଗୋଳମାଳ । ଭାଇ ଭଉଣୀ ସମସ୍ତଙ୍କୁ ବାଡ଼ଉଛି । ସ୍କୁଲକଥା କହିଲେ ଲୁଚୁଛି । ପୁଣି ପିଲାଟି ଆଡ଼କୁ ନିର୍ଦ୍ଦେଶ କରି କହିଲେ,"ଦେଖନ୍ତୁ ସାର,ବହୁ କଷ୍ଟରେ ତାକୁ ବାନ୍ଧିକି ଆଣିଛି ଏହି ଦଉଡ଼ିରେ । ଆଉ ଏଇ ଠେଙ୍ଗା ଓ ବେଗୁନିଆ ଛଡ଼ି ଗୁଡ଼ିକ ତା ପିଠିରେ ସାରିବି । ବେଇମାନ କୁଳାଙ୍ଗର, ପୁଣି ନିସ୍ତୁକମାଡ଼ ।'ଶୁଣ ଶୁଣ', କହି ବାଡ଼ି ଛଡ଼େଇ ଆଣି ମଢୁଆଳ ସାର୍ କହିଲେ 'ତାର ଦୋଷ କ'ଣ କୁହ ।' କାନ୍ଦ କାନ୍ଦ ହୋଇ ନରିଦାସ କହିଲା,"ଦେଖନ୍ତୁ ସାର,ମୁଁ ଜଣେ ଭିକାରୀ । ଭିକ ମାଗି ଯାହା ଆଣେ ସେଥିରେ ସାତ ପରଣୀଙ୍କ ପେଟ ପୋଷେ । ଆଶା ଥିଲେ, ପୁଅ ମୋର ପାଠ ପଢିବ,ବଡ଼ ମଣିଷ ହେବ । ମୋର ଦୁଃଖ ଦୂରେଇ ଯିବ । କିନ୍ତୁ ସେ ଆଶା ପାଣି ଫୋଟକା ଭଳି ମିଳେଇ ଗଲା ସାର୍ ।"

"ବାଟ ଅଛି ନରି ଦାସ । ତୁମେ ଅସ୍ଥିର ହୁଅନା ।" ସମସ୍ତେ ଅବାକ ହୋଇ ଶୁଣୁଥାନ୍ତି ମଢୁଆଳ ସାର ଓ ନରିଦାସଙ୍କ କଥୋପକଥନ ଏବଂ ଚାହିଁ ଥାନ୍ତି ନିସ୍ତେଜ ହୋଇ ତଳେ ପଡ଼ିଥିବା ସାତବର୍ଷର ଶିଶୁ ଶ୍ୟ୍ୟମ ଦାସ ଆଡ଼କୁ ।

ନରିଦାସ ପୁଣି ବିକଳ କ୍ରନ୍ଦନ କରି କହି ଉଠିଲେ,"ବାଟ କୁହନ୍ତୁ ସାର,ମୋତେ ବଞ୍ଚାନ୍ତୁ,ଆପଣଙ୍କର ଧର୍ମ ହେବ ସାର" ମଢୁଆଳ ସାର କହିଲେ,"ହେଉ ତୁମେ ପ୍ରଥମେ ପିଲାଟିର ଦଉଡ଼ି ଖୋଲି ଦିଅ । ଠେଙ୍ଗା ଓ ଛଡ଼ି ଫୋପାଡ଼ି ଦିଅ ।" ପିଲାଟିକୁ ଆଉଁଶି ଦେଲେ ସେ । ହୃଦୟରେ ତାଙ୍କର କୋହ ଓ ଆଖିରେ ତାଙ୍କର ଲୁହ-ନିଜକୁ ସମ୍ଭାଳି ନେଇ କହିଲେ । "ଶ୍ୟାମ ତୁ ଏପରି ହେଉଛୁ କାହିଁକି ବାପ । ଦେଖ୍ ତୋର ବାପାଙ୍କ ଅବସ୍ଥା", ଏମିତି ବହୁତ ବୁଝାଇଲେ । ଧୂଳି ଝାଡ଼ି ଝୁଡ଼ି ଦେଲା । ମାଡ଼ର କ୍ଷତ ସ୍ଥାନରେ ଔଷଧ ଲାଇଦେଲେ । ତାଙ୍କୁ ଖାଇବାକୁ ଦେଲେ । ତାପରେ ତା ବାପାକୁ ବୁଝାଇ ଶୁଝାଇ ଘରକୁ ପଠାଇ ଦେଲେ । ନରି ଦାଶ ତାଙ୍କ ପିଲାର ଭବିଷ୍ୟତର ଆଶା ଭରସା ଧରି ଘରକୁ ଫେରିଲେ । ମଢୁଆଳ ସାରଙ୍କ ଆଦର ଯତ୍ନ ଓ ସ୍ନେହ ସୋହାଗରେ ଶ୍ୟାମ ମଣିଷ ହେଲା । ସେ ଏବେ ବଡ଼ ଚାକିରି କରିଛି । ତା ବାପାଙ୍କର ସ୍ୱପ୍ନ ସାକାର ହୋଇଛି ।

କେବଳ ଜଣେ ନୁହେଁ ।ଏମତି ବହୁ ଛାତ୍ରଙ୍କୁ ମଣିଷ କରିଛନ୍ତି ମଢୁଆଳ ବାବୁ । ବହୁ ପଥହରା ବିଦ୍ୟାର୍ଥୀଙ୍କୁ ପଥ ଦେଖାଇ ସେମାନଙ୍କ ଜୀବନରେ ସାଫଲ୍ୟ ଆଣିଦେଇଛନ୍ତି ।

ସେହି ଦରଦି ଛାତ୍ରପ୍ରାଣ ମଢୁଆଳସାରଙ୍କ ପୁରାନାମ ସୁରେନ୍ଦ୍ର ନାଥ ମଢୁଆଳ । ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ସବ୍-ଡ଼ିଭିଜନ କୁଆମରା ଗାଁରେ ତାଙ୍କର ଜନ୍ମ । ସେ ଜନ୍ମଗ୍ରହଣ କରନ୍ତି ୧୯୦୭ ମସିହା ମାର୍ଚ୍ଚ ୧ ତାରିଖରେ । ପିତା କୃଷ୍ଣଚନ୍ଦ୍ର ମଢୁଆଳ ଜଣେ ଆଦର୍ଶ ମଣିଷ ଓ ସେ ଅଞ୍ଚଳର ଜଣେ ଖ୍ୟାତିସମ୍ପନ୍ନ ତାଙ୍କର କୃଷକ ଦାଦା ପଦ୍ମଲୋଚନ ମଢୁଆଳ । ସେ ଜଣେ ଆଦର୍ଶ ପ୍ରାଥିମିକ ଶିକ୍ଷକ । ଶ୍ରୀ ଯୁକ୍ତ ମଢୁଆଳଙ୍କ ଉପରେ ତାଙ୍କ ପିତା ଓ କାକାଙ୍କ ପ୍ରଭାବ ପଡ଼ିଥିଲା ।

ମୟୁରଭଞ୍ଜ ଜିଲ୍ଲାର ଜୟପୁର ନିକଟସ୍ଥ ଅସ୍ତିଆ ଗାଁରେ ପ୍ରଥାମିକ ଶିକ୍ଷକ ଥିଲେ ତାଙ୍କ କଳା । ତାଙ୍କ ପାଖରେ ରହି ସେ ପ୍ରାଥମିକ ଶକ୍ଷା ସମାପ୍ତ କଲେ । ତାପରେ ସେ ବାରିପଦା ଏମ୍.କେ.ସି ହାଇସ୍କୁଲରେ ଅଧ୍ୟୟନ କଲେ । ପାରିବାରିକ ଅସୁବିଧା ହେତୁ ନବମ ଶ୍ରେଣୀ ପାସ କଲା ତାଙ୍କ ଛାତ୍ର ଜୀବନରେ ପୂର୍ଣ୍ଣ ଛେଦ ପଡ଼ିଲା । ପରିସ୍ଥିତିର ଚାପରେ ପଡ଼ି ବନ ବିଭାଗରେ ଚାକିରି ଏବଂ ପରେ କୁଳିଅଣା ତହସିଲ ଅଫିସ୍ ରେ କିରାଣୀ ଭାବେ ସେ ଚାକିରି କଲେ । ମାତ୍ର ଏ ସବୁ ଚାକିରି ତାଙ୍କୁ ଆନନ୍ଦ ଦେଇ ପାରିଲା ନାହିଁ । ପରିଶେଷରେ ଏ ସବୁ ଚାକିରି ଛାଡ଼ି ଶିକ୍ଷା ବିଭାଗରେ ଚାକିରି କଲେ ଶ୍ରୀ ଯୁକ୍ତ ମଢୁଆଳ । ବାରିପଦାର କ୍ଷେତ୍ର ମୋହନ ବିଦ୍ଯାମନ୍ଦିର ନାମକ ଏକ ପ୍ରାଥମିକ ବିଦ୍ଯାଳୟର ଉନ୍ନତରେ ସେ ମନ ପ୍ରାଣ ଢାଲି ଦେଇଥଲେ । ପ୍ରଥମେ ପାଞ୍ଚ ଛା ଜଣ ଛାତ୍ରଛାତ୍ରୀ ନେଇ ସେ ଆରମ୍ଭ କଲେ ଏହି ବିଦ୍ଯାଳ୍ୟ । ଏକ ଚାଟଶାଳୀ ରୂପେ ଜନ୍ମ ଲାଭକରିଥିବା ଏହି ଶିଶୁ ଅନୁଷ୍ଠାନର କଲେବର ବଡଢ଼ିବାକୁ ଲାଗିଲା ଛାତ୍ର ସଂଖ୍ଯା ବଢିଲେ । ଶିକ୍ଷଙ୍କ ସଂଖ୍ଯା ମଧ୍ଯ ବଢ଼ିଲେ ।ଲୋକମାନଙ୍କୁ ସଜାଗକରି ଏହି ବିଦ୍ଯାଳ୍ୟ ପାଇଁ ସରକାରୀ ସାହାଯ୍ଯ ଓ ଅନ୍ଯାନ୍ଯ କଲ୍ଯାଣରେ ଯୋଜନାରେ ସେ ଲାଗିପଡିଲେ । ସେହିଠାରୁ ସେ ଶିକ୍ଷକ ଭାବରେ ବାରିପଦାର ଗୁରୁତାଲିମ୍ ବାଦ୍ଯାଳ୍ୟ ( E.T school) କୁ ଗଲେ ତାଲିମ ପାଇଁ । ସେ ୧୯୩୯ ମସିହାରେ ଇ,ଟି, ପାସ୍ କରିବା ମାତ୍ରେ ଇ,ଟି, ସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କ ଉପରେ ପ୍ରୀତ ହୋଇ ତାଙ୍କୁ ଅତିରିକ୍ତ ପ୍ରଧାନ ଶିକ୍ଷକ ରୂପେ ନିଯୁକ୍ତି ଦାନ କଲେ ।

ସେ ତାଙ୍କ ଶିକ୍ଷକ ଜୀବନର ପ୍ରାୟ ୩୯ ବର୍ଷ ମଧ୍ଯରୁ ବାରିପଦା ସହରରେ ପ୍ରାୟ ୨୪ ବର୍ଷ ଓ ଅବଶିଷ୍ଟକାଳ ବାରିପଦା ନିକଟସ୍ତରେ ବିଦ୍ଯାଳ୍ୟ କାର୍ଯ୍ଯକରିଛନ୍ତି । ମ୍ୟୂରଭଞ୍ଜ ମହାରାଜାଙ୍କ ରାଜତ୍ୱକାଳରେ ସେ ପ୍ରଧାନ ଶିକ୍ଷକ ଭାବରେ ପ୍ରଶଂସା ଓ ପ୍ରୀତିଭାଜନ ହୋଇଛନ୍ତି । ସେ ମହାରଣା ତକତକୁମାରୀ ମି,ଇ, ବିଦ୍ଯାଳ୍ୟରେ ମଧ୍ଯ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ଯ କରିବାର ସଔଭାଗ୍ଯ ଲାଭ କରିଛନ୍ତି ।


ସେ ଅତ୍ଯନ୍ତ ସ୍ନେହୀ ଛାତ୍ର, ବସ୍ଚଳ , ଜ୍ଞାନ ଲିପ୍ସୁ , ଗୁଣଗ୍ରାହୀ ଓ ପରୋପକାରୀ ଶିକ୍ଷକ ରୂପେ ଆଦୃତ ହୋଇଥାନ୍ତି । ମ୍ୟୂରଭଞ୍ଜର ଏକ ସ୍ୱନାମଧନ୍ଯ କୃତୀ ଶିକ୍ଷକ ଭାବରେ ମ୍ୟୂରଭଞ୍ଜର ଶକ୍ଷାତ୍ରକୁ ସୁଜଳା ସୁଫଳା ଓ ଶସ୍ଯ ଶ୍ଯାମଳା କରିବାରେ ତାଙ୍କର ଅବଦାନ କମ୍ ନୁହେଁ । ଏହି ଆଦର୍ଶ ଶିକ୍ଷକ ଶ୍ରୀଯୁକ୍ତ ମଢୁଆଳ ଅବ ସର ଗ୍ରହଣ କରନ୍ତି ୧୯୭୧ ମସିହାରେ ।ତାଙ୍କର ଅନୁପମ ଶିକ୍ଷାଦାନ କଔଶଳ, ଆଦର୍ଶ ଚରିତ୍ରବତ୍ତା ଓଛାତ୍ରବସ୍ୱ୍ୱ୍ୱ୍ୱଳତା ପାଇଁ ସେ ଅଦ୍ଯାବଧି ଛାତ୍ରମହଲରେ ଭକ୍ତି ଓ ପ୍ରିତିଭାଜନ ହଔଇଥାନ୍ତି । ତାଙ୍କ ଜୀବନର ଏକ ସ୍ମରଣୀୟ ଘଟଣା  :

ଦିଙ୍କ କଥା । ପୁଅ ସନ୍ତୋଷ ଓ ସେ ଦୁହେଁ ବସି ଗପ ସପ ହେଉଥାନ୍ତି । ବସନ୍ତ ଋତୁ ,ସମୟ ୍ରାୟ ୫ ଟା । ଆଗରେ ଫୁଲ ବଗିଚା । ମଲ୍ଲୀ ମାଲତୀ ଫୁଲରେ ହସରେ ହସି ଉଠୁଛି ଛୋଟ ବଗିଚା । ଫୁଲର ବାସ୍ନାରେ ଆମୋଦିତ ହୋଇଉଠୁଉଛି ସମଗ୍ର ବାତାବରଣ ସୂର୍ଯ୍ଯଦେବ ଅସ୍ତାଚଳ ଶିଖରରେ ଶେଷରସ୍ମି ବିଞ୍ଚିଦେଇ ବିଦାୟ ନେଛନ୍ତି । ଏହି ସମୟରେ ଘର ଆଗରେ ଛିଡାହେଲା ହଲଦିଆ ରଙ୍ଗର ଏକ କର୍ । ରକ୍ତିମ ସୌର ରଶ୍ମିରେ ଚକି ଉଠୁଥାଏ କାରର ହରିଦ୍ରା ରଙ୍ଗର କଲେବର । ହଠାତ୍ ଜଣେ ଚପରାସି ଓହ୍ଲାଇ ପଡିଲେ କାର୍ ରୁ ପକାଇ ଏକ ହାଇଦା । ହାଇଦା ଉପରେ ଏକ ପିତଳ ଫଳକ । ସେଥିରୁ ସୂଚିତ ହେଉଥାଏ ସେ କଲେକ୍ଟରଙ୍କ ଚପରାସି ବୋଲି ।


ଚପରାସି ଜଣକ କାଳବିଲମ୍ବ  ନ କରି ପ୍ରଶ୍ନ କଲେ-  ଏଘରଟି କାହାର ?  ପୁଅ ସନ୍ତୋଷ ପ୍ରଶ୍ନ କଲେ ,  କାହାଙ୍କ ଘର ଖୋଜୁଛନ୍ତି ? କାହାଙ୍କୁ ଦରକାର  ?

ଚପରାସି କହିଲା, ମୁଁ ମଢୁଆଳ ମାଷ୍ଟରରଙ୍କ ଘର ଖୋଜୁଛି, ତାଙ୍କୁ ହିଁ ମୋର ଦରକାର । କଲେକ୍ଟର ଡକାଇଛନ୍ତି , ସଙ୍ଗେ ସଙ୍ଗେ ନେଇଜିବାକୁ କହିଛନ୍ତି । ଦେରିହେଲେ ମୋର ଅସୁବିଧା ହେବ ।


ମଢୁଆଳ ସାରଙ୍କ ମନରେ ଅଜଶ୍ର ପ୍ରଶ୍ନବାଚୀ । ସନ୍ତୋଷ ଓ ମଢୁଆଳ ବାବୁ ପଚାରିଲେ , ଅସମୟରେ ସେ କାହିଁକି ଖୋଜୁଛନ୍ତି , ଏତେ ଜରୁରୀ ଡାକି ପଠାଇଛନ୍ତି କାହିଁକି  ? ଆମେ ତ କିଛି ଦୋଷ କରି ନାହୁଁ ।

ଚପରାସି କହିଲା , ସେ କଥା ମୁଁ କହିପାଅରିବିନି ।ଆପଣଙ୍କ ଘର ପରା ଭଞ୍ଜପୁରରେ ଥିଲା ସେଠାରୁ ଖୋଜି ଖୋଜି ଖବର ନେଇ ଏଠାକୁ ଆସିଛି । ସାହେବ ମୋ ଉପରେ ଖପା ହେବେ । ଆସନ୍ତୁ, ଶିଘ୍ର ଆସି ଗାଡିରେ ବସନ୍ତୁ ।

ମଢୁଆଳ ସାର ଗଡିରେ ବସିଲେ । ପରିବାରର ସମସ୍ତ  ମୁଖରେ ବିଷାଦ ଓ ବିସ୍ମୟ ଚିହ୍ନ !! । କ'ଣ ପାଇଁ ଡକାଇଲେ ?  ମଢୁଆଳ  ସାରଙ୍କ ମନରେ  ମଧ୍ଯ ବିସ୍ମୟ ଓ କୌଯୁହଳ ବଢିବାରେ ଲାଗିଛି ।


ଗାଡି ପହଞ୍ଚିଲା ଯାଇ କଲେକ୍ଟର ଘର ଆଗରେ । ଜଣେ ସୁଦର୍ଶନ ଯୁବକ ଆସି ମଢୁଆଳ ବାବୁଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରି ପାଦଧୂଳି ନେଲେ ଏବଂ ହସି ହସି କହିଲେ , ମୋତେ ଚିହ୍ନି ପାରୁଛନ୍ତି ସାର୍ , ମୁଁ ଆପଣଙ୍କର ସେହି ସ୍ନେହର ଛାତ୍ର । ମୋ ବାପା ଏଠାରେ କଲେକ୍ଟର ଥିଲେ ଆପଣ ଥଲେ ମୋ ପ୍ରେରଣାର ଉତ୍ସ, ଆପଣଙ୍କ ସ୍ନେହଭରା କଥା ଏବେ ବି ମୋର ମନେପଡେ । ଆପଣ ମୋତେ ପଢାଇଲା ବେଲେ ପ୍ରେରଣା ଦେଇ କହୁଥିଲେ,ରତ୍ନାକର ମନ୍ଦେ ପାଠ ପଢ । ମୋର ଆଶୀର୍ବାଦ ରହିଛି । ତୁ ଭଲ ମଣିଷ ହେବୁ । ତୋ ବାପାଙ୍କ ପରି ଉଚ୍ଚପଦସ୍ଥ ହେବୁ ଆପଣଙ୍କ ପ୍ରେରଣା ଓଆଶୀର୍ବାଦକୁ ସମ୍ବଳ କେଇ ମୁଁ ଲକ୍ଷ୍ଯପଥରେ ଆଗେଇ ଆଜି ଆପଣଙ୍କ ସପ୍ନକୁ ରୂପ ଦେଇଛି । ମିଁ ପୁରୀର କଲେକ୍ଟର ରୂପେ ନିଯୁକ୍ତି ପାଇଛି । ବାପା କହିଲେ ,ଯେଉଁ ମଢୁଆଳ ସାରଙ୍କ ପ୍ରେରଣା ଓ ଆଶୀର୍ବାଦ ରେ ଉଚ୍ଚପଦବୀ ପାଇପାରିଛୁ, ତାଙ୍କୁ ଦେଖାକରି ତାଙ୍କ ଆଶୀର୍ବାଦ ନେଇକରି ଆସ ।' ବର୍ତ୍ତମାନ ମୟୂରଭଞ୍ଜର କଲେକ୍ଟର ମୋର ବନ୍ଧୁ। ତାଙ୍କ ଗାଡି ନେଇ ଡକାଇ ପଠାଇଲି । ଏହା କହି ଯୁବକ ଜଣକ ପୁଣି ପଦଧୂଲି ନେଲେ ମଢୁଆଳ ସାରଙ୍କର । ବୃଦ୍ଧ ମଢୁଆଳଙ୍କର ଆନନ୍ଦର ସୀମା ରହିଲା ନାହିଁ । ଆଖିରୁ ଝରିପଡ଼ିଲା ଦୁଇଟୋପା ଆନନ୍ଦାଶ୍ରୁ । ତା' ପରେ ତାଙ୍କୁ ଆଶୀର୍ବାଦ ପ୍ରଦାନ କରି କହିଲେ ,ରତ୍ନାକର, ମୁ ଆଶୀର୍ବାଦ କରୁଛି, ତୁ ଆହୁରି ବଡ ହେବୁ , ଆହୁରି ବଡ ମଣିଷ ହେବୁ। ଏହାପରେ ମଢୁଆଳ ବାବୁଙ୍କୁ ଯଥେଷ୍ଟ ଚର୍ଚ୍ଚାକରି ସେ ତାଙ୍କୁ ଛାଡିଦେଇ ଆସିଲେ ଏଲ୍ ,ଆଇ, ସି , କଲୋନୀ ବାସଭବନରେ । ମଢୁଆଳ ସାରଙ୍କ ପିବାରବର୍ଗ ସବୁକଥା ଶୁଣି ଆନନ୍ଦରେ ଓ ଉତ୍ଫୁଲ୍ଲୀତ ହେଲେ ।

ମଢୁଆଳ ସାର ଜୀବନରେ ପଦ -ପଦବୀ, ଧନ-ସମ୍ପଦ,ପ୍ରଶଂସା ଓ ପୁରସ୍କାର ପାଇଁ କେବେ ଆକାଂକ୍ଷିତ ହୋଇ ନାହାନ୍ତିଁ । ସେ ତାଙ୍କ ଆଦର୍ଶମୟ ଶିକ୍ଷକ ଜୀବନ ଓ ନିଜସ୍ୱ ପ୍ରତିଭା ପାଇଁ ସମସ୍ତଙ୍କର ପ୍ରୀତିଭାଜନ ହୋଇଛନ୍ତି । ତାଙ୍କ କବି ପ୍ରତିଭା ଉଲ୍ଲେଖଯୋଗ୍ଯ । ତାଙ୍କ କବ୍ଯ କବିତା ରଚନାରେ ମୁଗ୍ଧ ହୋଇ ଓଡ଼ିଶାର ବୟୋଜ୍ଯେଷ୍ଠ ଶିକ୍ଷାବିତ୍ ଓ ବିଶିଷ୍ଟ ସାହିତ୍ଯିକ ସମ୍ମାନାସ୍ପଦ ଶତ୍ରୁଘ୍ନନାଥ ତଥା ଅନ୍ଯାନ୍ଯ ଲବ୍ଧ ପ୍ରତିଷ୍ଠ ସାହିତ୍ଯିକ ତାଙ୍କୁ ଏକାଧିକ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । ବିଭିନ୍ନ ସମୟରେ ବହୁବିଧ ସାହିତ୍ଯ ପ୍ରତିଯୋଗିତାରେ ମଧ୍ଯ ସେ ପ୍ରଶଂସା ପତ୍ରମାନ ପ୍ରାପ୍ତ ହୋଇଛନ୍ତି ।


ଶ୍ରୀୟୁକ୍ତ ମଢୁଆଳଙ୍କର ପତ୍ନୀବିୟୋଗ  ଘଟେ ୧୯୭୧ ମସିହାରେ । ସେଥିରେ  ସେ ଭାଙ୍ଗିପଡି ନାହାନ୍ତି ।  ତାଙ୍କର ଭଗବତ୍ ପ୍ରେମ, କବି ପ୍ରତିଭା , ବିଦବତ୍ତା, ଶିକ୍ଷାନୁରାଗ ତାଙ୍କୁ ଅସୀମ ଧୈର୍ଯ୍ଯ , ସାହସ ଓ ଅଫୁରନ୍ତ ଆନନ୍ଦ ପ୍ରଦାନ କରିଛି ।


ତାଙ୍କର ଜନେ ପୁତ୍ର ଓ ତିନିଜଣ କନ୍ଯା । ବର୍ତ୍ତମାନ ସେ ବାରିପଦାର ଏଲ,ଆଇ,ସି, କଲୋନୀରେ ଅବସ୍ଥାନ କରୁଛନ୍ତି । ଅବସର ପରେ ଶିକ୍ଷା-ସାହିତ୍ଯ ସାଧନା ତାଙ୍କର ପରମବ୍ରତ ହୋଇଛି , ଶିକ୍ଷାଦର୍ଶନ , ମନୋବିଜ୍ଞାନ ତଥା ମାନବ ଜୀବନରେ ଗୂଢ଼ତମ ରହସ୍ଯ , ପ୍ରକୃତି-ପ୍ରେମ,ଆଧ୍ଯାତ୍ମିକତା ,ନୈତିକତା ଆଦି ଭାବଧାରା ଉପରେ ତାଙ୍କ କବି ପ୍ରତିଭା ବିକଶିତ 'ବସନ୍ତ ଭାବନା' , କୋଣାର୍କ ', କୃଷ୍ଣଜନ୍ମ ', 'ଭଞ୍ଜଲକ୍ଷ୍ମୀ ଜଲାଙ୍ଗୀ ', ପୀୟୁଷ ନର୍ଝର ', 'ଦସ୍ଯୁରୁ ମହର୍ଷି', 'ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ' ଆଦି ଖଣ୍ଡକାବ୍ଯ ଶ୍ରୀଯୁକ୍ତ ମଢୁଆଳଙ୍କର ସୃଷ୍ଟିକ୍ଷମ କାବ୍ଯିକ ପ୍ରତିଭା ବହନ କରେ ।


ମାତ୍ର ବଣମଲ୍ଲୀ ବଣରେ ମଉଳି ଗଲା ଭଳି ଶ୍ରୀଯକ୍ତ ମଢୁଆଳଙ୍କର କବିପ୍ରତିଭା ଲୋକ ଲୋଚଙ୍କୁ ଆସିପାରି ନାହିଁ । କିନ୍ତୁ ତାଙ୍କ କବିତ୍ୱ ସୁରଭି ଏ ଅଞ୍ଚଳକୁ ସୁରଭିତ ଓ ଆମୋଦିତ କରିଛି । ମଢୁଆଳ ସାରଙ୍କ ଭଳି ଜଣେ ସ୍ୱନାମଧନ୍ଯ , ଛାତ୍ରବସ୍ଚଳ ,ମାନବବାଦୀ ଆଦର୍ଶ ଶିକ୍ଷକ ଓ ସୁଲେଖକଙ୍କ ପ୍ରତିଭା ସୁରଭି ମାନବ ସମାଜକୁ ଆମୋଦିତ କରୁଥିବ । ହୋଇଥିଲା । ଔଷଧ ଆଣିବାକୁ ସେ ଆନନ୍ଦ ପୁର ଡାକ୍ତରଖାନାକୁନାକୁ ଯାଇଥିଲା । ସେଠାରେ ତାର ଜଣେ ଶୁଭକାଂକ୍ଷୀ ଗୋପାଳବ ବାବୁଙ୍କ ଷ ସାକ୍ଷାତ ହେଲା । ଗୋପାଳ ବାବୁ ତାକ୍ୟୁ ପଚାରିଲେ, କିରେ,କେଉଁଠି ପଢିବୁ ବୋଲି ଭାବିଛୁ। ପିଲାଟି ତାଙ୍କୁ କହିଲା -ଆଜ୍ଞା,ମାଇନର ସିନା ପସ୍ କରିଗଲି, ହେଲେ ହାଇସ୍କୁଲରେ ପଢିବାକୁ ମୋ ପଖରେ ସମ୍ବଳ କାହିଁ ? ସେତେବେଳେ ସମଗ୍ର ଜିଲ୍ଲାରେ କେନ୍ଦୁଝର ଗଡ଼ଠାରେ ଗୋଟିଏ ମାତ୍ର ହାଇସ୍କୁଲ ଥିଲା । ଯୋଗକୁ କେନ୍ଦୁଝର ଗଡ଼ ହାଇସ୍କୁର ପ୍ରଧାନଶିକ୍ଷକ ଆନନ୍ଦପୁର ଆସିଥାନ୍ତି । ଗୋରା ତକ ତକ ଚେହେରା ,ଡ଼େଙ୍ଗା , ହୃଷ୍ଟପୃଷ୍ଟ, ନାକ ତଳକୁ ପ୍ରଜାପତିଆ ନିଶ । ଦେଖିଲେ ଛାତିରେ ଛନକା ପଶିଯିବ । ଗୋପାଳବାବୁଙ୍କଠାରୁ ପିଲାଟିରୁ ପରିଚୟ ଜାଣି ସେ ତାକୁ ପାଚାରିଲେ ତୁ ସ୍କୁଲରେ ଆଡମିସନ ନେଲୁନି କାହିଁକି ? ମୁଁ ତୋ ପାଇଁ ସିଟଟିଏ ରିର୍ଜଭ କରି ରଖିଛି । ପିଲାଟି ତାଙ୍କୁ ସବୁ କଥା କହିଲା । ସେ ସବୁ ଶୁଣି ସାରି କହିଲେ , ଚିନ୍ତା କରିବାର କିଛି ନାହିଁ । ତୁ ମୋ ଘରେ ରହି ପାଠ ପଢିବୁ । ଡ଼େରି ନ କରି ଶିଘ୍ର ଚାଲିଆ । ପରବର୍ତ୍ତି କାଳରେ ପିଲାଟି ପାଠପଢି ଜଣେ ହାକିମ ହେଲା । ସେହି ହୃଦୟବାନ ପ୍ରଧାନଶିକ୍ଷକ ଜଣକ କିଏ ଜାଣନ୍ତି ? ସେ ହେଉଛନ୍ତି ଆମ ଦେଶର ଜଣେ ସ୍ମରଣୀୟ ଶିକ୍ଷକ ସ୍ୱର୍ଗତ ଭାବଗ୍ରାହି ମହାନ୍ତି ।


୧୯୦୧ ମସିହାରେ ଭାବଗ୍ରହି ମହାନ୍ତି କଟକ ଜିଲ୍ଲାର ତିର୍ତ୍ତୋଲ ଥାନାର କଣ୍ଟାପଡ଼ା ଗ୍ରାମରେ ଜମ୍ମ ଗ୍ରହଣ କରିଥିଲେ । ୧୯୧୫ ମସିହାରେ କନକପୁର ମାଇନର ସ୍କୁଲରୁ ମାଇନର ପାସ କରିବା ପରେ ପ୍ଯାରିମୋହ୍ନ ଏକାଡମୀରୁ ୧୯୨୦ ମସିହାରେ ମାଟ୍ରୀକ୍ ଓ ରେଭେନ୍ସା କଲେଜରୁ ୧୯୨୨ ମସିହାରେ ଆଇ,ଏ ପାସ କଲେ । କନକପୁର ମାଇନର ସ୍କୁଲର ପ୍ରଧାନ ଶିକ୍ଷକ ରୂପେ ସେ ଅବସ୍ଥାପିତ ହୋଇଥିଲେ । ସେଠାରେ ସେ ଦୁଇ ବର୍ଷ ଚାକିରୀ କରିବାପରେ ପଢିବା ପାଇଁ କଟକଗଲେ । ସେଠାରୁ ସେ ପାସ୍ କରି ଆନନ୍ଦପୁରଠାରେ ସ୍କୁଲ ସବ୍ଇନ୍ସ୍ପେକ୍ଟର ଚାକିରୀ କରିଥିଲେ । ଚାକିରୀ କରି ମଧ୍ଯ ତାଙ୍କର ଜ୍ଞାନଲିପ୍ସା ପ୍ରଶମିତ ହୋଇନଥିଲା । ତେଣୁ ପାଠପଢି ଘରୋଇ ଭାବେ ରେଭେନ୍ସା କଲେଜରୁ ବି,ଏ , ଓ କଲିକତାରୁ ସେ ଓଡ଼ିଆରେ ଏମ,ଏ ପାସ୍ କରିଥିଲେ ୧୯୩୪ ମସିହାରେ କେନ୍ଦୁଝରଗଡ଼ରେ ହାଇସ୍କୁଲ ପ୍ରତିଷ୍ଟିତ ହୋଇଥିଲା । ଭାବଗ୍ରାହି ଭାବୁଥିଲେ ଏହି ସ୍କୁଲର ପ୍ରଧାନ ଶିକ୍ଷକ । ୧୯୩୪ ମସିହାରୁ ୧୯୪୬ ମସିହା ପର୍ଯ୍ଯନ୍ତ ଦୀର୍ଘ ବାରବର୍ଷକାଳ ସେ ଏହି ହାଇସ୍କୁଲରେ ପ୍ରଧାନ ଶିକ୍ଷକ ରୂପେ ଅବସ୍ଥାପିତ ହୋଇଥିଲେ ।

ସେ ଥିଲେ ଖୁବ୍ ସମୟାନୁବର୍ତ୍ତୀ । ତାଙ୍କର ଶୃଙ୍ଖଳାଜ୍ଞାନ ମଧ୍ଯ ଥିଲା ଖୁବ୍ ଅଧିକ । ଠିକ୍ ସମୟରେ ସେ ସ୍କୁଲକୁ ଆସୁଥିଲେ । ସବୁକାମ ନିୟମାନୁଯାୟୀ ହେଉଥିଲା । ନିୟମରୁ ଟିକିଏ ଏପଟ ସେପଟ ହେବାର ଉପାୟ ନ ଥିଲା । ପ୍ରାର୍ଥନା ସଭାରେ ପିଲାମାନଙ୍କର ପୋଷାକ ପରିଚ୍ଛଦ ପରିଷ୍କାର ଅଛି କି ନାହିଁ ତାହା ଦେଖାଯାଉଥିଲା ।ପିଲାମାନେ ନଖକାଟୁଛନ୍ତି କି ନାହିଁ, ଭଲଭାବେ ଦାନ୍ତ ଘଷୁଛନ୍ତି କି ନାହିଁ, ତାହା ତଦାରଖ କରାଯାଉଥିଲା । ପଢାବେଳେ ପଢା , ଖେଳ ବେଳେ ଖେଳ । ଖେଳକୁଦରେ ମାତି ପିଲାମାନେ ଯେପରି ପାଠ ପଢା ପ୍ର ତି ଅବହେଲା ନ କରନ୍ତି, ସେଥିପ୍ରତି ସବୁବେଳେ ସେ ସଜାଗ ଦୃଷ୍ଟି ରଖିଥିଲେ ।

ଥରେ ସ୍କୁଲର ପିଳମାନେ ଖେଲା ଖେଲି କରୁଥାନ୍ତି , ସଙ୍ଜ ହେଲା । ହଷ୍ଟେଲରେ ପ୍ରାର୍ଥନା ଘଣ୍ଟା ବାଜିଲା । ପିଲାମନେ ଖେଲକୁଦ ଛଡି ହଷ୍ଟେଲକୁ ଗଲେ । ଛାତ୍ରମାନେ ମଧ୍ଯ ଯେଝା ଘରକୁ ଚାଲିଗଲେ । ଡ଼ିଆଁ ଡେଇଁ ପାଇଁ ସ୍ଥାନ ନିର୍ଦ୍ଦାରିତ (jumping pit ) ଥାଏ ପଡିଆରେ କିଛି ଦୂରରେ । ଘଣ୍ଟା ବାଜିବା ସତ୍ତେ୍ୱ କେତେଜଣ ଅଭ୍ଯସ କରୁଥାନ୍ତି । ସେମାନଙ୍କ ଭିତରୁ ଜଣେ ଦେଖିଦେଲା , ହେଡମାଷ୍ଟ୍ରେ ଆସୁଛନ୍ତି ।ଆରେ ବପ୍ରେ ମଣିଷ ନୁହଁନ୍ତି ତ ବାଘ । ସେମାନେ ପଡ଼ିଆ ଛାଡ଼ି ଚାଲିଗଲେ । କିନ୍ତୁ ପିଲାଟିଏ ବୋଧେ ଏକଥା ଜାଣିପାରିଲା ନାହିଁ । ସେ ଅଭ୍ଯସ ଜାରି ରଖିଥାଏ । ହେଡମାଷ୍ଟ୍ରେ ତାକୁ ଧରି ଢୋ କରି ତା ଗାଲରେ ଚାପୁଡାଟାଏ କଷି ଦେଲେ । ଅବଶ୍ଯ ପିଲାଟି ଥିଲା ଜଣେ ଭଲ ଖେଳାଳୀ । ଖେଳାଳୀ ହେଲା ବୋଲି କ'ଣ ଖେଳରେ ମାତିଥିବ । ପଢ଼ାପଢ଼ି କରିବନି । ସେଇ ଚାପୁଡାରେ ତାର ଜୀବନର ଗତି ବଦଳିଗଲା । ପରବର୍ତ୍ତୀ କାଳରେ ସେ ଜଣେ ଖେଳଶିକ୍ଷକ ରୂପେ ସେଇ ସ୍କୁଲରେ ଅବସ୍ଥାପିତ ହୋଇଥିଲା ।

ଶ୍ରୀୟୁକ୍ତ ମହାନ୍ତି ପ୍ରଧାନ ଶିକ୍ଷକ ଥିବାବେଳେ ବିଦ୍ଯାଳୟର ଛାତ୍ରମାନଙ୍କ ପୂର୍ଣ୍ଣ ବିକାଶ ପାଇଁ ଯଥେଷ୍ଟ ସଚେତନ ଥିଲେ । ପିଲାଙ୍କମନରେ ସାହିତ୍ଯାନୁରାଗ ସୃଷ୍ଟି କରିବା ପାଇଁ ସେ ସମୟରେ ପ୍ରତେକ ଶ୍ରେଣୀରୁ ମାସିକ ହାତଲେଖା ପ୍ରତ୍ରିକାମାନ ପ୍ରକାଶ ପାଉଥିଲା ଦେଶ ଖବର ଜଣାଇବା ପାଇଁ ପ୍ରତି ଶ୍ରେଣୀରେ ସାପ୍ତାହିକ ସମ୍ବାଦ ବୁଲେଟିନ (news bulletin ) ମାନ ପ୍ରକାଶ ପାଇବା ସହ ପ୍ରତି ଶ୍ରେଣୀରେ ଶ୍ରେଣୀ ଲାଇବ୍ରେରୀମାନ ସ୍ଥାପିତ ହୋଇଥିଲା । କ୍ଲାସ ମନିଟର୍ ଏହି ଲାଇବ୍ରେରୀ ଦାଇତ୍ବରେ ରହୁଥିବା ବେଲେ ଜଣେ ଶସକ୍ଷକ ସ୍କୁଲ ଲାଇବ୍ରେରୀର ପରିଚାଳନା କରୁଥିଲେ । ପ୍ରତ୍ଯେକ ଶ୍ରେଣୀରେ ଥିଲା ଡିବେଟିଂ ସୋସାଇଟି ।

ପ୍ରତ୍ଯେକ ଶନିବାର ତର୍କପ୍ରତିଯୋଗିତା ଅନୁଷ୍ଟିତ ହେଉଥିଲା ବିଦ୍ଯାଳୟ ପରିସରରେ ଏକ ସଂଗ୍ରହାଳୟ ( museum ) ପ୍ରତିଷ୍ଟା କରି ସେଥିରେ ବିଭିନ୍ନ ଦୁର୍ଲଭ ପଥର ,କାଠ ଗୁଲ୍ଲାଦିକୁ ସେ ସ୍ଥାନ ଦେଉଥିଲେ । ଏହା ଛାତ୍ରମାନଙ୍କ ଜ୍ଞାନତୃଷ୍ଣାକ୍କୁ କେଟେକାଂଶରେ ପ୍ରଶମିତ କରୁଥଲା । ଏହାଛଡ଼ା ସେ ମଣିଷ ଗଢିବାର ଅଭୀପ୍ସା ନେଇ ଛାତ୍ରମାନଙ୍କୁ ହାତକାମ ବଡ଼େଇ, କାମ ଓ ଦରଜି କାମ ଶଖାଇବାର ସୁବ୍ଯବସ୍ଥା କରିଥିଲେ । ହାତ କାମରେ ପିଲାମାନଙ୍କର ଛତା ମରାମତି , ଠୁଙ୍ଗା ଓ ଲଫପା ତିଆରି ଆଦି ଶିକ୍ଷା କରୁଥଲେ । ପିଲାମାନେ ଜ୍ଞାନ ଆହରଣ ପାଇଁ ପୁ୍ସ୍ତକଗତ ବିଦ୍ଯାଯେ ଆଦୌ ପର୍ୟ୍ଯାପ୍ତ ନୁହେଁ , ଅନଭୂତି ହିଁ ମଣିଷକୁ ପରିପକ୍କତା ଅଣି ଦେଇଥାଏ , ଏଥି ପାଇଁ ତେଣୁ ସେ ପିଲାମାନଙ୍କୁ ନେଇ ସେ ଶିକ୍ଷା ମୂଳକ ଭ୍ରମଣ ( excursion ) ର ବ୍ଯବସ୍ଥା କରିଥିଲେ । ଏହାଛଡ଼ା ପିଲା ମାନଙ୍କ ମଧ୍ଯରରେ ସେବା ଭାବର ବିକାଶ ପାଇଁ ସେ ସ୍କୁଲରେ ସ୍କାଉଟ୍ ଶିକ୍ଷାର ପ୍ରଚଳନ କରିଥିଲେ ।

ଶ୍ରୀୟୁକ୍ତ ମହାନ୍ତି ପିଲାଙ୍କ ପାଠପଢା ପ୍ରତି କେବଳ ଧ୍ଯନ ଦେଉନଥିଲେ । ସେ ଚାହୁଁଥିଲେ ତାଙ୍କ ପିଲାମାନେ ପାଠପଢା ଓ ଖେଳକୁଦ ସହ ନାଚଗୀତରେ ମଧ୍ଯ ପାରଙ୍ଗମ ହୁଅନ୍ତୁ । ତେଣୁ ହାଇସ୍କୁଲ ପରିସରରେ ପ୍ରତିବର୍ଷ ନାତକ ଅଭିନୟ ଓ କୌତୁକ ପୋଷାକ ( fancy Dress ) ପ୍ରତିଯୋଗିତା ଅନୁଷ୍ଟିତ ହେଉଥିଲା । ଦ୍ବିଜେନ୍ଦ୍ରଲାଲ ମାତ୍ରଙ୍କ ଚନ୍ଦ୍ରଗୁପ୍ତ ନାଟକର ଓଡ଼ିଆ ଅନୁବାଦ ତଥା ଫକୀର ମୋହନଙ୍କ ମାମୁଁ ଉପନ୍ଯାସର ନାଟ୍ଯ ରୂପ ପ୍ରସ୍ତୁତି କରାଇ ସେ ଏହାକୁ ଅଭିନୀତ କରାଥିଲେ । ଯେ ଯେଉଁ କାମ କରୁଥିଲେ , ତାକୁ ଖୁବ୍ ନିଖୁଣ ଭାବରେ ସମ୍ପାଦନ କରୁଥିଲେ । ହାଇସ୍କୁଲକୁ ଡ୍ରାମା ଦେଖିବାକୁ ଥରେ ମହାରାଜା ବଲଭଦ୍ର ନାରାୟଣ ଭଞ୍ଜ ଦେବ ଆସିଥାନ୍ତି । ସେ ସମୟରେ ଦ୍ବିତୀୟ ବିଶ୍ବ୍ୟୁଦ୍ଧ ଆରମ୍ଭ ହିଓଇଯାଇଥାଏ ନାଟକରେ ଯୁଦ୍ଧର ଦୃଶ୍ଯ ପରିବେଷଣ କରାଯିବାର ଥାଏ । ଚର୍ଚ୍ଚ ଲାଇଟର ଆଲୋକରେ ଘୁଁ ଘୁଁ ଶଦ୍ଦ କରି ମଞ୍ଚ ଉପରେ ଉଡ଼ାଜାହାଜଟିଏ ଉଢ଼ିଯିବାର ଦେଖାଗଲା । ଉଡ଼ାଜାହାଜ ଦେଖି ସୈନିକବେଶୀ ଛାତ୍ରମାନେ ଲୁଚି ପଡ଼ିଲେ । ଉଡ଼ାଜାହାଜଟି ବୋମା ପକାଇଲା ।

ଢାଏ ଢାଏ ଢାଏ ।ବାସ୍ତବରେ ନାଟକରେ ଦୃଶ୍ଯଟି ଥିଲା ଖୁବ୍ ପ୍ରାଣବନ୍ତ । ଦୃଶ୍ଯରେ ପ୍ରାଣଭରି ଦେବା ପାଇଁ ବାଉଁଶ ପାତିଆରେ ଉଡାଜାହାଜ ତିଆରି ହୋଇଥିଲା । ମଞ୍ଚ ଉପରେ ତାର ଟଣାଯାଇ ଉଡାଜାହାଜକୁ ମଞ୍ଚର ଏ ପଖରୁ ସେପାଖକୁ ନିଆଜାଉଥିଲା । ସାରକେଲ ଚକରେ ଡ଼ବା ବାନ୍ଧି ଘୁଁ ଘୁଁ ଶଦ୍ଦ ସୃଷ୍ଟି କରାଯିବା ସହ ବାଣ ଫୁଟାଇ ବୋମା ବର୍ଷଣର ପରିବେଶ ସୃଷ୍ଟି କରାଯାଉଥିଲା । ଉପରୋକ୍ତ ଉଦାହରଣରୁ ଶ୍ରୀ ମହାନ୍ତି କିପରି ପ୍ରତ୍ଯେକ କାମକୁ ନିପୁଣ ଭାବରେ ସମ୍ପାଦନ କରିବାକୁ ଯତ୍ନଶୀଳ ଥିଲେ, ତାହା ଜଣାଯାଏ ।

ଶ୍ରୀ ଯୁକ୍ତ ମହାନ୍ତି ଥିଲେ ଜଣେ ସୁସାହିତ୍ଯିକ । ସେ ଶିକ୍ଷକତା କଲାବେଳକୁ ପାଠ୍ଯ ପୁସ୍ତକରେ ଘୋର ଅଭାବ ଅନୁଭୂତ ହେଇଥିଲା । ଏହି ପୂରଣ ପାଇଁ ସେ ଯତ୍ନଶୀଳ ହୋଇ ରଚନା କଲେ ' ପାଠ ମଞ୍ଜରୀ ' 'ପାଠପ୍ରସୂନ ' ଓ ' ମୋ ବହି ' । ଏହା ପ୍ରାଥମିକ ବିଦ୍ଯାଳୟର ପାଥ୍ଯ ପୁସ୍ତକ ରୂପେ ଗୃହୀତ ହୋଇଥିଲା । ପ୍ରଥମ ଶ୍ରେଣୀର ପିଲାଙ୍କ ପାଇଁ ସେ ରଚନା କରିଥିଲେ 'ପାଠ ମଞ୍ଜରୀ ' ଏହାର ସରଳ ଭାଷା ଥିଲା କୋମଳ ମତି ପିଲାଙ୍କ ପାଇଁ ଖୁବ୍ ଉପ୍ୟୋଗୀ ।ଉଦାହରଣ ସ୍ବରୁପ : ଯାହା ଚାରିଆଡ଼େ ଦେଖାଇ ମୁହିଁ ସବୁ କରିଛନ୍ତି ଜଗତ ସାଇଁ ରଙ୍ଗଣୀ ମନ୍ଦାର ଗୋଲାପ ଫୁଲ

ଫୁଟୁଛନ୍ତି ମାନି ତାଙ୍କରି  ବୋଲ ।


ଛୋଟ ପିଲାଙ୍କୁ ଗମ୍ଭୀର ପରିବେଶ ସେଭଲି ପ୍ରୀତିକର ମନେହୁଏ ନାହିଁ । ତେଣୁ ସେ ସେମାନଙ୍କୁ ଗମ୍ଭୀର ପରିବେଶ ମଧ୍ଯକୁ ଓଟାରି ନ ନେଇ ସେମାନଙ୍କ ମନୋରଞ୍ଜନ ଯାହା ଯତ୍ନଶୀଳ ହୋଇଥିଲେ । ତେଣୁ ସେ ଲେଖିଥିଲେ :‌‌‌‌-


ଚାରି ଚକିଆ ଗାଡ଼ିଟି ମୋର ଚାଲେ ପବନ ପରି ଆସରେ ପିଲେ ଚଢିବ ଯେବେ ମଉଜ ହେବ ଭାରି । ଦନେଇ ଭାଇ ଆଗରୁ ଯେବେ ଓଟାରି ଦିଏ ଥରେ, ପବନ ପରି ଯାଏ ସେ ଗଡ଼ି ନ ରହି କେଉଁଠାରେ ।


ପିଲାଟି ଖେଲିବାକୁ ଖୁବ୍ ଭଲ ପାଏ ପାଠପରି ଖେଳର ମଧ୍ଯ ଆବଶ୍ଯକତା ରହିଛି । ତେଣୁ ସେ ପିଲାଙ୍କ ପାଇଁ ଖେଳଗିତ ରଚନା କରିଥିଲେ । ଖେଳଗିତ ମାଧ୍ଯମରେ ସେ ପିଲାଙ୍କୁ ବିଭିନ୍ନ ଖେଳ ଧିତ ପରିଚିତ କରାଇବା ଷ ଖେଳ ପ୍ରତି ସେମାନଙ୍କର ଅଗ୍ରହ ବୃଦ୍ଧି ପାଇଁ ସେ ଯତ୍ନଶୀଳ ହୋଇଥିଲେ । ଶିକ୍ଷକ ଭାବରେ ସେ ହାଇସ୍କୁଲରେ ଫୁଟବଲ, ଭଲିବଲ, ବାସ୍କେଟବଲ ଓ ବ୍ଯାଡ଼ମିଣ୍ଟନ ଅଦି ଖେଳର ପ୍ରଚଳନ କରାଇଥିଲେ ।ପିଲାମାନଙ୍କୁ ଭୀମ, ଅର୍ଜୁନ , କର୍ଣ ଓ ଦ୍ରୋଣ ଆଦି ବିଭିନ୍ନ ଦଳରେ ଭାଗକରି ଖେଲାଉ ଥିଲେ । ଖେଳ ଆରମ୍ଭରେ ଓ ଖେଳପରେ ଉପସ୍ଥାନ ନିଆ ହେଉଥିଲା , ତାଞ୍କ ମତ ଥିଲା ସାଧୁତାର ଦୃଢ ଭିତ୍ତି ଉପରେ ଜୀବନର ସୌଧ ପଢା ହେବା ଉଚିତ । ପାଠ ହେଉ କି ଖେଳ , ସବୁଠାରେ ସତ୍ ପନ୍ଥା ଅନୁସୃତ ହେବା ବିଧେୟ , ତେଣୁ ସେ କୁହନ୍ତି :ଆସ ହେ ସଙ୍ଗାତ ମିତ ଖଳିବା ଯାଇ ତୂରିତ । ଦଉଡ଼ା ଦଉଡ଼ି ଖେଳ ଯାର ମେଳ ଖେଳ ଗୋଳାଏ ଯେ ପିଲା ମିଛ କୁହା କରେ ତାକୁ ଛରଖାର ।'

ସେ ପିଲାମାନଙ୍କ ପାଇଁ କେବଳ ପଦ୍ଯ ରଚନା କରି ନ ଥିଲେ । ତାଙ୍କର ଶିଶୁପାଠ୍ଯରେ 'ସିଂହ ପୋଡ଼ି ' ପୁଁଶ ହେଲା ଓ 'ଦରଜି ପିଲାର ସାହାସ ' ଭଳି ଭୁତ ମନଲାଖି ଓ ଶକ୍ଷାପ୍ରଦ ଗଳ୍ପ ସଂଯୋଜିତ ହୋଇଥିଲା ।ଏହାଛଡ଼ା ପିଲାଙ୍କ ଜ୍ଞାନର ପରିସର ବୃଦ୍ଧ କରୋବାକୁ ସେ ଐତିହାସିକ ଗଳ୍ପ ତଥା ଭ୍ରମଣ କାହାଣୀ ମଧ୍ଯ ରଚନା କରିଥିଲେ ।


ସେ କେବଳ ଜଣେ ଶିଶୁ ସାହିତ୍ଯିକ ନ ଥିଲେ ସେ ମଧ୍ଯ ଥିଲେ ଜଣେ ଦକ୍ଷ ସମ୍ପାଦକ । ତାଙ୍କର ବଳିଷ୍ଠ ଦମ୍ପାଦନାରେ କେନ୍ଦୁଝର ଗଡ଼ର 'ବଳଭଦ୍ର ସାହିତ୍ଯ ସଂସଦ' ର ମୁଖପତ୍ର 'ବନବୀଣା ' ଆମ୍ତପ୍ରକାଶ କରୁଥିଲା । ଏହି 'ବନବୀଣା ହିଁ ହୋଇ ଉଠିଥିଲା ଭୁ ସାହିତ୍ଯ ସାଧକଙ୍କ ସାରସ୍ବତ ଏନ୍ତୁଡ଼ିଶାଳା ।

ଯଥାର୍ଥରେ ସେ ଶ୍ରୀଯୁକ୍ତ ମହାନ୍ତି ଥିଲେ ଜଣେ ମଣିଷଗଢା କାରିଗର । ତାଙ୍କର କଠୋର ବ୍ଯବହାର ମଧ୍ଯରେ ଛାତ୍ର ସମାଜ ପାଇଁ ଭରି ରହିଥିଲା ଅପରିସୀମା ମମତା । ସେ ଭୁ ପିଲାଙ୍କୁ ନିଜ ହାତରେ ଗଢିଛନ୍ତି । ସେମାନଙ୍କ ମଧ୍ଯରୁ ଆନେକ ଆଜି ବିଭିନ୍ନ କ୍ଷେତ୍ରରେ ସୁପ୍ରତିଷ୍ଠିତ । ସେ ଚାରୋଟି ପୁତ୍ର ଓ ଚାରୋଟି କନ୍ଯା ସନ୍ତାନର ଜଙ୍କ ହେଲେ ମଧ୍ଯ ବାସ୍ତବ କ୍ଷେତ୍ରରେ ତାଙ୍କର ପରିବାର ଥିଲା ଢେରେ ଅଧିକ । ସେ ତାଙ୍କ ଜୀବନ କାଳରେ ଭୁ ଅଭାବଗ୍ରସ୍ତ ଛାତ୍ରଙ୍କୁ ପ୍ରତିପୋଷଣ କରି ମଣିଷ କରିଛନ୍ତି । ୧୯୯୬ ମସିହା ୧୨ ତାରିଖରେ ତାଙ୍କର ଦେହବସାନ ଘଟିଥିଲେହେଁ ସଫଳ କାରିଗର ଭାବରେ ତାଙ୍କର ସୁଖ୍ଯାତି ତାଙ୍କର ଅଗଣିତ ଛାତ୍ରଛାତ୍ରୀଙ୍କ ପ୍ରାଣରେ ବହୁକାଳଧରି ଅମ୍ଲାନ ହୋଇ ରହିବ ଓ ସେମାନେ ତାଙ୍କର ପବିତ୍ର ଜୀବନର ସ୍ମୃତିଚାରଣ କରୁଥିବେ । କୃତି ଶିକ୍ଷକ ଉଦୟନାଥ ପଣ୍ଡା ଡଃ ଦିଗରାଜ ବ୍ରହ୍ମା

୧୯୭୭ ମସିହା । ସେହିବର୍ଷ ମୁଁ ସମ୍ବଲପୁର ସରକାରି ପ୍ରଶିକ୍ଷଣ ମହାବିଦ୍ଯାଳୟ ( ଅଧୁନା ଡଃ ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ ) ରେ ଅଧ୍ଯାପକ ରୟପେ ଯୋଗ ଦେଇଥାଏ । ଯୋଗଦାନର ଅଳ୍ପ କେଇଦିନ ପରେ ଅଧ୍ଯକ୍ଷ ପ୍ରଫେସର ସରଚ୍ଚନ୍ଦ୍ର ଦାଶଙ୍କ ପ୍ରଚେଷ୍ଠାରେ ଶ୍ରୀ ଅରବିନ୍ଦଙ୍କ ଶିକ୍ଷାଦର୍ଶନ ସମ୍ପର୍କରେ ଏକ ଶିକ୍ଷା ସେମିନାର ଅନୁଷ୍ଠିତ ହୋଇଥିଲା । ସେହି ସେମିନାରରେ ଯୋଗ ଦେବାକୁ ଆସିଥିଲେ କୃତି ଶିକ୍ଷକ ଉଦୟ ନାଥ -ଉଦୟନାଥ ପଣ୍ଡା । ସେହିଠାରେ ହିଁ ମୋର ତାଙ୍କ ଷିତ ପରିଚୟ ହୋଇଥିଲା । ସେତେବେଳେ ସତୁରୀ ଅତିକ୍ରମ କରଥିବା ଏହି ଯୁବ ସୁଲଭ ଓ ଆଗ୍ରହଥିବା ଶିକ୍ଷାବିତ୍ଙ୍କର ଆତ୍ମିକ ଚେତନା ଏତେ ଅଧିକ ଥିଲା ଯେ ତାହା ପରବର୍ତ୍ତୀ ସମ୍ୟରେ ମୋତେ ତାଙ୍କ ଜୀବନୀ ଅନୁଧ୍ଯାନ କରିବାକୁ ଉଦବୁଦ୍ଧ କରିଥିଲା ।

୧୯୧୧ ମସିହା ଏପ୍ରିଲ ୧୪ ତାରିଖ । ପବିତ୍ର ମହାବିଷୁବ ସଂକ୍ରାନ୍ତି ଦିନ ସମ୍ବଲପୁର ଜିଲ୍ଲାର ତାଲବ ଗ୍ରାମରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଉଦୟନାଥ ଜନ୍ମ ଗ୍ରହଣ କରିଥିଲେ । ପରିବାରର ପ୍ରଥମ ସନ୍ତାନ ହୋଇଥିବାରୁ ପିତାମାତା ଶ୍ରଦ୍ଧାରେ ନାମ ଉଦୟନାଥ ରଖିଥିଲେ । ବାଲ୍ଯକାଳରୁ ପିତା ସୁଦର୍ଶନ ଓ ମାତା ଜମ୍ବୁବତୀଙ୍କ ସଦଗୁଣର ବିଶେଷ ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା ।

ସେ ୧୯୨୯ ମସିହାରେ ପାଟଣା ବିଶ୍ବବିଦ୍ଯାଳୟ ଅଧ୍ଯନରେ ଅନୁଷ୍ଠିତ ମାଟ୍ରିକ ପରିକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ରେଭେନ୍ସା ମହାବିଦ୍ଯାଳୟରେ ଆଇ,ଏସ୍ସି ପଢ଼ିଥିଲେ ।

ପଣ୍ଡା ମହାଶ୍ୟଙ୍କର ଶିକ୍ଷକ ଜୀବନ ୧୯୩୪ ମସିହାରେ ଟାମିରସରା ମଧ୍ଯ ଇଁରାଜୀ ବିଦ୍ଯାଳୟ ଆରମ୍ଭ ହୋଇଥିଲା । ଉକ୍ତ ବିଦ୍ଯାଳୟରେ ସେ କିଛି ଦିନ ପ୍ରଧାନ ଶିକ୍ଷକ ଦିୟିତ୍ବ ତୁଲାଇଥିଲେ ସେହି ସମୟରେ ସେ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ବିଶେଷ ଯତ୍ନ କରିଥିଲେ । ଶିକ୍ଷାଦାନ ସହିତ ବିଦ୍ଯାଳୟର ବଗିଚାକାମ ଖେଳ, କସରତ୍, ତର୍କ ଆଦି ତାଙ୍କ ଦ୍ବାରା ନିୟମିତ ବ୍ଯବଧାନରେ କରାଯାଉଥିଲା ତାଙ୍କ ଉଦ୍ଯମରେ ବିଦ୍ଯାଳୟର ଆଠଜଣ ଛାତ୍ର ବିଭିନ୍ନ ବର୍ଷରେ ବୃତ୍ତି ପାଇଥିଲେ ।

ପଣ୍ଡା ମହାଶୟଙ୍କର କାର୍ଯ୍ଯଦକ୍ଷତା ସମ୍ପର୍କରେ କ୍ରମଶଃ ସେ ଅଞ୍ଚଳର ଜନସାଧାରଣ ପରିଚିତ ହେଲେ । ସିଆଲ ଖଣ୍ଡହଥା ଗ୍ରାମର ଗ୍ରାମବାସୀମାନେ ସେଠାରେ ନୂତନଭାବେ ଏକ ମଧ୍ଯ ଇଂରାଜୀ ବିଦ୍ଯାଳୟ ପ୍ରତିଷ୍ଠାକଲେ ସେମାନଙ୍କ ନିୟତ୍ରଣ କ୍ରମେ ସେ ଉକ୍ତ ବିଦ୍ଯାଳୟରେ ୧୯୪୮ ମସିହା ଜାନୟାରୀ ମାସରେ ପ୍ରଧାନଶିକ୍ଷକ ରୂପେ ଦାୟିତ୍ବ ଗ୍ରହଣ କଲେ । ମଧ୍ଯଇଂରାଜୀ ବିଦ୍ଯଳୟର ପରିସର ମଧ୍ଯରେ ପଣ୍ଡା ମହଶୟଙ୍କର କାର୍ୟକଳାପ ସୀମାବଦ୍ଧ ରହିଲା ନାହିଁ । ସେ ଲକ୍ଷ୍ଯକଲେ, ମଧ୍ଯ ଇଂରାଜୀ ଶିକ୍ଷାଦାନ ସାରୁଥିବା ଭୁପିଲା ନିକଟରେ ହାଇସ୍କୁଲ ନ ଥିବାରୁ ପିଠ ପଢ଼ା ଛାଡୁଛନ୍ତି । ତେଣୁ ସେ ଏକ ହାଇସ୍କୁଲ ପ୍ରତିଷ୍ଠା ପାଇଁ ଲାଗିପଡଡ଼ିଲେ । ପଣ୍ଡାଙ୍କ ନେତୃତ୍ବରେ ୧୯୫୦ ମସିହା ଜୁଲାଇ ମାସଠାରୁ ହାଇସ୍କୁଲ କାର୍ଯ୍ଯ ଆରମ୍ଭ ହେଲା । ନିଜେ ଚାନ୍ଦା ସଂଗ୍ରହଠାରୁ ବିଦ୍ଯାଳୟ ଘର ତିଆରି ପର୍ଯ୍ଯନ୍ତ ସମସ୍ତ କାର୍ଯ୍ଯରେ ସେ ଲାଗି ପଡ଼ିଲେ । ପରିଚାଳନା ସମିତି ଘରୋଇ ଭାବେ ବି,ଏ, ପରୀକ୍ଷା ଦେବାକୁ ପଣ୍ଡା ମହାଶୟଙ୍କୁ ଉସ୍ସାହ କଲେ । ୧୯୫୧ ମସିହାରେ ସେ ବି,ଏ , ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେଲେ ଓ ୧୯୫୨ ମସିହାରେ ୪୧ ବର୍ଷ ବୟସରେ ପଣ୍ଡା ମହାଶୟ କଟକ ଟ୍ରେନିଙ୍ଗ୍ କଲେଜରେ ଯୋଗଦେଇ ବି,ଇଡ଼ି, ଡିଗ୍ରି ହାସଲ କଲେ ।

ଶିକ୍ଷା -ପ୍ରଶିକ୍ଷଣ ପଣ୍ଡାଙ୍କ ଶିକ୍ଷାଦାନ ପ୍ରଣାଳୀକୁ ଆହୁରି ଅଧିକ ଫଳପ୍ରଦ ଓ ରୁଧିମନ୍ତ କଲା । ସାନ ସାନ ପିଲାମାନଙ୍କୁ ହସ ଖେଳ ମାଧ୍ଯମରେ ପଢ଼ାଇ ସେବିଶେଷ ଆନନ୍ଦ ଲାଭ କଲେ । ଉପର ଶ୍ରେଣୀର ପିଲାମାଙ୍କ ସହିତ ପ୍ରଶ୍ନ ଓ ଆଲୋଚନା ମାଧ୍ଯମରେ ବିଭିନ୍ନ ଜଟିଳ ତତ୍ତ୍ବ ଉତ୍ଥାପନ କଲେ । ଯାହା ଫଳରେ ପିଲାମାନଙ୍କର ଅନ୍ତଦୃଷ୍ଟି ବଢିଲା । ପରୀକ୍ଷାର ଫଳ ମଧ୍ଯ ସନ୍ତୋଷ ଜନକ ହେଲା । କୌଣଷି ବର୍ଷ ମ୍ଯାଟ୍ରିକ ପରୀକ୍ଷାର ଫଳାଫଳ ଶତକଡ଼ା ପଞ୍ଚସ୍ତରୀ ଭାଗରୁ କମ୍ ହେଲା ନାହିଁ ।

ସିଥାଖଣ୍ଢଥା ଉଚ୍ଚ ବିଦ୍ଯାଳୟର ଆୟତନ ୨୦ ବର୍ଗ ଏକର ଓ ସେଥି ମଧ୍ଯରୁ ଦୁଇଟି କୁଅ ଓ ଗୋଟିଏ ପୋଖରି ଥିଲା । ସବୁ ଋତୁରେ ସ୍କୁଲ ଉଦ୍ଯାନ ଫୁଳଫଳରେ ଭରପୁର ଥିଲା । ବେଳେ ବେଳେ ବିଦ୍ଯାଳୟର ପ୍ରାକୃତିକ ପରିବେଶ ମଧ୍ଯରେ ପଣ୍ଡା ମହାଶୟ ପିଲାମାନଙ୍କୁ ଶିକ୍ଷାଦାନ ଦେଉଥିଲେ ।

ଶିକ୍ଷକଙ୍କର ଜୀବନ କେବଳ ବିଦ୍ଯାଳୟର ଚାରିକାନ୍ଥ ମଧ୍ଯରେ ସୀମାବଦ୍ଧ ହେବା ଉଚିତ ନୁହେଁ ବୋଲି ଭୁ ଶିକ୍ଷାଦର୍ଶନିକ ବିଭିନ୍ନ ସମ୍ୟରେ ମତ ପୋଷଣ କରିଛନ୍ତି । ପ୍ରକୃତ ଶିକ୍ଷକ

ନିଜ ଆଗରେ ଦେଖେ ଏକ ବିରାଟ ସମାଜ ଓ କ୍ଷୁଦ୍ର ବିଦ୍ୟାଳୟ ସେହି ବିରାଟ ସମାଜ ପାଇଁ ସେ ପ୍ରସ୍ତୁତ କରିଥାଏ । ପଣ୍ଡା ମହାଶୟ ତାଙ୍କ ଶିକ୍ଷକ ଜୀବନରେ ଏହି ତତ୍ତ୍ୱ ବିଶେଷଭାବେ ଅନୁଭବ କରି ପାରିଥିଲେ । ସେ ଅନେକ ସମୟରେ ପିଲାମାନଙ୍କୁ ଧରି ଆଖପାଖ ଅଞ୍ଚଳରେ ଭୁ ସମାଜ ହିତକର କାର୍ଯ୍ୟ କରୁଥିଲେ । ଏତତବ୍ୟତୀତ ସେ ସମୟରେ ଗଠିତ ବରଗଡ ସମାଜ ଉନୟନ ସଂସ୍ଥା ଅବୈନତିକ ଚେୟାରମ୍ୟାନରୁପେ ଶିକ୍ଷକତା ସହିତ ସେ କାର୍ଯ୍ୟ କରିଥଲେ ।

୧୯୬୪ ମସିହାରେ ଓଡିଶା ରାଜ୍ୟ ସରକାର କୃତୀ ଶିକ୍ଷକମାନଙ୍କୁ ଉସ୍ଚାହିତ କରିବାପାଇଁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିବାର ବ୍ୟବସ୍ଥା ପ୍ରଥମ ଥର ପାଇଁ କରିଥାନ୍ତି । ପଣ୍ଡା ମହାଶୟଙ୍କୁ ଏହି ପୁରସ୍କାର ୧୯୬୭ ମସିହା ଜାନୁୟାରୀ ୨୬ ତାରିଖରେ ଏକ ରାଜ୍ୟସ୍ତରୀୟ ଉସ୍ବବରେ ପ୍ରଦାନ କରା ଯାଇଥିଲା ।ପଣ୍ଡା ମହାଶୟଙ୍କୁ ଦିଆଯାଇଥିବା ମାନପତ୍ରରେ ସେ ଜଣେ "ସମ୍ବେଦନଶୀଳ ଓ ସୁଦକ୍ଷ ପ୍ରଧାନ ଶିକ୍ଷକ" ବୋଲି ଉଲେଖ କରାଯାଇଥିଲା । ଏହି କୃତବିଦ୍ୟ ଦକ୍ଷ ଶିକ୍ଷକ ଜଣକ ୧୯୫୨ ମସିହାରେ ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କର ଶିକ୍ଷାଦର୍ଶନ ବିଷୟରେ ଅଧ୍ୟୟନ କଲେ । ବିଭିନ୍ନ ସ୍ଥାନରେ ତତ୍ ସଂପର୍କୀୟ ବିଭିନ୍ନ ସେମିନାର ଓ ପାଠଚକ୍ରରେ ମଧ୍ୟ ଯୋଗଦାନ କଲେ । ୧୯୭୪ ମସିହା ସେପଟେମ୍ବର ମାସ ୧୮ ତାରିଖରେ ତତ୍କାଳୀନ ଓଡିଶାର ମୁଖ୍ୟ ମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ଦ୍ୱାରା ସମ୍ବଲପୁର ଠାରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଉଦଘାଟିତ ହେଲା । ବିଦ୍ଯା ଳୟର ସୁଯୋଗ୍ଯ ପ୍ରଧାନ ଶିକ୍ଷକ ରୁପେ ପଣ୍ଡା ମହାଶୟଙ୍କୁ ଉକ୍ତ ଅନୁଷ୍ଠାନର ଦାୟିତ୍ୱ ୧୯୭୫ ମସିହାରେ ପରିଚାଳନା ସମିତି ଅର୍ପଣ କଲେ । ପ୍ରାକ୍ ବିଦ୍ଯାଳୟ ସ୍ଥରଠାରୁ ଆରମ୍ବକରି ଦଶମ ଶ୍ରେଣୀ ପର୍ଯ୍ଯନ୍ତ ପିଲାମାନେ ଅଧ୍ଯୟନ କରିବାର ସୋଯଗ ଉକ୍ତ ବିଦ୍ଯାଳ୍ୟରେ ପାଇଲେ । ଉକ୍ତ ପୂର୍ଣ୍ନାଙ୍ଗ ଶିକ୍ଷାକ୍ଷକ୍ଷେତ୍ରରେ ଅଗଣିତ ଶିକ୍ଷାର୍ଥୀ ଶିକ୍ଷକ ଶିକ୍ଷିକା ଓ ଅଭିଭାବକଗଣଙ୍କୁ ନେତୃତ୍ୱ ଦେବାରେ ପଣ୍ଡା ମହାଶୟଙ୍କ ଭୂମିକା ଅତୁଳନୀୟ ଥିଲା । ଦିନକର ଘଟଣା ଉକ୍ତ ଲେଖକ କୈଣସି କାମରେ ସେତେବେଳେ ଧନରଭଡା ଠାରେ ଥିବା ଉକ୍ତ ବିଦ୍ଯାଳୟକୁ ଯିବାର ସୁଯୋଗ ପାଇଥିଲା ।ସେ ଦେଖିବାକୁ ପାଇଲା,ପଣ୍ଡା ମହାଶୟ ବିଦ୍ଯାଳୟର ବାରଣ୍ଡାରେ ନିଜ ହାତରେ ଛାଞ୍ଛୁଣୀଧରି ଝାଡା ପରିଶ୍ରା ସଫା କରୁଛନ୍ତି । ଲେଖକଙ୍କୁ ଦେଖି ସେ ଟିକିଏ ହସିଦେଲେ । ଆମେ ଦୁହେଁ ଅଫିସକୁ ଗଲୁ ।ସେଠାରେ ସେ ମୋତେ ହସି ହସି କହିଲେ,'କୁନି ପିଲାଟିଏ ଯାଉ ଯାଉ ବାରଣ୍ଡାରେ ଝାଡା ଫେରିଦେଲା । କୌଣସି ଶିକ୍ଷକ ଶିକ୍ଷକା ସେଥିକୁ ନଜର ଦେଲେ ନାହିଁ । ଶେଷରେ ବାରଣ୍ଡାକୁ ସଫା କରିବା କାମ ମୋ ହାତକୁ ଆସିଲା ।" ୧୯୮୨ ମସିହାରେ ଦ ଡ ହରେକୃଷ୍ଣ ମହତାବଙ୍କ ପ୍ରେରଣାରେ ଓ କଟକରେ ପ୍ରଜାତ ପ୍ରଚାର ସମିତି ଆନୁକୂଲ୍ଯତରେ ସମ୍ବଲପୁରରୁ "ଦୈନିକ ହିରାଖଣ୍ଡ " ଆତ୍ମ ଫ୍ରକାଶ କଲା । ହିରାଖଣ୍ଡର ରବିବାର ସଂଖ୍ଯାରେ ଶିଶୁମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସାହିତ୍ଯ ବିଭାଗ 'କଳିକା' ସ୍ଥାନ ପାଇଲା । ପଶ୍ଚିମାଞ୍ଚଳରେ ଶିଶୁ ସାହିତ୍ଯର ଉନ୍ନତି କଳ୍ପେ ପଣ୍ଡା ମହାଶୟ କାମ କଲେ । ଧାରାବାହିକ ଭାବେ ତାଙ୍କ ରଚିତ ଗଳ୍ପ ଓ ଶିଶୁ ପ୍ରବନ୍ଦ 'କଳିକା' ରେ ସ୍ଥାନ ପାଇଲା । ୧୯୮୩ ମସିହାରେ ବସନ୍ତ ଉସ୍ପବ ଅବସରରେ ବିଶିଷ୍ଟ ଶିଶୁ ସାହିତ୍ଯିକରୂପେ ହୀରାଖଣ୍ଡ ତରଫରୁ ପଣ୍ଡା ମହାଶୟଙ୍କୁ ସମ୍ମାନିତ କରାଯାଇଥିଲା । ଶ୍ରୀ ଅରବିନ୍ଦ ପୂଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ଯକ୍ଷ ଥିବା ସମ୍ୟରେ ପଣ୍ଡା ମହାଶୟ ପିଲାମାନଙ୍କ ପାଇଁ ବହୁ ଶିକ୍ଷଣୀୟ ପୁସ୍ତକ ରଚନାରେ ମନୋନିବେଶ କରିଥିଲେ ସେଗୁଡିକ ମଧ୍ଯରୁ ଅଧିକାଂଶ ସେ ଅଞ୍ଚଳରେ ପିଲାମାନଙ୍କ ଦ୍ୱାରା ଆଦୃତ ହୋଇପାରିଛି । ପଣ୍ଡା ମହାଶୟ ତାଙ୍କ ଅର୍ଦ୍ଧଶତାଦ୍ଦୀରୁ ଅଧିକ ଶିକ୍ଷାଦାନ କାଳରେ ଅଧିକାମଶ ଶିକ୍ଷାର୍ଥୀଙ୍କୁ ମଣିଷପରି ମଣିଷକରି ଗଢିଛନ୍ତି । ଆଜି ସେହିଛାତ୍ରମାନଙ୍କ ମଧ୍ଯରୁ ଅନେକେ ଓଡିଶାର ଦକ୍ଷ ପ୍ରଶାସକ ,ସଫଳ ଆଇନଞ,ରାଜନୀତିଙ ଓ ଶିକ୍ଷାବିତ୍ ରୂପେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି । ଅଧୁନା ଅଶୀବର୍ଷ ଅତିକ୍ରମ କରିଥିବା ଏହି ଯୁବ ସୁଲଭ ବୃଦ୍ଧଙ୍କୁ ଦିନେ ଉକ୍ତ ଲେଖକ ତାଙ୍କ ଜୀବନର ସଫଳତାର ଚାବିକାଠି ସମ୍ପର୍କରେ ପ୍ରଶ୍ନ୍ କରିଥିଲେ । କୃତୀ ଶିକ୍ଷକ ପଣ୍ଡା ହସି ହସି ଯେଉଁ ଉତ୍ତର ଦେଇଥିଲେ ,ତା'ର ସାରମର୍ମ ହେଲା : ଭଗବତ ପରାୟଣ ହୋଇ କର୍ମ କରିଗଲେ ଉର୍ଦ୍ଧରୁ ଭଗବାନ୍ ଅନୁକୁମ୍ପା ସ୍ୱତ ଆସିଥାଏ । ତାହାହିଁ ଘଟିଛି ମୋର ଜୀବନରେ, ମୋର ଶିକ୍ଷାଦାନରେ,ମୋର ସାଧନାରେ ।

ସ୍ବାଧୀନଚେତା ଶିକ୍ଷକ
ବାଞ୍ଛାନିଧି ଶତପଥି
ଡଃ ରବୀନ୍ଦ୍ର କୁମାର ପ୍ରହରାଜ

ଆମ ଦେଶରେ ଆଧୁନିକ ଶିକ୍ଷା ପ୍ରସାରର ଇତିହାସ ପ୍ରତି ଦୃଷ୍ଟିପାତ କଲେ ସହରଠାରୁ ମଫସଲ ପର୍ଯ୍ୟନ୍ତ ଏକ ଏକ ଅଞ୍ଚଳରେ ପ୍ରମୁଖ ଓ ପ୍ରଧାନ ବିଦ୍ଯାପୀଠରେ ପରିଣତ ଅନୁଷ୍ଟାନଗୁଡିକ ଜଣେ ଜଣେ ଶିକ୍ଷାବ୍ରତୀ, ସମାଜ ସେବୀ ବ୍ଯକ୍ତି ବିଶେଷଙ୍କର ଶ୍ରମ ଓ ସ୍ୱେଦ ଦାନରେ ଗଜି ଉଠିଥିବା ଘଟଣା ଜୀବନ୍ତ ହୋଇଉଠେ । କଟକର ରାଣୀହାଟ ହାଇସ୍କୁଲ ଏଇଭଳି ଏକ ଶିକ୍ଷାନୁଷ୍ଟାନ । ଏହା ସହିତ ସ୍ୱର୍ଗତ ପ୍ରଧାନ ଶିକ୍ଷକ ବାଞ୍ଛାନିଧି ଶତପଥୀଙ୍କର ନାମ ଏକଦା ଏଭଳି ବିଜଡିତ ଥିଲା ଯେ ସର୍ବସାଧାରଣରେ ତାହା ତାଙ୍କରି ସ୍କୁଲ ବୋଲି କୁହାଯାଉଥିଲା । ସେ ନିଜେ ମଧ୍ଯ ମୋ ସ୍କୁଲ' ଖିବାରେ ଅପାର ଆତ୍ମତୃପ୍ତି ଲାଭ କରୁଥିଲେ । ଆତ୍ମମ୍ବରିତା ଅଥବା ଅହମିକା ସମ୍ବଳିତ ଭକ୍ତି ନ ଥିଲା,ଏହା ଥିଲା ପ୍ରଚଣ୍ଡ ମମତ୍ୱବୋଧ, ଯାହାର ଉଦ୍ଭବ ଘଟିଥିଲା ତ୍ଯାଗରୁ , ଆତ୍ମସ୍ବାର୍ଥ ବଳିଦାନରୁ ।

ବାଞ୍ଛାନିଧୀ ଶତପଥୀ ବାରିପଦାରେ ୧୯୦୫ ମସିହାରେ ଭୂମିଷ୍ଟ ହୋଇଥଲେ । ପାରିବାରିକ ସ୍ଥିତି ସ୍ୱଚ୍ଛଳ ନ ଥିବାରୁ ମ୍ଯାଟ୍ରିକ୍ଯୁଲେସନ୍ ପରୀକ୍ଷାରେ ବୃତ୍ତିପ୍ରାପ୍ତ ବାଞ୍ଛାନିଧିଙ୍କୁ ଟିଉସନ୍ ଆଶ୍ରାକରି କଟକ ସହରରେ ଉଚ୍ଚଶିକ୍ଷା ଲାଭର ଉଦ୍ଯମ କରିବାକୁ ହୋଇଥିଲା । ମେଧାବୀ ଛାତ୍ରଥିବାରୁ ସେ ତତ୍କାଳୀନ ଓଡିଶା ଶିକ୍ଷା-ଜଗତର ସର୍ବମାନ୍ଯ ବ୍ଯକ୍ତିବର୍ଗଙ୍କର ସୁଦୃଷ୍ଟି ଆକର୍ଷଣ କରିପାରିଥିଲେ । ଡଃ ପ୍ରାଣକୃଷ୍ନ ପରିଜା ଓ ଶ୍ଯାମଚନ୍ଦ୍ର ତ୍ରିପାଠୀଙ୍କର ସେ ହୋଇଥିଲେ ପ୍ରିୟପାତ୍ର । ରଭେନ୍ସା କଲେଜକୁ କେନ୍ଦ୍ରକରି ରାଣୀହାଟ ଅନ୍ଚଳ କ୍ରମଶଃ ଶିଷ୍ଟ-ବିଶିଷ୍ଟ ବ୍ଯକ୍ତିମାନଙ୍କର ବାସସ୍ଥଳି ରୂପେ ଗହଳ ହୋଇ ଉଠିଲା ବେଳକୁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ଅନୁଭୂତ ହିଉଥିଲା । ମୁମୂର୍ଷୁ ମଧ୍ଯଇଂରାଜୀବିଦ୍ଯାଳୟର ଦୟିତ୍ବ ବାଞ୍ଛାନିଧିଙ୍କୁ ଗ୍ରହଣ କରିବାକୁ ହୋଇଥିଲା । ଏହା ସେ ଆଉ ପଛକୁ ଫେରି ଚାହିଁନଥିଲେ । ଅନୁଷ୍ଠାନଟିର ପ୍ରଗତି ସାଧନାରେ ସେ କୟମନୋବାକ୍ଯ ସମର୍ପିତ ବ୍ଯକ୍ତିଟିରେ ପରିଣତ ହୋଇଯିବାରୁ ସାହାଯ୍ଯ-ସହଯୋଗର ଅଭାବ ଘଟିଲା ନାହିଁ । ଛାତ୍ର-ଛାତ୍ରିଙ୍କ ସଂଖ୍ଯା ଆଶାତୀତ ବୃଦ୍ଧିପ୍ରାପ୍ତ ହେବାରୁ ଗୃହନିର୍ମାନ ସମସ୍ଯାର ସମାଧାନ ଲାଗି ତାଙ୍କୁ କଠୋର ପରିଶ୍ରମ କରିବାକୁ ହେଲା । ତାଙ୍କର ତ୍ତ୍କାଳୀନ ସହକର୍ମୀ ଅନନ୍ତବାବୁ ସେଦିନର ସ୍ମୃଇତିଚାରଣ କରି ଖୁଥିଲେ ଯେ, ବାଞ୍ଛାନିଧିବାବୁ ରାଣୀହାଟ ସ୍କୁଲ୍ ଗଢ଼ିବାରେ ତାଙ୍କର ସମସ୍ତ ଧ୍ଯାନ ,ଧାରଣା ,କର୍ମ ଓ ସମୟ ବ୍ଯୟ କରିବାକୁ ଯାଇ ନିଜ ପରିବାରକୁ ଭୁଲି ଯାଇଥିଲେ । ନବପରିଣୀତା ପତ୍ନୀଙ୍କୁ ମଧ୍ଯ ଚାହିଁନଥିଲେ । ପରିଣତ ବୟସରେ ପତ୍ନୀଙ୍କ ପ୍ରତି ଦୃଷ୍ଟି ଦେଲାବେଳକୁ ସମୟ ଅତିକ୍ରାନ୍ତ ହୋଇ ସାରିଥିଲା ସେଥିପାଇଁ ସେ ଶେଷ ପର୍ଯ୍ଯନ୍ତ ନିରପତ୍ଯ ରହିଥିଲେ । ମାତ୍ର କାଳକାଳକୁ ରଖିଗଲେ ତାଙ୍କର ଅହୋରାତ୍ର ନିରବଚ୍ଛିନ୍ନ ପ୍ରଗାଢ଼ ଉଦ୍ଯମର ଫଳଶ୍ରୁତି ଦ୍ବିତଳ ପ୍ରସାଦୂପମ ସୌଧ ଶ୍ରେଣୀ ଶୋଭିତ ରାଣୀହାଟ ହାଇସ୍କୁଲ୍, ୧୯୬୦-୬୧ ବେଳକୁ ଯାହାର ଛାତ୍ର-ଛାତ୍ରୀ ସଂଖ୍ଯ ଥିଲା ତିନିହଜାରରୁ ଅଧିକ ଅନ୍ଯ ଶ୍ରେଣୀକୁ ବାଦ୍ ଦେଲେ ବି କେବଳ ଏକାଦଶ ଶ୍ରେଣୀଟି ଚାରିଭାଗରେ ବିଭକ୍ତ ହେଲା । ସକାଳ ଓ ମଧ୍ଯାନ୍ନ ଦୁଇଟି ପର୍ଯ୍ଯାୟରେ ସ୍କୁଲ୍ ଚଲୁଥିଲା । ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସଂଖ୍ଯା ଥିଲା । ଚାଲିଶରୁ ଅଧିକ । କ୍ରମବର୍ଦ୍ଧନ ଛାତ୍ରସଂଖ୍ଯା ପାଇଁ ସ୍ଥାନାଭାବସମସ୍ଯା ଉତ୍କଟ ହୋଇ ଉଠିବାରୁ ବିଦ୍ଯାଳୟ ପରିସରକୁ ବିସ୍ଥାରିତ କରିବାର ଲକ୍ଷ୍ଯ ନେଇ ସେ ଘଟଣାକ୍ରମେ ସ୍ବନାମଧନ୍ଯା ମହିଳା ଡାକ୍ତର ଜ୍ଯୋସ୍ନା ଦେଈଙ୍କ ସହ ଦେୱାନି ମୋକଦ୍ଦମା ଚଲାଇବାକୁ ବାଧ୍ଯ ହୋଇଥିଲେ । ପରିଚାଳନାସମିତିର ପୂର୍ଣ୍ଣ ସମମତିକ୍ରମେ ଏହା ଚଲୁଥିବାରୁ ବିଦ୍ଯାଳୟ ପାଣ୍ଠିରୁ ଏଥି ପାଇଁ ଅର୍ଥବ୍ଯୟ କରିବାକୁ ପଡୁଥିଲା । ଫଳରେ ଶିକ୍ଷକ-ଶିକ୍ଷ୍ୟିତ୍ରୀ ଯଥା ସମୟରେ ଦରମା ପାଉନଥିଲେ ବାଞ୍ଛାନିଧିବାବୁଙ୍କ ବ୍ଯକ୍ତିତ୍ବର ପ୍ରଭାବ ଯୋଗୁଁ ବିଦ୍ଯାଳୟର ସ୍ବାର୍ଥକୁ ଆଗ୍ରାଧିକାର ଦେବା ଲାଗି କେହି ମଧ୍ଯ ପଶ୍ଚାତପଦ ନଥିଲେ । ଅଧ୍ଯୟନ କାର୍ଯ୍ଯ ସେଥିପାଇଁ କୌଣସି ସମୟରେ ବିଘ୍ନିତ ହେଉନଥିଲା । ସ୍କୁଲ୍ କାର୍ଯ୍ଯ ଚଲୁଥିବା ବେଳେ ବାଞ୍ଛାନିଧିବାବୁ ନୀରବରେ ଶ୍ରେଣୀ କକ୍ଷ ପାଖ ଦେଇ ଘୂରି ଆସୁଥିଲେ । ଶିକ୍ଷକ ଓ ଛାତ୍ରମାନଙ୍କ ପାଇଁ ସେତିକି ଯଥେଷ୍ଟ ଥିଲା। ଛାତ୍ରଛାତ୍ରୀଙ୍କର ନୈତିକ ଆଚାର-ବ୍ଯବହାରଗତ ତ୍ରୁଟିକୁ ସେ କ୍ଷମା କରୁନଥିଲେ । ଅଫିସ୍ ବାରଣ୍ଡାରେ ଠିଆ କରାଇ ସେ ଛାତ୍ରଛାତ୍ରୀଙ୍କୁ ଦଣ୍ଡ ଦେଉଥିଲେ । ସବୁ ଶ୍ରେଣୀର ପିଲା ଯେପରି ଏହି ଦୃଷ୍ଟାନ୍ତମୂଳକ ଶାସ୍ତିକୁ ପ୍ରତ୍ଯକ୍ଷ କରି ଭବିଷ୍ଯତ ଲାଗି ସଜାଗ ହେବେ, ଏହା ଥିଲା ତାଙ୍କର ଉଦ୍ଦେଶ୍ଯ ।

ବାଞ୍ଛାନିଧି ଶତପଥୀ ଥିଲେ ଗୌରବର୍ଣ୍ଣର ।ସାସ୍ଥ୍ଯ କ୍ଷୀଣ ଓ ଉଚ୍ଚତାରେ ଗେଡ଼ା । ତାଙ୍କର ପରିଧେୟ ଥିଲା ଶୁଭ୍ର ଧୋତି ସାଙ୍ଗକୁ ଧଳା ଅଦିକନାର ପଂଜାବି । ସେ ଧୋତିକୁ ଫୁଲ ପ୍ଯାଣ୍ଟ୍ ଭଳି ପିନ୍ଧନ୍ତି ଅଳ୍ପ ଲମ୍ବା ମୁହଁଟି ତାଙ୍କର ତୀକ୍ଷ୍ମ ନାସିକ ଯୋଗୁଁ ଦୃଷ୍ଟି ଆକର୍ଷଣ କରୁଥିଲା । ନାକତଲେ ଅଳ୍ପ ନିଶ ଓ ନାକ ଉପରେ ସଦା ଶୋଭିତ ରୋଲ୍ଡଗୋଲ୍ଡ ଫ୍ରେମର ଚଷମା ତାଙ୍କ ବ୍ଯକ୍ତିତ୍ବକୁ ସାମ୍ଭ୍ରାନ୍ତ୍ଯ ଯୋଗାଉଥିଲା ।ସେ ଗୁଣଗ୍ରାହୀ ଥିବାରୁ କୃତବିଦ୍ଯ ଶିକ୍ଷକମାନଙ୍କୁ ବିଦ୍ଯାଳୟର ହିତସାଧନରେ ନିୟୋଜିତ କରୁଥିଲା । ହାଇସ୍କ୍ୟଲର ବାର୍ଷିକ ଫଲାଫଳ ଉତ୍ସାହଜନକ ଥିଲା । ଅଧିକାଂଶ ବର୍ଷ ଏହି ସ୍କୁଲର ଛାତ ବୃତି ଲାଭ କରୁଥିଲେ ।

ବାଞ୍ଛାନିଧିଶତପଥୀଙ୍କ ସ୍ବାଧିନଚେତା ଥିବାରୁ ଅନେକ ମହଲରେ ଆଦୃତ ହେଉନଥିଲେ । ଏଥିପାଇଁ ତାଙ୍କର ସ୍ପଷ୍ଟବାଦିତା ଅନେକାଂଶରେ ଦାୟୀ । ସେ ତାଙ୍କ ସ୍କୁଲ୍ ସଂପର୍କରେ କୌଣସି ଅହେତୁକ ପ୍ରତିକୂଲ ମନ୍ତବ୍ଯ ବା ବିଚାରଧାରାକୁ ତାତ୍କାଳିକ ଲାଭ ଦୃଷ୍ଟିରୁ ସହ୍ଯ କରିନେବାକୁ ପ୍ରସ୍ତୁତ ନଥିଲେ । ପ୍ରତିବାଦ ତାଙ୍କର ଯେପରି ଥିଲା ଶାଣୀତ,ଆଭିମତ ଥିଲା ତତୋଧିକ ଦୃପ୍ତ ସେ ଶିକ୍ଷାଗତ ମୌଳିକ ନୀତି ସହ କିଛି ହେଲେ ଅପମିଶ୍ରଣକୁ ପ୍ରଶ୍ରୟ ଦେଉନଥିଲେ ।

ବ୍ଯକ୍ତିଗତ ସ୍ତରରେ ସେ ଥିଲେ ସମ୍ବେଦନଶୀଳ ।ଅନେକ ଦରିଦ୍ର ଅଥଚ ମେଧାବୀ ଛାତ୍ରଙ୍କୁ ସେ ନିଜ ପାଖରେ ରଖି ତାଙ୍କର ଗ୍ରସାଚ୍ଛାଦନର ଦାୟିତ୍ବ ମୁଣ୍ଡାଇ ସେମାନଙ୍କୁ ମଣିଷ କରିଥିଲେ । ସେମାନେ ଥିଲେ ତାଙ୍କର ପୁତ୍ରବତ୍ ଅନୁରକ୍ତ ବାଞ୍ଛାନିଧି ବାବୁଙ୍କର ସେମାନଙ୍କଠାରେ ଥିଲା ପ୍ରଗାଢ଼ ବିଶ୍ବାସ ବାଞ୍ଛାନିଧି ଶତପଥୀଙ୍କର ଶିକ୍ଷକ ଭାବରେ ମହତ୍ତ୍ବ ଜାଣିବାକୁ ହେଲେ ସ୍ବନାମଧନ୍ଯ ସାହିତ୍ଯିକ ଚିତ୍ତରଂଜନ ଦାସଙ୍କର ଆତ୍ମଜୀବନୀ 'ମିତ୍ରସ୍ଯ ଚକ୍ଷୁସା ' ପଠନୀୟ । ଛାତ୍ରୀମାନେହିଁ ଥିଲେ ତାଙ୍କର ସର୍ବସ୍ବ । ସେ ସେମାନଙ୍କର ଥିଲେ ବନ୍ଧୁ, ପିତା ଓ ଦିଗଦର୍ଶକ । ସେମାନଙ୍କ ମଧ୍ଯରୁ କେତେକ ତାଙ୍କ ସ୍କୁଲରେ ଥିବାରୁ ସେ ଅପେକ୍ଷାକୃତ ନିଶ୍ଚିନ୍ତ ରହୁଥିଲେ । ୧୯୬୧ ଅଗଷ୍ଟ ପହିଲାରୁ ୧୯୬୩ ଡିସେମ୍ବର ୨୧ ତାରିଖ ପର୍ଯ୍ଯନ୍ତ ମୁଁ ଥିଲି ତାଙ୍କର ସହକର୍ମୀ । ମୋ କାର୍ଯ୍ଯରେ ସେ ସନ୍ତୁଷ୍ଟ ଥିଲେ ଓ ମୋର ଭତରୋତ୍ତର ଉନ୍ନତି କାମନା କରୁଥିଲେ । ମୋ ଭଲି ଅନେକ ଶିକ୍ଷକ ତାଙ୍କରି ଅଧିନରେ କାର୍ଯ୍ଯ କରୁଥିଲା ବେଳେ ଘରୋଇ ଭାବେ ଏମ,ଏ, ପରୀକ୍ଷା ଦେଇ ସଫଲତା ଅର୍ଜନ କରିବା ସଙ୍ଗେ ସଙ୍ଗେ ଅଧ୍ଯାପନାଦି ଉଚ୍ଚତର ବୃତ୍ତି-କ୍ଷେତ୍ରରେ ପ୍ରବେଶ କରିଥିଲେ ଏଥିପାଇଁ ଆବଶ୍ଯକସ୍ଥଳେ ବ୍ଯକ୍ତିଗତ ସହାୟତା ଯୋଗାଇବା ରେ ସେ କୁଣ୍ଠା ପ୍ରକାଶ କରୁନଥିଲେ ।

ସମଗ୍ର ରାଣୀହାଟ , କଲେଜ ଛକ ଓ ମଙ୍ଗଳବାଗ, ଅଞ୍ଚଳର ସେ ଥିଲେ ସର୍ବମାନ୍ଯ । ଶେଷ ଆଡ଼କୁ ସ୍ଥାନିୟ ଲୋକଙ୍କ ଚାପ ଓ ଅନୁରୋଧ ଏଡ଼ାଇ ନପାରି ସାଆନ୍ତ ସାହିରେ ଖଣ୍ଡିଏ ବାସଭୂମି କ୍ରୟ କରିଥିଲେ ସେ । ଗୃହ ନିର୍ମାଣ ଲାଗି ଉପକରଣ ଯୋଗାଉଥିଲେ ତାଙ୍କର ବଶମ୍ବଦ ବ୍ଯବସାୟୀ ଛାତ୍ରମାନେ । ଏଭଳି ଅଯାଚିତ ସାହାଯ୍ଯପ୍ରାପ୍ତିରେ ତାଙ୍କର କ୍ଷୋଭର ସୀମା ନଥିଲା ବୋଧହୁଏ ଏତଦ୍ବାରା ତାଙ୍କର ବହୁପୋଷିତ ସ୍ବାଧିନଚେତା ବ୍ଯକ୍ତିତ୍ବ ଆହତ ହେଇଥିବା ସେ ଅନୁଭବ କରୁଥିଲେ । ମାତ୍ର ଗୃହନିର୍ମାଣ କାର୍ଯ୍ଯଟି ଆରମ୍ଭ ହୋଇଯିବା ପରେ ତାଙ୍କୁ ବନ୍ଦ କରିଦେବା ସମ୍ଭବପର ନଥିଲା । ଅବସର ଗ୍ରହଣର ସମୟ ମଧ୍ଯ ନିକଟତର ହୋଇ ଅସୁଥିଲା ।

ରାଣୀହାଟ ହାଇସ୍କୁଲର ସେ ଥିଲେ ଜନକ ଓ ପାଳକ ସ୍କୁଲର ଯାବତୀୟ ଜଞ୍ଜାଳ ଧରି ରଖିଥିଲା ତାଙ୍କର ପ୍ରାଣସ୍ପନ୍ଦନକୁ ତେଣୁ ଅବସର ଗ୍ରହଣ ପରେ ପରେ ସେ ରୁଗ୍ଣ ହୋଇଗଲେ ଓ କ୍ରମଶଃ ତାଙ୍କର ଜୀବନପ୍ରଦୀପ ନିର୍ବାଣମୁଖି ହୋଇପଡ଼ିଲା। ରାଣୀହଟ ହାଇସ୍କୁଲ୍ ପ୍ରାଙ୍ଗଣର ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ତାଙ୍କର ଆବକ୍ଷ ପ୍ରତିମୁର୍ତ୍ତିର ପ୍ରତିଷ୍ଠା କରାଯାଇଛି ଯେଉଁଠି ସେ ଦୈନନ୍ଦିନ ଛାତ୍ର-ଶିକ୍ଷକ ସମବେତ ପ୍ରାର୍ଥନା ସଭାରେ ଯୋଗଦେବାକୁ ଯାଇ ସାମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ ଏକାକୀ ପ୍ରାର୍ଥନା ମୁଦ୍ରାରେ ଦଣ୍ଡାୟମାନ ରହି ।

ଜଣେ ସଫଳ ଶିକ୍ଷାବିତ୍ ସାର୍ଥକ ଜୀବନକଟାଇ ବାଞ୍ଛାନିଧି ଶତପଥି ୧୯୭୩ ମସିହାରେ ଇହଧାମରୁ ବିଦାୟ ଘେନିଛନ୍ତି । ମାତ୍ର ରାଣୀହାଟ ହାଇସ୍କୁଲର ଅସ୍ତିତ୍ବ ସହ ତାଙ୍କର ଅତ୍ମିକ ଯୋଗସୂତ୍ର ସ୍ମୃତିକୋଷରେ ଅମ୍ଲାନ ଓ ଅଚ୍ଛେଦ୍ଯ ଭାବେ ବିଜଡ଼ିତ ରହିଥିବ,ଏହା ନିଃସନ୍ଦେହ ।

ଛବି

ପ୍ରେରଣାଦାୟୀ ଶିକ୍ଷକ ରଘୁନାଥ ମିଶ୍ର

ଶ୍ରୀ ପ୍ରଫୁଲ୍ଲ କୁମାର ଦାଶ

ମାଟ୍ରିକ୍ ପରୀକ୍ଷା ଚାଲିଥାଏ । ପିଲାଟିଏ ମ୍ଯାଟ୍ରିକ୍ ପରୀକ୍ଷା ଦେଉଥାଏ । ପରୀକ୍ଷା ପରେ ଜଣେ ଶିକ୍ଷକ କହିଲେ ପବିତ୍ର !!। ତୋର ଇଂରାଜୀ ବ୍ଯାକରଣ ଉତ୍ତରରେ କେତେକ ଭୁଲ୍ ରହିଗଲା ।

ଉତ୍ତରରେ ପିଲାଟି କହିଲା ରଘୁନାଥ ମିଶ୍ର ହେଛନ୍ତି ମୋର ଶିକ୍ଷକ । ତାଙ୍କର ନିର୍ଦ୍ଦେଶରେ ଯଦି ଭୁଲ୍ ଥିବ, ତେବେ ମୋରୁତ୍ତର ଭୁଲ ହୋଇଥିବ ।

ଫଲ ବାହାରିଲା । ପିଲାଟିର ଉତ୍ତର ଠିକ୍  ଥିଲା ।

ଉତ୍ତୁଙ୍ଗ ଶିଖରୀମାଳା ଓ ସବିଜ ବନାନୀ ବେଷ୍ଟିତ ପୁରାତନ ଗଡ଼ଜାତ ନରସିଂହପୁରହ୍ସିଲର ହରିଚନ୍ଦନପୁର ଶାସନନିବାସୀ ପଣ୍ଡତ ପୁରୁଷୋତ୍ତମ ମିଶ୍ର ଓ ତଦୀୟ ପତ୍ନୀ ଚମ୍ପାଦେବୀଙ୍କର କୋଲମଣ୍ଡନ କରି ୨୫,୬, ୧୯୧୭ରେ ଭୂମିଷ୍ଟ ହୋଇଥିଲେ ରଘୁନାଥ। ମିଶ୍ର ।ସ୍ବାଧିନଚେତା ପଣ୍ଡିତ ପୁରୁଷୋତ୍ତମ ମିଶ୍ର ନରସିଂହପୁର ପ୍ରଜାମଣ୍ଡଳ ଆନ୍ଦୋଳନର ସଭାପତି ଥିଲେ । ଉପ୍ୟୁକ୍ତ ପିତାଙ୍କର ଉପ୍ୟୁକ୍ତ ପୁତ୍ର ଥିଲେ ରଘୁନାଥ ।

ରଘୁନାଥ ବାଲ୍ଯକାଳରେ ଗ୍ରାମଚାଟଶାଳୀରେ ବିଦ୍ଯାରମ୍ଭ କରିଥିଲେ ଓ ଢ଼େଙ୍କିନାଳ ହିସ୍କୁଲରେ ସପ୍ତମ ଶ୍ରେଣୀ ପର୍ଯ୍ଯନ୍ତ ପଢ଼ିବା  ସମୟରେ ନିଜର ଅସାଧାରଣ ସ୍ମରଣଶକ୍ତିର  ପରାକାଷ୍ଠା ବଳରେ ଇଂରାଜୀ ବବ୍ଯାକରଣକୁ ଆୟତ୍ତ କରିଥିଲେ । ବାଙ୍କି  ଡମପଡ଼ା ହାଇସ୍କୁଲ୍ ( ବର୍ତ୍ତମାନ ବରେନ୍ଦ୍ରକୃଷ୍ଣ  ବିଦ୍ଯାପୀଠ )ରୁ ସେ ମ୍ଯାଟ୍ରିକ୍  ଓ ରେଭେନ୍ସା କଲେଜରୁ ଆଇ,ଏ, ଓ  ପରେ   ବି,ଏ  ପାସ୍ କରିଥିଲେ ।
ପିଲାଦିନରୁ ରଘୁନାଥ ଅତ୍ଯନ୍ତ ଜିଦଖୋର  ଥିଲେ ଓ  ଯାହା କରିବେ ବୋଲି ମନସ୍ଥ କରୁଥିଲେ  ତାହା ହାସଲ ନକରିବା ପର୍ଯ୍ଯନ୍ତ ଥୟଧରୁନଥିଲେ ସେଥିପାଇଁ ସେ ନିଜର ସହପାଠୀମାନଙ୍କର ଶ୍ରଦ୍ଧା  ଓ ସମ୍ମାନର  ପାତ୍ର ହୋଇଥଲେ  ଶିକ୍ଷକ  ତାଲିମ  ସମୟରେ  ସେ  ଥିଲେ ଛାତ୍ରମାନଙ୍କର ଯୋଗ୍ଯ ପ୍ରତିନିଧି । ଶ୍ରୀଯୁକ୍ତ  ରଘୁନାଥ  ମିଶ୍ର ୧୯୧୪ ରୁ   ୧୯୭୯‌- ଦୀର୍ଘ ୩୮ ବର୍ଷ  ଧରି ଶିକ୍ଷକତା କରିଥିଲେ । ତାଙ୍କର ଶିକ୍ଷକତା  କଳରେ  ସେ ଚୌଦାର , ମହାଙ୍ଗା ,ଖଣ୍ଡପଡ଼ା , ଦଶପଲ୍ଲା, ନୟାଗଡ଼ ,ବଡ଼ମ୍ବା, ନରସିଂହପୁର  ଆଦି ଅଞ୍ଚଳରେ ଜଣେ  ସଚ୍ଚୋଟ ଓ ଦକ୍ଷ  ଶିକ୍ଷକ  ଭାବରେ  ସୁନାମ  ଅର୍ଜନ  କରିଥିଲେ ।  ସେ ଯେଉଁ  ସ୍କୁଲରେ ଶିକ୍ଷକତା କରୁଥିଲେ ତାହାର  ସୁବର୍ଣ୍ଣ  ଯୁଗ ଆରମ୍ଭ ହୋଇଯାଉଥିଲା ।

ସେଦିନ ଶଭଣକୁଳ ହାଇସ୍କୁଲରେ ତାଙ୍କର ପ୍ରଥମ କାର୍ଯ୍ଯଦିବସରେ ଛାତ୍ରମାନେ ଏହି ସୁଯୋଗ୍ଯ ଓ ଦକ୍ଷ ଶିକ୍ଷକଙ୍କର ପରିଚୟ ଲାଭ କରି ଚମତ୍କୃତ ହୋଇଯାଇଥିଲେ ।

ରଘୁନାଥ କହିଲେ ପିଲାମାନେ । ତୁମ୍ଭମାନଙ୍କର ପରିଚୟ ଜଣକ ପରେ ଜଣେ ଦିଅ । ଛାତ୍ରମାନେ ଠିଆହୋଇ ଜଣକ ପରେ ଜଣେ ନିଜର ନାମ କହିଗଲେ । ରଘୁନାଥ ସେମାଙ୍କୁ ନିଜ ନିଜର ସ୍ଥାନ ବଦଲାଇ ଦେବାକୁ କହିଲେ । ପିଲାମାନେ ତାହା କଲେ । ତାହା ପରେ ରଘୁନାଥ ପ୍ରତ୍ଯେକ ଛାତ୍ରଙ୍କର ନାମ ନିର୍ଭୁଲ ଭାବରେ କହିଗଲେ ଏଭଲି ଅସାଧାରଣ ସ୍ମରଣଶକ୍ତିର ଅଧିକାରି ଶ୍ରୀଯୁକ୍ତ ମିଶ୍ର ସେଥିପାଇଁ ଛାତ୍ର ତଥା ଶିକ୍ଷକମଣ୍ଡଳୀରେ ସର୍ବମାନ୍ଯ ହୋଇଉଠିବା ଥିଲା ଏକାନ୍ତ ସ୍ବାଭାବିକ ।

ସମାଜ ଶିକ୍ଷକଠାରୁ ସେବା ଚାହେଁ । ରଘୁନାଥ ପୂର୍ଣ୍ଣପ୍ରାଣରେ ଥିଲେ ସମାଜସେବୀ । କୌଣସି ପ୍ରକାରର ସମାଲୋଚନା ତାଙ୍କୁ ତାଙ୍କ ଲକ୍ଷ୍ଯପଥରୁ ବିଚ୍ଯୁତ କରିପାରି ନାହିଁ । ତାଙ୍କର ବ୍ଯକ୍ତିତ୍ବ ସମଗ୍ର ବିଦ୍ଯାଳୟକୁ ଏପରି ପ୍ରଭାବିତ ଓ ଆଚ୍ଛନ୍ନ କରିଥାଏ ଯେ ଅଜଣା ଆଗନ୍ତୁକ ମଧ୍ଯ ତାହା ଅନୁଭବ କରନ୍ତି । ସୁଚୀପତନ ଶଦ୍ଦ ବି ଚାରି ବାରି ହୋଇ ଯାଏ ସେଠାରେ ରଘୁନାଥଙ୍କର ଦକ୍ଷତା ଓ କର୍ମନିଷ୍ଠା ଅଭିଭାବକ ତଥା ପରିଦର୍ଶକ ସମସ୍ତଙ୍କୁ ତାଙ୍କଠାରେ ଅତୁଟ ଏବଂ ଦୃଢ଼ ବିଶ୍ବାଶପୋଷଣ କରାଇଥିଲା ।

ବାଲ୍ଯକଳରି ରଘୁନାଥଙ୍କର ଚରିତ୍ରବତ୍ତା ବିକଶିତ ହୋଇଥିଲା ଥରେ ରାଜା ଅନନ୍ତ ନାରାଜଣ ହରିଚନ୍ଦନ ମହାପାତ୍ର ଏକ ଫୌଜଦାରୀ ଘଟଣାର ବିଚାର କରୁଥାନ୍ତି । ରହଗୁନାଥ ଘଟଣାସ୍ଥାନରେ ଉପସ୍ଥିତ ଥିଲେ । ବୋଲି ରାଜା ଶୁଣି ତାଙ୍କୁ ଡକାଇ କହିଲେ, ତୁମେ ହେଉଛ ପଣ୍ଡିତଙ୍କ ପୁଅ , ସତ କହିବ ବୋଲି ମୋର ବିଶ୍ବାସ ।

ରଘୁନାଥଙ୍କ ବକ୍ତବ୍ଯ ଅନୁସାରେ ଦୋଷୀ ଦଣ୍ଡ ପାଇଲା ଅ ଓ ବାଳକ ରଘୁନାଥ ସମସ୍ତଙ୍କ ପ୍ରଶଂସାର ପତ୍ର ହୋଇଥଲେ । ଏହି ଘଟଣାରୁ ତାଙ୍କର ସ୍ପଷ୍ଟବାଦିତାର ନମୁନା ମିଲେ ।

ବାଙ୍କି ଡମପଡା ସ୍କୁଲରେ ପନ୍ଦର ବର୍ଷ ବୟସରେ ରଘୁନାଥ ବାଲଚର ସଂସ୍ଥାର ଲିଢ଼ର ଥିଲେ । ତାଙ୍କୁ ପ୍ରଧାନଶିକ୍ଷକ ବ୍ଯାଜ୍ ଓ ପୁରସ୍କାର ଦେବା ପାଇଁ ଡାକିଥିଲେ । ରଘୁନାଥ ପୁରସ୍କାର ଗ୍ରହଣ କରିବାକୁ ଗଲେ ନାହିଁ । ,ପ୍ରଧାନ ଶିକ୍ଷକ ପଚାରିବାରୁ ସ୍ପଷ୍ଟ ଉତ୍ତର ଦେଲେ, ଆପଣ ମୋତେ ଦୁଷ୍ଟ ପିଲାଙ୍କ ସହ ପୁରସ୍କାର ଦେବାକୁ ଭାବିଛନ୍ତି । ପୁରସ୍କାର ପାଇବା ପାଇଁ ସେମାନେ ମୋର ସମସ୍କନ୍ଧ ନୁହଁନ୍ତି , ତେଣୁ ମୁଁ ଗଲି ନାହିଁ । ଏଓରି ସ୍ପଷ୍ଟ ଉତ୍ତରରେ ପ୍ରଧାନଶିକ୍ଷକ ନରାଗି ତାଙ୍କୁ ତାଙ୍କର ସ୍ପଷ୍ଟବାଦିତା ଯୋଗୁଁ ପ୍ରଶଂସା କରିଥିଲେ ।

ଖଣ୍ଡପଡ଼ାରେ ଶିକ୍ଷକ ଥିଲାବେଳେ ନରସିଂହପୁରର ରାଜା ଅନନ୍ତ ନାରାୟଣ ହରିଚନ୍ଦନ ମହାପାତ୍ର ରାଜ୍ଯର ନଦୀକୂଳ ମଳବନ୍ଧ ପ୍ରଜାଙ୍କ ଦ୍ବାରା ବେଠିରେ କରାଉଥିଲେ କାର୍ଯ୍ଯ ତତ୍ତ୍ବାବଧାରକ କର୍ମଚାରି ଥିଲେ ଯେଭଲି ଅତ୍ଯାଚାରି, ସେହିଭଲି ଦୁର୍ନିତିଗ୍ରସ୍ତ । କଚେରି ପଡ଼ିଆ ସଭାରେ ଏମାନଙ୍କ ବିରୋଧରେ ରଘୁନାଥ ପ୍ରତିବାଦର ସ୍ବର ଉତ୍ତୋଳନ କରିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ ସ୍ବାଧିନତା ସପକ୍ଷରେ ଜନଚେତନା ସୃଧ୍ଟି କରିବାରେ ତାଙ୍କର ଉଦ୍ଯମ କେବେ ଶିଥିଲ ନଥିଲା । ସେ ଅତି ସଚ୍ଚୋଟ ଶିକ୍ଷକ ଥିଲେ ।

ଥରେ ଖଣ୍ଡପଡ଼ା ହାଇସ୍କୁଲରେ ସେ ଥିବାବେଳେ ହଷ୍ଟେଲର ତତ୍ତ୍ବାବଧାରକ ନିୟୁକ୍ତ ହେଲେ ପୁଝାରୀ ତାଙ୍କ ପାଇଁ ସ୍ବତତ୍ର ବ୍ଯଞ୍ଜନ ପ୍ରସ୍ତୁତ କରିଆଣନ୍ତେ ସେ ତାହାର କାରଣ । ପଚାରିଲେ । ପୁଝାରୀ କହିଲା , ଆଜ୍ଞା ସବୁ ତତ୍ତ୍ବାବଧାରକଙ୍କ ପାଇଁ ଏଭଲି ହୋଇଥାଏ । ରଘୁନାଥ ମାଗଣରେ ଏପରି ସ୍ବତନ୍ତ୍ର ଖାଦ୍ଯ ଗ୍ରହଣର ପ୍ରତିବାଦ କରି ତାହା ବନ୍ଦ କରାଉଥିଲେ ।

ଶରଣକୁଲ ହାଇସ୍କୁଲରେ ସେ ଶିକ୍ଷକ ଥିଲାବେଳେ ଗୋଟିଏ ପିଲା ବିଷ ଖିଦେଲା ଓ ତାଙ୍କ ନାମରେ କର୍ତ୍ତବ୍ଯରେ ଅବହେଳାର ଆରୋପ ହେଲା । ଶିକ୍ଷାବିଭାଗୀୟ ଅଧିକାରୀ ଅନୁସନ୍ଦ୍ଧାନରେ ଆସିଲେ ସେ ଉତ୍ତର ଦେଲା, ମୁଁ ମୋର କର୍ତ୍ତବ୍ଯ କରିଛି । ମୋ ସ୍ଥାନରେ ଆପଣ ଥିଲେ କ'ଣ ଅଧିକ କରିପାରିଥାନ୍ତେ । ଯାହାର ରତ୍ନ ଚାଲିଗଲା ସେ ତ ମୋ ନାମରେ ଆରୋପ କରିନାହିଁ । ଆପଣ ଏହି ଅଭିଯୋଗରୁ କ'ଣ ଜାଣିପରୁଛନ୍ତି । ନିଜର କର୍ତ୍ତବ୍ଯନିଷ୍ଠାରେ ଆସ୍ଥା ନଥିଲେ ଏପରି ସ୍ପଷ୍ଟ ଉତ୍ତର କେତେଜଣ ପ୍ରଧାନ ଶିକ୍ଷକ ପ୍ରଦାନ କରିପାରନ୍ତି ?

ରଘୁନାଥଙ୍କ ପ୍ରଧାନ କାର୍ଯସ୍ଥଳୀ ଥିଲା ଦଶପଲ୍ଲା, ନୟାଗଡ଼, ଶଭଣକୁଳ ପ୍ରଭୃତି  ଗଡ଼ଜାତ ଅଞ୍ଚଳ । ଗଡ଼ଜାତ ଅଞ୍ଚଳର ପିଲାମାନଙ୍କୁ  ରାଜ୍ଯର  ଅନ୍ଯ ସମସ୍ତଙ୍କ ପରି      ଉଚ୍ଚସ୍ଥାନରେ  ପହ୍ଞ୍ଚାଇବା ତାଙ୍କ ଜୀବନର  ପରମ ଲକ୍ଷ୍ଯ ହୋଇଥିଲା । ସେ ଯେଉଁ  ବିଦ୍ଯାଳୟକୁ ଯାଉଥିଲେ  ସେଠାରେ ସମସ୍ତ ଅନୁଷ୍ଠାନିକ କାର୍ଯ୍ଯ ସୁଚାରୁରୂପେ  ସମ୍ପନ୍ନ  କରୁଥିଲେ । ସ୍କୁଲକୁ ଠିକ ସମୟରେ  ଯିବା  ଓ ଶିକ୍ଷକମାନଙ୍କ  କାର୍ଯ୍ଯ ତଦାରଖ  ରକିବା ଥିଲା ତାଙ୍କ ର ନିତିଦିନିଆ କାମ । ପାଠଦାନ  ବହିର୍ଭୁତ  ଏପରି କୌଣସି  କାର୍ଯ୍ଯ ନାହିଁ ଯାହା କରିବାକୁ ସେ ଭୁଲିଥାନ୍ତି ।   ରଘୁନାଥ ଛାତ୍ରମାନଙ୍କୁ ଦୁଇଭାଗରେ  ବିଭକ୍ତ କରନ୍ତି  ଭଲ ପିଲାମାନଙ୍କୁ  ଭଲ କରିବା ପାଇଁ  ଓ ଦୁର୍ବଳ ପିଲାମାନଙ୍କୁ ପାସ୍  କରିବା ପାଇଁ  ସ୍କୁଲ୍ ସମୟରେ  ଶନିବାର ଛୁଟି  ପରେ  ଓ ଅନ୍ଯ  ଛୁଟି ଦିନରେ  ସେ  ଲଗିପଡ଼ିଥାନ୍ତି 
ସେ ଯେଉଁ  ସ୍କୁଲକୁ ଯାଆନ୍ତି , ସେଠାରେ ଶିକ୍ଷାର ବାତାବରଣ ଖେଳିଯାଏ ।  ରଘୁନାଥ  ଶିକ୍ଷକ ହିସାବରେ  ଏତେ  ପରିଚୟ ଥିଲେ ଯେ, ତାଙ୍କର ବ୍ଯକ୍ତିତ୍ବର  ପ୍ରଭାବ ନୟାଗଡ଼ ଓ ଶରଣକୁଳ ଅଞ୍ଚଳର  ଗ୍ରାମେ ଗ୍ରାମେ  ବ୍ଯାପ୍ତ ହୋଇଥିଲା । 

ଦିନେ ସେ ଶରଣକୁଳସ୍ଥ ବାସଭବନରେ ବସିଥିବା ସମୟରେ ପ୍ରୌଢ଼ା ଜଣେ ଆସି ପଚାରିଲେ , ବଢ଼ ସାର କାହାନ୍ତି ?

ବଡ଼ସାର ତ' ମୁଁ କନ କହିବ କୁହ - ରଘୁନାଥ ଉତ୍ତର ଦେଲେ ଆଜ୍ଞା , ପଡ଼ୋଶୀ ସହ ମୋର ଗୋଟିଏ ମୋକଦ୍ଦମା ହୋଇଛି । ଗାଁ କମିଟିକୁ ତାହା ବିଚାର ପାଇଁ ନୟାଗଡ଼ ଅନୁବିଭାଗୀୟ ଅଧିକାରୀ ପଠାଇବାକୁ କହଥିଲେ । ମୁଁ କହିଲି, ନାରାୟଣ ହାଇସ୍କୁଲ ବଡ଼ସାର ମୋ ମୋକଦ୍ଦମା ବୁଝିଦେବେ । ତେଣୁ ଆପଣଙ୍କୁ ସେ କଥା ବିଚାର କରିବାକୁ ହେବ । କହିଲେ ପୌଢ଼ା ଜଣକ । ରଘୁନାଥ ସେଇ ମୋକଦ୍ଦମାର ଆପୋଧ ନିଷ୍ପତି କରି ଦେଇଥିଲେ । ଏଥିରେ ତାଙ୍କ ସୁନାମ ବ୍ଯାପି ଯାଇଥିଲା । ଏହିପରି ଆଉ ଚାରୋଟି ମୋକଦ୍ଦମା ତାଙ୍କ ବିଚାର ପାଇଁ ଆସିଥିଲା ଓ ସବୁଗଡ଼ିକର ସମାଧାନ ରଘୁନାଥ ସୁଚାରୁ ରୂପେ କରିଥିଲେ ।

ଏହିକଥା ଜାଣି ବରହମପୁର ଶିକ୍ଷାମଣ୍ଡଲାଧୀଶ ରଘୁନାଥଙ୍କ ନାମ ଓଡ଼ିଶା ପ୍ରାଶାସନିକ ସେବା ପାଇଁ  ସୁପାରିସ କରିଥିଲେ ।ରଘୁନାଥ ବିନୀତ ଭାବରେ ତାହା ପ୍ରତ୍ଯାଖ୍ଯାନ କରିଥିଲେ ।ତାଙ୍କ ଉକ୍ତି ଥିଲା , ' ଶିକ୍ଷକର ସମ୍ମାନ ପ୍ରଶାସକର ସମ୍ମାନଠାରୁ ଅଧିକ ।'
ନରସିଂହପୁରରେ କଲେଜ ସ୍ଥାପନ  କରିବାରେ ସେ ମୁଖ୍ଯ ଭୂମିକା ଗ୍ରହଣ କରିଥିଲେ  ଓ ପ୍ରଥମ ପରିଚାଳାନା କମିଟିର  ସଭାପତି ଥିଲେ । ନରସିଂହପୁର ବ୍ରାହ୍ମଣ ସମିତିର ସେ ଅବେ ସଭାପତି  ଓ ସାହିତ୍ଯ ସଂସଦର  ଉପେଦେଷ୍ଟା  ଭାବେ ରହିଛନ୍ତି ।
ସପ୍ତମ ଶ୍ରେଣୀରେ ପଢ଼ିବା ଦିନଠାରୁ ଇଂରାଜୀ ପଠନର  ଅଭ୍ଯାସ ଫଳରେ  ସେ ଉଚ୍ଚାରଣ ଓ ବାକ୍ଯ  ଗଠନଶୈଳୀରେ ମୌଳିକତା  ଅର୍ଜନ କରିଥିଲେ ।ଆରେଏମୁଁ କେତେକ  ଶଦ୍ଦ କଥୋପକଥନ  ଛଳରେ  ପଚାରିଲି  ଆଜ୍ଞା !। ମୁଁ ଏହି ସବୁ ଶଦ୍ଦ କହିବାରେ  କ'ଣ ଭୂଲ୍ କଲି ?'  ତାଙ୍କ ପାଖରେ ଥିବା ଏକ ଛୋଟ ଝିଅ ଯିଏ ସବୁ ଶଦ୍ଦ  ଉଚ୍ଚାରଣ  ରଘୁନାଥଙ୍କରଠାରୁ  ଶଖିଥିଲା , ସେ ମଧ୍ଯ ଉଚ୍ଚାରଣଗତ  ତ୍ରୁଟି ଗୁଡ଼ିକୁ   ସୂଚାଇ ପାରିଥିଲା  ରଘୁନାଥଙ୍କର ଶିକ୍ଷାଦାନର ବିଶେଷତ୍ବ ଥିଲା ଏହିପାରେ ।
ସେ ସମସ୍ତ ବିଷୟରେ  ଶିକ୍ଷାଦାନ କରିପାରୁଥିଲେ । ଏଣୁ  ବିଦ୍ଯାଳୟର ପ୍ରତ୍ଯେକ  ଶିକ୍ଷକ ତାଙ୍କଠାରୁ ଶିକ୍ଷାପ୍ରଣାଳୀ ଶିକ୍ଷା କରୁଥିଲେ । ଆଦର୍ଶ  ଶିକ୍ଷାଦାନପ୍ରଣାଳୀର ନିୟୋଜନ  ତାଙ୍କର ଏକ ବିଶେଷତ୍ବ ଥିଲା ।  ସେ ଶ୍ରେଣୀକ  ପ୍ରବେଶ କରିବା  ଓ ପ୍ରସ୍ଥାନ  କରିବା  ବେଳେ  ବେଶ୍ ସମୟନୁବର୍ତ୍ତୀ ଥିଲେ ।  ଗରିବ ଛାତ୍ରମାନଙ୍କୁ ନିଜ ଘରକୁ ଡାକି ସେମାନଙ୍କୁ ଭଲ ପାଠ ପଢ଼ିବା ପାଇଁ  ସାହାଯ୍ଯ କରିବା ତାଙ୍କର  ପରମ କର୍ତ୍ତବ୍ଯ  ବୋଲି ସେ ମଣୁଥିଲେ ।

ପୁରସ୍କାର ଛାତ୍ରମାନଙ୍କୁ ଉନ୍ନତିପଥରେ ଅଗ୍ରସର ହେବାକୁ ପ୍ରେରଣା ଯୋଗାଏ ଏହା ସ ହୃଦୟଙ୍ଗମ କରିଥିଲେ । ଏଣୁ ଦଶପଲ୍ଲା ହାଇସ୍କୁଲରେ ଥିବା ସମୟରେ ନିଜର କାର୍ଯ୍ଯଦକ୍ଷତାବଳରେ ପାଇଥିବା ରାଜ୍ଯପାଳ ପୁରସ୍କାରଲବ୍ଧ ଅର୍ଥକୁ ସେ ଛାତ୍ରଛାତ୍ରୀମାନଙ୍କର ପୁରସ୍କାର ପାଇଁ ବ୍ଯାଙ୍କରେ ରକଗିଦେଇଛନ୍ତି । ଏତଦବ୍ଯତୀତ ସେ ନାରାୟଣ ହାଇସ୍କୁଲ୍ ଶରଣକୁଳ, ଅନନ୍ତ ନାରାୟଣ ହାଇସ୍କୁଲ୍ ସରକାରୀ ବାଳିକା ଉଚ୍ଚବିଦ୍ଯାଳୟ ନରସିଂହପୁରରେ ଛାତ୍ରଛାତ୍ରୀମାନଙ୍କର ଉନ୍ନତି କଳ୍ପେ ପୁରସ୍କାର ପାଇଁ ବ୍ଯାଙ୍କରେ ସ୍ଥାୟୀ ଜମା ସ୍ଥାପନ କରିଛନ୍ତି ।

ରଘୁନାଥ ଯେ କେବଳ ଜଣେ ଶିକ୍ଷକ ଥିଲା ତାହା ନୁହେଁ , ଲେଖକ ଭାବରେ ମଧ୍ଯ ସେ ସାରା ଓଡ଼ିଶାରେ ଥିଲେ ପରିଚିତ ।୧୯୬୦ ରୁ ୧୯୭୨ ପର୍ଯ୍ଯନ୍ତ ଷଷ୍ଠରୁ ଏକାଦଶ ଶ୍ରେଣୀ ମାନଙ୍କରେ ଚଲୁଥିବା ଯେଉଁ ସାମାଜିକ ପାଠ ବହି ସେ ଲେଖିଥିଲେ ତାହା ନିର୍ଦ୍ଦଶକଙ୍କ ମଂଜୁରୀ ଲାଭ କରିଥିଲା । ଏତଦବ୍ଯତିତ ସେ ନବମ ଓ ଦଶମ ଶ୍ରେଣୀର ଇତିହାସ, ଭୂଗୋଳ ଓ ନଗର ବିଜ୍ଞାନ ବହି ଲେଖିଥିଲେ । ତାହା ଛାତ୍ର ଓ ଶିକ୍ଷକ ମାନଙ୍କ ଦ୍ବାରା ଆଦୃତ ହୋଇଥିଲା ।

ଆବସର ଗ୍ରହଣ ପରେ ବୟାଅଶୀ ବୟଃକ୍ରମରେ ସେ ଏବେ ମଦଗ୍ଯ ସାରସ୍ବତ  ସାଧନାରେ ବ୍ରତି ଅଛନ୍ତି । ସେ ଛାଟି ବିଶିଷ୍ଟ ବିଶ୍ବ ସାହିତ୍ଯର ଅନୁବାଦ କରିଛନ୍ତି । ସେଗୁଡ଼ିକ ହେଉଛି 'ତିନିଜନ ' । 'ଜେନ ଆୟର ' , ଶାସ୍ତି ' , 'ଜୀବଜନ୍ତୁ ଫାର୍ମ ' , ଭୂଗର୍ଭ ଅଭିଜାନ ' , ଓ ୧୯୮୪ । ଏତଦବ୍ଯତିତ  ତାଙ୍କର ଦୁଇଟି   ମୌଳିକ ରଚନା ପରିପ୍ରକାଶ  ଅପେକ୍ଷାରେ ଅଛି ।ସେ ଦୁଇଟି ହେଉଛି  ଶ୍ରାବଣର ଖରା  ( କ୍ଷୁଦ୍ରଗଳ୍ପ ସମାରୋହ ) ଓ ଜୀବନ  ଦର୍ଶନ  ( ଉପଦେଶାତ୍ମକ ସନ୍ଦର୍ଭ ) । 

ଶିକ୍ଷା କ୍ଷେତ୍ରରେ ଦକ୍ଷତା , କର୍ତ୍ତବ୍ଯନିଷ୍ଠା ତ୍ଥା ସ୍ବତନ୍ତ୍ର ଅବଦାନ ପାଇଁ ୧୯୭୦ ମସିହାରେ ସେ ରାଜ୍ଯପାଳପୁରସ୍କାର ଲାଭ କରିଥିଲେ ।

ଆଉ ଏକ ସ୍ମରଣୀୟ ଘଟଣା ଘଟିଥିଲା ୧୯୯୬ ମସିହା ଜୁନ୍  ମାସରେ ଶରଣକୁଳ  ହାଇସ୍କୁଲର  ସୁବର୍ଣ୍ଣ ଜୟନ୍ତୀ ଅବସରରେ । ଅଗଣିତ ଗୁଣମୁଗ୍ଧ ଛାତ୍ର ରଘୁନାଥଙ୍କୁ ତାଙ୍କ ଗହଣରେ  ପାଇ କୁଣ୍ଡାଇ  ପକାଇଥିଲେ  ଓ ଆନନ୍ଦାଶ୍ରୁରେ ତାଙ୍କ ଚରଣ ଧୌତ କରିଥିଲେ ।  ଏହି ଅବସରରେ ତାଙ୍କୁ ଏକ  ଉପାୟନ ଓ ମାନପତ୍ର ପ୍ରଦାନ କରାଯାଇଥିଲା ଅନୁରୂପ ଘଟଣା ସେ ବର୍ଷ  ଡିସେମ୍ବର ମାସରେ  ଘଟିଥିଲା ଦଶପଲ୍ଲାଠାରେ । ସ୍ବାଧିନଚେତା ଶିକ୍ଷକ ରଘୁନାଥ  ଆଞ୍ଜୁଳା  ପାତି ଏକ  ପାଣ୍ଠି  ମୁହୂର୍ତ୍ତକ  ମଧ୍ଯରେ ସୃଷ୍ଟି  କରିଥିଲେ  ଛାତ୍ରମାନଙ୍କ ବୃତି ପାଇଁ , ଯାହାକି ତାଙ୍କର  ବଳିଷ୍ଟ ବ୍ଯକ୍ତିତ୍ବର ପରାକାଷ୍ଠା ଥିଲା । ତାଙ୍କୁ ସେଠାରେ  ମଧ୍ଯ ସମ୍ମାନିତ କରାଯାଇଥିଲା । ଏପରି ଭବବିହ୍ବଳ ସମ୍ମାନପ୍ରଦାନ  କ୍ବଚିତ୍ ଦେଖିବାକୁ  ମିଳିଥାଏ । 

ଏହି ଶିକ୍ଷକଙ୍କର ଜୀବନ କାହାଣୀ ମାଟି ମାଆର ଏକ ସୁଯୋଗ୍ଯ ସନ୍ତାନ ତଥା ଗୌରବମୟୀ ଉତ୍କଳ ମାଟିର ଏକ ସୁଯୋଗ୍ଯ ବ୍ଯକ୍ତିଙ୍କର ଜୀବନକାହାଣୀ । ତାଙ୍କ ଅଦର୍ଶରେ ବର୍ତ୍ତମାନର ଶିକ୍ଷକୀଢ଼ି ଅନୁପ୍ରାଣିତ ହେଲେ ଅଧୁନା ଶିକ୍ଷାକ୍ଷେତ୍ରର ଅନେକ କଳୁଷ ଦୂର ହୋଇଯାଆନ୍ତା । ଛବି ସମାଜସେବୀ ଶିକ୍ଷକ ବାମ ଚରଣ ଦାସ ପ୍ରଫେସର ଜଗନ୍ନାଥ ମହାନ୍ତି

୧୯୫୯ ମସିହା ଅଗଷ୍ଟ ମାସ । ବର୍ଷାଋତୁର ମେଘମେଦୁର ଆକାଶ । ବଣପାହାଡ଼ଘେରା ବାଣପୁରର ସବୁଜସୁନ୍ଦର ପରିବେଶ । ମୁଣ୍ଡଟେକି ଠିଆହୋଇଛି ସୋଲରୀ ଓ ଘଣ୍ଟଶିଳା ପାହାଡ଼ । ମଥାନକୁ ଛୁଇଁ ନୂଆ ମେଘର ଖେଳ । ବହିଯାଉଛି ଶଳିଆ ନଈଟି ଦୁରକୂଳ ଖାଲ । ଢ଼େଉରଙ୍ଗର ପାଣି ଉଛୁଲି ଉଠୁଛି ଧାନକ୍ଷେତ ଆଉ ପନିପରିବା କିଆରି ଭିତରେ ।

ବାଣପୁର ବଜାର ଭିତରେ ଧର୍ମଶାଳା । ତା'ର ଗୋଟିଏ କୋଠରୀରେ ମୁଁ ରହିଥାଏ । ପରୀ ଜିଲ୍ଲା ଅଧୀକ୍ଷକ ଙ୍କ ଅଫିସରେ ସର୍କଲ୍ ସବଇନସପେକ୍ଟର ଭାବରେ ଦାୟିତ୍ବ ନେଉଥାଏ । ମାତ୍ର କ୍ବାଟର୍ସ ଖାଲି ହୋଇନଥାଏ । ମୋ ପୂର୍ବରୁ ଥିବା ସବଇନସପେକ୍ଟର ମଧ୍ଯ ମୋତେ ଦାୟିତ୍ବ ବୁଝାଇ ନଥିଲେ । ତେଣୁ ପ୍ରାୟ ଦଶ ପନ୍ଦର ଦିନ ସେଇ ଧର୍ମଶାଳାରେ ରହିଥିଲି । ମାତ୍ର ପ୍ରତିଦିନ ସେଠାରୁ ସ୍କୁଲ୍ ପରିସର୍ଶନ କରିବାକୁ ଯାଇଥିଲି ।

ସେହି ସମୟ ଭିତରେ ମୋ ପାଖକୁ ଆସନ୍ତି ଜଣେ ବୃଦ୍ଧ ଭଦ୍ରବ୍ଯକ୍ତି । ଦେହରେ ଖଦଡ଼ ଲୁଗା ଓ ସାର୍ଟ । ଦେଖିବାକୁ ପ୍ରାୟ ଗୋଦାବରିଶ ମିଶ୍ରଙ୍କ ପରି ମୁହଁ । ମୁଁ ତାଙ୍କୁ ପ୍ରଥମେ ଦେଖି ଟକିଏ ଆଶ୍ଚର୍ଯ୍ଯ ହୋଇଥିଲି । ତା' ପରେ ସେ ପରିଚୟ ଦେଇଥିଲେ , ମୋ ନାଁ ବାମନ ଚରଣ ଦାସ । ବାଣପୁର ବାଳକ ମାଇନର ସ୍କୁଲର ପ୍ରଧାନଶିକ୍ଷକ ତା' ପରେ ସ୍କୁଲର ଭଲ ମନ୍ଦ , ସେ ଅଞ୍ଚଳର ଉମ୍ମତି ଓ ସମସ୍ଯା ସମ୍ପର୍କରେ ସେ ଆଲୋଚନା କରନ୍ତି ।

କଟକ ଚିନ୍ତା ବାରମୁଣ୍ଡିକି ପରି ସେ ବାଣପୁରର ସୁଖ ଦୁଃଖ ତା'ର ବିଭିନ୍ନ ସମସ୍ଯା ସମ୍ପର୍କରେ ସଦାବେଳେ କହୁଥିଲେ ତା' ମଧ୍ଯରେ ତାଙ୍କ ସ୍କୁଲକୁ ଯିବାକୁ ଖନ୍ତି । ମୁଁ ସମୟ ସୁବାଧା ଦେଖି ସ୍କୁଲକୁ ଯାଏ । ଦିନରାତି ସେ ସ୍କୁଲ କାମରେ ଲାଗିଥାନ୍ତି । ବହିପତ୍ର, ଫାଇଲ୍ ଆଉ ରେଜିଷ୍ଟର ର ଗଦା ମଝିରେ ବୁଡ଼ି ରହିଥାନ୍ତି ସେ ।ଗରିବ ପିଲାମାନଙ୍କୁ ସାହାଯ୍ଯ କରିବାଠାରୁ ଆରମ୍ଭ କରି ଚଗଲା ପିଲାମାନଙ୍କର ସମସ୍ଯାଗୁଡ଼ିକର ଅନୁଧ୍ଯାନ ଓ ସମାଧାନ କରିବାଯାଏ ସବୁଥିରେ ତାଙ୍କର ସଂବେଦନଶୀଳ ମନ ଓ ଶତଚେଷ୍ଟା । ସେଥିପାଇଁ ସେ ପିଲାମାନଙ୍କ ପିତାମାତା ଓ ଅଭିଭାବକମାନଙ୍କ ଷିତ ଘନିଷ୍ଟ ସମ୍ପର୍କ ରଖୁଥିଲେ । ବିଭିନ୍ନ ଗାଁଗଣ୍ଡାକୁ ନିଜେ ଚାଲିଚାଲି ଯାଉଥିଲେ ।

ସାକ୍ଷୀଗୋପାଳର ବକୁଳବନ ।ସେଥାରେ ଗଢ଼ିଉଠିଥିବା ଜାତିୟ  ବନବିଦ୍ଯାଳୟରେ ସେ ଥିଲେ ଛାତ୍ର । ସ୍ବାଧିନତା ଆନ୍ଦୋଳନରେ ମଧ୍ଯ ବାନରସେନା  ଭାବରେ କାର୍ଯ୍ଯ  କରିଥିଲେ ।  ତାଙ୍କର  ଜ୍ଞାନଗରିମା, ସ୍ବଦାଶପ୍ରେମ ଓ ସେବା  ମନୋଭାବ ରଖି ସେଠାରେ  ସୁଯୋଗ୍ଯ ଗୀତିକବି ଗୋଦାବରୀଶ  ତାଙ୍କୁ ବାଣପୁର ନେଇ  ଆସିଥିଲେ । ସେତେବେଳେ ବାଣପୁରରେ ହାଇସ୍କୁଲ ନଥିଲା । ତେଣୁ  ଗୋଦାବରୀଶଙ୍କ  ଉଦ୍ଯମରେ ହାଇସ୍କୁଲ୍ ସ୍ଥାପିତ  ହେଲା । ମାଉଜର ସ୍କୁଲଟି   ବହୁଦିନରୁ ଗଢ଼ି  ଉଠିଥିଲା । ବାମନବାବୁ ଥିଲେ  ତା'ର  ପ୍ରଧାନ  ଶିକ୍ଷକ । 

ବାଣପୁର ହାଇସ୍କୁଲ ପାଇଁ ଚାନ୍ଦା ସଂଗ୍ରହ କରିବାକୁ ଜଣେ ପୁରୁଖା ଶିକ୍ଷକ ବିଶ୍ବନାଥ ଶତପଥୀଙ୍କ ସହିତ ବାମନବବାବୁ ରେଙ୍ଗୁନ୍ ଯାତ୍ରା କରିଥିଲେ ୧୯୩୭ ମସିହା ଗ୍ରୀଷ୍ମ ଛୁଟିରେ । ଗୋପାଳପୁର ବନ୍ଦରବାଟେ ସେମାନେ ରେଙ୍ଗୁନ୍ ଯାତ୍ରା କଳେ । ବାମନବାବୁ ତାଙ୍କର ରେଙ୍ଗୁନ୍ ଯିବା ଅନୁଭୂତି ଏକ ଟୀପ୍ପା ଖାତାରେ ଲେଖିଛନ୍ତି । ଆମେ ଦୁହେଁ ଯାତ୍ରା କରିବା ଦିନ ମେଘୁଆ ପାଗ । ଜାହାଜ ବନ୍ଦର ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥାଏ । ଆମ୍ଭେମାନେ ପଢ଼ଉରେ ବସିଲୁ , ତୋଫାନ ବହିଲା । ଆମ୍ଭମାନଙ୍କୁ ଶୋଇଥିବା ଜ୍ଯାକେଟଟିଏ ଲେଖାଁଏ ପିନ୍ଧାଇ ଦିଆଗଲା । ଆମେ ଦେଖିଲୁ , ଗୋଟିଏ ପଢ଼ଉ ପାଣିରେ ଓଲଟି ପଡ଼ିଛି । ଶୋଲ ଜ୍ଯାକେଟ୍ ପିନ୍ଧିଥିବାରୁ ତା'ର ଯାତ୍ରୀମାନେ ଭାସି ଭାସି କୁଳରେ ଲାଗିଗଲେ । ଉଚ୍ଚା ଲହଡ଼ି ଯୋଗୁଁ ପଢ଼ଉ ଉପରେ ଛିଡ଼ା ହୋଇ ରହନ୍ତି । ନୋଳିଆମାନେ କାଠପଟା ଉପରେ ଛିଡ଼ାହୋଇ ଯାତ୍ରୀମାନଙ୍କୁ ଜାହାଜ ଉପରକୁ ଟେକି ଦିଅନ୍ତି । କଷ୍ଟେ ମଷ୍ଟେ ଆମେ ଜାହାଜ ଭିତରେ ପ୍ରବେଶ କଲୁ ।

ଜାହାଜ ଚାଲିଛି , ଦିନରାତି ଚାଲିଛି । ଜାହାଜଟିରେ ବହୁ ଦକ୍ଷିଣ୍ୟାତ୍ରୀ । ଆମେ ଦୁହେଁ ତୃତୀୟ ଶ୍ରେଣୀ ଯାତ୍ରୀ । ତୃତୀୟଶ୍ରେଣୀ ଯାତ୍ରୀମାନେସାଧାରଣତଃ ଜାହାର ଉପର ଭାଗରେ ପଟା ପକାଇ ତା' ଉପରେ ବସନ୍ତି । ଉପର ଖୋଲା ଅକାଶ । ପାଗ ଖରାପ ଥିଲେ ବା ବର୍ଷା ହେଲେ ଜାହାଜ ଭିତରେ ପଟି ବା ବିଛଣା ପାରି ବସନ୍ତି ।

ଏହିପରି ଦୟନୀୟ ଓ ବିପଜ୍ଜନକ ଅବସ୍ଥାରେ ସମୁଦ୍ର ଯାତ୍ରା କରି ନୂତନ  ହାଇସ୍କୁଲ ପାଇଁ ରେଙ୍ଗୁନ୍  ପରି ବଦେଶରୁ  ଚାନ୍ଦା  ସଂଗ୍ରହ  କରିବାକୁ  ଦୁଇଜଣ  ଶିକ୍ଷକ  ଯିବା  ଆଜିକାଲି  ଅଚିନ୍ତନୀୟ । ପୁଣୀ  ସେମାନେ ଜାହାଜରେ  ଯିବା ଫଳରେ  ସମୁଦ୍ରର  ଲୁଣିଈ ବାୟୁରେ ବାନ୍ତି  ଓ ଦରିଆ  ବେମାରି  ରେ ଆକ୍ରାନ୍ତ ହେଲେ । ସାଥୀରେ  ନେଇଥିବା  ଚୁଡ଼ା

ଗୋପାଳପୁର ବନ୍ଦରବାଟେ ସେମାନେ ରେଙ୍ଗୁନ୍ ଯାତ୍ରା କଳେ । ବାମନବାବୁ ତାଙ୍କର ରେଙ୍ଗୁନ୍ ଯିବା ଅନୁଭୂତି ଏକ ଟୀପ୍ପା ଖାତାରେ ଲେଖିଛନ୍ତି । ଆମେ ଦୁହେଁ ଯାତ୍ରା କରିବା ଦିନ ମେଘୁଆ ପାଗ । ଜାହାଜ ବନ୍ଦର ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥାଏ । ଆମ୍ଭେମାନେ ପଢ଼ଉରେ ବସିଲୁ , ତୋଫାନ ବହିଲା । ଆମ୍ଭମାନଙ୍କୁ ଶୋଇଥିବା ଜ୍ଯାକେଟଟିଏ ଲେଖାଁଏ ପିନ୍ଧାଇ ଦିଆଗଲା । ଆମେ ଦେଖିଲୁ , ଗୋଟିଏ ପଢ଼ଉ ପାଣିରେ ଓଲଟି ପଡ଼ିଛି । ଶୋଲ ଜ୍ଯାକେଟ୍ ପିନ୍ଧିଥିବାରୁ ତା'ର ଯାତ୍ରୀମାନେ ଭାସି ଭାସି କୁଳରେ ଲାଗିଗଲେ । ଉଚ୍ଚା ଲହଡ଼ି ଯୋଗୁଁ ପଢ଼ଉ ଉପରେ ଛିଡ଼ା ହୋଇ ରହନ୍ତି । ନୋଳିଆମାନେ କାଠପଟା ଉପରେ ଛିଡ଼ାହୋଇ ଯାତ୍ରୀମାନଙ୍କୁ ଜାହାଜ ଉପରକୁ ଟେକି ଦିଅନ୍ତି । କଷ୍ଟେ ମଷ୍ଟେ ଆମେ ଜାହାଜ ଭିତରେ ପ୍ରବେଶ କଲୁ ।

ଜାହାଜ ଚାଲିଛି , ଦିନରାତି ଚାଲିଛି । ଜାହାଜଟିରେ ବହୁ ଦକ୍ଷିଣ୍ୟାତ୍ରୀ । ଆମେ ଦୁହେଁ ତୃତୀୟ ଶ୍ରେଣୀ ଯାତ୍ରୀ । ତୃତୀୟଶ୍ରେଣୀ ଯାତ୍ରୀମାନେସାଧାରଣତଃ ଜାହାର ଉପର ଭାଗରେ ପଟା ପକାଇ ତା' ଉପରେ ବସନ୍ତି । ଉପର ଖୋଲା ଅକାଶ । ପାଗ ଖରାପ ଥିଲେ ବା ବର୍ଷା ହେଲେ ଜାହାଜ ଭିତରେ ପଟି ବା ବିଛଣା ପାରି ବସନ୍ତି ।

ଏହିପରି ଦୟନୀୟ ଓ ବିପଜ୍ଜନକ ଅବସ୍ଥାରେ ସମୁଦ୍ର ଯାତ୍ରା କରି ନୂତନ  ହାଇସ୍କୁଲ ପାଇଁ ରେଙ୍ଗୁନ୍  ପରି ବଦେଶରୁ  ଚାନ୍ଦା  ସଂଗ୍ରହ  କରିବାକୁ  ଦୁଇଜଣ  ଶିକ୍ଷକ  ଯିବା  ଆଜିକାଲି  ଅଚିନ୍ତନୀୟ । ପୁଣୀ  ସେମାନେ ଜାହାଜରେ  ଯିବା ଫଳରେ  ସମୁଦ୍ରର  ଲୁଣିଈ ବାୟୁରେ ବାନ୍ତି  ଓ ଦରିଆ  ବେମାରି  ରେ ଆକ୍ରାନ୍ତ ହେଲେ । ସାଥୀରେ  ନେଇଥିବା  ଚୁଡ଼ା , ଚିନି , ଲେମ୍ବୁ , ମିଶ୍ରୀ ଓ କଦଳୀ  ଆହାର କରି ସେମାନେ  ଯାତ୍ରା କରିଥିଲେ । ସେଠାରେ ବାଣପୁର ଓ ଗଞ୍ଜାମର ଅନେକ ଲୋକଥିଲେ ହେଁ ଅଧିକାଂଶ ଶ୍ରମିକ ଶ୍ରେଣୀର ଏବଂ ଧନୀମାନେ କୁଲିସର୍ଦ୍ଦାର ହୋଇଥିବାରୁ  ନାନା ଭୟ  ଓ ଆଶନଙ୍କାର  ଶିକାର ହେଲେ ବିଶ୍ବନାଥ ବାବୁ । ଆନ୍ତ୍ରିକଜ୍ଜରରେ (ଟାଇଫେଏଡ଼) ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ପଡ଼ିଲେ । ବାମନବାବୁ ତାଙ୍କ ଚିକିତ୍ସା ଓ ସେବାଯତ୍ନରେ ବ୍ଯସ୍ତ ରହିଲେ । 

ଏହି ହାଇସ୍କୁଲ ଆଜି ଗୋଦାବରୀଶ ବିଦ୍ଯାପୀଠ ନାମରେ ସୁପାରିଚିତ ଓ ସୁପ୍ରତିଷ୍ଠିତ ହୋଇ ଉଠିଛି । ମାତ୍ର ବାଣପୁର ବାଲୁଗାଁ ଅଞ୍ଚଳରେ କୌଣସି କଲେଜ ନ ଥିବାରୁ ଗୋଦାବରୀଶଙ୍କ ନାଁରେ ଏକ କଲେଜ ଆରମ୍ଭ ହୋଇଥିଲା ଷଷ୍ଠ ଦଶକରେ । ଜନ୍ମ ଲଭ କରି ଶେଷକୁ ଏହା ଏକ ପ୍ରତିଷ୍ଠିତ କଲେଜ ହୋଇପାରିଥିଲା । ଏଥିପାଇଁ 'ସମାଜ' ସମ୍ପାଦକ ଶ୍ରୀ ରାଧାନାଥ ରଥ, ' ନିଆଁ ଖୁଣ୍ଟା' ସମ୍ପାଦକ ଗୋଦାବରୀଶ ମହପାତ୍ର ପ୍ରମୁଖଙ୍କ ସହିତ ବାମନବାବୁଙ୍କର ସହଯୋଗ ଉଲ୍ଲେଖଯୋଗ୍ଯ ଗାଁ ଗଣ୍ଡାରୁ ଆରମ୍ଭକରି ବାଣପୁରର ଧନୀ ବ୍ଯବସାୟୀଙ୍କ ପର୍ଯ୍ଯନ୍ତ ସମସ୍ତଙ୍କଠାରୁ ଚାନ୍ଦା ଭେଦା ଓ ସାହାଯ୍ଯ ସଂଗ୍ରହ କରିବାରେ ବାମନ ବାବୁଙ୍କ ଭୂମିକା ଥିଲା ଖୁବ୍ ଗୁରୁତ୍ବପୂର୍ଣ୍ଣ ।

ସେ ଥିଲେ ବାଣପୁରର ଏକ ଦୀପ୍ତିମନ୍ତ ଦୀପଶିଖା , ଏକ ଜାଜ୍ଜଲ୍ଯମାନ ଆଲୋକ ସ୍ଥମ୍ଭ । ସେ ବାଣପୁରର ହଜାର ହଜାର କିଶୋର , ତରୁଣ , ଯୁବକ ଓ ବୃଦ୍ଧଙ୍କର ଶିକ୍ଷକ ଥଲେ କହିଲେ ଯଥେଷ୍ଟ ହେବ ନାହିଁ । ସେ ଥିଲେ ସେମାନଙ୍କର ସୁଖ ଦୁଃଖର ସାଥୀ , ପ୍ରେରଣା ଦାତା ଗୁରୁ । ଅନେକଙ୍କର ଅଭାବ ଅସୁବିଧାରେ ସେ ସାହାଯ୍ଯ କରୁଥିଲେ । ବିପଦରେ ସାହା ହେଉଥିଲେ । ସେ ସମସ୍ତଙ୍କୁ ହସି ହସି ସ୍ବାଗତ କରିଛନ୍ତି, ମନ ଛୁଇଁ ଦୁଃଖ ସୁଖ ହୋଇଛନ୍ତି ଆଉ ଅନ୍ତର ଭରି ସ୍ନେହ ସହାନୁଭୁତି ଦେଖାଇଛନ୍ତି । ସେ ଥିଲେ ସତ୍ଯବାଦୀର ଛାତ୍ର । ସତ୍ଯବାଦୀ ସଂସ୍କୃତିର ଦାୟାଦ , ସତ୍ଯବାଦୀ ଶିକ୍ଷକ ସମାଜର ସମସ୍ତ ସ୍ବଭାବ ଓ ସଦଗୁଣ ତ୍ଯାଗ , ତିତିକ୍ଷା, ସଦିଚ୍ଛ, ଅନୁକମ୍ପା , ଜ୍ଞାନ ଗରିମା , ସାହିତ୍ଯିକ ସାଧନା ଓ ପ୍ରତିଭା ତାଙ୍କ ଠରେ ଥିଲା ପୁଞ୍ଜୀଭୂତ । ଆଦର୍ଶ ଶିକ୍ଷକ ଓ ଗୀତିକବି ଗୋଦାବରୀଶଙ୍କ ପ୍ରେରଣାରେ ସେ ସାକ୍ଷୀଗୋପାଲରୁ ବାଣପୁର ଆସି ହାଇସ୍କୁଲ ପ୍ରତିଷ୍ଠାରେ କାୟମନୋବାକ୍ଯରେ ସାହାଯ୍ଯ କରିଥିଲେ ।

ସେ କେବଳ ଗୋଟିଏ ବିଦ୍ଯାଳୟର ଜଣେ ଶିକ୍ଷକ ନ ଥିଲେ , ସେ ଥିଲେ ସେଇ ବିଦ୍ଯାଳୟର ସଂଗଠନ ଓ କର୍ମୀ । ଅର୍ଦ୍ଧ ଶତାଦ୍ଦୀରୁ ଧିକ କାଳ ଧରି ସେ ଥିଲେ ବାଣପୁର ମି, ଇ, ସ୍କୁଲର ପ୍ରଧାନ ଶିକ୍ଷକ । ଶିକ୍ଷାକ୍ଷେତ୍ରରେ ସେ ଥିଲେ ସମସ୍ତଙ୍କର ପରାମର୍ଶଦାତା । ଓଡ଼ିଶା ସରକାରଙ୍କ ଠାରୁ ସେ ମଧ୍ଯ ରାଜ୍ଯ ପୁରସ୍କାର ଲାଭ କରିଥିଲେ ।

ବାମନବାବୁ ବା ବାମନ ଚରଣ ଦାସ କହିଲେ ବାଣପୁରରେ ନ ଜାଣେ କିଏ ? ବାଣପୁରର ଗ୍ରାମେ ଗ୍ରାମେ , ଘରେ ଘରେ ସେ ଓରିଚିତ । ଖଦଡ଼ ଲୁଗା ଓ ପଞ୍ଜାବୀ ପିନ୍ଧି କେତେ ଆଡ଼େ ସେ ବୁଲି ନ ଯାନ୍ତି ? ପାଦରେ ଚପଲ ହଲେ କେତେବେଳେ ଥାଏ ତ କେତେବେଳେ ନାହିଁ । ସେଥିପ୍ରତି ତାଙ୍କର ଙ୍ଜର ନ ଥାଏ , ମୂଲିଆ ମଜୁରିଆଠାରୁ ଆରମ୍ଭ କରି ଧନୀ ଯାଏ , ସାଧାରଣ ଶିକ୍ଷକଠାରୁ ବଡ଼ ଆଫିସର ପର୍ଯ୍ଯନ୍ତ ସମସ୍ତଙ୍କ ସାଥିରେ ତାଙ୍କର ସମାନ ବ୍ଯବହାର , ମଙ୍ଖୋଲା କଥାବାର୍ତ୍ତା ଆଉ ହସଖୁସି ।

ବାଣପୁରରେ ଯେତେ ଉତ୍ସବ ଅନୁଷ୍ଠାନ , ସବୁଥିରେ ତାଙ୍କର ଉପସ୍ଥିତି ଓ ସମ୍ପର୍କ । ଗୋଦାବରୀଶଙ୍କ ଜୟନ୍ତୀ ଓ ମୃତ୍ଯୁ ବାର୍ଷିକୀ ପାଳନ କରିବାରେ  ଥିଅ ତାଙ୍କର ନେତୃତ୍ବ । କଲେଜ ପ୍ରତିଷ୍ଠା କରିବା ଆଉ  ତା ପାଇଁ ଚାନ୍ଦାଭେଦା ଆଦାୟ କରିବାରେ ସେ ଥିଲେ ଆଗୁଆ ।  ପ୍ରାଥମିକ ଶିକ୍ଷକମାନଙ୍କର କେନ୍ଦ୍ର ବୈଠକରୁ ଆରମ୍ଭ କରି ବାର୍ଷିକ ଶିକ୍ଷକ ସଭା ସମ୍ମିଲନୀ ପର୍ଯ୍ଯନ୍ତ ସବୁଥିରେ  ସେ ହୁଅନ୍ତି ଉପସ୍ଥିତ । କେହି ଡାକନ୍ତୁ ବା ନ ଡାକନ୍ତୁ । ଭଲ କାମଟିଏ ହେଉଛି ତ ସେ ଆପେ ଆପେ ପହ୍ଞ୍ଚିଯାଆନ୍ତି । ତାଙ୍କ ପାଖରେ ମାନ ଆଭିମାନ ବା ଆହମିକାର ନାମଗନ୍ଧ ନଥିଲା ।

୧୯୮୩ ଏପ୍ରିଲ ୬ ତାରିଖର ସନ୍ଧ୍ଯାରେ ନିଜର ସବୁ ମାକଦାମ ସାରି ଆଉ ସମସ୍ତଙ୍କ ସହିତ କଥାବାର୍ତ୍ତା କରିସେ ଛାତିରେ ଟିକିଏ କଷ୍ଟ ଅନୁଭବ କଲେ । ଭୁବନେଶ୍ବରଠାରେ ଅବସ୍ଥାପିତ ତାଙ୍କର ଝିଅ ଜ୍ବାଇଁ ଡାକ୍ତରାଣୀ ଶୈଳବାଳା ଓ ଡାକ୍ତର ରାଧାରମଣ କ୍ଯାପିଟାଲ ଡାକ୍ତରଖାନାକୁ ନେଇଗଲେ ।ମାତ୍ର ଘଣ୍ଟାକ ଭିତରେ ସବୁଶେଷ । ତାଙ୍କର ମରଶରୀରକୁ ବହୁ ଦିନର କର୍ମସ୍ଥଳୀ ବାଣପୁରକୁ ନିଆଯାଇଥିଲା । ଏପ୍ରିଲ ୭ ତାତିଖ ସକାଳ । କାଉ କା' କା' କରି ଯେମିତି ସବୁରି ଘରେ ଏହି ଦୁଃସମ୍ବାଦ ଜଣାଇଦେଲା । ଦୋକାନ ବଜାର ବନ୍ଦ କରି,ଚାଷବାଷ କାମଛାଡ଼ି ଘର ଦ୍ବାର କାମ ପକାଇ ହଜାର ହଜାର ଲୋକ ତାଙ୍କର ଶେଷ ଦର୍ଶନ ପାଇଁ ହୃଦୟର ଭକ୍ତି ଅର୍ଘ୍ଯ ଜ୍ଞାପନ କରି ରୁଣ୍ଡ ହୋଇ ଯାଇଥିଲେ । ରାସ୍ତାଘାଟ ବନ୍ଦ ହୋଇଯାଇଥିଲା, ଆଉ ତାଙ୍କର ପ୍ରିୟ ବିଦ୍ଯାଳୟରେ ଜନ ସମୁଦ୍ରର ଉତ୍ତାଳ ଲହରୀ ଖେଲିଯାଇଥିଲା । ସବୁରି ମନରେ ଶୋକର ଛାୟା ଓ ନୟନରେ ଅଶ୍ରୁଜଳ ସେମାନଙ୍କର ବନ୍ଧୁ, ଶିକ୍ଷକ ଦିଗଦର୍ଶକ ସବୁଦିନ ପାଇଁ ତାଙ୍କୁ ଛିଡ଼ି ଚାଲିଗଲେ ।

କୃତି ଶିକ୍ଷକ ଭାବରେ ସେ ରାଜ୍ଯ ସରକାରଙ୍କ ଦ୍ବାରା ସମ୍ମାନିତ ହୋଇଥିଲେ । ଶିଶୁମାନଙ୍କ ପାଇଁ ସେ ପାଠ୍ଯ ପୁସ୍ତକଠାରୁ ଗଳ୍ପ କବିତା ପ୍ରଭୃତି ପର୍ଯ୍ଯନ୍ତ କେତେ ପ୍ରକାର ସାହିତ୍ଯ ସୃଷ୍ଟି କରି ଯାଇଛନ୍ତି ।ଲୋକପ୍ରିୟ 'ମଳୟ' ପତ୍ରିକାର ସେ ଥିଲେ ମୁଖ୍ଯ ସମ୍ପାଦକ । ସେ ଅନେକ ଅନୁଷ୍ଠାନ ଗଢ଼ିଯାଇଛନ୍ତି ଶିକ୍ଷା, ସାହିତ୍ଯ ଓ ସଂସ୍କୃତି ବାକାଶ ପାଇଁ । ସର୍ବୋପରି ଜଣେ ମରମୀ ଓ ଦରଦୀ ମଣିଷ ଭବରେ ତାଙ୍କର ଆଚରଣ ଓ କାର୍ଯ୍ଯକଳାପ ଚିରସ୍ମରଣୀୟ ହୋଇ ରହିବ ।

ଜୀବନରେ ସେ ଯେମିତି ହର୍ଷୋତଫୁଲ ଓ କର୍ମଠ ଥିଲେ, ମୃତ୍ଯୁପରେ ସେମିତି ସତେଜ ଓ ପ୍ରଫୁଲ୍ଲ ବଦନ । ସତେ ଯେମିତି ମରଣର ସ୍ପର୍ଶ ତାଙ୍କ ମନରେ ଲେଶମାତ୍ର ଦୁଃଖ ଜାତ କରିନଥିଲା । ସେ ଯେମିତି ହସି ହସି ସମସ୍ତଙ୍କଠୁ ବିଦାୟ ଦେଇଯାଇଛନ୍ତି । ତାଙ୍କ ମୃତ୍ଯୁରେ ଏକ ସଫଳ ଓ ସକ୍ରିୟ ଜୀବନର ଅବସାନ ହେଲା ଏକ ଜ୍ବଳନ୍ତ ଆଲୋକ ବର୍ତ୍ତିକା ଲିଭିଗଲା । କରୁଣାର ଏକ ଝରଣା ଅବା ସରିତ ଝରିଗଲା ସବୁଦିନ ପାଇଁ । ହେ ମହାମାନବ , ହେ ଶିକ୍ଷକ , ହେ ସଂଗଠକ ଆମ୍ଭମାନଙ୍କର ଭକ୍ତିପୂର୍ଣ୍ଣ ପ୍ରଣତି ଘେନ ।

ଛବି କଳାକାର ଶିକ୍ଷକ ବିଷ୍ଣୁ ଚରଣ ମିଶ୍ର ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ

କୁଜଙ୍ଗ ଅଞ୍ଚଳର ଚଟୁଆ ଗ୍ରାମରେ ୧୯୧୫ ମସିହାରେ ସ୍ବର୍ଗତ ବିଷ୍ଣୁଚରଣ ମିଶ୍ରଙ୍କର ଜନ୍ମ । ଯେଉଁ ଯେଉଁ ବିଦ୍ଯାଳୟୃଐ ସେ କାର୍ଯ୍ଯ କରି ଆସିଥିଲେ ସେଠାରେ ସେ ଲୋକ ସାଧାରଣରେ ' ବିଷ୍ଣୁ ମିଶ୍ର - ହେଡମାଷ୍ଟର୍ ' ନାମରେ ପରିଚିତ ଥିଲେ । କୌଣସି ବିଦ୍ଯାଳୟରେ ୨/୩ ବର୍ଷରୁ ଅଧିକ କାର୍ଯ୍ଯକରିବା ତାଙ୍କ ଜାତକରେ ନ ଥିଲା । ତାଙ୍କ କର୍ମଧାରା, ଜୀବନ, ଦର୍ଶନ , ସ୍ବାଭିରୁଚି ଓ ବ୍ଯକ୍ତିତ୍ବ ଦୀର୍ଘକାଳ କୌଣସି ପରିଚାଳନା ସଂସ୍ଥା ସହ ଏକମେଢ ହୋଇ ରହିବା ଲାଗି ଅନୁକୂଳ ନ ଥିଲା । କାରଣ ପ୍ରତ୍ଯେକ ବିଷୟରେ ତାଙ୍କର ଥିଲା ଲକ୍ଷଣୀୟ ସ୍ବାତନ୍ତ୍ର୍ଯ ।

୧୯୪୯ ମସିହା । ଗ୍ରୀଷ୍ମାବକାଶ ପରେ ପଣ୍ଡୁଅ ମଧ୍ଯିଂରାଜୀ ବିଦ୍ଯାଳୟ ଯଥାରୀତି ଶିକ୍ଷାଦାନକାର୍ଯ୍ଯରେ ମୁଖରିତ ହେବାକୁ ଆରମ୍ଭ କରିଥାଏ । ମୋର ମାଇନର ଶେଷବର୍ଷ ଅର୍ଥାତ୍ ସପ୍ତମ ଶ୍ରେଣୀ । ମୁଁ ମୋର ପୂର୍ବ ଅଭ୍ଯାସ ଅନୁଯାୟୀ ପ୍ରାୟ ପନ୍ଦରଦିନ ବିଳମ୍ବରେ ଏକମାତ୍ର ପୁଅ ପୁଣି ଭରି ଗେଲାବସର ହୋଇଥିବାରୁ ବୋଉ ଓ ଘରୁ ଅଶ୍ରୁଳ ବିଦାୟ ନେଇ ଆମ ଘରଠାରୁ ୫/୬ କିଲୋମିଟର ଦୂରବର୍ତ୍ତୀ ପଣ୍ଡୁଆ ସ୍କୁଲର ଛାତ୍ରାବାସରେ ପହ୍ଞ୍ଚିଥାଏ ।ଆମ ଶ୍ରେଣୀର ପାଠଦାନ ସେ ଭଲି କିଛି ଆଗେ ନ ଥାଏ । ଅଧିକାଂଶ ପିଲା ବହି, ଖତା କିଛି କିଣି ନ ଥାନ୍ତି । ସାଙ୍ଗମାନଙ୍କଠାରୁ ଓ ଜଣେ ଅଧେ ଶିକ୍ଷକ (ସାର୍) ଙ୍କ ଠାରୁ ଆମର ଜଣେ ନୂଆ ହେଡ଼ମାଷ୍ଟର ଆସିବେ ବୋଲି ଶୁଣିବାକୁ ପାଉଥାଏ । ସେ ପଙ୍କପାଳ ମାଇନର ସ୍କୁଲରୁ ପଣ୍ଡୁଆ ସ୍କୁଲକୁ ଆସୁଥାନ୍ତି । ପଙ୍କପାଳ ସ୍କୁଲରେ ତାଙ୍କର ସ ହକର୍ମୀ ଥିବା ପ୍ରସିଦ୍ଧ ପଙ୍କପାଳ ଚୌଧୁରୀ ବଂଶଜ ବିଚିବାବୁ ଆମର ଜନୈକ ଶିକ୍ଷକ ଥାନ୍ତି । ନୂଆ ହେଡ଼ମାଷ୍ଟର ଆମ ଭଲି ଦୁଷ୍ଟ , ଅମନ୍ୟୋଗୀ , କର୍ମକୁଣ୍ଠ ପିଲାମାନଙ୍କୁ କିପରି ବାଟକୁ ଆଣିବାକୁ ହୁଏ, ସେ ବିଦ୍ଯା ଭଲ ଭାବରେ କେବଳ ଜାଣନ୍ତି ନାହିଁ । ଛାଟ ପ୍ରଯୋଗ କରି କିପରି ଶାସନ କରିପାରନ୍ତି ତାହାର କେତେକ ପୂର୍ବଦୃଷ୍ଟାନ୍ତ ଦେଇ ସେ ଆମକୁ ପୂରାପୂରି ସଂତସ୍ତ କରି ଦେଇଥାନ୍ତି

ନୂଆ ହେଡ଼ମାଷ୍ଟର ଅସି ପହ୍ଞ୍ଚିଲେ । ଚାଳ ଛପର ଇଟାକାନ୍ଥର ଘରଟିଏ ଦୁଇଭାଗ ହୋଇ ପ୍ରଥମ ବଖରାରେ ଅଫିସ୍ ଓ ଦ୍ବିତୀୟ ବଖରାଟି ଛାତ୍ରାବାସ ତଥା ୭ମ ଶ୍ରେଣୀର ଶ୍ରେଣୀକକ୍ଷ ରୂପେ ବ୍ଯବହୃତ ହେଉଥାଏ । ସେ ଅଫିସ୍ ଘରେ ହିଁ ରହିଲେ । ଆଲମାରି ବାଡ଼ଦେଇ ଛୋଟ ବଖରାଟିଏ ବାହାର କରି ସେଥିରେ ଖଟଟିଏ ପକାଇ ସେ ଶୁଆବସା କଲେ । ସେଇଠି ଟେବୁଲ୍ ଚେୟାର ପକାଇ ଅଫିସ ୍ କାମ କଲେ । ଦିନେ ଦୁଇଦିନ ମଧ୍ଯରେ ସେ ଶ୍ରେଣୀଗୃହ ଓ ତାଙ୍କ କାର୍ଯ୍ଯଳୟଟିଏ ଯଥା ସମ୍ଭବ ବ୍ଯବସ୍ଥିତ କରିଦେଲେ ।

ବିଷ୍ଣୁବାବୁ ଅତିଗେଡ଼ା କି ଡେଙ୍ଗା ନୁହନ୍ତି । ଗୌରବର୍ଣ୍ଣ , ଗୋଲ  ମୁହଁ , ଉଜ୍ଜ୍ବଳ ଦୀପ୍ତି ସଂପନ୍ନ  ଚାହାଣୀ ସାଙ୍ଗକୁ ଇତ୍ସୀକରା ଧୋତି  ଓ ସାର୍ଟ ତାଙ୍କୁ  ଓ ତାଙ୍କର  ବ୍ଯକ୍ତିତ୍ବକୁ  ବିଶେଷତ୍ବରେ  ମଣ୍ଡିତ କରିରଖିଥାଏ । ସେ  ପାଇ କଚ୍ଛା ମାରି  ଧୋତି ଏପରି ପିନ୍ଧିଥାଆନ୍ତି  ଯେ  ତାହା  ବେଳେବେଳେ  ଫୁଲ୍ପ୍ଯାଣ୍ଟର ଭ୍ରମ  ସୃଷ୍ଟି  କରୁଥାଏ । ତାଙ୍କର ସଂଖ୍ଯଧିକ ଧୋତି  ଓ ସାର୍ଟ ସାଙ୍ଗକୁ  ଗଞ୍ଜି ଓ ଅଣ୍ଡର  ୱୟାର  ଗଛେଇହୋଇ ରହିଥାଏ । ସେ ପ୍ରତି ସପ୍ତାହରେ  ସେଥିରୁ  ଗୋଟିଏ ସେଟ୍ ବାହାର  କରି ପିନ୍ଧନ୍ତି ଓ ବ୍ଯଭୃତ ସେଟଟି  ରାହାମା ହାଟଦିନ  ତାଙ୍କ ନିର୍ନ୍ଦ୍ଦିଷ୍ଟ ଧୋବା ପାଖକୁ   ପଠାଇଦିଅଯାଏ । ସେ ସକାଳୁ  ଶ୍ୟ୍ଯାତ୍ଯାଗ କରିବା ପରେ  ମୁହଁଧୋଇ  ପ୍ରାୟ  ଚାରିଗିଲାସ ପାଣି ପିଇ  ଦାନ୍ତଘଷନ୍ତି । ବାସନା ତେଲ ଲଗାଇ  କୂଅପାଣିରେ  ଗାଧୁଅନ୍ତି ।  ତାଙ୍କର ଗାତ୍ରମାର୍ଜନ ଆମକୁ କସରତ ଭଲି ଲାଗେ । ସେ ଲୁଙ୍ଗି ପିନ୍ଧନ୍ତି  ଓ କଠାଉ  ମାଡ଼ନ୍ତି । ଚୁଡ଼ା ,ଚିନି ଓ ଦହି  ତାଙ୍କର ପ୍ରୀୟ ସବୁଦିନିଆ  ଜଳଖିଆ । ପାନ ଖିଆ ଅଭ୍ଯାସ ସତ୍ତ୍ବେ  ତାଙ୍କ  ଦନ୍ତପଂକ୍ତି  ସଦାବେଳେ ଶୁଭ୍ରତାରେ   ଝଲମଲ କରୁଥାଏ । ସେ ଅନ୍ଯାନ୍ଯ ଶିକ୍ଷକ  ଓ ଆମେ ଛାତ୍ରବାସର  ଅନ୍ଯୁନ ୧୦/୧୫ ଜଣ ଅନ୍ତେବାସୀ  ଏକତ୍ର ବସି ମଧ୍ଯାନ୍ନ ଓ ରାତ୍ରଭୋଜନ କରୁ । ବିଶ୍ବକବି ରବୀନ୍ଦ୍ରନାଥ ଯେଉଁଠି ତାଙ୍କର ସୁପ୍ରସିଦ୍ଧି 'ଚିତ୍ରାଙ୍ଗଦା'  ରୀତିନାତ୍ଯ ରଚନା କରିଥିଲେ , ତିର୍ତ୍ତୋଲଥାନା ଅନ୍ତର୍ଗତ ସେହି ପଣ୍ଡୁଆ ସେତେବେଳକୁ ତ୍ଥାପି ଥିଲା ଅନଗ୍ର ସର ଓ ନିଘଞ୍ଚ ମଫସଲ । ଛାତ୍ରାବାସର ଖାଦ୍ଯପେୟ  ଆଜିର ମାନଦଣ୍ଡରେ ନିକୃଷ୍ଟତର ଥିଲା ।  ଅଧିକାଂଶ ଦିନ ପେଜମିଶା ଡାଲି  ସାଙ୍ଗକୁ କଖାରୁ  ସାରୁ ଘାଣ୍ଟ ଥିଲା ପ୍ରମୁଖ ବ୍ଯଂଜନ ।ପାଣି ପଶା ଚାଊଲର  ଭାତ କ୍ରମଶଃ  ଆମ୍ଭମାନଙ୍କର  ଦେହ  ଷା ହୋଇ ଯାଉଥିଲା ଘୋଟି ଆସିଥ୍ବା  ମାନ୍ଦା ବାତାବରଣ ସେ  ଆସିବାର   ମାସକ ମଧ୍ଯରେ  କମ୍ଯମୁଖର  ହୋଇଉଠିଲା ।   ତାଙ୍କ ଶିକ୍ଷାଦାନ  ପ୍ରଣାଳୀ  ଛାତ୍ରମାନଙ୍କୁ  ବିଶେଷକରି   ଆମକୁ  ଏକାନ୍ତ  ପ୍ରଭାବିତ   କରି   ରଖ୍ଥ୍ଲା   ସେ ଏକ   କଳାସସ୍ମ   ଢ଼ ଙ୍ଗରେ   ବି ଆପାତ ଦରିଦ୍ରାବସ୍ଥାକୁ ଘୁଞ୍ଚାଇବା ପାଇଁ ଥିଏଟର ମାଧ୍ୟମରେ କିଛି ଅର୍ଥପ୍ରାପ୍ତିର ଯୋଜନା

ପରିଚାଳନା କମିଟି ଆଗରେ ରଖିବାରୁ ତାହା ଅବିଳମ୍ବେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଗଲା । ପୂର୍ବବର୍ଷ ଛାତ୍ର-ଶିକ୍ଷକ ଅଭିଭାବକମାନଙ୍କ ମିଳିତ ପ୍ରଚେଷ୍ଟାରେ କାଳୀବାବୁଙ୍କର ‘ଅଭିଯାନ’ ନାଟକ ମଞ୍ଚସ୍ଥ ହୋଇ ଯତ୍‌ସାମାନ୍ୟ ଅର୍ଥଲାଭ ଘଟିଥିଲେ ହେଁ ଅଭିନୟ ତଥା ମଞ୍ଚାୟନରେ ବହୁ ଦୁର୍ବଳତା ରହିଯାଇଥିଲା ।

ବିଷ୍ଣୁ ମିଶ୍ରଙ୍କର ଅଭିନୟ ଓ ନିର୍ଦ୍ଦେଶନାର ଖ୍ୟାତି ପଙ୍କପାଳରୁ ପଣ୍ଡୁଆକୁ ବ‌ହି ଆସିଥିବାରୁ ସମସ୍ତେ ଏ ବିଷୟରେ ମାତ୍ରାଧିକ ଆଗ୍ରହ ପୋଷଣ କରିଥାନ୍ତି । 'ହରିଶ୍ଚନ୍ଦ୍ର’ ନାଟକ ଅଭିନୀତ ଦେବାର ସ୍ଥିର ହେଲା । ବିଷୁବାବୁଙ୍କ ପାଖରେ ଥିବା ପାଣ୍ଡୁଲିପିରୁ ରାଜା ହରିଶ୍ଚନ୍ଦ୍ରଙ୍କ ସଂଳାପ ବ୍ୟତୀତ ଅନ୍ୟ ଭୂମିକାଗୁଡ଼ିକର ସଂଳାପ ଉତ୍ତାରିବା ଦାୟିତ୍ବ ମୋତେ ଓ ମୋର ଅନ୍ୟ ଦୁଇଜଣ ପଢ଼ାସାଥୀଙ୍କୁ ଦିଆଯାଇଥିଲା । ଶୈବ୍ୟା ଭୂମିକାରେ ଅଭିନୟ କରିବା ପାଇଁ ପଙ୍କପାଳରୁ ଜନୈକ ଛାତ୍ର ଗୁଣନିଧି ସ୍ବାଇଁଙ୍କୁ ସ୍ଥାନାନ୍ତର କରାଇ ଅଣାଯିବା ପରେ ଅଭ୍ୟାସ କାର୍ଯ୍ୟକ୍ରମ ଚଳିଲା । ସଂଧ୍ୟାରୁ ରାତି ୧୦ ପର୍ଯ୍ୟନ୍ତ ଯେଉଁ ଅଭ୍ୟାସ (ରିହର୍ସାଲ) ଚଳେ ସେଥିରେ ରାଜା ହରିଶ୍ଚନ୍ଦ୍ର ଭୂମିକାରେ ବିଷ୍ଣୁବାବୁଙ୍କ ଅଭିନୟ ପ୍ରତ୍ୟେକଙ୍କୁ ବିମୁଗ୍ଧ କରିରଖିଥାଏ । ଅନ୍ୟାନ୍ୟ ଭୂମିକାର ଅଭିନୟକୁ ସେ ନାଟକୀୟ ଭଙ୍ଗୀରେ ବତାଇ ଦେଉଥାନ୍ତି । ପ୍ରାୟ ୧୫ ଦିନ କ୍ରମାଗତ ଅଭ୍ୟାସ ଚଳାଇବା ପରେ ମଞ୍ଚାଭିନୟ ପ୍ରସ୍ତୁତ କରାଗଲା। ଆବହସଙ୍ଗୀତର ସେପରି ସୁବ୍ୟବସ୍ଥା ନଥିଲା। ଡେଲାଇଟ୍‌କୁ କଳାକାଗଜ ଦ୍ୱାରା ଆବୃତ କରି ମଞ୍ଚାମାୟା ସୃଷ୍ଟି କରାଯାଉଥିଲା । କେବଳ ଆକର୍ଷଣୀୟ ଦୃଶ୍ୟ କହିଲେ ଡ୍ରପ୍, ରାଜପଥ, ଗ୍ରାମପଥ, ଅରଣ୍ୟ, ଭାଜପ୍ରାସାଦ ଓ କଟାଜଙ୍ଗଲ ଦୃଶ୍ୟ ସମ୍ବଳିତ କନାର ବିଶାଳ ପଟ୍ଟଚିତ୍ରଗୁଡ଼ିକ ଆବଶ୍ୟକତାନୁଯାୟୀ ବାଉଁରେ ଗୋଡ଼ିଆହୋଇ ଉଠାପକା କରାଯାଉଥୁଲା । ମୁଖ୍ୟ ଆକର୍ଷଣ ଥିଲା ହରିଶ୍ଚନ୍ଦ୍ର ଭୂମିକାରେ ବିଷ୍ଣୁ ବାବୁଙ୍କର ବଳିଷ୍ଠ, ଭାବସଞ୍ଚାରୀ ଅଭିନୟ କୁଶଳତ।

ସର୍ବସ୍ୱ ବିଶ୍ଵାମିତ୍ରଙ୍କୁ ଦାନକରି ଆପଣାକୁ ଚଣ୍ଡାଳର କ୍ରୀତଦାସ କରାଇ ଦକ୍ଷିଣା ସ୍ୱରୂପ ପ୍ରାର୍ଥିତ ବିପୁଳ ଅର୍ଥ ବିନିମୟରେ ନିଜର ସତ୍ୟବାଦିତାକୁ ଅକ୍ଷୁର୍ଣ୍ଣ ରଖିଥିବା ରାଜା ହରିଶ୍ଚନ୍ଦ୍ର ସେଦିନ ନିଶାର୍ଦ୍ଧରେ ଶ୍ମଶାନରେ ଆତ୍ମଲୀନ ହୋଇପଡ଼ିଥାନ୍ତି । ସିନ୍ ଉଠିବା ପରେ ଦାଢ଼ିବହୁଳ, ରୁ୍କ୍ଷ ଓ ମଳିନ୍ ଦେଶବାସରେ ଖଣ୍ଡ ବାଉଁଶ ଠେଙ୍ଗାକୁ ଅପୂର୍ବ ଭଙ୍ଗୀରେ ଭରା ଦେଇଥିବା ଟଳଟଳ ପାଦ ହରିଶ୍ଚନ୍ଦ୍ର ବେଶୀ ବିଷ୍ଣୁବାବୁ ଦୃଶ୍ୟମାନ ହୁଅନ୍ତି । ଏକ

୨୫o
ଦୀର୍ଘଶ୍ୱାସ ତାଙ୍କ ଦେହପଞ୍ଜରାରୁ ନିର୍ଗତ ହେବା ପରେ ପରେ ସେ ଧିରେ ଧିରେ ସ୍ୱଷ୍ଟ, ମାର୍ଜିତ ଭଙ୍ଗୀରେ ଯଥାଯଥ ବିରାମ ଦେଇ କନ୍ତି "ଚତୁଦ୍ଦିଗ ନୀରବ ନିସ୍ୱନ୍ଦ… ସାଇଁ ସାଇଁ ମାତ୍ର ଗରଜ ଇ ନିଶା…"ଇତ୍ୟାଦି। ଦୂରରୁ ଭାସିଆସେ ଅବଳା କଣ୍ଟର ଉଚ୍ଚ୍ୱାସଭରା କରୁଣ ବିଳାପ ମିଶ୍ରିତ ସଙ୍ଗୀତ …ପ୍ରବେଶ କରନ୍ତି ଚ୍ଚିନ୍ନବସ୍ତା, ଅଧୋମୁଖୀ, ଅଶ୍ରୁବିଗଳିତା ମ ହାରାଣୀ ଶୈବ୍ୟା, କାନ୍ଧରେ ତାଙ୍କର ସର୍ପଦଂଶନରେ ଅକାଳମୃତ୍ୟୁ ଲଭିଥିବା ସ୍ୱାସ୍ଥ୍ୟପୃଷ୍ଟା କିଶୋର ପୁତ୍ରକୁ ଧରି। ରୁକ୍ଷ କଣ୍ଟରେ ଶୁକ୍କ ଦାବି କର ନ୍ତି ଶ୍ୱଶାନରକ୍ଷକ ହରିଶ୍ଚନ୍ଦ୍ର। ନାରୀଜଣକ ଶୋକାବେଗାରେ ରୁଦ୍ଧକ ଣ୍ଟ ହୋଇଉଠିବା ସଙ୍ଗେ ସଙ୍ଗେ ନିଜକୁ ନିଜ ଅବସ୍ଥାକୁ ଜଣାଇବାକୁ ଯାଇ ସାମାନ୍ୟ ସୂଚନା ଦେବା ପରେ ପରେ ସମୁଦାୟ ପରିବେଶକୁ ଆଖି, ମୁହଁ ଓ ଅବୟବ ଚାଳନାଗତ ଅଭିନୟ ମାଧମରେ ଅଭିବ୍ୟକ୍ତ କରି ବିଷ୍ନୁ ବାବୁ ଦର୍ଶକମାନ ଙ୍କୁ ଅଭିଭୁତ କରି ରଖିଥିଲା ବେଳେ ଏକ ଶୋକମୁର୍ଚ୍ଚିତ "ରୋହିତରେ…"ଉଚ୍ଚାରଣ କରି ଯେତେବେଳେ ଗଛ କାଟିଲାପରି ମୃତପୁତ୍ରର ଶବ ପିଣ୍ତ ଉପରେ ଲୋଟିପଡ଼ନ୍ତି, ସମୁଦାଯ ଦର୍ଶକମଣ୍ତଳୀଙ୍କ ଆଖିରୁ ଧାର ଧାର ଅଶ୍ରୁ ବ ହିପଡ଼େ। ପତି-ପତ୍ନୀ ଚିହ୍ନାଜଣା ହୋଇ ମୃତ ପୁତ୍ରର ଚିତାଗ୍ନିରେ ଆତ୍ମଝାସ ଦେବାକୁ ପ୍ରସ୍ତୁତ ହେବା ଦୃଶ୍ୟରେ ଦର୍ଶକଙ୍କର ଧୈର୍ଯ୍ୟବନ୍ଧ ଭାଙ୍ଗିପଡ଼େ । ଶୁଭୁଥାଏ ଦର୍ଶକ ଦର୍ଶିକାଙ୍କର ସୁଁ ସୁଁ କାନ୍ଦଣା । ପ୍ରେକ୍ଷାଳୟରୁ ପରବର୍ତ୍ତୀ ଦୃଶ୍ୟରେ ଆସନ୍ତି ରାଜପରିଚ୍ଚଦମଣ୍ତିତ ହରିଶ୍ଚନ୍ଦ୍ର। ମୁ ଦେଖିଛି, ଚଣ୍ତାଳ ବେଶ ଛାଡ଼ି ରାଜବେଶ ଧାରଣ କରିବାରେ ବିଷ୍ନୁ ବାବୁଙ୍କର ହସ୍ତକ୍ଔଶଳଗତ କ୍ଷିମ୍ରତା । ସେ ୫ ମିନିଟ୍ ବ୍ୟବଧାନରେ ପୂର୍ବଦୃଶ୍ୟରେ ପ୍ରଭାବ କଟୁ ନ କଟୁଣୁ ପ୍ରସ୍ତୁତ ହୋଇଯାହାନ୍ତି ପତ୍ନୀ ଓ ପୁତ୍ର ସ ହ ଅଯୋଧା ସିଂହସନରେ ଉପବିଷ୍ଟ ରାଜା ହରିଶ୍ଚନ୍ଦ୍ର ଭୁମିକା ଲାଗି । ତାଙ୍କର ସେ ଅଭିନୟ ପାରଦର୍ଶିତା ଶହ ଶହ ନାଟକ ଓ ଚଳଚ୍ଚିତ୍ର ଦେଖିବାପରେ ବିମୋର ସ୍ମୁତିପଟରେ ଅମ୍ଳାନ ରହିଛି ।
        କେବଳ 'ହରିଶ୍ଚନ୍ଦ୍ର' ନୁହେଁ, ତ ତ୍ ପରବର୍ଶ ଯଥାକ୍ରମେ 'ଯୟଦେବ' ଓ 'ମୁଲିଆ' ନାଟକ ଦୁଇଟି ସେ ମଞ୍ଥସ୍ଥ କରାଇଥିଲେ ପ୍ରସ୍ଥାବିତ ପଣ୍ତୁଆ ହାଇସ୍କୁଲ ଲାଗି ସମ୍ବଳ ସଂଗ୍ରହ ସମଗ୍ର ନାଟକଟିକୁ ଆଚ୍ଚନ୍ନ କରି ରଖିଥିଲା ।
        ଆମ୍ଭେମାନେ ଏକାନ୍ତ ଗ୍ଔଣ ଓ ନିଷ୍ପ୍ରଭ ହୋଇପଡ଼ିଥିଲୁ । ଉଲ୍ଲେଖନୀୟ ଅନୁଭୂତିଟିଏ । ସ୍ମରଗରଳ ଖଣ୍ତନଂ, ମ ମଶିରସି ମଣ୍ତନଂ' ଲେଖିବାପରେ 'ଦେହି ପଦପଲ୍ଲବ ମୁଦାର' ଲେଖିବାକୁ ହାତ ନ ଚଳିବାରୁ ପୋଥିଟି ପତ୍ନୀ ପଦ୍ମାଙ୍କଚ ରଖିବାକୁ ଦେଇ ଯୟଦେବ । ଯାଆନ୍ତି  ସ୍ନାନ କରି । ଅଳ୍ପ ସମୟର  ବ୍ଯବଧାନରେ ଦେଖାଦିଅନ୍ତି ଜୟଦେବ ବେଶୀ ମୟୂର ଚନ୍ଦ୍ରିକା ମୁକୁଟଧାରି ଶ୍ରୀକୃଷ୍ନ ମୁକୁଟରୁ କଳାସୂତାଟିଏ ଲମ୍ବିଥାଏ ଉପରକୁ ବାଉଁଶ ଭିତର ଦେଇ, ପଦ୍ମା ଭିତରକୁ ପଶି ଆସିବାକ୍ଷଣି ସେଇଟି ଟଣା ହୋଇ ଉପରକୁ ଉଠାଇ ନିଆଯାଇ। "ପଦ୍ମା, ପୋଥିଟି ଆଣିଲା"…ଏଇତକ ଏପରି ସ୍ନେହ ବୋକା ସ୍ୱରରେ  ସେ ବ୍ଯକ୍ତ କରି ଭାବବିହ୍ୱଳ ହେବାର ଉପକ୍ରମ କଲାବେଳକୁ ପୋଥିଟି ପାଇ ପୃଷ୍ଟ ଓଲଟାଇ ପଢ଼ନ୍ତି, "ସ୍ଥଳ କମଳ ଗଞ୍ଜନଂ, ମମହୃଦଯୟ ରଞ୍ଜନଂ ଜନିତ ରତିରଙ୍ଗ ପରଭଗଂ, ଭଣମସୃଣ ବାଣୀ କତବସଣି ଚତଣ ଦ୍ୱୟଂ, ସରସରସଦଲଭକ୍ତ ରାଗଂ…। ସେତେବେଳକୁ ତାଙ୍କ ଗଣ୍ତପ୍ଲାବନ କରି ଅଶ୍ରୁଧାରା ବିନ୍ଦୁ ବିନ୍ଦୁ ହୋ ଇ ଝରି ପଡ଼ୁଥାଏ ଓ ଯେତେବେଳେ ସେ ସ୍ମର ଣରଖଣ୍ତନଂ ଠାରୁ 'ଦେହି ପଦପଲ୍ଲବ ମୁଦାରଂରେ ପ ହଞ୍ଚିପୋଥିରେ ତାକୁ ଲେଖନ୍ତି, ଭାବବିହ୍ୱଳ କରି ଦିଅନ୍ତି ଦର୍ଶକମାନ ଙ୍କୁ। ପଦ୍ମା ବାଢ଼ିଥିବା ଅନ୍ନ କୁ ସାମାନ୍ଯମାତ୍ର ଭୋଜନ କରି ଅବଶିଷ୍ଟ ଛାଡ଼ିଯାନ୍ତି ମହାପ୍ରଭୁ ଭକ୍ତିବିଜଡ଼ିତ ଦମ୍ପତ୍ତିଙ୍କ ପାଇଁ । ଜୟଦେବ ସ୍ନାନନ୍ତେ ପେରି ଅବସ୍ଥା ବୁଝିନପାରି ଯେତେବେଳ ପୋଥି ଦେଖନ୍ତି  ଏବଂ ତାଙ୍କ ମନର ଭାଷା ଅବିକଳ ପ୍ରଭୁଙ୍କର ସ୍ୱହସ୍ତଲିପି ଦ୍ୱାରା ସମର୍ଥତ ହେବାର ଜାଣନ୍ତି ତାଙ୍କର ଭକ୍ତପ୍ରାଣ ଭାବ ତଦ୍ ଗତ ହୋଇ ଗୀତ ମାଧ୍ଯମରେ ଉଜ୍ୱଳ ହୋଇଉଠେ । ବିଷ୍ନୁ ବାବୁ ଏହି ନାଟକୀୟ ପରିବେଶକୁ ଅବିକଳ ଏହିପରି ପ୍ରତ୍ଔକ ଦିନର ଅଭ୍ଯାସ କାଳରେ ଅକ୍ଷୁଣ୍ନ ରଖିବା ଆମକୁ ବିସ୍ମିତ  କରେ । ସେ ବସିଯିବା ମାତ୍ରେ  ଅଖିରୁ କିପରି ବିନା ଗ୍ଲିସେରିନ ପ୍ରୟୋଗରେ ପ୍ରାକୃତିକ ଭାବରେ ଝରଝର ଲୁହ ବୁହାଇ ପାରୁଥିଲେ, ସେ ସ୍ମୁତି ଏବେ ବି ମୋତେ ବିସ୍ମିତ କରିଥାଏ । 'ମୂଲିଆ' ନାଟକରେ 'ନନ୍ଦ' ଭୂମିକାରେ ତାଙ୍କର ଅଭିନୟ ଥିଲା ଏକାନ୍ତ ହୃଦୟସ୍ପର୍ଶ । ସେ ଏଭଳି ଜଣେ ପୋଖତ ଅଭିନେତା କିପରି ହୋପାରିଥିଲେ ଓ କେତେ କେତେ ନାଟକରେ ସେ ଅଭିନୟ କରିଥିଲେ ଆମକୁ ଜଣାନଥିଲା । କିନ୍ତୁ ତାଙ୍କର ହାର୍ ମୋନିୟମ୍ ବାଦନ ସାଙ୍ଗକୁ ସଙ୍ଗିତର ତାନ ଓ ମୂର୍ଚ୍ଚନା ସେତେବେଳେ ଆମକୁ ମନ୍ତ୍ରମୁଗ୍ଧ କରି ରଖୁଥିଲା । 'ରାଧାବନ୍ଦନ ବିଲୋଜନ ବିକଶିତ', 'ନିନ୍ଦତି ଚନ୍ଦନମିନ୍ଦୁ କିରଣ ମନୁବିନ୍ଦତିଖେଦମଧ୍ଦରଂ' 'ଲଳିତ ଲବଙ୍ଗଲତାପରିଶୀଳନ କୋମଳ ମଳୟ ସମୀରେ' ପ୍ରଭୃତି ଗୀତଗୋବିନ୍ଦର ଶ୍ଲୋକସଙ୍ଗୀତକୁ ସେ ଭାବପ୍ରବଣ ହୋଇ ଗାନ କଲାବେଳେ ଶ୍ରୋତାମାନ ଙ୍କୁ ଯଥାର୍ଥ ରସ ପରିବେଷଣ କରିଦେଉଥିଲେ।
                        ସେ ଖେଳ କସରତ୍ ରେ ଉଣା ଆଗ୍ରହୀ ନଥଲେ । ଫୁଟବଲ୍, ଭଲିବଲ୍ ଓ ବ୍ଯାଡ଼ମିଣ୍ତନ୍  ସେ ଖେଳିବାର ମୁଁ  ଦେଖିଛି । ସ୍କୁଲ୍ ଫାଟକ ବାହାରେ ଥିବା ଝଙ୍କୀଳିଆ ବରଗଛ ମୂଳେ ସେ ଆମକୁ ପ୍ରତି ଶନିବାର ସକାଳୁ ଡ୍ରିଲ ଶିକ୍ଷା ଦେଉଥିଲେ । ଚତୁର୍ଥରୁ ସପ୍ତମ ଓ ପରେ ଅଷ୍ଠମ ଶ୍ରେଣୀର ପିଲାମାନେ ସମସ୍ତେ ଏଥିରେ ଭଗ ନେଉଥିଲେ । ତାଙ୍କର 'ଲେଫଟ୍-ରାଇଟ୍' ଓ 'ଷ୍ତାଚଣ୍ଡ-ଆଟ୍-ଇକ୍' ଜୁହାଟ ଥିଲା ଯେପରି ଗମ୍ଭିର ସେପରି ଆଦେଶାତ୍ମକ । ସେ ଶୃଙ୍ଖଳା ଓ ନିୟମିତ ତାର ଉପାସକ ଥିଲେ । ଶୃଙ୍ଖଳାଭଙ୍ଗ ଲଗି ଶାସ୍ତି ଦେଉଥିଲା । ପ୍ରତେଊକ ଛାତ୍ରର ଗତିଭଙ୍ଗୀ ପ୍ରତି ତାଙ୍କର ତୀକ୍ଷ୍ମ ଦୃଷ୍ଠି ରହୁଥିଲା । ପାଠ ହେଉ ବା ଆଚାର ବ୍ୟବହାର ହେଉ କେଉଁଥିରେ ଆମେ କେହିଁ ତାଙ୍କୁ ଫାଙ୍କି ଦେବାର ପ୍ରଶ୍ନ ହିଁ ନଥିଲା । ସେ ନିଜେ ଯେପରି କର୍ମତତ୍ପର ଥିଲେ ଅନ୍ଯମାନଙ୍କଠାରୁ ସେହିପରି କର୍ମ୍ପ୍ରବଣତା ଆଶା କରୁଥିଲେ ।
                             ଯାହା ଜଣାଯା ଉଥିଲା, ତାଙ୍କର ବ୍ଯକ୍ତିଗତ ଦାମ୍ପତ୍ଯ ଜୀବନ ସେପରି ସୁଖକର ନଥିଲା । ସେ ଅଧିକାଂଶ ଛୁଟିରେ ଘରକୁ ନ ଯାଇ ସ୍କୁଲରେ ରହିଯାଉଥିଲେ । 

ପଦଯାତ୍ରାରେ ନାଟକ ଦେଖିବାକୁ ବାହାରିଲେ । ଗଲାବେଳେ ଉତ୍କଣ୍ଠା ବଶତଃ ଆମେ ପରସ୍ୱର ଗପସପ କରି କରି ପ୍ରାୟ ୫ କି•ମି ଏକାନହସରେ ଚାଲିଗଲୁ । ଆମକୁ ଯେଉଁଠି ସ୍ଥାନ ମିଳିଲା, ସେଠାରୁ ସେମିତି କିଛି ଭଲ ଶୁଭିଲା ନାହିଁ । ସାର୍ମାନେ ଆଗରେ ସ୍ଥାନ ପାଇଥିଲେ । ଦୈବ ଯୋଗକୁ ମୋ ବାପା-ବୋଉ-ଭଉଣୀ ବଳଦଗାଡ଼ିରେ ଆମ ଗାଆଁରୁ ସେହିଦିନ ଥିଏଟର୍ ଦେଖିବାକୁ ଆସିଥିଲେ । ଅକସ୍ମାତ ଫେରିଲାବେଳକୁ ବାପା ମୋତେ ଦେଖିପାରି ବୋଉକୁ ଜଣାଇଦେବାରୁ ବୋଉ ମୋତେ ସାଙ୍ଗରେ ସେହି ରାତିଟା ପାଇଁ ନେଇଯିବାକୁ ବାପାଙ୍କୁ କହିବାରୁ ବାପା ବିଷ୍ନୁ ସାରଙ୍କୁ ଯେତେ ନେହୁରା ହୋଇ କହିଲେ ମଧ ସେ ଆଦୌ ଅନୁମତି ଦେଲେ ନାହିଁ । ଶେଷ ପରୀକ୍ଷାର ପ୍ରସ୍ତ୍ତି ପାଇଁ ଅହରହ ଶିକ୍ଷକମାନେ ଆମ ପିଛା ଲାଗିଥାନ୍ତି । ଦୋଳଛୁଟିଟା ସାରା ଆମକୁ ଛାତ୍ରାବାସରେ ରଖାଯାଇଥାଏ କେବଳ ପାଠ ପ୍ରସ୍ତୁତି ପାଇଁ । ମୋ ଭଳି ସୌଖୀନବଜ୍ ଅମନୋଯୋଗୀ ପିଲା ଥରେ ଘରକୁ ଗଲେ ନିହାତି ୨/୩ ଦିନ ଗତକରି ଯେ ଫେରିବାର ଅଭ୍ୟସ ରଖିଥାଏ, ଏହା ବିଷ୍ନୁବାବୁ ଭଲ ଭାବରେ ଜାଣିଥାଆନ୍ତି । ସେଥିପାଇଁ ସେ ଦୃଢ଼ ଭାବରେ ନସ୍ତି କରିବାରୁ ମୋର ମନ ଏକବାର ଭାଙ୍ଗି ପଡ଼ିଲା । ମୁଁ ଲୁହ ଛଳ ଛଳ ଆଖିରେ ବୋଉଠାରୁ ବିଦାୟ ନେଇ ଆସିବା ପରେ ସ୍କୁଲ ଫେରନ୍ତି ରାସ୍ତାରେ ଚାଲିଲାବେଳେ ମୋତେ ପଥର ବୋଝ ବହିବା ପରି ଲାଗୁଥାଏ । ବିଷ୍ନୁବାବୁ ମଝିରେ ମଝିରେ ମୋ ବିଷୟରେ ଟିପ୍ପଣୀ ଦେଉଥାନ୍ତି, ଅନ୍ୟ ସାରମାନେ ତାଳ ଦେଉଥାଆନ୍ତି ସେଥିରେ । ଏମିତି କିଛିବାଟ ଗଲାପରେ ମୋ ଆଖିରୁ ଧାର ଧାର ହୋଇ ଲୁହ ବହୁଥିବାର କେମିତି ଦେଖିପାରିଲେ ବିଷ୍ନୁବାବୁ ମୁଁ ଜାଣେ ନାହିଁ । ବିଶେଷ କରି ମୋତେ ଉଦ୍ଦେଶ୍ୟ କରି ସେ ଆରମ୍ଭ କଲେ କଳାପାହାଡ଼ ଅଂପର୍କୀୟ ଗପଟିକୁ । ସେ ଅଭଳି ନାଟକୀୟ ଭାବରେ ଇତିହାସ ଓ ଜନଶ୍ରୁତିକୁ ମିଶାଇ ଗପଟି କ ହିଥାଆନ୍ତି ଯେ ଗପ ସରିଲା ବେଳକୁ ଆମେ ସ୍କୁଲରେ ପ ହଚ୍ଥିଗଲୁ । ମୋର ସ୍ୱାଭାବିକ ଚିତ୍ତବୃତ୍ତି ପୂର୍ବ ଭଳି ପଠନ ଅନୁକୂଳ ହୋଇଯାଇଥିଲା ।

              ମୋର ସମଗ୍ର ଛାତ୍ରଜୀବନ ରେ ସେହି ସପ୍ତମ ଶ୍ରେଣୀ ବର୍ଷଟି କେବଳ ବିଷ୍ନୁ ବାବୁଙ୍କ ଯୋଗୁଁ ସଫଳ ସାଧନାର ଅଧାୟଟିଏ କେବଳ ହେଲା ନାହିଁ ଭବିଷ୍ୟତ ଅଧାୟୀ ଜୀବନକୁ ତାହା ଯଥାଯଥ ପ୍ରଭାବିତ କରି ରଖିଥିବାରୁ ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପ୍ରତି ମୋର ଭୟ ପରିବର୍ତ୍ତେ ଆଗ୍ର ଉଦ୍ଦୀପିତ ହୋଇଥିଲା । ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୩୩ ତ୍ୟାଗ କଲେ । ବୃର୍ତ୍ତିରୁ ଅବସର ନେବା ପରେ ପରେ ତାଙ୍କର ସ୍ୱର୍ଶକାତର କଲାକାର ପ୍ରାଣ । ଏହା ସ ହ୍ୟ କରିପାରିନଥିଲା ବୋଧହୁଏ ।
      ତାଙ୍କ ଗାଁର ଜନୈକ ବ୍ରାହ୍ମଣ ଯୁବକ ଆମଘରେ ଚଳୁଥିବା ଚକବନ୍ଦୀ କ୍ୟିମ୍ପରେ ପିଅନ୍ ନିୟ୍ତକ୍ତ ହୋଇ ଅଳ୍ପଦିନ ପାଇଁଁ ଆସିଥିଲା । ତା' ଠାରୁ ଶୁରିଲି, ବିଷ୍ନୁବାବୁ ନାଟକ ମଞ୍ଥାୟନ ସହ ବରାବର ସଂଶ୍ଲିଷ୍ଠ ଥିଲେ ଓ ତାଙ୍କ ଗାଁରେ ଏକ ଥିଏଟର୍ ପ୍ରେମି ଗୋଷ୍ଠୀ ଗଠନ କରି ତା'ର ନେତ୍ରୁତ୍ୱ ନେଉଥିଲେ । ତାଙ୍କର ଶେଷ ଜୀବନ ରୋଗ୍ଯନ୍ତଣା ଓ ମାନସିକ ଅସ୍ୱସ୍ତିରେ ଦୁର୍ବ ହ ହିଇପଡ଼ିଥିଲା ।
       ଏକ ଅନମନୀୟ ଦ୍ରଢ଼ଚେତା ସ୍ୱଭାବ ନେଇ କାର୍ଯ୍ୟଦକ୍ଷତାରେ ସମାବସ୍ଥାମାନଙ୍କର ଚକ୍ଷୁଝଲସାଇ ଦେଇ ପାରୁ ଥିବା ବିଷ୍ନୁବାବୁ ବହୁମୁଖୀ ପ୍ରତିବା ଓ ବ୍ୟକ୍ତିତ୍ୱର ଅଧିକାରୀ ଥିବାରୁ ବୋଧହୁଏ, କାହାରି ସହ ଦୀର୍ଘସ୍ଥାୟୀ ବନ୍ଦୁତ୍ୱରେ ଆବଦ୍ଧ ହୋପାରୁ ନଥିଲେ । ତାଙ୍କ ପରି ରୁଚିବନ୍ତ ଓ ବର୍ତ୍ତୃତ୍ୱସଂପନ୍ନ ବ୍ୟକ୍ତିଙ୍କୁ ସମ୍ବାଳି ଆୟତ୍ତରେ ରଖିବା ଗ୍ରାମାଞ୍ଥଳ ସ୍କୁମାନଙ୍କର ପରିଚାଳନା ମଚଣ୍ଡଳୀ ପକ୍ଷରେ ଦୀର୍ଘକାଳ ସମ୍ବବପର ନଥିଲା । ମନ, ବଚନ ଓ କର୍ତ୍ତ୍ୟରେ ସେ ଥିଲେ ତଙ୍କପରି । ମୋ ଦୃଷ୍ଟିରେ ରାଧାନାଥଙ୍କ ଭାଷାରେ ସେ ଥିଲେ, "ଜଗତେ ତୁଳନା ସେହି ତା'ର ସିନା" ।                 ସଔମ୍ୟକାନ୍ତ    ସମ୍ଭେଦନଶୀଳ    ଶିକ୍ଷକ   ନିମାଇଁଲ୍ଲଭ   ରାୟ
                           ଶ୍ରୀ    ବୀରକୀଶୋର   ପାଢ଼ୀ

ମୋ ପାଇଁ ପରମ ସଔଭାଗ୍ୟର ସମୟ ଥିଲା ସେଇ ଦିନଗୁଡ଼ିକ।ସେଦିନ ସିନା ସେକଥା ଅନୁଭବ କରିପାରିନଥିଲି, ଆଜି କିନ୍ତୁ ମର୍ମେ ମର୍ମେ ବୁଝୁଛି, ସେଇ ପ୍ରାଚୀନ ପୁଣ୍ୟଭୁମିରେ ମୁଁ ଯେ ଗୋଟୀଏ ପବିତ୍ର ବାଣୀ - ମଣ୍ଡପରେ ସ୍ଥାନ ପାଇଥିଲି, ତାହା ମୋର ଜନ୍ମଜନ୍ମର ବ ହୁ ବାଞ୍ଜିତ ପରିଣତ ଥିଲା ନିଶ୍ଚିତ ଭାବରେ ।ପୁଣ୍ୟତୋୟା ବୈଟରଣୀ କୁଳରେ ପୁରାଣ ପ୍ରସିଦ୍ଧ ବା ଯାଜପୁର । ପୁରାଣ ଠାରୁ ପୁରାତନ, ବେଦ ଉପନିଶହଦଠାରୁ ପ୍ରାଚୀନ ଏହି ଯାଜପୁର ବା ଯଜ୍ଞପୁରର ଇତିହାସ । କେଉଁ ସୁଦୁରାତୀତରେ ମହଶହୀ ଦୀଘଗ୍ ତମାନଙ୍କ ପ୍ରାର୍ଥନା ରେ ପ୍ରୀ ହୋଇପରମ ପୁରୁଷବ୍ରହ୍ମା ଏଠାରେ ଆରମ୍ବ କଲେ ମହାଯକ୍ଜ୍ଞ ।ସେ ହି ଯଜ୍ଞକୁଣ୍ଡରୁ ଆବିର୍ଭୂତା ହେଲେ ସିଂହବାହିନୀ, ମହିଷମର୍ଦ୍ଧନୀ ମାଆ ବିରଜା । ତାଙ୍କରି କରୁଣାର ଆଶ୍ରୟରେ ଗଢ଼ିଉଲା ବରିଜାମଣ୍ଡଳ ଉତ୍ତର ଓଡ଼ିଶାର ଏକବିସ୍ତୃତ ଅଞ୍ଛଳକୁ ନେଇ । ଯାଜପୁର ହେଲା ତାହାର ପ୍ରାଣକେନ୍ଦ୍ର । ନିଜକୁ ସର୍ବତୋଭାବରେ ସମାଜ ପାଇଁ ସମପି ଦେବା ହିଁ ହିଲା ଯଜ୍ଞପୁର ବା ଯାଜପୁର ବା ବିରଜା ମଣ୍ଡଳ ଋ ବାତ୍ତା ।ସେଇତିପାଇଁତ ବ ହୁଳ ବାରି ବିତରଣ କରିବାର ଧର୍ମ ନେଇ ସେଇ ନଦୀ ମାତୃ କା ଗ୍ରହଣ କଲା ବୈତରଣୀ ନାମ ଦୀର୍ଘତମାଙ୍କ ଉନ୍ନତ ଚି ନ୍ତାଧାରାରୁ ।ଖାଲି ଜୀବନରେ ନୁହେଁ ,ମୃତ୍ଯୁ ପରେ ମଧ୍ଯ ଅମର ପଥର ଯାତ୍ରା ପାଇଁ ବୈତରଣୀ କ୍ଷେତ୍ର ଉଦାର ଭାବରେ ପ୍ରସାରିତ କରିଦେଲା ତା'ର ବିପୁଳ ବକ୍ଷସ୍ଥଳୀ । ସେଇ ବିରଜା କ୍ଷେତ୍ରରେ ବିଖାତ ବାଣୀମଣ୍ଡପ ଆମ ଯାଜପୁର ହାଇସ୍କୁଲ ।ଉତ୍କଳର ପ୍ରାଚୀନ ରାଜଧାନୀ,ଭୈମକର, କେଶରୀ ବଂଶର କୀର୍ତ୍ତିକଳା ସମୁଜ୍ଜୁଳ ଯାଜପୁର ନଗରୀ ଯେ ଆମ ଆଦ୍ଯଜୀବନର ଲୀଳାଖେଳାର କ୍ଷେତ୍ର ହୋଇପାରିଥିଲା, ତାହା ଆମ ପକ୍ଷରେ କମ୍ ଗଔଋବର କଥା ନୁ ହେଁ ।ପୁନି ଯାଜପୁର ଉପକର ଗୋଇରାଟିକିରି ଭୁମି, ଯିଏ ସେଦିନ ଉତ୍କଳ ଗଜାପତି ସାମ୍ରାଜ୍ଯର

ସ୍ୱଧୀନତାର ଅସ୍ତରବି ଦେଖି ମୁହ୍ଯମାଣ ହୋଇ ପଡିଥିଲା। ସେଇ ଭୂମି  ଉପରେ ସବୁ ତରୁଣ ତରୁଣୀ ସ୍ୱପନ ଦେଖୁଥିଲୁ ଆଉ ମନ୍ତ୍ର ଶୁଣୁଥିଲୁ  ଭାରତ ଜନନୀର ଶୃଖଳମୁକ୍ତି ର;  ଆମ  ପାହିଁ ଯାଜପୁର  ହାଇସ୍କୁଲ  ହିଁ  ଭୂମିକା ନେଇଥିଲା। ଆମ ପରି  ଆଗାମୀ କାଲିର  ନାଗରିକମାନଙ୍କୁ  ଉଦ୍ ବୋଧିତ, ଉଦ୍ ବେଳିତ  ଆଉ ଅଭିମନ୍ତ୍ରିତ କରି ରଖୁଥିଲା  ସେଇ ମୁକ୍ତିମନ୍ତର ମଦ୍ଦ୍ରମଧୁର ଉଚ୍ଚାରଣ ।

ଦିତୀୟ ମହାଯୁଦ୍ଧର ଶେଷ ପ୍ରହର । ହିରୋସୀମା, ନାଗାସାକି ନ ଗରରେ ଲୋକ ହର୍ଷଣକାରୀ ପରମାଣୁ ବୋମାମାଡୃ ବିଭୀଷିକା। ଅମ ପରି ଅଷ୍ଟ ମ ଶ୍ରେଣୀର ଛାତ୍ରମଣ୍ଡଳୀକୁ ସର୍ବପ୍ରଥମେ ଏଇ ବିର୍ତ୍ତା ଯିଏ ଶୁଣାଇଥିଲେ ଆଉ ବୁଝାଊଥିଲେ ସେ ହେଉଚ୍ଛନ୍ତି ଆମର ଅତି ଆପଣାର ଗୁରୁଜୀ ପୂଜ୍ଯ ନିମାଇଁ ବଲ୍ଲଭ ରାୟ ମହୋଦୟ ଅନୁଷ୍ଟାନର ସର୍ବକନିଷ୍ଟ ଆମ ଶ୍ରେଣୀର ଶିକ୍ଷକ ଭାବରେ ତାଙ୍କୁ ସେ ପାଇବା ଆମ ପାଇଁ ଥିଲା ଜଗଜ୍ଜନନୀ ବିରଜା ଦେବୀଙ୍କର ଅଦୁଶ୍ଯ ଆଶୀର୍ବାଦର ଫଳ । ବିରଜା ମନ୍ଦିର ଅତି ନିକଟ ବତ୍ତୀ କୁଆଁସରପୁର ଗ୍ରାମରୁ ସେ ସଦ୍ଯ ଅଭିପ୍ରେତ ହୋଇଥିଲେ ଯାଜପୁର ହାଇସ୍କୁଲର ଶିକ୍ଷକତାସେବା ଯଜ୍ଞରେ ଆପଣାକୁ ଅଜାଡି ଦେବାକୁ ।ତାଙ୍କୁ ପ୍ରଧାନଶିକ୍ଷକ ପରମ ପୂଜ୍ଯ ଅଚ୍ଯୁତନନ୍ଦ ମିଶ୍ର ଅବଂ ସ ହକାରୀ ପ୍ରଧାନଶିକ୍ଷକ ମାନନୀୟ ନାରାୟଣ ଚନ୍ଦ୍ର ଘୋଷ୍ ଓଅନ୍ଯ ବୟୋଜ୍ଯେଷ୍ଟ ଶିକ୍ଷକମଣ୍ଡଳୀ ସେମାନନଙ୍କର ପ୍ରିୟତମ ଛାତ୍ରତିକୁ ପାଖକୁ ଆଣିଥିଲେ ତାଙ୍କଠାରେ ଅସୀମ ସମ୍ଭାବନାର ସୂଚନା ପା ଉ । ବାସ୍ତବରେ ତାଙ୍କପରି ଗୁରୁଜୀଙ୍କୁ ପାଖରେ ପାଇ ଆମେ ସବୁ ନିଜର ଜଣେ ଅତି ଅନ୍ତରଙ୍ଗ ଆତ୍ମୀୟ, ପରମ ହିତେଷୀ ବନ୍ଧୁଙ୍କୁ ଯେପରିକି ପାଇପାରିଲୁ କିଶୋର ଜୀବନର ଅବ୍ଯବସ୍ଥିତ ପଦପାତର ବନ୍ଧୁର ଜୀବନଗୁଳା ଉପରେ। ପ୍ରତିଦିନର ପ୍ରାର୍ଥନା ପରେ ପରେ ଆମ ପାଖରେ ସର୍ବପ୍ରଥମେ ପହଞ୍ଚି ଆମକୁ ଅତି ଆଦରରେ ଆପଣେଇ ନେଇଥୀଲେ ସେଇ ଛାତ୍ରବସ୍ୱଳ ଉଦାର ଗୁରୁଜୀ ମୋହଦୟ। ଶ୍ରେଣୀ କୋଠରୀଠାରୁ ଶ୍ରେଣୀ ବାହାରର ସମସ୍ତ କାର୍ଯ୍ଯକ୍ରମ ପର୍ଯ୍ଯନ୍ତ ଛାଇପରି ସେ ରହୁଥିଲେ ଆମ ପାଖେ ପାଖେ ଆଉ ଦେଇ ଚାଲୁଥିଲେ ନୂତନ ଦିଗ୍ ଦର୍ଶନ। ମାଟି ପିଣ୍ଡୁଳା ଭଳି କଞ୍ଚା ମଣିଷଛୁଆକୁ ମଣିଷକରି ଗଢିତୋଳିବା ଥିଲା ସେ କାଳର ଶିକ୍ଷାୟତନର ଅସଲ ଉଦ୍ଦେଶ୍ଯ। ଆପଣା ବେତନ, ଭତ୍ତା , ସୁବିଧାସୁଯୋଗ ପ୍ରତି ତିଳେ ମାତ୍ର ନଜର ନରଖି ସଦାସର୍ବଦା ଦିବାନିଶି ମଣିଷ ଗଢିବାର ସ୍ବପ୍ନରେ ବିଭାର ରହିବା ଆଉ ଅନୁଷ୍ଠାନକୁ ଉନ୍ନତ କରିବା ଥିଲା ସେ ସବୁ ଗୁରୁଜୀଙ୍କର ସାଧନାମନ୍ର ଜୀବନର ସର୍ବପ୍ରଧାନ କାର୍ଯ୍ଯକ୍ରମ। ନିମାଇଁ ସାର୍ ଥିଲେ ନଦିଆ ନିମାଇଁଙ୍କ ପରି ଚିରନୂତନ ,ଚିର ସବୁଜ ଆଉ ଚିରଚଞ୍ଚଳ। ସାହସ ଓ ପ୍ରାଣପ୍ରାଚୁର୍ଯ୍ଯାଦିର ପ୍ରତିମୂର୍ତ୍ତି। ସକାଳୁ ସଞ୍ଜ, ସେ ସବୁବେଳେ ଶୁଣି ଚାଲିଥିବେ ତାଙ୍କ ପିତୃପ୍ରତିମ ଗୁରୁଜୀମାନଙ୍କର ସ୍ନେହବୋଳା ନିମାଇଁ ଡାକ। ଆଉ ସେଇ ମାନଙ୍କର ସସ୍ନେହ ନିର୍ଦ୍ଦେଶରେ ଆମପରି ଅବୋଧ , ଅଜ୍ଞାନ ବାଳକମାନଙ୍କୁ ଚଳାଇ ନେଇଥିବେ ଶିକ୍ଷା, ସାଧନା ଓ ସେବାର ପଥରେ। ପୁଣି ପ୍ରତି ଅପରାହ୍ନରେ ତାଙ୍କୁ ପାଇବୁ ସ୍କୁଲ୍ ପଛପଟ ବିରାଟ ଖେଳପଡ଼ିଆରେ। ସେଠାରେ ମଧ୍ଯ ସେ ସବୁବେଳେ ଆମର ପରମହିତାକାଂକ୍ଷୀ ବଡ଼ଭାଇର ଭୂମିକାରେ ଅବତୀର୍ଣ୍ଣ ହୋଇଥିବେ। ଯେତେ ଯାହା ଦୋଷ କଲେ ବି ଟିକିଏ ମାତ୍ର ବିଚଳିତ ନହୋଇ ଓଠରେ ହସ ରଖି,ଆଙ୍ଗୁଠି ଆଗରେ ନିର୍ଦ୍ଦେଶ ଦେଉଥିବେ ଠିକ୍ ସ୍ଥାନକୁ ବଲ୍ଟିକୁ ଆଣିବାକୁ। ଅତି ସଙ୍କଟଜନକ ମୁହୂର୍ତ୍ତରେ ମଧ୍ଯ ଏପରି ସ୍ଥିତପ୍ରଜ୍ଞ ଭାବରେ ପରିସ୍ଥିତିର ମୁକାବିଲା କରିବା ଓ ସମସ୍ଯାର ସୁନ୍ଦର ସମାଧାନ କରିଦେବା କେବଳ ନିମାଇଁ ସାର୍ ଙ୍କ ଦ୍ବାରା ସମ୍ବବ ହୋଇଥାଏ। ହିରୋସୀମା ,ନାଗାସାକୀ କଥାରୁ କେତେକଥା ପଡ଼ୁଥିଲା ଆମ ଶ୍ରେଣିରେ। କିଶୋର ପ୍ରାନର ଉତ୍କଣ୍ଠିତ ମନ ପ୍ରତିଦିନ ଅପେକ୍ଷା କରି ରହୁଥିଲା ସେଇ ଜୀବନ୍ତ, ସତେଜ ଇତିହାସର ସମସ୍ତ ବିବରଣୀ ଶୁଣିବାକୁ ଆମ ନିମାଇଁ ଗୁରୁଜୀଙ୍କ ନିର୍ମଳ , ମଧୁର ମନୋରଂଜନଧର୍ମୀ କାହାଣିମାନଙ୍କରୁ । ବିଶ୍ବ ଇତିହାସ ସହ ଆମ ଦେଶର ସ୍ବାଧୀନତା।

                                                                                               ୨୫୯ ସଂଗ୍ରାମର  ସମ୍ବାଦ  ଶୁଣାଇ  ଶୁଣାଇ  ଯେ  ଆମ  ଭିତରେ  ଅଜାଣତରେ  ଜାତୀୟତା ଓ  ମାନବିକତାର  ମଞ୍ଜି ବୁଣି  ବୁଣି ଚାଲିଥିଲେ,  ତାହା  ଆମେ  ଉପଲବ୍ଧି  କଲୁ ନ ଆମର  ଉତ୍ତର ଜୀବନରେ ।  ମଧୁ,  ଗୋପବନ୍ଦୁଙ୍କ  ଠାରୁ  ଗାନ୍ଦି,  ସୁଭାଷ,  ନେହେରୁଙ୍କ  ପ ଯ୍ଯନ୍ତ,  ବ୍ଯାସ,

ବଶିଷ୍ଟଙ୍କଠାରୁ ସକ୍ରେଟିସ୍, ମାକିନ୍, ଗାରିବାଲ୍ଡିଙ୍କ ପଯ୍ୟନ୍ତ, ବେଦ, ଉପନିଷଦ, ଗୀତାଠାରୁ ଗୀତାଞ୍ଜଳି, ଛ; ମାଣ ଆଠଗୁଣ୍ଟ, ମାଟିର ମଣିଷ ପ ଯ୍ୟନ୍ତ ପୁଣି ଉକ୍ ଳ ଦୀପିକା; ଠାରୁ ;ସମାଜ; ପ୍ରଜାତନ୍ତର; ନିଆଁଖୁଣ୍ଟ; ସବୁର ପରିଚୟ ଆମେ ପାଇଥିଲୁ ନିଷ୍ଠାପର , ନିରଳସ, ନୀତିନିଷ୍ଠ ନିମାଇଁ ସାରଙ୍କର ଐକାନ୍ତିକ ପ୍ରେରଣାପ୍ରଦ ଦେଐନନ୍ଦିନ ଉଦ୍ ବୋଧନମାନଙ୍କରୁ ।ମନେପଡ଼ିଯାଉଛି ସେ ଦିନର ସେ ଶୁଭ ମୁହୁତ୍ତ। ପଚାଶ ବର୍ଷ ପରେ ଆଜିବି ତାହା ଆମ ପାଇଁ ଭାସ୍ୱର ବହ୍ନିଶିଖା। ଆମର ନବମ ଶ୍ର୍ରେଣୀ । ବଷ୍ ଣ ମୁଖର ଶେଷ ଶ୍ରାବଣର

ସକାଳ,  ଚିର ଇପ୍ସିତ ମୁକତି  ଦିବସର  ପ୍ରଥମ  ପ୍ରଭାତ। ନିମାଇଁ  ସାର୍ ଙ୍କ

ଆଗରେ ଅଗଣିତ ଛାତ୍ର ସମାଜ, ପଡ଼ିଆ ଲୋକରଣ୍ୟ। ଏତେବଡ଼ ଉସ୍ସ ବର ସମସ୍ତ ଶୃଖଳା ନିରଭର କରୁଥାଏ ନିମାଇଁ ସାର୍ ଙ୍କ ଓ ତାଙ୍କର ତ ଥା ଆମ ସମସ୍ତଙ୍କର ସ୍ମରଣୀୟ, ବରଣୀୟ ନାରାୟଣ ସାର୍ ଙ୍କ ଉପରେ ବିପୁଳ ଉସା୍ହ ଓ ଉଦ୍ଧୀପନା ମଧ୍ୟରେ ପାଳିତ ହେଲା ପ୍ରଥମ ସ୍ୱଧୀନତା ଦିବସର ଉସା୍ହ। ପରେ ପରେ ଆସିଲେ ତ ତ୍ କାଳୀନ ମାନ୍ୟବର ରାଜ୍ୟପାଳ କଟ୍ ଜୁ ମହୋଦ ୟ । ତାଙ୍କ ସମ୍ବଦ୍ଧନା ପାଇଁ ନିମାଇଁ ସର୍ ଙ୍କ ନିଷ୍ଟାପର ଉଦ୍ୟମ ଚିର ସ୍ମରଣୀୟ ହୋଇ ରହିବ। ସେ ସମୟର ଦିନ ଗୁଡ଼ିକ ଆମ୍ଭମାନଙ୍କୁ ଖୁବ୍ ଉତ୍ ଫୁଲ କରି ରଖୁଥିଲା। ଅସୁମାରି ଶୁଭ ସ୍ୱପ୍ପ୍ନରେ ଉଦ୍ ଭାସିତ ହୋ ଉଠୁଥିଲୁ ଆମେ ସେସବୁ ପ୍ରତିଟି ମୁହୂ ତ୍ତରେ। ହେଲେ ସବୁ ଉସା୍ ହ ଓ ଉନ୍ମଦନା ଉପରେ ଅଚାକ ଚଡ଼କ ପଡ଼ିଗଲା ଆଉ ଗୋଟିଏ ସଂଧ୍ୟରେ,। ଜାତିର ଜନ କ ଟଳିପଡ଼ିଲେ ପ୍ରାଥନା ସଭାରେ। ହାହାକାର ପଡ଼ିଗଲା। ଭୂମିରୁ ଭୂମ। ପ ଯ୍ଯନ୍ତ । ଗ ଗନ, ପବନ ବାହୁନି ଉଠିଲା କରୁଣ ବିଳାପର ଧ୍ୱନିରେ ସେତେବେଳେ ମଧ୍ୟ ଆମ ଆଗରେ ଆମେ ପାଇଥିଲୁ ସେଇ ଗୁରୁଜୀଙ୍କ। ହାଇସକ୍କୁଲ୍ ପଡ଼ିଆର ଶୋକସଭା ଆଡ଼କୁ ଆମକୁ ପରିଚାଳନା କଲେ ସେ ଆଉ ଏଇ ଅକିଂଚ କୁ ଆହ୍ୱାନ କଲେ ଶୋକବିତା ଆବୂତ୍ତି କରିବାକୁ। ଏମିତି ଚାଲିଲା ପ୍ରତି ସଂଧ୍ୟର ପ୍ରାଥନା। ଶେଷକୁ ବୈତରଣୀ ଦେବୀଗଡ଼ା ଘାଟରେ ଦଶାହ କମର ଓ ପରେ ପରେ ସଦାବତ୍ତ ମଠରେ ସମୂହ ପଂତ୍ତିଭୋଜନର ବ୍ୟବସ୍ତା । ସେଇ ପଂତ୍ତି ଭୋଜନ କାଯ୍ୟକ୍ରମରେ ଆମକୁ ସବୁ ପାଖରେ ରଖି ନିମାଇଁ ସାର୍ ଯେଉଁ ଗୁରୁଦାୟୀତ ସୁରୁଖୁରୁରେ ସଂପାଦନ କରିପାରିଥିଲେ ତାହା ସ୍ମରଣ କଲେ ଆଜି ଅତେ ବର୍ଷ ପରେ ସାର୍ ଙ୍କର ସେସବୁ ସାଙ୍ଗଠନିକ କାର୍ଯ୍ଯ କୁଶଲତା ପାଖରେ ଆମ୍ଭମାନଙ୍କର କ୍ଷୁଦ୍ର ମସ୍ତକ ଆପେ ନ ଇଁପଡେ । ନିମାଇଁ ସାରଙ୍କ ଶକ୍ଷା, ଦୀକ୍ଷା ଓ ପରୀକ୍ଷାର ପ୍ରୟୋଗଶାଳାରୁ ଉତ୍ତୀର୍ଣ୍ଣ ହୋଇ ଆମେ ମଧ୍ଯ ପ୍ରୟୋଗ କରି ଚାଲିଲୁ ସ୍ଯୁଧୀନତା ଦେଶରେ ଶିକ୍ଷା ସଂସାର ର କାର୍ଯ୍ଯଧାରା । ଆମେ ମଧ୍ଯ ଅପସରି ଆସିଲୁ ସେସବୁ ଆନୁଷ୍ଟାନିକ କାର୍ଯ୍ଯକ୍ରମର ପରିସର ମଧ୍ଯରୁ ସମୟସର ନିର୍ଦ୍ଦେଶ ପା ଇ। ବୟସ ଶିଡିର ଶେଷ ଫଳି ଆଡକୁ ଉଠାଇଥିବା ବେଳେ ଏବେ ବି ଅନୁଭବରେ ଆସୁଚି ଯେ, ଗୋଟିଏ ସଂସ୍କୃତି ସମ୍ପନ୍ନ ପ୍ରାଚୀନ ଦେଶର ଅବ ହେଳିତ ଅସମ ସମାଜର ସମ୍ଯଜ୍ ବିକାଶ ପାଇଁ ଆମ୍ବମାନଙ୍କର କାର୍ଯ୍ଯକ୍ରମ ଆହୁରି ଅନେକ ବାକି ଅହିଯାଇଛି । ଅହି ପରିପ୍ରେକ୍ଷୀରେ ବିଚାର କଲେ ଆ ମ୍ବମାନଙ୍କର ସାମୂହିକ ର୍ତ୍ତବ୍ଯରୁ ଅବସର ନେବାର ପ୍ରଶ୍ନ ହିଁ ଉଠୁନାହିଁ । ସେଥିପାଇଁ ନିମାଇଁ ଗୁରୁଜୀ ଆଜି ବି ବାରମ୍ବାର ଆମା ଆଗକୁ ଆସୁଛନ୍ତି । କାରଣ ସେଭଳି ବ୍ଯକ୍ତିତଠାରେ ଆଜିର କଥାକଥିତ ବସ୍ତୁବାଦୀ,ଭୋଗବାଦୀ, ବ୍ଯବସାୟିକ ଶିକ୍ଷକତାର ସାମାନ୍ଯତମ ସଂକେତ ନଥିଲା। ସେଥିଲେ ଆମ ପୁଟନ୍ତ କୈଶୋରର ଅଫୁଟନ୍ତ ପ୍ରେରଣା। ନିମାଇଁ ଗୁରୁଜୀ ଆଜି ସେହିଭଳି ଉଡଆର, ଅମାୟିକ ନିର୍ଦ୍ଦେଶ ଦେଇ ଚାଲିଛନ୍ତି ଆମକୁ ଅଧିକରୁ ଅଧିକ ସମାଜସେବାରେ ନିଜକୁ ସମ ପିଦେବାକୁ । ଓଠ ଧାରରେ ତାଙ୍କର ବ ହୁ ପରିଚିତ ମୃତ୍ଯୁ ହାସ୍ଯ ରେଖା ମୋ ସ୍ମତିରେ ସତେଜ ହୋଇ ଉଠିଲା ବେଳେ ମୋ ଭଳି ଅଗଣିତ ଛାତ୍ରଙ୍କର ଜୀବ ଚର୍ଯ୍ଯାର ଦିଗନ୍ତ ସେହି ସେସ୍କୁଲ ଓ ଗୁରୁଜୀ ବତୀଘର ଶଦୃଶ ଉତ୍ତା ହୋଇଥାଆନ୍ତି । (ଚିତ୍ର)

                                                   ଶିଳ୍ପପ୍ରାଣ            ଶିକ୍ଷକ        କୃଷ୍ଣଚନ୍ଦ୍ର           ତ୍ରିପାଠୀ
                                                          ଡ଼କ୍ଟର୍  ରବୀନ୍ଦ୍ର  କୁମାର   ପ୍ରହରାଜ

ବିଦ୍ଯାର୍ଥୀଟିଏ ତା ' ର ଶିକ୍ଷାଗ୍ରହଣ କାଳରେ ଯେତେ ଯେତେ ସିକ୍ଷଙ୍କକୁ ଭେଟୁ ନା କାହିଁକି ପ୍ରାଥମିକ ବିଦ୍ଯାଳୟର ଶିକ୍ଷକଙ୍କୁ ସବୁଠାରୁ ଅଧିକ ମନେ ରଖିଥାଏ। ସେହିପରି ସେ ମନେ ରଖିଥାଏ ନିଜର ବାଲ୍ଯକାଳୀନ ବିଶେଷ ଅନୁଭୂତିମାନଙ୍କୁ। ମୋର ଏକାନ୍ତ ସୱଭାଗ୍ଯ, ମୁଁ ପାଇଥିଲି ପ୍ରାଥମିକ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଭାବେ ଏଭଳି ଜଣେ ବ୍ଯକ୍ତିଙ୍କୁ ଯେ ସାଧାରଣ ଅର୍ଥରେ ଶିକ୍ଷକ ମାତ୍ର ନଥିଲେ, ଥିଲେ ଜଥାର୍ଥ ଶିକ୍ଷାବ୍ରତୀ। ମୁଁ ବୃତ୍ତି ନିର୍ବାହ କରୁଥିବା ସମୟରେ ସେହି ସ୍ଥାନ ନିକଟବର୍ତ୍ତୀ ଅନେକ ଅଞ୍ଚଳକୁ ଭାଷଣ ଦେବାକୁ ଆମନ୍ରିତ ହୋଇଯାଇଛି । ଏଇ ଅବସରରେ କେତେ ପ୍ରାଥମିକ ସ୍କୁଲ୍ ମୋ ଆଖିରେ ପଡ଼ିଛନ୍ତି। ମାତ୍ର ମୋର ବାଲ୍ଯଜୀବନ କଟିଥିବା ଡ଼ଗରପଡ଼ା ନି٠ପ୍ରା٠ ସ୍କୁଲ୍ ଭଳି ସ୍କୁଲ୍ଟିଏ ମୁଁ କେଉଁଠି ଦେଖିବାକୁ ପାଇନାହିଁ । ପ୍ରାୟ ୪୦ ଫୁଟ୍ ଲମ୍ବ ୧୫ ଫୁଟ୍ ଚଉଡ଼ାର ଏକ ଦାଉଡ଼ି ଚାଳଘରଟିଏ। ମୁଁ ଥାଏ ଦକ୍ଷିଣକୁ। ଆଗରେ ଭୂମି ଆନୁମାନିକ ୨ ଗୁଣ୍ଠ ପର୍ଯ୍ଯନ୍ତ ଘେରାଇ ଦିଆଯାଇଥାଏ ସବୁଜ କଣ୍ଟା ଓ ଗଛଗୁଡ଼ିକର ବାଡ଼ ଦ୍ବାରା । ବାଉଁଶ ତିଆରି ଫାଟକ ପାଖରୁ ସ୍କୁଲ୍ ଦୁଆରମୁହଁ ପର୍ଯ୍ଯନ୍ତ ଦୁଇ ପାଖରେ ଇଟା କଣୁଆ ପୋତାଯାଇ ଗମନାଗମନ ପଥ ନିର୍ଦ୍ଦିଷ୍ଟ କରାଯାଇଥାଏ । ପଥ ଦୁଇକଡ଼େ ଲଗାଯାଇଥାଏ ଔଷଧୀ ଓ ଫୁଲଗଛ ସବୁ। ନାଲି,ସବୁଜ,ହଳଦିଆ,ଘନନୀଳ ଓ ଧଳା ରଙ୍ଗର ଫୁଲପତ୍ରରେ ସ୍କୁଲ୍ହତାଟି ସବୁ ଋତୁରେ ହସ ହସ ଦିଶୁଥାଏ । ନାଲିଖଡ଼ା ଶାଗ ଭଳି ଛୋଟଗଛ ସବୁ ଚଲାବାଟ ଧାରରେ ଲଗା ହୋଇଥାଏ । ସାପକାମୁଡ଼ା ଗଦ୍ , ଅମରକଣ୍ଟକ ବିଶଲ୍ଯକରଣୀ,ଗଉଡ଼ଗୋବିନ୍ଦ,ଦଅଦଈଆ ଆଦି କେତେ ଯେ,ଔଷଧୀ ଗଛ ସାଙ୍ଗକୁ ମଲ୍ଲୀ,ଗୋଲାପ,ଯୂଇ, ହେନା,ଜବା,ମନ୍ଦାର,ଟଗର,ତରାଟ,ସୁଗନ୍ଦରାଜ ଫୁଲଗଛ ଅତି ଯତ୍ନରେ ଧାଡ଼ି ଧାଡ଼ି ହୋଇ କିଏ ସଜାଇ ରଖିଲା ପରି ହତାଟି ସାରା ଚିତ୍ରବିଚିତ୍ର ଶୋଭାରେ ସବୁଦିନ ସକାଳେ,ସଞ୍ଜେ ଆମ ଯିବା ବେଳକୁ ଓ ଆସିଲା ବେଳକୁ ମଣ୍ଡେଇ ହୋଇ ଉଭା ହେଲାପରି ମନେ ହେଉଥିଲା। ଏହା ପରେ ପୁଣି ପ୍ରକୃତି ପାଠ ଅନ୍ତର୍ଗତ ହସ୍ତକର୍ମ ହତା ମଝିରେ ଗୋଟିଏ ଦୁଇଟି ସ୍ଥାନକୁ ଆବୋରିଥାଏ। ଦ୍ବୀପ,ଅନ୍ତରୀପ ,ନଦୀ ଓ ସାଗର ଚିହ୍ନିତ ଓଡ଼ିଶାର ମାନଚିତ୍ର ମାଟିରେ ଗଢା ହୋଇ ରଙ୍ଗ ଦିଆଜଆଇଥାଏ। ବାରଣ୍ଡାର ଗୋଟାଏ କଣକୁ ଗଦା ହୋଇଥାଏ କୁମ୍ଭାର ସାହିରୁ ଆସିଥିବା ଚକଟା ଚିକ୍କଣ ମାଟି। ସେଥିରେ ବୋତଲ ,ଗ୍ଲାସ୍,ଗଡ଼ୁ,ଗିନା, ଫୁଲଦାନୀ ଇତ୍ଯାଦି ଗଢ଼ା ହୋଇ ରଖାଯାଇଥାଏ। ଥାକ ଥାକ ହୋଇ। ଏ ହେଉଛି ସ୍କୁଲ୍ଘର ବାହାରର ଦୃଶ୍ଯ । ଆମେ ପିଲାମାନେ କାନ୍ଦରେ ବ୍ଯାଗ୍ ଓ ଚଟ ଓହଳାଇ ଦୁଇବେଳା ସ୍କୁଲ୍ କୁ ଆସୁ ଓ ଯାଉ । ପ୍ରତିଦିନ ସ୍କୁଲ୍ ଘର ଓଳାଇବା କାମ ଆମେ ଆନନ୍ଦରେ, ଆଗ୍ରହରେ କରିଥାଉ । ଘର ଭିତରକୁ ପ୍ର ବେଶ କଲାବେଳକୁ ପୃଥିବୀଟାଯାକର ବିସ୍ମୟ ଆମକୁ ଅପେକ୍ଷା କରିଥାଏ ଯେପରି। ସ୍କୁଲ୍ ଘରର ଚାରିଟର କାନ୍ଥ ଛବିମୟ ହୋଇଥାଏ। କାନ୍ଥର ଉପରିଭାଗରେ ମୋଟା କାଗଜପଟାରେ ଅଠାଦ୍ବାରା ଲଗାଯାଇଥିବା ଗଣ୍ଡାର,ସିଂହ,ଭାଲୁ,ଅରଣାମଇଁଷି,ଗରିଲା,ହାତୀ,ହିପୋପୋଟାମସ୍ ଆଦି ଜୀବମାନଙ୍କର (ଦେଢ଼ଫୁଟରେ ଏକଫୁଟ) ଚିତ୍ର ତଳକୁ ଥିବା ଦୁଇଟି କଣ୍ଟାରେଘକୃଷ୍ଣ ଇଣ୍ଡିୟାନ୍ ଇଙ୍କ୍ ରେ ଅବିକଳ ଛପାହେଲା ଭଳି ଏକାନ୍ତ ସମମାତ୍ରିକ୍ ଗୋଲ୍ ଗୋଲ୍ ବଡ଼ ବଡ଼ ଅକ୍ଷରରେ ଲେକାସୂକ୍ତିଟି ମାନ ପଟା ଯୋଡ଼ା କାଗଜମାନଙ୍କରେ ଝୁଲୁଥାଏ। " କେହି ରହି ନାହିଁ ରହିବ ନାହିଁଟି ଭବରଙ୍ଗ ଭୁମି ତଳେ,ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ,"। ବାଲ୍ଯକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିତ٠٠٠" "ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି, ତରିବାକୁ ଏହି ସଂସାର-ଜଳଧି' ସାଙ୍ଗକୁ ପାନ ,ବିଡ଼ି ନୂହେଁ ଛୋଟିଆ ନିଶା ଜଣାପଡ଼େ ନାହିଁ ଟାଣେ ପଇସା" ଇତ୍ଯାଦି ଉପଦେଶାତ୍ମକ ଉକ୍ତିଟି ମାନ ଆମେ କେବଳ ପଢ଼ୁନାହିଁ ,ଅକ୍ଷର ଶିକ୍ଷା କରୁଥିବା ପିଲାମାନେ ବଡ଼ ପାଟିରେ ସେଗୁଡ଼ିକ ଚିହ୍ନି ଚିହ୍ନି ପଢ଼ନ୍ତି। କାନ୍ଥର ମଝିଭାଗରେ ଶିକ୍ଷାମୂଳକ ବିଷୟ ଯଥା ଗୁଣନ ଖନ୍ଦା ,ମିଶାଣ ଖନ୍ଦା,ପ୍ରକୃତି ପାଠର ଚିତ୍ରଶୋଭିତ ମାନଚିତ୍ର,ଇତିହାସ ପ୍ରସିଦ୍ଧ ଘଟଣାର ସମୟ ଏମିତି କେତେ କ 'ଣ ନାଲି,କଳା,ସବୁଜ କାଳିରେ ଅଙ୍କିତ ହୋଇ ପଟାଯୋଡ଼େଇ କାଗଜରେ ଲେଖାଯାଇ କଣ୍ଟାମାନଙ୍କରୁ ଝୁଲୁଥାଏ । ଏସବୁ ଥିଲା ଜଣେ ମାତ୍ର ବ୍ଯକ୍ତିଙ୍କର ଅସାଧାରଣ କୃତିତ୍ବ ସମୟ ୧୯୪୧ ରୁ ୧୯୪୫ ମସିହା । ବ୍ଯକ୍ତିଜଣକ ଥିଲେ କୃଷ୍ଣଚନ୍ଦ୍ର ତ୍ରିପାଠୀ। ସେ ତିର୍ତ୍ତୋଲ୍ ଥାନା ଅନ୍ତଃପାତୀ ତିରଣ (ଜଗରନାଥପୁର) ଅଞ୍ଚଳର ଶ୍ରୀରାମଚନ୍ଦ୍ରପୁର ଶାସନରେ ୧୯୧୪ ମସିହା ଡ଼ିସେମ୍ବର ୨୪ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ସ୍ବନାମଧନ୍ଯ ଜ୍ଯୋତିର୍ବିଦ୍ ପଣ୍ଡିତ କାଶୀନାଥ ତ୍ରିପାଠୀ ଏବଂ ଏବର ସୁପ୍ରସିଦ୍ଧ ଡାକ୍ତର ଲେଖକ ନିରଞ୍ଜନ ତ୍ରିପାଠିଙ୍କର ଜନକ ହେଉଛନ୍ତି କୃଷ୍ଣସାର। ଆଜି ଯେପରି ପ୍ରାଥମିକ ବିଦ୍ଯାଳୟର ଶିକ୍ଷକମାନେ ବୃତ୍ତିଗତ ସ୍ବାଚ୍ଛନ୍ଦ୍ଯ ପ୍ରାପ୍ତ ହେଉଛନ୍ତି, ସେତେବେଳେ ସେମାନେ ପାଉନଥିଲେ । ମାସକୁ ଦରମା ଥିଲା ସାତଟଙ୍କା। ସେତିକି ମାତ୍ର ସମ୍ବଳରେ ଏତେଗୁଡ଼ାଏ ଆୟୋଜନ କୃଷ୍ଣ ସାର୍ କିପରି କରୁଥିଲେ ,ଆଜି ଭାବିଲେ ମୁଁ ବିସ୍ମିତ ହୁଏ । ହରିତାଳିକା ଓ ଶ୍ରୀପଞ୍ଚମୀକୁ ବାଦ୍ ଦେଲେ ଆମେ ପିଲାଏ କେବେ କିଛି ସାର୍ ଙ୍କୁ ଭେଟି ଦେବା ମୋର ମନେ ନାହିଁ। କେବଳ ଧାନକଟା ବେଳେ ସାର୍ ଆମକୁ ନେଇ ବିଲକୁ ଯାଉଥିଲେ ଓ ସେ ଶିଖାଉଥିବା ଛାନ୍ଦ ଗୀତ 'ବିତଳକୁ ଆଲିଙ୍ଗନ କରି ଜାହ୍ନବୀ ଶୋଭନ, ', ବନ୍ଦଇ ହରି ଦେବ ମୁରାରି ; କଳାକଳେବର ଜହ୍ନାଇ ', 'କହଇ ମନ ଆରେ ମୋ ବୋଲ କର ' ପ୍ରଭୃତି ଉଚ୍ଛସ୍ବରରେ ବୋଲି ଆମେ ଜଣ ପିଛା ୨/୪ ଟି କରି ଧାନ ହଳା ଆଣୁଥିଲୁ। ସେଥିରୁ ବର୍ଷକର ଚକ୍ ଖଡ଼ି, କାଗଜପତ୍ର କିଣାଯାଉଥିଲା । ଅନ୍ଯାନ୍ଯ ଜିନିଷ ସାର୍ ତାଙ୍କ ହାତରୁ କିମ୍ବା ଅନ୍ଯ କେଉଁ ସୁତ୍ରରୁ କିଣୁଥିଲେ, ଆମେ ଜାଣୁନଥିଲୁ। ବାବୁ (ସବ୍ ଇନ୍ସ୍ ପେକ୍ଟର ବା ଡ଼ି٠ଆର٠) ସ୍କୁଲ୍ ପରିଦର୍ଶନରେ ଆସିବା ଦିନ ସାର୍ ଙ୍କର ବ୍ଯସ୍ତତା ଓ ଅତିଥି ଆପ୍ଯାୟନର ଆୟୋଜନ ସବୁ ମନେ ପଡ଼ିଲେ ସେକାଳ ଓ ଏକାଳର ପ୍ରଭେଦ ଜାଣିହୁଏ । ସ୍କୁଲ୍ ପରିଦର୍ଶନ ଏବେ ଆଉ ପ୍ରାୟ ଚଳୁନାହିଁ। ଆମ ବେଳେ ବର୍ଷକୁ ୨/୪ ଥର ବାବୁ ଆସୁଥିଲେ ପ୍ରଶଂସାମୂଳକ ମନ୍ତବ୍ଯ ଦେଉଥିବାର ସାର୍ ଙ୍କଠାରୁ ଶୁଣିବାକୁ ପାଉଥିଲୁ । ଚିତ୍ରାଙ୍କନ, ଅକ୍ଷରଲିଖନ ଓ ପାଠଦାନରେ କୃଷ୍ଣ ସାର୍ ଙ୍କ ଅସାମାନ୍ଯ ଦକ୍ଷତା ଜାତୀୟ ସ୍ତରରେ ସୀକୃତି ଲାଭ କରିବା ମୁଁ ସବୁମନ୍ତେ ଆଶା କାରୁଥିଲି । ଆମ ବେଲେ ସେ ଥିଲେ ଅଣତାଲିମ ପ୍ରାସ୍ତ ଶିକ୍ଷକ । ପରେ ଇ ଟି ପାସ୍ କଲାବେଳକୁ ସେ ତାଙ୍କୁ ଘରପାଖ ସ୍କୁଲକୁ ବଦଳି ହୋଇଗଲେ ସେ ଆମ ସ୍କୁଲଟି ଛାଡିଯିବା ପରେ ଧୀରେ ଧୀରେ ସନୁ କଳାକୃତି ତାଙ୍କର ନଷ୍ଟ ହୋଇଗଲା । ଏବେ ସେଠି ଭଟାଘର ତୋଳାଯାଇ ଅପ୍ ଭ୍ରେଡେନ୍ ଉଚ୍ଚପ୍ରାଥମିକ ସ୍କୁଲ ଚଳୁଛି ।ସେ ହତା ନାହିଁ , ଉଦ୍ଯାନ ନାହିଁ କି ସେ ଉଦ୍ଯମ ନାହଁ। କୃଷ୍ଣ ଶଆଋଜ୍ଞ ଆନ୍ଯୂନ ଚାଳିଶ ବର୍ଷ ଧରି ପ୍ରାଥମିକ ବିଦ୍ଯାଳୟରେ ଶିକ୍ଷକତା କରି ଆସିଥିଲେ । ଛାତ୍ରମାନଙ୍କର ସେ ଯହିଲେ 'ଟିଭାପ ହାରକ 'ପାଠଦାନ ମୈଳିକ ତତୂ ସେ ଉତ୍ତମ ଭାବେ ଆୟତ କରିଥିଲେ ଓ ସେସବୁ ର ପ୍ରୟୋଗରେ ଧୁରୀଣ୍ୟିଲେ ।ଜ୍ଞାନ ଆହାରଣ ଭାଗି ତାଙ୍କର ଅନୁ ସଦ୍ଧିଚ୍ଚା ତାଙ୍କୁ ସମଧର୍ମିମାନଙ୍କଠାରୁ ସତନ୍ର କରି ଚିହ୍ନାଇ ଦେଇଥିଲା।ତାଙ୍କର ତିନି ଜଣ ଯାକ ପୁତ୍ର ଉତ୍ତମ ଛାତ୍ର କେବଳ ନଥିଲେ, ସୁବିଦ୍ଯ ଯହିଲେ । କେତେକ ଶୋକାବହ ପାରିବାରିକ ଦୁର୍ଘଟଣା ତାଙ୍କୁ ବ୍ଯଥିତ କରିଥିଲେ ହେଁ ବିଚନିତ କରିନଥିବା ନିଜେ ପ୍ରତ୍ଯକ୍ଷ କରି ମୁଁ ଧେର୍ଯ୍ଯ ଓ ଈଶୱରବିଶାସ ନିକଟରେ ନତଶିର ହୋଇଯାଇଥିଲେ । ସେ ତାଙ୍କର ଦକ୍ଷତା ଅନୁରୂପ କଔନସୀ ବିଶେଷ ସମ୍ମାନିତ ହୋଇନଥିଲେ ବି ତାଙ୍କର ସେଦିନର ଛାତ୍ରମାନଙ୍କର ସ୍ମୁତି ରେ ପ୍ରାଥମିକ ଶିକ୍ଷାଦାତାର ଅ ମଳାନ ଜ୍ଯେତିରେ ଯେ ଦୀପ୍ଯମାନ ରହିଛନ୍ତି ଓ ରହିଥିବେ , ଏହା ନିଃ ସନ୍ଦେହ । ସମୁସାହୀ ଶିକ୍ଷାବ୍ରତୀ କୃଷ୍ଣନନ୍ଦ ତ୍ରିପାଠୀ ଯେଉଁ ମୂଲ୍ଯବୋଧକୁ ଶ୍ରେୟ ଜ୍ଞାନ କରି ଶିକ୍ଷା, ଶିକ୍ଷାର୍ଥୀ ଓ ଶିକ୍ଷାୟତନର ଶ୍ରୀ ସାଧନରେ ଆଜୀବନ ରତ ଥିଲେ,ଆଜି ଅହାର ବିରଳତା ଦେଖୀ ହୃଦୟ ପଡୀତ ହେଉଥିବା ବେଳେ ସେ ଖୁବ୍ ବଡ ଦିଶନ୍ତି । ସମାଜସେବୀ ଶିକ୍ଷକ ଲକ୍ଷ୍ମୀନାରାୟଣ ମିଶ୍ର

                            କାଳୀକିଙ୍କର      ମିଶ୍ର

ମାଟିର ଦୀପାଳୀଟି ପାଠର ଦେଉଳରେ, ଘିଅର ସଳିତାଟି ଜାଳି ଏ ଅନ୍ଦାରରେ, ବାଟ ଯେ ଦେଖା ଛି ପାହା ଡ଼ ଜଘଂଲରେ ତାକୁ କି କେବେ କିଏ ଜୀବନେ ଭୁଲିପାରେ। [ଜଣେ ଛାତ୍ରଙ୍କ ଲେଖନୀରୁ ଶିକ୍ଷକ ଲକ୍ଷ୍ମୀନାରାୟଣଙ୍କ ଉଦ୍ଦେଶ୍ୟରେ] ଲକ୍ଷ୍ମୀ ମାଷ୍ଟେ ଏଇ ନାଁଟି ଅନ୍ୟମାନଙ୍କ ପାଇଁ ସାଧାସିଧା ଡାକଟିଏ। ନାଁରେ ଥିଲା ତଡ଼ିତ୍ ପ୍ରବାହର ଚମକ ଆଉ ଶକ୍ତି । ଏଇ ଡାକରେ ଥିଲା ଆଶ୍ୱାସନା। ବାପା ମା; ଅଭିବାବକମାନେ ପିଲାର ପଢ଼ାପଢ଼ି ନେଇ ଯେତେବେଳେ ଚିନ୍ତିତ ବିବ୍ରତ ବୋଧକରୁଥିଲେ ସେତେବେଳେ ଏଇ ଲକ୍ଷ୍ମୀମାଷ୍ଟେର୍ ଯାବତୀୟ ଗରିବ, ପାଠଚୋର, ନିବୁଦ୍ଦିଆ ଓ ଅଳ୍ପ ବୁଦ୍ଦିଆ ପିଲାଙ୍କର ବାପା ମାଆ ହୋଇ ଉଭା ହେଉଥିଲେ। ସେମାଙ୍କର ପିଲାମାଙ୍କ ପାଇଁ ତାଙ୍କରି ହାତ ଦେଇ ଅନ୍ଦାରରେ ଆଲୋକର ରାହା ପାଇଥିଲେ ବାପା, ମାଆମାନେ। ୧୯୪୩ରୁ ୧୯୬୧ ପ ର୍ଯ୍ଯନ୍ତ ଅଠର ବର୍ଷ କାଳ ରାୟଗଡ଼ ସହରର କି ଓଡ଼ିଆ, କି ତେଲୁଗୁ, କି ସିଦ୍ଦି, କି ମାରୱାଡ଼ି ସବୁ ଭାଷାଭାଷୀ ସବୁ ଜାତିଧର୍ମର ମାଆମାନଙ୍କ ପାଟିର ବହୁ ଉଚ୍ଚାରିତ ନାଁଟି ଥିଲା, 'ଲଷ୍ମୀ ମାଷ୍ଟେର୍  ;। ଛୋଟ ପୁଅଝିଅ କାନ୍ଦିଲେ, ଅଳି ଅଝଟ କଲେ, ଗାଧୁଆ, ମୁଣ୍ଡକୁଣ୍ଡା, ଖିଆ, ଶୁଆରେ ମାଆକୁ ହଇରାଣ କଲେ ମାଆ ତୁଣ୍ଡରୁ ଶୁଣାଯାଏ, ହେଇ, ଲକ୍ଷ୍ମୀମାଷ୍ଟେର୍ ଆସିଲେଣି ଯେ, ଲଷ୍ମୀ ମାଷ୍ଟେର୍ ଙ୍କୁ କହୁଛି ରୁହ। ୟାକୁ ଲଷ୍ମୀମାଷ୍ଟେର୍ ଙ୍କ ପାଖେ ଛାଡ଼ିଦିଅ। ପିଲା ପଢ଼ା ବୟସର ହୋଇଗଲେ ବାପାମାଆଙ୍କର ଚିନ୍ତା ନଥିଲା। କାରଣ ଲଷ୍ମୀ ମାଷ୍ଟେର୍ ଅଛନ୍ତି।। ଏହି ଭଳି ସେ ଥିଲେ ଜଣେ ସାଧାରଣ ପ୍ରାଥମିକ ସ୍କୁଲ୍ ଶିକ୍ଷକ। କିନ୍ତୁ ପିଲାଙ୍କ ପାଇଁ ଜଣେ ଯାଦୁକର, ବାପାମାଆଙ୍କର ଆଖିରେ ଜଣେ ନିର୍ଭରଯୋଗ୍ୟ ସଫଳ ଶିକ୍ଷକ। ସମାଜ ଆଖିରେ ଜଣେ ସଚେତନ ଗୁରୁ। ଜାତି ପାଖରେ ଜଣେ ସମ୍ମାନନାସ୍ପଦ ଶିକ୍ଷକ। ପାରଳା ମହାରାଜାଙ୍କ ଷୋଳ ଶାସନରୁ ଗୋତିଏ ଗାଁ 'ବୁଦୁରା;। ପାରଳାରୁ ପଇଁତିରିଶି କିଲୋମିଟର ଦୂରରେ ଏହି ବ୍ରାହ୍ମଣ ଶାସନ। ଶ୍ରୀ ଭାଗୀରଥି ମିଶ୍ରେ ଥିଲେ ଜଣେ ଗୂହୀ-ସନ୍ନ୍ୟାସୀ। ତାଙ୍କର ହିତଭାଷୀ ମିତଭାଷୀ ସ୍ୱଭାବ ସ ହିତ ଘୋର ଦାରିଦ୍ର୍ୟ ବି ତାଙ୍କ ପାଇଁ ଥିଲା ଭୂଷଣ। ଗାଁରେ ଅଣରାଣୀରୁ ପାରଳା ଯାଏ ତାଙ୍କର ଥାଏ ସ୍ୱତନ୍ର ସମ୍ମାନ। ଗାଁ ଦେଉଳରେ ରାମଲିଙ୍ଗେଶ୍ୱରଙ୍କ ସେବା ଆରାଧନାରେ ତାଙ୍କର ଦିହକ କଟିଯାଏ। ୧୯୧୩ ମସିହା ଜାନୁଆରୀ ମାସ ବାର ତାରିଖ, ମକର ସଂକ୍ରାନ୍ତିନ ଦିନ ଲଷ୍ମୀନାରାୟଣ ଜନ୍ମ ହୁଅନ୍ତି, ଭାଗୀରଥିଙ୍କ ପ୍ରଥମ ଓ ଏକମାତ୍ର ପୁତ୍ର ସନ୍ତାନ ରୁପେ ସ୍କୁଲ୍ ରେ ୫ମ ଶ୍ରେଣୀ ପଢ଼ା ଶେଷ ହେବା ପରେ ସେ ଇଂରେଜୀ ପଢ଼ିବାକୁ ବସିଲେ । ଦାଦା ନିଜେ ପୁଅକୁ ନେଇ ପାରଳା ହାଇସ୍କୁଲ୍ ରେ ନାମ ଲେଖାଇ ଦେଲେ । ବସା ସଞ୍ଛା ଠିକଣା କରି ଘରକୁ ଫେରିଲେ। ତା ପରେ ବର୍ଷ ମହାରାଜାଙ୍କ ଛାତ୍ରାବାସରେ ରହି ମାଗଣା ଖାଇ ପଢ଼ିବାର ବ୍ଯବସ୍ଥା ନେଲା। ସରଳାଦେଦୀଙ୍କ ' ବ୍ରିଟିଶ୍ ବୀରୋଧୀ ସଭାରେ ଯୋଗ ଦେଇଥିବା ଯୋଗୁଂ ଛାତ୍ରାବାସମରୁ ସେ ତଡ଼ା ଖାଇଲେ। ପଢ଼ାରେ ବିଘ୍ନ ଘଟିଲା।। ପରେ ପରେ ପ୍ରତି ଏକ ସ୍ବତଃସ୍ଫୁର୍ତ୍ତ ଆକର୍ଷଣ ସୃଷ୍ଟି ହୋଇଥାଏ। କିନ୍ତୁ ଶିକ୍ଷକଟିଏ ହେବା ପାଇଁ ଟ୍ରେନିଂ ଦରକାର । ଟ୍ରେନିଂ ଯିବା ପାଇଁ ସିକ୍ଷକଠାରେ ଅଭିଜ୍ଞତା ବି ଦରକାର ପଡ଼ୁଥିଲା। ତେଣୁ ଅଭିଜ୍ଞତା ଅର୍ଜନ ପାଇଁ ନଈ ସେପାରି ଗାଁ ଘନସର ସ୍କୁଲ୍ ରେ ବିନା ଦରମାରେ କିଛି ଦିନ ସେ ସିକ୍ଷକତା କଲେ । ପରେ ଗାଁର ଲେଖାଯୋଖାର ଭାଇନା ଗୋବିନ୍ଦମିଶ୍ରଙ୍କ ସାହାଯ୍ଯରେ ଗୁଣୁପୁର (କୋରାପୁଟ ଜିଲ୍ଲା ) ସହର ପାଖ- ଗାଁ ସ୍କୁଲ୍ ରେ ନିଯୁକ୍ତି ପାଇଲେ । ଯୁବକ, ଆଗ୍ରହୀ ,ଉତ୍ସାହୀ ଲକ୍ଷ୍ମୀନାରାୟଙ୍କର ଶିକ୍ଷକତାର ଖ୍ଯାତି ଗାଁର ଜମିଦାରଙ୍କ କାନରେ ପଡ଼ିଲା। ସେ ମାଷ୍ଟ୍ରଙ୍କର ଚାଲିଚଳଣି ପରଖି , ନିଜ ପିଲାଙ୍କୁ ତାଙ୍କ ପାଖରେ ସମପିଦେଲେ ।ଧୀରେ ଧୀରେ ମାଷ୍ଟ୍ରେ, ଘରର , ନିଜ କୁଟୁମ୍ବର ଲୋକଟିଏ ପରି ଜମିଦାର ସାହୁ ଦୀନବନ୍ଧୁଙ୍କ ଘରେ ରହିଲେ । ତାଙ୍କ ସ ଧର୍ମ ଚର୍ଚ୍ଚା, ଗ୍ରନ୍ଥ ପାରାୟଣ କରୁ କରୁ ବୈଷ୍ଣବ ଧର୍ମରେ ଦୀକ୍ଷିତ ହେଲେ। ତାଙ୍କ ପରିବାର ସହ ଉତ୍ତର ଭାରତ ତୀର୍ଥ ଯାତ୍ରାରେ ଗଲେ। ଏଇଭଳି ଗାଁ ଜମିଦାରଙ୍କ ପୃଷ୍ଟପୋଷକତାରେ ପଲ୍ଲୀରେ ଶିକ୍ଷକତା ତାଙ୍କର ସୁରୁଖୁରୁରେ ଚାଲିଲା । ଦିନେ ସୁଣିଲେ , ଗୁଣୁପୁର ସହରରେ ପ୍ରାଥମିକ ଶିକ୍ଷକ ତାଲିମ ସ୍କୁଲ୍ଟିଏ ବସୁଛି। ଟ୍ରେନିଂ ଯିବା କଥା ସ୍ଥିର ହେଲା। ପରିବାର ମାୟା ତୁଟାଇ ୧୯୪୦ ରୁ ୧୯୪୨ ଦୁଇବର୍ଷ ଶିକ୍ଷକ ତାଲିମ ପାଇଲେ । ତାଲିମବେଳେ ସମ ବୟସ୍କ, ସମାନଧର୍ମୀ ଅନେକ ଯୁବବନ୍ଧୁଙ୍କର ମେଳରେ ଏକ ଯଥାର୍ଥ ପରିବେଶ ପାଇ ଲକ୍ଷ୍ମୀନାରାୟଣଙ୍କ ସୁପ୍ତ ଶକ୍ତି ଜାଗ୍ରତ ହେଲା । ବଗିଚା କାମ,ଖେଳ କସରତ,ନାଟକ ଅଭିନୟ,ପୁଜା,ବଣୋଭଜି,ଶିକ୍ଷାଦାନ ସବୁକ୍ଷେତ୍ରରେ ତାଙ୍କର କୃତିତୁ ଫୁଟିଉଠିଲା। ତାଙ୍କର ପ୍ରତ୍ଯୁପନ୍ନମତିତା ନିର୍ଭୀକତା,ସ୍ପଷ୍ଟବାଦିତା ସାନ୍ଥ ନମ୍ରତା ଓ ମେଳାର୍ପପଣତା ତାଙ୍କୁ ନିଜ ସାଥିମାନଙ୍କର ନେତୃତୁ ନେବାରେ ସାହାଯ୍ଯ କଲା । ତାଲିମ ସମୟରେ ଶିକ୍ଷକତା ସମ୍ପର୍କରେ ତାଙ୍କର ଯେତେ କଔତୁହଳ,ସମସ୍ଯା,ସନ୍ଦେହ ଓ ପ୍ରଶ୍ନ ଥିଲା ଧୀରେ ଧୀରେ ସେଗୁଡ଼ିକର ସମାଧାନ ହେଲା। ଶିକ୍ଷକତାର ଆରପାଖଟି ତାଙ୍କ ସମ୍ମୁଖରେ ଉନ୍ମୋଚିତ ହେଲା,ଶିକ୍ଷକତାର ଅସଲ ସୂରୁପ ,ଦାୟିତ୍ବ,ନୀତି,ନିୟମ,ପ୍ରଣାଳୀ,ଶିଶୁ ମନସ୍ତତ୍ବ ,ଶିକ୍ଷକ--ଅଭିଭାବକ ସମ୍ପର୍କ ଇତ୍ଯାଦି ବିଷୟରେ ସେ ଯେତିକି ଜାଣିବାକୁ ପାଇଲେ ସେତିକି ଆଗ୍ରହୀ ହୋଇଉଠିଲେ । ତାଲିମ ପରେ ନିଜ ଜିଲ୍ଲା ଗଞ୍ଜାମରେ ଚାକିରୀ ମିଳିବାରେ ଡ଼େରି ହେବାରୁ ସେ କୋରାପୁଟ ଜିଲ୍ଲାର ନବରଙ୍ଗପୁର ଅଞ୍ଚଳରେ ଶିକ୍ଷକତା ଆରମ୍ବ କଲେ । ଅଳ୍ପ କିଛି ମାସ ପରେ ତାଙ୍କୁ ରାୟଗଡ଼୍ ସହରର ବାଳିକା କି·ପ୍ରା·ସ୍କୁଲ୍ କୁ ବଦଳି କରାଗଲା । ୧୯୪୩ ମସିହା ଜାନୁଆରୀ ମାସ ଅଠର ତାରିଖ ଦିନ ସେ ଉକ୍ତ ସ୍କୁଲ୍ ରେ ଯୋଗ ଦେଲେ । ଓଡ଼ିଆ ସଂସ୍କୃତିର ଅନ୍ଯତମ ପୀଠ ପାରଳାଖେମୁଣ୍ଡିର ଶୈକ୍ଷିକ ପୃଷ୍ଟଭୂମି, ନିଜ ସ୍ବାବଲମ୍ବୀ ଛାତ୍ର ଜୀବନର ମୂଲ୍ଯବାନ ଅଭିଜ୍ଞତା ସହ ସେ ନିଜର କର୍ମମୟ ଜୀବନର ମୂଳଦୁଆ ପ୍ରତିଷ୍ଟା କରନ୍ତି ସୀମାନ୍ତ ଅଞ୍ଚଳର ବାଣିଜ୍ଯ କେନ୍ଦ୍ର ତଥା ଭାବୀ ଶିଳ୍ପାଞ୍ଚଳ ରାୟଗଡ଼୍ ସହରରେ । ସଦ୍ଯ ତାଲିମ ପ୍ରାପ୍ତ ଯୁବ ଶିକ୍ଷକ ଲକ୍ଷ୍ମୀନାରାୟଣ ନିଜର ସ୍ବପ୍ନକୁ ରୂପାୟିତ କରିବା ପାଇଁ ଉପଯୁକ୍ତ କ୍ଷେତ୍ର ପାଇଗଲେ । ପ୍ରଥମରୁ ମିଶ୍ରେ ନିଜକୁ ଜଣେ ଯଥାର୍ଥ ଶିକ୍ଷକ ରୂପେ ଗଢ଼ିବାର ଉଦ୍ଯମ କରୁଥାନ୍ତି । ଠିକ୍ ସମୟରେ ସ୍କୁଲ୍ କୁ ଆସିବା ଫଳରେ ତାଙ୍କ ଭାଗରେ ପଡ଼ିଲା ପ୍ରାର୍ଥନା,ସଫେଇ ଆଦିର ପରିଚାଳନା। ଆଗ୍ରହରେ ତାହା ସେ ଗ୍ରହଣ କଲେ। ପିଲା ଘୋଷିକରି ଅଭ୍ଯାସ ଶେତଃ ଗାହଥିବା ପ୍ରାର୍ଥନାର ମର୍ମ ସେ ପ୍ରଥମ କରି ପିଲାଙ୍କୁ ବୁଝାଇଲେ। ଏକ ସ୍ବରରେ ପ୍ରାର୍ଥନା ଗାଇବା ଶିଖାଇଲେ। ମିଶ୍ରେ ଲକ୍ଷ୍ଯକଲେ ,ପିଳା ମଇଳା ଲୁଗା ପିନ୍ଧି,ମୁଣ୍ଡ ନ କୁଣ୍ଡାଇ ନଖ, ବାଳ ନ କାଟି, ନାକ ସଫା ନ କରି ସକାଳୁ ଝାଡ଼ା ନ ଯାଇ ଶ୍ରେଣୀକୁ ଆସୁଛନ୍ତି। ଛୋଟ ପାନିଆ, ଦର୍ପଣ କିଣି ରଖିଲେ, ବ୍ଲେଡ଼୍ଟିଏ ରଖିଲେ ନଖକାଟିବା ପାଇଁ। ବାପା ମା' ଦେଖିଲେ, ପିଲା ସ୍କୁଲ୍ ରୁ ଫେରିଲାବେଳେ ସଫାସୁତୁରା ଦେଖାଯାଉଛି। କଥା କ 'ଣ ନା ନୁଆ ମାଷ୍ଟ୍ରେ ମୁଣ୍ଡ କୁଣ୍ଡାଇ ଦେଇଛନ୍ତି,ନଖ କାଟି ଦେଇଛନ୍ତି। ଖାଲି ସେତିକି ନୁହେଁ। ପିଲାକୁ କହିଲେ,ପରେ ମା ବାପାଙ୍କ ଚିରାଲୁଗାରୁ କନାଟିଏ କାଟି ସଫାକରି ପକେଟରେ ରଖିବାକୁ। ନାକ ଅସନା ହେଲେ ସେଥିରେ ସଫାହେବ,ଜାମା ପେଣ୍ଟରେ ନୁହେଁ।


ଆଚରଣ ସମ୍ପର୍କରେ ଶିକ୍ଷା ଦେଲେ। ହସ୍ତାକ୍ଷର ଲେଖା ଉପରେ ସେ ତୀକ୍ଷ୍ନ ଦୃଷ୍ଟି ରଖିଥାନ୍ତି , କହିବା ବାହୁନା ତାଙ୍କର ହାତ ଲେଖା କି ଈଂରାଜୀ , ସବୁଥିଲା ସୁନ୍ଦର । ଫଳରେ ଗୋଟିଏ ବଡ଼ କାଠ ଆଲମାରୀ ଓ ଅନ୍ଯାନ୍ଯ ଉପକରଣ କିଣାଯାଇ ସ୍କୁଲରେ ବିଜ୍ଞାନାଗାର ଉଦଘାଟିତ ହେଲା । ଜାତୀୟ ଦିବସ, ନାମଲେଖା ଅଭିଯାନ , ଇତ୍ଯାଦିରେ ସ୍ଲୋଗାନଲେଖିବା, ପିଲାଙ୍କୁ ଶିଖାଇବା, ଶୋଭାଯାତ୍ରା ପରିଚାଳନା, ସଭାସମିତିର ବ୍ଯବସ୍ଥା ସ୍କୁଲରେ କରି , ଲୋକ ପ୍ରତିନିଧି, ବିଶିଷ୍ଟ ନାଗରିକ, ବୁଦ୍ଧିଜୀବୀମାନଙ୍କୁ ସ୍କୁଲକୁ ନିମନ୍ତ୍ରଣ କରି ଛାତ୍ରଛାତ୍ରୀଙ୍କର ସାମାଜିକ ଚେତନାର ଅଭିବୃଦ୍ଧି ଘଟାଇବା ସ୍କୁଲର ଅଭାବ ଅସୁବିଧା ପ୍ରତି ସ ହରର ପ୍ରଭାବଶାଳୀ ଲୋଙ୍କର ଦୃଷ୍ଟି ଆକର୍ଷଣ କରି ତା ର ପ୍ରତିକାର ମୂଳକ ପଦକ୍ଷେପ ନେବା ତାଙ୍କର ଯୋଜନାବଦ୍ଧ କର୍ମ ପନ୍ଥାର ଅନ୍ଯ ଏକ ଦିଗ ଥିଲା । ଜାତୀୟ ଦିବସର ଶୋଭାଯାତ୍ରୀ ବେଳେ ଶାନ୍ତି ଶୃଖଳା ଓ ପରିପାଟୀ ପାଇଁ ସ୍କୁଲ ସ୍କୁଲ ମଧ୍ଯରେ ହେଉଥିବା ପ୍ରତି ଯୋଗିତା ମାନଙ୍କରେ ମିଶ୍ରଙ୍କର ସ୍କୁଲ ଅନେକଥର ପୁରସ୍କାର ପା ଉଥିଲା । ଶିକ୍ଷକତା ପ୍ରତି ତାଙ୍କର ଯେ କେତେ ଆଗ୍ରହ ଓ ଆନ୍ତରିକତା ଥିଲା ଗୋଟିଏ ଘଟଣାରୁ ତାହା ଅନୁମେୟ । ୧୯୪୯ ମସିହାରେ ସରକାର ପ୍ରାଥମିକ ଶିକ୍ଷକମାନଙ୍କ ମଧ୍ଯରୁ ସାକ୍ଷାତକାର ଜରିଆରେ ମନୋନୟନ କରି୮ ସ୍କୁଲ ସ ହଦାରି ଉପ ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୫୦ ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୫୧ ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୫୨ ଜଣେ ସମାଜ ଓ ସଂସ୍କୃତିପ୍ରେମୀ ସଚେତନ ନାଗରିକ, ଜାଣେ ପ୍ରକାଶ ଆଦେଶ ତ ଥା କର୍ତ୍ତବ୍ଯନିଷ୍ଟ ଶିକ୍ଷକ ଓ ଜଣେ ଲୋକପ୍ରିୟ, ଉତ୍ସାହୀ, କର୍ମତ୍ତ୍ପର, ଆଦର୍ଶ ପରୋପକାରୀ ଶିକ୍ଷକ ସୁରେନ୍ଦ୍ର ନାଥ ମଢ଼ୁଆଳ ଡ଼କ୍ଟର ଭାଗବତ ପ୍ରସାଦ ଲେଙ୍କା ବାରିପଦାର ବେଲଗଡ଼ିଆ ରାଜବାଟୀ ସନ୍ନିକଟ ବାରିପଦା ସ ହରର ଉପକଣ୍ଟ। ଏଠାରେ ସ ହରର ଜନ ଗ ହଳି ନାହିଁ। ଶାନ୍ତ ଶୀତଳ ପରିବେଶ। ଆମ୍ରକୁଞ୍ଜ ତଳେ ମଥାନୁଆଣିଆ ଚାଳଘର । ବର୍ତ୍ତମାନ ଆବଶ୍ଯ ଟାଇଲ ଛପର ଘରଟିଏ ଛିଡ଼ାହେଲାଣି। ନିକଟରେ ବୋଜଙ୍ଗନ ଦୀ, କୂଳ ଦେଶରେ ଦିଗନ୍ତ ନିସ୍ତାର ଶ୍ଯାମଳ କେଦାରମାଳା । ଏପରି ଏକ ଶାନ୍ତ ସୁନ୍ଦର ପରିବେ"ଶ ମଧ୍ଯରେ ବେଲଗଡ଼ିଆ ଉ ପ୍ରା ବିଦ୍ଯାଳୟର କର୍ମ ପ୍ରବାହ ବ ହି ଚାଲିଛି ସ୍ବଚ୍ଛନ୍ଦ ଗତିରେ । ସମସ୍ତ ବିଦ୍ଯାଳୟ କର୍ମମୁଖର । ସମୟ ପ୍ରାୟ ଏଗାରଟା। ହଠାତ ବିଦ୍ଯାଳୟ ହତାରୁ ଭାସି ଆସିଲ ଏକ ଶିଶୁକଣ୍ଠର କରୁଣ ଚିତ୍କାର । କି କରୁଣ ସେ ଚିତ୍କାର !! କି ମର୍ମନ୍ତୁକ ସେ ଦୃଶ୍ଯ। ମଝିରେ ମଝିରେ ଶୁଭୁଥାଏ "ମାଆ ଲୋ, ବାପ ଲୋ ମରିଶଲ;ଇ ଆଉ ମାରନା। ପୁଣି ପା'ଟି 'ଶୁଭୁଥାଏ "ବଦମାସ କୁର୍ଖ । କୁଳାଙ୍ଗାର କ ହୁଛି କ'ଣ ନା ମରିଗଲି ମରିଯା, ତୋ ମୁହଁ ମୁଁ ଚାହିବି ନାହିଁ। ତୋତେ ଆଜି ମାରିଦେଲେ ମୋର ଶାନ୍ତି । " ଏହି ଚିତ୍କାର, ଗାଳି ସାଙ୍ଗକୁ ଶୁଣାଯା ଉଥାଏ ବାଡ଼ିମାଚର ଚଡ଼ ଚଡ଼ ଶବ୍ଦ । ପୁ୮ଣି ଶିଶୁର ଚିତ୍କାର, ଛାତିଫ?ଟା ବିକଳ କ୍ରନ୍ଦନ ଓ ବିନମ୍ର ଅନୁରୋଧ, " ମରିଗଲି, ମରିଗଲି, କିଏ ଅଛ ମୋତେ ବଞ୍ଚାଅ-ଏ ସମସ୍ତ ଚିତ୍କାର ଶୁଣି ବାଟରେ ଯା ଉଥିବା ଲୋକେ ଧାଇଁ ଆସିଲେ । ଆଉ ଧାଇଁ ଆସିଲେ ବିଦ୍ଯାଳୟର ସିକ୍ଷକ ଓ ଛାତ୍ରଛାତ୍ରୀ ମାନେ।'ରୁହ ରୁହ, ପିଲାଟିକୁ କାହିଁକି ପିଟୁଛ? କନ୍ଦକର ନନ୍ଦକର, ତୁମେ କ'ଣ ପାଗଳ ହୋଇଗଲ? କ ହି ଉଠିଲେ ସମସ୍ତେ। ସେତେବେଳକୁ ପ୍ରାଧାନଶିକ୍ଷକ ମଢ଼ୁଆଳ ସାର ସେଠାରେ ପ ହ ଞ୍ଚିଗଲେଣି । " ଆରେ ମାରନା । କ'ଣ ହୋଇଛି କ ହ । ସେ ତ ଆମ ବିଦ୍ଯାଳୟର ଦ୍ବିତୀୟ ଶ୍ରେଣୀର ଛାତ୍ର । ତା'ର ଦୋଷ କ'ନ ? ତୁମେ ପାଗଳ ହୋଇଗଲନା କ'ଣ ବ୍ଯଥା ଭରା ପ୍ରାଣରେ କ ହି ଉଠିଲେ ମଢ଼ୁଆଳ ବାବୁ । " ପାଗଳ ନୁହେଁ ମୁଁ ହେଡ଼ ସାର ମୁଁ ପାଗଳନୁହେଁ । ଆଜି ତାକୁ ମାରିଦେବି। ଏଭଳି ପୁଅ ମରିଯିବା ଭଲ ଘରେ ସୃଷ୍ଟି କରିଛି ଭୀଷନ ଗୋଳମାଳ । ଭାଇ ଭ ଉଣୀ ସମସ୍ତଙ୍କୁ ବାଡ଼ ଉଛି। ସ୍କୁଲକଥା କ ହିଲେ ଲିତୁଛି । ପୁଣି ପିଲାତି ଆଡ଼କୁ ନିର୍ଦ୍ଦେଶ କରି କ ହିଲା " ଦେଖନ୍ତୁ ସାର, ବ ହୁ କଷ୍ଟରେ ତାକୁ ବାନ୍ଧିକି ଆଣିଛି ଏ ହି ଦ ଉଡ଼ିରେ । ଆଉ ଏଇ ଠେଙ୍ଗା ଓ ବେରୁନିଆ ଛଡ଼ି୮ ଗୁଡ଼ିକ ତା ପିଠିରେ ସାରିବି। ବେଇମାନ କୁଳାଙ୍ଗାର, ପୁଣି ନିସ୍ତୁକମାଡ଼। ଶୁଣ ଶୁଣ କ ହି ବାଡ଼ି ଛଡ଼େଇ ଆଣି ମଡଢ଼ୁଆଳ ସାର କ ହିଲେ ,'ତାର ଦୋଷ କ'ନ କୁହ । କାନ୍ଦ କାନ୍ଦ ହୋଇ ନରିଦାସ କ ହିଲା, ଦେଖନ୍ତୁ ସାର, ମୁଁ ଜନେ ଭିକାରୀ । ଭିକ ମାଗି ଯାଗା ଆନେ ସେଥିରେ ସାତ ପରାଣୀଙ୍କ ପେଟ ପୋଷେ । ଆଶା ଥିଲା, ପୁଅ ମୋର ପାଠ ପଢ଼ିବ, ବା ମଣିଷ ହେବ । ମୋର ଦୁଃଖ ଦୁରେ ଯିବା। କିନ୍ତୁ ସେ ଆଶା ପାଣି ଫୋଟକା ଭଳି ମିଳେଇ ଗଲା ସାର । କ ହୁ କ ହୁ ପୁଣି କାନ୍ଦି ପକାଇଲା ସେ । ପୁଣି କ ହିଲା, " ମୋତେ ବାଟ କଢ଼େଇ ଦିଅନ୍ତୁ ସାର । " "ବାଟ ଅଛି ନରିଦାସ । ତୁମେ ଅସ୍ଥିର ହୁଅନା ।" ସମସ୍ତେ ଅବାକ ହୋଇ ଶୁଣୁଥାନ୍ତି ମଢ଼ୁଆଳ ସାର ଓ ନରିଦାସଙ୍କ କଥୋପକଥନ ଏବଂ ଚାହିଁ ଥାନ୍ତି ନିସ୍ତେଜ ହୋଇ ତଳେ ପଡ଼ିଥିବା ସାତବର୍ଷର ସିଶୁ ଶ୍ଯାମ ଦସ ଆଡ଼କୁ । ନରିଦାସ ପୁଣି ବିକଳ କ୍ରନ୍ଦନ କରି କ ହି ଉଥିଲେ, " ବାଟ କୁହ ନ୍ତୁ ସାର, ମୋତେ ବଞ୍ଚାନ୍ତୁ , ଆପଣଙ୍କିର ଧର୍ମ ହେବ ସାର" ମଢ଼ୁଆଳ ସାର କ ହିଲେ, " ହେଉ ତୁମେ ପ୍ରଥମେ ପିଲାତିର ଦ ଉଡ଼ି ଖୋଲି ଦିଅ । ଠେଙ୍ଗା ଓ ଛଡ଼ି ଫୋପାଡ଼ି ଦି । " ପିଲାତିକୁ ଆଉଁସି ଦେଲେ ସେ । ହୃଦୟରେ ତାଙ୍କର କୋହ ଓ ଆଖିରେ ତାଙ୍କର ଲୁହ- ନିଜକୁ ସମ୍ଭାଳି ବନେଇ କ ହିଲେ । " ଶ୍ଯାମ ତୁ ଏପରି ହେଉଛୁ କାହିଁକି ବାପ । ଦେଖ ତୋର ବାପାଙ୍କ ଅବସ୍ଥା' ଏମିତି ବ ହୁତ ବୁଝାଇଲେ । ଖୂଖି ଖାଡ଼ି ଖୂଡ଼ି ଦେଲେ। ମାଡ଼ର କ୍ଷତ ସ୍ଥାନରେ ଔଷଧ ଲଗାଇ ଦେଲେ । ତାକୁ ଖାଇବାକୁ ଦେଲେ । ତପାରେ ତା ବାପାକୁ ବୁଝାଇଶୁଝାଇ ଘରକୁ ପାଠାଇ ଦେଲେ। ନରି ଦାସ ତାଙ୍କ ପିଲାର ଭବିଷ୍ଯତର ଆଶା ଭରସା ଧରି ଘରକୁ ଫେରିଲେ । ମଢ଼ୁଆଳ ସାରଙ୍କ ଆଦର ଯତ୍ନ ଓ ସ୍ନେହ ସୋହାଗରେ ଶ୍ଯାମ ମଣିଷ ହେଲା । ସେ ଏବେ ବଡ଼ ଚାକିରି କରିଛି । ତା ବାପାଙ୍କର ସ୍ବପ୍ନ ସାକର ହୋଇଛି । କେବଳ ଜନେ ନୁହେଁ । ଏମିତି ବ ହୁ ଛାତ୍ତ୍ରଙ୍କୁ ମଣିଷ କରିଛନ୍ତି ମଢ଼ୁଆଳ ବାବୁ । ବ ହୁ ପଥହରା ବିଦ୍ଯାର୍ଥୀଙ୍କୁ ପଥ ଦେଖାଇ ସେମାନଙ୍କ ଜୀବନରେ ସାଫଲ୍ଯ ଆଣିଦେଇଛନ୍ତି ।ସେହି ଦରଦୀ ଛାତ୍ରପ୍ରାନ ମଢ଼ୁଆଳସାରଙ୍କ ପୁରାନାମ ସୁରେନ୍ଦ୍ର ନାଥ ମଢ଼ୁଆଳ । ମୟୂରଭଞ୍ଜ ଜିଲ୍ଲା ର କପ୍ତିପଦା ସବ-ଡ଼ିଭିଜନ କୁଆମରା ଗାଁରେ ତାଞ୍ଜର ଜନ୍ମ। ସେ ଜନ୍ମଗ୍ରହଣ କରନ୍ତି ୧୯୦୭ ମସିହା ମାର୍ଚ୍ଚ ୧ ତାରିଖରେ । ପିତା କୃଷ୍ଣଚନ୍ଦ୍ର ମଢ଼ୁଆଳ ଜଣେ ଆଦର୍ଶ ମଣିଷ ଓ ସେ ଅଞ୍ଚଳର ଜଣେ ଖ୍ଯାତିସମ୍ପନ୍ନ ତାଙ୍କର ଦୃଷକ ଦାଦା ପଦ୍ମଲୋଚନ ମଢ଼ୁଆଳ ସେ ଜଣେ ଆଦର୍ଶ ପ୍ରାଥମିକ ଶିକ୍ଷକ । ଶ୍ରୀଯୁକ୍ତ ମଢ଼ୁଆଳ ଉପରେ ତାଙ୍କ ପିତା ଓ କାକା ଙ୍କ ପ୍ରଭାବ ପଡ଼ିଥିଲା।ମୟୂରଭଞ୍ଜ ଜିଲ୍ଲାର ଜୟପୁର ନିକଟସ୍ଥ ଅସ୍ତିଆ ଗାଁରେ ପ୍ରାଥମିକ ସିକ୍ଷକ ଥିଲେ ତାଙ୍କ କ କା । ତାଙ୍କ ପାଖରେ ରହି ସେ ପ୍ରାଥମିକ ସିକ୍ଷା ସମାପ୍ତ କଲେ । ତାପରେ ସେ ବାରିପଦା ଏମ କେ ସି ହାଇସ୍କୁଲରେ ଅଧ୍ଯୟନ କଲେ । ପାରିବାରିକ ଅସୁବିଧା ହେତୁ ନବମ ଶ୍ରେଣୀ ପାସ କଲା ପରେ ତାଙ୍କ ଛାତ୍ର ଜୀବନରେ ପୂର୍ଣ୍ଣ ଛେଦ ପଡ଼ିଲା । ପରିସ୍ଥିତିର ଚାପରେ ପଡ଼ି ବନ ବିଭାଗରେ ଚାକିରି ଏହଂପରେ କୁଳିଅଣା ତ ହସିଲ ଅଫିସରେ କିରାଣୀ ଭାବେ ସେ ଚାକିରି କଲେ । ମାତ୍ର ଏ ସବୁ ଚାକିରି ତାଙ୍କୁ ଆନନ୍ଦ ଦେଇ ପାରିଲା ନାହିଁ । ପରିଶେଷରେ ଏ ସବୁ ଚାକିର ଛାଡ଼ି ସିକ୍ଷା ବିଭାଗରେ ଚାକିରି କଲେ ଶ୍ରିଯୁକ୍ତି ମଢ଼ୁଆଳ। ବାରିପଦାର କ୍ଷେତ୍ର ମୋହ୍ନ ବିଦ୍ଯାମନ୍ଦିର ନାମକ ଏକ ପ୍ରାଥମିକ ବିଦ୍ଯାଳୟର ଉନ୍ନତିରେ ସେ ମନ ପ୍ରାଣ ଢ଼ାଳି ଦେଇଥିଲେ । ପ୍ରଥମେ ପାଞ୍ଚ ଛ ଅ ଜଣ ଛାତ୍ରଚାତ୍ରୀ ନେଇ ସେ ଆରମ୍ଭ କଲେ ଏହି ବିଦ୍ଯାଳୟ । ଏକ ଚାଟଶାଟୀ ରୂପେ ଜନ୍ମ ଲାଭ କରିଥିବା ଏହି ଶିଶୁ ଅନୁଷ୍ଠାନର କଳେବରେ ବଢ଼ିବାକୁ ଲାଗିଲା । ଛାତ୍ର ସଂଖ୍ଯା ବଢ଼ିଲେ । ଶିକ୍ଷଙ୍କ ସଂଖ୍ଯା ମଧ୍ଯ ବଢ଼ିଲେ । ଲୋକମାନଙ୍କୁ ସଜାଗକରି ଏହି ବିଦ୍ଯାଳୟ ପାଇଁ ସରକାରୀ ସାହାଯ୍ଯ ଓ ଅନ୍ଯାନ୍ଯ କଲ୍ଯାଣରେ ଯୋଜନାରେ ସେ ଲାଗିପଡ଼ିଲେ । ସେହିଠାରୁ ସେ ଶିକ୍ଷକ ଭାବରେ ପରିଦ ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୫୮ ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୫୯ ହୋଇଥିଲା। ଔଷଧ ଆଣିବାକୁ ସେ ଆନନ୍ଦପୁର ଡ଼ାକ୍ତରଖାନାକୁ ଯାଇଥିଲା । ସେଠାରେ ତାର ଜଣେ ଶୁଭାକାଂକ୍ଷୀ ଗୋପାଳ ବାବୁଙ୍କ ସ ହ ସାକ୍ଷାତ ହେଲା । ଗୋପାଳବାବୁ ତାକୁ ପଚାରିଲେ, "କିରେ , କେଉଁଠି ପଢ଼ିବୁ ବୋଲି ଭାବିଛୁ।" ପିଲାଟି ତାଙ୍କୁ କ ହିଲା-ଆଜ୍ଞା, ମାଇନର ସିନା ପାସ କରିଗଲି, ହେଲେ ହାଇସ୍କୁଲରେ ପଢ଼ିବକୁ ମୋ ପାଖରେ ସମ୍ବଳ କାହି ? ସେତବେଳେ ସମଗ୍ର ଜିଲ୍ଲରେ କେଙ୍କୁଝର ଗଡ଼ଠାରେ ଗୋଟିଏ ମାତ୍ର ହାଇସ୍କୁଲ ଥିଲା । ଯୋଗକୁ କେନ୍ଦୁଝର ଗଡ଼ ହାଇସ୍କୁଲର ପ୍ରଧାନଶିକ୍ଷକ ଆନନ୍ଦପୁରକୁ ଆସିଥାନ୍ତି। ଗୋରା ତକ ତକ ଚେହେରା ଡ଼େଙ୍ଗା,ହୃଷ୍ଟପୁଷ୍ଟ, ନାକ ତଳକୁ ପ୍ରଜାପତିଆ ନିଶ। ଦେଖିଲେ ଛାତିରେ ଛନ କା ପଶିଯିବ। ଗୋପାଳବାବୁଙ୍କଠାରୁ ପିଲାଟିର ପରିଚୟ ଜାଣି ସେ ତାକୁ ପଚିରିଲେ , "ସ୍କୁଲରେ ଆଡ଼ମିସନ ନିଲିନି କାହିଁକି ? ମୁଁ ତୋ ପାଇଁ ସିଟ ଟିଏ ରିଜର୍ଭ କରି ରଖିଛି । " ପିଲାଟି ତାଙ୍କୁ ସବୁକଥାକ ହିଲା । ସେ ସବୁ ଶୁଣି ସାରି କ ହିଲେ , " ଚିନ୍ତା କରିବାର କିଛି ନାହିଁ । ତୁ ମୋ ଘରେ ରହିପାଠ ପଢ଼ିବୁ । ଡ଼େରି ନ କରି ଶୀଘ୍ର ଚାଲିଆ।" ପରବର୍ତ୍ତୀ କାଳରେ ପିଲାଟି ପାଠପଢ଼ି ଜଣେ ହାମିମ ହେଲା । ସେହି ହୃଦୟବାନ ପ୍ରଧାନଶିକ୍ଷକ ଜଣକ କିଏ ଜାଣିନ୍ତି ? ସେ ହେଉଛନ୍ତି ଆମ ରାଜ୍ଯ ଜଣେ ସ୍ମରଣୀୟ ଶିକ୍ଷକ ସ୍ବର୍ଗତ ଭାବଗ୍ରାହୀ ମହାନ୍ତି।୧୯୦୧ ମସିହାରେ ଭାବଗ୍ରାହୀ ମହାନ୍ତି କଟକ ଜିଲ୍ଲା ତିର୍ତ୍ତୋଲ ଥାନାର କଣ୍ଟାପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ୧୯୧୫ ମସିହାରେ କଙ୍କପୁର ମାଇନର ସ୍କୁଲରୁ ମାଇନର ପାସ କରିବା ପରେ ପ୍ଯାରିମୋହ ନ ଏକାଡ଼େ୪ମୀରୁ ୧୯୨୦ ମସିହାରେ ମାଟ୍ରିକ ଓ ରେଭେନସା କଲେଜରୁ ୧୯୨୨ ମସିହାରେ ଆଇ ଏ ପାସ କଲେ। ଜଙ୍କପୁର ମାଇନର ସ୍କୁଲର ପ୍ରଧାନ ଶିକ୍ଷକ ରୁପେ ସେ ଅବସ୍ଥାପିତ ହୋଇଥିଲେ। ସେଠାରେ ସେ ଦୁଇବର୍ଷ ଚାକିରୀ କରିବାପରେ ପଢ଼ିବା ପାଇଁ କଟକଗଲେ । ସେଠାରୁ ସେ ପାସ କରି ଅନଙ୍କ ପୁରଠାରେ ସ୍କୁଲ ସବ ଇନପେକ୍ଟର ଚାକିରୀ କରିଥିଲେ। ଚାକିରୀ କରିମଧ୍ଯ ତାଙ୍କର ଜ୍ଞାନଲିପସା ପ୍ରଶମିତ ହୋଇନଥିଲା । ତେଣୁ ପାଠପଢ଼ି ଘରୋଇ ଭାବେ ରେଭେନ୍ସା କଲେଜରୁ ବି ଏ ଓ କଲିକତାରୁ ସେ ଓଡ଼ିଆରେ ଏମ ଏ ପାସ କରିଥିଲେ । ୧୯୩୪ ମସିହାରେ କେଙ୍କୁଝରଗଡ଼ରେ ହାଇସ୍କୁଲ ପ୍ରତିଷ୍ଠିତ ହୋଇଥିଲା । ଭାବଗ୍ରାହୀ ବାବୁଥିଲେ ଏହି ସ୍କୁଲର ପ୍ରାଧାନ ଶିକ୍ଷକ ।୧୯୩୪ ମସିହାରୁ ୧୯୪୬ ମସିହାର ପର୍ଯ୍ଯନ୍ତ ଦୀର୍ଘ ବାରବର୍ଷକାଳ ସେ ଏହି ହାଇସ୍କୁର ପ୍ରଧାନ ଶିକ୍ଷକ ରୂପେ ଅବସ୍ଥାପିତ ହୋଇଥିଲେ ।ସେ ଥିଲେ ଖୁବ୍ ସମୟାନୁବର୍ତ୍ତୀ । ତାଙ୍କର ଶୃଖଳାଜ୍ଞାନ ମଧ୍ଯଥିଲା ଖୁବ ଅଧକ ଠିକ ସମୟରେ ସେ ସ୍କୁଲକୁ ଆସୁଥିଲେ । ସବୁକାମ ନିୟମାନୁଯାୟୀ ହେଉଥିଲା । ନିୟମରୁ ଟିକିଏ । ଏପଟ ସେପଟ ହେବାର ଉପାୟ ନ ଥିଲା । ପ୍ରାର୍ଥନା ସଭାରେ ପିଲାମାନଙ୍କର ପୋଷାକ ପରିଚ୍ଛଦ ପରିଷ୍କାର ଅଛି କି ନାହି ତାହ ଦେଖାଯା ଉ ଥିଲା । ପିଲାମାନେ ନ ଖ କାଟୁଛନ୍ତି କି ନାହିଁ, ଭଲଭାବେ ଦାନ୍ତ ଘଷୁଛନ୍ତି କି ନାହିଁ, ତାହା ତଦାରଖ କରାଯା ଉଥିଲା। ପଢ଼ାବେଳେ ପଢ଼ା, ଖେଳ ବେଳେ ଖେଳ । ଖେଳକୁଦରେ ମାତି ପିଲାମାନେ ଯେପରି ପାଠପାଢ଼ା ପ୍ରତି ଅବ ହେଳା ନ କରନ୍ତି , ସେଥିପ୍ରତି ସବୁବେଳେ ସେ ସଜାଗ ଦୃଷ୍ଟି ରଖିଥିଲେ । ଥରେ ସ୍କୁଲର ପିଲାମାନେ ଖେଳିଖେଳି କରୁଥାନ୍ତି, ସଞ ହେଲା। ହଷ୍ଟେଲରରେ ପ୍ରାର୍ଥନା ଘଣ୍ଟା ବାଜିଲା । ପିଲାମାନେ ଖେଳକୁଦ ଛାଡ଼ି ହଷ୍ଟେଲ୍ଲକୁ ଗଲେ । ଛାତ୍ରମାନେ ମଧ୍ଯ ଯେଝା ଘରକୁ ଚାଲିଗଲେ । ଡ଼ିଆଁ ଡ଼େଇଁ ପାଇଁ ସ୍ଥାନ ନିର୍ଦ୍ଧାରିତ () ଥାଏ ପଡ଼ିଆର କିଛି ଦୂରରେ । ଘଣ୍ଟା ବାଜିବା ସତ୍ତ୍ବେ କେତେଜଣ ଅଭ୍ଯାସ କରିଥାନ୍ତି । ସେମାନଙ୍କ ଭିତରୁ ଜଣେଦେଖିଦେଲା, ହେଡ଼ମାଷ୍ଟ୍ରେ ଆସୁଛନ୍ତି। ଆରେ ବାପରେ ମଣିଷ ନୁହ ନ୍ତିତ ବାଘ । ସେମାନେ ପଡ଼ିଆ ଛାଡ଼ି ଚାଲିଗଲେ । କିନ୍ତି ପିଲାଟିଏ ବୋଦଘେ ଏକଥା ଜାଣିପାରିଲା ନାହିଁ । ସେ ଅଭ୍ଯାସ ଜାରି ରଖିଥାଏ । ହେଡ଼ମାଷ୍ଟ୍ରେ ତାକୁ ଧର ଢ଼ୋ କରି ତା ଗାଲରେ ଚାପୁଡ଼ଟାଏ କଷି ଦେଲେ ଅବଶ୍ଯ ପିଲାଟି ଥିଲା ଜଣେ ଭଲ ଖେଳାଳୀ। ଖେଳାଳୀ ହେଲା ବୋଲି କ'ଣ ଖାଲି କଜେଳରେ ମାତିଥିବ । ପଢ଼ାପଢ଼ି କରିବନି । ସେଇ ଛାପୁଡ଼ାରେ ତାର ଜୀବନର ଗତି ବଦଳିଗଲା । ପରବର୍ତ୍ତୀ କାଳରେ ସେ ଜଣେ ଖେଳଶିକ୍ଷକ ରୂପେ ସେଇ ସ୍କୁଲରେ ଅବସ୍ଥାପିତ ହୋଇଥିଲା। ଶ୍ରୀଯୁକ୍ତ ମାହାନ୍ତି ପ୍ରଧାନ ଶିକ୍ଷକ ଥିବାବେଳେ ବିଦ୍ଯାଳୟର ଛାତ୍ରମାନଙ୍କ ପୂର୍ଣ୍ଣ ବିକାଶ ପାଇଁ ଯଥେଷ୍ଟ ସଚେତନ ଥିଲେ । ପିଲାଙ୍କମନରେ ସାହିତ୍ଯାନୁରାଗ ସୃଷ୍ଟି କରିବା ପାଇଁ ସେ ସମୟରେ ପ୍ରତ୍ଯେକ ଶ୍ରେଣୀରୁ ମାସିକ ହାତଲେଖା ପତ୍ରିକମାନ ପ୍ରକାଶ ପା ଉଥିଲା । ଦେଶ ଖବର ଜଣାଇବା ପାଇଁ ପ୍ରତିଶ୍ରେଣୀରେ ସାପ୍ତାହିକ ସମ୍ବାଦ ବୁଲେଟିନ ମାନ ପ୍ରକାଶ ପାଇବା ସ ହ ପ୍ରତି ଶ୍ରେଣୀରେ ଶ୍ରେଣି ଲାଇବ୍ରେରୀମାନ ସ୍ଥାପିତ ହୋଇଥିଲା । କ୍ଲାସ ମନିଟର ଏହି ଲାଇବ୍ରେରୀ ଦାଯିତ୍ବରେ ରହୁଥିବା ବେଳେ ଜଣେ ଶିକ୍ଷକ ସ୍କୁଲ ଲାଇବ୍ରେରୀର ପରିଚାଳନା କରିଥିଲେ । ପ୍ରତ୍ଯେକ ଶ୍ରେଣୀରେ ଥିଲା ଡ଼ିବେଟି ସୋସାଇଟି। ପ୍ରତ୍ଯେକ ଶନିବାର ତର୍କପ୍ରତି ଯୋଗିତା ଅନୁଷ୍ଟିତ ହେଉଥିଲା । ବିଦ୍ଯାଳ୍ୟ ପରିସରରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରି ସେଥିରେ ବିଭିନ୍ନ ଦୁର୍ଲଭ ପଥର, କାଠ ଓ ଗୁଳ୍ମାଦିକୁ ସେ ସ୍ଥାନ ଦେଉଥିଲେ । ଏହା ଛାତ୍ରମାନଙ୍କ ଜ୍ଞାନତଷ୍ଣକୁ କେତେକାଂଶରେ ପ୍ରଶମିତ । କରୁଥିବଲା। ଏହାଛଡ଼ା ସେ ମଣିଷ ଗଢ଼ିବର ଅଭୀପସା ନେଇ ଛାତ୍ରମାନଙ୍କୁ ହାତକାମ, ବଢ଼େଇ କାମ ଓ ଦରଜିମାମ ଶିଖାଇବାର ସୁବ୍ଯବସ୍ଥା କରିଥିଲେ । ହାତକାମରେ ପିଲାମାନଙ୍କର ଛତା ମାରମତି, ଠୁଙ୍ଗା ଓ ଲାଫାପା ତିଆରି ଆଦି ଶିକ୍ଷା କରିଥିଲେ । ପିଲାମାନେ ଜ୍ଞାନ ଆହରଣ ପାଇଁ ପୁସ୍ତକଗତ ବିଦ୍ଯାଯେ ଆଦୌ ପାର୍ଯ୍ଯାପ୍ତ ନୁହେଁ, ଅନୁଭୂତି ହିଁ ମଣିଷକୁ ପରିପକ୍ବତା ଆଣି ଦେଇଥାଏ, ଏଥିପାଇଁ ତେଣୁ ସେ ପିଲାମନଙ୍କୁ ନେଇ ମୁଳକ ଭ୍ରମଣ ( ) ରେ ବ୍ଯବସ୍ଥା କରିଥିଲେ । ଏହାଛଡ଼ା ପିଲାମାନଙ୍କ ମଧ୍ଯରେ ସେବା ଭାବର ବିକାଶ ପାଇଁ ସେ କ୍କୁଲରେ ସ୍କା ଉ ଟ ଶିକ୍ଷା ପ୍ରଚଳନ କରିଥିଲେ ।ଶ୍ରୀଯୁକ୍ତ ମହାନ୍ତି ପିଲାଙ୍କ ପାଠପଢ଼ା ପ୍ରତି କେବଳ ଧ୍ଯାନ ଦେଉନଥିଲେ । ସେ ଚାହୁଁଥିଲେ ତାଙ୍କ ପିଲାମାନେ ପାଠପଢ଼ା ଓ ଖେଳକୁଦ ସ ହ ନାଚଗୀତ ରେ ମଧ୍ଯ ପାରଙ୍ଗମ ହୁଅନ୍ତୁ। ତେଣୁହାଇସ୍କୁଲ ପେଇସରରେ ପ୍ରତିବର୍ଷ ନାଟକ ଅଭିନୟ ଓ କୌତୁକ ପୋଷାନ ( )ପ୍ରତିଯୋଗିତୀ ଅନୁଷ୍ଠିତ ହେଇଥିଲା । ଦ୍ବିଜେନ୍ଦ୍ରଲାଲ ମିତ୍ରଙ୍କି ଚନ୍ଦ୍ରଗୁପ୍ତ ନାଟକର ଓଡ଼ିଆ ଅନୁବାଦ ତ ଥା ଫକୀର ମୋହ ନଙ୍କ ମାମୁଁ ଉପନ୍ଯାସର ନାଟ୍ଯ ରୂପ ପ୍ରସ୍ତୁତି କରାଇ ସେ ଏହାକୁ ଅଭିନୀତ କରାଇଥିଲେ । ଯେ ଯେଉଁ କାମ କରିଥିଲେ ,ତାକୁ ଖୁବ ନିଖୁଣ ଭାବରେ ସମ୍ପାଦନ କରିଥିଲେ । ହାଇସ୍କୁଲକୁ ଡ଼୍ରାମା ଦେଖିବାକୁ ଥରେ ମହାରାଜ ବଳଭଦ୍ର ନାରାୟଣ ଭଞ୍ଜ ଦେବ ଆସିଥାନ୍ତି। ସେ ସମୟରେ ଦ୍ବିତୀୟ ବିଶ୍ବ୍ୟୁଦ୍ଧ ଆରମ୍ଭ ହୋଇଯାଇଥାଏ । ନାଟକରେ ଯୁଦ୍ଧର ଦୃଶ୍ଯ ପରିବେଷଣ କରାଯିବାର ଥାଏ । ଟର୍ଚ୍ଚ ଲାଇଟର ଆଲୋକରେ ଘୁଁ ଘୁଁ ଶବ୍ଦ କରି ମଞ୍ଚ ଉପରେ ଉଡ଼ାଜାହଜଟିଏ ଉଡ଼ିଯେବାର ଦେଖାଗଲା । ଉଡ଼ାଜାହାଜ ଦେଖି ସୈନିକବେଶୀ ଛାତ୍ରମାନେ ଲୁଚି ପଡ଼ିଲେ। ଉଡ଼ାଜାହାଜ ଟି ବୋମା ପକାଇଲା। ଢ଼ାଏ ଢ଼ାଏ ଢ଼ାଏ । ବାସ୍ତବରେ ନାଟକରେ ଦୃଶ୍ଯଟି ଥିଲା ଖୁବ ପ୍ରାଣବନ୍ତ । ଦୃଶ୍ଯରେ ପ୍ରାଣଭରି ଦେବା ପାଇଁ ବା ଉଁଶ ପାତିଆରେ ଉଡ଼ାଜାହାଜ ତିଆରି ହୋଇଥିଲା । ମଞ୍ଚ ଉପରେ ତାର ଟଣାଯାଇ ଉଡ଼ାଜାହାଜକୁ ମଞ୍ଚର ଏ ପାଖର ସେପାଖକୁ ନିଆ ଯା ଉଥିଲା । ସାଇକେଲ ଚକରେ ଡ଼ବା ବାନ୍ଧି ଘୁଁ ଘୁଁ ଶବ୍ଦ ସୃଷ୍ଟି କର୍ୟାବା ସ ହ ବାଣ ଫୁଟାଇ ବୋମା ବର୍ଷଣର ପରିବେଶ ସୃଷ୍ଟ କରାଯା ଉଥିଲା। ଯପରୋକ୍ତ ଉଦାହରଣରୁ ଶ୍ରୀ ମାହ୍ନ୍ତି କିପରି ପ୍ରତ୍ଯେକ କାମକୁ ନିପୂଣ ଭାବରେ ସମ୍ପାଦନ କରିବାକୁ ଯତ୍ଣ୍ଡୀଳ ଥିଲେ, ତାହ ଜଣାଯାଏ ।ଶ୍ରୀଯୁକ୍ତ ମହାନ୍ତି ଥିଲେ ଜଣେ ସୁସାହିତ୍ଯିକ । ସେ ଶିକ୍ଷକତା କଲାରବେଳକୁପାଠ୍ଯ ପୁସ୍ତକର ଘୋର ଅଭା ଅବୁଭୂତ ହେଉଥିଲା । ଏହି ଅଭା ପୂରଣ ପାଇଁ ସେ ଯତ୍ରଶୀଳ ହୋ ଇ । ରଚନା କଲେ 'ପାଠ ମଞ୍ଜରୀ' 'ପାଠପ୍ରସୂନ' ଓ 'ମୋ ବ ହି' । ଏହା ପ୍ରାଥମିକ ବିଦ୍ଯାଳୟର ପାଠ୍ଯପୁସ୍ତକ ରୂପେ ଗୃହୀତ ହୋଇଥିଲା । ପ୍ରଥମ ଶ୍ରେଈର ପିଲାଙ୍କ ପାଇଁ ସେ ରଚନା କରିଥିଲେ ପାଠମଞ୍ଜରୀ' ଏହାର ସରଳ ଭାଷ ଥିଲା କୋମଳ ମତି ପିଲାଙ୍କ ପାଇଁ ଖୁବ ଉପ୍ୟୋଗୀ । ଉଦାହରଣ ସ୍ବରୂପ : "ଯାହ ଚାରିଆଡ଼େ ଦେଖାଇ ମୁହିଁ ସବୁ କରିଛନ୍ତି ଜଗତ ସାଇଁ ରଙ୍ଗଣୀ ମନ୍ଦାର ଗୋଲାପ ଫୁଲ ଫୁଟୁଛନ୍ତି ମାନି ତାଙ୍କର ବୋଲ।" ଛୋଟ ପିଲାଙ୍କୁ ଗମ୍ଭୀର ପରିବେଶ ସେଭଳି ପ୍ରୀତିକର ମନେହୁଏ ନାହିଁ । ତେଣୁ ସେ ସେମାନଙ୍କୁ ଗମ୍ଭୀର ପରିବେଶ ମଧ୍ଯକୁ ଓଟରି ନ ନେଇ ସେମାନଙ୍କ ମନୋରଞ୍ଜନ ପାଇଁ ଯତ୍ନଶୀଲ ହୋଇଥିଲେ । ତେଣୁ ସେ ଲେଖିଥିଲେ । "ଚାରି ଚ୍ଚକିଆ ଗାଡ଼ିଟି ମୋର ଚାଲେ ପବଜ ପରି ଆସରେ ପିଲେ ଚଳିବ ଯେବେ ମ ଉଜ ହେବ ଭାରି। ଦନେଇ ଭାଇ ଆଗରୁ ଯେବେ ଉଟାରି ଦିଏ ଥରେ , ପବନ ପରି ଯାଏ ସେ ଗଡ଼ି, ନ ରହି କେଉଁଠାରେ ।" ପିଲାଟିଏ ଖେଳିବାକୁ ଖୁବ ଭଲ ପାଏ । ପାଠପରି ଖେଳର ମଧ୍ଯ ଆବଶ୍ଯକତା ରହିଛି। ତେଣୁ ସେ ପିଲାଙ୍କ ପାଇଁ ଖେଳଗୀତ ରଚନା କରିଥିଲେ । ଖେଳଗୀତ ମାଧ୍ଯମରେ ସେ ପିଲାଙ୍କୁ ବିଭିନ୍ନ ଖେଳ ସ ହିତ ପରିଚିତ କରାଇବା ସ ହ ଖେଳପ୍ରତି ସେମାନଙ୍କର ଆଗ୍ରହ ବୃଦ୍ଧି ପାଇଁ ସେ ଯତ୍ନଶୀଳ ହୋଇଥିଲେ । ଶିକ୍ଷକ ଭାବରେ ପ୍ରଚଳନ କରା ଉଥିଲା। ପିଲାମାନଙ୍କୁ ଭୀମ,ଅର୍ଜୁନ, କର୍ଣ୍ଣ ଓ ଦ୍ରୋଣ ଆଦି ବିଭିନ୍ନ ଦଳରେ ଭାଗକରି ଖେଳାଯା ଉଥିଲା । ଖେଳ ଆରମ୍ଭରେ ଓ ଖେଳପରେ ଉପସ୍ଥାନ ନିଆ ହେଉଥିଲା, ତାଙ୍କ ମତ ଥିଲା ସାଧୁତାର ଦୃଢ଼ ଭିତ୍ତି ଉପରେ ଜୀବନର ସୌଧ ଗଢ଼ା ହେବା ଉଚିତ । ପାଠ ହେଉ କି ଖେଳ, ସବୁଠାରେ ସତ ପନ୍ଥା ଅନୁସୃତ ହେବା ବିଧେୟ ତେଣୁ ସେ କୁହ ନ୍ତି। "ଆସ ହେ ସଙ୍ଗାତ ମିତ ଖେଳିବା ଯାଇ ତୁରିତ । ଦ ଉଡ଼ା ଦ ଉଡ଼ି ଖେଳ ଯାର ମେଳ ଖେଳ ଗୋଳାଏ ଯେ ପିଲା ସେ ଅଟେ ବଡ଼ ଚଗଲା । ମିଛ କୁହା

କରେ ତାକୁ ଛାରଖାର । '

ସେ ପିଲାଙ୍କ ପାଇଁ କେବଳ ପଦ୍ଯ ରଚନା କରି ନଥିଲେ । ତାଙ୍କର ଶିଶୁପାଠ୍ଯରେ 'ସିଂହ ଯୋଡ଼ି ' ତା ଉଁଶ ହେଲା ଓ 'ଦରଜି ପିଲାର ସାହାସ ' ଭଳି ବ ହୁ ମନଲାଖି ଓ ସିକ୍ଷାପ୍ରଦ ଗଳ୍ପ ସଂଯୋଡ଼ି । ହୋ ଉଥିଲା । ଏହାଛଡ଼ା ପିଲାଙ୍କ ଁଅନର ପରିସର ବୃଦ୍ଧି କରିବାକୁ ସେ ଐତିହାସିକ ଗଳ୍ପ ତ ଥା ଭ୍ରମଣ କାହାଣୀ ମଧ୍ଯ ରଚନା କରିଥିଲେ । ସେ କେକଳ ଜଣେ ସଫଳ ଶିଶୁ ସାହିତ୍ଯିକ ନ ଥିଲେ ସେ ମଧ୍ଯ ଥିଲେ ଜଣେ ଦକ୍ଷ ସମ୍ପାଦକ । ତାଙ୍କିର ବଳିଷ୍ଠ ସମ୍ପାଦନାରେ କେନ୍ଦୁଝର ଗଡ଼ର ' ବଳଭଦ୍ର ସାହିତ୍ଯ ସଂସଦ'ର ମୁଖପତ୍ର ' ବନବୀଣା ' ଆତ୍ମ ପ୍ରକାଶ କରିଥିଲା । ଏହି ' ବନବୀଣା ' ହିଁ ହୋଇ ଉଠିଥିଲା ବ ହୁ ସାହିତ୍ଯ ସାଧକଙ୍କ ସାରସୃତ ଏନ୍ତୁଡ଼ିଶାଳା । ଯଥାର୍ଥରେ ଶ୍ରୀଯୁକ୍ତ ମହାନ୍ତି ଥିଲେ ଜଣେ ମଣିଷଗଢ଼ା କରିଗର । ତାଙ୍କର କଠୋର ବ୍ଯଭାର ମଧ୍ଯରେ ଛାତ୍ର ସମାଜ ପାଇଁ ଭର ରହିଥିଲା ଆପରିସୀମ ମମତା । ସେ ବ ହୁ ପିଲାଙ୍କୁ ନିଜ ହାତରେ ଗଢ଼ିଛନ୍ତି । ସେମାନଙ୍କ ମଧ୍ଯରୁ ଅନେକ ଆଜି ବିଭିନ୍ନ କ୍ଷେତ୍ରେ ସୁପ୍ରତିଷ୍ଟିତ । ସେ ଚାରୋଟି ପୁତ୍ର ଓ ଚାରୋଟି କନ୍ଯା ସନ୍ତାନର ଜନ କ ହେଲେ ମଧ୍ଯ ବାସ୍ତକ କ୍ଷେତ୍ରେ ତାଙ୍କର ପରିବାର ଥିଲା ଢ଼େରେ ଅଧିକ । ସେ ତାଙ୍କ ଜୀବନ କାଳରେ ବ ହୁ ଅଭାବଗ୍ରସ୍ତ ଛାତ୍ରଙ୍କୁ ପ୍ରତିପୋଷଣ କରି ମଣିଷ କରିଛନ୍ତି । ୧୯୯୬ ମସିହା ୧୨ ତାରିଖରେ ତାଙ୍କର ଦେହବସାନ ଘ"ଟିଥିଲେହେଁ ସଫଳ କାରିଗର ଭାବରେ ତାଙ୍କର ସୁଖ୍ଯାତି ତାଙ୍କର ଅଗଣିତ ଛାତ୍ରଛାତ୍ରୀଙ୍କ ପ୍ରାଣରେ ବ ହୁକାଧରି ଅମ୍ଳାନ ହୋଇ ରହିବ ଓ ସେମାନେ ତାଙ୍କର ପବିତ୍ର ଜୀବନର ସ୍ମୃତିଚାରଣ କରିଥିବେ। କୃତୀ ଶିକ୍ଷକ ଉଦୟନାଥ ପଣ୍ଡା ଡ଼ଃ ଦିଗରାଜ ବ୍ରହ୍ମା । ୧୯୭୭ ମସିହା। ସେହିବର୍ଷ ମୁଁ ସମ୍ବଲପୁର ସରକାରୀ ପ୍ରଶିକ୍ଷଣ ମହାବିଦ୍ଯାଳୟ (ାଧୁନା ଡ଼ଃ ପର୍ଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଟାନ ) ରେ ଅଧ୍ଯାପକ ରୂପେ ଯୋଗ ଦେଇଥାଏ । ଯୋଗଦାନର ଅଳ୍ପ କେଇଦିନ ପରେ ଅଧ୍ଯକ୍ଷ ପ୍ରଫେସରେ ?ଶରଚନ୍ଦ୍ର ଦାଶଙ୍କ ପ୍ରଚେଷ୍ଟାରେ ଶ୍ରୀ ଅରବିନ୍ଦଙ୍କ ଶିକ୍ଷାଦର୍ଶନ ସମ୍ପର୍କରେ ଏକ ଶିକ୍ଷା ସମିନାର ଅନୁଷ୍ଠିତ ହୋଇଥିଲା । ସେ ହି ସେମିନାରରେ ଯୋଗ ଦେବାକୁ ଆସିଥିଲେ କୃତୀ ଶିକ୍ଷକ ଉଦୟ ନାଥ ଉଦୟନାଥ ପଣ୍ଡା । ସେହିଠାରେ ହିଁ ମୋର ତାଙ୍କ ଷିତ ପରିଚୟ ହୋଇଥିଲା । ସେତେବେଳେ ସତୁରୀ ଅତିକ୍ରମ କରିଥିବା ଏହି ଯୁବ ସୁଲଭଜ ଉତ୍ସାହଥିବା ଶିକ୍ଷାବିତଙ୍କର ଆତ୍ମିକ ଚେତନା ଏତେ ଅଧିକ ଥିଲା ଯେ ତାହା ପରବର୍ତ୍ତୀ ସମୟରେ ମୋତେ ତାଙ୍କ ଜୀବନୀ ଅନୁଧ୍ଯାନ କରିବାକୁ ଉଦ ବୁଦ୍ଧ କରିଥିଲେ । ୧୯୧୧ ମସିହା ଏପ୍ରିଲ ୧୪ ତାରିଖ । ପବିତ୍ର ମହାବିଷୁବ ସଂକ୍ରାନ୍ତି ଦିନ ସମ୍ବଲପୁର ଜିଲ୍ଲାର ତାଲବ ଗ୍ରାମରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଉଦୟନାଥ ଜନ୍ମ ଗ୍ରହ ଣ କରିଥିଲେ। ପରିବାରର ପ୍ରଥମ ସନ୍ତାନ ହୋଇଥିବାରୁ ପିତାମାତା ଶ୍ରଦ୍ଧାରେ ତାଙ୍କ ନାମ ଉଦୟନାଥ ରଖିଥିଲେ । ବାଲ୍ଯକାଳରୁ ପିତା ସୁଦର୍ଶନ ଓ ମାତା ଜମ୍ଭୁଜତାଙ୍କ ସଦଗୁଣର ବିଶେଷ ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା । ସେ ୧୯୨୯ ମସିହାରେ ପାଟନା ବିଶ୍ବବିଦ୍ଯାଳୟ ଅଧୀନରେ ଅନୁଷ୍ଟିତ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଓ ରେଭେନ୍ନସା ମହାବିଦ୍ଯାଳୟରେ ଆଇ ଏସସି ପଢ଼ିଥିଲେ । ପଣ୍ଡା ମହାଶୟଙ୍କର ଶିକ୍ଷକ ଜୀବନ ୧୯୩୪ ମସିହାରେ ଟାମିରସରା ମଧ୍ଯ ଇଂରାଜୀ ବିଦ୍ଯାଳୟରେ ଆରମ୍ଭ ହୋଇଥିଲା । ଉକ୍ତ ବିଦ୍ଯାଳୟରେ ସେ କିଛି ଦିନ ପ୍ରଧାନ ଶିକ୍ଷକ ଦାୟିତ୍ବ ତୁଲାଇଥିଲେ । ସେହି ସମୟରେ ସେ ଶିକ୍ଷାର୍ଥୀମାନଙ୍କର ସର୍ବାଙ୍ଗୀନ ବିକାଶ ନିମନ୍ତେ ବିଶେଷ ଯତ୍ନ କରିଥିଲେ । ଶିକ୍ଷାଦାନ ସ ହିତ ବିଦ୍ଯାୟଳର ବଗିଚାକାମ ଖେଳ, ଲସରତ, ତର୍କ ଆଦି ତାଙ୍କ ଦ୍ବାର।। ନିୟମିତ ବ୍ଯବଧାନରେ କରାଯାଉଥିଲା । ତାଙ୍କ ଉଦ୍ଯମରେ ବିଦ୍ୟାଳୟର ଆଠଜଣ ଛାତ୍ର ବିଭିନ୍ନ ବର୍ଷରେ ବୃତ୍ତି ପାଇଥିଲେ ।
ପଣ୍ଡା ମହାଶୟଙ୍କର କାର୍ଯ୍ଯଦକ୍ଷତା ସଂମ୍ପର୍କରେ କ୍ରମଶଃ ସେ ଅଞ୍ଚଳର ଜନସାଧାରଣ ପରିଚିତ ହେଲେ । ସିଆଲ ଖଣ୍ଢହଥା ଗ୍ରାମର ଗ୍ରାମବାସୀମାନେ ସେଠାରେ ନୂତନଭାବେ ଏକ ମଧ୍ଯ ଇଂରାଜୀ ବିଦ୍ଯାଳୟ ପ୍ରତିଷ୍ଠାକଲେ । ସେମାନଙ୍କ ନିମନ୍ତ୍ରଣ କ୍ରମେ ସେ ଉକ୍ତ ବିଦ୍ଯାଳୟରେ ୧୯୪୮ ମସିହା ଜାନୁୟାରୀ ମାସରେ ପ୍ରଧାନଶିକ୍ଷକ ରୂପେ ଦାୟିତ୍ବ ଗ୍ରହଣ କଲେ । ମଧ୍ଯ ଇଂରାଜୀ ବିଦ୍ଯାୟଳର ପରିସର ମଧ୍ଯରେ ପଣ୍ଡା ମହାଶୟଙ୍କର କାର୍ଯ୍ଯକଳାପ ସୀମାବଦ୍ଧ ରହିଲା ନାହିଁ । ସେ ଲକ୍ଷ୍ଯକଲେ, ମଧ୍ଯ ଇଂରଜୀ ଶିକ୍ଷାଦାନ ସାରୁଥିବା ବହୁପିଲା ନିକଟରେ ହାଇସ୍କୁଲ ନଥିବାରୁ ପାଠ ପଢ଼ା ଛାଡ଼ୁଛନ୍ତି । ତେଣୁ ସେ ଏକ ହାଇସ୍କୁଲ ପ୍ରତିଷ୍ଠା ପାଇଁ ଲାଗିପଡ଼ିଲେ । ପଣ୍ଡାଙ୍କ ନେତୃତ୍ବରେ ୧୯୫୦ ମସିହା ଜୁଲାଇ ମାସଠାରୁ ହାଇସ୍ଲୁଲ କାର୍ଯ୍ଯ ଆରମ୍ଭ ହେଲା । ନିଜେ ଚାନ୍ଦା ସଂଗ୍ରହଠାରୁ ବିଦ୍ଯାଳୟ ଘର ତିଆରି ପର୍ଯ୍ଯନ୍ତ ସମସ୍ତ କାର୍ଯ୍ଯରେ ସେ ଲାଗି ପଡ଼ିଲେ । ପରିଚାଳନା ସମିତି ଘରୋଇ ଭାବେ ବି.ଏ ପରୀକ୍ଷା ଦେବାକୁ ପଣ୍ଡା ମହାଶୟଙ୍କୁ ଉତ୍ସାହିତ କଲେ । ୧୯୫୧ ମସିହାରେ ସେ ବି.ଏ ପରୀକ୍ଷାରେ ଉତ୍ତୀର୍ଣ୍ନ ହେଲେ ଓ ୧୯୫୨ ମସିହାରେ ୪୧ ବର୍ଷ ବୟସରେ ପଣ୍ଡା ମହାୟୟ କଟକ ଟ୍ରେନିଙ୍ଗ କଲେଜରେ ଯୋଗଦେଇ ବି.ଇ.ଡ଼ି ଡ଼ିଗ୍ରୀ ହାସଲ କଲେ ।
ଶିକ୍ଷା-ପ୍ରଶିକ୍ଷଣ ପଣ୍ଡାଙ୍କ ଶିକ୍ଷାଦାନ ପ୍ରଣାଳୀକୁ ଆହୁରି ଅଧିକ ଫଳପ୍ରଦ ଓ ରୁଦ୍ଧିମନ୍ତ କଲା । ସାନ ସାନ ପିଲାମାନଙ୍କୁ ହସ ଖେଳ ମାଧ୍ଯମରେ ପଢ଼ାଇ ସେ ବିଶେଷ ଅନନ୍ଦ ଲାଭ କଲେ । ଉପର ଶ୍ରେଣୀର ପିଲାମାନଙ୍କ ଷିତ ପ୍ରଶ୍ନ ଓ ଆଲୋଚନା ମାଧ୍ଯରେ ବିଭିନ୍ନ ଜଟିଳ ତତ୍ତ୍ବ ଉତଥାପନ କଲେ । ଯାହା ଫଳରେ ପିଲାମାନଙ୍କର ଅନ୍ତର୍ଦୃଷ୍ଠି ବଢ଼ିଲା । ପରୀକ୍ଷାର ଫଳ ମଧ୍ଯ ସନ୍ତୋଷଜନକ ହେଲା । କୌଣସି ବର୍ଷ ମ୍ଯାଟ୍ରିକ ପରୀକ୍ଷାର ଫଳାଫଳ ଶତକଡ଼ା ପଞ୍ଚସ୍ତରୀ ଭାଗରୁ କମ, ହେଲା ନାହିଁ ।
ସିଆଲଖଣ୍ଡହଥା ଉଚ୍ଚ ବିଦ୍ଯାଳୟର ଆୟତନ ୨୦ ବର୍ଗ ଏକର ଓ ସେଥିମଧ୍ଯରେ ଦୁଇଟି କୂଅ ଓ ଗୋଟିଏ ପୋଖରୀ ଥିଲା । ସବୁ ଋତୁରେ ସ୍କୁଲ ଉଦ୍ଯାନ ଫୁଲଫଳରେ ଭରପୁର ଥିଲା । ବେଳେବେଳେ ବିଦ୍ଯାୟଳର ପ୍ରାକୃତିକ ପରିବେଶ ମଧ୍ଯରେ ପଣ୍ଡା ମହାଶୟ ପିଲାମାନଙ୍କୁ ଶିକ୍ଷାଦାନ ଦେଉଥିଲେ ।
ଶିକ୍ଷକଙ୍କର ଜୀବନ କେବଳ ବିଦ୍ଯାଳୟର ଚାରିକାନ୍ଥ ମଧ୍ଯରେ ସୀମାବଦ୍ଧ ହେବା ଉଚିତ ନୁହେଁ ବୋଲି ବହୁ ଶିକ୍ଷାଦାର୍ଶନିକ ବିଭିନ୍ନ ସମୟରେ ମତ ପୋଷନ କରିଛନ୍ତି । ପ୍ରକୃତ ଶିକ୍ଷକ ନିଜ ଆଗରେ ଦେଖେ ଏକ ବିରାଟ ସମାଜ ଓ କ୍ଷୁଦ୍ର ବିଦ୍ଯାଳୟ ସେହି ବିରଟ ସମାଜ ପାଇଁ ସେ ପ୍ରସ୍ତୁତ କରିଥାଏ । ପଣ୍ଡ ମହାଶୟ ତାଙ୍କ ଶିକ୍ଷକ ଜୀବନରେ ଏହି ତ ତ୍ତ୍ବ ବିଶେଷଭାବେ ଅନୁଭବ କରି ପାରିଥିଲେ । ସେ ଅନେକ ସମୟରେ ପିଲାମାନଙ୍କୁ ଧରି ଆଖପାଖ ଅଞ୍ଚଳରେ ବ ହୁ ସମାଜ ହିତକର କାର୍ଯ୍ଯ କରିଥିଲେ । ଏତ ଦ ବ୍ଯତୀତ ସେ ସମୟରେ ଗଠିତ ବରଗଡ଼ ସମାଜ ଉନ୍ନୟନ ସଂସ୍ଥାର ସେ ସଭ୍ଯ ଥିଲେ ଓ ଭେଡ଼େନ ଉନ୍ନୟନ ସଂସ୍ଥାର ଅବୈତନିକ ଚେଯାରମ୍ଯାନ ରୂପେ ଶିକ୍ଷକତା ସ ହିତ ସେ କାର୍ଯ୍ଯ କରିଥିଲେ ।୧୯୬୭ ମସିହାରେ ଓଡ଼ିଶା ରାଜ୍ଯ ସରକାର କୃତୀ ଶିକ୍ଷକାମାନଙ୍କୁ ଉତ୍ସାହିତ କରିବାପାଇଁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିବାର ବ୍ଯବସ୍ଥା ପ୍ରଥମ ଥର ପାଇଁ କରିଥାନ୍ତି । ପଣ୍ଡା ମହାୱୟଙ୍କୁ ଏହି ପୁରସ୍କ୍ଷକାର ୧୯୬୭ ମସିହା ଜାନୁଆରୀ ୨୬ ତାରିଖରେ ଏକ ରାଜ୍ଯସ୍ତରୀୟ ଉତ୍ସବରେ ପ୍ରଦାନ କରା ଯାଇଥିଲା । ପଣ୍ଡା ମହାଶୟଙ୍କୁ ଦିଆଯାଇଥିବା ମାନପତ୍ରେ ସେ ଜଣେ " ସମ୍ବେଦନଶୀଳ ଓ ସୁଦକ୍ଷ ପ୍ରଧାନ ସିକ୍ଷକ " ବୋଲି ଉଲ୍ଲେଖ କରିଅଯାଇଥିଲା । ଏହି ଦୃତବିଦ୍ଯ ଦକ୍ଷ ଶିକ୍ଷକ ଜଣକ ୧୯୫୨ ମସିହାରେ ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ଚିନ୍ତାଧାରା ଦ୍ବାରା ଅନୁପ୍ରାଣିତ ହୋଇ ତାଙ୍କର ଶିକ୍ଷାଦର୍ଶନ ବିଷୟରେ ଅଧ୍ଯୟନ କଲେ । ବିଭିନ୍ନ ସ୍ଥାନରେ ତ ତସଂପର୍କୀୟ ବିଭିନ୍ନ ସେମିନାର ଓ ପାଠଚକ୍ରରେ ମଧ୍ଯ ଯୋଗଦାନ କଲେ । ୧୯୭୪ ମସିହା ସେପ୍ଟେମ୍ବର ମାସ ୧୮ ତାରିଖରେ ତ ତକାଳୀନ ଓଡ଼ିଶାର ମୁଖ୍ଯ ମନ୍ର୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀଙ୍କ ଦ୍ବାରା ସମ୍ବଲପୁର ଠାରେ ଶ୍ରୀ ଅନବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଉଦ ଘାଟିତ ହେଲା । ବିଦ୍ଯାଳୟର ସୁଯୋଗ୍ଯ ପ୍ରଧାନ ଶିକ୍ଷକ ରୂପେ ପଣ୍ଡା ମହାଶୟଙ୍କୁ ଉକ୍ତ ଅନୁଷ୍ଠାନର ଦାୟିତ୍ବ ୧୯୭୫ ମସିହାରେ ପରିଚାଳନା ସମିତି ଅର୍ପଣ କଲେ । ପ୍ରାକ ବିଦ୍ଯାଳୟ ସ୍ତରଠାରୁ ଆରମ୍ଭକରି ଦଶମ ଶ୍ରେଣୀ ପର୍ଯ୍ଯନ୍ତ ପିଲାମାନେ ଅଧ୍ଯୟନ କରିବାରୁ ସୁଯୋଗ ଉକ୍ତ ବିଦ୍ଯାଳୟରେ ପାଇଲେ । ଉକ୍ତ ପୂର୍ଣ୍ଣାଙ୍ଗ ସିକ୍ଷାକ୍ଷେତ୍ରେ ଅଗଣିତ ଶିକ୍ଷାର୍ଥୀ ଶିକ୍ଷକ ଶିକ୍ଷିକା ଓ ଅଭିଭାବକଗଣଙ୍କୁ ନେତୃତ୍ବ ଦେବାରେ ପଣ୍ଡା ମହାଶୟଙ୍କ ଭୂମିକା ଅତୁଳନୀୟ ଥିଲା । ଦିଙ୍କର ଘଟନା ଉକ୍ତ ଲେଖକ କୌଣସି କାମରେ ସେତେବେଳେ ଧନ ଦ ଉଡ଼ା ଥାରେ ଥିବା ଉକ୍ତ ବିଦ୍ଯାଳୟକୁ ଯିବାର ସୁଯୋଗ ପାଇଥିଲା । ସେ ଦେଖିବାକୁ ପାଇଲା, ପଣ୍ଡା ମହାଶୟ ବିଦ୍ଯାଳୟର ବାରଣ୍ଡାରେ ନିଜ ହାତରେ ଛାଞ୍ଚୁଣାଧରି ଝାଡ଼ା ପରିଶ୍ରା ସଫା କରିଛନ୍ତି,। ଲେଖକଙ୍କୁ ଦେଖି ସେ ଟିକିଏ ହସି ଦେଲେ । ଆମେ ଦୁହେଁ ଅଫିସକୁ ଗଲୁ । ସେଠାରେ ସେ ମୋତେ ହସି ହସି କ ହିଲେ, 'କୁନି ପିଲାଟାଏ ଯା ଉ ଯା ଉ ବାରଣ୍ଡାରେ ଝାଡ଼ା ଫେରିଦେଲା । କୌଣସି ଶିକ୍ଷକ ସେଥିରୁ ଞ୍ଜର ଦେଲେ ନାହିଁ। ଶେଷରେ ବାରଣ୍ଡାକୁ ସଫା କରିବା କାମ ମୋ ହାତକୁ ଆସିଲା ।" ୧୯୮୨ ମସିହାରେ ଡ଼ ହରେକୃଷ୍ଣ ମହତାବଙ୍କ ପ୍ରେରଣାରେ ଓ କଟକରେ ପ୍ରଜାତନ୍ତ୍ରପ୍ରଚାର ସମିତି ଆନୁକୂଲ୍ଯରେ ସମ୍ବଲପୁରରୁ ": ଦୈନିକ ହୀରଖଣ୍ଡ" ଆତ୍ମ୍ପ୍ରକାଶ କଲା। ହୀରଖଣ୍ଡର ରବିବାର ସଂଖ୍ଯାରେ ଶିଶୁମାନଙ୍କୁ ପାଇଁ ଏକ ସ୍ବତନ୍ତ୍ର ସାହିତ୍ଯ ବିଭାଗ 'କଳିକା' ସ୍ଥାନ ପାଇଲା । ପଶ୍ଚିମାଞ୍ଚଳରେ ଶିଶୁ ସାହିତ୍ରର ଉନ୍ନତି କ ହେ ପଣ୍ଡା ମହାଶୟ କାମ କଲେ । ଧାରାବାହିକ ଭାବେ ତାଙ୍କ ରଚିତ ଗଳ୍ପ ଓ ଶିଶୁ ପ୍ରବନ୍ଧ 'କଳିକା'ରେ ସ୍ଥାନ ପାଇଲା । ୧୯୮୩ ମସିହାରେ ବସନ୍ତ ମିଳନ ଉତ୍ସବ ଅବସରରେ ବିଶିଷ୍ଟ ଶିଶୁ ସାହିଟ୍ଯିକରୁପେ ହୀରାଖଣ୍ଡ ତରଫରୁ ପଣ୍ଡା ମହାସୟଙ୍କୁ ସମ୍ମନିତ କରାଯାଇଥିଲା । ଶ୍ରୀ ଅରବିନ୍ଦ ପୂର୍ଣାଙ୍ଗ ଶି୍କ୍ଷାକେନ୍ଦ୍ରର ଅଧ୍ଯକ୍ଷ ଥିବା ସମୟରେ ପଣ୍ଡା ମହାଶୟ ପିଲାମାଙ୍କ ପାଇଁ ବ ହୁ ଶିକ୍ଷଣୀୟ ପୁସ୍ତକ ରଚନାରେ ମନୋନିବେଶ କରିଥିଲେ, । ସଗୁଡ଼ିକ ମଧ୍ଯରୁ ଅଧିକାଂଶ ସେ ଅଞ୍ଚଳରେ ପିଲାମାଙ୍କ ଦ୍ବାରା ଆଦୃତ ହୋଇ ପାରିଛି । ପଣ୍ଡା ମହା"ଶୟ ତାଙ୍କ ଅର୍ଦ୍ଧଶତାଦ୍ଦୀରୁ ଅଧିକ ଶିକ୍ଷାଦାନ କାଳରେ ଅଧିକାଂସ ଶିକ୍ଷାର୍ଥୀଙ୍କୁ ମଣିଷ ପରି ମଣିଷକରି ଗଢ଼ିଛନ୍ତି । ଆଜି ସେହିଛାତ୍ରମଜାନଙ୍କ ମଧ୍ଯରୁ ଅନେକେ ଓଡ଼ିଶାର ଦକ୍ଷ ପ୍ରଶାସକ , ସଫଳ ଆଇନନଜ୍ଞ, ରାଜନୀତିଜ୍ଞ ଓ ଶିକ୍ଷାବିତ ରୁପେ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଛନ୍ତି।ଅଧୁନା ଅଶୀବର୍ଷ ଅତିକ୍ରମ କରିଥିବା ଏହି ଯୁବ ସୁଲଭ ବୃଦ୍ଧଙ୍କୁ ଦିନେ ଉକ୍ତ ଲେଖକ ତାବଙ୍କ ଜୀବନର ସଫଳତାର ଚାବିକାଠି ସମ୍ପର୍କରେ ପ୍ରଶ୍ନ କରିଥିଲେ । କୃତୀ ଶିକ୍ଷକ ପଣ୍ଡା ହସି ହସି ଯେଉଁ ଉତ୍ତର ଦେଇଥିଲେ, ତା'ର ସାରମର୍ମ ହେଲା । ଭଗବତ ପରାୟଣ ହୋଇ କର୍ମ କରିଗଲେ ଉର୍ଦ୍ଧରୁ ଭଜଗବତ ଅନୁକମ୍ପା ସ୍ବତଃ ଆସିଥାଏ ତାହାହିଁ ଘ ଟିଛି ମୋର ଜୀବନରେ ,ମୋର ଶିକ୍ଷାଦାନରେ , ମୋର ସାଧନାରେ । ସ୍ବାଧୀନ ଚେତା ଶିକ୍ଷକ ବାଞ୍ଚାନିଧି ଶତପଥୀ ଡ଼ଃ ରବୀନ୍ଦ୍ର କୁମାର ଆମ ଦେଶରେ ଆଧୁନିକ ଶିକ୍ଷା ପ୍ରସାରର ଇତିହାସ ପ୍ରତି ଦୃଷ୍ଟିପାତ କଲେ ସ ହରଠାରୁ ମ ପସଲ ପର୍ଯ୍ଯନ୍ତ ଏକ ଏକ ଅଞ୍ଚଳରେ ପ୍ରମୁଖ ଓ ପ୍ରଧାନ ବିଦ୍ଯାପୀଠରେ ପରିଣତ ଅନୁଷ୍ଠାଙ୍ଗୁଡ଼ିକ ଜଣେ ଶି୍ାବ୍ରତୀ, ସମାଜ ସେବୀ ବ୍ଯକ୍ତି ବିଶେଷଙ୍କର ଶ୍ରମ ଓ ସ୍ନେଦ ଦାନରେ ଗଢ଼ି ଉଠିଥିବା ଘଟଣା ଜୀବନ୍ତ ହୋଇଉଠେ । କଟକର ରାଣୀହାଟ ହାଇସ୍କୁଲ ଏହିଭଳି ଏକ ଶି୍କ୍ଷାନୁଷ୍ଟାନ । ଏହା ଷିତ ସ୍ବର୍ଗତ ପ୍ରଧାନ ଶିକ୍ଷକ ବାଞ୍ଚାନିଧି ଶତପଥୀଙ୍କର ନାମ ଏକଦା ଏଭଳି ବିଜଡ଼ିତ ଥିଲା ଯେ ସର୍ବସାଧାରଣରେ ତାହା ତାଙ୍କରି ସ୍କୁଲ ବୋଲି କୁହାଯା ଉଥିଲା। ସେ ନିଜେ ମଧ୍ଯ 'ମୋ ସ୍କୁଲ' କ ହିବରେ ଅପାର ଆତ୍ମତୃପ୍ତି ଲାଭ କରୁଥିଲେ। ଏହା ଆତ୍ମତ୍ମରିତା ଅଥବା ଅହ୍ମିକା ସମ୍ବଳିତ ଉକ୍ତି ନ ଥିଲା , ଏହା ଥିଲା ପ୍ରଚଣ୍ଡ ମମତ୍ବବୋଧର, ଯାହାର ଉଦ ଭବ ଘଟିଥିଲା ତ୍ଯାଗରୁ, ଆତ୍ମସ୍ବାର୍ଥ ବଳିଦାନରୁ । ବାଞ୍ଚାନିଧି ସତପଥୀ ବାରିପଦାରେ ୧୯୦୫ ମସିହାରେ ଭୂମିଷ୍ଟ ହୋଇଥିଲେ । ପାରିବାରିକ ସ୍ଥିତି ସ୍ବଚ୍ଛଳ ନ ଥିବାରୁ ମ୍ଯାଟ୍ରିକ୍ଯୁଲେସନ ପରୀ୍କ୍ଷାରେ ବୃତ୍ତିପ୍ରାପ୍ତ ବାଞ୍ଚାନିଧିଙ୍କୁ ଟିଉସଙ୍କୁ ଆଶ୍ରାକରି କଟକ ସ ହରରେ ଉଚ୍ଚଶିକ୍ଷା ଲାଭର ଉଦ୍ଯମ କରିବାକୁ ହୋଇଥିଲା। ମେଧାବୀ ଛାତ୍ରଥିବାରୁ ସେ ତ ତ୍କାଳୀନ ଓଡ଼ିଶା ଶି୍କ୍ଷା-ଜଗତର ସର୍ବମାନ୍ଯ ବ୍ଯକ୍ତିବର୍ଗଙ୍କର ସୁଦୃଷ୍ଟି ଆକର୍ଷଣ କରିପାରିଥିଲେ । ଡ଼କ୍ଟର ପ୍ରାଣକୃଷ୍ନ ପରିଜା ଓ ଶ୍ଯାମଚନ୍ଦ୍ର ତ୍ରିପାଠୀଙ୍କର ସେ ହୋଇଥିଲେ ପ୍ରିୟପାତ୍ର । ରେଭେନ୍ସା କଲେଜକୁ କେନ୍ଦ୍ରକରି ରାଣୀହାଟ ଅଞ୍ଚଳ କ୍ରମଶଃ ଶିଷ୍ଟ-ବିଶିଷ୍ଟ ବ୍ଯକ୍ତିମାନଙ୍କର ବାସସ୍ଥଳୀରୂପେ ଗ ହଳ ହୋଇ ଉଠିଲା ବେଳକୁ ଶି୍କ୍ଷାନୁଷ୍ଠନର ପ୍ରତିଷ୍ଠା ଅନୁଭୁତି ହୋଇଥିଲା । ମୁମୂର୍ଷୁ ମ ମଧ୍ଯ ଇଂରାଜୀ ବିଦ୍ଯାଳୟର ଦାୟିତ୍ବ ବାଞ୍ଚାନିଧିଙ୍କୁ ଗ୍ରହଣ କରିବାକୁ ହୋଇଥିଲା । ଏହାପରେ ସେ ଆଉ ପତ୍ରକୁ ଫେରି ଚାହିଁନଥିଲେ। ଅନୁଷ୍ଠନଟିର ପ୍ରଗତି ସାଧନରେ ସେ କାୟମନୋବାକ୍ଯ ସମର୍ପିତ ବ୍ଯକ୍ତିଟିରେ ପରିଣତ ହୋଇଯିବାରୁ ସାହାଯ୍ଯ-ସ ହ ଯୋଗର ଅଭାବ ଘଟିଲା ନାହିଁ। ଛାତ୍ର-ଛାତ୍ରୀଙ୍କ ସଂଖ୍ଯା ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୭୦ ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୭୧ ସମଗ୍ର ରାଣୀହାଟ , କଲେଜ ଛକ ଓ ମଙ୍ଗଳବାଗ, ଅଞ୍ଛଳର ସେ ଥିଲେ ସର୍ବମାନ୍ଯ । ଶେଷ ଆଡଳୁ ସସ୍ଥାନୀୟ ଲୋକଙ୍କ ଚାପ ଓଅନୁରୋଧ ଏଡାଇ ନପାରି ସାଆନ୍ତ ସାହିରେ ଖଣ୍ଡିଏ ବାସଭୁମି କ୍ରୟ କରିଥିଲେ ସେ । ଗୃହ ନିର୍ମାଣ ଲାଗି ଊପକରଣ ଯୋଗାଇଯହିଲେ ତାଙ୍କର ଦଶମ୍ବଦ ବ୍ଯବସାୟୀ ଛାତ୍ରମାନେ । ଅଭଳି ଅଯାଚିତ ସାହାଯ୍ଯପ୍ରାପ୍ତିରେ ତାଙ୍କର କ୍ଷୋଭର ସୀମା ନଥିଲା। ବୋଧହୁଏ ଅତ ଦୁ୍ଆରା ତାଙ୍କର ବହୁପୋଷିତ ସାଧୀଚେତା ବ୍ଯକ୍ତିତ ଆହତ ହେଊଥିବା ସେ ଅନ୍ତରରେ ଅନୁଭବ କାରୁଥିଲେ ।ମାତ୍ର ଗୃନିର୍ମାଣ କାର୍ଯଟି ଆରମ୍ଭ ହୋଊଯିବା ପରେ ତାକୁ ବନ୍ଦ କରିଦେବା ସମ୍ଭବପର ନଥିଲା।ଅବସର ଗ୍ରହଣର ସମୟ ମଧ୍ଯ ନିକଟତର ହୋଇ ଆସୁଥିଲା। ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୭୩ ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୭୪ ବ୍ୟକ୍ତିତ୍ୱ ସମଗ୍ର ବିଦ୍ୟାଳୟକୁ ଏପରି ପ୍ରଭାବିତ ଓ ଆଚ୍ଛନ୍ନ କରିଥାଏ ଯେ ଅଜଣା ଆଗନ୍ତୁକ ମଧ୍ୟ ତାହା ଅନୁଭବ କରନ୍ତି । ସୂଚୀପତନ ଶବ୍ଦ ବି ବାରି ହୋଇ ଯାଏ ସେଠାରେ । ରଘୁନାଥଙ୍କର ଦକ୍ଷତା ଓ କର୍ମନିଷ୍ଠା ଅଭିଭାବକ ତଥା ପରିଦର୍ଶକ ସମସ୍ତଙ୍କୁ ତାଙ୍କଠାରେ ଅତୁଟ ଏବଂ ଦୃଢ଼ ବିଶ୍ୱାସପୋଷଣ କରାଇଥିଲa ।
ବାଲ୍ୟକାଳରୁ ରଘୁନାଥଙ୍କର ଚିରତ୍ରବତ୍ତା ବିକଶିତ ହୋଇଥିଲା । ଥରେ ରାଜା ଅନନ୍ତ ନାରାୟଣ ହରିଚନ୍ଦନ ମହାପାତ୍ର ଏକ ଫୌଜଦାରୀ ଘଟଣାର ବିଚାର କରୁଥାନ୍ତି । ରଘୁନାଥ ଘଟଣାସ୍ଥାନରେ ଉପସ୍ଥିତ ଥିଲେ ବୋଲି ରାଜା ଶୁଣି ତାଙ୍କୁ ଡ଼କାର କହିଲେ, "ତୁମେ ହେଉଛ ପଣ୍ଡିତଙ୍କ ପୁଅ, ସତ କହିବ ବୋଲି ମୋର ବିଶ୍ୱାସ । ରଘୁନାଥଙ୍କ ବକ୍ତବ୍ୟ ଅନୁସାରେ ଦୋଷୀ ଦଣ୍ଡ ପାଇଲା ଓ ବାଳକ ରଘୁନାଥ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ଏହି ଘଟଣାରୁ ତାଙ୍କର ସଷ୍ଟବାଦିତାର ନମୁନା ମିଳେ ।
ବାଙ୍କି ଡ଼ମପଡ଼ା ସ୍କୁଲରେ ପନ୍ଦର ବର୍ଷ ବୟସରେ ରଘୁନାଥ ବାଳଚର ସଂସ୍ଥାର ଲିଡ଼ର ଥିଲେ । ତାଙ୍କୁ ପ୍ରଧାନଶିକ୍ଷକ ବ୍ୟାଜ୍ ଓ ପୁରସ୍କାର ଦେବା ପାଇଁ ଡ଼ାକିଥିଲେ । ରଘୁନାଥ ପୁରସ୍କାର ଗ୍ରହଣ କରିବାକୁ ଗଲେ ନାହିଁ । ପ୍ରଧାନ ଶିକ୍ଷକ ପଚାରିବାରୁ ସ୍ପଷ୍ଟ ଉତ୍ତର ଦେଲେ, "ଆପଣ ମୋତେ ଦୁଷ୍ଟ ପିଲାଙ୍କ ସହ ପୁରସ୍କାର ଦେବାକୁ ଭାବିଛନ୍ତି । ପୁରସ୍କାର ପାଇବା ପାଇଁ ଏମାନେ ମୋର ସମସ୍କନ୍ଧ ନୁହ‌ନ୍ତି । ତେଣୁ ମୁଁ ଗଲିନାହିଁ ।" ଏପରି ସ୍ପଷ୍ଟ ଉତ୍ତରରେ ପ୍ରଧାନଶିକ୍ଷକ ନ ରାଗି ତାଙ୍କୁ ତାଙ୍କର ସ୍ପଷ୍ଟବାଦିତା ଯୋଗଁ ପ୍ରଶଂସା କରିଥିଲେ ।
ଖଣ୍ଡପଡ଼ାରେ ଶିକ୍ଷକ ଥିବାବେଳେ ନରସିଂହପୁରର ରାଜା ଅନନ୍ତ ନାରାୟଣ ହରିଚନ୍ଦନ ମହାପାତ୍ର ରାଜ୍ୟର ନଦୀକୂଳ ମାଳବନ୍ଧ ପ୍ରଜାଙ୍କ ଦ୍ୱାରା ବେଠିରେ କରାଇଥିଲେ । କାର୍ଯ୍ୟ ତତ୍ତ୍ୱାବଧାରକ କର୍ମଚାରୀ ଥିଲେ ଯେଭଳି ଅତ୍ୟାଚାରୀ, ସେହିଭଳି ଦୁର୍ନୀତିଗ୍ରସ୍ତ । କଚେରି ପଡ଼ିଆ ସଭାରେ ଏମାନଙ୍କ ବିରୋଧରେ ରଘୁନାଥ ପ୍ରତିବାଦର ସ୍ୱର ଉତ୍ତୋଳନ କରିବା ପାଇଁ ଜନସାଧାରଣଙ୍କୁ ଅହ୍ୱାନ ଦେଇଥିଲେ । ସ୍ୱାଧୀନତା ସପକ୍ଷରେ ଜନସଚେତନା ସୃଷ୍ଟି କରିବାରେ ତାଙ୍କର ଉଦ୍ୟମ କେବେ ଶିଥିଳ ନଥିଲା । ସେ ଅତି ସଚ୍ଚୋଟ ଶିକ୍ଷକ ଥିଲେ ।
ଥରେ ଖଣ୍ଡପଡ଼ା ହାଇସ୍କୁଲରେ ସେ ଥିବାବେଳେ ହଷ୍ଟେଲର ତତ୍ତ୍ୱାବଧାରକ ନିଯୁକ୍ତ ହେଲେ । ପୁଝାରୀ ତାଙ୍କ ସ୍ୱତନ୍ତ୍ର ବ୍ୟଞ୍ଜନ କରିଆଣନ୍ତେ ସେ ତାହାର କାରଣ ।

୨୩୫

ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୭୬ ଅନୁବିଭାଗୀୟ ଅଧିକାରୀ ପଠାଇବାକୁ କ ହୁଥିଲେ । ମୁଁ କ ହିଲି, ନାରାୟଣ ସ୍କୁଲ ବଡ଼ସାର ମୋ ମୋକଦ୍ଦମା ବୁଝି୯ଦେବେ । ତେଣୁ ଆପଣଙ୍କୁ ସେ କଥା ବିଚାର କରିବାକୁ ହେବ ।" କ ହିଲେ ପୌଡ଼ା ଜଣକ । ରଘୁନାଥ ସେଇ ମୋକଦ୍ଦମାର ଆପୋଷ ନିଷ୍ପନତ୍ତି କରି ଦେଇଥିଲେ । ଏଥିରେ ତାଙ୍କ ସୁନାମ ବ୍ଯାପି ଯାଇଥିଲା । ଏହିପରି ଆଉ ଚାରୋଟି ମୋକଦ୍ଦମା ତାଙ୍କ ବିଚାର ପାଇଁ ଆସିଥିଲା ଓ ସବୁଗୁଡ଼ିକର ସମାଧାନ ରଘୁନାଥ ସୁଚାରୁରୂପେ କରିଥିଲେ । ଏହିକଥା ଜାଣି ବରହ ମ ପୁର ଶିକ୍ଷାମଣ୍ଡଳାଧୀଶ ରଘୁନାଥଙ୍କ ନାମ ଓଡ଼ିଶା ପ୍ରାଶାସନିକ ସେବା ପାଇଁ ସୁପାରିସ କରିଥିଲେ। ରଘୁନାଥ ବିନୀତ ଭାବରେ ତାହା ପ୍ରତ୍ଯାଖ୍ଯାନ କରିଥିଲେ । ତାଙ୍କ ଉକ୍ତି ଭକ୍ତି ଥିଲା ,'ଶିକ୍ଷକର ସମ୍ମାନ ପ୍ରଶାସକର ସମ୍ମାନଠାରୁ ଅଧିକ ।' ନରସିଂହପୁରରେ କଲେଜ ସ୍ଥାପନ କରିବାରେ ସେ ମୁଖ୍ଯ ଭୁମିକା ଗ୍ରହଣ କରିଥିଲେ ଓ ପ୍ରଥମ ପରିଚାଳନା କମିଟିର ସଭାପତି ଥିଲେ । ନରସିଂହ ପୁର ବ୍ରହ୍ମଣ ସମିତିର ସେ ଏବେ ସଭାପତି ଓ ସାହିତ୍ଯ ସଂସଦର ଉପଦେଷ୍ଟା ରହିଛନ୍ତି। ସପ୍ତମ ଶ୍ରେଣୀରେ ପଢ଼ିବା ଦିନଠାରୁ ଇଂରାଜୀ ପଠନର ଅଭ୍ଯାସ ଫଳରେ ସେ ଉଚ୍ଚାରଣ ଓ ବାକ୍ଯ ଗଠନ ଶୈଳୀରେ ମୌଳୀରେ ମୌଳିକତା ଅର୍ଜନ କରିଥିଲେ , । ଥରେ ମୁଁ କେତେକ ଶବ୍ଦ କଥୋପକଥନ ଛକରେ ପଚାରିଲି, " ଆଜ୍ଞା !!!ମୁଁ ଏହି ସବୁ ଶବ୍ଦ କ ହିବାରେ କ'ଣ ଭୁଲ କଲି ? ତାଙ୍କ ପାଖରେ ଥିବା ଏକ ଛୋଟଝିଅ ଯେ ସବୁ ଶବ୍ଦ ଉଚ୍ଚାରନ ରଘୁନାଥଠାରୁ ଶିକିହିଥିଲା, ସେ ମଧ୍ଯ ଉଚ୍ଚାରଞତ ତ୍ରୁଟି ଗୁଡ଼ିକୁ ସୁଚାଇ ପରିଥିଲା। ରଘୁନାଥଙ୍କର ଶିକ୍ଷାଦାନର ବିଶେଷତ୍ବ ଥିଲା ଏହିପରି । ସେ ସମସ୍ତ ବିଷୟରେ ଶିକ୍ଷାଦାନ କରିପାରୁଥିଲେ । ଏଣୁ ବିଦ୍ଯାଳୟର ପ୍ରତ୍ଯେକ ଶିକ୍ଷକ ତାଙ୍କଠାରୁ ଶିକ୍ଷାପ୍ରଣାଳୀ ଥିଲା ସେ ଶ୍ରେଣୀକୁ ପ୍ରବେଶ କରିବା ଓ ପ୍ରସ୍ଥାନ କରିବା ବେଳେ ବେଶ ସମୟାନୁବର୍ତ୍ତୀ ଥିଲେ । ଗରିବ ତାଙ୍କର ପରମ କର୍ତ୍ତବ୍ଯ ବୋଲି ସେ ମଣୁଥିଲେ । ପୁରସ୍କାର ଛାତ୍ରମାନଙ୍କୁ ଉନ୍ନତିପଥରେ ଅଗ୍ରସର ହେବାକୁ ପ୍ରେରଣା ଯୋଗାଏ ଏହା ସ୍ବ ହୃଦୟଙ୍ଗମ କରିଥିଲେ । ଏଣୁ ଦଶପଲ୍ଲା ହାଇସ୍କୁଲରେ ଥିବା ସମୟରେ ନିଜର ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୭୮ ଅନୁରୁପ ଘଟଣା ସେ ବର୍ଷ ଡ଼ିସେମ୍ବର ମାସରେ ଘଟିଥିଲା ଦଶପଲ୍ଲୀଠାରେ । ସ୍ବାଧୀଚେ ତା ଶିକ୍ଷକ ରଘୁନାଥ ଆଞ୍ଜୁଳା ପାତି ଏକ ପାଣ୍ଠି ମୁହୂର୍ତ୍ତକ ମଧ୍ଯରେ ସୃଷ୍ଟି କରିଥିଲେ ଛାତ୍ରମାନଙ୍କ ବୃତ୍ତି ପାଇଁ, ଯାହାକି ତାଙ୍କର ବଳିଷ୍ଟ ବ୍ଯକ୍ତିତ୍ବ୍ର ପରାକାଷ୍ଟା ଥିଲା । ତାଙ୍କୁ ସେଠାରେ ମଧ୍ଯ ସମ୍ମାନନିତ କରାଯାଇଥିଲା । ଏପରି ଭାବବିହ୍ବ ଳ ସମ୍ମାନପ୍ରଦାନ କ୍ବଚିତ ଦେଖିବାକୁ ମିଳିଥାଏ । ଏହି ସିକ୍ଷକଙ୍କର ଜୀବନ କାହାଣୀ ନରସିଂହପୁର ମାଟି ମାଆର ଏକ ସୁଯୋଗ୍ଯ ସନ୍ତାନ ତ ଥା ଗୌରବମୟୀ ଉତ୍କଳ ମାଟିର ଏକ ସୁଯୋଗ୍ଯ ବ୍ଯକ୍ତିଙ୍କର ଜୀବଙ୍କାହାଣୀ। ତାଙ୍କ ଆଦର୍ଶରେ ବର୍ତ୍ତମାନର ଶିକ୍ଷକପୀଡ଼ି ଅନୁପ୍ରାଣିତ ହେଲେ ଅଧୁନା ଶିକ୍ଷାକ୍ଷେତ୍ରରୁ ଅନେକ କଳୁଷ ଦୁର ହୋଇଯାଆନ୍ତା । ଚିତ୍ର

ସମାଜସେବୀ ଶିକ୍ଷକ ବାମନ ଚରଣ ଦାସ ପ୍ରଫେସର ଜଗନ୍ନାଥ ମହାନ୍ତି ୧୯୫୯ ମସିହା ଅଗଷ୍ଟ ମାସ । ବର୍ଷାଋତୁର ମେଘମେଦୁର ଆକାଶ ବଣପାହାଡ଼ଘେରା ବାଣପୁରର ସବୁଜସୁନ୍ଦର ପରିବେଶ । ମୁଣ୍ଡଟଘେକି ଠିଆହୋଇଛି ସୋଲରୀ ଓ ଘଣ୍ଟଶିଳା ପାହାଡ଼ । ମଥାନ କୁ ଛୁଇଁ ମେଘର ଖେଳ । ବ ହିଯା ଉ ଛି ଶାଳିଆ ନ ଈଟି ଦୁରକୂଳ ଖାଇ । ଢ଼େରରଙ୍ଗର ପାଣି ଉଛୁଳି ଉଠିଛି ଧାନକ୍ଷେତ ଆଉ ପନିପରିବା କିଆରି ଭିତରେ। ବାଣପୁ ବଜାର ଭିତରେ ଧର୍ମଶାଳା । ତା'ର ଗୋଟିଏ କୋଠରୀରେ ମୁଁ ରହିଥାଏ । ପୁରୀ ଜିଲ୍ଲା ଅଧୀକ୍ଷକଙ୍କ ଅଫିସରେ ସର୍କଲ ସବ ଏନ୍ ସ୍ ପେକ୍ଟର ଭାବରେ ଦାୟିତ୍ବ୍ ନେଉଥାଏ । ମାତ୍ର କ୍ବାଟର୍ସ ଖାଲି ହୋଇନଥାଏ । ମୋ ପୂର୍ବରୁ ଥିବା ସବ ଇନ ସ ପେକ୍ଟର ମଧ୍ଯ ମୋତେ । ଦାୟିତ୍ବ ବୁଝାଇ ନଥିଲେ । ତେଣୁ ମୁଁ ପ୍ରାୟ ଦଶ ପନ୍ଦର ଦିନ ସେଇ ଧର୍ମଶାଳାରେ ରହିଥିଲି । ମାତ୍ର ପ୍ରତିଦିନ ସେଠାରୁ ସେଠାରୁ ସ୍କୁଲ ପରିଦର୍ଶନ କରିବାକୁ ଯା ଉ ଥିଲେ । ସେହି ସମୟ ଭିତରେ ମୋ ପାଖକୁ ଆସନ୍ତି ଜଣେ ବୃଦ୍ଧ ଭଦ୍ରବ୍ଯକ୍ତି । ଦେହରେ ଖଦଡ଼ ଲୁଗା ଓ ସାର୍ଟ। ଦେଖିବାକୁ ପ୍ରାୟ ଗୋଦାବରୀଶ ମିଶ୍ରଙ୍କ ପରି ମୁହଁ । ମୁଁ ତାଙ୍କୁ ପ୍ରଥମେ ଦେଖି ଟିକିଏ ଆଶ୍ଚର୍ଯ୍ଯ ହୋଇଥିଲେ । ତା'ପରେ ସେ ପରିଚୟ ଦେଇଥିଲେ, ":ମୋ ନାଁ ବାମନ ଚରଣ ଦାସ । ବାଣପୁର ବାଳକ ମାଇନର ସ୍କୁଲର ପ୍ରଧାନଶିକ୍ଷକ ତା'ପରେସ୍କୁଲର ଭଲମନ୍ଦ, ସେ ଅଞ୍ଚଳର ଉନ୍ନତି ଓ ସମସ୍ଯା ସମ୍ପର୍କରେ ସେ ଆଲୋଚନା କରନ୍ତି । "କଟକ ଚିନ୍ତା ବାଇମୁଣ୍ଡିକି"ପରି ସେ ବାଣପୁରର ସୁଖଦୁଃଖ ତା'ର ବିଭିନ୍ନ ସମସ୍ଯା ସମ୍ପର୍କରେ ସଦାବେଳେ କ ହୁଥିଲେ। ତା'ମଧ୍ଯରେ ତାଙ୍କ ସ୍କୁଲକୁ ଯିବାକୁ କ ହ ନ୍ତି । ମୁଁ ସମୟ ସୁବିଧା ଦେଖି ସ୍କୁଲ କୁ ଯାଏ । ଦିନରାତି ସେ ସ୍କୁଲ କାମରେ ଲାଗିଥାନ୍ତି । ବ ହିପତ୍ର,ଫାଇଲ ଆଉ ରେନିଷ୍ଟରର ଗଦା ମଝିରେ ବୁଡ଼ି ରହିଥାନ୍ତି ସେ । ଗରିବ ପିଲାମାନଙ୍କୁ ସାହାଯ୍ଯ କରବାଠାରୁ ଆରମ୍ଭ କରି ଚଗଲା ପିଲାମାନଙ୍କର ସମସ୍ଯାଗୁଡ଼ିକର ଅନୁଧ୍ଯାନ ଓ ସମାଧାନ କରବାଯାଏ ସବୁଥିରେ ତାଙ୍କର ସଂବେଦନଶୀକ ମନ ଓ ଶତଚେଷ୍ଟା । ସେଥିପାଇଁ ସେ ପିଲାମାନଙ୍କ ପିତାମାତା ଓ ଅଭିଭାବବଙ୍କ ସ ହିତ ଘନିଷ୍ଠ ସମ୍ପର୍କ ରଖୁଥିଲେ । ବିଭିନ୍ନ ଗାଁଗଣ୍ଡକୁ ନିଜେ ଚାଲି ଚାଲି ଯା ଉ ଥିଲେ । ସାକ୍ଷୀଗୋପାଳର ଦନୁଳବନ । ସେଠାରେ ଗଢ଼ି ଉଠିଥିବା ଜାତୀୟ ବନବିଦ୍ଯାଳୟରେ ସେ ଥିଲେ ଛାତ୍ର । ସ୍ବାଧୀନତା ଆନ୍ଦୋଳନରେ ମଧ୍ଯ ବାନରସେନା ଭାବରେ କାର୍ଯ କରିଥିଲେ । ତାଙ୍କର ଜ୍ଞାଙ୍ଗରିମା, ସ୍ବଦେଶପ୍ରେମ ଓ ସେବା ମନୋଭାବ ଦେଖି ସେଠାର ସୁଯୋଗ୍ଯ ଗୀତିକରି ଗୋଦାବରୀଶ ତାଙ୍କୁ ଗୋଦାବରୀଶଙ୍କ ଉଦ୍ଯମରେ ହାଇସ୍କୁଲ ସ୍ଥାପିତ ହେଲା । ମାଇନର ସ୍କୁଲଟି ବ ହୁଦିନରୁ ଗଢ଼ି ଉଠିଥିଲା। ବାମନବାବୁ ଥିଲେ ତା'ର ପ୍ରଧାନ ଶିକ୍ଷକ । ବାଣପୁର ହାଇସ୍କୁଲ ପାଇଁ ଚାନାଅ ସଂଗ୍ରହ କରିବାକୁ ଜଣେ ପୁରୁଖା ଶିକ୍ଷକ ବିଶ୍ବନାଥ ଶତପଥୀଙ୍କ ସ ହିତ ବାମନବାବୁ ରେଙ୍ଗୁନ ଯାତ୍ରା କରିଥିଲେ ୧୯୩୭ ମସିହା ଗ୍ରୀଷ୍ମ ଛୁଟିରେ । ଗୋପାଳପୁର ବନ୍ଦରବାଟେ ସେମାନେ ରେଙ୍ଗୁନ ଯାତ୍ରା କଲେ । ବାମନବାବୁ ତାଙ୍କର ରେଙ୍ଗୁନ ଯିବା ଅନୁଭୁତି ଏକ ଟାପ୍ପା ଖାତାରେ ଲେଖିଛନ୍ତି। "ଆମେ ଦୁହେଁ ଯାତ୍ରା କରିବା ଦିନ ମେଘୁଆ ପାଗ । ଜାହାଜ ବନ୍ଦର ଠାରୁ ପ୍ରାୟ ଦୁଇ କିଲୋମିଟର ଦୁରରେ ଥାଏ । ଆମ୍ଭେମାନେ ପଢ଼ୁରେ ବସିଲୁ, ତୋଫାନ ବ ହିଲା । ଆମ୍ଭମାନଙ୍କୁ ଶୋଇଥିବା ଜ୍ଯାକେଟ ଟିଏ ଲେଖାଏଁ ପିନ୍ଧାଇ ଦିଆଗଲା । ଆମେ ଦେଖିଲୁ, ଗୋଟିଏ ପଢ଼ୁ ପାଣିରେ ଓଲଟି ପଡ଼ିଛି। ଶୋଇ ଜ୍ଯାକେଟ ପିନ୍ଧିଥିବାରୁ ତା'ର ଯାତ୍ରୀମାନେ ଭାସି ଭାସି କୁଳରେ ଲାଗିଗଲେ । ଉଚ୍ଚା ଲହଡ଼ି ଗୋଗୁଁ ପଢ଼ ଉ ଉପରକୁ ଭସିଉଠେ । ଯାତ୍ରୀମାନେ ଦୁଇ ବାହୁ ଉପରକୁ ଟେକି ପଢ଼ ଉ ପରେଛିଡ଼ା ହୋଇ ରହ ନ୍ତି। ନୋଳିଆମାନେ କାଠପଟା ଉପରେ ଛିଡ଼ାହୋଇ ଯାତ୍ରୀମାନଙ୍କୁ ଜାହଜ ଉପରକୁ ଟେକି ଦିଅନ୍ତି। କଷ୍ଟେ ମଷ୍ଟେ ଆମେ ଜାହାଜ ଭିତରେ ପ୍ରବେଶ କଲୁ। ଜାହାଜ ଚାଲିଛି ଦିନରାତି ଚାଲିଛି। ଜାହାଜଟିରେ ବ ହୁ ଦକ୍ଷିଣ୍ୟାତ୍ରି । ଆମେ ଦୁହେଁ ରୃତୀୟ ଶ୍ରେଣୀ ଯାତ୍ରୀ । ତୃତୀୟଶ୍ରେଣୀ ଯାତ୍ରୀମାନେସାଧାରଣଃ ଜାହାଜର ଉପର ଭାଗରେ ପଟା ପକାଇ ତା' ଉପରେ ବସନ୍ତି। ଉପର ଖୋଲା ଆକାଶ । ପାଗ ଖରାପ ଥିଲେ ବା ବର୍ଷା ହେଲେ ଜାହାଜ ଭିତରେ ଫଟି ବା ପାରି ବସନ୍ତି। ଏହିପରି ଦୟନୀୟ ଓ ବିପଜ୍ଜନ କ ଅବସ୍ଥାରେ ସମୁଦ୍ର ଯାତ୍ରା କରି ନୂତନ ହାଇସ୍କୁଲ ପାଇଁ ରେଙ୍ଗୁନ ପରି ବିଦେଶରୁ ଚାନ୍ଦା ସଂଗ୍ରହ କରିବାକୁ ଦୁଇ ଜଣ ଶିକ୍ଷକ ଯିବା ଆଜିକାଲି ଅଚିନ୍ତନୀୟ । ପୁଣି ସେମାନେ ଜାହାଜରେ ଯିବା ଫଳରେ ସମୁଦ୍ରର ଲୁଣୀ ବାୟୁରେ ବାନ୍ତି ଓ ଦରିଆ ବେମାରି ରେ-ଆକ୍ରାନ୍ତ ହେଲେ । ସାଥାରେ ନେଇଥିବା ଚୁଡ଼ା, ଚିନି,ଲେମ୍ବୁ, ମିଶ୍ରୀ ଓ କଦଳୀ ଆହାର କରି ସେମାନେ ଯାତ୍ରା କରିଥିଲେ ।ସେଠାରେ ବାଣପୁର ଓ ଗଞ୍ଜାମର ଅନେକ ଲୋକଥିଲେ ହେଁ ଅଧିକାଂଶ ଶ୍ରମିକ ଶ୍ରେଣୀର ଏବଂ ଧନୀମାନେ କୁଲିସର୍ଦ୍ଦାର ହୋଇଥିବାରୁ ନାନା ଭୟ ଓ ଆଶଙ୍କାର ଶିକାର ହେଲେ ବିଶ୍ବନାଥ ବାବୁ । ଆନ୍ତ୍ରିକଜ୍ଜରରେ ('ଟାଇଫେଡ଼) ଆକ୍ରାନ୍ତ ହୋଇ ଡ଼ାକ୍ତରଖାନାରେ ପଡ଼ିଲେ । ବାମନବାବୁ ତାଙ୍କ ଚିକିତ୍ସା ଓ ସେବାଯତ୍ନରେ ବ୍ଯସ୍ତ ରହିଲେ । ଆଜି ହାଇସ୍କୁଲ ଆଜି ଗୋଦାବରୀଶ ବିଦ୍ଯାପୀଠ ନାମରେ ସୁପରିଚିତ ଓ ସୁପ୍ରତିଷ୍ଠିତ ହୋଇ ଉଠିଛି । ମାତ୍ର ବାଣପୁର ବାଲୁଗାଁ ଅଞ୍ଚଳରେ କୌଣସି କଲେଜ ନ ଥିବାରୁ ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୮୩ (୩୭୦)କେତେବେଳେ ନାହିଁ। ସେଥିପ୍ରତି ତାଙ୍କର ନଜର ନ ଥାଏ, ମୂଳିଆ ମଜୁରିଆଠାରୁ ଆରମ୍ବ କରି ଧନୀ ସାହୁକାର ଯାଏ, ସାଧାରଣ ଶିକ୍ଷକଠାରୁ ବଡ଼ ଅଫିସର ପର୍ଯ୍ଯନ୍ତ ସମସ୍ତଙ୍କ ସାଥିରେ ତାଙ୍କର ସମାନ ବ୍ଯବହାର, ମନଖୋଲା କଥାବର୍ତ୍ତା ଆଉ ହସଖୁସି। ବାଣପୁରରେ ଯେତେ ଉତ୍ସବ ଅନୁଷ୍ଠାନ, ସବୁଥିରେ ତାଙ୍କର ଉପସ୍ଥିତି ଓ ସମ୍ପର୍କ। ଗୋଦାବରୀଶଙ୍କ ଜୟନ୍ତୀ ଓ ମୃତ୍ଯୁ ବାର୍ଷିକୀ ପାଳନ କରିବାରେ ଥିଲା ତାଙ୍କର ନେତୃତ୍ବ। କଲେଜ ପ୍ରତିଷ୍ଠା ଆଉ ତା ପାଇଁ ଚାନ୍ଦାଭେଦା ଆଦାୟ କରିବାରେ ସେ ଥିଲେ ଆଗୁଆ। ପ୍ରାଥମିକ ଶିକ୍ଷକମାନଙ୍କର କେନ୍ଦ୍ର ବୈଠକରୁ ଆରମ୍ବ କରି ବାର୍ଷିକ ଶିକ୍ଷକ ସଭା ସମ୍ବିଳନୀ ପର୍ଯ୍ଯନ୍ତ ସବୁଥିରେ ସେ ହୁଅନ୍ତି ଉପସ୍ଥିତ। କେହି ଡାକନ୍ତୁ ବା ନ ଡାକନ୍ତୁ। ଭଲ କାମାଟିଏ ହେଉଛି ତ ସେ ଆପେ ଆପେ ପହଞ୍ଚିଯାନ୍ତି। ତାଙ୍କ ପାଖରେ ମାନ ଅଭିମାନ ବା ଅହମିକାର ନାମଗନ୍ଧ ନଥିଲା। ୧୯୮୩ ଏପ୍ରିଲ ୬ ତାରିଖର ସନ୍ଧ୍ଯାରେ ନିଜର ସବୁ କାମଦାମ ସାରି ଆଉ ସମସ୍ତଙ୍କ ସହିତ କଥାବାର୍ତ୍ତା କରି ସେ ଛାତିରେ ଟିକିଏ କଷ୍ଠ ଅନୁଭବ କଲେ। ଭୂବନେଶ୍ବରଠାରେ ଅବସ୍ଥାପିତ ତାଙ୍କର ଝିଅ ଜ୍ଜାଇଁ ଡାକ୍ତରାଣୀ ଶୈଳବାଳା ଓ ଡାକ୍ତର ରାଧାରମଣ କ୍ଯାପିଟାଲ ଡାକ୍ତରଖାନାକୁ ନେଇଗଲେ। ମାତ୍ର ଘଣ୍ଟାକ ଭିତରେ ସବୁଶେଷ। ତାଙ୍କର ମର ଶରୀରକୁ ବହୁ ଦିନର କର୍ମସ୍ଥଳା ବାଣପୁରକୁ ନିଆଜାଇଥିଲା। ଏପ୍ରିଲ ୭ ତାରିଖ ସକାଳ। କାଉ କା' କା' କରି ଯେମିତି ସବୁରି ଘରେ ଏହି ଦୁଃସମ୍ବାଦ ଜଣାଇଦେଲା। ଦୋକାନ ବଜାର ବନ୍ଦ କର, ଚାଷବାସ କାମଛାଡ଼ି ଘର ଦ୍ବାର କାମ ପକାଇ ହଜାର ହଜାର ଲୋକ ତାଙ୍କର ଶେଷ ଦର୍ଶନ ପାଇଁ ହୃଦୟର ଭକ୍ତି ଅର୍ଘ ଜ୍ଞାପନ କରି ରୁଣ୍ଡ ହୋଇ ଯାଇଥିଲେ। ରାସ୍ତାଘାଟ ବନ୍ଦ ହୋଇଯାଇଥିଲା, ଆଉ ତାଙ୍କର ପ୍ରିୟ ବିଦ୍ଯାଲୟରେ ଜନ ସମୁଦ୍ରର ଉତ୍ତାଳ ଲହରୀ ଖେଲିଯାଇଥିଲା। ସବୁରି ମନରେ ଶୋକର ଛାୟା ଓ ନୟନରେ ଅଶ୍ରୁଜଳ। ସେମାନଙ୍କର ବନ୍ଧୁ,ଶିକ୍ଷକ ଓ ଦିଗ୍ ଦର୍ଶକ ସବୁଦିନ ପାଇଁ ତାଙ୍କୁ ଛାଡ଼ି ଚାଲିଗଲେ। କୃତୀ ଶିକ୍ଷକ ଭାବରେ ସେ ରାଜ୍ଯ ସରକାରଙ୍କ ଦ୍ବାରା ସମ୍ନାନିତ ହୋଇଥିଲେ। ଶିଶୁମାନଙ୍କ ପାଇଁ ସେ ପାଠ୍ଯ ପସ୍ତକଠାରୁ ଗଳ୍ପ କବିତା ପ୍ରଭୃତି ପର୍ଯ୍ଯନ୍ତ କେତେ ପ୍ରକାର ସାହିତ୍ଯ ସୃଷ୍ଟି କରି ଯାଇଛନ୍ତି। ଲୋକପ୍ରିୟ 'ମଳୟ' ପତ୍ରିକାର ସେ ଥିଲେ ମୁଖ୍ଯ ସମ୍ପାସକ। ସେ ଅନେକ (୩୭୧) ଅନୁଷ୍ଠାନ ଗଢ଼ିଯାଇଛନ୍ତି ଶିକ୍ଷା ସାହିତ୍ଯ ଓ ସଂସ୍କୃତିକ ପାଇଁ। ସର୍ବୋପରି ଜଣେ ମରମୀ ଓ ଦରଦୀ ମଣିଷ ଭାବରେ ତାଙ୍କର ଆଚରଣ ଓ କାର୍ଯ୍ଯକଳାପ ସମସ୍ତକର ଚିରସ୍ମରଣୀୟ ହୋଇ ରହିବ। ଜୀବନରେ ସେ ଯେମିତି ହର୍ଷୋତ୍ଫୁଲ ଓ କର୍ମଠ ଥିଲେ, ମୃତ୍ଯୁପରେ ସେମିତି ସତେଜ ଓ ପ୍ରଫୁଲ୍ଲ ବଦନ। ସତେ ଯେମିତି ମରଣର ସ୍ପର୍ଶ ତାଙ୍କ ମନରେ ଲେଶମାତ୍ର ଦୁଃଖ ଜାତ କରିନଥିଲେ। ସେ ଯେମିତି ହସି ହସି ସମସ୍ତଙ୍କଠୁ ବିଦାୟ ଦେଇଯାଇଛନ୍ତି। ତାଙ୍କ ମୃତ୍ଯୁରେ ଏକ ସଫଳ ଓ ସକ୍ରିୟ ଜିବନର ଅବସାନ ହେଲା। ଏକ ଜ୍ଜଳନ୍ତ ବର୍ତ୍ତିକା ଲିଭିଗଲା। କରୁଣାର ଏକ ଝରଣା ଅବା ସରିତ ଝରିଗଲା ସବୁଦିନ ପାଇଁ। ହେ ମହାମାନବ, ହେ ଶିକ୍ଷକ,ହେ ସଂଗଠକ ଆମ୍ବମାନଙ୍କର ଭକ୍ତିପୂର୍ଣ୍ଣ ପ୍ରଣତି ଘେନ। କଳାକାର ଶିକ୍ଷକ ବିଷ୍ଣୁ ଚରଣ ମିଶ୍ର

                      ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ

କୁଗଙ୍ଗ ଅଞ୍ଚଳର ଚଟୁଆ ଗ୍ରାମରେ ୫/୬ କିଲିମିଟର ଦୂରବର୍ତ୍ତୀ ପଣ୍ଡୁଆ ସ୍କୁଲର ଛାତ୍ରାବାସରେ ପ ହ୍ଞ୍ଚିଥାଏ । ଆମ ଶ୍ରେଣୀର ପାଠଦାନ ସେ ଭଳି କିଛି ଆଗେଇ ନ ଥାଏ । ଅଧିକାଂଶ ପିଲା ବ ହି , ଖାତା କିଣି ନ ଥାନ୍ତି । ସାଙ୍ଗମାନଙ୍କଠାରୁ ଓ ଜନେ ଅଧେ ସିକ୍ଷକ (ସାର‌)ଙ୍କ ଠାରୁ ଆମର ଜନେ ନୂଆ ହେତୁମାଷ୍ଟର ଆସିବେ ବୋଲି ସୁଣିବାକୁ ପାଇଥାଏ । ସେ ପଙ୍କପାନ ମାଇନର ସ୍କୁଲରୁ ପାଣ୍ଡୁଆ ସ୍କୁଲକୁ ଆସୁଥାନ୍ତି । ପଙ୍କପାଳ ସ୍କୁଲରେ୪ ତାଙ୍କର ସ ହକର୍ମୀ ଥିବା ପ୍ରସିଦ୍ଧ ପଙ୍କପାଳ ଚୌଧୁରୀ ବଂସଜ ବିତିବାବୁ ଆମର ଜନୈକ ଶିକ୍ଷକ ଥାନ୍ତି । ନୂଆ ହେଡ଼ମାଷ୍ଟର ଆମ ଭଳି ଦୁଷ୍ଟ, ଆମନୋଯୋଗୀ, କର୍ମକୁଣ୍ଡ ପିଲାମାନଙ୍କୁ କିପରି ବାଟକୁ ଆଣିବାକୁ ହିଏ, ସେ ବିଦ୍ଯା ଭଲ ଭାବରେ କେବଳ ଜାଣନ୍ତି ନାହିଁ , ଛାଟ ପ୍ରୟଗ କରି କିପରି ଶାସନ କରିପାରନ୍ତି ତାହର କେତେକ ପୁର୍ବଦୃଷ୍ଟାନ୍ତ ଦେଇ ସେ ଆମକୁ ପୁରାପୁରି ସଂତ୍ରସ୍ତ କରିଦେଇଥାନ୍ତି। ନୂଆ ହେଡ଼ମାଷ୍ଟର ଆସି ପ ହ୍ଞ୍ଚିଲେ । ଚାଳ ଛପର ଇଟାକାନ୍ଥର ଘରଟିଏ ଦୁଇଭାଗ ହୋଇ ପ୍ରଥମ ବଖରାରେ ଅଫିସ ଓ ଦ୍ବିତୀୟ ବଖରାଟି ଛାତ୍ରାବାସ ତ ଥା ୭ମ ଶ୍ରେଣୀର ଶ୍ରେଣୀକକ୍ଷ ରୂପେ ବ୍ଯବ ହୃତ ହେଉଥାଏ । ସେ ଅଫିସ ଘରେ ହିଁ ରହିଲେ । ଅଲମାରି ବାଡ଼ଦେଇ ଛୋଟ ବଖରାଟିଏ ବାହାର କରି ସେଥିରେ ଖଟ୍ଠିଏ ପକାଇ ସେ ଶୁଆବସା କଲେ । ସେଇଠି ଟେବୁଲ ଚେୟାର ପକାଇ ଅଫିସ କାମ କଲେ । ଦିନେ ଦୁଇଦିନ ମଧ୍ଯରେ ସେ ଶ୍ରେଣୀଗୃହ ଓ ତାଙ୍କ କାର୍ଯ୍ଯାଳୟଟିଏ ଯଥା ସମ୍ଭବ ବ୍ଯବସ୍ଥିତ କରିଦେଲେ ।ବିଷ୍ଣୁବାବୁ ଅତିଗେଡ଼ା କି ଡ଼େଙ୍ଗା ନୁହ ନ୍ତି । ଗୌରବର୍ଣ୍ଣ, ଗୋଲ ମୁହଁ, ଉଜ୍ଜ୍ବଳ ଦୀପ୍ତି ସଂପନ୍ନ ଚାହାଣୀ ସାଙ୍ଗକୁ ଇସ୍ବୀକରା ଧୋତି ଓ ସାର୍ଟ ତାଙ୍କୁ ଓ ତାଙ୍କର ବ୍ଯକ୍ତିତ୍ବକୁ ବିଶେଷତ୍ବରେ ମଣ୍ଡିତ କରିରଖିଥାଏ । ସେ ପାଇ କଛା ମାରି ଧୋତି କୁ ଏପରି ପିନ୍ଧିଥାଆନ୍ତି ଯେ ତାହା ବେଳେବେଳେ ଫୁଲ ଫ୍ଯାଣ୍ଟର ଭ୍ରମ ସୃଷ୍ଟି କରୁଥାଏ । ତାଙ୍କର ସଂଖ୍ଯାଧିକ ଧୋତି ଓ ସାର୍ଟ ସାଙ୍ଗକୁ ଗଞ୍ଜି ଓ ଅଣ୍ଡର ଓ୍ବୟାର ଗଛେଇହୋଇ ରହିଥାଏ । ସେ ପ୍ରତି ସପ୍ତାହରେ ସେଥିରୁ ଗୋଟିଏ ସେଟ ବାହାର କରି ପିନ୍ଧନ୍ତି ଓ ବ୍ଯବ ହୃତ ସେଟ୍ଟି ରାହାମା ହାଟଦିନ ତାଙ୍କ ନିର୍ଦ୍ଧଷ୍ଟ ଧୋବା ପାଖକୁ ପଠାଇଦିଆଯାଏ । ସେ ସକାଳୁ ଶ ଯ୍ଯାତ୍ଯାଗ କରିବା ପରେ ମୁହଁଧୋଇ ପ୍ରାଯ ତାଙ୍କର ଗାତ୍ରମାର୍ଜନ ଆମକୁ କସରତ ଭଳିଲାଗେ । ସେ ଲୁଙ୍ଗି ପିନ୍ଧନ୍ତି ଓକଠାଇ ମାଡ଼ନ୍ତି । ଚୁଡ଼ା , ଚିନି ଓ ଦ ହି ତାଙ୍କର ପ୍ରାୟ ସବୁଦିନିଆ ଜଳଖିଆ । ପାନ ଖିଆ ଅଭ୍ଯାସ ସତ୍ତ୍ବେ ତାଙ୍କ ଦନ୍ତପଂକ୍ତି ସଦାବେଳେ ଶୁଭ୍ରତାରେ ଜଲମଲ କରୁଥାଏ । ସେ ଅନ୍ଯାନ୍ଯ ଶିକ୍ଷକ ଓ ଆମେ ଛାତ୍ରାବାସର ଅନ୍ଯୁନ ୧୦/୧୫ ଜଣ ଅନ୍ତେବାସୀ ଏକତ୍ରବସି ମଧ୍ଯାହୁ ଓ ରାତ୍ରଭୋଜନ କରୁ । ବିଶ୍ବକବି ରବୀନ୍ଦ୍ରନାଥ ଯେଉଁଠି ତାଙ୍କର ସୁପ୍ରସିଦ୍ଧ 'ଚିତ୍ରାଙ୍ଗଦା' ଗୀତିନାଟ୍ଯ ରଚନା କରିଥିଲେ , ତିର୍ତ୍ତୋଇଥାନା ଅନ୍ତର୍ଗତ ସେହି ପଣ୍ଡୁଆ ସେତେବେଳେକୁ ତ ଥାପି ଥିଲା ଅଙ୍ଗ୍ରସର ଓ ନିଘଞ୍ଚ ମ୍ପବସଲ । ଛାତ୍ରାବାସର ଖାଦ୍ଯପେୟ ଆଜିର ମାନ ଦଣ୍ଡରେ ନିକୃଷ୍ଟତର ଥିଲା । ଅଧିକାଂଶ ଦିନ ପେଜମିଶା ଡ଼ାଲି ସାଙ୍ଗକୁ କ ଖାରୁ ସାରୁ ଘାଣ୍ଟ ଥିଲା ପ୍ରମୁଖ ବ୍ଯଂଜନ । ପାଣି ପଶା ଚୌଳର ଭାତ କ୍ରମଶଃ ଆମ୍ଭମାନଙ୍କର ଦେହ ସ ହା ହୋଇଯାଇଥିଲା । ତାଙ୍କ ତ ତ୍ତ୍ବାବଧାନରେ ସ୍କୁଲ ହାତରେ ଆମ ଦ୍ବାରା କନ୍ଦମୂଳ, ବିଲାତି ବାଇଗଣ ଏତ୍ଯାଦି ଚାଷ କରାଇ ବ୍ଯଂଜନ କଷ୍ଟ କିଛି ପରିମାଣରେ ସେ ଦୂର କରିଥିଲେ । ବିଷ୍ଣୁବାବୁଙ୍କର ଶିକ୍ଷାଦାନ ପ୍ରଣାଳୀ ସାଙ୍ଗକୁ ଶୃଖଂଳା ରକ୍ଷାରେ ନିଷ୍ଠା ଓ ତ ତ୍ପରତା କେବଳ ଛାତ୍ର ଓ ଶିକ୍ଷକମାନଙ୍କୁ ନୁହେଁ , ଅଭିଭାବକମାନଙ୍କୁ ପ୍ରଭାବିତ କରିବାକୁ ଆରମ୍ଭକଲା । ତାଙ୍କ ବ୍ଯକ୍ତିତ୍ବରେ ଗଭୀର ଆସ୍ଥା ପୋଷଣ କଲେ ସେମାନେ । ଅଧିକାଂଶ ଛାତ୍ରଙ୍କର ସମସ୍ତ ଦାୟିତ୍ବ ସେ ବୁଝିଲେ । ସ୍କୁଲ ଦରମା ମେସ ଖର୍ଚ୍ଚ ଏତ୍ଯାଦି ଅଭିଭାବକମାନେ ଆସି ତାଙ୍କୁ ବାଧ୍ଯ କରି ଦେଇଯା ଉଥିଲେ । ତାଙ୍କର ଇଂରାଜୀ ସିକ୍ଷାଦାନ ପ୍ରଣାଳୀ ମୋତେ ଇଂରାଜୀ ପ୍ରତି ଆଗ୍ରହୀ କରିବା ଯୋଗୁଁ ମୁଁ ସେଥିରେ ଭଲ ଫଳ ଦେଖାଇଲି । ଇଂରାଜୀ ଭାଷାଶିକ୍ଷାର ମୌଳିକ ବ୍ଯାକରଞତ ସାଧାରଣ ତ ତ୍ତ୍ବ ଓ ନିୟମଜକୁ ସେ ଅତି ପ୍ରାଞ୍ଜଳ ଭାବେ ବୁଝାଇ ଦେବାରୁ ଇଂରାଜୀ ପ୍ରତି ଭୟ କ୍ରମଶଃ ମୋଠାରୁ ଦୁରେ ଇ ଗଲା । ଫଳରେ ମୁଁ ସାଧାରଣ ମିଳିତ ଏମ ଇ ପରୀକ୍ଷାରେ ଇଂରାଜୀରେ ପ୍ରଥମ ହେଲି , ଆମ ସ୍କୁଲ ମଧ୍ଯ ଭଲ ପଳ ହାସଲ କରିଥିଲା ।ଇଂରାଜୀ ଓ ଅଙ୍କ ସେ ଆମକୁ ପଢ଼ା ଉଥିଲେ । ଛାତ୍ରମାନେ କିପରି ଅଧିକରୁ ଅଧକ ଲେଖିବେ , ସେଥିପ୍ରତି ତାଙ୍କର କଡ଼ାଞ୍ଜର ଥିଲା । ସପ୍ତମ ଶ୍ରେଣୀର ଛାତ୍ର ହୋଇଥିଲେ ହେଁ ପ୍ରତିଦିନ ସେ ଆମକୁ ହସ୍ତାକ୍ଷର ଲେଖା ଉଥିଲେ । ଅବୁବାଦ ଓ ପ୍ରବନ୍ଧ ନିୟମିତ ସଂଶୋଧନ କରୁଥିଲେ । ଅଶୁଦ୍ଧ ପ୍ରୟୋଗ, ବନାନ ଭୁଲ, ବାକ୍ଯଗଠଙ୍ଗତ ତ୍ରୁଟିକୁ ସେ ସୁନ୍ଦର ଅକ୍ଷରରେ , ଆମ ହାତରେ ଲେଖା ଉ ଥିଲେ । ସିକ୍ଷାଦାନ କାର୍ଯ୍ଯ ଅତ୍ଯନ୍ତ ନିୟମିତ ହୋଇଯାଇଥିବାରୁ କେହି ଛାତ୍ର ବା ଶିକ୍ଷକ ଫାଙ୍କିଫ ଦେବାର ପ୍ରଶ୍ନ ହିଁ ନଥିଲା । ଫାଙ୍କି ପାଇଁ ଛାତ୍ରମାନଙ୍କୁ ବେତ୍ରାଘାତ ଓ ସ ହକାରୀ ଶିକ୍ଷକାମାନଙ୍କୁ ବାଚନିକ ତାଡ଼ନା ଦେବାରେ ତାଙ୍କର ବେତେବେଳେ ବି ମନୋଭାବ କୋହଳ ଥିବାର ଆମେ ଜାଣୁନଥିଲୁ । ଫଳରେ ତାଙ୍କ ପୂର୍ବରୁ ସ୍କୁଲ ପରିସରରେ ଘୋଟି ଆସିଥିବା ମାନ୍ଦୀ ବାତାବରଣ ସେ ଆସିବର ମାସକ ମଧ୍ଯରେ କର୍ମମୁଖର ହୋଇଉଠିଲା । ତାଙ୍କର ଶିକ୍ଷାଦାନ ପ୍ରଣାଳୀ ଛାତ୍ରମାନଙ୍କୁ ବିଶେଷକରି ଆମକୁ ଏକାନ୍ତ ପ୍ରଭାବିତ କରି ରଖିଥିଲା । ସେ ଏକ କଳାତ୍ମକ ଢ଼ଙ୍ଗରେ ବାଁ ଡ଼ାହାଣଢ଼ଳି ଢ଼ଳି ଦ୍ରୁତ ପଦକ୍ଷେପରେ ଶ୍ରେଣୀରେ ପ୍ରବେଶ କରନ୍ତି । ତାଙ୍କର ପରିଚ୍ଛନ୍ନ ପରିଚ୍ଛଦ ସାଙ୍ଗକୁ ମାର୍ଜିତ ଉଚ୍ଚାରଣ ଓ କର୍ତ୍ତୃତ୍ବ ସୁଲଭ ଆଚରଣ ଆମକୁଅନ୍ଯମନସ୍କ ହେବାକୁ ଦିଏ ନାହିଁ । ସେ ସାଙ୍ଗରେ ଇଂରାଜୀ ପାଠ ବ ହିଚକ ଓ ଡ଼ଷ୍ଟର ଧରି ଆସିଥାନ୍ତି । କୌଣସି ନୂତନ ବିଷୟ ପଢ଼ାଥବା ପୁର୍ବରୁ ସେ ଗୋଲ ଗୋଲ ଅକ୍ଷରରେ କଳାପଟାରେ ଲେଖିଦିଅନ୍ତି। ସମୁଦାୟ ପ୍ରସଙ୍ଗଟିର ପାଠଦାନ ଏହିଭଳି ପ୍ରଥମ ପାଠରୁ ଆରମ୍ଭ ହୁଏ । ଦ୍ବିତୀୟ ପାଠରେ ହୁଏ ପ୍ରଶ୍ନୋତ୍ତର । ସେ ଉତ୍ତରଗୁଡ଼ିକୁ ମଧ୍ଯ ଯଥାସମ୍ଭବ କଳାପଟାରେ ଲେଖି ଆମକୁ ଘୋଷି ଆୟତ୍ତ କରିବାକୁ ଆଦେଶ ଦିଅନ୍ତି । ତୃତୀୟ ପାଠରେ ଲିଖଙ୍ଗତ ପ୍ରୟୋଗ ଛାତ୍ରମାନଙ୍କ ଦ୍ବାରା କିପରି ହେଉଛି ସେ ଶ୍ରେଣୀକକ୍ଷରେ ବୁଲି, ବୁଲି ନିଜେ ସବୁ ଛାତ୍ରଙ୍କ ପାଖକୁ ଯାଇ ଦେଖନ୍ତି। କେହି ଛାତ୍ର ଅମନୋଯଗୀ ହେଲେ , ନଲେଖିଲେ ତା'ର ଆଉ ପରିତ୍ରାଣ ରହେ ନାହିଁ । ସେ ନିଜେ ଯାଇ ଅଫିସରୁ ବେତ ଆଣି ପିଟି ଦେଇଯାନ୍ତି । ଶ୍ରେଣୀ କକ୍ଷରେ ଶିକ୍ଷାଦାନ ପାଇଁ ସମୟ ଅକୁଳାଣ ହେବାରୁ ସେ ସପ୍ତମ ଶ୍ରେଣୀରେ ସମସ୍ତ ଛତ୍ରଙ୍କୁ ଛାତ୍ରାବାସରେ ରହିବାକୁ ବାଧ୍ଯକରି ଛୁଟିଦିଙ୍କାନଙ୍କଜରେ , ରାତିରେ ନିଜେ ଓ ଅନ୍ଯାନ୍ଯ ଶିକ୍ଷକମାନଙ୍କୁ ଦ୍ବାରା ଶିକ୍ଷାଦାନ କାର୍ଯଚଳାଇରଖିଥିଲେ । ସେ ସମୟତକ ପଢ଼ିବା, ଲେଖିବା, ଘୋଷିବା ବ୍ଯତୀତ ଆମେ ଛାତ୍ରମାନେ ପରସ୍ପର କଥାବାର୍ତ୍ତା ହେବାକୁ ବେଳ ପୌନଥିଲୁ । ପ୍ରଧାନ ଶିକ୍ଷକଙ୍କର ଆମ ପାଇଁ ଅକ୍ଲାନ୍ତ ପରିଶ୍ରମ ଆମ ଅନ୍ତରକୁ ଭୀତିମିଶ୍ରିତ ସମ୍ମାନ ଓ କୃତଜ୍ଞତାରେ ଜଡ଼ାଇ ରଖିଥିଲା ।ପଣ୍ଡୁଆ ମାଇନର ସ୍କୁଲଟି ଜନସାଧାରଣ ଦାନର୪ ଗଢ଼ି ଉଠିଥିଲା । ପ୍ରାଥମିକ ବିଦ୍ଯାଅଳୟ ସ ହ ମଧ୍ଯ ଇଂରାଜୀ ବିଦ୍ଯାଳୟ ଏକ ପରିସରରେ ଚଳୁଥିଲା । ଛାତ୍ରୀବାସ ପାଇଁ ସ୍ବତନ୍ତ୍ର ଗୃହ ନଥିବାରୁ ଶ୍ରେଣୀ କକ୍ଷମାନଙ୍କରେ ଅନ୍ତେବାସୀଗଣ ଚଳାଚଳ ହେଉଥିଲେ । ଏମିତି ବାହାରୁ ଦେଖିଲେ ବି ଅନୁଷ୍ଠାନଟିର ଦାରିଦ୍ର୍ଯ ବାରିହୋଇଯା ଉଥିଲା । ବିଷ୍ଣୁବାବୁ ସ୍କୁଲଟିର । ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୯୦ ଦୀର୍ଘଶ୍ବାସ ତାଙ୍କ ଦେହପଞ୍ଜରାରୁ ନିର୍ଗତ ହେବା ପରେ ସେ ଧୀରେ ଧୀରେ ସ୍ପଷ୍ଟ, ମାର୍ଜିତ ଭଙ୍ଗିରେ ଯଥାଯଥ ବିରାମ ଦେଇ କ ହ ନ୍ତି " ଚତୁର୍ଦ୍ଦଗ ନୀରବ ନିସ୍ପନ୍ଦ ସାଇଁ ସାଇଁ ମାତ୍ର ଗରଳି ନିଶା " ଇତ୍ଯାଦି । ଦୂରରୁ ଭାସିଆସେ ଅବଲା କଣ୍ଠର ଉଚ୍ଚ୍ବାସଭରା କରୁଣ ବିଳାପ ମିଶ୍ରିତ ସଙ୍ଗୀତି ପ୍ରବେସ କରନ୍ତି ଚ୍ଚିନ୍ନବସ୍ରା , ଅଧୋମୁଖୀ, ଅଶ୍ରୃବିଗଳିତା ମାହାରାଣୀ ଶୈବ୍ଯା, କାନ୍ଧରେ ତାଙ୍କର ସର୍ପଦଂସନରେ ଅକାଳମୃତ୍ଯୁ ଲଭିଥିବା ସ୍ବାସ୍ଥ୍ଯପୁଷ୍ଟା କିଶୋର ପୁତ୍ରକୁ ଧରି । ରୁକ୍ଷ କଣ୍ଠରେ ଶୁଳ୍କ ଦାବି କରନ୍ତି ଶ୍ମଶାନରକ୍ଷକ ହରିଶ୍ଚନ୍ଦ୍ର । ନାରୀଜଣକ ଶୋକାବେଗରେ ରୁଦ୍ଧକଣ୍ଠ ହୋଇଉଠିବା ସଙ୍ଗେ ସଙ୍ଗେ ନିଜକୁ ନିଜ ଅବସ୍ଥାକୁ ଜନାଇବାକୁ ଯାଇ ସାମାନ୍ଯ ସୂଚନା ଦେବା ପରେ ପରେ ସମୁଦାୟ ପରିବେଶକୁ ଆଖି, ମୁହଁ ଓ ଅବୟବ ଚାଳନାଗତ ଅଭିନୟ ମାଧ୍ଯମରେ ଅଭିବ୍ଯକ୍ତ କରି ବିଷ୍ଣୁ ବାବୁ ଦର୍ଶକମାନଙ୍କୁ ଅଭିଭୂତ କରି ରଖିଥିଲା ବେଳେ ଏକ ଶୋକମୂର୍ଚ୍ଚିତ " ରୋହିତରେ ଉଚ୍ଚାରଣ କରି ଯେତେବେଳେ ଗଛ କାଟିଲାପରି ମୃତପୁତ୍ରର ଶବ ପିଣ୍ଡ ଉପରେ ଲିଟପଡ଼ନ୍ତି, ସମୁଦାୟ ଦର୍ଶକଣ୍ଡଳୀଙ୍କ ଆଖିରୁ ଧାର ଧାର ଅଶ୍ରୁ ବ ହିପଡ଼େ । ପତି -ପତ୍ନୀ ଚିହ୍ଣାଜଣା ହୋଇ ମୃତ ପୁତ୍ରର ନିତାଗ୍ନିରେ ଆତ୍ମଝାସ ଦେବାକୁ ପ୍ରସ୍ତୁତ ହେବା ଦୃଶ୍ଯରେ ଦର୍ଶକଙ୍କର ଧୌର୍ଯ୍ଯବନ୍ଧ ଭାଙ୍ଗିପଡ଼େ । ଶୁଭୁଥାଏ ଦର୍ଶକ ଦର୍ଶିକାଙ୍କର ସୁଁ ସୁଁ କାନ୍ଦଣା । ପ୍ରେକ୍ଷାଳୟରୁ ପରବର୍ତ୍ତୀ ଦୃଶ୍ଯରେ ଆସନ୍ତି ରାଜାପରିଚ୍ଚଦମଣ୍ଡିତ ହରିଶ୍ଚନ୍ଦ୍ର । ମୁଁ ଦେଖିଛି, ଚଣ୍ଡାଳ ବେଶ ଛାଡ଼ି ରାଜବେଶ ଧାରଣ କରିବାରେ ବିଷ୍ଣୁ ବାବୁଙ୍କର ହସ୍ତକୌଶଳଗତ କ୍ଷିପ୍ରତା । ସେ ୫ ମିନିଟ ବ୍ଯବଧାନରେ ପୂର୍ବଦୃଶ୍ଯର ପ୍ରଭାବ କଟୁ ନ କଟୁଣୁ ପ୍ରସ୍ତୁତ ହୋଇଯାଆନ୍ତି ପତ୍ନୀ ଓ ପୁତ୍ର ସ ହ ଅଯୋଧ୍ଯା ସିଂହସନରେ ଉପବି$1୍ଟ ରାଜା ହରିଶ୍ଚନ୍ଦ୍ରର ଭୂମିକା ଲାଗି । ତାଙ୍କର ସେ ଅଭିନୟ ପାରଦର୍ଶିତା ଶହ ଶହ ନାଟକ ଓ ଚଳଚ୍ଚିତ୍ର ଦେଖିବାପରେ ବିମୋର ସ୍ମୃତିପଟରେ ଅମ୍ଳାନ ରହିଛି ।କେବଳ 'ହରିଶ୍ଚନ୍ଦ୍ର' ନୁହେଁ ତ ତପରବର୍ଷ ଯଥାକ୍ରମେ ' ଜୟଦେବ' ଓ 'ମୂଲିଆ' ନାଟକି ଦୁଇଟି ସେ ମଞ୍ଚସ୍ଥ କରାଇଥିଲେ ପ୍ରସ୍ତାବିତ ପଣ୍ଡୁଆ ହାଇସ୍କୁ ଲାଗି ସମ୍ବଳ ସଂଗ୍ରହ ଉଦ୍ଦେଶ୍ଯରେ । 'ଜୟଦେବ' ଭୂମିକାରେ ବିଷ୍ଣୁବାବୁଙ୍କ ଅଭିନୟ କୁଶଳତା, ଗୀତ ଗାୟନ ପଟୁତା ସମଗ୍ର ନାଟକଟିକୁ ଆଚ୍ଚନ୍ନ କରି ରଖିଥିଲା ।ଆମ୍ଭାମାନେ ଏକାନ୍ତ ଗୌଣ ଓ ନିଷ୍ପ୍ରଭ ହୋଇପଡ଼ିଥିଲୁ । ଉଲ୍ଲେଖନୀୟ ଅନୁଭୂତିଟିଏ । 'ସ୍ମରଗଭନ ଖଣ୍ଡନଂ। ମମଶିରସି ମଣ୍ଡନଂ ' ଲେଖିବା ପରେ 'କେହି ପଦପଲ୍ଲବ ମୁଦାର' ଲେଖିବାକୁ ହାତ ନଟଳିବାରୁ ପୋଥିଟି ପତ୍ନୀ ପଦ୍ମାଙ୍କଟ ରଖିବାକୁ ଦେଇ ଜୟଦେବ ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୯୨ ସେ ଆମକୁ ପ୍ରତି ଶନିବାର ସକାଳୁ ଶିକ୍ଷା ଦେଉଥିଲେ । ଚତୁ୍ର୍ଥରୁ ସପ୍ତମ ଓ ପରେ ଅଷ୍ଟମ ଶ୍ରେଣୀର ପିଲାମାନେ ସମସ୍ତେଏଥିରେ ଭାଗ ନେଉଥିଲେ । ତାଙ୍କର 'ଲେଫୁଟ-ରାଇଟ ' ଓ 'ଷ୍ଟାଣ୍ଡ-ଆଟ-ଇଜ କୁହାଟ ଥିଲା ଯେପରି ଗମ୍ଭୀର ସେପରି ଆଦେଶାତ୍ମକ । ସେ ଶୃଖଂଳ ଓ ନୟମିତ ତାର ଉପାସକ ଥିଲେ । ଶୃଖଂଳାଭଙ୍ଗ ଲାଗି ଶାସ୍ତି ଦେଉଥିଲେ । ପ୍ରତ୍ଯେକ ଛାତ୍ର ର ଗତିଭଙ୍ଗ ପ୍ରତି ତାଙ୍କର ତୀକ୍ଷ୍ଣ ଦୃଷ୍ଟି ରହୁଥିଲା । ପାଠ ହେଉ ବା ଆଚାର ବ୍ଯବ ହାର ହେଉ କେଉଁଥିରେ ଆମେ କେହି ତାଙ୍କୁ ଫାଙ୍କି ଦେବାର ପ୍ରଶ୍ଣ ହିଁ ନଥିଲା । ସେ ନିଜେ ଯେପରି କ୍ରମତ ତ୍ପର ଥିଲେ ଅନ୍ଯମାନଙ୍କଠାରୁ ସେହିପରି କର୍ମ ପ୍ରଣତା ଆଶା କରୁଥିଲେ ।ଯାହା ଜଣାଯାଇଥିଲା, ତାଙ୍କର ବ୍ଯକ୍ତିଗତ ଦାମ୍ପତ୍ଯ ଜୀବନ ସେପରି ସୁଖକର ନଥିଲା । ସେ ଅଧିକାଂଶ ଛୁଟିରେ ଘରକୁ ନ ଯାଇ ସ୍କୁଲରେ ରହିଯା ଉ ଥିଲେ । ଦୈନିକ ଖବର କାଗଜ ସାଙ୍ଗକୁ 'ମୋଦେଶ', ଝଙ୍କିର' ଡ଼ଗର' ଆଦି ପତ୍ରକା ପ୍ରତିମାସରେ ସେ ଅଣା ଉଥିଲେ । ସେ ପତ୍ରପତ୍ରିକାରେ ଲେଖାଲେଖି କରୁଥିବା ବିଷୟ ଆମକୁ ଜଣାନଥିଲା । କଲିଯୋଗିତା କରାଯାଇଥିଲା। ବିଷୟ ଥିଲା ' ମଣିଷ ମଣିଷକୁ ଭଲ ପାଏ କାହିକିଁ ? କେତେ ଜଣ ସାର ଜଣେ ଜଣେ ପିଲାଙ୍କ ପାଇଁ ଉପଦେଷ୍ଟା ଥିଲେ । ମୋର ସୌଭାଗ୍ଯକୁ ବିଷ୍ଣୁ ବାବୁ ଥିଲେ ମୋର ଉପଦେଷ୍ଟା । ମୋ ଲେଖା ଉପରେ ସେ କଲମ ଚଳା ଉଥିଲେ। ପ୍ରବନ୍ଧ ଗୁଡ଼ିକ କଲିକତା ପଠାଯାଇଥିଲେ ଓ ସେଥିରୁ ପଣ୍ଡୁଆ ସ୍କୁଲର ପିଲାଙ୍କ ମଧ୍ଯରୁ ମୋ ପ୍ରବନ୍ଧଟି ପୁରସ୍କୃତ ହୋଇଥିଲେ । ସେଥିପାଇଁ ମୋ ନାଁ 'ସମାଜ 'ରେ ବାହାରିଥିଲା । ବିଷ୍ଣୁ ବାବୁ ସମୟ ଅସମୟରେ ବରାବର ଗୁଣୁଗୁଣୁ ହୋଇ ଗୀତ ଗାଊଥିଲେ । 'କୋଇଲି କଳା ବୋଲି ବସନ୍ତ ଯାଏ ଚାଲି । ଫଗୁଣ -ବାତାୟନେ ସ୍ମୃତିଟି ରହେ ଖାଲି ଏଇ ଗୀତକୁ ସେ ଭାରି ଦରଦ ଭରା ଗଳାରେ ଅଧିକାଂଶ ସମ୍ୟରେ ଧିର ସ୍ବରରେ ଗାଇ ଭାବପ୍ରବଣ ହୋଇପଡ଼ୁଥିବାର ମୁଁ ପ୍ରତ୍ଯକ୍ଷ କରିଛି । କଥାକରହିବାରେ , କାହାଣୀ ଶୁନାଇବାରେମ, ଅନୁଭୂତି ବଖାଣିବାରେ ତାଙ୍କର ଥିଲା ନିଜସ୍ବ ବୈଶିଷ୍ଟ୍ଯ । ରାହାମାରେ ଅନ୍ନପୂର୍ଣ୍ଣ 'ଏ' ଗ୍ରୁପ କ୍ଯାମ୍ପ ପକାଇ ନାଟକ ପରିବେଷଣ କରୁଥିବା ଖବର ମିଳିବାରୁ ବିଷ୍ଣୁବାବୁ କେତେକ ସିକ୍ଷକ ଓ ଛାତ୍ରାବାସର ଅନ୍ତେବାସିମାନଙ୍କୁ ନେଇ ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୯୪ ୧୯୫୧ ର ଶିକ୍ଷାବର୍ଷ ଆରମ୍ଭରୁ ମୁଁ ପଣ୍ଡୁଆ ପ୍ରସ୍ତାବିତ ଉଚ୍ଚ ଇଂରାଜୀ ବିଦ୍ଯାଳୟ ଛାଡ଼ି ମଣିଚରଣ ଶାରଳା ଏକାଡ଼େମା, ତିର୍ଭୋଲରେ ପରୀକ୍ଷା ଦେଇ ଯୋଗ୍ଯ ବିଚେଚିତ ହେବାରୁ ନବମ ଶ୍ରେଣୀରେ ବିନା ସ୍ଥାନାନ୍ତର ଅନୁମତିପତ୍ରରେ ନାମ ଲେଖାଇ ପଣ୍ଡୁଆଠାରୁ ପୂରାପୁରି ଦୂରେଇଗଲି । ଶୁଣିଲି, ବିଷ୍ଣୁବାବୁ ବି ସଠାରୁ ବିଦାୟନେଇ ଅନ୍ଯତ୍ର ଚାଲିଗଲେ । ସେହି ମାଇନର ସ୍କୁଲଟିକୁ ହାଇସ୍କୁଲରେ ପରିଣତ କରିବା ପାଇଁ ସେ ଗାଁ ଗାଁ ବୁଲି ସାହାଯ୍ଯଭିକ୍ଷା କରି ଲାଗିଥିଲେ ବିଦାୟନେବା ପୂର୍ବ ପର୍ଯନ୍ତ । ୧୯୬୫ ବା ୬୬ ମସିହା ବେଳକୁ ମୁଁ ରେଭେନ୍ସା ସାଂଧ୍ଯ କଲେଜରେ ଅଧ୍ଯାପନା କରୁଥାଏ । ବିଷ୍ଣୁବାବୁ ଶିକ୍ଷା ସଂପ୍ରସାରଣ ଅଫିସର ଭାବରେ ତିର୍ଭୋଲ ବ୍ଲକ ଅଧୀନରେ ବୃତ୍ତିନିର୍ବାହ କରୁଥିବାରୁ । ମଣିକଙ୍ଗ ରାସ୍ତାପାଖକୁ ଥିବା ଏକ ଭଡ଼ାଘରେ ରହୁଥାନ୍ତି । ବଡ଼ଦିଞ୍ଛୁଟି ବେଳ । ମିଁ ସେଆଡ଼େ ଓହ୍ଲାଇଲି । ମୋତେ ଦେଖି ସେ ବେବଳ ଚିହ୍ନିପରିଲେ ନୁହେଁ , ମୋର ଦୁଷ୍ଟାମିର ନିର୍ଦ୍ଦିଷ୍ଟ ଦୃଷ୍ଟାନ୍ତର ସ୍ମତିଚାରନ କରିବସିଲେ । ରେଡ଼ିଓଟିଏ ପାଖରେ ବାଜୁଥାଏ । ବିଷ୍ଣୁ ବାବୁ ବସି ଫାଇଲ କାମ କରୁଥାନ୍ତି । ସେ ଦିନର ଛାତ୍ରମାନଙ୍କର ଆଜ୍ଞାଧୀନତାକୁ ଝୁରି ହେଲେ ସେ । ମୁଁ ପାଏ ଖାଏ ବୋଲି ସେ ଜାଣିଥିଲେ ବୋଲି ସେହି କଥା କ ହି ମୋତେ ପ[ଅନ୍ୟାଚିଲେ । ମୁଁ ଯୋଡ଼ହସ୍ତରେ ଅତ୍ଯନ୍ତ ନମ୍ର ଭାବରେ ନାହିଁ କରିବାରୁ ତାଙ୍କ ପୁଅକୁ ଶୁଣାଇ ଶୁଣାଇ ମୋର ପୂର୍ବ ପରଚିତ ସେହି ଅନନୁକରଣୀୟ କର୍ତ୍ତୁତ୍ବଭରା ସ୍ବର ଓ ଭାଷାରେ କ ହିଲେ , " ଦେଖୁଛ, ଏ କେବେ ଦେନେନେ ମୋର ଛାତ୍ର ଥିଲେ , ଆଜି କେଡ଼େ ବଡ଼ ହେଲେଣି । ଆଗରେ ପାନ ଖଣ୍ଡେ ଖାଇପାରୁ ନାହାନ୍ତି । " ମୁଁ ସେଦିନ ତାଙ୍କଠାରୁ ନେଇ ଆସିବା ପରେ ଆଉଥରେ ଫୁଲପ୍ଯାଣ୍ଟ ଓ ହାଓ୍ବନି ସାର୍ଟ ପରିହିତ ବିଷ୍ଣୁବାବୁଙ୍କୁ ଭେଟିଥିଲି ଆମ ଗାଁରେ ପଞ୍ଚାୟତ ଭୋଟ ଦିନ । ମୁଁ ବିନମ୍ର ପ୍ରଣତି ଜଣାଇ ଆମ ଘରକୁ ଯେତେ ଅନୁନ୍ୟ କରି ତାଙ୍କୁ ଡ଼ାକିଲେ ମଧ୍ଯ ସେ କାର୍ଯ୍ଯଭାର ଓ ଦାଯିତ୍ବସଂପନ୍ନତାର କାରନ ଦର୍ଶାଇ ମୋ ଅନୁରୋଧକୁ ପ୍ରତ୍ଯାଖ୍ଯାନନ କରିଥିଲେ । ଆହା , ମୁଁ ସେତେବେଳେ ଯଦି ଜାଣିପରି ଥାଆନ୍ତି, ସେଇଟି ତାଙ୍କ ସ ହ ମୋର ଶେଷ ସାକ୍ଷାତ, ମୁଁ ତାଙ୍କୁ ଏମିତି ଛାଡ଼ି ଦେଇନଥାନ୍ତି । ପରେ ଶୁଣିଲି, ପରିଣତ ବୟସରେ ତାଙ୍କର ଏକମାତ୍ର ପୁ୍ତ୍ରଟି ତାଙ୍କୁ ଛାଡ଼ିଦେଇ କୁଆଡ଼େ ନିରୁଦ୍ଦିଷ୍ଟ ହୋଇଗଲା ପରେ ବିଷ୍ଣୁ ବାବୁ ମାନସିକ ଭାରସାମ୍ଯ ହରାଇ ଭାଙ୍ଗିପଡ଼ିବାରୁ ପେଟମରା ଭୋଗରେ ପଡ଼ି ପଡ଼ି ଗାଆଁରେ ୧୯୭୬ ମସିହାରେ ଶେଷ ନିଶ୍ବାସ ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୯୬ ଚିତ୍ର

              ସୌମ୍ଯକାନ୍ତ ସମ୍ବେଦନଶୀଳ ଶିକ୍ଷକ ନିମାଇଁବଲ୍ଲଭ ରାୟ 
                                                    ଶ୍ରୀ ବୀରକିଶୋର ପାଢ଼ୀ 

ମୋ ପାଇଁ ପରମ ସୌଭାଗ୍ଯର ସମୟ ଥିଲା ସେଇ ଦିନ ଗୁଡ଼ିକ । ସେଦିନ ସିନା ସେକଥା ଅନୁଭବ କରିପାରୁନଥିଲି, ଆଜି କିନ୍ତୁ ମର୍ମେ ମର୍ମେ ବୁଝୁଛି, ସେଇ ପ୍ରାଚୀନ ପୂଣ୍ଯଭୂମିରେ ମୁଁ ଯେ ଗୋଟିଏ ପବିତ୍ର ବାଣୀ-ମଣ୍ଡପରେ ସ୍ଥାନ ପାଇଥିଲି,ତାହା ମୋର ଜନ୍ମଜନ୍ମର ବ ହୁ ବାଞ୍ଚିତ ପରିଣତି ଥିଲା ନିଶ୍ଛିତ ଭାବରେ । ପୂଣ୍ଯତୋୟା ବୈତରଣୀ କୁଳରେ ପୁରାଣ ପ୍ରସିଦ୍ଧ ଯାଜପୁର । ପରାଣ ଠାରୁ ପୁରାତନ, ବେଦ, ଉପନିଷଦଠାରୁ ପ୍ରାଚୀନ ଏହି ଯାଜପୁର ବା ଯଜ୍ଞପୁରର ଇତାସ। କେଉଁ ସୁଦୂରାତୀତରେ ମ ର୍ଷି ଦୀର୍ଘତମାଙ୍କ ପ୍ରାର୍ଥନାରେ ପ୍ରୀତ ହୋଇ ପରମ ପୁରୁଷ ବ୍ରହ୍ମା ଏଠାରେ ଆରମ୍ଭ କଲେ ମହାଯଜ୍ଞ । ସେହି ଯଜ୍ଞ କୁଣ୍ଡରୁ ଆବିର୍ଭୁତା ହେଲେ ସିଂହବାହିନୀ, ମହିଷମର୍ଦୀନୀ ମାଆ ବିରଜା । ତାଙ୍କରି କରୁଣାର ଆଶ୍ର୍ୟରେ ଗଢ଼ିଉଠିଲା ବରିଜାମଣ୍ଡଳ ଉତ୍ତର ଓଡ଼ିଶାର ଏକ ବିସ୍ତୃତ ଅଞ୍ଚଳକୁ ନେଲା ଯାଜପୁର । ହେଲା ତାହାର ପ୍ରାଣ କେନ୍ଦ୍ର । ନିଜକୁ ସର୍ବତୋଭାବରେ ସମାଜ ପାଇଁ ସମ ପି ଦେବା ହିଁ ଥିଲା ଯଜ୍ଞପୁର ବା ଯାଜପୁର ବା ବିରଳା ମଣ୍ଡକର ବାର୍ତ୍ତା। ସେଇଥିପାଇଁତ ବ ହୁଳ ବାରି ବିତରନ କରିବାର ଧର୍ମନେଇ ନ୍ଦୀ ମାତୃକା ଗ୍ରହ ଣ କଲା ବୈତରଣୀ ନାମ ଦୀର୍ଘତମାନଙ୍କ ଉନ୍ନତ ଚିନ୍ତାଧାରାରୁ। ଖାଲି ଜୀବନରେ ନୁହେଁ , ମୃତ୍ଯୁପରେ ମଧ୍ଯ ଅମର ପଥର ଯାତ୍ରା ପାଇଁ ବୈତରଣୀ କ୍ଷେତ୍ର ଉଦାର ଭାବରେ ପ୍ରସାରିତ କରିଦେଲା ତା'ର ବିପୁଳ ବକ୍ଷସ୍ଥଳୀ । ସେଇ ବିରଳ କ୍ଷେତ୍ରରେ ବିଖ୍ଯାତ ବାଣୀମଣ୍ଡପ ଆମ ଯାଜପୁର ହାଇସ୍କୁଲ । ଉକ୍ର୍ଲର ପ୍ରାଚୀନ ରାଜଧାନୀ , ଭୌମକର, କେଶରୀ ବଂଶର କୀର୍ତ୍ତିକଳା ସମୁଜ୍ଜ୍ବଳ ଯାଜପୁର ନ ଗରୀ ଯେ ଆମ ଆଦ୍ଯଜୀବନର ଲୀଳଖେଳାର କ୍ଷେତ୍ର ହୋଇପାରିଥିଲା , ତାହା ଆମ ପକ୍ଷରେ କମ ଗୌରବର କଥା ନୁହେଁ । ପୁଣି ଯାଜପୁର ଉପକଣ୍ଠ ଗୋହିରୀଟିକିରି ଭୁମି, ଯିଏ ସେଦିନ ଉଜ୍ଜଳ ଗଜପତି ସାମ୍ରାଜ୍ଯର ସ୍ବାଧୀନତାର ଅସ୍ତରବି ଦେଖି ମୁହ୍ଯମାଣ ହୋଇପଡ଼ିଥିଲା । ସେଇ ଭୁମି ଉପରେ ଆମେ ସବୁ ତରୁଣ ତରୁଣୀ ସ୍ବପ୍ନ ଦେଖୁଥିଲୁ ଆଉ ମନ୍ତ୍ର ଶୁଣୁଥିଲୁ ଭାରତ । ଆମ ପରି ଆଗାମୀ କାଲିର ନାଗରିକମାନଙ୍କୁ ଉଦବୋଧିତ, ଉଦବେଳିତ ଆଉ ଅଭିମନ୍ତ୍ରିତ କରି ରଖୁଥିଲା ସେଇ ମୁକ୍ତିମନ୍ତ୍ରର ମନ୍ଦ୍ରମଧୁର ଉଚ୍ଚାରଣ ।ଦ୍ବିତୀୟ ମହାଯୁଦ୍ଧର ଶେଷ ପ୍ରହର । ହିରୋସୀମା , ନାଗାସାକି ନ ଗର ରେ ଲୋମହର୍ଷଣକାରୀ ପରମାଣୁ ବୋମାମାଡ଼ର ବିଭୀଷିକା । ଆମ ପରି ଅଷ୍ଟମ ଶ୍ରେଣୀର ଛାତ୍ରମଣ୍ଡଳୀକୁ ସର୍ହପ୍ରଥମେ ଏଇ ବାର୍ତ୍ତା ଯିଏ ଶୁଣାଇଥିଲେ ଆଉ ଭଝାଇଥିଲେ ସେ ହେଉଛନ୍ତିଆମର ଅତି ଆପଣାର ଗୁରୁଜୀ ପୂଜ୍ଯ ନିମାଇଁ ବଲ୍ଲଭ ରାୟ ମହୋଦୟ ଅନୁଷ୍ଠାନର ସର୍ବକନିଷ୍ଠ ଆମ ଶ୍ରେଣୀର ଶିକ୍ଷକ ଭାବରେ ତାଙ୍କୁ ସେ ସମୟରେ ପାଇବା ଆମ ପାଇଁ ଥିଲା ଜଗନ୍ନନନୀ ବିରଜା ଦେବୀଙ୍କର ଅଦୃଶ୍ଯ ଆଶୀର୍ବାଦର ଫଳ । ବିରଜା ମନ୍ଦିର ଅତି ନିକଟବର୍ତ୍ତୀ କୁଆଁସରପୁର ଗ୍ରାମରୁ ସେ ସଦ୍ଯ ଅଭିପ୍ରେତ ହୋଇଥିଲେ ଯାଜପୁର ହାଇସ୍କୁଲର ଶିକ୍ଷକତାସେବାଯଜ୍ଞରେ ଆପଣାକୁ ଅଜାଡ଼ି ଦେବାକୁ । ତାଙ୍କୁ ପ୍ରଧାନଶିକ୍ଷକ ପରମ ପୂଜ୍ଯ ଅଚ୍ଯୁତାନନ୍ଦ ମିଶ୍ର ଏବଂ ସ ହକାରୀ ପ୍ରଧାନଶିକ୍ଷକ ମାନନୀୟ ନାରାୟଣ ଚନ୍ଦ୍ର ଘୋଷ ଓ ଅନ୍ଯ ବୟୋଜ୍ଯେଷ୍ଠ ସିକ୍ଷକମଣ୍ଡଳୀ ସେମାନଙ୍କର ପ୍ରିୟତମ ଛାତ୍ରଟିକୁ ପାଖକୁ ଆଣୀଥିଲେ ତାଙ୍କଠାରେ ଅସୀମ ସମ୍ଭାବନାର ସୂଚନା ପାଇ । ବାସ୍ତବରେ ତାଙ୍କପରି ଗୁରୁଜୀଙ୍କୁ ପାଖରେ ପାଇ ଆମେ ସ୍ୱବୁ ନିଜର ଜଣେ ଅତି ଅନ୍ତରଙ୍ଗ ଆମ୍ତୀୟ, ପରମ ହିତେଷୀ ବନ୍ଧୁଙ୍କୁ ଯେପରିକି ପାଇପାରିଲୁ କିଶୋର ଜୀବନର ଅବ୍ଯବସ୍ଥିତ ପଦପାତର ବନ୍ଧୁର ଜୀବଙ୍ଗୁଳା ଉପରେ । ପ୍ରତିଦିନର ପ୍ରାର୍ଥନା ପରେ ପରେ ଆମ ପାଖରେ ସର୍ବପ୍ରଥମେ ପ ହ୍ଞ୍ଚି ଆମକୁ ଅତି ଆଦରରେ ଆପଣେଇ ନେଇଥିଲେ ସେଇ ଛାତ୍ରବସ୍ର୍ରଳ ଉଦାର ଗୁରୁଜୀ ମହୋଦୟ । ଶ୍ରେଣୀ କୋଠରୀଠାରୁ ଶ୍ରେଣୀ ବାହାରର ସମସ୍ତ କାର୍ଯକ୍ରମ ପର୍ଯ୍ଯନ୍ତ ଛାଇପରି ସେ ରହୁଥିଲେ ଆମ ପାଖେ ପାଖେ ଆଉ ଦେଇ ଚାଲୁଥିଲେ ନୂତନ ଦିଗଦର୍ଶନ । ମାଟି ପିଣ୍ଡୁଳା ଭଳି କଞ୍ଚା ମଣିଷଛୁଆକୁ ମଣିଷକରି ଗଡ଼ିତୋଳିବା ଥିଲା ସେ କାଳର ଶିକ୍ଷାୟତନର ଅସଲ ଉଦ୍ଦେଶ୍ଯ । ଆପଣା ବେତନ , ଭତ୍ତା, ସବିଧାସୁଯୋଗ ପ୍ରତି ତିଳେ ମାତ୍ର ଞ୍ଜର ନ ରଖି ସଦାସର୍ବଦା ଦିବାନିଷି ମଣିଷ ଗଢ଼ିବାର ସ୍ବପ୍ନରେ ବିଭାର ରହିବା ଆଉ ଅନୁଷ୍ଠାକୁ ଉନ୍ନ ତ କରିବା ଥିଲା ସେସବୁ ଗୁରୁଜୀଙ୍କର ସାଧନମକ ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୦୦ ସବୁ ପାଖେ ପାଖେ ରଖି ନିମାଇଁ ସାର ଯେଉଁ ଗୁରୁଦାୟିତ୍ବ ସୁରୁଖୁରୁରେ ସଂପାଦନ କରିପାରିଥିଲେ ତାହା ସ୍ମରଣ କଲେ ଆଜି ଏତେ ବର୍ଷ ପରେ ସାରଙ୍କର ସେସବୁ ସାଙ୍ଗଠନିକ କାର୍ଯ୍ଯ କୁଶଳତା ପାଖରେ ଆମ୍ଭମାନଙ୍କର କ୍ଷୁଦ୍ର ମସ୍ତକଥାଯେ ଆପେ ନିଇପଡ଼େ । ନିମାଇଁ ସାରଙ୍କ ଶିକ୍ଷା, ଦୀକ୍ଷା ଓ ପରୀକ୍ଷା ପ୍ର ୟୋଗଶାଲାରୁ ଉତ୍ତୀର୍ଣ୍ଣ ହୋଇ ଆମେ ମଧ୍ଯ ପ୍ରୟୋଗ କରି ଚାଲିଲୁ ସ୍ବାଧୀନତା ଦେଶରେ ଶିକ୍ଷାସଂସ୍କାରର କାର୍ଯ୍ଯଧାରା । ଆମେ ମଧ୍ଯ ଅପସରି ଆସିଲୁ ସେସବୁ ଆନୁଷ୍ଠାନିକ କାର୍ଯକ୍ରମର ପରିସର ମଧ୍ଯରୁ ମଧ୍ଯରୁ ସମୟର ନିର୍ଦ୍ଦେଷ ପାଇ । ବୟସ ଶିବିର ଶେଷ ଫଳି ଆଡ଼କୁ ପାଦ ଉଠାଇଥିବା ବେଲେ ଏବେ ବି ଅନୁଭବରେ ଆସୁଚି ଯେ , ଗୋଟିଏ ସଂସ୍କୃତି ସମ୍ପନ୍ନ ପ୍ରାଚୀନ ଦେଶର ଅଭେଳିତ ଅସମ ସମାଜର ସମ୍ଯକ ବିକାଶ ପାଇଁ ଆମ୍ଭମାନଙ୍କର କାର୍ୟକ୍ରମ ଆହୁରି ଅନେକ ବାକି ରହିଯାଇଛି । ଏହି ପରିପ୍ରେକ୍ଷୀରେ ବିଚାର କଲେ ଆମ୍ଭମାନଙ୍କର ସାମହିକ କର୍ତ୍ତବ୍ଯରୁ ଅବସର ନେବାର ପ୍ରଶ୍ନ ହିଁ ଉଠୁନାହିଁ । ସେଥିପାଇଁ ନିମାଇଁ ଗୁରୁଜୀ ଆଜି ବି ବାରମ୍ବାର ଆମ ଆଗକୁ ଆସୁଛନ୍ତି । କାରଣ ସେଭଳି ବ୍ଯକ୍ତିତ୍ବଠାରେ ଆଜିର ତ ଥାକଥିତ ବସ୍ତୁବାଦୀ, ଭୋଗବାଦୀ ବ୍ଯବସାୟିକ ଶିକ୍ଷକତାର ସାମାନ୍ଯତମ ସଙ୍କେତ ନଥିଲା । ସେ ଥିଲେ ଆମ ପୁଟନ୍ତ କୈଶୋରଗ ଅଫୁରନ୍ତପ୍ରେରଣା । ନିମାଇଁ ଅଧିକ ସାମସେବାରେ ନିଜକୁ ସମର୍ପିଦେବାକୁ । ଓଠଧାରରେ ତାଙ୍କର ବ ହୁ ପରିଚିତ ମୃତ୍ଯୁ ମୃତ୍ଯୁ ହାସ୍ଯରେଖା ମୋ ସ୍ମୃତିରେ ସତେଜ ହୋଇ ଉଠିଲା ବେଲେ ମୋ ଭଳି ଅଗଣିତ ଛାତ୍ରଙ୍କର ଜୀବନ ଚର୍ଯ୍ଯାର ଦିଗନ୍ତରେ ସେହି ସେ ସ୍କୁଲ ଓ ଗୁରୁଜୀ ବତୀଘର ସଦୃଶ ଉଭା ହୋଇଥାଅନ୍ତି । ଚିତ୍ର

                                                                    ଶିଳ୍ପ ପ୍ରାଣ ଶିକ୍ଷକ କୃଷ୍ଣଚନ୍ଦ୍ର ତ୍ରିପାଠି 
                                                                              ଡ଼କ୍ଟର ରବୀନ୍ଦ୍ର କୁମାର ପ୍ରହରାଜ 

ବିଦ୍ଯାର୍ଥୀଟିଏ ତା'ର ସିକ୍ଷାଗ୍ରହଣ କାଳରେ ଯେତେ ଯେତେ ଶିକ୍ଷକଙ୍କୁ ଭେଟୁ ନା କାହିକି ପ୍ରାଥମିକ ବିଦ୍ଯାଳୟର ଶିକ୍ଷକଙ୍କୁ ସବୁଠାରୁ ଅଧିକ ମନେ ରଖିଥାଏ । ସେହିପରି ସେ ମନେ ରଖିଥାଏ ନିଜର ବାଲ୍ଯକାଳୀନ ବିଶେଷ ଅନୁଭୂତିମାନଙ୍କୁ । ମୋର ଏକାନ୍ତ ସୈଭାଗ୍ଯ, ମୁଁ ପାଇଥିଲି ପ୍ରାଥମିକ ବିଦ୍ଯାଳୟର ପ୍ରଧାନ ସିକ୍ଷକ ଭାବେ ଏଭଳି ଜଣେ ବ୍ଯକ୍ତିଙ୍କୁ ଯେ ସାଧାରଣ ଅର୍ଥରେ ଶିକ୍ଷକ ମାତ୍ର ନଥିଲେ , ଥିଲେ ଯଥାର୍ଥ ଶିକ୍ଷାବ୍ରତୀ । ମୁଁ ବୃତ୍ତି ନିର୍ବାହ କରିଥିବା ସମୟରେ ଷି ସ୍ଥାନ ନିକଟବର୍ତ୍ତୀ ଅନେକ ଅଞ୍ଚଳକୁ ଭାଷଣ ଦେବାକୁ ଆମନ୍ରିତ ହୋଇଯାଇଛି । ଏଇ ଅବସରରେ ବେତେ ପ୍ରାଥମିକ ସ୍କୁଲ ମୋ ଆଖିରେ ପଡ଼ିଛନ୍ତି । ମାତ୍ର ମୋର ବାଲ୍ଯଜୀବନ କଟିଥିବା ଡ଼ଗରପଡ଼ା ନି ପ୍ରା ସ୍କୁଲ ଭଳି ସ୍କୁଲଟିଏ ମୁଁ କେଉଁଠି ଦେଖିବାକୁ ପାଇନାହିଁ । ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୦୩ ନିଜ ନିଜ ଅଭିନୟ ସାରି ବାହୁଡ଼ିବେ କାଳବଳେ।" ବାଲ୍ୟକାଳୁ ଧର୍ମ ଧନ ମୁଁ ସଞ୍ଚିବି ଏ ଜୀବନ ଅନିଶ୍ଚିନ୍ତ ।"" ଧର୍ମ ଏକ ପୋତ ଗଢ଼ିଛନ୍ତି ବିଧି, ତରିବାକୁ ଏହି-ସଂସାର-ଜଳଧି' ସାଙ୍ଗକୁ ପାନ , ବିଡ଼ି ନୁହେଁ ଛୋଟିଆ ନିଶା ଜଣାପଡ଼େ ନାହିଁ ଟାଣେ ପ ଇସା ଇତ୍ୟାଦି ଉପଦେଶାତ୍ମକ ଉକ୍ତିଟି ମାନ ଆମେ କେବଳ ପଧୁନାହିଁ, ଅକ୍ଷର ଶିକ୍ଷା କରୁଥିବା ପିଲାମାନେ ବଡ଼ ପାଟିରେ ସେଗୁଡ଼ିକ ଚିହ୍ନି ଚିହ୍ନି ପଢ଼ନ୍ତି। କାନ୍ଥ ର ମଝିଭାଗରେ ଶିକ୍ଷାମୂଳକ ବିଷୟ ଯଥା ଗୁଣନ ଖନ୍ଦା, ମିଶାଣ ଖନ୍ଦା, ପ୍ରକୃତି ପାଠ ର ଚିତ୍ରଶୋଭିତ ମାନଚିତ୍ର, ଇତିହାସ ପ୍ରସିଦ୍ଧ ଘଟଣାର ସମୟ ଏମିତି କେତେ କ'ଣ ନାଲି, କଳା, ସବୁଜ କାଳିରେ ଅଙ୍କିତ ହୋଇ ପଟାଯୋଡ଼େଇ କାଗଜରେ ଲେଖାଯାଇ କଣ୍ଟାମାନ ଙ୍କରୁ ଝୁଲୁଥାନ୍ତି। ଆମ ବେଳେ ବର୍ଷକୁ ୨/୩ ଥର ବାବୁ ଆସୁଥିଲେ । ପ୍ରଶଂସାମୂଳକ ମନ୍ତବ୍ଯ ଦେଉଥିବାର ସାରଙ୍କଠାରୁ ଶୁଣିବାକୁ ପା ଉଥିଲୁ । ଚିତ୍ରାଙ୍କନ , ଅକ୍ଷରଲିଖନ ଓ ପାଠଦାନରେ କୃଷ୍ଠସାରଙ୍କ ଅସାମାନ୍ଯ ଦକ୍ଷତା ଜାତୀୟସ୍ତରରେ ସ୍ବୀକୃତିଲାଭ କରିବା ମୁଁ ସବୁମନ୍ତେ ଆଶା କରୁଥିଲି । ଆମ ବେଳେ ସେ ଥିଲେ ଅଣତାଲିପ୍ରାପ୍ତ ଶିକ୍ଷକ । ପରେ ଇ ଟି ପାସ କଲାବେଳକୁ ସେ ତାଙ୍କ ଘର ସ୍କୁଲକୁ ବଦଳି ହୋଇଗଲା । ସେ ଆମ ସ୍କୁଲଟି ଛାଡ଼ିଯିବା ପରେ ଧୀରେ ଧୀରେ ସବୁ ଜଳ ତାଙ୍କର ନଷ୍ଟ ହୋଇଗଲା । ଏବେ ସେଠି ଇଟାଘର ତୋଳ୍ୟାଇ ଅ[ପ୍ ଗ୍ରେଡ଼େନ ଉଚ୍ଚପ୍ରାଥମିକ ସ୍କୁଲ ଚଳୁଛି । ସେ ହତା ନାହିଁ, ଉଦ୍ଯାନ ନାହି କି ସେ ଉଦ୍ଯମ ନାହିଁ । କୃଷ୍ଣ ସାର ଅନ୍ଯୁନ ଚାଳିଶ ବର୍ଷ ଧରି ପ୍ରାଥମିକ ବିଦ୍ଯାଳୟରେ ଶିକ୍ଷକତା କରି ଆସିଥିଲେ । ଛାତ୍ରମାନଙ୍କର ସେ ଥିଲେ 'ଚିତ୍ତା ପ ହାରକ ", ପାଠଦାନ ମୌଳିକ ତ ତ୍ତ୍ବ ସେ ଉତମ ଭାବେ ଆୟତ୍ତ କରିଥିଲେ ଓ ସେସବୁର ପ୍ରୟୋଗରେ ଧୁରୀଣ ଥିଲେ । ସ୍ଥାନ ଆହରଣ ଲାଗି ତାଙ୍କର ଅନୁସନ୍ଧିତ୍ଥା ତାଙ୍କୁ ତାଙ୍କ ସମଧର୍ମୀମାନଙ୍କଠାରୁ ସ୍ବତନ୍ତ୍ର କରି ଚିହ୍ନାଇ ଦେଉଥିଲା । ତାଙ୍କର ତିନିଜଣ୍ୟାକ ପୁତ୍ର ଉତ୍ତମ ଛାତ୍ର କେବଳ ନଥିଲେ, ସୁବିଦା ଥିଲେ । ବେତେକ ଶୋକାବ ହ ପାରିବାରିକ ଦୁର୍ଘଟଣା ତାଙ୍କୁ ବ୍ଯଥିତ କରିଥିଲେ ହେଁ ବିଚଳିତ କରିନଥିବା ନିଜେ ପ୍ରତ୍ଯକ୍ଷ କରି ମୁଁ ତାଙ୍କର ଧେର୍ୟ ଓ ଇଶ୍ବରବିଶ୍ବାସ ନିକଟରେ ନତଶିର ହୋଇଯାଇଥିଲି। ସେ ତାଙ୍କର ଦକ୍ଷତା ଅନୁରୂପ କୌଣସି ବିଶେଷ ସମ୍ମାନରେ ସମ୍ମାନିତ ହୋଇନଥିଲେ ବି ତାଙ୍କର ସେଦିନର ଛାତ୍ରମାନଙ୍କ ସ୍ମୃତିରେ ପ୍ରାଥମିକ ଶିକ୍ଷାଦାତାର ଅମ୍ଳାନ ଜ୍ଯେତିରେ ଯେ ଦୀପ୍ଯମାନ ରହିଛନ୍ତି ଓ ରହିଥିବେ, ଏହା ନିଃସନ୍ଦେହ । ସମୁସ୍ତ ହୀ ଶିକ୍ଷାବ୍ରତୀ କୃଷ୍ଣଚନ୍ଦ୍ର ତ୍ରିପାଠୀ ଯେଉଁ ମୁଲ୍ଯବୋଧକୁ ଶ୍ରେୟ ଆଳ କରି ଶିକ୍ଷା, ଶିକ୍ଷାର୍ଥୀ ଓ ଶିକ୍ଷାୟୟତନର ଶ୍ରୀ ସାଧନରେ ଆଜୀବନ ରତ ଥିଲେ ଆଜି ଏହାର ନିରବତା ଦେଖି ହୃଦୟ ପୀଡ଼ିତ ହେଉଥିବା ବେଳେକେବେ ସେ ଖୁବ ବଡ଼ ହୋଇ ବିଜ୍ଞପ୍ତି । ସମାଜ ସେବୀ ଶିକ୍ଷକ ଲକ୍ଷ୍ମୀନାରାୟଣ ମିଶ୍ର କାଳୀକିଙ୍କର ମିଶ୍ର "ମାଟିର ଦୀପାଳୀତି ପାଠର ଦେଉଳରେ, ଘିଅର ସଳିତାଟି ଜାଳି ଏ ଅନ୍ଧାରରେ , ବାଟ ଯେ ଦେଖା ଉଛି ପାହାଡ଼ ଜଙ୍ଗଲରେ ତାକୁ କି କେବେ କିଏ ଜୀବନେ ଭୁଲିପାରେ । (ଜଣେ ଛାତ୍ରଙ୍କ ଲେଖନୀରୁ ଶିକ୍ଷକ ଲକ୍ଷ୍ମୀନାରାୟଣଙ୍କ ଉଦ୍ଦେଶ୍ଯରେ ) ଲକ୍ଷ୍ମୀ ମାଷ୍ଟ୍ରେ ଏଇ ନାଁ ଟି ଅନ୍ଯ ମାନଙ୍କ ପାଇଁ ସାଧାସିଧା ଡ଼ାଳଟିଏ । ନାଁରେ ଥିଲା ତଡ଼ିତ୍ ପ୍ରବାହର ଚମକ ଆଉ ଶକ୍ତି । ଏଇ ଡ଼ାକରେ ଥିଲା କେତେ ଆଶ୍ବାସନା । ବାପା ମା, ଅଭିବାକମାନେ ପିଲାର ପଢ଼ାପଢ଼ି ନେଇ ଯେତେବେଳେ ଚିନ୍ତିତ ବିବ୍ରତ ବୋଧକରୁଥିଲେ ସେତେବେଳେ ଏଇ ଲକ୍ଷ୍ମୀମାଷ୍ଟ୍ରେ ଯାବତୀୟ ଗରିବ, ପାଠଚୋର, ନିର୍ବୁଦ୍ଧିଆ ଓ ଅଳ୍ପ ବୁଦ୍ଧିଆ ପିଲାଙ୍କର ବାପା ମାଆ ହୋଇ ଉଭା ହେ ଉଥିଲେ । ସେମାନଙ୍କର ପିଲାମାନଙ୍କ ପାଇଁ ତାଙ୍କରି ହାତ ଦେଇ ଅନ୍ଧରରେ ଆଲୋକର ରାହା ପା ଉ ଥିଲେ ବାପା, ମାଆମାନେ । ୧୯୪୩ରୁ ୧୯୬୧ ପର୍ଯ୍ଯନ୍ତ ଅଠର ବର୍ଷ କାଳ ରାୟଗଡ଼ ସ ହତଗ କି ଓଡ଼ିଆ, କି ତେଲୁଗୁ ,କି ସିନ୍ଧି , କି ମାର ଓଅଡ଼ି ସବୁ ଭାଷାଭାଷା ସବୁ ଜାତିଧର୍ମର ମାଆମାନଙ୍କପାଟିର ଉଚ୍ଚାରିତ ନାଁଟିଏ ଥିଲା, ଲକ୍ଷ୍ମୀ ମାଷ୍ଟ୍ରେ ' । ଛୋଟ ପୁଅଝିଅ କାନ୍ଦିଲେ , ଅଳି ଅଝଟ କଲେ , ଗାଧୁଆ, ମୁଣ୍ଡକୁଣ୍ଡା, ଖିଆ ସୁଅରେ ମାଅକୁ ହୋଇରାଣ କଲେ ମାଆ ତୁଣ୍ଡରୁ ଶୁଣାଯାଏ , "ହେଇ,ଲକ୍ଷ୍ମୀମାଷ୍ଟ୍ରେ ଆସିଲେଣି ଯେ, " ଲକ୍ଷ୍ମୀ ମାଷ୍ଟ୍ରେଙ୍କୁ କ ହୁଛି ରୁହ ।" ୟାକୁ ଲକ୍ଷ୍ମୀମାଷ୍ଟ୍ରେଙ୍କ ପାଖେ ଛାଡ଼ିଦିଅ । " ପିଲା ପଢ଼ା ବୟସର ହୋଇଗଲା " ବାପାମାଆଙ୍କର ଚିନ୍ତା ନଥିଲା । କାରଣ ଲକ୍ଷ୍ମୀ ମାଷ୍ଟ୍ର ଅଛନ୍ତି । ଏହିଭଳି ସେ ଥିଲେ ଜଣେ ସାଧାରଣ ପ୍ରାଥମିକ ସ୍କୁଲ ଶିକ୍ଷକ । କିନ୍ତୁ ପିଲାଙ୍କ ପାଇଁ ଜଣେ ଯାଦୁକର , ବାପାମାଆଙ୍କର ଆଖିରେ ଜଣେ ନିର୍ଭର ଯୋଗ୍ଯ ସଫଳ ଶିକ୍ଷକ । ସମାଜ ଆଖିରେ ଜଣେ ସଚେତନ ଗୁରୁ । ଜାତି ପାଖରେ ଜଣେ ସମ୍ମାନାସ୍ପଦ ଶିକ୍ଷକ । ପାରଳା ମହାରାଜାଙ୍କ ଷୋକ ଶାସନରୁ ଗୋଟିଏ ଗାଁ 'ବୁଦୁରା' । ପାରଲାରୁ ପିଁତିରିଶି କିଲୋମିଟର ଦୂରରେ ଏହି ବ୍ରାହ୍ମଣ ଶାସନ । ଶ୍ରୀ ଭାଗୀରଥି ମିଶ୍ରେ ଥିଲେ ଜଣେ ଗୃହୀ -ସନ୍ନ୍ଯାସି । ତାଙ୍କର ହିତଭାଷୀ ମିତଭାଷୀ ସ୍ବଭାବ ସ ହିତ ଘୋର ଦାରିଦ୍ର୍ଯ ବି ତାଙ୍କ ପାଇଁ ଥିଲା ଭୂଷଣ । ଗାଁରେ ଅଣରାସୀରୁ ପାରଳା ଯାଏ ତାଙ୍କର ଥାଏ ସ୍ବତନ୍ତ୍ର ସମ୍ମାନ । ଗାଁ ଦେଉଳରେ ରମଲେଙ୍ଗେଶ୍ବର ଙ୍କ ସେବା ଅରାଧାନରେ ତାଙ୍କର ଦିହଳ କଟିଯାଏ । ୧୯୧୩ ମସିହା ଜାନୁଆରୀ ମାସ ବାର ତାରିଖ, ମକର ସଂକ୍ରାନ୍ତି ଦିନ ଲକ୍ଷ୍ମୀନାରାୟଣ ଜନ୍ମ ହୁଅନ୍ତି, ଭାଗୀରଥିଙ୍କ ପ୍ରଥମ ଓ ଏକମାତ୍ର ପୁତ୍ର ସନ୍ତାନ ରୁପେ ସ୍କୁଲରେ ୫ମ ଶ୍ରେଣୀ ପଡ଼ା ଶେଷ ହେବା ପରେ ସେ ଇଂରେଜୀ ପଢ଼ିବାକୁ ବସିଲେ । ଦାଦା ନିଜେ ପୁଅକୁ ନେଇ ପାରଳା ହାଇସ୍କୁଲରେ ନାମ ଲେଖାଇ ଦେଲେ । ବସା ସଞ୍ଚା ଠିକଣା କରି ଘରକୁ ଫେରିଲେ । ତା'ର ବର୍ଷ ମହାରାଜାଙ୍କ ଛାତ୍ରାବାସରେ ରହି ମାଗଣା ଖାଇ ପଢ଼ିବାର ବ୍ଯବସ୍ଥା ହେଲା । କିନ୍ତୁ ସରଳଦେବୀଙ୍କ 'ବ୍ରିଟିଶ୍ ବିରୋଧି' ସଭାରେ ଯୋଗ ଦେଇଥିବା ଯୋଗୁଁ ଛାତ୍ରାବାସରୁ ସେ ତଡ଼ା ଖାଇଲେ । ପଢ଼ାରେ ବିଘ୍ନ ଘଟିଲା। ପରେ ପରେ ମଞୁଷା ରାଜା ବିଦ୍ଯା ବିନୋଦୀ ଶ୍ରୀନିବାସ ରାଜମଣି ବ୍ରହ୍ମ୍ ପୁରର ଆଇନ ଜୀବୀ ଶ୍ରୀ ବିଶ୍ବନାଥ ଦାସ (ପରେ ଓଡ଼ିଶାର ମୁଖ୍ଯମନ୍ତ୍ରୀ ) ଧରାକୋଟ ରାଜାସାହେବ ଶ୍ରୀମଦନମୋହ ନ ସିଂହ, ପାରଳାର ଦେବାନ ମାନ୍ଧାତି ଗୋରାଚାନ୍ଦ ପଟ୍ଟନାୟକ, ଟିକାଳାର ବଦାସନ୍ଯ ବ୍ଯକ୍ତି ଶ୍ରୀ ଶ୍ଯାମ ସୁନ୍ଦର ଗନ୍ତୟତଙ୍କ ଠାରୁ ଆରମ୍ଭ କରି ସାମ୍ବଦିକ ଶ୍ରୀ ଶଷିଭୂଷଣ ରଥ ତ ଥା କଟକ ପ୍ଯାରୀମୋହ ନ ଏକାଡ଼େମୀର ପ୍ରଧାନ ଶିକ୍ଷକ ଶ୍ରୀ ବନମାଳୀ ମିଶ୍ରଙ୍କି ଠାରୁ ସାହାଯ୍ଯ ପ୍ରାପ୍ତ ହୋଇ ସେ ଦଶମ ଶ୍ରେଣୀ ପର୍ଯ୍ଯନ୍ତ ପଢ଼ା ପଢ଼ିକଲେ । କିନ୍ତୁ ଆର୍ଥିକ ଅଭାବ ତ ଥା ସ୍ବାସ୍ଥ୍ଯହାନି ଯୋଗୁଁ ହାଇସ୍କୁଲ ପଢ଼ ଶେଷ କରି ପରିଲେ ନାହିଁ । ଫକୀର କୌଣସି ସମ୍ଭାବନା ନ ରହିବାରୁ ଚାକିରୀ ଆଡ଼େ ମୁହିକଲେ । ଶିକ୍ଷକମାନଙ୍କର ସାହାଯ୍ଯ,ସ ହାନୁଭୁତି, ଶ୍ରଦ୍ଧା, ସ୍ନେହ ପାଇ ପାଠ ପଢ଼ିଥିବା ଲକ୍ଷ୍ମୀ ନାରାୟଣଙ୍କ ମନରେ ସିକ୍ଷକତା । ପ୍ରତି ଏକ ସ୍ବତଃସ୍ପୁର୍ତ୍ତ ଆକର୍ଷଣ ସୃଷ୍ଟି ହୋଇଥାଏ । କିନ୍ତୁ ଶିକ୍ଷକଟିଏ ହେବା ପାଇଁ ଦରକାର । ଟ୍ରେନିଂ ଯିବା ପାଇଁ ଶିକ୍ଷକଠାରେ ଅଭିଜ୍ଞତା ବି ଦରକାର ପଡ଼ୁଥିଲା । ତେଣୁ ଅଭିଜ୍ଞତା ଅର୍ଜନ ପାଇଁ ନ ଇ ସେପାରି ଗାଁ ଘନସର ସ୍କୁଲରେ ବିନା ଦରମାରେ କିଛି ଦେନ ସେ ଶିକ୍ଷକତା କଲେ । ପରେ ଗାଁର ଲେଖାଯୋଖାର ଭାଇନା ଗୋବିନ୍ଦ ମିଶ୍ରଙ୍କ ସାହାଯ୍ଯରେ ଗୁଣୁପୂର (କୋରାପୁଟ ) ସ ହର ପଖା ଗାଁ ସ୍କୁଲରେ ନିଯୁକ୍ତି ପାଇଲେ । ଯୁବକ, ଆଗ୍ରହୀ, ଇସ୍ରହୀ ଲକ୍ଷ୍ମୀନାରାୟଙ୍କର ଶିକ୍ଷକତାର ଖ୍ଯାତି ଗାଁର ଜମିଦାରଙ୍କ କାନରେ ପଡ଼ିଲା । ସେ ମାଷ୍ଟ୍ରଙ୍କର ଚାଲିଚଳଣି ପରଖି, ନିଜ ପିଲାଙ୍କୁ ତାଙ୍କ ପାଖରେ ସମର୍ପିଦେଲେ । ଧୀରେ ଧୀରେ ମାଷ୍ଟ୍ରେ, ଘରର, ନିଜ କୁଟୁମ୍ବର ଲୋକଟିଏ ପରି ଜମିଦାର ସାହୁ ଦୀନବନ୍ଧୁଙ୍କ ଘରେ ରହିଲେ । ତାଙ୍କ ସ ହ ଉତ୍ତର ଭାରତ ତୀର୍ଥ ଯାତ୍ରୀରେ ଗଲେ । ଏଭଭଳି ଗାଁ ଜମିଦାରଙ୍କି ପୃଷ୍ଠପୋଷକତାରେ ପଲ୍ଲୀରେ ଶିକ୍ଷକତା ତାଙ୍କର ସୁରୁଖୁରୁରେ ଚାଲିଲା । ଦେନେ ଶୁଣିଲେ, ଗୁଣୁପୂର ସ ହରରେ ପ୍ରାଥମିକ ଶିକ୍ଷକ ତାଲିମ ସ୍କୁଲଟିଏ ବସୁଛି । ଟ୍ରେନିଂ ଯିବା କଥା ସ୍ଥିର ହେଲା । ପରିବାରର ମାୟା ତୁଟାଇ ୧୯୪୦ ରୁ ୧୯୪୨ ଦୁଇବର୍ଷ ଶିକ୍ଷକ ତାକିମ ପାଇଲେ । ତାଲିମ ପାଇଲେ । ତାଲିମ ବେଳେ ସମ୍ବୟସ୍କ, ସମାଧର୍ମୀ ଅନେକ ଯୁବବନ୍ଧୁଙ୍କର ମେଳରେ ଏକ ଯଥାର୍ଥ ପରିବେଶ ପାଇ ଲକ୍ଷ୍ମୀନାରାୟଣଙ୍କ ସୁପ୍ତ ଶକ୍ତି ଜାଗ୍ରତ ହେଲା । ବଗିଚା କାମ, ଖେଳ କସରତ, ନାଟକ ଅଭିନୟ, ପୂଜା, ବଣଭୋଜି, ଶିକ୍ଷାଦାନ ସବୁକ୍ଷେତ୍ରରେ ତାଙ୍କର କୃତିତ୍ବ ଫୁଟିଉଠିଲା । ତାଙ୍କର ପ୍ରତ୍ଯୁପ୍ଥନ୍ନମତିତା ନିର୍ଭୀକତା, ସଷ୍ଟବାଦିତା ସ ହ ନମ୍ରତା ଓ ମେଳାପିପଣ ତାଙ୍କୁ ନିଜ ସାଥିମାନଙ୍କର ନେତୃତ୍ବ ନେବାରେ ସାହାଯ୍ଯ କଲା ।ତାଲିମ ସମୟରେ ଶିକ୍ଷକତା ସମ୍ପର୍କରେ ତାଙ୍କର ଯେତେ କୌତୁହଳ, ସମସ୍ଯା, ସନ୍ଦେହ ଓ ପ୍ରଶ୍ନ ଥିଲା ଧୀରେ ଧୀରେ ସଗୁଡ଼ିକର ସମାଧାନ ହେଲା । ଶିକ୍ଷକତାର ଆଗପାଖଟି ତାଙ୍କ ସମ୍ମୁଖରେ ଉନ୍ମୋଚିତ ହେଲା, ଶିକ୍ଷକତାର ଅସଲ ସ୍ବରୂପ,ଦାୟିତ୍ବ, ନୀତି ନିୟମ, ପ୍ରଣାଳୀ, ଶିଶୁ ମନସ୍ତ ତ୍ବ , ଶିକ୍ଷକ -ଅଭିଭାବକ ସମ୍ପର୍କ ଇତ୍ଯାଦି ବିଷୟରେ ସେ ଯେତିକି ଜାଣିବାକୁ ପାଇଲେ ସେତିକି ଜାଣିବା କୁ ପାଇଲେ ସେତିକି ଅଗ୍ରହୀ ହୋଇଉଠିଲେ । ତାଲିମ ପରେ ନି ଜ ଜିଲା ଗଞ୍ଜାମରେ ଚାକିରୀ ମିଳିବାରେ ଡ଼େରି ହେବାରୁ ସେ କୋରାପୁଟ ଜିଲ୍ଲାର ନବରଙ୍ଗପୁର ଅଞ୍ଚଳରେ ଶିକ୍ଷକତା ଆରମ୍ଭ କଲେ । ଅଳ୍ପ କିଛି ମାସ ପରେ ତାଙ୍କୁ ରାୟଗଡ଼ ସ ହର ର ବାଳିକା ନି ପ୍ରା ସ୍କୁଲକୁ ବଦଳି କରାଗଲା । ୧୯୪୩ ମସିହା ଜାନୁଆରୀ ମାସ ଅଠର ତାରିଖ ଦିନ ସେ ଭଲ ସ୍କୁଲ ରେ ଯୋ ଦେଲେ । ଓଡ଼ିଆ ସଂସ୍କୃତିର ଅନ୍ଯତମ ପାଠ ପାରଳାଖେମୁଣ୍ଡିର ଶୈକ୍ଷିକ ପୃଷ୍ଠଭୂମି, ନିଜ ସ୍ବାବଲମ୍ବୀ ଛାତ୍ର ଜୀବନରେ ମୂଲ୍ଯବାନ ଅଭିଜ୍ଞତା ସ ହ ସେ ନିଜର କର୍ମମୟ ଜୀବନର କୁଳଦୁଆ ପ୍ରତିଷ୍ଠା କରନ୍ତି ସୀମାନ୍ତ ଅଞ୍ଚଳର ବାଣିଜ୍ଯ କେନ୍ଦ୍ର ତ ଥା ଭାବୀ ଶିଳ୍ପାଞ୍ଚଳ ରାୟଗଡ଼ ସ ହରେ । ସଦ୍ଯ ତାଲିମ ପ୍ରାୟ ଯୁବ ଶିକ୍ଷକ ଲକ୍ଷ୍ମୀନାରାୟଣ ନିଜର ସ୍ବପ୍ଙ୍କୁ ରୂପାୟିତ କରିବା ପାଇଁ ଉପୁକ୍ତ କ୍ଷେତ୍ର ପାଇଗଲେ। ପ୍ରଥମରୁ ମିଶ୍ରେ ନିଜକୁ ଜନେ ଯଥାର୍ଥ ସିକ୍ଷକ ରୂପେ ଗଢ଼ିବାର ଉଦ୍ଯମ କରୁଥାଆନ୍ତି। ଠିକ ସମ୍ୟରେ ସ୍କୁଲକୁ ଅସିବା ଫଳରେ ତାଙ୍କ ଭାଗରେ ପଡ଼ିଲା ପ୍ରାର୍ଥନା, ସଫେଇ ଆଦିର ପରଚାଳନା । ଆଗ୍ରହରେ ତାହା ସେ ଗ୍ରହଣ କଲେ । ପିଲା ପୋଷିକରି ଅଭ୍ଯାସ ବଶତଃ ଗା ଉଥିବା ପ୍ରାର୍ଥନାର ମର୍ମ ସେ ପ୍ରଥମ କରି ପିଲାଙ୍କୁ ବୁଝାଇଲେ । ଏକ ସ୍ବଗରେ ପ୍ରାର୍ଥନା ଗା ଇବା ଶିଖାଇଲେ । ମିଶ୍ରେ ଲକ୍ଷ୍ଯକଲେ, ପିଲା ମ ଇଳା ଲୁଗା ପିନ୍ଧି, ମୁଣ୍ଡ କୁ କୁଣ୍ଡାଇ ନ ଖ, କାନ ବାଳ , ନ କାଟି, ନାକ ସଫା ନ କରି ସକାଳୁ ଝାଡ଼ା ନ ଯାଇ ଶ୍ରେଣୀକୁ ଆସୁଛନ୍ତି । ଛୋଟ ପାନିଆ , ଦର୍ପଣ କିଣି ରଖିଲେ , ବ୍ଲେଡ଼ଟିଏ ରଖିଲେ ନ ଖ କାଟିବା ପାଇଁ । ବାପା ମା' ଦେଖିଲେ , ପିଲା ସ୍କୁଲରୁ ଫେରିଲାବେଳେ ସଫାସୁତୁରା ଦେଖାଯା ଉଛନ୍ତି । କଥା କ'ଣ ନା ନୂଆ ମାଷ୍ଟ୍ରେ ମୁଣ୍ଡ କୁଣ୍ଡାଇ ଦେଇଛନ୍ତି, ନ ଖ କାଟି ଦେଇଛନ୍ତି । ଖାଲି ସେତିକି ନୁହେଁ । ପିଲାକୁ କ ହିଲେ , ଘରେ ମା ବାପାଙ୍କ ଚିରାଲୁଗାରୁ କନାଟିଏ କାଟି ସଫାକରି ପକେଟରେ ରଖିବାକୁ। ନାକ ଅସନା ହେଲେ ସେଥିରେ ସଫାହେବ, ଫାମା ପେଣ୍ଟରେ ନୁହେଁ । ସେତିକି ନୁହେଁ ,ପିଲାଙ୍କୁ କର୍ମସଙ୍ଗୀତ ସିଖାଇଲେ । ଅଭିନ୍ୟ କରି ସେମାନେ ଗୀତ ଗାଇଲେ, ନୁଆ ନୁଆ ଖେଳ ଶିଖିଲେ । କାହାଣୀ ଶୁଣିଲେ । ବ ହିପତ୍ର, କାଗଜ, କଲମର ଯତ୍ନନେବା ଶିଖିଲେ । ଗପ ଜରିଆରେ ପିଲାଙ୍କୁ ରାସ୍ତାରେ ଯିବା ନିୟମ, ଖେଳ ପଡ଼ିଆର ନିୟମ, ଗୁରୁଜନ, ଭାଇଭ ଉଣୀ, ସାଙ୍ଗ, ସାଥି, ସିକ୍ଷକଙ୍କ ପ୍ରତି ଆଚରଣ ସମ୍ପର୍କରେ ଶିକ୍ଷା ଦେଲେ । ହସ୍ତାକ୍ଷର ଲେଖା ଉପରେ ସେ ତୀକ୍ଷ୍ଣ ଦୃଷ୍ଟି ରଖିଥାଅନ୍ତି, କ ହିବା ବାହୁଲ୍ଯ, ତାଙ୍କର ହାତ ଲେଖା ଇଂରାଜୀ, କି ଓଡ଼ିଆ, ସବୁଥିବଲା ସୁନ୍ଦର । କାହଣୀ ଚିତ୍ରପଟ,ଅଙ୍କ ସିକ୍ଷା ପାଇଁ କାଠି ସଂଗ୍ରହ, ମାଟିରେ ରଙ୍ଗୀନ ଗୁଲି ତିଆରି , ପୁରୁନା ପତ୍ର ପତ୍ରିକାରୁ ମହାପୁରୁଷମାନଙ୍କର ଚିତ୍ରକାଟି ସଂଗ୍ରହ କରିବା, ସାଧାରଣ ଜ୍ଞାନ ସମ୍ପର୍କରେ ନୁଆ ନୂଆ କଥା ସଂଗ୍ରହ କରିବା, ଡ଼ାକ ଟିକଟ ସଂଗ୍ରହ କରିବାରେ ସେ ଯେତିକି ଆଗ୍ରହୀ ପିଲାଙ୍କୁ ତା'ଠୁ ବେଶୀ ଆଗ୍ରହୀ କର ଗଢ଼ି ତୋଳନ୍ତି। ସବୁଠାରୁ ବେସି ଗୁରୁତ୍ବ ସେ ଦିଅନ୍ତି ପିଲାର ଶୈଷିକ, ମନସ୍ତାତ୍ତ୍ବିକ, ସାମାଜିକ, ପାରିବାରିକ, ଆର୍ଥିକ, ସଂସ୍କୃତିକ ଗୋଷ୍ଠୀ ଜୀବନ ସମ୍ପର୍କୀୟ ସମସ୍ଯାଗୁଡ଼ିକୁ ଆବିଷ୍କାର କରିତଦନୁଯାୟୀ ପଦକ୍ଷେପ ନେବାରେ । ଏଣୁ ଏଇ ଶିଶୁମାନଙ୍କ ଜରିଆରେ ସେ ସେମାନ ଙ୍କ ଅଭିଭାବକ ଓ ବାପାମାଆଙ୍କ ସ ହ ବ୍ଯକ୍ତିଗତ ସମ୍ପର୍କ ରକ୍ଷା କରନ୍ତି । ଫଳରେ ସେମାନଙ୍କର ଶ୍ରଦ୍ଧା ଓ ଭକ୍ତି ଭାବନା ହୁଅନ୍ତି ।ପରେ ପରେ କୋରାପୁଟ ଜିଲ୍ଲାର ବଡ଼ ସ ହର ଜୟପୁରର କେନ୍ଦ୍ର ଉ ପ୍ରା ସ୍କୁଲକୁ ତାଙ୍କର ବଦଳିହୁଏ । ବଦଳି ମୂଳରେ କର୍ତ୍ତୃପକ୍ଷଙ୍କର ଉଦ୍ଦେଶ୍ଯ ଥାଏ ଜୟପୁରରେ ଏକ ଆଦର୍ଶ ପ୍ରାଥମିକ ସ୍କୁଲ ପ୍ରତିଷ୍ଠା । ପାଞ୍ଚଶହରୁ ଉର୍ଦ୍ଧୁ ଛାତ୍ର ଛାତ୍ରୀ ତ ଥା ୧୫/୧୬ ଜଣ ଶିକ୍ଷକ ଶିକ୍ଷୟତ୍ରୀ ବିସିଷ୍ଟ ସ୍କୁଲ ଥିବା ସେଇଟି । ଓଡ଼ିଆ, ତେଲୁଗୁ ଉଭୟ ଭାଷାରେ ସିକ୍ଷାଦାନର ବ୍ଯବସ୍ଥା ସେଠାରେ ଥାଏ । ସ୍ଥାନାଭାବରୁ ପାଳି ଅନୁଯାୟୀ ଓଡ଼ିଆ ଓ ତେଲଗୁ ଶ୍ରେଣୀ ଚାଲେ । ସ୍କୁଲରେ ଯୋଗ ଦେଇ ପ୍ରଥମେ ସେ ସ୍କୁଲକୁ ଆଦର୍ଶ କରି ତୋଳିବା ନିମନ୍ତେ ସ ହକାରୀ ମାନଙ୍କର ସ ହ ଯୋଗ ଲୋଡ଼ନ୍ତି । ପରେ ଶୃଖଳିତଭାବେ ସମୟ ନିର୍ଘଣ୍ଟ, ଶିକ୍ଷା ଦାନର ଦାୟିତ୍ବ ବଣ୍ଟନ ,କ୍ରିଡ଼ା, ମନୋରଞ୍ଜନ, ସଂଗ୍ରହାଳୟ, ନାଟକାଭିନୟ, ପାଠ୍ଯ ଓ ପାଠଟୀକାର ପ୍ରଚଳନରେ ନୀତି ନୀୟମ ଭରିଦିଅନ୍ତି । ଧନୀ, ସ୍ବଚ୍ଚଳ ଅବୁଇଭାବକଙ୍କଠାରୁ ମହାପୁରୁଷଙ୍କ ଚିତ୍ର, ନୀତିବାନ ଇତ୍ଯାଦି ଦେଖାଯାଏ । ପଢ଼ାରେ ବ୍ଯବ ହାର ପାଇଁ ମାନ ଚିତ୍ର ଓ ଉପକରଣ , କାହାଣୀ ପଟ୍ଟଚିତ୍ର ଇତ୍ଯାଦି ରଖାହୁଏ । ପ୍ରଧାନଶିକ୍ଷକଙ୍କର ଅଧ୍ଯବସାୟ, ଆଗ୍ରହ,ଅନ୍ତରିକତା ଲକ୍ଷ୍ଯକରି ଜଣେ ବ୍ଯବସାୟି ବିଜ୍ଞାନ ଶିକ୍ଷା ଉପ ଯୋଗୀ ଉପକରଣ କିଣିବା ପାଇଁ ଦୁଇ ହଜାର ଟଙ୍କା ଦାନ କଲେ । ଫଳରେ ଗୋଟିଏ ବଡ କାଠ ଆଲମାରୀ ଓ ଅନ୍ଯାନ୍ଯ ଉପକରଣ କିଣାଯାଇ ସ୍କୁଲ୍‌ରେ ବିଜ୍ଞାନାଗାର ଉଦ୍‌ଘାଟିତ ହେଲା ।


ଜାତୀୟ ଦିବସ, ନାମଲେଖା ଅଭିଯାନ ,ଇତ୍ଯାଦିରେ ସ୍ଲୋଗାନ୍ ଲେଖିବା ,ପିଲାଙ୍କୁ ଶିଖାଇବା ,ଶୋଭାଯାତ୍ରା ପରିଚାଳନା କରିବା ,ସଭାସମିତିର ବ୍ଯବସ୍ଥା ସ୍କୁଲ୍‌ରେ କରି ,ଲୋକ ପ୍ରତିନିଧି,ବିଶିଷ୍ଟ ନାଗରିକ ,ବୁଦ୍ଧିଜୀବୀମାନଙ୍କୁ ସ୍କୁଲ୍‌କୁ ନିମନ୍ତ୍ରଣ କରି ଛାତ୍ରଛାତ୍ରୀଙ୍କର ସାମାଜିକ ଚେତନାର ଅଭିବୃଦ୍ଧି ଘଟାଇବା ସ୍କୁଲ୍‌ର ଅଭାବ ଅସୁବିଧା ପ୍ରତି ସ‌ହରର ପ୍ରଭାବଶାଳୀ ଲୋକଙ୍କର ଦୃଷ୍ଟି ଆକର୍ଷଣ କରି ତା'ର ପ୍ରତିକାର ମୂଳକ ପଦକ୍ଷେପ ନେବା ତାଙ୍କର ଯୋଜନାବଦ୍ଧ କର୍ମ‌ପନ୍ଥାର ଅନ୍ଯ ଏକ ଦିଗ ଥିଲା ।ଜାତୀୟ ଦିବ‌ସର ସଭାଯାତ୍ରା ବେଳେ ଶାନ୍ତି ଶୃଙ୍ଖଳା ଓ ପରିପାଟୀ ପାଇଁ ସ୍କୁଲ୍ ସ୍କୁଲ୍ ମଧ୍ଯରେ ହେଉଥିବା ପ୍ରତିଯୋଗିତା ମାଙ୍କରେ ମିଶ୍ରଙ୍କର ସ୍କୁଲ୍ ଅନେକଥର ପୁରସ୍କାର ପାଉଥିଲା ।


ଶିକ୍ଷକତା ପ୍ରତି ତାଙ୍କର ଯେ କେତେ ଆଗ୍ରହ ଓ ଆନ୍ତରିକତା ଥିଲା ଗୋଟିଏ ଘଟଣାରୁ ତାହା ଅନୁମେୟ। ୧୯୪୯ ମସିହାରେ ସରକାର ପ୍ରାଥମିକ ଶିକ୍ଷକମାଙ୍କ ମଧ୍ଯରୁ ସାକ୍ଷାତ‌କାର ଜରିଆରେ ମନୋନୟନ କରି ସ୍କୁଲ୍ ସ‌ହକାରୀ ଉପ‌ପରିଦର୍ଶକ ନିଯୁକ୍ତି ଦେବା ପାଇଁ ସ୍ଥିର କଲେ । ଶ୍ରୀ ମିଶ୍ର ଏହି ପ୍ରତିଯୋଗିତାରେ ସଫଳ ହୋଇ ନିଯୁକ୍ତି ପାଇଥିଲେ ସୁଦ୍ଧା ଶିକ୍ଷକତା ଛାଡି ଯିବା ପାଇଁ କୁଣ୍ଠାବୋଧ କରିଥିଲେ ।

ଶିକ୍ଷକ ,ଶିକ୍ଷାଦାନର ନୂତନ ପ୍ରଣାଳୀ ଓ କୌଶଳ ସ‌ହ ନିଜକୁ ପରିଚିତ କରିବା ପାଇଁ ବିଭିନ୍ନ ତାଲିମର ବ୍ଯବସ୍ଥା ହୋଇଥାଏ । ଶ୍ରୀ ମିଶ୍ର ଏଭଳି ତାଲିମ ପାଇଁ ଖୁବ୍ ଆଗ୍ରହୀ ଥିଲେ ।୧୯୫୬ ମସିହାରେ ସେ ଭ୍ରାମ୍ଯମାଣ ମୌଳିକ ତାଲିମ ଶିବିରରେ ମାସେ ବ୍ଯାପୀ ମୌଳିକ ତାଲିମ ପାଇଥିଲେ । ୧୯୬୧ ରେ ଜୟପୁର ଶିକ୍ଷା ସର୍କଲ୍‌ର ମୌଳିକ ଶିକ୍ଷା-ପରିଦର୍ଶକ ଭାବେ ସେ ଯୋଗ ଦେଇଥିଲେ । ପ୍ରାଥମିକ ଛାତ୍ର ମାନଙ୍କୁ ଇଂରାଜୀ ପଢ଼ାଇବାର ସ୍ବତନ୍ତ୍ର ପ୍ରଣାଳୀର ପ୍ରୟୋଗ ପାଇଁ ସେ ଦୁଇଥର ଇଂଲିସ୍ ଓରିଏଣ୍ଟେସନ୍ ଟ୍ରେନିଂ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ ।

ଶିଶୁମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ସଂଗେ ସଂଗେ ଗୋଷ୍ଠୀ ଜୀବନ ତ‌ଥା ସଂସ୍କୃତି ସ‌ହ ପରିଚିତ କରାଇବା ପାଇଁ ବାର୍ଷିକ ଉତ୍ସବ, ଗଣେଶ ପୁଜା ,ସରସ୍ବତୀ ପୂଜା ସମୟରେ ନାଟକାଭିନୟର ଆୟୋଜନ ସେ କରୁଥିଲେ ।ଶିଶୁମାନେ ଏଥିରୁ ଆନନ୍ଦ ତ‌ଥା ଆତ୍ମ୍‌ବିଶ୍ବାସ ଲାଭ କରୁଥିଲେ । ବେଳେ ବେଳେ ପଂକ୍ତି ଭୋଜନ ଓ ବଣଭୋଜିର ଆୟୋଜନ ସେ କରାଉଥିଲେ ।ଶିକ୍ଷକ ଯେ କେବଳ ସ୍କୁଲ୍ ଗୃହର ଛରିକାନ୍ଥ ମଧ୍ଯରେ ନିଜର ଛାତ୍ରଛାତ୍ରୀଙ୍କ ଗ‌ହଣରେ ନିଜର ବ୍ଯକ୍ତିତ୍ଯକୁ ସୀମିତ ରଖିବା ଯଥେଷ୍ଟ, ଏ କଥାରେ ସେ ବିଶ୍ବାସ କରୁନଥିଲେ ।ତେଣୁ ସ୍କୁଲ୍ ବାହାରେ ସମାଜରେ ସେ ନିଜର ଶକ୍ତି ଓ ସୁବିଧା ଅନୁଯାୟୀ ବିଭିନ୍ନ କାର୍ଯ୍ଯ କରାଉଥିଲେ ।

ନିଜ ସ୍କୁଲ୍‌ର ହରିଜନ ପିଲାଙ୍କ ପ୍ରତି ଅନ୍ଯାନ୍ଯ ଶିକ୍ଷକମାନେ ଘୃଣା ମନୋଭାବ ପୋଷଣ କରି ସେମାଙ୍କର ସ୍ବାସ୍ଥ୍ଯହୀନତା, ଦାରିଦ୍ର୍ଯ ଓ ଅପରିଚ୍ଛନ୍ନତା ଯୋଗୁଁ ସେମାନଙ୍କୁ ହତାଦର କରୁଥିବା ବେଳେ ଶ୍ରୀ ମିଶ୍ର ସେମାଙ୍କୁ ସଫାସୁତୁରା ହୋଇ ସ୍କୁଲ୍‌କୁ ଆସିବା,ଲୁଗାପଟା ,ଦେହ, ବ‌ହିପତ୍ର ସଫା ରଖିବା ପାଇଁ ବୁଝାଉଥିଲେ ଓ ହରିଜନ ବସ୍ତିମାନଙ୍କୁ ଯାଇ ଛାତ୍ରଛାତ୍ରୀମାନଙ୍କର ବାପାମାଆଙ୍କୁ ଏସବୁ ସମ୍ପର୍କରେ ଉପଦେଶ ଦେଉଥିଲେ ।

ଗରିବ,ଅରକ୍ଷ, ଅସ୍ପୃଶ୍ଯ ଲୋକଙ୍କର ସେ ସବୁବେଳେ ସ‌ହାୟକ ଥିଲେ ।ସେମାନଙ୍କ ଆଖିରେ ସେ ଥିଲେ ଜଣେ ଦେବତା ।

ରାୟଗଡା ନିକଟବର୍ତ୍ତୀ ଅନେକ ଆଦିବାସୀ ପଲ୍ଲୀକୁ ଯାଇ ସେଠାକାର ଅଧିବାସୀମାନଙ୍କୁ ସେ ଶିକ୍ଷା ସମ୍ପର୍କରେ ଅନେକ କଥା ବୁଝାଇ ବିଭିନ୍ନ ଆଦିବାସୀ ଗ୍ରାମରେ ସ୍କୁଲ୍ ଗୃହ ନିର୍ମାଣ କରାଇ ଶିକ୍ଷାର ଉନ୍ନତି ନିମନ୍ତେ ବଳିଷ୍ଠ ପଦକ୍ଷେପ ନେଇଥିଲେ । ସଭାପତି ଓ ବିଶିଷ୍ଟ ସମାଜସେବୀ ଶ୍ରୀ ଶ୍ୟମସୁନ୍ଦର ମିଶ୍ର ସମ୍୍୍୍ପାଦକ ହୋଇଥିଲେ । ଶ୍ରୀ ମିଶ୍ର, କୋରାପୁଟ ଜିଲ୍ଲାର ଅନ୍ୟତମ ପ୍ରତିନିଧି ରୂପେ ଏଥିରେ ଯୋଗ ଦେଉଥିଲେ । ସେଠାରେ ଶ୍ରୀ ମିଶ୍ରନ୍୍କର ମଔଳିକ ଚିନ୍ତା ଓ ଉତ୍ତସାହ ଲକ୍ୟକରି ତାନ୍କୁ ରାଜ୍ଯ କାର୍ଯକାରୀ କମିଟିର ରୂପେ ନ୍ରିବାଚିତ କରାଯାଉଥିଲା । ସେ ଅନେକ ବ୍ରଷଧରି ଏହି ସଙ୍ଗଠନର ଜିଲ୍ଲାସ୍ତରୀୟ ନେତ୍ରୁତ୍ଯ ନେଉଥିଲେ । ନିଖିଳ ଉ୍ତକଳ ପ୍ରାଥମିକଶିକ୍ଷକ ଫେଡେରେସନ୍ର ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୪୧୪ ଜେଣ ସମାଜ ଓ ସଂନସ୍କୃତି େପମୀ ସେଚତନ ନାଗରିକ,ଜେଣ ପବୀଣ ଆଦର୍ଶ ତଥା ଖ

                       ପରୋପକାରୀ  ଶିକ୍ଷକ
                     ସୁରେନ୍ଦ୍ର  ନାଥ   ମଢ଼ୁଆଳ
           ଡକ୍ଟର   ଭାଗବତ   ପ୍ରସାଦ   ଲେଙ୍କା

ପରିବାରର ବେଲଗଡ଼ିଆ ରାଜବାଟୀ ସନ୍ନିକଟ ବାରିପଦା ସ ହରର ଉପକଣ୍ଠ ।ଏଠାରେ ସ ହରର ଜନ ଗ ହଳି ନାହିଁ । ଶାନ୍ତ ଶାଚଳ ପରିବେଶ ।ଆମ୍ବକୁଞ୍ଜ ତଳେ ମଥାନୁଆଁଶିଆ ଚାଳପର । ବର୍ତ୍ତମାନ ଅବଶ୍ଯ ଛପର ଘରଟିଏ ଛିଡ଼ାହେଲାଣି ।ନିକଟରେ ବୋଳଙ୍ଗନ୍ଦୀ, କୂଳ ଦେଶରେ ଦିଗନ୍ତ ବିସ୍ତାରୀ ଶ୍ଯାମଳ ନେବାରମାଳା ।ଏପରି ଏକ ଶାନ୍ତ ସିନ୍ଦର ପରିବେଶ ମଧ୍ଯରେ ବେଳଗଡ଼ିଆ ଉ ପ୍ରା ବିଦ୍ଯାଳୟର କର୍ମ ପ୍ରବାହ ବ ହିଚାଲିଛି ସ୍ବଚ୍ଛନ୍ଦ ଗତିରେ ।

ସମସ୍ତ ବିଦ୍ଯାଳୟ କର୍ମମୁଖର। ସମୟ ପ୍ରାୟ ଏଗାରଟା ।ହଠାତ୍ ବିଦ୍ଯାଳୟ ହତାରୁ ଭାସି ଆସିଲା ଏକ ଶିଶୁ କଣ୍ଠର କରିଣ ଚିତ୍କାର । କି ବରୁଣ ସେ ଚିତ୍କାର । କି ମର୍ମନ୍ତୁଦ ସେ ଦୃଶ୍ଯ । ମଝିରେ ମଝିରେ ଶୁଭୁଥାଏ "ମାଆ ଲୋ, ବାପା ଲୋ ମରିଗଲି- ଆଉ ମାରନା । ପୁଣି ପାଟି ଶୁଭୁଥାଏ " ବଦମାସ୍ ମୁର୍ଖ । କୁଳାଙ୍ଗାର । କ ହୁଛି କଣନା ମରିଗଲି । ମରିଯା, ତୋ ମୁହଁ ମୁଁ ଚାହିଁବି ନାହିଁ । ତୋତେ ଆଜି ମାରିଦେଲେ ମୋର ଶାନ୍ତି । ଏହି ଚିତ୍କାର, ଗାଳି ସାଙ୍ଗକୁ ଶୁଣାଯା ଉଥାଏ ବାଡ଼ି ମାଡ଼ର ବଡ଼ବଡ଼ ଶବ୍ଦ । ପୁଣି ଶିଶୁର ଚିତ୍କାର, ଛାତିଫଟା ବିକଳ କ୍ରନ୍ଦନ ଓ ବିନମ୍ର ଅନୁରୋଧ, ମରିଗଲି ,ମରିଗଲି, କିଏ ଅଛ ମତେ ବଞ୍ଚାଅ- ଏସମସ୍ତ ଚିତ୍କାର ଶୁଣି ବାଟରେ ଯୌଥିବା ଲୋକେ ଧାଇଁ ଆସିଲେ । ଆଉ ଧାଇଁ ଆସିଲେ ବିଦ୍ଯାଳୟର ଶିକ୍ଷକ ଓ ଛାତ୍ରଛାତ୍ରୀମାନେ । ରୁହ ରୁହ, ପିଲାଟିକୁ କାହିଁକି ପିଟୁଛ  ? ବନ୍ଦକର, ତୁମେ କଣ ପାଗଳ ହୋଇଗଲ ?କ ହି ଉଠିଲେ ସମସ୍ତେ । ସେତେବେଳକୁ ପ୍ରଧାନ ଶିକ୍ଷକ ମଢ଼ୁଆଳ ସାର ସେଠାରେ ପ ହ ଞ୍ଚି ଗଲେଣି । ନରିଦାସ ପୁଣି ବିକଳ କ୍ରନ୍ଦନ କରି କହି ଉଠିଲେ, "ବାଟ କୁହନ୍ତୁ ସାର ,ମୋତେ ବଞ୍ଚାନ୍ତୁ, ଆପଣଙ୍କର ଧର୍ମ ହେବ ସାର" ମଢୁଆଳ ସାର କହିଲେ, "ହେଉ ତୁମେ ପ୍ରଥମେ ପିଲାଟିର ଦଉଡି ଖୋଲି ଦିଅ। ଠେଙ୍ଗା ଓ ଛଡି ଫୋପାଡି ଦିଅ।" ପିଲାଟିକୁ ଆଉଁଶି ଦେଲେ ସେ। ହୃଦୟରେ ତାଙ୍କର କୋହ ଓ ଆଖିରେ ତାଙ୍କର ଲୁହ-ନିଜକୁ ସମ୍ଭାଳି ନେଇ କହିଲେ। "ଶ୍ଯାମ ତୁ ଏପରି ହେଉଛୁ କାହିଁକି ବାପ। ଦେଖ ତୋର ବାପାଙ୍କ ଅବସ୍ଥା" , ଏମିତି ବହୁତ ବୁଝାଇଲେ। ଧୂଳି ଝାଡି ଝୁଡି ଦେଲେ। ମାଡର କ୍ଷତ ସ୍ଥାନରେ ଔଷଧ ଲଗାଇ ଦେଲେ। ତାକୁ ଖାଇବାକୁ ଦେଲେ। ତାପରେ ତା ବାପାକୁ ବୁଝାଇ ଶୁଝାଇ ଘରକୁ ପଠାଇ ଦେଲେ। ନରି ଦାସ ତାଙ୍କ ପିଲାର ଭବିଷ୍ଯତର ଆଶା ଭରସା ଧରି ଘରକୁ ଫେରିଲେ। ମଢୁଆଳ ସାରଙ୍କ ଆଦର ଯତ୍ନ ଓ ସ୍ନେହ ସୋହାଗରେ ଶ୍ଯାମ ମଣିଷ ହେଲା। ସେ ଏତେ ବଡ ଚାକିରି କରିଛି। ତା ବାପାଙ୍କର ସ୍ବପ୍ନ ସାକାର ହୋଇଛି।

କେବଳ ଜଣେ ନୁହେଁ। ଏମିତି ଭୁ ଛାତ୍ରଙ୍କୁ ମଣିଷ କରିଛନ୍ତି ମଢୁଆଳ ବାବୁ। ବ ହୁ ପଥହରା ବିଦ୍ଯାର୍ଥୀଙ୍କୁ ପଥ ଦେଖାଇ ସେମାନଙ୍କ ଜୀବନରେ ସାଫଲ୍ଯ ଅଣିଦେଇଛନ୍ତି।

ସେହି ଦରଦୀ ଛାତ୍ରପ୍ରାଣ ମଢୁଆଳସାରଙ୍କ ପୁରାନାମ ସୁରେନ୍ଦ୍ର ନାଥ ମଢୁଆଳ। ବାରିପଦାର କ୍ଷେତ୍ର ମୋହନ ବିଦ୍ୟାମନ୍ଦିର ନାମକ ଏକ ପ୍ରାଥମିକ ବିଦ୍ୟାଳୟର ଉନ୍ନତିରେ ସେ ମନ ପ୍ରାଣ ଢାଳି ଦେଇଥିଲେ । ପ୍ରଥମେ ପାଞ୍ଚ ଛଅ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସେ ଆରମ୍ଭ କଲେ ଏହି ବିଦ୍ୟାଳୟ । ଏକ ଚାଟଶାଳୀ ରୂପେ ଜନ୍ମ ଲାଭକରିଥିବା ଏହି ଶିଶୁ ଅନୁଷ୍ଠାନର କଳେବର ବଢ଼ିବାକୁ ଲାଗିଲା । ଛାତ୍ର ସଂଖ୍ୟା ବଢ଼ିଲେ । ଶିକ୍ଷକ ସଂଖ୍ୟା ମଧ୍ୟ ବଢ଼ିଲେ । ଲୋକମାନଙ୍କୁ ସଜାଗକରି ଏହି ବିଦ୍ୟାଳୟ ପାଇଁ ସରକାର ସାହାଯ୍ୟ ଓ ଅନ୍ୟାନ୍ୟ କଲ୍ୟାଣରେ ଯୋଜନାରେ ସେ ଲାଗିପଡ଼ିଲେ । ସେହିଠାରୁ ସେ ଶିକ୍ଷକ ଭାବରେ ବାରିପଦାର ଗୁରୁତାଲିମ୍ ବିଦ୍ୟାଳୟ(E.T.School)କୁ ଗଲେ ତାଲିମ ପାଇଁ । ସସେ ୧୯୩୯ ମସିହାରେ ଇ.ଟି.ପାସ୍ କରିବା ମାତ୍ରେ ଇ.ଟି. ସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କ ଉପରେ ପ୍ରୀତି ହୋଇ ତାଙ୍କୁ ଅତିରିକ୍ତ ପ୍ରଧାନ ଶିକ୍ଷକ ରୂପେ ନିଯୁକ୍ତି ଦାନ କଲେ ।

ସେ ତାଙ୍କ ଶିକ୍ଷକ ଜୀବନର ପ୍ରାୟ ୩୯ ବର୍ଷ ମଧ୍ୟରୁ ବାରିପଦା ସହରରେ ପ୍ରାୟ ୨୪ ବର୍ଷ ଓ ଅବଶିଷ୍ଟକାଳ ବାରିପଦା ନିକଟସ୍ଥରେ ବିଦ୍ୟାଳୟ କାର୍ଯ୍ୟକରିଛନ୍ତି ।ମୟୂରଭଞ୍ଜ ମହାରାଜଙ୍କ ରାଜତ୍ୱକାଳରେ ସେ ପ୍ରାଧାନ ଶିକ୍ଷକ ଭାବରେ ପ୍ରଶଂସା ଓ ପ୍ରୀତିଭାଜନ ହୋଇଛନ୍ତି ସେ ମହାରଣୀ ତକତକୁମାରୀ ମି.ଇ. ବିଦ୍ୟାଳୟରେ ମଧ୍ୟ ପ୍ରଧାନ ଶିକ୍ଷକ ରୂପେ କାର୍ଯ୍ୟ କରିବାର ସୌଭାଗ୍ୟ ଲାଭ କରିଛନ୍ତି ।

ସେ ଅତ୍ୟନ୍ତ ସ୍ନେହୀ, ଛାତ୍ର ବତ୍ସଳ, ଜ୍ଞାନ ଲିପ୍ପୁ, ଗୁଣଗ୍ରାହୀ, ଓ ପରୋପକାରୀ ଶିକ୍ଷକ ରୂପେ ଆଦୃତ ହୋଇଥାନ୍ତି । ମୟୂରଭଞ୍ଜର ଏକ ସ୍ୱନାମଧନ୍ୟ କୃତୀ ଶିକ୍ଷକ ଭାବରେ ମୟୂରଭଞ୍ଜର ଶିକ୍ଷାକ୍ଷେତ୍ରକୁ ସୁଜଳା ସୁଫଳା ଓ ଶସ୍ୟ ଶ୍ୟାମଳା କରିବାରେ ତାନଙ୍କର ଅବଦାନ କମ୍ ନୁହେଁ । ଏହି ଆର୍ଦଶ ଶିକ୍ଷକ ଶ୍ରୀଯୁକ୍ତ ମଢୁଆଳ ଅବସର ଗ୍ରହଣ କରନ୍ତି ୧୯୭୧ ମସିହାରେ । ତାଙ୍କର ଅନୁପମ ଶିକ୍ଷାଦାନ କୌଶଳ,ଆଦର୍ଶ ଚରିତ୍ରବତ୍ତା ଓ ଛାତ୍ରବତ୍ସଳତା ପାଇଁ ସେ ଅଦ୍ୟାବିଧି ଛାତ୍ରମହଲରେ ଭକ୍ତି ଓ ପ୍ରୀତିଭାଜନ ହୋଇଥାନ୍ତି । ତାଙ୍କ ଜୀବନର ଏକ ସ୍ମରଣୀୟ ଘଟଣା:

ଦିନକର କଥା । ପୁଅ ସନ୍ତୋଷ ଓ ସେ ଦୁହେଁ ବସି ଗପ ସପ ହେଉଥାନ୍ତି । ବସନ୍ତ ଋତୁ, ସମୟ ପ୍ରାୟ ୫ ଟା ଆଗରେ ଫୁଲ ବଗିଚା । ମଲ୍ଲୀ ମାଳତୀ ଫୁଲର ହସରେ ହସି ଉଠୁଛି ଛୋଟ ବଗିଚା ।ଫୁଲର ବାସ୍ନାରେ ଆମୋଦିତ ହୋଇଉଠୁଛି ସମଗ୍ର ବାତାବରଣ ସୂର୍ଯ୍ୟଦେବ ଅସ୍ତାଚଳ ଶିଖରରେ ଶେଷ ରଶ୍ମି ବିଞ୍ଚିଦେଇ ବିଦାୟ ନେଉଛନ୍ତି ।ଏହି ସମୟରେ ଘର ଆଗରେ ଛିଡାହେଲା ହଳଦିଆ ରଙ୍ଗର ଏକ କାର୍ ।ରକ୍ତିମ ସୌରରଶ୍ମିରେ ଜଳି ଉଠୁଥାଏ କାର୍‌ର ହରିଦ୍ରା ରଙ୍ଗର କଳେବର ।ହଠାତ୍ ଜଣେ ଚପରାସି ଓହ୍ଲାଇ ପଡିଲେ କାର୍‌ରୁ , ପକାଇ ଏକ ହାଉଦା ।ହାଉଦା ଉପରେ ଏକ ପିତଳ ଫଳକ ।ସେଥିରୁ ସୂଚିତ ହେଉଥାଏ ସେ କଲେକ୍ଟରଙ୍କ ଚପରାସି ବୋଲି ।

ଚପରାସି ଜଣକ କାଳବିଳମ୍ବ ନ କରି ପ୍ରଶ୍ନ କଲେ-"ଏ ଘରଟି କାହାର  ?" ପୁଅ ସନ୍ତୋଷ ପ୍ରଶ୍ନ କଲେ ,"କାହାଙ୍କ ଘର ଖୋଜୁଛନ୍ତି ?କାହାଙ୍କୁ ଦରକାର ?" ଚପରାସି କ‌ହିଲା ,"ମୁଁ ମଢ଼ୁଆଳ ମାଷ୍ଟରଙ୍କ ଘର ଖୋଜୁଛି ,ତାଙ୍କୁ ହିଁ ମୋର ଦରକାର ।କଲେକ୍ଟର ଡକାଇଛନ୍ତି ,ସଂଗେ ସଂଗେ ନେଇଯିବାକୁ କ‌ହିଛନ୍ତି ।ଡେରି ହେଲେ ମୋର ଅସୁବିଧା ହେବ ।"ମଢ଼ୁଆଳ ସାରଙ୍କ ମନରେ ଅଜସ୍ର ପ୍ରଶ୍ନାବାଚୀ ।ସନ୍ତୋଷ ଓ ମଢ଼ୁଆଳ ବାବୁ ପଚାରିଲେ ,"ଅସମୟରେ ସେ କାହିଁ କି ଖୋଜୁଛନ୍ତି ,ଏତେ ଜରୁରୀ ଡାକି ପଠାଇଛନ୍ତି କାହିଁକି ?ଆମେ ତ କିଛି ଦୋଷ କରି ନାହୁଁ ।"

ଚପରାସି କ‌ହିଲା ,"ସେ କଥା ମୁଁ କ‌ହିପାରିବିନି ।ଆପଣଙ୍କ ଘର ପରା ଭଞ୍ଜପୁରରେ ଥିଲା ।ସେଠାରୁ ଖୋଜି ଖୋଜି ଖବର ନେଇ ଏଠାକୁ ଆସିଛି ।ସାହେବ ମୋ ଉପରେ ଖପା ହେବେ ।ଆସନ୍ତୁ ଶୀଘ୍ର ଆସି ଗାଡିରେ ବସନ୍ତୁ ।"ମଢୁଆଳ ସାର ଗାଡିରେ ବସିଲେ । ପରିବାରର ସମସ୍ତଙ୍କ ମୁଖରେ ବିଷାଦ ଓ ବିସ୍ମୟର ଚିହ୍ନ ।କ'ଣ ପାଇଁ ଡକାଇଲେ ?ମଢୁଆଳ ସାରଙ୍କ ମନରେ ମଧ୍ୟରେ ବିସ୍ମୟ ଓ କୌତୂହଳ ବଢିବାରେ ଲାଗିଛି ।

ଗାଡି ପ‌ହ‌ଞ୍ଚିଲା ଯାଇ କଲେକ୍ତରଙ୍କ ଘର ଆଗରେ । ଜଣେ ସୁଦର୍ଶନ ଯୁବକ ଆସି ମଢୁଆଳ ବାବୁଙ୍କ ସାଷ୍ଟାଙ୍ଗ ପ୍ରଣାମ କରି ପାଦ‌ଧୂଳି ନେଲେ ଏବଂ ହସି ହହି କ‌ହିଲେ ,"ମୋତେ ଚିହ୍ନି ପାରୁଛନ୍ତି ସାର୍,ମୁଁ ଆପଣଙ୍କର ସେହି ସ୍ନେହର ଛାତ୍ର ।ମୋ ବାପା ଏଠାରେ କଲେକ୍ଟର ଥିଲେ । ଆପଣ ଥିଲେ ମୋର ପ୍ରେରଣାର ଉତ୍ସ,ଆପନଙ୍କ ସ୍ନେହହରା କଥା ଏବେ ବି ମୋର ମନେପଡେ ।ଆପଣ ମୋତେ ପଢାଇବାବେଳେ ପ୍ରେରଣା ଦେଇ କ‌ହୁଥିଲେ ,"ରତ୍ନାକର ମନ ଦେଇ ପାଠ ପଢ଼ ।